ଯାଜପୁର : ଲକ୍ଷ୍ୟ ଗୋଟିଏ । ନୂତନ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନକ୍ସା ଅାଙ୍କିଛନ୍ତି ତାକୁ ବାସ୍ତବ ରୂପ ଦେବା । ଦୃଢ ଇଚ୍ଛଶକ୍ତି ନେଇ କାମ କଲେ ସବୁ ସମ୍ଭବ ହେବ । ସେ ଯାଜପୁର, ମୟୂରଭଞ୍ଜ ହେଉ କି କୋରାପୁଟ କି ମାଲକାନାଗିରି । ସବୁଠି ବିକାଶମୂଳକ କାମରେ କିପରି ରୋକ ଲାଗିବ ନାହିଁ ସେ ଚିନ୍ତା ଏବେ ନବୀନଙ୍କ ବିଶ୍ୱସ୍ତ ସାରଥି ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଚିନ୍ତା । ୨୦୧୯ ସାଧାରଣ ନିବାର୍ଚନରେ ଲୋକଙ୍କୁ ଦିଅାଯାଇଥିବା ପ୍ରତିଶ୍ରୃତି ଓ ବିକାଶମୂଳକ କାମ କିପରି ନିବାର୍ଚନୀମଣ୍ଡଳୀରେ ହେବ ସେନେଇ ପ୍ରଣବ ସ୍ଥାନୀୟ ବିଧାୟକଙ୍କ ସହ ଅାଲୋଚନା କରି ସେ କାର୍ଯ୍ୟକୁ ଅାଗେଇ ନେବାକୁ ଚେଷ୍ଟା କରନ୍ତି । ବିଜେଡ଼ି ସଂଗଠନ ସମ୍ପାଦକ ହେବା ପରେ କେବଳ ରାଜନୈତିକ କାର୍ଯ୍ୟକଳାପ ନୁହେଁ, ନିବାର୍ଚନ ପ୍ରତିଶ୍ରୃତି କିପରି ସବୁ ନିବାର୍ଚନୀ ମଣ୍ଡଳୀରେ ହୋଇପାରିବ ସେ ନେଇ ପ୍ରଣବ ଦଳର ବିଧାୟକମାନଙ୍କ ସହ ଅାଲୋଚନା କରି କାମ ଅାଗେଇ ନେବାକୁ ପ୍ରୟାସ କରିଛନ୍ତି । ଏଥିଲାଗି ନିଜର ଜିଲ୍ଲାରୁ ଏହି ଅଭିଯାନ ଅାରମ୍ଭ କରି ସଭିଁଙ୍କ ପାଇଁ ଉଦାହରଣ ସାଜିଛନ୍ତି ସେ । କୋଭିଡ଼ ୧୯ ମୁକାବିଲା ସହ ଜୀବନ-ଜୀବିକା ଓ ବିକାଶମୂଳକ କାମ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ଅାହ୍ୱାନ ଦେଇଛନ୍ତି ତାହା ଯାଜପୁର ଜିଲ୍ଲାରୁ ଅାରମ୍ଭ କରିଛନ୍ତି ପ୍ରଣବ । ସୋମବାର ଧର୍ମଶାଳା ନିବାର୍ଚନୀ ମଣ୍ଡଳୀ ଅନ୍ତଗର୍ତ କଣ୍ଟିଗଡ଼ିଅା ବଡ଼ ପୋଖରି ବୁଲି ଦେଖିବା ସହ ଏହାର ଉନ୍ନତିକରଣ କରିବାକ ପାଇଁ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଜିଲ୍ଲା ପ୍ରଶାସନ ସହ ଅାଲୋଚନା କରିଛନ୍ତି ସେ । ଯାଜପୁରର କୁସୁମା ପୋଖରୀକୁ ଯେପରି ପ୍ରଣବଙ୍କ ଉଦ୍ୟମରେ ପୁନଃ ଉଦ୍ଧାର କରାଗଲା ଓ ଏହାଏବେ ରାଜ୍ୟ ପର୍ଯ୍ୟଟନୀରେ ସ୍ଥାନ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି । ଠିକ ସେହିପରି ଧର୍ମଶାଳାର ଏହି ପୁରାତନ ପୋଖରୀର ପୁନଃ ଉଦ୍ଧାର ପାଇଁ ସେ ଚିନ୍ତା କରିଛନ୍ତି ।
ରଥଯାତ୍ରା ଏବେ ରାଜନୀତି ପ୍ରସଙ୍ଗ …..
ଭୁବନେଶ୍ୱର : ରଥଯାତ୍ରା ହେବ ନା ହେବ ନାହିଁ। ଏ ନେଇ ଲାଗିରହିଛି ଅନିଶ୍ଚିତତା। ଏବେ ରଥଯାତ୍ରାକୁ ନେଇ ରାଜନିତୀ ମଧ୍ୟ ଜୋର ଧରିଲାଣି। ଗତକାଲି ବିଜେପି ଏ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲା। ଏ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଦେବୀ ମିଶ୍ରଙ୍କ। ସେ କହିଛନ୍ତି ଏବେ ସବୁଠି କୋଭିଡ ୧୯ ପରିସ୍ଥିତି । ତେଣୁ ରଥଯାତ୍ରାକୁ ନେଇ ସବୁ ପ୍ରକାର ବିଚାର ବିମର୍ଷ ଚାଲିଛି।ସରକାର ତରତରିଆ ଭାବେ ନିଷ୍ପତି ନେବେ ନାହିଁ l ଶ୍ରୀମନ୍ଦିର ପରିଚାଳନା କମିଟି ସଭିଙ୍କ ସହ ଆଲୋଚନା କରୁଛନ୍ତି l ସରକାର ସବୁ କଥା ବିଚାରକୁ ନେଇ ନିଷ୍ପତି ନେବେ l ସରକାର ଏ ପ୍ରସଙ୍ଗକୁ ଗଭୀରତା ସହ ନେଇଛନ୍ତି l ରୀତିନୀତି ଅନୁସାରେ କାମ ଚାଲିଛି l ସରକାରଙ୍କ ନିଷ୍ପତିକୁ ସମସ୍ତେ ଅପେକ୍ଷା କରିବାକୁ ପଡିବ l
ଏହାସହ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ସବୁ ଫାଇନାଲ ହୋଇଛି। ରଥ କାମ ମଧ୍ୟ ୯୦ ପ୍ରତିଶତ ସାରିଲାଣି। ନୀତି ସବୁ ଠିକ ଚାଲିଛି l ସାନ୍ନ ଯାତ୍ରା ଠିକ ହୋଇଛି l ସବୁ ସେବାୟତ ଓ ଜନ ସାଧାରଣ ଚାହୁଁଛନ୍ତି ରଥ ଯାତ୍ରା ହେଉ। ମୋର ଆଶା ଅଛି ରଥଯାତ୍ରା ନିଶ୍ଚିତ ହେବ l ରଥଯାତ୍ରାକୁ ଅଳ୍ପ ଦିନ ରହିଲା।ତେଣୁ ସରକାର ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ।
ରଥ ପ୍ରସ୍ତୁତ, ସେବାୟତ ବି ପ୍ରସ୍ତୁତ, ଶ୍ରୀ ମନ୍ଦିର ପ୍ରଶାସନ ବି ପ୍ରସ୍ତୁତ ତେଣୁ ରଥ ହେବାରେ କୌଣସି ଅସୁବିଧା ନାହିଁ l କାଲି ସୁଦ୍ଧା ନିଷ୍ପତି ହୋଇଯିବ ବୋଲି ଆଶା ରଖିଛନ୍ତି ବିଧାୟକ।ସେବାୟତ, ପୋଲିସ ଓ ଯେଉଁ ମାନଙ୍କର ଆବଶ୍ୟକ ରହିଛି।ସେଇମାନଙ୍କୁ ନେଇ ଘୋଷଯାତ୍ରା କରାଯାଉ
ରଥଯାତ୍ରାକୁ ଯିବା ପାଇଁ ଅନ୍ୟମାନଙ୍କୁ ଅନୁମତି ଦିଆନଯାଉ । ସେପଟେ ବିଜେପି କହିଛି ଯଦି ରଥଯାତ୍ରା ରାଜ୍ୟ ସରକାର କରିବେ ନାହିଁ ତାହାଲେ କାହିଁକି କରିବେନି ରାଜ୍ୟବାସୀଙ୍କୁ ଜାଣନ୍ତୁ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି l
ରାଜ୍ୟର ଚାରି ହଜାର ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା…
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ସର୍ବାଧିକ ୧୪୬ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ରେ ପହଁଚିଛି।
ସେମାନେ କନ୍ଧମାଳରୁ ସର୍ବାଧିକ ୪୮, ଖୋର୍ଦ୍ଧା-୭, ନୟାଗଡ-୪, ଝାରସୁଗୁଡା-୧, ରାୟଗଡା-୫, କଟକ-୧୯, ଜଗତସିଂହପୁର-୪, ବାଲେଶ୍ୱର-୮, ଢେଙ୍କାନାଳ-୧, ଅନୁଗୁଳ-୬, ଗଞ୍ଜାମ-୮, ସୋନପୁର-୨, ଭଦ୍ରକ-୧୯, ସମ୍ୱଲପୁର-୧, ସୁନ୍ଦରଗଡ-୪ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ସମସ୍ତ ୧୨୮ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୮ ସ୍ଥାନୀୟ ଲୋକ ଅଛନ୍ତି । ଏହାସହ ୯ ଅଗ୍ନିଶମ କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଯେଉଁମାନେ କି କୋଲକାତାରେ ଅମ୍ଫାନ ଡ୍ୟୁଟିରେ କାର୍ଯ୍ୟରତ ଥିଲେ । ।ଏହାସହ ୧୧୩୩ ଜଣ ଚିକିତ୍ସିତ ହେଉଥିବା ବେଳେ୨୭୦୮ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୧ଜଣଙ୍କର ମୃତ୍ୟୁ ହୋଇଛି।
ଦେଶରେ ୨୪ ଘଣ୍ଟାରେ ୧୧ ହଜାର ୫୦୨ ନୂଆ ଆକ୍ରାନ୍ତ : ମୃତ୍ୟୁ ୩୨୫ ଜଣ..
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ବିଶ୍ୱ ସ୍ତରରେ ଆକ୍ରାନ୍ତ ସଂଖ୍ୟାରେ ବ୍ରିଟେନକୁ ପଛରେ ପକାଇ ଭାରତ ୪ ନମ୍ବରରେ ପହଂଚିଛି।ଏ ଯାଏ ଭାରତରେ ୩ ଲକ୍ଷ ୩୨ ହଜାର ୪୨ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୯ ହଜାର ୫୨୦ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଲକ୍ଷେ ୬୯ ହଜାର ୭୯୮ ଲୋକ ସୁସ୍ଥ ହେଲେଣି।ଏବେ ୧ ଲକ୍ଷ ୫୩ ହଜାର ୧୦୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୧୧ ହଜାର ୫୦୨ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୨୫ ମୃତ ଜଣ ପ୍ରାଣ ହରାଇଛନ୍ତି।ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୩ ହଜାର ୯୫୦ ଜଣଙ୍କ ମୃତ୍ୟୁ ହୋଇଛି।
ମୌସୁମୀ ବର୍ଷାରେ ଉଡିଗଲା ଶ୍ରୀମନ୍ଦିର ପତିତପାବନ ବାନା…
ପୁରୀ : ରଥଯାତ୍ରା ଜୁନ ୨୩ ତାରିଖ।ହେଲେ ରଥଯାତ୍ରାକୁ ନେଇ ଲାଗିରହିଛି ଅନିଶ୍ଚିତତା। ଆଜି ମୌସୁମୀ ବର୍ଷାରେ ଉଡିଯାଇଛି ଶ୍ରୀମନ୍ଦିରର ପତିତପାବନ ବାନା ।ଅନେକ ଏହାକୁ ଅଶୁଭର ସଂକେତ କହୁଛନ୍ତି।ତ ଆଉ କେହି କେହି ଏହାକୁ ନେଇ ଭିନ୍ନ ମତ ଦେଉଛନ୍ତି।ବର୍ଷା ପବନରେ ମହାପ୍ରଭୁଙ୍କ ବାନା ଉଡିବା କିଛି ନୂଆ କଥା ନେହେଁ।କିନ୍ତୁ ଯେତେବେଳେ ବି ପତିତପାବନ ବାନା ଉଡ଼ିଛି ସେତେବେଳେ ଶୁଭ ଅଶୁଭ କଥା ଚିନ୍ତା କରାଯାଇଥାଏ।
କରୋନା କବଳରେ ବିଶ୍ୱ…..
ନୂଆଦିଲ୍ଲୀ :ସାରା ବିଶ୍ବରେ କୋରୋନାରେ ତାର କାୟା ମେଲେଇବାରେ ଲାଗିଛି। ଦିନ ଗଡ଼ିବା ସହ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ।ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୫ ହଜାର ୧୭୭ରେ ପହଂଚିଛି।ସେହିପରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୮୪ ହଜାର ୪୩୨କୁ ଛୁଇଁଛି।ଏହାସହ ୪୧ ଲକ୍ଷ ୪ ହଜାର ୩୭୩ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ବିଶ୍ୱରେ ଆମେରିକାର ସର୍ବାଧିକ ୨୧ ଲକ୍ଷ ୬୨ ହଜାର ୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିପରି ଆମେରିକାରେ ସର୍ବାଧିକ ୧ ଲକ୍ଷ ୧୭ ହଜାର ୮୫୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଠିକ ସେହିପରି ବ୍ରାଜିଲରେ ୭ ଲକ୍ଷ ୧୦ ହଜାର ୮୮୭ ଆକ୍ରାନ୍ତ ହୋଇଥିବା ବେଳେ ୩୭,୩୧୨ଜଣଙ୍କର ଜୀବନ ଗଲାଣି।ରୁଷିଆରେ ୪ ଲକ୍ଷ ୭୬ ହଜାର ୬୫୮ ଆକ୍ରାନ୍ତ, ୫ ହଜାର ୯୭୧,ସ୍ପେନରେ ୨ ଲକ୍ଷ ୮୮ ହଜାର ୭୯୭ ଆକ୍ରାନ୍ତ, ୨୭ ହଜାର ୧୩୬ ମୃତ, ଇଟାଲୀରେ ୨ ଲକ୍ଷ ୩୫ ହଜାର ୨୭୮ ଆକ୍ରାନ୍ତ ଥିବାବେଳେ ୩୩ ହଜାର ୯୬୪ ମୃତ୍ୟୁ ହୋଇଛି।ବ୍ରାଜିଲରେ ମଧ୍ୟ ବ୍ରାଜିଲରେ ୮ ଲକ୍ଷ ୬୭ ହଜାର ୮୮୨ ଆକ୍ରାନ୍ତ ହୋଇଥିବା ବେଳେ ୪୩,୩୮୯ ଲୋକ ମୃତ୍ୟୁବରଣ କରିଛନ୍ତି। ରୁଷିଆରେ ୫ ଲକ୍ଷ ୨୮ ହଜାର ୯୬୪ ଆକ୍ରାନ୍ତ, ୬ ହଜାର ୯୪୮ ମୃତ, ସ୍ପେନରେ ୨ ଲକ୍ଷ ୯୧ ହଜାର ୦୦୮ ଆକ୍ରାନ୍ତ, ୨୭ ହଜାର ୧୩୬ ମୃତ, ଇଟାଲୀରେ ୨ ଲକ୍ଷ ୩୬ ହଜାର ୯୮୯ ଆକ୍ରାନ୍ତ, ୩୪ ହଜାର ୩୪୫ ମୃତ ହୋଇଛନ୍ତି।
ମୋ ସ୍ମୃତିରେ ରଜ……
ଭୁବନେଶ୍ୱର : ଭଲ ପାଇବାର ପର୍ବ ରଜ।ମେଘୁଆ ପାଗ ସବୁଠି ଖୁସିର ମାହୋଲ। ପିଠା ପଣା ସାଙ୍ଗକୁ ତାସ ଖେଳ, କବାଡି ଖେଳ, ଲୁଡୁ ଖେଳ ଓ ବୁଲାବୁଲି କରିବାର ପର୍ବ ହେଉଛି ପର୍ବ ହେଉଛି ରଜ। ଓଡ଼ିଆ ସଂକୃତି ଓ ପରମ୍ପରାର ଅନନ୍ୟ ପର୍ବ ଏହି ରଜ। ପ୍ରତିବର୍ଷ ଜୁନ ମାସ ଦ୍ୱିତୀୟ ସପ୍ତାହରେ ଏହି ପର୍ବ ପାଳନ କରାଯାଏ। ରଜ ପାଇଁ ଗାଁଠାରୁ ସହର ସବୁଠି ଉତ୍ସବ ମୁଖର। ରଜରେ ଯାହା ହେଉକି ନ ହେଉ ନୂଆ ଡ୍ରେସ ସାଙ୍ଗକୁ ଦୋଳି ଖେଳିବା ଓ ପିଠା ଖାଇବାର ଅନୁଭୂତି ସବୁ ଓଡ଼ିଆଙ୍କର ନିଶ୍ଚିତ ଥିବ। ବୋଧେ ଅନେକଙ୍କ ଭିତରେ କଟକଣା ଭିତରେ ରଜ ପାଳିବା ପ୍ରଥମ । ବର୍ଷ ବର୍ଷ ଧରି ରଜରେ ଯାହା ଦେଖିବାକୁ ମିଳି ନ ଥିଲା ଏଥର ତାହା ଦେଖାଗଲା। ଲକ୍ ଡାଉନ ରଜକୁ ଚାରି କାନ୍ଥ ଭିତରେ ଲକ୍ କରିଦେଲା। ଅଦୃଶ୍ୟ ଭୁତାଣୁ ଭୟରେ ବି ରଜ ପାଳନ କରିଛନ୍ତି ରାଜ୍ୟବାସୀ ।
ତେବେ ପୁରୁଣା ଦିନର ରଜ ମୋ ପାଇଁ ଏମିତି ଥିଲା। ଏକ ଉନ୍ନତ ଗାଁ ଯାଜପୁର ଟାଉନରେ ମୋର ଗାଁ। ସେତେବେଳେ ଏକ ନମ୍ବର ୱାର୍ଡ ପରିସୀମା ଭିତରେ ଥିବା ଆମ କୋଟବସନ୍ତ ପୁର ଏବେ ୧୧ ନମ୍ବର ୱାର୍ଡ ପାଲଟିଯାଇଛି। ଜୀବିକା ପାଇଁ ମୁଁ ଏବେ ରାଜଧାନୀରେ ଜୀବନ ବିତାଉଛି। ହେଲେ ସବୁ ପର୍ବ ଅପେକ୍ଷା ରଜ ପର୍ବ ଆସିଲେ ଘର କଥା ଭାରି ମନେପଡେ।ମନେପଡିବା ବି ସ୍ୱାଭାବିକ । ଆଜି ରଜ ପର୍ବ। ହେଲେ ରଜକୁ ନେଇ ମୋ ମନରେ ଯେମିତି ଉତ୍ସାହ ଥିଲା ଏବେ ଆଉ କାଇଁ ସେମିତି ନାହିଁ। ରଜ ଆସିବାର ସପ୍ତାହେ ପୂର୍ବରୁ ବାପା ଭଉଣୀମାନଙ୍କର ପାଇଁ ନୂଆ ପୋଷାକ ଆଣନ୍ତି। ସେ ସମୟରେ ମୁଁ ଅଳି କରେ। ମୋର ନୂଆ ଡ୍ରେସ କାଇଁ ବୋଲି। ହେଲେ ବାପା ସେହି ସମୟରେ ବୁଝାଇ ଦିଆନ୍ତି ରଜ ଝିଅମାନଙ୍କର ପର୍ବ।ହେଲେ ମୁଁ ବୁଝେନା । ଅବୁଝା ହୁଏ। ଶେଷରେ ବାପା ମୋ ପାଇଁ ଓ ବଡ଼ ଭାଇ ପାଇଁ ନୂଆ ଡ୍ରେସ ଆଣନ୍ତି। ବାପାଙ୍କ ପାଖରେ ଏତେ ପଇସା ବି ନଥାଏ। ତେଣୁ ସେ ଦୋକାନରେ ବାକି କରି ଆମ ପାଇଁ ନୂଆ ପୋଷାକ ଆଣିଥାନ୍ତି। କେବଳ ଆମକୁ ଖୁସି କରିବା ପାଇଁ । ଏହି ରଜ ତିନିଦିନ କେମିତି ହସ ଖୁସିରେ କଟିବ ବାପା ତାକୁ ଦୃଷ୍ଟି ଦେଇଥାନ୍ତି। ରଜ ପୂର୍ବ ଦିନ ମୋ “ମା”ଙ୍କର ପରିଶ୍ରମ ମୁଁ ଦେଖିଛି। ବିରି ଚୋପା ଧୋଇବା ଠାରୁ ଆରମ୍ଭ କରି ଶୀଳରେ ବିରି ବାଟିବା ଢେଙ୍କିରେ ଚୁନା କୁଟିବା । ଏହାସହ ଶେଷରେ ଆମେ ରାତି ଖାଇ ସାରିବା ପରେ ଢେଙ୍କିଶାଳ ଘରେ ପୋଡପିଠା ସହ ଅନ୍ୟ ପିଠା କରିବାର ପରିଶ୍ରମ । ଆମେ ନୂଆ ଡ୍ରେସ ପିନ୍ଧୁ ,ଦୋଳି ଖେଳୁ , ପିଠା ଖାଉ , ବୁଲା ବୁଲି କରୁ। ହେଲେ ଆମ ଖୁସି ପାଇଁ ମା- ବାପା ଅନେକ ପରିଶ୍ରମ କରିଥାନ୍ତି। ଆମକୁ ଖୁସି ଦେବା ପାଇଁ ତାଙ୍କ ଏହି ପ୍ରୟାସ ଆଜି ବି ମୋର ମନେପଡେ। ଆଜି ମୁଁ ସେମାନଙ୍କଠାରୁ ଦୂରରେ, ସେମାନେ ଯାଜପୁର ଆଉ ମୁଁ ଭୁବନେଶ୍ୱରରେ । ପିଲା ବେଳେ ଆଁମ ଖୁସି ମା ବାପାଙ୍କ ପରିଶ୍ରମ ବହୁତ ମନେ ପଡୁଛି। ରଜ ଦିନର ଗୁଡ଼ ତିଆରି ପୋଡ଼ ପିଠା , ପଣସ ମଞ୍ଜି ତରକାରି, ମଟର ତରକାରୀ ଏହାସହ କଦଳୀ ଆମ୍ବ ପଣସ ସହ ମିଠା ଖାଇବାର ମଜା ଟିକେ ଅଲଗା । ତା ସହ ମିଠା ପାନ ଟିକେ ଖାଇଦେଲେ କେତେ କଣ। ମୋଟା ମୋଟି କହିଲେ ରଜ ହେଉଛି ଏକ ସ୍ନେହ ପ୍ରେମ ଓ ଭଲ ପାଇବାର ପର୍ବ । ଯେଉଁଥି ପାଇଁ ମା ସାରା ରାତି ପରିଶ୍ରମ କରି କରିନ୍ତି l ପରଦିନ ମାମୁ ଘରେ, ପିଉସୀ ଘରେ, ପଡୋଶି ଘରେ ,ଦାଦା ଘରେ ବାଣ୍ଟିବାକୁ ବେଶ ଭଲ ଲାଗେ। ଅବଶ୍ୟ ମୁଁ କି ଭାଇ ଯିବାକୁ ରାଜି ହେଉନା, ବାପା ସବୁ ବାଣ୍ଟନ୍ତି l ଆଜି ରାଜଧାନୀରେ ସେ ରଜର ଅନୁଭୂତି ମୋ ପାଖରେ ନାହିଁ।
ପାଖରେ ଥିବା ପଡୋଶି ମୋତେ ଯେତେବେଳେ ପିଠା ଖାଇବାକୁ ଦେଲେ ସେତେବେଳେ ମୋ ପରିବାର, ମୋ ଗାଁ ସବୁ କିଛି ମନେ ପଡେ।
ଦେବଗଡ଼ରେ ରକ୍ତଦାତା ଦିବସ ପାଳିତ…
ଦେବଗଡ଼ : ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ରକ୍ତ ଭଣ୍ଡାର ଆନୁକୁଲ୍ୟରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟଚିକତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପଧ୍ୟାୟ ,ସମ୍ମାନିତ ଅତିଥି ଭାବେ ରକ୍ତଭାର ଅଧିକାରୀ ଡାକ୍ତର ଅମିତ କୁମାର ମହାପାତ୍ର, ଡାକ୍ତର ମନୋଜ କୁମାର ପାତ୍ର ଓ ଏଡିପିଏଚଓ ନରେଶ କୁମାର ଦାସ ପ୍ରମୁଖ ମଞ୍ଚାସୀନ ରହି ଆଜିର ଦିବସ ପାଳନ ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ପ୍ରତ୍ୟେକ ରକ୍ତଦାତାଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ନିୟମୀତ ଭାବେ ସ୍ୱେଚ୍ଚାକୃତ ରକ୍ତଦାନ କରୁଥିବା ଦାତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସେହିପରି ସ୍ୱେଚ୍ଛାକୃତ ରକ୍ତଦାନ ଆୟୋଜକ ସଂଗଠନ ଭାବେ , ବିଜେଡିର ଜୀବନବିନ୍ଦୁ, ଦେବଗଡ଼ ଜିଲ୍ଲା ମାରବାଡି ଯୁବାମଞ୍ଚ, ସମ୍ବାଦ ଆମ ଓଡିଶା, ସାମନ୍ତାରାପାଲି ଜ୍ୟୋତି ଯୁଥ କ୍ଲବ, ସୁଗୁଡାର ନେତାଜୀ କ୍ଲବ, କଳର ଆନନ୍ଦ ସେବା ସଦନ, ବାରକୋଟର ଏଲଏଟି ଏବଂସି ରେଙ୍ଗାଲବେଡାର ଜୟବଜରଙ୍ଗବାଲୀ ଯୁବକ ସଂଘକୁ ମାନପତ୍ର ଓ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସୁଶାନ୍ତଙ୍କ ମୃତ୍ୟୁ ପରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି।ମୁମ୍ବାଇ ବାଣ୍ଡ୍ରା ସ୍ଥିତ ତାଙ୍କ ବାସଭବନରେ ସେ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଟୁଇଟ କରି ଲେଖିଛନ୍ତି “ମନୋରଂଜନ ଜଗତର ଜଣେ ଉଜ୍ୱଳ ତାରକା ଖବୁଶୀଘ୍ର ଆମକୁ ଛାଡି ଚାଲିଗଲେ । ଟେଲିଭିଜନ ଓ ଫିଲ୍ମ ଜଗତରେ ସୁଶାନ୍ତ ଜଣେ ବେଶ ସଫଳ ଅଭିନେତା ଥିଲେ । ସୁଶାନ୍ତଙ୍କ ସଫଳତା ବଲିଉଡ ଜଗତରେ ଅନେକଙ୍କୁ ପ୍ରେରଣା ଯୋଗଇବ । ତାଙ୍କ ମୃତ୍ୟୁରେ ଗଭୀର ଭାବେ ଦୁଃଖିତ ଓ ମର୍ମହାତ ବୋଲି ସେ କହିଛନ୍ତି । ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ମୋଦୀ କହିଛନ୍ତି ।
ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ନବୀନ -ପ୍ରଣବ…
ଭୁବନେଶ୍ୱର : ରଜ l ଓଡ଼ିଶାର ଗଣପର୍ବ l ରଜ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ନବୀନ ଓ ପ୍ରଣବ ଶୁଭେଚ୍ଛା ଜଣାଇଛନ୍ତି। ଆନନ୍ଦର ପର୍ବ ରଜକୁ ଘରେ ରହି ପାଳନ କରିବାକୁ ଉଭୟ ନେତା ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି l ପ୍ରକୃତି, ଧରିତ୍ରୀ , ଓ ନାରୀଙ୍କୁ ପୂଜିବାର ବା ସମ୍ମାନ ଜଣାଇବାର ଏହା ହେଉଛି ଆମର ଅନନ୍ୟ ପରମ୍ପରା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l ସେହିପରି ରଜ ତିନି ଦିନକୁ କୋଭିଡ 19 ନିୟମ ମାନି ପାଳନ କରିବାକୁ ରାଜ୍ୟବାସୀଙ୍କୁ ପ୍ରଣବ ଅନୁରୋଧ କରିଛନ୍ତି l ସାମାଜିକ ଦୂରତା ରହି ସମସ୍ତେ ରଜକୁ ଆନନ୍ଦରେ ପାଳନ କରିବାକୁ ବିଭିନ୍ନ ଦଳ ନେତାମାନେ ଅନୁରୋଧ କରିଛନ୍ତି l














