ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକସିନ ଟୀକାର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱର: ଭାରତ ର ନିଜସ୍ୱ କୋଭିଡ-୧୯ ଟୀକା କୋଭାକସିନର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସମ ହସ୍ପିଟାଲରେ ଆରମ୍ବ ହେବ | ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲରେ ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ।

ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଜାରି ରହିଛି ବୋଲି ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଡକ୍ଟର ଇ. ଭେଙ୍କଟ ରାଓ ସୂଚନା ଦେଇଛନ୍ତି |

ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସ୍ବେଛାସେବୀ ମାନଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନଥିବା ଡକ୍ଟର ରାଓ ସୂଚନା ଦେଇଛନ୍ତି |

ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟ ଟୀକା ନେଇଥିବା ସ୍ବେଛାସେବୀ ମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନାହିଁ ତଥା କେତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି, ଏ ସମ୍ପର୍କରେ ଜାଣିବାକୁ ରକ୍ତ ନମୁନା ସଂଗ୍ରହ କରାଯାଇଛି |

ଭାରତ ବାୟୋଟେକ ଏବଂ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚର ମିଳିତ ସହଯୋଗରେ ଏହି ଟୀକା କୋଭାକସିନର ପ୍ରସ୍ତୁତି ଚାଲିଥିବା ବେଳେ ଟୀକା ପରୀକ୍ଷଣ ନିମନ୍ତେ ଦେଶର ୧୨ ଟି ଅନୁଷ୍ଠାନକୁ ମନୋନୀତ କରାଯାଇଛି | ରାଜ୍ୟର ଏକମାତ୍ର ଅନୁଷ୍ଠାନ ଭାବେ ସମ ହସ୍ପିଟାଲକୁ ଏହି ଅନୁମତି ମିଳିଛି |
ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେଲେ କରୋନା ବିରୋଧୀ ଲଢେଇରେ ଏହା ପ୍ରମୁଖ ଅସ୍ତ୍ର ସାଜିବ ବୋଲି ଆଶା କରାଯାଏ |

ବନ୍ୟା ସମୟରେ ଦେବଦୂତ ସାଜିଲେ ଭଵ ପ୍ରସାଦ…….

ଯାଜପୁର : ଭଵ ପ୍ରସାଦ ଦାସ। ଏନ.ସି କଲେଜର ପୂର୍ବତନ ଛାତ୍ର ସଭାପତି ଓ ଯାଜପୁର ପୌରପରିଷଦ ପୂର୍ବତନ ଅଧ୍ୟକ୍ଷ। ଛାତ୍ର ଜୀବନରୁ ଲୋକଙ୍କ ପାଇଁ ଥିବା ସେବା ମନବୃତ୍ତୀ ପରବର୍ତ୍ତୀ ସମୟରେ ତାଙ୍କୁ ରାଜନେତା ଆଡ଼କୁ ଟାଣି ଆଣିଥିଲା। ହେଲେ ସେ ରାଜନୀତି  ପାଇଁ ଲୋକଙ୍କ ସେବା କରନ୍ତି ନାହିଁ। ଲୋକଙ୍କ ସେବା ପାଇଁ ରାଜନୀତି  କରନ୍ତି। ଯାହାକି ତାଙ୍କୁ ଯାଜପୁର ନିର୍ବାଚନ ମଣ୍ଡଳୀରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସେ ମହାମାରୀ ହେଉ କି ପ୍ରାକୃତିକ ବିପର୍ଯ୍ୟୟ। ସବୁଠି ଭଵ ପ୍ରସାଦ (ଲଲ ) ନିଜ ଜୀବନକୁ ବାଜି ଲଗେଇ ପହଞ୍ଚି ଯାଆନ୍ତି ଲୋକଙ୍କ ସେବା କରିବା ପାଇଁ।
ରାଜ୍ୟରେ ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀର ଜଳସ୍ତର ଫୁଲିବା ଦ୍ଵାରା ଯାଜପୁରରେ ମଧ୍ୟ ଉତ୍କଟ ବନ୍ୟା ସମସ୍ୟା ଦେଖାଦେଇଛି। ଅନେକ ପଂଚାୟତ ଜଳ ଘେରରେ ରହିଛି। ଏମିତି ସମୟରେ ଲୋକଙ୍କ ପାଇଁ ଭଗବାନଙ୍କ ଦୂତ ହୋଇ ଛିଡା ହୋଇଛନ୍ତି ଭଵ ପ୍ରସାଦ ଦାସ। ଦିନ ରାତିର ଭୟ ନ କରି ପହଂଚି ଯାଉଛନ୍ତି ଲୋକଙ୍କୁ ବନ୍ୟାରୁ ଉଦ୍ଧାର କରିବା ପାଇଁ। କେଉଁଠି ପ୍ରଶାସନ ସହିତ ବୋଟ ସହାୟତାରେ ତ ଆଉ କେଉଁଠି ଅଣ୍ଟାଏ  ପାଣିରେ ପଶି ଶୁଖିଲା ଖାଦ୍ୟ ଦେଇ ଲୋକଙ୍କୁ ବନ୍ୟାରୁ ଉଦ୍ଧାର  କରୁଛନ୍ତି।  ସବୁ ଲୋକ କିପରି ସୁରକ୍ଷିତ ଜାଗାକୁ ଆସି ପାରିବେ ପ୍ରଶାସନ ସହିତ ସମନ୍ଵୟ ରକ୍ଷାକରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି l  ଏପରି କାହାକୁ ଅପେକ୍ଷା ନକରି ସେ ନିଜ କାମ କରୁଥିବା ଦେଖିବାକୁ ମିଳୁଛି । ଉଦାହରଣ ବନ୍ୟାରେ ଉପୁଡି ପଡିଥିବା ଗଛକୁ ନିଜେ ରାସ୍ତା ଉପରୁ ହାଣି ସଫା କରୁଛନ୍ତି। ଏହାସହ ଗାମୁଛା ଖଣ୍ଡେ ପିନ୍ଧି ପାଣି ଭିତରେ ଗୋଟେ ପରେ ଗୋଟେ ଗାଁକୁ ଯାଇ ଲୋକଙ୍କୁ ବିପଦରୁ ଉଦ୍ଧାର କାର୍ଯ୍ୟ ଜାରିରଖିଛନ୍ତି। ଏବେ ଚାରିଆଡେ କରୋନା ମହାମାରୀ କାୟା ବିସ୍ତାର କରୁଛି। ତେଣୁ ଯେଉଁ ଅଞ୍ଚଳରୁ ବନ୍ୟା ପାଣି ଛାଡି ଯାଉଛି। ସେ ଜାଗାକୁ ସଫା କରିବାର କାମ  ମଧ୍ୟ କରୁଛନ୍ତି। ଯେମିତି ସେ ଅଞ୍ଚଳରେ ମହାମାରୀ ନ ବ୍ୟାପେ ସେଥିପାଇଁ ମଧ୍ୟ ସେ ବିଶେଷ ଧ୍ୟାନ ଦେଇଛନ୍ତି। ଏହାସହ ବନ୍ୟା ପରେ ହଇଜା ରୋଗ ହେବାର ଅନେକ ଆଶଙ୍କା ଥାଏ। ତେଣୁ ସେ ଅଞ୍ଚଳରେ କିପରି ବିଶୁଦ୍ଧ ପାନୀୟ ଜଳ ମିଳିପାରିବ ସେଥିପ୍ରତି ମଧ୍ୟ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନ ସେବାକୁ ବ୍ରତ ଭାବରେ ଗ୍ରହଣ କରି କାମ କରୁଛନ୍ତି। ପ୍ରଣବ ସାରା ରାଜ୍ୟର ଦାୟିତ୍ବ ନେଇଥିବା ବେଳେ ଭଵ ପ୍ରସାଦ ଦାସ ତାଙ୍କର ଗୁଣ୍ଡୁଚି ମୂଷା ହୋଇ ଯାଜପୁରବାସୀଙ୍କ ସେବାରେ ନିଜକୁ ସମର୍ପିତ କରିଦେଇଛନ୍ତି। ଯାହା କି ରାଜନିତୀରେ ବିରଳ । ସବୁଠାରୁ ବଡ କଥା ହେଉଛି ଭବଙ୍କୁ କିଏ ସହଯୋଗ କରୁ ଅବା ନକରୁ, ବିରୋଧୀ ଯାହା କୁହନ୍ତୁ ସେ କିନ୍ତୁ ତାଙ୍କ ଦାୟିତ୍ୱ  ତୁଲାଇବାରେ କେବେ ହେଳା କରନ୍ତି ନାହିଁ l  ଜଣେ ଯୁବ ନେତା ଭାବରେ ପୁରା ଯାଜପୁର ଜିଲ୍ଲାରେ ଅନ୍ୟ ଯୁବକଙ୍କ ପାଇଁ ଉଦାହରଣ ସାଜିଛନ୍ତି  ସେ l e

ଆଇଆଇଏମ୍‍ସିରେ ଇ-ବକ୍ତୃତା : “ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନର ମାନ ବୃଦ୍ଧି ହେବ” :

ଢେଙ୍କାନାଳ: ଶିକ୍ଷା କ୍ଷେତ୍ରରେ ବୈଷୟିକ ବିଦ୍ୟା ବା ଟେକ୍ନୋଲୋଜି ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ତେବେ ଜଣେ ଭଲ ଶିକ୍ଷକର ସ୍ଥାନ କେବେ ବି ଟେକ୍ନୋଲୋଜି ନେଇପାରିବନି । କିନ୍ତୁ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନର ମାନ ନିଶ୍ଚୟ ବୃଦ୍ଧି ହୋଇପାରିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ।
ଶୁକ୍ରବାର ପୂର୍ବାହ୍ଣରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ପକ୍ଷରୁ ପଞ୍ଚମ ପ୍ରଫେସର କେ.ଏମ୍‍. ଶ୍ରୀବାସ୍ତବ ସ୍ମାରକୀ ଇ-ବକ୍ତୃତା ଅନୁଷ୍ଠିତ ହୋଇଛି । ଏଥିରେ ଯୋଗଦେଇ ପ୍ରଫେସର ମହାପାତ୍ର ‘ବୈଷୟିକ ବିଦ୍ୟାଭିତ୍ତିକ ଶିକ୍ଷାଦାନ: ଏହା କ’ଣ ଏକ ନୂଆ ଆଦର୍ଶାନୁଗତ’ ଉପରେ ବକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । କାରଣ, ବର୍ତ୍ତମାନର ଛାତ୍ରଛାତ୍ରୀ ଓ ଶିକ୍ଷାର୍ଥୀମାନେ ଡିଜିଟାଲ ଯୁଗର । ଅର୍ଥାତ୍‍, ସେମାନେ ପିଲାଦିନୁ ଡିଜିଟାଲ୍‍ ଟେକ୍ନୋଲୋଜିକୁ ଆପଣାଇ ନେଉଛନ୍ତି । ଏଣୁ ଏବେ ତଥା ଆଗାମୀ ଦିନରେ ବୈଷୟିକ ବିଦ୍ୟାଭିତ୍ତିକ ଶିକ୍ଷାଦାନର ଆଦର ରହିଛି । ତେବେ ୟା’ ମାନେ ନୁହେଁ ଯେ ଶିକ୍ଷକମାନଙ୍କ ଗୁରୁତ୍ୱ କମିଯିବ । ଏହା କେବେ ନୁହେଁ । କାରଣ ଟେକ୍ନୋଲୋଜି କେବଳ ଏକ ମାଧ୍ୟମ, ଏକ ବାହନ । ବରଂ ଏହାଦ୍ୱାରା ଶିକ୍ଷାର ଗୁଣାତ୍ମକ ମାନ ବଢ଼ିପାରିବ । ଯେହେତୁ ଟେକ୍ନୋଲୋଜିଭିତ୍ତିକ ଶିକ୍ଷାରେ କେବଳ ଶିକ୍ଷାର୍ଥୀ ନୁହେଁ, ତାଙ୍କ ପରିବାର ସଦସ୍ୟ, ବନ୍ଧୁ ମଧ୍ୟ ସାମିଲ ହୋଇପାରିବେ, ସେଥିପାଇଁ ଶିକ୍ଷକମାନେ ଅଧିକ ସଚେତନ ରହି ଶିକ୍ଷାଦାନ କରିବେ । ବିଷୟବସ୍ତୁ ପ୍ରସ୍ତୁତବେଳେ ପୂର୍ବାପେକ୍ଷା ଅଧିକ ଧ୍ୟାନ ଦେବେ । ଶିକ୍ଷକମାନେ ଅଧିକରୁ ଅଧିକ ପ୍ରସ୍ତୁତ ହୋଇ ଶିକ୍ଷାଦାନ କରିବେ । ଶିକ୍ଷାର୍ଥୀଙ୍କ ଦକ୍ଷତା ମଧ୍ୟ ବୃଦ୍ଧି ହେବ । ସେମାନେ ସିଧାସଳଖ ଶିକ୍ଷାଦାନ ପଦ୍ଧତିରେ ଅଂଶଗ୍ରହଣ କରିପାରିବେ ବୋଲି ପ୍ରଫେସର ମହାପାତ୍ର ମତବ୍ୟକ୍ତ କରିଛନ୍ତି ।
ସେ ଆହୁରି କହିଛନ୍ତି, ନିକଟରେ ଆସିଥିବା ଶିକ୍ଷା ନୀତିରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଇଛି । ଆଗାମୀ ୨୦ ବର୍ଷ ମଧ୍ୟରେ ଶିକ୍ଷାର ପ୍ରତିଟି କ୍ଷେତ୍ରରେ ଏହା ନିଶ୍ଚୟ ପ୍ରବେଶ କରିବ । କାରଣ, ବର୍ତ୍ତମାନ ଶିକ୍ଷାର ଶୈଳୀ, ଶିକ୍ଷାର୍ଥୀଙ୍କ ଚରିତ, ଶିକ୍ଷାଦାନର ପରିବେଶ ସବୁକିଛି ବଦଳିବାରେ ଲାଗିଛି । ଶିକ୍ଷାର୍ଥୀମାନେ ୟୁଟ୍ୟୁବ୍‍ ଭିଡିଓ, ବିଭିନ୍ନ ଅଡିଓ ଫାଇଲ୍‍ ଆଦି ମାଧ୍ୟମରେ ଶିକ୍ଷାଗ୍ରହଣକୁ ପସନ୍ଦ କରୁଛନ୍ତି । ସେମାନେ ନିଜେ ବ୍ଲଗ୍‍ ଲେଖୁଛନ୍ତି, ଚାଟ୍‍ ରୁମ୍‍କୁ ଯାଉଛନ୍ତି ଓ ସିଧାସଳଖ ଅଂଶଗ୍ରହଣ କରୁଛନ୍ତି । ସେହିପରି ଆଜିକାଲି ଅନେକ ଶିକ୍ଷାର୍ଥୀ ସରକାରୀ କ୍ଷେତ୍ରରେ ସ୍ଥାୟୀ କ୍ୟାରିଅର୍‍ ଅପେକ୍ଷା ସେମାନଙ୍କ କ୍ୟାରିଅର୍‍ର ପ୍ରଗତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅର୍ଥାତ୍‍, ବିଭିନ୍ନ ଆନୁଷଙ୍ଗିକ ଶିକ୍ଷା ମାଧ୍ୟମରେ ନିଜର ଦକ୍ଷତା ବୃଦ୍ଧି କରିବା, ନିଜକୁ ଯୁଗୋପଯୋଗୀ ଭାବେ ଗଢିବା ଏବଂ ନିଜ ଦକ୍ଷତା ଅନୁସାରେ ଚାକିରି କରିବାକୁ ପସନ୍ଦ କରୁଛନ୍ତି । ଏହାଛଡ଼ା ଶିକ୍ଷାଗ୍ରହଣ ସମୟରୁ ସେମାନେ କିଛି ନା କିଛି ରୋଜଗାର କରିବାକୁ ମଧ୍ୟ ଚାହୁଁଛନ୍ତି । ଏସବୁ ଦୃଷ୍ଟିରୁ ବର୍ତ୍ତମାନର ଶିକ୍ଷା ଆଉ ଶିକ୍ଷକକୈନ୍ଦ୍ରିକ ହୋଇ ରହିନାହିଁ । ଶିକ୍ଷା ଏବେ ଶିକ୍ଷାର୍ଥୀକୈନ୍ଦ୍ରିକ । ତେବେ ଦିନକୁ ଦିନ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ, ଭର୍ଚୁଆଲ୍‍ ରିଅଲଟି, ମେସିନ୍‍ ଲର୍ଣ୍ଣିଂ, ରୋବୋଟିକ୍‍ ସିଷ୍ଟମ୍‍ ପରି ଟେକ୍ନୋଲୋଜିର ନୂଆ ଉଦ୍ଭାବନ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ହୋଇ ଠିଆହୋଇଛି । କମ୍ପାନୀଗୁଡ଼ିକ ବିଚାରସମ୍ପନ୍ନ ତଥା ସ୍ୱତନ୍ତ୍ର ଦକ୍ଷତା ଥିବା ବ୍ୟକ୍ତିଙ୍କୁ ଅଧିକ ସୁଯୋଗ ଦେଉଛନ୍ତି । ଏସବୁ ଦୃଷ୍ଟିରୁ ଡିଜିଟାଲ୍‍ ଶିକ୍ଷା ଧୀରେଧୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ନୂଆ ଆଦର୍ଶାନୁଗତ ହେବ ବୋଲି ସେ ପ୍ରଫେସର ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି ।
ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଧୀରେଧୀରେ ଡିଜିଟାଲ୍‍ ଟେକ୍ନୋଲୋଜି ମଣିଷର ଜୀବନଶୈଳୀରେ ଯୋଡ଼ି ହୋଇଯାଉଛି । ତେବେ ବର୍ତ୍ତମାନର କୋଭିଡ୍‍-୧୯ ସ୍ଥିତିରେ ଶିକ୍ଷା କ୍ଷେତ୍ରରେ ଏହା ହଠାତ୍‍ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । ଏବେ ସ୍କୁଲ୍‍, କଲେଜ ସବୁ ବନ୍ଦ, କ୍ଲାସ୍‍ ହେଉନି । ଏମିତି ଏକ ପରିସ୍ଥିତିରେ ଆମ ପାଖରେ ଦୁଇଟି ବିଳଳ୍ପ ରହିଛି । ଆଦୌ ଶିକ୍ଷା ନହେବା କିମ୍ବା ଟେକ୍ନୋଲୋଜିଭିତ୍ତିକ ଶିକ୍ଷା । ଏ ଦୁଇଟିରୁ ଟେକ୍ନୋଲୋଜିଭିତ୍ତିକ ଶିକ୍ଷା ବହୁତ ଭଲ । ସେହିଭଳି ପ୍ରଫେସର କେ.ଏମ୍‍. ଶ୍ରୀବାସ୍ତବଙ୍କ ଉପରେ ସେ କହିଛନ୍ତି, ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ତାଙ୍କର ବେଶ୍‍ ଅବଦାନ ରହିଛି । ଗଣମାଧ୍ୟମ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ଉପରେ ସେ ବେଶ୍‍ କେତୋଟି ଉପାଦେୟ ବହି ଲେଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ଆଇଆଇଏମ୍‍ସି, ଢେଙ୍କାନାଳର ସହକାରୀ ପ୍ରଫେସର ସମ୍ବିତ ପାଲ ଇ-ବକ୍ତୃତା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଧନ୍ୟବାଦ ଦେଇଛନ୍ତି ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ।

ଭିଡ଼ିଓ କନ୍‌ଫରେନ୍ସରେ ସୋଆ ଏନ୍‌ଏସ୍‌ଏସ୍‌….

ଭୁବନେଶ୍ୱର : କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ । ଭାରତ ସରକାର ତଥା ଓଡ଼ିଶାସରକାର ମଧ୍ୟ ଏହି କରୋନା ମହାମାରୀଠାରୁ କିପରି ଜନସାଧାରଣକୁ ସୁରକ୍ଷିତ ରଖାଯିବ ତାହାକୁ ନେଇଅନେକ ପ୍ରଚେଷ୍ଟା ଜାରି ରଖିଛନ୍ତି । ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ମଧ୍ୟରେ ଅନେକ ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍‌ ମାଧ୍ୟମରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ସେହିପରି ଏହି ସମୟ ଭିତରେ ଗତ ମଙ୍ଗଳବାର ଦିନଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତିନି ଘଂଟିଆ ଏନ୍‌ଏସ୍‌ଏସ୍ ରାଜ୍ୟସ୍ତରୀୟ ଭିଡ଼ିଓ କନ୍‌ଫରେନ୍ସ ଆୟୋଜନକରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲକ୍‌ଡାଉନ୍ ପରେ ଏନ୍‌ଏସ୍‌ଏସ୍ ମାଧ୍ୟମରେ କିପରି ଶିକ୍ଷାନୁଷ୍ଠାନର ପିଲାମାନଙ୍କୁ ନିଶାଠାରୁଦୂରରେ ରଖିବା ବିଷୟରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଉଚ୍ଚ ଶିକ୍ଷା ଅନୁଷ୍ଠାନର ଏନ୍‌ଏସ୍‌ଏସ୍‌ପ୍ରୋଗ୍ରାମ୍ ସଂଯୋଜକ, ପ୍ରୋଗ୍ରାମ ଅଧିକାରୀ ଓ ଜିଲ୍ଲା ପ୍ରୋଗ୍ରାମ୍ ଅଧିକାରୀ ଯୋଗ ଦେଇଥିଲେ ।ଏହି କନ୍‌ଫରେନ୍ସରେ ଶିକ୍ଷାନୁଷ୍ଠାନଗୁଡ଼ିକୁ କେମିତି ନିଶାମୁକ୍ତ କରିହେବ ସେ ସମ୍ପର୍କରେ ପ୍ରଶିକ୍ଷକ ଶ୍ରୀ ଇମ୍ରାନ
ଅଲ୍ଲୀ ତାଙ୍କ ଅନୁଭୂତିକୁ ପ୍ରକାଶ କରିଥିଲେ ।ଲକ୍‌ଡାଉନ୍ ପରେ ଏନ୍‌ଏସ୍‌ଏସ୍ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନିଶାଠୁ ଦୂରେଇ ରଖିବା ପାଇଁ ଉଚିତ୍ ପଦକ୍ଷେପ ନିଆଯିବବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସାଶ୍ୱତ ମିଶ୍ର କହିଥିଲେ । ଏହି ଏକକ ଏଜେଣ୍ଡା ଭିତିକ ନିଶା ନିବାରଣକାର୍ଯ୍ୟକ୍ରମର ସଫଳତା ଏନ୍‌ଏସ୍‌ଏସ୍ ଉପରେ ନିର୍ଭର କରୁଛି । ଶ୍ରୀମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ କରାଯାଇଥିଲା । ଏଥିରେଏନ୍‌ଏସ୍‌ଏସ୍ ଅଧିକାରୀ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ଉପସ୍ଥିତ ଥିବା ବେଳେ ସୋଆ ଏନ୍‌ଏସ୍‌ଏସ୍ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା ଓ ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ. ଶୋଭନ୍ ପଟ୍ଟନାୟକ ଯୋଗଦେଇଥିଲେ ।

ଓଡ଼ିଶାରେ ସଫଳ ହୋଇଛି ପ୍ଲାଜମା ଚିକିତ୍ସା : ମୁଖ୍ୟମନ୍ତ୍ରୀ

କୋଭିଡ ମୁକାବିଲା
କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ
ଓଡିଶାରେ ପ୍ଲାଜମା ଚିକିତ୍ସା ସଫଳ ଅଧିକ ରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି। ଅଧିକରୁ ଅଧିକ କୋଭିଡ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ରୋଗ ପାଇଁ ପ୍ଲାଜମା ଚିକିତ୍ସା ପଦ୍ଧତିରେ ଓଡିଶା କେବଳ ଭାରତ ନୁହେଁ, ସାରା ବିଶ୍ବରେ ଏକ ଅଗ୍ରଗଣ୍ୟ ସ୍ଥାନ ହାସଲ କରିପାରିଛି। ଆମର ଡାକ୍ତର ଓ ମେଡିକାଲ ଟିମ୍‌ର ଦକ୍ଷତା ଓ ପ୍ରତିବଦ୍ଧତା ଯୋଗୁ ଏହା ସଫଳ ହୋଇପାରିଛି ଏବଂ ଆମେ ସେମାନଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟର ସବୁ ନାଗରିକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର କେହି ଜଣେ ବି ରୋଗୀ ଅତ୍ୟାଧୁନିକ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। ବର୍ତ୍ତମାନ ଏହି ନୂଆ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା ଦ୍ବାରା ରାଜ୍ୟର ସବୁ ଅଞ୍ଚଳର କୋଭିଡ ରୋଗୀମାନେ ପ୍ଲାଜମା ଚିକିତ୍ସାର ସୁବିଧା ପାଇପାରିବେ।

ଆଦିବାସୀବହୁଳ କୋରାପୁଟ ଜିଲ୍ଲାରେ ଏହି ବ୍ୟାଙ୍କ ଖୋଲିବା ଦ୍ବାରା ସେହି ଅଞ୍ଚଳର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଆଉ ଏକ ମାଇଲଷ୍ଟୋନ ହୋଇପାରିଛି ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଆମର ଜନଜାତି ଭାଇଭଉଣୀଙ୍କ ଆସ୍ଥା ଓ ବିଶ୍ବାସକୁ ଅଧିକ ସୁଦୃଢ କରିଛି ବୋଲି ସେ କହିଥିଲେ।
ଏହି ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ପୁଣିଥରେ ଆହ୍ବାନ ଜଣାଇଥିଲେ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ଓ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ କହିଥିଲେ ଯେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବାଦ୍ବାରା ଓଡିଶାର ଦକ୍ଷିଣାଞ୍ଚଳର କୋଭିଡ ରୋଗୀମାନେ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ସଫଳ କରି ପ୍ଲାଜମା ଦାନ କରିବା ପାଇଁ ଯୋଗ୍ୟ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ଆଗେଇ ଆସିବାକୁ ଦୁଇ ମନ୍ତ୍ରୀ ଆହ୍ବାନ ଜଣାଇଥିଲେ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ଲାଜମା ବ୍ୟାଙ୍କ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଜଣେ ପ୍ଲାଜମା ଦାତାଙ୍କ ସହ କଥାହୋଇ ତାଙ୍କର ମହନୀୟତା ପାଇଁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ନବରଂଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଏବଂ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ବନ୍ୟାକୁ ନେଇ କଣ କହିଲେ ସରକାର… ପଢ଼ନ୍ତୁ…

 

ଭୁବନେଶ୍ୱର :  ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ମନ୍ତ୍ରୀ ଓ ସଚିବ ଆଜି କଣ କହିଛନ୍ତି ଟିକେ ନଜର ପକାନ୍ତୁ….

1- ସୁଦାମ ମାରାଣ୍ଡି, ରାଜସ୍ୱ ମନ୍ତ୍ରୀ : ଦୁଇ ତିନି ଧରି ସର ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଯେଉଁଠି ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ 55.8 ମିଲିମିଟର ବର୍ଷା ହୋଇଛି । 41 ବ୍ଲକରେ ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଆସିଛି ବନ୍ୟା । ଏଥି ପାଇଁ ଭଦ୍ରକ, କେନ୍ଦୁଝରରେ ବନ୍ୟା ହୋଇଛି । ସେହିପରି ଯାଜପୁରର ତଳିଆ ଅଂଚଳରେ ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ବାଲେଶ୍ୱର, ମୟୁରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡାରେ ମଧ୍ୟ ଅନେକ ତଳିଆ ଅନେକ ତଳିଆ ଅଂଚଳରେ ବନ୍ୟା ଫଳରେ ଲୋକମାନଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଜାରି ରହିଛି । ବନ୍ୟା କାରଣରୁ ମୟୁରଭଞ୍ଜରେ 2 କେନ୍ଦୁଝରରେ ଜଣଙ୍କର ମୃତ୍ୟୁ । ବାରିପଦା ଟାଉନ, କେନ୍ଦୁଝର ହାଟଡ଼ିହି, ବାଲେଶ୍ୱର, ଯାଜପୁରର ବନ୍ୟା ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଚାଲିଛି । ପ୍ରଥମେ ଲୋକଙ୍କୁ ସ୍ଥାନାନ୍ତର କାର୍ଯ୍ୟ ପରେ କ୍ଷୟକ୍ଷତି ନେଇ ଆକଳନ କରାଯିବ ।

2:ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନର :  ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରର ବର୍ଷା ହୋଇଛ।ହାରାହାରି ୫୫ .୮ମିଲିମିଟର ଓ ୬ ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି।ଝରସୁଗୁଡ଼ାରେ ସର୍ବାଧିକ ୧୭୭ ମିଲିମିଟର ବର୍ଷା ହୋଇଥିବା ବେଳେ ଦେଓଗଡ଼ ୧୨୮.୫,ସମ୍ବଲପୁର ୧୧୬.୭,ବୌଦ୍ଧ ୧୧୪,ଅନୁଗୁଳ ରେ ୧୦୭,ବର୍ଷ ରେକର୍ଡ କରାଯାଇଛି।ଆଉ ୯ ଜିଲ୍ଲାରେ ୫୦ ମିଲିମିଟର ବର୍ଷା ହୋଇଛି,କନ୍ଧମାଳ କେଓଁଝର,ବରଗଡ଼,ବଲାଙ୍ଗୀର,ନୂଆପଡା,ସୁବର୍ଣପୁର,ବାବାଲେଶ୍ୱର,ମୟୁରଭଞ୍ଜ,ଢେଙ୍କାନାଳ ଓ କଳାହାଣ୍ଡିର ୫୦ ମିଲିମିଟରରୁ ଉର୍ଧ୍ବ ବର୍ଷା ହୋଇଛି।ତେଲକୋଇ ବ୍ଲକରେ  ସର୍ବାଧିକ ୨୧୫ ମିଲିମିଟର ବର୍ଷା ହୋଇଛି।ବ୍ରାହ୍ମଣୀ,ବୈତରଣୀ ଓ ସୁବର୍ଣ୍ଣରେଖା ଓ ତେଲ ନଦୀରେ ରେ ବନ୍ୟା ଆଶଙ୍କା,ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି।

3-ରଘୁନନ୍ଦନ ଦାସ, ଜଳସମ୍ପଦ ମନ୍ତ୍ରୀ : ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଛି।କେବଳ ବୈତରଣୀରେ ବିପଦ ସଂକେତ ଉପରେ ରହିଛି।ବିଭାଗ ସମ୍ପୂର୍ଣ ପ୍ରସ୍ତୁତ ରହିବା ସହିତ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି। କିଭଳି ନଦୀ ବନ୍ଧ ନଭାଙ୍ଗିବ ସେଥିପ୍ରତି ସମ୍ପୂର୍ଣ୍ଣ ଭାବେ ସତର୍କ ରହିଛି ବିଭାଗ ।ପାଇପିଂ ହେଲେ ନଦୀବନ୍ଧ ଭାଙ୍ଗିବାର ଆଶଙ୍କା ଥିବାରୁ ସତର୍କ ଦୃଷ୍ଟି ରଖାଯିବା ସହ କିପରି ମରାମତି କରାଯାଇପାରିବ ବିଭାଗ ପ୍ରସ୍ତୁତ ରହିଛି।ଫିଲଡ଼ ମେସିନାରୀ ସଜାଗ ରହିବା ସହ ପ୍ୟାଟ୍ରୋଲିଂ କରୁଛନ୍ତି।ଅନୁଗୁଳ,ଯେଉଁଝର,ଭଦ୍ରକ ଓ କେନ୍ଦ୍ରାପଡା ରେ ଜଳସ୍ତର ଉପରେ ରହିଛି।ଅନ୍ୟ କିଛି ଖାଲୁଆ ଅଂଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି।ବର୍ତମାନ ସୁଦ୍ଧା କେଉଁଠି ନଦୀବନ୍ଧ ଭାଙ୍ଗିଥିବା ଖବର ଆସିନି l

4-ଜ୍ୟୋତିର୍ମୟ ରଥ, ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ :  ଭଦ୍ରକ, ଯାଜପୁର ଓ ବାଲେଶ୍ଵରରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ହୋଇପାରେ। ଗତ କିଛି ଦିନ ବର୍ଷା ପାଇଁ ବୈତରଣୀରେ ଜଳ ପ୍ରଵେଶ କରିଛି। ଆଜି ସକାଳୁ ଆନନ୍ଦପୁର ଥରେ ବୈତରଣୀ 40.35 ମିଟର ଜଳସ୍ତର ରହିଛି। ଯାହା ବିପଦ ସଂକେତରୁ ଗତକାଲି ଅପେକ୍ଷା .5 ମିଟର ତଳକୁ ଆସିଛି। ଆଖୁଆପଦା ଥରେ 19.7 ମିଟର ରହିଛି। ଯାହା 2 ମିଟର ବିପଦ ସଂକେତ ଉପରେ ରହିଛି। ଆନନ୍ଦପୁର ଠାରେ ଜଳସ୍ତର କମିବାର 8ରୁ 9 ଘଣ୍ଟା ପରେ ଆଖୁଆପଦା ଠାରେ କମେ। ତେଣୁ ଆଜି 3ଟା ପରେ କମିବା ଆରମ୍ଭ ହେବ। ଗତ 24 ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁରଠାରେ ବହୁତ ବର୍ଷା ହୋଇଛି। ସୁନ୍ଦରଗଡ଼ରେ ଅଧିକ ହେବାରୁ ବ୍ରାହ୍ମଣୀରେ ବହୁତ ପାଣି ଆସିଛି। ଇବ ଓ ଭେଡେନ ନଦୀରେ 3 ଲକ୍ଷ cusecs ଜଳ ହୀରାକୁଦରେ ପ୍ରବେଶ କରିଛି। ମାଲକାନଗିରିରେ 50 ମିଲିମିଟର ବର୍ଷା ହୋଇଛି। ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶାରେ 200 ମିଲିମିଟରର ପ୍ରବଳ ବର୍ଷା ହେବାରୁ, ବ୍ରାହ୍ମଣୀରେ ଜଳସ୍ତର ବଢ଼ିଛି। ବ୍ରାହ୍ମଣୀର ଉପରମୁଣ୍ଡକୁ ଦେଖି ତଳମୁଣ୍ଡରେ reservoir ପରିଚାଳନା ହେଉଛି। ବର୍ତ୍ତମାନ ସୁଦ୍ଧା ରେଙ୍ଗାଳୀରେ ପତନ123.56 ମିଟର। ମାନେ ଆହୁରି ଦୁଇ ମିଟର ପାଣି ରଖିହେବ। ଗତକାଲି ସନ୍ଧ୍ୟା ସୁଦ୍ଧା ବର୍ଷା ନଥିଲା। ହେଲେ ସନ୍ଧ୍ୟା ପରେ ପ୍ରବଳ ହୋଇଛି। ହୀରାକୁଦରେ ବର୍ତ୍ତମାନ 4ଲକ୍ଷ45 ହଜାର ଘନଫୁଟ ଜଳ ପ୍ରବେଶ କରୁଛି। 1 ଲକ୍ଷ90 ହଜାର ନିଷ୍କାସନ ହେଉଛି। ତେଲ ନଦୀରେ 1 ଲକ୍ଷ 50 ହାଜର ଜଳ ମହାନଦୀକୁ ପ୍ରବେଶ କରୁଛି। ଯାହା ଭଲ କଥା। ସବୁ ଅଧିକାରୀ ଯାଜପୁର, ବାଲେଶ୍ୱର, ଭଦ୍ରକ ଯାଇଛନ୍ତି। ରାତ୍ରି ପାଟ୍ରୋଲିଂ ହୋଇଛି। କ୍ଷୟକ୍ଷତିର କିଛି ରିପୋର୍ଟ ନାହିଁ। ବୈତରଣୀର ତଳିଆ ଅଞ୍ଚଳ ଯେପରି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ, ଧାମନଗର ବ୍ଲକ, ଯାଜପୁରର ଦଶରଥପୁର ବ୍ଲକ, ବିଂଝାରପୁର ବ୍ଲକ ପ୍ରଭାବିତ ହେବେ। ଆଜି 3ଟାରୁ ଜଳସ୍ତର କମିବ। ଆଜି ସକାଳ 6ଟା ରେ କାଳୁଡି ବ୍ୟାରେଜରୁ ପାଣି ଛଡା ଯାଇଛି। କାଲି ସନ୍ଧ୍ୟା 6ଟା ରେ ରାଜଘାଟ ପହଞ୍ଚିବ। ତେଣୁ ସୁବର୍ଣ୍ଣରେଖା ବିପଦ ସଂକେତ ଉପରକୁ ଯାଇ ମାଧ୍ୟମ ଧରଣର ବର୍ଷା ହେବ। ବୁଢ଼ାବଳଙ୍ଗ ବିପଦ ସଂକେତ ସ୍ତରରେ ଅଛି। ବୈତରଣୀ ଦୁଇ ମିଟର ବିପଦ ସଂକେତ ଉପରେ ଅଛି। ଯାହା 20 ମିଟର ଯାଏ ଯାଇ କମିବ। ଝାଡ଼ଖଣ୍ଡ ଉପରମୁଣ୍ଡ, କୁଚିଣ୍ଡା, ବାରକୋଟରେ ପ୍ରବଳ ବର୍ଷା ହୋଇ ବ୍ରାହ୍ମଣୀରେ ପ୍ରବେଶ କରିଛି। ରେଙ୍ଗାଲୀ ରେ ପ୍ରତି ଘଣ୍ଟାରେ 4 ସେଣ୍ଟିମିଟର reservoir level ବଢୁଛି। ବୁଢା ନଦୀ ଜରିଆରେ ବୈତରଣୀ ପାଣି ବି ବ୍ରାହ୍ମଣୀର ପଶୁଛି। ହୀରାକୁଦର 12ଟି ଗେଟ ଖୋଲା ଅଛି। ବୈତରଣୀ ଓ ବ୍ରାହ୍ମଣୀ ନଦୀ ପାଇଁ ବହୁତ ସ୍ଥାନ ପ୍ରଭାବିତ ହେବ।

ଜଳମଗ୍ନ ଯାଜପୁର : ବିପନ୍ନଙ୍କ ଦୁଆରେ ବବି…

ଯାଜପୁର : କିଏ ଦୁଃଖରେ ଥିଲେ ସେ ସବୁବେଳେ ସହାୟତାର ହାତ ବଢାଇଥାନ୍ତି । କାରଣ ସେ ଲୋକଙ୍କ ନେତା । ସୁଖ, ଦୁଃଖର ସାଥି । କାମ ତାଙ୍କର ପରିଚୟ । ବତ୍ୟା,ବନ୍ୟା ହେଉ ଅବା ଅନ୍ୟ କିଛିି ସମସ୍ୟା ସବୁବେଳେ ଲୋକଙ୍କ ସହ ରହନ୍ତି ସେ । ଲୋକଙ୍କ ସହ ରହି ସବୁବେଳେ ଲୋକଙ୍କ ସେବାରେ ନିଜକୁ ସର୍ମପିତ କରିଥିବା ମଣିଷଟିଏ ସେ । ଯେଉଁଥି ପାଇଁ ସାରା ଓଡ଼ିଶାରେ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ନିଷ୍ଠାପର ଓ ପରିଶ୍ରମ ପାଇଁ ଲୋକେ ତାଙ୍କୁ ଜଣେ ରାଜନେତା ନୁହେଁ, ବଂର ନିଜର ଭାଇ ଭାବନ୍ତି । କରୋନା ସମୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧା ଓଡ଼ିଶା ଜଳରେ ଉବୁଡ଼ୁବୁ । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ନାନା ସମସ୍ୟା ଭିତରେ ଅଛନ୍ତି । ଆଉ ଲୋକଙ୍କ ଏହି ର୍ଦୁଦଶା ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି ତାଙ୍କ ନେତା । ବଢାଇଛନ୍ତି ସହଯୋଗର ହାତ । ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜ, ବାରିପଦା ପରେ ନିଜ ନିର୍ବାଚନୀ ମଣ୍ଡଳୀର ବିିିଭିନ୍ନ ବନ୍ୟା ଅଂଚଳରେ ପହଞ୍ଚି ଲୋକଙ୍କ ଭଲମନ୍ଦ ବୁଝିଛନ୍ତି । ବୈତରଣୀ ନଦୀରେ ବନ୍ୟା ଆସିବାରୁ ଯାଜପୁର ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ପଂଚାୟତ ଲୋକମାନେ ପାଣି ଘେରରେ ଅଛନ୍ତି । ଆଉ ଏଥିଲାଗି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆଜି ଏସବୁ ପଂଚାୟତକୁ ଯାଇ ଲୋକ ସମସ୍ୟା ପଚାରି ବୁଝିଥିଲେ । ଲାଇଫ ଜ୍ୟାକେଟ ପିନ୍ଧି ବୋଟରେ ବସି ବନ୍ୟାର ସ୍ଥିତି ଅନୁଧ୍ୟାନ କରିବା ସହ ନିଜେ ପାଣିରେ ପଶି ଲୋକଙ୍କ ପାଖରେ ପହଞ୍ଚିଥିଲେ । ଜିଲ୍ଳା ପ୍ରଶାସନ ସହ ଆଲୋଚନା କରି ଲୋକଙ୍କ ତୁରନ୍ତ ସହାୟତା ଯୋଗାଇ ଦେଇଥିଲେ । ବନ୍ୟାରେ ଯେପରି କୌଣସି ଲୋକ ଅସୁବିଧାରେ ନପଡ଼ିବେ ସେଥିପାଇଁ ଲୋକଙ୍କୁ ସୁରକ୍ଷତି ସ୍ଥାନକୁ ସ୍ତାନାସ୍ତରିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଣବ । ଏହାସହ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲେ । ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସରକାରଙ୍କ ସହାୟତା ତୁରନ୍ତ ଦେବାକୁ ପାଇଁ ପ୍ରତିଶ୍ରୃତି ଦେଇଥିଲେ । ଚାଷଜମି ନଷ୍ଟ ହୋଇଥିବା ଓ କଚ୍ଚାଘର ଭାଙ୍ଗିଥିବା ଲୋକେମାଦନଙ୍କୁ ତୁରନ୍ତ କିପରି ସରକରୀ ସହାୟତା ମିଳିବ ସେ ନେଇ ଜିଲ୍ଳାପାଳଙ୍କ ସହ ଆଲୋଚନା କରିଥିଲେ । କେବଳ ସେତିକି ନୁହେଁ, ପ୍ରଥମେ ଲୋକମାନଙ୍କୁ କିପରି ସୁରକ୍ଷତି ସ୍ଥାନକୁ ସ୍ଥାନାସ୍ତରିତ କରାଯିବ ଓ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ତାହାର ଉପରେ ପ୍ରାଥତ୍ମିକତା ଦେଇଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ । କେବଳ ନିଜ ନିର୍ବାଚନ ମଣ୍ଡଳୀ ନୁହେଁ, ବାଲେଶ୍ୱର,ମୟୁରଭଞ୍ଜ, ବାରିପଦା ଆଦି ବନ୍ୟା ଅଂଚଳ ବୁଲି ପ୍ରଣବ ଲୋକଙ୍କ ସୁଖଦୁଃଖ ବୁଝିବା ସହ ସହାୟତାର ହାତ ବଢାଇଛନ୍ତି । ଲୋକଙ୍କ ପାଇଁ ତାଙ୍କର ଏପରି କାମକୁ ସବୁ ମହଲରେ ପ୍ରଶଂସା କରାଯାଉଛି । ଲୋକେ କହୁଛନ୍ତି ନେତା ହେବ ତ ପ୍ରଣବଙ୍କ ପରି ।

ବାପା ହେବେ ବିରାଟ

ନୂଆଦିଲ୍ଲୀ: ବିରାଟ କୋହଲି କ୍ରିକେଟ ଦୁନିଆର ଚର୍ଚ୍ଚିତ ନାଁ। ଭାରତୀୟ କ୍ରିକେଟ ଦଳର ଅଧିନାୟକ ।ସେ ଖୁବଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜାନୁୟାରୀ ୨୦୨୧ ରେ ଜଣେ ଛୋଟ ଅତିଥି ତାଙ୍କ ଘରକୁ ଆସିବାକୁ ଯାଉଛନ୍ତି।ଏହି ଫଟୋରେ ଅନୁଷ୍କା ଏବଂ ବିରାଟ ବହୁତ ଖୁସି ଥିବା ନଜର ଆସିଛନ୍ତି । ଏହି ଖବର ସୋସିଆଲ ମିଡିଆରେ ଆସିବା ପରେ ଉଭୟଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେପ୍ଟେମ୍ବରରେ ବସିପାରେ ବିଧାନସଭା….

ଭୁବନେଶ୍ୱର : କରୋନା ମାହାମାରୀ ପାଇଁ ମାର୍ଚ୍ଚ ମାସ ପରଠାରୁ ବିଧାନସଭା ବନ୍ଦ ଅଛି। ଫଳରେ ଗୃହରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ଆଲୋଚନା ହୋଇପାରୁନାହିଁ। ସେପ୍ଟେମ୍ବର ମାସରେ ସଂସଦ ବସୁଥିବାରୁ ରାଜ୍ୟରେ ମଧ୍ୟ ବିଧାନସଭା ବସିବାର ଆଶା ସଂଚାର ହୋଇଛି। ସଂସଦ ଢାଞ୍ଚାରେ ଅଧିବେଶନ ବସିବ ନା ଆଉ କିଛି ପନ୍ଥାକୁ ଆପଣାଯିବ ସେନେଇ ବିଚାରବିମର୍ଷ କରୁଛନ୍ତି ବାଚସ୍ପତି । ଏହାସହ କରୋନ ପାଇଁ ବିଧାନସଭା ଭିତରେ କି ଲୋକସେବାଭବନର ନୂତନ କକ୍ଷରେ ଅଧିବେଶନ ବସିବ ତାହା ବି ଫାଇନାଲ ହୋଇନାହିଁ । ତାରିଖ ସ୍ଥିର ହେବା ପରେ ସବୁ ନିଷ୍ପତି ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଅନ୍ୟପଟେ ତୁରନ୍ତ ଅଧିବେଶସନ ଆରମ୍ଭ କରିବାକୁ ବିରୋଧୀ ଦାବି କରିଛନ୍ତି ।
କେବେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ପରିସର ନା ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ହେବ ଅଧିବେଶନ । ଏନେଇ ପୁଣି ଆରମ୍ଭ ହୋଇଛି ବିଚାରବିମର୍ଷ । ସେପ୍ଟେମ୍ବର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ସ୍ଥିର ହେବା ପରେ ଏ ଚର୍ଚ୍ଚା ଜୋର ଧରିଛି । କୋଭିଡ଼ ନିୟମ ଓ ସାମାଜିକ ଦୂରତା ବଜାୟ ରଖି ତୁରନ୍ତ ବିଧାନସଭା ଅଧିବେଶନ ଡାକାଯାଉ ବୋଲି ବିରୋଧୀ ଦାବି କରିଛନ୍ତି । ତାରିଖ ସ୍ଥିର ହୋଇନଥିଲେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ଲମ୍ବା ପ୍ରସଙ୍ଗ ଧରି ଗୃହରେ ଶାସକ ଦଳକୁ ଘେରିବା ପାଇଁ ସଜବାଜ ଆରମ୍ଭ କରିଛନ୍ତି । ସେପଟେ ନିୟମ ଅନୁସାରେ ଅଧିବେଶନ ହେବ ଓ ବିରୋଧୀ ଯାହା ପ୍ରସଙ୍ଗ ଆଣିବେ ତାହା ଗୃହରେ ଆଲୋଚନା କରିବାକୁ ଶାସକ ଦଳ ପ୍ରସ୍ତୁତ ବୋଲି ବିଜେଡ଼ି କହିଛି ।
ସେପଟେ ବିଧାନସଭା ଅଧିବେଶନ ନେଇ ଏଯାଏ କୌଣସି ନିଷ୍ପତି ନିଆଯାଇନାହିଁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ତେବେ ତାରିଖ ସ୍ଥିର ହେବା ପରେ ଅଧିବେଶନ ବିଧାନସଭା ଭିତରେ ବସିବ କି ବାହାରେ ବସିବ ତାହା ସ୍ଥିର ହେବ । ଏହାସହ ଅଧିବେଶନରେ ଗଣମାଧ୍ୟମକୁ ଅନୁମତି ଦିଆଯିବ କି ନାହିଁ ସେ ନିଷ୍ପତି ନିଆଯିବ ।

ବିପଦର ବନ୍ଧୁ ପ୍ରଣବ…..

ଯାଜପୁର : ସେ ବିପଦର ବନ୍ଧୁ । କେହି ଯଦି ବିପଦରେ ପଢନ୍ତି ସେ ତୂୁରନ୍ତ ତାଙ୍କ ପାଖରେ ପହଞ୍ଚିଯଆନ୍ତି । ସେ ଲୋକର ମନବଳ ବୃଦ୍ଧି କରିବା ସହ ସାହାର୍ଯ୍ୟ ,ସହଯୋଗ ମଧ୍ୟ ଯୋଗାଇ ଦିଅନ୍ତି । ଏପରି ଜଣେ ଯୁବ ନେତା ହେଉଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । କେବଳ ନିର୍ବାଚନ ସମୟ ନୁହେଁ, ବଂର ସବୁବେଳେ ଲୋକଙ୍କ ସହ ଜଡ଼ିତ ରହି ଭଲମନ୍ଦ ବୁଝନ୍ତି ସେ । ତାଙ୍କର  ଏପରି ମନଭାବ ଓ ପରିଶ୍ରମ ଗୁଣ ଯୋଗୁଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ଯୁବ ସମାଜର ପ୍ରତୀକ ସାଜିଛନ୍ତି ସେ । ପ୍ରଣବ ଯେଉଁଠି ଥାଆନ୍ତୁ ଯଦି ଜାଣନ୍ତି କିଏ କେଉଁଠି ଅସୁବିଧାରେ ପଡ଼ିଛନ୍ତି ସେଠି ସେ ଦେବଦୂତ ହୋଇ ଛିଡ଼ା ହୋଇ ଯାଆନ୍ତି । ଯାହା ଆଜି ବି ଦେଖିବାକୁ ମିଳୁଛି । କରୋନା ମହାମାରୀ ସମୟରେ ଯେତେବେଳେ ଅନେକ ଲୋକ ଘରେ ରହୁଛନ୍ତି ସେତେବେଳେ ଗ୍ରାଉଣ୍ଡକୁ ଯାଇ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ପ୍ରଣବ ଅନ୍ୟ ନେତାଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ରାସ୍ତା ବୁଡ଼ି ପାଣି ଚାଲୁଛି ତ ଆଉ କେଉଁଠି ଚାଷଜମି ବୁଡ଼ି଼ିଯାଇଛି । ଅନେକ ସ୍ଥାନରେ ଗାଁରେ ପାଣି ପଶି ଗଲାଣି। ଜଳକା ନଦୀ  ଫୁଲୁଥିବାରୁ ମୟୁଭଞ୍ଜର ଓ ବାରିପଦାର କେତେକ ସ୍ଥାନରେ ହଠାତ ବନ୍ୟାଜଳ ପ୍ରବେଶ କରିଛି । ସହରରେ ଅନେକ ଅଂଚଳରେ ବନ୍ୟାଜଳ ପଶିବା ସହ କେତେକ ଘର ଭାଙ୍ଗିଯାଇଛି । ଏ ଖବର ପାଇବା କ୍ଷଣି ରାଜଧାନୀରୁ ସିଧାସଖଳ ବାରିପଦାରେ ପହଞ୍ଚିଥିଲେ ବିଜେଡ଼ି ସଂଗଠନ ସମ୍ପାଦକ ତଥା ମୟୁରଭଞ୍ଜ ଜିଲ୍ଳାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ତୁରନ୍ତ ବନ୍ୟା ଅଂଚଳର ବୁଲିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ପ୍ରଣବ କ୍ଷତିଗ୍ରସ୍ତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କୁ ରନ୍ଧାଖାଦ୍ୟ କିପରି ମିଳିବ ସେ ବ୍ୟବସ୍ଥା କରିଥିଲେ । ଏହାସହ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତକୁ ସମସ୍ତ ପ୍ରକାର ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ଲୋକଙ୍କୁ ଆଲୋଚନା ବେଳେ କହିଥିଲେ । ତାଙ୍କ ସହ ବିଧାୟକ ସୁଶାନ୍ତ ରାଉତ କିଛି ସ୍ଥାନୀୟ ଯୁବକ ସାମିଲ ହୋଇଥିଲେ । ବନ୍ୟା ସମୟରେ ଜିଲ୍ଳା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରଣବ ପହଞ୍ଚି ଲୋକଙ୍କୁ ସାହାର୍ଯ୍ୟ ଓ ସହଯୋଗ କରିବା ଏବେ ପୁରା ଜିଳ୍ଲାରେ ଚର୍ଚ୍ଚାର ବିଷୟ । ପ୍ରଣବଙ୍କ ଏପରି ସେବା ମନବୃତ୍ତି ଅନ୍ୟ ନେତାଙ୍କୁ ପ୍ରେରଣା ଯୋଗାଇଛି । ସଭିଏଁ  କୁହାକୁହିଁ ହେଉଛନ୍ତି ଯେ ନେତା ହେବ ତ ପ୍ରଣବଙ୍କ ପରି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news