ଭୁବନେଶ୍ୱର : ମନ୍ତ୍ରୀ ସୁଶାନ୍ତ ସିଂହ ଆଜି କୋରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।ଏହାସହ ତାଙ୍କ ସଂସ୍ପର୍ଷରେ ଆସିଥିବା ସମସ୍ତ ଲୋକଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ ଅନୁରୋଧ କରିଛନ୍ତି ସୁଶାନ୍ତ ସିଂହ ।
ସ୍କୃତି ଯୋଡ଼ୁଛି ସମ୍ପର୍କ….
ସମୟ ସ୍ରୋତରେ ମଣିଷର ଜୀବନ ଆଗକୁ ବଢିଚାଲେ । ବିଭିନ୍ନ ସାମାଜିକ ପ୍ରକ୍ରିୟା ଦେଇ ମଣିଷକୁ ଗତି କରିବାକୁ ପଡ଼େ । ଦୁଃଖ ସୁଖର ଜୀବନ ମଧ୍ୟରେ ପଛରେ ଛାଡ଼ିଯାଏ କିଛି ସ୍କୃତି ଓ କିଛି ଅନୁଭୂତି । ଯାହା ପ୍ରତ୍ୟେକ ମଣିଷର ଦୁଃଖ ସମୟରେ ବି ମୁହଁରେ ଆଣିଦିଏ ଟିକିଏ ହସ । ଆଉ ସେହି ହସ ଯେ ବର୍ତ୍ତମାନର ବ୍ୟସ୍ତ ଜୀବନକୁ ଟିକେ ହାଲକା କରେ ତାହା ସ୍କୁଲ ବେଳର ହ୍ଵାଟ୍ସଆପ ଗ୍ରୁଫରେ ଆଲୋଚନା ଓ ଫେସବୁକରେ ସାଙ୍ଗ ସହ ଯୋଡ଼ିହେବାରୁ ଜଣାପଡ଼ୁଛି । ପିଲାଦିନ ସାଙ୍ଗ ସହ ଯୋଡ଼ିହେବାର ରାମସେତୁ ଭାବେ ସ୍କୁଲସାଙ୍ଗଙ୍କ ସହ ଯୋଡ଼ିଛି ସୋସିଆଲ ମିଡ଼ିଆ ।୨୦୦୧ ମସିହାର ଯାଜପୁର ଜିଲ୍ଳାର ହରିସାମନ୍ତ ସ୍କୁଲ ବ୍ୟାଚର ସାଙ୍ଗମାନେ ୨୦୧୮ରେ ସୋସିଆଲ ମିଡଆରେ ଯୋଡ଼ିହୋଇଛନ୍ତି । ପ୍ରଥମେ ମାତ୍ର ହାତ ଗଣତି କେତେଜଣ ସାଙ୍ଗକୁ ନେଇ ଆରମ୍ଭ ହୋଇଥିବା ଏହି ହ୍ଵାଟ୍ସଆପ ଗ୍ରୁପରେ ଏବେ ବ୍ୟାଚର ଅଧିକାଂଶ ପିଲା ଯୋଡ଼ି ହୋଇଯାଇଛନ୍ତି । କିଏ କେମିତି ଓ କେତେବେଳେ ଯୋଡ଼ି ହେଉଛନ୍ତି ଗ୍ରୁପରେ ତାହା ଜଣାପଡ଼ୁନାହିଁ । ଏମିତି ପିଲାଦିନ ଯେଉଁ ସାଙ୍ଗ ସହ ସ୍କୁଲ ଜୀବନ କଟିଥିଲା ତାହାର ଚେହେରା ଏବେ ଗ୍ରୁପରେ ଦେଖିଲେ ଚିହ୍ନିବାକୁ କିଛି ସମୟ ଲାଗୁଛି । ମନେ ପକାଇବାକୁ ପଡ଼ୁଛି ୨୦୦୧ ଦୃଶ୍ୟକୁ । ସେ ସ୍କୁଲରେ କେମିତି ଥିଲା, କଣ ଥିଲା ତାହାର ସ୍ୱଭାବ ଓ ଆଜି କେମିତି ଲାଗୁଛି ସେ । ଏସବୁ କଥା ଗ୍ରୁପରେ ଥିବା ପ୍ରତ୍ୟେକ ସାଙ୍ଗ ଯେତେବେଳେ ଏକୁଟିଆ ବସି ମନେପଡ଼ିଯାଉଛି ମନେମନେ ହସିବା ସହ ପୁରୁଣା ସ୍କୃତି କେତେ ସୁନ୍ଦର ଥିଲା ତାହା ମନକୁ ଆନନ୍ଦ ଦେଉଛି । ସବୁଠାରୁ ମଜା କଥା ହେଉଛି ସ୍କୁଲ ବେଳକୁ ଯିଏ ଯେମିତି ପରିଚିତ ଥିଲା ସାଙ୍ଗଙ୍କ ପାଖରେ ଆଜି ସେମିତି ମିଶିବାକୁ ହୁଏତ ଟିକେ ସଙ୍କୋଚ ଆସୁଛି । ସତ କହିଲେ ସ୍କୁଲ ସମୟରେ ଯେଉଁ ପୁଅ ଓ ଝିଅ ସାଙ୍ଗ ସହ ମୋଟେ ମିଶି କଥା ହୋଇହୁଏ ନାହିଁ, ଆଜି ସେହି ସାଙ୍ଗ ସହ ନିବିଡ଼ ହୋଇଛି ସମ୍ପର୍କ। ଆଉ ବା କଣ କହିବି । ଏବେ ସବୁ ସାଙ୍ଗ ଜଣେ ଜଣେ ଗାଳ୍ପିକ, ସାହିିତକ ,କଣ୍ଠଶିଳ୍ପୀ, ରାଜନେତା,ଅଭିନେତ୍ରୀ , ଯୋଗବାବା, ବ୍ୟବସାୟୀ ଏପରି କେତେରୂପ ଦେଖିବାକୁ ମିଳୁଛି । ଯାହା ହେବ ସ୍ୱଭାବିକ । ହେଲେ ସବୁଠାରୁ ବଡ଼ କଥା ହେଲ ଗ୍ରୁପ ଚାଟ ବେଳେ କିନ୍ତୁ ସମସ୍ତେ ସେହି ପିଲାଦିନର ସାଙ୍ଗ ପାଲଟିଯାଆନ୍ତି । ସମୟ ଅନୁସାରେ ସାଙ୍ଗମାନେ ବଡ଼ ହୋଇ ବାହାଶାହା ହୋଇ ଘର ସଂସାର କଲେଣି । କାହାର କାହାର ପୁଅ-ଝିଅ ବଡ଼ ହୋଇଗଲେଣୀ । ହେଲେ ଏହି ଗ୍ରୁଫ କିନ୍ତୁ ଆମକୁ ପୁଣି ଛୋଟ କରିଦେଇଛି । ଲାଗୁଛି ଯେମିତି ପୁଣି ଫେରିଆସିଛି ସେହି ପୁରୁଣା ଦିନ । ହରିସାମନ୍ତ ସ୍କୁଲ, ରାମମନ୍ଦିର , ହେଡ଼ାପଡ଼ିଆ ଖେଳ ଓ ଟାଉନହଲରେ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସରେ ପ୍ୟାରେଡ଼ , ପିଡ଼ବ୍ଲୁ ଅଫିସରେ ସେଓ ବୁନ୍ଧିଆ ଖାଇବା , ରାମନବମୀରେ ରାମମନ୍ଦିରକୁ ଲମ୍ବା ଲାଇନରେ ଯିବା ଓ ମନାଇଚ୍ଛା ବସିି ଖାଇବା , ପୁଣି କେଉଁ କଳାତ୍ମକ ଅବା ଯାଦୁଗରର ସୋ ଦେଖିବା ପାଇଁ ସିନେମା ହଲ ଯିବା । ଏତେ ସବୁ ଘଟିଛି ସ୍କୁଲ ସମୟରେ । ଏହାକୁ କଣ କେବେ କିଏ ଭୂଲି ପାରିବ । କେବଳ ମନେ ପକାଇ ମନେ ମନେ ହସିବା ଛଡ଼ା ଆଉ କିଛି ନାହିଁ । ବେଳେବେଳେ ତ ମନରେ ଭାରି କଷ୍ଟ ଲାଗେ । ଆଜି ସମୟର ସ୍ରୋତରେ ଆମେ ବଡ଼ ହୋଇଯାଇଛୁ । ଅନେକ ପାଇଛୁ ଓ ଅନେକ ହରାଇଛୁ । ସମୟ ଯେତେ ଗଡ଼ୁଛି , ବୟସ ସେତେ ବଢୁଛି , ଛାତ୍ର ଅବସ୍ଥା ଯାଇ ପାକଳ ଯୁବାବସ୍ଥାରେ ଆମେ ସମସ୍ତେ । ଆଉ ପୁଣି ସମୟ ଆସିବ କେତେବେଳେ ବୁଢା ହୋଇଯିବା । ହେଲେ ସ୍କୃତି ସେପରି ଜୀବିତ ରହିଛି ଓ ରହିବ । ସେଥିପାଇଁ ତ ଭଗବାନ ଦୁନିଆ ସବୁଠି ଶ୍ରେଷ୍ଠ ଉପହାର ଏବେ ଦୁନିଆକୁ ଦେଇଛି ତାହା ହେଉଛି ସାଙ୍ଗ । ଏବେ ଆସ ନଜର ପକାନ୍ତୁ ପୁରୁଣା ସ୍କୃତିକୁ ନେଇ କିଏ କଣ କହୁଛି
ପାଣ୍ଡେ- ସାଙ୍ଗ ସହ ଯୋଡ଼ିହୋଇ ବହୁତ ଖୁସି । ଟେନସନ ପଳାଉଛି ।
ମୁନି- ମୁଁ ଖୁସି । ପୁରୁଣା ସାଙ୍ଗଙ୍କ ସହ ଯୋଡ଼ିହେବା ମୋ ଜୀବନର ଶ୍ରେଷ୍ଠ ଦିନ ।
ଶୋଭା- ଗ୍ରୁଫରେ ଯୋଡ଼ିହେବା ପରେ ଅଧା ଟେନସନ ଯାଉଛି , ପିଲାଙ୍କ ସହ କଳି ହେଉଛି
ସୁରଟ –କରୋନା ସମୟରେ ସାଙ୍ଗ ସହ କଥା ହେବା ଏକ ନିଆର । ପୁରା ମସ୍ତି
ଚିନ୍ମୟ – ଆରେ ଭାଇ ମୁଁ ତ ପୁରା ଖୁସି.. ଶବ୍ଦ ନାହିଁ ମୋ ପାଖରେ ସାଙ୍ଗଙ୍କ ପାଇଁ ..
ଆଉ ସବୁ ସାଙ୍ଗେ ମାନଙ୍କର କଣ ପ୍ରତିକ୍ରୀୟା ତାହା ଏହି କିଛି ଜଣ ମତରୁ ଆପଣମାନେ ଜାଣିପାରୁଥିଲେ ।
ଶେଷରେ ଏମିତି କୁହାଯାଇପାରେ ଏ ସମୟ ବୟସକୁ ମୋର ଦେ ଫେରାଇ ।
ଡିଜିଟାଲ ପ୍ଲାଟଫର୍ମରେ ମେକ ଇନ ଓଡିଶା….
ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ବି ଆଜି ଆମ ରାଜ୍ୟରେ 12 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ସେଥି ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ । ଓଡିଶାକୁ ପୁଞ୍ଜିନିବେଶକାରୀ ମାନେ ଶିଳ୍ପାୟନର ରାଜ୍ୟ ହିସାବରେ ଗ୍ରହଣ କରିଛନ୍ତି । ସେ ଭଳି ବାତାବରଣ ଇକୋ ସିଷ୍ଟମ, ଇଣ୍ଡଷ୍ଟ୍ରିଆଲ ଡେଭଲ୍ପମେଣ୍ଟ ଓ ଇନଫ୍ରାଷ୍ଟକଚରକୁ ବଢାଇବାରେ ଆମେ ସାମର୍ଥ୍ୟ ହୋଇଛୁ । ଯେଉଁଥିରେ 5 ଡିପ ସି ପୋର୍ଟ ତା ସହିତ କୋଷ୍ଟଲ ଡେଭଲ୍ପମେଣ୍ଟ ଓ ମାଇନିଙ୍ଗି ଓ ମିନେରାଲ ଭଳି ସବୁ କ୍ଷେତ୍ରରେ ପୁଞ୍ଜିନିବେଶ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ 6 ଟି ଫୋକସ ସେକ୍ଟର ଯେଉଁଥିରେ ଅଛି ପେଟ୍ରୋକେମିକାଲ ଓ କେମିକାଲ ମାଇନିସ ଓ ମିନେରାଲ ଆଇରନ ଷ୍ଟିଲ ଓ ଆଲୁମିନିୟମ ପରି ଫୁଡ଼ ପ୍ରୋସେସିଂ ଏବଂ ଆଇଟି ଓ ଇଲେକ୍ଟ୍ରୋନିକ୍ସ । ଟ୍ରିଲିୟନ ଡ଼ଲାର ସ୍ୱପ୍ନର ମାଧମ ହେବ ଆଇଟି ଓ ଇଲେକ୍ଟ୍ରୋନିକ୍ସ । ଯେଉଁ ଟ୍ରେଡ଼ ଯୁଧ୍ୟ ଚାଲିଛି ଆମେରିକା ଓ ଚାଇନା ଭିତରେ ତାର ଫାଇଦା ଉଠାଇ ଆମେ ଆଇଟି ଓ ଇଲେକ୍ଟ୍ରୋନିକ୍ସ କୁ ସୃଦୁଢ଼ କରିବାକୁ ପ୍ରୟାସ କରୁଛୁ । ଆଇଟିଆର ସହ ଆମେ ଚୁକ୍ତି କରିଛୁ ଭ୍ୟାଟରୁ ଜିଏସଟି କନଭଟ କରାଗଲା ଯେଉଁଥିରେ ଇଣ୍ଡଷ୍ଟ୍ରି ହାଉସ ଗୁଡିକ ଲାଭାନିତ ହେବେ ଓ ନିଯୁକ୍ତି ବଢିବ । 2020 ମେକଇନ ଓଡ଼ିଶା ପାଈଁ ବିଚାର ବିମର୍ଶ ଚାଲିଛି । ଆମେ ଅନ୍ୟ ରାଜ୍ୟକୁ ବି ତୁଳନା କରୁଛୁ । ଆମେ ଏହାର ପ୍ରସ୍ତୁତି ପାଇଁ ବହୁତ ଗୁଡିଏ ଆନ୍ତର୍ଜାତୀୟ ଏଜେନ୍ସି ଶହ ଡିଜିଟାଲ ପ୍ଲାଟଫର୍ମରେ କଥା ହେଉଛୁ । କୋଭିଡ ପରିସ୍ଥିତି ଓ ଷ୍ଟେକ ହୋଲଡ଼ର ମାନଙ୍କର ସ୍ଥିତିକୁ ଦେଖି ଆମେ ଉଚିତ ସମୟରେ ନିଷ୍ପତ୍ତି ନେବୁ । ଆଜିର ସ୍ଥିତିରେ ଫିଜିକାଲି ମିଟ ବହୁତ କଠିନ ସମସ୍ୟା । କିଭଳି ଏହି ଆୟୋଜନ କରାଯିବ କିମ୍ବା ଭରଚୁଆଲ ମାଧ୍ୟମରେ ହେବ ସେ ଉପରେ ଆମେ ବିଚାର ବିମର୍ଶ କରୁଛୁ ଵୋଲି ସୂଚନା ଦେଲେ ଏମ ଏସ ଏମ ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।
ଯୁବ-ଛାତ୍ରଙ୍କୁ ୱେବିନାରରେ ପ୍ରଣବଙ୍କ ମନ୍ତ୍ର, ଅପପ୍ରଚାରକୁ ରୋକ…
ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାରା ବିଶ୍ୱ ପାଇଁ ଉଦାହରଣ ସାଜିଛନ୍ତି । ସେ ବତ୍ୟା,ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ମହାମାରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃରଦୃଷ୍ଟି ଯୋଗୁଁ ରାଜ୍ୟ ଏହାକୁ ସଫଳତାର ସହ ମୁକାବିଲା କରୁଛି । ଏବେ ଯେମିତି କୋଭିଡ଼ ୧୯କୁ ରାଜ୍ୟ ସଫଳତାର ସହ ଲଢୁଛି । ପ୍ରଥମଥର ଲାଗି ସାରା ବିଶ୍ୱ ଯେତେବେଳେ ଏକ ଅଜଣା ଭୂତାଣୁ ସହ ଲଢୁଛି , ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଓଡ଼ିଶା କୋଭିଡ଼ ୧୯ ମୁକାବିଲା ପାଇଁ ଅନେକ ଆଗୁଆ ପଦକ୍ଷପ ଗ୍ରହଣ କରିଥିଲା । ଯାହାର ଫଳ ସ୍ୱରୂପ ଆଜି ସାରା ବିଶ୍ୱରେ ଓଡ଼ିଶାରେ ସୁସ୍ଥତା ହାର ଅଧିକ ଥିବା ବେଳେ ମୃତ୍ୟୁହାର ବି ବହୁତ କମ । ଯାହା ଆମ ପାଇଁ ଏକ ବଡ଼ ସଫଳତା । ତେଣୁ ଏଥିଲାଗି ଆମେ ସମେସ୍ତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନମନ । କୋଭିଡ଼ ୧୯କୁ ଯେଉଁଭଳି ଭାବରେ କୋଭିଡ଼ ଯୋଦ୍ଧାମାନେ ମୁଖ୍ୟମନ୍ତ୍ରୀ ନେତୃତ୍ୱରେ ଏକ ହୋଇ ଲଢେଇ କରି ଏହି ସଫଳତା ଆଣିଛନ୍ତି ସେ ସମସ୍ତ ଯୋଦ୍ଧା ଆଜି ପ୍ରଶଂସାର ପାତ୍ର । ତାଙ୍କ ପାଖରେ ଆମେ ସମସ୍ତେ ଋଣୀ।
ଡ଼ାକ୍ତର,ସ୍ୱାସ୍ଥ୍ୟକର୍ମୀ , କରୋନା ଯୋଦ୍ଧା ଓ ବିଶେଷକରି ଘରର ମାଆମାନେ ଯେପରି ଦିନରାତି ଏକ କରି ଲୋକଙ୍କ ଜୀବନ ବଂଚାଉଛନ୍ତି ଏଥିଲାଗି ଓଡ଼ିଶାରେ କରୋନ ମୁକାବିଲା ଠିକ ଚାଲିଛି । ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ନିର୍ମାଣ କରିବା , ଅଧିକ ଟେଷ୍ଟିଂ କରିବା, କରୋନା ରୋଗୀଙ୍କର ସ୍ୱତନ୍ତ୍ର ଯତ୍ନନେବା, ପୁଷ୍ଟିକର ଖାଦ୍ୟ ଦେବା ଆଦି କ୍ଷେତ୍ରରେ ଓଡ଼ିଶା ବେଶ ଭଲ କାମ କରୁଛି । ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ,ମନ୍ତ୍ରୀ,ସାଂସଦ , ସରକାର କର୍ମଚାରୀ ଦରମା ଓ ଅଧିକାଶ ବିଭାଗର ଖର୍ଚ୍ଚକାଟ କରି ସବୁ ସ୍ୱାସ୍ଥ୍ୟସେବାରେ ଲଗାଇଛନ୍ତି ।ଆଉ ଲକ୍ଷ କେବଳ ଜୀବନ ବଂଚାଇବା । ସେ କାମ ଜାରୀ ରହିଛି । ଏ ଲମ୍ବା ଲଢେଇ ଜାରୀ ରହିଥିବା ବେଳେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏପରି ମହାମାରୀ ଯୁଦ୍ଧ ସମୟରେ ସାମନ୍ୟ ଭୂଲ ଭଟକାକୁ ନେଇ ଗାଁ ଓ ସହରରେ ଗୁଜବ ସୃଷ୍ଟି କରୁଛନ୍ତି । ଆମର ରାଜନାତୀ କରିବା,ସମାଲୋଚନା କରବା ପାଇଁ ସମସ୍ତଙ୍କର ଅଧିକାରୀ ଅଛି , ହେଲେ ଯେତେବେଳେ ଓଡ଼ିଶା ମହାମାରୀ ଯୁଦ୍ଧ ଲଢୁଛି ସେତେବେଳେ ଏପରି ଗୁଜବ ଓ ଅପପ୍ରଚାର କରିବା ଠିକ ନୁହେଁ ବୋଲି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଖାସ ସେଥିଲାଗି ବିଜେଡ଼ିର ଯୁବ ଓ ଛାତ୍ର ସଂଗଠନ ସଜାଗ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଗାଁଗାଁରେ ଯେଉଁମାନେ ମହାମାରୀ ସମୟରେ ଗୁଜବ କରୁଛନ୍ତି ସେମାନଙ୍କୁ ରୋକିବା ପାଇଁ ପ୍ରଣବ ପରାମର୍ଶ ଦେଇଛନ୍ତି । ଏଥିଲାଗି ଛାତ୍ର ଓ ଯୁବ କର୍ମୀମାନେ ଉତ୍ସାହର ସହ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି । କରୋନା ମୁକାବିଲାରେ ଆମକୁ ଯେଉଁ ସଫଳତା ମିଳୁଛି ତାହା ଆମ ମନବଳକୁ ଦୃଢ କରିବା ସହ ଅଧିକ କାମ କରିବାକୁ ଉତ୍ସାହିତ କରୁଛି ବୋଲି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କରାଯାଇଥିବା ୱେବିନାର ସମ୍ମିଳନୀରେ ବିଜେଡ଼ି ସଂଗଠନ ସମ୍ପାଦକ ନିଜ ମନ୍ତବ୍ୟରେ ଏପରି କହିଛନ୍ତି । ଏହି ୱେବିନାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ବିଜେଡ଼ିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର,ସାଂସଦ ଅଚ୍ୟୁତ ସାମନ୍ତ, ବିଧାୟକ ପ୍ରଣବ ବଳବନ୍ତରାୟ,ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଡ଼ାକ୍ତର, ବିଦେଶରେ ରହୁଥିବା କିଛି ବିଶିଷ୍ଟ ବ୍ୟକ୍ତି ସହ ବିଜୁ ଛାତ୍ର ଓ ଯୁବ ସଂଗଠନର ସଭାପତି ଉପସ୍ଥିତ ଥିଲେ ।
ସାମ୍ବାଦିକ ବି ମଣିଷ
ଭୁବନେଶ୍ୱର : ଆଜିକାଲି ସାମ୍ବାଦିକଙ୍କ ବ୍ୟବହାରକୁ ନେଇ ଅନେକ ସମାଲୋଚନା ଚାଲିଛି। ସେମାନେ ପଚାରୁଥିବା ପ୍ରଶ୍ନକୁ ଯିଏ ନାପସନ୍ଦ କରୁଛନ୍ତି, ସେମାନଙ୍କ ମତରେ ସାମ୍ବାଦିକଙ୍କ ହୃଦୟ ନାହିଁ। ହେଲେ ଆମେ ଆପଣଙ୍କୁ ଏପରି ଜଣେ ସାମ୍ବାଦିକଙ୍କ କଥା କହୁଛୁ, ଯିଏ ଲାଇଭ ସମୟରେ ଭାବବିହୋଳ ହୋଇପଡ଼ିଲେ। ସ୍ୱାଧୀନତା ଦିବସ ସନ୍ଧ୍ୟାରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅବସର ଗ୍ରହଣ କଲେ। ସେ ପ୍ରସଙ୍ଗରେ ନନ୍ଦିଘୋଷ ଟିଭିର ସାମ୍ବାଦିକ ପ୍ରିୟ ପ୍ରୀତମ ମହାନ୍ତି ଓ ଉପସ୍ଥାପକ ଅବିନାଶ ଷଡ଼ଙ୍ଗୀଙ୍କ ମଧ୍ୟରେ ଲାଇଭ ଆଲୋଚନା ଚାଲିଥିଲା। ହେଲେ ହଠାତ ପ୍ରିୟ ପ୍ରୀତମ କାନ୍ଦି ପକାଇଲେ। କାରଣ ଧୋନୀଙ୍କ ଅବସର ତାଙ୍କୁ ମର୍ମାହତ କରିଥିଲା। ଧୋନୀ ଖେଳକୁ ଅଳବିଦା କହିବାରୁ ଅଗଣିତ ଫ୍ୟାନସଙ୍କ ଦୁଃଖ ଟିଭିରେ ଦେଖାଉଥିବା ସାମ୍ବାଦିକ ନିଜ କୋହ ରୋକି ପାରିଲେ ନାହିଁ। ଅବଶ୍ୟ ଟିଭି ପରଦାରେ ଯେଉଁ ସାମ୍ବାଦିକ ସବୁ କିଛି ଭୁଲି ଖବର ପରିବେଷଣ କରେ, ସେ ବି ଜଣେ ମଣିଷ। ମେସିନ ନିହେଁ। ସେ ବି ଜଣେ ଫ୍ୟାନ, ତାର ବି ହୃଦୟ ଅଛି। ଦେଶର ମହାନ ଲୋକଙ୍କ ପାଇଁ ତା ଆଖିରୁ ବି ଲୁହ ବାହାରେ। ତେବେ ପ୍ରିୟ ପ୍ରୀତମଙ୍କ ଲୁହ କୌଣସି ଅଯଥା ଲୋକ ପାଇଁ ନଥିଲା। ଦେଶକୁ ଦୁଇଟି ବିଶ୍ୱକପ ଜିତାଇ ଥିବା ମହାନ ଅଧିନାୟକ ଧୋନୀଙ୍କ ଅବସର ଦୁଃଖରେ ଥିଲା।
ଏ କଥା ସେ ସବୁ ଲୋକଙ୍କ ପାଇଁ ଯିଏ ଭାବନ୍ତି ଯେ ସାମ୍ବାଦିକମାନେ ମର୍ଯ୍ୟାଦା ଜାଣି ନାହାନ୍ତି, ହୃଦୟ ପଥର! ଆମେ ସାମ୍ବାଦିକ ବି ମଣିଷ। ଟିଭି ଆଗରେ ଯବାନ ସହିଦ ଖବର ବେଳେ କି ଧୋନୀଙ୍କ ଅବସର ସମୟରେ ଆମ ଆଖି ଲୁହରେ କାନ୍ଦେ ଆଉ ହୃଦୟ କାନ୍ଦେ ଲହୁରେ। ପ୍ରିୟ ପ୍ରୀତମଙ୍କ କାନ୍ଦିବା ସମୟର ଭିଡ଼ିଓ ଭାଇରାଲ ହେବା ପରେ ସବୁ ସାମ୍ବାଦିକମାନଙ୍କ ବି ସମାନ ପ୍ରଶ୍ନ, “ଆମେ କଣ ମଣିଷ ନୁହେଁ?”
ଆଉ ଦେଖୁବାକୁ ମିଳିବନି ହେଲିକାପ୍ଟର ସଟ୍…
ମୁମ୍ବାଇ : ଆଉ କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳିବନି ହେଲିକାପ୍ଟର ସଟ୍। କି ଶୁଭୁବନି ମାହି ମାର, ମାହି ମାର ଶବ୍ଦ ।ଅନ୍ତର୍ଜାତୀୟ କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତକୁ ନେଇ ଲାଗିରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏମଏସ ଧୋନି ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
ଏକ ବର୍ଷରୁ ଅଧିକ ସମୟ ଧରି ତାଙ୍କ ଭବିଷ୍ୟତକୁ ନେଇ କଳ୍ପନା ଜଳ୍ପନାର କାରଣ ହୋଇଥିଲା । ଗତ ବର୍ଷ ଜୁଲାଇରେ ବିଶ୍ୱକପ ଶେଷ ହେବା ପରେ ଏମଏସ ଧୋନି ଖେଳରୁ ଏକ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଶ୍ରାମ ନେଇଥିଲେ ଏବଂ ସେବେଠାରୁ ଗୋଟିଏ ବି ଖେଳ ଖେଳି ନାହାଁନ୍ତି।
ନବୀନଙ୍କ ସାରଥୀ ସାଜିଲେ ଭି.କେ. ପାଣ୍ଡିଆନ..
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରନ୍ତି କାଳେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ପରାମର୍ଶ କ୍ରମେ କରନ୍ତି l ଏକଥା ସବୁବେଳେ ଗାଁ ଠାରୁ ଆରମ୍ଭ କରି ପାୱାରକରିଡର ଯାଏ ଚର୍ଚ୍ଚା l ଆଉ ମୁଖ୍ୟମନ୍ତ୍ରୀ କାହିଁକି ବ୍ୟକ୍ତିଗତ ସଚିବ ପାଣ୍ଡିଆନ ଏତେ ପସନ୍ଦ କରନ୍ତି ତାହା ଆଜି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଦେଖିବାକୁ ମିଳିଛି l ମୁଖ୍ୟମନ୍ତ୍ରୀ ସୁରକ୍ଷା ପାଇଁ ଓଡିଶା ଆଗ ଧାଡ଼ିର ଆଇଏସ ଅଧିକାରୀ 5ଟି ସଚିବ ଭି.କେ ପାଣ୍ଡିଆନ ନିଜେ କାର ଚାଳକ ସାଜିଥିଲେ l ଆଉ ପୁଣି ଥରେ ପ୍ରମାଣିତ କରିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କ ପାଇଁ କେତେ ସମର୍ପିତ l ଆଜକୁ ଆଠ ବର୍ଷ ହେବ ନବୀନ-ପାଣ୍ଡିଆନ ଯୋଡି ନୂଆ ଓଡିଶାକୁ ଗଠନ କରିବା ଦିଗରେ କାମ କରୁଛନ୍ତି l ଏଥିରେ ଯିଏ ଯାହା କୁହନ୍ତୁ ସେ କଥାକୁ ନଶୁଣି ନିଜର ଦାୟିତ୍ୱ ତୁଲାଉଛନ୍ତି l ଯେହେତୁ ଏବେ କୋଭିଡ ସମୟ ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦେବା ତାଙ୍କ କାରର ସାରଥୀ ହେବାକୁ କୁଣ୍ଠାବୋଧ କରିନାହାନ୍ତି ପାଣ୍ଡିଆନ l ଏଥିରେ ସେ ଗୋଟେ ବଡ ବାର୍ତ୍ତା ଦେଇଛନ୍ତି l ୭୪ ତମ ସ୍ବାଧୀନତା ଦିବସ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପାଳନ କରାଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନି ପଡ଼ିଆରେ ପହଂଚିବା ଓ ସେଠାରୁ ଯିବା ବେଳର ଦୃଶ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଲା ବେଳେ ତାଙ୍କ ଗାଡିରେ ଥିବା ଡ୍ରାଇଭରକୁ ନେଇ ହେଉଛି ଏହି ଚର୍ଚ୍ଚା। ପ୍ରତିଦିନ ତାଙ୍କ ଗାଡି ଚାଳଉ ଥିବା ଡ୍ରାଇଭର ଆଜି ନ ଥିଲେ। ସେଇ ସ୍ଥାନରେ ଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ। ସେ ନିଜେ ଗାଡିର ସାରଥି ହୋଇ ନବୀନଙ୍କୁ ପ୍ରଦର୍ଶନି ପଡିଆକୁ ଆଣିଥିଲେ।ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ସରିଲା ପରେ ପୁଣି ଡ୍ରାଇଭର ସାଜି ନବୀନ ନିବାସକୁ ନେଇ ଯାଇଥିଲେ। ଏ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଵରୁଆଁ ସେଣ୍ଟ ଜାଭିୟର ସ୍କୁଲରେ ୭୪ ତମ ସ୍ବାଧୀନତା ଦିବସ ପାଳିତ
ଯାଜପୁର : ୭୪ ତମ ସ୍ବାଧୀନତା ଦିବସ ଯାଜପୁର ଵରୁଆଁ ସେଣ୍ଟ ଜାଭିୟର ସ୍କୁଲରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍କୁଲ କମିଟିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ମହାପାତ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଅଗଷ୍ଟ 15 ତାରିଖ 1947 ଆମ ଦେଶ ଇଂରେଜ ମାନଙ୍କ ଠାରୁ ସ୍ୱାଧୀନତା ପାଇଥିଲା l ସେହିପରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନକୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ଆମେ ସ୍ୱାଧୀନତା ଦିବସ ପାଳନ କରୁଛେ l ହେଲେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିରେ ସ୍କୁଲ ପରିସରରେ ସ୍ଵାଧୀନତା ଦିବସ ପାଳିତ ହେଉଛି ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ । ସେହିପରି ସ୍କୁଲର ଅଧ୍ୟକ୍ଷ ହିମାଂଶୁ ଶେଖର ପଣ୍ଡା ଦେଶ ସ୍ଵାଧୀନରେ ସ୍ବାଧୀନତା ସଂଗ୍ରାମୀଙ୍କର ବଳିଦାନକୁ ମନେ ପକେଇଥିଲେ। ସ୍କୁଲର ଶିକ୍ଷିୟତ୍ରୀ ପୁଷ୍ପଲତା ଦାସ ସ୍ୱାଧୀନତା ଦିବସରେ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ କଣ ହେବା ଦରକାର ତାହା ଉଲେଖ୍ୟ କରିଥିଲେ। ସେଣ୍ଟ ଜାଭିୟର ସ୍କୁଲ ଵରୁଆଁର ନିର୍ଦେଶକ ଧ୍ରୁବ କୁମାର ମହାପାତ୍ର କହିଥିଲେ ଯେ ଦେଶ ୭୪ ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହା ୧୩୦ କୋଟି ଭାରତୀୟଙ୍କ ପାଇଁ ଗର୍ଵ ଓ ଗୌରବର ଦିନ । ଗୋଟେ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଭବିଷ୍ୟତର ପିଢ଼ିକୁ ଉତ୍ତମ ଭାବେ ଗଢି ତୋଳିବାର ଆବଶ୍ୟକତା ରହିଛି। ଯାହା ଶିକ୍ଷା ଦ୍ଵାରା ହିଁ ସମ୍ଭବ ହୋଇ ପାରିବ। ତେଣୁ ସେଣ୍ଟ ଜାଭିୟର ସ୍କୁଲ ଏ ଦିଗକୁ ସବୁବେଳେ ଗୁରୁତ୍ୱ ଦେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଆସୁଛି। କୋଭିଡ କଟକଣା ଯୋଗୁଁ ଆଜି ସ୍କୁଲ ଛାତ୍ରଛାତ୍ରୀମାନେ ସାମିଲ ହୋଇ ପାରିନାହାନ୍ତି । ହେଲେ ସ୍କୁଲର ପ୍ରତେକ ଛାତ୍ରଛାତ୍ରୀ ଏକ ସୁସ୍ଥ ସମାଜ ଗଠନର ଜଣେ ଜଣେ ସେନାପତି ହେବେ ବୋଲି ନିର୍ଦ୍ଦେଶକ ଆଶା ରଖିଥିବା କଥା କହିଛନ୍ତି ।ଶେଷରେ ଶିକ୍ଷିୟତ୍ରୀ ନିବେଦିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷିୟତ୍ରୀ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ବିଜୟ ରଖି ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଜାତୀୟସ୍ତରରେ ଚମକିଲେ ପ୍ରଣବ…..
ଭୁବନେଶ୍ୱର : ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )। ନିଜର ନିଷ୍ଠା , ପରିଶ୍ରମ, ବିକାଶମୂଳକ କାର୍ଯ୍ୟପନ୍ଥା ,ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ସବୁବେଳେ ଚେଷ୍ଟିତ ଥିବା ପ୍ରଣବ ଆଜି ଜାତୀୟସ୍ତରରେ ପରିଚିତ ହୋଇଛନ୍ତି l ଫ୍ରେମ ଇଣ୍ଡିଆ ଓ ଏସିଆ ପୋଷ୍ଟ ପକ୍ଷରୁ ସାରା ଦେଶର ବିଧାୟକମାନଙ୍କୁ ନେଇ କରାଯାଇଥିବା ସର୍ଭେରେ ଶ୍ରେଷ୍ଠ ୫୦ ବିଧାୟକ ତାଲିକାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ସ୍ଥାନ ପାଇଛି । ବିଧାୟକମାନଙ୍କ କାର୍ଯ୍ୟ ଦକ୍ଷତା , ଲୋକ ସମ୍ପର୍କ , ବିଧାନସଭାରେ ବିତର୍କ ଓ ଯୋଗାଯୋଗର ସାମର୍ଥ୍ୟ ଆଦି ମାନଦଣ୍ଡକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି । ଦେଶର ୪୧୨୩ ବିଧାୟକଙ୍କ ଭିତରୁ ଶ୍ରେଷ୍ଠ ୫୦ ଜଣ ବିଧାୟକଙ୍କୁ ବଛା ଯାଇଥିଲା ।
ଆଉ ଏହି ତାଲିକାରେ ଇଣ୍ଟେଟ କ୍ଷେତ୍ରରେ ସ୍ଥାନ ପାଇଛନ୍ତି ବିଜେଡିର ପ୍ରତିଭାଶାଳୀ ଓ କ୍ଷମତାଶାଳୀ ବିଧାୟକ ପ୍ରଣବ। ୨୦୦୯ରୁ କ୍ରମାଗତ ଭାବେ ଯାଜପୁର ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଆସୁଛନ୍ତି ସେ। ମନ୍ତ୍ରୀ ହୁଅନ୍ତୁ ଅବା ବିଧାୟକ ନିଜର କାର୍ଯ୍ୟ ଦକ୍ଷତା ଦେଖାଇଛନ୍ତି ସେ। ନୂତନ ଯାଜପୁରର ବିନ୍ଧାଣୀ ଭାବେ ପରିଚିତ ପ୍ରଣବ ନିଜର କାର୍ଯ୍ୟ ଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଯାଜପୁର ଜିଲ୍ଲାକୁ ବିକଶିତ ଜିଲ୍ଲା ଭାବେ ପରିଣତ କରିବା ହେଉ ଅବା ନୂତନ ଓଡିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟାକୁ ସମାଧାନ କରିବା ଦିଗରେ ସେ ପୁରା ଜିଲ୍ଲାର ବିକାଶ ପୁରୁଷ ଭାବରେ ପରିଚିତ ହୋଇଛନ୍ତି। ସହରର ଗଳି କନ୍ଦି ଠାରୁ ଆରମ୍ଭ କରି ପୁରା ଜିଲ୍ଲାର ସାମୁହିକ ବିକାଶ କରିବାରେ ତାଙ୍କର ଦୃଢ଼ ନେତୃତ୍ୱ ସେ ପ୍ରତିପାଦିତ କରିଛନ୍ତି । କୁସୁମା ପୁଷ୍କରିଣୀକୁ ଜାତୀୟ ସ୍ତରର ପର୍ଯ୍ୟଟନ ମାନ୍ୟତା ଦେବା ପାଇଁ ନୂଆ ରୂପ ଦେବା, ଦଶାଶ୍ୱଘାଟର ବିକାଶ କରିବା , ଯାଜପୁରରେ ରିଂ ରୋଡ଼ କରି ରାସ୍ତା ପ୍ରଶସ୍ତ କରିବା , ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା, ପାର୍କ ନିର୍ମାଣ କରିବା , ହାଇଟେକ ବସ୍ ଷ୍ଟାଣ୍ଡ କରିବା ,୧୫ ବର୍ଷ ଭିତରେ ଯାଜପୁରର ରୂପରେଖ ବଦଳାଇବାରେ ପ୍ରଣବଙ୍କ ନେତୃତ୍ୱ ଆଜି ସାରା ଦେଶରେ ଚର୍ଚ୍ଚାକୁ ଆସିଛି । ଏହାସହ ଯାଜପୁର ସହରକୁ କିପରି ରେଳ ସଂଯୋଗ କରାଯିବ ସେ ନେଇ ପ୍ରଣବ ନିଜର ଉଦ୍ୟମ ଜାରି ରଖିଛନ୍ତି । ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ସମସ୍ୟା ଦୂର କରିବାରେ ଅଗ୍ରଣୀ ଭୂମିକା ନେଇଛନ୍ତି । ଯାଜପୁର ସମେତ ସମ୍ପୂର୍ଣ୍ଣ ଓଡିଶାରେ ରକ୍ତ ଅଭାଵ ଦୂର କରିବା ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ,ସବୁଜ ଓଡ଼ିଶା ଗଠନ ଓ ବିଜେଡି ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ତ ସେ ସବୁବେଳେ ନିଜ କଥା ନ ଭାବି ନିଜ ଜୀବନକୁ ଲୋକଙ୍କ ହିତ ପାଇଁ ଉତ୍ସର୍ଗ କରିଦେଇଛନ୍ତି । ଖାସ ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳର ଦ୍ୱିତୀୟ ନେତା ଭାବେ ଗୁରୁ ଦାୟିତ୍ୱ ଦେଇଛନ୍ତି। ଏହା ସମ୍ଭବ ହୋଇ ପାରିଛି କେବେଳ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ । ଯେଉଁଥି ପାଇଁ ଆଜି ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ଭିତରେ ସେ ସ୍ଥାନ ପାଇଛନ୍ତି । ଯାହା କେବଳ ଯାଜପୁର ନୁହେଁ ସାରା ଓଡ଼ିଶାକୁ ଗର୍ବିତ କରିଛି। ନିର୍ବାଚନ ହେଉ ଅବା ମହାମାରି ସବୁବେଳେ ସେ ଲୋକଙ୍କ ଦୁଃଖ ବୁଝିବା ପାଇଁ ସେ ଆଗଭର ହୁଅନ୍ତି। ଭିଡ଼ ଭିତର ନେତା ଭାବେ ସେ ପୁରା ଓଡ଼ିଶାରେ ପରିଚିତ l ପ୍ରଣବ ନେତୃତ୍ୱ ନେବା ଦକ୍ଷତାଶୈଳୀ ଏବେ ଅନେକ ନେତାଙ୍କ ପାଇଁ ଆଦର୍ଶ ସାଜିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି କଥା କମ କାମ ଅଧିକରେ ବିଶ୍ୱାସ ରଖନ୍ତି ସେ l
ବିଶେଷକରି ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବା ଦକ୍ଷତା ଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜେଡି ସଂଗଠନ ସମ୍ପାଦକର ଗୁରୁ ଦାୟିତ୍ୱ ଦେଇଛନ୍ତି l ଯେଉଁଠି ପାଇଁ ଆଜି ଜାତୀୟସ୍ତରରେ ବି ପ୍ରଣବ ପରିଚିତ ହୋଇଛନ୍ତି l
ସେହିପରି ଏହି ସର୍ଭେରେ ଓଡ଼ିଶାର ଅନ୍ୟତମ ବିଧାୟକ ଭାବରେ କଂଗ୍ରେସ ବିଧାୟକ ତାରା ବାହିନୀପତି ସ୍ଥାନ ପାଇଛନ୍ତି । ସବୁବେଳେ ବିଧାନସଭାରେ ଲୋକଙ୍କ ସମସ୍ୟା କଥା ଉଠନ୍ତି ତାରା l ନିଜ ନିର୍ବାଚନୀ ମଣ୍ଡଳୀ ସହ ଓଡିଶା ବିଭିନ୍ନ ବଡ ବଡ ପ୍ରସଙ୍ଗରେ ସେ ନିଜର ସ୍ୱର ଶାଣିତ କରନ୍ତି l














