ସୁପ୍ରିମକୋର୍ଟଙ୍କ ନିୟମକୁ ସମସ୍ତେ ମାନିବା ଉଚିତ: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ୱର : ଏଥର ବଡ଼ ଦାଣ୍ଡରେ ଗଡିବନି ମହାପ୍ରଭୁଙ୍କ ରଥ। ଦେଶ ତଥା ରାଜ୍ୟରେ ଏବେ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଲୋକଙ୍କ ସ୍ୱାସ୍ଥ୍ୟଗତ ହିତକୁ ଦେଖି ରଥଯାତ୍ରାକୁ ବନ୍ଦ କରାଯାଇଛି। ଏ ନେଇ ଗତକାଲି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ହେଲେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ରାଜ୍ୟରେ ରାଜନୀତି ଜୋର ଧରିଛି। କିଛି ଲୋକ ଏହା ଠିକ୍ ବୋଲି କହୁଥିବା ବେଳେ ଆଉ କିଛି ଲୋକ ଏହି ନିଷ୍ପତିକୁ ବିରୋଧ କରୁଛନ୍ତି।ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ ଉର୍ଦ୍ଧ୍ବରେ କେହି ନାହିଁ। ତେଣୁ ସମସ୍ତେ ଏହି ନିଷ୍ପତିକୁ ଗ୍ରହଣ କରିବା ଉଚିତ।
ସେ କହିଛନ୍ତି ରଥଯାତ୍ରା ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ କୌଣସି ଲୋକ ଏହା ଉର୍ଦ୍ଧରେ କିଛି କହିବା କଥା ନୁହେଁ l ଏହି ରାୟକୁ ସମସ୍ତେ ଗ୍ରହଣ କରିବା l ସାମ୍ପ୍ରତିକ ପରିସ୍ଥିତି ନେଇ କୋର୍ଟ ଏହି ରାୟ ଦେଇଛନ୍ତି l ବୋଧେ ଜଗନ୍ନାଥ ମହାପ୍ରଭୁ ଏଥର ବାହାରକୁ ଆସିବାକୁ ଚାହୁଁନାହାନ୍ତି l ତେଣୁ ଏପରି ରାୟ କୋର୍ଟ ଦେଇଛନ୍ତି l ଏହାକୁ ସମସ୍ତେ ସମ୍ମାନ ସହ ଗ୍ରହଣ କରିବା ଉଚିତ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି।

ରଥଯାତ୍ରା ବନ୍ଦ ହେବା ପ୍ରସଙ୍ଗ : ବିଜୟ କଲେ ସମାଲୋଚନା…

ଭୁବନେଶ୍ୱର : ରଥଯାତ୍ରା ବନ୍ଦ ହେବା ପରେ ଏହି ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି l ବିଜେପି ନେତା ବିଜୟ ମହାପାତ୍ର ଏପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ କଂଗ୍ରେସ ଉଭୟ ରାଜ୍ୟ ଓ କଣ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି l ଗତକାଲି ଦିନ ଓଡ଼ିଶା ଇତିହାସ ରେ ସ୍ମରଣୀୟ ହୋଇ ରହିବ। ଯାହା ଆଶଙ୍କା ହେଉଥିଲା ଚକ୍ରାନ୍ତ ଓ ଷଡଯନ୍ତ୍ର ଚାଲିଛି। ଶେଷରେ ସେମାନେ ସଫଳ ହେଲେ।
ସ୍ନାନଯାତ୍ରା ଠାରୁ ଆଜି ଯାଏ ସବୁ କଟକଣା ଭିତରେ ନୀତିକାନ୍ତି ହୋଇଛି। ଏବେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତେ ମାନିବେ। କିନ୍ତୁ ରାଜ୍ୟ ସରକାର ସନ୍ଦେହର ଘେରରେ ରହିଲେ। ସରକାର ଙ୍କ ଆନ୍ତରିକତା ନ ଥିଲା ରଥଯାତ୍ରା କରିବା।ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ କରାଯାଇ ପାରିଥାନ୍ତା , ଯେ ଆମେ କଟକଣା ଭିତରେ ରଥଯାତ୍ରା କରିବୁ।10 ଲକ୍ଷ ଲୋକଙ୍କ ସମାଗମ ହେବନି। ସେଭଳି ଯୁକ୍ତି ରାଜ୍ୟ ସରକାର ଙ୍କ ପକ୍ଷରୁ ହେଲାନି। ନିଜର ଯୁକ୍ତି ସର୍ବୋଚ୍ଚ ନ୍ୟାୟାଳୟ ପାଖରେ କାହିଁକି ରଖିଲ ନାହିଁ? ଏ କଥା ଆଜିନୁହେଁ ସବୁ ଦିନ ପାଇଁ ଉଠିବ। ପଦେ କଥା ବି କହିଲେନି। ଦାମୀ ଓକିଲଙ୍କୁ ରଖି ରଥଯାତ୍ରାକୁ ଏମିତି ସ୍ମରଣୀୟ କରି ରଖିବା ଠିକ ହେଲାନି। ବହୁ ଦାମୀ ଓକିଲ ଥିଲେ। ସରକାର ଙ୍କ ଜ୍ଞାତ ସାରରେ ସମସ୍ତେ ଥିଲେ। ରାଜ୍ୟ ସରକାର ସିଧା ସଳଖ ଓ ପରୋକ୍ଷ ରେ ଉଭୟ ବାଟରେ ପଇସା ଖର୍ଚ୍ଚ କରିଛନ୍ତି। ନିଜ ପ୍ରଶ୍ନକୁ କାହିଁକି ରଖିଲେ ନାହିଁ ତାହା ସବୁଦିନ ଏକ କଳଙ୍କିତ ଘଟଣା ହୋଇ ରହିବ।
.ଏବେ ଅନ୍ୟ ନୀତିକାନ୍ତି କେମିତି ହେବ ସେ ନେଇ ସରକାର ଆନ୍ତରିକତା ଓ ନିଷ୍ଠା ର ସହ କରନ୍ତୁ। ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ହେଉ। ଛତିଶା ନିଯୋଗ ଓ ଅନ୍ୟ ମାନଙ୍କ ସହ ସମସ୍ତ ଙ୍କ ସହ କଥା ହୋଇ କରନ୍ତୁ। ନୀତି ନିର୍ଘଣ୍ଟ ଆସନ୍ତା କାଲି ସୁଦ୍ଧା ହେବା କଥା। ହେଲେ ବଡ଼ ବିଭ୍ରାଟ ହେବ ବୋଲି  ବିଜୟ ମହାପାତ୍ର କହିଛନ୍ତି l

କାଳିଆ ପାଇଁ ବିଧାୟକ ସୁରଙ୍କ ଆଖିରେ ଲୁହ……

ଭୁବନେଶ୍ୱର : କଂଗ୍ରେସ ଭବନରେ କାନ୍ଦିଲେ ବିଧାୟକ ସୁର ରାଉତରାୟ l ବିଧାୟକ ସୁର ରାଉତରାୟଙ୍କ ଆଖିରେ ଲୁହ। ରଥଯାତ୍ରା ବନ୍ଦ ନେଇ ପ୍ରତିକ୍ରିୟା ବେଳେ ଭୋ ଭୋ ହୋଇ କାନ୍ଦିଲେ ବିଧାୟକ ସୁର ରାଉତରାୟ । ରଥ ବନ୍ଦ କଥା ଶୁଣି ରାତିରେ ସୁର ଶୋଇ ପାରିନଥିବା କହିଲେ। ଦୀର୍ଘ 65 ବର୍ଷ ଧରି ରଥ ଟାଣୁଥିଲେ ହେଲେ ଚଳିତ ବର୍ଷ ରଥ ଟାଣିପାରିବେ ନାହିଁ କି ରଥ ଯାତ୍ରା ଦେଖିପାରିବେ ନାହିଁ ବୋଲି ମନ ଦୁଃଖ କଲେ ବିଧାୟକ ସୁର। ରଥ ଯାତ୍ରା ଯଦି ବନ୍ଦ କରିବାର ଥିଲା ତେବେ ରଥ ନିର୍ମାଣ କାହିଁକି କରୁଥିଲେ। କାହିଁକି କହୁଥିଲେ ପୋଲିସ ଓ ସେବାୟତଙ୍କ ଗହଣରେ ରଥ ଯାତ୍ରା ହେବ ବୋଲି ।

ରାଜ୍ୟ ପାଇଁ କରୋନା ହେଉଛି କାଳ: ନୂଆ ୧୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୧୬୫ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଁଚିଛି।
ସେମାନେ ଖୋର୍ଦ୍ଧା ଜିଲ୍ଲାରୁ ୮ଜଣ, ଜୟପୁରରୁ ୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୩ଜଣ, ନୟାଗଡ ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୭ଜଣ, କଟକ ଜିଲ୍ଲାରୁ ୨୦ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଝାରସୁଗୁଡା ଜିଲ୍ଲାରୁ ୨ଜଣ, ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୨୧ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୪୧ଜଣ, ଗଜପତି ଜିଲ୍ଲାରୁ ୨୮ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ, କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ସମସ୍ତ ୧୪୦ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୨୫ ସ୍ଥାନୀୟ ଲୋକ ଅଛନ୍ତି । ଏହାସହ ୧୧ ଅଗ୍ନିଶମ କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଯେଉଁମାନେ କି କୋଲକାତାରେ ଅମ୍ଫାନ ଡ୍ୟୁଟିରେ କାର୍ଯ୍ୟରତ ଥିଲେ । ।ଏହାସହ ୧୫୧୯ ଜଣ ଚିକିତ୍ସିତ ହେଉଥିବା ବେଳେ ୩୧୪୪ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୧ଜଣଙ୍କର ମୃତ୍ୟୁ ହୋଇଛି।

୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୩ ହଜାର ୫୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ବିଶ୍ୱ ସ୍ତରରେ ଆକ୍ରାନ୍ତ ସଂଖ୍ୟାରେ ବ୍ରିଟେନକୁ ପଛରେ ପକାଇ ଭାରତ ୪ ନମ୍ବରରେ ପହଂଚିଛି।ଏ ଯାଏ ଭାରତରେ ୩ ଲକ୍ଷ ୮୦ ହଜାର ୫୩୨କୁ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୧୨ ହଜାର ୫୭୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨ ଲକ୍ଷ ୪ ହଜାର ୭୧୧ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୧ ଲକ୍ଷ ୬୩ ହଜାର ୨୪୮ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୧୩ ହଜାର ୫୮୬ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୩୬ ଜଣ ପ୍ରାଣ ହରାଇଛନ୍ତି।ସେହିପରି ମହରାଷ୍ଟ୍ରରେ ସର୍ବାଧିକ ୫ହଜାର ୭୫୧ମୃତ ହୋଇଛି।ଏହାସହ ଦିଲ୍ଲୀ ୧୯୬୯, ଗୁଜୁରାଟ ୧୫୯୧, ତାମିଲନାଡୁ ୬୨୫, ପଶ୍ଚିମବଙ୍ଗ ୫୧୮, ମଧ୍ୟପ୍ରଦେଶ ୪୮୬, ଉତ୍ତରପ୍ରଦେଶ ୪୬୫ ଜଣ କରୋନା ମହାମାରୀରେ ପ୍ରାଣ ହରାଇଲେଣି।

ଭାରତ – ଚୀନ ବିବାଦକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଆଜି ଅପରାହ୍ନରେ ବସିବ ସର୍ବଦଳୀୟ ବୈଠକ।ଗଲୱାନ ଘାଟିରେ ଭାରତ-ଚୀନ ସେନା ସଂଘର୍ଷ ପ୍ରସଙ୍ଗରେ ଆଜି ବସିବ ଏହି ସର୍ବଦଳୀୟ ବୈଠକ ।
ଯାହାର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୫ଟା ଭିଡିଓ କନ୍ଫରେନ୍ସିଂଗ ଜରିଆରେ ଏହି ବୈଠକ ହେବ। ଦେଶର ସବୁ ରାଜନୈତିକ ଦଳର ସଭାପତିମାନେ ଏହି ବୈଠକରେ ଯୋଗ ଦେବେ ।
ଗତ ୧୬ତାରିଖ ରାତିରେ ପୂର୍ବ ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାରୁ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାସହ ଚୀନ ସେନାର ପ୍ରାୟ ୪୩ ଜଣଙ୍କର ମୃତ୍ୟୁ ହୋଇଥଲା ।

ବିଶ୍ୱରେ ସାଢ଼େ ଚାରି ଲକ୍ଷ ପାର ହେଲା କରୋନା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ :ସାରା ବିଶ୍ବରେ କୋରୋନାରେ ତାର କାୟା ମେଲେଇବାରେ ଲାଗିଛି। ଦିନ ଗଡ଼ିବା ସହ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ।ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୬ ହଜାର ୨୪୫ରେ ପହଂଚିଛି।ସେହିପରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୭୬ ହଜାର ୭୮କୁ ଛୁଇଁଛି।ଏହାସହ ୪୫ ଲକ୍ଷ ୧୩ ହଜାର ୨୧୨ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ବିଶ୍ୱରେ ଆମେରିକାର ସର୍ବାଧିକ ୧ ଲକ୍ଷ ୨୦ ହଜାର ୬୮୮ ଜଣଙ୍କ ମୃତ୍ୟୁ ହୋଇଛି। ଠିକ ସେହିପରି ବ୍ରାଜିଲରେ ୯ ଲକ୍ଷ ୮୩ ହଜାର ୩୫୯ ଆକ୍ରାନ୍ତ, ୪୭,୮୬୯ ମୃତ, ରୁଷିଆରେ ୫ ଲକ୍ଷ ୬୧ ହଜାର ୯୧ ଆକ୍ରାନ୍ତ, ୭ ହଜାର ୬୬୦ ମୃତ, ସ୍ପେନରେ ୨ ଲକ୍ଷ ୯୨ ହଜାର ୩୪୮ ଆକ୍ରାନ୍ତ, ୨୭ ହଜାର ୧୩୬ ମୃତ, ଇଟାଲୀରେ ୨ ଲକ୍ଷ ୩୮ ହଜାର ୧୫୯ ଆକ୍ରାନ୍ତ, ୩୪ ହଜାର ୫୧୪ ମୃତ ହୋଇଛନ୍ତି।

ବୋଝ ଉପରେ ଲଳିତା ବିଡ଼ା :ପୁଣି ପେଟ୍ରୋଲ ଡିଜେଲ ଦର ବୃଦ୍ଧି କଲେ ସରକାର

ଭୁବନେଶ୍ୱର : ବର୍ତ୍ତମାନ ଦେଶରେ କରୋନା କଟକଣା। ସେଥିପାଇଁ ରୋଜଗାର ହରାଇଲେଣି କୋଟି କୋଟି ଲୋକ। ଏହି ସମୟରେ ସରକାର ଖାଉଟିଙ୍କ ଉପରେ ବୋଝ ଲଡିଦେଇଛନ୍ତି। ଆଜି କେନ୍ଦ୍ର ସରକାର ପୁଣି ବଢାଇଲେ ପେଟ୍ରୋଲ, ଡିଜେଲ ଦର । ଏହାସହ ଆଜିକୁ ମିଶାଇ ଲଗାତାର ୧୩ ଦିନ ପାଇଁ ତୈଳ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୬ ପଇସା ଓ ୬୩ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି।ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ଗତ ରବିବାର ଦିନ ପ୍ରଥମ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଥି । ୧୩ ଦିନ ଭିତରେ ତୈଳ ଦର ୭ ଟଙ୍କାରୁ ଅଧିକ ବୃଦ୍ଧି ପାଇଲାଣି।

ରଥଯାତ୍ରାରେ ବ୍ରେକ୍ : ଭାବାବେଗ ବନାମ ଜୀବନ…

କରି କରାଉଥାଏ ମୁହିଁ, ମୋ ବିନା ଅନ୍ୟଗତି ନାହିଁ । ବିଶ୍ୱାସ ରହିଛି ବିଶ୍ୱର ଦେବତା ମହାପ୍ରଭୁ ଜଗଗନ୍ନାଥଙ୍କ ବିନା ଇଚ୍ଛାରେ ପତ୍ରଟିଏ ବି ହେଲେ ନାହିଁ । ଜଗତ କିପରି ଚାଲିବ , ତାହାର ଡ଼ୋରୀ ସେ ଖୋଦ ଧରିଥାଏ ଓ ଚଳାଇଥାଏ । ତା ବିନା ନିର୍ଦ୍ଦେଶରେ କିଛି ବି ଘଟେନାହିଁ । କେତେବେଳେ ସେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରଥରେ ଅପେକ୍ଷା କରେ ତ ଅାଉ କେତେବେଳେ ଭକ୍ତ ହାତରୁ ନଡ଼ିଅା ନିଏ । ସେ ଭାବର ଠାକୁର ଓ ଅଭାବର ନାଥ । ତେଣୁ ତାଙ୍କୁ ଉପରେ ମନ୍ତବ୍ୟ ଦେବା ଅବା କିଛି ଲେଖିବା ଅାମ ପରି ମଣିଷମାନଙ୍କ ଦୁଷ୍ଟାମୀ ଛଡ଼ା ଅାଉ କିଛି ନୁହେଁ । କାରଣ ସେ ଶୂନ୍ୟ ଓ ନିରାକାର । ସେ ଦୁଃଖ ଦିଏ ଓ ସୁଖ ବି ଦିଏ । ସେ ସୃଷ୍ଟି ସେ ପୁଣି ସ୍ରଷ୍ଟା । ବର୍ଷକୁ ଥରେ ଜଗତର ନାଥ ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇଥାଆନ୍ତି । କୋଟିକୋଟି ଅଗଣିତ ଭକ୍ତଙ୍କୁ ଦେଖୀ ସେ ଖୁସି ଓ ଭକ୍ତ ବି । ଯିଏ ଯେମିତି ଚାହେଁ, ମହାପ୍ରଭୁ ତାକୁ ସେମିତି ଦର୍ଶନ ଦିଏ । ଭକ୍ତ ଓ ଭଗବାନଙ୍କ ମିଳନର ସବୁଠାରୁ ବଡ଼ ଦିନ ହେଇଉଛି ଶ୍ରୀଗୁଣ୍ଡୀଚା ଯାତ୍ରା ଓ ବାହୁଡ଼ା ଯାତ୍ରା । ଜାତି,ବର୍ଣ୍ଣ ନିର୍ବିଶେଷରେ ସମେସ୍ତଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ରଥାକୁଢ ହୁଅନ୍ତି । ଭାଇ,ଉଉଣୀଙ୍କୁ ସାଙ୍ଗରେ ଧରି ୯ ଦିନର ଯାତ୍ରାକୁ ବାହାରିଅାସନ୍ତିି । ହେଲେ ଏଥର ସେ ଯାତ୍ରାରେ ଲାଗିଛି ବ୍ରେକ୍। ୪୨୫ ବର୍ଷର ଇତିହାସରେ ଯେପରି ୩୨ ଥର ମହାପ୍ରଭୃଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇପାରିନାହିଁ ବିଭିନ୍ନ କାରଣରୁ ଏଥର ମଧ୍ୟ ସେପରି ଇତିହାସର ପୁନରାବୃତ୍ତି ହେବାକୁ ଯାଇଛି । କରୋନା ମହାମାରୀ ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ ଭାବେ ଛିଡ଼ା ହୋଇଛି । ସଂକ୍ରମଣ ଭୟରେ ଏଥର ରଥଯାତ୍ରାକୁ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅାସିବା ପରେ ଭାବାବେଗ ସହଳ ଯଡ଼ିତ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି । କୋର୍ଟଙ୍କ ରାୟକୁ ଅନେକ ସ୍ୱାଗତ କରିଥିବା ବେଳେ ଅନେକ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଏହି ରାୟ ପଛରେ କେତେକ ଭିନ୍ନଭିନ୍ନ ମତ ଦେଇଛନ୍ତି । ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଯେ ରଥଯାତ୍ରା ହେବ ନାହିଁ ଏକଥା ସ୍ପଷ୍ଟ । ରଥଯାତ୍ରା ବନ୍ଦ ହେବା ପରେ କିଏ କିଏ ଏହାର ପୁନର୍ବିଚାର କରିବାକୁ ମତ ଦେଉଥିବା ବେଳେ କିଏ କିଏ ରାଜ୍ୟ ସରକାର ସୁପ୍ରିମୋକୋର୍ଟରେ ରିଭୁ୍ୟ ପିଟିସନ ଦାୟର କରିବାକୁ ଦାବି କରୁଛନ୍ତି । କୋଟିକୋଟି ଭକ୍ତଙ୍କ ମନ ଭାଙ୍ଗିଛି ସତ , ହେଲେ ଜୀବନ ବଂଚାଇବା ପାଇଁ ଏହା ଯେ ଜଗା ନିର୍ଦ୍ଦେଶ ହୋଇଛି। ତାହା ବି କିଏ କିଏ କହୁଛନ୍ତି । ରଥଯାତ୍ରରେ ୧୦ ରୁ ୨୦ଲକ୍ଷ ଲୋକ ଏକଜୁଟ ହୁଅନ୍ତି । ଭାବର ଠାକୁରଙ୍କୁ ରଥରେ ଦେଖିବା ଓ ରଥଟାଣିବା ପାଇଁ ବ୍ୟାକୁଳ ହୁଅନ୍ତି ଭକ୍ତଗଣ । ବର୍ତ୍ତମାନ କରୋନା ମହାମାରୀ ଯେମିତି ବ୍ୟାପିଛି , ଏହାକୁ ଦୃଷ୍ଟିରେ ରଖି ହୁଏତ ସର୍ବୋଚ୍ଚ ନ୍ୟାୟଳୟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହୋଇଛନ୍ତି । ଯାହା ସୁପ୍ରିମୋ କୋର୍ଟର ମୁଖ୍ୟ ବିଚାରପତି ଅର୍ଡ଼ରରୁ ସ୍ପଷ୍ଟ ଜଣାପଡ଼ୁଛି । ଯେଉଁଠି ପାଇଁ ସୁପ୍ରିମକୋର୍ଟରୁ ମୁଖ୍ୟ ବିଚାରପତି କହିଲେ ପ୍ରଭୃ ଜଗନ୍ନାଥ ଅାମକୁ କ୍ଷମା ଦେବେ ନାହିଁ ଯଦି ଅାମେ ରଥଯାତ୍ରା ପାଇଁ ଅନୁମତି ଦେବୁ । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ରଥ,ପଥ ସବୁ ରେଡ଼ି ତେବେ ରଥଯାତ୍ରାରେ ଅସୁବିଧା କେଉଁଠି ?
ଠିକ । କରୋନା ଏକ ବାହାନା କି ? ରାଜ୍ୟ ସରକାର ଚାହୁନାହାନ୍ତି କି ରଥାଯାତ୍ରା ? ଯଦି ସ୍ନାନଯାତ୍ରା ବିନା ଭକ୍ତରେ ହୋଇପାରିଲା ,ତେବେ ରଥଯାତ୍ରା କାହିକିଁ ହୋଇପାରିବ ନାହିଁ । କାହାକିଁ ପୁରୀକୁ ପୁରା ସିଲ କରି ରଥଯାତ୍ରା କରାଯିବ ନାହିଁ ।ଏସବୁ ପ୍ରଶ୍ନ ସହ ବହୁ ଉତ୍ତର ବି ଅାସୁଛି , ସରକାର କାହିକିଁ ଚାହିବେନି ରଥଯାତ୍ରାକୁ । ଯଦି ଚାହୁନଥିଲେ ତେବେ ଏତେ ତତ୍ପର ହୋଇ ରଥଯାତ୍ରାର ସମସ୍ତ ରୀନିତିନୀତି ଯେମିତି ସଂପନ୍ନ ହେବ ସେ ଅାୟୋଜନ କଣ କରିଥାନ୍ତେ।ମହାପ୍ରଭୁଙ୍କୁ ନେଇ କଣ କିଏ କେବେ ରାଜନୀତି କରିପାରିବେ । ଏପରି ସାହସ କଣ କାହାର ଅଛି ? ଭାବପ୍ରବଣତା ପାଇଁ ଭକ୍ତର ଜୀବନ ଯେମିତି ନଯାଏ ହୁଏତ ତାହାକୁ ଗୁରୁତ୍ୱ ଦିଅାଯାଇଛି । ଶେଷରେ ଏତିକି କୁହାଯାଇପାରେ ଜଗନ୍ନାଥ ହେଉଛନ୍ତି ସର୍ବ ନିୟନ୍ତା , ତାଙ୍କୁ ସବୁ ଜଣା ତେଣୁ ତାଙ୍କ ଯାତ୍ରା ହେବା ଓ ନହେବା ହୁଏତ ତାଙ୍କର ନିଷ୍ପତି ।

ଗଲୱାନ୍ ରେ ସହୀଦ୍ ବୀର ଜୱାନ୍ ଙ୍କୁ ଶ୍ରଦ୍ଧାଞଳି ।

0

ବ୍ୟାସନଗର  :  ଯାଜପୁର ରୋଡ ସ୍ଥିତ ବ୍ୟାସନଗର ପ୍ରେସ ଫୋରମ ପରିସରରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯାଜପୁର ଜିଲ୍ଲା ଏୟାରଫୋର୍ସ ଆସୋସିଏସନ୍ ର ଅନେକ ଭେଟେରାନ ସୈନିକ, ରୋଟାରୀ କ୍ଲବ ଅଫ୍  ଯାଜପୁର ରୋଡର ରୋଟାରିଆନ ସଭ୍ୟ ଏବଂ ବ୍ୟାସନଗର ପ୍ରେସ ଫୋରମର ବହୁ ସଦସ୍ୟଙ୍କୁ ନେଇ ଆୟୋଜିତ ହୋଇଥିଲା ଏକ ଶ୍ରଦ୍ଧାଞ୍ଜଳି ସଭା। ଏଥିରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଚାଇନା ଉତ୍ପାଦିତ ବିଭିନ୍ନ ସାମଗ୍ରୀକୁ  ପୋଡା ଯାଇଥିଲା। ଚୀନ ର ଦୋମୁହାଁ ନୀତିକୁ ସମାଲୋଚନା କରାଯିବା ସହ ଆଗାମୀ ଦିନରେ ଚୀନ ରୁ ଆମଦାନୀ ହେଉଥିବା  ସମସ୍ତ ଜିନିଷକୁ ବର୍ଜ୍ଜନ କରିବା ନିମନ୍ତେ ସମସ୍ତେ ଶପଥ ଗ୍ରହଣ କରିଥିଲେ। ବ୍ୟାସନଗର ପ୍ରେସ୍ ଫୋରମ୍ ତଥା ରୋଟାରୀ  କ୍ଲବ୍ ଅଫ୍ ଯାଜପୁର ରୋଡ ର ସଭାପତି ଅଭୟ ପତି ଙ୍କ ଆବାହନରେ ଶ୍ରଦ୍ଧାଞ୍ଜଳି ସଭା ଆରମ୍ଭରେ ଜାତୀୟ ସଙ୍ଗୀତ ଗାନ ସହ ବୀର ଜୱାନ୍ ଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏୟାର ଭେଟେରାନ ଅଶୋକ ପତି, ବିକ୍ରମଦିତ୍ୟ ପଢ଼ିଆରୀ, ପ୍ରେସ ଫୋରମର ସମ୍ପାଦକ ଉଦୟନାଥ ଖଣ୍ଡାଇ, ଆଶୁତୋଷ ମିଶ୍ର, ଜ୍ଞାନରଞ୍ଜନ ଓଝା, ପ୍ରକାଶ ରାଉତ, ଦୀପକ ଦାଶ,ସଞ୍ଜୟ ସରକାର,ମାନସ ଆଇଚ, ରୋଟାରିଆନ ଅଜୟ ସାହୁ, ଚିତ୍ତରଞ୍ଜନ ବୋଇତାଇ,ବିରେଶ୍ୱର ପତି, ଅଭିଳାଷ ବୋଇତାଇ ପ୍ରମୁଖ ଯୋଗ ଦେଇଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news