ଭୁବନେଶ୍ୱର : ସମୟ ବଡ ବଳବାନ, ଜଗା ହାତରେ ପଗା, ନାଗଫାଶ, ଚକା ଆଖି ସବୁ ଦେଖୁଛି, ଚିଲାକା ଦଣ୍ଡା ବାଳୁଙ୍ଗା ପରି ବହୁ ଓଡ଼ିଆ ଚଳଚିତ୍ର କରିଥିବା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି l 70ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି l
ସମ୍ ହସ୍ପିଟାଲରେ କୋଭିଡ୍-୧୯ ଭ୍ୟାକସିନ ମଣିଷ ଉପରେ ପ୍ରୟୋଗ….
ଭୁବନେଶ୍ୱର : ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱିକୃତି ଦିଆଯାଇଥିବା ବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରଯାଇଛି ।
ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ସହଯୋଗରେ ଏହି ଭ୍ୟାକସିନ୍ର ପ୍ରସ୍ତୁତି ଚାଲିଥିବାବେଳେ ସମ୍ ହସ୍ପିଟାଲରେ ଏହାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ଭାବେ ପ୍ରିଭେନ୍ଟିଭ ଆଣ୍ଡ ଥେରାପିଉଟିକ୍ କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଂଟର (ଆର୍ଏମ୍ଆର୍ସି) ର ନିଦେ୍ର୍ଧଶିକା ଡଃ ସଂଘମିତ୍ରା ପତି, ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଯୋଗ ଦେଇଥିବା ବେଳେ, ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ସମ୍ ହସ୍ପିଟାଲର କମୁ୍ୟନିଟି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ ଏବଂ ଭ୍ୟାକସିନ୍ ଟ୍ରାଏଲର ମୁଖ୍ୟ ପରୀକ୍ଷକ ତଥା କମୁ୍ୟନିଟି ମେଡିସିନ ବିଭାଗର ପ୍ରଫେସର ଡଃ ଇ ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
ସୋମବାର ଭ୍ୟାକସିନ୍ ଟ୍ରାଏଲର ସ୍କ୍ରିନିଙ୍ଗ ଆରମ୍ଭ କରାଯାଇଥିବା ବେଳେ ୧୮ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀ ମାନଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ କରାଯିବ ବୋଲି ଡଃ ରାଓ କହିଛନ୍ତି । ଏହି ବହୁ ପ୍ରତିକ୍ଷିତ ଭ୍ୟାକସିନ୍ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଓଡ଼ିଶାର ଏକମାତ୍ର ହସପିଟାଲ୍ ଭାବେ ଆଇଏମଏସ ଆଣ୍ଡ ସମ୍ ହସପିଟାଲ ମନୋନୀତ ହୋଇଥିବା ବେଳେ ସୋମବାର ଶୁଭାରମ୍ଭ ହୋଇଥିବା କ୍ଲିନିକାଲ୍ ଟ୍ରାଏଲ ୟୁନିଟ୍ ଓଡିଶାର ଏକମାତ୍ର କେନ୍ଦ୍ରଭାବେ ସମ୍ ହସ୍ପିଟାଲ୍ରେ ତାର କାର୍ଯ୍ୟ ଆରମ୍ଭ କରିଛି ।
ଏହି କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ ପରେ ଗଣମାଧ୍ୟକୁ ସୂଚନା ଦେଇ ଡଃ ରାଓ କହିଛନ୍ତି ଯେ ଦେଶ ସମେତ ବିଦେଶର ଅନେକ ଗବେଷଣା ଅନୁଷ୍ଠାନ କରୋନା ଟୀକାର ପରୀକ୍ଷଣ କରୁଛନ୍ତି । ଏହି ପରୀକ୍ଷଣ ନିମନ୍ତେ ଶୁଭାରମ୍ଭ ହୋଇଥିବା ୟୁନିଟ୍ ଟି କ୍ଲିନିକାଲ ଟ୍ରାଏଲର ବିଭିନ୍ନ ଦିଗ ଉପରେ ମନୋନିବେଶ କରି କାର୍ଯ୍ୟ କରିବ ।
୪ଟି ପର୍ଯ୍ୟାୟରେ ମଣିଷ ଉପରେ ଏହି ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି । ସେହିପରି ଏହି କାର୍ଯ୍ୟରେ ଗୁଣବତା, ମୂଲ୍ୟବୋଧ, ରୋଗୀଙ୍କ ସୁରକ୍ଷା ଉପରେ ଦୃଢ଼ ଦୃଷ୍ଟି ଦେବୁ । ଡ୍ରଗସ୍ କଂଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ ଏବଂ ସେଂଟ୍ରାଲ୍ ଡ୍ରଗ ଷ୍ଟାଣ୍ଡାଡାଇଜେସନ କଂଟ୍ରୋଲର ଅରଗାନାଇଜେସନ ଦ୍ୱାରା ଅନୁମୋଦିତ ଭ୍ୟାକସିନ୍ହିଁ ଏହି ପରୀକ୍ଷଣରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଏହି କରୋନା ମହାମାରୀରୁ ମାନବସମାଜକୁ ବଂଚାଇବା ପାଇଁ ଯେଉଁ ସ୍ୱେଚ୍ଚାସେବୀ ମାନେ ଏହି ଟିକା ପରୀକ୍ଷଣରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତିି ସେମାନେ http://ptctu.soa.ac.in/ ୱେବସାଇଟରେ ନିଜନାମ ପଂଜିକୃତ କରନ୍ତୁ ଅଥବା ୮୯୧୭୨୧୧୨୧୪ ହ୍ୱାଟସ୍ଆପ୍ ନମ୍ବରରେ ଯୋଗାଯୋଗ କରନ୍ତୁ ବୋଲି ଡଃ ରାଓ କହିଛନ୍ତି ।
କୋଭିଡ୍-୧୯ ମହାମାରୀ ଦ୍ୱାରା ଉଦ୍ଭବ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ନିମନ୍ତେ ଜରୁରୀ ହୋଇପଡ଼ିଥିବା ଭ୍ୟାକସିନ୍ର ମଣିଷ ଉପରେ ପ୍ରୟୋଗ ନେଇ ପରୀକ୍ଷଣ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଇସିଏମଆର ପକ୍ଷରୁ ସମ୍ ହସପିଟାଲ୍କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ଆଇସିଏମଆର – ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ ଭିରୋଲଜି, ପୁଣେ ଦ୍ୱାରା ପୃଥକ କରାଯାଇଥିବା ଏହି ଭାଇରସର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ୍ ପ୍ରସ୍ତୁତ କରଯାଉଛି । ଆଇସିଏମଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି । ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିସାରିଛି ।
ଦେଶରେ ଫେବ୍ରୁଆରୀ ସୁଦ୍ଧା ଆସିପାରେ କରୋନା ଟିକା…
ଭୁବନେଶ୍ୱର: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ବ୍ରେକ୍ ଲଗାଇବା ପାଇଁ ସାରା ବିଶ୍ୱ ଏବେ ଟିକା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ଏଥିମଧ୍ୟରେ ଭାରତ ତିଆରି କରୁଥିବା କୋଭିଡ-୧୯ ଟିକା ଆସନ୍ତା ୨୦୨୧ ଫେବ୍ରୁଆରୀ ସୁଦ୍ଧା ଆସିପାରେ । ପଶୁ ଉପରେ ଏହି ଭ୍ୟାକସିନ ଟ୍ରାଏଲ ସଫଳ ହୋଇଛି।ଏବେ ପ୍ରଥମ ପର୍ଯ୍ୟାୟରେ ୩୧୫ ଜଣ ମଣିଷ ଉପରେ ଟ୍ରାଏଲ କରାଯାଉଛି। ସଫଳତା ପରେ ସେକେଣ୍ଡେ ଟ୍ରାଏଲ ହେବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।
ଏବେ ଦେଶରେ ଆଇଏଲ୍ଏସ୍ ସହ ୬ଟି ସଂସ୍ଥାକୁ ଆଂଟିଭାଇରସ ଟେଷ୍ଟ ପାଇଁ କୁହାଯାଇଛି । ଅଗଷ୍ଟରୁ ଏହି ଟେଷ୍ଟ ଆରମ୍ଭ ହେବ । ଯଦି ସଫଳତା ମିଳେ ତେବେ ଡିସେମ୍ବର, ଜାନୁଆରୀ, ଫେବୁଆର ବେଳକୁ ଭ୍ୟାକସିନ ଆସିବ । ସାରା ଭାରତ ବର୍ଷରେ ହଜାରେ ଜିନୋମର ଅନୂଧ୍ୟାନ କରାଯାଉଛି । ଓଡିଶାରେ ୨୨୫ଟିର କରାଯାଇଛି ।
ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର…
ଭୁବନେଶ୍ୱର : ସାରା ରାଜ୍ୟରେ ସର୍ଭେ କାମରେ ନିୟୋଜିତ ଆଶା, ଅଙ୍ଗନବାଡି କର୍ମୀଙ୍କ ସହିତ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଯୋଦ୍ଧା ମାନଙ୍କ ପ୍ରୋତ୍ସାହନ ରାଶି ପରିମାଣରେ ବୃଦ୍ଧି
ତା.20.୭.୨୦ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ –
• ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜ୍ମା ଥେରାପି ଆରମ୍ଭ କରାଯିବ। ଏହାଦ୍ବାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ରୋଗୀମାନେ ପ୍ଲାଜ୍ମା ଥେରାପି ସୁବିଧା ପାଇପାରିବେ ଏବଂ କୋଭିଡ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ ଭୁବନେଶ୍ବରର ସମ୍ କୋଭିଡ ହସ୍ପିଟାଲ ଓ କଟକର ଅଶ୍ବିନୀ କୋଭିଡ ହସ୍ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜ୍ମା ଥେରାପି ଆରମ୍ଭ ହୋଇଛି ଏବଂ ଏହା ସୁଫଳ ମଧ୍ୟ ଦେଇଛି। ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଅଛି ।
• ବ୍ରହ୍ମପୁରର ଅମିତ ହସ୍ପିଟାଲରେ ୧୬ଟି ଆଇ.ସି.ୟୁ ବେଡ୍ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଏହାକୁ କଟକର ଅଶ୍ବିନୀ ହସ୍ପିଟାଲ ପରିଚାଳନା କରିବ। ଏଥିପାଇଁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଅଶ୍ବିନୀ ହସ୍ପିଟାଲ ମଧ୍ୟରେ MoU ସ୍ବାକ୍ଷରିତ ହୋଇଛି।
• ଗଞ୍ଜାମରେ କୋଭିଡ ମୁକାବିଲାକୁ ଆହୁରି ସୁଦୃଢ କରିବା ପାଇଁ ୨ ଜଣ ଆଇ.ଏ.ଏସ୍ ଅଫିସର, ୨୫ ଜଣ ଓ.ଏ.ଏସ୍ ଅଫିସର, ୧୦୫ ଜଣ ORS ଅଫିସର, ୩୦ ଜଣ MBBS ଡାକ୍ତର, ୧୦୦ ଜଣ ଆୟୁଶ ଡାକ୍ତର ଏବଂ ୨୭ ଜଣ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ନିୟୋଜିତ କରାଯାଇଛି। ଏହାସହିତ ୩ ଜଣ ଡି.ଏସ୍.ପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର ଏବଂ ୧୦ ପ୍ଲାଟୁନ ପୋଲିସ ମଧ୍ୟ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି।
• ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।
• ଗଞ୍ଜାମ ଜିଲ୍ଲାରେ ଆମ୍ବୁଲାନ୍ସ ସେବାକୁ ଆହୁରି ଦକ୍ଷ ଓ ସୁଦୃଢ କରାଯାଇ ରୋଗୀ ମାନଙ୍କୁ ଯେପରି ଠିକ୍ ସମୟରେ ସେବା ଯୋଗାଇ ଦେଇପାରିବେ, ତାକୁ ସୁନିଶ୍ଚିତ କରାଯିବ। ଆବଶ୍ୟକତା ଅନୁଯାୟୀ ୧୦୦ଟି ଆମ୍ବୁଲାନ୍ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଗଲା ।
• କୋଭିଡ ସମୟରେ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଫୋକ୍ସ କରାଯାଇ କାଉନସେଲିଂ ପାଇଁ ପ୍ରଫେସନାଲ୍ ମାନଙ୍କୁ ଦାୟିତ୍ବ ଦିଆଯିବ।
ସେହିପରି ସାରା ରାଜ୍ୟର କୋଭିଡ ପରିଚାଳନାକୁ ଦୃଢ କରିବାପାଇଁ ମୁଖ୍ୟମନ୍ତ୍ରୀ କେତେକ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ
• ସାରା ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ, କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା କୋଭିଡ କେୟାର କେନ୍ଦ୍ରରେ କାମ କରୁଥିବା ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ପାଇଁ ଦୈନିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିବା ଦିନ ମାନଙ୍କରେ ଡାକ୍ତରମାନେ ଦୈନିକ ୧୦୦୦ ଟଙ୍କା, ପାରାମାଡିକାଲ କର୍ମଚାରୀ ମାନେ ଦୈନିକ ୫୦୦ ଟଙ୍କା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଦୈନିକ ୨୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।
• ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ଆଶାକର୍ମୀ ମାନେ ୨୦୨୦ ଜୁଲାଇ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସର୍ଭେ ଓ ସ୍ବତନ୍ତ୍ର ସର୍ଭେ ପାଇଁ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।
• ଘରକୁ ଘର ବୁଲି ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ତଥା ସ୍ବତନ୍ତ୍ର ସର୍ଭେ କରୁଥିବା ଅଙ୍ଗନବାଡି କର୍ମୀମାନେ ଏହି ସର୍ଭେ ସମୟ ମଧ୍ୟରେ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।
ଗଞ୍ଜାମରେ କୋଭିଡ ନିୟନ୍ତ୍ରଣ ପାଇଁ ସମୟୋଚିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବଦ ଜଣାଇଥିଲେ। ଆଗକୁ ମଧ୍ୟ ଏହିପରି ଭାବେ ଉତ୍ସର୍ଗୀକୃତ ସେବା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ମଧ୍ୟ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ। ବାଚସ୍ପତି ଶ୍ରୀ ପାତ୍ର ସହରାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳ ଉପରେ ଅଧିକ ଫୋକ୍ସ କରିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ଯେଉଁ ମାନଙ୍କର ସୁବିଧା ଅଛି, ସେମାନଙ୍କ ପାଇଁ Home Isolationର ସୁବିଧା କରିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ ପରାମର୍ଶ ଦେଇଥିଲେ।
ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ କୋଭିଡ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ବାଲେଶ୍ଵରରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବେ ନବଜ୍ୟୋତି !
ବାଲେଶ୍ବର : ରାଜ୍ୟରେ ଅକାଳରେ ଦୁଇ ଜଣ ବିଧାୟକଙ୍କର ମୃତ୍ୟୁ ହୋଇଛି। ଫଳରେ ବାଲେଶ୍ବର ସଦର ଓ ତିର୍ତ୍ତଲ ବିଧାନସଭା ଆସନ ଏବେ ଫାଙ୍କା ପଡିଛି। ନିୟମ ଅନୁସାରେ ସେଠାରେ ୬ ମାସ ମଧ୍ୟରେ ଉପ ନିର୍ବାଚନ ହେବ। ସେଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ପାଗ ଭିଡ଼ିଲେଣି। ହେଲେ ଏହି ପାଗ ଭିଡାରେ କଂଗ୍ରେସ ଆଗରେ ଥିବାର ଅନୁମାନ କରାଯାଉଛି। କାରଣ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ପାଇଁ ନବଜ୍ୟୋତି ପଟ୍ଟନାୟକଙ୍କ ନାମ ଏବେ ସାମ୍ନାକୁ ଆସିଛି। ଏହା ଖୋଦ ଉପନିର୍ବାଚନ ଦାୟିତ୍ୱରେ ଥିବା ତାରା ବାହିନୀ ପତି କହିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ନବ ଜ୍ୟୋତି ପଟ୍ଟନାୟକ ସାଂସଦ ପ୍ରାର୍ଥୀ ଭାବେ ବାଲେଶ୍ବର ଲୋକସଭାରୁ ଲଢ଼ିଥିଲେ। ତେଣୁ ସମସ୍ତଙ୍କର ପ୍ରଥମ ପସନ୍ଦ ନବ ଜ୍ୟୋତି ପଟ୍ଟନାୟକ ବୋଲି ତାରା କହିଛନ୍ତି। ଆଉ ମଧ୍ୟ ସେ କହିଛନ୍ତି ସେଠାକାର ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲାର କିଛି ନେତା ଆସି ନବଜ୍ୟୋତିଙ୍କୁ ପ୍ରାର୍ଥୀ କରିବାକୁ ତାଙ୍କୁ ମତ ଦେଇଛନ୍ତି।ସେ ବିଧାୟକ ପ୍ରାର୍ଥୀ ହେଲେ ବିଜେଡି ଓ ବିଜେପିକୁ କଡା ଟକର ଦେଇ ପାରିବ କଂଗ୍ରେସ। ଏହି ବିଷୟରେ ସେ ପିସିସି ସଭାପତିଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି।
ସାମ୍ବାଦିକଙ୍କ ନିଆରା ସଚେତନତା ବାର୍ତ୍ତା….
ଭୁବନେଶ୍ୱର :ରାତି ଦୁଇଟା ପାଖାପାଖି ….ଗୋଟିଏ ସ୍ଵପ୍ନ ବିଚଳିତ କରିପକେଇଲା …ମୁଁ ଧଡପଡ ହେଇ ଉଠି ପଡଲି …
ବେଡ୍ ଉପରେ ବସିଲି …ଦେହରେ ଗମ୍ ଗମ ଝାଳ …ଦେହ
ଥରିଉଠୁଥାଏ …ଅନ୍ଦାର ଭିତରେ ପାଣି ବୋତଲରୁ ପାଣି ପିଇ କିଛି ସମୟ ପରେ …ପୁଣି ଶୋଇଲି
ସ୍ଵପ୍ନ ବେଳେବେଳେ ଏତେ ଭୟଙ୍କର ହେବ ବୋଲି ମୁଁ ବି ଭାବିନଥିଲି ….ସ୍ଵପ୍ନ ଟି ଥିଲା ।ରାତି ହୋଇଥାଏ ସବୁଆଡେ କିଟି କିଟି ଅନ୍ଦାର ,ସବୁଆଡେ କାନ୍ଦବୋବାଳୀର ସ୍ଵର ….ବାହୁନି ବାହୁନୀ କାନ୍ଦରେ କାନ ଯେମିତି ଫାଟି ପଡୁଥାଏ ।ସତେଯେମିତି ଅନେକ ଲୋକ ତାଙ୍କ ଆତ୍ମୀୟ ମାନଙ୍କୁ ହରେଇଦେଇଛନ୍ତି ସେମିତି କାନ୍ଦ ଆଉ ଚିତ୍କାର …କୁକୁର ର ର ଭୋ ଭୋ ବିକଟାଳ ରଡି ….
ଆଉ ଏକାଥରକେ ଅନେକ ଆମ୍ବୁଲାନ୍ସ ଓ ପୋଲିସ ଗାଡ଼ିର ର ଶବ୍ଦ … ଝରକା ରେ ମୁହଁ ଗଳେଇ ଚିତ୍କାର କରି ଡାକୁଥାନ୍ତି ଆମକୁ ମେଡିକାଲ ନେଇଚାଲ୍ ।କିଏ କହୁଥିଲା ମୋ ବାପାଙ୍କୁ ପ୍ଲିଜ ନେଇ ଚାଲ ,ସେ ନିସ୍ଵାସ ନେଇ ପାରୁ ନାହାଁନ୍ତି ।କିଏ କହୁଥାଏ ସାର୍ ମୋର ଛୋଟ ପୁଅଟା କୁ ନେଇଚାଲ ଆମ୍ବୁଲାନ୍ସ ରେ …ମୋ ପୁଅ ମରିଯିବ …ଏମିତି ସବୁ …ସତେ ଯେମିତି ମୁଁ ମଝି ରାସ୍ତାରେ ଠିଆ ହୋଇଛି ମୋ ଚାରିପଖଦେଇ ଯେମିତି ଆମ୍ବଲାନସ୍ ସବୁ ଆଓ୍ଵାଜ କରି କ୍ଷିପ୍ର ଗତିରେ ମାଡିଯାଉଛନ୍ତି । ହସପିଟାଲରେ ବେଡ୍ ଅଭାବ ଯିଏ ଯେଉଁଠି ପଡିଥାନ୍ତି …..ମୃତ ଶରୀର ବି ହସପିଟାଲରେ ଅନବରତ ବୁହା ଚାଲିଛି …ଆଉ ସମସ୍ତଙ୍କୁ କୋରନା ହେଇଯାଇଛି ….କ୍ଷୀପ୍ର ବେଗରେ ମଡିଚାଲିଛି ମାହାମାରୀ ….
ସତରେ ଆମେ ଯଦି ସଚେତନ ନହେବା …ଏ ସ୍ଵପ୍ନ ହୁଏତ ସତ ହେବ …ଥରେ ଭାବିଲେ କେତେ ଭୟଙ୍କର ହେବ ….
ତପନ କୁମାର
ଯୁବ ସାମ୍ବାଦିକ
ନୂଆ ରୂପ ନେବାକୁ ଯାଉଛି ଏନସି କଲେଜ :ଭବପ୍ରସାଦ ଦାସ
ଯାଜପୁର : ଭବପ୍ରସାଦ ଦାସ। ଏନସି କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି। ଆଜି କଲେଜର ୭୫ବର୍ଷ ପୂର୍ତ୍ତି ତଥା ପ୍ଲାଟିନମ ଜୁବଲି ଅବସରରେ ଏଠାରେ ପଢୁଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସେ ସର୍ବଦା କଲେଜ ପାଖରେ ଋଣୀ ବୋଲି କହିଛନ୍ତି। କାରଣ ଏହି ଶିକ୍ଷା ଅନୁଷ୍ଠାନ ହିଁ ତାଙ୍କୁ ପ୍ରଥମେ ନେତୃତ୍ୱ ନେବାର ଦିଗ ଦେଖାଇଥିଲା। ଏହି କଲେଜରୁ ସେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ସେଥିପାଇଁ ସେ କଲେଜର ଉନ୍ନତି ପାଇଁ ସବୁବେଳେ ଚେଷ୍ଟା କରୁଥିବା କହିଛନ୍ତି।
ଭବପ୍ରସାଦ ଦାସ ଏନ ସି କଲେଜରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ପରେ ଯାଜପୁର ପୌର ପାଳିକାର ଅଧ୍ୟକ୍ଷ ହୋଇଥିଲେ l ଜଣେ ଯୁବ ନେତା ତଥା ସୁସଂଗଠକ ଭାବରେ ତାଙ୍କର ବେଶ ଖ୍ୟାତି ମଧ୍ୟ ରହିଛି ଯାଜପୁରରେ । ସେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଓ ଜିଲ୍ଲାପାଳଙ୍କ ବାରମ୍ବାର ଏନସି କଲେଜ ଉପରେ ଆଲୋଚନା କରି କଲେଜ ଉନ୍ନତିକରଣ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି l ଏବେ କଲେଜକୁ କିପରି ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିବ ସେଥିପାଇଁ ଯେ ପ୍ରୟାସ ଜାରୀ ରଖିଛନ୍ତି l ଯାଜପୁର ବିଧାୟକଙ୍କ ସହଯୋଗରେ କଲେଜ ପରିସରରେ ନୂଆ ବିଜ୍ଞାନ ବିଭାଗ, ବାଣିଜ୍ୟ ବିଭାଗର କୋଠା ନିର୍ମାଣ ହୋଇସାରିଛି। ନିଜେ ବିଧାୟକ କହିଛନ୍ତି ଆଉ 2ବର୍ଷ ଭିତରେ କଲେଜର ନକ୍ସା ବଦଳିଯିବ l ପୁରାତନ ଛାତ୍ର ଛାତ୍ରୀ ଓ କଲେଜ କର୍ତୃପକ୍ଷଙ୍କ ସହ ବହୁବାର ଆଲୋଚନା କରି ବିଧାୟକ ପ୍ରଣବ ପ୍ରକାଶ ଦାସ କଲେଜକୁ ନୂଆ ରୂପ ଦେବା ସହ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି l ଆଜି କଲେଜର ପ୍ଲାଟିନମ ଜୁବଲିରେ ସେ ତାଙ୍କ କଲେଜ ସମୟର ଅନୁଭୂତିକୁ ମନେ ପକାଇବା ସହ କଲେଜର ଉନ୍ନତିରେ ଯୋଗଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏନସି କଲେଜକୁ ଯେଉଁ ସ୍ବପ୍ନ ଦେଖିଛନ୍ତି ଓ କଲେଜର ନୂଆ ରୂପ କେମିତି ହେଵ ତାହାର ଫୋଟୋ ଦେଇଛନ୍ତି l ଯାଜପୁର ବିଧାୟକଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ବିଧାୟକ ଯେଉଁ ବାର୍ତ୍ତା ଦେଇଛନ୍ତି ଆମ କଲେଜକୁ ଆମେ ଗଢିବା ତାହାକୁ ସଫଳ କରିବାକୁ ଆସିବାକୁ ଭଵ ପ୍ରସାଦ ଅଣ୍ଟା ଭିଡିଛନ୍ତି l
୭୫ ବର୍ଷରେ ପାଦ ଥାପିଛି ଏନ.ସି କଲେଜ….
ଯାଜପୁର : ଯାଜପୁର ଜିଲ୍ଲାର ଏକ ନମ୍ବର କଲେଜ ହେଉଛି ନରସିଂହ ଚୌଧୁରୀ ସ୍ୱୟଂ ଶାସିତ କଲେଜ(ଏନ ସି କଲେଜ)। ୧୯୪୬ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏହି କଲେଜ। ଯାଜପୁର ବ୍ଲକ ଅଫିସ ସାମ୍ନାରେ ପ୍ରତିଷ୍ଠିତ ଏହି କଲେଜ ସହ ମୋ ଜୀବନ ଯୋଡି ହୋଇ ଯାଇଥିଲା। ୨୦୦୩ ମସିହାରେ ମା ବିରଜାଙ୍କ ଆଶୀର୍ବାଦ ରୁ ମୁଁ +୨ ପାଠ ଆରମ୍ଭ କରିଥିଲି ଜଣେ କଲେଜ ଛାତ୍ର ଭାବେ। ବାସ୍ ୫ ବର୍ଷ ପୁରା ପଢ଼ିଲି । ଆଉ ୫ ବର୍ଷର କ୍ୟାରିୟର ଭିତରେ ୪ ଥର ଛାତ୍ର ନିର୍ବାଚନରେ ବିଜୟ ଲାଭ କରିଛି। ଏହାସହ ଶେଷରେ ଏନ ସି କଲେଜର ସଭାପତି ହେବାର ମଧ୍ୟ ସୌଭାଗ୍ୟ ପାଇଛି। ଏଥିପାଇଁ ମୋ ସମୟରେ ପଢ଼ୁଥିବା ସବୁ ଭାଇ ଭଉଣୀମାନଙ୍କୁ ଆଜିର ୭୫ ବର୍ଷ ପ୍ଲାଟିନଂ ଜୁବୁଲି ଅବସରରେ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଉଛି। ନାଲିଆ କୋଠା ସହ ଚାରିପାଖେ ଗାଁର ପରିବେଶ। କଲେଜ ପଛପାଖ ଦେଇ ଯିଏ ଥରେ କଲେଜ ଭିତରୁ ଆସିଛି ସେ ସବୁ କିଛି ଭୁଲି ଯାଇଛି। ପାଠପଢା ସହ ଭାଇଚାରା ସବୁ କିଛି ଶିଖାଏ ଏହି କଲେଜ। ମୋଟାମୋଟି ଭାବେ କହିବାକୁ ଗଲେ କେବଳ ଡିଗ୍ରୀ ନୁହେଁ ଭଲ ମଣିଷ ହେବାକୁ ଜ୍ଞାନ ଦେଇଥାଏ। ପ୍ରକୃତିର ଅପୁର୍ବ ସୌନ୍ଦର୍ଯ୍ୟ କଲେଜ ଚାରିପାଖକୁ ଘେରି କି ରଖିଛି। ଧାନ କ୍ଷେତ ବଡ଼ ବଡ଼ ଗଛ ମୋ କଲେଜ ଚାରି ପାଖରେ ଦେଖିବାକୁ ମିଳେ।
କଲେଜ କାନ୍ଥକୁ ଲାଗି ଆଜିବେଷ୍ଟ ସାଇକେଲ ଷ୍ଟାଣ୍ଡ, ଅବଶ୍ୟ ଏବେ ଏହା ଛାତ ପଡ଼ିଗଲାଣି। କଲେଜ କ୍ୟାମ୍ପସକୁ ସୁନ୍ଦର କରୁଥାଏ ଛାତ୍ରାବାସ, ଛାତ୍ରୀବାସ ଓ ବିଭିନ୍ନ ମେସ ।ଯାଜପୁର ସହ ପଡୋଶୀ ଜିଲ୍ଲାର ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ ଗଢିବା ପାଇଁ ଏଠାକୁ ପାଠ ପଢିବାକୁ ଆସନ୍ତି। ଏ କଲେଜର ବିଶେଷତ୍ୱ ହେଉଛି ଏଠି ସମସ୍ତେ ସମାନ। +୨,+୩ ପରୀକ୍ଷାରେ ଏହି କଲେଜର ଅଧିକାଂଶ ଛାତ୍ରଛାତ୍ରୀ ବେଶ ଭଲ ନମ୍ବର ରଖି ପାସ କରନ୍ତି। ଅନ୍ୟ କଲେଜ ପରି ଏଠାରେ ବିଶେଷ ଛାତ୍ର ଅଶାନ୍ତି ଦେଖାଯାଏନି। ପୁରା ଜିଲ୍ଲାରେ ଏନସି କଲେଜ ଏକ ପ୍ରତିଷ୍ଠିତ କଲେଜ। ସବୁ କଲେଜ ପରି ମୋ କଲେଜରେ ମଧ୍ୟ ଅଧ୍ୟାପକ ସହ ଭିତ୍ତି ଭୂମିର ଅଭାବ ଥିଲା। ହେଲେ ଏଥିରେ ଧୀରେ ଧୀରେ ସୁଧାର ଆସିଛି। ୧୯୯୯ ମସିହାରେ ସ୍ୱୟଂ ଶାସିତ କଲେଜର ମାନ୍ୟତା ପାଇଲା ଏହି କଲେଜ କଲେଜର ଭିତ୍ତିଭୂମି ବିକାଶ ହେଲା। ଅଧିକ ସ୍ନାତକ ବିଷୟ ସହ ସେଲ୍ଫ ଫାଇନାସିଙ୍ଗ କୋର୍ସ ପଢ଼ିବାର ସୁଯୋଗ ପାଇଲେ ଛାତ୍ରଛାତ୍ରୀ। ଏନସି କଲେଜ ଆଜି ୭୫ ବର୍ଷରେ ପାଦ ଥାପିଛି। ପ୍ଲାଟିନମ ଜୁବୁଲି ପାଇଁ ଏଠାରେ ଶିକ୍ଷାଲାଭ କରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ପୁରାତନ ଛାତ୍ରମାନେ ସାମାଜିକ ଗଣମାଧ୍ୟମରେ ଗ୍ରୁପ କରି ଯୋଡି ହୋଇଛନ୍ତି। ଅନେକ ଛାତ୍ର ଆଗକୁ କଲେଜରେ କଣ ହେବା ଦରକାର ସେ ନେଇ ମତ ଦେଇଛନ୍ତି। ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଁ ଏବେ ଦାବି ହେଉଛି। ହେଲେ ମୋ ମତରେ ଦିନେ ନାଲିଆ କୋଠା ଥିବା ଏନ.ସି କଲେଜ କ୍ୟାମ୍ପସ ସହ ବହୁ ତଳ କୋଠା ଯୋଡି ହୋଇଗଲାଣି। ନୂତନ ହଷ୍ଟେଲ ,ନୂତନ ଗ୍ୟାଲେରୀ ,କ୍ଲାସ ରୁମ ହୋଇସାରିଛି। ଆଗକୁ ଏନସି କଲେଜର ରୂପ ରେଖ କଣ ହେବ ସେ ନେଇ ମଧ୍ୟ ଖସଡ଼ା ପ୍ରସ୍ତୁତ ହୋଇସାରିଛି। ପୁରା ଏନସି କଲେଜର ନକ୍ସା ଧୀରେ ଧୀରେ ବଦଳି ଯିବ । ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ସହଭାଗୀତା ଦରକାର। ଶେଷରେ ଗୋଟେ କଥା କହିବି ମୋ ପାଠପଢା ସରିବା ପରେ ଅନେକ ନୂଆ ଫର୍ଦ୍ଦ ଯୋଡି ହୋଇଛି ମୋ କଲେଜ ଇତିହାସର ଡାଇରୀରେ। ଆଗକୁ ଆହୁରି ଯୋଡି ହେବ। ହେଲେ ଶିକ୍ଷା ବାତାବରଣକୁ କିପରି ଅଧିକ ଗୁରୁତ୍ୱ ଦିଆଯିବ ସେଥପ୍ରତି ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ।
ଚିନ୍ମୟ ମହାପାତ୍ର
ପୂର୍ବତନ ଛାତ୍ର ସଂସଦ ସଭାପତି ଏନସି କଲେଜ
ଶ୍ରୀକ୍ଷେତ୍ର ପରି ଝଲସିବ ବିରଜା କ୍ଷେତ୍ର……
ଯାଜପୁର : ବଦଳିବ ଯାଜପୁର ବିରଜା କ୍ଷେତ୍ରର ନକ୍ସା l ଆଗକୁ ବିରଜା କ୍ଷେତ୍ର ନୂଆରୂପ ନେବ l ରାଜ୍ୟ ସରକାର ଏବେ ଓଡ଼ିଶାର ତୀର୍ଥକ୍ଷେତ୍ରମାନଙ୍କର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି। ଯେମିତି କି ଶ୍ରୀମନ୍ଦିରର ଓ ଲିଙ୍ଗରାଜ ମନ୍ଦିରର ସମ୍ପୂର୍ଣ୍ଣ ରୂପରେଖ ବଦଳାଇ ଯାଇଛି। ଠିକ୍ ସେହିପରି ନୂତନ ରୂପ ପାଇବାକୁ ଯାଇଛି ଯାଜପୁର ବିରଜା କ୍ଷେତ୍ର। ଏନେଇ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।
ଯାଜପୁରକୁ ସବୁବେଳେ ନୂଆ ଉପ ଦେବାରେ ଲାଗିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ। ଯାଜପୁରର ଆରାଧ୍ୟ ଦେବୀ ମାଆ ବିରଜା। ବିଧାୟକ ବବି ନିଜେ ମାଙ୍କ ଜଣେ ବଡ ଭକ୍ତ। ତେଣୁ ସେ ଅନେକ ଥର କହିଛନ୍ତି ମାଆଙ୍କ ଆଶୀର୍ବାଦରୁ ମୁଁ ସବୁ କାମ କରିପାରୁଛି। ସେଥିପାଇଁ ବିରଜା ମନ୍ଦିରର ସୌନ୍ଦର୍ଯ୍ୟକରଣ କାମକୁ ଗୁରୁତ୍ୱ ଦେଇଛନ୍ତି ବବି।
ଠିକ୍ ଶ୍ରୀମନ୍ଦିର ଶୈଳୀରେ ମଧ୍ୟ ବିରଜା କ୍ଷେତ୍ରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ହେବ। ତେଣୁ ମନ୍ଦିର ଚତୁର ପାର୍ଶ୍ଵରେ ଥିବା ଜବର ଦଖଲ ଉଚ୍ଛେଦ କରାଯିବ। ପୁରୀ ସୌନ୍ଦର୍ଯ୍ୟକରଣ କାମର ସଫଳତା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଣବ ଏବେ ବିରଜା କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ମୁଖ୍ୟ କର୍ଣ୍ଣଧାରା ହେବେ l ନୂତନ ଯାଜପୁରର ବିନ୍ଧାଣି ପ୍ରଣବ ପୂର୍ବରୁ ବୈତରଣୀ ଘାଟ, ଯାଜପୁର ସହରକୁ ରିଙ୍ଗରୋଡ଼, କୁସୁମା ପୋଖରୀକୁ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଣତ କରିଛନ୍ତି l ଯାହା ଯାଜପୁର ସହରର ଆକର୍ଷଣ କରିଛି ପର୍ଯ୍ୟଟକଙ୍କୁ l
ଗ୍ରାଉଣ୍ଡରେ ଜିରୋରେ ନେତା……
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ଥର ଶାସନ ଭାର ଗ୍ରହଣ କଲା ପରେ ସମସ୍ତ ବିଜେଡି ନେତାଙ୍କୁ କାହିଁକି ବିଜେଡିକୁ ଲୋକ ଭୋଟ ଦେଉଛନ୍ତି ସେ ବିଷୟରେ ଅବଗତ କରାଇଥିଲେ। ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ନବୀନ କହିଥିଲେ ଯେ ସାଢ଼େ ୪ କୋଟି ଓଡ଼ିଶାବାସୀ ଯେଉଁ ବିଶ୍ୱାସ ଓ ଭଲ ପାଇବା ରଖି ବିଜେଡିକୁ ବାରମ୍ବାର କ୍ଷମତା ଦେଉଛନ୍ତି ଲୋକଙ୍କ ପ୍ରତି ମଧ୍ୟ ବିଜୁ ଜନତା ଦଳର ନେତା ଓ କର୍ମୀ ସେତିକି ଭଲ ପାଇବା ବଜାୟ ରଖିବା ଉଚିତ। ତେଣୁ ବିଳାସ ପୂର୍ଣ୍ଣ ଜୀବନ ଯାପନ ନୁହେଁ ସାଧାରଣ ଜୀବନ ଯାପନ ବିତାଇ ଲୋକଙ୍କ ସେବା କର। ନବୀନଙ୍କ ଏହି କେତେ ପଦ କଥାକୁ ଗ୍ରାଉଣ୍ଡରେ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି ଦଳର ଯୁବ ନେତାମାନେ। ଏହାକୁ ପୁରା ମନିଟରିଂ କରୁଛନ୍ତି ନବୀନଙ୍କ ଅତି ପ୍ରିୟ ତଥା ବିଜେଡି ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।ନିର୍ବାଚନ ସମୟ ହେଉ ଅବା ମହାମାରୀ ସମୟ ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସୁଖ ଦୁଃଖର ସେ ସାଥି ହୋଇଛନ୍ତି।ନିକଟରେ ମାଲକାନଗିରି ,କୋରାପୁଟ,ମୟୁରଭଞ୍ଜ, ଯାଜପୁର ,ଭଦ୍ରକ ,ବାଲେଶ୍ଵର ଓ କଳାହାଣ୍ଡି ଗସ୍ତ କରି ଏହି ମହାମାରୀ ସମୟରେ ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି। ରାଜ୍ୟ ବିଜେଡି ସଂଗଠନ ସମ୍ପାଦକଙ୍କ ଏପରି ସେବା ମନବୃତ୍ତୀ ଅନ୍ୟ ନେତାଙ୍କ ପାଇଁ ଆଦର୍ଶ ସାଜିଛି। ଯେଉଁଥିପାଇଁ ବିଜେଡିର ବିଧାୟକ ,ସାଂସଦ ଓ କର୍ମୀମାନେ ମଧ୍ୟ ଦିନ ରାତି ସେ କାର୍ଯ୍ୟରେ ଲାଗିଛନ୍ତି। ମହାମାରୀ ସମୟରେ ଯେତେବେଳେ ଲୋକେ ଭୁତାଣୁ ଭୟରେ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହିଛନ୍ତି ସେତେବେଳେ ନେତାଏ ଗ୍ରାଉଣ୍ଡ ଜିରୋରେ ବୁଲି ଲୋକଙ୍କ ସମସ୍ୟା ସହ ଜଡିତ ରହି ଲୋକଙ୍କ ମନ ଜିଣିଛନ୍ତି।
ସେହିପରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ,କୃଷି ମନ୍ତ୍ରୀ ଅରୁଣ ସାହୁ ,ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରି ଯୁବ ନେତାମାନେ ଗ୍ରାଉଣ୍ଡ ଜିରୋରେ ରହି ଲୋକଙ୍କ ପାଇଁ କାମ କରି ଏବେ ସାଧାରଣରେ ଚର୍ଚ୍ଚିତ ହୋଇଛନ୍ତି।














