ଦଳ ଭିନ୍ନ, ହେଲେ ଜନସେବା ସମାନ…

ଭୁବନେଶ୍ୱର: ବିଶ୍ୱ ଓଡିଆ ମହାସଂଘ ପକ୍ଷରୁ ପବିତ୍ର ଗଣେଶ ଚତ୍ରୁଥି , ନୁଆଁଖାଇ ପର୍ଵ ଏବଂ ଭାରତର ଶ୍ରେଷ୍ଠ 50 ଜଣ ଙ୍କ ମଧ୍ୟରେ ସ୍ଥାନ ପାଇଥିବା ଓଡ଼ିଶାର ଦୁଇ ବିଧାୟକ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ୱ ଓଡ଼ିଆ ମହାସଂଘ ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବା ସହିତ ବିଶ୍ୱ ଓଡ଼ିଆ ମହାସଂଘ ର ସଭାପତି ଶ୍ରୀଯୁକ୍ତ ଡ଼ା ସୁରେନ୍ଦ୍ରନାଥ ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର , ସମ୍ମାନିତ ଅତିଥି ଭାବେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ , ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା , ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର , ବିଜେଡ଼ି ର ବରିଷ୍ଠ ନେତା ପୂର୍ବତନ କଟକ ବାରବାଟି ବିଧାୟକ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ ଏବଂ ଓଡିଶା ପରିବାର ସଦସ୍ୟ ଶ୍ରୀମତୀ ଡେଜାଲିନ୍ ମହାପାତ୍ର ଯୋଗ ଦେଇ ପଶ୍ଚିମ ଓଡିଶାର ଗଣ ପର୍ଵ ନୂଆଖାଇ ଉପରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ମାନ୍ୟବର ବାଚସ୍ପତି ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମନ୍ତ୍ରୀ ଅରୁଣ ସାହୁ ଗଣେଶ ପୂଜା ଏବଂ ନୁଆ ଖାଇ ପର୍ଵ ର ଧାର୍ମିକ ସଂଜ୍ଞା ଆଲୋକପାତ କରିଥିଲେ ।
ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ଓଡ଼ିଶାର ଶ୍ରେଷ୍ଠ ଦୁଇ ବିଧାୟକ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଶ୍ୱ ଓଡ଼ିଆ ମହାସଂଘ ର ଏହି କାର୍ଯ୍ୟକ୍ରମ କୁ ପ୍ରଂଶସା କରିଥିଲେ ।
ଏବଂ ଏଇ କାର୍ଯ୍ୟକ୍ରମ ରେ ଓଡ଼ିଶାର ଦୁଇ ଶ୍ରେଷ୍ଠ ବିଧାୟକ ମାନ୍ୟବର ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ , ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।
ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି  ସଫଳତା ର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଏବଂ ଓଡ଼ିଶାର ସମସ୍ତ ଜନ ସାଧାରଣଙ୍କୁ ଦେଇଥିଲେ ।
ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତି ଏହି  କାର୍ଯ୍ୟକ୍ରମ ପାଇଁ ବିଶ୍ୱ ଓଡ଼ିଆ ମହାସଂଘ କୁ ଦେବା ସହିତ ଓଡିଆ ମହାସଂଘର ସଭାପତି ଡା. ସୁରେନ୍ଦ୍ରନାଥ ମହାପାତ୍ରଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଶ୍ୱଓଡିଆ ମହାସଂଘର ପ୍ରକାଶ ରଂଜନ ମଲ୍ଲିକ, ସଂଜୟ ମହାକୁଡ, ରାମକୃଷ୍ଣ ପାଢୀ, ରୁଦ୍ର ନାରାୟଣ ଦାଶ,ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସୋସିଆଲ ମିଡିଆ ସଂଯୋଜକ ସୌମ୍ୟ ସ୍ୱପ୍ନସରିତ ରାଟସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

କେବଳ ବିଧିରକ୍ଷା : କରୋନା ପାଇଁ ଦେବଗଡ଼ ର ଗଣପର୍ଵ ସାର୍ବଜନୀନ ଗଣେଶ ପୂଜା ଖାଁ ଖାଁ

ଦେବଗଡ଼:କରୋନା ମହାମାରୀ ପ୍ରଭାବରେ ମଣିଷର ନିତିଦିନିଆ ଜୀବନ ଯାପନର ଶୈଳୀରେ ଦେଖା ଦେଇଛି ପରିବର୍ତ୍ତନ। ପ୍ରତେକ ମୁହୂର୍ତ୍ତରେ କଟକଣା ମଧ୍ୟରେ ରହିବାକୁ ପଡୁଛି। କାରଣ କୋଭିଡ ୧୯ ର କଟକଣା ସଭିଙ୍କ ପାଦରେ ସିକୁଳି ଭାବେ ବନ୍ଧା ହୋଇଛି। ଯାହାର ଫଳ ସ୍ୱରୂପ ଆଜି ପାର୍ବଣ ଋତୁ ଫିକା ପଡିଯାଇଛି। ନାଁ ମଣ୍ଡପରେ ଅଛନ୍ତି ଅଗ୍ର ପୂଜ୍ୟ ଗଣେଶ, ନାଁ ଦେଖିବାକୁ ମିଳିଛି ପେଣ୍ଡାଲ,ନାଁ ସାମ୍ନାରେ ଲୋକଙ୍କ ଗହଳି କି ପଣ୍ଡିତ ଙ୍କ ଶ୍ଲୋକ । କରୋନାର ଭୟାବହତାକୁ ଦେଖି ଏଥର କୌଣସି ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା କରିହେବ ନାହିଁ ବୋଲି ପ୍ରଶାସନ ଘୋଷଣା କରିଛି।
ଗାଁ ଠାରୁ ସହର ସବୁଆଡେ ଆଜି ଉତ୍ସବ ମୁଖର ଥାନ୍ତା। ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନରେ ଲୋକେ ହୋଇଥାନ୍ତେ ବିଭୋର। ରଙ୍ଗ ବେରଙ୍ଗର ଆଲୋକ , ସୁଉଚ୍ଚ ତୋରଣ ସହ କୋଳାହଳରେ ଫାଟି ପଡୁଥାନ୍ତା ପରିବେଶ। ସ୍କୁଲରେ ନୂଆ ଜାମା ପିନ୍ଧି ପିଲାମାନେ ଠାକୁରଙ୍କୁ ପ୍ରାର୍ଥନା କରିଥାନ୍ତେ। ହେଲେ ଏ ବର୍ଷ ଏସବୁ କିଛି ହେଲା ନାହିଁ। ସବୁଠି ଖାଁ ଖାଁ ଦେଖାଯାଉଛି। ଲୋକଙ୍କୁ ଏକାଠି ହେବାକୁ ମନା ହୋଇଛି। ଲୋକମଧ୍ୟ ସରକାରଙ୍କ ସମସ୍ତ ଗାଇଡ଼ ଲାଇନକୁ ମାନି ଘରେ ପୂଜା କରୁଛନ୍ତି।ମାତ୍ର ପ୍ରଥମ ଥର ପାଇଁ ସ୍ଥାଇ ମଣ୍ଡପରେ ପୂଜା ନହୋଇ ଘର ବାରଣ୍ଡାରେ କିମ୍ବା ଘର ଭିତରେ ପୂଜା ପାଉଛନ୍ତି ଭଗବାନ ଶ୍ରୀଗଣେଶ । ସେହିପରି ଦେବଗଡ଼ ର ଗଣ ପର୍ଵ ସାର୍ବଜନୀନ ଗଣେଶ ପୂଜା ରେ ମଧ୍ୟବ୍ୟତିକ୍ରମ ଦେଖାଦେଇଛି ।୧୯୪୯ ମସିହାରୁ ନିରବଚ୍ଛିନ୍ନ ଭାବେ ସ୍ଥାନୀୟ ବଜାର ଠାରେ ପାଳିତ ହେଉଥିବା ସାର୍ବଜନୀନ ଗଣେଶ ପୂଜାପାଳନ କଟକଣା ଯୋଗୁଁ ପାଳିତ ହୋଇପାରି ନାହିଁ ।କେବଳ ବିଧିରକ୍ଷା ପାଇଁ କମିଟି ପକ୍ଷରୁ ଅନ୍ୟ ଏକ ସ୍ଥାନରେ ଆବଦ୍ଧ ମଧ୍ୟରେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ।ଏହି ସାର୍ବଜନୀନ ପୂଜା ପାଇଁ ଦେବଗଡ଼ ସହର ଦଶ ଦିନ ଧରି ଉତ୍ସବ ମୁଖର ହୋଇ ଉଠୁଥିଲା ବେଳେ ଆଜି ଖାଁ ଖାଁ ଦେଖାଯାଉଛି ।ଚଳିତ ବର୍ଷ ଦେବଗଡ଼ ଗଣେଶ ପୂଜା ପାଇଁ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟବସାୟ ଉପରେ ମାଡ଼ ପଡିଛି ।ଏହି ସାର୍ବଜନୀନ ପୂଜା ରେ ବ୍ୟବସାୟ ପାଇଁ ଓଡ଼ିଶା ସମେତ ଓଡ଼ିଶା ବାହାର ର ବହୁ ବ୍ୟବସାଇ ତାଙ୍କର ପସରା ମେଲାଇ ଥାନ୍ତି ।ପ୍ରଥମ ଥର ପାଇଁ ୭୧ ବର୍ଷ ରେ ପଦାର୍ପଣକରିଥିବା ଏହି ଗଣପର୍ଵ ରେ ଏପରି ପରିସ୍ଥିତି ଦେଖିବାକୁ ମିଳିଛି ।

ନିରଞ୍ଜନ ହଟିବେ, ନା ତାଙ୍କୁ ହଟାଇଦିଆଯିବ……..

ଭୁବନେଶ୍ୱର : ଏବେ ଦିଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱର ଯାଏଁ କଂଗ୍ରେସ ମୁଖିଆ ପରିବର୍ତ୍ତନକୁ ନେଇ ଲାଗିରହିଛି ଚର୍ଚ୍ଚା। ଏନେଇ ଆସନ୍ତା କାଲି ନୂଆଦିଲ୍ଲୀରେ ସିଡବ୍ଲୁସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ସେଥିରେ ଅନ୍ତରୀଣ ଅଧକ୍ଷା ସୁନିଆ ଗାନ୍ଧୀ ଇସ୍ତଫା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏପଟେ ରାଜ୍ୟରେ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ ପାଇଁ ଚର୍ଚ୍ଚା କିଛି କମ୍ ନୁହେଁ। ମାଳ ମାଳ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ପରିବର୍ତ୍ତନ କରିବାକୁ ଖୁଲମଖୁଲା ଦାବି ରଖୁଛନ୍ତି। ସେପଟେ ଆଜି ସନ୍ଧ୍ୟାରେ ତାରା ବାହିନୀପତିଙ୍କ ଘରେ ଦଳର ଅନେକ ପୁରୁଖା ନେତା ଏକାଠି ହୋଇଛନ୍ତି। ତାରା ଏବେ ସଭପତିରେ ରେସରେ ଥିବାରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁମାନ କରାଯାଇ ପାରେ।
ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସର କେଉଁ ନେତା କଣ କହୁଛନ୍ତି ଆସନ୍ତୁ ଜାଣିବା। ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି କୋଭିଡ଼୍ ୧୯ ଯୋଗୁଁ ବର୍ତ୍ତମାନ କୌଣସି ରାଜନୈତିକ ଦଳ ସକ୍ରିୟ ଭାବେ କାମ କରି ପାରୁ ନାହାନ୍ତି ।ଏବେ କରୋନା ମୁକାବିଲା ସମସ୍ତଙ୍କ ପାଇଁ ପ୍ରାଥମିକତା ।କିନ୍ତୁ ନିର୍ବାଚନ, ଉପନିର୍ବାଚନ ପରି ଘଟଣା ଆସିଲେ ସମସ୍ତେ ସ୍ୱାଭାବିକ ସକ୍ରିୟ ହେବେ।ଆସନ୍ତା କାଲି ସିଡବ୍ଲୁସି ବୈଠକରେ ଦଳକୁ ମଜବୁତ କରିବା ପାଇଁ ଆଲୋଚନା ହେବ। ବର୍ତ୍ତମାନ ଦଳକୁ ସକ୍ରିୟ କରିବା ପାଇଁ ତୃଣମୂଳ ସ୍ତରରୁ ପରିବର୍ତ୍ତନ ପାଇଁ ଦାବି ହେଉଛି । ଓଡ଼ିଶାରେ କଣ ହେବ ଆସନ୍ତା କାଲି ବୈଠକ ପରେ ଜଣା ପଡିବ। କଂଗ୍ରେସ ରାଜ୍ୟରେ ପାଞ୍ଚ ଥର ହାରି ଥିବାରୁ ଓଡିଶା ଉପରେ ଗୁରୁତ୍ୱ ଦିଆ ଯାଉଛି ।
ସମନ୍ଵୟର ଅଭାବରୁ ଆଜି ରାଜ୍ୟ କଂଗ୍ରେସର ଏ ସ୍ଥିତି । ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ଦଳ ପାଇଁ ଗୋଟିଏ ବଡ଼ ପରୀକ୍ଷା । ଏଥିରେ ସଙ୍ଗଠିତ ହୋଇ ଲଢିଲେ ଆମେ ନିଶ୍ଚିତ ବିଜୟ ହେବ।
ଏହାସହ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି,ଲୋକେ ଯେତେବେଳେ ଚିନ୍ତା କରିବେ ପରିବର୍ତ୍ତନର ଆବଶ୍ୟକତା ଅଛି, ସେତେବେଳେ ହାଇ କମାଣ୍ଡ ତା ଉପରେ ଚିନ୍ତା କରିବେ । ଆସନ୍ତା ଉପ ନିର୍ବାଚନ ପାଇଁ କଂଗ୍ରେସ ଦଳ ଆପତତଃ ପ୍ରାର୍ଥୀ ସ୍ଥିର କରି ସାରିଛି । ଶୁଣା ଯାଉଅଛି ପ୍ରାର୍ଥୀ ଶକ୍ତିଶାଳୀ ଓ ବିଜୟୀ ହେବେ ।ସେହିପରି ଓଡ଼ିଶା କଂଗ୍ରେସରେ ନେତୃତ୍ବର ଅଭାବ ଆଜି ନୁହେଁ । ଜାନକୀ ବଲ୍ଲଭ ପଟ୍ଟନାୟକ ଯିବା ପରେ ଏକ ଶୂନ୍ଯ ସ୍ଥାନ ସୃଷ୍ଟି ହୋଇଛି। ସେହି ଶୂନ୍ୟସ୍ଥାନ ପୂରଣ ପାଇଁ କୌଣସି ନେତା ଆଗଭର ହେଉ ନାହାଁନ୍ତି।ଓଡ଼ିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ଏଆଇସିସି ସଭାପତି ନିଷ୍ପତ୍ତି ନେବେ।ଏବେ କାର ସଭାପତି କୋଭିଡ ପାଇଁ ଆଶାନୁରୂପ ଭାବେ ଆକ୍ଟିଭ୍ ନୁହେଁ ।ନିରଞ୍ଜନ ବାବୁଙ୍କୁ ହଟାଇବାର ନାହିଁ, ସେ ଇସ୍ତଫା ଦେଇ ଦେଇଛନ୍ତି। ହାଇ କମାଣ୍ଡ ଏ ଉପରେ ଦୃଷ୍ଟି ଦେବା ଦରକାର ।
ଅନ୍ୟପଟେ ପିସିସି ସଭାପତି ପରିବର୍ତନ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ତଥା ସିଡବ୍ଲୁସି ସଦସ୍ଯ ରାମଚନ୍ଦ୍ର ଖୁଣ୍ଟିଆଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି । ଯେ କୌଣସି ରାଜ୍ୟର ପିସିସି ସଭାପତି ପରିବର୍ତ୍ତନ ନିଷ୍ପତ୍ତି ଏଆଇସିସି ଅଧ୍ୟକ୍ଷଙ୍କ କ୍ଷମତା ପରିସରଭୁକ୍ତ। ଆସନ୍ତାକାଲି ସିଡବ୍ଲୁସି ବୈଠକ ପରେ ଏଆଇସିସି ଓ ପିସିସି ସଂଗଠନ ପରିବର୍ତ୍ତନ ଉପରେ ବିଚାର କରାଯାଇପାରେ। ଓଡ଼ିଶାର ସାଙ୍ଗଠନିକ ପରିବର୍ତ୍ତନ ହେଲେ କିମ୍ବା ନ ହେଲେ ଉପନିର୍ବାଚନ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଓଡ଼ିଶାର ପରିବର୍ତ୍ତନ ସମ୍ପର୍କରେ ପ୍ରଭାରୀ ଜିତେନ୍ଦ୍ର ସିଂ ନିଷ୍ପତ୍ତି ନେଇ ପାରିବେ। ଓଡ଼ିଶାର ବ୍ଲକ୍, ଜିଲା ଓ ପିସିସି କମିଟି ଗଠନ ବିଳମ୍ବ ହୋଇଛି ଓ ସଂଗଠନ ସ୍ଥାଣୁ ହୋଇଥିବା ସ୍ୱୀକାର କଲେ ରାମ ଖୁଣ୍ଟିଆ। ତୁରନ୍ତ ଗଠନ ହେବା ଦରକାର।

ତାରାଙ୍କ ଘରେ କଂଗ୍ରେସ ମେଳି : କହିଲେ ମୁଁ ହେବି no 1 ସଭାପତି…

ଭୁବନେଶ୍ୱର : କଂଗ୍ରେସରେ ଏବେ କିଛି ଠିକ୍ ଚାଲି ନାହିଁ।  ଜାତୀୟସ୍ତର ଓ  ରାଜ୍ୟ କଂଗ୍ରେସକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି। ଜାତୀୟ ସ୍ତରରେ କଂଗ୍ରେସର ସ୍ଥିତି ସୁଧାରିବା ପାଇଁ ଆସନ୍ତାକାଲି ନୂଆ ଦିଲ୍ଲୀରେ ସିଡବ୍ଲୁସି ବୈଠକ ବସିବାକୁ ଯାଉଛି। ହେଲେ ତାର ଠିକ୍ ପୂର୍ବରୁ ଆଜି ସନ୍ଧ୍ୟାରେ କଂଗ୍ରେସର ପୁରୁଖା ନେତାମାନେ ତାରା ବାହିନୀପତିଙ୍କ ଘରେ ମେଳି ବାନ୍ଧିଛନ୍ତି। ଏବେ ରାଜ୍ୟ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ତାରା ବାହିନୀପତି ଏହାକୁ ନୁଆଁଖାଇ ଭେଟଘାଟ ବୋଲି କହିଛନ୍ତି।
ଏଥିରେ ତାରାଙ୍କ ସହ ମୋହନା କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ବିଧାୟକ ରମେଶ ଜେନା,ପୂର୍ବତନ ଯୁବ କଂଗ୍ରେସର  ସଭାପତି ସଂଗ୍ରାମ ଜେନା,ବାପି ସର୍ଖେଲ ଓ ମାନସ ଚୌଧରି ସାମିଲ ଥିଲେ । ସେପଟେ ସିଡବ୍ଲୁସି ସଦସ୍ୟ ରାମଚନ୍ଦ୍ର ଖୁଂଟିଆ ପସିସି ପରିବର୍ତ୍ତନ ନେଇ କୌଣସି ଚର୍ଚ୍ଚା ନାହିଁ ବୋଲି କହିଛନ୍ତି । ଏହାସହ ବୈଠକ ପରେ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି ଏଠାରେ ସଭପତି ପରିବର୍ତ୍ତନ ନେଇ କୌଣସି ଆଲୋଚନା ହେଇ ନାହିଁ ।
ନୁଆଁଖାଇ ଅବସରରେ ମାଉଁସ ଭାତ ରୋଷେଇ ହେଉଥିଲା। ଏହା ଭାଲୁ ଭାଇନାଙ୍କ ତରଫରୁ ପରିବାର ନୂଆଁଖାଇ ଭେଟଘାଟ ଥିଲା। ଅନ୍ୟପେଟେ ପିସିସି ପରିବର୍ତ୍ତନ ନେଇ ତାରା କହିଛନ୍ତି, ଆମେ ଚାହିଁଲେ କିଛି ହେବନି, ସୋନିଆ ଓ ରାହୁଳ ଚାହିଁଲେ ହୋଇପାରିବ । ପିସିସି ସଭାପତି ହେଲେ ଏକ ନମ୍ବର ହେବି। ଭଲ ଭାବରେ ଦାୟିତ୍ୱ ତୁଲାଇବି । ମୁଁ ପରିବର୍ତ୍ତନ ଲବିରେ ନାହିଁ । କିନ୍ତୁ ମିଳିଲେ ଛାଡିବାର ନାହିଁ ବୋଲି ତାରା କହିଛନ୍ତି ।

ନୂଆଖାଇ ଜୁହାର ଜଣାଇଲେ ପ୍ରଣବ…..

ଭୁବନେଶ୍ୱର : ପଶ୍ଚିମ ଓଡିଶାର ଏକ କୃଷି ଭିତ୍ତିକ ପର୍ବ ହେଉଛି ନୂଆଁଖାଇ ପରବ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ନିଜର ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।
ସେ ଧନୀ ହେଉକି ଗରିବ। ଗ୍ରାମ ହେଉ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା। ଏହି ପର୍ଵ ଏବେ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ହୋଇ ରହିନାହିଁ। ରାଜ୍ୟ ବାହାରେ ତଥା ବିଦେଶରେ ମଧ୍ୟ ନୂଆଖାଇ ପର୍ବ ପାଳନ ହେଉଛି। ପଶ୍ଚିମ ଓଡିଶାର ଏହି ମହାନ କୃଷି ଭିତ୍ତିକ ପର୍ବରେ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ମହାମାରୀକୁ​ ମୁକାବିଲା କରିବା ପାଇଁ ସମଗ୍ର ରାଜ୍ୟବାସୀଙ୍କୁ​ ଧୈର୍ଯ୍ୟ​ ଓ ସାହାସ ପ୍ରଦାନ କରନ୍ତୁ ଏବଂ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ​ ମା’ସମଲେଶ୍ୱରୀ ଆଶୀର୍ବାଦ କରନ୍ତୁ ବୋଲି ପ୍ରଣବ ପ୍ରକାଶ ଦାସ ପ୍ରାର୍ଥନା କରିଛନ୍ତି ।ଏଥିସହିତ ସେ ସମସ୍ତଙ୍କର ସୁଖ, ସମୃଦ୍ଧି କାମନା କରିଛନ୍ତି ।

ଝିଅ ର ଜୀବନ ବଞ୍ଚାଇ ନିଜ ଜୀବନ ହାରିଲା ବାପା ।

0

ଆନନ୍ଦପୁର  : ଘଷିପୁରା ବ୍ଲକ୍ ଜଳସର ପାଟଣା ଗାଁ ରେ ଘଟିଛି ଏକ ଦୁଃଖଦ ଘଟଣା । ସେହି ଗାଁ ର କୈଳାଶ ଚନ୍ଦ୍ର ସାହୁଙ୍କ ପୁଅ ପଦ୍ମନାଭ ସାହୁ ଓ ତାଙ୍କ ସାନ ଝିଅ ଘରପାଖ କୁଶେଇ ନଇକୁ ଗାଧୋଇବାକୁ ଯାଇଥିଲେ । ଝିଅଟି କୁଳରେ ଗାଧୋଉଥିବା ବେଳେ ହଠାତ୍ ଗୋଡ ଖସି ଗଭୀର ଜଳରାଶିକୁ ଚାଲିଯାଇଥିଲା । ବାପା ପଦ୍ମନାଭ ଏହା ଦେଖି ନଇଁ ମଧ୍ୟକୁ ଡେଇଁପଡି ଝିଅକୁ ବଞ୍ଚାଇଥିଲେ  । ହେଲେ ଭାଗ୍ଯର ବିଡମ୍ବନା କୌଣସି କାରଣ ବଶତଃ ସେ ଅଥଳ ଜଳରାଶିରେ ବୁଡିଜାଇଥିଲେ  । ଗାଁ ଲୋକମାନେ ବହୁ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରି ସ୍ଥାନୀୟ ଘଷିପୁରା ମେଡିକାଲ କୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବ୍ଯବେଚ୍ଛଦ ପାଇଁ ପଠାଇବା ସହ ଥାନାକୁ ଖବର ଦିଆଯାଇଥିଲା । ବ୍ଯବେଚ୍ଛଦ ପରେ ପାର୍ଥିବ ଶରୀରକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା  । ଏଠାରେ ଉଲ୍ଲେଖ କରାଯାଇପାରେ କି ପଦ୍ମନାଭ ଜଣେ ଦକ୍ଷ ସନ୍ତରଣକାରୀ ଭାବେ ଗାଁ ରେ ପରିଚିତ  । ପହଁରିବାରେ ଦକ୍ଷ ଥିବା ପଦ୍ମନାଭକୁ ହରାଇ ଗାଁ ରେ ଏକ ଶୋକର ବାତାବରଣ ସୃଷ୍ଟି ହୋଇଛି  ।

ଖାଁ ଖାଁ ଗଣେଶ ପୂଜା ମଣ୍ଡପ : ଘର ଦୁଆରେ ପୂଜା ପାଇଲେ ଗଜାନନ…

ଭୁବନେଶ୍ୱର:କରୋନା ମହାମାରୀ ପ୍ରଭାବରେ ମଣିଷର ନିତିଦିନିଆ ଜୀବନ ଯାପନରେ  ଦେଖା ଦେଇଛି ପରିବର୍ତ୍ତନ। ପ୍ରତେକ ମୁହୂର୍ତ୍ତରେ କଟକଣା ମଧ୍ୟରେ ରହିବାକୁ ପଡୁଛି। କାରଣ କୋଭିଡ ୧୯ ର କଟକଣା ସଭିଙ୍କ ପାଦରେ ସିକୁଳି ଭାବେ ବନ୍ଧା ହୋଇଛି। ଯାହାର ଫଳ ସ୍ୱରୂପ ଆଜି ପାର୍ବଣ ଋତୁ ଫିକା ପଡିଯାଇଛି। ନାଁ ମଣ୍ଡପରେ ଅଛନ୍ତି ଅଗ୍ର ପୂଜ୍ୟ ଗଣେଶ। ନାଁ ଦେଖିବାକୁ ମିଳିଛି ପେଣ୍ଡାଲ ସାମ୍ନାରେ ଲୋକଙ୍କ ଗହଳି। କରୋନାର ଭୟାବହତାକୁ ଦେଖି ଏଥର କୌଣସି ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା କରିହେବ ନାହିଁ ବୋଲି ପ୍ରଶାସନ ଘୋଷଣା କରିଛି।
ଗାଁ ଠାରୁ ସହର ସବୁଆଡେ ଆଜି ଉତ୍ସବ ମୁଖର ହୋଇଥାନ୍ତା। ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନରେ ଲୋକେ ହୋଇଥାନ୍ତେ ବିଭୋର। ରଙ୍ଗ ବେରଙ୍ଗର ଆଲୋକ , ସୁଉଚ୍ଚ ତୋରଣ ସହ କୋଳାହଳରେ ଫାଟି ପଡୁଥାନ୍ତା ପରିବେଶ। ସ୍କୁଲରେ ପିଲାମାନେ ଠାକୁରଙ୍କୁ ମୁଣ୍ଡିଆ ମାରି ପାଠ ଦେବାକୁ ପ୍ରାର୍ଥନା କରିଥାନ୍ତେ। ହେଲେ ଏ ବର୍ଷ ଏସବୁ କିଛି ହେଲା ନାହିଁ। ସବୁଠି ଖାଁ ଖାଁ ଦେଖାଯାଉଛି। ଲୋକଙ୍କୁ ଏକାଠି ହେବାକୁ ମନା ହୋଇଛି। ଲୋକମଧ୍ୟ ସରକାରଙ୍କ ସମସ୍ତ ଗାଇଡ଼ ଲାଇନକୁ ମାନି ଘରେ ପୂଜା କରୁଛନ୍ତି। ସେପଟେ ଯାଜପୁର ମା ମଙ୍ଗଳା ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ନୁହେଁ, ଘର ବାରଣ୍ଡାରେ ଗଜାନନଙ୍କ ପୂଜା କରାଯାଇଛି l ପୂଜା କମିଟିର ବରିଷ୍ଠ ସଦସ୍ୟ  ଧ୍ରୁବ କୁମାର ମହାପାତ୍ର ଗଣପତି ବାବାଙ୍କ ପୂଜା କରୁଥିଲେ l ଯେହେତୁ ଏଥର ଗଣେଷ ପୂଜା ମଣ୍ଡପରେ ନକରିବା ପାଇଁ ପ୍ରଶାସନ କଟକଣା ଜାରୀ କରିଛି l  ସେଥିପାଇଁ ପୂଜା କମିଟି  ଏହି ନିଷ୍ପତି ନେଇଥିଲା l

ଭୋକିଲାର ବନ୍ଧୁ : କୁକୁରଙ୍କ ପାଇଁ ଦେବଦୂତ ସାଜିଛନ୍ତି ପଣ୍ଡିତେ….

ଭୁବନେଶ୍ୱର : ଭାରତୀୟ ସଂସ୍କୁତିରେ ‘ଜିବେ ଦୟା ‘ ଏକ ପ୍ରମୁଖ ସଂସ୍କାର। ପୃଥିବୀରେ ଥିବା ସବୁ ଜୀବ ପ୍ରତି ଉଦାର ଭାବ ଦେଖାଇବା ହେଉଛି ଆମର ମୁଖ୍ୟ କର୍ତ୍ତବ୍ୟ। ଯାହାକି ବହୁ ପ୍ରାଚୀନ କାଳରୁ ଭାରତରେ ଚାଲିଆସିଛି। ଏମିତି କି ଛୋଟବେଳେ ଆମକୁ ଘରେ ଏବଂ ବିଦ୍ୟାଳୟରେ ମଧ୍ୟ ବିଭିନ୍ନ ଗପ ଗୀତ ମାଧ୍ୟମରେ ଶିଖାଯାଇଛି। ପରିବେଶର ସନ୍ତୁଳନ ପାଇଁ ସବୁ ଜୀବଙ୍କ ସୁରକ୍ଷା କରିବା ଉଚିତ।
ଏବେ ସାରା ବିଶ୍ୱ  କରୋନା ମହାମାରୀ ବଳୟରେ । ଏଥିପାଇଁ କୋଟି କୋଟି ଲୋକ ସେମାନଙ୍କ ଜୀବିକା ହରାଇ ଭୋକ ବିକଳରେ ଆଉଟୁ ପାଉଟୁ ହେଉଛନ୍ତି। କାହାକୁ ସରକାରୀ ସାହାଯ୍ୟ ତ ଆଉ କାହାକୁ ପଡୋଶୀ ସହଯୋଗ କରୁଛନ୍ତି l  ଠିକ୍ ସେହିପରି   ରାଜଧାନୀ ଭୋକିଲା କୁକୁରଙ୍କ ପାଇଁ ଦେବଦୂତ ସାଜିଛନ୍ତି  ସଂସ୍କୁତ ପଣ୍ଡିତ ଅମୁଲ୍ୟ ପ୍ରଧାନ l ଯାହାଙ୍କ ପାଇଁ କିଛି ଭୋକିଲା କୁକୁର ଟିକେ ଖାଦ୍ୟ ପାଉଛନ୍ତି l କାରଣ
ଏବେ ହୋଟେଲବାଡ଼ି ସବୁ ବନ୍ଦ। ଫଳରେ କୁକୁରମାନେ ଭୋକ ବିକଳରେ ଆଉଟୁ ପାଉଟୁ ହେଉଛନ୍ତି। ହେଲେ କାହାକୁ କହି ପାରୁନାହାଁନ୍ତି। କେମିତି ବା କହିବେ । କାହାକୁ ବା କହିବେ। ରାଜଧାନୀବାସୀ ତ ସବୁ ବେଳେ ବ୍ୟସ୍ତ। ହେଲେ ଏ ନିରୀହ କୁକୁରଙ୍କ ଦୁଃଖ ବୁଝି ପାରିଛନ୍ତି ରାଜଧାନୀରେ ରହୁଥିବା  ସଂସ୍କୁତ ପଣ୍ଡିତେ ଅମୁଲ୍ୟ ପ୍ରଧାନ ରାଜଧାନୀର ନୟାପଲ୍ଲୀ ଅଂଚଳରେ ସେ ରହନ୍ତି l ଦିନେ କି ଦୁଇ ଦିନ  ନୁହେଁ। ମହାମାରୀ ଆରମ୍ଭରୁ ସେ ପ୍ରତ୍ୟେକ  ଦିନ ସନ୍ଧ୍ୟାରେ ଘରେ ଭାତ ସହ ଯାହା ହେଲେ ତରକାରୀ ରୋଷେଇ କରି କୁକୁରମାନଙ୍କୁ ଖାଇବାକୁ ଦେଇ ଆସୁଛନ୍ତି। ରାଜଧାନୀରେ ଅନେକ ଭଲ ଲୋକ କୁକୁରକୁ ବିସ୍କୃଟ ଦେଉଥିବା ବେଳେ ସେ କାହିଁକି ଭାତ, ମାଛ, ଆଣ୍ଡା  ରୋଷଇ କରି ଦେଉଛନ୍ତି ତାହା ଆମେ ପଚାରି ବୁଝିଥିଲୁ l ତାଙ୍କ କହିବା କଥା ହେଲା 20ଟଙ୍କିଆ ବିସ୍କୁଟ ରେ କୁକୁର ପେଟ ପୁରିବ ନାହିଁ l ତେଣୁ ଯାହାକୁ ଖାଇବାକୁ ଦେବ ପେଟ ପୁରା ଦେବ l ସେଥିପାଇଁ ମୁଁ ଘରେ ରୋଷେଇ କରି ଆଣିକି କୁକୁରଙ୍କୁ ଦିଏ  l କୁକୁରମାନେ ଖାଇଲେ ଆତ୍ମ ଶାନ୍ତି ଲାଗେ ଓ ଖୁସି ବି l ଭଗବାନଙ୍କର ବି ଆଶୀର୍ବାଦ ମିଳେ l ତେଣୁ ଏହି ସଙ୍କଟ ସମୟରେ ରାଜଧାନୀ ବାସୀମାନେ ବୁଲା କୁକୁରଙ୍କୁ କିଛି ନା କିଛି ଖାଇବାକୁ ଦେବା ଦରକାର l ଏଥିରେ ସେମାନଙ୍କର ମଙ୍ଗଳ ହେବା ସହ ଅନେକ କୁକୁର ଭୋକ ଦାଉରୁ ରକ୍ଷା ପାଇବେ l

ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍‌ଘାଟିତ….

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍‌ଘାଟିତ,
ଜିଲ୍ଲାରେ ନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ICU ପାଇଁ ଶିଳାନ୍ୟାସ
ଜୀବନ ସହିତ ଜୀବିକାକୁ ଗୁରୁତ୍ବ ଦିଆଯାଇ
ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : କୋଭିଡ ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢେଇ ସହିତ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର କରାଯିବ। ସଡକ, ସେତୁ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ। ଆଜି ଜଗତସିଂହପୁରର ବିଲୁଆଖାଇ ନଦୀ ଉପରେ ଏକ ବୃହତ ସେତୁର ଉଦ୍‌ଘାଟନ ଏବଂ ଜିଲ୍ଲାରେ ଏକ ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କରିଛନ୍ତି।

ସୂଚନାଯୋଗ୍ୟ ଯେ ଜଗତସିଂହପୁରର ଶଂଖାରୀ ସାହି ନିକଟରେ ବିଲୁଆଖାଇ ନଦୀ ଉପରେ ୬୧.୪୨ କୋଟି ଟଙ୍କା ବ୍ୟୟରେ ଏକ ବୃହତ ସେତୁ ନିର୍ମାଣ କରାଯାଇଛି । ୨୦୧୬ ଅକ୍ଟୋବରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ସେତୁ ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟକୁ କଟକ ବାଇଶମୌଜା ସହିତ ସିଧାସଳଖ ଯୋଡିବା ସହିତ ଜଗତସିଂହପୁରରୁ ଭୁବନେଶ୍ବରର ଦୂରତ୍ବ ବହୁତ ପରିମାଣରେ କମିଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସେତୁ ଜଗତସିଂହପୁର ଜିଲ୍ଲାରେ ବିକାଶର ଧାରାକୁ ତ୍ବରାନ୍ବିତ କରିବାରେ ସହାୟକ ହେବ।
ସେହିପରି ଶିଳାନ୍ୟାସ କରାଯାଇଥିବା ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟରେ ପାଇଁ ୧୬.୨୮ କୋଟି ଟଙ୍କା ବିନିଯୋଗ କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ନିର୍ମାଣ ହେବାକୁ ଥିବା ICUରେ ୧୦ଟି ଶଯ୍ୟା ରହିବ । ଏଥିପାଇଁ ୨.୨୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଜିଲ୍ଲାର ମା ଓ ଶିଶୁ ମାନଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ ଆଗୁଆ ଜିଲ୍ଲା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଉଭୟ କୃଷି ଓ ଶିଳ୍ପ କ୍ଷେତ୍ରରେ ଏହାର ସୁନାମ ରହିଛି। ବିଜୁବାବୁ ଏଠାରେ ପାରାଦୀପ ବନ୍ଦର ନିର୍ମାଣ କରି ବିକାଶ ଧାରା ଆରମ୍ଭ କରିଥିଲେ । ଆଜିର ଏହି ଦୁଇଟି ପ୍ରକଳ୍ପ ଜଗତସିଂହପୁରର ବିକାଶ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସ୍ବାସ୍ଥ୍ୟ କ୍ଷେତ୍ରକୁ ସେ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାରକୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ କରାଯାଉଛି। ଓଡିଶା ଖୁବ ଶୀଘ୍ର ପୂର୍ବ ଭାରତର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ଭାବରେ ପ୍ରତିଷ୍ଠା ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କୋଭିଡ ଯୁଦ୍ଧରେ ଓଡିଶା ବହୁତ ଭଲ ପ୍ରଦର୍ଶନ କରୁଛି ଏବଂ ଜଗତସିଂହପୁର ଜିଲ୍ଲା ମଧ୍ୟ ଏ କ୍ଷେତ୍ରରେ ଭଲ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜନସାଧାରଣଙ୍କ ସହଯୋଗ ଓ କରୋନା ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏ ଯୁଦ୍ଧରେ ଓଡିଶା ନିଶ୍ଚିତ ବିଜୟ ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ଜିଲ୍ଲାର ସମସ୍ତ କୋଭିଡ ଯୋଦ୍ଧା, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇସ୍ପାତ, ଖଣି ଓ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଥିଲେ ଯେ ଏହି ଦୁଇଟି ପ୍ରକଳ୍ପ ଦ୍ବାରା ଜଗତସିଂହପୁର ଜିଲ୍ଲାରେ ବିକାଶ ପ୍ରକ୍ରିୟା ଆହୁରି ମଜବୁତ ହେବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ କହିଥିଲେ ଯେ ଓଡିଶାରେ ମା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାତୃ ଓ ଶିଶୁ ମୃତ୍ୟୁ ହାର ମଧ୍ୟ ଅନେକ ପରିମାଣରେ ହ୍ରାସ ପାଇଛି। ଜଳସଂପଦ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଏହି ଦୁଇଟି ପ୍ରକଳ୍ପ ଦ୍ବାରା ଜଗତସିଂହପୁର ବିକାଶ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି।
ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ସେମାନଙ୍କର ବ୍ୟକ୍ତବ୍ୟ ରଖିଥିଲେ। ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା

ଭୁବନେଶ୍ୱର: ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ । ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀରମୁକାବିଲା ପାଇଁ ସହାୟକ ହୋଇପାରେ ତୁଳସୀ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅନେକବ୍ୟାଧିରୁ ମଣିଷକୁ ସୁସ୍ଥ କରାଇଥାଏ ତୁଳସୀ । ତୁଳସୀ କିଭଳି ମାନବ ସମାଜ ପାଇଁ ଅଧିକ ଉପକାରୀହୋଇପାରିବ ସେ କ୍ଷେତ୍ରରେ ଗବେଷଣା ଚଳାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ଗବେଷକ ।କରୋନାରୁ ରକ୍ଷା ପାଇବା ପାଇଁ ମଣିଷ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା କ୍ଷେତ୍ରରେ ତୁଳସୀର ଅନେକଉପକାରୀତା ରହିଛି ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି । ସୋଆର ସେଂଟର ଫର୍‌ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଏବଂ ଏହାର ମାନବୃଦ୍ଧିକୁ ନେଇଗବେଷଣା ଆରମ୍ଭ କରାଯାଇଛି ।
କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ତୁଳସୀ ସମ୍ବନ୍ଧୀୟ ଗବେଷଣା ଏବଂ ତୁଳସୀର ଜୈବିକ ଚାଷନିମନ୍ତେ ସୋଆର ସେଂଟର୍ ଫର୍ ବାୟୋଟେକ୍ନୋଲଜିକୁ ଏକ ବିଭାଗକୁ ପ୍ରୋଜେକ୍ଟ ପ୍ରଦାନ କରାଯାଇଥିବା ଓ ଏଦିଗରେ ଗବେଷଣା ମଧ୍ୟ ଆରମ୍ଭ କରାଯାଇଥିବା ବିଷୟରେ ବିଭାଗର ପ୍ରଫେସର ତଥା ପ୍ରୋଜେକ୍ଟଇନ୍‌ଭେଷ୍ଟିଗେଟର୍ ଡଃ ବାସୁଦେବ କର ସୂଚନା ଦେଇଛନ୍ତି ।
ତୁଳସୀ ଚାଷ ଦ୍ୱାରା ବିଭିନ୍ନ ରୋଗର ନିରାକରଣ ପାଇଁ ବାୟୋପେଷ୍ଟିସାଇଡ୍ସ ପ୍ରସ୍ତୁତ କରାଯିବା ସହ ତୁଳସୀରୁଔଷଧୀୟ ତେଲ ପ୍ରସ୍ତୁତ କରିବା ନିମନ୍ତେ ଗବେଷଣା କରାଯାଉଛି ବୋଲି ସେ କହିଛନ୍ତି । ତୁଳସୀ ପତ୍ରକୁଚୋବାଇ କିମ୍ବା ଅଦା ରସ ଓ ମହୁ ସହ ମିଶାଇ ବା ଏହାକୁ ଶିଝାଇ ସେବନ କରିବା ଦ୍ୱାରା ଅନେକ ରୋଗ ଭଲହୋଇଥାଏ । ଏପରିକି ତୁଳସୀ ଗଛର ପ୍ରତ୍ୟେକ ଅଂଶକୁ ମଧ୍ୟ ନାନାଦି ଉପାୟରେ ଶରୀରର ହିତ ପାଇଁ ସେବନକରାଯାଇଥାଏ । ଏଥିରେ ପ୍ରଚୁର ପରିମାଣର ଭିଟାମିନ ଏ’ ଓ ବି’ ଏବଂ ଖଣିଜ ଦ୍ରବ୍ୟ ଯେପରିକି କ୍ୟାଲସିୟମ୍‌,ଜିଙ୍କ, ଲୌହ ଆଦି ରହିଥାଏ ଯାହା ଶରୀର ପାଇଁ ଉପକାରୀ ଏବଂ କରୋନାରୁ ମଧ୍ୟ ରକ୍ଷା କରିଥାଏ । ଏଥି ସହିତ କରୋନା ମହାମାରୀ ସମୟରେ ତୁଳସୀ ପତ୍ରରୁ କାଢ଼ା ପ୍ରସ୍ତୁତ କରି ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ବୋଲି ମଧ୍ୟ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଏହି ଗବେଷଣା ବେଶ ଉପକାରୀ ହେବ ବୋଲି ପ୍ରଫେସର କର କହିଛନ୍ତି । କେବଳ କରୋନା ମହାମାରୀ ମୁକାବିଲା ନୁହେଁ ଚାଷୀମାନଙ୍କୁ ଆତ୍ମନିର୍ଭର କରାଇବା ନିମନ୍ତେ ଜୈବିକ ପଦ୍ଧତିରେ ତୁଳସୀ ଚାଷ ପାଇଁ ମଧ୍ୟ ସୋଆ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହା ଦ୍ୱାରା ଚାଷୀମାନେ କିପରି ପ୍ରତ୍ୟକ୍ଷ ଭାବେ ଅର୍ଥନୈତିକ ଲାଭ ପାଇପାରିବେ ସେ ନେଇ ଚାଷୀମାନଙ୍କୁ ଏହି ପ୍ରୋଜେକ୍ଟ ମାଧ୍ୟମରେ ତାଲିମ ଦିଆଯାଉଛି । ଏ ନେଇ ଚାଷୀମାନଙ୍କୁ ମାଗଣା ତୁଳସୀ ମଞ୍ଜି ଏବଂ ତୈଳ ଉତ୍ପାଦନ ନିମନ୍ତେ ମେସିନ୍ ଓ ଅନ୍ୟାନ୍ୟ ଉପକରଣ ଏହି ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦାନ କରାଯାଉଛି । ଖୋର୍ଦ୍ଧା ଜିଲ୍ଲାର ଅଙ୍ଗାରପଡ଼ା, ଛତାବର ଓମେଣ୍ଢାଶାଳ ଭଳି ତିନୋଟି ଗ୍ରାମ ପଂଚାୟତରେ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଆରମ୍ଭ କରାଯାଇଛି ବୋଲିଏହି ପ୍ରୋଜେକ୍ଟର ମୁଖ୍ୟ ଡଃ କର ସୂଚନା ଦେଇଛନ୍ତି । ତୁଳସୀର ଔଷଧୀୟ ଗୁଣ,ଏହାର ମାନବୃଦ୍ଧିକରଣ ଏବଂ ଜୈବିକ ପଦ୍ଧତିରେ ଚାଷ ଦ୍ୱାରା ଚାଷୀମାନଙ୍କୁ ଆତ୍ମନିର୍ଭର କରିବା ହିଁ ଏହି ପ୍ରୋଜେକ୍ଟର ମୂଳ ଉଦ୍ଦେଶ୍ୟ ବୋଲି  ସେ କହିଛନ୍ତି । ଏହି ପ୍ରୋଜେକ୍ଟର କୃଷି ଉପେଦଷ୍ଟା ପ୍ରଫେସର ନିରଞ୍ଜନ ନାୟକ ଏବଂ ପ୍ରଫେସର କର ଗବେଷଣାରତ ଟିମ୍‌ରସଂପୂର୍ଣ୍ଣ କାର୍ଯ୍ୟ ତଦାରଖ କରୁଛନ୍ତି । ଏହି କାର୍ଯ୍ୟ ସିବିଟିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକଙ୍କସହଯୋଗିତା କରାଯାଉଛି । ଚାଷୀମାନଙ୍କ ଦ୍ୱାରା ପ୍ରଥମ ଉତ୍ପାଦିତ ତୁଳସୀ ପତ୍ରକୁ ପ୍ରଭୁ ଜଗନ୍ନାଥଙ୍କନିକଟରେ ଅର୍ପଣ କରାଯାଇଥିବା ଡଃ କର ସୂଚନା ଦେଇଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news