୨୦୧୮ ମଙ୍ଗ ୨୦୨୦ରେ ଫିକା କାହିଁକି….

ଭୁବନେଶ୍ୱର : ରାଜସ୍ଥାନ ରାଜନୀତି ଏବେ ସରଗରମ । କ୍ଷମତାରେ ଥିବା କଂଗ୍ରେସ ସରକାରରେ ଏବେ ସୃଷ୍ଟି ହୋଇଛି ଫାଟ । ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଫାଇଟର ପାଇଲଟ୍ ବୋଲାଉଥିବା ସଚିନ ପାଇଲଟ୍ ଏବେ ଶତ୍ରୁ ଶିବିର ବିଜେପି ମୁହାଁ ହୋଇଥିବା ଚର୍ଚ୍ଚା ଜୋର ଧରିଛି । ୨୦୧୮ରେ ଦଳର ମଙ୍ଗ ଧରିଥିବା ପାଇଲଟ୍ ମାତ୍ର ୨ବର୍ଷ ମଧ୍ୟରେ ଏବେ କାହିଁକି ଦଳରୁ ବାହାରି ଯିବାକୁ ଚାହୁଁଛନ୍ତି । ଦଳରେ ତାଙ୍କ ଯୋଗଦାନ କଂଗ୍ରେସକୁ ସେତେବେଳେ ବିଜୟ ଆଣିଦେଇଥିବା ବୋଲି ରାହୁଲ ମଧ୍ୟ ପାଇଲଟଙ୍କୁ ଖୁବ ପ୍ରଶଂସା କରିଥିଲେ । ମଧ୍ୟପ୍ରଦେଶ କଂଗ୍ରେସ ଶିବିରରେ ବିଦ୍ରୋହ ହେବାର ୪ମାସ ପରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ଚିନ୍ତାଧାରାରେ ବହୁ ପରିବର୍ତନ ଆସିଥିବା ଚର୍ଚ୍ଚା ହୋଇଛି ।

ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା କଂଗ୍ରେସ ଓ ସରକାରଙ୍କ ପାଇଁ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସଚିନ ଦିଲ୍ଲୀରେ ଡେରା ପକାଇ ବସିଥିବା ବେଳେ ରାଜସ୍ଥାନରେ ଘନଘନ ବୈଠକ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ହେବାର ଲୋଭ ରଖିଥିବା ସଚିନ ପାଇଲଟଙ୍କ ଏଭଳି ବିଦ୍ରୋହ ଘୋଷଣା ନୂଆ କଥା ନୁହେଁ। ମାର୍ଚ୍ଚ ମାସରୁ ଇତି ମଧ୍ୟରେ ସଚିନ ପାଇଲଟ ୩ଥର ଏମିତି ବିଦ୍ରୋହ ଘୋଷଣା କରି ରାଜସ୍ଥାନ ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବାକୁ ସଚିନ ଏତେମାତ୍ରାରେ ଆଶା ରଖିଛନ୍ତି ଯେ ବିଜେପି ସହ ଯୋଗାଯୋଗରେ ରହିଥିବା ମଧ୍ୟ ଚର୍ଚ୍ଚା ହୋଇଛି ।
ଆଉ ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧୀନସ୍ଥ ପୁଲିସ ବିଭାଗରୁ ଅପମାନଜନକ ନୋଟିସ ପାଇବା ପରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକ ପରେ ତାଙ୍କ ସହିତ ୧୦୨ ଜଣ ସଦସ୍ୟଙ୍କ ସମର୍ଥନ ରହିଥିବା ସେ ଦାବି କରିଛନ୍ତି। ତେବେ ଗେହଲଟଙ୍କ ଦାବିକୁ ସଚିନ ପାଇଲଟ ମାନିବାକୁ ପ୍ରସ୍ତୁତ ନାହାନ୍ତି। ସେ କହିଛନ୍ତି ଯେ ଗେହଲଟ କରିଥିବା ଦାବି ଭୁଲ। ମୋ ସହ ୨୫ରୁ ଅଧିକ ବିଧାୟକ ରହିଛନ୍ତି। ସଚିନଙ୍କ ଏହି ରଣହୁଙ୍କାର ପରେ ଗେହଲଟ ପାଲଟା ଜବାବ ରଖିଛନ୍ତି। ସେ କହିଛନ୍ତି, ଯେଉଁମାନେ ନିଜ ପାଖରେ ସରକାର ଗଠନ କରିବାକୁ କ୍ଷମତା ରଖିଛନ୍ତି ବୋଲି ଦାବି କରୁଛନ୍ତି, ସେମାନେ ସମସ୍ତଙ୍କ ସାମ୍ନାରେ ଏହାର ପ୍ରମାଣ ଦେବା ଦରକାର।

ସାଂଘାତିକ ରୂପ ନେଉଛି କୋଭିଡ-୧୯ : ଘରେ ରହି ଚିକିତ୍ସିତ ହେବେ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସାଂଘାତିକ ରୂପ ନେଉଛି କୋଭିଡ-୧୯ । ମହାମାରୀ କରୋନାର ପ୍ରକୋପ ବଢୁଥିବାରୁ ରାଜ୍ୟରେ ଏଯାବତ ୧୩ ହଜାର ୭୩୭ଜଣ ଆକ୍ରାନ୍ତ ହୋଇଛନ୍ତିି । ପରିସ୍ଥିତି ଗମ୍ଭୀର ହେଉଥିବାରୁ ଏଣିକି ଲକ୍ଷଣ ନଥିବା ରୋଗୀ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀ ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ।

ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି ପ୍ରଦାନ କରାଯିବ । ସହରାଞ୍ଚଳର ଲକ୍ଷଣ ନଥିବା ରୋଗୀ ମଧ୍ୟ ହୋମ୍ ଆଇସୋଲେସନ ରହିବା ପାଇଁ ଅନୁମିତି ମିଳିବ। ଲକ୍ଷଣ ନଥାଇ ପଜିଟିଭ ଚିହ୍ନଟ ହେଲେ ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ପଜିଟିଭ । ସର୍ତ୍ତମୂଳକ ଭାବେ ଘରେ ରହି ଚିକିତ୍ସା ହେବାକୁ ମିଳିବ ଅନୁମତି। ହୋମ୍ ଆଇସୋଲେସନ ସୁବିଧା ଥିଲେ ମିଳିବ ଘରେ ରହି ଚିକିତ୍ସା କରିବା ପାଇଁ ମିଳିବ ଅନୁମତି। ହୋମ୍ ଆଇସୋଲେସନରେ ରହୁଥିବା ଲୋକ ପାଇଁ ଜଣେ ଘର ଲୋକ ରହିବେ। ସମ୍ପୃକ୍ତ ବ୍ୟକ୍ତି ସରକାର-ରୋଗୀ ମଧ୍ୟରେ ସେତୁ ସାଜିବେ। ଘରେ ରହି ଚିକିତ୍ସିତ ହେଉଥିବା ରୋଗୀର ସମସ୍ତ କଥା ବୁଝିବେ ସଂପୃକ୍ତ ବ୍ୟକ୍ତି।
ତେବେ ହୋମ୍ ଆଇସୋଲେସନ ବ୍ୟକ୍ତି ପାଇଁ ସମସ୍ତ ଚିକିତ୍ସା ସରକାର ଯୋଗାଇ ଦେବେ। ପିପିଇ କିଟ୍ ଠାରୁ ଔଷଧ ପର‌୍ୟ୍ୟନ୍ତ ସବୁ ରାଜ୍ୟ ସରକାର ଯୋଗାଇ ଦେବେ। ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ସରକାର ଯୋଗାଇ ଦେବେ। କିଛି ବିଶେଷ ପ୍ରକାରର ଲୋକଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବନି।

ପରଲୋକରେ ମୟୂରଭଞ୍ଜ ରାଜମାତା : ପ୍ରଣବଙ୍କ ଶୋକ

ମୟୁରଭଞ୍ଜ : ଆଜି ଏକ ଦୁଖଃଦ ଖବର ଆସି ପହଞ୍ଚିଛି l ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୂରଭଞ୍ଜ ର ରାଜା ପରିବାରର ରାଜମାତା ଆଉ ନାହାନ୍ତି l ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା। ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା ଓ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୁ। ତାଙ୍କ ସ୍ୱାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ଗତ ୨୦୦୦ ମସିହାରେ ପରଲୋକ ଗମନ କରିଥିଲେl ଏନେଇ ବିଜେଡି ସଂଗଠନ ସମ୍ପାଦକ ତଥା ମୟୁରଭଞ୍ଜ ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି l ରାଜମାତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ମୟୁରଭଞ୍ଜରେ ଶୋକର ଛାୟା ଖେଳିବା ସହ ବେଲଗାଡ଼ିଆ ରାଜପ୍ରାସାଦରେ ପ୍ରବଳ ଭିଡ଼ ଜମିଥିଲା I ସମସ୍ତେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି I

ପିସିସି ସଭାପତି ରେସର ଆଗରେ ତାରା ….

ଭୁବନେଶ୍ୱର : ଜୟପୁର ବିଧାୟକ ତାରା ବାହିନୀ ହେବେ ପିସିସି ସଭାପତି । ଏ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ । ମୋକିମଙ୍କ ବଳଦରେ ତାରାଙ୍କୁ ସଭାପତି କରିବାକୁ ହାଇ କମାଣ୍ଡ ଚାଂହୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତାରାଙ୍କୁ ନେଇ ଅନେକ ବିଧାୟକ ଓ ବରିଷ୍ଠ ନେତାଙ୍କ ସହମତି ଥିବା ଚର୍ଚ୍ଚା ହେଉଛି।
ଗୁଜୁରାଟରେ ପିସିସି ପରିବର୍ତ୍ତନ ହେବା ପରେ ରାଜ୍ୟ କଂଗ୍ରେସ ଶିବିର ହଲଚଲ ହୋଇଛି l ପିସିସି ସଭାପତି ପରିବର୍ତ୍ତନ ନେଇ ବିଧାୟକ ଓ ବରିଷ୍ଠ ନେତାମାନେ ଇସାରା ଦେଇଛନ୍ତି l ସୁର ପାଦେ ଆଗେଇ ଯାଇ ରେସରେ ୧୩ରୁ ଅଧିକ ନେତା ପିସିସି ସଭାପତି ଦୌଡ଼ରେ ଥିବା କହିଛନ୍ତି l ଯାହାକୁ ନେଇ ସରଗରମ ହୋଇଛି।
ଗୁଜୁରାଟରେ ସଭାପତି ମଙ୍ଗ ହାର୍ଦ୍ଧିକ ପଟେଲ ହେବା ପରେ ଓଡିଶା କଂଗ୍ରେସରେ ଉଠିଲା ନେତୃତ୍ୱ ପରିବର୍ତ୍ତନ ସ୍ୱର l ବହୁଦିନ ନୀରବତା ପରେ ଦଳର ବରିଷ୍ଠ ଓ ବିଧାୟକମାନେ ନେତୃତ୍ୱ ପରିବର୍ତନ ନେଇ ଗଣମାଧ୍ୟମରେ ମତ ରଖୁଛନ୍ତି l ବର୍ତମାନ ପରିସ୍ଥିତିକୁ ଦେଖି ହାଇକମାଣ୍ଡ ରାଜ୍ୟ କଂଗ୍ରେସ ନେତୃତ୍ୱ ଦେବାକୁ ବିଚାର ବିମର୍ଶ କରୁଥିବା ଦଳର ବରିଷ୍ଠ ନେତାମାନେ ସିଧାସିଧା କହିଛନ୍ତି l ସେପଟେ ବିଧାୟକମାନେ ତୁରନ୍ତ ବ୍ଲକ, ଜିଲ୍ଲା ଓ ରାଜ୍ୟ ଟିମ ଗଠନ କରିବାକୁ ଦାବି କରିଛନ୍ତି l ପିସିସି ସଭାପତି ପରିଵର୍ତନ କରିବା ଚର୍ଚ୍ଚା ନେଇ ମଧ୍ୟ ନେତା ଆଭାସ ଦେଇଛନ୍ତି ନିଜ ନିଜ ଢଙ୍ଗରେ l ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧି ଓଡିଶା କଂଗ୍ରେସ ନେଇ ସବୁ ଜାଣିଛନ୍ତି l ସେପଟେ ଏଆଇସିସି ସଦସ୍ୟ ଶରତ ରାଉତ ସିଧା ସଳଖ ନେତୃତ୍ୱ ପରିବର୍ତ୍ତନ ହେବା ନେଇ ଦିଲ୍ଲୀରେ ଆଲୋଚନା ଆରମ୍ଭ ହୋଇଛି ବୋଲି କହିଛନ୍ତି l
ସେପଟେ ପିସିସି ସଭାପତି ରେସରେ ଦାବିଦାରଙ୍କ ଲମ୍ବା ତାଲିକା ଗଣ ମଧ୍ୟମରେ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ l ସଭାପତି ହେବା ପାଇଁ ୧୩ଜଣ ଆଶାୟୀ ଥିବା ସୁର କହିଛନ୍ତି l ତେବେ ସେ ପିସିସି ସଭାପତି ରେସରେ ନାହାନ୍ତି ବୋଲି ଖୋଲାଖୋଲି କହିଛନ୍ତି l ସୁରଙ୍କ ମତରେ ଜଣେ ଯୁବ ନେତାଙ୍କୁ ପିସିସି ସଭାପତି ଦାୟିତ୍ୱ ମିଳିବା ଦରକାର l ଠିକ୍ ସେହିପରି କିଛି ଦିନ ପୂର୍ବରୁ ମଧ୍ୟ ସଭାପତି ପରିବର୍ତନ ଚର୍ଚ୍ଚା ଜୋର ଧରିଥିଲା l ନିରଞ୍ଜନ ବଦଳରେ ମହମଦ ମୋକିମ ସଭାପତି ହେବା ଚର୍ଚ୍ଚା ହେଲେ l ହେଲେ ଏବେ ଏହି ପରିବର୍ତନ ଚର୍ଚ୍ଚାରେ ମୋକିମ ନା ଉଠୁନାହିଁ l ଏବେ ପିସିସି ରେସରେ ଆଗରେ ଅଛନ୍ତି ବିଧାୟକ ତାର ବାହିନୀପାତି ଶରତ ପଟ୍ଟନାୟକ, ପ୍ରଦୀପ ମାଝୀ, ରଞ୍ଜୀବ ବିଶ୍ୱାଳଙ୍କ ପରି ନେତାଙ୍କୁ ନା ଚର୍ଚ୍ଚାକୁ ଆସିଛି ଳ ତେବେ କଂଗ୍ରେସ କୌଣସି କମିଟିକୁ ମୋହର ମାରିନଥିବା ହାଇକମାଣ୍ଡ ପିସିସି ପରିବର୍ତନ ଚର୍ଚ୍ଚାରେ କି ନିଷ୍ପତି ନେଉଛନ୍ତି ତାକୁ ଅପେକ୍ଷା l 2019 ନିର୍ବାଚନ ପରାଜୟ ପରେ ନିରଞ୍ଜନ ପଟ୍ଟନାୟକ ପୂର୍ବରୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ହାଇକମାଣ୍ଡ ତାଙ୍କ ଇସ୍ତଫାକୁ ଗ୍ରହଣ କରିନଥିଲେ l ତେବେ ଏବେ ପିସିସି ସଭାପତି ନେଇ ଜୋରଦାର ଆଲୋଚନା ପୁଣି କଂଗ୍ରେସରେ ଆରମ୍ଭ ହୋଇଛି l ତେବେ ସୋନିଆ ଓ ରାହୁଲ କି ନିଷ୍ପତି ନେଉଛନ୍ତି ତାହା ଦେଖିବାର କଥା l

ଡାକ୍ତରଙ୍କ ବିନା ପରାମର୍ଶରେ ପାରାସିଟାମଲ ଖାଆନ୍ତୁ ନାହିଁ: ଗଂଜାମ ଜିଲ୍ଲାପାଳ

ଛତ୍ରପୁର : ଗଂଜାମରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି।ଯାହାକି ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଉଛି। ସେଥିପାଇଁ ପ୍ରଶାସନ ସବୁବେଳେ ଲୋକଙ୍କୁ ସଚେତନ କରାଇବାରେ ଲାଗିଛି। ଏଥିପାଇଁ ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗା ଆଜି ତାଙ୍କର ଏକ ଭିଡିଓ ବାର୍ତା ଜାରିକରିଛନ୍ତି। ସେଥିରେ ସେ କରୋନା ଲକ୍ଷଣ ନ ଲୁଚାଇବାକୁ ଜନ ସାଧାରଣଙ୍କୁ ଅପିଲ କରିଛନ୍ତି।ଏହାସହ ମନ ଇଛା ପାରାସିଟାମଲ ନ ଖାଇବାକୁ କହିଛନ୍ତି।
ଯେଉଁ ମାନଙ୍କୁ ଥଣ୍ଡା, କାଶ, ଜ୍ବର ହେଉଛି ସେମାନେ ନିଜ ଦେହରେ ସେସବୁ ଲକ୍ଷଣମାନ ନ ଲୁଚାଇ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଡାକ୍ତରଙ୍କ ବିନା ପରାମର୍ଶରେ ପାରାସିଟାମୋଲ୍ ଖାଇବାକୁ ସେ ବାରଣ କରିଛନ୍ତି । ବିନା ପରାମର୍ଶରେ ପାରାସିଟାମୋଲ୍ ଖାଇଲେ ନିଜ ଦେହରେ ଜ୍ବର କମିଯିବ। ହେଲେ ଦେହରେ ଥିବା କରୋନା ଭୂତାଣୁ ମରିବ ନାହିଁ । ଯାହାକି ପରେ ଭୟଙ୍କର ରୂପ ନେବ। ଫଳରେ ଜୀବନ ପ୍ରତି ବିପଦ ବଢିବାର ଅନେକ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ତେଣୁ ଏଥିପ୍ରତି ସତର୍କ ରହିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଲକ୍ଷଣ ଥିଲେ ସେ ସମ୍ପର୍କରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ କିମ୍ବା ସରପଞ୍ଚଙ୍କୁ ଜଣାନ୍ତୁ । ତେବେ ସେମାନଙ୍କୁ ଆଇସୋଲସନରେ ରଖାଯିବ। ଏଥିପାଇଁ ଜ଼ିଲ୍ଲାର ପ୍ରତି ପଂଚାୟତ ଓ ସହରାଞ୍ଚଳରେ କୋଭିଡ କେୟାର ହୋମ ବ୍ୟବସ୍ଥା ହୋଇଛି। ସେଠାରେ ଖାଦ୍ୟ, ପାଣି, ପରିମଳ, ଗରମ ପାଣି, ଔଷଧ ସହ ମେଡିକାଲ ଟିମ ରହିଛନ୍ତି। ଏ ସବୁ ଉପାୟ ଅବଲମ୍ବନ କଲେ ହିଁ କରୋନାକୁ ରୋକାଯାଇ ପାରିବ ବୋଲି ଜ଼ିଲ୍ଲାପାଳ କହିଛନ୍ତି ।

ରାଜ୍ୟରେ କଲବଲ କଲାଣି କରୋନା: ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୩ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ସେମାନେ ୩ ଜଣ ଗଞ୍ଜାମ ଜିଲ୍ଲାର।ଗଞ୍ଜାମରେ ଏବେ କରୋନା ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି ହୋଇଛି।ସେହିପରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪ ରେ ପହଂଚିଛି।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୫୯୫ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧ରେ ପହଁଚିଛି।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୩୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଯାଜପୁରରୁ ୯୭, ଖୋର୍ଦ୍ଧାରୁ ୭୬,କୋରାପୁଟରୁ ୪୪ ଆକ୍ରାନ୍ତ ଚିହ୍ନଟ, ମାଲକାନଗିରିରୁ ୩୬, ଗଜପତିରୁ ୨୦, ମୟୂରଭଞ୍ଜରୁ ୧୪ ,ବାଲେଶ୍ବର, ଭଦ୍ରକ ଓ କଟକରୁ ୧୧ ଜଣ ଲେଖାଏଁ ଚିହ୍ନଟ, ପୁରୀରୁ ୧୦, ସୁନ୍ଦରଗଡ଼ରୁ ୮, ଜଗତସିଂହପୁର ଓ ନୟାଗଡ଼ରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, କଳାହାଣ୍ଡିରୁ ୪, ବରଗଡ଼ ଓ କେନ୍ଦୁଝରରୁ ୩ ଜଣ ,କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଚିହ୍ନଟ, ବଲାଙ୍ଗିରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୩୯୪ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୨୩୦ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ଜଣ ୮ ହଜାର ୩୬୦ ସୁସ୍ଥ ହୋଇଥିବା ବେଳେ ୪ ହଜାର ୬୭୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି। ଏହାସହ ରାଜ୍ୟରେ ୬୪ ଜଣଙ୍କର ଜୀବନ ନେଲାଣି କରୋନା ।

ଏବେ ବି ବବି ଛାତ୍ର……

ଯାଜପୁର : ପ୍ରଣବ ପ୍ରକାଶ ଦାସ। ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ। ଦିନେ ଯେଉଁ ଗୁରୁଙ୍କ ବେତ ପାହାର ,ଗାଳି ଓ ଉଚିତ ଶିକ୍ଷା ବଳରେ ମେଧାବୀ ଛତ୍ର ବନିଥିଲେ। ଆଜି ସେହି ଗୁରୁଙ୍କୁ ନେଇ ଗର୍ବିତ ବବି।ପ୍ରଣବ ଯେମିତି ତାଙ୍କ ଗୁରୁଙ୍କ ଠାରୁ ଉଚିତ ଶିକ୍ଷା ତଥା ମାର୍ଗ ଦର୍ଶନରେ ଓଡ଼ିଶା ରାଜନିତୀର ଜଣେ ଲୋକ ପ୍ରିୟ ଯୁବନେତା ହୋଇପାରିଛନ୍ତି। ଠିକ୍ ସେହିପରି ତାଙ୍କ ଗୁରୁ ମଧ୍ୟ ନିଜର କଠିନ ପରିଶ୍ରମ ଓ ସାଧନା ବଳରେ ଜଣେ ଲୋକପ୍ରିୟ ସାହିତ୍ୟିକ ତଥା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଉପନ୍ୟାସ ପାଇଁ ଯାଜପୁରର ନିତ୍ୟାନନ୍ଦ ପାଣ୍ଡାଙ୍କୁ ପୁରସ୍କୃତ କରାଯିବ । ଏହାସହ କବିତା ପାଇଁ ବୀଣାପାଣି ପଣ୍ଡାଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ଏହି ଦୁଇ ସାହିତ୍ୟିକଙ୍କ ପାଇଁ ସମଗ୍ର ଯାଜପୁର ଜିଲ୍ଲା ଆଜି ଗର୍ବିତ। ଯାଜପୁର ବିଧାୟକ ଭାବେ ପ୍ରଣବ ମଧ୍ୟ ଉକ୍ତ ସଫଳତା ପାଇଁ ବେଶ ଗର୍ବିତ। ହେଲେ ପ୍ରଣବଙ୍କ ଖୁସି କିନ୍ତୁ ଦ୍ୱିଗୁଣିତ। କାରଣ ତାଙ୍କ ଗୁରୁଙ୍କୁ ମିଳିଛି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ଯେଉଁଥି ପାଇଁ ଗୁରୁଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇନ୍ତି ପ୍ରଣବ। ନିଜେ ଗୁରୁଙ୍କ ପାଖକୁ ଯାଇ ଅଭିନ୍ଦନ ଜଣାଇବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି।ଏହାସହ ଗୁରୁଙ୍କ ସହ ବସି ପିଲା ଦିନର ଅନେକ ସ୍ମୃତିକୁ ମନେ ପକାଇଥିଲେ। ଗୁରୁ ନିତ୍ୟାନନ୍ଦ ପଣ୍ଡା ଓ ବୀଣାପାଣି ପଣ୍ଡାଙ୍କ ସହ ବିତାଇଥିଲେ ଅନେକ ସମୟ।  ପ୍ରଣବଙ୍କୁ ବେଶ ପ୍ରଶଂସା କରିଛନ୍ତି ତାଙ୍କ ଗୁରୁ। କହିଛନ୍ତି ତୁ ଆଜି ବି ଠିକ୍ ସ୍କୁଲ ବେଳ ବବି ଭଳିଆ ଅଛୁ। କିଛି ବି ପରିବର୍ତ୍ତନ ହୋଇନାହିଁ ତୋର।ନିତ୍ୟାନନ୍ଦ ପଣ୍ଡା ଖୁବ କମ୍ ଉପନ୍ୟାସ ଲେଖନ୍ତି।ହେଲେ ଯେତିକି ଲେଖନ୍ତି ସେତିକିରେ ନଜର ଶବ୍ଦ ଚତୁରତାର ସମ୍ପୁର୍ଣ୍ଣ ଜୀବନ୍ତ କରିଦିଅନ୍ତି ସେ ଉପନ୍ୟାସକୁ।

ଅମିତାଭ ବଚ୍ଚନଙ୍କୁ କରୋନା….

ମୁମ୍ବାଇ : ବଲିଉଡ ଅଭିନେତା ଅମିତାଭ ବଚ୍ଚନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଚିକିତ୍ସା​‌ ପାଇଁ ମୁମ୍ବଇର ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ବିଗ୍ ବି ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ସଜେଇ ହେଉଛି ସହର : ଚିତ୍ର କହୁଛି ନୁଆଁ ଯାଜପୁର କଥା

ଯାଜପୁର : ନୂଆ ରୂପରେ  ସଜେଇ ହୋଇଛି ସାରା ଯାଜପୁର ସହର।ସହର ରାସ୍ତା ଦେଇ ଯାଉଥିବା ବାଟୋଇ ବି ଅଟକି ଯାଉଛି ଏହି ସୌନ୍ଦର୍ଯ୍ୟକୁ ଟିକେ ଦେଖିବା ପାଇଁ। ଆଉ ବିଭୋର ହୋଇଯାଉଛି ତାର ଏ ପରିବର୍ତ୍ତିତ ରୂପ ଦେଖି। ସହରର ସବୁ କାନ୍ଥ ଏବେ ରଙ୍ଗୀନ ହୋଇଯାଇଛି। ଆଉ ଶିଳ୍ପୀର ତୁଳୀରେ ଜୀବନ୍ତ ହୋଇ ଉଠିଛି ବିକାଶର ଚିତ୍ର l ପୁରୁଣା ଗାଁରୁ ଉନ୍ନତ ସହରର ପାଲଟିଥିବା କୀର୍ତ୍ତିରାଜି ଓ ଐତିହ ସହ ଯାଜପୁରକୁ ଚିତ୍ର ମାଧ୍ୟମରେ ଅତି ସୁନ୍ଦରର ଭାବରେ ଶିଳ୍ପୀମାନେ ଆଙ୍କିଛନ୍ତି ରାସ୍ତା ଉଭୟ ପାଶ୍ୱ କାନ୍ଥରେ।
ଯାଜପୁରର ଆରାଧ୍ୟ ଦେବୀ ମା ବିରଜା। ସହରକୁ ପ୍ରବେଶ କରିବା ପଥରେ ତାଙ୍କର ସୁନ୍ଦର ଚିତ୍ର ଅଙ୍କା ଯାଇଛି। ଯେମିତି ସହରକୁ ପ୍ରବେଶ କରିବା ମାତ୍ରେ ଲୋକମାନେ ମାଙ୍କ ଆଶୀର୍ବାଦ ନେଇ ଆସିବେ। ସେହିପରି ଯାଜପୁର ଐତିହର ବାର୍ତ୍ତାବହ ବୈତରଣୀ ଘାଟର ଚିତ୍ର ଦେଖିଦେଲେ ବାଟୋଇ ମନରେ ଥିବା ସବୁ ଦୁଃଖ କ୍ଳେଶକୁ ଭୁଲିଯାଇ କିଛି ସମୟ ପାଇଁ ଖୁସି ପାଉଛନ୍ତି l ନୂତନ ଯାଜପୁରର ବିନ୍ଧାଣି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସହରକୁ ନୁଆଁ ରୂପରେ ଗଢିବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ଓ ଯେଉଁ ବିକାଶମୂଳକ କାର୍ଯ୍ୟକ୍ରମ କରୁଛନ୍ତି ତାହାର କିଛି ଝଲକ ବି କାନ୍ଥରେ ପ୍ରଦର୍ଶିତ ହେଉଛି । କେବଳ ସେତିକି ନୁହେଁ ଓଡ଼ିଆ ସାହିତ୍ୟ ଓ ପରମ୍ପରା ନିଚ୍ଛକ ଝଲକ ବି ଦେଖିବାକୁ ମିଳିଛି। ଏହି ଚିତ୍ର ଗୁଡିକ କେବଳ ସହରକୁ ସୌନ୍ଦର୍ଯ୍ୟ କରୁନାହିଁ l କେତେକ ଚିତ୍ର ସହରବାସୀଙ୍କୁ ସଚେତନ କରିଛି l କରୋନା ମହାମାରୀ ସମୟରେ ଲୋକଙ୍କୁ ଚିତ୍ର ମାଧ୍ୟମରେ ସଚେତନ କରାଯାଇଛି l କେମିତି ପରିବେଶକୁ ସଫା ସୁତୁରା ରଖିବା , କାମ ନଥିଲେ ଘରୁ ବାହାରିବା ନାହିଁ, ବାହାରକୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରହିବା ପରି ଚିତ୍ର କାନ୍ଥରେ ଅଙ୍କା ଯାଇଛି l ସଚେତନ ବାର୍ତ୍ତାକୁ ଅତି ସୁନ୍ଦର ଭାବରେ ଶିଳ୍ପୀମାନେ ଚିତ୍ର ମଧ୍ୟରେ ରାସ୍ତା କଢରେ ଆଙ୍କିଛନ୍ତି। ଏହି ଚିତ୍ର ଏବେ ଯାଜପୁର ସହରକୁ ରଙ୍ଗୀନ କରିଛି l ଯିଏ ବି ଯାଉଛି କିଛି ସମୟ ପାଇଁ ଚିତ୍ରକୁ ଦେଖି ଅଟକି ଯାଉଛି l ଅନେକ ତ ସେଲ୍ଫି ଉଠାଇ ସହର ରଙ୍ଗୀନ ରୁପକୁ ସୋସିଆଲ ମେଡିଆରେ ଅପଲୋଡ଼ କରୁଛନ୍ତି l
ଯାଜପୁରକୁ ନୂଆ ରଙ୍ଗ ଦେଇ ଗଢିବାର ସୂତ୍ରଧର ହେଉଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଯିଏ ଦିନ ରାତି ପରିଶ୍ରମ କରି ଓ ଯେଉଁଠି ବି ସେ ଥାଆନ୍ତୁ ସବୁବେଳେ ଯାଜପୁର କିପରି ଆଗକୁ ଯିବ ସେ ନେଇ ସ୍ବପ୍ନ ଦେଖନ୍ତି l ଯାଜପୁରକୁ ରାଜ୍ୟର ଏକ ନମ୍ବର ଜିଲ୍ଲା କରିବାର ଲକ୍ଷ ଧୀରେ ଧୀରେ ଆଗକୁ ବଢୁଛି ତାହା ଏବେ ଯିଏ ଯାଜପୁର ଯାଉଛନ୍ତି ସେ ହି କେବଳ ଅନୁଭବ କରୁଛନ୍ତି l ଏଥିରେ ଜିଲ୍ଲାବାସୀଙ୍କ ସହଯୋଗ ଆଉ ବିଧାୟକଙ୍କ ଚେଷ୍ଟା ହିଁ ଜିଲ୍ଲାକୁ ଏକ କରିବାର ଗୋଟିଏ ପରେ ଗୋଟିଏ ସୋପାନ ଦେଇ ବିକାଶ କାମ ଚାଲିଛି l ନୂଆ ଯାଜପୁର ଗଢିବା ଲକ୍ଷରେ ସହରବାସୀ ଆଗେଇ ଆଗେଇ ଆସିଛନ୍ତି l

ରାଜ୍ୟରେ କଲବଲ କଲାଣି କରୋନା: ୬୧ ଛୁଇଁଲା ମୃତକ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ କୋରୋନା ଆଜି ଆଉ ୫ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ମୃତକ ଗଂଜାମ ,ପୁରୀ, ଭୁବନେଶ୍ବର ଓ କଟକରୁ ଜଣେ ଲେଖାଏଁ।ଏବେ ଗଂଜାମ ଜିଲ୍ଲାରେ ୩୬ରେ ମୃତକ ସଂଖ୍ୟା ପହଁଚିଲା। ଏହାସହ ରାଜ୍ୟରେ ୬୧ ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୫୭୦ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଁଚିଛି।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ସୁନ୍ଦରଗଡରୁ ୪୪, କଟକରୁ ୪୬,ନୟାଗଡରୁ ୩୭, ଖୋର୍ଦ୍ଧାରୁ ୩୭, ଝାରସୁଗୁଡାରୁ ୩୧,ଗଜପତିରୁ ୨୫, ଯାଜପୁର ୪୦,ପୁରୀ ୧୫, ଜଗତସିଂପୁର ୧୬, ଅନୁଗୁଳ ୧୧, ବାଲେଶ୍ବର ୩, ଭଦ୍ରକ ୩, ବୋଦ୍ଧ ୩, କେନ୍ଦ୍ରାପଡା ୬, କେନ୍ଦୁଝର ୧୪, କୋରାପୁଟ ୧୧, ମୟୂରଭଞ୍ଜ ୧୦ ଓ ସମ୍ବଲପୁର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୫୦୮ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୨୪୭ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ଜଣ ୭ ହଜାର ୯୭୨ ସୁସ୍ଥ ହୋଇସାରିଲେଣି। ଏହାସହ ରାଜ୍ୟରେ ୬୧ ଜଣଙ୍କର ଜୀବନ ନେଲାଣି କରୋନା ।

Follow us

20,832FansLike
0FollowersFollow
14,700SubscribersSubscribe

Latest news