ଭୁବନେଶ୍ୱର :ଆଜି ବିଜେଡି କିଛି ଦଳୀୟ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛି। ଏଥିମଧ୍ୟରେ ୮ ଜଣ ବରିଷ୍ଠ ଉପସଭାପତି , ୯ ଜଣ ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛି। ଆସନ୍ତୁ ଜାଣିବା ସେମାନେ କିଏ କିଏ
ବରିଷ୍ଠ ଉପସଭାପତି
୧- ଅନଙ୍ଗ ଉଦୟ ସିଂ ଦେଓ
୨-ପ୍ରସନ୍ନ ଆଚାର୍ଯ୍ୟ
୩-ପ୍ରସନ୍ନ କୁମାର ପଟଶାଣୀ
୪-ପ୍ରଫୁଲ୍ଲ ସାମଲ
୫-ବିଜୟଶ୍ରୀ ରାଉତରାୟ
୬-ଲାଲ ବିହାରୀ ହିମାରିକା
୭-ଅନନ୍ତ ଦାସ
୮-ବିମ୍ବାଧର କଅଁର
ଉପସଭାପତି
୧- ମଙ୍ଗଳା କିଷାନ -ଜନଜାତି ଶସକ୍ତିକରଣ ଓ ସଂଖ୍ୟାଲଘୁ
୨-ସୌମ୍ୟ ରଞ୍ଜନ ପଟ୍ଟନାୟକ-ସଂସ୍କୃତି ଓ ମାନବ ସମ୍ବଳ ବିକାଶ
୩-ଦେବୀ ପ୍ରଶାଦ ମିଶ୍ର-ଓଡ଼ିଶା-ମୋ ପରିବାର
୪-ବିକ୍ରମ କେଶରୀ ଆରୁଖ-ପରିବେଶ
୫-ଉଷା ଦେବୀ-ସାମାଜିକ ବିକାଶ
୬-ପ୍ରମିଳା ମଲ୍ଲିକ-ମହିଳା ସଶକ୍ତିକରଣ
୭- ବଦ୍ରୀ ନାରାୟଣ ପତ୍ର-ଆଞ୍ଚଳିକ ବିକାଶ
୮-ପ୍ରଦୀପ କୁମାର ଅମାତ-ସଶକ୍ତ ଓଡିଶା
୯-ପଦ୍ମନାଭ ବେହେରା- ଏସ୍.ସି ବିକାଶ
ସାଧାରଣ ସମ୍ପାଦକ ମୁଖ୍ୟ କାର୍ଯ୍ୟାଳୟ
ସଞ୍ଜୟ କୁମାର ଦାସ ବର୍ମା
ବିଜେଡିକୁ ନୂଆ ରୂପ ଦେଲେ ନବୀନ : ୮ ଜଣ ବରିଷ୍ଠ ଉପସଭାପତି , ୯ ଜଣ ଉପସଭାପତି
ରାଜ୍ୟର ଅନଲକ୍ ୨.୦ ରେ କଣ କଣ ବନ୍ଦ ରହିବ, ଆସନ୍ତୁ ଜାଣିବା
ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ କରୋନା ତାର କାୟା ମେଲାଇ ଚାଲିଛି।କମିବାର ନାଁ ଧରୁ ନାହିଁ। ଏଥିମଧ୍ୟରେ ଆସନ୍ତାକାଲି ଠାରୁ ଦେଶରେ ଅନଲକ୍ ୨.୦ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପାଇଁ ଆଜି ରାଜ୍ୟ ସରକାର ନୂତନ ଗାଇଡ଼ଲାଇନ୍ ଜାରି କରିଛନ୍ତି। ଏହି ନିୟମ ସବୁ ଆସନ୍ତାକାଲି ଠାରୁ ରାଜ୍ୟରେ ଲାଗୁହେବ । ଏ ନେଇ ଆଜି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। ଏହି ନିୟମ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ତେବେ ଆସନ୍ତୁ ଜାଣିବା ଏହି ସମୟରେ କଣ କଣ ବନ୍ଦ ରହିବ-
୧ – ସିନେମା ହଲ, ଜିମଖାନା, ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ କଂପ୍ଲେକ୍ସ, ଥିଏଟର, ଅଡ଼ିଟୋରିୟମ, ଆସେଂବ୍ଲି ହଲ ଏବଂ ଏହିପରି ସମସ୍ତ ସଭା ସମିତି ବୈଠକଖାନା ।
୨-ସମସ୍ତ ଧର୍ମାନୁଷ୍ଠାନ/ ସର୍ବସାଧାରଣଙ୍କ ପୂଜାସ୍ଥଳୀ
୩ – ଯାତ୍ରୀମାନଙ୍କ ଲାଗି ଅନ୍ତର୍ଜାତୀୟ ବିମାନ ଚଳାଚଳ, ଏମଏଚଏ ଦ୍ୱାରା ଅନୁମତିପ୍ରାପ୍ତ ବିମାନକୁ ଛାଡ଼ି
୩ – ସାମାଜିକ/ରାଜନୈତିକ/କ୍ରୀଡ଼ା, ମନୋରଞ୍ଜନ/ଶିକ୍ଷା ଅନୁଷ୍ଠାନ / ସାଂସ୍କୃତିକ ତଥା ଧର୍ମୀୟ ଉତ୍ସବ ଗୁଡ଼ିକ
୫ – ସ୍କୁଲ, କଲେଜ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ / ତାଲିମ କେନ୍ଦ୍ର/ କୋଚିଂ ସେଣ୍ଟର ଗୁଡ଼ିକରେ ପାଠପଢା ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ । ମାତ୍ର ପରୀକ୍ଷା କିମ୍ବା ଖାତାଦେଖା ଲାଗି ଅନୁମତି ରହିଛି ।
ବାହୁଡ଼ିବେ ମହାବାହୁ…..
jatra ପୁରୀ : ଆସନ୍ତାକାଲି ବାହୁଡ଼ା । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିନା ଭକ୍ତରେ ରଥ ଟଣାଯିବ । ଶୃଙ୍ଖଳା ରକ୍ଷା ପାଇଁ ଆଜି ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ ।
ସେହିପରି ବାହୁଡା଼ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ ବିଭାଗ ପ୍ରସ୍ତୁତ ଅଛନ୍ତି । ସବୁ ଲାଇନ ବିଭାଗ ପ୍ରସ୍ତୁତ ଅଛି । ଖରାର ପ୍ରକୋପରୁ ବଡଦାଣ୍ଡ ଥଣ୍ଡା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ । ବଡଦାଣ୍ଡରେ ପାଣି ସିଞ୍ଚନ ହେବ । ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟ ପାନୀୟଜଳ ଯୋଗାଇବ । ସବୁ ସେବାୟତଙ୍କ କୋଭିଡ ଟେଷ୍ଟ ଶେଷ ହୋଇଛି । ସବୁ ସେବାୟତଙ୍କ ନେଗେଟିଭ ଅଛନ୍ତି । ପାନୀୟ ଜଳ ବ୍ୟବସ୍ଥା ହୋଇଛି । ବଡଦାଣ୍ଡରେ ଭଜନର ନିଷ୍ପତି ହୋଇଛି । ବଡଦାଣ୍ଡରେ ସବୁଠି ଭଜନ ବାଜିବ । ଶ୍ରୀଗୁଣ୍ଡିଚା ମନ୍ଦିର, ରଥ ଓ ଶ୍ରୀମନ୍ଦିରରେ ଫୁଲ ସଜା ହେବ । ଏପର୍ଯ୍ୟନ୍ତ ନୀତି ସୁରୁଖୁରୁରେ ଚାଲିଛି । ଏ ଗୁରୁଦାୟିତ୍ୱ ଭଲ ଭାବରେ ତୁଲାଇଛନ୍ତି ସେବାୟତ । ବାହୁଡା଼କୁ ଶୃଙ୍ଖଳିତ କରାଯିବ । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।
ସେପଟେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂଧ୍ୟା ଦର୍ଶନ ନୀତି ଶେଷ ହୋଇଛି । କରୋନା କଟକଣା ଯୋଗୁ ଭକ୍ତଙ୍କୁ ଦର୍ଶନ ମିଳିନାହିଁ । ନୀତିକାନ୍ତି କିନ୍ତୁ ସୁଚାରୁ ରୂପେ ସମ୍ପନ୍ନ ହୋଇଛି ।
ସେବାୟତ ଓ ପୋଲିସ ବ୍ୟବତୀତ ବଡ଼ଦାଣ୍ଡକୁ ଆଉ କେହି ଆସିବେ ନାହିଁ । ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯାଇଛି । ସହରରେ କରାଯାଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ୭୦ ପ୍ଲାଟୁନ୍ ଫୋର୍ସ ସହିତ ୪ଶହରୁ ଅଧିକ ପୋଲିସ ଅଫିସର ସୁରକ୍ଷା ଦାୟିତ୍ବରେ ଅଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ସେବାୟତମାନେ ଶ୍ରୀଜୀଉଙ୍କ ରଥ ଟାଣିବେ । କେବଳ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତମାନଙ୍କୁ ନିୟୋଜିତ କରିବାକୁ ସ୍ଥିର ହୋଇଛି । ପୁରୀ ସହରବାସୀ ଘରେ ରହି ଟିଭିରେ ବାହୁଡ଼ା ଯାତ୍ରା ଦର୍ଶନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ।
୩ ଜୁଲାଇ ଦେଶବ୍ୟାପି ପ୍ରତିବାଦ…
ଭୁବନେଶ୍ୱର : କୋଭିଡ଼-୧୯ କବଳରେ ଭାରତ ବର୍ଷ । ସରକାରଙ୍କ ଅପରିଣାମ ଦର୍ଶୀ ନୀତି କାରଣରୁ ଆଜି ଦେଶର ସାଧାରଣ ମଣିଷ ନାହିଁ ନଥିବା ଦୁ୍ର୍ଦ୍ଦଶାର ସମ୍ମୁଖିନ ହେଉଛି । କୌଣସି ପ୍ରାକ୍ ପ୍ରସ୍ତୁତି ବିନା ତରବରିଆ ଭାବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଡ଼ାଉନ / ସଟ୍ଡାଉନ ଘୋଷଣା ଦେଶର ଶ୍ରମଜୀବି ଜନତାଙ୍କ ଜୀବନ ଜୀବିକା ଛଡ଼ାଇ ନେଉଛି । ଲକ୍ଷ ଲକ୍ଷ ଶ୍ରମିକ ରାଜ ରାସ୍ତାରେ । ସେମାନଙ୍କ ଦୁର୍ଦ୍ଦଶା ଅବର୍ଣ୍ଣର୍ନୀୟ । ସରକାରଙ୍କ ଭୁଲ ନୀତି କାରଣରୁ ଶତାଧିକ ଶ୍ରମିକ ମୃତ୍ୟୁବରଣ କରିଥିବାବେଳେ, ଚାକିରି ହରାଇ, ମଜୁରୀ ନପାଇଁ ଆତ୍ମହତ୍ୟା କରିବା ପାଇଁ ସରକାର ଏକ ପ୍ରକାର ବାଧ୍ୟ କରୁଛନ୍ତି । ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଖର୍ଚ୍ଚରେ ସେମାନଙ୍କ ଭିଟାମାଟିରେ ପହଂଚାଇବା ଦାୟିତ୍ୱ କେନ୍ଦ୍ର ଓ ରାଜ୍ୟ ସରକାର ଭୁଲିଗଲେ । ଏପରିକି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଏହା ପୂର୍ଣ୍ଣ ମାତ୍ରାରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ସମସ୍ତଙ୍କୁ ଅତି କମ୍ରେ ୬ମାସ ପାଇଁ ବ୍ୟକ୍ତି ପିଛା ୧୦ କେଜି ଖାଦ୍ୟଶସ୍ୟ, ପ୍ରତ୍ୟେକ ଆୟକର ପ୍ରଦାନ କରୁନଥିବା ପରିବାରକୁ ୬ ମାସ ପାଇଁ ମାସିକ ୭୫୦୦/- ଟଙ୍କାର ସହାୟତା ଯୋଗାଇ ଦେବାକୁ ଆମର ଦାବି ସରକାର କର୍ଣ୍ଣପାତ କରୁନାହାନ୍ତି । ଦେଶର ୨୪ କୋଟିରୁ ଉର୍ଦ୍ଧ୍ୱ ଲୋକ ନିଜର ଜୀବିକା ହରାଇ ସାରିଲେଣି । ବେକାରି ସଂଖ୍ୟା ଆକାଶ ଛୁଆଁ ହୋଇ ୨୭ ପ୍ରତିଶତରେ ପହଂଚିଲାଣି । ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇ.ଏଲ.ଓ)ର ରିପୋର୍ଟ ଅନୁଯାୟୀ ୪୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ । ବିଶେଷଜ୍ଞଙ୍କ ମତରେ, ଗରିବ, ପୃଷ୍ଟିହୀନତା ଓ ଅନାହାର କାରଣରୁ ମୃତ୍ୟୁ, ସାଧାରଣ ଘଟଣାରେ ପରିଣତ ହେବାକୁ ଯାଉଛି । ଅଣୁ, ଲଘୁ ଓ ମଧ୍ୟମ ଉଦ୍ୟୋଗ ୩୦ ରୁ ୩୫ ପ୍ରତିଶତ ପୁନରୁଦ୍ଧାର ହେବା ଅବସ୍ଥାରେ ନାହିଁ । ଏଭଳି ଅବସ୍ଥାରେ ସରକାର ନୂଆ ନିଯୁକ୍ତି ସୃଷ୍ଟି ପାଇଁ ପଦକ୍ଷେପ ନେବା ବଦଳରେ କର୍ପୋରେଟ୍ ସ୍ୱାର୍ଥରେ ଶ୍ରମିକମାନଙ୍କ ବିରୋଧରେ ଶ୍ରମ ଆଇନ ସଂଶୋଧନ କରୁଛନ୍ତି । ୧୯୫୫ ମସିହାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନ କରି କୃଷକ ଓ ସାଧାରଣ ଖାଉଟି ବିରୋଧି ନୀତିକୁ ତୀବ୍ରତର କରିଛନ୍ତି । ବହୁ ଆଡ଼ମ୍ବରରେ ଲଘୁକ୍ରିୟା ପରି ତଥାକଥିତ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଗରିବ ମଣିଷ ପ୍ରତି କ୍ରୁର ଉପହାସ । ଏହି ପ୍ୟାକେଜରେ ସାଧାରଣ ଲୋକ, ଚାଷୀ ଓ ଶ୍ରମିକମାନଙ୍କ ପାଇଁ ବାସ୍ତବ କ୍ଷେତ୍ରରେ ଜି.ଡ଼ି.ପି.ର ୧ ପ୍ରତିଶତରୁ ମଧ୍ୟ କମ୍ (୦.୯୧%) ଅର୍ଥର ବ୍ୟୟ ବ୍ୟବସ୍ଥା ରହିଛି । ଏହି ପ୍ୟାକେଜ୍ ମୁଖ୍ୟତଃ ମହାଜନୀ ଋଣ ବ୍ୟବସ୍ଥା ବ୍ୟତୀତ ଆଉ କିଛି ନୁହେଁ । ପୂର୍ବଘୋଷିତ ପି.ଏମ. କିଷାନ୍ ସମ୍ମାନ ନିଧି ଓ ନିର୍ମାଶ ଶ୍ରମିକ କଲ୍ୟାଣ ବୋର୍ଡ଼, ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାକୁ ଏଥିରେ ସାମିଲ କରାଯାଇ ସାଧାରଣ ମଣିଷ ମନରେ ଭ୍ରମ ସୃଷ୍ଟି କରାଯାଉଛି ।
‘ଆତ୍ମ ନିର୍ଭର ଭାରତ’ର ସ୍ଲୋଗାନ ଦେଇ କୋଭିଡ଼-୧୯ ଲକ୍ଡାଉନ୍ ଆଢ଼ୁଆଳରେ ପ୍ରତିରକ୍ଷା, କୋଇଲା, ରେଲୱେ, ଆଣବିକ ଶକ୍ତି, ବ୍ୟାଙ୍କ, ବୀମା ଠାରୁ ଆରମ୍ଭ କରି କୃଷିକ୍ଷେତ୍ର ଓ ଖୁଚୁରା ବ୍ୟବସାୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସରକାରୀ ଅଂଶଧନକୁ ମାଟିଗୋଡ଼ି ମୂଲ୍ୟରେ ବିକ୍ରିକରି ଶତ ପ୍ରତିଶତ ବିଦେଶ ପୁଞ୍ଜିକୁ ଆମନ୍ତ୍ରଣ କରି ଏହାକୁ କର୍ପୋରେଟ୍ ହାତରେ ଟେକିଦେବା ପାଇଁ ଷଡ଼ଯନ୍ତ୍ର ରଚନା କରାଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପ୍ରତିବାଦ ସତ୍ୱେ ୪୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀଙ୍କ ମହଙ୍ଗା ଭତା ସରକାର ବନ୍ଦ କରିଛନ୍ତି ।
କୋଭିଡ଼୍-୧୯ ଭଳି ଏକ ମହାମାରୀ ଆକ୍ରମଣରେ ଦେଶର ଶ୍ରମଜୀବି ଜନଗଣ ଓ ଜନସାଧାରଣଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ୍ ଲିଟର ଉପରେ ଏହି ଗୋଟିଏ ମାସ ମଧ୍ୟରେ ୯ ଟଙ୍କାରୁ ଉର୍ଦ୍ଧ୍ୱ ଟିକସ ବୃଦ୍ଧି କରୁଛନ୍ତି । ରନ୍ଧନଗ୍ୟାସ ମୂଲ୍ୟ ବି ବଢ଼ିଛି । ଫଳରେ ସମସ୍ତ ଅତ୍ୟାବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଛି । ଜନଗଣଙ୍କ ଦୁର୍ଦ୍ଦଶା ବଢ଼ୁଛି ।
ଓଡ଼ିଶା ସରକାର ମଧ୍ୟ କେନ୍ଦ୍ର ବିଜେପି ସରକାରଙ୍କ ପଦାଙ୍କ ଅନୁସରଣ କରି ୧୭ ହଜାର କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ଜନଗଣଙ୍କ ପାଇଁ ଆଉ ଏକ ଧୂଆଁ ବାଣ । ରାଜ୍ୟର ୨୦୨୦-୨୧ ବାର୍ଷିକ ବଜେଟରେ ୧୬୮୮୦ କୋଟି ଟଙ୍କାର ନିଅଂଟ ଥିଲାବେଳେ ଏହି ଟଙ୍କା କେଉଁଠୁ ଆସିବ ତା’ର ନାମ ଗନ୍ଧ ନାହିଁ । ରାଜ୍ୟ ସରକାର କର୍ପୋରେଟ୍ ସ୍ୱାର୍ଥରେ ଶ୍ରମ ଆଇନ୍ ସଂଶୋଧନ କରୁଛନ୍ତି । କାରଖାନା ଆଇନ ୧୯୪୮କୁ ପରିବର୍ତନ କରି ଦୈନିକ ଶ୍ରମ ନିର୍ଘଂଟକୁ ୮ ଘଂଟାରୁ ୧୨ ଘଂଟାକୁ ବୃଦ୍ଧି, ଶିଳ୍ପ ବିବାଦ ଆଇନ ୧୯୪୭ କୁ ପରିବର୍ତନ କରି ୩୦୦ ଶ୍ରମିକ ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା କାରଖାନାରେ ତାଲାବନ୍ଦ ଓ ଶ୍ରମିକ ଛଟେଇ ପାଇଁ ମାଲିକଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଏହି କାରଖାନାଗୁଡ଼ିକରେ ଶ୍ରମ ଆଇନଗୁଡ଼ିକ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଆଉ ଶ୍ରମ ବିଭାଗ ତଦାରଖ କରିପାରିବ ନାହିଁ । ଫଳରେ ଶ୍ରମିକ ଶୋଷଣର ସୀମା ରହିବ ନାହିଁ । ଶ୍ରମିକର ଅର୍ଜିତ ଛୁଟିକୁ ୨୪୦ ଦିନରୁ ୧୮୦ଦିନକୁ କମାଇ ଦେବାକୁ ନିଷ୍ପତି ହୋଇଛି । ଆମର ଦାବୀ ସତ୍ୱେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ (ପଞ୍ଜିକୃତ ଓ ଅଣପଞ୍ଜିକୃତ) ସରକାରୀ ସହାୟତା ମିଳିପାରିଲା ନାହିଁ । ପରିବହନ, ବିଡ଼ି, ଘରୋଇ ଓ ଅନ୍ୟାନ୍ୟ ଅସଂଗଠିତ ଶ୍ରମିକମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ସରକାର କୌଣସି ସହାୟତା ଘୋଷଣା କରୁନାହାନ୍ତି । ଓଡ଼ିଶାରେ ପ୍ରାୟ ୪୫ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରମିକ ନିଜର ଜୀବିକା ହରାଇଥିବାବେଳେ ୨୦ ଲକ୍ଷ ପ୍ରବାସୀ ଶ୍ରମିକ ଘର ମୁହାଁ । ଏହି ଶ୍ରମିକମାନଙ୍କୁ ଜୀବିକା ଯୋଗାଇବା ବଦଳରେ ଦୈନିକ ଶ୍ରମ ନିର୍ଘଂଟର ପରିବର୍ତନ, ଠିକା ଚାଷ ପାଇଁ ନିଷ୍ପତି, ରାଜ୍ୟରେ ବ୍ୟାପକ ଶ୍ରମିକ ଛଟେଇକୁ ପ୍ରୋତ୍ସାହିତ କରିବା ସହ ବେକାରୀ ସମସ୍ୟା ଉତ୍କଟ ଆକାର ଧାରଣ କରିବ । କୋଭିଡ଼-୧୯ ଯୋଦ୍ଧାଭାବେ କାର୍ଯ୍ୟରତ ଅଙ୍ଗନୱାଡ଼ି, ଆଶା, ମଧ୍ୟାହ୍ନ ଭୋଜନ ପାଚିକା, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ପାଇଁ ସରକାର କୌଣସି ପ୍ରୋତ୍ସାହନ ଘୋଷଣା କରିନାହାନ୍ତି । ଏହି ଘଡ଼ିସନ୍ଧି ମୂହୁର୍ତରେ ସରକାର ନିଜର ଦାୟିତ୍ୱ ପାଳନ କରି ଶ୍ରମ ଆଇନ ସଂଶୋଧନ ଓ ଶ୍ରମ କୋର୍ଡ. ଲାଗୁକରିବା ନିଷ୍ପତିକୁ ବାତିଲ କରିବା, କୋଭିଡ଼ ସମୟରେ କାର୍ଯ୍ୟ ହରାଇଥିବା ସମସ୍ତ ଶ୍ରମିକଙ୍କୁ ମଜୁରୀ ସହ ପୁନଃ ନିଯୁକ୍ତି, ଓଡ଼ିଶାରେ ବନ୍ଦ ରହିଥିବା କଳକାରଖାନାର ପୁନରୁଦ୍ଧାର, ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଘରେ ପହଂଚାଇବା ସହ ରୋଜଗାରର ସାଧନ ଯୋଗାଇଦେବା, ମୃତ୍ୟୁବରଣ କରୁଥିବା ପ୍ରବାସୀ ଶ୍ରମିକ ଓ କୋଭିଡ଼ ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଭାରତୀୟ ଶ୍ରମ ସମ୍ମିଳନୀର ଆୟୋଜନ ପ୍ରଭୃତି ଦାବୀକୁ ନେଇ ଆସନ୍ତା ଜୁଲାଇ ୩ ତାରିଖ ଦିନ ଦେଶ ବ୍ୟାପୀ ଆନ୍ଦୋଳନ ଗଢ଼ି ତୋଳିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡ଼େରେସନମାନେ ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଏହି ଶ୍ରମିକ, କୃଷକ, ଜନବିରୋଧି ଓ ଦେଶ ବିରୋଧି ନୀତି ବିରୋଧରେ ଶ୍ରମିକ ଶ୍ରେଣୀ ସଂଗଠିତ ଭାବରେ ବିକ୍ଷୋଭ, ଧାରଣା ଆଦି ଜରିଆରେ ପ୍ରତିବାଦ ଜଣାଇବାକୁ ନିବେଦନ । ଏହି ପ୍ରତିବାଦ ଦିବସ ପାଳନ ମଧ୍ୟଦେଇ ଆଗାମୀ ଦିନରେ ଅସହଯୋଗ ଏବଂ ସରକାରଙ୍କ ଜନବିରୋଧି, ଶ୍ରମିକ, କୃଷକ ସ୍ୱାର୍ଥ ବିରୋଧି ନୀତି ନିଷ୍ପତି ଗୁଡ଼ିକ ବିରୋଧରେ ସଂଗ୍ରାମ ପାଇଁ ପ୍ରସ୍ତୁତ ହେବାକୁ ଅନୁରୋଧ ।
ନଭେମ୍ବର ଯାଏଁ ଗରିବ ଲୋକଙ୍କୁ ମିଳିବ ମାଗଣା ରାସନ : ମୋଦି
ନୂଆଦିଲ୍ଲୀ: ଆଜି ଲକ୍ ଡାଉନ ୧.୦ ର ଶେଷ ଦିନ। ଆଉ ଆସନ୍ତାକାଲି ଲକ୍ ଡାଉନ ୨.୦ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମ୍ବୋଧନ ସମୟରେ ସେ ଦେଶର ଗରିବ ଭାଇଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।ଆସନ୍ତା ୫ ମାସ ଯାଏଁ ଗରିବଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ । ଅର୍ଥାତ ଆସନ୍ତା ନଭେମ୍ବର ଯାଏଁ ମିଳିବ ମାଗଣା ରାସନ । ସେ ଘୋଷଣା କରିଛନ୍ତିଯେ, ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ୫ ମାସ ଯାଏଁ ମାଗଣା ରାସନ ମିଳିବ । ପୂର୍ବରୁ ମଧ୍ୟ ସରକାର ୩ ମାସର ମାଗଣାରେ ରାସନ ଦେଇସାରିଛନ୍ତି।
ଏହି ଯୋଜନା ଆଧାରରେ ଗରିବଙ୍କୁ ୫ କିଲୋ ମାଗଣାରେ ଗହମ କିମ୍ବା ଚାଉଳ ଓ ଏକ କିଲୋ ଡାଲି ଦିଆଯିବ। ଏହି ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ଲାଗୁ କରିବାରେ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯେବେଠୁ ଏହି ଯୋଜନା ଆରମ୍ଭ ହୋଇଛି ସେବେଠୁ ନଭେମ୍ବର ମାସ ପର୍ଯ୍ୟନ୍ତ ଦେଢ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ୮୦ କୋଟି ଲୋକଙ୍କୁ ଲାଭ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଲା ବିଜେପି …..
ଭୁବନେଶ୍ୱର :ରାଜ୍ୟରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନି । ମହିଳା ନିର୍ଯାତନା କ୍ଷେତ୍ରରେ ରାଜ୍ୟର ସ୍ଥିତି ସଙ୍ଗୀନ । ରକ୍ଷକ ଏବେ ଭକ୍ଷକ ସାଜିଛି । ସାଧାରଣ ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଏବେ ମହିଳା ଦୁଷ୍କର୍ମରେ ଲିପ୍ତ । କିନ୍ତୁ ରାଜ୍ୟ ସରକାର ଘଣ୍ଟ ଘୋଡାଇବାରେ ବ୍ୟସ୍ତ । ମାଲକାନଗିରିରେ ମହିଳାଙ୍କୁ ନିର୍ଯ୍ୟାତନା ଦେଇ ମାରିଦିଆଗଲା କିନ୍ତୁ ଏପର୍ଯ୍ୟନ୍ତ ଏସସି ଏସଟି ଆକ୍ଟରେ ମାମଲା ଋଜୁ କରାଗଲା ନାହିଁ । ବୀରମିତ୍ରପୁରରେ ମଧ୍ୟ ସମାନ ଘଟଣା । ୧୩ବର୍ଷର ନାବାଳିକାକୁ ପୋଲିସ ଦୁଷ୍କର୍ମ କରିଛି । ସେଠାରେ ମଧ୍ୟ ମାମଲା କରାଗଲା ନାହିଁ । ବିଜେପିର ପ୍ରତିନିଧି ଦଳକୁ ମାତ୍ର ୫ ମିନିଟ ଦିଆଗଲା ସେ ଝିଅ ସହ କଥା ହେବାକୁ ।
ଏହି ଦୁଇ ଘଟଣାରେ ଶେଷ ଅପରାଧୀ ଦଣ୍ଡିତ ନହେବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଏହି ଘଟଣାକୁ ନେଇ ବିରୋଧ ଜାରି ରଖିବ । ଗତ କାଲି ବିଜେପିର ପ୍ରତିନିଧି ଦଳ ପୋଲିସ ଡ଼ିଜିଙ୍କୁ ଭେଟି ଜଣାଇଛୁ । ଦୁଇଟି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଏହାକୁ ଅନୁସନ୍ଧାନ କରନ୍ତୁ । ଏସସି ଏସଟି ଆଇନରେ ମାମଲା ହେଉ । ବିଜେପିର ମଧ୍ୟ ଦୁଇଟି ପ୍ରତିନିଧି ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବ । ଆବଶ୍ୟକତା ପଡ଼ିଲେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବୁ । କରୋନା ସ୍ଥିତିକୁ ଦେଖି ଆମେ ଅଭିଯୋଗ କରୁନଥିଲୁ ଓ ଆଶା ଥିଲା ରାଜା ସରକାର ତାଙ୍କ ଦାୟିତ୍ଵ ପାଳନ କରିବେ । କିନ୍ତୁ ଲାଗୁଛି ରାଜ୍ୟ ସରକାର ଘଟଣାକୁ ଚପେଇବାକୁ ଚେଷ୍ଟା କରୁଛନ୍ତି । ମାନବାଧିକାର କମିଶନଙ୍କୁ ଜଣାଇଥିଲୁ, ଏସସି କମିଶନକୁ ମଧ୍ୟ ଯିବୁ । ତେଣୁ ଯଦି ୬୦ଦିନ ଭିତରେ ଦୋଷୀକୁ ଦଣ୍ଡ ଦିଆନଗଲା ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରୁଛୁ କିନ୍ତୁ ଦୋଷୀ ଦଣ୍ଡ ପାଇବା ଦରକାର । ପୃଥ୍ୱୀରାଜ ହରିଚନ୍ଦନ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ପ୍ରଭାତୀ ପରିଡା, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ବିଧାୟକ ଶଙ୍କର ଓରାମ, ବିଜେପି ନେତ୍ରୀ ସୋନାଲି ସାହୁ ଉପସ୍ଥିତ ।
ଆସନ୍ତାକାଲି ଠାରୁ କାଉଣ୍ଟରରେ ମିଳିବ ମଦ
ଭୁବନେଶ୍ୱର: ରାଜ୍ୟରେ ମଦ ପିଉଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର।
ଆସନ୍ତା କାଲିଠାରୁ ମଦ କାଉଣ୍ଟରରେ ମିଳିବ ମଦ। ବିଦେଶୀ ମଦ, ବିୟର ଦୋକାନ କାଉଣ୍ଟରରେ ଏହା ମିଳିବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଦୋକାନ ଖୋଲା ରହିବ। ସାନ୍ଧ୍ୟକାଳୀନ ଭିଡ଼କୁ ଏଡ଼ାଇବା ପାଇଁ ୬ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।
କରୋନା ଭୁତାଣୁ ସଂକ୍ରମଣ ଭୟରେ ତିନି ମାସ ହେଲାଣି ମଦ ଦୋକାନ ସବୁ ବନ୍ଦ ଥିଲା। ଏବେ ସେସବୁକୁ ପୁନଃ ଖୋଲା ଯାଇଛି। ଯେପରି କାଉଣ୍ଟରରେ ଅଧିକ ଭିଡ଼ ନ ହୁଏ ସେଥିପାଇଁ ଇ-ଟୋକନ ବ୍ୟବସ୍ଥା କରାଯିବ । ପୋର୍ଟାଲରେ ସ୍ଲଟ ବୁକିଂ କରି ଟୋକନ ହାସଲ କରିବାକୁ ପଡ଼ିବ। ଟୋକନ ପାଇବା ପରେ ଜଣେ ମଦ ଦୋକାନ ଯାଇପାରିବେ। ଇ-ଟୋକନ କିଭଳି ମିଳିବ, ସେନେଇ ଦୋକାନୀ ଡିସ୍ପ୍ଲେ କରିବେ।
ରାଜ୍ୟରେ ସାତ ହାଜର ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୨୦୬ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ ପହଁଚିଛି।
ସେମାନେ ମାଲକାନଗିରିରୁ ସର୍ବାଧିକ ୩୬ କୋରୋନା ଆକ୍ରାନ୍ତ ଚିହ୍ନଟ ।ଯାଜପୁରରୁ ୨୮, କୋରାପୁଟରୁ ୧୮, କଟକ ଓ ଜଗତସିଂହପୁରରୁ ୧୭ ,ବଲାଙ୍ଗିରରୁ ୧୬, ଦେବଗଡ଼ରୁ ୧୫, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ, ବାଲେଶ୍ବରରୁ ୫, କେନ୍ଦୁଝର ଓ ଅନୁଗୁଳରୁ ୬ ଜଣ ଲେଖାଏଁ ପଜିଟିଭ, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୪ ଲେଖାଏଁ, ଗଞ୍ଜାମ ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ ପଜିଟିଭ, ସୁନ୍ଦରଗଡ଼ରୁ ୨, ବୌଦ୍ଧ, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୧୯୨ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୪ ସ୍ଥାନୀୟ ଲୋକ ଅଛନ୍ତି । ଏହାସହ ୧ ଜଣ ଏନଡିଆରଏଫ କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଯେଉଁମାନେ କି କୋଲକାତାରେ ଅମ୍ଫାନ ଡ୍ୟୁଟିରେ କାର୍ଯ୍ୟରତ ଥିଲେ । ।ଏହାସହ ୨୦୮୭ ଜଣ ଚିକିତ୍ସିତ ହେଉଥିବା ବେଳେ ୪୯୪୬ ଜଣ ସୁସ୍ଥ ହୋଇସାରିଲେଣି।
ଦେଶରେ ୧୮ ହଜାର ୫୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ଏ ଯାଏ ଭାରତରେ ୫ ଲକ୍ଷ ୬୬ ହଜାର ୮୪୦କୁ କୁ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୧୬ ହଜାର ୮୯୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩ ଲକ୍ଷ ୩୪ ହଜାର ୮୨୨ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୨ ଲକ୍ଷ ୧୫ ହଜାର ୧୨୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ୧୮ ହଜାର ୫୨୨ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪୧୮ ଜଣ ପ୍ରାଣ ହରାଇଛନ୍ତି
ଆଜି ଅପରାହ୍ନରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏନେଇ ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।
ଆଜି ଅନଲକ ୧.୦ର ଶେଷ ଦିନ। ତେଣୁ ଗତକାଲି ତଥା ସୋମବାର ଦିନ ଅନଲକ୍ ୨.୦ ନୂଆ ଗାଇଡ଼ ଲାଇନ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଏଥିରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଛି। ଏପରିକି କି ଗତକାଲି ରାତିରର କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୯ଟି ଚାଇନା ଆପ୍ପ ବ୍ୟାନ ହୋଇଛି । ଏହି ଆପ୍ସ ମଧ୍ୟରେ ଟିକଟକ୍ ଓ କ୍ୟାମସ୍କାନର୍ ପରି ଚୀନ୍ ନିର୍ମିତ ଅନେକ ଆପ୍ସ ରହିଛି ।ଏହିସବୁ ଗାଇଡ଼ଲାଇନ୍ ସହିତ ଚୀନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିିତ କରିବେ ବୋଲି ଆଶା କରାଯାଉଛି ।














