ପୁରୀ: କରି କରାଉ ଥାଏ ମୁହିଁ ,ମୋ ବିନୁ ଆନ ଗତି ନାହିଁ। ଅର୍ଥାତ ଏ ଜଗତରେ ଯାହା ଘଟୁଛି ସବୁ ସେ ବଡ଼ ଠାକୁର କରୁଛି।ତା ନିର୍ଦ୍ଦେଶରେ ହିଁ ତ ଏ ଦୁନିଆ ଚାଲେ। ଦେଖୁନ ଅଟକି ଯାଇଥିବା ତାର ରଥଯାତ୍ରା ପୁଣି କେମିତି ହେଲା। ସତରେ କାଳିଆର ମାୟା ବୁଝିବା ଭାରି କଷ୍ଟ। ମଣିଷମାନଙ୍କ ପକ୍ଷରେ ତ ବିଲକୁଲ ବି ସମ୍ଭବ ନୁହେଁ।କାରଣ ସମ୍ଭବ ହୋଇଥିଲେ ରଥଯାତ୍ରା ପାଇଁ ରାଜ୍ୟର ରାଜନୈତିକ ଦଳମାନେ ଶ୍ରେୟ ନେବା ପାଇଁ ଟଣା ଓଟରା ହୋଇ ନ ଥାନ୍ତେ।
ଏବେ ରାଜ୍ୟରେ ରଥଯାତ୍ରାର ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଏଥିରେ ଆଗରେ। ରଥଯାତ୍ରାର ଶ୍ରେୟ ନେବା ପାଇଁ ଗତକାଲି ବୟାନ ବାଜି ଆରମ୍ଭ କରିଦେଇଛି ଦଳ। ରାଜ୍ୟ ସରକାର ରଥଯାତ୍ରା ନ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କ ହସ୍ତକ୍ଷେପ ପରେ ହିଁ ରଥ ଯାତ୍ରା ପାଇଁ ଏକ ସମାଧାନ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ଏହାସହ ଆବେଦନକାରୀଙ୍କ ମାଧ୍ୟମରେ ଓଡିଶା ସରକାର ସୁପ୍ରିମକୋର୍ଟଙ୍କୁ ରଥଯାତ୍ରା ସମୟରେ ୧୦-୧୨ ଲକ୍ଷ ଲୋକ ଏକତ୍ରିତ ହେବେ ବୋଲି କହିଥିଲେ। ଏହା କି ନିୟନ୍ତ୍ରଣ କରି ହେବ ନାହିଁ। କେଉଁ ଆଧାରରେ ସରକାର ସେହି ଗଣନା କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ସାମନ୍ତ ସାମନ୍ତସିଂହାର।
ଏହାର ଜବାବରେ କିନ୍ତୁ ବିଜେଡି ମାପିଚୁପି ଉତ୍ତର ଦେଇଛି।ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା କହିଛନ୍ତି ,ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ରଥ ଯାତ୍ରା ହେଲା । ପୂର୍ବରୁ ଆମେ ରଥଯାତ୍ରା ପ୍ରସ୍ତୁତ ଥିଲୁ। ଏହାସହ ଆଗାମୀ ସମସ୍ତ ରୀତିନୀତିର ସୁଗମ ଆଚରଣ ପାଇଁ ମୁଁ ମହାପ୍ରଭୂ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ।
ହେଲେ ରାଜ୍ୟ କଂଗ୍ରେସ ସଭପତି ନିରଞ୍ଜନ ପଟ୍ଟନାୟକ ଉଭୟ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ କରିଛି। ସେ କହିଛନ୍ତି ଉଭୟ ବିଜେପି ଓ ବିଜେଡି ରଥ ଯାତ୍ରା କରିବାକୁ ଚାହୁଁନାହାଁନ୍ତି। ବର୍ତ୍ତମାନ, ସେମାନେ କେବଳ କ୍ରେଡିଟ୍ ନେବାକୁ ଚାହାନ୍ତି। ଏହା କେବଳ ଭଗବାନଙ୍କ ଇଛାରେ ହୋଇଛି।
ହେଲେ ଏଠି ଗୋଟେ ପ୍ରଶ୍ନ ଯେ ସେ ତ ଜଗତର ମାଲିକ। ତାଙ୍କ ନିଳା ଖେଳା ସେ ନିଜେ କଲେ ।ଯାହାର ପ୍ରମାଣ କେବଳ ସେବାୟତଙ୍କୁ ନେଇ ବଡ଼ ଦାଣ୍ଡରେ ରଥ ଗଡ଼ିଲା। ନିର୍ଧାରିତ ସମୟରେ ସବୁ ହେଲା।
ଧର୍ମକୁ ଆଖିଠାର ମାରୁଛନ୍ତି ରାଜନୈତିକ ଦଳ: ରଥଯାତ୍ରା ଶ୍ରେୟ ପାଇଁ ଛକାପଞ୍ଜା
କାହିଁକି ବଢୁଛି ପେଟ୍ରୋଲ ଡିଜେଲ ଦର : ମତ ରଖିଲା ବିଜେପି
ଭୁବନେଶ୍ୱର : ବର୍ତ୍ତମାନ ଦେଶରେ କରୋନା କଟକଣା। ସେଥିପାଇଁ ରୋଜଗାର ହରାଇଲେଣି କୋଟି କୋଟି ଲୋକ। ଏହି ସମୟରେ ସରକାର ଖାଉଟିଙ୍କ ଉପରେ ବୋଝ ଲଡିଦେଇଛନ୍ତି। ପ୍ରତ୍ୟେକ ଦିନ ସକାଳୁ ନୂଆ ଦର ଦେବାକୁ ପଡୁଛି ଗ୍ରାହକଙ୍କୁ। ଆଜି ଏହି ବର୍ଦ୍ଧିତ ଦର ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ସେ କହିଛନ୍ତି ମହାମାରୀ ସମୟରେ କେନ୍ଦ୍ର ସରକାର ଦେଶ ବ୍ୟାପି କରୋନା ନିୟନ୍ତ୍ରଣ କଲେ। ଶ୍ରମିକ ମାନେ ଯେତେବେଳେ ଘରୁ ବାହାରି ପାରିଲେନି ସେ ସମୟରେ ଲକ୍ଷେ ୭୦ ହଜାର କୋଟି ଓ ପରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ। ଏହାକୁ ଦୃଷ୍ଟିରେ ରଖି ତୈଳ ଦରକୁ ଗୋଟିଏ ରେଞ୍ଜରେ ରଖାଯାଇଛି। ଏହି ସମୟରେ ପେଟ୍ରୋଲ, ଡିଜେଲ ବ୍ୟବହାର କମିଛି। ଏହାର ଦର ଯେଭଳି ବହୁତ ନକମେ ସେଥିଲାଗି ସରକାର ଚିନ୍ତିତ ଥିଲେ। ଏହାର ଅର୍ଥର ଅନର୍ଥ ନ କରନ୍ତୁ। ଏହାର ଆୟ କେନ୍ଦ୍ର ସରକାରଙ୍କ ପାଖକୁ ଆସେ। ଯାହାଦ୍ବାରା ୨୦ ଲକ୍ଷ କୋଟି ଟଙ୍କାର ବ୍ୟୟ ହୋଇ ଭତ୍ତା, ଇଂଡିଆରଏଫ, ଏସଡିଆରଏଫ୍, କିସାନ୍ ପାଖରେ ପହଞ୍ଚି ଥାଏ। ଦେଶ ଚାଲିଛି ଗୋଟେ ବାଲାନ୍ସରେ। ପ୍ୟାକେଜ ପାଇଁ ତେଲ ଦର ବଢୁଛି ପ୍ରଶ୍ନ ରେ କହିଲେ, ମୁଁ ସେୟା କହୁନି। ମୁଁ ବାସ୍ତବିକତା କହୁଛି। କେନ୍ଦ୍ର ସରକାର ଯେଉଁ ବହୁତ୍ ସୁନ୍ଦର୍ ପ୍ୟାକେଜ ଆଣିଛନ୍ତି ତା ପାଇଁ ପଇସା ଦରକାର।
ରହିବନି ରକ୍ତ ଅଭାବ: ସପ୍ତାହ ବ୍ୟାପୀ ଚାଲିବ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଚାରି ମାସ ହେବ କୋଭିଡ ୧୯ ସହ ଲଢ଼ୁଛି ଆମ ରାଜ୍ୟ। ଏହି ଚାରିମାସ ଭିତରେ ସବୁଠି ରକ୍ତ ଅଭାବ ଦେଖା ଦେଇଛି।ରାଜ୍ୟରେ ମଧ୍ୟ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖା ଦେଇଛି। କାରଣ କରୋନା ଫଳରେ ସ୍ୱେଚ୍ଛାକୃତ ରକ୍ତଦାନ ଏକ ପ୍ରକାର ବନ୍ଦ ହୋଇଯାଇଛି। ଫଳରେ ବିଭିନ୍ନ ବ୍ଲଡ଼ ବ୍ୟାଙ୍କରେ ରକ୍ତ ଅଭାବ ଦେଖାଦେଲାଣି। ରାଜ୍ୟରେ ଯେମିତି ରକ୍ତ ଅଭାବରେ କେହି ମୃତ୍ୟୁ ବରଣ ନ କରନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେ କାର୍ଯ୍ୟକ୍ରମକୁ ଏବେ ଅଧିକ ତ୍ୱରାନିତ କରିବାକୁ ଅଣ୍ଟା ଭିଡ଼ିଛି ବିଜେଡି। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାର ନେତୃତ୍ୱ ନେଇଛନ୍ତି । ଛାତ୍ର, ଯୁବ, ମହିଳା ଓ ବିଜେଡି ନେତା ଓ କର୍ମୀମାନଙ୍କୁ ଏକଜୁଟ କରି ପ୍ରଣବ କିପରି ଅଧିକରୁ ଅଧିକ ରକ୍ତ ସଂଗ୍ରହ କରାଯିବ ତା ଉପରେ ଫୋକସ କରିଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ନିଜେ ପ୍ରଣବ ଉଦଘାଟନ କରିଥିଲେ। କିପରି ଅଧିକରୁ ଅଧିକ ଛାତ୍ରମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବେଓ ରାଜ୍ୟରୁ ରକ୍ତ ଅଭାବ ରହିବନି ତା ଉପରେ ଛାତ୍ରମାନଙ୍କୁ ମାର୍ଗଦର୍ଶନ କରାଇଥିଲେ। ଏହାସହ ରକ୍ତଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବୋର୍ଡ ସଞ୍ଜୟ ଦାସ ସହ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ଓ ବିଜେଡି ଯୁବନେତା ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କେବଳ ସେଠି ନୁହେଁ ସାରା ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ କରିବାକୁ ପ୍ରଣବ ଅଣ୍ଟା ଭିଡ଼ିଛନ୍ତି।ସେଥିପାଇଁ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ତୃଣମୂଳ କର୍ମୀ ମଧ୍ୟ ଏଥିରେ ସାମିଲ ହେବାକୁ ପ୍ରଣବ ଗୁରୁତ୍ୱ ଦେଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର କରାଯାଇଛି। ମୟୁରଭଞ୍ଜରେ ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଇଛି। ଲକ୍ଷ ହେଉଛି ଗୋଟିଏ ରାଜ୍ୟରେ ରକ୍ତ ଅଭାବକୁ ଦୂର କରିବା। ରାଜ୍ୟରେ ପ୍ରଣବଙ୍କ ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ଉଦାହରଣ ସାଜୁଛନ୍ତି ।ଉଦାହରଣ ଦିନେ ଯାଜପୁର ଜିଲାର ଥାଲେସେମିଆ ଝିଅର ଜୀବନ ବଞ୍ଚାଇବା ପାଇଁ ନିଜେ ରକ୍ତଦାନ କରିଥିଲେ। ଏହାସହ ସେହି ଝିଅର ଜୀବନ ବଞ୍ଚାଇ ଥିଲେ।ତେଣୁ ଏପରି ଅନେକ ଉଦାହରଣ ଅଛି। କିପରି ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବ ତାହା ଉପରେ ବିଜେଡି ସଂଗଠନ ସଂପାଦକ ଗୁରୁତ୍ୱ ଦେଇଛନ୍ତି।ଏହାସହ ଏଥିରେ ସାମିଲ ହୋଇଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଛାତ୍ର ,ଯୁବ ସହ ବିଜେଡିର ଛାମୁଆ ସଂଗଠନର କର୍ମକର୍ତ୍ତା ମାନେ କିପରି ଅଧିକ ରକ୍ତଦାନ ଶିବିର କରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି l ସାରା ରାଜ୍ୟରେ ସପ୍ତାହ ବ୍ୟାପୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଚାଲିବ l
ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅନୁରୋଧ କଲେ ପ୍ରଣବ..
- ପୁରୀ: ରଥଯାତ୍ରା ପାଇଁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଅଛନ୍ତି। ଏହାସହ ଜଗତର ନାଥ ଜଗନ୍ନାଥ ରାଜ୍ୟକୁ କରୋନା ମହାମାରୀ ଦାଉରୁ ରକ୍ଷା କରନ୍ତୁ ବୋଲି କହିଛନ୍ତି।
ଏହାସହ ରଥଯାତ୍ରାକୁ ନେଇ ଲାଗି ରହିଥିବା ସମସ୍ତ କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଲା। କାଲି ସକାଳୁ ମହାପ୍ରଭୁ ବଡ଼ ଦାଣ୍ଡରେ ରଥରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ।କୋଭିଡ ୧୯ ନିୟମ ଅନୁସାରେ ସମ୍ପୂର୍ଣ୍ଣ ରଥଯାତ୍ରା କରାଯିବ।ତେଣୁ ଏଥର ଭକ୍ତ ବିହୀନ ରଥଯାତ୍ରା ଅନୁଷ୍ଠିତ ହେବ।ସେଥିପାଇଁ ସମ୍ପୁର୍ଣ୍ଣ ପୁରୀ ସହରକୁ ସଟ୍ ଡାଉନ ଘୋଷଣା କରାଯାଇଛି। ତେଣୁ ଉଭୟ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ସମସ୍ତେ ନିଜ ଘରେ ରହିବାକୁ ଅନୁରୋଧ କରିଛନ୍ତି । କେହି ଘରୁ ନ ବାହାରି ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ କହିଛନ୍ତି।
ଛେରାପହଁରା କରିବେ ଗଜପତି…
ପୁରୀ: ରଥଯାତ୍ରାକୁ ନେଇ ଲାଗି ରହିଥିବା ସମସ୍ତ କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଲା। କାଲି ସକାଳୁ ମହାପ୍ରଭୁ ବଡ଼ ଦାଣ୍ଡରେ ରଥରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ। କୋଭିଡ ୧୯ ନିୟମ ଅନୁସାରେ ସମ୍ପୂର୍ଣ୍ଣ ରଥଯାତ୍ରା କରାଯିବ।ଏହାସହ କାଲି ରଥରେ ଗଜପତି ମହାରାଜା ଛେରାପହଁରା କରିବେ।
ବହୁ ଦ୍ୱନ୍ଦ ଭିତରେ ଆଜି ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ତେଣୁ ଉଚ୍ଚତମ ନ୍ୟାୟାଳୟ ସମେତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଜପତି। ସେଥିପାଇଁ ମହାପ୍ରଭୁଙ୍କ କୃପା ନଥିଲେ ରଥ ଯାତ୍ରା ସମ୍ଭବ ହୋଇନଥାନ୍ତା।ଏହାସହ ଅନେକ ନିୟମ ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ ।ତେଣୁ ସମସ୍ତେ ନିଜ ଘରେ ରହି ଟିଭିରେ ରଥ ଯାତ୍ରା ଦେଖିବାକୁ ନିବେଦନ କରିଛନ୍ତି ଗଜପତି ମହାରାଜ। ଏହାସହ ଟିଭିରେ ସିଧାପ୍ରାସାରଣ ଦାଇତ୍ୱ I & pr ବିଭାଗ ଦିଆ ଯାଇଥିବା ସେ କହିଛନ୍ତି।
ରଥଯାତ୍ରା ପାଇଁ ୩ ମନ୍ତ୍ରୀଙ୍କ ସହ ସଂଜୟଙ୍କୁ ଦାୟିତ୍ୱ ଦେଲେ ସରକାର
ପୁରୀ: ସକାଳ ହେଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହାତରେ ଆଉ ମାତ୍ର କେଇ ଘଣ୍ଟା ବାକି ଅଛି। ଏହି ଅଳ୍ପ ସମୟରେ ରଥଯାତ୍ରାକୁ ସମ୍ପାଦନା କରିବା ପାଇଁ ପୁରୀ ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତି ପ୍ରସ୍ତୁତି ଚାଲିଛି। ଏଥିପାଇଁ ରାଜ୍ୟ ସରକାର ତିନିଜଣ ମନ୍ତ୍ରୀଙ୍କ ସହ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି।
ଏଥିପାଇଁ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଉପରେ କାର୍ଯ୍ୟ ଭାର ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର।ଏହି ତିନି ଜଣ ମନ୍ତ୍ରୀ ପୁରୀରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରିବେ ।
ଏଥିସହ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କୁ ମଧ୍ୟ ପୁରୀରେ ରହି ରଥଯାତ୍ରା ପରିଚାଳନା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ପ୍ରଥମ କର୍ତ୍ତବ୍ୟ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା : ଅରୁଣ ସାହୁ
ଭୁବନେଶ୍ୱର : ରାଜ୍ୟ ସରକାର କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ତରଫରୁ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରୁଛନ୍ତି। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ରଥଯାତ୍ରା କରିବାକୁ ଲଢ଼େଇ କରୁଛନ୍ତି ଓ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ରାୟ ଦେଇଛନ୍ତି। ବର୍ତ୍ତମାନ ଆମର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା।କୋଟି କୋଟି ଭକ୍ତଙ୍କ କୋଟିକୈବଲ୍ୟ ନାଥ ପ୍ରଭୁ ଜଗନ୍ନାଥଙ୍କ ଏହି ଲୀଳା।ତାଙ୍କ ଇଚ୍ଛାରେ ସବୁ କିଛି ହୁଏ।ଜଣେ ଭକ୍ତ ଭାବେ ଆମେ ଏତିକି କେବଳ କହିବା ମହାପ୍ରଭୁଙ୍କ ରଥ ଯାତ୍ରା ଅନୁଷ୍ଟିତ ହେବା ପରିପ୍ରେକ୍ଷୀରେ ଏହା ସମସ୍ତଙ୍କୁ ଆନନ୍ଦିତ କରିଛି, ସମସ୍ତ ଜଗନ୍ନାଥଙ୍କ ପାଖରେ ସମର୍ପିତ। ଏହା ଆମ ସମସ୍ତଙ୍କ ପାଇଁ ସ୍ଵାଗତ ଯୋଗ୍ୟ।କୋଭିଡ ଗାଇଡ଼ ଲାଇନ ଯାହା ସୁପ୍ରିମକୋର୍ଟ ଦେଇଛନ୍ତି ତାକୁ ପାଳନ କରି ଆସନ୍ତାକାଲି ରଥଯାତ୍ରା ପାଳନ ହେବ।
ରଥଯାତ୍ରା ପାଇଁ ନବୀନଓ ପ୍ରଣବଙ୍କ ଗୋଟେ ପଦ : ଜୟ ଜଗନ୍ନାଥ ..
ପୁରୀ: ସୁପ୍ରିମ କୋର୍ଟର ନିଷ୍ପତି ଆସୁ ଆସୁ ନବୀନଙ୍କ ଟୁଇଟରେ ଟୁଇଟ ହେଲା ଜୟ ଜଗନ୍ନାଥ l ଆଉ ଏହି ଟୁଇଟ ଟି ଏପରି ଟ୍ରଲ ହେଉଛି l ସେମିତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମାନ ଟୁଇଟ ବେଶ ଚର୍ଚ୍ଚା ହେଉଛି ସୋସିଆଲ ମିଡିଆରେ l ଉଭୟଙ୍କୁ ଓଡ଼ିଶାବାସୀ ଜଗନ୍ନାଥଙ୍କ ଭକ୍ତ ବୋଲି ବେଶ ଆଗରୁ ଜାଣନ୍ତି l ତେଣୁ କୋର୍ଟର ନିଷ୍ପତିକୁ ସମ୍ମାନ ଜଣାଇ ଉଭୟ ଜୟ ଜଗନ୍ନାଥ ଲେଖିଛନ୍ତି l ଏହି ଲେଖା ହିଁ ଯଥେଷ୍ଟ l ରଥଯାତ୍ରା ପାଇଁ ଗୋଟେ ପରେ ଗୋଟେ ପାଦ ପ୍ରକ୍ରିୟା ଆଗେଇଚାଲିଛି। ହେଲେ ରଥଯାତ୍ରାକୁ ଆଉ ମାତ୍ର କେତେ ଘଣ୍ଟା ବାକି ରହିଛି। ଯାହାର ରୀତିନୀତି ଆଜି ମଧ୍ୟ ରାତ୍ରିରୁ ଆରମ୍ଭ ହେବ।ଏଣୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପୁରୀରେ ପହଂଚିଛନ୍ତି । ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା l ତେଣୁ ଯେଉଁ ଚ୍ୟାଲେଞ୍ଜ ରହିଛି ତାହାକୁ ଗ୍ରହଣ କରିବାକୁ ଉଭୟ ଡିଜି ଓ ମୁଖ୍ୟ ଶାସନ ସଚିବ ଶ୍ରୀକ୍ଷେତ୍ର କାମ ଆରମ୍ଭ କରିଦେଇଛି l ସେପଟେ ସିଂହଦ୍ୱାରାରେ ଲାଗିଛି ତିନି ରଥ l
ଜଗନ୍ନାଥ ଅଗଣିତ ଜନତାଙ୍କର ବିଶ୍ୱାସ : ଧର୍ମେନ୍ଦ୍ର ପ୍ରଧାନ…
ନୂଆଦିଲ୍ଲୀ : ରଥଯାତ୍ରା ପାଇଁ ଆଜି ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି। କୋଭିଡ଼ ୧୯ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଏହି ରାୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ସେ ଟୁଇଟ କରି କହିଛନ୍ତି
ରଥଯାତ୍ରା କେବଳ ଗୋଟିଏ ଉତ୍ସବ ନୁହେଁ ବରଂ ଓଡ଼ିଆଙ୍କ ଭାବାବେଗର ଅବିଚ୍ଛେଦ୍ୟ ଅଙ୍ଗ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରଦ୍ଧା, ଭକ୍ତି, ଆସ୍ଥା ଓ ସମ୍ମାନର ଅସରନ୍ତି ଉତ୍ସ ବୋଲି କହିଛନ୍ତି ।ଏହାସହ ବିନା ଭକ୍ତ ସମାଗମରେ ପୁରୀରେ ରଥଯାତ୍ରା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟକୁ ମୁଁ ହୃଦୟରୁ ସ୍ୱାଗତ କରିଛନ୍ତି। ଅଗଣିତ ଜନତାଙ୍କର ବିଶ୍ୱାସ, ପରମ୍ପରା, ଭାବାବେଗକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଆଗୁଆ ।ରଥଯାତ୍ରା ପାଇଁ ଗଜପତି ମହାରାଜା ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ରାଜ୍ୟ ସରକାର, ଛତିଶା ନିଯୋଗ, ସେବାୟତ, ଏବଂ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ଉଦ୍ୟମ ଓ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇଛନ୍ତି।
ଲୋକେ ଚାହୖିଲେ, ଜଗା ଅାସିଲେ
ପୁରୀ: ସବୁ ଅସମ୍ଭବ ତାହା ପାଖରେ ସମ୍ଭବ । କାରଣ ସେ ମଣିଷ ଦେବାତା । ସବୁବେଳେ ଭକ୍ତର ଇଚ୍ଛା ସେ ପୂରଣ କରେ । ଭକ୍ତ ପାଇଁ ତାହା ଦ୍ୱାରା ସବୁଦିନ ଖୋଲା ରହିଛି ଓ ରହିବ । ଏଥିରେ କେହି ବି ପ୍ରତିବନ୍ଧନ ସାଜିପାରିବେ ନାହିଁ । ଜଗତନିୟନ୍ତାଙ୍କ କିମିଅା ଅାଗରେ ସବୁ ମାୟା ଫେଲ । କାରଣ କରି କରାଉ ଥାଏ ମୁହିଁ, ମୋ ବିନା ଅନ୍ୟ ଗତି ନାହିଁ । ଏକଥା ଅାଜି ପ୍ରମାଣିତ ହୋଇଛି । ଜଗା ଯାତ୍ରାର ଦାୟିତ୍ୱ ନିଜେ ଜଗା ନେଇଛି । ସୁବ ନିୟମ କାନୁନ ତା ଅାଗରେ ଫେଲ ମାରିଛି ।
ଅନୁମତି ମିଳିଗଲା, ଏଥର ଅନୁଶାସନରେ ପରୀକ୍ଷା । ଭକ୍ତ ଭାବାବେଗ ସିନା ସୁପ୍ରିମକୋର୍ଟ ଅନୁମତି ଦେଲେ ,ଏବେ ରଥଯାତ୍ରା କିପରି ଶୃଙ୍ଖଳିତ ହୋଇପାରିବ ତାହା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ । କାରଣ ହାତରେ ଅାଉ ୨୪ ଘଣ୍ଟା ବି ନାହିଁ । ସବୁଠାରୁ ବଡ଼ ଚ୍ୟାଲେଂଜ ହେବ କିପରି ଭିଡ଼କୁ ନିୟନ୍ତ୍ରଣ କରାଯିବ । କାରଣ ରଥଯାତ୍ରାରେ ଯେଉଁ ଭିଡ଼ି ହେବ ତାହା ହିଁ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ । ଅବଶ୍ୟ କାର୍ଫୁ ଭିତରେ ଘୋଷଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କିପରି କଣ୍ଟ୍ରାଲ କରାଯିବ ପୋଲିସ ଡ଼ିଜି ନିଜେ ପୁରୀରେ କ୍ୟାମ୍ପ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ଏହାସହ ପୁରା ସରକାରୀ କଳ ଏବେ ରଥଯାତ୍ରାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନିଜେ ରଥଯାତ୍ରାର ଟିକନିକ ସମୀକ୍ଷା କରିଛନ୍ତି । ଭିଡ଼ିଓ କନଫେରେନ୍ସି ଜରିଅାରେ ରଥଯାତ୍ରା କିପରି ସୁରୁଖୁରୁରେ ହୋଇପାରିବ ତାହାର ଘନଘନ ସମୀକ୍ଷା କରିଛନ୍ତୁ ମୁଖ୍ୟମନ୍ତ୍ରୀ । ଅାଜି ରାତି ୯ଟାରେ ପରେ ପୁରା ପୁରୀରେ କର୍ଫ୍ୟୁ ଜାରୀ କରାଯାଇଛି । ରଥ,ପଥ , ଜଗନ୍ନାଥ ସବୁ ପ୍ରସ୍ତୁତ ଅଛନ୍ତି,ଏବେ କେବଳ ଅପେକ୍ଷା ମହାପ୍ରଭୃଙ୍କର ରଥାରୁଢକୁ ।














