ବାପାଙ୍କ କର୍ମଭୂମିରେ ପୁଅ ସେନାପତି… 

ଯାଜପୁର : ଲମ୍ବା ଭିଜନ । ସ୍ୱପ୍ନ ସାକାର ହେବ ଓ ଚିତ୍ର ବି ବଦଳିବ । ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ସବୁ ସ୍ୱପ୍ନକୁ ବାସ୍ତବ ରୂପ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଓଡ଼ିଶାର ଗଠନ ଦିଗରେ ଚାଲିବ ବିକାଶମୂଳକ କାର୍ଯ୍ୟକ୍ରମ । ଯାହାର ଉଦାହରଣ ସାଜିଲାଣି ଯାଜପୁର ଜିଲ୍ଲା । ନୂତନ ଯାଜପୁର ଗଠନର ବିନ୍ଧାଣୀ ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ପୁରା ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଯାଜପୁର ନିର୍ବାଚନୀ ମଣ୍ଡଳୀକୁ ନିଜର କର୍ମଭୂମି କରିଥିବା ପ୍ରଣବ ଏବେ ନିଜର ପିତାଙ୍କ କର୍ମଭୂମି କରୋଇ ନିର୍ବାଚନମଣ୍ଡଳୀର ବିକାଶର ସେନାପତି ସାଜିଛନ୍ତି । ଯାଜପୁରର ମୁରବୀ ତଥା ସାଲିସବୀହିନ ସମ୍ରାଟ ସ୍ୱର୍ଗତ ଅଶୋକ ଦାସ କରୋଇ ନିର୍ବାଚନୀ ମଣ୍ଡଳୀକୁ ନେଇ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାକୁ ପୂରଣ କରିବା ପାଇଁ ପ୍ରଣବ ଜୋରଦାର କାମ ଆରମ୍ଭ କରିଛନ୍ତି । କରୋଇର ବର୍ତ୍ତମାନ ବିଧାୟକ ,ପୂର୍ବତନ ବିଧାୟକ ଓ କରୋଇବାସୀଙ୍କ ସହ ଆଲୋଚନା କରି ବିଭିନ୍ନ ଉନ୍ନୟନ କାମକୁ ଆଗେଇ ନେବା ପାଇଁ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସେହି ଅନୁସାରେ କାମ ମଧ୍ୟ ଆରମ୍ଭ ହୋଇ ଗଲାଣି । ଯାଜପୁରର ବିକାଶପୁରୁଷ ପ୍ରଣବଙ୍କ ଉଦ୍ୟମରେ ଯାଜପୁର ବ୍ୟାସନଗା ଏବଂ ପାଣିକୋଇଲି ଅଂଚଳରେ ଜିଲ୍ଲା ଖଣିଜ ପାଣ୍ଠି(ଡ଼ିଏମଏଫ)ରୁ ଅର୍ଥ ଖର୍ଚ୍ଚ ହେବ । ଏନେଇ ରାଜ୍ୟ ସରକାରଙ୍କ ଅନୁମତି ମିଳିଛି । ଫଳରେ ବ୍ୟାସନଗର ଓ କରୋଇ ପାଇଁ ନିକଟରେ ପ୍ରଣବ ଯେଉଁ ବିକାଶର ବ୍ଲୁପ୍ରିଣ୍ଟ ଆଙ୍କିଥିଲେ ସେ କାମ ଯୁ୍‌ଦ୍ଧକାଳିନ ଭିତ୍ତିରେ ଆରମ୍ଭ ହେବ । ବିଶେଷକରି ବ୍ୟାସନଗର ଷ୍ଟାଡ଼ିୟମ, ବ୍ୟାସ ସରୋବର, ସନ୍ତରା ସଂକୃତି ଭବନ, ଟାଉନହଲ , ଷ୍ଟାଡ଼ିୟମ ଉନ୍ନୟନ୍ନ ମୂଳକ କାର୍ଯ୍ୟକ୍ରମରେ ଅର୍ଥ ଖର୍ଚ୍ଚ ହେବ । ଜିଲ୍ଲା ଖଣିଜ ପାଣ୍ଠି ବ୍ୟାସନଗର ଓ ପାଣିକୋଇଲ ପାଇଁ ଖର୍ଚ୍ଚ ହେବା ନେଇ ଅନୁମତି ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାର ନିର୍ବାଚିତ ପ୍ରତିନିଧି, ପୂର୍ବତନ ବିଧାୟକ ଓ ବିଶିଷ୍ଟ ବ୍ୟକ୍ତିମାନେ । କରୋଇ ନିର୍ବାଚନୀ ମଣ୍ଡଳୀକୁ ସାରା ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ପୂର୍ବତନ ବିଧାୟକ ସ୍ୱର୍ଗତ ଅଶୋକ ଦାସ ଅଧୁରା ସ୍ୱପ୍ନକୁ ଏବେ ବାସ୍ତବରୂପ ଦେଉଛନ୍ତି ଅଶୋକ ନନ୍ଦନ ବବି ।

ସ୍ବାଧୀନତା ଦିବସ ଅବସରରେ ବିଜେଡି ସଂଗଠନ ସମ୍ପାଦକଙ୍କ ଶୁଭେଚ୍ଛା ବାର୍ତ୍ତା…..

ଭୁବନେଶ୍ୱର : ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ବିଜେଡି ସଂଗଠନ ସମ୍ପାଦକ  ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ  ସ୍ବାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସେ ମନେ ପକାଇଛନ୍ତି l ୭୪ତମ ସ୍ବାଧନତା ଦିବସ ଅବସରରେ ଭାରତର ଏକତା ଓ ଅଖଣ୍ଡତାର ସୁରକ୍ଷା ସହିତ ଓଡିଶାବାସୀ ଯେପରି ଦୃଢତାର ସହ କରୋନା ମହାମାରୀକୁ ଲଢ଼ୁଛନ୍ତି ତାହାକୁ ସେ ପ୍ରଶଂସା କରିଛନ୍ତି l ଆଗାମୀ ଦିନରେ କରୋନା ହାରିବ ଓଡିଶା ଜିତିବ ବୋଲି ସେ କହିଛନ୍ତି l ତେଣୁ ଆମେମାନେ ଘରେ ରହିବା ଓ ସୁରକ୍ଷିତ ରହିବା l  ପ୍ରତ୍ୟେକଟି ଲୋକଙ୍କ ଜୀବନ ଯେପରି ସୁରକ୍ଷିତ ରହିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତାକୁ ଅକ୍ଷର ଅକ୍ଷରେ ପାଳନ କରିବା ପାଇଁ ସେ ଅନୁରୋଧ କରିଛନ୍ତି l

ବଦଳିଲା ଘର ନିର୍ମାଣ ନିୟମ……

ଓଡ଼ିଶା ଉନ୍ନୟନ କର୍ତୃପକ୍ଷ (ଯୋଜନା ଏବଂ ନିର୍ମାଣ ମାନକ) ନିୟମ ୨୦୨୦ ।

ଭୁବନେଶ୍ୱର : ସରକାର ଓଡ଼ିଶା ଉନ୍ନୟନ କର୍ତୃପକ୍ଷ (ଯୋଜନା ଏବଂ ନିର୍ମାଣ ମାନକ) ନିୟମ, ୨୦୨୦ କାର୍ଯ୍ୟକାରୀ କରିବା ନିମନ୍ତେ ତା-୧୨.୦୮.୨୦୨୦ରେ ବିଜ୍ଞପ୍ତି ଜାରିକରିଛନ୍ତି । ଏହି ନିୟମ ମାଧ୍ୟମରେ ପ୍ରଚଳିତ ବ୍ୟବସ୍ଥା ଏବଂ ପଦ୍ଧତିରେ ସମାନତା ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏତଦ୍‌ଦ୍ୱାରା ବିଭିନ୍ନ ଉନ୍ନୟନ କତୃପକ୍ଷଙ୍କ ଦ୍ୱାରା ପ୍ରଣିତ ଏକାଧିକ ଅଧିନିୟମର ଆବଶ୍ୟକତା ରହିବ ନାହିଁ । ଏହା ଆମକୁ ସାରା ରାଜ୍ୟରେ କୋଠାବାଡ଼ି ନିର୍ମାଣ ଯୋଜନା ଅନୁମୋଦନ ପାଇଁ ଏକ ସାଧାରଣ ଅନ୍‌ଲାଇନ୍ ପ୍ଲାଟଫମ୍‌ର୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

ନିୟମାବଳୀକୁ ସଂପୂର୍ଣ୍ଣ ଲୋକାଭିମୁଖୀ ଓ ପ୍ରଗତିଶୀଳ କରିବାପାଇଁ ଉଦ୍ୟମ କରାଯାଇଛି । ସହରମାନଙ୍କରେ ବସବାସ କରୁଥିବା ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ସମସ୍ୟା ଦିଗରେ ଅନେକ ନିୟମ ଗୁଡ଼ିକୁ କୋହଳ କରାଯାଇଛି ଓ ଅନେକ ରିହାତି ତଥା ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି । ଏହା କେବଳ ଛୋଟ ଘରୋଇ କୋଠା ଗୁଡ଼ିକୁ ଯୋଜନା, ନିର୍ମାଣ ଏବଂ ଦଖଲ କରିବା ସହଜ କରିବ ନାହିଁ ବରଂ ସାଧାରଣଭାବେ ବଡ଼ ବଡ଼ ବାସଗୃହ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରୋତ୍ସାହନ ଯୋଗାଇବ ଏବଂ ବାସଗୃହ ସମସ୍ତଙ୍କ ପାଇଁ ସୁଲଭ ହେବ । ପ୍ରାୟତଃ ସମସ୍ତ ବର୍ଗର ଅଟାଲିକା ନିର୍ମାଣ ନିମନ୍ତେ ସେଟ୍‌ବ୍ୟାକ୍ ନିୟମକୁ କୋହଳ କରାଯାଇଛି । କମ ବିପଦପୂର୍ଣ୍ଣ ବିଲଡି଼ଙ୍ଗ ଉପରେ ସର୍ବାଧିକ ୠଇଜ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ସ୍ୱଳ୍ପ ବିପଦପୂର୍ଣ୍ଣ ଅଟ୍ଟାଳିକା ପାଇଁ ୧୦୮ ଟି ପୂର୍ବ ଅନୁମୋଦିତ ଡ଼ିଜାଇନ୍ ସହଜରେ ଉପଲବ୍ଧ କରାଯାଇଛି ଫଳରେ ସ୍ଥପତି ବା ବୈଷୟିକ କୌଶଳଧାରୀ ବ୍ୟକ୍ତି ଏବଂ ଯୋଜନା କର୍ତୃପକ୍ଷଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଏହି ନିୟମାବଳୀ ଯୋଗୁଁ ଯୋଜନା ଗୁଡ଼ିକ ତୁରନ୍ତ ଅନୁମୋଦନ ପାଇବ । ବର୍ତମାନ ଘର ନିର୍ମାଣ କରିବା ଏବଂ କ୍ଟମମଙ୍କକ୍ଟ୍ରବଦ୍ଭମଚ୍ଚ ପ୍ରମାଣପତ୍ର ପାଇବା ପୂର୍ବ ଅପେକ୍ଷା ବହୁତ ସହଜ ହେବ । ବାସଗୃହ ପାଇଁ ଉଦ୍ଦିଷ୍ଟ କୋଠାବାଡ଼ି ବର୍ତମାନ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ମଧ୍ୟ ବ୍ୟବହାର ହୋଇପାରିବ । ଏହି ସମସ୍ତ ବ୍ୟବସ୍ଥାର ପରିଣାମ ସ୍ୱରୂପ ସହରାଂଚଳରେ ଯଥେଷ୍ଟ ବାସଗୃହ ଉପଲବ୍ଧ ହୋଇପାରିବ ।

ଅନେକ ରିହାତି ଏବଂ ସୁବିଧା ମାଧ୍ୟମରେ ଏହି ନିୟମ ସୁଲଭ ଗୃହନିର୍ମାଣ କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଆଣିବ । ଗୃହନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ପୁଂଜି ବିନିଯୋଗକୁ ଆକର୍ଷିତ କରିବାପାଇଁ ରାସ୍ତା, ପାର୍କିଙ୍ଗ୍ ଏବଂ ସେଟ୍‌ବ୍ୟାକ ନିୟମକୁ କୋହଳ କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଓଡ଼ିଶା ସହରାଂଚଳରେ ସମସ୍ତଙ୍କ ପାଇଁ ଘର ନିତି, ୨୦୧୫ ରେ ସଂଶୋଧନ କରାଯାଇଛି ।ଏତଦ୍‌ଦ୍ୱାରା, ସରକାରୀ ଅଣସରକାରୀ ଭାଗିଦାରୀ ଭିତିରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ତଥା ନିମ୍ନଆୟକାରୀ ବର୍ଗ ପରିବାରମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୃହନିର୍ମାଣ ପ୍ରକଳ୍ପମାନଙ୍କରେ ବର୍ତମାନ ଅଣସରକାରୀ ଅଂଶୀଦାରଙ୍କୁ ପ୍ରକଳ୍ପାଧୀନ ୪୦% ଜାଗା ଉପରେ ସୁଲଭ ଗୃହ ନିର୍ମାଣ କରିବା ପାଇଁ ୬୦% ସରକାରୀ ଜାଗା ମାଗଣାରେ ମିଳିବ । ଏହା ପୂର୍ବରୁ ଏହାର ଅନୁପାତ ୬୫:୩୫ ଥିଲା । ବର୍ତମାନ ଏହାକୁ ବୃଦ୍ଧି କରାଯାଇ ୪୦:୬୦ କରାଯାଇଛି ଯାହା ସମଗ୍ର ଭାରତ ବର୍ଷରେ ପ୍ରଥମ ଏବଂ ସର୍ବାଧିକ । ଏତଦ୍‌ବ୍ୟତୀତ, ଘରବାରି ବିକ୍ରୟ ପ୍ରକଳ୍ପମାନଙ୍କରେ ୨୦% ଜାଗା ଋଡଝ ଏବଂ ଖଓଏ ବର୍ଗପାଇଁ ସଂରକ୍ଷଣ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଏହାମଧ୍ୟ ଆଶା କରାଯାଇଛି ଏହି ନିୟମ ରିଏଲିଷ୍ଟେଟ୍ କ୍ଷେତ୍ରରେ ଯଥେଷ୍ଟ ଅଭିବୃଦ୍ଧି ଆଣିବ । ଏହି ନିୟମାବଳୀରେ ସର୍ବାଧିକ ୠଇଜ ସୀମା ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହା ସମଗ୍ର ଦେଶରେ ସବୁଠାରୁ ଅଧିକ । ଏହା ସୁଉଚ୍ଚ ଅଟାଳିକା ନିର୍ମାଣ କ୍ଷେତ୍ରରେ ସହାୟକ ହେବ । ଏହି ବର୍ଗର କୋଠାବାଡ଼ି ପାଇଁ ମଧ୍ୟ ସେଟ୍ ବ୍ୟାକ ରିହାତି ଦିଆଯାଇଛି । ପ୍ଲଟ ସାଇଜ ଅନୁସାରେ ବ୍ୟାପକ ରିହାତି ବ୍ୟବସ୍ଥା କରାଯାଇ ଗ୍ଦଗ୍ଧସକ୍ଷଗ୍ଧ ଓ ବେସମେଂଟ ଇତ୍ୟାଦିରେ ଛାଡ଼ କରାଯାଇଛି । ଖରିଦ କରିବାକୁ ଥିବା ଫ୍ଲୋର ଏରିଆ ଅନୁପାତ ପୂର୍ବ ଅପେକ୍ଷା ୫୦% କମ କରାଯାଇଛି । ପର୍ଯ୍ୟାୟକ୍ରମେ ଙମମଙ୍କକ୍ଟ୍ରବଦ୍ଭମଚ୍ଚ ଉରକ୍ସଗ୍ଧସଲସମବଗ୍ଧର ଦେବାର ବ୍ୟବସ୍ଥା ରହିଛି । ଡ଼ିଜାଇନରେ ନମୋନିୟତା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଙକ୍ଟ୍ରରଦ୍ଭ ଝକ୍ଟ୍ରବମର ରେ ରିହାତି ପ୍ରଦାନ କରାଯାଇଛି । ଢାଂଚାଗତ ଦୃଢତା ଏବଂ ଅଗ୍ନି ନିରାପତା ନିୟମକୁ କଡ଼ାକଡ଼ି କରାଯାଇଛି । ଏହି ସମସ୍ତ ପଦକ୍ଷେପ ଓଡ଼ିଶାରେ ରିଏଲିଷ୍ଟେଟ୍ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ଆଣିବ ବୋଲି ଆଶା କରାଯାଉଛି । ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସରକାର ସଚେତନ ଅଛନ୍ତି । ତେଣୁ ସବୁଜ ଆବରଣ ଏବଂ ଖୋଲାସ୍ଥାନ ବୃଦ୍ଧିପାଇଁ ବିଭିନ୍ନ ପଦକ୍ଷେପ ସହିତ ଖାଲିଯାଗା ସଂଗ୍ରକ୍ଷଣକୁ ପ୍ରତିବନ୍ଧକ ଲଗାଯାଇଛି । ନିୟମାବଳୀକୁ ଉଲଘଂନ କରିବା/ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ କଠୋର କରାଯାଇଛି ଏବଂ ବିଭିନ୍ନ ଦଣ୍ଡ ବିଧାନ ସହିତ ତୃତୀୟପକ୍ଷ ଯାଂଜ ବ୍ୟବସ୍ଥା ରଖାଯାଇଛି ।

 

ସମ ହସପିଟାଲର ଗବେଷକଙ୍କ ସଫଳତା : କୋଭିଡ୍-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟେ୍ରନ୍ ଚିହ୍ନଟ…

ଭୁବନେଶ୍ୱର : ପ୍ରଥମ ଥର ପାଇଁ କୋଭିଡ୍-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟେ୍ରନ୍ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ । ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚୁ୍ୟଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍ଏସ ଆଣ୍ଡ ସମ୍ ହସପିଟାଲର ଗବେଷକମାନେ ମିଳିତ ଭାବେ ଗବେଷଣା କରି ଏହି କାର୍ଯ୍ୟରେ ସଫଳ ହୋଇଛନ୍ତି ।

ଏହି ଗବେଷକମାନେ ୭୫୨ଟି କ୍ଲିନିକାଲ୍ ସାମ୍ପଲ୍ ସମେତ ୧୫୩୬ଟି ସାମ୍ପଲ୍ର ପରୀକ୍ଷଣ କରିଥିବା ବେଳେ ପ୍ରଥମ ଥର ପାଇଁ ଭାରତରେ ୨ଟି ଲିନିଏଜ୍ ବି.୧.୧୧୨ ଏବଂ ବି.୧.୯୯ ଚିହ୍ନଟ କରିପାରିଛନ୍ତି ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଗବେଷଣା ନିଦେ୍ର୍ଧଶକ ତଥା ମୁଖ୍ୟ ପରୀକ୍ଷକ ଡଃ ଜୟଶଙ୍କର ଦାସ ସୂଚନା ଦେଇଛନ୍ତି । କାଉନ୍ସିଲ୍ ଅଫ୍ ସାଇନ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟି୍ରଆଲ୍ ରିସର୍ଚ୍ଚ ସହଯୋଗରେ ଗବେଷଣା କରୁଥିବା ଏହି ଗବେଷକ ଟିମ୍ ବିଶ୍ୱରେ ପ୍ରଥମ ଥର ପାଇଁ ସବୁଠାରୁ ଉନ୍ନତ ଧରଣର କୋଭିଡ୍ ସିକ୍ୱେନି୍ସଂ ପ୍ରଣାଳୀ ବାହାର କରିପାରିଛନ୍ତି ଯାହାକି କୋଭିଡ ସଂକ୍ରମଣକୁ ଉପଯୁକ୍ତ ପ୍ରକ୍ରିୟାରେ ଚିହ୍ନଟ କରିବାରେ ସହାୟକ ହୋଇପାରିବ ବୋଲି ଡଃ ଦାସ ସୂଚନା ଦେଇଛନ୍ତି । ପ୍ରଖ୍ୟାତ ସଂସ୍ଥା ଟେକ୍ ଇଲୁମିନାର ରିପୋର୍ଟ ଅନୁଯାୟୀ ଭାରତ ଏହି ଗବେଷଣାରେ ୧୦ଟି ଦେଶର ୧୨ଟି ଗବେଷଣା ଅନୁଷ୍ଠାନକୁ ପଛରେ ପକାଇ ଏହି ଫିଲ୍ଡ ଭାଲିଡେସନ୍ ଡାଟାକୁ ପ୍ରକାଶ କରିପାରିଛି ।

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଗବେଷକମାନେ କରୋନା ଭାଇରସ୍ ସଂକ୍ରମଣର ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ସଂକ୍ରମଣ କ୍ଷମତା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ୫୦୦ଟି ଭାଇରାଲ୍ ଜେନମ୍ର ସିକ୍ୱେନ୍ସିଂ ଓ ଆନାଲିସିସ୍ କରୁଛନ୍ତି । ଏହା ବ୍ୟତୀତ ପୂର୍ବ ଭାରତ ବିଶେଷ କରି ଓଡ଼ିଶାରେ ଏହି କୋଭିଡ ଷ୍ଟେ୍ରନ୍, ନୂତନ ଥେରାପିଉଟିକ୍ ଟାର୍ଗେଟ ଏବଂ ମୁ୍ୟଟେସନ୍କୁ ବୁଝିବା ନିମନ୍ତେ ଏହି ଗବେଷଣା ସାହାଯ୍ୟ କରିବ । ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ବଡ଼ ଆକାରରେ କୋଭିଡ-୧୯ର ଚିହ୍ନଟ ପରୀକ୍ଷଣ ଓ ଜେନେଟିକ୍ ଏପିଡେମିଓଲଜି ଉପରେ ଅଧ୍ୟୟନ କରାଯାଉଛି ବୋଲି ଡଃ ଦାସ କହିଛନ୍ତି । କରୋନା ଭାଇରସ ସଂକ୍ରମଣ ବିଶ୍ୱରେ ମହାମାରୀ ରୂପ ନେଇସାରିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏହି ସଂକମଣରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଏ ଦିଗରେ ଅଧିକ ଗବେଷଣା ଏବଂ ପରୀକ୍ଷଣ ସମେତ କୋଭିଡ-୧୯ର ପ୍ରକ୍ରିୟାକୁ ଚିହ୍ନଟ କରିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି ।

ଅଙ୍ଗଦାନ କରିଥିବା ବ୍ୟକ୍ତି ମରି ମଧ୍ୟ ଅମର – ମୁଖ୍ୟମନ୍ତ୍ରୀ

ବିଶ୍ୱଅଙ୍ଗଦାନ ଦିବସ
ଅଙ୍ଗଦାନ କରିଥିବା ବ୍ୟକ୍ତି ମରି ମଧ୍ୟ ଅମର – ମୁଖ୍ୟମନ୍ତ୍ରୀ
ଅଙ୍ଗଦାନ କରିଥିବା ୩ ଜଣଙ୍କୁ ମରଣୋତ୍ତର ଭାବେ
‘ସୁରଜ ସମ୍ମାନ’ରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ଜଣଙ୍କୁ
ଭୁବନେଶ୍ୱର : ମରଣୋତ୍ତର ଭାବେ ‘ସୁରଜ ସମ୍ମାନ’ରେ ସମ୍ମାନିତ କରିଛନ୍ତି ।୨୦୧୯ ଅକ୍ଟୋବରରେ ଗଞ୍ଜାମ ଭଂଜନଗରର ଜଣେ ଯୁବକ ‘ସୁରଜ’ ଗୁଜୁରାଟର
ସୁରଟରେ ଏକ ଦୁର୍ଘଟଣାର ଶିକାର ହୋଇ ମସ୍ତିଷ୍କ ମୃତ୍ୟୁ ଅବସ୍ଥାରେ ଥିଲେ । ତାଙ୍କପିତାମାତାଙ୍କ ସାହସିକ ନିଷ୍ପତ୍ତି ଫଳରେ ‘ସୁରଜ’ଙ୍କର ବୃକକ୍ (କସୟଦ୍ଭରଚ୍ଚ), ଲିଭର, ହାର୍ଟ ଓ
ଦୁଇ ଆଖି ତାଙ୍କ ଶରୀରରୁ କଢାଯାଇ ବିଭିନ୍ନ ସହରରେ ଛଅ ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଯାଇପାରିଥିଲା । ସୁରଜଙ୍କ ପରିବାରର ମାନବିକତାର ଏହି ସର୍ବୋଚ୍ଚ ନିଦର୍ଶନକୁ ସମ୍ମାନ ଜଣାଇ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସୁରଜ ସମ୍ମାନ ପୁରସ୍କାରଘୋଷଣା କରିଥିଲେ ।
‘ସୁରଜ’ଙ୍କ ପରେ ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସଓ ପୁରୀ ଡ଼େଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାର ମଧ୍ୟ ଉପରୋକ୍ତ ବ୍ୟକ୍ତିମାନଙ୍କ ଅଙ୍ଗଦାନ
ପାଇଁ ସମ୍ମତି ପ୍ରଦାନ କରିଥିଲେ । ଯାହାଫଳରେ ଅନ୍ୟମାନଙ୍କ ଜୀବନ ବଞ୍ଚାଯାଇ ପାରିଥିଲା ।ସେମାନଙ୍କ ଏହି ତ୍ୟାଗକୁ ସମ୍ମାନ ଜଣାଇ ଆଜି ଭିଡ଼ିଓ ଉକ୍ଟଦ୍ଭଲରକ୍ସରଦ୍ଭମର ଜରିଆରେ ସେମାନଙ୍କ ପରିବାରକୁ ‘ସୁରଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ଏବଂ ସେମାନଙ୍କୁ ୫ଲକ୍ଷ ଟଙ୍କା
ପ୍ରଦାନ କରଯାଇଥିଲା ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁରଜଙ୍କ ପରିବାରର ସାହସିକ ନିଷ୍ପତ୍ତି ଓ
ମଣିଷ ପଣିଆର ଉଚ୍ଚପ୍ରଶଂସା କରିବା ସହିତ ସେମାନଙ୍କ ତ୍ୟାଗ ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ସୃଷ୍ଟି କରିଛି ବୋଲି କହିଥିଲେ । ସୂର୍ଯ୍ୟ ପରି ସେ ଆଜି ମଧ୍ୟ ଅନ୍ୟମାନଙ୍କ ଜୀବନକୁ
ଓ ଜଗତକୁ ଆଲୋକିତ କରି ଚାଲିଛନ୍ତି । ସୂରଜଙ୍କ ପରିବାର ପରେ ଅନେକ ମସ୍ତିଷ୍କ ମୃତ୍ୟୁ ଘଟିଥିବା ବ୍ୟକ୍ତିମାନଙ୍କ ପରିବାର ମଧ୍ୟ ଏଥିପାଇଁ ଆଗେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ
ଧନ୍ୟବାଦ ଜଣାଇଥିଲେ ଏବଂ ଏହି ସାଧୁ ପଦକ୍ଷେପ ରୋଗୀମାନଙ୍କ ପାଇଁ ବଞ୍ôଚବାର ନୁଆ ଆଶାର କିରଣ ସୃଷ୍ଟିକରିଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଆଜି ମଧ୍ୟ ମଣିଷପଣିଆ ବଞ୍ôଚଛି । ଅନ୍ୟର ଜୀବନ ବଞ୍ଚାଇବାଠାରୁ ଅଧିକ ପୁଣ୍ୟ କିଛି ନାହିଁ । ଅଙ୍ଗଦାନ କରିଥିବା ବ୍ୟକ୍ତିମାନେ ମରି ମଧ୍ୟ ଅମର ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଭିଡ଼ିଓ କନ୍‌ଫରେନସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପୁର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଶ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ
କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ l

ଆଇଟିଇଆର୍ ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍

ଭୁୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍ ଏମିନେନ୍ସ ଭାବେ କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ (ସିଏସ୍‌ଆର୍‌) ସର୍ଭେ -୨୦୨୦ ଅନୁଯାୟୀ ଏହି ମାନ୍ୟତା
ପାଇଛି ଆଇଟିଇଆର୍ । ଏହି ର‌୍ୟାଙ୍କିଙ୍ଗ ତାଲିକାରେ ଆଇଟିଇଆର୍   ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଦେଶର ଶ୍ରେଷ୍ଠ ୨୦ଟିଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ପାଇଛି । ସିଏସ୍‌ଆର୍ ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡ଼ିକର ର‌୍ୟାଙ୍କିଙ୍ଗ୍ କରିବା ସମୟରେ ଶୈକ୍ଷିକ ଭିତିଭୂମି, ଆନୁସଙ୍ଗିକ ବ୍ୟବସ୍ଥା, ଫ୍ୟାକଲ୍ଟି, ଗବେଷଣା, କନ୍‌ସଲ୍‌ଟାନ୍‌ସି. ଆଡମିସନ୍‌, ପାଠ୍ୟକ୍ରମ ଶିକ୍ଷା ପ୍ରଦାନ ପ୍ରଣାଳୀ, ନିଯୁକ୍ତି, ସାମାଜିକ ଦାୟିତ୍ୱ ଏବଂ ଶିଳ୍ପ ସହିତ ଆଦାନପ୍ରଦାନ ଇତ୍ୟାଦିକୁ ବିଚାରକୁ ନିଆଯାଇଥିଲା

ଗଣମାଧ୍ୟମ : ଡ଼ରୁଛି ନା ଡ଼ରାଉଛି ?…….

ଭୁବନେଶ୍ୱର : ଗଣମାଧ୍ୟମ । ଯାହାର ଧର୍ମ ହେଉଛି ଗଣ ମାନଙ୍କର ସ୍ୱାର୍ଥକୁ ଗୁରୁତ୍ୱ ଦେବା। ସାଧାରଣ ମଣିଷର ଭାଷାକୁ ସରକାରଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା । ହେଲେ ଏ ଧର୍ମକୁ ଏବେ କିଛି ଗଣମାଧ୍ୟମ ଭୁଲିଯାଇଛନ୍ତି। ଟିଭି ସୋରେ ନିଜକୁ ବଡ଼ ସାମ୍ବାଦିକ ଭାବେ ପରିଚିତ କରିବାରେ ଲାଗିଥିବା କିଛି ବ୍ୟକ୍ତି ଗଣମାଧ୍ୟମର ଏହି ସଂଜ୍ଞାକୁ ବଦଳାଇ ଦେଇଛନ୍ତି । ସେମାନଙ୍କ ମତରେ ଗଣମାଧ୍ୟମ ହେଉଛି ଗଣର ନୁହେଁ, ବରଂ କିଛି ନିଦ୍ଦିଷ୍ଟ ବ୍ୟକ୍ତିବିଶେଷ ଓ ରାଜନେତାଙ୍କ ପାଇଁ । ଯାହା ଏହି କିଛି ବର୍ଷ ହେବ ବିଭିନ୍ନ ଘଟଣାବଳୀକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି । ଏଜେଣ୍ଡା ଭିତ୍ତିକ ଖବର ପ୍ରସାରଣ କରିବା ଓ ଲୋକଙ୍କୁ ଭୂଲ ରାସ୍ତାରେ ନେବାକୁ ବି ଏମାନେ ପଛାଉ ନାହାନ୍ତି । ଲୋକଙ୍କ ସ୍ୱାର୍ଥ ନୁହେଁ, ରାଜନତୋଙ୍କ ସ୍ୱାର୍ଥକୁ ଯେତେବେଳେ ଆଂଚ ଆସୁଛି ଏହି ଗଣମାଧ୍ୟମର ବଡ଼ପଣ୍ଡାମାନେ ଆଗଭର ହେଉଛନ୍ତି ନିଜର ମତାମତ ଦେବା ପାଇଁ । ଯେମିତି ନାଲ କପଡ଼ା ବା ଗାମୁଛା ଦେଖିଲେ ଷଣ୍ଡ ଦୌଡ଼ିଆସେ। ସେମିତି ଜାଣନ୍ତୁ କି ନ ଜାଣାନ୍ତୁ କୌଣସି ବିବାଦ ଉପରେ ନିଜକୁ ବରିଷ୍ଠ ସାମ୍ବାଦିକ ବୋଲାଉଥିବା କିଛି ବ୍ୟକ୍ତି ଟିଭି ବୁମ ଦେଖି ଆଗଭର ହେଉଛନ୍ତି କିଛି ନା କିଛି ଗପିବା ପାଇଁ । ସବୁଠାରୁ ବଡ଼ ବିଡ଼ମ୍ବନାର ବିଷୟ ହେଉଛି ଯେଉଁ ଟିଭିର ଯେଉଁ ଏଜେଣ୍ଡା ସେହି ଅନୁସାରେ ଅନେକ ସମୟରେ ମତାମତ ଦିଅନ୍ତି ଏମାନେ । ଠିକ ରାଜନେତାଙ୍କ ପରି । ଯାହା ଏବେ ଆମ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଛି । କାମଳ ସାମ୍ବାଦିକତାର ଏମାନେ ପ୍ରତୀପ କହିଲେ ଚଳେ । ତେବେ ଏମିତି କାହିକିଁ । କାହିକିଁ ଗଣମାଧ୍ୟମ ଆଜି ଏତେ ପକ୍ଷଭୁକ୍ତ । କାହିକିଁ ଲୋକଙ୍କ ସ୍ୱର ଅପେକ୍ଷା ରାଜନୀତିର ସ୍ୱରକୁ ଅଧି୍‌କ ଗୁରୁତ୍ୱ ଦେଉଛି ଗଣମାଧ୍ୟମ । କଣ ଏଥିପାଇଁ ଲୋକେ ଗଣମାଧ୍ୟମକୁ ଗଣତନ୍ତ୍ରର ଜାଗ୍ରତ ପହରୀ ଭାବିବେ ? ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ସତରେ ଗଣମାଧ୍ୟମକୁ ଏବେ ସରକାର ବା ରାଜନୈତିକ ଦଳ ଡ଼ରାଉଛନ୍ତି ନା ଗଣମାଧ୍ୟମ ନିଜର ଶକ୍ତି ବଳରେ ରାଜନେତା ଓ ସରକାରଙ୍କୁ ଡ଼ରାଉଛି । ତାହା ଏବେ ଲୋକେ ବୁଝିଲେଣୀ । ଏକ ଭାରରାଲ ଭିିଡ଼ିଓକୁ ନେଇ ଗଣମାଧ୍ୟମର ଭୂମିକାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି ତାହା ଏବେ ସାରା ଓଡ଼ିଶାରେ ବିତର୍କର ବିଷୟ । ଗୋଟେ ଛୋଟ ଘଟଣାକୁ ଗଣମାଧ୍ୟ ଗୁଡ଼ିକ ଯେପରି ବିସ୍ପୋରଣ ରୂପ ଦେଲେଣୀ ଏଥିରେ ଗଣମାଧ୍ୟମ ଯେ ଲୋକଙ୍କୁ ଡ଼ରାଉଛି ତାହା କହିଲେ କିଛି ଭୂଲ ହେବ ନାହିଁ । ଯେମିତି ମହାମାରୀ ଚାଲିଯାଇଛି । ଆଉ ଲୋକଙ୍କ କିଛି ସମସ୍ୟା ନାହିଁ । ତେଣୁ ଗଣମାଧ୍ୟମ ଓ ଗଣମାଧ୍ୟମର ପ୍ରତିନିଧିମାନେ ଏବେ କେବଳ ସେହି ଘଟଣା ପଛରେ ପଡ଼ିଛନ୍ତି । କାହାର କଣ ଦାୟିତ୍ୱ ତାହା ସଭିଁଏ ଜାଣିଛନ୍ତି । ହେଲେ ରାଜନୀତିର ପଶାପାଲିରେ ପଡ଼ିଥିବା ଗଣମାଧ୍ୟମ କିନ୍ତୁ ଜାଣିନଥିବା ପରି ରୂପ ଦେଖାଉଛି ଏବେ ଲୋକଙ୍କୁ । କହିବା ଅଧିକାର କାଲି ଥିଲା ଆଜି ବି ଅଛି ଓ ଭବିଷ୍ୟତରେ ରହିବ । ହେଲେ କେଉଁ ସମୟରେ କେମିତି କହିବା ଦରକାର ତାହା ବୋଧେ ଗଣମାଧ୍ୟମ ଓ ଗଣମାଧ୍ୟମର ପ୍ରତିନିଧିମାନେ ଭୂଲି ଗଲେଣୀ । ରାଜନୀତିର ପଶାପାଲିରେ ପଡ଼ି ନିଜର ଧର୍ମକୁ ଭୂଲିଯାଇଛି ଗଣମାଧ୍ୟମ । ଡ଼ିଜିଟାଲ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ହାତରେ ମୋବାଇଲ ଅଛି ଓ ସଭିଁଏ ଜଣେ ଜଣେ ସାମ୍ବାଦିକ । ହେଲେ କଥାକୁ ବି ଭୂଲି ଗଲେଣୀ କିଛି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା । ସେମାନଙ୍କ ଏବେ ଗୋଟିଏ ଦିଗରେ କାମ କରୁଛନ୍ତି , ଯେ ଆମେ ଯାହା ଦେଖାଇବୁ ତାହା ଲୋକେ ଦେଖିବେ । ହେଲେ ପ୍ରତିଷ୍ଠିତ ଗଣମାଧ୍ୟମ ଜାଣିବା ଦରକାର ଗୋଟେ ଲୋକକୁ କିଛିଦିନ ପାଇଁ ବୋକା ବନେଇହେବ । ହେଲେ ସବୁ ଦିନ ପାଇଁ ନାହିଁ । ତେଣୁ ପ୍ରତ୍ୟେକ ଗଣମାଧ୍ୟମ ନିଜ ନିଜ ଧର୍ମକୁ ପାଳନ କରନ୍ତୁ ଓ ଲୋକଙ୍କ ସୁଖ ଦୁଃଖର ସାଥି ହୁଅନ୍ତୁ । ତେବେ ଯାଇ ଗୋଟେ ସୁସ୍ଥ ଗଣତନ୍ତ୍ର ବଂଚିପାରିବ । ହେଲେ ଏବେ ନିଜର ଆତ୍ମପ୍ରଚାର ଓ ରାଜନୀତି କ୍ୟାପେନରେ ଗଣମାଧ୍ୟମ ନମାତି ଗଣସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତୁ ତେବେ ହିଁ ଲୋକଙ୍କ ଭରଷା ଜିତିପାରିବ ଗଣମାଧ୍ୟମ । କାରଣ ଏ ଜନତା , ସବ ଜାନେତା ହେଁ ।

ଆମ୍ଭେ ଗୋ ଯିବୁ ଗୋପପୁର……..

ଯାଜପୁର : ଜନ୍ମାଷ୍ଟମୀ ପାଇଁ ଗାଁ ଠୁ ସହର ଆଜି ଉତ୍ସବ ମୁଖର। ବୃନ୍ଦାବନରୁ ବିରଜା କ୍ଷେତ୍ର ଯାଏଁ ପାଳନ କରାଯାଉଛି ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷରେ ଏହି ପର୍ଵ ପାଳନ କରାଯାଏ । ଏହି ଦିନ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମତିଥିକୁ ଧୁମଧାମରେ ପାଳନ କରାଯାଏ ଯାଜପୁର ଜିଲ୍ଲାର କୋଟବସନ୍ତପୁର ଛୋଟ ଗ୍ରାମରେ । ବନ୍ଦୀଶାଳରେ ମହାପ୍ରଭୁ ଜନ୍ମ ନେବା ପରେ ଗୋପପୁରକୁ ଯିବା ପାଇଁ ରାତି ଅଧିରେ ବାହାରି ଥାଆନ୍ତି। ଦେବକୀ କୋଳରୁ ଯଶୋଦା କୋଳକୁ ଯିବା ପାଇଁ ପିତା ବାସୁଦେଵ କୃଷ୍ଣଙ୍କୁ କାନ୍ଧେଇ ବାହାରିଥାନ୍ତି। ଠିକ୍ ଏହି ସମୟରେ ଦ୍ଵାର ପାଖରେ ଜଗି ବସିଛନ୍ତି ଉଗ୍ରସେନ। ବାସୁଦେବ ଯେତେ ନେହୁରା ହେଲେ ବି ଉଗ୍ରସେନ କିନ୍ତୁ ଛାଡିବାକୁ ନାରାଜ। ଠିକ୍ ଏହି ଘଟଣାବଳିକୁ ଜନ୍ମାଷ୍ଟମୀ ଦିନ କୋଟବସନ୍ତପୁରରେ ଗୀତିନାଟ୍ୟ ଆକାରରେ ବର୍ଣ୍ଣନା କରାଯାଏ। ବିଭିନ୍ନ ଚରିତ୍ରରେ ଲୋକ ଏଠାରେ ଅଭିନୟ କରିଥାନ୍ତି। ଏହା ପବିତ୍ର ମୁହୂର୍ତ୍ତକୁ ଦେଖିବା ପାଇଁ ଅନେକ ଭକ୍ତ ମଧ୍ୟ ଏକାଠି ହୋଇଥାନ୍ତି। ଏହାପରେ ପୂଜକ ଗୀତ ଆରମ୍ଭ କରନ୍ତି ଆମ୍ଭେ ଗୋ ଯିବୁ ଗୋପପୁର । ଗୀତର ଦୁଇଟି ପନ୍ତି ଉପସ୍ଥିତ ଥିବା ସମସ୍ତ ଭକ୍ତଙ୍କ ଆଖିରୁ ଲୁହ ଝରାଇଦିଏ। ଏହି ଦୁଇ ପନ୍ତି ହେଉଛି। ଆମ୍ଭେ ଗୋ  ଯିବୁ ଗୋପପୁର ।ପରେ ଉଗ୍ରସେନ ଯେତେବେଳେ କହନ୍ତି ଦେଖାଅ ଶଙ୍ଖ ଚକ୍ର ଚିହ୍ନ । ସେତେବେଳେ ଉଗ୍ରସେନଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦେଖାଇ ଥାଆନ୍ତି ବାସୁଦେବ। ବାସ୍ ଠାକୁରଙ୍କ ଦର୍ଶନ ପାଇଁ ଵସିଭୂତ  ହୋଇ ଯାଇଛନ୍ତି ଉଗ୍ରସେନ। ଏହାପରେ ସେ ପ୍ରଭୁଙ୍କୁ ବାଟ ଛାଡି ଦେଇଛନ୍ତି। ଏହି ଘଟଣାବଳି ଯେତେବେଳେ କୋଟବସନ୍ତପୁର  ମହାପାତ୍ର ପରିବାରର ଠାକୁର ଘର ସାମ୍ନାରେ ପରିବେଷଣ ହୁଏ । ସେ ସମୟରେ ଭାବ ବିହ୍ଵଳ ହୋଇଯାଏ  ପୁରା ପରିବେଶ ।
ସାରାଦେଶରେ ଯେତେବେଳେ ଜନ୍ମାଷ୍ଟମୀ ପାଳନ ହୁଏ । ତାର ଠିକ୍ ପରଦିନ ଯାଜପୁରରେ ଏହି ପର୍ବ ପାଳନ କରାଯାଏ। ଏଥର କରୋନା କଟକଣା ମଧ୍ୟରେ ପାଳନ କରାଯାଇଛି ।ହେଲେ ଆଧ୍ୟାତ୍ମିକ ଚିନ୍ତା ଚେତନାକୁ ପ୍ରତିହତ କରିପାରିନାହିଁ ।ଲୋକମାନେ ମନ୍ଦିର ନଯାଇ ନିଜ ଘରେ ରହି ମଧ୍ୟ ବହୁତ ଆନନ୍ଦ ଉଲ୍ଲାସରେ ଜନ୍ମାଷ୍ଟମୀ ପାଳନ କରିଛନ୍ତି ।

ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତଭାବେ ଆଗେଇ ଆସ, ଚିକିତ୍ସା ପାଇଁ ରହିବନି ଅର୍ଥ ଅଭାବ : ମୁଖ୍ୟମନ୍ତ୍ରୀ

କୋଭିଡ୍‌ ମୁକାବିଲା
ପଇସା ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ
ରାଜ୍ୟ ସରକାର ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି – ମୁଖ୍ୟମନ୍ତ୍ରୀ
ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତଭାବେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ବର  : ପଇସା ଅଭାବରୁ କେହି ଜଣେ ବି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ୤ ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀ ମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି ୤ ଏ କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ କି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି ୤ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ୤ ଅଧିକରୁ ଅଧିକ ଲୋକଙ୍କ ଜୀବନ ଯେପରି ବଞ୍ଚାଯାଇପାରିବ ସେ ଦିଗରେ ଆମେ ନିଷ୍ଠାର ସହିତ କାର୍ଯ୍ୟ କରୁଛୁ ୤

କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ୤ ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ବେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି ୤ ଏହାଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ୤ ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୩୨ ହଜାର ଟେଷ୍ଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ୤ ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବ୍-ଡିଭିଜନ ସ୍ତରରେ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗେଇ ଆସିବେ ସେଥିପାଇଁ ବି.ଡି.ଓ. ଓ ପଞ୍ଚାୟତ ପ୍ରତିନିଧିମାନେ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ୤ ରୋଗକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ୤ ଏ ଦିଗରେ ଲୋକ ପ୍ରତିନିଧିମାନେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ୤ ସ୍ବଳ୍ପ ଓ ଲକ୍ଷଣ ବିହୀନ ରୋଗୀମାନଙ୍କୁ ଘରେ ଚିକିତ୍ସା ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ଏବଂ ରୋଗୀମାନଙ୍କୁ ମେଡିସିନ୍‌ କିଟ୍‌ ଓ ଟେଲି ମେଡିସିନ ଯୋଗେ ଡକ୍ତରୀ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ୤ ଖୋର୍ଦ୍ଧା, ସୁନ୍ଦରଗଡ, କଟକ ଓ ଯାଜପୁର ଜିଲ୍ଲାଗୁଡିକ ଉପରେ ଅଧିକ ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ୤
ଗତ ପାଞ୍ଚ ମାସ ଧରି ରାଜ୍ୟବାସୀ ଯେଭଳି ସାହସର ସହ ଲଢେଇ ଜାରି ରଖିଛନ୍ତି ତାହା ଆମକୁ ଉତ୍ସାହଜନକ ସଫଳତା ଦେଇଛି ୤ ଏଥିପାଇଁ ଆଗ ଧାଡିର କୋଭିଡ୍‌ ଯୋଦ୍ଧା ତଥା ଲୋକପ୍ରତିନିଧି ମାନଙ୍କର ନିରନ୍ତର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ୤
ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟରେ ପାଞ୍ଚଟି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇପାରିଛି ଏବଂ ଏହି ଚିକିତ୍ସା ଜରିଆରେ ରୋଗୀମାନେ ଭଲ ଫଳ ପାଇପାରୁଛନ୍ତି ୤ ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ତଥା ଡାକ୍ତରମାନଙ୍କୁ ସାଧୁବାଦ ଜଣାଇଥିଲେ ୤
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ସାରା ଦେଶରେ କୋଭିଡ୍‌ ନିୟନ୍ତ୍ରଣରେ ଓଡିଶାର ସମସ୍ତ ସୂଚକାଙ୍କ ଉତ୍ସାହଜନକ ରହିଛି ୤
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୯ ଜଣ ପ୍ଲାଜ୍‌ମା ଡୋନର ପ୍ଲାଜ୍‌ମା ଦାନ କରିଥିବା ବେଳେ ୧୩୨ ଜଣ ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଛନ୍ତି ୤ ୧୦ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣଙ୍କ ସ୍ବାସ୍ଥ୍ୟରେ ଆଖିଦୃଶିଆ ଉନ୍ନତି ଆସିଛି ୤ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ୤ ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୬୮.୬ ପ୍ରତିଶତ ଥିବାବେଳେ ମୃତ୍ୟୁହାର ୦.୬୦ ରହିଛି ୤ ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ RT-PCR Machine ସ୍ଥାପନ କରିବା, ରାଜ୍ୟରେ ଲାବ୍‌ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଥିଲା ୤
ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲା ସ୍ତରରେ ପ୍ଲାଜ୍‌ମା ଦାତାମାନଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ୤
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା, ଯାଜପୁର, ଜଗତସିଂପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକମାନଙ୍କ ସହ ଜିଲ୍ଲାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ୤
ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି), E&IT ବିଭାଗ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ୤

ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍‌…

ଭୁବନେଶ୍ୱର : ଚଳିତ ବର୍ଷ କୋଭିଡ ନିୟମ ମାନି ପାଳିତ ହେବ ସ୍ୱାଧୀନତା ଦିବସ । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା କଟକଣାକୁ ମାନି ସମସ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୧୫ ତାରିଖ ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଏହି ଅବସରରେ ପରେଡ କିମ୍ବା ମାର୍ଚ୍ଚପାଷ୍ଟ ହେବ ନାହିଁ । ଏହି କାର୍ଯ୍ୟକ୍ରମରେ ଲୋକଙ୍କ ସମାଗମକୁ ସମୂର୍ଣ୍ଣ ବାରଣ କରାଯାଇଛି । କାର୍ଯ୍ୟକ୍ରମରେ ୫୦ରୁ ୭୦ ଜଣ ଲୋକ ସାମିଲ ହୋଇପାରିବେ ବୋଲି ଗାଇଡଲାଇନରେ କୁହାଯାଇଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news