ଭୁବନେଶ୍ୱର: ବୋଲବମ ,ହରହର ବମ ଡାକ ଆଜି ଶୁଭୁନାହିଁ।କି କୌଣସି ଶିବ ମନ୍ଦିରରେ ମଧ୍ୟ କାଉଡ଼ିଆଙ୍କ ଭିଡ଼ ଦେଖାଯାଉନି। କହିବାର ମାନେ ହେଉଛି ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଲୋକ ଗହଳିରେ ଫାଟି ପଡୁଥାନ୍ତା ରାଜ୍ୟର ସବୁ ଶୈବ ପୀଠ। ହେଲେ ଏ ବର୍ଷ ଚିତ୍ର ଟିକେ ଅଲଗା। କରୋନା କଟକଣା ପାଇଁ ପୁରା ଫାଙ୍କା ସବୁ ଶୈବ ପୀଠ। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାର ଦେଖି ଏସବୁକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି।ଫଳରେ କାଉଡିଆ ମାନେ ଏଥର ଜଳଲାଗି କରିବାକୁ ଆସିନାହାନ୍ତି। ପୁରୀର ଲୋକନାଥ, ଭୁବନେଶ୍ବରର ଲିଙ୍ଗରାଜ, କଟକର ଗଡ଼ଗଡ଼େଶ୍ବର ପୀଠ, ଧବଳେଶ୍ବର, ନୟାଗଡ଼ର ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ, ଭଦ୍ରକର ଆଖଣ୍ଡଳମଣି, ବାଲେଶ୍ବରର ଝାଡ଼େଶ୍ବର ଆଦି ରାଜ୍ୟର ପ୍ରସିଦ୍ଧ ଶୈବପୀଠରେ ୧୪୪ ଧାରା ଲାଗୁକରିଛନ୍ତି ରାଜ୍ୟ ସରକାର।
ଶ୍ରାବଣ ମାସରେ ରାଜ୍ୟର କିଛି ଧାର୍ମିକ ସ୍ଥାନରୁ ଶ୍ରଦ୍ଧାଳୁମାନେ ପାଣି ନେଇ ଖାଲି ପାଦରେ ଚାଲି ଚାଲି ଶିବ ମନ୍ଦିର ଯା’ନ୍ତି। ସାଧାରଣତଃ ଶନିବାର, ରବିବାର ସେମାନେ ପାଣି ଉଠାନ୍ତି ଓ ସୋମବାର ଶିବ ମନ୍ଦିରରେ ପାଣି ଢାଳନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟକୁ ଅନୁମତି ଦିଆଯାଇପାରିବ ନାହିଁ। ତେଣୁ ଶ୍ରାବଣ ମାସରେ କାଉଡ଼ିଆମାନଙ୍କ ପାଣି ଉଠାଇବା, ରାସ୍ତାରେ ଚାଲିବା ଓ ମନ୍ଦିରକୁ ପ୍ରବେଶ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍ କମିସନର୍(ଏସ୍ଆର୍ସି) ପ୍ରଦୀପ କୁମାର ଜେନା କହିଥିଲେ ଯେ, ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ତେଣୁ ଧାର୍ମିକ କାର୍ଯ୍ୟରେ ଭିଡ ଜମାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର :ବୋଲବମ୍ ଭକ୍ତଂକୁ ଝୁରୁଛନ୍ତି ଭୋଳାବାବା
ରାଜ୍ୟରେ କଲବଲ କଲାଣି କରୋନା, ଆଜି ୨ଜଣଙ୍କ ମୃତ୍ୟୁ ସହ ନୂଆ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କୋରୋନା ଆଜି ଆଉ ୨ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ସେମାନେ ଗଞ୍ଜାମ ଓ ଯାଜପୁରରୁ ଜଣେ ଲେଖାଏଁ ।ଏହାସହ ଆଜି ଯାଜପୁରରେ କରୋନା ପ୍ରଥମ ଜୀବନ ନେଇଛି। ସେହିପରି ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି।ମୋଟ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୩୮ରେ ପହଂଚିଛି।
ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୨୪ ଟି ଜିଲ୍ଲାରୁ ୪୫୬ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ରେ ପହଁଚିଛି।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୬୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଅନୁଗୁଳ-୧, ବାଲେଶ୍ୱର-୧୪, ବରଗଡ-୩୩, ଭଦ୍ରକ-୧୨, ବଲାଙ୍ଗୀର-୬, କଟକ-୧୩, ଢେଙ୍କାନାଳ-୧, ଗଜପତି-୧, ଜଗତସିଂହପୁର-୨୩, ଯାଜପୁର-୫୭, କଳାହାଣ୍ଡି-୧, କନ୍ଧମାଳ-୩, କେନ୍ଦ୍ରାପଡା-୫, କେନ୍ଦୁଝର-୨,ଖୋର୍ଦ୍ଧା-୨୧, କୋରାପୁଟ-୧୦, ମୟୂରଭଞ୍ଜ-୮, ନବରଙ୍ଗପୁର-୨୪, ନୟାଗଡ-୪, ପୁରୀ-୩, ରାୟଗଡା-୧୩, ସମ୍ବଲପୁର-୧୫, ସୁନ୍ଦରଗଡ-୨୦ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୩୦୯ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୪୭ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୩ ୩ ହଜାର ୨୫୪ଜଣ ଚିକିତ୍ସିତ ହେଉଥିବା ବେଳେ ୬ ହଜାର ୨୨୪ ଜଣ ସୁସ୍ଥ ହୋଇସାରିଲେଣି। ଏହାସହଁ ରାଜ୍ୟରେ ୩୮ ଜଣଙ୍କର ଜୀବନ ନେଲାଣି କରୋନା ।
ବିଜେଡି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ସାରଥୀ ସାଜିଛନ୍ତି ପ୍ରଣବ……
ଭୁବନେଶ୍ୱର : ଏବେ ଦିନକୁ ଦିନକୁ କରୋନା ଅଧିକ ଭୟଙ୍କର ହେଉଛି। ଦେଶ ତଥା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଏମିତି ସଙ୍କଟ ସମୟରେ ରାଜ୍ୟର ଅନେକ ରକ୍ତ ଭଣ୍ଡାର ବନ୍ଦ ହେବାକୁ ବସିଲାଣି।କାରଣ ରକ୍ତ ଭଣ୍ଡାରରେ ରକ୍ତ ନାହିଁ। ହେଲେ ଏହି ସଂକଟକୁ ଦୂର କରିବାକୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ। ଯାହାର ଦାୟିତ୍ୱ ନେଇଛନ୍ତି ଖୋଦ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ମହାକାଳପଡ଼ା ବିଧାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ।
ଆଜି ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ମହାମାରୀ ସମୟରେ ଯେପରି ରକ୍ତର ଅଭାବ ନ ରୁହେ, ସେ ନେଇ ବ୍ୟାପକ ଭାବେ ରକ୍ତଦାନ ଶିବିର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ସବୁ ଦଳୀୟ ଓ ରାଜନୈତିକ କାର୍ଯ୍ୟକ୍ରମକୁ ଏହି ସଙ୍କଟ ସମୟରେ ବିଜେଡି ବନ୍ଦ ରଖିଛି। ହେଲେ ରକ୍ତଦାନ ପାଇଁ ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ଜାରି ରହିଛି।ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶାବାସୀଙ୍କ ପାଇଁ ଚିନ୍ତାର। ବର୍ତ୍ତମାନର ରକ୍ତ ସଙ୍କଟ ସମୟରେ ସେ ଦଳୀୟ କର୍ମୀଙ୍କୁ ରକ୍ତ ସଙ୍କଟ ଦୂର କରିବାକୁ ଆହ୍ୱାନ କରିଛନ୍ତି। ଦଳୀୟ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି। ଯାହାର ନେତୃତ୍ୱ ପ୍ରଣବ ପ୍ରକାଶ ଦାସ ନେଇଛନ୍ତି। ସେ ପୂର୍ବରୁ ମଧ୍ୟ ଯାଜପୁରଠାରୁ ଆରମ୍ଭ କରି ମୟୁରଭଞ୍ଜ ଓ ବାଲେଶ୍ବର ଠାରୁ ଆରମ୍ଭ କରି ବାରିପଦା ।ସବୁଠି ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି। ଯେମିତି ରକ୍ତ ଅଭାବରେ କାହାର ପ୍ରାଣ ହାନି ନହେଵ ବେଶି ଫୋକସ କରିଛନ୍ତି ପ୍ରଣବ ।
ବିପଦର ବନ୍ଧୁ ଅରୁଣ : ଭିଡିଓ କଲିଂରେ ନୟାଗଡବାସୀଙ୍କ ସହ କଲେ ଆଲୋଚନା…
ଭୁବନେଶ୍ୱର : ବୁଝିଲେ ନର୍ବାଚନମଣ୍ଡଳୀ ସମସ୍ୟାସଦାସର୍ବଦା ଚର୍ଚ୍ଚାରେ ରହିଆସିଥିବା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣକୁମାର ସାହୁ ଆଜି ଭିଡିଓ କଲିଂ ମାଧ୍ୟମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣଙ୍କ ସହିତ ସଂଶ୍ଳିଷ୍ଟ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ମୁଖ୍ୟତଃ କରୋନା ସମୟରେ ରାଜନୈତିକ କାର୍ଯ୍ୟ ବନ୍ଦ ରହିଥିବାରୁ ଆଜି ସେ ଯୁବ, ଛାତ୍ର, ମହିଳା, ଶ୍ରମିକ ଓ ବିଭିନ୍ନ ସଂଗଠନର ନେତୃମଣ୍ଡଳୀଙ୍କ ସହିତ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଆଲୋଚନା କରିଛନ୍ତି । କରୋନା ସମୟରେ ଜୀବନ ଓ ଜୀବିକା ସହିତ କିପରି ଲଢିବା ଏଥିସହିତ ରାଜନୈତିକ କାର୍ଯ୍ୟ ଅନ୍ଲାଇନ୍ ମାଧ୍ୟମରେ କରିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର କୃଷିକ୍ଷେତ୍ରକୁ ଅଗ୍ରାଧିକାର ଦେଇଛନ୍ତି । କୃଷିକ୍ଷେତ୍ର ପ୍ରତି କୌଣସି କରୋନା କଟକଣା ନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟଏକ ପକ୍ଷରେ କରୋନା ସମସ୍ତଙ୍କୁ କିଛି ଶିକ୍ଷା ଦେଇଛି ଆଗାମୀ ଦିନରେ ଏହି ଭିଡିଓ କଲିଂ ମାଧ୍ୟମରେ ସମସ୍ତ ରାଜନୈତିକ କାର୍ଯ୍ୟ ଚାଲୁରହିବ । ମୁଖ୍ୟତଃ ସମୟର ବ୍ୟବହାର, ସଂଗଠନକୁ ସୁଦୃଢ଼ କରିବା, ନୂଆ ଯୁବକମାନଙ୍କୁ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ପରାମର୍ଶ ଦେବା ଓ ସେମାନଙ୍କ ସହିତ ଜଡିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ଲାଇନ୍ ମାଧ୍ୟମରେ ପ୍ରତ୍ୟେକ ଦିନ ସମସ୍ତ ସଂଗଠନ ସହିତ ସୁସମ୍ପର୍କ ରଖି କିପରି ବିଜୁ ଜନତା ଦଳ ସୁଦୃଢ଼ ହେବ ଏହା ଉପରେ ପରାମର୍ଶ ଦେଇଛନ୍ତି । ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷା କରିବା ଓ ସମସ୍ତଙ୍କୁ ସଚେତନତା କରାଇବା ପ୍ରତ୍ୟେକ ରାଜାନୈତିକ ବ୍ୟକ୍ତିଙ୍କର ମୁଖ୍ୟ କର୍ତ୍ତବ୍ୟ ହୋଇ ରହୁ । ସମାଜସେବାରେ ସ୍ୱେଚ୍ଛାସେବୀଭାବେ ଠିଆହେବା ନିତାନ୍ତ ଆବଶ୍ୟକ । କରୋନା ଯୋଦ୍ଧାରେ ରାଜନୈତିକ ବ୍ୟକ୍ତିମାନଙ୍କର ସଂଶ୍ଳିଷ୍ଟ ଅଧିକ ରହିଛି । ତେଣୁ ସମସ୍ତେ ସମାଜସେବାରେ ବ୍ରତୀ ହେବାପାଇଁ ଆହ୍ୱାନ ଦେଇଛନ୍ତି । ଆଜି ନିଜ ବାସଭବନରୁ ଭିଡିଓ କଲିଂ ମାଧ୍ୟମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ବର୍ଗର ଲୋକଙ୍କ ସହିତ ଜଡ଼ିତ ରହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ କର୍ମୀମାନଙ୍କୁ ଅବଗତ କରାଇଥିଲେ ।
ରାଜ୍ୟରେ କଲବଲ କଲାଣି କରୋନା, ଆଜି ୨ଜଣଙ୍କ ମୃତ୍ୟୁ ସହ ୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।ସେମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାରୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ସୁନ୍ଦରଗଡରୁ । ଆଜିକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୬ରେ ପହଞ୍ଚିଲା ।
ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୨୦ ଟି ଜିଲ୍ଲାରୁ ୪୬୯ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ରେ ପହଁଚିଛି।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୧୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି କଟକରୁ ୯୪, ସୁନ୍ଦରଗଡ଼ରୁ ୬୬, ଖୋର୍ଦ୍ଧାରୁ ୨୭ ଚିହ୍ନଟ, ଯାଜପୁର ଓ କେନ୍ଦୁଝରରୁ ୨୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ନୟାଗଡ଼ରୁ ୨୪, ଭଦ୍ରକରୁ ୧୬, ସମ୍ବଲପୁରରୁ ୧୩, ଗଜପତିରୁ ୧୨, ଅନୁଗୁଳରୁ ୧୧ ,ବାଲେଶ୍ବର ଓ ପୁରୀରୁ ୮ ଜଣ ଲେଖାଏଁ କୋରୋନା ପଜିଟିଭ ଚିହ୍ନଟ, ମୟୂରଭଞ୍ଜରୁ ୬, କେନ୍ଦ୍ରାପଡ଼ାରୁ ୫,ବଲାଙ୍ଗିରରୁ ୩ ଜଣ ,କଳାହାଣ୍ଡି ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ କୋରୋନା ପଜିଟିଭ ଚିହ୍ନଟ, କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୩୧୭ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୫୨ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୩ ହଜାର ୯୦ଜଣ ଚିକିତ୍ସିତ ହେଉଥିବା ବେଳେ ୫ ହଜାର ୯୩୪ ଜଣ ସୁସ୍ଥ ହୋଇସାରିଲେଣି।
ସଭିଏଁ କହନ୍ତି ତମେ କେତେ ଭାଗ୍ୟବାନ, ହେଲେ ସବୁ ତାହାରି ଇଚ୍ଛା
ଭୁବନେଶ୍ୱର : ମାନ , ଅଭିମାନ ଓ ଦୃଢ ଇଚ୍ଛାଶକ୍ତି । ତାହା ସହ ତାଙ୍କର ଡ଼ାକରା । ଅାଜକୁ ୪ବର୍ଷ ହେବ ସେ କେମିତ ମତେ ତାହା ପାଖକୁ ଡ଼ାକି ନେଇଛି ମୁଁ ଜାଣିପାରୁନାହିଁ । ବିଶ୍ୱାସ ହୁଏ ନାହିଁ ଯେ ମୁଁ ବଡ଼ଦାଣ୍ଡରେ ରଥଯାତ୍ରା ଦେଖିବି ଏଥର । ଲଗାତର ୪ବର୍ଷର ଘଟଣାକୁ ଅାଜି ଯଦି ମନେପକାଉଛି ମୁଁ। ତେବେ ଏଥରେ ମୋ ଓ ମହାପ୍ରଭୃଙ୍କ ଭାଗକୁ ପ୍ରକାଶ ନକରି ରହି ହେଉନାହିଁ । ୯ଦିନର ଯାତ୍ରାରେ ମହାପ୍ରଭୁ ବାହାରି ଅାସନ୍ତି ରଥଯାତ୍ରାକୁ । ବିଶ୍ୱର ଦେବାତା ଏହି ୯ଦିନ ବିଶ୍ୱବାସୀଙ୍କ ଦର୍ଶନ ଦେବା ପାଇଁ ଚାଲିଅାସନ୍ତି ବଡ଼ ଦାଣ୍ଡକୁ । ବଡ଼ଦାଣ୍ଡରୁ ଗୁଣ୍ଡିଚା ମନ୍ଦିର ଯାଏ ୯ଦିନର ଯାତ୍ରାର ବିଚିତ୍ର ଯେ କେତେକଣ ତାହା କେବଳ ଜଣେ ନିଜକୁ ଶୂନ୍ୟମନେ କଲେ ଜାଣିପାରିବ । ତାହା ଡ଼ାକରା ବିନା କେହି ତା ଦାଣ୍ଡକୁ ଯାଇପାରିବ ନାହିଁ । ରଥଯାତ୍ରାକୁ ସେ ମତେ ଡ଼ାକେ । ହେଲେ ଟିକେ ଝଟକା ଦିଏ । ଅାଜିକୁ ଲଗାତର ୩ବର୍ଷ ଧରି ରଥଯାତ୍ରା ସମୟରେ ବିଶେଷକରି ଗୁଣ୍ଡିଚାଯାତ୍ରା ଦିନ ଖବର ସଂଗ୍ରହ କରିବା ପାଇଁ ମୋର ଭାରୀ ଇଚ୍ଛାହୁଏ ପୁରୀ ଯିବାକୁ । ଯେଉଁଥି ପାଇଁ ରଥଯାତ୍ରା ହେବାର ଢେର ଦିନ ଅାଗରୁ ମୁଁ ସବୁବେଳେ ସାରମାନଙ୍କୁ କହେ ଭାଇ ମୁଁ ରଥଯାତ୍ରାରେ ପୁରୀ ଯିବି । ମୋର ଡ୍ୟୁଟି ପକାଇବ । ଦୟାକରି । ଏମିତି କେତେକଣ । ଏହାସହ ପୁରୀରେ ଥିବା ଅାମ ସାମ୍ବାଦିକଙ୍କୁ ମଧ୍ୟ କହିଥାଏ । ମନରେ ଇଚ୍ଛା ଥାଏ କାଳିଅା ନିଶ୍ଚିତ ତାରା ଯାତ୍ରାରେ ମତେ ସାମିଲ କରିବ । ମତେ ପୁରୀରୁ ଡ଼ାକରା ଅାସିବ । ଏମିତି କେତେକଣ । ହେଲେ ମୋର ୩ବର୍ଷ ଧରି ରାଥଯାତ୍ରା ଯିବ ଘଟଣାକୁ ବର୍ଣନା କଲେ ଅାପଣ ବିଶ୍ୱାସ ବି କରିପାରିବେ ନାହିଁ ।
ସବୁବର୍ଷ ରଥଯାତ୍ରା ପୂର୍ବଦିନ ମୋର ଅଫିସରେ ଥାଏ । ମୁଁ ଭୁବନେଶ୍ୱରରରେ ନୁ୍ୟଜ ସଂଗ୍ରହ ପାଇଁ ଯାଇଥାଏ । ଅଫିସ ଅାସି ଫେରିବା ବେଳକୁ ଶୁଣେ ଯେ ପୁରୀ ଅାଉ ଜଣେ ଯାଇଛି । ସେଠୁ ମନଟା ପୁରା ଭାଙ୍ଗୀଯାଏ । ଯେଉଁ ସାରାଙ୍କ ମୁଁ ବାରମ୍ବାର କହିଥାଏ ସାର ମୋ ପୁରୀ ଡ୍ୟୁଟି ପକାଇବେ କାହିକିଁ କେଜାଣେ ତାଙ୍କୁ ଦେଖିଲେ ସେତେବେଳେ ଚିଡ଼ଚିଡ଼ ଲାଗେ । ଏତେ କହିଲା ପରେ ବି ଅାପଣମତେ ପୁରୀ ଡ୍ୟୁଟି ପକାଇଲେ ନାହିଁ । ଛାଡ଼ନ୍ତୁ ଅାଉ ଏତେ ମନଦେଇ ଅଫିସ ପାଇଁ କାମ କରିପାରିବିନି । ମୋର ଯେତିକି କାମ କରିବା କଥା କରିବ , ବେଶୀ କରିବିନି । ଏମିତି କେତେକଣ ଅଭିମାନ କରି ମୁଁ ମୋ ନିଜକୁ ମନେମନେ କହେ । ଯିଏ ରଥଯାତ୍ରା ଦାୟିତ୍ୱରେ ଥାଅାନ୍ତି ତାଙ୍କୁ ବି କହେ । ଅାଉ ଶେଷରେ କିଛି ଘଣ୍ଟା ପରେ ମନକୁ ବୁଝାଇ ଦିଏ , ବୋଧେ ଜଗନ୍ନାଥ ମତେ ଡ଼ାକି ନାହାନ୍ତି । ଏମିତି ୨ରୁ ୫ଘଣ୍ଟା ଗଲାପରେ ପୁଣି ମୋ ମନରେ ରଥଯାତ୍ରା ଯିବା ପାଇଁ ବାଟ ଫିଟେ । ମନରେ ଜଗା ପାଖକୁ ଯିବାକୁ ଯେଉଁ ଦୃଢ ଇଚ୍ଛାଶକ୍ତି ଥାଏ ତାହା ବୋଧେ ଜଗା ଅନୁଭବ କରେ । ସେ ମତେ କେମିତି ପୁରୀ ନେଇଯାଏ ତାହା ମୁଁ ଜଣେ ନାହିଁ । ୨୦୧୯ ଓ ୨୦୨୦ ରଥଯାତ୍ରା ଅନୁଭୂତି କହିଲେ ଜଗା ଯେ ମନର ଦେବାକୁ ତାହା ନକହିଲେ ଭଲ । ୨୦୧୯ ବର୍ଷ ରଥଯାତ୍ରାରେ ମୋର ଡ୍ୟୁଟି ଅଫିସରେ ପଡ଼ିନଥାଏ । ମନଭାରୀ ଇଚ୍ଛାଥାଏ ରଥଯାତ୍ରା ଯିବ । ତେଣୁ ଅାରମ୍ଭ କଲି ପ୍ରୟାସ । ଅତି ନିଜର ଜଣେ ଭାଇଙ୍କୁ ଫୋନ କଲି । ଭାଇ ମୋର ଦୁଇଟା ପାସ ଦରକାର । ମୁଁ ରଥଯାତ୍ରା ଯିବ । କର୍ଡ଼ନ ପାସ ଦରକାର । ଜଗାର ଏତେ ଅାଶୀର୍ବାଦ ଥାଏ ମତେ ପାସ ବି ମିଳିଯାଏ । ଯେମିତି ମୋ ପାଇଁ ଜଗା ଅାଗକୁ ପାସ କରି ରଖିଥାଏ । ଅାଉ ମତେ ପାସ ମିଳେ ଓ ମୁଁ ପୁରୀ ସକାଳୁ ସକାଳୁ ଜଣଙ୍କ ବାଇକରେ ବସି ଯାଏ । ପୁରୀ ବଡ଼ ଦାଣ୍ଡରେ ପହଞ୍ଚିବା କ୍ଷଣି ଲୋକାରଣ୍ୟ ବଡ଼ଦାଣ୍ଡ । ମଳିଥିବା ପାସ ଜରିଅାରେ କିପରି ରଥର କର୍ଡ଼ନ ଭିତକୁ ଯିିବି, ସେ ପ୍ରଚେଷ୍ଟା ମୁଁ ଜାରୀ ରଖିଥାଏ । ହେଲେ ଏତେ ଭିଡ଼ରେ ଯିବା ବି କଷ୍ଟକର । ତଥାପି ଗଲି । ଭିଡ଼ଭିତରେ ଠେଲାପେଲା ଓ ଅଣନିଶ୍ୱାସ ପରି ପରିସ୍ଥିତିରେ ଅାଗକୁ ବଢିଲି । ହେଲେ କର୍ଡ଼ନ ପାସ ଦେଖାଇ ଭିତରକୁ ଯିବାକୁ ଚେଷ୍ଟା କରିବା ସମୟରେ କିନ୍ତୁ ଦାୟିତ୍ୱରେ ଥିବା ସୁରକ୍ଷା ଅଧିକାରୀ ଛାଡ଼ିନଥିଲେ । ଏ ପାସ ପାସ କିଛି ନୁହେଁ ବୋଲି କହିଲେ । ମନରେ ଚିନ୍ତା ଅାସିଲା । ଏତେ ଭିଡ଼ ଭିତରେ ଅାସି ଶେଷରେ ନିରାସ ହେଲି। କେମିତି ଯିବ କର୍ଡ଼ନ ଭିତରକୁ । ମନରେ ଇଚ୍ଛାଥାଏ । ଅାଉ ଗୋଟେ ବାଟ ଦେଇ ଯିବାକୁ ଚେଷ୍ଟା କଲି । ସେଠାରେ ବି ବିଫଳ ହେଲି । ଶେଷରେ ତୃତୀୟ ପ୍ରଚେଷ୍ଟା କରୁଥାଏ ଠିକ ଏହି ସମୟରେ ଜଣେ କ୍ୟାମେରା ଭାଇ ଗଣମାଧ୍ୟମର ମୋ ଚିହ୍ନା କହିଲା ଭାଇ ଅାସନ୍ତୁ । ମତେ ଲାଗିଲା ଜଗା ଯେମିତି ତାର ଦ୍ୱାରା ମତେ ଡ଼କାଇଲା । ଶେଷରେ ଯେଉଁ ସୁରକ୍ଷା କର୍ମୀ ମତେ ଛାଡୁ ନ ଥିଲେ ସେ ଛାଡ଼ିଲେ । ଅାଉ ମୁଁ କର୍ଡ଼ନ ଭିତରକୁ ପଶି ଚତୁଥାର୍ମୁରତୀଙ୍କ ୩ରଥ କୁ ଭଲକରି ଦେଖି ଜୟ ଜଗନ୍ନାଥ ଡ଼ାକିଲି । ଅାଉ ରଥ ଅାଗରେ ଫଟେ ଟିଏ ଉଠାଇଲି । ଅାଉ ତାପରେ ସେଦିନ ପୁରା ଯାତ୍ରାରେ ସାମିଲ ହେଲି । ନିଜକୁ ଭାଗ୍ୟବାନ ବୋଲି ଭାଗିଲି ।
ଠିକ ସେହିପରି ୨୦୨୦ ରଥଯାତ୍ରା । ରଥଯାତ୍ରା ହେବ କି ନହେବ ସେନେଇ ଲାଗିଥାଏ ବିଚାରବିମର୍ଷ । ଶେଷରେ ଗୋଟିଏ ଦିନ ପୂର୍ବରୁ ଥରଯାତ୍ରା ହେବ ବୋଲି ଜଣାପଡ଼ିଲା ଦିନ ୧୧ଟା ପରେ ଜଣାପଡ଼ିଲା । ଅାଉ ମୋ ମନରେ ବି ରଥଯାତ୍ରା ଖବର ସଂଗ୍ରହ କରିବାକୁ ଇଚ୍ଛା ପ୍ରକାଶ ହେଲା । ଭାବିଲି ଅଫିସରେ ଦାୟିତ୍ୱରେ ଥିବା ଭାଇଙ୍କୁ ବାରମ୍ବାର କହିଛି ଯଦି ଭୁବନେଶ୍ୱରରୁ କେହି ରିପୋର୍ଟର ଯଦି ପୁରୀ ଯିବେ ଖବର ସଂଗ୍ରହ ପାଇଁ ତେବେ ମତେ ପଠାଯିବ । ହେଲେ ସେଦିନ ଅନ୍ୟ ଷ୍ଟୋରୀରେ ଡ୍ୟୁଟିରେ ଥିବା ବେଳେ ଜାଣିଲି ଯେ ଅାଉ ଜଣକୁ ପୁରୀ ପଠାଯାଇଛି । ମନରେ ରାଗ ବି ହେଲା । ଏଥର ବି ମତେ ପଠାଗଲାନି । ଅାଉ କାମ କରିବାରେ ମନ ଲାଗିଲା ନାହିଁ । ଅଫିସ ଅାସିଲି ରାଗିରାଗି । ଭାଇଙ୍କୁ ପଚାରିଲି ଭାଇ ମୁଁ କହିଥିଲି ମତେ ପୁରୀ ପଠାଇବା ପାଇଁ । କେମିତି ପଠାଇଲେ ନାହିଁ । ଛାଡ଼ନ୍ତୁ ଅାଉ କଣ କହିବି । ଏମିତି ମତ ଦୁଃଖ କରି କେତେକଣ ଭାବିଲି । କେତେରାଗ ବି ମନକୁ ଅାସିଲା । ଶେଷରେ ଭାବିଲି ଏଥର ବି ଜଗା ଚାହିଲାନି ବୋଧେ ମତେ । ଏପରି ଭାବି ଯେବେ ମୁଁ ମନକୁ ବୁଝାଇ ଦେଲି । ଠିକ ସେହିପରି ପୁଣି ୩ରୁ ୪ଘଣ୍ଟା ଭିତରେ ଅଫିସର ବଡ଼ ଭାଇ କହିଲେ ପୁରୀ ଯିବୁ ପା ରେଡ଼ି ହୋଇଯା । ଅାମର ଅାଉ ଗୋଟେ ଟିମ ଯିବ । ହେଲେ ପାସ ନାହିଁ, ଏଥର କରୋନା ମହାମାରୀ ସମୟ । ଜଲଦି ପଳା । ଯଦି ଛାଡ଼ିବେ ଛାଡ଼ିବେ ନହେଲେ ନାହିଁ । ପଦାରେ ରହିବୁ । ମୁଁ ଯିବ କି ନାହିଁ ? ଭାବିବା ଅାରମ୍ଭ କଲି। କିପରି ମତେ ପାସ ମିଳିବ ଓ ମୁଁ ଜଗା ପାଖକୁ ଯିବ । ଏପରି ଫୋନ ଲଗାଇ ଯୋଗାଯୋଗ କଲି । ପୂର୍ବଥର ପରି ମୋ ଭାଇଙ୍କୁ ଫୋନ କଲି । ଭାଇ ମୁଁ ପୁରୀ ଯାଉଛି ଖବର ସଂଗ୍ରହ କରିବା ପାଇଁ ଗୋଟେ ପାସ ଦରକାର । ଟିକେ ଚେଷ୍ଟା କରନ୍ତୁ । ଅାଉ ତାପରେ ସବୁ ଠିକଠାକ ହୋଇଗଲା । କୌଣିସ ଜିନିଷ ପତ୍ର ନନେଇ ପୁରୀ ଗଲି । କେଉଁଠି ରହିବି ଓ କେମିତି ପାସ ମିଳିବ ସେ ଚିନ୍ତା ଘାରିଥିବା ସମୟରେ କେଉଁଠି ନା କେଉଁଠି ମନରେ ଅାସୁଥାଏ ସବୁ ଠିକ ହୋଇଯିବ । ରାତି ୧୨:୩୦ ପର୍ଯ୍ୟନ୍ତ ପାସ ପାଇଁ ସଂଘର୍ଷ କଲି । ରାତି ୨ଟା ବେଳକୁ ଖବର ପାଇଲି ପାସ ହୋଇଗଲା । ଓ .. ତାପରେ ଟିକେ ଦୁଇଘଣ୍ଟା ଶୋଇ ରଥଯାତ୍ରା ଲାଇଭ ପାଇଁ ରେଡ଼ି ହୋଇଗଲି । ସବୁ ଠିକଠାକ ହେଲା। ପ୍ରଥମଥର ଲାଗି ବିନା ଭକ୍ତରେ ଓ ଶୂନ୍ୟଶାନ ଭିତରେ ରଥଯାତ୍ରା ଦେଖିଲି । ଅନୁଭୂତି ବି ନୂଅା । କଣ କହିବି ଓ କେମିତି ବର୍ଣ୍ଣନା କରିବି ଜାଣିପାରୁୂନାହିଁ । କରୋନା ସମୟରେ ରଥଯାତ୍ରା ଓ ଖବର ସଂଗ୍ରହ କରିବାର ନିଅାର ଅନୁଭୂିତ ମୋର ସବୁଦିନ ମନେ ରହିବ ।
ଶେଷରେ ଗୋଟେ କଥା କହିବି ଜଗା ଯଦି ଚାହିବ ନାଁ ତା ଯାତ୍ରାରେ ସାମିଲ ହେବାକୁ ଅାପଣଙ୍କୁ କେହି ରୋକିପାରିବେ ନାହିଁ । ଯେଉଁବାଟ ବନ୍ଦ ହୋଇଥିବ ସେ ବାଟ ଅାପେଅାପେ ଖୋଲିଯିବ । ଅାଉ ଶେଷରେ ସମସ୍ତେ କହିବେ କେତେ ଭାଗ୍ୟବାନ ତୁମେ । ହେଲେ ମୁଁ କହିବି ସବୁ କାଳିଅାର ଇଚ୍ଛା ।
ବୋଲବମ୍ ବନ୍ଦ…..
ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତେକ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ପୋଜିଟିଭ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ବୋଲବମ୍ ବେଳେ କାଉଡିଆମାନଙ୍କର ଶିବ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥାଏ। ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳ ମଧ୍ୟ ବନ୍ଦ ଅଛି । ଏସବୁକୁ ଦେଖି ରାଜ୍ୟ ସରକାର ଏଥରର ବୋଲବମ୍ କୁ ବନ୍ଦ କରିଛନ୍ତି ।
ରାଜ୍ୟରେ ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ : ଗୋଟିଏ ଦିନରେ ୧୪୦
ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରେ ୫ଜଣଙ୍କର ମୃତ୍ୟୁ ହୋଇଛି ।ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ । ଏହାସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୪ରେ ପହଞ୍ଚିଲା ।
ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୪୯୫ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ରେ ପହଁଚିଛି।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଅନୁଗୁଳ-୨୪, ବାଲେଶ୍ୱର-୧୩, ବରଗଡ-୨, ଭଦ୍ରକ-୧୨, କଟକ-୧୩, ଢେଙ୍କାନାଳ-୧, ଗଜପତି-୭, ଜଗତସିଂହପୁର-୧୨, ଯାଜପୁର-୧, ଝାରସୁଗୁଡା-୮, କନ୍ଧମାଳ-୮ ଚିହ୍ନଟ ।
କେନ୍ଦ୍ରାପଡା-୧୧, କେନ୍ଦୁଝର-୫, ଖୋର୍ଦ୍ଧା-୫୦, କୋରାପୁଟ-୫, ମାଲକାନଗିରି-୫, ମୟୂରଭଞ୍ଜ-୨୮, ନବରଙ୍ଗପୁର-୧୧, ନୟାଗଡ-୧, ପୁରୀ-୧୮, ସମ୍ବଲପୁର-୬, ସୋନପୁର-୨, ସୁନ୍ଦରଗଡ-୩୬ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୩୫୫ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୪୦ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୨୮୫୪ଜଣ ଚିକିତ୍ସିତ ହେଉଥିବା ବେଳେ ୫୭୦୫ ଜଣ ସୁସ୍ଥ ହୋଇସାରିଲେଣି।
ନବୀନଙ୍କ ନୂଅା ବିଜେଡ଼ି ….
ଭୁବନେଶ୍ୱର: ସଶକ୍ତ ଓଡ଼ିଶା ଗଠନ ହେବ । ସେ ଦିଗରେ ଏବେ କାମ କରୁଛି ବିଜୁ ଜନତା ଦଳ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ସଂଗଠନକୁ ନୂଅାରୂପ ଦେଉଛନ୍ତି । ପ୍ରଥମଥର ଲାଗି ଦଳରେ ସଂଗଠନ ସମ୍ପାଦକ, ବରିଷ୍ଠ ଉପସଭାପତି, ସଂଗଠନ ସମ୍ପାଦକ ମୁଖ୍ୟାଳୟ ପରି ପଦବୀ ସୃଷ୍ଟି କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତୃଣମୂଳସ୍ତରେ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ନବୀନ ଏହି ନୂଅା ଷ୍ଟ୍ରାଟେଜି ଅାପଣାଇଛନ୍ତି । ଯେଉଁମାନଙ୍କୁ ନେଇ ଦଳ ଅାଗକୁ ବଢିବ ସେମାନଙ୍କୁ ଉପଯୁକ୍ତ ପଦ ପଦବୀରେ ରଖି ନବୀନ ନୂଅା ବିଜେଡ଼ି ଗଢୁଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ପୂର୍ବରୁ କହିସାରିଛନ୍ତି ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ । ମୁଁ ଥାଏ କି ଏଥାଏ ଦଳ ଚାଲିବ । ନବୀନଙ୍କ ଏହି ବଡ଼ପଣ ଯୋଗୁଁ ଓଡ଼ିଶାବାସୀ ତାଙ୍କୁ ବାରମ୍ବାର ରାଜ୍ୟ ଶାସନର ମୁଖ୍ୟ ଭାବେ ବହୁ ଭୋଟରେ ନିର୍ବାଚିତ କରୁଛନ୍ତି । ଓଡ଼ିଶାରେ ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ହେବାରେ ନୂତନ ଇତିହାସ ସୃଷ୍ଟି କରିଛନ୍ତି ନବୀନ । ଭାତରବର୍ଷରେ ଜ୍ୟୋତିବସୁଙ୍କ ପରେ ଖୁବକମ୍ ମୁଖ୍ୟମନ୍ତ୍ରୀ ଅଛନ୍ତି ଯେ କି ଏତେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । ନବୀନଙ୍କ ଯେପରି ରାଜନୈତିକ ଗୋଟି ଚାଳନ କରୁଛନ୍ତି ତାହା ଅାଗରେ ବିରୋଧି ପୁରା ଚିତପଟାଙ୍ଗ ମାରୁଛନ୍ତି । ଏଥିରେ ରହୁଛି ଲୋକଙ୍କ ଅାଶୀର୍ବାଦ ଓ ଦଳୀୟ କର୍ମୀ ଓ ନେତାଙ୍କ ପରିଶ୍ରମ । ତେଣୁ ଅାଗକୁ ଯେଉଁ ସଶକ୍ତ ଓଡ଼ିଶା ଗଠନ କରିବା ଲାଗି ନବୀନ ଲକ୍ଷ ରଖିଛନ୍ତି ତାହା ଦଳର ଯୁବ ଓ ପୁରୁଖା ନେତାଙ୍କୁ ନେଇ ପୂରଣ କରିବାକୁ ଏବେ ଠାରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।
ଦଳ ପାଇଁ କଠିନ ପରିଶ୍ରମ କରୁଥିବା ନେତାଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀର ଦାୟିତ୍ୱ ଦେଉଛନ୍ତି । ୨୦୧୪ ଓ ୧୯ ସାଧାରଣ ନିବାର୍ଚନ, ବିଜେପୁର ଉପ ନବାର୍ଚନ ଓ ପାଟକୁରା ନିବାର୍ଚନରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପରିଶ୍ରମକୁ ନବୀନ ବିଜୁ ଜୟନ୍ତିରେ ପ୍ରଶଂସା କରିବା ପ୍ରଥମଥର ଲାଗି ବିଜେଡ଼ିରେ ସଂଗଠନ ସମ୍ପାଦକ ପଦବୀ ସୃଷ୍ଟି କରି, ଏହି ଦାୟିତ୍ୱ ପ୍ରଣବଙ୍କୁ ଦେଇଥିଲେ । ସେହିଦିନ ଠାରୁ ପ୍ରଣବ ସଂଗଠନକୁ କିପରି ମଜବୁତ କରାଯିବ ସେ କାମରେ ଲାଗିଛନ୍ତି । ଏହାପରେ ମୁଖ୍ୟାଳୟର ଦାୟିତ୍ୱ ଯୁବନେତା ସଂଜୟ ଦାସ ବମାର୍ଙ୍କ ହାତରେ ନ୍ୟସ୍ତ କରିଥିଲେ । ଏହା ମଧ୍ୟ ପ୍ରଥମଥର ଲାଗି । ଏହାପରେ ଦଳରେ ବରିଷ୍ଠ ନେତାଙ୍କ ଅଭିଜ୍ଞତାକୁ କିପରି କାମରେ ଲଗାଯିବ ସେନେଇ ନବୀନ ୮ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଯେଉଁମାନେ କି ବିଜେଡ଼ି କିପରି ତୃଣମୂଳସ୍ତରରେ ମଜବୁତ ହେବ ସେନେଇ ପରାମର୍ଶ ଦେବେ । ଏହାସହ ପ୍ରଥମଥର ଲାଗି ଅନ୍ୟ ୯ଜଣ ଉପସଭାପତିଙ୍କୁ ନବୀନଙ୍କ ସଶକ୍ତ ଓଡ଼ିଶା ଗଠନ କରିବା ପାଇଁ ବିଭିନ୍ନ ଯୋଜନାର ଗୁରୁ ଦାୟିତ୍ୱ ଦେଇଛନ୍ତି । ଦଳରେ ବରିଷ୍ଠ ଓ ଯୁବ ନେତୃତ୍ୱ ଭିତରେ ସମନ୍ନୟ ରଖା କରି କିପରି କାମ କରାଯିବ ସେନେଇ ଦଳର ସଂଗଠନ ସମ୍ପାଦକ ସୁପ୍ରିମୋଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି । ଅାଗକୁ ବିଜେଡ଼ିର ଛାମୁଅା ସଂଗଠନ ନେତୃତ୍ୱ ଦାୟିତ୍ୱ ନ୍ୟସ୍ତ କରାଯିବ । ସଂଗଠନକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ବିଜେଡ଼ି ସୁପ୍ରିମୋଙ୍କ ଏପରି ରଣନୀତି ବିଜେଡ଼ି ନେତା ଓ କର୍ମୀଙ୍କ ଉତ୍ସାହିତ କରିଛି ।
ତେବେ ନବୀନଙ୍କ ନୂଅା ବିଜେଡ଼ି ଗଠନର ବ୍ଲୁ ପ୍ରିଣ୍ଟକୁ ସଫଳ କରିବା ପାଇଁ ଦାୟିତ୍ୱ ପାଇଥିବା ନେତାଏ କିପରି କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ଚଚ୍ଚାର୍ ଅାରମ୍ଭ ହୋଇଛି । ବିଜେଡ଼ି ଏବେ ତୃଣମୂଳ ସ୍ତରରେ ଏକ କ୍ୟାଡ଼ରବେଷ୍ଟ ପାଟିରେ ପରିଣତ ହୋଇଛି । ଅାଗାମୀ ଦିନରେ ଏହା ଅାହୁରୀ ଜୋରଦାର ହେବ । ରାଜ୍ୟରେ ବିଜେଡିକୁ ୨୩ ବର୍ଷ ହେଲାଣି l ଏବେ ବିଜେଡି ସଦସ୍ୟ ସଂଖ୍ୟା ୧ କୋଟିରେ ପହଂଚିଛି l ନବୀନ ସଂଗଠନର ପୂର୍ଣ୍ଣବିନ୍ୟାସ କାମ ପ୍ରଣବ ପ୍ରକାଶ ଦାସଙ୍କୁ ଦେଇଛନ୍ତି । ସେହିଦିନଠାରୁ ସେ ଦିନ ରାତି ପରିଶ୍ରମ କରି ଦଳକୁ ତୃଣମୂଳ ସ୍ତରରେ ସଶକ୍ତ କରିବାରେ ଲାଗିଛନ୍ତି।
ଡିଜିପିଙ୍କୁ ନିରଞ୍ଜନ ସ୍ୱାଗତ : କହିଲେ ଠିକ ସମୟରେ ଠିକ ନିଷ୍ପତି ନେଇଛନ୍ତି…
ଭୁବନେଶ୍ୱର ତା ୩.୭. – ଜଣେ ତେର ବର୍ଷର ନାବାଳିକାଙ୍କୁ ବିରମିତ୍ରପୁର ଥାନାର ତତ୍କାଳନୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଲଗାତର ପ୍ରାୟ ତିନିମାସ ଧରି ଦୁଷ୍କର୍ମ କରିବା ଓ ନାବଳିକାର ଗର୍ଭପାତ ଘଟଣାକୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣକରି ଅବିଳମ୍ବେ ଶ୍ରୀଯୁକ୍ତ ମାଝୀଙ୍କୁ ଚାକିରୀରୁ ବହିସ୍କାର କରିବା ଘଟଣା ସଠିକ୍ ସମୟରେ ସଠିକ୍ ନିଷ୍ପତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।
ପ୍ରକାଶ ଥାଉକି ଉକ୍ତ ଘଟଣାକୁ ନେଇ ରାଇବଗା ଥାନରେ ମାମଲା ରୁଜୁ ହେବାପରେ କ୍ରାଇମବ୍ରାଚଂର ଏସ୍ଆଇଟି ମାମଲାର ତଦନ୍ତ ଜାରି ରଖିଛି । ଉକ୍ତ ମାମଲାରେ ସଂପୃକ୍ତ ବିରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସମେତ ପ୍ରତ୍ୟକ୍ଷ ଓ ପ୍ରରୋକ୍ଷରେ ଘଟଣାର ସଂପୃକ୍ତ ଥିବା ଓ ସହଯୋଗ କରିଥିବା ବ୍ୟକ୍ତିବିଶେଷଙ୍କୁ ଅବିଳମ୍ବେ ଧରି ଜେରା କରାଯାଇ ଘଟଣାର ସତ୍ୟାସତ୍ୟକୁ ଲୋକଲୋଚନରେ ପର୍ଦାଫାସ କରି ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଡିଜିପିଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ରାଜ୍ୟରେ ପ୍ରାୟ ୮ରୁ ୧୦ଟି ଏହିପରି କେସ୍ କ୍ରାଇମବ୍ରାଂଚ ଅଧିନରେ ଶିଥିଳ ତଦନ୍ତ ଅବସ୍ଥାରେ ପଡ଼ିରହିଥିବା ଘଟଣାକୁ ନେଇ ଶ୍ରୀଯୁକ୍ତ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଥିବା ବେଳେ ଦୃଷ୍ଟାନ୍ତମୂଳକ ଭାବେ ସଠିକ୍ ସମୟ ଅବଧିରେ ତଦନ୍ତ ସାରିବାକୁ ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟରେ ନିରନ୍ତର ବ୍ୟବଧାନରେ ଏପରି ଘଟଣା ଘଟୁଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ରକ୍ଷକମାନେ ଯଦି ଭକ୍ଷକ ସାଜନ୍ତି ତେବେ ସମାଜରେ ପବିତ୍ର ବନ୍ଧନ ଓ ନୈତିକ କର୍ତବ୍ୟ ମୂଲ୍ୟବୋଧ ପ୍ରତି ଆସ୍ଥା କମିଯାଉଛି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି l













