ଯାଜପୁର: ଗଛ ବଢିବ , ଜିଲ୍ଲା ହସିବ । ସତରେ ଆଜି ସାରା ଜିଲ୍ଲାରେ ଗଛ ଗୁଡିକ ବଡ଼ ହୋଇଗଲାଣି। ଆଉ ତାର ସବୁଜ ଆସ୍ତରଣ ଦେଖି ଦୁଃଖରେ ଥିବା ଲୋକର ମନ ବି ହସି ଉଠୁଛି। ଆଉ ପୁରା ଯାଜପୁର ହେବ ସବୁଜମୟ । ଏହି ଲକ୍ଷ ନେଇ ବର୍ଷେ ତଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ନିବାର୍ଚନୀ ମଣ୍ଡଳୀରେ ଅାରମ୍ଭ କରିଥିଲେ ସବୁଜ ଯାଜପୁର ଅଭିଯାନ । ଜିଲ୍ଲା ପ୍ରଶାସନ ଓ ଅଶୋକ ଦାସ ଫାଉଣେ୍ଡସନ ପକ୍ଷରୁ ବିଭିନ୍ନ ପଂଚାୟତରେ ଏହି ଅଭିଯାନ ଅାରମ୍ଭ କରାଯାଇଥିଲା । ଯାହା ଅାଜିକାଲି ଚାଲିଛି । ହେଲେ ସବୁଠାରୁ ବଡ଼କଥା ହେଉଛି ଯେ ଅାଜି ଏହି ଅଭିଯାନ ପୁରା ଜିଲ୍ଲାରେ ସବୁଜ ବିପ୍ଲବରେ ପରିଣତ ହୋଇଛି । ବିଭିନ୍ନ ପଂଚାୟତ କରାଯାଇଥିବା ବୃକ୍ଷରୋପଣ ଏବେ ଲକ୍ଷ ପୂରଣ କରିଛି । ସବୁଜମୟ ହୋଇଛି ଯାଜପୁରର ବିଭିନ୍ନ ପଂଚାୟତ । ଏହାସହ ଗ୍ରୀନ ଯାଜପୁର ଅଭିଯାନ ସଫଳ ହୋଇଛି । ଯାହା ପୁରା ଜିଲ୍ଲାକୁ ନୂଅାରୂପ ଦେଇଛି । ଗଛ ବଂଚିଲେ ଅାମେ ବଂଚିବା କଥାକୁ ଯେମିତି ଯାଜପୁରବାସୀ ପୁରା ବୁଝିଯାଇଛନ୍ତି । ଯଦି ଉଦାହରଣ ସ୍ୱରୂପ ଯାଜପୁର ନିବାର୍ଚନ ମଣ୍ଡଳୀର ନାଥସାହି ପଂଚାୟତକୁ ନିଅାଯାଏ ତେବେ ଏହାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଛି ବର୍ଷେ ତଳେ ଲଗାଯାଇଥିବା ଗଛଗୁଡ଼ିକ । ବିଧାୟକଙ୍କ ଅାହ୍ୱାନରେ ଏବେ ସ୍ୱତ୍ୱ ପ୍ରବୃତ ଭାବେ ଯାଜପୁର ଯୁବପୀଢି, ବରିଷ୍ଠ ନାଗରିକ ଓ ପ୍ରତ୍ୟେକ ଘରୁ ଜଣେ ଜଣେ ଲୋକ ନିଜ ବଗିଚାରେ ଓ ନିଜ ଗାଁରେ ଥିବା ଖାଲି ଜାଗାରେ ଗଛ ଲଗାଇଛନ୍ତି । ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଗଛ ଲଗାଯିବା କାମ ଜୋରଦାର ହୋଇଛି । କେବଳ ଯାଜପୁର ନିବାର୍ଚନୀ ମଣ୍ଡଳୀ ନୁହେଁ, ଏବେ ଜିଲ୍ଲାର ପ୍ରତ୍ୟେକ ନିବାର୍ଚନୀ ମଣ୍ଡଳୀରେ ବୃକ୍ଷରୋପଣ ଅଭିଯାନ ଜୋରଦାର ଚାଲିଛି । ପ୍ରଣବ ଯେଉଁ ଲକ୍ଷ ନେଇ ଅଭିଯାନ ଅାରମ୍ଭ କରିଥିଲେ ତାହା ଏବେ ପୁରା ଜିଲ୍ଲାବାସୀଙ୍କ ପାଇଁ ଅାଦର୍ଶ ହୋଇଛି । ଯାଜପୁର ନିବାର୍ଚନୀମଣ୍ଡଳୀରୁ ଅାରମ୍ଭ ହୋଇଥିବା ବୃକ୍ଷରୋପଣ ଅଭିଯାନ ଏବେ ଧର୍ମଶାଳା, ସୁକିନ୍ଦା,କରୋଇ, ବରୀ ଓ ବିଞ୍ଚାରପୁର ଆଦି ଅଂଚଳରେ ଜୋରଦାର ହୋଇଛି । ଅାଗକୁ ପୁରା ଯାଜପୁରରୁ ଏହି ସବୁଜ ବିପ୍ଲବ ସାରା ଓଡ଼ିଶା ପାଇଁ ଉଦାହରଣ ସାଜିଵ । ବିଭିନ୍ନ ଓୗଷଧବୃକ୍ଷ, ଅାମ୍ବ,ପଣସ, ପିଜୁଳି, ବିଭିନ୍ନ ରକମର ଗଛ ଲଗାଯାଇଛି । ଗ୍ଲୋବାଲ ଓ୍ୱାମିଂଙ୍ଗ ଯୋଗୁଁ ସାରା ବିଶ୍ୱ ଚିନ୍ତାରେ । ଅାଉ ଏହି ସମୟରେ ଯାଜପୁରରୁ ଯେଉଁ ସବୁଜ ବିପ୍ଲବ ଅାରମ୍ଭ ହୋଇଛି ତାହା ନୂଅା ଦିଶା ଦେଖାଇଛି ସଭୁଁଙ୍କୁ । ଗଛ ବଂଚିଲେ ଜୀବନ ବଂଚିବ ଏକଥା ସମସ୍ତଙ୍କୁ ବୁଝାଇବାକୁ ପ୍ରୟାସକୁ ଅଧିକ ସଚେତନ କରିବ ଏହି ଗ୍ରୀନ ଯାଜପୁର ଅଭିଯାନ । ଯାହା ସମ୍ଭବ ହୋଇଛି ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ….. l
ବିଜେଡି କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି….
ଭୁବନେଶ୍ୱର : ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କୁ ବିଜେଡି କାର୍ଯ୍ୟାଳୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସମ୍ପାଦକ କାର୍ଯ୍ୟାଳୟ ସଂଜୟ ଦାସ ବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ଜେନା, ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସମେତ ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇ ତାଙ୍କୁ ବିଜେଡି କାର୍ଯ୍ୟାଳୟରେ ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହାପରେ ବିଧାନସଭା ପରିସରରେ ସ୍ୱର୍ଗତ ବିଷ୍ଣୁ ଦାସ ମରଶରୀର ନିଆଯାଇଥିଲା l
ସେଠାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ଓ ବିଧାୟକମାନେ ତାଙ୍କର ଶେଷ ଦର୍ଶନ କରିଥିଲେ l ଆଜି ତାଙ୍କ ଜନ୍ମ ମାଟିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ l ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପୂର୍ବରୁ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ।ସେ ୬ଥର ବିଧାୟକ ଥରେ ମନ୍ତ୍ରୀ ଓ ଥରେ ସାଂସଦ ହୋଇଥିଲେ। ତାଙ୍କ ବିୟୋଗରେ ରାଜ୍ୟ ରାଜନିତୀ ପାଇଁ ଏକ ଅପୁରଣୀୟ କ୍ଷତି କହିଲେ ଭୁଲ ହେବ ନାହିଁ।ରାଜ୍ୟର ଏହି ବର୍ଷିଆନ ନେତାଙ୍କବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରିଛନ୍ତି l
ପରଲୋକରେ ବିଷ୍ଣୁ ଦାସ : ନବୀନ-ଧର୍ମେନ୍ଦ୍ର-ନିରଞ୍ଜନ ଓ ପ୍ରଣବଙ୍କ ଶୋକ
ଭୁବନେଶ୍ୱର : ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କର ଆଜି ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୬୬ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ଟୁଇଟ ଯୋଗେ ଗଭୀର ଶୋକ ଜଣାଇନ୍ତି। ସେ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ସହ ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ ତାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ ମାଧ୍ୟମରେ ତାଙ୍କର ଶୋକ ବ୍ୟକ୍ତ କରିଛନ୍ତି ।ପୂର୍ବତନ ମନ୍ତ୍ରୀ, ରାଜ୍ୟସଭା ସାସଂଦ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଲା । ଦୀର୍ଘ ରାଜନୈତିକ ଓ ସାମାଜିକ ଜୀବନରେ ସାଧାରଣ ଗରିବ ଲୋକଙ୍କ ସେବାରେ ସେ ଏକ ଅଲିଭା ଛାପ ଛାଡ଼ି ଚାଲି ଯାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।ଏହାସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ତ୍ରିତୋଲ ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ଅପୁରଣୀୟ କ୍ଷତି । ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଭୀର ଦୁଃଖ ପ୍ରକାଶ କରିଛନ୍ତି l ଶ୍ରୀ ଦାସ ଓଡ଼ିଶା ରାଜନୀତିର ଜଣେ ଦକ୍ଷ ସଂଗଠକ ଥିଲେ l ଦୀର୍ଘ ଦିନ ଧରି ରାଜନୀତି ରେ ରହି ବିଧାୟକ,ସାଂସଦ ମନ୍ତ୍ରୀ ଭାବେ ଓଡିଶା ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ସେ ରାଜ୍ୟ ଯୋଜନା ବୋର୍ଡ ର ଉପାଧକ୍ଷ ଭାବେ ଦାଇତ୍ୱ ତୁଲାଇଛନ୍ତି। ତେଣୁ ତାଙ୍କର ବିୟୋଗ ଓଡ଼ିଶା ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ପ୍ରଣବ କହିଛନ୍ତି l କେବଳ ଜଗତସିଂହପୁର ନୁହେଁ, ତାଙ୍କର ଅକାଳ ବିୟୋଗରେ ଓଡିଶା ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ପଡିଲା l ସେହିପରି ବିଜେଡି ସାଧାରଣ ସମ୍ପାଦକ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜ ବି ଗଭୀର ଦୁଃଖ ପ୍ରକାଶ କରିଛନ୍ତି l ଓଡିଶା ଜଣେ ଲୋକପ୍ରିୟ ନେତାଙ୍କୁ ହରାଇଲା ବୋଲି ସେ କହିଛନ୍ତି l
କୁଆରେଣ୍ଟଆଇନରେ ରହିଲେ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ…
ଭୁବନେଶ୍ୱର : ବାଲେଶ୍ୱର ଜଣେ ବିଧାୟକଙ୍କ କରୋନା ପଜେଟିଭ ଆସିବା ପରେ କୁଆରେଣ୍ଟଆଇନରେ ରହିଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସାଂସଦ ଏନେଇ ନିଜ ଟୁଇଟରରେ ସୂଚନା ଦେଇଛନ୍ତି।
ଜିଲ୍ଲାର ବିଧାୟକ କୋରନା ପଜିଟିଭ ଆସିବା ପରେ ସାଂସଦ ନିଜ ତରଫରୁ ସଂଗରୋଧରେ ରହିଛନ୍ତି । ୨ ତାରିଖରେ ସାଂସଦ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିଲେ । ଏଥିପାଇଁ ଦିଲ୍ଲୀରେ ଏକ ଘରୋଇ ସଂଗରୋଧରେ ରହିଛନ୍ତି ପ୍ରତାପ ଷଡ଼ଙ୍ଗୀ ।
ପରଲୋକରେ ବିଜେଡି ବିଧାୟକ ବିଷ୍ଣୁ ଦାସ…
ଭୁବନେଶ୍ୱର : ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କର ଆଜି ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୬୬ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପୂର୍ବରୁ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ।ସେ ୬ଥର ବିଧାୟକ ଥରେ ମନ୍ତ୍ରୀ ଓ ଥରେ ସାଂସଦ ହୋଇଥିଲେ। ତାଙ୍କ ବିୟୋଗରେ ରାଜ୍ୟ ରାଜନିତୀ ପାଇଁ ଏକ ଅପୁରଣୀୟ କ୍ଷତି କହିଲେ ଭୁଲ ହେବ ନାହିଁ।
କୋଭିଡ ଜିତିବା ପାଇଁ ନବୀନ ମନ୍ତ୍ର : ତ୍ୟାଗ , ସଂଯମ ଓ ଶୃଙ୍ଖଳାର ମାର୍ଗ..
ଭୁବନେଶ୍ୱର : ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ l ତେଣୁ କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ , ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ l ଏ ତିନୋଟି ଅସ୍ତ୍ର ହିଁ କୋଭିଡ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ l
ଆପଣମାନେ ଜାଣନ୍ତି ବର୍ତ୍ତମାନ ସାରା ଦେଶ ଅନଲକ ହେବା ଆରମ୍ଭ କରିଛି ଆଉ ବିଶେଷ କିଛି କଟକଣା ନାହିଁ l ସାରା ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି l ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି l
ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି ବର୍ଷା ଋତୁ ପାଇଁ ମୁଁ ଆପଣମାନଙ୍କୁ ଆଗରୁ ସାବଧାନ କରିଥିଲି l କୋଭିଡ୍ ପାଇଁ Vaccine ବା Medicine ନ ବାହାରିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ବାଭାବିକ ହେବ ନାହିଁ l ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ହେବ l ମୁଁ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରନ୍ତୁ lଅତି ଦରକାର ନହେଲେ ବାହାରକୁ ଯାଆନ୍ତୁ ନାହିଁ l ବାହାରେ, ଅଫିସରେ, କର୍ମକ୍ଷେତ୍ରରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁl ସାମାଜିକ ଦୂରତା ରକ୍ଷା କରନ୍ତୁ l ବାରମ୍ବାର ସାବୁନରେ ଭଲଭାବରେ ହାତ ଧୁଅନ୍ତୁ l ଗହଳି କରନ୍ତୁ ନାହିଁ କିମ୍ବା ଗହଳିକୁ ଯାଆନ୍ତୁ ନାହିଁ l ବୟସ୍କ ଲୋକ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନିଅନ୍ତୁ l ଯୁବ ସମାଜକୁ ମୋର ବିଶେଷ ଅନୁରୋଧ ସେମାନେ କୋଭିଡ ନିୟମକୁ ଠିକ ଭାବରେ ପାଳନ କରନ୍ତୁ l ଆପଣ ସଂକ୍ରମିତ ହେଲେ ଆପଣଙ୍କର ବାପା, ମାଆ, ପରିବାର, ପିଲାମାନଙ୍କ ସଂକ୍ରମଣ ଆଶଙ୍କା ବଢିବ l ତେଣୁ କେବେବି ହେଳା କରନ୍ତୁ ନାହିଁ, ସତର୍କ ରୁହନ୍ତୁ l
ଜୟ ଜଗନ୍ନାଥ
ରଥଯାତ୍ରା ଇତିହାସ ରଚିଛି : ନବୀନ…
ଭୁବନେଶ୍ୱର : ଚଳିତ ବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି l ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତ ନୀତି ସୁରୁଖୁରୁରେ ଶେଷ ହୋଇଛି l ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ରଜ୍ୟ ସରକାରଙ୍କର ସବୁ ବିଭାଗକୁ ତଥା ସର୍ବୋପରି ପୁରୀର ଜନସାଧାରଣଙ୍କୁ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି l
ରଥଯାତ୍ରା ପୂର୍ବ ଦିନ ମୁଁ କହିଥିଲି ଯେ ସାରା ବିଶ୍ବ ଆମ ଉପରେ ନଜର ରଖିଛି l ଆମେ କୋଭିଡ ସମୟରେ କିପରି ମହାପ୍ରଭୁଙ୍କ ଯାତ୍ରା, ନିୟମ ମାନି କରୁଛୁ ତା ଉପରେ ସାରା ବିଶ୍ବ ନଜର ରଖିଥିଲା l
ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ ଶୃଙ୍ଖଳାର ସହ କାମ କରି ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛୁ l
ମହାପ୍ରଭୁ ୪ ଦିନ ବଡ ଦାଣ୍ଡରେ ରହିଲେ l କିନ୍ତୁ ପୁରୀର ଜନସାଧାରଣ କୋଭିଡ ଗାଇଡଲାଇନ ମାନି, କେହି ଜଣେ ବି ରାସ୍ତାକୁ ଆସିନଥିଲେ l ସମସ୍ତେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିଲେ l ପୁରୀ ବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ l ସେମାନଙ୍କ ତ୍ୟାଗର ତୁଳନା ନାହିଁ ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି l ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କରିଥାଏl
ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି l କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି l ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ l ତେଣୁ କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ l ଏ ତିନୋଟି ଅସ୍ତ୍ର ହିଁ କୋଭିଡ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ l
ଆପଣମାନେ ଜାଣନ୍ତି ବର୍ତ୍ତମାନ ସାରା ଦେଶ ଅନଲକ ହେବା ଆରମ୍ଭ କରିଛି l ଆଉ ବିଶେଷ କିଛି କଟକଣା ନାହିଁ l ସାରା ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି l ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି
ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି l ବର୍ଷା ଋତୁ ପାଇଁ ମୁଁ ଆପଣମାନଙ୍କୁ ଆଗରୁ ସାବଧାନ କରିଥିଲି l କୋଭିଡ୍ ପାଇଁ Vaccine ବା Medicine ନ ବାହାରିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ବାଭାବିକ ହେବ ନାହିଁ l ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ହେବ l ମୁଁ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରନ୍ତୁ l
ସମ୍ବିତଙ୍କୁ ହୋଇଥିଲା କି କରୋନା? ନ ହେଲେ ପ୍ଲାଜମା ଦେଲେ କିପରି…..
ନୂଆଦିଲ୍ଲୀ: ଆଜି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ହସ୍ପିଟାଲରେ ଯାଇ ପ୍ଲାଜମା ଦାନ କରିଛନ୍ତି। ଯାହାକି ସେ ତାଙ୍କ ଟୁଇଟରରେ ପୋଷ୍ଟ କରିଛନ୍ତି। ସେ ଟୁଇଟର ଲେଖିଛନ୍ତି କି ଆମର ପ୍ରଧାନମନ୍ତ୍ରୀ ସବୁବେଳେ ଅନ୍ୟର ସେବା କରିବା ପାଇଁ କହିଥାନ୍ତି। ତେଣୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରିୟ ଜେପି ନାଡ୍ଡାଙ୍କ ଆଶୀର୍ବାଦ ନେଇ ମୁଁ ପ୍ଲାଜମା ଦାନ କରିବାକୁ ଯାଉଛି। ଏହାସହ ସେ କରୋନା ମହାମାରିରୁ ସୁସ୍ଥ ହୋଇଥିବା ସମସ୍ତଙ୍କୁ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି।
କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ କେବଳ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ହିଁ ଏହି ପ୍ଲାଜମା ଦେଇପାରିବେ। ତେବେ ଏଠି ପ୍ରଶ୍ନ ଉଠୁଛି ସମ୍ବିତଙ୍କୁ କରୋନା ହୋଇଥିଲା କି? ଯଦି ହୋଇଥିଲା ତାହାଲେ କୋଭିଡ ରିପୋର୍ଟ ନେଗେଟିଭ ଆସିଛି ବୋଲି ଗଣମାଧ୍ୟମକୁ କୁହାଯାଇଥିଲା କାହିଁକି। ସମସ୍ତେ ଜାଣନ୍ତି ଯେ ସମ୍ବିତ ପାତ୍ରଙ୍କ କୋଭିଡ ଟେଷ୍ଟ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ରିପୋର୍ଟ ନେଗେଟିଭ ବୋଲି କୁହାଯାଇଥିଲା। ଯଦି ତାଙ୍କୁ କରୋନା ହୋଇନାହିଁ ତାହାଲେ ସେ ପ୍ଲାଜମା ଦେଲେ କିପରି ? ଯାହା କି ଏବେ ପ୍ରଶ୍ନ ଘରରେ।
ବାଲେଶ୍ୱରରେ ଜଣେ ବିଧାୟକଙ୍କୁ କରୋନା….
ବାଲେଶ୍ଵର : ରାଜ୍ୟରେ ଆଜି ପ୍ରଥମ ଥର ପାଇଁ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଦୁଇ ଦିନ ତଳେ ତାଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା। ଯାହାକି ଆଜି ପୋଜିଟିଭ ଆସିଛି। ଏ ନେଇ ସିଡିଏମଓ ସୂଚନା ଦେଇଛନ୍ତି। ଏହାପରେ ବିଧାୟକଙ୍କୁ ଚିକିତ୍ସା ପାଇଁ ଜ୍ୟୋତି କୋଭିଡ ହସ୍ପିଟାଲକୁ ଆଣିବାକୁ ପ୍ରଶାସନ ବ୍ୟବସ୍ଥା କରୁଛି। ସେ ଜଣେ ଜନପ୍ରତିନିଧି ହୋଇଥିବାରୁ ବିଧାୟକ ବିଭିନ୍ନ ସ୍ଥାନ ବୁଲିବା ସହ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ବିଧାୟକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସମସ୍ତ ଗାଇଡ଼ଲାଇନ ଫଲୋ କରାଯିବ ।














