ଭୁବନେଶ୍ୱର : ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି କୋରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।ଏହାସହ ତାଙ୍କ ସଂସ୍ପର୍ଷରେ ଆସିଥିବା ସମସ୍ତ ଲୋକଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ ଅନୁରୋଧ କରିଛନ୍ତି ସୌମ୍ୟରଞ୍ଜନ ।
ମହାମାରୀରେ ବି ଆତ୍ମପ୍ରଚାର…….
ଭୁବନେଶ୍ୱର : ଦେଶରେ ଅନେକ ସମୟରେ ଗଣମାଧ୍ୟମର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଏ ପ୍ରଶ୍ନ ସ୍ବାଧୀନତା ପୂର୍ବରୁ ଥିଲା। ଆଉ ଏବେ ମଧ୍ୟ ଅଛି। ଅବଶ୍ୟ ସ୍ବାଧୀନତା ପୂର୍ବରୁ ବ୍ରିଟିଶ ସରକାର ଗୁଣ ଗାନ କରୁଥିଲା । ଆଉ ଏବେ ନିର୍ବାଚିତ ସରକାରର । ବାସ୍ ଫରକ ଏତିକି। ସାରା ଦେଶରେ ଗୋଟିଏ ପ୍ରଶ୍ନ ଗଣମାଧ୍ୟମ ତ ଆଉ ଗଣଙ୍କର ମାଧ୍ୟମ ହୋଇ ନାହିଁ । ତାହାଲେ ସେ କାହାର ମାଧ୍ୟମ ? ଏହାର ଉତ୍ତର ମଧ୍ୟ ସ୍ପଷ୍ଟ। ଗଣମାଧ୍ୟମ ଏବେ ସରକାରୀ ଦଳ କିମ୍ବା ବିରୋଧୀ ଦଳର ମୁଖପାତ୍ର ପାଲଟି ଯାଇଛି।
ଏଇ କିଛି ଦିନ ହେବ ରାଜ୍ୟରେ ଗଣମାଧ୍ୟମ ଓ Bmc ସାମ୍ନା ସାମ୍ନି ହୋଇଛନ୍ତି। ସାରା ବିଶ୍ୱ ଏବେ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ରାଜ୍ୟରେ ଏଭଳି ପରିସ୍ଥିତି ବିଲକୁଲ ବି ଶୁଭଙ୍କର ନୁହେଁ। କାରଣ ଲୋକ ଏବେ ଅନେକ ଦୁଃଖ କଷ୍ଟ ଦେଇ ଗତି କରୁଛନ୍ତି। ତାଙ୍କର ସମସ୍ୟାକୁ ବୁଝିବା ଉଭୟ ଗଣମାଧ୍ୟମ ଓ ସରକାରଙ୍କ ପ୍ରାଥମିକତା ହେବା ଉଚିତ। ହେଲେ ଏବେ ରାଜ୍ୟରେ ପରିସ୍ଥିତି ଭିନ୍ନ। ତେବେ ଆସନ୍ତୁ ଜାଣିବା ଏମିତି ପରିସ୍ଥିତି ହେଲା କାହିଁକି । କିଏ ଏଥିପାଇଁ ଦାୟୀ। ଆଉ ଏ ଚୋର ପୋଲିସ ଖେଳ ଭିତରେ କିଏ ସତୀ ଆଉ କିଏ ଅସତି।
ଘଟଣାଟି ଗୋଟିଏ ଭାଇରାଲ ଅଡିଓରୁ ସୃଷ୍ଟି। ଦୁଇ ଜଣ ସାଙ୍ଗ କରୋନାକୁ କଥାବାର୍ତ୍ତା ହେଉଛନ୍ତି। କେମିତି କରୋନା ହସ୍ପିଟାଲରେ ସବୁ ଅବ୍ୟସ୍ଥା ହେଉଛି ତାକୁ ନେଇ ଉଭୟ କଥା ହେଉଛନ୍ତି। ପରବର୍ତ୍ତୀ ସମୟରେ ଏହା ଭାଇରାଲ ହୋଇଛି। ଏହାକୁ ଏକ ଗଣମାଧ୍ୟମ ସଂସ୍ଥା ତାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପୋଷ୍ଟ କରିଛି। ପରବର୍ତ୍ତୀ ସମୟରେ ଏହାକୁ ବାଦ କରିଦେଇଛି । ହେଲେ ବାଦ କରିବାର କାରଣ କଣ ସମ୍ପୃକ୍ତ ସଂସ୍ଥା ଦେଇ ପାରୁନି। ବସ୍ ଘଟଣା ଏତିକି। ମହାମାରୀ ନିୟମ ଅନୁଯାୟୀ ଏମିତି ନକରାତ୍ମକ ଖବର ପରିବେଷଣ କରିବା ଅନୁଚିତ। ଯେଉଁଥି ପାଇଁ ମାସ ମାସ ଧରି ଘରକୁ ନଯାଇ କରୋନା ସହ ଲଢ଼ୁଥିବା କରୋନା ଯୋଦ୍ଧାଙ୍କ ମନବଳ ଭାଙ୍ଗିଛି । ଏଥିରେ କୌଣସି ସନ୍ଦେହ ନାହିଁ। ହେଲେ ଯଦି ସରକାର ମହାମାରୀ ସମୟରେ ଦୋଷ ତ୍ରୁଟି ଦେଖେଇବା ମଧ୍ୟ ଗଣମାଧ୍ୟମର ଧର୍ମ। ତାହାଲେ ଏଠି ଦୋଷୀ କିଏ ? ବର୍ତ୍ତମାନର ବଡ଼ ପ୍ରଶ୍ନ। ଏହାର ଉତ୍ତର ପାଇବା ପାଇଁ ଆମକୁ କିଛି ବର୍ଷ ପୂର୍ବକୁ ଯିବାକୁ ପଡ଼ିବ।
ସରକାରଙ୍କ ସହ ସାମ୍ନା ସାମ୍ନି ହୋଇଥିବା ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ଦିନେ ସରକାରଙ୍କ ବଡ଼ ପୁଅ ଥିଲା। ସରକାରଙ୍କୁ ଗୁଣଗାନରେ ପୋତି ପକାଉଥିଲା। ହେଲେ ଆଜି ପଲଟି ଗଲା। ଏହା ତାଙ୍କ ବ୍ୟକ୍ତିଗତ ମାମଲା ସେଠାକୁ ଆମେ ଯିବା ନାହିଁ। ହେଲେ ଉକ୍ତ ସଂସ୍ଥା ଏବେ କହୁଥିବା ନିରପେକ୍ଷତା, ସାଢେ ଚାରି କୋଟି ଲୋକଙ୍କ ସ୍ୱର କଥାଟା ସହଜରେ ଗ୍ରହଣଯୋଗ୍ୟ ମନେ ହେଉନି। ଦିନେ ସେ ସରକାର ତୁମ ପାଇଁ ବାସୁଥିଲେ ଆଉ ଆଜି ସେ ତୁମକୁ ଗନ୍ଧେଇଲେ। ଯେତେବେଳେ ସେ ତୁମକୁ ଗନ୍ଧେଇଲେ ସେତେବେଳେ କଣ ସେ ଲୋକଙ୍କ ପାଇଁ ଖରାପ ହୋଇଗଲେ କି ? କେବଳ ଯେ କ୍ଷମତା ଅଛି ତୁମ ଚ୍ୟାନେଲକୁ ଲୋକ ଦେଖୁଛନ୍ତି ବୋଲି ଡେ଼କ୍ସ ବାଡେଇକି କହିଲେ କଣ ମିଛ ସତ ହୋଇଯିବ କି ? ବଡ଼ ବିଡ଼ମ୍ବନାର ବିଷୟ ସରକାର ବିରୋଧୀ ନେତା, ମନ୍ତ୍ରୀ ,କିଛି ବୁଦ୍ଧିଜୀବୀଙ୍କ ମତାମତ ଆଣି ତାକୁ ଏବେ ସାରା ଦିନ ଲୋକଙ୍କୁ ଦେଖାଯାଉଛି। ସଂପୃକ୍ତ ନ୍ୟୁଜ ଚ୍ୟାନେଲ ନିଜର ଆତ୍ମ ପ୍ରଚାରରେ ଲାଗିଥିବା ଦେଖିବାକୁ ମିଳୁଛି। ମହାମାରୀ ସମୟରେ କରୋନାରୁ ମୁକ୍ତି ପାଇଁ ସଚେତନ କରାଇବା ପରିବର୍ତ୍ତେ ଲୋକଙ୍କ ସ୍ୱାର୍ଥ କୁ ଛାଡି ନିଜର ଭୁଲକୁ ଘୋଡାଇବା ପାଇଁ ଘଣ୍ଟା ଘଣ୍ଟା ପ୍ୟାନେଲ ଡିସ୍କସନ ଚାଲିଛି। ଯେଉଁଥିରେ କି ସାଧାରଣ ଲୋକଙ୍କ କିଛି ଉନ୍ନତି ହେବ ନାହିଁ। ଏହା ତୁମର ଏବଂ ସରକାରଙ୍କ କଳି। ଯାହାକି ଏବେ କୋର୍ଟ ପର୍ଯ୍ୟନ୍ତ ଗଲାଣି। ଏହାଛଡା ନିଜେ ଓକିଲ ଓ ନିଜେ ଜର୍ଜ ହୋଇ ଟିଭିରେ ଆଲୋଚନା କରିବା ନିଜର ଆତ୍ମପ୍ରଚାର ଛଡା ଆଉ କିଛି ନୁହେଁ। ଗଣମାଧ୍ୟମର ଏପରି ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ବିପଦ l ତେଣୁ ଏହି ଝାମେଲାରୁ ଯେହେତୁ ସାଧାରଣ ଲୋକଙ୍କ କିଛି ସମସ୍ୟା ଦୂର ହେବ ନାହିଁ ସେ ନେଇ ସଭିଏଁ ସଜାଗ ହେବା ଆବଶ୍ୟକ l ଯଦି କେହିବି ଭାବୁଛି ତା ପ୍ରତି ଅନ୍ୟାୟ କରାଯାଇଛି. ତେଣୁ ଉଭୟ bmc ଓ ଗଣମାଧ୍ୟମ ସଂସ୍ଥା ଆଇନର ଆଶ୍ରୟ ନେବା ଆବଶ୍ୟକ l
ସୁର ଭାଇକୁ ଛୁଇଁଲା ୭୭… ମାଡିଚାଲ….
ଭୁବନେଶ୍ୱର – ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କର ୭୭ ତମ ଜନ୍ମ ଦିବସ ତାଙ୍କ ଭୁବନେଶ୍ୱର ବାସଭବନ ଠାରେ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ ଆୟୋଜିତ ଏକ ରକ୍ତଦାନ ଶିବିରକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଉଦ୍ଘାଟନ କରିବା ସହ ଶ୍ରୀ ରାଉତରାୟଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ପରେ ମାଉସୀମା ମନ୍ଦିର ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ବୃକ୍ଷରୋପଣ କରିଥିଲେ । ଶ୍ରୀ ରାଉତରାୟଙ୍କ ଜନ୍ମଦିନ ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ସକାଳେ ଲିଙ୍ଗରାଜ ମନ୍ଦିର, ରାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ଦୀପଦାନ କରାଯାଇଥିଲା । ପୂର୍ବାହ୍ନରେ ଜଟଣୀ ରେଳବାଇ ହସ୍ପିଟାଲ ସମେତ ଜଟଣୀ ହସ୍ପିଟାଲ ଏବଂ ପୁରୁଣା ଭୁବନେଶ୍ୱରସ୍ଥିତ ମ୍ୟୁନିସିପାଲିଟି ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ଏହି ଅବସରରେ ଗରିବ, ଅବହେଳିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦଳମତ ନିର୍ବିଶେଷରେ ସମସ୍ତ ଯୁବ ଛାତ୍ର ମହିଳା ଏବଂ ଶୁଭେଚ୍ଛୁମାନେ ଯୋଗଦେଇ ସଫଳ କରିଥିଲେ ।
ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଶ୍ରୀ ରାଉତରାୟ ଜନ୍ମଦିନର କେକ୍ କାଟିବା ପରେ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ପରେ କଂଗ୍ରେସ ଭବନ ପରିସରରେ ଶ୍ରୀ ରାଉତରାୟ ବୃକ୍ଷରୋପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ୍ – ୧୯ ର ନିୟମାବଳୀ ଅନୁସାରେ କରାଯାଇଥିଲା ଏବଂ ସୁର ରାଉତରାୟ ଜୟନ୍ତୀ କମିଟିର ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
କୋଭିଡ୍ ଯୋଦ୍ଧାଙ୍କୁ ସାହସ ଦେଲେ ନବୀନ…..
କୋଭିଡ୍ ମୁକାବିଲା
ଗଞ୍ଜାମର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଆପଣମାନଙ୍କ କାମ ପାଇଁ ମୁଁ ଗର୍ବିତ
ଲଢେଇ ଜାରି ରଖ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଜିଲ୍ଲାର ସରପଞ୍ଚମାନେ ଯେଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇ ପରିସ୍ଥିତିରେ ଉନ୍ନତି ଆଣିପାରିଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚମାନେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ପରି କଡା ପଦକ୍ଷେପ ନେବା ସହିତ କୋଭିଡ୍ କେୟାର ହୋମ, କୋଭିଡ୍ ମ୍ୟାନେଜମେଣ୍ଟ ସେଣ୍ଟର, ଟେଷ୍ଟିଂ, ସର୍ଭେ ଆଦି ସବୁଥିରେ ସହଯୋଗ କରିଛନ୍ତି
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ଗଞ୍ଜାମ ଜିଲ୍ଲା ଆଗରେ ଅଛି ଓଡିଶା ଫେରିଥିବା ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କ ପାଇଁ ଠିକ୍ ସମୟରେ ଟେମ୍ପରାରି ମେଡିକାଲ କ୍ୟାମ୍ପ କରିବା, ସେଘ୍ଡିକୁ ଠିକ୍ ଭାବରେ ପରିଚାଳନା କରିବା ଓ ଲୋକଙ୍କୁ ସେବା ଯୋଗାଇବା ସରପଞ୍ଚମାନଙ୍କ ଉଦ୍ୟମ ଓ ସହଯୋଗ ଯୋଗୁ ସମ୍ଭବ ହୋଇପାରିଛି ସରପଞ୍ଚମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଗଭୀର ବିଶ୍ବାସ ପ୍ରକଟ କରିବା ସହ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା କରୋନା ନିୟନ୍ତ୍ରଣରେ ସଫଳ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ସରପଞ୍ଚମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ପଜିଟିଭ୍ କେସ୍ କମୁଛି, ଆରୋଗ୍ୟ ହାର ବଢୁଛି, ମୃତ୍ୟୁହାର କମୁଛି ଆଗାମୀ ଦିନରେ ସରପଞ୍ଚମାନଙ୍କର ଭଲ କାମ କୋଭିଡ୍ ପରିଚାଳନାରେ ସାରା ଦେଶକୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ
ସରପଞ୍ଚମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଉନ୍ନତି ଆସିଛି ସେଥିରେ ସନ୍ତୁଷ୍ଟ ନ ହୋଇ କରୋନାକୁ ସମ୍ପୁର୍ଣ୍ଣ ନିପାତ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ଆହ୍ବାନ ଦେଇଥିଲେ ସରପଞ୍ଚମାନଙ୍କୁ ସବୁ ପ୍ରକାର ସହଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ
ପଞ୍ଚାୟତମାନଙ୍କୁ ସଶକ୍ତ କରିବାପାଇଁ ବିଜୁ ବାବୁଙ୍କ ଉଦ୍ୟମକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁଙ୍କ ଆଦର୍ଶରେ ବର୍ତ୍ତମାନର ସରକାର ପଞ୍ଚାୟତକୁ ଅଧିକ କ୍ଷମତା ଦେଇଛନ୍ତି ତେଣୁ ସରପଞ୍ଚମାନେ ସେମାନଙ୍କ ଭଲ କାମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ସବୁବେଳେ ସେମାନଙ୍କ ଭଲ କାମରେ ସେ ସାଥିରେ ରହିବେ ବୋଲି କହିଥିଲେ
ଏହି ଆଲୋଚନାରେ ଭାଗ ନେଇ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ସରକାରଙ୍କର ସଠିକ୍ କୋଭିଡ୍ ପରିଚାଳନା ଯୋଗୁ ଗଞ୍ଜାମର ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଖୁବ୍ ଶିଘ୍ର କରୋନା ଦୂର ହେବ ବୋଲି ଆଶା ବ୍ୟକ୍ତ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିଲେ ତାହା ଆଜି ସୁଫଳ ଦେଇଛି ଏହା ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିଛି ବୋଲି ସେ କହିଥିଲେ
ଏହି ଅବସରରେ ସାନଖେମୁଣ୍ଡି, ହିଞ୍ଜିଳି ଓ ଭଞ୍ଜନଗର ବ୍ଲକ ଅଞ୍ଚଳର ସରପଞ୍ଚମାନେ କୋଭିଡ୍ ପରିଚାଳନା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ପ୍ରଶାସନର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ
ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଓ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ଥିଲେ
ମନ୍ଦିର ଖୋଲିବା ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନେବୁ : ଆଇନ ମନ୍ତ୍ରୀ..
ଭୁବନେଶ୍ୱର : ଆମେ ମନ୍ଦିର ଖୋଲିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛୁ । ବର୍ତ୍ତମାନର କୋଭିଡ 19 ର ସ୍ଥିତିରେ ଏବଂ ବିଭିନ୍ନ ସ୍ଥିତିକୁ ଆକଳନ କରି ଆମେ ନିଷ୍ପତି ନେବୁ । ଯେତେବେଳେ ମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯିବ ସେତେବେଳେ ପ୍ରାୟତଃ ଆମକୁ ଓଡ଼ିଶାର ସବୁ ମନ୍ଦିରକୁ ଖୋଲାଯିବ ନେଇ ନିଷ୍ପତ୍ତି ନିଆଯିବ । ଯେମିତି ସଂକ୍ରମଣ ନ ବ୍ୟାପେ ସେବେ କଉ ଗାଇଡ଼ ଲାଇନ ଫଲୋ କରି ଆମେ ମନ୍ଦିର ଖୋଲିବୁ ସେ ଦିଗକୁ ଧ୍ୟାନ ଦେବୁ । ଯେମିତି ସଂକ୍ରମଣ ନ ବ୍ୟାପେ ସେ ଦିଗକୁ ବି ଆମେ ବିଚାରକୁ ନେବୁ ଆଇନ ମନ୍ତ୍ରୀ କହିଛନ୍ତି l
ନିର୍ଦିଷ୍ଟ ଗଣମାଧ୍ୟମର ଭୁଲ ଖବରକୁ ସୋଆର ବିରୋଧ : କହିଲା ଆଇନ୍ର ନେଇଛୁ ଆଶ୍ରୟ.କରିବୁ ମାନହାନୀ ମକଦ୍ଦମା
ଭୁୁବନେଶ୍ୱର: ସାରା ବିଶ୍ୱ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଦିନକୁଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଯୁଦ୍ଧରେ ସାଢ଼େ ୪କୋଟି ଓଡ଼ିଆଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ରକ୍ଷା ଲାଗି ଓଡ଼ିଶା ସରକାର ଉଦ୍ୟମ ଚଳାଇଥିବା ବେଳେ
ଏହି ମହତ କାର୍ଯ୍ୟରେ ସରକାରଙ୍କ ସହ ହାତ ମିଳାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବିୟୁନିଭର୍ସିଟି) ।ଜନସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା ସୋଆର ମୂଳମନ୍ତ୍ର ହୋଇଥିବା ବେଳେ ଏହି ମହାମାରୀର ମୁକାବିଲା ପାଇଁ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୋଭିଡ-୧୯ ହସ୍ପିଟାଲ୍ ଗୁଡିକ ମଧ୍ୟରୁ
୪ଟି କୋଭିଡ ହସ୍ପିଟାଲ୍ ଏବଂ ଦୁଇଟି କୋଭିଡ କେୟାର ସେଂଟରର ଦାୟିତ୍ୱ ନେଇଛି ସୋଆ । ଏଥିରେ ୨୧୦୦ରୁ ଊର୍ଦ୍ଧ୍ୱ ଶଯ୍ୟାର ବ୍ୟବସ୍ଥା ରହିଛି । ସଂକ୍ରମିତ ବ୍ୟକ୍ତି କିପରି
ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରନ୍ତୁ ଏହା ହିଁ ଉଦ୍ଦେଶ୍ୟ ।
ଗତ ମାର୍ଚ୍ଚ ମାସରୁ ଯୁଦ୍ଧକାଳୀନ ଭିତିରେ ଓଡ଼ିଶାବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବାଏବଂ ସେମାନଙ୍କର ଚିକିତ୍ସା କରାଇବା ନେଇ ଅଂଟା ଭିଡିଥିଲେ ରାଜ୍ୟ ସରକାର ଓ କୋଭିଡହସ୍ପିଟାଲ୍ ଆରମ୍ଭ କରିବା ନିମନ୍ତେ ସହଯୋଗର ହାତ ବଢ଼ାଇଥିଲା ସୋଆ ।ଏପ୍ରିଲ ୬ ତାରିଖରେ ଭୁବନେଶ୍ୱର ସ୍ଥିତ ସୋଆ କ୍ୟାମ୍ପସ୍ ୨ରେ ମହାନଦୀ କୋଲ ଫିଲ୍ଡସ୍ର
ସହଭାଗିତାରେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡସମ୍ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହୋଇଥିଲା ୫୨୫ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ ।
ପରବର୍ତୀ ପର୍ଯ୍ୟାୟରେ ଏହାର ସଂଖ୍ୟା ଆଉ ୧୦୦କୁ ବୃଦ୍ଧି ହୋଇ ୬୨୫ରେ ପହଂଚିଛି । ଏଥିରେ୫୦୦ ଶଯ୍ୟା ରହିଥିବା ବେଳେ ୧୨୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହି ହସ୍ପିଟାଲ ଓଡ଼ିଶାର ବୃହତମ ଏବଂ ଭାରତର ଅନ୍ୟତମ ବୃହତମ କୋଭିଡ ଆଇସିୟୁ ଭାବେପରିଗଣିତ ହେଉଛି ।
ସେହିପରି ସୋଆ ପକ୍ଷରୁ ଏପ୍ରିଲ୍ ୧୨ ତାରିଖ କେନ୍ଦ୍ରାପଡ଼ାରେ ମଧ୍ୟ ରାଜ୍ୟ ସରକାରଙ୍କ ସହଭାଗିତାରେ ୧୭୦ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଏହି
ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ୧୬୦ଟି ଶଯ୍ୟା ରହିଥିବା ବେଳେ ୧୦ଟି ଆଇସିୟୁଶଯ୍ୟା ରହିଛି ।
ଏପ୍ରିଲ୍ ୨୦ ତାରିଖରେ ତାଳଚେର ଠାରେ ଏମ୍ସିଏଲ୍ର ସହଭାଗିତାରେ ୧୫୦ଶଯ୍ୟା ବିଶିଷ୍ଟ ସମ୍କୋଭିଡ ହସ୍ପିଟାଲ୍ ଆରମ୍ଭ ହୋଇଥିଲା । ଏଠାରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ୧୪୪ଟି ଶଯ୍ୟା ରହିଥିବା ବେଳେ ୬ଟି ଆଇସିୟୁ ଶଯ୍ୟା ରହିଛି । ସେହିପରି ଗତ ଜୁଲାଇ ୨୩ ତାରିଖରେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଏଥିରେ ୩୫୦ଟି ଶଯ୍ୟା ରହିଥିବା ବେଳେ ୧୬ଟି ଆଇସିୟୁ ଶଯ୍ୟା ରହିଛି ।ଏହା ଛଡା ଖୋର୍ଦ୍ଧା ଜିଲ୍ଲା ଜାମୁଝରି ଏବଂ ଜଟଣୀର ଖୁଦୁପୁର ଠାରେ ସୋଆ ପକ୍ଷରୁ ୫୦୦ ଓ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର୍ ମଧ୍ୟ ଆରମ୍ଭ କରାଯାଇଛି ।ସୋଆ ପକ୍ଷରୁ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯିବା ସହ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଉଦ୍ୟମ ଓ ସହଯୋଗ ବେଶ ପ୍ରଶଂସନୀୟ ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ଏହି ହସ୍ପିଟାଲ୍ଗୁଡ଼ିକରେ ଦିନରାତି ନିଷ୍ଠାର ସହ କରୋନା ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ସେବା
ଯୋଗାଇ ଦେଉଛନ୍ତି । କୋଭିଡ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ଭର୍ତି ହେଉଥିବା ସଂକ୍ରମିତଙ୍କର ଚିକିତ୍ସା ସୁଚାରୁରୂପେ କରାଯାଉଛି । ସେମାନଙ୍କର ଖାଇବା,
ପିଇବା ଏବଂ ରହିବାର ସୁବ୍ୟବସ୍ଥା କରାଯିବା ସହ ସଠିକ୍ ପରିଚାଳନା ମଧ୍ୟ କରାଯାଉଛି । ଏସବୁ ସତ୍ୱେ କେତେକ ଗଣମାଧ୍ୟମ କରୋନା ଚିକିତ୍ସାକୁ ନେଇ ସମ୍ କୋଭିଡ ହସ୍ପିଟାଲ୍
ବିରୁଦ୍ଧରେ ଅପପ୍ରଚାର ଚଳାଇବା ଦୁଃଖଦାୟକ ଉଦ୍ଦେଶ୍ୟମୂଳକ ଭାବେ ଏହି କୋଭିଡ ଯୋଦ୍ଧାମାନଙ୍କର ମନୋବଳକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି । ଭୁଲ ଏବଂ ବିଭ୍ରାନ୍ତିକର ଖବର
ପ୍ରସାରଣ ଦ୍ୱାରା କୋଭିଡ ମହାମାରୀର ମୁକାବିଲା କରୁଥିବା ଏବଂ ସଂକ୍ରମିତଙ୍କର ଦିନରାତି ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ମନୋବଳକୁ
ଦୁର୍ବଳ କରାଯାଉଛି । ଦୀର୍ଘ ଦିନ ଧରି ଏହି କୋଭିଡ ଯୋଦ୍ଧାମାନେ ନିଜ ଘର ଓ ପରିବାର ଠାରୁ ଦୂରରେ ରହି ସେବା ଯୋଗାଇଆସୁଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭାଇରାଲ ଭିଡିଓ ପ୍ରସାରଣ ଦୁଃଖଦାୟକ ଓ
ନିନ୍ଦନୀୟ । ତେଣୁ ଏହି ଖବର ପ୍ରସାରଣ ବିରୁଦ୍ଧରେ ଆଇନ୍ର ଆଶ୍ରୟ ନିଆଯାଇଛି ଏବଂ ମାନହାନୀ ମକଦ୍ଦମା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସୋଆ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ….
()କରୋନାରେ ଆକ୍ରାନ୍ତ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବା ସହ ନିଜ ଆଡୁ ଟେଷ୍ଟ କରାଇବାକୁ ନିବେଦନ କରିଛନ୍ତି ପ୍ରଣବ । ଟୁଇଟରେ ପ୍ରଣବ ମୁଖାର୍ଜୀ କହିଛନ୍ତି ଯେ ମୁଁ ହସ୍ପିଟାଲରେ କରୋନା ଟେଷ୍ଟ ପାଇଁ ଯାଇଥିଲି । ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି । ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜକୁ ଆଇସୋଲେଟେଡ କରିବା ସହ କରୋନା ଟେଷ୍ଟ କରାଇ ନିଅନ୍ତୁ ।
ରାଜ୍ୟରେ ୧୪ ଜୀବନ ନେଲା କରୋନା, ୧୫୨୮ ନୂଆ ପଜିଟିଭ
() ରାଜ୍ୟରେ ଆଜି ୧୦ ମୁଣ୍ଡ ନେଇଛି କରୋନା । ଫଳରେ ମୃତ୍ୟୁସଂଖ୍ୟା ୨୮୬କୁ ବୃଦ୍ଧି ହୋଇଛି । ୧୪ଜଣଙ୍କ ମଧ୍ୟରୁ ୬ଜଣ ଗଞ୍ଜାମ ଜିଲ୍ଲାରୁ ହୋଇଥିବା ବେଳେ ୩ଜଣ ଲେଖାଏଁ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରୁ ରହିଛନ୍ତି । ସେହିପରି ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହା ସହିତ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୩୭କୁ ଛୁଇଁଛି ।
ସେପଟେ ରାଜ୍ୟରେ ଆଜି ୨୯ଟି ଜିଲ୍ଲାରୁ ୧୫୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ୯୪୮ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୫୮୦ ଲୋକାଲ କେସ୍ ରହିଛି । ଆଜି ଗଞ୍ଜାମରୁ ୨୩୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୮, ସମ୍ବଲପୁରରୁ ୧୬୮, ସୁନ୍ଦରଗଡରୁ ୧୨୬ ଓ ଢେଙ୍କାନାଳରୁ ୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଅନୁଗୁଳରୁ ୮, ବାଲେଶ୍ୱରରୁ ୪୩, ବରଗଡରୁ ୧୦, ଭଦ୍ରକରୁ ୭୦, ବଲାଙ୍ଗିରରୁ ୫୯ , ବୌଦ୍ଧରୁ ୭, କଟକରୁ ୭୨, ଗଜପତିରୁ ୩୧, ଜଗତସିଂହପୁର ୨୨, ଯାଜପୁରରୁ ୩୩, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୩୧, କନଧ୍ମାଳରୁ ୧୭, କେନ୍ଦ୍ରାପଡାରୁ ୧୭, କେନ୍ଦୁଝରରୁ ୫, କୋରାପୁଟରୁ ୬୭ ମାଲକାନଗିରିରୁ ୨୨, ମୟୂରଭଂଜରୁ ୨୨, ନବରଙ୍ଗପୁରରୁ ୨୩, ନୟାଗଡରୁ ୩୨, ନୂଆପଡାରୁ ୨, ପୁରୀରୁ ୨୬, ରାୟଗଡାରୁ ୨୭ ଏବଂ ସୋନପୁରରୁ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଆସନ୍ତା ୧୨ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ
ଭୁବନେଶ୍ୱର : ଯୁକ୍ତ +୨ପିଲାଙ୍କ ପାଇଁ ଖୁସି ଖବର।ଆସନ୍ତା ୧୨ରେ ପ୍ରକାଶ ପାଇବ।ବିଜ୍ଞାନ ରେଜଲ୍ଟ। ମଧ୍ୟାହ୍ନ ୧୨.୩୦ରେ CHSE ଅଫିସରେ ଏହା ଏକ ଭିଡିଓ କ୍ଲିପ ଜରିଆରେ ପ୍ରକାଶ ପାଇବ। ଏ ନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେହିପରି ତୃତୀୟ ସପ୍ତାହରେ +୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ। ଅଗଷ୍ଟ ଶେଷ ସପ୍ତାହରେ +୨ କଳା ରେଜଲ୍ଟ ପ୍ରକାଶ ପାଇବ। ଚଳିତ ବର୍ଷ +୨ରେ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା।
ଓଡ଼ିଶା ପୁଣି ଥରେ ୧ ନମ୍ବର ….
ଭୁବନେଶ୍ୱର : ‘ଅମୃତ’ ଯୋଜନା କାର୍ୟ୍ୟକାରିତାରେ ଓଡ଼ିଶା ପୁଣି ଥରେ ୧ ନମ୍ବର ସ୍ଥାନରେ ରହିଛି । ଯୋଜନା କ୍ରିୟାନ୍ୱୟନରେ ଓଡ଼ିଶା ଅନ୍ୟ ରାଜ୍ୟକୁ ପଛରେ ପକାଇଛି ।ଓଡ଼ିଶାର ସଫଳତା ଉପରେ ଖୋଦ କେନ୍ଦ୍ର ମୋହର ମାରିଛି । ୨୦୧୯ରୁ ଏହି ଯୋଜନାରେ ଓଡ଼ିଶା କ୍ରମାଗତ ଭାବେ ପ୍ରଥମ ସ୍ଥାନରେ ରହିଆସୁଛି । ୨୦୧୮ରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୨୦୨୦ରେ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ପ୍ରଥମ ସ୍ଥାନରେ ରହିଛି । ସହରାଞ୍ଚଳ ଭିତ୍ତିଭୂମି ବିକାଶ, ସ୍ୱଚ୍ଛତା, ସ୍ମାର୍ଟସିଟି ଗଠନରେ ରାଜ୍ୟ ଏହି ସଫଳତା ପାଇଛି । ଅନ୍ୟପଟେ ଏହି ସଫଳତା ପାଇଁ ଗୃହ ନିର୍ମାଣ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ।
ସହରାଞ୍ଚଳ ଭିତ୍ତିଭୂମି ବିକାଶ, ସ୍ୱଚ୍ଛତା, ସ୍ମାର୍ଟସିଟି ଗଠନରେ କ୍ଷେତ୍ରରେ ସଫଳତା ପାଇଥିବା ଶ୍ରେଷ୍ଠ ୧୦ଟି ରାଜ୍ୟର ନାଁ ପ୍ରକାଶ କରାଯାଇିଛି । ଏଥିରେ ସବୁଠୁ ଆଗରେ ଓଡ଼ିଶା ଥିବା ବେଳେ ଦ୍ୱିତୀୟ ସ୍ଥାନରେରେ ରହିଛି ଚଣ୍ଡିଗଡ଼ ଏବଂ ତୃତୀୟରେ ରହିଛି ତେଲେଙ୍ଗାନା ରାଜ୍ୟ । ରାଙ୍କ ଅନୁସାରେ ୪ର୍ଥରୁ ୧୦ମ ମଧ୍ୟରେ ଯଥାକ୍ରମେ ଗୁଜୁରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମିଜୋରାମ, ମଧ୍ୟପ୍ରଦେଶ, ଛତିଶଗଡ଼, ଆଣ୍ଡାମାନ ଓ ନିକୋବର ରହିଛନ୍ତି














