ଭୁବନେଶ୍ୱର : ହରିଦାସପୁର – ପାରାଦ୍ୱୀପ ରେଳ ପ୍ରକଳ୍ପର କାମ ଶେଷ ହୋଇଛି । ହେଲେ ଆରମ୍ଭ ହୋଇଛି ରାଜନୈତିକ ମାଇଲେଜ ନେବାକୁ ପ୍ରତିଯୋଗିତା। ଏହି ପ୍ରକଳ୍ପ ସରିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋସିଆଲ ମିଡିଆ ମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଏହାସହ ପ୍ରକଳ୍ପ ଶେଷର ଶ୍ରେୟ ନେବାକୁ ଚାହିଁଥିଲେ। ହେଲେ ଏବେ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ଉପରେ । ବିଜେଡିର ଦୁଇ ବରିଷ୍ଠ ବିଧାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି ବୈଜୟନ୍ତଙ୍କ ଏଥିରେ କିଛି ଭୂମିକା ଥାଇପାରେ କିନ୍ତୁ ଏହି ପ୍ରକଳ୍ପ ନିର୍ମାଣରେ ବହୁ ଲୋକଙ୍କ ହାତ ରହିଛି | ଯେତେବେଳେ ବି ଓଡିଶା ରେଳ ସମ୍ପର୍କରେ ଦାବି ହୁଏ, ସେତେବେଳେ ଏହି ପ୍ରକଳ୍ପର ଦାବି ରହିଥାଏ | ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ଭୂମିକା ରହିଛି | କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲ୍ଲାର ଜିଲ୍ଲା ପ୍ରଶାସନ ସହ ପାରାଦୀପ ପୋର୍ଟ ଏବଂ ରେଲୱେ ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ରିଭ୍ୟୁ କରିଥିଲେ ଏବଂ ନିର୍ଦେଶ ଦେଇଥିଲେ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ | ଏହି ପ୍ରକଳ୍ପ ବିଜୁ ବାବୁଙ୍କ ସ୍ବପ୍ନ ଥିଲା | ଦେବେଗୌଡା ପ୍ରଧାନମନ୍ତ୍ରୀ ସମୟରେ ଜାନକୀ ପଟନାୟକ ଓଡିଶା ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ଏହି ରେଳ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ନଥାଇ ମଧ୍ୟ ବିଜୁ ବାବୁ ଗୁରୁତ୍ୱପୁର୍ଣ ଭୂମିକା ନିଭାଇ ଥିଲେ | ତେଣୁ କେହି ଜଣେ ଏଥିରେ ବାହାବାହା ନେବା ଉଚିତ ନୁହଁ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା | ଏହି ପ୍ରକଳ୍ପ ପାଇଁ 1996 ମସିହାରୁ କାର୍ଯ୍ୟକାରୀ ହୋଇଥିଲା।ଏହି ପ୍ରକଳ୍ପ ହେବା କ୍ଷେତ୍ରରେ ବିଜୁ ପଟନାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବହୁ ଭୂମିକା ରହିଛି | ଏହି ପ୍ରକଳ୍ପ ନିର୍ମାଣରେ ବହୁ ବାଧାବିଘ୍ନ ଥିବାରୁ ନିର୍ମାଣରେ ବିଳମ୍ବ ହୋଇଥିଲା | ତେବେ ଏହି ପ୍ରକଳ୍ପ ନିର୍ମାଣ ହେବା କ୍ଷେତ୍ରରେ ଯେଉଁମାନଙ୍କ ଭୂମିକା ଅଛି, ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା କେନ୍ଦ୍ରମନ୍ତ୍ରୀ ବା ଜନ ପ୍ରତିନିଧି ହୁଅନ୍ତୁ ଦଳମତ ନିର୍ବିଶେଷରେ ସମସ୍ତେ କେନ୍ଦ୍ରାପଡ଼ା ରେଳ ପ୍ରକଳ୍ପ ଲାଗି କାମ କରିଛନ୍ତି ସେ ସମସ୍ତଙ୍କୁ କୃତଜ୍ଞତା ଜଣାଉଛୁ | ସବୁଠୁ ବଡ଼ ଭୂମିକା ରହିଥିଲା କେନ୍ଦ୍ରାପଡ଼ାବାସୀଙ୍କର | କେହି ଏହାର ଏକୁଟିଆ ଶ୍ରେୟ ନେବାକୁ ଅପଚେଷ୍ଟା ନ କରନ୍ତୁ।
ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କେବଳ ଏକ ଚର୍ଚ୍ଚା କି?
ଭୁବନେଶ୍ୱର : ବେଶ କିଛି ଦିନ ହେବ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି ରାଜ୍ୟ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ I ଅନେକ ନେତାଙ୍କୁ ବାଦ ଦିଆଯିବ ଆଉ ଟିକେ ନୂଆ ମୁହଁକୁ ନବୀନ ତାଙ୍କ ମନ୍ତ୍ରମଣ୍ଡଳରେ ସାମିଲ କରିବେ I ଏପରି ଚର୍ଚ୍ଚା ଏବେ ରାଜନୀତିକୁ ବେଶ ଚହଳ ପକେଇଛି I ଆଉ ଏହି ଚର୍ଚ୍ଚାକୁ ଏଥିପାଇଁ ଗଣମାଧ୍ୟମ ଆଧାର ହୋଇଛି ଯେହେତୁ ବିଜେଡିର ସାଙ୍ଗଠନିକ ନବକଳେବର କରାଯାଉଛି ଏବଂ ଅନେକ ନେତାଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦିଆଯାଉଛି । ସେଥିପାଇଁ କାଳେ ନବୀନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିବେ I ଗଣମାଧ୍ୟମରେ ଏହି ଚର୍ଚ୍ଚା କେବଳ ଚର୍ଚ୍ଚା ପାଇଁ I କରୋନା ପରି ମହାମାରୀ ସମୟରେ ନବୀନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିବାକଥା ଚିନ୍ତା କରିନଥିବା ବିଜେଡି ଅନ୍ଦର ମହଲରୁ ଖବର ଆସୁଛି I କାରଣ ନବୀନଙ୍କର ଏବେ ପ୍ରଥମ ପ୍ରାଧାନ୍ୟ ହେଉଛି ରାଜ୍ୟରେ ହୁ ହୁ ହୋଇ ବଢୁଥିବା କରୋନା ମାହାରୀକୁ କିପରି ନିୟନ୍ତ୍ରଣକୁ ଅଣାଯିବ I ସେହି କାମରେ ପୁରା ପ୍ରଶାସନ ଲାଗିଛି I ରାଜ୍ୟରେ ବର୍ତ୍ତମାନ ପ୍ରତେକ ଦିନ ୫୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛି I ଆଉ ଏହି ସମୟରେ କାହିଁକି ନବୀନ କରୋନା ଚିନ୍ତା ନକରି ମନ୍ତ୍ରୀମଣ୍ଡଳ ସଂପ୍ରାସରଣ କଥା ଚିନ୍ତା କରିବେ କାହିଁକି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି I ଏମିତି ବି ୨ବର୍ଷ ପୂର୍ବରୁ ନବୀନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିବାର ନଜର ସେତେଟା ନାହିଁ I ତେଣୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ କେବଳ ଗଣମାଧ୍ୟମରେ ପୂର୍ବ ଆକଳନ ଷ୍ଟୋରି କରାଯାଉଛି I ଦଳୀୟ ସାଙ୍ଗଠନିକ ସ୍ଥିତି ସଜାଡ଼ିବା କାର୍ଯ୍ୟରେ ଲାଗିଛନ୍ତି I ତେଣୁ ଏହି ସମୟରେ ମନ୍ତ୍ରିମଣ୍ଡଳର ସଂପ୍ରାସରଣ ହେବାର କୌଣସି ସୁରାଗ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି I ଅବଶ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଯେଉଁ ଚର୍ଚ୍ଚା ହେଉଛି , ସେ ଚର୍ଚ୍ଚା ଏବେ କେବଳ ଚର୍ଚ୍ଚାରେ ରହିଛି I ଯେତେବେଳେ ବିରୋଧୀ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣିଥିଲେ ଠିକ ସେତେବେଳେ ବି ଅପରୂପ ଭାବେ ମନ୍ତ୍ରୀମଣ୍ଡଳରୁ ବହୁ ମନ୍ତ୍ରୀ ବାଦ ପଡିବେ ସେ ଚର୍ଚ୍ଚା ମଧ୍ୟ ହୋଇଥିଲା I କରୋନା ସମୟରେ କୌଣସି ରାଜନୈତିକ କାର୍ଯ୍ୟକଳାପ ନକରିବା ପାଇଁ ବିଜେଡି ନିଷ୍ପତି ନେଇଛି I ତେଣୁ ଏସବୁକୁ ବିଚାର କଲେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା କେବଳ ଏକ ଚର୍ଚ୍ଚା ବୋଲି ମନେ ହେଉଥିବା ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି I ଅବଶ୍ୟ ମନ୍ତ୍ରୀମଣ୍ଡଳର ଚର୍ଚା ଗଣମାଧ୍ୟମରେ ଏତେ ଜୋରରେ କରାଯାଉଛି ଏବଂ ମଝିରେ ମଝିରେ ଏହାକୁ ନେଇ ବିଜେଡି ନେତାଏ ଯେଉଁ ପ୍ରତିକ୍ରିୟା ରଖୁଛନ୍ତି ତାହା ହୁଏତ ଏହି ଚର୍ଚ୍ଚାକୁ ଖୋରାକ ଦେଇପାରେ ହେଲେ ଯେଉଁ ନେତାଏ ଗଣମାଧ୍ୟମରେ ମତ ରଖୁଛନ୍ତି ତାହା ଏକ ଚିରାଚରିତ ମତ I ବିଜେଡି ନେତାଏ କହୁଛନ୍ତି ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବା ମୁଖ୍ୟମନ୍ତ୍ରୀଙ୍କ ଇଛାଧିନ ବ୍ୟାପାର I ତେଣୁ ଏକଥାର ସେତେଟା କିଛି ଦମ ନଥିଲା ଭଳି ଜଣାପଡୁଛି I ତେଣୁ ମୋଟାମୋଟି କହିବାକୁ ଗଲେ ଏବେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାର ସେତେଟା ଆଭାସ ମିଳୁନାହିଁ ନବୀନଙ୍କର ମିଜାଜକୁ ଦେଖିଲେ I
ସମ୍ପୂର୍ଣ୍ଣ ବିଧାନସଭା ସାନିଟାଇଜ ହେବ, ସମସ୍ତଙ୍କ ସୁରକ୍ଷା ଆମ ଦାୟିତ୍ୱ : ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ଆଜି ଗୋଟିଏ ଦିନ ପାଇଁ ବିଧାନସଭାକୁ ସଟ୍ ଡାଉନ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟଙ୍କ ଠାରେ କରୋନା ପୋଜିଟିଭ ବାହାରିବା ପରେ ଏପରି ନିଷ୍ପତି ନିଆଯାଇଛି। ତେବେ ଆସନ୍ତା କାଲି ଓ ରବିବାର ସାପ୍ତାହିକ ସଟ୍ ଡାଉନ। ତେବେ ସୋମବାର ଦିନ ପରିସ୍ଥିତି ଦେଖି ପୁଣି ଥରେ ନିଷ୍ପତ୍ତି ନିଆଯିବ।
ବିଧାନସଭା ସଟ୍ ଡାଉନ ଉପରେ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ସଟ୍ ଡାଉନ ସମୟରେ ବିଧାନସଭାକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବ। ଯେମିତି କୌଣସି ବିଧାୟକ କିମ୍ବା କର୍ମଚାରୀଙ୍କୁ କରନା ସଂକ୍ରମଣ ନ ହୁଏ ।ସେ ନେଇ ବିଧାନସଭାରେ ସବୁ ପ୍ରତିକାର ବ୍ୟବସ୍ଥା କରାଯାଉଛି। ଯଦି ବିଧାୟକମାନେ ନିଜେ ନିଜର ପରୀକ୍ଷା କରିବାକୁ କେହି ମନା କରୁନାହାନ୍ତି। ବିଜେଡ଼ି ବିଧାୟକମାନେ ଆମେ କେଉଁ ଗହଳିକୁ ଯାଉନୁ କି କାହା ସହିତ ମିଶିନୁ। କୌଣସି ରାଜନୈତିକ କାର୍ଯ୍ୟକ୍ରମ ବି କରୁନୁ। କେବଳ ୩ ଜଣ ଲୋକଙ୍କୁ ନେଇ ଆଲୋଚନା କରୁଛୁ। ଦରକାର ପଡ଼ିଲେ ଜଣ ଜଣଙ୍କୁ ଡ଼ାକି କଥା ହେଉଛୁ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କହିଛନ୍ତି କୋବିଡ଼ ନିୟମାବଳୀ ପାଳନ କରିବାକୁ। ଯାହା କି ଆମ ଦଳର ସମସ୍ତ ସଦସ୍ୟ ଶୃଙ୍ଖଳିତ ଭାବେ ପାଳନ କରିଛନ୍ତି।
ରାଜ୍ୟରେ କଲବଲ କଲାଣି କରୋନା, ଆଜି ୪ ଜଣଙ୍କ ମୃତ୍ୟୁ ସହ ୭୫୫ ଜଣ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କୋରୋନା ଆଜି ଆଉ ୪ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି।ସମସ୍ତ ୪ ଜଣ ମୃତକ ଗଂଜାମ ଜିଲ୍ଲାର।ଏବେ ଗଂଜାମ ଜିଲ୍ଲାରେ ୩୪ରେ ମୃତକ ସଂଖ୍ୟା ପହଁଚିଲା। ଗଞ୍ଜାମରେ ୪୧, ୫୮, ୪୮ ଓ ୩୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ, ୩୨ ଓ ୪୮ ବର୍ଷୀୟ ବ୍ୟକ୍ତି ମଧୁମେହ ରୋଗରେ ପୀଡ଼ିତ ଥିଲେ, ୪୧ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।
ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୭୫୫ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ରେ ପହଁଚିଛି।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୨୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଯାଜପୁରରୁ ୮୬, ସୁନ୍ଦରଗଡ଼ରୁ ୬୨, ଖୋର୍ଦ୍ଧାରୁ ୫୯, କଟକରୁ ୫୫, କେନ୍ଦୁଝରରୁ ୩୨, ଗଜପତିରୁ ୩୦, ମାଲକାନଗିରିରୁ ୧୮, ନୟାଗଡ଼ରୁ ୧୬ କୋରୋନା ଆକ୍ରାନ୍ତ ଚିହ୍ନଟ, ମୟୂରଭଞ୍ଜ ଓ ବଲାଙ୍ଗିରରୁ ୧୨ ଜଣ, ପୁରୀରୁ ୧୧, ବାଲେଶ୍ବରରୁ ୯, କେନ୍ଦ୍ରାପଡ଼ା, କୋରାପୁଟ ଓ ଜଗତସିଂହପୁରରୁ ୫ ଜଣ ଲେଖାଏଁ , ଅନୁଗୁଳରୁ ୩, ଦେବଗଡ଼ ଓ ଢେଙ୍କାନାଳରୁ ୪ ଜଣ ଲେଖାଏଁ , ଭଦ୍ରକ, କନ୍ଧମାଳ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ,ବରଗଡ଼ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୫୦୮ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୨୪୭ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ହଜାର ୪୭୬ ଜଣ ଚିକିତ୍ସିତ ହେଉଥିବା ବେଳେ ଜଣ ୭ ହଜାର ୪୦୭ ସୁସ୍ଥ ହୋଇସାରିଲେଣି। ଏହାସହ ରାଜ୍ୟରେ ୫୬ ଜଣଙ୍କର ଜୀବନ ନେଲାଣି କରୋନା ।
ଆଜି ରାଜଧାନୀରୁ ନୂଆ ୪୫ ଆକ୍ରାନ୍ତ ଚିହ୍ନଟ….
ଭୁବନେଶ୍ୱର : ଆଜି ଭୁବନେଶ୍ବରର ୪୫ କୋରୋନା ଆକ୍ରାନ୍ତ ଚିହ୍ନଟ,।ସେଥିମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୫ ଓ ସ୍ଥାନୀୟ ଅଞ୍ଚଳରୁ ୧୦ ଜଣ । ତେବେ ଏ ପର୍ଯ୍ୟନ୍ତ
ଭୁବନେଶ୍ବରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ରେ ପହଂଚିଛି। ସେଥମଧ୍ୟରୁ ମଧ୍ୟରୁ ୩୦୮ ଜଣ ସୁସ୍ଥ ହୋଇଥିବାବେଳେ ୨୮୬ ଚିକିତ୍ସିତ ହେଉଛନ୍ତି।ଏହାସହ ୭ ଜଣଙ୍କର ମୃତ୍ୟୁ ହୋଇଛି।
ବଡ଼ଗଡ଼ର ୪୫ ବର୍ଷୀୟ ପୁରୁଷ, ପଟିଆର ୭୧ ବର୍ଷୀୟ ପୁରୁଷ ପଜିଟିଭ, ଶୈଳଶ୍ରୀବିହାରର ୭୩ ବର୍ଷୀୟ ମହିଳା କୋରେନା ଆକ୍ରାନ୍ତ, ଘାଟିକିଆର ୮୩ ବର୍ଷୀୟ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଦେବଗଡ଼ରେ ଵନମହୋତ୍ସଵ ସପ୍ତାହ…
ଦେବଗଡ଼ : ୭୧ତମ ଵନମହୋତ୍ସଵ ସପ୍ତାହ ଅବସରରେ ଦେବଗଡ଼ ଜିଲ୍ଲାରେ ଜଙ୍ଗଲ ବିଭାଗ ପକ୍ଷରୁ ୩୩ହଜାରରୁ ଉର୍ଦ୍ଧ ଚାରା ରୋପଣ କରାଯିବା ସହ ୯ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କୁ ଚାରା ରୋପଣ ପାଇଁ ଯୋଗାଇ ଦିଆଯାଇଥିବା ଜଣାଯାଇଛି । ଦେବଗଡ଼ ଡ଼ି ଏ ଫୋ (DFO. T) କ୍ଷମା ଷଢ଼ଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବନ ମହୋତ୍ସବ ରେ ସାତ ଦିନ ଧରି ଜିଲ୍ଲାର ପାୟ ୪୦ ରୁ ଉର୍ଦ୍ଧ୍ବ ସ୍ଥାନ ରେ ୩୩ ହଜାର ୫୨୭ଟି ଚାରା ରୋପଣ କରାଯାଇଥିଲା ।ସାମାଜିକ ଦୂରତ୍ୱ ଅବଲମ୍ବନ କରି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଦେବଗଡ଼ ଜିଲାପାଳ ସୁଧାଂଶୁ ମୋହନ ସାମଲ ଙ୍କ ସମେତ ବହୁ ଲୋକ ପ୍ରତିନିଧି, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ପରିବେଶ ବିତ, ସମାଜସେବୀ ପ୍ରମୁଖ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଚାରା ରୋପଣ କରିଥିଲେ ।ସେହିପରି ସରକାର ଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୧୯କୁ ଦୃଷ୍ଟି ରେ ରଖି ଜିଲ୍ଲାର ୭ଟି ନର୍ସରୀ ରୁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଗାଁ କୁ ଗାଁ ଯାଇ ପ୍ରାୟ ୯ହଜାର ରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କୁ ଚାରା ରୋପଣ ପାଇଁ ଯୋଗାଇ ଦିଆଯାଇ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିକାଶ କଳା ସାମ୍ରାଜ୍ୟର ହେଲା ବିନାଶ।:ପୋଲିସ ଏନକାଉଣ୍ଟର ଗଲା ଜୀବନ
କାନପୁର: ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ। ଏଇ କେତେ ଦିନ ହେବ ସବୁଠାରୁ ଚର୍ଚ୍ଚିତ ନାଁ । ଆଜି ଏନକାଉଣ୍ଟରରେ ତାର ମୃତ୍ୟୁ ହୋଇଛି। ପୋଲିସର କହିବା ଅନୁସାରେ ୟୁପି ଏସଟିଏଫର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି କାରରେ ଗିରଫ ହୋଇଥିବା ବିକାଶ ଦୁବେକୁ ମଧ୍ୟ ପ୍ରଦେଶରୁ ଉତ୍ତର ପ୍ରଦେଶକୁ ଅଣାଯାଉଥିଲା । ରାସ୍ତାରେ ଏହି କାର୍ଟି ଓଲଟି ଯାଇଥିଲା । ଏହାର ଠିକ୍ ପରେ ଦୁର୍ଘଟଣା ପରେ ବିକାଶ ପୋଲିସର ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା । ଖସିଯିବାକୁ ମଧ୍ୟ ଉଦ୍ୟମ କରିଥିଲା । ଏହି ସମୟରେ ପୋଲିସ ସହ ତାହାର ମୁହାଁମୁହିଁ ମଧ୍ୟ ହୋଇଥିଲା । ଉଭୟ ପକ୍ଷର ଏନକାଉଣ୍ଟରରେ ବିକାଶ ପ୍ରାଣ ହରାଇଥିବା କୁହାଯାଉଛି । ଏହାସହ ସେହି ଗାଡି ଦୁର୍ଘଟଣାରେ ୪ ଜଣ ପୋଲିସ କର୍ମୀ ଆହତ ହୋଇଥିବାର କୁହାଯାଉଛି। ସେହିପରି ଏନକାଉଣ୍ଟର ମଧ୍ୟ ୨ ଜଣ ପୋଲିସ କର୍ମୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ରାଜ୍ୟରେ କଲବଲ କଲାଣି କରୋନା, ଆଜି ୬ଜଣଙ୍କ ମୃତ୍ୟୁ ସହ ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କୋରୋନା ଆଜି ଆଉ୬ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ମୋଟ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୪୮ରେ ପହଂଚିଛି।
ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୨୬ଟି ଜିଲ୍ଲାରୁ ୫୨୭ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୨୪ରେ ପହଁଚିଛି।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ସୁନ୍ଦରଗଡ଼ରୁ ୭୮, ଖୋର୍ଦ୍ଧାରୁ ୫୦, ଯାଜପୁରରୁ ୨୫, ନୟାଗଡ଼ରୁ ୧୮ ,ବାଲେଶ୍ବରରୁ ୨୬, ବଲାଙ୍ଗିର ୨୧, କଟକରୁ ୧୭, ମୟୂରଭଞ୍ଜରୁ ୧୦, କେନ୍ଦୁଝରରୁ ୭, କୋରାପୁଟରୁ ୬, କେନ୍ଦ୍ରାପଡ଼ାରୁ ୫, ଜଗତସିଂହପୁର, ଝାରସୁଗୁଡ଼ା ଓ ନୂଆପଡ଼ାରୁ ୪ ଜଣ ଲେଖାଏଁ ଚିହ୍ନଟ, ମାଲକାନଗିରି, ଗଜପତି ଓ ନବରଙ୍ଗପୁରରୁ ୩ ଜଣ ଲେଖାଏଁ ଚିହ୍ନଟ, ଭଦ୍ରକରୁ ୨, ଅନୁଗୁଳ, ବରଗଡ଼, ଢେଙ୍କାନାଳ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୩୩୮ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୮୯ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୩୮୬୦ ଜଣ ଚିକିତ୍ସିତ ହେଉଥିବା ବେଳେ ଜଣ ୬୭୦୩ ସୁସ୍ଥ ହୋଇସାରିଲେଣି। ଏହାସହ ରାଜ୍ୟରେ ୪୮ ଜଣଙ୍କର ଜୀବନ ନେଲାଣି କରୋନା ।
୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ କଲା ବିଜେଡି..
ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ କରିଛନ୍ତି। ଦଳର ୧୫ ଜଣ ବରିଷ୍ଠ ନେତାଙ୍କ ଦଳ ସୁପ୍ରିମ ଏହି ଦାୟିତ୍ୱ ନ୍ୟସ୍ଥ କରିଛନ୍ତି।କିଛି ଦିନ ପୂର୍ବରୁ ମଧ୍ୟ ଦଳକୁ ମଜବୁତ କରିବା ପାଇଁ ବରିଷ୍ଠ ଉପସଭାପତି ଓ ଉପସଭାପତି ନିଯୁକ୍ତ କରାଯାଇଥିଲା। ଆଜିର ବରିଷ୍ଠ ସାଧାରଣ ସମ୍ପାଦକ ବିଜେଡି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ନୃସିଂହ ସାହୁଙ୍କୁ ଆଂଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଛି । ସେହିପରି ଅଶୋକ ଚନ୍ଦ୍ର ପଣ୍ଡା , କଳିକେଶ ନାରାୟଣ ସିଂଦେଓ, ପ୍ରିତିରଂଜନ ଘଡାଇଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ ଦିଆଯାଇଛି । ଅରୁଣ କୁମାର ସାହୁ ଏବଂ ରୋହିତ ପୁଜାରୀଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ଦାୟିତ୍ୱ ଦିଆଯାଇଛି । ସେହିପରି ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡିଶା ମୋ ପରିବାର, ରବି ନନ୍ଦ ଏବଂ ରାଜେନ୍ଦ୍ର ଢେ଼ାଲକିଆଙ୍କୁ ପରିବେଶ, ପ୍ରତାପ ଜେନା ଓ ନବ କିଶୋର ଦାସଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ମିଳିଛି ।ସେହିପରି ରମେଶ ମାଝି ଓ ସରୋଜିନି ହେମ୍ବ୍ରମଙ୍କୁ ଆଦିବାସୀ ଓ ସଂଖ୍ୟାଲଘୁ ବ୍ୟାପାର, ଶଶି ଭୂଷଣ ବେହେରାଙ୍କୁ ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି କଲ୍ୟାଣ ଏବଂ ସୁମିତ୍ରା ଜେନାଙ୍କୁ ମହିଳା ସଶକ୍ତିକରଣ ବ୍ୟାପାର ଦାୟିତ୍ୱ ଦିଆଯାଇଛି ।













