ଭୁବନେଶ୍ୱର : କିଛିଦିନ ପରେ ପୁଣି ବିଧାନସଭାରେ କରୋନା ଭୟ । ବିଧାନସଭାର ୫ଜଣ କର୍ମଚାରୀ କରୋନା ରୋଗରେ ସଂକ୍ରମଣ ହୋଇଛନ୍ତି । ବିଧାୟକ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ବୈଠକରେ ନିଳଗିରି ବିଧାୟକଙ୍କ କରୋନା ପଜେଟିଭ ହେବା ପରେ ସବୁ ବୈଠକରେ ଯୋଗଦେଇଥିବା ୧୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୫ଜଣ କର୍ମଚାରୀଙ୍କ କରୋନା ପଜେଟର ରିର୍ପୋଟ ଆସିଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ବିଧାନସଭା କର୍ମଚାରୀଙ୍କ ପଜେଟିଭ ରିର୍ପୋଟ ଆସିବା ଦୁଇଥର ବିଧାନସଭାକୁ ସାନିଟାଇଜ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।ଏହି ୫ଜଣ କର୍ମଚାରୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସା ହେବା ପରେ ଏବେ ହୋମଆଇସୋଲେସନରେ ରହିଛନ୍ତି । ବିଧାନସଭା କର୍ମଚାରୀଙ୍କ କରୋନା ପଜେଟିଭ ଆସିବ ପରେ ଆଜି ବିଧାନସଭାକୁ ସାନିଟାଇଜ କରାଯାଇଛି । ପୁଣି ୩୧ ତାରିଖ ଦିନ ସାନିଟାଇଜ କରାଯିବ ବୋଲି ବାଚସ୍ପତି କହିଛନ୍ତି । ଏହାସହ ବାହାର ଲୋକଙ୍କୁ ବିଧାନସଭା ପ୍ରବେଶ ଉପରେ କଟକଣା ଜାରୀ କରିଛନ୍ତି ବାଚସ୍ପତି । ଯେଉଁମାନେ କରୋନ ରିର୍ପୋଟ ନେଗେଟିଭ ଦେଖାଇବେ ସେମାନଙ୍କୁ ବିଧାନସଭାକୁ ଛାଡ଼ିବାକୁ ନିଷ୍ପତି ନିଆଯାଇଛି । ବିଧାନସଭାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ୨ଥର ସାନିଟାଇଜ ହେବା ପରେ ଅଗଷ୍ଟ ୪ ତାରିଖ ଦିନ ବିଧାନସଭା ଖୋଲିବ । ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ଜଣେ କରୋନା ଆକ୍ରାନ୍ତ ବିଧାନସଭା ଡ଼ିସପେନସାରୀରେ ଚିକିତ୍ସା ହୋଇଥିଲେ । ଏହାପରେ ବିଧାନସଭାକୁ ସାନିଟାଇଜ କରାଯିବ ସହ ସଂପୃକ୍ତ ଡ଼ାକ୍ତର ସସପେଣ୍ଡ କରାଯାଇଥିଲା । ବାରମ୍ବାର ବିଧାନସଭାରେ କରୋନା ଭାଇରାସରେ ଲୋକେ ଆକ୍ରାନ୍ତ ହେଉଥିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ସମ ହସ୍ପିଟାଲ ପାଇଁ ସୁରଙ୍କ ଦୁଃଖ ପ୍ରକାଶ ..
କରୋନା ମହାମାରୀକୁ ଦୃଢତାର ସହ ରାଜ୍ୟ ସରକାର ମୁକାବିଲା କରୁଛନ୍ତି । ଏଥିରେ ବିଭିନ୍ନ ଘରୋଇ ହସ୍ପିଟାଲ ମଧ୍ୟ ବେଶ ସହଯୋଗ କରୁଛନ୍ତି । ବିଶେଷ କରି ସମ ହସ୍ପିଟାଲ ପ୍ରମୁଖ ଭୂମି୍କା ନେଇଛି କରୋନ ମହାମାରୀ ସମୟରେ । ଭୁବନେଶ୍ୱର ୫୨୫ ଶର୍ଯ୍ୟା , କେନ୍ଦ୍ରପଡ଼ା, ୧୧୦ ଶର୍ଯ୍ୟ. ତାଳଚେର ୧୫୬ ଶର୍ଯ୍ୟାର ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ନିର୍ମାଣ କରି କରୋନା ରୋଗୀଙ୍କୁ ଚିକିତ୍ସା କରିବାରେ ପ୍ରମୁଖ ଭୂମିକା ନେଇଛି । କେବଳ ସେତିକି ନୁହେଁ, କୋଭିଡ଼ ପରୀକ୍ଷା ନିମନ୍ତେ ସମ ରାଜ୍ୟର ପ୍ରଥମ ଘରୋଇ ମେଡ଼ିକାଲ କଲେ ଭାବେ ମନୋନୀତି ହୋଇ କରୋନା କରୁଛି । ଏହାଛଡ଼ା ସମ ହସ୍ପିଟାଲରେ କୋଭିଡ଼ ୧୯ ଭ୍ୟାକସିନ ପରୀକ୍ଷଣ କରାଯାଇଛି । ପରିକ୍ଷଣ ନିମନ୍ତେ ମନୋନିତ ଦେଶର ୧୩ ଟି ମେଡ଼ିକାଲ ଅନୁଷ୍ଠାନ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ସମ ମନୋନୀତ ହୋଇ ପରିକ୍ଷଣ ଆରମ୍ଭ କରିଛି । ଏହାସହ ଲୋକଙ୍କ କରୋନା ସମୟରେ କିପରି ସଚେତନ ରହିବାକୁ ହେବ ତାହା ମଧ୍ୟ ହସ୍ପିଟାଲ କତ୍ତୁପକ୍ଷ ପ୍ରତ୍ୟେକ ଦିନ ବିଭିନ୍ନ ଜରିଆରେ ସଚେତନ କରୁଛନ୍ତି । ତେବେ ନିକଟରେ ରାଜ୍ୟ ସରୀକାର କୋଭିଡ଼ ପାଇଁ ୧୯ ହଜାର କୋଟି ଖର୍ଚ୍ଚ କରିଥିବା ହିସାବ ଦେବା ପରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏନେଇ ପ୍ରଶ୍ନ ଉଠାଇଥିଲେ । ଏହାସହ ସମ ଓ କିଟ ପରି ଘରୋଇ ହସ୍ପପିଟାଲ ବେଡ଼ ଗୋଟିକ ପାଇଁ ଅଧିକ ଅର୍ଥ ନେଉଥିବା ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ କରିବାର ୨୪ ଘଣ୍ଟା ଭିତରେ ଏନେଇ ଅନୁସନ୍ଦାନ କରିବାକୁ ପରେ ନିଜେ ବିଧାୟକ ସୁର ରାଉ୍ତରାୟ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସମ ହସ୍ପିଟାଲ ଭଲ ରୋଗୀ ସେବା କରୁଛି । ମୋ ଅଂଚଳର ରୋଗୀମାନେ ମଧ୍ୟ ଉପକୃତ ହେଉଛନ୍ତି । ମୁଁ ବାଉଳରେ ଏପରି କହିଦେଇଥିଲି । ତେଣୁ ଦୁଃଖ ପ୍ରକାଶ କରୁଛି । ଭୂଲ ତଥ୍ୟ ଦେଇ ବିଧାୟକ ଦୁଃଖ ପ୍ରକାଶ କରିବା ତାଙ୍କର ମହାନପଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ରାଜ୍ୟରେ କାୟା ମେଲାଉଛି କରୋନା : ଗୋଟେ ଦିନରେ ୧୫୯୪ ନୂଆ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ କୋରୋନା ଆଜି ଆଉ ୬ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ୩, ଭଦ୍ରକ, ଗଜପତି ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।ଏହି ୬ ଜଣଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୨୦ଜଣଙ୍କର ମୃତ୍ୟୁ ହେଲାଣି।
ଏବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୨୮ ଜିଲ୍ଲାରୁ ୧୫୯୪ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ରେ ପହଁଚିଛି।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୭୩୨କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଖୋର୍ଦ୍ଧାରୁ ୩୨୦, କଟକରୁ ୧୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୦, ବାଲେଶ୍ୱରରୁ ୨୨, ବରଗଡରୁ ୮, ଭଦ୍ରକରୁ ୬୦, ବୌଦ୍ଧରୁ ୪୧, ଢେଙ୍କାନାଳରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧, କନ୍ଧାମାଳରୁ ୧୭, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୨୦, କୋରାପୁଟରୁ ୩୩, ମାଲକାନଗିରିରୁ ୯, ମୟୂରଭଂଜରୁ ୩୨ , ନବରଙ୍ଗପୁରରୁ ୩, ନୟାଗଡରୁ ୧୦, ନୂଆପଡାରୁ ୧, ପୁରୀରୁ ୩୦, ସମ୍ବଲପୁପରୁ ୧୩, ସୋନପୁରରୁ ୪ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୧୦୭୬ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୫୨୭ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୮୧୪୮ଜଣ ଚିକିତ୍ସିତ ହେଉଥିବା ବେଳେ ଜଣ ୧୪୩୯୨ ସୁସ୍ଥ ହୋଇସାରିଲେଣି। ଏହାସହ ରାଜ୍ୟରେ ୧୨୦ଜଣଙ୍କର ଜୀବନ ନେଲାଣି କରୋନା ।
ଉପନିର୍ବାଚନ ପାଇଁ ଚାଲିଛି ଭିତିରିଆ ରଣନୀତି.
ଭୁବନେଶ୍ୱର : ୨୦୧୯ ନିର୍ବାଚନ ଫଳାଫଳ କହୁଛି ରାଜ୍ୟରେ ବିଜେଡ଼ି ୧ନମ୍ବର ଦଳ । ୧୪୭ ବିଧାନସଭା ଆସନରୁ ୧୧୨ ବିଜେଡ଼ି ବିଧାୟକ , ୨୩ ବିଜେପି ବିଧାୟକ,କଂଗ୍ରେସର ୯ ବିଧାୟକ , ୧ସ୍ୱାଧୀନ ଓ ୧ ସିପିଏମ ବିଧାୟକ ନିର୍ବାଚିତ ହୋଇଛନ୍ତି । ସେହିପରି ଲୋକସଭାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେଡ଼ି ୧୨ଟି , ବିଜେପି ୮ଟି ଓ କଂଗ୍ରେସ ୧ଟି ଆସନାରେ ବିଜୟ ଲାଭ କରିଛି । ନିର୍ବାଚନ ଫଳାଫଳ କହୁଛି ବିଜେଡ଼ି ଓଡ଼ିଶାର ୧ ନମ୍ବର ଦଳ । ବାଲେଶ୍ୱର ସଦର ଆସନରେ ମଦନ ମୋହନ ଦତ୍ତ ଓ ତିତ୍ତୋଲ ଆସନର ବିଷ୍ଣୁ ଦାସଙ୍କ ଅକାଳ ବିୟୋଗ ପରେ ଏହି ଦୁଇଟି ଆସନ ଏବେ ଖାଲି ପଡ଼ିଛି । ୬ମାସ ଭିତରେ ଏହି ଦୁଇଟି ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି । ୨୦୧୯ ନିର୍ବାଚନାରେ ତିତ୍ତୋଲ ବିଧାନସଭା ଆସନ ବିଜେଡ଼ି ଖାତାକୁ ଯାଇଥିବା ବେଳେ ବାଲେଶ୍ୱର ସଦର ଆସନ ବିଜେପି ଖାତାକୁ ଯାଇଥିଲା । ଉଭୟ ବିଧାନସଭା ଆସନରେ ତୃତୀୟ ସ୍ଥାନରେ ଥିଲା କଂଗ୍ରେସ । ଏବେ ଏହି ୨ଟି ଆସନରେ ଉପ ନିର୍ବାଚନ ହେବ । ଏଯାଏଁ ତାରିଖ ଘୋଷଣା ହୋଇନାହିଁ । ହେଲେ ପ୍ରତ୍ୟେକ ରାଜନୈତିକ ଦଳ ଭିତିରିଆ ରଣନୀତି ପ୍ରସ୍ତୁତ କଲେଣି , ଉପ ନର୍ବାଚନ ପାଇଁ । ୨ଟି ଯାକ ଆସନରେ ବିଜେଡ଼ି ଓ ବିଜେପି ନିଜ ଖାତାକୁ ନେବାକୁ ଚାହୁଛନ୍ତି । କଂଗ୍ରେସ ମଧ୍ୟ ଉଭୟ ଆସନରେ ଭଲ ପ୍ରାର୍ଥୀ ଦେଇ ଜିତିବା ଆଶା ପ୍ରକଟ କରିଛି । ଯଦି ୨୦୧୯ ପରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ସଂଗଠନ ସ୍ଥିତିକୁ ବିଚାର କରାଯିବ ତେବେ ବିଜେପି ଓ ବିଜେଡ଼ି ସଂଗଠନରେ ବ୍ୟାପକ ପରିବର୍ତ୍ତନ ଘଟିଛି । କଂଗ୍ରେସ ଏଯାଏଁ ତାହାର ଘର ସଜାଡ଼ି ପାରିନାହିଁ ଓ ସାଂଗଠିନକ ନବକଳେବର କରିପାରିନାହିଁ । ବିଜେଡ଼ି ପ୍ରଥମ ଥର ଲାଗି ୨୦୧୪ ଓ ୨୦୧୯ ନିର୍ବାଚନ ଓ ବିଜେପୁର ଉପ ନର୍ବାଚନ ଓ ପାଟକୁରା ନିର୍ବାଚନ ଦଳକୁ ବିପୁଳ ବିଜୟ କରିଥିଲା ।ଏହାସହ କଠିନ ପରିଶ୍ରମ କରିଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସଂଗଠନ ସମ୍ପାଦକ ଦାୟିତ୍ୱ ଦେଇଛି । ପ୍ରଣବ ଦାୟିତ୍ୱ ନେବା ପରେ ବିଜେଡ଼ି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ଗୁପ୍ତ ରଣନୀତି କରିଛନ୍ତି। ଦଳରକୁ ତୃଣମୂଳସ୍ତରୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଯେଉଁଥି ପାଇଁ ନିଜେ ଜିଲ୍ଲାଗ୍ରସ୍ତ କରି ସଂଗଠନର ସମୀକ୍ଷା କରିବା ସହ ଦୋଷ ଦୁର୍ବଳତାକୁ ଦୂର କରୁଛନ୍ତି । ଏହାସହ ଗ୍ରାଉଣ୍ଡରେ ଦଳକୁ ଅଧିକ ମଜବୁତ କରିବା ପାଇଁ ନେତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । କେବଳ ସେତିକି ନୁହେଁ, ୨୦୧୯ରେ ଦଳ ବିଜେଡ଼ି ସଂଗଠନ ଯେଉଁଠି ଦୁର୍ବଳ ଥିଲା ତାହାକୁ ଫୋକସ କରିଛନ୍ତି ପ୍ରଣବ । ସେ ମୟୁରଭଞ୍ଜ ହେଉ ଅବା କୋରାପୁଟ କି ପଶ୍ଚିମ ଓଡ଼ିଶା । ସବୁଠି ସଂଗଠନକୁ ମଜବୁତ କରିବା ପାଇଁ ନେତାଙ୍କ ସହ ଆଲୋଚନା କରି ସଂଗଠନକୁ କ୍ରୟାଶୀଳ କରିଛନ୍ତି । ତେଣୁ ଆଗମୀ ଉପ ନିର୍ବାଚନ ଦଳକୁ ଯେତେଟା କଠିନ ହେବ ନାହିଁ । ୨୦୧୯ ନିର୍ବାଚନ ଜିତିବା ପରଠୁ ବିଜେଡ଼ି କିନ୍ତୁ ତୃଣମୂଳ ସ୍ତରରେ ସଂଗଠନିକ କାର୍ଯ୍ୟକ୍ରମ ଅଧିକ କ୍ରୀୟାଶୀଳ କରିଥିଲା । ସେହିପରି ବିଜେପି ୨୦୧୯ ନିର୍ବାଚନରେ ପରେ ନୂଆ ସଭାପତି ପାଇଛି । ଦଳର ମଙ୍ଗ ଧରିଛନ୍ତି ସମୀର ମହାନ୍ତିି । ଏହାରି ଭିତରେ ଦଳ ସଂଗଠନକୁ ଅଧିକ କୟୀୟାଶୀଳ କରିବା ପାଇଁ ସଂଗଠନର ନବକଳେବର ମଧ୍ୟ କରିଛି । ମୋଦି ସରକାରଙ୍କ ସଫଳତା କାହାଣୀ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରୟାସ କରିଛି । ହେଲେ ଦଳ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ମଧ୍ୟ ଶାସକ ବିଜେଡ଼ି ଦଳ ବିରୋଧରେ କେନ୍ଦ୍ର ଓ ରାଜ୍ୟର ଆଭିମୁଖ୍ୟ ନେଇ ଚିନ୍ତାରେ ପଡ଼ିଛି । ଯେଉଁଥି ପାଇଁ ଦଳ ବ୍ୟାକଫୁଟରେ ଟିକେ ରହିଛି । ଯାହା ଉପ ନିର୍ବାଚନରେ ଦଳକୁ କ୍ଷତିରେ ପହଞ୍ଚାଇ ପାରେ ବୋଲି ରାଜନୈିତିକ ସମୀକ୍ଷକମାନେ ପୂର୍ବ ଆକଳନ କରୁଛନ୍ତି । ତେବେ ଯେହେତୁ ୨୦୧୯ ନିର୍ବାଚନରେ ବାଲେଶ୍ୱର ସଦର ବିଜେପି ଖାତାକୁ ଯାଇଥିଲା ତେଣୁ ଉପ ନିର୍ବାଚନ ହେଲେ ବିଜେପିର ପାଲା ଭାରୀ ରହିବ ବାଲେଶ୍ୱର ସଦରରେ । କିନ୍ତୁ ଅନ୍ୟପଟେ ୨୦୧୯ ନିର୍ବାଚନ ଦୁଇଅଙ୍କ ଛୁଇପାରିନଥିବା କଂଗ୍ରେସ ସଂଗଠନ ରାଜ୍ୟରେ ସେତେଟା ସୁଧାର ଆସିନାହିଁ । ଦଳରେ ଏବେ ବି ଚୌକି ପାଇଁ ଛକାପଞ୍ଚା ଚାଲିଛି। କଂଗ୍ରେସ ଉଉୟ ବାଲେଶ୍ୱର ଓ ତିତ୍ତୋଲ ଆସନରେ ତୃତୀୟ ସ୍ଥାନରେ ଥିଲା । ତେବେ ତିତ୍ତୋଲ ଓ ବାଲେଶ୍ୱରରେ ଦଳ ଟକ୍କର ଦେବାକୁ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି । ତିତ୍ତୋଲରେ କିଛି କଂଗ୍ରେସ ଭୋଟକୁ ନେଇ ଦଳ ଲଢେଇ କରିବା ପାଇଁ ଆଶା ବାନ୍ଧିଥିବା ବେଳେ ବାଲ୍ୱେରରେ ପିିସିସି ସଭାପତିଙ୍କ ପୁଅକୁ ପ୍ରାର୍ଥୀ କରି ଟକ୍କର ଦେବାକୁ ସଜବାଜ ଆରମ୍ଭ କରୁଛି । ହେଲେ ୨୦୧୯ ନିର୍ବାଚନରେ ପରେ ଦଳରେ ଯେପରି ଗୋଷ୍ଠୀ ବିବାଦ ଲାଗି ରହିଛି ଓ ପିସିସି ସଭାପତି ପଦକୁ ନେଇ ଯେପରି ଟଣାଓଟରା ହୋଇଛନ୍ତି ନେତାଏ । ତେଣୁ ଏସବୁ ନିର୍ବାଚନାରେ କଂଗ୍ରେସକୁ କ୍ଷତି କରିବ ବୋଲି ରାଜନୈତିିକ ସମୀକ୍ଷକମାନେ ମତ ଦେଇଛନ୍ତି ।
ବିଗତ କେତେବର୍ଷରୁ ରେକର୍ଡ଼ କହୁଛି ଉପ ନିର୍ବାଚନର ଶାସକ ଦଳ ସପକ୍ଷରେ ଯାଇଛି । ଯଦି ନିକଟରେ ବିଜେପୁର ଉପ ନର୍ବାଚନ ଓ ୨୦୧୯ ବିଳମ୍ବରରେ ହୋଇଥିବା ପାଟକୁରା ନିର୍ବାଚନର ଫଳାଫଳ ସ୍ଥିତିକୁ ସମୀକ୍ଷା କରାଯିବ ତେବେ ଉଭୟ ନିର୍ବାଚନରେ ବିଜେଡ଼ି ବିରୋଧୀ ବିଜେପି ଓ କଂଗ୍ରେସର ରଣନୀତିକୁ ଫୁ କରି ୧ ନମ୍ବର ଦଳ ଭାବେ ଉଭା ହୋଇଛି । ତେଣୁ ଉପ ନିର୍ବାଚନ ସବୁ ଦଳ ପାଇଁ ୨୦୧୯ ନିର୍ବାଚନରେ ପରେ ଲୋକପ୍ରିୟତା କେତେ ଅଛି ତାହାର ମାପକାଠି ହେବ । ଯାହା ସବୁ ଦଳ ପାଇଁ ଅଗ୍ନପରୀକ୍ଷା ।
ମାନବିକତା ଦେଖାଇଲେ ସାମ୍ବାଦିକ : ଛୁଟିଲା ପ୍ରଶଂସାର ସୁଅ….
ଗଂଜାମ : ଏ କରୋନା ମହାମାରୀ ସମୟକୁ ବଦଳାଇ ଦେଇଛି। ବିଶ୍ୱାସକୁ ଅବିଶ୍ୱାସରେ ପରିଣତ କରିଛି। ସମ୍ପର୍କ ମଝିରେ ପାଚେରୀ ହୋଇଛି। ସନ୍ଦେହର ପୁଟୁଳି ବାନ୍ଧିଛି। ଯାହା ଫଳରେ ଆଜି ଜଣେ ଅନ୍ୟ ଜଣଙ୍କ ପାଇଁ ହୋଇ ଯାଉଛି ଅଛୁଆଁ। ନିଜ ଆତ୍ମୀୟ ଲୋକ ମଧ୍ୟ ପଡିଥିବା ଶବକୁ ଛୁଉଁନାହାଁନ୍ତି। ହେଲେ ସମ୍ପୂର୍ଣ୍ଣ ମଣିଷ ପଣିଆ ମରି ଯାଇଛି କହିବାଟା ବି ଭୁଲ ହେବ। ଏମିତିରେ ଏ ସମାଜ ପାଇଁ ଉଦାହରଣ ସାଜିଛନ୍ତି ଗଂଜାମର ଚାରି ଜଣ ସାମ୍ବାଦିକ। ଏହି କରୋନା ଭୟକୁ ନ ଡରି ପିପିଇ କିଟ୍ ପିନ୍ଧି ଆଗକୁ ଆସିଲେ ଗଂଜାମ ଜିଲ୍ଲାର ୪ ଜଣ ସାମ୍ବାଦିକ । ଶବକୁ କାନ୍ଧ ଦେବା ସହ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇଲେ ।
ଘଟଣାଟି ହେଉଛି ଶେରଗଡର ବଡଦାଣ୍ଡ ଗାଁର। ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ୱର ପାଢୀଙ୍କୁ କିଛି ଦିନହେବ ଜ୍ୱର ଓ କାଶ ହେଉଥିଲା। ହେଲେ ଚିକିତ୍ସା ପରେ ମଧ୍ୟ ତାଙ୍କ ଦେହ ଭଲ ହୋଇ ନ ଥିଲା । ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ତାଙ୍କର ମୃତ୍ୟୁ ପରେ ସତେ ଯେମିତି ନିଜର କହୁଥିବା ଲୋକ ସବୁ ପର ହୋଇଗଲେ। କରୋନା ଭୟରେ ସମ୍ପର୍କୀୟ କିମ୍ବା ପୋଡ଼ାଶୀ କେହି ଆସିଲେ ନାହିଁ।ଦୁଇ ପୁଅ ମଧ୍ୟ ତାଙ୍କର ରାଜ୍ୟ ବାହାରେ ରହୁଛନ୍ତି। ଫଳରେ ଶବ ସତ୍କାର ହୋଇ ପାରିଲା ନାହିଁ ।ଏପରି ସମୟରେ ମାନବିକତା ଦେଖାଇଲେ ଗଂଜାମ ଜିଲ୍ଲାର ୪ ଜଣ ସାମ୍ବାଦିକ ବାଲାଜି ପ୍ରଧାନ, ମେଘନାଦ ଦାସ, ଶଙ୍କର ପ୍ରଧାନ ଏବଂ ଅଜିତ୍ ପ୍ରଧାନ ଆଗକୁ ଆସି ପୀତାମ୍ୱର ସାରଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଲେ ।ଆଂବୁଲାନ୍ସ ଯୋଗେ ଡାକ୍ତରଖାନାକୁ ମୃତ ଦେହକୁ ପଠାଇବାରେ ୪ ଜଣ ସାଂବାଦିକ ଯେପରି ସାହସ ଦେଖାଇଲେ ତାହା ଏବେ ସାରା ଅଂଚଳରେ ଚର୍ଚାର ବିଷୟ ହୋଇଛି ।
ରାଜ୍ୟସଭାରେ ଶାଣିତ ହେବ ଓଡିଶା ସ୍ୱର : ଶପଥ ନେଲେ ୪ ସାଂସଦ
ଭୁବନେଶ୍ୱର : ଆଜି ଓଡ଼ିଶାର ୪ ଜଣ ସାଂସଦ ରାଜ୍ୟସଭାରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏହି ଶପଥପାଠ କରାଇଛନ୍ତି। ବିଜେଡିର ୪ ସାଂସଦ ହେଉଛନ୍ତି ସୁବାସ ସିଂ , ମୁନା ଖାଁ , ସୁଜିତ କୁମାର ଓ ମମତା ମହନ୍ତ।ଓଡ଼ିଆ ଭାଷରେ ଏହି ୪ ଜଣ ସାଂସଦ ଶପଥ ନେଇଛନ୍ତି ।ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୪ ଜଣ ସାଂସଦଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ସ୍ୱର ରାଜ୍ୟସଭାରେ ଅଧିକ ଶାଣିତ କରିବେ ବୋଲି କହିଛନ୍ତି ।ସାଂସଦମାନେ ମଧ୍ୟ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଉଠାଇ ଓଡ଼ିଶାର ହକ ହାସଲ କରିବେ ବୋଲି କହିଛନ୍ତି ।
ଏଥର ଭଙ୍ଗା ହେବନି ମହାପ୍ରଭୁଙ୍କ ତିନି ରଥ.
ପୁରୀ: ସ୍ମରଣୀୟ ହେବ ଏହି ବର୍ଷର ରଥ ଯାତ୍ରା। କାରଣ ପ୍ରଥମେ ବହୁ ବାଦ ବିବାଦରେ ରଥଯାତ୍ରା ହୋଇଥିଲା। ଆଉ ଏବେ ଚଳିତବର୍ଷ ଭଙ୍ଗା ହେବନି ତିନି ରଥ। ମହାପ୍ରଭୁଙ୍କ ରଥକୁ ନଭାଙ୍ଗି ସେସବୁକୁ ମ୍ୟୁଜିୟମରେ ରଖିବାକୁ ସ୍ଥିର ହୋଇଛି । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ନ ଭଙ୍ଗାଯାଇ ଜଗନ୍ନାଥ ବଲ୍ଲଭ ପରିସରରେ ରଖାଯିବ।
ତେବେ ରଥକୁ ନଭାଙ୍ଗି ତାହାକୁ କିଭଳି ଢଙ୍ଗରେ କାଢି ପୁଣି ଯୋଡାଯିବ ସେନେଇ ବିଶ୍ୱକର୍ମା ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ସହ ଆଲୋଚନା ହୋଇଛି । ସିଂହଦ୍ୱାରା ସମ୍ମୁଖରେ କିପରି ସୁରକ୍ଷିତ ତିନି ରଥ ଜଗନ୍ନାଥ ବଲ୍ଲଭ ପରିସରକୁ ନିଆଯିବ, ତାହା ଉପରେ ଗୁରୁତ୍ୱ ଦେବାକୁ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ।
ନବୀନଙ୍କ ବଡ ଘୋଷଣା : ୫ ମାସ ପାଇଁ ମାଗଣା ଚାଉଳ ଓ ଡାଲି ପାଇବେ ହିତାଧିକାରୀ….
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମଧ୍ୟ
୫ ମାସ ପାଇଁ ମାଗଣା ଚାଉଳ ଓ ଡାଲି ପାଇବେ
ଭୁବନେଶ୍ୱର : କରୋନା ସଂକ୍ରମଣ ଏବଂ ତଦ୍ଜନିତ ଲକ୍ଡାଉନ ଓ ସଟ୍ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ ମାଗଣାରେ ଡାଲି ଓ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହାଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କେଜି ଲେଖାଏ ଚାଉଳ ୫ ମାସ ପାଇଁ ମାଗଣା ଯୋଗାଇ ଦିଆଯିବ। ଏହାସହିତ ପ୍ରତି ମାସରେ ପରିବାର ପିଛା ଏକ କେଜି ଲେଖାଏ ଡାଲି ମଧ୍ୟ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦିଆଯିବ।
ଏହାଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ହିତାଧିକାରୀମାନେ ଉପକାର ପାଇପାରିବେ।
ନବୀନଙ୍କ ଫୋକସରେ ଖୋର୍ଦ୍ଧା-କଟକ: କୋଭିଡ ପାଇଁ୩୦ କୋଟି ମଞ୍ଜୁର
ଭୁବନେଶ୍ୱର : ଖୋର୍ଦ୍ଧା-କଟକ ଜିଲ୍ଲା କୋଭିଡ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ l ଡାକ୍ତରଙ୍କ ଅବସର ବୟସ ୬୨ ରୁ ୬୫ କୁ ବୃଦ୍ଧିଭୁବନେଶ୍ବର-କଟକ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜିଲ୍ଲାକୁ ୩୦ କୋଟି ମଞ୍ଜୁର
ଦୁଇ ସହରର ବସ୍ତି ଉପରେ ଅଧିକ ଫୋକସ l ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ ଥିବାବେଳେ କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ୬୩ ପ୍ରତିଶତରୁ ଅଧିକ ଅଟେ। ଏଥିପାଇଁ ଆଜି ଦୁଇ ଜିଲ୍ଲାର କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାର କୋଭିଡ ପରିଚାଳନା ଟିମ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହିତ କୋଭିଡ ପରିଚାଳନାକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜିଲ୍ଲା ପାଇଁ ୧୫ କୋଟି ଲେଖାଏ ସମୁଦାୟ ୩୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଏହା ସହିତ, ନୂଆ କୋଭିଡ ଡାକ୍ତରଖାନା ଓ କୋଭିଡ କେୟାର ହୋମ୍ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୨୦ କୋଟି ୬୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରିଛନ୍ତି।
କୋଭିଡ ପରିସ୍ଥିତିରେ ଡାକ୍ତର ମାନଙ୍କ ଗୁରୁ ଦାୟିତ୍ବ ରହିଛି। ଏହାକୁ ଦୃଷ୍ଟିରେ ରଖି OHMS କ୍ୟାଡରର ଡାକ୍ତର ମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ। ଏହାସହିତ Labour & ESI ବିଭାଗରେ କାମ କରୁଥିବା Insurance Medical Officer ମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ।
ଏହି ଅବସରରେ କୋଭିଡ-୧୯ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇ ନୂଆ କୋଭିଡ କେୟାର ହୋମ୍ ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନ ଓ କର୍ପୋରେଟ୍ ସେକ୍ଟର ମାନଙ୍କୁ ଆହ୍ବାନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସ୍ବଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ହୋମ୍ର ପରିକଳ୍ପନା କରାଯାଇଛି।
କରୋନା ଯୁଦ୍ଧରେ ଆଗ ଧାଡିରେ ଥିବା କୋଭିଡ ଯୋଦ୍ଧା ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ କଟକ SCBକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦନ ହଜାର ହଜାର ଲୋକ ଆସୁଥିବାରୁ ଏଥିପ୍ରତି ବିଶେଷ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ –
ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ICU ସହିତ ୧୫୦ ଶଯ୍ୟା ବିଶିଷ୍ଟ Dedicated Covid Hospital ପ୍ରତିଷ୍ଠା କରାଯିବ।
ନୀଳାଚଳ ଡାକ୍ତରଖାନାରେ ୧୫ଟି ICU ସହିତ ୧୨୬ ଶଯ୍ୟା ବିଶିଷ୍ଟ Dedicated Covid Hospital ଚଳିତ ସପ୍ତାହରେ କାର୍ଯ୍ୟ ଆରମ୍ଭ କରିବ।
ଭୁବନେଶ୍ବରର ତିନି ବିଧାୟକଙ୍କ ସକ୍ରିୟ ସହଯୋଗ ଏବଂ ଭୁବନେଶ୍ବରର ବିଭିନ୍ନ ଧାର୍ମିକ, ସାମାଜିକ ଅନୁଷ୍ଠାନ, NGO ଓ ଆବାସିକ କଲ୍ୟାଣ ସଂସ୍ଥା ଗୁଡିକ ଦ୍ବାରା ଭୁବନେଶ୍ବରରେ ୧୩୮୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ୍ ଖୁବ ଶୀଘ୍ର ସ୍ଥାପନ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଅନ୍ୟ ସଂଗଠନ ମାନଙ୍କୁ ମଧ୍ୟ ଆଗେଇ ଆସିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।
ଭୁବନେଶ୍ବରର ବସ୍ତି ମାନଙ୍କରେ କୋଭିଡ ସଂକ୍ରମଣ ରୋକିବା ଉପରେ ଫୋକସ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବସ୍ତି କମିଟି ଗୁଡିକ ଏ ଦିଗରେ ଭଲ କାମ କରୁଥିବାକୁ BMC ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କଟକ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ୯୨୫ ଅତିରିକ୍ତ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର କଟକ ଜିଲ୍ଲାରେ କାର୍ଯ୍ୟ କରୁଛି।
ପୂଜା କମିଟି ଓ ସାହି କମିଟିର ସହଯୋଗରେ କଟକର ସାହି ବସ୍ତି ମାନଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଉପରେ ଗୁରୁତ୍ବ ।
କଟକ SCBରେ କୋଭିଡ-୧୯ ସଂପର୍କରେ ତାଲିମ ଓ ସୂଚନା ଦେବା ପାଇଁ ସୂଚନ କେନ୍ଦ୍ର ଖୁବ୍ ଶୀଘ୍ର କାର୍ଯ୍ୟ କରିବ।
କଟକସ୍ଥିତ Molecular Genome Labର up-gradation କରାଯିବ। ଏହାଦ୍ବାରା କୋଭିଡ-୧୯ ରୋଗୀ ମାନଙ୍କୁ ଫଳପ୍ରଦ ଚିକିତ୍ସା ଯୋଗାଇ ଦିଆଯାଇପାରିବ।
ଆଲୋଚନାରେ ଅଂଶଗ୍ରହଣ କରି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ surveillance, home isolation ଆଦି ଉପରେ ଜୋର ଦେବା ସହ ଗୁଟ୍କାର ବ୍ୟବହାର କଡାକଡି ଭାବରେ ନିଷିଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ। ନଗର ଉନ୍ନୟନ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କୋଭିଡ ଚିକିତ୍ସା ପାଇଁ Exclusive Covid Hospital, ଅଧିକ ଶଯ୍ୟା ଓ ICU ଉପରେ ଗୁରୁତ୍ବ ଦେଇଥିଲେ। ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା କୋଭିଡ ସଚେତନତା ଅଭିଯାନରେ ଥିବା ବ୍ୟକ୍ତିମାନଙ୍କ Insurance coverage ଗୁରୁତ୍ବ ଆରୋପ କରିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ପ୍ଲାଜ୍ମା ଥେରାପି ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ଏଥିପାଇଁ ଏକ protocolର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ।
ଗଞ୍ଜାମ ଜିଲ୍ଲାରେ ଆଜି ୩ ଜଣ ଗୁରୁତର କୋଭିଡ ରୋଗୀଙ୍କୁ ପ୍ଲାଜ୍ମା ଥେରାପି ଦିଆଯିବା ବିଷୟରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ। ରାଜ୍ୟର ସବୁ ଜିଲ୍ଲାରେ ସୁସ୍ଥ ହୋଇଥିବା କୋଭିଡ ରୋଗୀଙ୍କ ମାନସିକ ସ୍ବାସ୍ଥ୍ୟର ଯତ୍ନ ପାଇଁ ମାନସିକ ରୋଗ ଚିକିତ୍ସକଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଥିଲେ।
କଟକ SCBରେ outdoor patient ମାନଙ୍କ ସୁବିଧା ପାଇଁ ଅଧିକ ଅସ୍ଥୟୀ OPD ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା।
ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ଥିବା ପର୍ଯ୍ୟବେକ୍ଷକ ମାନେ ଏବଂ ଜିଲ୍ଲାପାଳ ଦ୍ବୟ ସେମାନଙ୍କ ଜିଲ୍ଲାର କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ।
ରମେଶଙ୍କ ବଗିଚାରେ ଦୁର୍ଲଭ ବ୍ରହ୍ମକମଳ ଫୁଲ……
ଭୁବନେଶ୍ୱର : ରାତିରେ ଫୁଟେ ଦୁର୍ଲଭ ବ୍ରହ୍ମକମଳ ଫୁଲ ଏବଂ ରାତିରେ ମଉଳି ଯାଏ I ଭଗବାଙ୍କର ପ୍ରିୟ ଫୁଲ ହେଉଛି ବ୍ରହ୍ମକମଳ ଏହି ବିରଳ ଫୁଲ ଯାହା ମହାପ୍ରଭୁନଙ୍କ ଆଦେଶରେ ଫୁଟେ I ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀଙ୍କ ଘର ବଗିଚାରେ ସୋମବାର ରାତିରେ ଏହି ବିରଳ ଫୁଲ ଫୁଟିଛି I ଗୋଟେ କି ଦୁଇଟା ନୁହେଁ ପ୍ରଭୁଙ୍କ ଆସରିବାଦ ରୁ ୧୨ଟା ବ୍ରହମକମଳ ଫୁଲ ଏକାଥରେ ଫୁଟିଛି I ଯାହାକି ଏକ ସୌଭାଗ୍ୟର କଥା I ଆଉ ରମେଶ ବାବୁ ଏହାକୁ ଶ୍ରଦ୍ଧାରେ ନିଜ ଘରେ ଥିବା ଜଗନ୍ନାଥଙ୍କୁ ସମର୍ପିତ କରିଛନ୍ତି I କରୋନା ମହାମାରୀ ସମୟରେ ରମେଶଙ୍କ ବଗିଚାରେ ଜଗନ୍ନାଥଙ୍କର ଅତି ପ୍ରିୟ ବ୍ରହ୍ମକମଳ ଫୁଲ ଫୁଟିଥିବାରୁ ସେ ବେଶ ଆନନ୍ଦିତ I ଆଜକୁ ୫ବର୍ଷ ହେବ ରମେଶ ଶତପଥୀଙ୍କ ବଗିଚାରେ ବ୍ରହ୍ମକମଳ ଫୁଲ ଫୁଟୁଛି I ସବୁଠାରୁ ବଡ କଥା ହେଉଛି , ଜଗନ୍ନାଥଙ୍କର ଆଶୀର୍ବାଦ ଏପରି ଥାଏ ଯେ , ତାଙ୍କର ସବୁ ବଡ ତିଥିରେ ରମେଶଙ୍କ ବଗିଚାରେ ବ୍ରହ୍ମକମଳ ଫୁଟିଥାଏ , ସେ ରଥଯାତ୍ରା ହେଉ ଅବା ଗୁଣ୍ଡିଚା ଯାତ୍ରା କି ଚିତାଲାଗି ଅମାବାସ୍ୟା I ଏହିସବୁ ଦିନ ମାନଙ୍କରେ ସ୍ୱର୍ଗର ଫୁଲ ବ୍ରହ୍ମକମଳ ରମେଶଙ୍କ ବଗିଚାରେ ଫୁଟିଥାଏ I ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆଜକୁ ୫ବର୍ଷ ଧରି ତାଙ୍କ ବଗିଚାରେ ଫୁଟୁଥିବା ଅଧିକାଂଶ ବ୍ରହ୍ମକମଳ ଫୁଲକୁ ଭକ୍ତିର ସହିତ ପୁରୀ ନେଇ ଜଗନ୍ନାଥଙ୍କ ପାଖରେ ଅର୍ପଣ କରନ୍ତି ରମେଶ I ନିଜ ବାଡ଼ିରେ ଥିବା ବ୍ରହ୍ମକମଳ ଗଛକୁ ନେଇ ଜଗାକୁ ମଧ୍ୟ ଅର୍ପଣ କରଥାନ୍ତି ଅନେକ ସମୟରେ I କେବଳ ପୁରୀରେ ନୁହେଁ ଭୁବନେଶ୍ୱରର ଇସ୍କନ ମନ୍ଦିରରେ ମଧ୍ୟ ଅନେକ ସମୟରେ ଏହି ଦୁର୍ଲଭ ଫୁଲକୁ ଅର୍ପଣ କରନ୍ତି I ସୋମବାର ସନ୍ଧ୍ୟାରେ ଫୁଟିଥିବା ୧୨ଟି ଫୁଲକୁ ଲକଡାଉନ ଯୋଗୁ ପୁରୀ କି ଇସ୍କନ ନନେଇ ନିଜ ଘରେ ପୂଜା ପାଉଥିବା ପତିତ ପାବନଙ୍କ ପାଖରେ ନିଜ ଧର୍ମପତ୍ନୀ ଓ କର୍ମଚାରୀଙ୍କ ସାଙ୍ଗରେ ମହାପ୍ରଭୁଙ୍କୁ ଅର୍ପଣ କରିଛନ୍ତି I ଶାସ୍ତ୍ର କୁହେ ଏହି ଫୁଲ ଫୁଟୁଥବା ସମୟରେ ଏହାକୁ ଦର୍ଶନ କଲେ ପୁର୍ଣ୍ଣ୍ୟ ମିଳିବା ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ I ତେବେ ବ୍ରହ୍ମକମଳ କୁ ନେଇ ରହିଛି ଅନେକ ପୋୖରାଣିକ ମତ I ଯେତେବେଳେ ଗଣେଶଙ୍କ ମସ୍ତକରେ ହାତୀର ମସ୍ତକ ସ୍ଥାପନ କରାଗଲା ସେତେବେଳେ ପାର୍ବତୀଙ୍କ ଅନୁରୋଧ କ୍ରମେ ସୃଷ୍ଟିକର୍ତ୍ତା ବ୍ରହ୍ମା ଏହାକୁ ସୃଷ୍ଟି କରିଥିଲେ ଏବଂ ବ୍ରହ୍ମକମଳ ଫୁଲରେ ଗଣେଶଙ୍କ ଉପରେ ପାଣି ସିଞ୍ଚନ କରି ଗଣେଶଙ୍କୁ ଜୀବନଦାନ ଦେଇଥିଲେ I ଯେହେତୁ ସ୍ୱୟଂ ବ୍ରହ୍ମା ଏହାକୁ ସୃଷ୍ଟି କରିଥିଲେ ଏହି କାରଣରୁ ଏହାକୁ ବ୍ରହ୍ମକମଳ ନାମରେ ନାମିତ କରାଯାଇଛି I ଏହି ଫୁଲକୁ ଉତ୍ତରାଖଣ୍ଡରେ ଜାତୀୟ ଫୁଲ ଭାବେ ଘୋଷଣା କରାଯାଇଛି I ପତ୍ରରୁ ଗଛ ହୋଇ ବ୍ରହ୍ମକମଳ ଫୁଲ ଫୁଟିଥାଏ I ମହାପ୍ରଭୁଙ୍କ ଆଶୀର୍ବାଦରୁ ରମେଶ ଶତପଥୀଙ୍କ ବଗିଚାରେ ବ୍ରହ୍ମକମଳ ଫୁଲ ଫୁଟୁଥିବାରୁ ରମେଶ ଭାବବିହ୍ଵଳ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଏପରି ଥାଉ ଓ ବାରମ୍ବାର ବ୍ରହ୍ମକମଳ ଫୁଲ ତାଙ୍କ ବଗିଚାରେ ଫୁଟୁଥାଉ ବୋଲି ଜଗନ୍ନାଥଙ୍କ ପାଖରେ କାଲି ୧୨ଟି ଫୁଲ ଅର୍ପଣ କରିବା ସମୟରେ ସେ ପ୍ରାର୍ଥନା କରିଛନ୍ତି I ଅତି ଯତ୍ନରେ ବ୍ରହ୍ମକମଳ ଗଛର ଯତ୍ନ ନିଅନ୍ତି ସେ , ତାସାହିତ ପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ବାରମ୍ଵାର ତାଙ୍କ ବଗିଚାରେ ଏହି ବିରଳ ଫୁଲ ଫୁଟୁଛି I














