ପାଣି କମୁଛି, ପୂର୍ଣ୍ଣିମାରେ ଜଳ ନିଷ୍କାସନ ସମସ୍ୟା ହେଉଛି…

ଭୁବନେଶ୍ୱର : ହୀରାକୁଦକୁ 2 ଲକ୍ଷ 83 ହଜାର ଘନଫୁଟ ଜଳ ପ୍ରବେଶ କରୁଛି ଓ 4 ଲକ୍ଷ ଘନଫୁଟ ନିଷ୍କାସିତ ହେଉଛି। ମୁଣ୍ଡଳୀରେ 7 ଲକ୍ଷ 66 ହଜାର ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ହୀରାକୁଦର 24 ଟି ଗେଟ ଖୋଲିଛି ଆଉ ଦୁଇଟି ଗେଟ ବନ୍ଦ ହେବ। ଉପର ମୁଣ୍ଡରେ କିଛି ବର୍ଷା ହୋଇଛି। ଇବ କ୍ୟାଚମେଣ୍ଟରେ ବର୍ଷା ହୋଇଛି। ତେଣୁ ହଠାତ ହୀରକୁଦର ଗେଟକୁ ବନ୍ଦ କରା ହୋଇନି। ପାଣି କମୁଛି। ପୂର୍ଣ୍ଣିମାରେ ଜଳ ନିଷ୍କାସନ ସମସ୍ୟା ହେଉଛି। ବରି ଦତ୍ତପୁରରେ ପୁନରୁଦ୍ଧାର କାମ ଆରମ୍ଭ ହେଲାଣି। ବାଲିବସ୍ତା ବଲହା ମହଜୁଦ ଅଛି। ଅଧକାରୀମାନେ ଉପସ୍ଥିତ ଅଛନ୍ତି। କିଛି ଦିନ ଧରି ବନ୍ୟା ହୋଇ ନ ଥିବାରୁ ବିଲୁଆ ଗାତ ହୋଇଥିଲା। 900 ରୁ ଅଧିକ ଘଳିଆ ଥିଲା ସବୁ ମରାହୋଇଛି। 5ଟି ସିଷ୍ଟମରେ ବନ୍ୟା ଆସିଥିଲା। ବୈତରଣୀ ସିଷ୍ଟମରେ କାମ ଆରମ୍ଭ ହେଲାଣି। ଦାସରଥପୁର ଆଉ ବରୀ ଅଂଚଳରେ କାମ ଆରମ୍ଭ ହେଲାଣି। ବର୍ତମାନ ହୀରାକୁଦରେ 625:02 ଫୁଟ ଜଳ ଅଛି। ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

ଜିଡିପି ହ୍ରାସ ନେଇକେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚା କଲା କଂଗ୍ରେସ

ଭୁବନେଶ୍ୱର : ଜିଡିପି ହ୍ରାସ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା । କରୋନା ଯୋଗୁଁ ଆମ ରାଜ୍ୟର ଅର୍ଥନୀତି କିଛିବର୍ଷ ପଛକୁ ଚାଲିଯାଇଛି । କେନ୍ଦ୍ରରେ ଧୀରେ ଧୀରେ ଜିଡିପି କମିକମି ଏବେ -23କୁ ଆସିଛି । ଜିଏସଟି ଓ ବିମୁଦ୍ରିକରଣ ପାଇଁ ଏବେ ଏଭଳି ସ୍ଥିତି ଉପୁଜୁଛି । ଗୋଟିଏ ଟିକସର ଆଖ୍ୟାଦେଇ କେନ୍ଦ୍ର ସରକାର ଦେଶରେ GST ଲଗାଇଲେ । ହେଲେ ଏହା ଦେଶରେ କାମ ଦେଉ ନାହିଁ । ସେହିପରି ପେଟ୍ରୋଲ, ଡିଜେଲ, ସୁନା, ମଦ ଭଳି ବିଭିନ୍ନ ସାମଗ୍ରୀରେ ଜିଏସଟି ଲାଗୁ ହୋଇନାହିଁ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କଲା । ଜିଏସଟି ଲାଗୁ ହେଲେ ଟିକସ ଫାଙ୍କି ହେବନାହିଁ ବୋଲି କେନ୍ଦ୍ର କହିଥିଲା ହେଲେ ତାହା କାମ ଦେଉନାହିଁ । ଟିକସ ଏବେଭି ବିଭିନ୍ନ ଜାଗାରେ ଫାଙ୍କୁଛନ୍ତି । ବିଭିନ୍ନ ସାମଗ୍ରୀ ଦରଦାମ ନିୟନ୍ତ୍ରଣ ହେବ ହେଲେ ତାହା କିଛି ହେଇ ନଥିବା କଂଗ୍ରେସ କହିଛି । ସରକାରଙ୍କ ପାଖରେ ଯଦି କିଛି ସତସାହସ ରହିଛି ତେବେ ଏହାର ତଥ୍ୟ ରାଜ୍ୟ ବାସୀଙ୍କ ପାଖରେ ରଖନ୍ତୁ । ଏପଯ୍ୟନ୍ତ ରାଜ୍ୟ ସରକାରଙ୍କ ସ୍ୱର ଏହାର ବିରୋଧରେ ଦେଖିବାକୁ ମିଳୁନାହିଁ ।ନବୀନ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁଛନ୍ତି ନା କେନ୍ଦ୍ର ସରକାରଙ୍କ ଇସାରାରେ କାମ କରୁଛନ୍ତି ତାହାର ଉତ୍ତର ରଖିବାକୁ ଦାବି କଲା କଂଗ୍ରେସ  ।

ପୂଜା ଓ ନନ୍ଦନୀଙ୍କ ମୁହଁରେ ହସ ଫୁଟାଇଲେ ବାପୁନ୍…

ଭୁବନେଶ୍ବର:ଥାଲାସେମିଆରେ ପୀଡିତ ଦୁଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଲେ ଯୁବ ସମାଜସେବୀ । ଯୁବ ସମାଜସେବୀ ହେଉଛନ୍ତି ବାପୁନ୍ ମେକପ । ଭୁବନେଶ୍ବରରେ ରହୁଥିବା ବାପୁନ ଚନ୍ଦକାର ଫିରିକିନାଳୀରେ ରହୁଥିବା ପୂଜା ଦେଓଗାମ୍,ନନ୍ଦିନୀ ଦେଓଗାମଙ୍କୁ ସହଯୋଗର ହାତ ବଢାଇଛନ୍ତି । ଏ ଦୁଇ ଭଉଣୀଙ୍କ ବାପା ଚକ୍ରଧର ଦେଓ ଗାମ୍ ହେଉଛନ୍ତି ଦିନ ମଜୁରିଆ । ଭାରି କଷ୍ଟରେ ଚଳୁଚି ପରିବାର । ପୂଜାକୁ ବୟସ ୭ ଓ ନନ୍ଦନୀଙ୍କୁ ୪ ବର୍ଷ ହୋଇଥିବା ବେଳେ ତାଙ୍କ ମା’ ତୁଳସୀ ବର୍ଷକ ତଳେ ଆରପାରିକୁ ଚାଲିଯାଇଛନ୍ତି । ଏବେ ଦୁଇ ଝିଅଙ୍କୁ ନେଇ ଚକ୍ରଧର ପରିବାର ପ୍ରତିପୋଷଣ କରୁଛନ୍ତି । ପାଖ ପଡୋଶୀଙ୍କ ଘରେ ଛୁଆକୁ ଛାଡିଦେଇ ମୂଲ ମଜୁରୀ ଲାଗି ପ୍ରତି ମାସରେ ରକ୍ତ କିଣୁଛନ୍ତି ଚକ୍ରଧାର । ପ୍ରତି ମାସରେ ରକ୍ତ ଦେବା ସଂଭବ ହେଉନାହିଁ । କୋରନା ଯୋଗୁ ରୋଜଗାର ବନ୍ଦ ହୋଇଥିବାରୁ ଘରର ଜିନିଷ ପତ୍ର ମଧ୍ୟ ବିକ୍ରି କରି ନିଜ ଦୁଇ କନ୍ୟାଙ୍କ ପାଇଁ ରକ୍ତ କିଣିଛନ୍ତି ଚକ୍ରଧର । ଏବେ ବାପୁନ୍ ସହଯୋଗର ହାତ ବଢାଇବା ପରେ ଚକ୍ରଧର ଖୁସିବ୍ୟକ୍ତ କରିଛନ୍ତି । ପ୍ରତି ମାସରେ ରକ୍ତ ଦେବା ସହ ଦୁଇ ଭଉଣୀଙ୍କର ଯେଭଳି କିଛି ଅସୁବିଧା ହେବନି ସେଥିପାଇଁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ବାପୁନ୍।

ମାନସ ମଙ୍ଗରାଜଙ୍କୁ କରୋନା : ଫୋନରେ କଥା ହେଲେ ନବୀନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ  କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରସଂଶକମାନେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନସ ମଙ୍ଗରାଜଙ୍କ ସହ ଫୋନରେ କଥା ହୋଇ ଆଶୁ ଆରୋଗ୍ୟକାମନା କରିଥିଲେ l ସେହିପରି  ପଟାଙ୍ଗୀ ବିଧାୟକ ପ୍ରିତମ ପାଢିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ l

ଖଣ୍ଡପଡା ବିପନ୍ନଙ୍କ ପାଖରେ ପୂର୍ବତନ ବିଧାୟକ ସିଦ୍ଧାର୍ଥ…..

ଭୁବନେଶ୍ୱର : ରାଜ୍ୟରେ ବନ୍ୟାସ୍ଥିତି ସଂଗୀନ ହୋଇ ପଡ଼ିଥିବା ବେଳେ ପାଣି ଘେରରେ ଆଠ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି | ମହାନଦୀରେ ମଧ୍ୟ ବନ୍ୟା ଆସିଥିବା ବେଳେ ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅଧିକ କ୍ଷତିଗ୍ରସ୍ତ ହୋଇପଡିଛି | ଏଭଳି ବିପଦସଂକୁଳ ପରିସ୍ଥିତିରେ ନିଜ ଲୋକମାନଙ୍କ ନିକଟରେ ପହଂଚିଥିଲେ ଖଣ୍ଡପଡାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ |

ଖଣ୍ଡପଡା ଓ ଭାପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ସିଦ୍ଧାର୍ଥ |ଏହି ଦୁଇ ବ୍ଲକର କରବର ପଞ୍ଚାୟତର ମାଣିତ୍ରୀ,ଫତେଗଡ ପଞ୍ଚାୟତର ମଣିପୁର ଗ୍ରାମରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ବେଳେ ଲୋକମାନଙ୍କ ଫସଲ ସବୁ ଉଜୁଡି ଯାଇଛି । ଲୋକମାନେ ଅତି କଷ୍ଟରେ ରହିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରିସ୍ଥିତିରେ ବିପନ୍ନଙ୍କ ପାଖରେ ପହଞ୍ଚି ନାହାନ୍ତି କିମ୍ବା ଜନପ୍ରତିନିଧିଙ୍କର ମଧ୍ୟ ଦେଖା ଦର୍ଶନ ନାହିଁ। ଲୋକମାନଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ ବୋଲି ଅତି ଦୁଃଖର ସହ ସ୍ଥାନୀୟ ବାସିନ୍ଦା ପୂର୍ବତନ ବିଧାୟକଙ୍କ ନିକଟରେ ଅଭିଯୋଗ କରିଛନ୍ତି |
ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି। ସେପଟେ
ଲୋକମାନଙ୍କ ଗମନାଗମନ ସୁବିଧା ଲାଗି ଏସଆରସି ଙ୍କ ତରଫରୁ ବୋଟ୍ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଡଙ୍ଗାରେ‌ ଲାଇଫ ଜାକେଟ ମାତ୍ର ୬ଟା ରଖାଯାଇଛି ଓ ଯୋଗାଇ ଦିଆଯାଇଥିବା ବୋଟ୍ ଟି କଣା ହୋଇଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି ଫଳରେ ସେହି ବୋଟ୍ ରେ ଲୋକମାନେ ଯିବାକୁ ଭୟ କରୁଛନ୍ତି |
ଏପରିକି ପୂର୍ବତନ ବିଧାୟକ ସିଦ୍ଧାର୍ଥ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଥିବା ଭାପୁର ବ୍ଲକ ଫତେଗଡ ଗ୍ରାମ ପଂଚାୟତର ମଣିପୁର ଗ୍ରାମକୁ ଯିବା ନିମନ୍ତେ କାଳିଗିରି ବ୍ରିଜରେ ପହଂଚି ବୋଟ ରେ ବସିବା ସମୟରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ପାଇଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି |
ଏସଆରସିଙ୍କ ଦ୍ୱାରା ବନ୍ୟା କ୍ଷତିଗ୍ରସ୍ତଙ୍କ ନିମନ୍ତେ ଯୋଗାଇ ଦିଆଯାଇଥିବା ବୋଟରେ ମାତ୍ର 6ଟି ଲାଇଫ ଜ୍ୟାକେଟ ରହିଥିବା ବେଳେ ଏଥିରେ ଅଠର ଜଣ ବସିଥିବା ଦେଖିବାକୁ ମିଳିଥିଲା |
କେହି ମଧ୍ୟ ଲାଇଫ ଜ୍ୟାକେଟ ପିନ୍ଧି ନଥିଲେ, ତାଙ୍କୁ ପିନ୍ଧିବାକୁ ମଧ୍ୟ କୁହାଯାଇନଥିବା ସେମାନେ କହିଛନ୍ତି | ଏପରିକି ଏହି ବୋଟରେ ଏକ ବଡ଼ କଣା ଥିବା ଦେଖିବାକୁ ମିଳିଥିବା ବେଳେ ତାହା ଲୋକମାନଙ୍କ ଜୀବନ ବିପଦ ମୁହଁକୁ ଠେଲି ଦେଉଥିବା ଗୁରୁତର ଅଭିଯୋଗ ଉଠାଇଛନ୍ତି ସିଦ୍ଧାର୍ଥ |
ବାରମ୍ବାର ଯାତ୍ରୀବାହି ବୋଟ ଦୁର୍ଘଟଣାଗ୍ରସ୍ତ ହେଉଥିବା ବେଳେ ଏଭଳି ପରିସ୍ଥିତିରେଯେ ଏହାର ପୁନରାବୃତ୍ତି ନହେବା ତାହା କହିବା ଅସମ୍ଭବ ବୋଲି ପୂର୍ବତନ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି |
ଏହାକୁ ନେଇ ସିଦ୍ଧାର୍ଥ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଏହାର ପ୍ରତିକାର କରନ୍ତୁ ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ସହ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ସିଦ୍ଧାର୍ଥ ଦାବୀ କରିଛନ୍ତି |

ରାଜ୍ୟର ୧୨ ବିଧାୟକ, ୨ ସାଂସଦ ଓ ୨ମନ୍ତ୍ରୀଙ୍କୁ କରୋନା….

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏବେ ପ୍ରତେକ ଦିନ ତିନି ହଜାରରୁ ଉର୍ଦ୍ଧ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନା ଯୁଦ୍ଧର ଆଗ ଧାଡ଼ିର ସୈନିକମାନେ ଏବେ ଅଧିକ ସଂଖ୍ୟାରେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ପୋଲିସ, ସ୍ୱାସ୍ଥ୍ୟ କର୍ମୀ, ଲୋକଙ୍କ ଦୁଃଖ ସୁଖ ବୁଝୁଥିବା ଜନ ପ୍ରତିନିଧିମାନେ ଏଥିରୁ ବର୍ତ୍ତି ପାରୁନାହାନ୍ତି। ତେବେ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୪ ଜଣ ବିଧାୟକ ଓ ୨ ଜଣ ସାଂସଦ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ନୀଳଗିରି ବିଧାୟକ ସୁକାନ୍ତ ନାୟକ ରାଜ୍ୟର ପ୍ରଥମ ଜନ ପ୍ରତିନିଧି ଭାବେ କରୋନା ଆକ୍ରାନ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ତାଲିକା ବଢ଼ିବାରେ ଲାଗିଛି।
ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜନପ୍ରତିନିଧି ମହାମାରୀରେ ଆକ୍ରାନ୍ତ ହେଲେଣି।
୧ – ସୁକାନ୍ତ ନାୟକ
୨ – ପ୍ରଶାନ୍ତ ବେହେରା
୩ – ସୁଧାଂଶୁ ପରିଡ଼ା
୪ – ଶ୍ରୀକାନ୍ତ ସାହୁ
୫ – ସୌମ୍ୟ ରଂଜନ ପଟ୍ଟନାୟକ
୬ – ଅନନ୍ତ ଜେନା
୭ – ସଂଜୀବ ମଲ୍ଲିକ
୮ – ସୁଶାନ୍ତ ସିଂହ,
୯ – ପ୍ରୀତମ ପାଢ଼ୀ
୧୦ – ଦେବୀ ପ୍ରସାଦ  ମିଶ୍ର
୧୧ – ବୋୖମକେଶ ରାଏ
୧୨ – ଅରୁଣ ସାହୁ, ମନ୍ତ୍ରୀ
୧୩ – ସୁଶାନ୍ତ ରାଉତ
୧୪ – ସୁନନ୍ଦା ଦାସ

୨ ସାଂସଦ..
୧ – ସୁରେଶ ପୂଜାରୀ(ବରଗଡ)
୨ – ମଞ୍ଜୁଲତା ମଣ୍ଡଳ ( ଭଦ୍ରକ)

ମା ବିରଜାଙ୍କ ବିଜୟା ରଥ ନିର୍ମାଣ :ଚଳଚଞ୍ଚଳ ରଥ ଖଳା…

ଯାଜପୁର : ଶକ୍ତିପୀଠ ଭିତରେ ବିରଜାଙ୍କ ପୀଠ ଅନ୍ୟତମ l ଯେଉଁ ଠାରେ ରଥଯାତ୍ରା ହୁଏ l ଏ ନୀତି ଅନ୍ୟ କେଉଁ ଦେବୀ ପୀଠରେ ଦେଖିବାକୁ ମିଳେ ନାହିଁ।ଏହି ନୀତି ମାଙ୍କ ପୀଠରେ ନଅ ଦିନ ଧରି ହୋଇଥାଏl ରଥ ଉପରେ ମାଙ୍କ ଚଳନ୍ତି ପ୍ରତିମା ବିରଜାମାନ କରି ମନ୍ଦିର ଚାରିପାଖରେ ବିଜୟା ରଥରେ ବସି ପରିକ୍ରମା କରନ୍ତି l ମା ବିରଜାଙ୍କ ରଥର ସାରଥୀ ହେଉଛନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମl l ମାଙ୍କ ରଥରେ ବିରଜାମାନ କରନ୍ତି ନବଗ୍ରହ, ଦଶ ଅବତାର l ଜଗତ ମଙ୍ଗଳ ପାଇଁ ମା ନଅ ଦିନ ପାଇଁ ରଥରେ ବିରଜାମାନ କରନ୍ତି l ବିଶ୍ୱାସ ଅଛି ଯେ ମା ବିରଜାଙ୍କୁ ରଥରେ ଦର୍ଶନ କଲେ କୋଟିପୂର୍ଣ୍ଣ ମିଳେ l କେବଳ ଯାଜପୁର ସହର ନୁହେଁ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଅଂଚଳରୁ ବହୁ ଶ୍ରଦ୍ଧାଳୁ ମାଙ୍କୁ ରଥ ଉପରେ ଦର୍ଶନ କରନ୍ତି l

ଏବେ ମା ବିରଜାଙ୍କ ଶାରଦୀୟ ଦୂର୍ଗାତ୍ସବ ପାଇଁ ମା ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ପରମ୍ପରା ଅନୁସାରେ ଶୁଭ ସୁନିଆ ଦିନଠାରୁ ବିଜୟା ରଥର ଶୁଭାରମ୍ଭ କରାଯାଇଥାଏ l ପ୍ରଥମ ମାଙ୍କ ପାଖରୁ ଆଜ୍ଞା ମାଳ ପ୍ରଦାନ କରାଯିବା ପରେ ପାଳିଆ ସେବାୟତମାନେ ନିଷ୍ଠାର ସହିତ ସୁନାଖଳାରେ ପୂଜାକାର୍ଯ୍ୟ ସମାପନ କରିଥାନ୍ତି ‌l ମା ବିରଜାଙ୍କ ରଥରେ  898 କାଠ  ଲାଗିଥାଏ l ରଥର ଲମ୍ବ 21ଫୁଟ 3ଇଞ୍ଚ, ରଥର ଓସାର 17ଫୁଟ 3ଇଞ୍ଚ, ଓ ରଥର ଉଚ୍ଚତା 55ଫୁଟ ହୋଇଥାଏ l  13ଥାକ ଓ  12ଟା  ଚକ  ଲାଗିଥାଏ l ନାଲ, ହଳଦୀ ଓ ସବୁଜ ରଙ୍ଗର କପଡା ଲାଗେ ରଥରେ l

ଯାଜପୁରରୁ ମଧୁସ୍ମିତା ମହାନ୍ତିଙ୍କ ରିପୋର୍ଟ…..

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ : ଘୋଷଣା କଲେ ପ୍ୟାକେଜ..

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ
ପରିସ୍ଥିତିର ସମୀକ୍ଷା, ସହାୟତା ଘୋଷଣା
କ୍ଷତିଗ୍ରସ୍ତ ପରିବାରକୁ ୫୦ କେଜି ଚାଉଳ ଓ 50୦ ଟଙ୍କା ଏବଂ ନିୟମାନୁଯାୟୀ ଅନ୍ୟ ସହାୟତା
ମାସ୍କ ଓ ସାମାଜିକ ଦୂରତା ନିୟମ ପାଳନ ପାଇଁ ବନ୍ୟାଦୁର୍ଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରିବା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଂପ୍ରତିକ ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶି ଥିବା ବେଳେ ଅନେକ ଚାଷଜମି ଜଗମଗ୍ନ ଅବସ୍ଥାରେ ଅଛି । ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଛୋଟ ବନ୍ଧ ଭାଙ୍ଗିଛି । ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷିତିଗ୍ରସ୍ତ ହୋଇଛି ।
ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ, NDRF, ଅଗ୍ନିଶମ, SRC ଓ ସ୍ଥାନୀୟ ନାଉରୀଆମାନେ ସର୍ବୋପରି ସ୍ଥାନୀୟ ଲୋକମାନେ ଯେପରି ସାହସ ଓ ପ୍ରତିବଦ୍ଧତାର ସହ ଲୋକଙ୍କୁ ସେବା ଯୋଗାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ, ସରକାରୀ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଚାଲିଛନ୍ତି । ଜଳସଂପଦ ବିଭାଗର ତତ୍ପରତା ଯୋଗୁଁ ଅନେକ ବନ୍ଧକୁ ରକ୍ଷା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଲୋକଙ୍କ କଷ୍ଟ ଲାଘବ ସହ କ୍ଷତି ହ୍ରାସ କରିବା ଏବଂ ରାସ୍ତା, ଯୋଗାଯୋଗ, ବିଦ୍ୟୁତ ସରବରାହ ପୁନଃ ପ୍ରତିଷ୍ଠା ଏବଂ ବନ୍ଧବାଡର ମରାମତି କ୍ଷେତ୍ରରେ ତ୍ବରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତିରେ ଗତି କରୁଛୁ । ବନ୍ୟା ଓ କରୋନା ଦୁଇଟି ବିପଦକୁ ଆମେ ମୁକାବିଲା କରୁଛୁ । ଏହି ପରିପ୍ରେକ୍ଷୀରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରି କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ବନ୍ୟାଦୁର୍ଗତ ମାନଙ୍କୁ ନିବେଦନ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଏହି କଠିନ ପରିସ୍ଥିତିରୁ ଆମେ ଶୀଘ୍ର ମୁକୁଳି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ବନ୍ୟାଜନିତ ଲୋକଙ୍କ ଦୁର୍ଦ୍ଦଶା ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିମ୍ନୋକ୍ତ ଜରୁରୀ ସହାୟତା ଘୋଷଣା କରିଛନ୍ତି ।
(୧) ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସବୁ ଲୋକଙ୍କୁ ଆଶ୍ରୟସ୍ଥଳରେ ସେମାନେ ଥିବା ପର୍ଯ୍ୟନ୍ତ ସମସ୍ତଙ୍କୁ ରନ୍ଧା ଖାଦ୍ୟ/ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ।
(୨) ଗୁରୁତର ଭାବରେ କ୍ଷତିଗ୍ରସ୍ତ/ଜଳମଗ୍ନ ଗ୍ରାମର ପରିବାରବର୍ଗରୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆଯିବ ।
(୩) ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଯୋଗାଇ ଦିଆଯିବ ।
(୪) SDRF ନିୟମ ଅନୁଯୋୟୀ ଘରଭଙ୍ଗା ସହାୟତା ଦିଆଯିବ । ୧୫ ଦିନ ଭିତରେ ଜିଲ୍ଲାପାଳ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଏବଂ ପରବର୍ତ୍ତୀ ଏକ ସପ୍ତାହରେ ସହାୟତା ପ୍ରଦାନ କରାଯିବ ।
(୫) SDRF ନିୟମ ଅନୁଯାୟୀ କ୍ଷତିଗ୍ରସ୍ତକୁ ଲୁଗାପଟା ଓ ବାସନକୁସନ ଦିଆଯିବ।
(୬) SDRF ନିୟମ ଅନୁଯାୟୀ ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ଦିଆଯିବ।
(୭) କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳବ ।
(୮) କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ ।
ଅନ୍ୟ ସମସ୍ତ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ SDRF ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ।
ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଜଳସଂପଦ ବିଭାଗର ପ୍ରମୁଖ ସଚିବ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ସହାୟତା ଏବଂ ବନ୍ଧବାଡର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଉପସ୍ଥାପନା କରିଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ ସାଂପ୍ରତିକ ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୦ ବ୍ଲକ୍‌, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ୩୬ଟି ଛୋଟ ଓ ଗୋଟିଏ ବଡ ଘାଇ ହୋଇଛି । ହୀରାକୁଦରେ ଜଳପ୍ରବାହ କମିଥିବାରୁ ପରିସ୍ଥିତିରେ ଖୁବଶୀଘ୍ର ଉନ୍ନତି ଆସିବ ବୋଲି ବୈଠକରେ ଆଶାପ୍ରକାଶ କରାଯାଇଥିଲା।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ ।

ବିପନ୍ନଙ୍କ ପାଇଁ ନିଦ ନାହିଁ …..

ଯାଜପୁର : ଅଶୀ ଓ ନବେ ଦଶକରେ ଓଡ଼ିଶାର ସାଲିସ ବିହୀନ ନେତା ସ୍ଵର୍ଗତ ଅଶୋକ ଦାସ , ଯେତେବେଳେ ବନ୍ୟା ବା ପ୍ରାକୃତିକ ବିପର୍ଯ୍ୟୟରେ ଯାଜପୁର ପ୍ରଭାବିତ ହେଉଥିଲା । ସେତେବେଳେ ସେ ଜଣେ ରାଜନେତା ଭାବରେ ନୁହେଁ ଯାଜପୁରର ମୁରବି ଭାବରେ ଦିନରାତି ଏକ କରି ବିପନ୍ନଙ୍କ ପାଖରେ ଛିଡା ହେଉଥିଲେ । ବନ୍ୟାରେ ଯେମିତି ଘାଇ ସୃଷ୍ଟି ନହେବ ନିଜେ ବାଲିବସ୍ତା ନେଇ ନଦୀବନ୍ଦରେ ପକାଉଥିଲେ ଓ ଲୋକଙ୍କ ସହ ରହି କାମ କରୁଥିଲେ । ନଦୀବନ୍ଦ ଓ ତଳିଆ ଅଞ୍ଚଳରେ ରାତି କଟାଉଥିଲେ। ଲୋକଙ୍କ ପାଖରେ କିଭଳି ସହାୟତା ପହଞ୍ଚିବ , ଲୋକେ କିଭଳି ବିପଦ ମୁକ୍ତ ହେବେ ସେନେଇ ତତ୍ପର ହେଉଥିଲେ । ଠିକ୍ ବାପାଙ୍କ ପରି ତାଙ୍କ ପୁଅ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଖରେ ଏହି ଗୁଣ ଦେଖିବାକୁ ମିଳୁଛି । ସେତେବେଳେ ଅଶୋକବାବୁଙ୍କ ତାଙ୍କ ସାନଭାଇ ସ୍ଵର୍ଗତ ଉତ୍କଳ ଦାସ ସାଥ୍ ଦେଇ ଥିଲେ । ଯାଜପୁରବାସୀ କହୁଥିଲେ ଅଶୋକ ଭାଇ ଓ ଉତ୍କଳ ଭାଇ ଅଛନ୍ତି ତ ଆମେ ସବୁ ବିପଦରୁ ମୁକ୍ତି l ଏବେ ବବିଙ୍କ ପାଇଁ ସ୍ବର୍ଗତ ଉତ୍କଳ ଦାସଙ୍କ ପୁଅ ତଥା ସାନଭାଇ ଭବ ପ୍ରସାଦ ଦାସ ସମାନ ଢଙ୍ଗରେ ସାହଯ୍ୟ କରୁଛନ୍ତି l ରାଜନୀତି ପାଇଁ ନୁହେଁ, ଦୁଇ ଭାଇ ଲୋକଙ୍କ ସେବା ପାଇଁ ଯେ ରାଜନୀତି କରୁଛନ୍ତି ତାହା ବନ୍ୟା ସମୟରେ ଉଭୟ ବିପନ୍ନଙ୍କ ସହ  ରହି ପ୍ରମାଣିତ କରିଛନ୍ତି l

ଦୁଇଦଶନ୍ଧି ପରେ ଖରସ୍ରୋତା ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବଡ ବନ୍ୟା ଆସିଛି । ଏଥିରେ ଯାଜପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଜିଲ୍ଲାରେ 127 ପଂଚାୟତର 530 ଗାଁର ୪ଲକ୍ଷ ୫୦ ହଜାର ଲୋକ ଜଳବନ୍ଦୀରେ ଅଛନ୍ତି । ବିଶେଷ କରି କୋରେଇ, ବରୀ , ଯାଜପୁର ଦଶରଥପୁର ବ୍ଲକ ବିଶେଷ ପ୍ରଭାବିତ ହୋଇଛି । ଆଉ ବିପନ୍ନଙ୍କ ଦୁଖଃରେ ନବୀନଙ୍କ ଦୁଇ ଯୁବ ଯୋଦ୍ଧା ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ପୌର ପରିଷଦ ଅଧକ୍ଷ ଭବ ପ୍ରସାଦ ଦାସ ଛିଡା ହୋଇଛନ୍ତି l କିଏ ଦୁଃଖରେ  ଯାଜପୁର ଏହି ଦୁଇ ଭାଇ ସହାୟତାର ହାତ ବଢାଇଥାନ୍ତି । କାରଣ ସେମାନେ ଲୋକଙ୍କ ନେତା । ସୁଖ, ଦୁଃଖର ସାଥି । କାମ ତାଙ୍କର ପରିଚୟ । ବତ୍ୟା,ବନ୍ୟା ହେଉ ଅବା ଅନ୍ୟ କିଛିି ସମସ୍ୟା ସବୁବେଳେ ଲୋକଙ୍କ ସହ ରହନ୍ତି ସେ । ନିଷ୍ଠାପର ଓ ପରିଶ୍ରମ ପାଇଁ ଲୋକେ ତାଙ୍କୁ ରାଜନେତା ଭାବେ ନୁହେଁ, ବଂର ନିଜର ଭାଇ ବୋଲି ଭାବନ୍ତି । କରୋନା ସମୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧା ଓଡ଼ିଶା ଜଳରେ ଉବୁଡ଼ୁବୁ । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ନାନା ସମସ୍ୟା ଭିତରେ ଅଛନ୍ତି । ଆଉ ଲୋକଙ୍କ ଏହି ର୍ଦୁଦଶା ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି ଯାଜପୁର ଦୁଇ ଭାଇ ପ୍ରଣବ ଓ ଭବ l ଲୋକେ ବି ତାଙ୍କ କାନ୍ଦରେ କାନ୍ଦ ମିଶାଇ କାମ କରୁଛନ୍ତି l ସାରା ଓଡିଶା ନେତା ସାଜିଥିବା ପ୍ରଣବ ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ଯାଜପୁରବାସୀ ଯେତେବେଳେ ବିପଦରେ ପଡ଼ିଥିବେ ସେତେବେଳେ ସେ ସବୁ ଭୁଲି ଯାଆନ୍ତି l ଏପରି ନିଜ ପରିବାରକୁ l ଯାହା ପୁଣିଥରେ ଦେଖିବାକୁ ମିଳିଛି ଏହି ବନ୍ୟାରେ l ଯାଜପୁର ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ପଂଚାୟତ ଲୋକମାନେ ପାଣି ଘେରରେ ଅଛନ୍ତି । ଆଉ ଏଥିଲାଗି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଯୁବ ନେତା ଭଵ ପ୍ରସାଦ ଦାସ ସବୁ ପଂଚାୟତକୁ ଯାଇ ଲୋକ ସମସ୍ୟା ପଚାରି ବୁଝିବା ସହ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିଛନ୍ତି । ଏଥିପାଇଁ ଦିନରାତି ଏକ କରି କାମ କରୁଛନ୍ତି l ବର୍ତମାନ ପାଣି କମିଛି, ତେଣୁ ବିଧାୟକ ପ୍ରଣବ ପ୍ରକାଶ ଦାସ ଜିଲ୍ଳା ପ୍ରଶାସନ ସହ ଆଲୋଚନା କରି ଲୋକଙ୍କ ତୁରନ୍ତ ସହାୟତା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି l କେବଳ ସେତିକି ନୁହେଁ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀ ଓ ଲୋକଙ୍କୁ କିପରି ସରକାରୀ ସହାୟତା ମିଳିବ ସେ ନେଇ ପ୍ରଣବ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ଘନଘନ ଆଲୋଚନା ଜାରୀ ରଖିଛନ୍ତି । ବନ୍ୟା ପରେ ଯେପରି କୌଣସି ଲୋକ ଅସୁବିଧାରେ ନପଡ଼ିବେ ସେଥିପାଇଁ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନକୁ ତାଗିଦ ମଧ୍ୟ କରିଛନ୍ତି ଯାଜପୁର ବିଧାୟକ l ଏହାସହ ଲୋକେ ଯେ ପର୍ଯ୍ୟନ୍ତ ସ୍ୱାଭାବିକ ସ୍ଥିତି ନହୋଇଛି ସେ ପର୍ଯ୍ୟନ୍ତ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି l ଆଜକୁ ପାଞ୍ଚ ଦିନ ହେବ ପ୍ରଣବ ଓ ଭବ ଜିଲ୍ଲା ପ୍ରଶାସନ ଓ ଲୋକଙ୍କ ସହଯୋଗରେ ବନ୍ୟାକୁ ଯେପରି ସଫଳ ମୁକାବିଲା କରିଛନ୍ତି ତାହାକୁ ସବୁ ମହଲରେ ପ୍ରଂଶସା କରାଯାଉଛି l ଲୋକେ କହୁଛନ୍ତି ନେତା ହେବ ତ ପ୍ରଣବ ଓ ଭଵଙ୍କ ପରି । ଯେ କି ଲୋକଙ୍କ ଦୁଃଖରେ ଦୁଖୀ ଓ ସୁଖରେ ସାଥି ହୋଇ ସବୁବେଳେ ପାଚେରୀ ପରି ଠିଆ ହେବେ l

ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ NEET ଓ JEE ପିଲାଙ୍କୁ ସହଯୋଗ କର….

ଭୁବନେଶ୍ୱର : ସବୁ ପିଲା ଆମ ପରିବାର ର ।ଏ କଷ୍ଟ ସମୟରେ ଆପଣ ସେମାନଙ୍କ ସାଥିରେ ରୁହନ୍ତୁ ପିଲାମାନେ ଯେପରି ଭଲରେ ପରୀକ୍ଷା ଦେବେ ସେଥିପାଇଁ ସହଯୋଗ କରନ୍ତ।

ଆପଣମାନେ ଜାଣନ୍ତି, କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଆମ ରାଜ୍ୟ ଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗ ଯୋଗୁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍‌ ଅଛି।
ମୋର ଅନୁରୋଧ, ଏହି ସଂକଟ ସମୟରେ ଆପଣମାନେ ଲୋକଙ୍କ ସାଥିରେ ରୁହନ୍ତୁ । ଆମର କୋଭିଡ ଯୋଦ୍ଧା ମାନଙ୍କ ସାଥିରେ ରୁହନ୍ତୁ । ସେମାନଙ୍କ କାମକୁ ପ୍ରଶଂସା କରନ୍ତୁ । ସେମାନଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତୁ । ମୃତ କୋଭିଡ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି । ଏଥିପାଇଁ ଆପଣ ଲୋକଙ୍କୁ ବୁଝାନ୍ତୁ ଏବଂ ମୃତ ଦେହ ସଂସ୍କାରରେ ସହଯୋଗ କରନ୍ତୁ ।
ଆପଣମାନେ ଜାଣି ଖୁସି ହେବେ ଯେ ଆଜିଠାରୁ ଗଞ୍ଜାମରେ ୫ଟି କୋଭିଡ ଗୃହ ବନ୍ଦ କରାଗଲା । ସେଠାରେ ପରିସ୍ଥିତିରେ ଉନ୍ନତି ଆସିଛି। କିନ୍ତୁ ଖୋର୍ଦ୍ଧା ଓ କଟକରେ ପରିଚାଳନା କରିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ହେବ। ମୋର ଅନୁରୋଧ ଆପଣମାନେ ନିଜେ ଯତ୍ନବାନ ରୁହନ୍ତୁ ଏବଂ ଲୋକଙ୍କୁ ସଚେତନ କରାନ୍ତୁ ।
କୋଭିଡ ଯୋଗୁ ଅନ୍ୟ ରାଜ୍ୟରେ ଥିବା ଆମର ୧୦ ଲକ୍ଷ ଭାଇଭଉଣୀ ଓଡିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରୁ କେହି ବି ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବ ନାହିଁ, ସେଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ । ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ଭାଇଭଉଣୀ ମାନେ ଯେପରି ନିର୍ମାଣ ଶ୍ରମିକ ଯୋଜନା ପାଇଁ ସୁବିଧାରେ ପଞ୍ଜିକରଣ କରିପାରିବେ, ସେଥିରେ ଆପଣ ସହଯୋଗ କରନ୍ତୁ ।
ଲଘୁଚାପ ବର୍ଷାରେ ରାଜ୍ୟରେ ବନ୍ୟା ଆସିଛି । ଲୋକଙ୍କ ଏ ଅସୁବିଧା ସମୟରେ ଆପଣ ଲୋକଙ୍କ ସାଥିରେ ରୁହନ୍ତୁ । ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ।
ବର୍ତ୍ତମାନ କେବଳ ସାରା ଓଡିଶା ନୁହେଁ, ସାରା ଭାରତର ଅର୍ଥନୀତି ଆହ୍ବାନମୂଳକ ସମୟ ଦେଇ ଗତି କରୁଛି। ତଥାପି ଲୋକଙ୍କ କଲ୍ୟାଣ ପାଇଁ ବିଧାୟକ ପାଣ୍ଠିକୁ ଆଉ ୧ କୋଟି ଟଙ୍କା ଦେବା ପାଇଁ ମୁଁ ନିର୍ଦ୍ଦେଶ ଦେଇଛି। ଏହି ଟଙ୍କାରେ ସ୍ବୟଂ ସହାୟକ ଗୋଷ୍ଠୀରୁ ମାସ୍କ ମଧ୍ୟ କିଣା ଯାଇ ପାରିବ । ଏହାଦ୍ବାରା ସ୍ବୟଂ ସହାୟକ ଗୋଷ୍ଠୀର ମା ମାନେ ରୋଜଗାର ପାଇବେ ଏବଂ ଲୋକମାନେ ମଧ୍ୟ ନିରାପଦ ରହିବେ।
କୋଭିଡ ଏବଂ ବନ୍ୟା ପରିସ୍ଥିତିରେ ପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି NEET ଓ JEE ପରୀକ୍ଷା ଘୁଞ୍ଚାଇବା ପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲି । କିନ୍ତୁ ହେଲା ନାହିଁ। ବର୍ତ୍ତମାନ ଆମ ପାଖରେ 48ଘଣ୍ଟାରୁ କମ୍‌ ସମୟ ରହିଛି । ପିଲାମାନେ ଆମ ଦେଶର ଭବିଷ୍ୟତ ଓଡ଼ିଶା ର ଭବିଷ୍ୟତ ।ସେମାନେ ଆମ ପରିବାର ର ଓ ସେମାନଙ୍କ ସୁରକ୍ଷା ଆମ ଦାୟିତ୍ବ । ତେଣୁ ପିଲାମାନେ ଯେପରି ଭଲରେ ଭଲରେ ପରୀକ୍ଷା ଦେବେ, ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି। ଆପଣଙ୍କ ଅଞ୍ଚଳର ପିଲାମାନେ ଯେପରି ସୁବିଧାରେ ପରୀକ୍ଷା ଦେବେ, ସେଥିରେ ଆପଣ ପୁରା ସହଯୋଗ କରନ୍ତୁ।
ମୁଁ ସବୁବେଳେ କହି ଆସିଛି ଯେ, ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ସେମାନଙ୍କ କଲ୍ୟାଣ ଆମ ଦାୟିତ୍ବ । ‘ଓଡିଶା – ମୋ ପରିବାର’ programme ରେ ଏ ସମୟରେ ପିଲାଙ୍କୁ ସବୁ ସହଯୋଗ ଯୋଗାଇ ଦିଆଯିବ । ସେହିପରି ଅଧିକ ରକ୍ତଦାନ କ୍ୟାମ୍ପ ପାଇଁ ଆପଣମାନେ କାମ କରିବା ଦରକାର।

Follow us

20,832FansLike
0FollowersFollow
14,700SubscribersSubscribe

Latest news