ନୂଆଦିଲ୍ଲୀ: ଏ ବର୍ଷ ହେବ ନାହିଁ ରଥଯାତ୍ରା । ଏନେଇ ଆଜି ଶୁଣାଣି କରିଛନ୍ତି ସୁପ୍ରିମମ୍ରକେର୍ଟ। କୋରୋନା ଆକ୍ରାନ୍ତ ସଂଖ୍ୟା ଦେଶ ତଥା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି।ଏହି ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ।ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ମହାମାରୀ ସମୟରେ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ନାହିଁ। ଜନସ୍ୱାସ୍ଥ୍ୟ ଏବଂ ଦେଶର ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଆଦେଶ ପାସ କରାଯାଇଛି ବୋଲି କୋର୍ଟ କହିଛନ୍ତି।
ଏହାସହ ପ୍ରଧାନ ବିଚାରପତି ସିଜେଆଇ ଏସଏ ବୋବଡେ କହିଛନ୍ତି, ଆମେ ଯାତ୍ରାକୁ ଅନୁମତି ଦେଇ ପାରିବୁ ନାହିଁ। ଯଦି ଏହି ସମୟରେ ଅନୁମତି ଦେବୁ ତାହେଲେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ । ଏହି ରାୟ ଶୁଣିଲା ପରେ ଅନେକ ଜଗନ୍ନାଥ ପ୍ରେମୀଙ୍କ ମନ ଭାଙ୍ଗି ଯାଇଛି। ପ୍ରଭୁଙ୍କୁ ବଡ଼ ଦାଣ୍ଡରେ ଦେଖିବାର ଆଶା ଏବେ ଆଶାରେ ରହିଗଲା।
ଏ ବର୍ଷ ରଥଯାତ୍ରା ବନ୍ଦ : ସୁପ୍ରିମକୋର୍ଟ…
ଦେଶରେ ୧୨ ହଜାର ଡେଇଁଲା କରୋନା ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ବିଶ୍ୱ ସ୍ତରରେ ଆକ୍ରାନ୍ତ ସଂଖ୍ୟାରେ ବ୍ରିଟେନକୁ ପଛରେ ପକାଇ ଭାରତ ୪ ନମ୍ବରରେ ପହଂଚିଛି।ଏ ଯାଏ ଭାରତରେ ୩ ଲକ୍ଷ ୬୬ ହଜାର ୯୪୬ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୧୨ ହଜାର ୨୩୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧ ଲକ୍ଷ ୯୪ ହଜାର ୩୨୫ ଜଣ ଲୋକ ସୁସ୍ଥ ହେଲେଣି।ଏବେ୧ ଲକ୍ଷ ୬୦ହଜାର ୩୮୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୧୨ ହଜାର ୮୮୧ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୩୪ ଜଣ ପ୍ରାଣ ହରାଇଛନ୍ତି।ସେହିପରି ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୭୫୨ରେ ପହଞ୍ଚିଛି ଏହାସହ ମୃତ୍ୟୁ ସଂଖ୍ୟା ୫୬୫୧ ଛୁଇଁଛି।
ସୁସ୍ଥ ହେଲେ ଶ୍ରୀଜୀଉ…
ପୁରୀ : ସୁସ୍ଥ ହେଲେ ମହାପ୍ରଭୁ। ୧୦୮ ଗରା ସୁବାସିତ ଜଳରେ ସ୍ବାନ କରିବା ପରେ ମହାପ୍ରଭୁ ଜ୍ଜ୍ୱରରେ ପୀଡିତ ହୋଇଛନ୍ତି। ସେଥିପାଇଁ ସେବାୟତମାନେ ତାଙ୍କୁ ଗୁପ୍ତ ଭାବରେ ଉପଚାର କରୁଥିଲେ। ଏହାସହ ଗତକାଲି ମହାପ୍ରଭୁ ସୁସ୍ଥ ହେବା ପାଇଁ ଦଶମୂଳ ଔଷଧ ଦିଆଯାଇଥିଲା। ଏହାପରେ ଚତୁର୍ଦ୍ଧାମୁରତି ସୁସ୍ଥ ହେଲେ।ତେବେ ଏନେଇ ଗଜପତି ମହାରାଜଙ୍କୁ ସୂଚନା ଦେବାକୁ ସେବାୟତ ରାଜ ନଅର ଯିବେ। ଏହି ପରମ୍ପରାକୁ ରାଜ ପ୍ରାସାଦ ବିଜେ ବୋଲି କୁହାଯାଏ।ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜଙ୍କୁ ଦଇତାପତିମାନେ ଭେଟିବା ସହ ଶ୍ରୀଜିଉ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଥାନ୍ତି ।
ରଥଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି…
ପୁରୀ: ରଥଯାତ୍ରାକୁ ମାତ୍ର ଆଉ ୫ ଦିନ ବାକି। ହେଲେ ଏଥର ରଥଯାତ୍ରା ହେବ ନା ନାହିଁ? ତାକୁ ନେଇ ସଭିଙ୍କ ମନରେ ଦ୍ବନ୍ଦ। ଏହି ଦ୍ବନ୍ଦରେ ଆଜି ପଡିପାରେ ପୂର୍ଣ୍ଣଛେଦ । କାରଣ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଆଜି ହେବ ଶୁଣାଣି। ରଥଯାତ୍ରା ବିପକ୍ଷ ଓ ସପକ୍ଷରେ ୪ଟି ପିଟିସନର ସୁପ୍ରିମକୋର୍ଟର ଆଜି ଏକକାଳୀନ ଶୁଣାଣି ହେବ।
ରଥଯାତ୍ରା ବନ୍ଦ ପାଇଁ ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ଗତ ୧୧ ତାରିଖରେ ସୁପ୍ରିମକୋର୍ଟର ଆଇନଜୀବୀ ରଞ୍ଜିତା ରୋହତଗୀଙ୍କ ଜରିଆରେ ପିଟିସନ ଦାଖଲ କରିଥିଲେ ।ଏବେ ଦେଶରେ କରୋନା ସ୍ଥିତି ଜଟିଳ। ଦିନକୁ ଦିନକୁ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ନେଇ ରଥଯାତ୍ରା ବନ୍ଦ ପାଇଁ ଆବେଦନ କରିଥିଲା ପରିଷଦ। ଆଜି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡ ପୀଠ ଏହି ମାମଲାର ଶୁଣାଣି କରିବେ। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସଏ ବୋବ୍ଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କ ତିନିଜଣିଆ ଖଣ୍ଡପୀଠ ଭିଡିଓ ଜରିଆରେ ଏହି ଶୁଣାଣି କରିବେ ।
ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି: ମୋଦୀ…
ନୂଆଦିଲ୍ଲୀ : ଭାରତ ସବୁବେଳେ ଶାନ୍ତି ଚାହେଁ । କିନ୍ତୁ ଯେତେବେଳେ ପରିସ୍ଥିତି ବିଗିଡି ଯାଏ ସେତେବେଳେ ଭାରତ ଏହାର ଉପଯୁକ୍ତ ଉତ୍ତର ମଧ୍ୟ ଦିଏ । ସେ କୌଣସି ବି ପ୍ରକାରର ପରିସ୍ଥିତି ହେଉ । ମୁଁ ଦେଶକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆମର ଯବାନଙ୍କ ବଳିଦାନ ବୃଥା ଯିବ ନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଏକତା ଓ ସାର୍ବଭୌମତ୍ୟ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଭାରତ ସବୁବେଳେ ଶାନ୍ତି ଚାହେଁ। ହେଲେ ଯଦି କେହି ଦେଶକୁ ଅଶାନ୍ତ କରିବାକୁ ଚାହିଁବ ତାହାଲେ ଦେଶ ତାର ଉପଯୁକ୍ତ ଜବାବ ଦେବ। ଆଜି ୧୫ ରାଜ୍ୟ ସହ ପ୍ରଧାନମନ୍ତ୍ରୀ କରୋନା ସମ୍ବନ୍ଧୀୟ ଆଲୋଚନା କରିଥିଲେ। ଏହି ଆଲୋଚନାର ଆରମ୍ଭରେ ମୋଦି ସହିଦ ଜବନଙ୍କ ସାମାନାର୍ଥେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏଥିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ।
ହ୍ଯାଣ୍ଡ୍ ସାନିଟାଇଜର୍ ମେସିନ୍ ପ୍ରଦାନ କଲା ରୋଟାରୀ କ୍ଲବ୍ ।
ବ୍ୟାସନଗର : ରୋଟାରୀ କ୍ଲବ ଯାଜପୁର ରୋଡ ପକ୍ଷରୁ ସରକାରୀ ଅଫିସରେ ସାନିଟାଇଜ ମେସିନ ପ୍ରଦାନ କରାଯାଇଛି।
ଆଜି କ୍ଲବର ସଭାପତି ରୋଟାରିଆନ ଅଭୟ ପତିଙ୍କ ସଭାପତିତ୍ୱରେ ଯାଜପୁରରୋଡ୍ ର ଧବଳଗିରି ସ୍ଥିତ କମରସିଆଲ୍ ଟାକ୍ସ୍ , ଜି.ଏସ୍.ଟି ଅଫିସ୍ ଏବଂ ଦଳା ଛକ ସ୍ଥିିତ ଇନକମ୍ ଟ୍ୟାକ୍ସ୍ ଅଫିସ୍ ରେ ଗୋଡ ଦ୍ବାରା ପରିଚାଳିତ ସାନିଟାଇଜ ମେସିନ ପ୍ରଦାନ କରାଯାଇଛି ।ଏଥିରେ CT & GST ଅତିରିକ୍ତ କମିଶନର ଶ୍ରୀଯୁକ୍ତ ସୌର ମିଶ୍ର ଏବଂ ଆଇଟିଓ ଯାଜପୁର ରୋଡ ଶ୍ରୀଯୁକ୍ତ ସୁଶାନ୍ତ ସାମଲ ଯୋଗଦେଇ ମେସିନ ଗୁଡିକୁ ଲୋକାର୍ପଣ କରିଥିଲେ।ଗୋଡଦ୍ୱାରା ପରିଚାଳିତ ଏହି ମେସିନ ଦ୍ୱାରା ହାତକୁ ସାନିଟାଇଜ କରିବା ଦ୍ୱାରା କୋବିଡ଼ ସଂକ୍ରମଣ ଅନେକାଂଶରେ କମିଯାଇପାରିବ ବୋଲି ସେମାନେ କହିଥିଲେ।
ଏହି ଅବସରରେ ରୋଟାରିଆନ ଅସ୍ମିତା ପତି, ଅଜୟ କୁମାର ସାହୁ, କଳ୍ପତରୁ ସାହୁ, ଆଶୁତୋଷ ମିଶ୍ର, ସରୋଜ ସାହୁ, ଅଶୋକ ପତି, ଜ୍ଞାନରଞ୍ଜନ ଓଝା, ରବୀନ୍ଦ୍ର ଦାଶ, ଦୀପକ ଦାଶ, ବିରେଶ୍ୱର ପତି ପ୍ରମୁଖ ଉପସ୍ଥିତ ରହି ଏହାକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏହି ଅବସରରେ କ୍ଲବ ପକ୍ଷରୁ ରୋଟାରୀ କ୍ଲବ ବ୍ରହ୍ମପୁର, ଡିଜିଇ ସୌମ୍ୟ ମିଶ୍ର, ଡିଜି ଦେବାଶିଷ ମିଶ୍ରଙ୍କୁ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ଆଗାମୀ ଦିନରେ ଆହୁରି ଅନେକ ସ୍ଥାନରେ ଏହିପରି ସାନିଟାଇଜ ମେସିନ ପ୍ରଦାନ କରାଯିବ ବୋଲି ରୋଟାରୀ କ୍ଲବ ଯାଜପୁର ରୋଡ ପକ୍ଷରୁ ସୂଚନା ଦିଆଯାଇଛି।
ଅଜୟ କୁମାର ସାହୁ ବିଗ୍ ନିଉଜ୍ ଓଡିଶା
ଗଲୱାନ ଘାଟିରେ ୨ ଓଡ଼ିଆ ପୁଅ ସହିଦ….
ନୂଆଦିଲ୍ଲୀ: ଭାରତ ଚୀନ ସୀମାରେ ଘାତକ ହେଉଛି ସ୍ଥିତି । ଚୀନ୍ ପୁଣି ତାର ଦାଦାଗିରି ଆରମ୍ଭ କରି ଦେଇଛି। ଗଲୱାନ ଘାଟିରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ତେବେ ଏହି ୨୦ ଭାରତୀୟ ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଥିବା ଜଣା ପଡିଛି।ସେମାନେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ । ଅନ୍ୟ ଜଣେ ଯବାନ ନନ୍ଦୁରାମ ସୋରେନ୍ ।ତାଙ୍କ ଘର ରାଇରଙ୍ଗପୁର। ତାଙ୍କ ସହିଦ ହେବା ଖବର ମିଳିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।
ବୋଝ ଉପରେ ଲଳିତା ବିଡ଼ା :ପୁଣି ପେଟ୍ରୋଲ ଡିଜେଲ ଦର ବୃଦ୍ଧି କଲେ ସରକାର
ଭୁବନେଶ୍ୱର : ବର୍ତ୍ତମାନ ଦେଶରେ କରୋନା କଟକଣା। ସେଥିପାଇଁ ରୋଜଗାର ହରାଇଲେଣି କୋଟି କୋଟି ଲୋକ। ଏହି ସମୟରେ ସରକାର ଖାଉଟିଙ୍କ ଉପରେ ବୋଝ ଲଡିଦେଇଛନ୍ତି। ଆଜି କେନ୍ଦ୍ର ସରକାର ପୁଣି ବଢାଇଲେ ପେଟ୍ରୋଲ, ଡିଜେଲ ଦର । ଏହାସହ ଆଜିକୁ ମିଶାଇ ଲଗାତାର ୧୧ମ ଦିନ ପାଇଁ ତୈଳ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୫ ପଇସା ଓ ୬୯ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି।ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ଗତ ରବିବାର ଦିନ ପ୍ରଥମ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଥିଲା।
୧୦ ଦିନ ଭିତରେ ତୈଳ ଦର ୫ ଟଙ୍କାରୁ ଅଧିକ ବୃଦ୍ଧି ପାଇଲାଣି।ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୭.୨୮ଟଙ୍କା ଟଙ୍କା ଓ ଡିଜେଲ ଦର ଲିଟର ପିଛା ୭୫.୭୯ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୭.୪୦ ଏବଂ ଡିଜେଲ ୭୩.୨୬ ଟଙ୍କା ହୋଇଯାଇଛି ।
ରାଜ୍ୟରେ ଆଉ ୧୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ୪୩୩୮
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୧୭୫ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଁଚିଛି।
ସେମାନେ ଗଜପତିରୁ ସର୍ବାଧିକ ୫୭, ମୟୂରଭଞ୍ଜ-୫, ଖୋର୍ଦ୍ଧା-୨୫, ସୁନ୍ଦରଗଡ-୫, କଟକ-୩, ଜଗତସିଂହପୁର-୭, ଝାରସୁଗୁଡା-୧, ବାଲେଶ୍ୱର-୬,କେନ୍ଦ୍ରାପଡା-୧, ନୂଆପଡା-୪, କନ୍ଧମାଳ-୭, ବରଗଡ-୧୧, ପୁରୀ-୧୮, ବଲାଙ୍ଗୀର-୩, ଗଞ୍ଜାମରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ସମସ୍ତ ୧୪୫ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୩୦ ସ୍ଥାନୀୟ ଲୋକ ଅଛନ୍ତି । ଏହାସହ ୨୧ ଅଗ୍ନିଶମ କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଯେଉଁମାନେ କି କୋଲକାତାରେ ଅମ୍ଫାନ ଡ୍ୟୁଟିରେ କାର୍ଯ୍ୟରତ ଥିଲେ । ।ଏହାସହ ୧୩୫୦ଟି ଜଣ ଚିକିତ୍ସିତ ହେଉଥିବା ବେଳେ ୨୯୭୪ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୧ଜଣଙ୍କର ମୃତ୍ୟୁ ହୋଇଛି।
ଦେଶରେ କାଳ ହେଉଛି କରୋନା: ୨୪ ଘଣ୍ଟାରେ ସର୍ବାଧିକ ୨୦୦୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ ।
ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗତ ୨୪ ଘଣ୍ଟାରେ ୨୦୦୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୧୦ ହଜାର ୯୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ବିଶ୍ୱ ସ୍ତରରେ ଆକ୍ରାନ୍ତ ସଂଖ୍ୟାରେ ବ୍ରିଟେନକୁ ପଛରେ ପକାଇ ଭାରତ ୪ ନମ୍ବରରେ ପହଂଚିଛି।ଏ ଯାଏ ଭାରତରେ ୩ ଲକ୍ଷ ୫୪ ହଜାର ୬୫ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୧୧ ହଜାର ୯୦୩ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଲକ୍ଷେ ୮୬ ହାଜର ୯୩୪ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୧ ଲକ୍ଷ ୫୫ ହାଜର ୨୨୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ସେହିପରି ମହାରାଷ୍ଟ୍ରରେ ଦିନକରେ ପ୍ରାଣ ହରାଇଛନ୍ତି ୧୪୦୯ ରୋଗୀ।ସେହିପରି ରାଜ୍ୟରେ ମୋଟ ୫୫୩୭ଜଣଙ୍କର ମୃତ୍ୟୁ ହେଲାଣି।ଏହାସହ ଦିଲ୍ଲୀରେ ୧୮୩୭, ଗୁଜୁରାଟରେ ୧୫୩୩, ତାମିଲନାଡୁରେ ୫୨୮, ପଶ୍ଚିମବଙ୍ଗରେ ୪୯୫, ମଧ୍ୟପ୍ରଦେଶରେ ୪୭୬, ଉତ୍ତରପ୍ରଦେଶରେ ୪୧୭ ଜଣଙ୍କର ମୃତ୍ୟୁ ହୋଇଛି ।














