ଦୃଢ ନିଷ୍ଠା, ଶୃଙ୍ଖଳା ତଥା ଉଚ୍ଚ ଗୁଣବତ୍ତା ସପର୍ଣ୍ଣ ଶିକ୍ଷା ଦାନ ମାଧ୍ୟମରେ ସବୁସଫଳ : ଡକ୍ଟର ଦେବ୍ ମହାନ୍ତି

ଭୁବନେଶ୍ୱର : ସହରାଞ୍ଚଳ ଛାତ୍ର ଛାତ୍ରୀଙ୍କ ଠାରୁ ଗ୍ରାମାଞ୍ଚଳର ଛାତ୍ରୀ କିଛି କମ ନୁହନ୍ତି । ସେମାନେ ବି ସହରର ଚାକଚକ୍ୟ ପରିବେଶରେ ପାଠ ପଢୁଥିବା ପିଲାଙ୍କୁ ପଛରେ ପକାଇ ଦେଇ ପାରିବେ । ଏଥିପାଇଁ ଦରକାର ଉତ୍ତମ ପରିବେଶ । ପାଠ ପଢା ଲାଗି ଉତ୍ତମ ପରିବେଶ ଆଉ ସଠିକ ଗାଇଡାନ୍ସ ମିଳିଲେ ଏମାନେ ନିଜକୁ ପ୍ରମାଣିତ କରିପାରିବେ । ଏମିତି କରି ଦେଖାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଖଣ୍ଡସାହିର ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରଛାତ୍ର ଛାତ୍ରୀ ମାନେ । ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ସ୍କୁଲର ସଫଳତା ଏହା ହିଁ ପ୍ରମାଣିତ କରିଛି । ସ୍କୁଲରେ ଶତ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି । ଯାହା ଜିଲ୍ଲାର ଅନ୍ୟ ସିବିଏସ୍‌ଇ ସ୍କୁଲ ମାନଙ୍କ ତୁଳନାରେ ରେକଡ । ସେହିଭଳି ସ୍କୁଲର ୩୦ ପ୍ରତିଶତ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ ପାଖା ପାଖି ୫୦ ପ୍ରତିଶତରୁ ଅଧିକ ଛାତ୍ର ଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିଛନ୍ତି । ଗ୍ରାମାଞ୍ଚଳର ମଧ୍ୟ ବିତ୍ତ ପରିବାର ଏହି ଛାତ୍ର ଛାତ୍ରୀ ମାନେ ସିବିଏସଇ ପରୀକ୍ଷାରେ ଏଭଳି ରେଜଲ୍ଟ କରିବା ପଛରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡକ୍ଟର ଦେବ ମହାନ୍ତିଙ୍କ ମାର୍ଗ ଦର୍ଶନ ଓ ଗାଁ ପରିବେଶରେ ଜାତୀୟ ସ୍ତରର ସ୍କୁଲର ଭିତ୍ତିଭୂମି ଓ ଗୁରୁକୂଳ ଭଳି ପରିବେଶ ଓ ପରିଶେଷରେ ସ୍ତୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଶ୍ରମ ରହିଛି ବୋଲି ଅବିଭାବକ ମାନେ ପ୍ରକାଶ କରିଛନ୍ତି ।ସପେଟେ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ କହିଛନ୍ତି ନିଜର ଦୃଢ ନିଷ୍ଠା, ଶୃଙ୍ଖଳା ତଥା ଉଚ୍ଚ ଗୁଣବତ୍ତା ସପର୍ଣ୍ଣ ଶିକ୍ଷା ଦାନ ମାଧ୍ୟମରେ ସବୁସଫଳ  । ସେଥିପାଇଁ ଆମେ ସମସ୍ତ ଛାତ୍ର ଛାତ୍ରୀ, ଅଭିବାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା ପରିଷଦକୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ ଦ୍ୱାରା ହିଁ ଏiହା ସମ୍ଭବ ହୋଇ ପାରିଛି ବୋଲି ସ୍କୁଲର ଚେୟାରମ୍ୟାନ ଡକ୍ଟର ଦେବ୍ ମହାନ୍ତି କହିଛନ୍ତି । ଏହା ସହ ସେ ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

କେବଳ ପାଠ ପଢା ନୁହେଁ ସ୍କୁଲର ଛାତ୍ର ଛାତ୍ରୀ ମାନେ ଜାତୀୟ ସ୍ତରରେ ବିଂଗ୍ୟାନ ପ୍ରଦର୍ଶନୀ ଓ ଖେଳ କୁଦରେ ମଧ୍ୟ ସଫଳତା ହାସଲ କରି ଜିଲ୍ଲା ଓ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ।

ରାଜ୍ୟ ପାଇଁ ସବୁବେଳେ ସମର୍ପିତ ସୋଆ : ଡିଗ୍ରୀ ନୁହେଁ ଦିଏ ଜ୍ଞାନ

ଭୁବନେଶ୍ୱର :ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଅୟମାରମ୍ଭ ହୋଇଥିଲା ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ବିଶ୍ୱବିଦ୍ୟାଳୟର । ଏହି ସମୟ ମଧ୍ୟରେ ସୋଆ ନାମରେ ବେଶ ପରିଚିତ ହୋଇଥିବା ଏହି ଡିମଡ ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉକ୍ରର୍ଷ ନିମନ୍ତେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ସୋଆରେ ଶିକ୍ଷିତ ହୋଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରିଛନ୍ତି । ନିଜ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆର ମନ୍ତ୍ର ହେଉଛି ‘କେବଳ ଚାକିରି ଖଣ୍ଡେ ପାଇବା ପାଇଁ ଡିଗ୍ରୀ ଆହରଣ କର ନାହିଁ ବରଂ ଜ୍ଞାନ ଆହରଣ କରି ସମାଜକୁ ଉଚିତ୍ ପଥରେ ଆଗେଇ ନେବାକୁ ସାହାଯ୍ୟ କର ।’

ଓଡ଼ିଶାରେ ଉଚ୍ଚକୋଟୀର ବୈଷୟିକ ଶିକ୍ଷା ପ୍ରଦାନ ନେଇ ଜଣେ ଶିକ୍ଷକଙ୍କର ସ୍ୱପ୍ନ ଓ ପରିକଳ୍ପନାର ସଫଳ ରୂପାୟନ ହେଉଛି ସୋଆ । ପ୍ରଫେସର ମନୋଜରଞ୍ଜନ ନାୟକ ଯିଏକି ଓଡ଼ିଶାର ଯୁବକଯୁବତୀମାନଙ୍କୁ ଉତମ ବୈଷୟିକ ଶିକ୍ଷାପ୍ରଦାନ ନେଇ ସ୍ୱପ୍ନ ଦେଖିଥିଲେ ସେ ନିଜେ ଜଣେ ବିଚକ୍ଷଣ ଛାତ୍ର ଥିଲେ । ରାଉରକେଲାର ରିଜିଓନାଲ୍ ଇଞ୍ଜିନିୟରିଂ କଲେଜରୁ ବିଟେକ୍ ଓ ପରେ ପ୍ରତିଷ୍ଠିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଖଡଗପୁରରୁ ଏମ୍.ଟେକ୍ କରିଥିବା ପ୍ରଫେସର ନାୟକ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଲାଭ କରିଥିଲେ ।
ତାଙ୍କରି ପ୍ରଚେଷ୍ଟା ବଳରେ ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ସୋଆକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ (ୟୁଜିସି) ଆକ୍ଟର ଧାରା ୩ , ୧୯୫୬ ଆଧାରରେ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ସେବେଠାରୁ ହିଁ ଏକ ବୃତିଗତ ଶିକ୍ଷା ପ୍ରୟୋଗଶାଳା ଏବଂ ଗବେଷଣାର ଉତ୍ସ ଭାବେ ସୋଆ ଆଗକୁ ବଢ଼ି ଚାଲିଛି । ଭାରତ ସମେତ ୬ଟି ଦେଶର ପ୍ରାୟ ୧୨୦୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ସୋଆକୁ ନିଜର ଭବିଷ୍ୟତ ଗଢ଼ିବା ପାଇଁ ମନୋନୀତ କରିଛନ୍ତି ।
ମାତ୍ର ୧୩ ବର୍ଷରେ ହିଁ ଏହି ଡିମଡ ବିଶ୍ୱବିଦ୍ୟାଳୟଟି ବିଗତ ୫ ବର୍ଷ ଧରି କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପରିଚାଳିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଙ୍ଗ୍ ଫ୍ରେମୱାର୍କ (ଏନଆଇଆରଏଫ୍) ରାଙ୍କିଙ୍ଗରେ ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଚଳିତ ବର୍ଷ ୨୦ତମ ସ୍ଥାନ ହାସଲ କରି ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜ ସ୍ଥାନ ହାସଲ କରିବା ସହ ଓଡ଼ିଶାରେ ଶୀର୍ଷତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି ।

ନ୍ୟାସନାଲ୍ ଆସେସମେଣ୍ଟ ଆଣ୍ଡ ଆକ୍ରେଡିସନ୍ କାଉନସିଲ୍ (ନାକ୍) ସୋଆକୁ ସର୍ବୋଚ୍ଚ ଗ୍ରେଡରେ ରି-ଆକ୍ରେଡିଟେଟ୍ କରିଥିବା ବେଳେ ଏହାର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଫ୍ୟାକଲ୍ଟି, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)କୁ ଆମେରିକାର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମାନ୍ୟତା ପ୍ରଦାନକାରୀ ସଂସ୍ଥା ଆକ୍ରେଡିସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ( ଆବେଟ୍) ଦ୍ୱାରା ଆକ୍ରେଡିଟେସନ୍ ମିଳିଛି । ସୋଆର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଫ୍ୟାକଲ୍ଟି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଏନ୍ଆଇଆର୍ଏଫ୍-୨୦୨୦ ରାଙ୍କିଙ୍ଗରେ ଇଞ୍ଜିନିୟରିଂ କ୍ୟାଟେଗୋରୀରେ ଦେଶରେ ୩୪ତମ ସ୍ଥାନ ହାସଲ କରିଛି । ସେହିପରି ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସୋଆ ନିଜର ସ୍ଥିତି ଜାହିର କରିଛି । ଟାଇମ୍ସ ହାୟର ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗରେ ସୋଆ ସ୍ଥାନୀତ ହୋଇପାରିଛି ।

ସେହିପରି ଚଳିତବର୍ଷ ଏନଆଇଆର୍ଏଫ୍ ରାଙ୍କିଙ୍ଗରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶରେ ୨୩ ତମ ସ୍ଥାନ ହାସଲ କରିଛି । ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ର୍ୟାଙ୍କିଙ୍ଗ୍ ତାଲିକାରେ ଦେଶର ୯ଟି ମେଡିକାଲ୍ କଲେଜ ମଧ୍ୟରେ ଆଇଏମଏସ୍ ମଧ୍ୟ ନିଜ ସ୍ଥାନ ହାସଲ କରିବାରେ ସଫଳ ହୋଇପାରିଛି । ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନସେସ୍ , ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ , ପ୍ରଥମ ଥର ପାଇଁ ଏନଆଇଆରଏଫ୍ ର୍ୟାଙ୍କିଙ୍ଗରେ ପ୍ରବେଶ କରିଥିବା ବେଳେ ଦେଶରେ ୧୨ତମ ସ୍ଥାନ ହାସଲ କରିଛି ।

୧୬୦୦ ଶଯ୍ୟା ବିଶିଷ୍ଟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କରୋନା ମହାମାରୀକୁ ପ୍ରତିହିତ କରିବା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍) ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ବହୁ ପ୍ରତିକ୍ଷୀତ ଟୀକାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ମନୋନୀତ କରାଯାଇଛି ।
ଭାରତ ସମେତ ସାରା ବିଶ୍ୱ କୋଭିଡ-୧୯ ମହାମାରୀ ସହ ଯୁଦ୍ଧ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ସହ ହାତ ମିଳାଇ ସୋଆ ମଧ୍ୟ ଏହି ଯୁଦ୍ଧରେ ସାମିଲ ହୋଇଛି । ସୋଆ ପକ୍ଷରୁ ତିନୋଟି କୋଭିଡ-୧୯ ହସ୍ପିଟାଲ୍ ସ୍ଥାପନ କରାଯାଇଥିବା ବେଳେ ଦୁଇଟି କୋଭିଡ କେୟାର୍ ସେଂଟର ମଧ୍ୟ ଆରମ୍ଭ କରାଯାଇଛି ।
ଭୁବନେଶ୍ୱରରେ ଏକ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଏବଂ ତାଳଚେରରେ ୧୭୦ ଏବଂ ୧୫୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ ଷ୍ଟାଫ୍ ମାନେ ଏହି ହସ୍ପିଟାଲଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ସେହିପରି ସୋଆ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଜାମୁଝରୀ ଏବଂ ଜଟଣୀରେ ମୋଟ ୮୦୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ କେୟାର ସେଂଟର ଆରମ୍ଭ କରାଯାଇଛି ।
ସୋଆର ସ୍ୱପ୍ନ ରହିଛି ଅଗ୍ରଣୀ ଅନୁଷ୍ଠାନ ଭାବେ ଶିକ୍ଷାର ଉନ୍ନତି କ୍ଷେତ୍ରରେ ଅଧିକ ମନୋନିବେଶ କରିବା ଏବଂ ଆଗାମୀ ଭବିଷ୍ୟତଙ୍କୁ ଉନ୍ନତମାନର ଶିକ୍ଷା ଓ ନୂତନ ଧରଣର ଗବେଷଣା ପ୍ରତି ଆକୃଷ୍ଟ କରି ଦେଶରେ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିଷ୍ଠିତ କରିବା । ମାତ୍ର ମୂଳ ଲକ୍ଷ୍ୟ ରହିଛି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷିତ କରାଇ ସେମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଆଣିବା ଏବଂ ଉତମ ନାଗରିକ ଭାବେ ଗଢ଼ିତୋଳିବା । ଏହା ଦ୍ୱାରା ସାମାଜିକ ସ୍ଥିତି, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ପରିବର୍ତନ ସମ୍ଭବ ହୋଇପାରିବ ।

ପୁଣି ମଙ୍ଗରାଜଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ….

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ମିଡ଼ିଆ ସେଲର ଅଧ୍ୟକ୍ଷ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପଦେଷ୍ଟା ବିଭାଗର ମାନସଙ୍କୁ ବିଜେଡି ମିଡ଼ିଆ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଛନ୍ତି। ପୂର୍ବରୁ ଗଣ ମାଧ୍ୟମ ଦାୟିତ୍ୱ ବୁଝୁଥିବା ମାନସଙ୍କୁ ଦଳୀୟ ଦାୟିତ୍ୱ ଦେଇ ନବୀନ ଦଳର ପ୍ରଚାର ପ୍ରସାର ଉପରେ ଅଧିକ ଫୋକସ କରିଛନ୍ତି। ପଞ୍ଚମ ପାଳିରେ ନବୀନ ଯେଉଁ ଲୋକ ପ୍ରିୟ ଯୋଜନା କରିଛନ୍ତି ,ଏହାର ପ୍ରଚାର ପ୍ରସାର ଦାୟିତ୍ୱ ଏବେ ମାନସଙ୍କ ଉପରେ ନ୍ୟସ୍ତ କରିଛି ଦଳ। ଜଣେ ନିରପେକ୍ଷ ଓ ନିଷ୍ଠା ପର ସାମ୍ବାଦିକ ଭାବେ ପୂର୍ବରୁ ଓଡ଼ିଶାରେ ବେଶ ପରିଚିତ ହେଉଛନ୍ତି ମାନସ ମଙ୍ଗରାଜ। ଅତୀତରେ ଗଣମାଧ୍ୟମ କ୍ଷେତ୍ରରେ କାମ କରି ତାଙ୍କର ବେଶ ଅଭିଜ୍ଞତା ରହିଛି। ତେଣୁ ସାମ୍ବାଦିକମାନଙ୍କ ସହ ସମନ୍ଵୟ ରଖି ମଙ୍ଗରାଜ ଆଗକୁ ନିଜର ଦାୟିତ୍ବକୁ ସୁଚାରୁରୁପେ ତୁଲେଇବେ ବୋଲି ଦଳ ତାଙ୍କୁ ଏହି ବଡ଼ ଦାୟିତ୍ବ ଦେଇଛି। ସୂଚନା ଓ ଲୋକ ସମ୍ପର୍କ ଦାୟିତ୍ୱ ନେବା ପରେ ସେ ସାମ୍ବାଦିକ କଲ୍ୟାଣ ଯୋଜନା ଓ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାରେ ଜଡିତ  ହୋଇ ସଭିଙ୍କ ମନ ଜିଣିଛନ୍ତି। ଏପରି କି ସାମ୍ବାଦିକ ପାଣ୍ଠିର ସୁବିନିଯୋଗ କରି ଅନେକ ବରିଷ୍ଠ ଓ ଅସୁସ୍ଥ ସାମ୍ବାଦିକଙ୍କୁ ସାହାଯ୍ୟ କରିଛନ୍ତି। କରୋନା ମହାମାରୀ ସମୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ମନବଳ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ୧୫ ଲକ୍ଷ ଟଙ୍କାର ବିମାରାଶି ବ୍ୟବସ୍ଥା କରିବାରେ ପ୍ରମୁଖ ଭୂମିକା ନେଇଥିଲେ ସେ । କେବଳ ସେତିକି ନୁହେଁ ବିଭିନ୍ନ ସାମ୍ବାଦିକ ସଂଘ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ସାମ୍ବାଦିକ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରନ୍ତି। କେବଳ ଗଣମାଧ୍ୟମ କଥା ନୁହେଁ ଦଳୀୟ ସଂଗଠନ କାର୍ଯ୍ୟରେ ମଧ୍ୟ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ ରହିଛି। ଚିଲିକା ନିର୍ବାଚନ ମଣ୍ଡଳୀର ଯୁବନେତା ମାନସ ମଙ୍ଗରାଜ ତାଙ୍କ କାର୍ଯ୍ୟ ପାଇଁ ସଭିଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି। ଶ୍ରୀ ମଙ୍ଗରାଜ ଅତ୍ୟନ୍ତ ମିଷ୍ଟଭାଷୀ ହୋଇଥିବାରୁ ନବୀନ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି। ଦାୟିତ୍ୱ ମିଳିଲା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି। ତେବେ ପଦ ପଦବୀ ଲାଳସାରେ ନଥିବା ମାନସ ନିଜ କାର୍ଯ୍ୟକୁ ନିଷ୍ଠାର ସହ ତୁଲାଇଥାନ୍ତି ।

ଆସନ୍ତାକାଲି ରାତି ୯ ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ୍ ହେଲା 4ଟି ଜିଲ୍ଲା….

ଭୁବନେଶ୍ୱର : ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଏବଂ ରାଉରକେଲା (ପୌରପାଳିକା) ଆସନ୍ତାକାଲି ଠାରୁ ଲକଡାଉନ୍ । ଆସନ୍ତାକାଲି ରାତି ୯ ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ୍ । ୧୪ ଦିନ ଧରି ରହିବ ଲକଡାଉନ୍ । ପ୍ରତ୍ୟେକ ଦିନ ସକାଳ 6ଟା ରୁ  ଦିନ 1ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ l ତେଣୁ ଲୋକମାନେ ଭୟଭୀତ ନହେବା ପାଇଁ ମୁଖ୍ୟ ଶାସନ ପରାମର୍ଶ ଦେଇଛନ୍ତି l

ବିଜେଡିର ବଡ଼ ଟିମ କାହିଁକି ?

ଭୁବନେଶ୍ୱର : ୨୦ ବର୍ଷ ଧରି ଓଡ଼ିଶାରେ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି ବିଜୁ ଜନତା ଦଳ(ବିଜେଡି)। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଚ, ନିର୍ମଳ  ଭାବମୂର୍ତ୍ତି ଓ ଲୋକପ୍ରିୟ ଯୋଜନା ପାଇଁ ଲଗାତାର ଭାବେ ବିଜେଡି ଗୋଟେ ପରେ ଗୋଟେ ନିର୍ବାଚନରେ ବିଜୟ ଲାଭ କରୁଛି। ଏତେ ଲମ୍ବା ସମୟ ଓଡ଼ିଶାରେ ଶାସନ କରିବା ବି ବିରଳ। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ନବୀନ କାମ କରୁଛନ୍ତି।ଓଡ଼ିଶାବାସୀ ଭଲ ପାଇବା ଓ ଦଳୀୟ ନେତା ଓ କର୍ମୀଙ୍କ ପରିଶ୍ରମ ଯୋଗୁଁ ଦଳକୁ ଏପରି ସଫଳତା ମିଳିଛି ବୋଲି ସୁପ୍ରିମ ନବୀନ ପଟ୍ଟନାୟକ କହିଛନ୍ତି । ୨୦୧୯ ନିର୍ବାଚନ ପରେ ସଭାପତି ନବୀନ ପଟ୍ଟନାୟକଙ୍କ ନୂଆ ବିଜେଡି ଗଠନ କରିବାରେ ଲାଗିଛନ୍ତି । ବିଜେଡିର ଭବିଷ୍ୟତ ପାଇଁ ସେ ରଣନୀତି ପ୍ରସ୍ତୁତ କରିଛନ୍ତି। ସମସ୍ତଙ୍କୁ ନେଇ ଦଳକୁ ଅଧିକ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ନବୀନ ଲମ୍ବା ଖସଡ଼ା ପ୍ରସ୍ତୁତ କରିଛନ୍ତି। ଦଳକୁ ତୃଣମୂଳ ସ୍ତରରେ ଏକ କ୍ୟାଡର ପାଟିରେ ପରିଣତ କରିବା ପାଇଁ ଅଧିକ ଲୋକଙ୍କୁ  ବିଭିନ୍ନ ଦାୟିତ୍ୱ ଦେଉଛନ୍ତି। ସଶକ୍ତ ଓଡ଼ିଶା ଗଠନ କରିବା ଦିଗରେ ଏବେ ବିଜେଡି ଗୁରୁତ୍ୱ ଦେଉଛି। ପ୍ରଥମ ଥର ବିଜୁ ଜୟନ୍ତୀରେ ନବୀନ ନୂଆ ବିଜେଡି ପାଇଁ ରଣନୀତି ପ୍ରସ୍ତୁତ କଲେ। ଦଳ ପ୍ରତି ଆନୁଗତ୍ୟ ଓ କଠିନ ପରିଶ୍ରମ ପାଇଁ ଯାଜପୁର ବିଧାୟକଙ୍କୁ ନବୀନ ବିଜେଡି ସଂଗଠନ ସମ୍ପାଦକ ପଦର ଗୁରୁ ଦାୟିତ୍ୱ ଦେଲେ। ସିଧାସଳଖ ନବୀନ କହିଲେ ପ୍ରଣବ ହେଉଛନ୍ତି ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର। ଏହାପରେ ପ୍ରଥମ ଥର ପାଇଁ ସଂଗଠନ ସଂପାଦକ(ମୁଖ୍ୟାଳୟ )  ଦାୟିତ୍ବ ଯୁବ ନେତା ସଞ୍ଜୟ ଦାସ ବର୍ମାଙ୍କୁ ଦିଆଯାଇଥିଲା। ଏହି ଦୁଇ ପଦବୀ ସୃଷ୍ଟି ପରେ ଆଭାସ ମିଳିଥିଲା ନୂଆ ବିଜେଡି ଗଠନର। ଏହା ପରେ ବିଜେଡି ରାଜନିତୀରେ ନୂଆ କରି ଦଳରେ ବରିଷ୍ଠ ଉପସଭାପତି , ବରିଷ୍ଠ ସାଧାରଣ ସମ୍ପାଦକ ପଦବୀ ସୃଷ୍ଟି କରି ବହୁ ହେବିୱେଟ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ। କେବଳ ସେତିକି ନୁହେଁ ସେମାନଙ୍କୁ ସଶକ୍ତ ଓଡ଼ିଶା ଗଠନରେ ଥିବା ବିଭିନ୍ନ ବିଭାଗର ଦାୟିତ୍ୱ ଦେଲେ। ପୁରା ଦଳରେ ଅଧିକାଂଶ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇ ଦଳକୁ ଏକ କ୍ୟାଡର ପାର୍ଟିରେ ନବୀନ ପରିଣତ କରିଛନ୍ତି। ବରିଷ୍ଠ , ଅଭିଜ୍ଞ, ଯୁବ,ମହିଳା ଛାତ୍ର ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ସହ ସଂଗଠନକୁ ମଜବୁତ କରିବା ପାଇଁ ଏ ହେଉଛି ନବୀନଙ୍କ ନୂଆ ରଣନୀତି। ଏକଥା ସତ ଯେ ଯେଉଁ କାମ ଅନ୍ୟ ଦଳମାନେ ନିର୍ବାଚନ ଆସିଲେ କରିଥାନ୍ତି ସେହି କାମକୁ ନବୀନ ବର୍ଷ ତମାମ କରିଥାନ୍ତି। ନବୀନଙ୍କ ଏପରି ଚତୁର ରାଜନୈତିକ ଗୋଟି ଚାଳନା ଆଗରେ ବିରୋଧୀ ଫେଲ ମାରିବା ସହ କେବଳ ଓଡିଶା ନୁହେଁ ଜାତୀୟ ରାଜନିତୀରେ ନବୀନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫଳରେ ରାଜ୍ୟ ରାଜନିତୀରେ ବିଜେଡିର ବିକଳ୍ପ ଭାବେ କୌଣସି ରାଜନୈତିକ ଦଳ ଭାବେ ଉଭା ହୋଇପାରିନି। ନବୀନ ଓ ପ୍ରଣବ ଏବେ ବିଜେଡିକୁ ଯେଉଁ ନୂଆ ରୂପ ଦେଇଛନ୍ତି ତାହା ଅନ୍ୟ ଦଳକୁ ଏବେ ଚିନ୍ତାରେ ପକାଇଛି।୨୦୧୯ ନିର୍ବାଚନ ପରେ ଦଳର ସଭ୍ୟ ସଂଖ୍ୟା ୧କୋଟି ଟପିଲାଣି। ଆଗାମୀ ଦିନରେ ଏହା ବିଜେଡି ଅଧିକ ଶକ୍ତିଶାଳୀ ହେବ ,ତାହା ଏହି ବିଜେଡିର ନୂଆ ଟିମକୁ ଦେଖିଲେ ଜଣା ପଡୁଛି।

ରାଜ୍ୟରେ କଲବଲ କଲାଣି କରୋନା, ଆଜି ୨ ଜଣଙ୍କ ମୃତ୍ୟୁ ସହ ୪୯୪ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କୋରୋନା ଆଜି ଆଉ ୨ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏହି ୨ ଜଣଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୭୯ଜଣଙ୍କର ମୃତ୍ୟୁ ହେଲାଣି।
ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୨୩ ଜିଲ୍ଲାରୁ ୪୯୪ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୯୨ରେ ପହଁଚିଛି।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୪୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଖୋର୍ଦ୍ଧାରୁ ୬୪, କଟକରୁ ୩୮ ପଜିଟିଭ । ବାଲେଶ୍ବର ୨୧, ନୟାଗଡ଼ ୧୬, ଯାଜପୁରରୁ ୧୫ ଜଣ , ମୟୂରଭଞ୍ଜ ୧୪, କେନ୍ଦ୍ରାପଡ଼ା ୧୧, ସୁନ୍ଦରଗଡ଼ରୁ ୧୦ ଜଣ ପଜିଟିଭ । ନୂଆପଡ଼ା ୯, ପୁରୀ ଓ ଭଦ୍ରକରୁ ୭ ଜଣ ,ସମ୍ବଲପୁର, ନବରଙ୍ଗପୁର, ମାଲକାନଗିରି, କୋରାପୁଟରୁ ୪ ଜଣ ଲେଖାଏଁ , ବଲାଙ୍ଗିରରୁ ୩, ବୌଦ୍ଧ ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ ପଜିଟିଭ । ରାୟଗଡ଼ା, ଜଗତସିଂହପୁର ଓ ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୩୨୨ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୭୨ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୪୮୧୩ଜଣ ଚିକିତ୍ସିତ ହେଉଥିବା ବେଳେ ଜଣ ୧୦୪୭୬ ସୁସ୍ଥ ହୋଇସାରିଲେଣି। ଏହାସହ ରାଜ୍ୟରେ ୭୯ ଜଣଙ୍କର ଜୀବନ ନେଲାଣି କରୋନା ।

ଦେଶରେ ସର୍ବାଧିକ ୩୨,୬୯୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୯,୬୮,୮୭୬ରେ ପହଂଚିଛି। ଏ ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ୩୨,୬୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପାଖାପାଖି ୬୦୬ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୩,୩୧,୧୪୬ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୨୪,୯୧୫ ଜଣ ପ୍ରାଣ ହରାଇଛନ୍ତି।ଆହୁରି ମଧ୍ୟ ସମସ୍ତ ୬,୧୨,୮୧୪ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି।ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି।

ନିରଞ୍ଜନଙ୍କ ସମର୍ଥନରେ ରଞ୍ଜୀବ

ଭୁବନେଶ୍ୱର: ଓଡିଶା କଂଗ୍ରେସରେ ସବୁବେଳେ ଦୁଇ ପରିବାର ତଥା ପଟ୍ଟନାୟକ ଓ ବିଶ୍ୱାଳ ପରିବାରର ଦବଦବା ରହିଛି। ଦୁଇ ପରିବାରର ମଧ୍ୟରେ ନିବିଡ଼ ଘନିଷ୍ଠତା ମଧ୍ୟ ରହିଛି। ସେଥିପାଇଁ ତ ପଟ୍ଟନାୟକ ପରିବାର ସମର୍ଥନରେ ଏବେ ବିଶ୍ୱାଳ ପରିବାର ଆଗେଇ ଆସିଛି। ରାଜ୍ୟ କଂଗ୍ରେସରେ ଏବେ ମଙ୍ଗୁଆଳ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ରଞ୍ଜୀବ ବିଶ୍ୱାଳ ଏବେ ପିସିସି ମୁଖିଆ ପରିବର୍ତ୍ତନ ହେବାର କୌଣସି ଯୋଜନା ନାହିଁ ବୋଲି କହିଛନ୍ତି। ଏହାସହ ସେ କହିଛନ୍ତି ମୁଁ ପିସିସି ସଭପତି ଦୌଡ଼ରେ ନାହିଁ।ଏଆଇସିସି ଏଯାଏଁ ପିସିସି ସଭାପତି ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇ ନାହିଁ। ଏହାସହ ଯେଉଁମାନଙ୍କର ନାଁ ଏବେ ପିସିସି ସଭାପତି ନେଇ ଚର୍ଚ୍ଚା ହେଉଛି ସେମାନେ କେହି ଜଣେ ବି ଲବି କରିନାହାନ୍ତି କି ଦିଲ୍ଲୀରେ ଡେରା ପକାଇ ନାହାନ୍ତି। ତେଣୁ ବର୍ତ୍ତମାନର ପରିସ୍ଥିତିରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦ ବଜାୟ ରଖିବେ।

ହିସାବ ଦେଲେ ସାଂସଦ ଅମର ପଟ୍ଟନାୟକ…

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକଙ୍କ ସଂସଦୀୟ ଯାତ୍ରା ର ପ୍ରଥମ ବର୍ଷର ହିସାବ ଦେଇଛନ୍ତି l ସେ କହିଛନ୍ତି ଯେ ସଂସଦରେ ଓଡ଼ିଶାର ସ୍ବର ଶାଣିତ ହୋଇଛି l ମାଓବାଦୀ ଦମନ ପାଇଁ କେନ୍ଦ୍ର ସରକାର କରିଥିବା ଖର୍ଚ୍ଚ ବାବଦରେ ଓଡ଼ିଶାଠାରୁ ଦାବି କରୁଥିବା ୨୧୦୦କୋଟି ଟଙ୍କା ଛାଡ, କୋଇଲା ରୟାଲଟି ବୃଦ୍ଧି ନିମନ୍ତେ ଦାବି ଉପସ୍ଥାପନା ବିକେନ୍ଦ୍ରୀକରଣ ପ୍ରକ୍ରିୟା ଯୋଜନା ଅଧିନରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ ଏସ୍ ପି)ବାବଦକୁ ଥିବା ୧୪୧୨କୋଟି ଟଙ୍କା ଓଡିଶା ପାଇବା

ଚତୁର୍ଦଶ ଅର୍ଥକମିଶନରେ ବକେୟା ଥିବା ୩୨୧ କୋଟି ଟଙ୍କା ହାସଲ

୭୦ହଜାର ଚାଷୀଙ୍କୁ ମିଳିଛି ୯୦କୋଟିର ଫସଲ ବୀମା ଅର୍ଥ

ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ବର ଶାଣିତ କରିବାରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଦବଦବା ଯଥେ‌ଷ୍ଟ ରହିଛି। ସାଂସଦ ହେବାର ଗୋଟିଏ ବର୍ଷ ଭିତରେ କେନ୍ଦ୍ର ନିକଟରେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ନାର୍ଯ୍ୟ ହକ୍ ହାସଲ କରିବାରେ ଶ୍ରୀ ପଟ୍ଟନାୟକ କେତେକ କ୍ଷେତ୍ରରେ ସଫଳ ହୋଇଛନ୍ତି।ଆମର ବାବୁ ତାଙ୍କ ସାଂସଦ ଜୀବନର ପ୍ରଥମ ବର୍ଷର ଅନୁଭୂତିକୁ ଏକ ନିଆରା ଢଙ୍ଗରେ webinar ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ| ଏହି webinar ର ସିଧା ପ୍ରସାରଣ Youtube ଏବଂ Facebook ରେ ମଧ୍ୟ କରାଯାଇଥିଲା ଯେଉଁଥିରେ 500ରୁ ଅଧିକ ଲୋକ ଭାଗ ନେଇଥିଲେ | ଅଧିନିକ ଉପାୟରେ ବୈଷୟିକ ପଦ୍ଧତିକୁ ଅବଲମ୍ବନ କରି ଏଭଳି ସମ୍ମିଳନୀର ଆୟୋଜନ ସ୍ୱାଗତଯୋଗ୍ୟ |
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୨୦୧୯ ଜୁଲାଇ ୪ ରଥଯାତ୍ରା ଦିନ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ। ଇତିମଧ୍ୟରେ ବର୍ଷେ ବିତି ଯାଇଛି। ଏହି ସମୟ ମଧ୍ୟରେ ସେ ମାଓଦମନ ମୁକାବିଲାରେ ରାଜ୍ୟଗୁଡିକର ଅଂଶଧନକୁ ନେଇ ଯେଉଁ ଦାବି ରଖିଥିଲେ ତାହା ସଫଳ ହୋଇଛି। ମାଓଦମନ ଏକ ଜାତୀୟ ସମସ୍ୟା ହୋଇଥିବାରୁ ଏଥିପାଇଁ ରାଜ୍ୟ ସରକାର କାହିଁକି ୯୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବେ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି। ଏଥିପାଇଁ ଓଡ଼ିଶାକୁ ୨୧୦୦ କୋଟି ଟଙ୍କାର ଫାଇଦା ହୋଇଛି ବୋଲି ସେ ଦର୍ଶାଇଛନ୍ତି। ସେହିପରି ୧୧୪ ପୌରାଞ୍ଚଳ ପାଇଁ ଚତୁର୍ଦଶ ଅର୍ଥ କମିଶନରେ ପାଇବାକୁ ଥିବା ୩୭୨କୋଟି ଟଙ୍କା ରାଜ୍ୟକୁ ମିଳିବାପାଇଁ କରିଥିବା ଲଢ଼େଇ ସଫଳ ହୋଇଛି ଯାହାକି ଗତ 4 ବର୍ଷ ବକେୟା ଥିଲା |

କରୋନା ପାଇଁ ଲକ୍ ଡାଉନ ଯୋଗୁଁ ପ୍ରବାସୀମାନେ ଯେଉଁ ସମସ୍ୟା ଭିତରେ ଥିଲେ ସେମାନଙ୍କ ନିକଟରେ ପହଞ୍ଚି ଆବଶ୍ୟକ ଜରୂରୀ ସାମଗ୍ରୀ ଯୋଗାଇବା ପାଇଁ ସେ ଉଦ୍ୟମ କରିଥିଲେ| ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୭ହଜାର ୧୦୦ ଶ୍ରମିକଙ୍କୁ ଜରୂରୀ ସାମଗ୍ରୀ ଯୋଗାଇଥିବାବେଳେ ୨୦୬୪ଜଣ ପ୍ରବାସୀଙ୍କ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ କଥା ହେଲା ସାଂସଦ ପାଣ୍ଠି ଭାବେ ତାଙ୍କୁ ମିଳିଥିବା ଅଢ଼େଇକୋଟି ଟଙ୍କା ମଧ୍ୟରୁ ସେ ୧କୋଟି ଟଙ୍କା ଅସ୍ଥାୟୀ ଚିକିତ୍ସା ଶିବିର ପାଇଁ ସରକାରଙ୍କୁ ଦାନ କରିଥିବାବେଳେ ଆଉ ୧କୋଟି ଟଙ୍କା ଜଟିଳ କରେରାନା ରୋଗୀଙ୍କ ଲାଗି ଭେଣ୍ଟିଲେଟର ସଂଗ୍ରହ ପାଇଁ ସରକାରଙ୍କୁ ଦାନ କରିଛନ୍ତି। ଏହାବାଦ୍ ସେ ୩ମାସର ଦରମା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।
ସବୁଠାରୁ ବଡ଼କଥା ହେଲା ରାଜ୍ୟର ବରଗଡ଼ ଓ ବିଭିନ୍ନ ସହହର ପ୍ରାୟ ୭୦ହଜାରରୁ ଅଧିକ ଚାଷୀଙ୍କୁ ୨୦୧୭-୧୮ ବର୍ଷ ପାଇଁ ଫସଲ ବୀମା ପାଇବାରେ ସୃଷ୍ଟି ହେଉଥିବା ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହୋଇପାରିଛନ୍ତି। ଏଥିଯୋଗୁଁ ଚାଷୀମାନଙ୍କୁ ତାଙ୍କର ୯୦କୋଟି ଟଙ୍କାର ବୀମା ଅର୍ଥ ମିଳିପାରିଛି।  ଏହା ବ୍ୟତୀତ ଜିଲା ଖଣିଜ ପାଣ୍ଠିକୁ ଆୟକର ପରିସରରୁ ବାଦ୍ ଦେବାପାଇଁ ସଂସଦରେ ଉଠାଇଥିବା ସ୍ବର ଏବେ ସାକାର ହେବାକୁ ଯାଉଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ପାଣ୍ଠି ଉପରେ କେବଳ ସଂପୃକ୍ତ ରାଜ୍ୟର ହକ୍ ରହିଛି। ତେଣୁ କେନ୍ଦ୍ର ସରକାର ଏହା ଉପରେ ଟିକସ ନେବାର କୌଣସି ଯଥାର୍ଥତା ନାହିଁ ଏବଂ ଏହି ଉଦ୍ୟମ ଫଳରେ ଆମ ରାଜ୍ୟ ପାଖାପାଖି 100 କୋଟି ଟଙ୍କା ସଂଚୟ କରିବ | ବିକେନ୍ଦ୍ରୀକରଣ ପ୍ରକ୍ରିୟା ଯୋଜନା ଅଧିନରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ ଏସ୍ ପି)ବାବଦକୁ ଥିବା ୧୪୧୨କୋଟି ଟଙ୍କା ଓଡିଶା ଫେରିପାଇବାରେ ମଧ୍ୟ ସାଂସଦନଙ୍କର ଅବଦାନ ଉଲ୍ଳେଖ୍ୟଯୋଗ୍ୟ|

ସେହିପରି ରାଜ୍ୟରେ ଶିକ୍ଷା ଏବଂ ସ୍ବାସ୍ଥ୍ୟକ୍ଷେତ୍ରକୁ ସୁଦୃଢ଼ୀକରଣ କରିବା, ମହିଳା ସଶକ୍ତୀକରଣ କରିବାସହିତ କୋଲ ରାଲଟି ଏବଂ ଜିଏସଟି ଛାଡ ନେଇ ଶ୍ରୀ ପଟ୍ଟନାୟକ ସଂସଦରେ ଦାବିଉପସ୍ଥାପନ କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ଯୁକ୍ତିସଙ୍ଗତ ଦାବି ପାଇଁ କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରରେ ଏହାକୁ ପୂରଣ କରିଛନ୍ତି। ଯାହାଫଳରେ ଓଡ଼ିଶା ସହିତ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଏହାଦ୍ବାରା ଲାଭାନ୍ବିତ ହୋଇପାରିଛନ୍ତି।

ବିଶେଷକରି ଶ୍ରୀ ପଟ୍ଟନାୟକ ମନରେଗାରେ ଶ୍ରମିକମାନଙ୍କ ମଜୁରିବୃଦ୍ଧି ନେଇ ସଂସଦରେ ଉଠାଇଥିବା ସ୍ବର ସଫଳ ହୋଇଛି। ଯାହାଫଳରେ ଶ୍ରମିକଙ୍କ ମଜୁରି ବୃଦ୍ଧି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି କାର୍ଯ୍ୟକାରିତା ହେବା ଦ୍ବରା ଶାସନରେ କିଭଳି ସ୍ବଚ୍ଛତା ଓ ଉତ୍ତରଦାୟିତ୍ବତା ଆସିପାରିଛି ସେନେଇ ଶ୍ରୀ ପଟ୍ଟନାୟକ ତାଙ୍କ ଅନୁଭୂତି ପତ୍ରରେ ଦର୍ଶାଇଛନ୍ତି।
ସଂସଦରେ ଶ୍ରୀ ପଟ୍ଟନାୟକଙ୍କ ପ୍ରଦର୍ଶନ ଓ ଉପସ୍ଥାନ ସହିତ ସୁନ୍ଦରଗଡ଼ରେ ୫ ଆଦର୍ଶଗ୍ରାମ ସୃଷ୍ଟି କାରିବା ପାଇଁ ଉଦ୍ୟମ ଅବ୍ୟାହତ ରେଖିଛନ୍ତି | ଓଡିଶାର ସ୍ୱାର୍ଥପାଇଁ କାମ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ଶ୍ରୀ ନଵୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣରେ କୃପାଭିକ୍ଷା କରିଛନ୍ତି|

ଲୋକସେବା ଭବନ ନୁହେଁ,ଜିଲ୍ଲାରୁ ପ୍ରସ୍ତୁତ ହେବ ଯୋଜନା

ରାୟଗଡ଼ା:- – ଏଣିକି ଲୋକସେବା ଭବନ ନୁହେଁ, ଜିଲ୍ଲାରୁ ପ୍ରସ୍ତୁତ ହେବ ବିକାଶ ମୂଳକ ଯୋଜନା l ଯୋଜନା ବୋର୍ଡ଼ ଉପାଧକ୍ଷ ସଞ୍ଜୟ ଦାସ ବର୍ମା ଏହି ଲକ୍ଷ୍ୟରେ କାମ ଆରମ୍ଭ କରିଛନ୍ତି l  ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ ଦାସବର୍ମା ରାୟଗଡ ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନା ଉର ଆଲୋଚନା କରିଥିଲେ ।ମାନ୍ୟବର ଉପାଧ୍ୟକ୍ଷଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ ,ସଂଖ୍ୟା ଲଘୁ ଓ ପଛୁଆ ଵର୍ଗ କଲ୍ୟାଣ ବିଭାଗ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ମାନ୍ୟବର ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗୋମଙ୍ଗ,ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର ଦାଶ ପ୍ରମୂଖ ଯୋଗଦେଇ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା,ପିଡି, ଡି ଆ.ଆର.ଡି. ଏ ଶ୍ରୀ ଅମୃତ ରୁତୁରାଜଙ୍କ ଉପସ୍ଥିତରେ
ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ବିଶେଷ କରି ମହାମରୀ କୋରନା, ମନରେଗା ଯୋଜନାରେ ଶ୍ରମିକ ମାଆଙ୍କୁ କର୍ମନିଯୁକ୍ତି ଯୋଗାଣ, କୋଭିଡି ମକାବିଲା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ, କୃଷି ଓ ଉଦ୍ୟାନ କୃଷିରେ ଅଗ୍ରଗତି ଓ ଶ୍ରମିକ ମାନଙ୍କୁ ନିଯୁକ୍ତି, ପ୍ରବାସୀ ଶ୍ରମିକ ମାନଙ୍କ ପରିଚାଳନା ଓ କର୍ମନିଯୁକ୍ତି ଯୋଗାଣ ଆଦିଉପରେ ସମୀକ୍ଷା କରିଥିଲେ । ସ୍ବାସ୍ଥ୍ୟ ବିଭାଗ ଉପରେ ଆଲୋଚନା କଲାବେଳେ ମାନ୍ୟବର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦାସବର୍ମା ମହୋଦୟ କୋରନା ପାଇଁ ଯେପରି ସାଧାରଣ ରୋଗୀ ଅସୁବିଧା ନହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ନିର୍ଦେଶ ଦେଇଥିଲେ। ଆବଶ୍ୟକ ହେଲେ ଜିଲ୍ଲାର ପ୍ରବେଶପଥ ଗୁଡିକ ସିଲକରିବାକୁ ପରାମର୍ଶ ଦେଇଥିଲେ ଏବଂ ସ୍ଥାନୀୟ ଇଏସଆଇ କୋଭିଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଭେଣ୍ଟିଲେଟର ଵ୍ୟଵସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଯେପରି ଜିଲ୍ଲାର ଅଧିକାଂଶ ହିତାଧିକାରୀ ସୁବିଧା ପାଇବେ ସେଥିପାଇଁ ଯୋଗାଣ ବିଭଗକୁ ନିର୍ଦ୍ଧେଶ ଦେଇଥିଲେ। ଜିଲ୍ଲାର ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ଯେପରି ଲେବର କାର୍ଡ ମିଲିବ ସେଥିପାଇଁ ଡାଟା ବେସ ପ୍ରସ୍ତୁତ କରିବାକୁ ଓ ଦକ୍ଷତା ଅନୁଯାୟୀ ଶ୍ରେଣୀ ଭୂକ୍ତ କରି କର୍ମସଂସ୍ଥାନ ଯୋଗାଇବା ପାଇଁ ମାନ୍ୟବର ଉପ।ଧ୍ୟକ୍ଷ ନିର୍ଦେଶ ଦେଇଥିଲେ।
ଏହା ପୂର୍ବରୁ ଉପ।ଧ୍ୟକ୍ଷ ଶ୍ରୀଯୁକ୍ତ ଦାସବର୍ମା ଗୁଣପୁରରେ ପୂର୍ବାହ୍ନରେ ପହଞ୍ଚି ସେଠାରେ କୋଭିଡ ପରିସ୍ଥିତି ର ସମୀକ୍ଷା କରିଥିଲେ । କୋଭିଡ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ବିଷୟରେ ଗୁଣପୁର ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗୁଣପୁର ଆଦର୍ଶ ବିଦ୍ୟାଳୟର କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଥିଲେ । କୋଭିଡ କେନ୍ଦ୍ରର ସମସ୍ତ ବ୍ୟବସ୍ତା କିପରି ପରିଚାଳନା କରାଯାଉଛି ତାହା ଗୁଣପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ । କରନା ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମାନ୍ୟବର ଉପାଧ୍ୟକ୍ଷ ପରାମର୍ଶ ଦେଇଥିଲେ । ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେବା ଓ ସାମୂହିକ ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହାପରେ ମାନ୍ୟବର ଉପାଧ୍ୟକ୍ଷଙ୍କ ରାମନଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ ଏବଂ ସେଠାରେ ବିଡ଼ିଓ ରାମନଗୁଡ଼ା ଓ ଅନ୍ୟ।ନ୍ୟ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ରାଜ୍ୟ ଆଦିବାସୀ ହରିଜନ କଲ୍ୟାଣ ଓ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ସାରକା, ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର କୁମାର ଦାସ, ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ଗୁଣପୁର ଉପ ଜିଲ୍ଲାପାଳ ଡକ୍ଟର ସିଦ୍ଧେଶ୍ଵର ବଳିରାମ ବନ୍ଦୋର, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରଚାନ୍ଦ ଗମାଙ୍ଗ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।
ଆଜିର ଜିଲ୍ଲା ସ୍ଥରୀୟ ବୈଠକରେ ଉପଜିଲ୍ଲାପାଳ, ରାୟଗଡ,ଜିଲ୍ଲା ମୂଖ୍ୟ ଚିକିତ୍ସା ଆଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଉଧ୍ୟାନ ଉପନିର୍ଦେଶକ,ପ୍ରକଳ୍ପ ନିର୍ଦେଶକ ଜଳଛାୟା ମିଶନ,ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news