ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ ବ୍ୟାନ୍

ଭୁବନେଶ୍ୱର : ଭାରତ ପାଇଁ ଚୀନ କୁ ଲାଗିଛି ଶକ୍ତ ଧକ୍କା l ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ ଭାରତ ଚୀନ ଉପରେ ଜୋରଦାର ସାଇବର୍ ଆକ୍ରମଣ କରିଛି। ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ ବ୍ୟାନ୍ ଘୋଷଣା କରାଯାଇଛି।

ଦେଶର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗତ କିଛି ବର୍ଷ ମଧ୍ୟରେ ବୈଷୟିକ ପ୍ରଗତି ଏବଂ ଡିଜିଟାଲ୍ ସ୍ପେସରେ ଏକ ପ୍ରାଥମିକ ବଜାର ବିଷୟରେ ଭାରତ ଏକ ଅଗ୍ରଣୀ ଉଦ୍ଭାବକ ଭାବରେ ଉଭା ହୋଇଛି । ଏଥି ସହିତ, ଡାଟା ସୁରକ୍ଷା ସହ ଜଡିତ ତଥା ୧୩୦ କୋଟି ଭାରତୀୟଙ୍କ ଗୋପନୀୟତା ରକ୍ଷା କରିବା ଦିଗରେ ଚିନ୍ତା ପ୍ରକଟ କରିଛନ୍ତି ସରକାର । ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବିଭିନ୍ନ ଉତ୍ସରୁ ଏ ନେଇ ଅନେକ ଅଭିଯୋଗ ଗ୍ରହଣ କରିଛି । ଯେଉଁଥିରେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ମୋବାଇଲ୍ ଆପ୍ ର ଅପବ୍ୟବହାର ବିଷୟରେ ବ୍ୟବହାରକାରୀଙ୍କ ତଥ୍ୟକୁ ଅନଧିକୃତ ଢଙ୍ଗରେ ଭାରତ ବାହାରେ ଥିବା ସର୍ଭରକୁ ପଠାଇବା ପାଇଁ ଅନେକ ରିପୋର୍ଟ ଆସିଥିଲା ।ଏହାରି ମଧ୍ୟରେ ତଥ୍ୟଚୋରି ଅଭିଯୋଗରେ ଏବଂ ଭାରତର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବା କାରଣରୁ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ ନିଷିଦ୍ଧ ଘୋଷଣା କରାଯାଇଛି। ଏସବୁ ସଂଦିଗ୍ଧ ଚାଇନା ଆପ ମଧ୍ୟରେ ରହିଛି ଟିକଟକ ସମତେ 59 ଚୀନ ଆପ୍ l ଏହି ଚୀନ ଆପ୍ ଗୁଡିକ ଜମାରୁ ସୁରକ୍ଷିତ ନୁହଁ ଏବଂ ବ୍ୟକ୍ତିଗତ ତଥ୍ୟ ଚୋରେଇ ଥିବା ଯୋଗୁଁ ଏହାକୁ ସମ୍ପୂର୍ଣ ଭାବେ ଭାରତରେ ବ୍ୟାନ୍ କରାଯାଇଛି l ଭାରତର ଏହି ଡିଜିଟାଲ ଯୁଦ୍ଧ କୁ ସବୁ ମହଲରେ ସ୍ୱାଗତ କରାଯାଉଛି l ଚୀନ କୁ ହାତରେ ନ ମାରି ଭାତରେ ରେ ମାରିବା ଭାରତର ପ୍ରୟାସ ଚୀନ ପାଇଁ ନିଶ୍ଚିତ ଗୋଟେ ବଡ ଧକ୍କା l

ବବିଙ୍କୁ ବଦନାମ ପାଇଁ ଷଡ଼ଯନ୍ତ୍ର: ପଛରେ କୁଚକ୍ରି ଗୋଷ୍ଠୀ

ଭୁବନେଶ୍ୱର :ପ୍ରଣବ ପ୍ରକାଶ ଦାସ @ବବି। ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି।୨୦୧୯ରେ ବବିଙ୍କ ସଫଳ ଗୋଟି ଚାଳନା ଯୋଗୁଁ ରାଜ୍ୟରେ ଧରାଶାୟୀ ହୋଇଥିଲେ ବିରୋଧୀ। ଏହାପରେ ବିଜେପୁର ଉପନିର୍ବାଚନରେ ବି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବବି ଆଗରେ ଠିଆ ହୋଇ ରାଜ୍ୟର ସର୍ବାଧିକ ଭୋଟରେ ବିଜେଡିର ରୀତା ସାହୁଙ୍କୁ ବିଜୟୀ କରାଇଲେ। ସେହିପରି ବିଳମ୍ବରେ ହୋଇଥିବା ପାଟକୁରା ନିର୍ବାଚନରେ ବି ବବିଙ୍କ ଗୋଟି ଚାଳନାରେ ବିରୋଧୀ ପୁଣିଥରେ ପରାଜୟର ସାମ୍ନା କଲେ।ଯାହାକୁ ସହଜରେ ହଜମ କରିପାରିଲେ ନାହିଁ ବିଜେଡିରୁ ବିଦା ହୋଇଥିବା କିଛି ନେତା। ଏବେ ବିରୋଧୀ ଦଳରେ ଅଛନ୍ତି ଶାସକ ଦଳର କିଛି ଅସନ୍ତୁଷ୍ଟ ନେତା ଯେଉଁମାନେ ବବିଙ୍କ ବିରୁଦ୍ଧରେ ରୀତିମତ ଷଡ଼ଯନ୍ତ୍ର କରୁଥିବା ଖବର ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ସେମାନେ ବବିଙ୍କ ଭାବମୂର୍ତ୍ତିକୁ ଖରାପ କରିବାରେ ଲାଗିଛନ୍ତି।ଯେତେବେଳେ ବି ପ୍ରଣବ ସଂଗଠନକୁ ମଜଭୁତ କରୁଛନ୍ତି, ତାଙ୍କ ପଛରେ କୁଚକ୍ରି ଗୋଷ୍ଠୀ ଲାଗିପଡିଛନ୍ତି।
ରବିବାର ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରଣବ ଦାସଙ୍କ ଜନ୍ମଦିନ ଥିଲା। ଯାହାକୁ କି ସେ ନିଡାମ୍ବର ଭାବରେ ସହିଦଙ୍କ ପରିବାର ସହ ପାଳନ କରିଥିଲେ।ହେଲେ ଯେତେବେଳେ ପ୍ରଣବ ବାରିପଦାରେ ସଂଗଠନର ସମୀକ୍ଷା କରିଥିଲେ ତାଙ୍କୁ ତାଙ୍କ ସମର୍ଥକମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।ହେଲେ ପ୍ରଣବ ଜନ୍ମଦିନକୁ ନିଡାମ୍ବର ଭାବେ ପାଳନ କରିବା ସହ ସହିଦ ନନ୍ଦୁରାମ ସୋରେନଙ୍କ ପରିବାରକୁ ଭେଟି ତାଙ୍କ ସୁଖ ଦୁଃଖ ବିଷୟରେ ଆଲୋଚନା କରିଥିଲେ।ଏବଂ ଏହି ସମୟରେ ପ୍ରଣବ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ପିନ୍ଧି ନନ୍ଦୁରାମ ସୋରେନ ତିନି ଝିଅର ପାଠ ପଢା ଖର୍ଚ୍ଚ ବିଜେଡି ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏହାସହ କିଛି ଆର୍ଥିକ ସହାୟତା ମଧ୍ୟ ସହିଦ ପରିବାରକୁ ଦେଇଥିଲେ।ବବିଙ୍କ ଏହି ପରି ବଡ଼ ପଣ ସାମାଜିକ ଗଣ ମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଲା। ଯାହାକୁ ସହି ପାରିଲେନି କୁଚକ୍ରି ଗୋଷ୍ଠୀ। ଜିରାରୁ ଶିରା ଓ କ୍ଷୀରରୁ ସର କାଢ଼ିବା ପରି ବବିଙ୍କ ଭାବମୂର୍ତ୍ତିକୁ କିପରି ଖରାପ କରାଯିବ ସେ ନେଇ ଚକ୍ରାନ୍ତ କରିଥିଲେ।ଯେହେତୁ ଏହି ନେତାମାନେ ନିଜ ରାଜନୈତିକ ପରାଜୟ ସ୍ୱୀକାର କରିପାରୁ ନାହାନ୍ତି, ତେଣୁ ସେମାନେ କୁଚକ୍ରି ଗୋଷ୍ଠୀଙ୍କ ସହ ମିଶି କିପରି ବବିଙ୍କୁ ବଦନାମ କରିବେ ସେ ନେଇ ଦିନ ରାତି ଲାଗି ପଡିଛନ୍ତି। ସେଥିପାଇଁ ସେମାନେ ଏକ ନିର୍ଦିଷ୍ଟ ଗଣମାଧ୍ୟମକୁ ଅସ୍ତ୍ର କରିଛନ୍ତି ।ହେଲେ କୁଚକ୍ରି ଗୋଷ୍ଠୀଙ୍କ ଏପରି ଷଡ଼ଯନ୍ତ୍ରକୁ ସାଧାରଣ ଲୋକମାନେ ସୋସିଆଲ ମିଡିଆରେ ଦୃଢ଼ ନିନ୍ଦା କରିଛନ୍ତି । ଦଳରୁ ବିଦା ହୋଇଥିବା କିଛି ନେତା ଓ ଦଳରେ କୋଣାଠେଶା ହୋଇଥିବା ନେତା ଏବେ କୁଚକ୍ରି ଗୋଷ୍ଠୀର ସର୍ଦ୍ଦାର ପାଲଟିଛନ୍ତି।ଯାହାକୁ ଯୁବ ବିଜେଡି ତରଫରୁ ଦୃଢ଼ ନିନ୍ଦା କରାଯାଇଛି।ବିଜେଡିର ଯୁବ ବିଧାୟକ ଦେବୀ ପ୍ରସନ୍ନ ତ୍ରିପାଠୀ ଏଭଳି ଅପପ୍ରଚାରକୁ ନିନ୍ଦା କରିଛନ୍ତି ।ସେ କହିଛନ୍ତି ବିଜେଡି ପ୍ରତି ପ୍ରାଣବଙ୍କ ଆନୁଗତ୍ୟ ଓ ସଫଳ ଗୋଟି ଚାଳନା ଯୋଗୁଁ ବିରୋଧି ସବୁବେଳେ ପରାଜୟ ବରଣ କରୁଛି।ଏଥିପାଇଁ ବିରୋଧୀ ବବିଙ୍କୁ ସହି ପାରୁନାହାନ୍ତି।ତେଣୁ ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ବିବିଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହାସହ ଏପରି ମିଛ ଅଭିଯୋଗରେ ପ୍ରଣବ ଭାବମୂର୍ତ୍ତିରେ କିଛି ବି ଆଞ୍ଚ ଆସିବ ନାହିଁ ବୋଲି କହିଛନ୍ତି।

ନବୀନଙ୍କ ଜୁଲାଇ ମନ୍ତ୍ର : କୋଭିଡ ଯୋଦ୍ଧାଙ୍କ ଯତ୍ନ ଏବଂ ମାସ୍କ ବ୍ୟବହାର କଡାକଡି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନାରେ ଜିଲ୍ଲାପାଳ ଓ ଏସ୍‌.ପି ମାନେ ସେମାନଙ୍କର ଗତ ତିନି ମାସର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଜୁଲାଇ ମାସରେ କୋଭିଡ ମୁକାବିଲା ପାଇଁ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଛନ୍ତି। ସେମାନଙ୍କ ମତାମତ ଭିତ୍ତିରେ ରାଜ୍ୟ ସରକାର କୋଭିଡ ପରିଚାଳନା ପାଇଁ ବିସ୍ତୃତ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକରେ ଜିଲ୍ଲାପାଳ, ଏସ୍‌.ପି ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କୋଭିଡ ଯୋଦ୍ଧାଙ୍କ ସ୍ବାସ୍ଥ୍ୟର ଯତ୍ନ ଉପରେ ଗୁରୁତ୍ବାରୋପ କରିଥିଲେ । ଲୋକଙ୍କ ସୁରକ୍ଷା ପାଇଁ ସେମାନେ ଅନେକ ତ୍ୟାଗ କରୁଛନ୍ତି। ତେଣୁ ସେମାନଙ୍କୁ ନିଜର ସୁରକ୍ଷା ସଂପର୍କରେ ସଚେତନ କରାଯିବା ଦରକାର ଓ ଏହା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ନିଜେ ସଂକ୍ରମିତ କୋଭିଡ ଯୋଦ୍ଧା ମାନଙ୍କ ସହିତ ଫୋନ୍‌ରେ କଥା ହୋଇ ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର feedback ବହୁତ ଭଲ ଅଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସେହିଭଳି ଭାବେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସହିତ ଆଲୋଚନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ସେ ମତ ଦେଇଥିଲେ ।
ବିଭିନ୍ନ ସରକାରୀ ଅଫିସ ଗୁଡିକ ଯେପରି ସଂକ୍ରମଣମୁକ୍ତ ରହିବ, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ ନିୟମର କଡାକଡି ଅନୁପାଳନ କରି ସରକାରୀ କାର୍ଯ୍ୟାଳୟ ଗୁଡିକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ (Zero Infection Zone) କରି ରଖିବା, କର୍ମଚାରୀ ମାନେ କଣ କରିବେ, କଣ ନ କରିବେ (Do’s & Dont’s) ସେ ସଂପର୍କରେ ବ୍ୟାପକ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। ସବୁ କାର୍ଯ୍ୟାଳୟର ମୁଖ୍ୟ (Head of Office) ଏଥିପାଇଁ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରି ଦେଇଛନ୍ତି।
କୋଭିଡ ସଂକ୍ରମଣ ରୋକିବାରେ ମାସ୍କର ବିଶେଷ ଗୁରୁତ୍ବ ରହିଛି। ତେଣୁ ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମର କଡାକଡି ପାଳନ ସହିତ ଉଲଙ୍ଘନ କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ ପ୍ରାୟ ତିନି ମାସ ବିତିଗଲାଣି ଏବଂ ବର୍ତ୍ତମାନ ଏସବୁ ଉଲଙ୍ଘନ ଘଟଣାରେ ଅଧିକ କଠୋର ହେବାକୁ ପଡିବ।
ଗାଁ କଲ୍ୟାଣ ସମିତି ସ୍ତରରେ କୋଭିଡ କେୟାର କମିଟି ଗଠନ କରିବା, ସେମାନଙ୍କୁ ପାଣ୍ଠି ଓ କ୍ଷମତା ପ୍ରଦାନ କରିବା, ସେମାନଙ୍କ ପ୍ରଶିକ୍ଷଣ ସହିତ ସେମାନଙ୍କର କାର୍ଯ୍ୟକ୍ରମକୁ ମନିଟରିଂ କରିବା ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି, ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ସ୍ଥାପନ ଏବଂ କେତେକ ପଞ୍ଚାୟତକୁ ନେଇ TMC ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ସୂଚନାଯୋଗ୍ୟ ଯେ ୱାର୍ଡ ସ୍ତରରେ କୋଭିଡ କୋର୍‌ କମିଟିର ୪.୭ ଲକ୍ଷ ସଦସ୍ୟଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି।
ଘରୋଇ ହସ୍‌ପିଟାଲ ଗୁଡିକୁ ସଚେତନ କରିବା ଉପରେ ଗୁରୁତ୍ବ ଆରୋପ କରି ସେଗୁଡିକ ଠିକ୍‌ ଭାବରେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି ନା ନାହିଁ, ସେ ସଂପର୍କରେ ବାରମ୍ବାର ଯାଂଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ହଟ୍‌ସ୍ପଟ୍‌ ଅଞ୍ଚଳ ଗୁଡିକରେ ଜିଲ୍ଲାପାଳମାନେ ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ରଣନୀତି କରିବା ସହିତ କୋଭିଡ ଯୁଦ୍ଧରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଆମେ କୋଭିଡ ଯୁଦ୍ଧରେ ଆମେ ବହୁତ ଭଲ ପ୍ରଦର୍ଶନ କରୁଛୁ ଏବଂ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ସେ କହିଥିଲେ ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀ ସଚିବ (୫-ଟି), ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌.ପି ମାନେ ଯୋଗ ଦେଇଥିଲେ।

ସହିଦ ପରିବାରର ଦାୟିତ୍ୱ ନେଲେ ପ୍ରଣବ…..

ମୟୁରଭଞ୍ଜ : ସାଧାରଣତଃ ସମସ୍ତେ ନିଜର ଜନ୍ମଦିନକୁ ପ୍ରିୟ ଜନଙ୍କ ସହ ଧୁମଧାମରେ ମନାଇଥାନ୍ତି।ତାଙ୍କ ପାଇଁ ବି ଆଜି ସେମିତି ଏକ ଦିନ ଥିଲା । ହେଲେ ସେ ସେମିତି କିଛି ବି କଲେ ନାହିଁ। କେମିତି ବା କରିଥାନ୍ତେ। ସେ ତ ନିଜ ଜୀବନକୁ ଅନ୍ୟ ପାଇଁ ସମର୍ପିତ କରିଦେଇଛନ୍ତି। ଅନ୍ୟର ଦୁଃଖରେ ଦୁଃଖୀ ହେବା ତାଙ୍କ ପରିଚୟ। ସେଥିପାଇଁ ସେ ଆଜି ନିଜର ଜନ୍ମଦିନ ନିଜ ଲୋକଙ୍କ ସହ ପାଳନ କରିନାହାନ୍ତି। ବରଂ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କ ପରିବାରର ଦୁଃଖରେ ଭାଗିଦାରୀ ହୋଇଛନ୍ତି।
ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ।ଆଜି ତାଙ୍କ ୪୮ ତମ ଜନ୍ମ ଦିବସ। ସେ ଆଜିର ଏହି ଦିନରେ ସହିଦ୍ ନନ୍ଦୁରାମ ସୋରେନଙ୍କ ଘରକୁ ଯାଇଥିଲେ ।ତାଙ୍କ ଦୁଃଖରେ ସହଭାଗୀ ହେବାପାଇଁ। ଏହାସହ ତାଙ୍କ ୩ ଝିଅର ଦଶମ ପଢିବା ଯାଏଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପରିବାର ଚାଲିବା ପାଇଁ ଆର୍ଥିକ ସାହାର୍ଯ୍ୟ ମଧ୍ୟ କରିଛନ୍ତିl ନବୀନଙ୍କ ଅତି ଘନିଷ୍ଠ ଓ ଯୁବ ସମାଜର ପ୍ରେରଣାର ଉତ୍ସ ପ୍ରଣବ ଏପରି ମନ ଭାଵ ସବୁ ମହଲରେ ପ୍ରଶଂସା କରାଯାଇଛି l ଖାସ ସେଥିପାଇଁ ସାରା ଓଡିଶାରେ  ଆଜି ତାଙ୍କ ଜନ୍ମଦିନରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କରଯାଇଛି l

ଜନ୍ମଦିନ ଦିନ ନୁହେଁ……… ସଂକଳ୍ପ ଦିନ……

ଯାଜପୁର : ରାଜନୀତିରେ ପାଦ ଥାପିବା ଦିନରୁ ପ୍ରଣବ ଅନ୍ୟର ମଙ୍ଗଳ ପାଇଁ କାମ କରି ଆସୁଛନ୍ତି। ଯେଉଁଥି ପାଇଁ ୬ ରୁ ୬୦ ବର୍ଷ ଯାଏଁ ସମସ୍ତଙ୍କ ମନ ସେ ଜିଣି ପାରିଛନ୍ତି। ଆଜି ସେହି ଜନପ୍ରିୟ ନେତା ପ୍ରଣବ ପ୍ରକାଶ ଦାସ(ବବି )ଙ୍କ ଜନ୍ମ ଦିନ। ଖାସ ସେଥିପାଇଁ ଲୋକମାନେ ମଧ୍ୟ ତାଙ୍କ ଜନ୍ମଦିନକୁ ବ୍ୟକ୍ତି କେନ୍ଦ୍ରିକ ନ କରି ସାର୍ବଜନୀନ କରିଛନ୍ତି। ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବଙ୍କ ୪୮ ତମ ଜନ୍ମ ଦିନରେ ଯାଜପୁର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଏହି ଦିନଟିକୁ ନିଆରା ଢଙ୍ଗରେ ପାଳନ ହେଉଛି। ପ୍ରଣବଙ୍କ ଜନ୍ମଦିନକୁ ସଂକଳ୍ପ ଦିନ ଭାବରେ ପାଳନ କରିଛନ୍ତି  ବବିଙ୍କ ସମର୍ଥକମାନେ। ସବୁବେଳେ ବେଳେ ଅନ୍ୟ ପାଇଁ ସମର୍ପିତ ଥିବା ପ୍ରଣବଙ୍କ ଦୀର୍ଘାୟୁ କାମନା କରି ସେବା ନୀତିକୁ ଆପଣାଇ ଅଛନ୍ତି। ନିଜ ନେତାଙ୍କ ଜନ୍ମ ଦିନରେ ସମର୍ଥକମାନେ ଯାଜପୁରରେ ସବୁଜ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଲୋକ ଗୋଟିଏ ଗୋଟିଏ ଗଛ ଲଗେଇବାକୁ ସଂକଳ୍ପ ନେଇଛନ୍ତି। ଖାସ ସେଥିପାଇଁ ସବୁ ସମର୍ଥକମାନେ ଆଗେଇ ଆସିଛନ୍ତି।କାରଣ ଗଛଟେ ଯେମିତି ଆମକୁ ବିନା ସ୍ୱାର୍ଥରେ ଆମକୁ ସେବା କରିଥାଏ। ଠିକ୍ ସେହିପରି ଜଣେ ଯୁବ ନେତା ଭାବରେ ପ୍ରଣବ ଓଡିଶାବାସୀଙ୍କ ସେବା କରି ଆସୁଛନ୍ତି। ସେ ବାତ୍ୟା, ବନ୍ୟା ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କରୋନା ମହାମାରୀ ସମୟ ହେଉ। ସବୁବେଳେ ସବୁ ସମୟରେ ଲୋକଙ୍କ ସହ ଯୋଡି ହୋଇ ରାଜ୍ୟବାସୀଙ୍କ ସୁଖ ଦୁଃଖର ସାଥି ହୋଇଥାନ୍ତି। ଖାସ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି। ପ୍ରଣବଙ୍କ ସେବା ମନବୃତ୍ତି ପାଇଁ ନବୀନ ତାଙ୍କୁ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର କରିଛନ୍ତି। ଏହାସହ ତାଙ୍କୁ ସଂଗଠନ ସମ୍ପାଦକର ଗୁରୁ ଦାୟିତ୍ୱ ମଧ୍ୟ ଦେଇଛନ୍ତି। ପ୍ରଣବ ମଧ୍ୟ ଠିକ୍ ନବୀନଙ୍କ ପରି କଥା ନୁହେଁ କାମରେ ବିଶ୍ୱାସ କରନ୍ତି।ଲୋକଙ୍କୁ ସାଥିରେ ନେଇ ଚାଲନ୍ତି। ଖାସ ସେଥିପାଇଁ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି। ନିଜ ରାଜନୈତିକ ସାଂଗଠନିକ ଓ ଜଣେ ଲୋକଙ୍କ ନେତା ଭାବରେ ନିଜକୁ ବହୁ ବାର ପ୍ରମାଣିତ କରିସାରିଲେଣି। ଓଡ଼ିଶାବାସୀ ପ୍ରିୟ ବବି ଭାଇଙ୍କ ଜନ୍ମ ଦିନରେ ସେବା ହିଁ ମାନବିକତାକୁ ପାଥେୟ କରି ସମର୍ଥକମାନେ ଜନ୍ମଦିନ ପାଳନ କରିଛନ୍ତି। ପ୍ରଣବଙ୍କ ଜନ୍ମଦିନ ପାଇଁ ଜଗତର ନାଥ ଜଗନ୍ନାଥ ଓ ମା ବିରଜାଙ୍କ ପାଖରେ ତାଙ୍କ ସମର୍ଥକମାନେ ପୂଜା କରି ଦୀର୍ଘାୟୁ କାମନା କରିଛନ୍ତି। ପ୍ରଣବ ମଧ୍ୟ କରୋନା ମହାମାରୀ ସମୟରେ ଜନ୍ମଦିନକୁ ନିରଡାମ୍ବର ଭାବେ ପାଳନ କରିଛନ୍ତି। ନା କଉଠି ସେ କେକ କଟିଛନ୍ତି ନା ସାଙ୍ଗସାଥି ମେଳରେ ସମୟ କାଟିଛନ୍ତି। ବରଂ ମୁଖ୍ୟମନ୍ତ୍ରୀ ତାଂକୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେ କାମରେ ଲାଗିଛନ୍ତି l ଜନ୍ମଦିନରେ ବି ଦଳର ସଂଗଠନ କଥା ବୁଝିଛନ୍ତି l ମୟୂରଭଞ୍ଜ ରହି ପ୍ରଣବ ସଂଗଠନ କାର୍ଯ୍ୟରେ ଲାଗିଛନ୍ତି l ଲକ୍ଷ୍ୟ  କେବଳ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ।   ଏହା ପରେ ଦଳର ସଂଗଠନିକ ସ୍ଥିତିର ସମୀକ୍ଷା କରିଛନ୍ତି l ନିଜ ନେତାଙ୍କ ଏଭଳି ମନଭାବ କର୍ମୀକୁ ଦଳ ପାଇଁ ଅଧିକ କାମ କରିବାକୁ ପ୍ରେରଣା ଦେଇଛି l ଯେଉଁଥି ପାଇଁ ତାଙ୍କ ସମର୍ଥକମାନେ କୁହାକୁହି ହେଉଛନ୍ତି ନେତା ହେବ ତ ବବି  ଭାଇ ପରି l

ଫ୍ୟାନଙ୍କୁ ଭାଇ ଭାବନ୍ତି ବବି…..

ଭୁବନେଶ୍ୱର: ଫ୍ୟାନ ଫ୍ୟାନ ଆମେ ବବି ଭାଇ ଫ୍ୟାନ।ସାନ୍ ସାନ୍ ସେ ଯାଜପୁର ସାନ୍। ଆଜି ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ( ବବି ଭାଇ)ଙ୍କ ନାଁରେ ଏପରି ଏକ ଗୀତ ରିଲିଜ ହୋଇଛି। ମା’ ପୁଣ୍ୟତୋୟା ପ୍ରଡକ୍ସନ ହାଉସ୍ ପକ୍ଷରୁ ଗୀତିକାର ହ୍ୟୁମାନ ସାଗର ଓ ଅସୀମା ପଣ୍ଡାଙ୍କ କଣ୍ଠରେ ‘ଆମେ ବବିଭାଇ ଫ୍ୟାନ୍‌’ ନାମକ ଏକ ଗୀତ ରେକର୍ଡିଂ ହୋଇଛି। ଯାହା ଏବେ ସୋସିଆଲ ମିଡିଆରେ ଲୋକ ମଧ୍ୟ ଏହି ଗୀତକୁ ବେଶ ପସନ୍ଦ କରୁଛନ୍ତି।
ପ୍ରଣବ ପ୍ରକାଶ ଦାସ। ସମସ୍ତେ ତାଙ୍କୁ ବାବି ଭାଇ ନାମରେ ଜାଣନ୍ତି। ପ୍ରଣବ ମାନେ ସବୁ କାମରେ ସେ ପ୍ରବୀଣ। ଯିଏ ଏକାକୀ ସ୍ୱର୍ଗତ ବିଜୁବାବୁଙ୍କ ସ୍ୱପ୍ନ ,ପିତା ସ୍ବର୍ଗତ ଅଶୋକ ଦାସଙ୍କ ମାର୍ଗ ଦର୍ଶନ ଓ ଓଡ଼ିଶାର ଅଦ୍ୱିତୀୟ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗରେ ଓଡିଶାକୁ ଏକ ନମ୍ବର କରିବାକୁ ପଣ କରିଛନ୍ତି।ଯାହା କି ଏହି ସଂଗୀତରେ ଚିତ୍ରଣ କରାଯାଇଛି। ମୁଁ ନୁହେଁ ଆମେରେ ସବୁବେଳେ ବିଶ୍ୱାସ କରିଥାନ୍ତି ପ୍ରଣବ। ନିଜ କଥା ନ ଭାବି ଲୋକଙ୍କ ହିତରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ବବି। ସେଥିପାଇଁ ତ ସେ ବର୍ତ୍ତମାନର ଯୁବ ସମାଜ ପାଇଁ ଆଦର୍ଶ ହୋଇ ପାରିଛନ୍ତି।ଯେଉଁଥିପାଇଁ କି ତାଙ୍କୁ ନବୀନ ପଟ୍ଟନାୟକ ଏମିତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ତାହା ପୁଣି ମାତ୍ର ୩ ଥରର ବିଧାୟକଙ୍କୁ ।ଏହା ପଛରେ ରହସ୍ୟ କଣ? ଅନେକଙ୍କ ମନରେ ଏହି ପ୍ରଶ୍ନ ରହିବା ସ୍ୱାଭାବିକ। ହେଲେ ଏହାର ଉତ୍ତର ହେଲା ପ୍ରାଣବଙ୍କ କାର୍ଯ୍ୟ ଦକ୍ଷତା । ମୁଖ୍ୟମନ୍ତ୍ରୀଙ୍କ ପରି ସବୁବେଳେ ରାଜ୍ୟବାସୀଙ୍କ ଦୁଃଖ ସୁଖର ସାଥି ସେ।କେବଳ ରାଜଧାନୀ ନୁହେଁ ଗାଁକୁ ଯାଇ କି ଲୋକଙ୍କ ସମସ୍ୟା ବୁଝନ୍ତି।ଏବଂ ସ୍ଥାନୀୟ ନେତାଙ୍କ ସହ ଆଲୋଚନା ମଧ୍ୟ କରନ୍ତି।କିପରି ଲୋକଙ୍କୁ ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବ ତାକୁ ପ୍ରାଥମିକତା ଦିଅନ୍ତି ପ୍ରଣବ।ଲୋକସେବା କରିବାକୁ ଯେମିତି ପଣ କରିଛନ୍ତି ପ୍ରଣବ।

ଜୁଲାଇ ୧୫ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ସ୍ଥଗିତ

ନୂଆଦିଲ୍ଲୀ: ଦିନକୁ ଦିନ ସାରା ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି।ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୧୫ ଯାଏଁ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ଥଗିତ କରାଯାଇଛି।ଆଜି ଏ ନେଇ ରେଳ ମନ୍ତ୍ରାଳୟ ତଥା ଡିଜିସିଏ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।ତେବେ ଅନ୍ତର୍ଜାତୀୟ କାର୍ଗୋ ଅପରେସନ୍ ଏବଂ ବିମାନ ଚଳାଚଳ ନିୟନ୍ତ୍ରକ ଦ୍ୱାରା ସ୍ୱତନ୍ତ୍ର ଭାବରେ ଅନୁମୋଦିତ ବିମାନଗୁଡିକ ପାଇଁ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ ।

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟରେ ଯୋଗୁ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଆମର ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ। ସେ କହିଥିଲେ ଯେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା କାର୍ଯ୍ୟକ୍ରମ ହେଉଛି ଆମର ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି ।
ରାଜ୍ୟ ପ୍ରଶାସନକୁ ଅଭିଜ୍ଞତା ପ୍ରସୂତ SOP (Standard Operating Procedure) ପାଳନ ସହ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ରୀତା ପରାମର୍ଶ ଦେଇଛନ୍ତି।
ଗୋଷ୍ଠୀଭିତ୍ତିକ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ସଂସ୍ଥାଗତ ଢାଞ୍ଚା ପ୍ରଦାନ କରିବାରେ ଓଡିଶା ସର୍ବାଗ୍ରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗୋଷ୍ଠୀଭିତ୍ତିକ ପରିଚାଳନାରେ ଆମର ଅଭିଜ୍ଞତା କୋଭିଡ ପରିଚାଳନାରେ ମଧ୍ୟ ବହୁ ପରିମାଣରେ ଉପାଦେୟ ହୋଇପାରିଛି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୩ ମାସ ଧରି କୋଭିଡ ୧୯ ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଆଜି ଏ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି । ଏହି ଅବସରରେ କୋଭିଡ ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟମନ୍ରୀଅବ କହିଥିଲେ ଯେ ଆମ ରାଜ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଆମେ ଅନେକ ବିପଦର ସମ୍ମୁଖୀନ ହେଉଥିଲେ ମଧ୍ୟ ଆମେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ। ଗତ ବର୍ଷ ଫନି ଓ ବୁଲବୁଲ ଭଳି ବାତ୍ୟା ସହିତ ବନ୍ୟା, ବର୍ଷା ଏବଂ ଅନେକ ସ୍ଥାନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଉତ୍ତର ଉପକୂଳ ଜିଲ୍ଲା ଗୁଡିକ ମଇ ମାସର ତୃତୀୟ ସପ୍ତାହରେ ମହାବାତ୍ୟା ଅମ୍ଫନ ଦ୍ବାରା ପ୍ରଭାବିତ ହୋଇଥିଲେ। ଓଡିଶାର ଜନସାଧାରଣଙ୍କ ସହଯୋଗରେ ଆମେ କେବଳ ଏହିସବୁ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସଫଳ ହୋଇନାହୁଁ, ତା ସହିତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ମଧ୍ୟ ତାର ବିପଦ ସମୟରେ ସହାୟତା ଯୋଗାଇ ଦେଇପାରିଛୁ ବୋଲି ସେ କହିଥିଲେ।
ସବୁବେଳେ ଅତୀତର ବିପର୍ଯ୍ୟୟ ଗୁଡିକରୁ ଆମେ ଶିକ୍ଷା ଗ୍ରହଣ କରିଆସିଛୁ ଏବଂ ସମ୍ଭାବ୍ୟ ଦୁର୍ବିପାକ ପାଇଁ ପ୍ରସ୍ତୁତିରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ‘ଅଭିଜ୍ଞତାରୁ ଶିକ୍ଷା’ ଏବଂ ‘ପରବର୍ତ୍ତୀ ପ୍ରସ୍ତୁତି’ରେ ଉନ୍ନତିର ଏହି ନିରନ୍ତର ପ୍ରକ୍ରିୟା ପାଇଁ ଆମକୁ ସବୁ କ୍ଷେତ୍ରରୁ ପ୍ରଶଂସା ମିଳିଛି ବୋଲି ମୁଖ୍ୟମନ୍ରୀର କହିଥିଲେ ।
ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍‌ ସମୟରେ ଆସିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଭଲ ବର୍ଷା ହେବାର ଆଶା ରହିଛି। ଜୁନ୍‌ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ହେଉଛି ଖୁବ୍‌ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ । ଏହିସବୁ ବିପର୍ଯ୍ୟୟ ପାଇଁ ଆମର ପ୍ରସ୍ତୁତିକୁ ନିରନ୍ତର ସମୀକ୍ଷା କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କୋଭିଡ ଠାରୁ ଆରମ୍ଭ କରି ଅମ୍ଫନ, ବୁଲବୁଲ, ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ବିପାକ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।
ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ଜୁନ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳେ ଟେଲି ଯୋଗାଯୋଗ ସୁବିଧା ନ ଥିବା ବନ୍ୟାପ୍ରବଣ ଅଞ୍ଚଳରେ ୧୫ଟି ଅସ୍ଥାୟୀ ଭି.ଏଚ୍‌.ଏଫ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ୨୦ଟି ଓଡ୍ରାଫ ଟିମ୍‌କୁ ଆବଶ୍ୟକୀୟ ଜରୁରୀକାଳୀନ ସହାୟତା ସହିତ ଜାଗତିଆର ରଖାଯାଇଛି । ବିଭିନ୍ନ ନଦୀବନ୍ଧ ମାନଙ୍କରେ ୪୯ଟି ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ସେଗୁଡିକର ଜଗାରଖା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳରେ ବର୍ଷା ଓ ବନ୍ୟାଜଳ ନିଷ୍ଟାସନ ପାଇଁ ପଦକ୍ଷେପ ନିଆଯାଇଛି। ବନ୍ୟାପ୍ରବଣ ଅଞ୍ଚଳରେ ଆଗମୀ ଦୁଇ ତିନି ମାସର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା, ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅତ୍ୟାବଶ୍ୟକ ଔଷଧ ଓ ବିଶେଧନ ସାମଗ୍ରୀ ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଇଛି।
ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ କରାଯାଇ ୭୯୬ଟିର ମରାମତି କରାଯାଇଛି।
ଭିଡିଓ କନ୍‌ଫରେନ୍‌ସିଂ ଦ୍ବାରା ଆୟୋଜିତ ଏହି ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ବିରୋଧୀଦଳ ନେତା, ସାଂସଦ, ବିଧାୟକଗଣ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ମୁକିବାଲା ନିମନ୍ତେ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

ରାଜ୍ୟରେ ଛଅ ହଜାର ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା….

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୨୧୮ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୧୮୦ ପହଁଚିଛି।
ସେମାନେ ଗଞ୍ଜାମରେ ସର୍ବାଧିକ ୪୯ କୋରୋନା ଆକ୍ରାନ୍ତ ଚିହ୍ନଟ ।ସେହିପରି ଜଗତସିଂହପୁରରୁ ୨୯, ଗଜପତିରୁ ୨୭, ଭଦ୍ରକରୁ ୨୫ ଜଣ ଚିହ୍ନ, ଖୋର୍ଦ୍ଧାରୁ ୧୭, ସୁନ୍ଦରଗଡ଼ରୁ ୧୧, ପୁରୀରୁ ୧୦ ଜଣ,ମୟୂରଭଞ୍ଜରୁ ୯, ବାଲେଶ୍ବରରୁ ୭, କେନ୍ଦ୍ରାପଡ଼ାରୁ ୬,କଟକରୁ ୫, ଝାରସୁଗୁଡ଼ାରୁ ୪ ଜଣ ନୂଆପଡ଼ା, କେନ୍ଦୁଝର, ସମ୍ବଲପୁରରୁ ୨ ଜଣ,
ନବରଙ୍ଗପୁର, ଅନୁଗୁଳ, କନ୍ଧମାଳରୁଯାଜପୁର, ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୧୯୮ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୨୦ ସ୍ଥାନୀୟ ଲୋକ ଅଛନ୍ତି । ଏହାସହ ୭ ଜଣ ଏନଡିଆରଏଫ କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଯେଉଁମାନେ କି କୋଲକାତାରେ ଅମ୍ଫାନ ଡ୍ୟୁଟିରେ କାର୍ଯ୍ୟରତ ଥିଲେ । ।ଏହାସହ ୧୮୬୫ ଜଣ ଚିକିତ୍ସିତ ହେଉଥିବା ବେଳେ ୪୨୯୧ ଜଣ ସୁସ୍ଥ ହୋଇସାରିଲେଣି।

ଅଗଷ୍ଟ ୧୨ ଯାଏ ରେଗୁଲାର ଟ୍ରେନ୍ ଚଳାଚଳ ବନ୍ଦ..

ନୂଆଦିଲ୍ଲୀ:ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା।ଆସନ୍ତା ୩୦ ତାରିଖ ପରଠାରୁ ଅଗଷ୍ଟ ୧୨ ତାରିଖ ପର୍ରଯ୍ୟନ୍ତ ଦେଶରେ ବନ୍ଦ ରହିବ ସମସ୍ତ ରେଗୁରାଲ ଟ୍ରେନ୍ ଚଳାଚଳ । ମେଲ୍ ଏକ୍ସପ୍ରେସ, ଲୋକାଲ୍ ଟ୍ରେନ୍, ଇଏମୟୁ ଟ୍ରେନ୍ ସବୁ ବନ୍ଦ ରହିବ। ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରେଲଓ୍ୱେ ବୋର୍ଡ । ଏହାସହ ଯଦି କେହି ୧୨ ଅଗଷ୍ଟ ଭିତରେ ରେଗୁଲାର ଟ୍ରେନରେ ବୁକିଂ କରିଥିଲେ ସେମାନଙ୍କୁ ଶତ ପ୍ରତିଶତ ରିଫଣ୍ଡ ମିଳିବ ।

ଏହି ସମୟ ଭିତରେ ଦେଶରେ ରାଜଧାନୀ ଟ୍ରେନ୍ ଓ ଜୁନ୍ ୧ ତାରିଖରୁ ଚାଲୁଥିବା ସ୍ପେଶାଲ୍ ମେଲ/ଏକ୍ସପ୍ରେସ ଟ୍ରେନ୍ ଭଳି ଚାଲିବ । ପୂର୍ବରୁ ଗତ ମେ ୧୩ ତାରିଖରେ ଜାରି ନିର୍ଦ୍ଦେଶନାମାରେ ରେଲଓ୍ୱେ ବୋର୍ଡ କହିଥିଲା ଯେ, ଜୁନ୍ ୩୦ ଯାଏ ନିୟମିତ ଚଳାଚଳ କରୁଥିବା ଟ୍ରେନର ବୁକିଂକୁ ବାତିଲ କରାଯାଇଛି । ଏହାସହ ଯାତ୍ରୀଙ୍କୁ ପୂରା ଟଙ୍କା ଫେରସ୍ତ ଦିଆଯିବ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news