ଯାଜପୁର : ବରୁଆଁ ସେଣ୍ଟ ଜାଭିୟର ସ୍କୁଲରେ ଗୁରୁ ଦିବସ ପାଳିତ ହୋଇଯାଇଛି l ଏଥର ଗୁରୁ ଦିବସ ସବୁ ବର୍ଷ ଅପେକ୍ଷା ଟିକେ ନିଆରା l ଗୁରୁ ଦିବସରେ ଛାତ୍ରଛାତ୍ରୀ ବିନା ପାଳନ କରାଯାଇଥିଲା l କାରଣ ଶିକ୍ଷକ ମାନେ ଜ୍ଞାନ ଓ ବୃଦ୍ଧିର ପ୍ରତିରୂପ ହୋଇଥାନ୍ତି । ଯିଏକି ଛାତ୍ରଛାତ୍ରୀଙ୍କୁ ଜାଗ୍ରତ କରିବା ସହ ଶିକ୍ଷା ଦ୍ୱାରା ଜୀବନ ଅତିବାହିତ କରିବାର ସଠିକ୍ ରାସ୍ତା ଦେଖାଇଥାନ୍ତି । ତେଣୁ ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଗୁରୁଙ୍କ ଅବଦାନକୁ ମନେ ପକାଇବା ଦରକାର l କାରଣ ଗୁରୁ ହେଉଛନ୍ତି ଆମର ବିଦ୍ୟା, ବୁଦ୍ଧି, ଜ୍ଞାନ, କୌଶଳ ଓ ଆତ୍ମବିଶ୍ୱାସର ପ୍ରତୀକ l ତାଙ୍କର ଉଚିତ ମାର୍ଗଦର୍ଶକ ଏକ ସୁସ୍ଥ ସମାଜ ଗଠନ କରିବାରେ ବେଶ ସହାୟକ ହୋଇଛି l ତେଣୁ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କର ପରମ କର୍ତବ୍ୟ ହୋଇଥାଏ ଯେ ଶିକ୍ଷକଙ୍କ ଏହି ଅମୂଲ୍ୟ ଯୋଗଦାନ ପାଇଁ ବର୍ଷରେ ଗୋଟିଏ ଦିନ ହେଉ ପଛେ ତାଙ୍କୁ ଧନ୍ୟବାନ ନିଶ୍ଚିତ ଭାବେ ଜଣାଇବା ଉଚିତ ବୋଲି ସେଣ୍ଟ ଜାଭିୟର ସ୍କୁଲରେ ନିର୍ଦେଶକ ଧ୍ରୁବ କୁମାର ମହାପାତ୍ର କହିଛନ୍ତି l ପ୍ରତ୍ୟେକ ଦିନ ଆମେ ଗୁରୁବ୍ରହ୍ମା, ଗୁରୁର ବିଷ୍ଣୁ, ଗୁରୁର ଦେବା, ମହେଶ୍ୱର, ଗୁରୁ ସାକ୍ଷାତ ପରମବ୍ରହ୍ମ ତସମେସ୍ରୀ ଗୁରୁବେ ନମଃ ସ୍କୁଲ ପ୍ରତ୍ୟେକ ଦିନ ବୋଲନ୍ତି l ତେଣୁ ଗୁରୁମାନେ ମଧ୍ୟ ସମାଜ ପ୍ରତି ଥିବା ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ଉଚିତ l
ସେପ୍ଟେମ୍ବର ୫ରେ ଗୁରୁ ଦିବସ ପାଳନ କରାଯାଏ । ଏହି ଦିନଟି ହେଉଛି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମତିଥି । ରାଧାକ୍ରୀଷ୍ଣନ ପୁରା ଦୁନିଆକୁ ଗୋଟିଏ ସ୍କୁଲ ଭାବରେ ଦେଖୁଥିଲେ । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ବେଳେ ସେ ପାଠ ଅପେକ୍ଷା ଛାତ୍ରଙ୍କ ବୌଦ୍ଧିକ ବିକାଶକୁ ଅଧିକ ଗୁରୁତ୍ୱ ଦେଉଥିଲେ । ତେଣୁ ଆଜିର ଦିନରେ ଆମେ ସମସ୍ତେ ଏନେଇ ସଂକଳ୍ପ କରିବା ଉଚିତ ବୋଲି ସ୍କୁଲର ସଭାପତି ହିମାଂଶୁ ଶେଖର ମହାପାତ୍ର କହିଛନ୍ତି l ସେହିପରି ଏସକେ ଅବଦୁଲ ଜଲିଲ, ଖାଁଜେ ଅବଦୁଲ ସହିଦ, ଏସକେ ସମଶେର, ବୈକୁଣ୍ଠ ବିଶ୍ୱାଳ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗୁରୁ ଦିବସ ପାଳନ ଉପରେ ନିଜର ମତ ରଖିଥିଲେ l ଶେଷରେ ସ୍କୁଲର ଅଧକ୍ଷ ହିଂମାଶୁ କୁମାର ପଣ୍ଡା କହିଥିଲେ ଯେ ୧୯୬୨ ମସିହାରେ ଦେଶରେ ଶିକ୍ଷକ ଦିବସ ପାଳନ କରାଯାଉଛି l କରୋନା ମହାମାରୀ ଯୋଗୁଁ ଏଥର ସେଣ୍ଟ ଜାଭିୟର ସ୍କୁଲରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁରୁ ଦିବସର ଭେଟଘାଟ ହୋଇପାରି ନାହିଁ l ହେଲେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଉଚିତ ଶିକ୍ଷା ଦେବା ସହ ଆମ ସ୍କୁଲର ଛାତ୍ରଛାତ୍ରୀ ସମାଜ ଗଠନରେ ପ୍ରମୁଖ ଭୂମିକା ନେବେ ଏଥିରେ ସନ୍ଦେହ ନାହିଁ ବୋଲି ସେ କହିଥିଲେ l
ବିନା ଛାତ୍ରଛାତ୍ରୀରେ ବରୁଆଁ ସେଣ୍ଟ ଜାଭିୟର ସ୍କୁଲରେ ଗୁରୁ ଦିବସ..
ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହେବାକୁ ଇଛୁକ ନୁହନ୍ତି ନବଜ୍ୟୋତି….
ବାଲେଶ୍ବର : ନଭେମ୍ବରରେ ଓଡ଼ିଶାରେ ହେବ ଉପ ନିର୍ବାଚନ l ଏଥିଲାଗି ସବୁ ଦଳ ପ୍ରାଥୀ ଖୋଜା ଆରମ୍ଭ କରିଦେଲେଣି l ରାଜ୍ୟରେ ଅକାଳରେ ଦୁଇ ଜଣ ବିଧାୟକଙ୍କର ମୃତ୍ୟୁ ହୋଇଛି। ଫଳରେ ବାଲେଶ୍ବର ସଦର ଓ ତିର୍ତ୍ତଲ ବିଧାନସଭା ଆସନ ଏବେ ଫାଙ୍କା ପଡିଛି l ନିର୍ବାଚନ ଆୟୋଗ ନଭେମ୍ବର ନିର୍ବାଚନ ହେଵା ନେଇ ସୂଚନା ଦେବା ପରେ ରାଜ୍ୟର ତିନି ପ୍ରମୁଖ ଦଳ ପାଗ ଭିଡ଼ିଲେଣି। ହେଲେ ଏହି ପାଗ ଭିଡାରେ କଂଗ୍ରେସ ଆଗରେ ଥିବାର ଅନୁମାନ କରାଯାଉଛି। କାରଣ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର 4ଜଣ ଆଶାୟୀ ଥିବା ବାଲେଶ୍ୱର ଦାୟିତ୍ୱରେ ଥିବା ବିଧାୟକ ତାରା ବାହିନୀପତି କହିଛନ୍ତି l ହେଲେ ସବୁଠାରୁ ବଡ କଥା ହେଲା ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ନିର୍ବାଚନ ଲଢ଼ିବା ପାଇଁ ଇଛୁକ ନୁହନ୍ତି ବୋଲି ତାରା କହିଛନ୍ତି l ପୂର୍ବରୁ ଖୋଦ ଉପନିର୍ବାଚନ ଦାୟିତ୍ୱରେ ଥିବା ତାରା ବାହିନୀ ପତି କହିଥିଲେ ଯେ ନବଜ୍ୟୋତି ବାଲେଶ୍ୱରରେ ପ୍ରାଥୀ ହେବେ l
୨୦୧୯ ସାଧାରଣ ନିର୍ବାଚନରେ ନବ ଜ୍ୟୋତି ପଟ୍ଟନାୟକ ସାଂସଦ ପ୍ରାର୍ଥୀ ଭାବେ ବାଲେଶ୍ବର ଲୋକସଭାରୁ ଲଢ଼ିଥିଲେ। ତେଣୁ ସମସ୍ତଙ୍କର ପ୍ରଥମ ପସନ୍ଦ ନବ ଜ୍ୟୋତି ପଟ୍ଟନାୟକ ବୋଲି ତାରା ବହୁବାର କହିବା ପରେ ଆଜି କହିଛନ୍ତି ଯେ ସେ ଇଛୁକ ନୁହନ୍ତି l ଏକଥା ସଂକେତ ଦେଉଛି ଯେ ନିର୍ବାଚନ ଲଢ଼ିବା ପୂର୍ବରୁ କଂଗ୍ରେସ ପଛଘୁଞ୍ଚା ଦେଲାନି l ତିର୍ତୋଲ ପାଇଁ ଦଳ ପ୍ରାଥୀ ଠିକ କରିଥିବା ତାରା କହିଛନ୍ତି l
ବିଧାୟକ ପ୍ରଶାନ୍ତ ମୁଦୁଲି କରୋନାରେ ଆକ୍ରାନ୍ତ….
ଭୁବନେଶ୍ବର : ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ପଜିଟିଭ୍ ଥିବା ନେଇ ନିଜେ ସୂଚନା ଦେଇଛନ୍ତି । କୋଭିଡ୍-୧୯ର ଲକ୍ଷଣ ଦେଖାଯିବା ପରେ ସେ ତାଙ୍କର କରୋନା ପରୀକ୍ଷା କରାଇଥିଲେ । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ହୋମ୍ କ୍ବାରେଣ୍ଟାଇନ୍ ରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବା ସହ ସେମାନଙ୍କର କରୋନା ପରୀକ୍ଷଣ କରାଇବା ପାଇଁ ସେ ଅନୁରୋଧ କରିଛନ୍ତି ।
ସରିନି କରୋନା ଯୁଦ୍ଧ : ସଚେତନକୁ ସୋଆର ଫୋକସ…
ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ପରବର୍ତୀ ପାଂଚ ମାସ ମଧ୍ୟରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନେ କରୋନା ଭାଇରସ୍ ସଚେତନତା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସଂପୃକ୍ତ ରହି ଏହି ପରିସ୍ଥିତିର ମୁକାବିଲା କରି ଚାଲିଛନ୍ତି ।
କୋଭିଡ-୧୯ ପ୍ରାଦୁର୍ଭାବ ଆରମ୍ଭ ହେବା ପରେ ସୋଆ ଏନ୍ଏସ୍ଏସ୍ ସଂଯୋଜକ ଡକ୍ଟର ନଚିକେତା ଶର୍ମାଙ୍କ ତତ୍ୱାବଧାନରେ ସ୍ୱେଚ୍ଛାସେବୀମାନେ ଆରୋଗ୍ୟ ସେତୁ ଆପ ଓ ଆଇଗଟରେ ପଞ୍ଜୀକରଣ ହେବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ୱେବିନାର ଓ ଜୁମ୍ ମିଟିଂରେ ଯୋଗ ଦେଇଥିଲେ ।
“ଏନ୍ଏସ୍ଏସ୍: ରୋଲ୍ ଇନ୍ କୋଭିଡ-୧୯” ଶୀର୍ଷକରେ ଅଗଷ୍ଟ ୨୦ ଓ ସେପ୍ଟେମ୍ବର ୧ ମଧ୍ୟରେ ୩୧ଟି ୟୁନିଟ୍ରେ ୱେବିନାର୍ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସ୍ୱେଚ୍ଛାସେବୀମାନେ କୋଭିଡ ବିରୁଦ୍ଧ ଯୁଦ୍ଧରେ ଯୋଗ ଦେବା ନିମନ୍ତେ ପ୍ରସ୍ତୁତ ହୋଇଥିଲେ । ଏଥିରେ ୧୩୦୦ରୁ ଅଧିକ ସ୍ୱେଚ୍ଛାସେବୀ, ପ୍ରୋଗ୍ରାମ ଅଫିସର ଓ ବିଭିନ୍ନ ଇନ୍ଷ୍ଟିଚୁ୍ୟଟ୍ର ଡିନ୍ମାନେ ଯୋଗ ଦେଇଥିଲେ ।
ବିଶ୍ୱ ପରିବେଶ ଦିବସ (ଜୁନ୍ ୫)ରେ ୧୪ଟି ୱେବିନାର ଆୟୋଜିତ ହୋଇଥିଲା । ଏହା ପୂର୍ବରୁ ମେ ୩୦ରେ ସ୍ୱେଚ୍ଛାସେବୀ ମାନେ ରାଜ୍ୟବ୍ୟାପୀ ଅନୁଷ୍ଠିତ “ବନେ୍ଦ ଉକ୍ରଳ ଜନନୀ” ଗାୟନରେ ଭାଗ ନେଇଥିଲେ । ଡକ୍ଟର ଶର୍ମା ଓ ପ୍ରୋଗ୍ରାମ ଅଫିସର ଡକ୍ଟର ଶୋଭନ୍ ପଟ୍ଟନାୟକ ମଧ୍ୟ ମହାତ୍ମା ଗାନ୍ଧୀ ନ୍ୟାସ୍ନାଲ୍ ସେଂଟ୍ର ଫର୍ ରୁରାଲ ଏଡୁକେସନ୍ ପକ୍ଷରୁ ଆୟୋଜିତ ପାଂଚ ଦିନିଆ ୱେବିନାରରେ ଯୋଗ ଦେଇଥିଲେ ।
ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଏପ୍ରିଲ୍ ୩ୟ ସପ୍ତାହରେ ୪ ଦିନ ଧରି ବିଶ୍ୱବିଦ୍ୟାଳୟ ପରିସର ନିକଟବର୍ତୀ ୧୦ ଟି ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବିତରଣ କରିଥିଲେ । ଏହାଛଡା ସୋସିଆଲ୍ ଡିଷ୍ଟାନ୍ସିଂ ସଚେତନତା ନିମନ୍ତେ ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ । ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମ (ଜୁନ୍ ୨୧)ରେ ୨୫୦ରୁ ଊଦ୍ଧ୍ୱର୍ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ଏହାଛଡା ଅଗଷ୍ଟ ୨୯ରେ “ଉନ୍ନତ ଭାରତ ଅଭିଯାନ” ଉପରେ ଏକ ୱେବିନାର୍ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ରାଉରକେଲା ସ୍ଥିତ ଏନ୍ଆଇଟି ର ପ୍ରଫେସର ମହାବୀର ପଣ୍ଡା ଏବଂ ଡଃ ବିଭୁ କଲ୍ୟାଣ ପ୍ରସାଦ ନାୟକ, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଡଃ ନଚିକେତା ଶର୍ମା ଏବଂ ଡଃ କେ.ଏଲ୍. ମହାନ୍ତ ଯୋଗ ଦେଇଥିଲେ ।
ସେହିପରି ଜୁଲାଇ ୪ରେ ନାଗପୁରର ଆଭା ଗାଏକ୍ୱାଡ୍ କଲେଜ ଅଫ୍ ଇଞ୍ଜିନିୟରିଂର ସହଯୋଗରେ ସୋଆ ଏନ୍ଏସ୍ଏସ୍ “ଏକ୍ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଉକ୍ରଳ ୟୁନିଭର୍ସିଟି, ଡିଡିସିଇର ପୂର୍ବତନ ନିଦେ୍ର୍ଧଶକ ପ୍ରଫେସର ସୁସ୍ମିତ୍ ପାଣୀ, ଶ୍ରୀ ଜଗନ୍ନାଥ ଟେମ୍ପଲ୍ ଆଡମିନିଷ୍ଟେ୍ରସନ୍ ଲ’ ଅଫିସର ଡଃ. ଭାସ୍କର୍ ମିଶ୍ର, ଡଃ ନଚିକେତା ଶର୍ମା, ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏବଂ ଡଃ ଶୋଭନ୍ ପଟ୍ଟନାୟକ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ କୋଭିଡ୍ -୧୯ ଉପରେ ବିଭିନ୍ନ ସଚେତନତାମୂଳକ ଭିଡିଓ, ଆର୍ଟ, ପେଂଟିଙ୍ଗ୍ ଏବଂ ସ୍ଲୋଗାନ୍ସ ଇତ୍ୟାଦି ଆକ୍ଟିଭିଟି କରାଯାଇଥିଲା ।
ବାଜିଲା ଉପ ନିର୍ବାଚନ ବିଗୁଲ : ସରଗରମ ହେବ ରାଜନୀତି..
ଭୁବନେଶ୍ୱର : ନଭେମ୍ବରରେ ହେବ ଓଡ଼ିଶାରେ ନିର୍ବାଚନ l ଏନେଇ ନିର୍ବାଚନ ଆୟୋଗରୁ ସଂକେତ ମିଳିଛି l ତାରିଖ ଘୋଷଣା ହୋଇଥିଲେ ମଧ୍ୟ ଯେହେତୁ ନଭେମ୍ବରରେ ନିର୍ବାଚନ ହେବ ତେଣୁ ରାଜ୍ୟର 3ପ୍ରମୁଖ ରାଜନୈତିକ ଦଳ ଏବେ ଭିତିରିଆ ନୁହେଁ, ବରଂ ଖୋଲାଖୋଲି ମୈଦାନକୁ ଓଲାଇଲେଣି l ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଆସନରେ ଉପ ନିର୍ବାଚନ ହେବ l ତେବେ ଆସନ୍ତୁ ନଜର ପକାଇବା କଣ ରହିଛି ରାଜନୀତିର ପାଣିପାଗ l
୨୦୧୯ ନିର୍ବାଚନ ଫଳାଫଳ କହୁଛି ରାଜ୍ୟରେ ବିଜେଡ଼ି ୧ନମ୍ବର ଦଳ । ୧୪୭ ବିଧାନସଭା ଆସନରୁ ୧୧୨ ବିଜେଡ଼ି ବିଧାୟକ , ୨୩ ବିଜେପି ବିଧାୟକ,କଂଗ୍ରେସର ୯ ବିଧାୟକ , ୧ସ୍ୱାଧୀନ ଓ ୧ ସିପିଏମ ବିଧାୟକ ନିର୍ବାଚିତ ହୋଇଛନ୍ତି । ସେହିପରି ଲୋକସଭାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେଡ଼ି ୧୨ଟି , ବିଜେପି ୮ଟି ଓ କଂଗ୍ରେସ ୧ଟି ଆସନାରେ ବିଜୟ ଲାଭ କରିଛି । ନିର୍ବାଚନ ଫଳାଫଳ କହୁଛି ବିଜେଡ଼ି ଓଡ଼ିଶାର ୧ ନମ୍ବର ଦଳ । ତେବେ ବାଲେଶ୍ୱର ସଦର ମଦନ ମୋହନ ଦତ୍ତ ଓ ତିତ୍ତୋଲ ନିର୍ବାଚନୀ ମଣ୍ଡଳୀର ବିଷ୍ଣୁ ଦାସଙ୍କ ଅକାଳ ବିୟୋଗ ପରେ ଏହି ଦୁଇଟି ଆସନ ଏବେ ଖାଲି ପଡ଼ିଛି । ଯାହାର ନିର୍ବାଚନ ନଭେମ୍ବର ହେବା ଏକ ରକମର ସ୍ଥିର l ୨୦୧୯ ନିର୍ବାଚନାରେ ତିତ୍ତୋଲ ବିଧାନସଭା ଆସନ ବିଜେଡ଼ି ଖାତାକୁ ଯାଇଥିବା ବେଳେ ବାଲେଶ୍ୱର ସଦର ଆସନ ବିଜେପି ଖାତାକୁ ଯାଇଥିଲା । ଉଭୟ ବିଧାନସଭା ଆସନରେ ତୃତୀୟ ସ୍ଥାନରେ ଥିଲା କଂଗ୍ରେସ । ଏବେ ଏହି ୨ଟି ଆସନରେ ଉପ ନିର୍ବାଚନ ହେବ । ଏଯାଏଁ ତାରିଖ ଘୋଷଣା ହୋଇନାହିଁ । ହେଲେ ପ୍ରତ୍ୟେକ ରାଜନୈତିକ ଦଳ ଭିତିରିଆ ରଣନୀତି ପ୍ରସ୍ତୁତ କରି ଉଭୟ ବିଧାନସଭା କ୍ଷେତ୍ରରେ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରି ସାରିଛନ୍ତି l ୨ଟି ଯାକ ଆସନରେ ବିଜେଡ଼ି ଓ ବିଜେପି ନିଜ ଖାତାକୁ ନେବାକୁ ଚାହୁଛନ୍ତି । କଂଗ୍ରେସ ମଧ୍ୟ ଉଭୟ ଆସନରେ ଭଲ ପ୍ରାର୍ଥୀ ଦେଇ ଜିତିବା ଆଶା ପ୍ରକଟ କରିଛି । ଯଦି ୨୦୧୯ ପରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ସଂଗଠନ ସ୍ଥିତିକୁ ବିଚାର କରାଯିବ ତେବେ ବିଜେପି ଓ ବିଜେଡ଼ି ସଂଗଠନରେ ବ୍ୟାପକ ପରିବର୍ତ୍ତନ ଘଟିଛି । କଂଗ୍ରେସ ଏଯାଏଁ ତାହାର ଘର ସଜାଡ଼ି ପାରିନାହିଁ ଓ ସାଂଗଠିନକ ନବକଳେବର କରିପାରିନାହିଁ । ବିଜେଡ଼ି ପ୍ରଥମ ଥର ଲାଗି ୨୦୧୪ ଓ ୨୦୧୯ ନିର୍ବାଚନ ଓ ବିଜେପୁର ଉପ ନର୍ବାଚନ ଓ ପାଟକୁରା ନିର୍ବାଚନ ଦଳକୁ ବିପୁଳ ବିଜୟ କରିଥିଲା । ଏହାସହ କଠିନ ପରିଶ୍ରମ କରିଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସଂଗଠନ ସମ୍ପାଦକ ଦାୟିତ୍ୱ ଦେଇଛି । ପ୍ରଣବ ଦାୟିତ୍ୱ ନେବା ପରେ ବିଜେଡ଼ି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ଗୁପ୍ତ ରଣନୀତି କରିଛନ୍ତି। ଦଳରକୁ ତୃଣମୂଳସ୍ତରୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଯେଉଁଥି ପାଇଁ ନିଜେ ଜିଲ୍ଲାଗ୍ରସ୍ତ କରି ସଂଗଠନର ସମୀକ୍ଷା କରିବା ସହ ଦୋଷ ଦୁର୍ବଳତାକୁ ଦୂର କରୁଛନ୍ତି । ଏହାସହ ଗ୍ରାଉଣ୍ଡରେ ଦଳକୁ ଅଧିକ ମଜବୁତ କରିବା ପାଇଁ ନେତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ପ୍ରତ୍ୟେକ ଦିନ l କେବଳ ସେତିକି ନୁହେଁ, ୨୦୧୯ରେ ଦଳ ବିଜେଡ଼ି ସଂଗଠନ ଯେଉଁଠି ଦୁର୍ବଳ ଥିଲା ତାହାକୁ ଫୋକସ କରିଛନ୍ତି ପ୍ରଣବ । ସେ ମୟୁରଭଞ୍ଜ, ବାଲେଶ୍ୱର ହେଉ ଅବା କୋରାପୁଟ କି ପଶ୍ଚିମ ଓଡ଼ିଶା । ସବୁଠି ସଂଗଠନକୁ ମଜବୁତ କରିବା ପାଇଁ ନେତାଙ୍କ ସହ ଆଲୋଚନା କରି ସଂଗଠନକୁ କ୍ରୟାଶୀଳ କରିଛନ୍ତି । ତେଣୁ ଆଗମୀ ଉପ ନିର୍ବାଚନ ଦଳକୁ ଯେତେଟା କଠିନ ହେବ ନାହିଁ । ୨୦୧୯ ନିର୍ବାଚନ ଜିତିବା ପରଠୁ ବିଜେଡ଼ି କିନ୍ତୁ ତୃଣମୂଳ ସ୍ତରରେ ସଂଗଠନିକ କାର୍ଯ୍ୟକ୍ରମ ଅଧିକ କ୍ରୀୟାଶୀଳ କରିଥିଲା । ସେହିପରି ବିଜେପି ୨୦୧୯ ନିର୍ବାଚନରେ ପରେ ନୂଆ ସଭାପତି ପାଇଛି । ଦଳର ମଙ୍ଗ ଧରିଛନ୍ତି ସମୀର ମହାନ୍ତିି । ଏହାରି ଭିତରେ ଦଳ ସଂଗଠନକୁ ଅଧିକ କୟୀୟାଶୀଳ କରିବା ପାଇଁ ସଂଗଠନର ନବକଳେବର ମଧ୍ୟ କରିଛି । ମୋଦି ସରକାରଙ୍କ ସଫଳତା କାହାଣୀ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରୟାସ କରିଛି । ହେଲେ ଦଳ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ମଧ୍ୟ ଶାସକ ବିଜେଡ଼ି ଦଳ ବିରୋଧରେ କେନ୍ଦ୍ର ଓ ରାଜ୍ୟର ଆଭିମୁଖ୍ୟ ନେଇ ଚିନ୍ତାରେ ପଡ଼ିଛି । ଯେଉଁଥି ପାଇଁ ଦଳ ବ୍ୟାକଫୁଟରେ ଟିକେ ରହିଛି । ଯାହା ଉପ ନିର୍ବାଚନରେ ଦଳକୁ କ୍ଷତିରେ ପହଞ୍ଚାଇ ପାରେ ବୋଲି ରାଜନୈିତିକ ସମୀକ୍ଷକମାନେ ପୂର୍ବ ଆକଳନ କରୁଛନ୍ତି । ତେବେ ଯେହେତୁ ୨୦୧୯ ନିର୍ବାଚନରେ ବାଲେଶ୍ୱର ସଦର ବିଜେପି ଖାତାକୁ ଯାଇଥିଲା ତେଣୁ ଉପ ନିର୍ବାଚନ ହେଲେ ବିଜେପିର ପାଲା ଭାରୀ ରହିବ ବାଲେଶ୍ୱର ସଦରରେ । କିନ୍ତୁ ଅନ୍ୟପଟେ ୨୦୧୯ ନିର୍ବାଚନ ଦୁଇଅଙ୍କ ଛୁଇପାରିନଥିବା କଂଗ୍ରେସ ସଂଗଠନ ରାଜ୍ୟରେ ସେତେଟା ସୁଧାର ଆସିନାହିଁ । ଦଳରେ ଏବେ ବି ଚୌକି ପାଇଁ ଛକାପଞ୍ଚା ଚାଲିଛି। କଂଗ୍ରେସ ଉଉୟ ବାଲେଶ୍ୱର ଓ ତିତ୍ତୋଲ ଆସନରେ ତୃତୀୟ ସ୍ଥାନରେ ଥିଲା । ତେବେ ତିତ୍ତୋଲ ଓ ବାଲେଶ୍ୱରରେ ଦଳ ଟକ୍କର ଦେବାକୁ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି । ତିତ୍ତୋଲରେ କିଛି କଂଗ୍ରେସ ଭୋଟକୁ ନେଇ ଦଳ ଲଢେଇ କରିବା ପାଇଁ ଆଶା ବାନ୍ଧିଥିବା ବେଳେ ବାଲ୍ୱେରରେ ପିିସିସି ସଭାପତିଙ୍କ ପୁଅକୁ ପ୍ରାର୍ଥୀ କରି ଟକ୍କର ଦେବାକୁ ସଜବାଜ ଆରମ୍ଭ କରୁଛି । ହେଲେ ୨୦୧୯ ନିର୍ବାଚନରେ ପରେ ଦଳରେ ଯେପରି ଗୋଷ୍ଠୀ ବିବାଦ ଲାଗି ରହିଛି ଓ ପିସିସି ସଭାପତି ପଦକୁ ନେଇ ଯେପରି ଟଣାଓଟରା ହୋଇଛନ୍ତି ନେତାଏ । ତେଣୁ ଏସବୁ ନିର୍ବାଚନାରେ କଂଗ୍ରେସକୁ କ୍ଷତି କରିବ ବୋଲି ରାଜନୈତିିକ ସମୀକ୍ଷକମାନେ ମତ ଦେଇଛନ୍ତି ।
ବିଗତ କେତେବର୍ଷରୁ ରେକର୍ଡ଼ କହୁଛି ଉପ ନିର୍ବାଚନର ଶାସକ ଦଳ ସପକ୍ଷରେ ଯାଇଛି । ଯଦି ନିକଟରେ ବିଜେପୁର ଉପ ନର୍ବାଚନ ଓ ୨୦୧୯ ବିଳମ୍ବରରେ ହୋଇଥିବା ପାଟକୁରା ନିର୍ବାଚନର ଫଳାଫଳ ସ୍ଥିତିକୁ ସମୀକ୍ଷା କରାଯିବ ତେବେ ଉଭୟ ନିର୍ବାଚନରେ ବିଜେଡ଼ି ବିରୋଧୀ ବିଜେପି ଓ କଂଗ୍ରେସର ରଣନୀତିକୁ ଫୁ କରି ୧ ନମ୍ବର ଦଳ ଭାବେ ଉଭା ହୋଇଛି । ତେଣୁ ଉପ ନିର୍ବାଚନ ସବୁ ଦଳ ପାଇଁ ୨୦୧୯ ନିର୍ବାଚନରେ ପରେ ଲୋକପ୍ରିୟତା କେତେ ଅଛି ତାହାର ମାପକାଠି ହେବ । ଯାହା ସବୁ ଦଳ ପାଇଁ ଅଗ୍ନପରୀକ୍ଷା । କରୋନା କଟକଣା ଭିତରେ ଉପ ନିର୍ବାଚନ ହେବ l ତେଣୁ ରାଜନୈତିକ ଦଳ ଗୁଡିକ ସୋସିଆଲ ମିଡ଼ିଆ ଜରିଆରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଲେଣି l ତେବେ ଉପ ନିର୍ବାଚନର ଅଗ୍ନି ପରୀକ୍ଷାରେ କିଏ ପାସ କରୁଛି ଓ କାହାର ଲୋକପ୍ରିୟତା ବଢିଛି ଓ କମିଛି ତାହା ନିର୍ଣ୍ଣୟ ହେବ l
ସାଂସଦ ରମେଶ ମାଝୀ କରୋନାରେ ଆକ୍ରାନ୍ତ….
ଭୁବନେଶ୍ବର : ସାଂସଦ ରମେଶ ମାଝୀ କରୋନାରେ ଆକ୍ରାନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ପଜିଟିଭ୍ ଥିବା ନେଇ ନିଜେ ସୂଚନା ଦେଇଛନ୍ତି । କୋଭିଡ୍-୧୯ର ଲକ୍ଷଣ ଦେଖାଯିବା ପରେ ସେ ତାଙ୍କର କରୋନା ପରୀକ୍ଷା କରାଇଥିଲେ । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ହୋମ୍ କ୍ବାରେଣ୍ଟାଇନ୍ ରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋଙ୍କୁ ଆଇସୋଲେସନରେ ରହିବା ସହ ସେମାନଙ୍କର କରୋନା ପରୀକ୍ଷଣ କରାଇବା ପାଇଁ ସେ ଅନୁରୋଧ କରିଛନ୍ତି ।
କଟକ-ଖୋର୍ଦ୍ଧାରେ କୋଭିଡ ରଣନୀତିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ…
କୋଭିଡ ମୁକାବିଲା
କଟକ-ଖୋର୍ଦ୍ଧାରେ କୋଭିଡ ରଣନୀତିକୁ ସୁଦୃଢ କରିବା ପାଇଁ
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ସ୍ବଭାବିକ ହେଉଛି, ଜୀବିକା ସୃଷ୍ଟି ଉପରେ…..
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଛନ୍ତି।
ରାଜ୍ୟରେ କୋଭିଡ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲ ରହିଥିଲେ ମଧ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ପଜିଟିଭ କେସ୍ ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କ କୋଭିଡ ଟେଷ୍ଟ କରାଯାଇଛି । ପ୍ରତି ୧୦ ଲକ୍ଷ ଲୋକରେ ଏହା ୪୨,୪୦୪ ଯାହାକି ଜାତୀୟସ୍ତର ଠାରୁ ବହୁତ ଅଧିକ । ସେହିପରି ଆରୋଗ୍ୟ ହାର ମଧ୍ୟ ୭୬.୭୮ ପ୍ରତିଶତରୁ ରହିଛି ଏବଂ ମୃତ୍ୟୁ ହାର ୦.୪୬ ପ୍ରତିଶତ ରହିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ମୌସୁମୀ ବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ ପରିଚାଳନା ପାଇଁ ଏହା ଆହ୍ବାନ ସୃଷ୍ଟି କରିଛି । ତେଣୁ ଏହିସବୁ ଆହ୍ବାନକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପର୍ଯ୍ୟବେକ୍ଷକମାନେ ତୁରନ୍ତ ବନ୍ୟାଞ୍ଚଳକୁ ଗସ୍ତ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ରିଲିଫ ପ୍ୟାକେଜ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଋତୁରେ ସର୍ଦ୍ଦି, କାଶ ପରି ରୋଗର ସମ୍ଭାବନା ଦୃଷ୍ଟିରୁ ଏସବୁ ଲକ୍ଷଣ ଉପରେ ତୀକ୍ଷଣ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସମସ୍ତ ଜ୍ବର କ୍ଲିନିକ୍ ଗୁଡିକୁ alertରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହିତ ସ୍ବାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଭାବେ ବିଭିନ୍ନ କୋଭିଡ ପ୍ରୋଟୋକଲ୍କୁ ନେଇ ଏକ ସଚେତନତା ଅଭିଯାନ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଗୁରୁତର କୋଭିଡ ରୋଗୀମାନଙ୍କ ପାଇଁ ଜିଲ୍ଲା ଭିତର ଥିବା ହସ୍ପିଟାଲରେ ହିଁ ICU Bedର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଅତ୍ୟନ୍ତ ଗୁରୁତର ରୋଗୀ ଯେପରି ICU ସୁବିଧା ପାଇପାରିବେ, ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ, ବିଶେଷକରି କଟକ ଓ ଭୁବନେଶ୍ବରରେ କର୍ମଚାରୀଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ କୋଭିଡ କେସ୍ ବଢୁଥିବାରୁ ସମସ୍ତ କୋଭିଡ ନିୟମ ଗୁଡିକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ଓ ସାମାଜିକ ଦୂରତ୍ବ ନିୟମରେ ଯେପରି କୌଣସି ଅବହେଳା ନ ହୁଏ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।
କୋଭିଡ ସଂପର୍କରେ ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ରାଜ୍ୟରେ ଲକ୍ଡାଉନ ଓ ସଟ୍ଡାଉନ ପରିଚାଳନା ସଂପୂର୍ଣ୍ଣ ସଫଳ ହୋଇଛି। କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ ସୁଦୃଢ କରାଯାଉଛି ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟର କୋଭିଡ ପରିଚାଳନା ସଂପର୍କରେ ଏକ ବିବରଣୀ ଉପସ୍ଥାପନା କରିଥିଲେ।
ବୈଠକରେ ଶିଳ୍ପ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ର ସଂପର୍କରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରି ସବୁ ବିଭାଗର ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଗୁଡିକୁ ଜୋରଦାର କରିବା ପାଇଁ ପରାମର୍ଶ ଦେଇଥିଲେ। କୌଣସି କ୍ଷେତ୍ରରେ ଅସୁବିଧା ଥିଲେ, ତାକୁ ତୁରନ୍ତ ଦୂର କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ପର୍ଯ୍ୟବେକ୍ଷକମାନେ ମଧ୍ୟ ଜିଲ୍ଲା ଗସ୍ତ ସମୟରେ ଜୀବିକା କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରନ୍ତୁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ଶିଳ୍ପ ଓ MSME କ୍ଷେତ୍ରରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ପୂର୍ଣ୍ଣସ୍ତରରେ କାର୍ଯ୍ୟକ୍ଷମ କରିବାପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୌଣସି ଶିଳ୍ପକ୍ଷେତ୍ରରେ ଯଦି କିଛି ଅସୁବିଧା ଥାଏ, ତେବେ ତାକୁ ତୁରନ୍ତ ପ୍ରାଥମିକତା ଭିତ୍ତିରେ ଦୂର କରିବା ଆବଶ୍ୟକ।
ବୈଠକରୁ ଜଣାଯାଇଥିଲା ଯେ ରାଜ୍ୟରେ କୃଷି, ଶିଳ୍ପ, MSME ଓ ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ତ କାର୍ଯ୍ୟକ୍ରମ ସ୍ବଭାବିକ ହୋଇଆସୁଛି। ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ସମସ୍ତ କ୍ଷେତ୍ରରେ ସୁଧାର ଆସିଛି । କୃଷି କ୍ଷେତ୍ରରେ ଚଳିତ ବର୍ଷ ଖରିଫରେ ୫୫.୫୨ ଲକ୍ଷ ହେକ୍ଟର ଜମି ଚାଷ କରାଯାଇଛି ଯାହା କି ପୂର୍ବ ବର୍ଷ ଠାରୁ ୫ ପ୍ରତିଶତ ଅଧିକ। ଚଳିତ ବର୍ଷ ସାର ଓ ୟୁରିଆର ଚାହିଦା ମଧ୍ୟ ଗତବର୍ଷ ଠାରୁ ଅଧିକ ରହିଛି । ଚଳିତ ବର୍ଷ ୯୯୬୫ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛି, ଯାହା କି ଗତ ବର୍ଷ ଠାରୁ ମଧ୍ୟ ଅଧିକ।
ଇସ୍ପାତ ଓ ଖଣି କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଅପ୍ରେଲକୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୭୫୧୪ କୋଟି ଟଙ୍କାର ୨୦୦ଟି ନୂଆ ପ୍ରକଳ୍ପକୁ ଅନୁମୋଦିତ କରାଯାଇଛି । ଏଥିରେ ୧୩ ହଜାର କର୍ମନିଯୁକ୍ତିର ସମ୍ଭାବନା ରହିଛି। ସେହିପରି ଶିଳ୍ପ ଉତ୍ପାଦନ ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧିପାଇ ସାରିଛି ବୋଲି ସୂଚନା ଦିଆଯାଇଥିଲା। ବିଦ୍ୟୁତ ବ୍ୟବହାର, Cargo ପରିଚାଳନା, ସବୁ କ୍ଷେତ୍ରରେ ଉନ୍ନତି ଆସିଛି। MSME କ୍ଷେତ୍ରରେ ସେପ୍ଟେମ୍ବର ସୁଦ୍ଧା ୧.୫ ଲକ୍ଷରୁ ଅଧିକ ୟୁନିଟ୍କୁ ପାଖାପାଖି ୩୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ବୋଲି ବୈଠକରେ ସୂଚନା ଦିଆଯାଇଥିଲା।
ଶିଳ୍ପ ଓ MSME ସଂସ୍ଥାଗୁଡିକ ଯେପରି ସୁବିଧାରେ କାର୍ଯ୍ୟ କରିପାରିବେ, ସେଥିପାଇଁ GST Reimbursement ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ବଚ୍ଛ ଓ ସହଜ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, କୃଷି ଉତ୍ପାଦନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ଅନ୍ୟ ବରିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବନ୍ୟା ଅନୁସନ୍ଧାନକାରୀ କମିଟିର ବୈଠକ ଓ ଦାୟିତ୍ୱ ବଣ୍ଟନ
ଭୁବନେଶ୍ୱର-: ଓଡିଶା ବନ୍ୟା କ୍ଷୟକ୍ଷତି ଅଞ୍ଚଳରେ ରିଲିଫ ଥଇଥାନ କାର୍ଯ୍ୟକୁ ତଦାରଖ କରିବା ପାଇଁ ଏଆଇସିସି ନିର୍ଦେଶ ଅନୁସାରେ ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ଅଧକ୍ଷତା ରେ ଏକ ୯ ଜଣିଆ କମିଟି ଗଠନ କରାଯାଇଛି।ଆଜି ଏହି କମିଟିର ପ୍ରଥମ ଭର୍ଟୁଆଲ ବୈଠକ ଶ୍ରୀ ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଏଆଇସିସି ସମ୍ପାଦକ ଶ୍ରୀରୁଦ୍ର ରାଜୁ,ଶ୍ରୀ ଆଦିତ୍ୟ ଶର୍ମା ଙ୍କ ସହ ସମସ୍ତ ସଭ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହାକୁ ସୋସିଆଲ ମେଡିଆ ଅଧକ୍ଷ ଅଭିଷେକ ମହନନ୍ଦ ପରିଚାଳନା କରିଥିଲେ।ସମସ୍ତ ୯ ଜଣ ସଭ୍ୟ ବନ୍ୟାଞ୍ଚଳ ପରିଦର୍ଶନ,କାର୍ଯ୍ୟକର୍ତ୍ତା ମାନଙ୍କ ସହ ସମ୍ପର୍କ କରି ବନ୍ୟା ପରବର୍ତ୍ତୀ ରିଲିଫ ଓ ଥଇଥାନ କାର୍ଯ୍ୟର ଅନୁଧ୍ୟାନ ୭ ତାରିଖ ସୁଧା କରି ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ଓ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀଙ୍କୁ ଅବଗତ କରାଇବେ।ଆଗାମୀ ୧୦ ତାରିଖ ଦିନ ପ୍ରଦେଶ କଂଗ୍ରେସ ବୈଠକରେ ସଭ୍ୟମାନେ ୮ ତାରିଖ ସୁଧା ଦେଇଥିବା ରିପୋର୍ଟ କୁ ତର୍ଜମା କରାଯାଇ ଅଖିଳ ଭାରତୀୟ କଂଗ୍ରେସ କମିଟି କୁ ଏକ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରାଯିବ।
ଶ୍ରୀ ନରସିଂହ ମିଶ୍ରଙ୍କୁ ସୋନପୁର ଓ ବୌଦ୍ଧ ସେହିପରି ଶ୍ରୀ ଭକ୍ତ ଚରଣ ଦାଶ ଓ ପ୍ରଦୀପ ମାଝୀଙ୍କୁ ନବରଙ୍ଗପୁର,ନୂଆପଡା ,ମାଲକାନଗିରି, ଝାରସୁଗୁଡା, ଦେବଗଡ ଓ ସୁନ୍ଦରଗଡ। ଶ୍ରୀ ପ୍ରସାଦ ହରିଚନ୍ଦନଙ୍କୁ ପୁରୀ ଓ ଖୋର୍ଦ୍ଧା। ଶ୍ରୀ ତାରାପ୍ରସାଦ ବାହିନୀପତି ଓ ଶ୍ରୀ ଜୟଦେବ ଜେନାଙ୍କୁ ମୟୁରଭଞ୍ଜ, ବାଲେଶ୍ୱର,ଭଦ୍ରକ,କେଉଁଝର ଓ ଗଜପତି। ଶ୍ରୀ ଶରତ ପଟ୍ଟନାୟକଙ୍କୁ ନୟାଗଡ, ଅନୁଗୁଳ ଓ ସମ୍ବଲପୁର ।ଶ୍ରୀ ସୁରେଶ କୁମାର ରାଉତରାୟଙ୍କୁ ଯାଜପୁର,କେନ୍ଦ୍ରାପଡା, ଓ ଜଗସିଂହପୁର ।ମହମ୍ମଦ ମୁକିମଙ୍କୁ କଟକ ଓ ଢେଙ୍କାନାଳ ଜିଲ୍ଲା ଦାଇତ୍ୱ ଦିଆଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ସୋସିଆଲ ମେଡିଆ ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।
ପୁଣି ଚମକିଲା ସୋଆ : ଟାଇମ୍ସ ହାୟର ଏଡୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ମାନ୍ୟତା…
ଭୁବନେଶ୍ୱର : ଟାଇମ୍ସ ହାୟର ଏଡୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ -୨୦୨୧ରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟ ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦୧ ପ୍ଲସ୍ କାଟେଗୋରୀରେ ନିଜ ସ୍ଥାନ ହାସଲ କରିବାରେ ସଫଳତା ହାସଲ କରିଛି ।
ଉଚ୍ଚ ଶିକ୍ଷା କ୍ଷେତ୍ରରେ ୫ଟି ବିସ୍ତୃତ ଦିଗକୁ ନେଇ ଏହି ରାଙ୍କିଙ୍ଗରେ ପ୍ରସ୍ତୁତ କରାଯାଇଥିଲା । ଏହି ଦିଗଗୁଡ଼ିକ ହେଉଛି ଶିକ୍ଷା ପ୍ରଦାନ (ଶୈକ୍ଷିକ ବାତାବରଣ), ଗବେଷଣା (ଆୟତନ, ଆୟ ଏବଂ ପ୍ରତିଷ୍ଠା), ସନ୍ଦର୍ଭ (ଗବେଷଣା ପ୍ରଭାବ), ଶିଳ୍ପ ଆୟ (ଜ୍ଞାନ ସ୍ଥାନାନ୍ତରଣ) ଏବଂ ଅନ୍ତର୍ଜାତିକ ଦୃଷ୍ଟିକୋଣ (ଅନ୍ତର୍ଜାତିକ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଗବେଷଣା ସହଭାଗିତା) ।
୨୦୨୦ ମସିହାରେ ମଧ୍ୟ ସୋଆ ଦି ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ୧୦୦୧ ପ୍ଲସ କାଟେଗୋରୀରେ ସ୍ଥାନ ପାଇଥିଲା । ସୋଆ ଅଧୀନରେ ୯ଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଚଳିତବର୍ଷ ୨୦୨୦ ନିମସ୍ତେ ନ୍ୟାସ୍ନାଲ୍ ଇନ୍ଷ୍ଟିଚୁ୍ୟସ୍ନାଲ୍ ରାଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନ୍ଆଇଆର୍ଏଫ୍) ରାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କାଟେଗୋରୀରେ ୨୦ତମ ସ୍ଥାନ ହାସଲ କରିଛି ସୋଆ । ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ମେ ଡିକାଲ୍ ସାଇନ୍ସେସ୍, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ, ଦେଶରେ ୨୩ତମ ସ୍ଥାନ ହାସଲ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲେଜି, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ, ୩୪ ତମ ସ୍ଥାନ ହାସଲ କରିଛି ।
ସେହିପରି ପ୍ରଥମ ଥର ନିମନ୍ତେ ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗରେ ସାମିଲ ହୋଇଥିବା ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସେସ୍, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍, ଦେଶରେ ୧୨ତମ ସ୍ଥାନ ହାସଲ କରିଛି ।
ଏମିତି ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ: ରାଜଶେଖର ଲାହା
ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି | ‘ଗୁ’ ଶବ୍ଦର ଅର୍ଥ ଅନ୍ଧାର ‘ରୁ’ ଶବ୍ଦର ଅର୍ଥ ଆଲୁଅ | ଯିଏ ଅନ୍ଧାର ରୁ ଆଲୋକ କୁ ବାଟ କଢେଇ ନିଅନ୍ତି ତାଙ୍କୁ ଗୁରୁ ବୋଲାଯାଏ | ଭାରତର ପୁରାଣ ଓ ଦର୍ଶନରେ ଯିଏ ଅଜ୍ଞାନ ରୁ ଜ୍ଞାନ ଆଲୋକ କୁ ନେଇଯାନ୍ତି ତାଙ୍କୁ ଗୁରୁକୁହନ୍ତି | ଗୁରୁ ଊସ୍ହାହ ର ମୂଳାଧାର | ପାଶ୍ଚାତ୍ୟ ଦର୍ଶନରେ ନିଦ୍ଧିଷ୍ଟ ପରମ୍ପରା ବା ଧର୍ମର ପରିସୀମା ଭିତରେ ନଥାଇ ଯିଏ ଅନେକ ଅନୁଗାମୀ ଏକାଠି କରନ୍ତି ତାଙ୍କୁ ଗୁରୁ କୁହାଯାଏ ଏଭଳି ଏକ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଜଣେଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ |
ଅଚ୍ୟୁତ ଯିଏ ନିଜର ଗତିପଥରୁ , କର୍ତ୍ତବ୍ୟପରାୟଣତା ଦାୟୀତ୍ୱବୋଧରୁ ଚ୍ୟୁତ ହୋଇନଥିବା ଦରଦୀ ମଣିଷଟିଏ | ଜୀବନର ପ୍ରାରମ୍ଭରୁ ଆରମ୍ଭ ହୋଇଥିବା ପ୍ରତିକୁଳ ପରିସ୍ତିତିକୁ ସମ୍ନା କରି ସଂଘର୍ଷକୁ ନିଜର କରି ଆଗକୁ ବଢିଥିବା ମହାଦୃମଟିଏ , ଯିଏ ଦୀପଟିଏ ହୋଇ ହଜାର,ହଜାର, ଆଲୋକ ବର୍ତ୍ତିକା ପ୍ରଜ୍ୱଳିତ କରି ଆଲୋକ ର ଦିବ୍ୟ ଜ୍ୟୋତିଧାରା ରେ ସେମାନଙ୍କ ଜୀବନକୁ କୁସୁମିତ କରିବା ସହ ଅନେକ ମଣିଷ ତିଆରି କାରାଖାନା ର ପ୍ରାଣ ପ୍ରତିଷ୍ଠାତା,ସେ ମାନବ ନୁହନ୍ତି ଜଣେ ଅନୁଷ୍ଠାନ,ସେହି ଅଦମ଼୍ୟ ଚେଷ୍ଟା,ନିରନ୍ତର ପ୍ରୟାସ ଅବିଚଳ ମନୋନିବେଶ,ଉଚ୍ଚକାଂକ୍ଷା,ତାଙ୍କୁ କର୍ମଯୋଗୀ ରେ ରୁପାନ୍ତର କରିଦେଇଛି |
ଅଭାବ ଅନାଟନର ସଂଘର୍ଷରେ ବଢି ଅଧ୍ୟାପନାରୁ ନିଜର ଦାୟୀତ୍ୱବୋଧ ଜୀବନର ଅୟ ଆରମ୍ଭ ଚାକିରି କରି ଅର୍ଥ ରୋଜଗାରରେ ନିଜର ପରିବାର, ଅଞ୍ଚଳର ଊନ୍ନତିରେ ସହାୟକ ହୋଇପାରିଥା’ନ୍ତେ କିନ୍ତୁ ବିଧାତାର ବିଚାର ଭିନ୍ନ ସମଗ୍ର ବିଶ୍ୱକୁ ପରିବାର ଭାବି ସାଂସାରିକ ମୋହମାୟାରୁ ନିଜକୁ ଊର୍ଦ୍ଧ୍ୱରେ ରଖି ବିଶ୍ୱ କଲ୍ୟାଣାର୍ଥେ ସମର୍ପିତ , ଯିଏ ହଜାର ହଜାର ଗରୀବ,ନିରୀହ,ନିଷ୍ପେସିତ,ଅବହେଳିତ ପିଲାଙ୍କୁ ଶିକ୍ଷାର ଆଲୋକ ବର୍ତ୍ତୀକାରେ ଆଲୋକିତ କରିବେ ,ଯିଏ ସମାଜର ହିତ ପାଇଁ ସମର୍ପିତ ସେ କ୍ଷୁଦ୍ରସ୍ୱାର୍ଥ ପାଇଁ ବନ୍ଧନ ଯୁକ୍ତ ହୋଇଥାନ୍ତେ କିପରି ? ଇଶ୍ୱର ଯାହାଙ୍କୁ ଅନୁଷ୍ଠାନ କରି ଗଢିତୋଳିଛନ୍ତି ସେ ବ୍ୟକ୍ତି ବିଶେଷରେ ସନ୍ତୁଷ୍ଟ ହେବେ କିପରି? କଲରାବାଙ୍କରୁ ଜନ୍ମିତ ହୋଇ ‘କଳିଙ୍ଗ’ କୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା କରାଇବାରେ କଳିଙ୍ଗ ମାଟିର ଯୋଗ୍ୟ ସନ୍ତାନ ଊସ୍ହର୍ଗୀକୃତ ମନୋଭାବ ସଫଳ ରୁପାୟନ କରି ପାରିଛନ୍ତି ମାଟି ମାଆ(କଳିଙ୍ଗ) କୁ ଭଲପାଊଥିବା ଦରଦୀ ମଣିଷଟି ପ୍ରତିଷ୍ଠା କରିଥିବା ସମସ୍ତ ଅନୁଷ୍ଠାନ ‘କଳିଙ୍ଗ’ନାମରେ ସମର୍ପିତ | କଳିଯୁଗ ର ବସ୍ତୁବାଦୀ ଦୁନିଆରେ ସ୍ୱାର୍ଥନ୍ୱେଷୀ ମଣିଷ ନିଜର ଅଥବା ସଂପର୍କୀୟ ମାନଙ୍କୁ ଗୁରୁତ୍ୱାରୋପ କରୁଥିବା ବେଳେ ଜନ୍ମମାଟିକୁ ଭଲ ପାଊଥିବା ବ୍ୟକ୍ତି ସେମାନଙ୍କ ଠାରୁ ଊର୍ଦ୍ଧରେ | ଏହା ମଧ୍ୟ ଆଜିର ସମାଜ ପାଇଁ ଅନୁକରଣୀୟ |
ସମଗ୍ର ଓଡ଼ିଶାର ବଣ ପାହାଡ଼ ଘେରା ଜନଜାତି ମୁଲକର ଗରୀବ,ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ପ୍ରଦୀପଟିଏ କରି ଗଢିତୋଳିବାର ଯେଊଁ ଅଦମ୍ୟ ପ୍ରୟାସ,ଅବିଚଳିତ ମନୋବୃତ୍ତି ନିରନ୍ତର ଚେଷ୍ଟା ତାଙ୍କୁ ମହାନ ରୁ ମହାନୁତ୍ତର କରିଛି | ଶିକ୍ଷାର ଅଭାବ ଯୋଗୁଁ ଯେଊଁମାନେ ନିଜର କୌଳିକ ବୃତ୍ତିକୁ ଆପଣେଇ ଥାଆନ୍ତେ ଅଥବା ଅଶିକ୍ଷିତ,ଅର୍ଦ୍ଧଶିକ୍ଷିତ ହୋଇଥାନ୍ତେ ସେମାନେ ଆଜି ଆଲୋକ ବର୍ତ୍ତିକା ହୋଇ ନିଜର,ନିଜପରିବାରର,ନିଜ ଅଞ୍ଚଳର ଓଡ଼ିଶା ମାଟିର ସଫଳ ଭାବେ ନିଜକୁ ଊପସ୍ଥାପିତ କରିପାରିଛନ୍ତି ଜଣେ ବ୍ୟକ୍ତି ବିଶେଷ ଦୁଇ ଦୁଇଟି ବିଶ୍ୱବିଦ୍ୟାଳୟ(କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ ବିଶ୍ୱବିଦ୍ୟାଳୟ )ର ପ୍ରାଣ ପ୍ରତିଷ୍ଠାତା ଅଭାବ ଅନାଟନରେ ପଢିପାରୁନଥିବା ଅନେକ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ମାଗଣା ଶିକ୍ଷା ପାଇଁ ଦାୟୀତ୍ୱ ବହନକରି କେବଳ ସେମାନଙ୍କର ପଥ ପ୍ରଦର୍ଶକ ନୁହନ୍ତି ସମସ୍ତ ଶିକ୍ଷାପ୍ରେମୀ ମାନଙ୍କ ଆଦର୍ଶ ପାଲଟି ଯାଈଛନ୍ତି , ବୀର ସହୀଦମାନଙ୍କର ସନ୍ତାନମାନେ ଅଥବା କରୋନାରେ ବଳିଦାନ କରିଥିବା ଯୋଦ୍ଧାମାନଙ୍କର ସନ୍ତାନମାନେ , ସମସ୍ତଙ୍କୁ ମାଗଣାରେ ଶିକ୍ଷାଦାନ କରିବାର ଯେଊଁ ବଳିଷ୍ଠ ପଦକ୍ଷେପ ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ,ସମାଜର ଅବହେଳିତ,ଦୁର୍ଘଟଣା ଗ୍ରସ୍ତ ପରିବାର ଅନାଥ ପିଲାଙ୍କ ସାମନ୍ତସାର୍ ଆଶାର ଆଲୋକ |
ମଣିଷ ଯେତେବେଳେ ଲୋଭ ମୋହ ମାୟା ପଛରେ ପଡ଼ି ସର୍ବଦା ବସ୍ତୁବାଦୀ ହୋଇ ଆଗକୁ ଦୌଡ଼େ ସେହି ସମୟରେ ଏଭଳି ଏକ ବ୍ୟକ୍ତି ନିଜ ମାଟି ମାଆକୁ ପ୍ରାଣ ଭଳି ଭଲପାଇ ନିଜଗାଁକୁ ସମଗ୍ର ଦେଶରେ ଏକ ଆଦର୍ଶ ଗ୍ରାମରେ ପରିଣତ କରିପାରିଛନ୍ତି ଏହା ଆଜିର ସମାଜ ପାଇଁ ଅନୁକରଣୀୟ ,ଭାରତୀୟ ପରମ୍ପରାରେ ଗୁରୁଙ୍କ ସ୍ଥାନ ଅତୁଳନୀୟ | ଏହି ପବିତ୍ର ଗୁରୁଦିବସ ଅବସରରେ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାରଙ୍କ ନିଷ୍ଠା ,ତ୍ୟାଗପୁତ ଜୀବନ, ସମୟାନୁ ବର୍ତ୍ତୀତା,ଦାୟୀତ୍ୱବୋଧ,କର୍ତ୍ତବ୍ୟ ପରାୟଣତା,ସେବା ମନୋବୃତ୍ତି,ସମର୍ପଣ ଭାବ ସର୍ବଦା ସମାଜ ପାଇଁ ଅନୁକରଣୀୟ,’ଗୁରୁ’ ହେଊଛନ୍ତି ସମାଜର ପଥପ୍ରଦର୍ଶକ ସର୍ବାଗ୍ରେ ‘ପ୍ରଣମ୍ୟ ଗୁରୁଜୀ’
ଛାତ୍ର ଇଂ.ରାଜଶେଖର ଲାହା
ମୋ:-୯୩୩୭୭୭୦୭୭୭














