ଅପରିଚିତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ଅନନ୍ଯ ପରିଚୟ ସୃଷ୍ଟି କଲେ ମହିଳା ।

କୋରାପୁଟ  : କଥାରେ ଅଛି ବିପଦ ବେଳର ବନ୍ଧୁ ପ୍ରକୃତ ବନ୍ଧୁ। କିନ୍ତୁ ଯଦି ଜଣେ ଅପରିଚିତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରେ ତେବେ ତାହାର ତ କୌଣସି ସଙ୍ଗ୍ଯା ନାହିଁ । ଏହିପରି ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି ମହିଳା । ଖବର ଅନୁଯାୟୀ କୋରାପୁଟ ଜିଲ୍ଲା ଦାମନଯୋଡି ଠାରେ ନିଜ ପରିବାର ସହ ରୁହନ୍ତି ବବିତା ନାୟକ । ଜିଲ୍ଲା ରକ୍ତଦାତା ସଂଘର ସଦସ୍ୟ ଥିବା ସ୍ବରାଜ କୁମାର ରାୟ ଙ୍କ ଠାରୁ ଏକ ଖବର ପାଇଥିଲେ। ପଡୋଶୀ ମାଲକାନଗିରି ଜିଲ୍ଲାର ଜଗଦୀଶ ନାୟକ ନାମକ ବ୍ଯକ୍ତି କୋରାପୁଟ ଜିଲ୍ଲାର ସହୀଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଚିକିତ୍ସା କରୁଥିବା ଡାକ୍ତର , ବ୍ଯକ୍ତି ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଓ ହିମୋଗ୍ଲୋବିନ୍ ୩.୦ ଯାହାକି ଜୀବନ ପ୍ରତି ବିପଦ ବୋଲି କହିଥିଲେ । ଏଥିସହିତ ସିଘ୍ର ଉପଯୁକ୍ତ ଗୃପ୍ ର ରକ୍ତ ଯୋଗାଡ଼ କରିବା ପାଇଁ ପରିବାର ସଦସ୍ୟଙ୍କୁ କହିଥିଲେ । ଚିକିତ୍ସିତ ହେଉଥିବା ବ୍ଯକ୍ତି ଜଣଙ୍କର ଏକ ବିରଳ A(-ve) ରକ୍ତ  ହୋଇଥିବାରୁ ପରିବାର ଲୋକେ ବ୍ଯସ୍ତ ବିବ୍ରତ ହୋଇ ପଡିଥିଲେ । ଏହି ସମୟରେ ଖବର ପାଇ ଶ୍ରୀ ରାୟ ଶ୍ରୀମତୀ ବବିତା ନାୟକଙ୍କୁ ଜଣାଇଥିଲେ । ଏହା ଶୁଣିବା ପରେ ତତକ୍ଷଣାତ୍ ରକ୍ତ ଦାନ ପାଇଁ ରାଜି ହୋଇଥିଲେ । ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ସ୍ଥଳେ ମଧ୍ୟ ବର୍ଷାକୁ ଖାତିର ନକରି ରାତିରେ ଦୀର୍ଘ ୪୦ କିଲୋମିଟର ଦୂର ଅତିକ୍ରମ କରି ରକ୍ତ ଦାନ କରିଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ , ଯେଉଁ ବ୍ୟକ୍ତିକୁ ଶ୍ରୀମତୀ  ନାୟକ ଚିହ୍ନି ନାହାନ୍ତି କି ଜାଣିନାହାନ୍ତି ତାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଦାମନଯୋଡିର ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ଶିକ୍ଷକତା କରୁଥିବା ଶ୍ରୀମତୀ ନାୟକଙ୍କ ଏପରି ଏକ ପ୍ରୟାସ ଏଠାରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏଥିସହିତ ସ୍ଥାନୀୟ ବିଭିନ୍ନ ମହଲରେ ତାଙ୍କର ଅନନ୍ୟ ପ୍ରୟାସକୁ ପ୍ରସଂଶା କରାଯାଇଛି ।

ଉପ ନିର୍ବାଚନରେ ନବୀନ ସୁନାମୀ ଭୟ……

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତୋଲ  ଉପ ନିର୍ବାଚନ କେବେ ହେବ ଜଣାନାହିଁ । ଏଯାଏ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । ହେଲେ ଏହାକୁ ଏବେ ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଛି ଭିତିରିଆ ରଣନୀତି । କଂଗ୍ରେସ ନିର୍ବାଚନ ପ୍ରସ୍ତୁତିରେ ଆଗରେ ରହି ପ୍ରାର୍ଥୀ ଚୟନ କରିଥିବା ଜଳଜଳ କରି ଗଣମାଧ୍ୟମ ଦେଖାଯାଉଥିବା ବେଳେ ବିଜେଡ଼ି ଓ ବିଜେପି ଭିତିରିଆ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଉ ଏହାରି ଭିତରେ ଉପନିର୍ବାଚନ ରେକର୍ଡକୁ ନେଇ ଆରମ୍ଭ ହୋଇଛି ନେତାଙ୍କ ବୟାନ ବାଜି । ଏହି ବୟାନବାଜିରେ ବିଜେଡ଼ି ନିଜର ଆତ୍ମ ବିଶ୍ୱାସ ବଢାଇଥିବା ବେଳେ ବିଜେପି ଟିକେ ପଛଘୁଞ୍ଚା ଦେଇଛି । ସେହିପରି କଂଗ୍ରେସ ଜୋସରେ ଆଗକୁ ବଢୁଛି । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରାବେଳ ସ୍ୱାଇଁ ଆଗାମୀ ଦିନରେ ହେବାକୁ ଥିବା ଉପ-ନିର୍ବାଚନର ଫଳାଫଳ କଣ ହେବ ତାହାକୁ ନେଇ ଭବିଷ୍ୟତବାଣୀ ଦେଇଛନ୍ତି । ତାଙ୍କ ମତରେ ଯଦି ନବୀନଙ୍କ ବିରୋଧରେ ସାମର୍ଥ ଥିବା ପ୍ରାର୍ଥୀକୁ ବିଜେପି ଠିଆ ନକରେ ତେବେ ବିଜେପୁର ଓ ପାଟକୁରା ପରି ଫଳାଫଳ ହେବ । ଏହାସହ ସେ କହିଛନ୍ତି ଯେ ଉପନିର୍ବାଚନରେ  ଶାସକ ଦଳ ପୁରା ଦମରେ ଲଢିବ । ବିଧାୟକ , ସାଂସଦ , ମନ୍ତ୍ରୀ ସମସ୍ତେ ପ୍ରଚାର କରିବେ । ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଚାର କରିବେ । ତେଣୁ ଏହାକୁ ରୋକିବା ବିରୋଧୀଙ୍କ ପକ୍ଷରେ କଷ୍ଟସାଦ୍ୟ । ଏପରିକି ନବୀନ ଆଗରେ ନିର୍ବାଚନ ଲଢିତବା ସୁନାମ ଆଗରେ ଛିଡା ହେବା ପରି ମଧ୍ୟ ସେ କହିବାକୁ ପଛାଇ ନାହାନ୍ତି । ସେ କହିଛନ୍ତି ଯେ ପୂର୍ବ ଇତିତହାସକୁ ଦେଖିଲେ ନବୀନଙ୍କ ସମ୍ମୁଖରେ ଛିଡ଼ା ହେବା କଷ୍ଟସାଦ୍ୟ । ଏପରିକି ସୁନାମୀ ପରି ଧୋଇଯିବାର ଭୟ ମଧ୍ୟ ରହିଛି । ଏହାସହ ସେ ବାଲେଶ୍ୱର ସଦରରେ ନିର୍ବାଚନ ଲଢିବା ନେଇ ପ୍ରଶ୍ନ ହେବାରୁ ଦଳ ଯଦି ପ୍ରାର୍ଥୀ କରିବ ସେ ଲଢିବାକୁ ଆଗ୍ରହୀ ବୋଲି କହିଛନ୍ତି । ସେହିପରି ବିଜେଡ଼ି ଉପ ସଭାପତି ଦେବୀ ମିଶ୍ର କହିଛନ୍ତି ଉପ ନିର୍ବାଚନରେ ଆମେ ସଫଳତାର ସହ ଲଢିବୁ । ତିର୍ତ୍ତୋଲରେ ଆମର ଥିଲା ଓ ବାଲେଶ୍ୱର ସଦରରେ ଦଳ ଭଲ ପ୍ରଦର୍ଶନ କରିବ । ଲୋକେ ନିର୍ବାଚିତ ସରକାର ଓ ତାହାର କାର୍ଯ୍ୟକଳାପ ଦେଖି ଭୋଟ ଦେବେ । ଏହାସହ ଉପନିର୍ବାଚନ ରେକର୍ଡ଼ ଦେଖିଲେ ବିଜେଡ଼ି ହିଁ ଭଲ ପ୍ରଦର୍ଶନ କରିବ ବୋଲି ସେ ଯୁକ୍ତି ବାଢିଛନ୍ତି । ଅନ୍ୟପଟେ ତିର୍ତ୍ତୋଲ ପାଇଁ କଂଗ୍ରେସର ୫ଜଣ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ବାଲେଶ୍ୱର ସଦରରେ ଦଳ ପିସିସି ସଭାପତି ନବଜ୍ୟାତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ପାଇଁ କସରତ କରିଛି । ତେବେ ନିର୍ବାଚନ ତାରିଖ ଘୋଷଣା ପରେ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ଓ ଫଳାଫଳ କଣ ହେଉଛି ତାହା ଉପରେ ନଜର ।

ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲା ପାଇଁ ହେବ ସ୍ୱତନ୍ତ୍ର ରଣନୀତି…

କୋଭିଡ ମୁକାବିଲା
ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ସ୍ବତନ୍ତ୍ର ରଣନୀତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ
୫୦ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ତାଲିମ କୋଭିଡ ଯୁଦ୍ଧକୁ ମଜବୁତ କରିଛି
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣକୌଶଳ (Location Specific Strategy) ଅବଲମ୍ବନ କରିବାପାଇଁ ପରାମର୍ଶ ଦେଇଛନ୍ତି, ଯାହାଫଳରେ ଆସନ୍ତା ସପ୍ତାହ ମଧ୍ୟରେ ଏହିସବୁ ଜିଲ୍ଲାରେ positivity rate ହ୍ରାସ କରିବା ଦିଗରେ ଆମେ ଅଗ୍ରଗତି କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ ଆଜି ପ୍ରତି ୧୦ ଲକ୍ଷ ସଂଖ୍ୟାରେ ୧୦୯୬ ଟେଷ୍ଟ କରି ଓଡିଶା ଆଜି ଜାତୀୟ ସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟରେ ପରିଗଣିତ ହୋଇଛି । ଏହାସହିତ ସପ୍ତାହ ମଧ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି । ଏହା ଉପରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ସେମାନଙ୍କ ଟିମ୍‌ ତଥା ସମସ୍ତ ଡାକ୍ତର ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏହା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ରାଜ୍ୟରେ କୋଭିଡରେ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକ ଟ୍ରେନିଂ ପାଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ପଞ୍ଚାୟତିରାଜ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ, କୋଭିଡ କମିଟି ସଦସ୍ୟ ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ ଅଛନ୍ତି। ଏହା ବାସ୍ତବରେ ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକେ ନିୟୋଜିତ ଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।
ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଗୃହ ସଂଗରୋଧକୁ ଉତ୍ସାହିତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସ୍ବତନ୍ତ୍ର ପ୍ରଚାର ଅଭିଯାନ ସହିତ ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ କେୟାର କମିଟି ଗୁଡିକର ସହାୟତା ନେବା ପାଇଁ ମଧ୍ୟ ସେ କହିଛନ୍ତି। ଲୋକଙ୍କ ମନରେ ଗୃହ ସଂଗରୋଧ ସଂପର୍କରେ ଯଦି କୌଣସି ସନ୍ଦେହ ଥାଏ, ତାକୁ ଦୂର କରିବା ଦିଗରେ ଏହା ସହାୟକ ହେବ। ଏ କ୍ଷେତ୍ରରେ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ସ୍ବତନ୍ତ୍ର ଗୁରୁତ୍ବ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି।
ସେହିପରି ରାଜ୍ୟରେ ଦୈନିକ test ସଂଖ୍ୟା ୫୦ ହଜାରରେ ପହଞ୍ଚି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହି ଧାରା ବଜାୟ ରଖିବା ପାଇଁ କହିଥିଲେ। ଏଥିପାଇଁ test kit supply chainକୁ ଉତ୍ତମ ରୂପେ ପରିଚାଳନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ରାଜ୍ୟରେ କୋଭିଡ ମୃତ୍ୟୁ ହାର କମ୍‌ ରହିଛି । ଏହାକୁ ଆହୁରି କମ୍‌ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ ବୋଲି ସେ କହିଥିଲେ। ବିଭିନ୍ନ କର୍ପୋରେଟ୍‌ କ୍ଷେତ୍ର ଓ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ସ୍ଥାପନ କରାଯାଉଥିବା Covid Care Centre ଆହୁରି ଅଧିକ ସଂଖ୍ୟାରେ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।
ପ୍ଲାଜମାଦାତା ମାନଙ୍କର ମହାନ କାର୍ଯ୍ୟକୁ ସ୍ବୀକୃତି ଦେଇ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀରେ ଆହୁରି ଉନ୍ନତି ଆଣିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ ହସ୍‌ପିଟାଲରେ କାମ କରୁଥିବା କୋଭିଡ ଯୋଦ୍ଧା ଓ ରୋଗୀ ମାନଙ୍କ ସହିତ ସିଧାସଳଖ ଫୋନ୍‌ ଯୋଗେ ଆଲୋଚନା କରି ସେମାନଙ୍କ ଠାରୁ feedback ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ବର୍ତ୍ତମାନ ସୁଦ୍ଧା ୫ଟି Plasma Therapy Unit ସ୍ଥାପିତ ହୋଇଛି। କୋଭିଡ ରୋଗର ଚିକିତ୍ସା କ୍ଷେତ୍ରରେ Plasma Therapy ଏକ ଉପାଦେୟ ପଦ୍ଧତି ଭାବରେ ପ୍ରମାଣିତ ହୋଇଛି । କୋରାପୁଟ ମେଡିକାଲ କଲେଜରେ ଆଉ ଏକ Plasma Bank କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ଆସନ୍ତା ସପ୍ତାହ ସୁଦ୍ଧା ସ୍ଥାପନ କରାଯିବ ବୋଲି ଜଣାଯାଇଛି।
ପରିଶେଷରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ଷାଜନିତ ପରିସ୍ଥିତି, କୃଷି କାର୍ଯ୍ୟକ୍ରମ, ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଏବଂ MSME ସଂପର୍କରେ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। କୃଷି କ୍ଷେତ୍ରରେ ସମସ୍ତ କାର୍ଯ୍ୟ ଯେପରି ସୂଚାରୁରୂପେ ଜାରି ରହିବ ଓ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଗୁରୁତ୍ବ ଦେବାପାଇଁ ସେ ଅଧିକାରୀମାନଙ୍କୁ ଦୃଢ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ୟୁରିଆ ସାର ସ୍ଥିତି ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି ବୁଝି ଥିଲେ କରିଥିଲେ।
ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ ମୃତ୍ୟୁ ହାର କମ୍‌ କରିବା ପାଇଁ Medical Education & Training ନିର୍ଦ୍ଦେଶାଳୟ ଦ୍ବାରା ୭ଟି ମେଡିକାଲ କଲେଜର ପ୍ରଫେସର ମାନଙ୍କୁ ନେଇ Multi Disciplinary Technical Team ଗଠନ କରାଯାଇଛି। ସେମାନେ ଏ କ୍ଷେତ୍ରରେ ଉପଯୁକ୍ତ ପରାମର୍ଶ ଦେଇ କୋଭିଡ ଚିକିତ୍ସାକୁ ଫଳପ୍ରଦ କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର ରାଜ୍ୟରେ କୋଭିଡ ମୁକାବିଲା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ବାଲେଶ୍ବର, ମୟୁରଭଞ୍ଜ ଓ ଭଦ୍ରକର କୋଭିଡ ରୋଗୀମାନଙ୍କ ଚିକିତ୍ସା ପାଇଁ ବାଲେଶ୍ବରରେ ଏକ ପ୍ଲାଜମା Storage Unit ସ୍ଥାପନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ମଧ୍ୟ କୋଭିଡ ପରିଚାଳନା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ଗୃହ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଲୋଚନା ସଂଚାଳନା କରିଥିଲେ।

କେନ୍ଦ୍ର ପାଖରେ ଅରୁଣଙ୍କ ଦାବି : ଓଡ଼ିଶାକୁ ଅଧିକ ୟୁରିଆ ଦିଅ..

ଭୁବନେଶ୍ୱର : ଓଡ଼ିଶାକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ ଆଜି ପୂର୍ବାହ୍ନରେ ଭିଡ଼ିଓ କନ୍ଫରେନ୍ସିଂ ବୈଠକରେ କେନ୍ଦ୍ର ସରକାରଙ୍କ ରାଜ୍ୟ ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ମନସୁଖ ଭାଇ ମାଣ୍ଡଭିୟଙ୍କୁ ଅନୁରୋଧ ।ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ରାଜ୍ୟ ରସାୟନ ଓ ସାର ମନ୍ତ୍ରୀ ଭିଡିଓ କନଫରେନସିଂ ଯୋଗେ ରାଜ୍ୟ କୃଷି ମନ୍ତ୍ରୀମାନଙ୍କର ବୈଠକରେ ସାର ଯୋଗାଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ ଯୋଗଦେଇ ଅଗଷ୍ଟ ମାସରେ ବାକି ୟୁରିଆ ସାର ତୁରନ୍ତ ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି ।
ଜୁଲାଇ ଦ୍ୱିତୀୟ ସପ୍ତାହଠାରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ୟୁରିଆ ସାରର ସର୍ବୋଚ୍ଚ ଚାହିଦା ରହିଥାଏ । ଖରିଫ୍‌ ଚାଷର ୬୦ ପ୍ରତିଶତ ୟୁରିଆ ଏହି ସମୟରେ ବ୍ୟବହାର ହୋଇଥାଏ । ଭାରତର ପୂର୍ବାଞ୍ଚଳରେ କୌସି ୟୁରିଆ ଉତ୍ପାଦନ କାରଖାନା ନାହିଁ । ତେଣୁ ଓଡ଼ିଶାକୁ ଉତ୍ତରାଞ୍ଚଳ ଏବଂ ପଶ୍ଚିମାଞ୍ଚଳର କାରଖାନାରୁ ୟୁରିଆ ନିମନ୍ତେ ନିର୍ଭର କରିବାକୁ ପଡ଼ିଥାଏ । ୨୦୨୦ ଜୁନ୍‌ ମାସରେ ରାଜ୍ୟର ୟୁରିଆ ସାର ଚାହିଦା ୭୦ ହଜାର ମେଟ୍ରିକ ଟନ୍‌ ଥିବାବେଳେ ୫୬ ହଜାର ୨୨୮ ମେଟ୍ରିକ ଟନ୍‌ ସାର ଯୋଗାଣ ହୋଇଥିଲା ଯାହା ଚାହିଦାଠାରୁ ୧୩ ହଜାର ୭୭୨ ମେଟ୍ରିକ ଟନ୍‌ କମ୍‌ ଥିଲା । ସେହିପରି ଜୁଲାଇ ମାସରେ ୧୯ ହଜାର ୬୧୯ ମେଟ୍ରିକ ଟନ୍‌ କମ୍‌ ସାର ଓଡ଼ିଶାକୁ ଯୋଗାଣ ହୋଇଥିଲା । ଅଗଷ୍ଟ ମାସରେ ରାଜ୍ୟରେ ଏକ ଲକ୍ଷ ମେଟ୍ରିକ ଟନ୍‌ ୟୁରିଆ ସାରର ଆବଶ୍ୟକତା ଥିବାବେଳେ ଅଗଷ୍ଟ ୧୭ ତାରିଖ ସୁଦ୍ଧା ରାଜ୍ୟକୁ ମାତ୍ର ୩୪ ହଜାର ୧୫୦ ମେଟ୍ରିକ ଟନ୍‌ ଯୋଗାଣ ହୋଇଛି । ଜୁନ୍‌ ଓ ଜୁଲାଇ ମାସର ନିଅଣ୍ଟିଆ ସାର ଯୋଗାଣ ଏବଂ ଅଗଷ୍ଟ ମାସର ବାକି ଅବଧି ପାଇଁ ରାଜ୍ୟରେ ୧ ଲକ୍ଷ ୩ ହଜାର ମେଟ୍ରିକ ଟନ୍‌ ୟୁରିଆ ସାରର ଆବଶ୍ୟକତା ରହିଛି । ଓଡ଼ିଶାରେ ଖରିଫରେ ମୁଖ୍ୟତଃ ଧାନଚାଷ କରାଯାଉଥିବା ବେଳେ ଅଧିକ ୟୁରିଆ ସାରର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ତରଫରୁ ଇଫକୋ, ଆରସିଏଫ, ଏନ୍‌ଏଲଏଫ ଆଦି ସାର କମ୍ପାନୀଗୁଡ଼ିକ ନିଜସ୍ୱ ଉତ୍ପାଦିତ ସାର ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଥିବା ବେଳେ ରାଜ୍ୟକୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଉପଲବ୍ଧ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟକୁ ଇଣ୍ଡିଆନ ପଟାସ ଲିମିଟେଡ ପକ୍ଷରୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଯୋଗାଇଦେବା ପାଇଁ ଅନୁରୋଧ କରିଥିଲି । ରାଜ୍ୟରେ ୟୁରିଆ ସାର ଖୁଚୁରା ବିକ୍ରୟକୁ କ୍ୟାସ୍‌ଲେସ୍‌ ଓ ଡିଜିଟାଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଅଦ୍ୟାବଧି ୧୦୦୦ଟି ଖୁଚୁରା ସାର ବିକ୍ରୟ କେନ୍ଦ୍ରକୁ ଡ଼ିଜିଟାଲ କରାଯାଇଛି ।

ରାଜ୍ୟରେ ୧ ମିଲିଅନ ଟପିଲା କରୋନା ଟେଷ୍ଟ : ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା..

ଭୁବନେଶ୍ୱର : ରାଜ୍ୟରେ ୧ ମିଲିଅନ କରୋନା ଟେଷ୍ଟଙ୍ଗ କରାଯାଇଛି। ଯାହା ଦେଶର ଅନ୍ୟ ରାଜ୍ୟ ତୁଳନାରେ ବହୁତ ଅଧିକ। ଓଡ଼ିଶାରେ ଅଧିକ ଟେଷ୍ଟଙ୍ଗ କରାଯାଉଥିଲେ ମଧ୍ୟ ପଜିଟିଭ ସଂଖ୍ୟା କମ୍ ଅଛି। ଯାହା କି ଏକ ଆସ୍ୱସ୍ତିର ବିଷୟ।ଏଥିପାଇଁ ଟୁଇଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଗତ ୨୪ ମଧ୍ୟରେ ରାଜ୍ୟରେ ୫୦୫୨୫ ଟି ନମୁନା ଟେଷ୍ଟ କରାଯାଇଛି।ସେଥିମଧ୍ୟରେ ଆଣ୍ଟିଜେନ୍ ଟେଷ୍ଟ ୪୫୩୪୩, ଆର୍ଟିଫିସିଆଲ ଟେଷ୍ଟ ୫୧୦୬ ରହିଛି। ଗଂଜାମରେ ସର୍ବାଧିକ ଟେଷ୍ଟ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର।

“ଲୋକଙ୍କ ବିଶ୍ୱାସ ନ ଭାଙ୍ଗୁ ଗଣମାଧ୍ୟମ”

ଢେଙ୍କାନାଳ: ଲୋକଙ୍କୁ କେବଳ ସୂଚନା ଦେଇଦେଲେ ହେବନି, ବରଂ ଲୋକଙ୍କୁ ଶିକ୍ଷିତ କରିବା ସହ ସେମାନଙ୍କ ନିକଟରେ ସଠିକ୍‍ ଖବର ପହଞ୍ଚାଇବାକୁ ପଡ଼ିବ । କୌଣସି ବାହ୍ୟ ଶକ୍ତିର ଚାପରେ ପ୍ରଭାବିତ ନହୋଇ ଗଣମାଧ୍ୟମ ସବୁବେଳେ ସମାଜର କଲ୍ୟାଣ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରିବା ଦରକାର ବୋଲି କହିଛନ୍ତି ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗୀୟ ମୁଖ୍ୟ ପ୍ରଫେସର ଆଦିତ୍ୟ ମହାନ୍ତି ।
ସୋମବାର ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ୫୬ତମ ପ୍ରତିଷ୍ଠା ଦିବସ ତଥା ଆଇଆଇଏମ୍‍ସି ଢେଙ୍କାନାଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ପୂର୍ବାହ୍ଣରେ ଅନୁଷ୍ଠିତ ଏକ ଇ-ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେଇ ‘ଗଣମାଧ୍ୟମ ଓ ସାମାଜିକ ସଂସ୍କାର’ ଉପରେ ପ୍ରତିଷ୍ଠା ଦିବସ ବକ୍ତୃତା ପ୍ରଦାନ କରି ପ୍ରଫେସର ମହାନ୍ତି କହିଛନ୍ତି, ଏକ ସମୃଦ୍ଧ ସମାଜ ଗଠନ ପାଇଁ ଗଣମାଧ୍ୟମର ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାମାଜିକ ସଂସ୍କାର ଆଣିବା ଦିଗରେ ଗଣମାଧ୍ୟମ ହିଁ କାର୍ଯ୍ୟ କରିଆସୁଛି । ତେବେ ଆଜିକାଲି କିଛି ଗଣମାଧ୍ୟମ ପକ୍ଷପାତିତା କରୁଛନ୍ତି । ରାଜନୈତିକ ଚାପରେ ହେଉ କି କର୍ପୋରେଟ ଚାପ କିମ୍ବା ଧାର୍ମିକ ସମର୍ଥନ ଆଦି ଗଣମାଧ୍ୟମକୁ ପ୍ରଭାବିତ କରୁଛି । ଯାହାଫଳରେ ସାଧାରଣ ଲୋକଙ୍କ ଆସ୍ଥା ଧୀରେଧୀରେ ଗଣମାଧ୍ୟମ ଉପରୁ ତୁଟିବାରେ ଲାଗିଛି । ଏମିତି ଏକ ସ୍ଥିତିରେ ଗଣମାଧ୍ୟମ ନିଜ ଦାୟିତ୍ୱକୁ ଠିକଣା ପ୍ରତିପାଦନ କରିବା ଆବଶ୍ୟକ । ଲୋକଙ୍କ ବିଶ୍ୱାସ କିପରି ଅକ୍ଷୁଣ୍ଣ ରହିବ, ସେନେଇ ଗଣମାଧ୍ୟମ ଚିନ୍ତା କରିବା ଉଚିତ । ଏ ଦିଗରେ ଗଣମାଧ୍ୟମ କର୍ମୀଙ୍କର ଏକ ବଡ଼ ଭୂମିକା ରହିଛି । ଆଜିକାଲିର ସାମାଜିକ ଗଣମାଧ୍ୟମ ଯୁଗରେ ଲୋକଙ୍କ ମତକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବା ସହ ନିଜେ କିପରି ନିରପେକ୍ଷଭାବେ ଖବର ପରିବେଷଣ କରିବେ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ । ଅବଶ୍ୟ ଏ ଦିଗରେ କେତୋଟି ସମସ୍ୟା ରହିଛି । କାରଣ, ଅଧିକାଂଶ ଗଣମାଧ୍ୟମର ମାଲିକାନା କୌଣସି ବ୍ୟକ୍ତି ବା କର୍ପୋରେଟ ହାଉସ୍‍ ଅଧୀନରେ ରହିଛି । ଏଣୁ ଖବର ପରିବେଷଣବେଳେ ସବୁବେଳେ ନିରପେକ୍ଷତା ରଖିହେଉନି । ତେବେ ଯଥାସମ୍ଭବ ପକ୍ଷପାତିତାଠାରୁ ଦୂରେଇ ରହିବା ସାମ୍ବାଦିକଙ୍କ ଧର୍ମ ହେଉ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏଥିପାଇଁ ଗଣମାଧ୍ୟମ ଶିକ୍ଷାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାମ୍ବାଦିକଙ୍କ ଉତ୍ତରଦାୟିତ୍ୱ କ’ଣ ହେବା ଉଚିତ, ସେମାନଙ୍କ ଶକ୍ତି କ’ଣ, ସମାଜର ହିତ ପାଇଁ ସେମାନେ କିପରି କାର୍ଯ୍ୟ କରିପାରିବେ ଆଦି ଅନେକ କଥା ଉଚିତ ଗଣମାଧ୍ୟମ ଶିକ୍ଷା ଦ୍ୱାରା ଜାଣିହେବ ବୋଲି ସେ ପ୍ରକାଶ କରିଛନ୍ତି ।
ପ୍ରାରମ୍ଭିକ ଭାଷଣରେ ଆଇଆଇଏମ୍‍ସିର ମହାନିର୍ଦ୍ଦେଶକ ଡ. ସଞ୍ଜୟ ଦ୍ୱିବେଦୀ କହିଛନ୍ତି, ଆଇଆଇଏମ୍‍ସି କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ରଖିଛି । ଏହା ଏମିତି ଏକ କ୍ୟାମ୍ପସ୍‍ ଯେଉଁଠି ଜ୍ଞାନର ଆଲୋଚନା ହୁଏ, ଆଗାମୀ ସମୟର ଚର୍ଚ୍ଚା ହୁଏ । ସେହିପରି ଓଡ଼ିଆ ସାମ୍ବାଦିକତାର ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି, ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ସମାଜ ତଥା ରାଷ୍ଟ୍ର ଗଠନରେ ଓଡ଼ିଆ ଗଣମାଧ୍ୟମର ଉଲ୍ଲେଖନୀୟ ଯୋଗଦାନ ରହିଛି । ଏଥିସହିତ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଲୋକଜୀବନ ବେଶ୍‍ ସମୃଦ୍ଧ । ଏମିତି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରାନ୍ତରରେ ଆଇଆଇଏମ୍‍ସିର ଏକ ପରିସର ହେବା ସମସ୍ତଙ୍କୁ ଗୌରବରେ ଭରିଦେଉଛି ।
ଏହି ଅବସରରେ ଆଇଆଇଏମ୍‍ସି ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘କୃଷି ସାମ୍ବାଦିକତା’ ଉନ୍ମୋଚନ କରି ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଭାରତରେ ଖବରକାଗଜ ଆରମ୍ଭ ହେବାଠାରୁ କୃଷି ସାମ୍ବାଦିକତାକୁ ଗୁରୁତ୍ୱ ଦିଆଯାଉଥିଲା । ତେବେ କିଛି ବର୍ଷ ହେବ ଏହାକୁ ଟିକିଏ କମ୍‍ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳୁଛି । ଖୁବ୍‍ ବେଶୀ ଗଣମାଧ୍ୟମ ସଂସ୍ଥାରେ ଏକ ସ୍ୱତନ୍ତ୍ର ବିଭାଗ ଭାବେ କୃଷି ସାମ୍ବାଦିକତା ରହୁନି । ଅନ୍ୟପକ୍ଷରେ ଦେଶର ଅର୍ଥନୀତି ତଥା ସାମାଜିକ ବିକାଶରେ କୃଷିର ବେଶ୍‍ ଭୂମିକା ରହିଛି । ଏମିତି ଏକ ସମୟରେ କୃଷି ସାମ୍ବାଦିକତାର ଗୁରୁତ୍ୱ ତଥା ଏହାର ବିଭିନ୍ନ ଦିଗକୁ ନେଇ ସଂସ୍ଥାନ ପକ୍ଷରୁ ଏକ ମନୋଗ୍ରାଫ୍‍ ପ୍ରକାଶନ କରାଯାଇଛି । ଏହି ଦ୍ୱିଭାଷୀ ମନୋଗ୍ରାଫ୍‍ଟିରେ ଦେଶର ବିଭିନ୍ନ ସାମ୍ବାଦିକ, ଗଣମାଧ୍ୟମ ଶିକ୍ଷାବିତ ତଥା ଗବେଷଣା ଶିକ୍ଷାର୍ଥୀଙ୍କ ମୋଟ ୨୭ଟି ପ୍ରବନ୍ଧ, ଗବେଷଣା ନିବନ୍ଧ ଏବଂ ସେମି-ଆକାଡେମିକ ସନ୍ଦର୍ଭ ସ୍ଥାନ ପାଇଛି । ଡ. ମୃଣାଳ ଚାଟାର୍ଜୀ ଏହାର ମୁଖ୍ୟ ସମ୍ପାଦନା କରିଥିବାବେଳେ ସମ୍ପାଦନା କରିଛନ୍ତି ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ।
ସେହିପରି ଭାରତରେ ଗଣମାଧ୍ୟମ ଶିକ୍ଷାର ୧୦୦ ବର୍ଷ ଅବସରରେ ଅପରାହ୍ଣ ସାଢ଼େ ୪ଟାରେ ଅନୁଷ୍ଠିତ ‘ଡିଜିଟାଲ ଯୁଗରେ ଗଣମାଧ୍ୟମ ଶିକ୍ଷା’ ଶୀର୍ଷକ ଏକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ଯୋଗଦେଇ ଆଇଆଇଏମ୍‍ସିର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ବି.ପି. ସଞ୍ଜୟ କହିଛନ୍ତି, ବର୍ତ୍ତମାନର ଡିଜିଟାଲ ଯୁଗରେ ଉଭୟ ସାମ୍ବାଦିକ ତଥା ଗଣମାଧ୍ୟମ ଶିକ୍ଷକଙ୍କ ପାଇଁ ଅନେକ ଆହ୍ୱାନ ରହିଛି । ବିଶେଷତଃ ଆଜିକାଲି ଫେକ୍‍ ନିଉଜ୍‍ ବା ଜାଲି ଖବରକୁ ନେଇ ସମସ୍ତେ ଚିନ୍ତିତ । ତେବେ ଖବର କେବେ ଜାଲି ହୋଇନପାରେ ଆଉ ଯାହା ଜାଲି ତାହା କେବେ ଖବର ହୋଇନପାରେ । ଦୁଃଖର କଥା, ବର୍ତ୍ତମାନର ଡିଜିଟାଲ ଜ୍ଞାନକୌଶଳ ଯୋଗୁଁ କିଛି ଲୋକ ଏହିପରି ଜାଲି ସୂଚନା ଓ ତଥ୍ୟ ପ୍ରସ୍ତୁତ କରୁଛନ୍ତି ଏବଂ ତାକୁ ପ୍ରସାର କରୁଛନ୍ତି । ଏସବୁ ନିଶ୍ଚିତଭାବେ ଆମ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଏମିତିକି କିଛି ଗଣମାଧ୍ୟମ ସଂସ୍ଥା ବେଳେବେଳେ ଏମିତି ଜାଲି ସୂଚନାକୁ ଯାଞ୍ଚ୍‍ ନକରି ଖବର ପରିବେଷଣ କରିଦେଉଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏଥିପାଇଁ ସାମ୍ବାଦିକମାନେ ଖୁବ୍‍ ସଚେତନ ରହିବା ଜରୁରୀ । ଏହାସହିତ ଅନେକ ସମୟରେ ଗଣମାଧ୍ୟମ ଶିକ୍ଷା ଓ ବ୍ୟାବହାରିକ ଗଣମାଧ୍ୟମ ମଧ୍ୟ ଏକ ବଡ଼ ଫାଙ୍କ ରହୁଛି ବୋଲି ଆଲୋଚନା ହୁଏ । ବାସ୍ତବରେ ଏହା କିଛି କ୍ଷେତ୍ରରେ ଠିକ୍‍ । ଏଥିପାଇଁ ଗଣମାଧ୍ୟମ ଶିକ୍ଷାନୁଷ୍ଠାନ ଓ ଶିକ୍ଷାବିତମାନଙ୍କର ଗୁରୁ ଦାୟିତ୍ୱ ରହିଛି । ଏ ଦୁଇଟି ଭିତରେ ଥିବା ଅନ୍ତରକୁ ଦୂର କରି କିପରି ଏକ ସେତୁ ପ୍ରତିଷ୍ଠା କରିହେବ ଏବଂ ନୈତିକ ସାମ୍ବାଦିକତାର ମୂଲ୍ୟବୋଧକୁ ସମାଜରେ ପ୍ରତିଫଳିତ କରିହେବ, ସେନେଇ ଅଧିକ ପ୍ରଚେଷ୍ଟା କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି ।
ଅନ୍ୟତମ ବକ୍ତାଭାବେ ଯୋଗଦେଇ ଏନ୍‍ଡିଟିଭିର ବରିଷ୍ଠ ସାମ୍ବାଦିକ ମନିଦୀପା ବାନାର୍ଜୀ କହିଛନ୍ତି, ସାମ୍ବାଦିକତାରେ ରାଜା ହେଉଛି କଣ୍ଟେଣ୍ଟ ବା ବିଷୟବସ୍ତୁ । ମୁଦ୍ରିତ, ଟେଲିଭିଜନ, ରେଡିଓ, ଡିଜିଟାଲ ସେ ଯେକୌଣସି ମଞ୍ଚ ହୋଇଥାଉନା ତେଣିକି, ତଥ୍ୟ ହିଁ ସବୁବେଳେ ସବୁଠି ସବୁଠୁଁ ଅଧିକ ଗୁରୁତ୍ୱ ବହନ କରେ । ତେବେ ସାମ୍ବାଦିକମାନେ ଇଣ୍ଟରନେଟ୍‍ରେ ଦେଖୁଥିବା ସବୁ ତଥ୍ୟ ବା ସୂଚନାକୁ ଆଖିବୁଜି ଭରସା କରିଦେବା ଉଚିତ ନୁହେଁ । ତାକୁ ଭଲଭାବେ ବିଭିନ୍ନ ସୂତ୍ରରୁ ପରଖିବା ଦରକାର । ଆବଶ୍ୟକସ୍ଥଳେ ଲାଇବ୍ରେରୀ ଯାଇ ମଧ୍ୟ ତଥ୍ୟ ଖୋଜିପାରିବେ । ତେବେ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରରେ ମଧ୍ୟ କିଛିଟା ପରିବର୍ତ୍ତନ ଲୋଡ଼ା । ଶିକ୍ଷାର୍ଥୀଙ୍କୁ ଭିନ୍ନ ଭିନ୍ନ ମଞ୍ଚ ପାଇଁ ଲିଖନ ଶୈଳୀ, ରିପୋର୍ଟିଂ ଶୈଳୀ ଶିଖାଇବା ସହ ତଥ୍ୟ ପରଖିବା, ଜାଲି ସୂଚନାକୁ ଯାଞ୍ଚ୍‍ କରିବା ଆଦି ବିଭିନ୍ନ କୌଶଳ ଶିଖାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।
ପୁନେସ୍ଥିତ ଏସ୍‍ପିପି ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜ୍ୱାଲା ବାର୍ଭି କହିଛନ୍ତି, ସାମ୍ବାଦିକତା ଶିକ୍ଷାରେ ବ୍ୟାବହାରିକ ତାଲିମ୍‍ ଏକ ମୁଖ୍ୟ ଦିଗ । ଖୁସିର କଥା, ଆଜିକାଲିର ଶିକ୍ଷାର୍ଥୀମାନେ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ବେଶ୍‍ ଆଗୁଆ । ବିଦ୍ୟାଳୟସ୍ତରରୁ, ମହାବିଦ୍ୟାଳୟସ୍ତରରୁ ସେମାନେ ମୋବାଇଲ୍‍ରେ ଭିଡିଓ କରିବା, ଏଡିଟିଂ କରିବା, ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା, ୟୁଟ୍ୟୁବ୍‍ ଚ୍ୟାନେଲ୍‍ ଖୋଲି ସେଥିରେ କଣ୍ଟେଣ୍ଟ ଅପ୍‍ଲୋଡ୍‍ କରିବା, ୱେବ୍‍ ପୋର୍ଟାଲ୍‍ରେ ଖବର ଲେଖିବା ଆଦି ବିଭିନ୍ନ କାର୍ଯ୍ୟ କରୁଛନ୍ତି । ଏଣୁ ସେମାନଙ୍କୁ ଲିଖନ, ଫଟୋଗ୍ରାଫି ଓ ଭିଡିଓଗ୍ରାଫିର କଳା ଆଦି ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଡିଜିଟାଲ୍‍ ସୂତ୍ର ବ୍ୟବହାର କରି କିପରି ସେମାନେ ସମାଜର ହିତ ପାଇଁ ଅଧିକ ଗବେଷଣା କରିପାରିବେ ଓ ଖବର ପ୍ରସ୍ତୁତ କରିପାରିବେ, ସେନଇ ସେମାନଙ୍କୁ ଧାରଣା ଦେବା ଉଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଗୌହାଟୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଙ୍କୁରନ୍‍ ଦତ୍ତ କହିଛନ୍ତି, ନୂଆ ପିଢ଼ିର ଶିକ୍ଷାର୍ଥୀମାନଙ୍କୁ ଡେଟା ଭିଜୁଆଲାଇଜେସନ୍‍, ଡିଜିଟାଲ୍‍ ଷ୍ଟୋରୀ ଟେଲିଂ, ସାମାଜିକ ଗଣମାଧ୍ୟମ ପରିଚାଳନା, କଣ୍ଟେଣ୍ଟ ଜେନେରେସନ୍‍ ଆଦି ସମ୍ପର୍କରେ ଧାରଣା ଦେବାକୁ ହେବ । ବର୍ତ୍ତମାନର ଡିଜିଟାଲ୍‍ ଯୁଗରେ ଏସବୁର ଆଦର ଓ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେହିପରି ଅନେକ ସଂସ୍ଥା ଗବେଷଣାକୁ ବେଶ୍‍ ଗୁରୁତ୍ୱ ଦେଉଛନ୍ତି । ତେଣୁ ଗବେଷଣା କରିବାର ଦକ୍ଷତା ଥିବା ଶିକ୍ଷାର୍ଥୀଙ୍କୁ ଅଧିକ ସୁଯୋଗ ମିଳୁଛି । ଏଦିଗରେ ଗଣମାଧ୍ୟମ ଶିକ୍ଷାବିତ୍‍ମାନେ ଅଧିକ ଧ୍ୟାନ ଦେଇ ସେଇ ଅନୁସାରେ ନିଜର ରୋଡ୍‍ ମ୍ୟାପ୍‍ ପ୍ରସ୍ତୁତ କରିବା ଆବଶ୍ୟକ ।
ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ କହିଛନ୍ତି, ଡିଜିଟାଲ୍‍ ଟେକ୍ନୋଲୋଜି ବର୍ତ୍ତମାନର ସବୁଠୁଁ ବଡ଼ ଗେମ୍‍ ଚେଞ୍ଜର । ଡିଜିଟାଲ୍‍ ଟେକ୍ନୋଲୋଜିର ସହଜ ଉପଲବ୍ଧତା, ଆଦର ଓ ଚାହିଦା ଫଳରେ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ଅନେକଟା ପରିବର୍ତ୍ତନ ଆସିଛି । ବିଷୟବସ୍ତୁ ପ୍ରସ୍ତୁତି, ଉପସ୍ଥାପନା ଆଦି ଅନେକ ଦିଗରେ ପରିବର୍ତ୍ତନ ହୋଇଚାଲିଛି । ସାଧାରଣ ଲୋକେ ମଧ୍ୟ ସାମାଜିକ ଗଣମାଧ୍ୟମ ବ୍ୟବହାର କରି ସହଜରେ କଣ୍ଟେଣ୍ଟ ପ୍ରସ୍ତୁତ କରିପାରୁଛନ୍ତି ଏବଂ ଏହାକୁ ବିଶ୍ୱବ୍ୟାପୀ ପହଞ୍ଚାଇପାରୁଛନ୍ତି । ଏମିତି ଏକ ସ୍ଥିତିରେ ସବୁଠୁଁ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି ଜାଲି ଖବର । କିଛି ଲୋକ ମିଛ ସୂଚନା ଓ ତଥ୍ୟକୁ ଖବରର ରୂପ ଦେଇ ଚାରିଆଡ଼େ ପ୍ରସାର କରୁଛନ୍ତି । ଏଣୁ ଏହାକୁ ରୋକିବା ପାଇଁ ଏକ ଉପଯୁକ୍ତ ରୋଡ୍‍ମ୍ୟାପ୍‍ ପ୍ରସ୍ତୁତ କରିବାକୁ ହେବ । ସେହିପରି ଉଭୟ ଗଣମାଧ୍ୟମ କର୍ମୀ ଓ ଗଣମାଧ୍ୟମ ପାଠ୍ୟକ୍ରମ ଭିତରେ ଏକ ସନ୍ତୁଳନ ରକ୍ଷା କରିବାକୁ ହେବ । ଏସବୁ ଉପରେ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଇ- ବକ୍ତୃତା ଓ ଇ-ଆଲୋଚନାଚକ୍ରକୁ ସଞ୍ଚାଳନ କରିଛନ୍ତି ଆଇଆଇଏମ୍‍ସି ଢେଙ୍କାନାଳର ସହକାରୀ ପ୍ରଫେସର ସମ୍ବିତ ପାଲ । ଆଲୋଚନା ପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଦର୍ଶକଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ରଖିଥିଲେ ପ୍ୟାନେଲିଷ୍ଟ ।
ଆଇଆଇଏମ୍‍ସି, ଢେଙ୍କାନାଳ କ୍ୟାମ୍ପସ୍‍ରେ ସକାଳେ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ

ସବୁଜ ପ୍ରଯୁକ୍ତିକୁ ନେଇ ସୋଆ ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ୍ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର : ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂ
ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଶେଷଜ୍ଞମାନେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଅନ୍‌ଲାଇନ୍ ମାଧ୍ୟମରେ ଆୟୋଜିତ ସ୍ମାର୍ଟ ସିଟି ଏବଂ ସମାଜ ନିମନ୍ତେ ସବୁଜ ପ୍ରଯୁକ୍ତିର ଆବଶ୍ୟକତା ଶୀର୍ଷକରେ ପ୍ରଥମ ଅନ୍ତର୍ଜାତୀୟ କର୍ମଶାଳାରେ ଏକତ୍ରିତ ହୋଇଥିଲେ ।

ଏହି ଦୁଇ ଦିନିଆ ଭର୍ଚୁଆଲ୍ ସମ୍ମିଳନୀରେ ଆଇଆଇଟି ଗୋଆର ପ୍ରଫେସର ବିଦ୍ୟାଧର ସୁବିୁଦ୍ଧି ଯୋଗ ଦେଇ ମାଇକ୍ରୋ ଗ୍ରୀଡ୍‌ ସିଷ୍ଟମର ନିୟନ୍ତ୍ରଣ ସମ୍ପର୍କରେ ଆଲୋକପାତ କରିବା ସହ ଏହାର ସମସ୍ୟା ଓ ଏହାର ବଂଟନ ନିୟନ୍ତ୍ରଣ ବିଷୟରେ ମତବ୍ୟକ୍ତ କରିଥିଲେ । ଗ୍ରୀଡ୍‌ରେ ସମସ୍ୟା ଉପୁଜିଲେ ମାଇକ୍ରୋ ଗ୍ରୀଡ ଆଇଲାଣ୍ଡ ମୋଡକୁ ଚାଲିଯାଏ ତେଣୁ ମାଇକ୍ରୋ ଗ୍ରୀଡ୍ କଂଟ୍ରୋଲରକୁ ଭୋଲ୍‌ଟେ୍‌ଜ ସପୋର୍ଟର ଆବଶ୍ୟକତା ପଡ଼ିଥାଏ ବୋଲି ପ୍ରଫେସର ସୁବୁଦ୍ଧି କହିଛନ୍ତି ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ସିଓଲ୍‌, ଦକ୍ଷିଣ କୋରିଆର ସେଜଙ୍ଗ ବିଶ୍ୱବିଦ୍ୟାଳୟରର ପ୍ରଫେସର ମମତା ଆଗିୱାଲ୍‌, ଇଟାଲୀର ଟେରାମୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଡାନିଏଲ୍ ପେଲୁସି, କାନାଡାର କନ୍‌କୋର୍ଡିଆ ବିଶ୍ୱବିଦ୍ୟାଳୟର ପ୍ରପେସର ଅକ୍ଷୟ ରାଠୋର, ଆଇଆଇଟି ଦିଲ୍ଲୀର ପ୍ରଫେସର ଭୀମ ସିଂହ ଏବଂ ପ୍ରଫେସର ବି.କେ. ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରଫେସର ଅଗ୍ରୱାଲ୍ ସ୍ମାର୍ଟ ସିଟିରେ ୱାର୍‌ଲେସ୍ କମ୍ୟୁନିକେସନ୍‌ର ଭୂମିକା ଏବଂ ଇଣ୍ଡଷ୍ଟ୍ରି ୪.୦ ସମ୍ପର୍କରେ ଆଲୋଚନା କରିଥିବା ବେଳେ ବି ୫ଜି ଏବଂ ୬ଜି ୱାର୍‌ଲେସ୍ ସିଷ୍ଟମ୍‌ର ଭୂମିକା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

ପ୍ରଫେସର ରାଠୋର ଇଲେକ୍ଟ୍ରିକ୍ ଭେଇକଲ୍‌ର ଗବେଷଣା ଓ ବିକାଶ, ଭାରତରେ ଭୂମି ପରିବହନ ଓ ଇଲେକ୍ଟ୍ରିକାଲ୍ ଭେଇକଲ୍‌ ଚାର୍ଜିଙ୍ଗ୍ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ଆଇଟିଇଆର୍‌ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଜେନେରାଲ୍ ଚେୟାର ପ୍ରଫେସର ରେଣୁ ଶର୍ମା ଅତିଥି ମାନଙ୍କର ସ୍ୱାଗତ କରିବା ସହ ବର୍ତମାନ ପ୍ରଯୁକ୍ତି କ୍ଷେତ୍ରରେ ସମାଜରେ ବିକାଶ ଓ ଆଧୁନିକୀକରଣର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଏହି ସମ୍ମିଳନୀ ଇଲେକ୍ଟ୍ରିକାଲ୍‌, ଇଲେକ୍ଟ୍ରୋନିକ୍ସ, ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ ଏବଂ ଇଂଟେଲିଜେଂଟ ଇଞ୍ଜିନିୟରିଂ ସହ ଜଡିତ ଥିବା ଶିକ୍ଷାବିତ୍‌, ବୈଜ୍ଞାନିକ, ଗବେଷକ, ଶିଳ୍ପପତି ଓ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରିଥିବା ପ୍ରଫେସର ଶର୍ମା କହିଥିଲେ ।

ଏହି ସମ୍ମଳନୀର ଆରମ୍ଭରେ ସୋଆର ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ) ପ୍ରଫେସର ପି.କେ. ନନ୍ଦ, ଆଇଟିଇଆର୍ ଡିନ୍‌ ପ୍ରଫେସର ପି.କେ. ସାହୁ, ସୋଆର ମଲ୍ଟିଡିସିପ୍ଲିନାରି ରିସର୍ଚ୍ଚ ସେଂଟର୍‌ର ନିର୍ଦ୍ଦେଶକ ପ୍ରଫେସର ପି.କେ. ଦାଶ, ଆଇଟିଇଆର୍‌ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଜିଟିଏସ୍‌ସିଏସ୍‌ର ଅର୍ଗାନାଇଜିଂ ଚେୟାର ପ୍ରଫେସର ମନୋହର ମିଶ୍ର ଉପସ୍ଥିତ ଥିଲେ।

ଏକାମ୍ରକ୍ଷେତ୍ର ନେବ ନୂଆରୂପ : ୨ଲକ୍ଷ ଲୋକ ଦେଖିପାରିବେ ଲିଙ୍ଗରାଜଙ୍କ ମହାଦୀପ….

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଶ୍ରୀ ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକ ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ବର ଭବ୍ୟ ବିକାଶ କରାଯାଇ ଏଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି ପରିବେଶ ସୃଷ୍ଟି କରାଯାଉଛି। ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ମହାପ୍ରଭୁଙ୍କର ଶିବରାତ୍ରି ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ ଲାଭ କରିପାରିବେ। ଶିବରାତ୍ରି ସହିତ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ମହାପ୍ରଭୁଙ୍କର ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ମଧ୍ୟ ଏହା ବିଶେଷ ସହାୟକ ହେବ।

ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ କାଉଡିଆ ଶ୍ରୀ ଲିଙ୍ଗରାଜ ମନ୍ଦିର ଆସିଥାନ୍ତି। ସେମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମନ୍ଦିର ଯାଇ ପାଣି ଲାଗି ଓ ପୂଜା କରିପାରିବେ ସେଥିପାଇଁ ଏହି ଯୋଜନାରେ ଦୃଷ୍ଟି ଦିଆଯାଇଛି।
ବିନ୍ଦୁସାଗର ସହିତ ରହିଛି ମହାପ୍ରଭୁଙ୍କର ଅନନ୍ୟ ସଂପର୍କ ଏବଂ ଏହା ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଏକାମ୍ରକ୍ଷେତ୍ରର ଦ୍ବିତୀୟ ଆକର୍ଷଣ କେନ୍ଦ୍ର। ବିନ୍ଦୁ ବିନ୍ଦୁ ତୀର୍ଥରୁ ସୃଷ୍ଟି ହୋଇଥିବା ଏହି ପବିତ୍ର ପୁଷ୍କରିଣୀ ଏକାମ୍ରକ୍ଷେତ୍ରର ଆଧ୍ୟାତ୍ମିକ ଜୀବନର ଅନନ୍ୟ ଅଙ୍ଗ। ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ସହିତ ଏହାର ମଧ୍ୟ ସଂପର୍କ ରହିଛି । ଏକାମ୍ରକ୍ଷେତ୍ର ଯୋଜନାରେ ବିନ୍ଦୁସାଗରୁ ଲିଙ୍ଗରାଜ ମନ୍ଦିର ଓ ରଥଗଡା ଠାରୁ ଚଦନ ଯାତ୍ରା ତୀର୍ଥଯାତ୍ରୀ ମାନେ ସିଧା ଦେଖିପାରିବେ। ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ଥିବା ବିନ୍ଧ୍ୟବାସିନୀ, ଭବାନୀଶଙ୍କର, ଶୁକଶାରୀ ଏବଂ ମୋହିନୀ ଆଦି ମନ୍ଦିର ମଧ୍ୟ ଯାତ୍ରୀମାନେ ଦେଖି ପାରିବେ। ଐତିହାସିକ ଦଲିଲରୁ ଜଣାଯାଏ ଯେ ୩୫୦ ବର୍ଷ ପୂର୍ବେ ଲିଙ୍ଗରାଜ ମନ୍ଦିର ରଥଗଡାଠାରୁ ବିନ୍ଦୁସାଗର ପର୍ଯ୍ୟନ୍ତ କେବଳ ମନ୍ଦିର ହିଁ ଥିଲା । ଅନ୍ୟ କୌଣସି ସ୍ଥାୟୀ ନିର୍ମାଣ ନ ଥିଲା। ୩୫୦ ବର୍ଷ ପରେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନୂଆ ରୂପ ନେବାକୁ ଯାଉଛି।
ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ, Orientation Centre, Parking, Food Plaza, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳ ନଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି। ଅନନ୍ୟ କାରୁକାର୍ଯ୍ୟ ସୁଶୋଭିତ ମନ୍ଦିର, ଐତିହ୍ୟ ନଗରୀ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ UNESCOର ବିଶ୍ବ ଐତିହ୍ୟସ୍ଥଳ ତାଲିକାରେ ଭୁବନେଶ୍ବରକୁ ସ୍ଥାନିତ କରିବା ପାଇଁ ଦାବୀକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଏ। ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପରେ ଏକାମ୍ରକ୍ଷେତ୍ର ଯୋଜନା ହେଉଛି ରାଜ୍ୟ ସରକାରଙ୍କର ୫-ଟି programme ଅନ୍ତର୍ଗତ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ।
ଏକାମ୍ରକ୍ଷେତ୍ରର ସାଂସ୍କୃତିକ ଐତିହ୍ୟର ଅନ୍ୟତମ ଆକର୍ଷଣ, ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ, ଅଶୋକାଷ୍ଟମୀ ରଥଯାତ୍ରା ଓ ଶୀତଳ ଷଷ୍ଠୀକୁ National Calender of Festivalsରେ ସ୍ଥାନିତ ପାଇଁ ପଦକ୍ଷେପ ନିଆଯିବ।
ଏହି କାର୍ଯ୍ୟ ଏକ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ଆଲୋଚନାକୁ ସଂଯୋଜନା କରିଥଲେ ।

ସେପ୍ଟେମ୍ବରରେ କମିପାରେ କରୋନା : ଅଜୟ ପରିଡା

ଭୁବନେଶ୍ୱର : ଟେଷ୍ଟ ବଢିଲେ ବି ସଂକ୍ରମଣ ଅନୁପାତ କମ ରହିଛି। ଏହା ଆସ୍ୱସ୍ତିକର ଖବର। who କିମ୍ୱା କେନ୍ଦ୍ର ଓ ରାଜ୍ୟ ସରକାର ତିନୋଟି ପଲିସି ରଖିଥିଲେ। ଏହି ଟ୍ରେଣ୍ଡ ଅନୁଯାୟୀ ବେସି ଟେଷ୍ଟ ହେଲେ ବି ସଂକ୍ରମଣ କମୁଛି ଏହା ଖୁସିର କଥା। ଅନ୍ୟ ରାଜ୍ୟ ଅପେକ୍ଷା ସ୍ଥିତି ଭଲ। ଟେଷ୍ଟ ବଢିଛି ମୃତ୍ୟୁ ହାର କମ ଓ ସଂକ୍ରମଣ ହାର ବି କମ। ଟେଷ୍ଟ ବଢିଲେ ପସିଟିଭ ନମ୍ବର ବଢିବ। ସ୍ଥିତି ଭଲ ଅଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପିକକୁ ଯାଇ ତା ପରେ କମିପାରେ। କିନ୍ତୁ କେରଳରେ ସମ୍ପୂର୍ଣ୍ଣ କମିକି ଆଉ ଥରେ ପୁଣି ବଢ଼ିବା ଦେଖାଯାଇଛି। ତେଣୁ ଏହି ନୂଆ ଭୁତାଣୁ ସମ୍ପର୍କରେ କିଛି ସଠିକ ଭାବେ କହିବା ସମ୍ଭବ ନୁହେଁ। ନୂଆ ଭୁତାଣୁ ର ଦ୍ଵିତୀୟ ପର୍ଯ୍ୟାୟ ଗବେଷଣା ଚାଲିଛି। ବିଭିନ୍ନ ଜିଲ୍ଲାର 120ଟି ନମୁନା ସଂଗ୍ରହ ହୋଇଛି। ଏହା କେଉଁ ପ୍ରକାର ଭୁତାଣୁ ତାହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। କହିଲେ ଆଇ ଏଲ ଏସ ନିର୍ଦେଶକ ଅଜୟ ପରିଡା।

ଜାତୀୟ ଶିକ୍ଷାନୀତିକୁ ତର୍ଜମା ଚାଲିଛି : ଅରୁଣ ସାହୁ

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି ୨୦୨୦ କେନ୍ଦ୍ର କ୍ୟାବିନେଟ ଦ୍ଵାରା ଅନୁମୋଦିତ ହୋଇଛି। ୬୭ ପୄଷ୍ଠାର ଜିଷ୍ଟ ବାହରିଛି। ଆର୍ଟ କଲଚର,ହ୍ୟୁମାନ ରିସର୍ସ ଶାଖା ତରଫରୁ ୪ ଟି ସେମିନାର କରାଯାଇଛି। ଭାରତ ବର୍ଷରେ ଓଡ଼ିଶା ପ୍ରଥମ ରାଜ୍ଯ ଯିଏ ଏ ସମ୍ପର୍କରେ ଆଲୋଚନା କରି ମତାମତ ନେଉଛି। ଶିକ୍ଷା ଉଦ୍ୟୋଗି,ଶିକ୍ଷାସଙ୍ଗଠନ ,ବୁଦ୍ଧିଜୀବୀ, ଶିକ୍ଷାବିତଙ୍କ ମତାମତ ନିଆଯାଇଛି। ଯେଉଁ ଶିକ୍ଷାନୀତି ଆସିଛି ସେଥିରେ କଣ ଗ୍ୟାପ ରହୁଛି ସେ ନେଇ ମତାମତ ମଗାଯାଉଛି। ସବୁ ମତାମତ କୁ ନେଇ ରିପୋର୍ଟ ପ୍ରସ୍ତୁତ ହେବ। ଜିଡିପିର ଛଅ ପ୍ରତିଶତ ଏବଂ ତାଠୁ ଅଧିକ ଖର୍ଚ୍ଚ କରିବା ପାଇଁ ବିଭିନ୍ନ ସ୍ତରରୁ ମତାମତ ଆସୁଛି। ୟୁଜି ପିଜି ଶେଷ ସେମିଷ୍ଟର ପରିକ୍ଷା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ରାଜ୍ୟ ସରକାର ବିକଳ୍ପ ମୂଲ୍ୟାୟନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ସୁପ୍ରିମକୋର୍ଟ ରେ ଏ ସମ୍ପର୍କରେ ମାମଲା ଚାଲିଛି। ରାୟ କୁ ଅପେକ୍ଷା ରହିଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news