ରଥଯାତ୍ରା ନେଇ ରାଜ୍ୟ ସରକାର ରଖିଲେ ମତ : ଏଵେ କୋର୍ଟ ରାୟକୁ ଅପେକ୍ଷା…..

ଭୁବନେଶ୍ୱର : ରଥଯାତ୍ରା ନେଇ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି l କୋଭିଡ୍ ଆଇନ ପାଳନ ସହ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠି ଉପରେ ସଠିକ୍ ପଦକ୍ଷେପ ନିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଆଇନ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି l ବିଭାଗ ସ୍ପଷ୍ଟ କରିଛି ଯେ ଆଇନ ଅନୁସାରେ ରଥଯାତ୍ରା ନେଇ ପଦକ୍ଷେପ ନିଆଯିବ l ଆଜି ସୁପ୍ରିମକୋର୍ଟରେ ଦିନ ୧୧ଟା ବେଳେ ରଥଯାତ୍ରା ହେବ କି ନାହିଁ ଶୁଣାଣି ହେବ l ଏନେଇ ଅନେକ ପିଟିସନ ଦାୟର କରିଛନ୍ତି l

ପିଟିସନରେ କୁହାଯାଇଛି ଯେ କେବଳ ପୁରୀରେ କୋଭିଡ୍ ନିୟମ ପାଳନ ସହ ତିନି ରଥକୁ କେବଳ ସେବାୟତ ଏବଂ ପୁଲିସମାନଙ୍କ ଦ୍ୱାରା ଟଣାଯିବ l ଏହା ଉପରେ ଆଜି କୋର୍ଟ ତାଙ୍କର ରାୟ ଦେବେ l ପୂର୍ବରୁ କୋର୍ଟ ଉଭୟ ପକ୍ଷଙ୍କ ଆବେଦନ ଶୁଣାଣି କରି ପୁରୀରେ ରଥଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ l ଏହି ରାୟର ପୂର୍ଣ୍ଣବିଚାର କରିବା ପାଇଁ ଅନେକ ରିଭ୍ୟୁ ପିଟିସନ କୋର୍ଟରେ ଦାୟର କରିଛନ୍ତି l ଯାହାର ଶୁଣାଣି ଆଜି କୋର୍ଟ କରିବେ l ସେପଟେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଭାପତି ତଥା ଗଜପତି ମହାରାଜାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇ ପୁରୀରେ ବିନା ଭକ୍ତରେ ରଥଯାତ୍ରା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିବାରୁ ରାଜ୍ୟ ସରକାର ଆଇନ ଅନୁଯାୟୀ ସଠିକ୍ ପଦକ୍ଷେପ ନେବେ ବୋଲି ଆଇନ ବିଭାଗ କହିଛି । ରଥଯାତ୍ରା ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟ୍ୟ ସରକାର ଉପରେ ଚାପ ପକାଇଛନ୍ତି l ରାଜ୍ୟ ସରକାର ଏନେଇ ମାପିଚୁପି ବାୟାନ ଦେଉଥିଲେ ମଧ୍ୟ ରଥ କାମ କେଉଁଠି ବନ୍ଦ କରିନାହିଁ ଶ୍ରୀମନ୍ଦିର ପ୍ରଶାସନ l ଏହାରି ମଧ୍ୟରେ ରଥରେ କପଡା ଲାଗିସାରିଛି l ଯାତ୍ରା ପାଇଁ ରଥ ପ୍ରସ୍ତୁତି ଜୋରଦାର ହୋଇଛି l
ରଥଖଳାକୁ ରବିବାର ରାତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର, ଡିଆଇଜି ଆଶିଷ ସିଂ, ପୁରୀ ଜିଲ୍ଲାପାଳ ଏବଂ ଏସପି ବୁଲି ତଦାରଖ କରିଛନ୍ତି । ଏଵେ ସମସ୍ତେଙ୍କ ଅପେକ୍ଷା ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତି ଉପରେ l ରଥ, ପଥ, ଭକ୍ତ ସବୁ ପ୍ରସ୍ତୁତି ଥିବା ବେଳେ ମହାପ୍ରଭୁଙ୍କ ଇଛା କଣ ତାହା ଆଜି ରାୟ ଆସିଲା ପରେ ସ୍ପଷ୍ଟ ହେବ l ଏଥର ରଥଯାତ୍ରା ହେବ ନା କିଛି ନୂଆ ଇତିହାସ ସୃଷ୍ଟି ହେବ l

ସରକାର ନିରବ, ଚାଲିଛି ରଥକାମ, : ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

ଭୁବନେଶ୍ୱର : ରଥଯାତ୍ରା ଯେତିକି ପାଖେଇ ଆସୁଛି ଯାତ୍ରାକୁ ନେଇ ସେତିକି ଦ୍ୱନ୍ଦ ବଢ଼ିବାରେ ଲାଗିଛି। କାରଣ ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ପାଇଁ ଶୁଣାଣି କରିଥିଲେ। ଏହି ରାୟ ଆସିବା ପରେ ଏହାର ପୁନଃ ଶୁଣାଣି ପାଇଁ ଅନେକ ରିଭ୍ୟୁ ପିଟିସନ ଦାଖଲ ହେଲାଣି।
ହେଲେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ମଧ୍ୟ ରଥ କାମ ବନ୍ଦ ହୋଇନି।କାମ ଜୋର ଶୋରରେ ଚାଲିଛିସେଥିପାଇଁ ତ ସମସ୍ତଙ୍କ ମନରେ ରଥଯାତ୍ରାକୁ ନେଇ ଆଶା ଜୀବିତ ଆଛି। କିନ୍ତୁ ଏହି ସମୟରେ ସରକାର ଏକ ପ୍ରକାର ମୌନ ବ୍ରତ ଧାରଣ କରିଛନ୍ତି। ରଥଯାତ୍ରା ସପକ୍ଷ କିମ୍ବା ବିପକ୍ଷରେ ପଦୁଟିଏ ବି କିଛି କହୁନାହାନ୍ତି। ଦଳୀୟ ନେତାଙ୍କୁ ମଧ୍ୟ କିଛି ନ କହିବାକୁ ହାଇ କମାଣ୍ଡ କହିଛନ୍ତି। ତେଣୁ ସରକାର କିମ୍ବା ବିଜେଡି ଦଳ ତରଫରୁ ରଥଯାତ୍ରାକୁ ନେଇ ସମସ୍ତେ ଚୁପ।ହେଲେ ଏବେ ଏହାକୁ ନେଇ ରାଜନୈତିକ ସ୍ଥରରେ ମଧ୍ୟ ପ୍ରବଳ ହଟଚମଟ ଦେଖିବାକୁ ମିଳିଲାଣି। କାରଣ ଏବେ ବିଜେପି ରଥଯାତ୍ରା କରିବାକୁ ଆଗଭର ହୋଇଛି। ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଆଜି ଏକ ପିଟିସନ ପୁଣି ଦାଖଲ କରିଛନ୍ତି। ଏପଟେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ବିନା ଭକ୍ତରେ ରଥଯାତ୍ରା କରିବାକୁ ଚିଠି ଦେଇଛନ୍ତି।ତେବେ ଜଗନ୍ନାଥ ମହାପ୍ରଭୁ ଏଥର ବାହାରକୁ ଆସିବେ କି ନାହିଁ ସେ ବିଚାର ତାଙ୍କର l କାରଣ ସେ ଜଗତର ନିୟନ୍ତା ତାଙ୍କ ବିନା ନିର୍ଦେଶରେ କିଛି ହେବନି l

ରାଜ୍ୟରେ ୨ ମୃତ୍ୟୁ, ସହ ୫୦୦୦ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି ।ସେଥିମଧ୍ୟରୁ ଜଣେ ବରଗଡ଼ ଜିଲ୍ଲାର ୭୬ ବର୍ଷୀupdate ୟ ବୃଦ୍ଧ । ଆଉ ଅନ୍ୟଜଣେ ଗଞ୍ଜାମ ଜିଲ୍ଲାର ଜଣେ ୪୯ ବର୍ଷୀୟ ବ୍ୟକ୍ତି।ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୪ ରେ ପହଞ୍ଚିଲା ।ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୩୦୪ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ରେ ପହଁଚିଛି।
ସେମାନେ ଜଗତସିଂହପୁରରୁ ୨୯, ଝାରସୁଗୁଡ଼ାରୁ ୨୫, ଯାଜପୁରରୁ ୨୧, ବାଲେଶ୍ବରରୁ ୧୭, ବରଗଡ଼ରୁ ୧୪, କଟକରୁ ୧୩, କନ୍ଧମାଳରୁ ୧୨, ଭଦ୍ରକରୁ ୧୧, ମୟୂରଭଞ୍ଜରୁ ୬, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୫ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ, ସୁବର୍ଣ୍ଣପୁରରୁ ୪, ନୟାଗଡ଼ ଓ ପୁରୀରୁ ୩ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ସମସ୍ତ ୨୭୨ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୩୨ ସ୍ଥାନୀୟ ଲୋକ ଅଛନ୍ତି । ଏହାସହ ୪୨ ଜଣ ଅଗ୍ନିଶମ କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଯେଉଁମାନେ କି କୋଲକାତାରେ ଅମ୍ଫାନ ଡ୍ୟୁଟିରେ କାର୍ଯ୍ୟରତ ଥିଲେ । ।ଏହାସହ ୧୬୦୭ ଜଣ ଚିକିତ୍ସିତ ହେଉଥିବା ବେଳେ ୩୫୩୪ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି।

ଏଇଟା ତାହାରି ରାୟ….

ଭୁବନେଶ୍ୱର : ଜଗତ ଯଦି ତାହା ଦ୍ୱାରା ପରିଚାଳିତ । ତାହାର ବିନା ନିର୍ଦ୍ଦେଶରେ ଯଦି ପତ୍ରଟିଏ ବି ହଲେ ନାହିଁ । ତେବେ ରଥଯାତ୍ରା ବନ୍ଦ କରିବାକୁ କିଏ ବା ସାହସ କରିବ ? ରଥଯାତ୍ରା ବନ୍ଦ କରିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନୁହେଁ, ବଂର ଏହା ଜଗାର ରାୟ । ଯାହା ରାୟଦେବା ବେଳେ ବିଚାରପତି ଯେଉଁ କେଇପଦ କହିଛନ୍ତି ,ତାହାକୁ ଚିନ୍ତା କଲେ ହୁଏତ ଏପରି ଭାବନା ମନକୁ ଅାସୁଛି ।
ଏହା ବିଶ୍ୱାସ ନ ହେଲେ ବି ସତ । କାରଣ ରଥ,ପଥ, ଭକ୍ତ ସବୁ ରେଡ଼ି ଥିବା ବେଳେ ଜଗା ରଥଯାତ୍ରା ପାଇଁ ରାଜି ହେଲା ନାହିଁ । କାରଣ ସେ ସଦାସର୍ବଦା ଶ୍ରଦ୍ଧାଳୁଙ୍କ ମଙ୍ଗଳ କରେ । ଯେମିତି ସବୁ ବୈଠକ ଓ ସବୁ ପ୍ରସ୍ତୁତିରେ ତାର ଏଥର ନାଁ । ସେ ରାଗିଛି ନା ଭକ୍ତର ମଙ୍ଗଳ ପାଇଁ ଏସବୁ କରୁଛି ତାହା ଜଗତନିୟନ୍ତାଙ୍କୁ ଜଣା । ବିନା ଭକ୍ତରେ ପ୍ରଥମ ଥର ଲାଗି ମହାପ୍ରଭୁ ସ୍ନାନ ମଣ୍ଡପରେ ବିଜେ କଲେ ।ସ୍ନାନ ମଧ୍ୟ କଲେ । ହେଲେ ବିନା ଭକ୍ତରେ ରଥରେ ବିଜେ କରିବାକୁ କିନ୍ତୁ ରାଜି ନୁହେଁ ଜଗତର ନାଥ ଜଗନ୍ନାଥ। ଯିଏ ଗହଳି ଚଳହି କରି ରଥରେ ବିଜେ କରେ । ସମସ୍ତଙ୍କୁ ଦେଖିଲା ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖ୍ୟ ଯାଏ । ସେ କଣ କେବେ ବିନା ଭକ୍ତରେ ଯିବ ? ଭକ୍ତର ଦେବତା ସିଏ । ଅନେକ ନଜିର ଅଛି ଯେ ଭକ୍ତ ବଡ଼ଦାଣ୍ଡକୁ ଅାସିଲା ପରେ ଯାଇ ନନ୍ଦିଘୋଷ ଗଡ଼େ । ବହୁ ସମୟରେ ନନ୍ଦିଘୋଷ ରଥ ଅଟକିଯାଏ ଭକ୍ତଙ୍କ ପାଇଁ । ଅାଜି ଯେତେବେଳେ କରୋନା ମହାମାରୀ ସମୟରେ ଭକ୍ତ ଘରେ ଅଟକି ରହିଛି ସଂକ୍ରମଣ ଭୟରେ ସେତେବେଳେ ତାର ଭଗବାନ କିପରି ରଥରେ ବି ଯିବେ ଯେ। ଆଉ କାହା ପାଇଁ ବା ଏ ରଥବିଜେ କରିବେ ସେ। ବର୍ଷକୁ ତ ଥରେ ଭକ୍ତକୁ ଦର୍ଶନ ଦେବା ପାଇଁ ମହାବାହୁ ମନ୍ଦିର ଛାଡ଼ି ଛାଡ଼ିଅାସନ୍ତି ବଡ଼ ଦାଣ୍ଡକୁ । ୯ ଦିନର ନିଳାଖେଳା କରି ପୁଣି ଭାଇ ଓ ଉଉଣୀକୁ ସାଙ୍ଗରେ ନେଇ ରତ୍ନବେଦୀକୁ ଫେରିଯାଆନ୍ତି । ହେଲେ ୨୦୨୦ବର୍ଷର ରଥଯାତ୍ରରେ କିନ୍ତୁ ଏଥିରେ ଏଯାଏ ବ୍ରେକ୍ ଲାଗିଛି । ରଥଯାତ୍ରା ହେବା କି ନାହିଁ ତାହାକୁ ନେଇ ଏବେ ବି ଦ୍ୱନ୍ଦ । ସୁପ୍ରିମକୋଟ ନିର୍ଦ୍ଦେଶ ଦେଲେ ଯେ ଏଥର ରଥଯାତ୍ରା ହେବ ନାହିଁ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ଉପରେ ରୋକ ଲଗାଯାଇଛି । କୋର୍ଟ ନିର୍ଦ୍ଦେଶ ଅାସିବା ପରେ ରଥଯାତ୍ରା ନେଇ ବିକଳ୍ପ ପନ୍ଥାକଣ ଅଛି ତାହାକୁ ନେଇ ବିଚାର ବିମର୍ଷ ଚାଲିଛି । ସେବାୟତ , ମନ୍ଦିର ପରିଚାଳନା କମିଟି, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଅାଲୋଚନା ଜାରୀ ରହିଛି । ଏହାରି ଭିତରେ ରଥଯାତ୍ରା ପାଇଁ ରିଭୁ୍ୟ ପିଟିସନ ମଧ୍ୟ ସୁପ୍ରିମକୋର୍ଟରେ ଦାୟର ହୋଇଛି । ଅାଶାସଂଚାର ହୋଇଛି ପୁଣି ରଥଯାତ୍ରାକୁ ନେଇ କୋର୍ଟରୁ କିଛି ନୂଅା ସନ୍ଦେଶ ଅାସିବ ବୋଲି। ରଥଯାତ୍ରା ବନ୍ଦ ନିଷ୍ପତି ଅାସିବା ପରେ ଭକ୍ତଙ୍କ ମନରେ ଦୁଃଖ । କଣ ଜଗା ରଥଯାତ୍ରାକୁ କିଏ ଅଟକାଇ ପାରିବ । ସେ ସାହସ କଣ କାହାର ଅଛି । ଗଜପତି ମହାରାଜ କହିଛନ୍ତି ଯେ ଅାମେ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ପ୍ରସ୍ତାବ ଦେଇଥିଲୁ ,ହେଲେ ଏହାକୁ ସରକାର ବୋଧେ ଠିକ ସେ ବୁଝି ପାରିଲେ ନାହିଁ । ମଙ୍ଗଳବାର ମହାପ୍ରଭୃଙ୍କ ଶ୍ରୀଗୁଣ୍ଡିଜା ଯାତ୍ରା , ସୋମବାର ନବଯୌବନ ଦର୍ଶନ । ଯେହତୁ ଏଥର ୩୦ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି । ତେଣୁ ନବଯୌବନ ଦର୍ଶନ ବି ଭକ୍ତ କରିପାରିବେ ନାହିଁ । କେବଳ ସେବାୟତମାନେ ନବ ଯୌବନ ଦର୍ଶନ କରିବେ । ରଥଯାତ୍ରା ହେବ କି ନାହିଁ ତାହା ମହାପ୍ରଭୃଙ୍କୁ ଜଣା । ହେଲେ ଏଯାଏ ଯାହା ସବୁ ଘଟିଛି ତାହା ଜଗାର ନିର୍ଦ୍ଦେଶରେ ଘଟୁଛି ଏକଥା କେବଳ ଜଣେ ଭକ୍ତ ହିଁ ଅନୁଭବ କରିପାରିବ । ତେଣୁ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ତାହାରୀ ରାୟ ବୋଲି ଭାବିବା ଦରକାର । ହେଲେ ମହାପ୍ରଭୁଙ୍କ ପାଖରେ ଭକ୍ତଙ୍କ ଏମିତି ପ୍ରାର୍ଥନା ହେ ପ୍ରଭୁ ଏତେ କପଟ ଅାଉ କରେନା । ଟିକେ ଦର୍ଶନ ଦେ ପ୍ରଭୁ ।
ସବୁ କ୍ଷମା କର , ଅାମର ଭୂଲ ପାଇଁ ଅାଉ ଅଭିମାନ କରନାହିଁ ମହାବାହୁ।
ଏ ଜଗତକୁ ଉଦ୍ଧାର କର ।
ଜୟ ଜଗନ୍ନାଥ …

ଦିନକରେ ରାଜ୍ୟର ୨୩୭ ଜଣ ହେଲେ କରୋନା ମୁକ୍ତ…

ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୨୩୭ କରୋନା ପଜିଟିଭ ।ସେମାନେ କଟକ-୭୦, ଖୋର୍ଦ୍ଧା-୫୪, ଜଗତସିଂହପୁର-୨୦, କନ୍ଧମାଳ-୧୯, ଗଞ୍ଜାମ-୧୭, ଭଦ୍ରକ-୯, ମୟୂରଭଞ୍ଜ-୯, କେନ୍ଦୁଝର-୮, ଢେଙ୍କାନାଳ-୭, ପୁରୀ-୭, କେନ୍ଦ୍ରାପଡା-୪, ନୟାଗଡ-୪ ସୁସ୍ଥ ଜଣ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।ଏବେ ରାଜ୍ୟରେ ମୋଟ ୩୪୩୫ ଲୋକ ସୁସ୍ଥ ହୋଇସାରିଲେଣି।

କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ବନ୍ଦ କଲେ ରଥଯାତ୍ରା : ଖାରବେଳ ସ୍ବାଇଁ

ଭୁବନେଶ୍ୱର : ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେବେଠାରୁ ଏହାକୁ ନେଇ ରାଜ୍ୟରେ ଅନେକ ତର୍କ ବିତର୍କ ଲାଗିରହିଛି। ହେଲେ ଏହି ସମୟରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଖୋଲିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁମର। ସେ କହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରଥଯାତ୍ରା କରିବାକୁ ଚାହୁଁନାହାନ୍ତି । କାରଣ କରୋନା ମହାମାରୀ ପାଇଁ ଦେଶରେ ସବୁ ଧର୍ମାନୁଷ୍ଠାନଗୁଡିକ ବନ୍ଦ ଅଛି। ଏମିତିକି ଆଇପିଏଲ ମଧ୍ୟ ବନ୍ଦ କରିଦିଆଯାଇଛି।କାଳେ ରଥଯାତ୍ରା ହେଲେ ପଛରେ କିଛି ଅସୁବିଧା ହେବ ଏସବୁକୁ ଦୃଷ୍ଟିରେ ରଖି ଉଭୟ ସରକାର ଚୁପ ରହୁଥିବା ସେ ଅଭିଯୋଗ ଆଣିଛନ୍ତି। ଏମିତିକି ଯଦି ରଥଯାତ୍ରା ହୁଏ, ତେବେ ବିଶ୍ୱ ସ୍ତରରେ ଭାରତର ଛବି ତଳକୁ ଯିବ ।ଏହାସହ ଭାରତର ବୃହତ କ୍ଷତି ହେବ।ତେବେ ରଥଯାତ୍ରା ହେବା ନ ହେବା ସେଇ କଳା ଠାକୁରଙ୍କ ଇଚ୍ଛା ବୋଲି ମଧ୍ୟ ଅନେକ ଭକ୍ତ କହୁଛନ୍ତି। ସେ ଯଦି ଚାହିଁବେ ବଡ଼ ଦାଣ୍ଡରେ ନିଶ୍ଚୟ ନନ୍ଦିଘୋଷ ଗଡିବ।

୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୪ ହଜାର ୫୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ବିଶ୍ୱ ସ୍ତରରେ ଆକ୍ରାନ୍ତ ସଂଖ୍ୟାରେ ଭାରତ ଏବେ ୪ ନମ୍ବରରେ ଅଛି।ଏ ଯାଏ ଭାରତରେ ୩ ଲକ୍ଷ ୯୫ ହଜାର ୪୮କୁ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୧୨ ହଜାର ୯୪୮ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨ ଲକ୍ଷ ୧୩ ହଜାର ୮୩୧ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୧ ଲକ୍ଷ ୬୮ହଜାର ୨୬୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ୧୪ ହଜାର ୫୧୬ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୭୫ ଜଣ ପ୍ରାଣ ହରାଇଛନ୍ତି।

 

ବିଚିତ୍ର ରାଜନୀତି : ଦଳ ରାସ୍ତାରେ ନାହାନ୍ତି ନେତା…

ଭୁବନେଶ୍ୱର : କଥାରେ ଅଛି ରାଜନୀତି ପାଣି ଭାରୀଗୋଳିଅା । କେତେବେଳେ କଣ ହୁଏ ତାହା ଜାଣିବା ମୁସକିଲ । ସ୍ୱାର୍ଥ ପାଇଁ ଶୃଙ୍ଖଳା ଓ ନୀତି ଅାଦର୍ଶ ସବୁ ଫିକା । ଯାହା ଏବେ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳୁଛି । ବିଭିନ୍ନ ପ୍ରସଙ୍ଗରେ ଦଳ ଗୋଟେ କଥା କହୁଛି ଓ ଦଳର ନେତାମାନେ ଅନ୍ୟକଥା କହୁଛନ୍ତି । ବିରୋଧୀ ଓ ଶାସକ ଦଳର ପ୍ରମୁଖ ନେତାମାନେ ଏହି ନୀତିକୁ ଅାପଣାଇଛନ୍ତି । ଯାହା ଏବେ ଦଳର ମୁଖିଆଙ୍କୁ ଟେନସନ ଦେଉଛି । ଲାଗୁଛି ଯେମିତି ଦଳ ରାସ୍ତାରେ ଯିବାକୁ ଚାହୁନାହାନ୍ତି ନେତାଏଁ। ଗଣମାଧ୍ୟମ ଅାଗରେ ଦଳ ଗୋଟେ ବୟାନ ରଖୁଥିବା ବେଳେ ଏହା ପୂର୍ବରୁ କିଛି ନେତା ଅନ୍ୟ ଗୋଟେ ବୟାନ ରଖୁଛନ୍ତି । ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦଳର ପ୍ରକୃତ ମତ କଣ ତାହା ଜଣାପଡୁନାହିଁ । ଯଦି ରାଜ୍ୟର ଦୁଇଟି ବଡ଼ ପ୍ରସଙ୍ଗ କଥା ବଚାର କରାଯାଏ ସେଥିରୁ ଏହା ସ୍ପଷ୍ଟ ହୋଇଛି । ମାସ୍କଦୁନୀର୍ତି ହେଉ ଅବା ରଥଯାତ୍ରା ପ୍ରସଙ୍ଗ ହେଉ ରାଜ୍ୟର ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ଗୋଟେ କଥା କହୁଥିବା ବେଳେ ଦଳର କିଛି ନେତା ଅାଉଗୋଟେ କଥା କହୁଛନ୍ତି । ସେହିପରି ଶାସକ ଦଳର ନେତାମାନେ ବି ଦଳର ମତ ନ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖୁଛନ୍ତି । ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଯେଉଁ ନିଷ୍ପତିି ଦେଇଛନ୍ତି ତାହାକୁ ରାଜ୍ୟ ବିଜେପି ସଭାପତି ସ୍ୱାଗତ କରିଥିବା ବେଳେ ବିରୋଧି ଦଳ ନେତା ଓ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମତ କିନ୍ତୁ ଭିନ୍ନ । ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଏହି ଦୁଇ ନେତା ଅଭିଜ୍ଞ ଓ ଦଳ କିପରି ଚାଲେ ଓ ବିଭିନ୍ନ ପ୍ରସଙ୍ଗରେ କେମିତି ମତ ଦେଇହୁଏ ତାହା ସେମାନଙ୍କୁ ଜଣା । ସେହିପରି ରଥ ପ୍ରସଙ୍ଗରେ ବିଜେଡ଼ି କୌଣସି ନେତା ମତ ଦେବେ ନାହିଁ ବୋଲି ଦଳ କହିଥିବା ବେଳେ ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ମିଶ୍ର କିନ୍ତୁ ଗଣମାଧ୍ୟମ ଅାଗରେ ନିଜର ମତ ରଖିଛନ୍ତି । ସେପଟେ କଂଗ୍ରେସ କଥା ନ କହିବା ଭଲ । କଂଗ୍ରେସରେ ଗୋଟିଏ ପ୍ରସଙ୍ଗରେ ବହୁନେତା ଭିନ୍ନଭିନ୍ନ ମତ ଦେଉଛନ୍ତି । ପିସିସି ସଭାପତି ଗୋଟେ କଥା କହୁଥିବା ବେଳେ ଦଳର ବିଧାୟକମାନେ ଭିନ୍ନ କଥା କହୁଛନ୍ତି । ଏପରି ସ୍ଥିତିରେ କେଉଁଟା ଦଳ ମତ ଓ କେଉଁଟା ନେତାଙ୍କ ମତ ତାହା ଜଣାପଡୁନାହିଁ । ଯାହାକି ସାଧାରଣ ଜନତାଙ୍କ ଦ୍ବନ୍ଦରେ ପକଉଛି।

ପଢନ୍ତୁ କିଏ କେଉଁଠାରୁ ଗଲେ ରାଜ୍ୟସଭା ….

ନୂଆଦିଲ୍ଲୀ:ଆଜି ଦେଶରେ ୮ଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ମତଦାନ ପରେ ଫଳାଫଳ ଆସିବା ଆରମ୍ଭ ହୋଇଛି । ୱାଇଏସଆର କଂଗ୍ରେସ ଦଳ ଆନ୍ଧ୍ରପ୍ରଦେଶର ସମସ୍ତ ଚାରିଟି ଆସନ ଜିତିଛି । ସେହିପରି ମଧ୍ୟପ୍ରଦେଶରେ ବିଜେପି ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି । ରାଜସ୍ଥାନରେ କଂଗ୍ରେସ ଦୁଇଟି ଆସନ ଏବଂ ବିଜେପି ଗୋଟିଏ ଆସନ ପାଇଛି। କର୍ଣ୍ଣାଟକରେ ୪ଟି ରାଜ୍ୟସଭା ଆସନ ପାଇଁ ୪ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍.ଡି. ଦେବେଗୌଡ଼ା, କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡ୍ଗେି, ବିଜେପି ପ୍ରାର୍ଥୀ ଇଆନା କାଡାଦି ଏବଂ ଅଶୋକ ଗସ୍ତି। ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ଅରୁଣାଚଳ ପ୍ରଦେଶର ବିଜେପି ପ୍ରାର୍ଥୀ ନୱାମ ରେବିୟା ରାଜ୍ୟସଭା ପାଇଁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

କୋଭିଡ କେଳେଙ୍କାରୀ ଅଭିଯୋଗ ଆଣି ଶ୍ରମମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର: ଏବେ ସାରା ଦେଶରେ କରୋନା ମାଡି ଚାଲିଛି। ଏଥିପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର କରୋନା ପ୍ରତିରୋଧକ ସାମଗ୍ରୀ କିଣୁଛନ୍ତି ରାଜ୍ୟ ସରକାର। ହେଲେ ଏଥିରେ ଦୁର୍ନୀତିର ଗନ୍ଧ ବାରିଛି ରାଜ୍ୟ କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନିରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇସ୍ତଫା ଦାବି କରିଛି ରାଜ୍ୟ କଂଗ୍ରେସ। ଶ୍ରମିକଙ୍କୁ ଟୁଲ କିଟ୍ ଓ ସେଫ୍ଟି ଶୁଜ୍ ଦେବାରେ ରାଜ୍ୟ ବ୍ୟାପୀ ତିନି ସହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ ।
ଏବେ ରାଜ୍ୟର ଶ୍ରମିକମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି।ହେଲେ ଶ୍ରମିକମାନଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ରାଜ୍ୟ ସରକାର ତାଙ୍କୁ ଶୋଷଣ କରୁଛନ୍ତି। ଏଥିରେ ସିଧାସଳଖ ଭାବେ ରାଜ୍ୟର ଶ୍ରମ ମନ୍ତ୍ରୀ ସମ୍ପୃକ୍ତ ଅଛନ୍ତି।ବିଶେଷ କରି ଶ୍ରମିକଙ୍କୁ ଟୁଲ କିଟ୍ ଓ ସେଫଟି ଶୁଜ୍ ଶ୍ରମିକଙ୍କୁ ଦେବାରେ ୩୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି ମାଲକାନଗିରି, କଟକ ଓ ଅନୁଗୁଳ ଏହି ଦୁର୍ନୀତି ଅଧିକ ପରିମାଣର ହୋଇଛି।ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ସହ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ତଦନ୍ତ ଘେରକୁ ଆଣିବା ପାଇଁ ଦାବି କରିଛନ୍ତି।
ଏହାସହ ଭୁବନେଶ୍ୱର ବମିଖାଲସ୍ଥିତ ଭାରତ ଇଣ୍ଡଷ୍ଟ୍ରିଆଲ କର୍ପୋରେସନରୁ ୧୨ ଟଙ୍କାର ଚଷମାକୁ ଷାଠିଏ ଟଙ୍କାରେ ବିକ୍ରିକରାଯାଉଛି।୧୮୫ ଟଙ୍କା ଜୋତାକୁ ୪୧୩ରେ ଓ ୧୦ ଟଙ୍କାର ଗ୍ଲୋଭ୍ସକୁ ୯୦ ଟଙ୍କା ଦେବାକୁପଡୁଛି।ସେହିପରି ୪୫ ଟଙ୍କାର ହେଲମେଟକୁ ୧୧୦ଟଙ୍କା ଆଉ ଅଢେଇ ଟଙ୍କାର ମାସ୍କକୁ ୮୦ ଟଙ୍କାରେ କିଣିଛନ୍ତି ଶ୍ରମିକମାନେ। ବର୍ତ୍ତମାନ ଖାଇବାକୁ ପାଉ ନଥିବା ଶ୍ରମିକ ଏତେ ଅଧିକ ମୂଲ୍ୟ ଦେଇ ସୁରକ୍ଷା ସାମଗ୍ରୀ କିଣିବା ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ପଦାରେ ପକେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ନାରୀ ନେତ୍ରୀ ସ୍ମୃତିରେଖା ପହି ଓ ରଶ୍ମି ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news