୨୮ ତାରିଖରେ ବସିବ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର : ୨୮ ତାରିଖରେ ବସିବ ବିଜେପି ବିଧାୟକ ଦଳ ବୈଠକ ।ମୋୖସୁମି ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତି କରିବ ବିଜେପି l ଏନେଇ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସମସ୍ତ ବିଧାୟକ ଦଳର ସଭାପତି ଉପସ୍ଥିତ ରହିବେ ।ଦଳୀୟ କାର୍ଯ୍ୟାଳୟରେ ବସିବ ବୈଠକ ।କୋଭିଡ୍ ପରିଚାନା, ବନ୍ୟା ପ୍ରସଙ୍ଗ ,କେନ୍ଦ୍ର ଟଙ୍କା ର ରାଜ୍ୟ ଖର୍ଚ୍ଚ କରିନପ ରିବା ।ପ୍ରବାସୀ ଶ୍ରମିକ ମାନଙ୍କ ଉପରେ ଦଳ କରିବ ପ୍ରସଙ୍ଗ ।ଏହା ପୂର୍ବରୁ ବିଧାୟକ ମାନଙ୍କ ସହ ୨୦ ତାରିଖରେ ଅନଲାଇନ ରେ ବସିବ ବୈଠକ ।ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଙ୍କ ସୁଚନା ।

ସରକାରଙ୍କୁ ଟାର୍ଗେଟ କଲେ ବିଜୟ………

ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରରେ କୋରନା ଅବସ୍ଥା ଭୟଙ୍କର ରୁପ ନେଇଛି। ଆଗକୁ ମଧ୍ୟ ଆହୁରି ଭୟଙ୍କର ହେବ। କିନ୍ତୁ ଏହାକୁ ମୁକାବିଲା କରିବାରେ ସରକାର ହୋଇଛି ବାଟବଣା । ଅନେକ ଉପଦେଶ ପରେ ମଧ୍ୟ କିଛି ମୁଷ୍ଟିମେୟ ଅଧିକାରୀଙ୍କ ମନମୁଖୀ ନୀତି ଯୋଗୁ ଆଜି ଏମିତି ଅବସ୍ଥା ହେଇଛି । ସରକାର କରୋନା ମୁକାବିଲା କରିବେ ନା ପୋଲିସକୁ ମୁକାବିଲା କରିବେ ଜାଣିପାରୁନାହାନ୍ତି । ଯେଉଁମାନେ କୋଭିଡ଼ ହସ୍ପିଟାଲ ମ୍ୟାନେଜମେଣ୍ଟ କରୁଛନ୍ତି ସେମାନେ ଜାଣିଛନ୍ତି ଜେ କୌଣସି ହସ୍ପିଟାଲରେ ମଧ୍ୟ ବେଡ଼ ନାହିଁ । ସରକାର ବେଡ଼ ବଢାଇବା ପାଇଁ ଚେଷ୍ଟା କରୁନାହାନ୍ତି । ସମ ରେ 725 ବେଡ଼ରୁ 7 – 8 , କିମସ ରେ 450ରୁ 25 ରୁ 30 ବେଡ଼ ଖାଲି ଅଛି ତାହାପୁଣି ସାଧାରଣ ବେଡ଼ , କଟକରେ ବେଡ଼ ନାହିଁ । ଯେଉଁମାନେ କୋଭିଡ଼ ପରିଚାଳନା କରୁଛନ୍ତି ସେମାନେ ବୋଧେ ଜାଣିନାହାନ୍ତି ବେଡ଼ ନାହିଁବୋଲି । ଏବେ ସରକାର ବେଡ଼ ବଢ଼ାଇବେ ନା ପୋଲିସ ଡିଜିଙ୍କୁ ଖାଲି ନିର୍ଦେଶ ଦେବେ ଲୋକଙ୍କୁ ସାବଡ଼ କର । ଜଣେ ଅଫିସର ବିଏମ୍ସି କମିଶନରଙ୍କୁ ଘୋଡାଇବା ପାଇଁ ସମସ୍ତଙ୍କୁ ଅସୁବିଧାରେ ପକାଯାଉଛି । ବିଏମ୍ସି କମିଶନରଙ୍କ ନାଲିବତୀ କିଭଳି ଫେରିପାଇବେ ଏବେ ସେ ନେଇ ପ୍ରକ୍ରିୟା ଚାଲିଛି। ହେଲେ ତାଙ୍କ ଭୁଲ ପାଇଁ ଆଜି ଟ୍ଵିନ ସିଟିରେ ଏଭଳି ଅବସ୍ଥା ତାହା ମୁଖ୍ୟମନ୍ତ୍ରୀଙ୍କୁ କେହି ବୋଧେ ବୁଝାଉନାହାନ୍ତି । ମୋର ଉପଦେଶ ରାଜଧାନୀକୁ 5 ଟି ଜୋନରେ ବିଭକ୍ତ କରି କୋଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଉ । ସଂଗରୋଧ ଲୋକଙ୍କ କଥା ବୁଝିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ସ୍ୱତନ୍ତ୍ର ଅଫିସର ନିଯୁକ୍ତ ହୁଅନ୍ତୁ । ତୁରନ୍ତ ହଜାରେ ଆଇସିୟୁ ବେଡ଼ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର । ଗଂଜାମ ମଡେଲ ନୁହେଁ କଟକ ଭୁବନେଶ୍ୱରରେ ସ୍ୱତନ୍ତ୍ର ମଡେଲ ବ୍ୟବସ୍ଥା କରାଯାଉ । ରାଜ୍ୟରେ କୋଭିଡ ସମୟରେ ପୋଲିସ ବେଶ ଭଲ କାମ କରିଛନ୍ତି ।

ବିନା କରୋନା ଟେଷ୍ଟରେ ବିଧାନସଭା ମନା…

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ବିଧାନସଭାରେ ମୌସୁମୀ ଅଧିବେଶନ ବସିବାକୁ ଯାଉଛି ।ସମ୍ପୂର୍ଣ୍ଣ ସଂସଦୀୟ ଶୈଳୀରେ ରାଜ୍ୟରେ ମଧ୍ୟ ବିଧାନସଭା ବସିବ। ବିଧାନସଭାରେ କରୋନା କଟକଣାକୁ ଦେଖି ଏଥର ଅନେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।ଅଧିବେସନ ପୂର୍ବରୁ ହେବ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ। ବୈଠକର ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କର ଏହି ଟେଷ୍ଟ କରାଯିବ। ସେହିଭଳି ୪ ତାରିଖରେ ଆଉ ଏକ ଟେଷ୍ଟ କରାଯିବ। ଯେଉଁମାନେ ଅସୁସ୍ଥ ଅନୁଭବ କରିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ମାସ୍କ, ଗ୍ଲୋଭସ, ଫେସ ଶୀଲଡ଼, ସାନିଟାଇଜର ଯୋଗାଇ ଦିଆଯିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଧାନସଭା ପରିସରରେ ସମସ୍ତ ଭିତ୍ତିଭୂମି ବ୍ୟବସ୍ଥା କରିବେ। ଓଡିଶା ଔଷଧ ନିଗମ ଏମଡି ମାସ୍କ, ସାନିଟାଇଜର ଭଳି ସାମଗ୍ରୀ ଦେବା ନେଇ ବ୍ୟବସ୍ଥା କରିବେ। ସେହିଭଳି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପରୀକ୍ଷା ପାଇଁ ବ୍ୟବସ୍ଥା କରିବେ।

ଡିଜିଙ୍କୁ ନବୀନ ପରାମର୍ଶ : କଟକ-ଭୁବନେଶ୍ୱରରେ କୋଭିଡ ନିୟମ କଡାକଡି କର…

ମୁଖ୍ୟମନ୍ତ୍ରୀଙ୍କ କରୋସମୀକ୍ଷା
ଗ୍ରାମାଞ୍ଚଳର ଲୋକମାନଙ୍କ ଆର୍ଥିକ ମାନ୍ଦା ଅବସ୍ଥାରୁ ସୁରକ୍ଷିତ ରଖିବାକୁ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ
ଭୁବନେଶ୍ବର-କଟକ କୋଭିଡ ନିୟମ ପାଳନ ତତ୍ତ୍ବାବଧାନ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ
ଆରୋଗ୍ୟଙ୍କ ସଂଖ୍ୟା ୧.୨୫ ଲକ୍ଷ, ଗତ ୫ ସପ୍ତାହର ଏକ ଲକ୍ଷ ଆରୋଗ୍ୟ
ଭୁବନେଶ୍ବର : କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।

ଆଜି କୋଭିଡ ପରିଚାଳନା ଵିଷୟରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ MGNREGS ସମେତ ଅନ୍ୟ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ ଅଧିକରୁ ଅଧିକ ରୋଜଗାର ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ୍‌ ଭାବରେ କାର୍ଯ୍ୟ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏତଦ୍‌ବ୍ୟତୀତ ଚାଷୀ, ମିଶନ ଶକ୍ତିର ମା ମାନେ, MSME ଓ ବୁଣାକାର ମାନଙ୍କୁ ଅଧିକ ଋଣ ସହାୟତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଭାରତର ପ୍ରଥମ ତୈମାସିକ ଆର୍ଥିକ ଅଭିବୃଦ୍ଧି ବିଯୁକ୍ତ ୨୩ ପ୍ରତିଶତ ଥିବାରୁ ଆମର ଲୋକମାନଙ୍କୁ ଏହାର କୁପ୍ରଭାବରୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ।
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗର ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ । ରାଜ୍ୟରେ କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୧.୨୫ ହଜାରରେ ପହଞ୍ଚିଥିବାରୁ ଏବଂ କେବଳ ଗତ ୫ ସପ୍ତାହ ମଧ୍ୟରେ ଏକ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ କୋଭିଡ ଯୋଦ୍ଧା ତଥା ଡାକ୍ତର, ସ୍ବାସ୍ଥ୍ୟକମୀ ମାନଙ୍କୁ ସେମାନଙ୍କ କାମ ପାଇଁ ଅଭିନଦନ ଜଣାଇଥିଲେ।
ରାଜ୍ୟର ଅନ୍ୟ ଅଞ୍ଚଳମାନଙ୍କରେ କୋଭିଡ ନିୟମର କଡାକଡି ଅନୁପାଳନ ସନ୍ତୋଷଜନକ ଥିବାବେଳେ ଭୁବନେଶ୍ବର କଟକରେ କମିଶନରେଟ ଅଞ୍ଚଳରେ ଏହା ସେତେଟା ଉତ୍ସାହଜନକ ନଥିବାରୁ ଭୁବନେଶ୍ବର କଟକ କମିଶନରେଟ ଅଞ୍ଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୋଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ, ଭୁବନେଶ୍ବର-କଟକର ପୋଲିସ କମିଶନର କୋଭିଡ ନିୟମ କଡାକଡି ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।
ଏହି ବୈଠକରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, mortality rate କମ୍ ଥିବା ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ବୈଠକ ସଂଚାଳନା କରିଥିଲେ।

ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି

ଭୁବନେଶ୍ୱର : ଅର୍ଥନୀତି ଉପରେ କୋଭିଡ-୧୯ ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍)ର ମହା ନିଦେ୍ର୍ଧଶକ ଓ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ତି୍ରଲୋଚନ ମହାପାତ୍ର ।

ଏହି ମହାମାରୀ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କୃଷକମାନଙ୍କ କାର୍ଯ୍ୟକୁ ବନ୍ଦ କରିପାରି ନାହିଁ କିମ୍ବା ସେମାନଙ୍କର କୃଷି ଉତ୍ପାଦନ କାର୍ଯ୍ୟରେ କୈ।ଣସି ପ୍ରଭାବ ପକାଇ ପାରି ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ପକ୍ଷରୁ ଆୟୋଜିତ ୩ ଦିନିଆ ଇ-ଜାତୀୟ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ମହାପାତ୍ର ଏହି ସୂଚନା ଦେଇଛନ୍ତି ।

କୃଷି କ୍ଷେତ୍ରରେ ବିଭିଧତା ଏକ ସଫଳ କୃଷି ଅର୍ଥନୀତିର ମାନଦଣ୍ଡ ବୋଲି କହିବା ସହ କୃଷି କ୍ଷେତ୍ରରେ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନୂତନ ବୈଜ୍ଞାନିକ ଜ୍ଞାନ କୋଶଳର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋଆ ପ୍ରତିଷ୍ଠଠାତା ସଭାପତିଙ୍କ ପ୍ରମୁଖ ପରାମର୍ଶଦାତା ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତି ପ୍ରଫେସର ଡି.ପି. ରାୟ, ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏଏସ୍ର ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍ ପ୍ରଫେସର ବିଜୟ କୁମାର ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ପ୍ରଫେସର ବିବୁଧ ପରାସର ।

ଦୁଇ ସମୀର ହେଲେ କରୋନା ଆକ୍ରାନ୍ତ…..

ଭୁବନେଶ୍ବର : ଆଜି ରାଜ୍ୟର ଆଉ ଦୁଇ ତୁଙ୍ଗ ନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ଉଭୟ ଟୁଇଟ କରି ସୂଚନା ଦେଇଛନ୍ତି । କୋଭିଡ୍-୧୯ର ଲକ୍ଷଣ ଦେଖାଯିବା ପରେ ଉଭୟ କରୋନା ପରୀକ୍ଷା କରାଇଥିଲେ । ଏବେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟ ହୋମ୍ କ୍ବାରେଣ୍ଟାଇନ୍ ରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବା ସହ ସେମାନଙ୍କର କରୋନା ପରୀକ୍ଷଣ କରାଇବା ପାଇଁ ସେ ଅନୁରୋଧ କରିଛନ୍ତି । ଏପଟେ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ଆରମ୍ଭ ହେଲା ସଂସଦ : ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ

ଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନର ଆଜି ପ୍ରଥମ ଦିନ । ପ୍ରଥମ ଦିନରେ ଟେଷ୍ଟ ପରେ ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି । ସାଂସଦ ମିନାକ୍ଷୀ ଲେଖୀ, ଅନନ୍ତ କୁମାର ହେଗଡ଼େ, ପରଭେଶ ସାହିବ ସିଂଙ୍କ ସମେତ ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଉଲ୍ଲେଖଯୋଗ୍ୟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସଦସ୍ୟଙ୍କ କୋଭିଡ଼ ଟେଷ୍ଟ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା । କୋଭିଡ଼ ଟେଷ୍ଟ କରାଯିବା ପରେ ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେପ୍ଟେମ୍ବର ୧୩ ଓ ୧୪ରେ ପାର୍ଲାମେଣ୍ଟ ପରିସରରେ କରୋନା ଟେଷ୍ଟ କରାଯାଇଥିଲା ।

ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ଏଥର ଶନିବାର ଓ ରବିବାର ବସିବ ବିଧାନସଭା ଅଧିବେଶନ l ସାମାଜିକ ଦୂରତା ଭିତରେ ବସିବ ଅଧିବେଶନ l ଆସନ୍ତା ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୭ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ କିନ୍ତୁ ପ୍ରଶ୍ନକାଳ ରହିବନି । ବରିଷ୍ଠ ବିଧାୟକ ଭିଡ଼ିଓ କନଫରେନ୍ସିଂରେ ଗୃହରେ ଯୋଗଦେଇ ପାରିବେ ବୋଲି ସୂଚନା ମିଳିଛି । ମୌସୁମୀ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟାନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଗାନ୍ଧି ଜୟନ୍ତୀକୁ ଛାଡ଼ି ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିବ । ତେବେ ଅଧିବେଶନରେ ସାମ୍ବାଦିକ ମାନଙ୍କୁ ଛଡାଯିବ କି ନାହିଁ ସେ ନିଷ୍ପତି ହୋଇନାହିଁ l ହେଲେ ଅଧିବେଶନର ୨ ଦିନ ପୃର୍ବରୁ ସମସ୍ତ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ l

ରାଜ୍ୟରେ କେତେ ଜଣ ଜନପ୍ରତିନିଧିଙ୍କୁ ହେଲାଣି କରୋନା ଆସନ୍ତୁ ଜାଣିବା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏବେ  ଦିନ ତିନି ହଜାରରୁ ଉର୍ଦ୍ଧ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନା ଯୁଦ୍ଧର ଆଗ ଧାଡ଼ିର ସୈନିକମାନେ ଏବେ ଅଧିକ ସଂଖ୍ୟାରେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ପୋଲିସ, ସ୍ୱାସ୍ଥ୍ୟ କର୍ମୀ, ଲୋକଙ୍କ ଦୁଃଖ ସୁଖ ବୁଝୁଥିବା ଜନ ପ୍ରତିନିଧିମାନେ ଏଥିରୁ ବର୍ତ୍ତି ପାରୁନାହାନ୍ତି। ତେବେ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୫ ଜଣ ବିଧାୟକ ଓ ୩ ଜଣ ସାଂସଦ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ନୀଳଗିରି ବିଧାୟକ ସୁକାନ୍ତ ନାୟକ ରାଜ୍ୟର ପ୍ରଥମ ଜନ ପ୍ରତିନିଧି ଭାବେ କରୋନା ଆକ୍ରାନ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ତାଲିକା ବଢ଼ିବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜନପ୍ରତିନିଧି ମହାମାରୀରେ ଆକ୍ରାନ୍ତ ହେଲେଣି-
୧- ସୁକାନ୍ତ ନାୟକ(ନୀଳଗିରି)
୨- ପ୍ରଶାନ୍ତ ବେହେରା (ସାଲେପୁର)
୩- ସୁଧାଂଶୁ ପରିଡ଼ା (ରେମୁଣା)
୪- ଶ୍ରୀକାନ୍ତ ସାହୁ(ପୋଲସରା)
୫- ସୌମ୍ୟ ରଂଜନ ପଟ୍ଟନାୟକ(ଖଣ୍ଡପଡା)
୬- ଅନନ୍ତ ଜେନା (ମଧ୍ୟ ଭୁବନେଶ୍ୱର)
୭- ସଂଜୀବ ମଲିକ(ଭଦ୍ରକ)
୮- ସୁଶାନ୍ତ ସିଂହ, ମନ୍ତ୍ରୀ
୯- ପ୍ରୀତମ ପାଢ଼ୀ (ପଟାଙ୍ଗି)
୧୦- ଦେବୀ ମିଶ୍ର (ନରସିଂହପୁର)
୧୧- ବ୍ୟମକେଶ ରାଏ(ଚାନ୍ଦବାଲି)
୧୨- ଅରୁଣ ସାହୁ, ମନ୍ତ୍ରୀ
୧୩- ସୁଶାନ୍ତ ରାଉତ (ଉତ୍ତର ଭୁବନେଶ୍ୱର)
୧୪- ସୁନନ୍ଦା ଦାସ (ବରି)
୧୫- ବିକ୍ରମ ପଣ୍ଡା(ବ୍ରହ୍ମପୁର)
୧୬- ପଦ୍ମିନୀ ଦିୱାନ (ମନ୍ତ୍ରୀ)
୧୭- ବିଷ୍ଣୁବ୍ରତରାଉତରାୟ (ବାସୁଦେବପୁର)
୧୮- ପ୍ରଶାନ୍ତ ମୁଦୁଲି( ଜଗତସିଂହପୁର)
୧୯- ଭାଗିରଥି ସେଠୀ(ଆନନ୍ଦପୁର)
୨0- ପ୍ରଭୁ ଜାନି(ଲଷ୍ମୀପୁର)
୨୧- ସଦାଶିବ ପ୍ରଧାନୀ(ନବରଙ୍ଗପୁର)
୨୨- ଜ୍ୟୋତି ପାଣିଗ୍ରାହୀ(ମନ୍ତ୍ରୀ)
୨୩- ଟୁକୁନି ସାହୁ(ମନ୍ତ୍ରୀ)
୨୪- ରାଜା ସ୍ୱାଇଁ (ମନ୍ତ୍ରୀ)
୨୫- ଶଶୀ ବେହେରା(ବିଧାୟକ)

୨୬ -ବ୍ରଜକିଶୋର ପ୍ରଧାନ (ବିଧାୟକ ତାଳଚେର )

ଏହାସହ ୩ ଜଣ ସାଂସଦ ହେଉଛନ୍ତି
୧- ସୁରେଶ ପୂଜାରୀ (ବରଗଡ)
୨- ମଞ୍ଜୁଲତା ମଣ୍ଡଳ (ଭଦ୍ରକ)
୩- ରମେଶ ମାଝୀ (ନବରଙ୍ଗପୁର)

ଫେରୋକ୍ରମ୍ କ୍ଲବ୍ ରେ ଅଘଟଣ , ଖେଳୁଥିବା ବେଳେ ଟଳିପଡିଲେ ଯୁବକ ।

0

ବ୍ୟାସନଗର  : ସ୍ଥାନୀୟ ଫେରୋକ୍ରମ୍ କଲୋନୀରେ ଥିବା ଶ୍ରମିକଙ୍କ କ୍ଲବ୍ ଠାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଯେଉଁ କାରଣରୁ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା  । ପ୍ରାପ୍ତ ଖବର ଅନୁଯାୟୀ  ଫେରୋକ୍ରମ୍ ଫାଟକ ନିକଟରେ ରୁହନ୍ତି  କାମରାଜ ପ୍ରଧାନଙ୍କ ପୁଅ ଶଦାଶିବ ପ୍ରଧାନ (୪୨) । ସେ ପ୍ରତିଦିନ କଲୋନୀ ମଧ୍ୟରେ ଥିବା କ୍ଲବକୁ ବ୍ଯାଡମିଣ୍ଟନ୍ ଖେଳିବାକୁ ଯାଆନ୍ତି  । ସେଦିନ ମଧ୍ୟ ପ୍ରତିଦିନ ଭଳି ଖେଳିବାକୁ ଯାଇଥିଲେ  କିନ୍ତୁ ଘରକୁ ଫେରିବା ବଦଳରେ ପହଞ୍ଚିଥିଲା ଶଦାଶିବଙ୍କ ମୃତ୍ୟୁ ଖବର । ଖେଳୁଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ଠିଆ ହୋଇ ଯାଇଥିଲେ ଶଦାଶିବ । ତାଙ୍କ ମୁଣ୍ଡ ଘୁରେଇ ଦେବାରୁ ସେ ତଳେ ହଠାତ୍ ତଳେ ପଡିଯାଇଥିଲେ । ଉପସ୍ଥିତ ଅନ୍ଯ ସାଥି ଖେଳାଳିମାନେ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନେଇଯାଇଥିଲେ  । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଖବର ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା  । ଶଦାଶିବ ୨୦୦୪ ମସିହାରୁ  ନୀଳାଚଳ ଇସ୍ପାତ ନିଗମଠାରେ  ୱିନ୍ ଟେକ୍ ନାମକ ଏକ ଠିକା ସଂସ୍ଥା ରେ ସୁପରଭାଇଜର୍ ଭାବେ କାର୍ଯ୍ୟ କରୁଥିଲେ  । ଖବର ପାଇ ଠିକା ସଂସ୍ଥାର ମୂଖ୍ୟ ହସ୍ପିଟାଲ ଯାଇ ଯଥା ସମ୍ଭବ ସହାୟତା ପ୍ରଦାନ କରିଥିଲେ  ।  ଏଥିସହ ନିୟମ ଅନୁଯାୟୀ ବାକି ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମତ ଦେଇଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news