ଭୁବନେଶ୍ୱର : ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ‘ରୁଚି ଦେଶଗୌରବ’ ସମ୍ମାନରେ ସମ୍ମାନୀତ କରାଯାଇଛି । ଅଗ୍ରଣୀ ଶିଳ୍ପ ଉଦ୍ୟୋଗ ରୁଚି ଫୁଡଲାଇନ୍ ଦ୍ୱାରା ସଂସ୍ଥାପିତ ରୁଚିପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗୁରୁବାର ଦିନ ରୁଚି ପକ୍ଷରୁ ସ୍ୱତନ୍ତ୍ର ରୁଚି ପ୍ରତିଭା ସମ୍ମାନ ସମାରୋହ – ୨୦୨୦ ଭର୍ଚୁଆଲ୍ ଜୁମ୍ ୱେବିନାର୍ମାଧ୍ୟମରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କୁ ଏହି ସ୍ୱତନ୍ତ୍ର ସମ୍ମାନ ପ୍ରଦାନକରାଯାଇଛି । କାର୍ଯ୍ୟକ୍ରମ ପୂର୍ବରୁ ରୁଚିର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ସାହୁ ଏବଂ ଅନ୍ୟ ବରିଷ୍ଠ କର୍ମକର୍ତାମାନେ ପ୍ରଫେସର ନାୟକଙ୍କୁ ସ୍ୱତନ୍ତ୍ର ଭାବେ ଭେଟି ସମ୍ବର୍ଦ୍ଧିତ କରିଥିଲେ । ଏ ନେଇ ପ୍ରଫେସର ନାୟକ କହିଛନ୍ତି ଯେ ‘ରୁଚି ଦେଶ ଗୌରବ ସମ୍ମାନ-୨୦୨୦’ ପାଇଁ ମୋତେ ମନୋନୀତ
କରାଯାଇଥିବାରୁ ରୁଚି ଫାଉଣ୍ଡେସନ୍କୁ ଧନ୍ୟବାଦ ଜଣାଉଛି । ଏହି ସମ୍ମାନ କାର୍ଯ୍ୟକ୍ରମ ବହୁ ବର୍ଷ ଧରି ଅନୁଷ୍ଠିତହେଉଛି । ଏଭଳି କାର୍ଯ୍ୟକ୍ରମ ସମ୍ମାନୀତ ବ୍ୟକ୍ତି ବିଶେଷଙ୍କୁ ତାଙ୍କ କର୍ମକ୍ଷେତ୍ରରେ ଅଧିକରୁ ଅଧିକ ଉତ୍ସାହିତକରିବ । ରୁଚି ଫାଉଣ୍ଡେସନ୍ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ପ୍ରଫେସର ନାୟକ କହିଛନ୍ତି ।
ମନୋଜ ନାୟକଙ୍କୁ‘ରୁଚି ଦେଶ ଗୌରବ’ ସମ୍ମାନ…
ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ : ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ବର୍ଷା ନେଇ ଜଳ ସମ୍ପଦ ମନ୍ତ୍ରୀଙ୍କ ସମୀକ୍ଷା କରିଛନ୍ତି l ସମୀକ୍ଷା ପରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପ୍ରତିକ୍ରିୟା କହିଛନ୍ତି ଯେ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ, ନଦୀବନ୍ଦ ଦୁର୍ବଳ ନାହିଁ,ବିଭାଗ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି । ନଦୀର ଜଳସ୍ତର ବଢିନି । ତଳିଆ ଜାଗାରେ ପାଣି ଜମିଛି । ସେହିପରି ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତ୍ରିମୟ ରଥଙ୍କ କହିଛନ୍ତି ଯେ ଗତ 24 ଘଂଟାରେ 15ଟି ଜିଲାରେ 50 ମିଲି ମିଟରରୁ ଅଧିକ ବର୍ଷା ହୋଇଛି । ନିଶ୍ଚିନ୍ତକୋଇଲି ଓ ସାଲେପୁରେ ସର୍ବାଧିକ 350 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ।ସଵୁ ନଦୀର ଜଳ ବିପଦ ସଂକୁଳ ତଳେ ଅଛି । ବୈତରଣୀରେ 17.7 ରହିଛି ଜଳସ୍ତର । ବୈତରଣୀ ଜଳସ୍ତର ବଢ଼ିବ । ବୁଢା ନଦୀ ଜରିଆରେ ବ୍ରାହ୍ମନୀକୁ ପାଣି ଯାଉଛି । ରାଜ୍ୟରେ ସଵୁ ବନ୍ଧ ସୁଦୃଢ଼ ଅଛି ।23 ରେ ଲଘୁଚାପ ପରେ ରେଙ୍ଗାଲୀ ଡ୍ୟାମରୁ ଜଳ ନିଷ୍କାସନ ହେବ ।
ମହାନଦୀରେ 2 ଲକ୍ଷ 57 ହଜାର ଘନଫୁଟ ଜଳ ପ୍ରବେଶ କରୁଛି । 1 ଲକ୍ଷ 70 ହଜର ଘନଫୁଟ ଜଳ ନିଷ୍କାସନ ହେଉଛି
CwC ଅନୁସାରେ ହୀରାକୁଦ ଉପର ମୁଣ୍ଡରେ କମ ବର୍ଷା 12 mm ହୋଇଛି । ତଳ ମୁଣ୍ଡରେ 70 mm ବର୍ଷା ହୋଇଛି । ଆସନ୍ତା 47 ଘଣ୍ଟାରେ ଅଢେଇ ଲକ୍ଷ କ୍ୟୁସେକ ଜଳ ହୀରାକୁଦକୁ ଜଳ ପ୍ରବେଶ କରିବ । କୋଲାବ ଓ ଇନ୍ଦ୍ରାବତୀରେ ଜଳ କମ ଅଛି l
କେନ୍ଦ୍ରାପଡାର ପ୍ରତି ବ୍ଲକ୍କୁ ମିଳିବ Ventilatorଯୁକ୍ତ Ambulance: ମୁଖ୍ୟମନ୍ତ୍ରୀ
କୋଭିଡ ମୁକାବିଲା
କରୋନା ନିୟନ୍ତ୍ରଣରେ କେନ୍ଦ୍ରାପଡାର ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ
ଆଗକୁ ସତର୍କ ରହି ଲଢେଇ ଜାରି ରଖିବାକୁ ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
କେନ୍ଦ୍ରାପଡାର ପ୍ରତି ବ୍ଲକ୍କୁ ମିଳିବ Ventilatorଯୁକ୍ତ Ambulance
ଭୁବନେଶ୍ବର : କେନ୍ଦ୍ରାପଡା ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯେଭଳି ନିଷ୍ଠା ଓ ଉତ୍ସର୍ଗୀକୃତ ଭାବରେ ସେବା କରୁଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ଭଲ କାମ ପାଇଁ ଧନ୍ୟବାଦ ଜଣାଇଥିଲେ। ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଜିଲ୍ଲାର ବିଧାୟକ ଓ ସରପଞ୍ଚମାନଙ୍କ ସହିତ କରୋନା ସ୍ଥିତି ସଂପର୍କରେ ଆଲୋଚନା ଅବସରରେ ବିଜୁ ବାବୁଙ୍କ କଥା ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ବିଜୁବାବୁ ଆଜି ବଞ୍ଚିଥାନ୍ତେ, ତେବେ ସରପଞ୍ଚମାନେ ଲୋକଙ୍କ ପାଇଁ ଯେଭଳି ଭଲ କାମ କରୁଛନ୍ତି, ତାହା ଦେଖି ବହୁତ ଖୁସି ହୋଇଥାନ୍ତେ। ସେମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରୋନା ବିରୁଦ୍ଧରେ ଚାଲିଥିବା ଏହି ଲମ୍ବା ଲଢେଇରେ ଆଗକୁ ସତର୍କ ରହି କାମ କରିବାପାଇଁ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହାର ରାଜ୍ୟରେ ସର୍ବାଧିକ ୭୭ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୩୩ ପ୍ରତିଶତ ରହିଛି, ଯାହା କି ସାରା ଦେଶରେ ସର୍ବନିମ୍ନ । ସେହିପରି କେନ୍ଦ୍ରାପଡାରେ ସଂକ୍ରମଣ ହାର ୨.୨୫ ପ୍ରତିଶତ ଅଟେ, ଯାହା କି ରାଜ୍ୟରେ ସବୁଠାରୁ କମ୍ । ସରପଞ୍ଚମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତାକୁ ସେମାନେ ଦକ୍ଷତାର ସହ କରୋନା ନିୟନ୍ତ୍ରଣରେ ଉପଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଉପରେ ତାଙ୍କର ଭରସାକୁ ଆହୁରି ଦୃଢ କରିଛି ବୋଲି ମତ ଦେଇଥିଲେ। କେନ୍ଦ୍ରାପଡାକୁ ଏହି ସମୟ ମଧ୍ୟରେ ଅନ୍ୟ ରାଜ୍ୟରୁ ପ୍ରାୟ ୫୫ ହଜାର ଭାଇଭଉଣୀ ଫେରିଥିଲେ ମଧ୍ୟ ସମସ୍ତଙ୍କ ସହଯୋଗରେ କରୋନା ପରିଚାଳନା କାର୍ଯ୍ୟ ଯେଭଳି ଜାରି ରହିଛି, ସେଥିରେ କେନ୍ଦ୍ରାପଡା ଓଡିଶାରେ ଏକ ଆଦର୍ଶ ଜିଲ୍ଲା ହୋଇପାରିଛି ।
କେନ୍ଦ୍ରାପଡା ପ୍ରତି ସେ ସବୁବେଳେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆସିଛନ୍ତି ବୋଲି ପ୍ରକାଶ କରିଥିଲେ ଏବଂ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଜିଲ୍ଲାର ପ୍ରତି ବ୍ଲକ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋଟିଏ ଲେଖାଏ Ventilatorଯୁକ୍ତ Ambulance ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ସେହିପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ତୁରନ୍ତ ରେସନ୍ କାର୍ଡ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଜାରି ରହିଥିବାକୁ କେନ୍ଦ୍ରାପଡା ଜିଲ୍ଲାର ଆବଶ୍ୟକତାକୁ ଭିତ୍ତିକରି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବର୍ତ୍ତମାନ ବଡ ଧରଣର ବନ୍ୟାର ଆଶଙ୍କା ନାହିଁ ଏବଂ ଜଳାବଦ୍ଧ ସମସ୍ୟା ଦୂର କରିବାପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସ୍ବତନ୍ତ୍ର ରିଲିଫ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
କେନ୍ଦ୍ରାପଡାରେ କରୋନା ନିୟନ୍ତ୍ରଣ ସହିତ ବିକାଶ କାର୍ଯ୍ୟ ଜାରି ରଖିବାରେ କୌଣସି ଅସୁବିଧା ନାହିଁ ବୋଲି ଆଲୋଚନାରେ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଧାୟକଗଣ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ଲୋକପ୍ରତିନିଧି ମାନେ ଭାଗ ନେଇ ସେମାନଙ୍କର ମତାମତ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କେନ୍ଦ୍ରାପଡାର Covid Observer, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
ସୁରଙ୍କ ଉତ୍ତରାଧିକାରୀ ରେଡି : ପାଇଲଟ ସାଜିବେ ରାଜନେତା…
ଭୁବନେଶ୍ୱର : ଭାରତ ରାଜନିତୀରେ ଏଯାଏଁ ଅନେକ ପାଇଲଟ ଲାଣ୍ଡିଙ୍ଗ କଲେଣି। ଆଉ ନିଜକୁ ସଫଳ ରାଜନେତା ଭାବରେ ପ୍ରତିପାଦିତ କରିସାରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହୁଅନ୍ତୁ କି ରାଜସ୍ଥାନର ସଚିନ ପାଇଲଟ ହୁଅନ୍ତୁ କି ଓଡିଶା କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ସେମାନେ ଯେବେଠାରୁ ଫ୍ଲାଇଟ ଉଡେଇବା ଛାଡି ରାଜନୀତିକୁ ଆସିଛନ୍ତି ଲୋକ ତାଙ୍କୁ ନିଜର ନେତା ଭାବେ ଗ୍ରହଣ କରିଛନ୍ତି। ଏମିତି କି ରାଜୀବଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି। ସେମିତି ଓଡ଼ିଶା ରାଜନିତୀରେ ମଧ୍ୟ ଜଣେ ପାଇଲଟ ଲାଣ୍ଡିଙ୍ଗ କରିବାକୁ ପ୍ରସ୍ତୁତ ହେଉଥିବା ଆଜି ଜଣାପଡିଛି। ସେ ହେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ । ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସ ଥିଲା। ଏ ଅବସରରେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସୂଚନା ଦେଇଛନ୍ତି ସୁର ରାଉତରାୟ।
ସୁରଙ୍କ ଉତ୍ତରାଧିକାରୀ କିଏ ହେବ ଏନେଇ ଚର୍ଚ୍ଚା ଜାରୀ ରହିଥିବା ବେଳେ ରାଜୀବଗାନ୍ଧୀଙ୍କ ଜୟନ୍ତିରେ ସାନ ପୁଅ ତାଙ୍କ ଉତ୍ତରାଧିକାରୀ ସେ ସଙ୍କେତ ଦେଇଛନ୍ତି । କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧାୟକ ସୁର ରାଉତରାୟ ସାନପୁଅ ମନ୍ମଥ ରାଉତରାୟ ଉପସ୍ଥିତ ଏହା କହିଛନ୍ତି। ଏନେଇ ବିଧାୟକ ସୁର କହିଛନ୍ତି ଯେ ସାନ ପୁଅ ମନ୍ମଥ ସଂଗଠନ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ତେଣୁ ପୁଅ ଯଦି ରାଜନୀତିକୁ ଆସିବାକୁ ଇଚ୍ଛା କରିବ ମୋର ଆପତ୍ତି ନାହିଁ ।
ସେପଟେ ସୁରଙ୍କ ସନ ପୁଅ ବି ବାପାଙ୍କ ପରେ ସେ ଜଟଣୀ ମଇଦାନକୁ ଏଣ୍ଟ୍ରି କରିବେ । ସେ ସଙ୍କେତ ମଧ୍ୟ ନିଜେ ଦେଇଛନ୍ତି । ତାଙ୍କ ମତ ହେଉଛି ରାଜୀବ ଗାନ୍ଧୀ ଯେଉଁ କମ୍ପାନୀରେ ପାଇଲଟ ଥିଲେ ମୁଁ ସେହି କମ୍ପାନୀରେ ପାଇଲଟ ଅଛି । ରାଜୀବ ଗାନ୍ଧୀ ପାଇଲଟ ଚାକିରୀ ଝାଡ଼ି ରାଜନୀତିରେ ଯୋଗ ପ୍ରାଧାନମନ୍ତ୍ରୀ ହୋଇଛନ୍ତି । ଏବେ ମୁଁ ଚାକିରୀିରେ ଅଛି । ବାପାଙ୍କକୁ ସାହାର୍ଯ୍ୟ କରୁଛି ଓ ରାଜନୀତି ଶିଖିୁଛି ।
ଆଜି ଏହି ମିଶ୍ରଣ ପର୍ବରେ ସୁର କହିଛନ୍ତି ଯେ ସେ ୨୦୨୪ରେ ଆଉ ନିର୍ବାଚନ ଲଢ଼ିବେ ନାହିଁ। ତେଣୁ ଯଦି ତାଙ୍କ ସାନ ପୁଅ ଇଛା କରନ୍ତି ସେ ଜଟଣୀର କଂଗ୍ରେସ ଚେହେରା ହୋଇପାରିବେ। ସୁର ଏହା ମଧ୍ୟ କହିଛନ୍ତି ୨୦୧୯ ନିର୍ବାଚନ ବିଜୟରେ ସାନ ପୁଅ ମନ୍ମଥର ବହୁତ ବଡ଼ ଭୂମିକା ରହିଛି। ଏହା ସହ କରୋନା ମହାମାରୀ ସମୟରେ ସେ ନିଜ ଚେଷ୍ଟାରେ ଲୋକଙ୍କୁ ଖାଦ୍ୟ ପୁଡ଼ିଆ ସହ ମାକ୍ସ ବଣ୍ଟନ କରୁଛି। ଏସବୁ ଦେଖିଲେ ସହଜରେ ଅନୁମାନ କରିହେଉଛି ଯେ ପାଇଲଟ ମନ୍ମଥ ରାଉତରାୟ ରାଜନିତୀ ମଇଦାନରେ ଲ୍ୟାଣ୍ଡିଙ୍ଗ କରିବା ପାଇଁ ସଜବାଜ ହେଉଛନ୍ତି।
ଯୁବନେତା ସାଜିବେ ମଙ୍ଗୁଆଳ : ତୁଷାର ଯୁବ ଓ ଦେବୀଙ୍କୁ ଛାତ୍ର !
ଭୁବନେଶ୍ୱର : ନୂଆରୂପ ନେଉଛି ବିଜେଡି ସଂଗଠନ । ଯୁବ ନେତୃତ୍ବକୁ ଗୁରୁତ୍ୱ ଦିଆଯାଉଛି ଦଳରେ । ପରବର୍ତ୍ତୀ ଯୁବ ବିଜେଡି ସଭାପତି ଓ ଛାତ୍ର ବିଜେଡି ସଭାପତି କିଏ ହେବ ତାକୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ହେବେ ଯୁବ ବିଜେଡି ସଭାପତି ଏନେଇ ଚୁଡାନ୍ତ ନିଷ୍ପତ୍ତି ହୋଇଥିବା ବିଜେଡି ଅନ୍ଦର ମହଲରୁ ସୂଚନା ମିଳିଛି ।ଉଚଶିକ୍ଷିତ ଓ ସ୍ଵଛନିର୍ମଳ ଭାବମୃତ୍ତି ଓ ସାଙ୍ଗଠନିକ ଦକ୍ଷତା ରଖିଥିବା ତୂଷାରକାନ୍ତିକୁ ଦଳ ଏହି ଗୁରରୁ ଦାୟିତ୍ୱ ଦେବାକୁ ଯାଉଛି । ଯେତେବେଳେ ଯୁବ ସଭାପତି ନେଇ ଦଳ ଦୁଇ ବିଧାୟକଙ୍କ ନାମ ଚର୍ଚ୍ଚା ହେଉଥିଲା ହେଲେ ସମସ୍ତଙ୍କୁ ପଛରେ ପକାଇ ତୁଷାର ଦଳର ସୁପ୍ରିମୋଙ୍କ ମନଜିଣିଛନ୍ତି । ସେହିପରି ଛାତ୍ର ବିଜେଡିର ମଙ୍ଗ ଧରିବେ ବାଙ୍କୀ ବିଧାୟକ ଦେବୀ ପ୍ରସ୍ନନ ତ୍ରିପାଠୀ । ଛାତ୍ର ସଂଗଠନକୁ ସକ୍ରିୟ କରିବା ଏବଂ ବିଧାନସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ତେଣୁ ତାଙ୍କୁ ଯୁବ ସଭାପତି କରିବା ପାଇଁ ସ୍ଥିର ହୋଇଛି । ଯେତେବେଳେ କି ଅନେକ ଛାତ୍ର ନେତଙ୍କ ନାମ ଚର୍ଚ୍ଚାରେ ଥିଲା । ସେହିପରି ପରି ମହିଳା ସଭାନେତ୍ରୀ ଭାବରେ ବିଧାୟିକା ଲତିକା ପ୍ରଧାନଙ୍କ ନାମ ଚର୍ଚ୍ଚାରେ ରହିଛି l
ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ…
ଭୁବନେଶ୍ବର :ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ପଜିଟିଭ୍ ଥିବା ନେଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । କୋଭିଡ୍-୧୯ର ଲକ୍ଷଣ ଦେଖାଯିବା ପରେ ସେ ତାଙ୍କର କରୋନା ପରୀକ୍ଷା କରାଇଥିଲେ । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ହୋମ୍ କ୍ବାରେଣ୍ଟାଇନ୍ ରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋଙ୍କୁ ଆଇସୋଲେସନରେ ରହିବା ସହ ସେମାନଙ୍କର କରୋନା ପରୀକ୍ଷଣ କରାଇବା ପାଇଁ ସେ ଅନୁରୋଧ କରିଛନ୍ତି ।
କରୋନା ଭାଙ୍ଗିଲା ମୂର୍ତ୍ତୀ କାରିଗରଙ୍କ ଅଣ୍ଟା
ଯାଜପୁର : ଦିନ କେଇଟା ପରେ ଅଗ୍ର ପୂଜ୍ଯ ଗଣେଷଙ୍କ ପୂଜା । ହେଲେ ଏ ବର୍ଷ ମହାମାରୀ କରୋନା ସମସ୍ତଙ୍କ ଜୀବନ ଜୀବିକାକୁ ଉଜାଡି ଦେଇଥିବା ବେଳେ ସେଥିରୁ ମୂର୍ତ୍ତୀ କାରିଗର ମଧ୍ୟ ବାଦ୍ ପଡିନାହାଁନ୍ତି । ଭାଲୁକୁଣୀ ପୂଜା ଠାରୁ ଆରମ୍ଭ ହୋଇ ଗଜଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଫୁରସତ୍ ମିଳୁ ନଥିବା ମୂର୍ତ୍ତୀ କାରିଗର ଏବେ ହାତ ବାନ୍ଧି ବସିଛନ୍ତି । ପାର୍ବଣର ଋତୁ ଆରମ୍ଭ ହେବାକ୍ଷଣି ଚଳଚଞ୍ଚଳ ହୋଇ ଉଠୁଥିବା କାରିଗର ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛି ।ସରକାର କରୋନାକୁ ପ୍ରତିହତ କରିବା ପାଇଁ ସର୍ବସାଧାରଣ ସ୍ଥାନ , ଶିକ୍ଷା ଅନୁଷ୍ଠାନ କିମ୍ବା କୌଣସି କ୍ଲବ୍ ରେ ଗଣେଷ ପୂଜାକୁ ନିଷିଦ୍ଧ କରିଛନ୍ତି । ତେଣୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ କିମ୍ବା କ୍ଲବ୍ ମାନଙ୍କ ଦ୍ବାରା ଆଦୃତ ବଡ଼ ମୂର୍ତ୍ତୀ ବରାଦ ବନ୍ଦ। ଯାହା ଫଳରେ ବହୁ କାରିଗରଙ୍କ ପାଖରେ କାମ ନାହିଁ। ଯାହାଦ୍ବାରା କାରିଗରଙ୍କ ସହ କାମରେ ସହାୟତା କରୁଥିବା ସହାୟକ, ରଙ୍ଗ ଦୋକାନୀ, ମାଟି ଓ ବାଉଁଶ ନଡା ଯୋଗାଉଥିବା ବ୍ଯକ୍ତି ମଧ୍ୟ ପରୋକ୍ଷରେ ପ୍ରଭାବିତ ହୋଇଛନ୍ତି । କିଛି କାରିଗରଙ୍କ କହିବା ଅନୁଯାୟୀ ଗତବର୍ଷ ଗଣେଷ ପୂଜା ସମୟରେ ପ୍ରାୟ ତିନି ରୁ ଚାରି ଲକ୍ଷ ଟଙ୍କାର କାରବାର ହୋଇଥିଲା , କିନ୍ତୁ ଏ ବର୍ଷ କୋଡିଏ ହଜାର ହେବା ସ୍ବପ୍ନ । ଏଭଳି ସ୍ଥଳେ ଆଗାମୀ ଦିନରେ କ’ଣ କିପରି ହେବ ସେ ନେଇ ଚିନ୍ତା ବ୍ଯକ୍ତ କରିଛନ୍ତି । ଅଜୟ ସାହୁ (ବିଗ୍ ନିଉଜ୍ ଓଡିଶା )
ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର : ବୁଧବାର ସକାଳେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତ୍ତର ପଶ୍ଚିମ ଦିଗ ଓ ଏହାର ଆଖପାଖ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ଉପକୂଳ ଏବଂ ଉତ୍ତର ଓଡ଼ିଶାରେମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନସଭର୍ସିଟି)ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଲଘୁଚାପ ପଶ୍ଚିମ ଦିଗକୁ ଗତି କରି ଛତିଶଗଡ ଏବଂ ମଧ୍ୟ ଭାରତ ଆଡକୁ ଯାଇପାରେ ବୋଲି ସମ୍ଭାବନାଥିବା ସିଇସି ପକ୍ଷରୁ କୁହାଯାଇଛି ।ଏହାର ପ୍ରଭାବରେ ଗୁରୁବାର ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର,ଜଗତସିଂହପୁର, କେନ୍ଦ୍ରପଡା, ପୁରୀ ଏବଂ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାରସମ୍ଭାବନା ଥିବା ବେଳେ ଗୁରୁବାର ଓ ଶୁକ୍ରବାର ମଧ୍ୟରେ ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ବରଗଡ, ଅନୁଗୁଳ, ବୌଦ୍ଧ, ସୋନପୁର,ବଲାଙ୍ଗୀର ଏବଂ ନୂଆପଡା ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର
ସମ୍ଭାବନା ରହିଛି ।ଚଳିତ ଅଗଷ୍ଟ ମାସରେ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଏହା ଚତୁର୍ଥ ଲଘୁଚାପ ।ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ନଦୀର କ୍ୟାଚମେଂଟ ଏରିଆରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୁରୁବାର ଓଶୁକ୍ରବାର ସୁଦ୍ଧା ମହାନଦୀର ଉପର କ୍ୟାଚମେଂଟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁକୁହାଯାଇଛି ।ସେହିପରି ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଅଗଷ୍ଟ ୨୪ ତାରିଖ ସୁଦ୍ଧା ଅନ୍ୟଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ଅଗଷ୍ଟ ୨୩ ରୁ ୨୬ ତାରିଖମଧ୍ୟରେ ମହାନଦୀର ଲୋୟର୍ ଓ ଅପର କ୍ୟାଚ୍ମେଂଟ ତଥା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଏବଂବ୍ରାହ୍ମଣୀ ନଦୀର କ୍ୟାଚମେଂଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ।
ଚାଷ ଜମିରେ ବିଧାୟକ : ସାଧୁ ପ୍ରଣାମ ଜଣାଇଲେ କୃଷିମନ୍ତ୍ରୀ
ଭୁବନେଶ୍ୱର : ମନୋହର ରାନ୍ଧାରୀ । ନବରଙ୍ଗପୁର ଡ଼ାମୁଗାଁ ବିଧାୟକ । ବିଜେଡ଼ିର ଦଳର ଏହି ବିଧାୟକ ଏବେ ଚାଷୀଙ୍କ ପାଇଁ ସବୁଠୁ ବଡ଼ ଉଦାହରଣ । କାରଣ କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର । ୩ଥର ବିଧାୟକ ହୋଇଥିବା ମନୋହର ରାନ୍ଧାରୀ ଏହି କଥାକୁ ଭଲଭାବରେ ବୁଝିଛନ୍ତି । କରୋନା ସମୟରେ କୃଷିଦ୍ୱାରା କିପରି ଅର୍ଥନୀତିକୁ ସୁଦୃଢ କରାଯିବ ସେ ନେଇ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ପ୍ରାଧାନ୍ୟ ଦେଉଛନ୍ତି । ଆଉ ଏହି ସମୟରେ ୩ ଥରର ବିଧାୟକ ହୋଇଥିବା ମନୋହର ରାନ୍ଧାରୀ ଚାଷ କରିବା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ । ନିଜ ଜମିରେ ହଳ କରି ଚାଷ କାମ କରିବାରେ ବେଶ ଆନନ୍ଦ ପାଆନ୍ତି ରାନ୍ଧାରୀ । ରାଜନୀତିର ବ୍ୟସ୍ତ ବହୁଳ ଜୀବନ ଭିତରେ ସେ ଯେମିତି ଚାଷ କରିବା ପାଇଁ ଆଗ୍ରହ ରଖନ୍ତି ତାହା ପୁରା କୃଷିକମାନଙ୍କ ବେଶ ଉତ୍ସାହିତ କରେ । ମନୋହର ରାନ୍ଧାରୀଙ୍କ ଚାଷ କରୁଥିବାରୁ ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଉପରାଷ୍ଟ୍ରପତି , ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ବିଧାୟକଙ୍କୁ ପ୍ରଶଂସା କରିଛନ୍ତି । ଉପରାଷ୍ଟ୍ରପତି ବିଧାୟକଙ୍କ ଏପରି କାର୍ଯ୍ୟ ପ୍ରେରଣାଦାୟୀ ବୋଲି କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋହର ରାନ୍ଧାରୀ ଜମିରେ କାମ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଥିବା କହିଛନ୍ତି । ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁ ବିଧାୟକଙ୍କୁ ସାଧୁ ପ୍ରଣାମ କରି ଟ୍ୱିଟରେ ଲେଖିଛନ୍ତି ,ଯେ ଚାଷୀ ଓ ଚାଷୀର ସମ୍ମାନ ପାଇଁ ଇଏ ଆଉ ଏକ ପ୍ରୋତ୍ସାହନ । ଏନେଇ କୃଷିମନ୍ତ୍ରୀ ନିଜ ପ୍ରତିକ୍ରୀୟରେ କହିଛନ୍ତି ଯେ ସମାଜରେ ଏକ ଧାରଣା ଅଛି ଯେ ନିମ୍ନବର୍ଗର ଲୋକମାନେ କେବଳ ଚାଷ କାମ କରନ୍ତି । ଯଦି ଏପରି ସମସ୍ତ ଉଚ୍ଚସ୍ତର ଲୋକ ଚାଷ ପ୍ରତି ଆଗ୍ରହ ହେବେ , ଚାଷକୁ ଗୁରୁତ୍ୱ ଦେବେ ଓ ଚାଷୀଙ୍କ ସମ୍ମାନ ଦେବେ ତେବେ ଆମ ଦେଶରେ ବଡ଼ କଥା ଏହାଠାରୁ ଆଉ କିଛି ନଥିବ । ତେଣୁ ବିଧାୟକ ମନୋହର ରନ୍ଧାରୀଙ୍କୁ ମୁଁ ସାଧୁପ୍ରଣାମ ଜଣାଇବା ସହ ସେ ଚାଷକାମ କରି ଯୁବପୀଡ଼ି ଯେପରି ଚାଷ ପ୍ରତି ଆଗ୍ରହି ହେବେ ସେନେଇ ଉଦାହରଣ ସାଜିଛନ୍ତି ବୋଲି କହିଛନ୍ତି । ଚାଷ ଓ ଚାଷୀଙ୍କ ପାଇଁ ସୁବବେଳେ ଚିନ୍ତା କରୁଥିବା କୃଷିମନ୍ତ୍ରୀ ଅରୁଣ ସାହୁ ଚାଷୀମାନେ କିପରି ସବୁ ସୁବିଧା ସୁଯୋଗ ପାଇପାରିବେ ଓ ନୂତନ ଜ୍ଞାନକୌଶଳ ବ୍ୟବହାର କରିପାରିବେ ସେନଇ ଦିନରାତି କାମ କରୁଛନ୍ତି ।







ପୃର୍ବରୁ ନିଯୁକ୍ତି ସମସ୍ତ ପଦବୀ ବାତିଲ କରାଯାଇ ଏହି ନୂଆ ନିଯୁକ୍ତି କରାଯାଇଛି l 






