ବିଜେପି ବିଧାୟକ ମଦନ ମୋହନ ଦତ୍ତ ପରଲୋକ..

ବାଲେଶ୍ୱର : ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ହୋଇଛି l 61 ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଛି l ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି l ତାଙ୍କ ମୃତ୍ୟୁରେ ଓଡିଶା ରାଜନୀତି ଓ ବାଲେଶ୍ୱର ଜିଲ୍ଲାର କ୍ଷତି ହୋଇଛି l ପ୍ରଥମ ଥର ବିଧାୟକ ହୋଇଥିଲେ ସେ l

ଆଜି ମହାପ୍ରଭୁଙ୍କ ଖଳିଲାଗି ନୀତି ଅନୁଷ୍ଠିତ ହେବ…

ପୁରୀ: ମହାପ୍ରଭୁ ଏବେ ଅଣସର ଘରେ। ୧୦୮ ଗରା ସୁବାସିତ ଜଳରେ ସ୍ବାନ କରିବା ପରେ ମହାପ୍ରଭୁ ଜ୍ଜ୍ୱରରେ ପୀଡିତ ହୋଇଛନ୍ତି। ସେଥିପାଇଁ ସେବାୟତମାନେ ତାଙ୍କୁ ଗୁପ୍ତ ଭାବରେ ଉପଚାର କରୁଛନ୍ତି। ଏହି ଧାରାରେ ଆଜି ଚତୁର୍ଦ୍ଧାମୂର୍ତିଙ୍କ ଖଳିଲାଗି ନୀତି ଅନୁଷ୍ଠିତ ହେବ। ଆଜି ହେଉଛି ଏକାଦଶୀ ତିଥି । ଏହି ତିଥି ଅନୁଯାୟୀ ଶ୍ରୀମନ୍ଦିର ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ କରାଯିବ। ତା ପରେ ଅନବସର ନୀତି କରାଯିବ । ଏହାସହ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି ନୀତି ହେବାସହ ଭିତର ଭୋଗ ଅନୁଷ୍ଠିତ ହେବ। ଏହାସହ ଶ୍ରୀଜିଉମାନଙ୍କୁ ଶ୍ରୀବୈଦ୍ୟମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଦଶମୂଳ ଔଷଧ ଲାଗି ହେବ ।

ସରିଲା ରଜ : ସହରରେ ବି ପରମ୍ପରାର ଝଲକ…

ଭୁବନେଶ୍ୱର : ଓଡିଶାର ଗଣ ପର୍ବ ରଜ l ତିନିଦିନ ଗାଁ ଠାରୁ ସହରରେ ପାଳନ କରାଯାଇଛି ରଜ । ରଜ ତିନିଦିନ। ପହିଲି ରଜ। ସଂକ୍ରାନ୍ତି। ଆଉ ଶେଷ ରଜ ବା ବସୁମତୀ ସ୍ନାନ ବା ଭୂଇଁ ନଅଁଣ। ଯେଉଁଦିନ ମାଟି ମା’ର ପୂଜା କରାଯାଏ। ଆଜି ସକାଳୁ ସକାଳୁ ମହିଳାମାନେ ଶିଳପୁଆକୁ ପିଡା ଉପରେ ଥୋଇ ହଳଦୀ ପାଣିରେ ଗାଧୋଇ ଦିଅନ୍ତି l ଏହା ପରେ ରଜଶୀଳା ଧରିତ୍ରୀ ମାତାଙ୍କୁ ପୂଜା କରନ୍ତି l କାହିଁ କେଉଁ ପୁରୁଣା କାଳରୁ ପାଳନ କରାଯାଉଥିବା ଏହି ପରମ୍ପରା ଆଜି ବି ଗାଁ ନୁହେଁ, ସହରରେ ଦେଖିବାକୁ ମିଳୁଛି l ରାଜଧାନୀ ଭୁବନେଶ୍ୱରର କଂକ୍ରିଟ ସହରେ ଓଡ଼ିଆ ବୋଉଟି ସକାଳୁ ସକାଳୁ ମା ଧରିତ୍ରୀଙ୍କୁ ଗାଧେଇ ଦିଏ ପବିତ୍ର କରିଛି l

ଧୋକା ଦେଲା ଚୀନ : ୨୦ ଭାରତୀୟ ସୈନିକ ସହିଦ..

ନୂଆଦିଲ୍ଲୀ: ଗତକାଲି ପୂର୍ବ ଲଦ୍ଦାଖର ଗାଲଓ୍ଵାନ ଉପତ୍ୟାକାରେ ମଧ୍ୟ ରାତ୍ରିରେ ଭାରତ ଏବଂ ଚୀନ ସେନା ହାତା ହାତି ହୋଇଥିଲେ ।ଏଥିରେ ଭାରତର ସେନାର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏହାସହ ଚୀନର ୪୩ ଜଣ ସୈନିକଙ୍କର ହୋଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛି। ଏହାସହ ଆହୁରି ଅନେକ ଭାରତୀୟ ସୈନିକ ଆହତ ମଧ୍ୟ ହୋଇଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି।

ବିଜେପିକୁ ପାଠ ପଢିବା ପାଇଁ କହିଲା ବିଜେଡି….

ଭୁବନେଶ୍ୱର : କେନ୍ଦ୍ରର ବିଜେପି ନେତୃତ୍ୱାଧିନ ସରକାର ଓ ଦେଶରେ କୋଭିଡ ମନିଟରିଂ କରୁଥିବା ଜାତୀୟ ସଂସ୍ଥା ଆଇସିଏମ୍‍ଆର କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିମାନଙ୍କର କୋଭିଡ ପରୀକ୍ଷା ପାଇଁ ମାର୍ଗନିର୍ଦ୍ଦେଶିକା ଜାରି କରିଛନ୍ତି । ତେଣୁ ବିଜେପି ନେତାମାନେ ବୟାନବାଜି କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ମାର୍ଗନିର୍ଦ୍ଦେଶିକା ପଢିବା ପାଇଁ କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ବିଜେପି ପ୍ରଶ୍ନର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶା ସରକାର ଆଇସିଏମ୍‍ଆର ମାର୍ଗଦର୍ଶିକା ଆଧାରରେ କରୋନା ପରୀକ୍ଷା କରୁଛନ୍ତି । କାରଣ ଓଡିଶାରେ କରୋନା ଏବେ ନିୟନ୍ତ୍ରଣାଧିନ ରହିଛି । ଆଇସିଏମ୍‍ଆର ମାର୍ଗଦର୍ଶିକା ଅନୁଯାୟୀ ଓଡିଶା ସରକାର ମିଶା ମିଶି (ରାନ୍‍ଡମ) ଭାବେ କରୋନା ପରୀକ୍ଷା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡିଶାରେ କରୋନା ପରୀକ୍ଷା କ୍ଷମତା ଦୈନିକ ୧୫ହଜାରକୁ ବୃଦ୍ଧି ପାଇଛି, କିନ୍ତୁ ଓଡିଶା ସରକାର ଉଭୟ ଆଇସିଏମ୍‍ଆର ଓ କେନ୍ଦ୍ର ସରକାରଙ୍କ ମାର୍ଗନିର୍ଦ୍ଦେଶିକା ଆଧାରରେ ପରୀକ୍ଷା କରୁଛନ୍ତି । ଦେଶର ଅନ୍ୟ ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟମାନେ ମଧ୍ୟ ଅନୁରୂପ ମାର୍ଗଦର୍ଶିକାକୁ ଅନୁସରଣ କରୁଛନ୍ତି । ତେଣୁ ଏଭଳି ଏକ ସ୍ପର୍ଶକାତର ଘଟଣାରେ ରାଜନୀତି କରିବା ପୂର୍ବରୁ ବିଜେପି ନେତାମାନେ ପ୍ରଥମେ କେନ୍ଦ୍ରର ମାର୍ଗଦର୍ଶିକା ପଢନ୍ତୁ ବୋଲି ଡକ୍ଟର ପାତ୍ର କହିଛନ୍ତି ।
କରୋନା ଯୁଦ୍ଧ ମୁକାବିଲାରେ ଆମେ ଏବେ ମଧ୍ୟବର୍ତ୍ତୀ ସ୍ଥିତିରେ ଥିବାରୁ ବିଜେପି ଏଭଳି ହୀନ ରାଜନୀତି କରିବା ଉଚିତ୍‍ ନୁହେଁ । ଓଡିଶାର ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମ୍‍ସି) ରଣନୀତି ଯାହାକି ଦେଶର ଅନ୍ୟ କୌଣସି ରାଜ୍ୟ ଆପେଣେଇ ନାହାନ୍ତି, ସେଥିଯୋଗୁଁ କରୋନା ମୁକାବିଲା କ୍ଷେତ୍ରରେ ଓଡିଶା ବେଶ୍‍ ଭଲ ସ୍ଥିତିରେ ଅଛି । କେଉଁ ବିଜେପି ଶାସିତ ରାଜ୍ୟ ପଞ୍ଚାୟତ ସ୍ତରରେ ଟିଏମ୍‍ସି ଭଳି ବ୍ୟବସ୍ଥା କରିଛନ୍ତି ତାହା ବିଜେପି ମୁଖପାତ୍ର ମାନେ କହିପାରିବେ କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି । ଓଡିଶା ବ୍ୟତିତ ଅନ୍ୟ କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ନଥିବା ସେ କହିଛନ୍ତି ।

ଅନୁଗୁଳରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ @୪୯…

ଅନୁଗୁଳ: ରାଜ୍ୟରେ ଆଜି ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ସେଥିମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ ଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।ଏହି ଆକ୍ରାନ୍ତଙ୍କୁ ମିଶାଇଲେ ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୯ରେ ପହଞ୍ଚିଛି ।ତେବେ ଏହି ୪୯ ଜଣଙ୍କ ମଧ୍ୟରୁ ୩୧ ଜଣ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି। ଏହାସହ ୧୦ ଜଣ ଏବେ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଆଉ ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ୪୧୬୩

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ସର୍ବାଧିକ ୧୦୮ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ରେ ପହଁଚିଛି।
ସେମାନେ ମାଲକାନଗିରି – ୨୧,କେନ୍ଦୁଝର – ୫,ଖୋର୍ଦ୍ଧା – ୭,କେନ୍ଦ୍ରାପଡା – ୯,ଅନୁଗୁଳ – ୧,ବାଲେଶ୍ୱର – ୪,କଟକ – ୧
ଜଗତସିଂହପୁର – ୯,ଗଞ୍ଜାମ – ୮,ପୁରୀ – ୧୫,ଗଜପତି – ୭,ସୁନ୍ଦରଗଡ – ୨,କଳାହାଣ୍ଡି – ୧,ବରଗଡ – ୧,ବଲାଙ୍ଗୀରରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ସମସ୍ତ ୯୫ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୩ ସ୍ଥାନୀୟ ଲୋକ ଅଛନ୍ତି । ଏହାସହ ୧୬ ଅଗ୍ନିଶମ କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଯେଉଁମାନେ କି କୋଲକାତାରେ ଅମ୍ଫାନ ଡ୍ୟୁଟିରେ କାର୍ଯ୍ୟରତ ଥିଲେ । ।ଏହାସହ ୧୨୯୫ ଜଣ ଚିକିତ୍ସିତ ହେଉଥିବା ବେଳେ ୨୮୫୪ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୧ଜଣଙ୍କର ମୃତ୍ୟୁ ହୋଇଛି।

ଦେଶରେ ୨୪ ଘଣ୍ଟାରେ ୧୦ ହଜାର ୬୬୭ ନୂଆ ଆକ୍ରାନ୍ତ : ମୃତ୍ୟୁ ୩୮୦ ଜଣ

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ବିଶ୍ୱ ସ୍ତରରେ ଆକ୍ରାନ୍ତ ସଂଖ୍ୟାରେ ବ୍ରିଟେନକୁ ପଛରେ ପକାଇ ଭାରତ ୪ ନମ୍ବରରେ ପହଂଚିଛି।ଏ ଯାଏ ଭାରତରେ ୩ ଲକ୍ଷ ୪୩ ହଜାର ୦୯୧ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୯ ହଜାର ୯୦୦ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଲକ୍ଷେ ୮୦ ହଜାର ୧୩ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୧ ଲକ୍ଷ ୫୩ ହଜାର ୧୭୮ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୧୦ ହଜାର ୬୬୭ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୮୦ ମୃତ ଜଣ ପ୍ରାଣ ହରାଇଛନ୍ତି।ସେହିପରି ମହାରାଷ୍ଟ୍ରରେ ୧ ଲକ୍ଷ ୧୦ ହଜାର ୭୪୪ ଆକ୍ରାନ୍ତ; ୪୧୨୮ ମୃତ, ଗୁଜରାଟ- ୧୫୦୫, ଦିଲ୍ଲୀ- ୧୪୦୦, ପଶ୍ଚିମବଙ୍ଗ-୪୮୫ ଜଣଙ୍କର ମୃତ୍ୟୁ ହୋଇଛି।

ପୁଣି ପେଟ୍ରୋଲ ଡିଜେଲ ଦର ବୃଦ୍ଧି କଲେ ସରକାର

ଭୁବନେଶ୍ୱର : ବର୍ତ୍ତମାନ ଦେଶରେ କରୋନା କଟକଣା। ସେଥିପାଇଁ ରୋଜଗାର ହରାଇଲେଣି କୋଟି କୋଟି ଲୋକ। ଏହି ସମୟରେ ସରକାର ଖାଉଟିଙ୍କ ଉପରେ ବୋଝ ଲଡିଦେଇଛନ୍ତି। ଆଜି କେନ୍ଦ୍ର ସରକାର ପୁଣି ବଢାଇଲେ ପେଟ୍ରୋଲ, ଡିଜେଲ ଦର । ଏହାସହ ଆଜିକୁ ମିଶାଇ ଲଗାତାର ୧୦ମ ଦିନ ପାଇଁ ତୈଳ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୭ ପଇସା ଓ ୫୭ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି।ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ଗତ ରବିବାର ଦିନ ପ୍ରଥମ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଥିଲା।
୧୦ ଦିନ ଭିତରେ ତୈଳ ଦର ୫ ଟଙ୍କାରୁ ଅଧିକ ବୃଦ୍ଧି ପାଇଲାଣି।ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୬.୭୩ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୭୫.୧୯ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୬.୪୭ ଏବଂ ଡିଜେଲ ୭୨.୫୭ ଟଙ୍କା ହୋଇଯାଇଛି ।

ମୌସୁମୀ ପ୍ରଭାବରେ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା….

ଭୁବନେଶ୍ୱର : ଏବେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ଜାରି ରହିଛି । ରବିବାରଠାରୁ ଆକାଶ ମେଘୁଆ ରହିବା ସଙ୍ଗେ ସଙ୍ଗେ ତୁହାକୁ ତୁହା ବର୍ଷା ହେଉଛି । ଯାହାକି ଆସନ୍ତା ୧୯ ତାରିଖ ଯାଏଁ ଲାଗି ରହିବ।ଆଜି ରାତି ୮ଟା ୪୫ ସୁଦ୍ଧା ୨୦ ଜିଲ୍ଲାକୁ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାସହ ୬ ଜିଲ୍ଲାରେ ପ୍ରବଳ ଓ ୧୪ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ ଗଞ୍ଜାମ, ଗଜପତି, ନୟାଗଡ଼, ଅନୁଗୁଳ, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ରହିଛି।ସେହିପରି କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଜପତି, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ଢେଙ୍କାନାଳ, ନୂଆପଡ଼ା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news