ଭାବ ବିନୋଦିଆ ସେ , ଭକ୍ତ ଭାବ ବୁଝିଲା….

ପୁରୀ : କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ। ସେ ସୃଷ୍ଟି। ସେ ସ୍ରଷ୍ଟା। ତା ବିନା ଅନୁମତିରେ ଏ ଧରାରେ ଦୁବ ବି ଉଠେନାହିଁ। ତାଙ୍କ ନିଳାକୁ ବୁଝିବା ସାଧାରଣ ମାନବ ପାଇଁ ସମ୍ଭବ ନୁହେଁ। ହେଲେ ସେ ତାଙ୍କ ଭକ୍ତ ପାଇଁ ସବୁବେଳେ ବ୍ୟାକୁଳ। କେବେ ବି ଭକ୍ତଙ୍କ ଦୁଃଖ ଦେଖିପାରେନା ସେ ଭାବର ଠାକୁର। ଯାହା ଆଜି ପୁଣି ଥରେ ପ୍ରମାଣ ହୋଇଗଲା।
ଜୁନ ୧୮ ତାରିଖ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ରାୟ ଦେଲେ। ସେ ଦିନଠାରୁ ଆଜି ଯାଏଁ ଅଗଣିତ ଜଗନ୍ନାଥ ପ୍ରେମି ତଥା ଓଡ଼ିଆ ଜାତିର ନିଦ ହଜିଯାଇଥିଲା। କାରଣ ହଟିଆ ଠାକୁର ରଥରେ ବସିବନି। ଜୟ ଜଗନ୍ନାଥ ଡାକ ଏ ଓଡ଼ିଆ ଜାତି ଶୁଣି ପାରିବନି। ହେଲେ ପ୍ରଭୁଙ୍କ ନିଳା ତ ଅପର। ସେ ମାୟାବୀ। କେମିତି ବା ସେ ତାଙ୍କ ଭକ୍ତଙ୍କ ଠାରୁ ଦୂରରେ ରହିଥାନ୍ତେ। ସମୟର ଚକ ଘୁରିଲା। ସୁପ୍ରିମକୋର୍ଟର ଏହି ଶୁଣାଣିର ଶୁଣାଣି ପୁନଃଶୁଣାଣି ପାଇଁ ଗୋଟେ ପରେ ଗୋଟେ ପିଟିସନ ଦାଖଲ ହେଲା। ଏମିତି କି ଗୋଟେ କିମ୍ବା ଦୁଇଟି ନୁହେଁ ୧୮ ପିଟିସନ ପୁନଃଶୁଣାଣି ପାଇଁ ଦାଖଲ ହେଲା। ସବୁଠାରୁ ବଡ଼ କଥା ହେଲା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଠାକୁର ବଡ଼ ଦାଣ୍ଡକୁ ଆସନ୍ତୁ ବୋଲି ଚାହିଁଲେ। ସେପଟେ ସୁପ୍ରିମକୋର୍ଟ ରଥଯାତ୍ରାକୁ ବନ୍ଦ କରିଦେଲେ। ହେଲେ ଏ ପଟରେ ଅନିଶ୍ଚିତତା ମଧ୍ୟରେ ମଧ୍ୟ ରଥକାର୍ଯ୍ୟ ବନ୍ଦ ହୋଇ ନଥାଏ। ଦିନ ଗଡୁଥାଏ। ଯାତ୍ରା ପାଇଁ ସମୟ କମି କମି ଆସୁଥାଏ। ପୁଣି ଥରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ରତଯାତ୍ରାର ପୁନଃ ଶୁଣାଣି ପାଇଁ ରଥଯାତ୍ରାର ଠିକ୍ ପୁର୍ବ ଦିନ ଅର୍ଥାତ ଆଜିର ଦିନକୁ ଧାର୍ୟ୍ଯ କଲେ। ସକାଳ ଯେମିତି ହେଲା ସେମିତି ରଥଯାତ୍ରାକୁ ନେଇ ଖୁସି ଖବର ଆସିବା ଆରମ୍ଭ ହୋଇଗଲା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘୋଷ ଯାତ୍ରା କରିବା ସପକ୍ଷରେ ପକ୍ଷ ଭୁକ୍ତ ହେଲେ। ଏମିତି କି ଖୋଦ ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗଜପତି ମହାରାଜଙ୍କ ସହ ରଥଯାତ୍ରା ବାବଦରେ ଆଲୋଚନା କଲେ। ଏହାସହ ତିନି ରଥରେ ମହାପ୍ରଭୁଙ୍କ ଆଜ୍ଞମାଳ ବିଜେ ହୋଇଥିଲା। ଯାହା ପରେ ରଥଯାତ୍ରାକୁ ନେଇ ସମସ୍ତଙ୍କ ଆଶା ଆହୁରି ବଢ଼ି ଯାଇଥିଲା।ଏହାପରେ ଅପରାହ୍ନରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ପୁରୀରେ ରଥ ଯାତ୍ରା ନେଇ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ପୁରୀରେ କର୍ଫ୍ୟୁ ମଧ୍ୟରେ ହେବ ରଥଯାତ୍ରା । କୋଟି କୋଟି ଭକ୍ତଙ୍କ ପ୍ରାର୍ଥନାର ପଣ ରଖିଲେ ଭାବର ଠାକୁର । ରଥଯାତ୍ରା ପାଇଁ କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଶ୍ରୀମନ୍ଦିର ଭିତରୁ ରଥକୁ ଛୁଟି ଆସିବେ ବଡ଼ ଠାକୁର ବଳଭଦ୍ର, ସାନ ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ । ରଥାରୂଢ଼ ବେ ଚତୁର୍ଦ୍ଧା ମୂର୍ତ୍ତି ।

ପୁରୀରେ ୨୦୨୦ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି…..

ଭୁବନେଶ୍ୱର : ପୁରୀରେ ୨୦୨୦ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି । ଏନେଇ କୋର୍ଟ କହିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଓଡ଼ିଶା ସରକାରଙ୍କୁ ଯାତ୍ରାର ଦାୟିତ୍ୱ ଦିଆଗଲା । ବିନା ଭକ୍ତରେ ରଥଯାତ୍ରା କରାଇବେ । ସେପଟେ ସାଲଭେ କହିଲେ, ଆବଶ୍ୟକ ପଡ଼ିଲେ କେନ୍ଦ୍ରର ସହଯୋଗ ନିଆଯିବ ଏବଂ ଏହା ମଧ୍ୟ ରେକର୍ଡ ଭୁକ୍ତ ହେବ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ପୁରୀ ଗଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି.

ପୁରୀ: ରଥଯାତ୍ରା ପାଇଁ ଆଉ  ପାଦେ ଆଗେଇଲେ ସରକାର । ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଣୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପୁରୀରେ ପହଂଚିଛନ୍ତି l  ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା l ତେଣୁ ଯେଉଁ ଚ୍ୟାଲେଜ ରହିଛି ତାହାକୁ ଗ୍ରହଣ କରିବାକୁ ଉଭୟ ଡିଜି ଓ ମୁଖ୍ୟ ଶାସନ ସଚିବ ଶ୍ରୀକ୍ଷେତ୍ର କାମ ଆରମ୍ଭ କରିଦେଇଛି l ତେଣୁ ଏଵେ କେବଳ ଅପେକ୍ଷା କୋର୍ଟଙ୍କ ରାୟକୁ l

ତିନି ରଥରେ ବିଜେ ହେଲା ଆଜ୍ଞାମାଳ…..

ପୁରୀ: ରଥଯାତ୍ରା ପାଇଁ ଆଜି ଆସୁ ପାଦେ ପ୍ରକ୍ରିୟା ଆଗେଇଛି। ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଣୁ ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି। ପରମ୍ପରା ଅନୁସାରେ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ତିନି ରଥରେ ବିଜେ ହୋଇଛି ଆଜ୍ଞାମାଳ। ପ୍ରଥମେ ତାଳଧ୍ବଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ପାରମ୍ପରିକ ସେବକମାନଙ୍କ ଦ୍ବାରା ଏହି ନୀତି ସମାପିତ ହୋଇଛି।
ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା l ତେଣୁ ଚଳାଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରଥନେଇ ସହମତି ପ୍ରକାଶ କରିଛନ୍ତି l ତେଣୁ ଏଵେ କେବଳ ଅପେକ୍ଷା କୋର୍ଟଙ୍କ ରାୟକୁ l

ଗଜପତିଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା…..

ପୁରୀ: ଆସନ୍ତା ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେଲା ବଡ଼ ଦାଣ୍ଡରେ ରଥ ଗାଡିବନା ନାଇଁ ।ତାକୁ ନେଇ ଏଯାଏଁ ଦ୍ୱନ୍ଦ ତୁଟିନାହିଁ। ଏଥିମଧ୍ୟରୁ ଭୁବନେଶ୍ୱରଠାରୁ ଆରମ୍ଭ କରି ଦିଲ୍ଲୀ ଯାଏଁ ସବୁଠି ଦେଖାଦେଇଛି ତତ୍ପରତା। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁରୀ ଗଜପତିଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା।ଏ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଏଥିରୁ ଅନୁମାନ କରାଯାଇପାରେ ରଥଯାତ୍ରାକୁ ନେଇ ସମସ୍ତେ ଏବେ ବେଶ ତତ୍ପର।

ଏହାର କିଛି ସମୟ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରା କରିବାକୁ ସମର୍ଥନ ଜାଣିଛନ୍ତି।ଯାହାକି ପୁରୀରେ ରଥଯାତ୍ରା ହେବାକୁ ନେଇ ନୂଆ ଆଶା ସଞ୍ଚାର ହୋଇଛି। ରାଜ୍ୟ ସରକାର ଏବେ ରଥଯାତ୍ରା କରିବାକୁ ପକ୍ଷ ଭୁକ୍ତ ହୋଇଛନ୍ତି।ସରକାରଙ୍କ ତରଫରୁ ରେସିଡେଣ୍ଟ କମିଶନର ସଂଜୀବ ମିଶ୍ର ଏହି ସତ୍ୟପାଠ ଦାଖଲ କରିଛନ୍ତି। ବିନା ଭକ୍ତରେ କେବଳ ପୁରୀରେ ଏହି ରଥଯାତ୍ରା ହେଲେ ରାଜ୍ୟ ସରକାର ସମସ୍ତ ପ୍ରକର ବ୍ୟବସ୍ଥା ଗ୍ରହଣ କରିବେ ବୋଲି ଏହି ସତ୍ୟପାଠରେ ଦର୍ଶାଇ ଅଛନ୍ତି। ତେବେ ସୁପ୍ରିମକୋର୍ଟର ରାୟ ଉପରେ ଏବେ ସଭିଙ୍କୁ ନଜର।

ରଥରେ ଆଜ୍ଞl ବିଜେ

ଭୁବନେଶ୍ୱର : ରଥଯାତ୍ରା ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା ରଥରେ ଆଜ୍ଞl ବିଜେ ହୋଇଛି l ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା l ତେଣୁ ଚଳାଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରଥନେଇ ସହମତି ପ୍ରକାଶ କରିଛନ୍ତି l ତେଣୁ ଏଵେ କେବଳ ଅପେକ୍ଷା କୋର୍ଟଙ୍କ ରାୟକୁ l

କାଳିଆ ରଥ ଗଡ଼ିବା ନେଇ ଆଶା ଉଜ୍ଵଳ : ପକ୍ଷ ଭୁକ୍ତ ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର

ଭୁବନେଶ୍ୱର: ସତରେ ଜଗନ୍ନାଥଙ୍କ ନୀଳକୁ ବୁଝିବା ସାଧାରଣ ଲୋକଙ୍କ ପକ୍ଷେ ଭାରି କଷ୍ଟକର। ଏଇ ଯେମିତି ଦେଖୁନ କ୍ଷଣିକରେ ସବୁ ବଦଳି ଗଲା। ରାଜ୍ୟ ପରେ କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରା କରିବାକୁ ପକ୍ଷଭୁକ୍ତ ହେଲେ। ଆଉ ପୁରୀରେ ରଥଯାତ୍ରା ହେବାକୁ ନେଇ ନୂଆ ଆଶା ସଞ୍ଚାର ହୋଇଛି। ରାଜ୍ୟ ସରକାର ଏବେ ରଥଯାତ୍ରା କରିବାକୁ ପକ୍ଷ ଭୁକ୍ତ ହୋଇଛନ୍ତି।ସରକାରଙ୍କ ତରଫରୁ ରେସିଡେଣ୍ଟ କମିଶନର ସଂଜୀବ ମିଶ୍ର ଏହି ସତ୍ୟପାଠ ଦାଖଲ କରିଛନ୍ତି। ବିନା ଭକ୍ତରେ କେବଳ ପୁରୀରେ ଏହି ରଥଯାତ୍ରା ହେଲେ ରାଜ୍ୟ ସରକାର ସମସ୍ତ ପ୍ରକର ବ୍ୟବସ୍ଥା ଗ୍ରହଣ କରିବେ ବୋଲି ଏହି ସତ୍ୟପାଠରେ ଦର୍ଶାଇ ଅଛନ୍ତି। ତେବେ ସୁପ୍ରିମକୋର୍ଟର ରାୟ ଉପରେ ଏବେ ସଭିଙ୍କୁ ନଜର।

ରାଜ୍ୟ ପାଇଁ କରୋନା ହେଉଛି କାଳ: ନୂଆ ୧୪୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୧୪୩ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ରେ ପହଁଚିଛି।
ସେମାନେ ସର୍ବାଧିକ ଗଞ୍ଜାମରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି।ଖୋର୍ଦ୍ଧା-୧୬, ନୟାଗଡ-୧୩, ବାଲେଶ୍ୱର-୧୩, କଟକ-୨୦, ଜଗତସିଂହପୁର-୧, ଅନୁଗୁଳ-୧, ଢେଙ୍କାନାଳ-୩, ଭଦ୍ରକ-୪, କଳାହାଣ୍ଡି-୬, କେନ୍ଦୁଝର-୨, ସୁନ୍ଦରଗଡ-୧୨, କେନ୍ଦ୍ରାପଡା-୧୦, ଝାରସୁଗୁଡା-୧, ବରଗଡ-୧, ବଲାଙ୍ଗୀର-୧, ସମ୍ବଲପୁର-୫ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୧୩୭ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୬ ସ୍ଥାନୀୟ ଲୋକ ଅଛନ୍ତି । ଏହାସହ ୨ ଜଣ ଏନଡିଆରଏଫ କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଯେଉଁମାନେ କି କୋଲକାତାରେ ଅମ୍ଫାନ ଡ୍ୟୁଟିରେ କାର୍ଯ୍ୟରତ ଥିଲେ । ।ଏହାସହ ୧୫୬୨ ଜଣ ଚିକିତ୍ସିତ ହେଉଥିବା ବେଳେ ୩୭୨୦ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୪ଜଣଙ୍କର ମୃତ୍ୟୁ ହୋଇଛି।

ବିଶ୍ୱ ବିଧାତାଙ୍କର ଯାତ୍ରା ନିର୍ଧାରଣ ସୁପ୍ରିମକୋର୍ଟରେ..

ପୁରୀ: ସେ ସମସ୍ତର ଶୁଣାଣି କରନ୍ତି।ହେଲେ ଆଜି ତାଙ୍କ ଶୁଣାଣି ହେବ। ଭକ୍ତ ପାଇଁ ଭଗବାନ ଏବେ କାଠ ଗଡ଼ାରେ। ସେ ବଡ଼ ଦାଣ୍ଡକୁ ଆସିବେନା ନାଇଁ ?ଭକ୍ତଂକୁ ଦର୍ଶନ ଦେବେ ନା ନାହିଁ? ଭକ୍ତ ଭଗବାନଙ୍କ ଅପୁର୍ବ ମିଳନ ହେବ ନା ନାହିଁ ? ଏମିତି ଅନେକ ପ୍ରଶ୍ନକୁ ନେଇ ଲାଗି ରହିଛି ଦ୍ବନ୍ଦ। ହେଲେ ଆଜି ଅପରାହ୍ନ ସୁଦ୍ଧା ଏସବୁର ଉତ୍ତର ମିଳିଯିବ। କାରଣ ଆଜି ଦିନ ୧୧ ଟାରେ ଜାଗାର ବଡ଼ ଦାଣ୍ଡ ବିଜେକୁ ନେଇ ହେବ ଶୁଣାଣି। ମାମଲାରେ ପକ୍ଷଭୁକ୍ତ ପାଇଁ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ହେବ । ବିଚାରପତି ଜଷ୍ଟିସ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହାର ବିଚାର କରିବେ । ଦିନ ୧୧ଟାରେ ଏହାର ଶୁଣାଣି ରହିଛି । କୋର୍ଟ କି ନିଷ୍ପତ୍ତି ଶୁଣାଇବେ ତାଉପରେ କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କ ନଜର ରହିଛି ।
ରଥଯାତ୍ରା ସପକ୍ଷରେ ପୂର୍ବ ରାୟର ପୁନର୍ବିଚାର ପାଇଁ ପ୍ରିମକୋର୍ଟରେ ୧୭ଟି ପିଟିସନ୍ ଫାଇଲ୍ ହୋଇଛି । ପୂର୍ବ ରାୟର ପୁନର୍ବିଚାର ସହ କରୋନା କଟକଣା ଭିତରେ ସାମାଜିକ ଦୂରତା ରକ୍ଷା କରି ରତଯାତ୍ରା ପାଇଁ ଅନମୁତି ଦେବାକୁ ପିଟିସନରେ ଦର୍ଶାଇଛନ୍ତି ଆବେଦନକାରୀ ।

ଦିନକରେ ଦେଶରେ ସର୍ବାଧିକ ୧୪ ହଜାର ୮୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ବିଶ୍ୱ ସ୍ତରରେ ଆକ୍ରାନ୍ତ ସଂଖ୍ୟାରେ ଭାରତ ଏବେ ୪ ନମ୍ବରରେ ଅଛି।ଏ ଯାଏ ଭାରତରେ ୪ ଲକ୍ଷ ୨୫ ହଜାର ୨୮୨ କୁ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୧୩ ହଜାର ୬୯୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨ ଲକ୍ଷ ୩୭ ହଜାର ୧୯୬ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୧ ଲକ୍ଷ ୭୪ହଜାର ୩୮୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୧୪ ହଜାର ୮୨୧ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪୪୫ ଜଣ ପ୍ରାଣ ହରାଇଛନ୍ତି।ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୬୧୭୦ ଲୋକଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ୨୧୭୫ ଆକ୍ରାନ୍ତଙ୍କ ମୃତ୍ୟୁ, ଗୁଜରାଟରେ ୧୬୬୩, ତାମିଲନାଡୁରେ ୭୫୭ ଆକ୍ରାନ୍ତଙ୍କ ମୃତ୍ୟୁ, ପଶ୍ଚିମବଙ୍ଗରେ ୫୫୫, ମଧ୍ୟ ପ୍ରଦେଶରେ ୫୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news