କୋଭିଡ ମୁକାବିଲା
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ
ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, MSME, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ SHG ଉପରେ ଅଧିକ ଫୋକସ୍
ମହାମାରୀ ଲଢେଇରେ ଆତ୍ମସନ୍ତୋଷ ସବୁଠାରୁ ବଡ ଶତ୍ରୁ
ସବୁବେଳେ ସତର୍କ ରୁହନ୍ତୁ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, MSME, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ SHG ଉପରେ ଅଧିକ ଫୋକସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ପରିସ୍ଥିତି ଯୋଗୁ ଅନ୍ୟ ରାଜ୍ୟରୁ ଆସିଥିବା ଭାଇଭଉଣୀମାନେ ଯେପରି ଓଡିଶାରେ ରୋଜଗାର ପାଇପାରିବେ, ସେଥିପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ସେହିପରି ନିର୍ମାଣ ଶ୍ରମିକ ଯୋଜନାରେ ସେମାନଙ୍କର ଦକ୍ଷତା ନିରୂପଣ ଓ ପଞ୍ଜିକରଣ ସୁବିଧାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଛେଳି, କୁକୁଡା ପାଳନ, ମତ୍ସ୍ୟ ଚାଷ ଆଦି ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର ଦେବାରେ ବିଶେଷ ସଫଳ ହେଉଥିବାରୁ, ଏହାକୁ ଅଧିକ ବ୍ୟାପକ କରିବା ଏବଂ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ମାସ୍କ ତିଆରିରେ ନିୟୋଜିତ ଥିବା SHGର ମା ମନେ ଯେଭଳି ଏହି ସମୟରେ ରୋଜଗାର କରିପାରିବେ, ସେଥିପାଇଁ ବିଧାୟକ ଆଞ୍ଚଳିକ ବିକାଶ ପାଣ୍ଠି ଅର୍ଥରେ SHGରୁ ମାସ୍କ କିଣାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। SHG ମାନେ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ଦୃଷ୍ଟି ରଖିବା ସହିତ ବ୍ୟାଙ୍କ ମାନଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବିଶେଷ କରି ଗୃହ ନିର୍ମାଣ କାମ ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଏତଦ୍ବ୍ୟତୀତ ଚାଷୀ ମାନଙ୍କୁ ସୁବିଧାରେ ଏବଂ ଶୀଘ୍ର କୃଷି ଋଣ ଯୋଗାଣ ଏବଂ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପର ପୁନରୁଦ୍ଧାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
କୋଭିଡ ପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ । ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟରେ ଅଧିକ testing କରାଯାଉଥିବା ସହିତ positivity ହାର କମିଥିବା ଏବଂ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। Hotspot ଜିଲ୍ଲା ମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡ ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ICU ଶଯ୍ୟାର ଉପଲବ୍ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ତା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରି ସରକାରୀ ଅଫିସ ଗୁଡିକୁ ସଂକ୍ରମଣମୁକ୍ତ ରଖିବାକୁ ସବୁପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
କୋଭିଡ ଯୋଦ୍ଧା ମାନଙ୍କ ଭିତରେ ସଂକ୍ରମଣ ହାର କମୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ମାସ୍କର ବ୍ୟବହାର, ସାମାଜିକ ଦୂରତା ବିଷୟରେ ଆହୁରି ଜନସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ। ସହିଦ୍ କୋଭିଡ ଯୋଦ୍ଧା ମାନଙ୍କର ବ୍ୟକ୍ତିଗତ ପାଉଣା ଆସନ୍ତା ଶୁକ୍ରବାର ସୁଦ୍ଧା ତାଙ୍କ ଆତ୍ମୀୟ ମାନଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିଲେ।
କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗ୍ରାମ୍ୟ ଅର୍ଥନୀତି ପୁନରୁଦ୍ଧାର ପ୍ୟାକେଜ, ପ୍ଲାଜମା ସଂଗ୍ରହ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ଓଡିଆ ଶ୍ରମିକ ମାନଙ୍କର ପଞ୍ଜିକରଣ ସମସ୍ୟା ଆଦି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ରାଜ୍ୟର ଅର୍ଥନୀତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ଜୁଲାଇ ମାସରୁ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି ବୋଲି ଜଣାଇଥିଲେ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ତାଙ୍କ ଉପସ୍ଥାପନାରେ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଉପସ୍ଥାପନାରୁ ଜଣାଯାଇଛି ଯେ ରାଜ୍ୟରେ recovery rate ଗତ ସପ୍ତାହରୁ ବଢି ୭୧.୩ ପ୍ରତିଶତରେ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ହ୍ରାସ ପାଇ ୦.୦୫ ପ୍ରତିଶତ ହୋଇଛି। ୫୪ ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ଗୃହ ସଂଗରୋଧରେ ରହୁଛନ୍ତି । ସେହିପରି ପୋଲିସ, ଅଗ୍ନିଶମ ଓ NDRAFର କର୍ମଚାରୀ ପ୍ଲାଜମା ଦାତା ମାନଙ୍କ ମଧ୍ୟରେ ଆଗୁଆ ରହିଛନ୍ତି । କଟକ, ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲା ପ୍ଲାଜମା ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରିଥିବା ବେଳେ ମାଲକାନଗିରି, ବୌଦ ଓ ରାୟଗଡ ଜିଲ୍ଲା ଗୃହ ସଂଗରୋଧ କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି। ଆସନ୍ତା ୨୮ ତାରିଖରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଆସନ୍ତାକାଲି କୋରାପୁଟରେ ଆଉ ଏକ ପ୍ଲାଜମା ବ୍ୟାଙ୍କ ଖୋଲାଯିବ।
କଟକ,ଖୋର୍ଦ୍ଧା, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାର କୋଭିଡ ପରିସ୍ଥିତି ଓ ମୁକାବିଲା ସଂପର୍କରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ମ୍ୟୁନିସପାଲ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କଟକରେ କୋଭିଡ ମୁକାବିଲା ପାଇଁ ଯେକୌଣସି ଅତିରିକ୍ତ ସହାୟତା ଆବଶ୍ୟକ ହେଲେ ତୁରନ୍ତ ରାଜ୍ୟ ସରକାରଙ୍କୁ ଜଣାଇ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ରାଉରକେଲାରେ କୋଭିଡ ମୁକାବିଲାରେ ନିୟୋଜିତ ବିଭିନ୍ନ ସଂସ୍ଥା ମାନଙ୍କ ମଧ୍ୟରେ ଅଧିକ ସମନ୍ବୟ ରଖି କୋଭିଡ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ବୈଠକରେ ରାଜ୍ୟରେ ବର୍ଷା ଓ ସମ୍ଭାବିତ ବନ୍ୟା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଥିଲେ ଗତ ଦୁଇ ଦିନ ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବର୍ଷା ହୋଇଛି। ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀରେ ଅଧିକ ପାଣି ଆସିଛି। ଆଜି ରାତି ଠାରୁ ଆସନ୍ତା କାଲି ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବୈତରଣୀ, ବୁଢାବଳଙ୍ଗ ଓ ତେଲ ଆଦି ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି। ଲୋକଙ୍କୁ ବନ୍ୟା ସମୟରେ ଉଦ୍ଧାର କରିବା ପାଇଁ ୧୦ଟି ODRAF team ଓ ଅଗ୍ନିଶମ ସେବା ୟୁନିଟ୍ ନିୟୋଜିତ ହୋଇଛନ୍ତି। ନଦୀବଂଧ ଗୁଡିକରେ patrolling କରାଯାଉଛି । ଜଳପ୍ଲାବିତ ଅଞ୍ଚଳ ଗୁଡିକରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି। ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ସଚିବ ମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ପ୍ରମୁଖ ସଚିବ ଆଦି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ସଞ୍ଚାଳନ କରିଥିଲେ।





ସ୍ୱଚ୍ଛ ନିର୍ମଳ ଭାବମୃତ୍ତି ପାଇଁ ପୁରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ କରିଥିବା ନବୀନ ଆଜି ବି ତାଙ୍କ ଧଳା ପାଇଜାମାରେ କଳାର ଦାଗ ଲଗାଇ ଦେଇନାହାନ୍ତି ସେ । ସେଥିଲାଗି ତାଙ୍କ ସାଥି ହୁଅନ୍ତୁ ଅବା ଯେତେବଡ଼ ପ୍ରଶାସକ କାହାକୁ ବି ସେ ଛାଡ଼ନ୍ତି ନାହିଁ ଦୁର୍ନୀତି ପ୍ରସଙ୍ଗରେ । ଯେଉଁଥି ପାଇଁ ୨୦ବର୍ଷ ଶାସନରେ ୪୦ରୁ ଅଧିକ ନେତା ଓ ବହୁ ପ୍ରଶାସନକୁ ବିଦା କରିଛନ୍ତି ସେ । ତାଙ୍କ ଶାସନର ସବୁଠାରୁ ବଡ଼ କଥା ହେଉଛି କଥା କମ , କାମ ଅଧିକ । ଅର୍ଥାତ ଲୋକାମିମୁଖୀ ଯୋଜନା କରି ଏହାକୁ ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବାରେ ସେ ମାହିର । ଅନେକ ଶାସକ ଆସନ୍ତି ଅନେକ ଯୋଜନା କରନ୍ତି , ହେଲେ ଏଥିରେ ଯେ ଲୋକେ ଉପକୃତ ହୋଇପାରିବେ ତାହାର ଉଦାହରଣ ସାଜିଛନ୍ତି ସେ । ଯେଉଁଥି ପାଇଁ ପୁରା ଭାରତବର୍ଷରେ ସେ ଏକ ମେଡ଼ଲ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ତ ସେ ଆଜି ଆନ୍ତଜାତୀୟ ସ୍ତରରେ ରୋଲ ମଡ଼େଲ ସାଜିଛନ୍ତି । ୧୯୯୯ ମସିହା ମହାବାତ୍ୟା ଠାରୁ ଆରମ୍ଭ କରି ୨୦୨୦ ଅମ୍ପାନ ଓ ଏବେ ପ୍ରଥମଥର ଲାଗି ବିଶ୍ୱ ଯେଉଁ କୋଭିଡ଼ ୧୯ ମହାମାରୀର ସାମ୍ନା କରୁଛି ସବୁକୁ ଓଡ଼ିଶାରେ ସଫଳତାର ସହ ମୁକାବିଲ କରୁଛନ୍ତି ସେ । ଏଥିଲାଗି ଆନ୍ତଜାତୀୟ ସ୍ତରରୁ ଦେଶର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ନବୀନଙ୍କୁ ପ୍ରଶଂସା କରୁଛନ୍ତି ।ସମସ୍ତେ ନବୀନଙ୍କ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ଋଣନୀତିକୁ ମଧ୍ୟ ଆପଣାଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେବା ସର୍ବୋତ୍ତମ ନୀତିକୁ ନବୀନ ଆପଣାଇ ୨୦ ବର୍ଷ ଧରି ଓଡ଼ିଶାକୁ ନିଜର ପରିବାର ଭାବି ନେଇ ଜନ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେଥିଲାଗି ଆଜି ସେ ପୁରା ଓଡ଼ିଶା କାହିଁକି ଦେଶରେ ବ୍ରାଣ୍ଡ ହୋଇଛନ୍ତି । ତେଣୁ ବିରୋଧୀ ଯେତେେ ଚେଷ୍ଟା କଲେ ବି ତାଙ୍କୁ ଭେଦିକରି ଆଗକୁ ଯାଇପାରୁନାହାନ୍ତି । ଏବେ ତ ସେ ପୁରା ଓଡ଼ିଶାର ଘରେ ଘରେ ଏକ ବ୍ରାଣ୍ଡ ହୋଇଗଲେଣୀ । ତାହାସହ ବିଜେଡ଼ି ବି ଏକ କ୍ୟାଡ଼ରବେଷ୍ଟ ପାଟିରେ ପରିଣତ ହୋଇଛି । ନବୀନଙ୍କ ଲୋକପ୍ରିୟତା ଏତେ ଅଛି ଓଡ଼ିଶାରେ ଯେ ୨୦ବର୍ଷ ଭିତରେ ଦେଶରେ ରାଜନୈତିକ ପଟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଶୂନ୍ୟ । ପ୍ରତ୍ୟେକ ନିର୍ବାଚନରେ ନବୀନ ସଫଳତା ପରେ ସଫଳତା ଅର୍ଜନ କରିଚାଲିଛନ୍ତି । ସୁଚିନ୍ତିତ ଷଡ଼ଯନ୍ତ୍ର ତାଙ୍କ ବିରୋଧରେ କରାଯାଇ ତାଙ୍କୁ ବଦନାମ କରିବାକୁ ବହୁ ପ୍ରୟାସ ହୋଇଥିଲେ ମଧ୍ୟ ତାହା ତାଙ୍କ ରାଜନୈତିକ ଜୀବନରେ କେବେ ପ୍ରଭାବ ପକାଇନାହିଁ । କାରଣ ବିରୋଧୀ ଯେତେବେଳେ ନିର୍ବାଚନ ଆସିଲେ ରଣନୀତି କରନ୍ତି ଓ ପ୍ରସ୍ତୁତ ହୁଅନ୍ତି ସେତେବେଳେ ନବୀନ ଷ୍ଟାଇଲ ଟିକେ ଭିନ୍ନ । ସେ ପ୍ରତ୍ୟେକ ଦିନ ରଣନୀତି ପ୍ରସ୍ତୁତ କରନ୍ତି । ସବୁ ନିର୍ବାଚନକୁ ଗୁରୁତ୍ୱ ଦିଅନ୍ତି ଓ ବିଜେଡ଼ି ସଂଗଠନକୁ ବି ଚଳଚଞ୍ଚଳ କରନ୍ତି । ୨୦୧୯ ନିର୍ବାଚନରେ ବଡ଼ ସଫଳତା ପାଇ ମଧ୍ୟ ଏବେ ବିଜେଡ଼ି ୨୦୨୪ ନିର୍ବାଚନ ଲାଗି ଜୋରଦାର ପ୍ରସ୍ତୁତ ଆରମ୍ଭ କରିିଛି । ଯେହେତୁ ବହୁ ଲୋକଙ୍କ ନବୀନଙ୍କ ଭାବମୃର୍ତ୍ତି ଓ ଶାସନରେ ଆକୃଷ୍ଟ ହୋଇ ବିଜେଡ଼ିରେ ସାମିଲ ହେଉଛନ୍ତି ସେଥିଲାଗି ନବୀନ ବିଜେଡ଼ିକୁ ଏବେ ଏକ କ୍ୟାଡ଼ରବେଷ୍ଟ ପାଟି ଭାବେ ପରିଣତ କରିଛନ୍ତି । ପ୍ରଥମଥର ଲାଗି ଦଳରେ ସଂଗଠନ ସମ୍ପାଦକ ପଦ ସୃଷ୍ଟି କରି ଦଳର ପରିଶ୍ରମୀ ଯୁବନେତା ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଦାୟିତ୍ୱ ଦେଲେ ସେ । ଏହାପରେ ଦଳରେ ବରିଷ୍ଠ ଉପସଭାପତି, ବହୁ ସାଧାରଣ ସମ୍ପାସକ , ସମ୍ପାଦକ ପରି ପଦବୀରେ ବହୁ ନେତାଙ୍କୁ ସାମିଲ କରିଛନ୍ତି । କେବଳେ ସେତେକି ନୁହେଁ ବିଭିନ୍ନ ବିଭାଗର ମଧ୍ୟ ଗୁରୁଦାୟିତ୍ୱ ଦେଇଛନ୍ତି ନେତାଙ୍କୁ । ୨୦୦୪ ମସିହାରୁ ତାଙ୍କ ନାଁରେ ବିଜେଡ଼ି ଭୋଟ ପାଇଆସୁଛ । ସେ ବିଜେଡ଼ିର ବ୍ରାଣ୍ଡ । ବେଶ କିଛି ବର୍ଷ ହେବ ନବୀନଙ୍କ ବ୍ରାଣ୍ଡ ଓଡ଼ିଶାରେ ଏକ ପାହାଡ଼ପରି ଛିଡ଼ା ହେଲାଣୀ । ଯାହାକୁ ଭେଦ କରି ଯିବ ଅନ୍ୟ ରାଜନୈତିକ ଦଳ ପାଇଁ କଷ୍ଟସାଦ୍ୟ । ବିଜେଡ଼ି କେବଳ ତାଙ୍କ ଉପରେ କି ବ୍ୟକ୍ତି ଉପରେ ନିର୍ଭରଶୀଳ ନୁହେଁ, ବଂର ବିଜେଡ଼ି ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି । ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସରେ ମଧ୍ୟ ନବୀନ ଏକଥା ସ୍ପଷ୍ଟ କରିଛନ୍ତି । ତେଣୁ ଯିଏ ଦଳ ପାଇଁ କାମ କରିବ ସେ ଦଳର ନେତୃତ୍ୱ ନେବେ ଏକଥା ନବୀନ ମଧ୍ୟ ଇସାରା ଦେଇଛନ୍ତି । କାରଣ ସାଢେ ଚାରିକୋଟି ଲୋକଙ୍କ ସେବା କରିବା ଏକ ଆନ୍ଦୋଳନ । ନବୀନଙ୍କ ଏହି ମନଭାବ ଯୋଗୁଁ ସାରା ଓଡ଼ିଶାରେ ସେ ଏବେ ବ୍ରାଣ୍ଡ ହୋଇପାରିଛନ୍ତି ।
ସଭିଁଙ୍କ ହୃଦୟରେ ତାଙ୍କ ପ୍ରତି ଭଲପାଇବା ରହିଛି । ବିଜେଡ଼ିର ନିର୍ବାଚନୀ ସଫଳତାର ମେରୁଦଣ୍ଡ ପାଲଟିଥିବା ନବୀନ ବ୍ରାଣ୍ଡକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦଳର ଯୁବନେତୃତ୍ୱମାନେ ଏବେ ଦିନରାତି ଏକ କରି କାମ କରୁଛନ୍ତି । ଯେଉଁଥି ପାଇଁ ଦଳ ଏବେ ବଡ଼ଟିମ କରୁଛି ପୁରା ସଂଗଠନରେ । ଯାହାର ଲକ୍ଷ ନବୀନ ବ୍ରାଣ୍ଡକୁ ଘରେ ଘରେ ଶକ୍ତିଶାଳୀ କରିବା ।









