ନିଳାଞ୍ଚଳ ଇସ୍ପାତ ନିଗମ କର୍ମଚାରୀଙ୍କୁ ଦରମା ଦିଅ : ପ୍ରୀତି ଘଡ଼ାଇ

ଭୁବନେଶ୍ୱର : NINLର କର୍ମଚାରୀ ଓ ଶ୍ରମିକଙ୍କ ୭ମାସର ଦରମା ମିଳିବା ନେଇ @SecyChief ଅସିତ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ l ଚିଠିରେ ବିଧାୟକ ଭିତ୍ତିଭୂମି,ଖଣି ଲିଜ୍ ଏବଂ ଉଚ୍ଚକୁଟୀର ମାନବ ସମ୍ବଳ ଥିବା NINLକୁ ଲାଭ ପ୍ରଦାନକାରୀ ସଂସ୍ଥା SAIL ବା RNIL ଅଥବା NMDCରେ ବିଲୟ କରି ପୁନଃଋଦ୍ଧାର କରିବାକୁ ଶିଳ୍ପ ଏବଂ ଖଣି ଓ ଇସ୍ପାତ ସଚିବଙ୍କୁ ଦାବି କରିଛନ୍ତି । କମ୍ପାନୀର କର୍ମଚାରୀ ମାନେ ମହାମାରୀ ସମୟରେ ଦରମା ନପାଇ ବହୁତ ଦୁଃଖରେ ଅଛନ୍ତି l ତେଣୁ ତୁରନ୍ତ ସେମାନଂକୁ ଦରମା ଦେବାର ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି l ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ମନ୍ତ୍ରୀ ଥାଇ ମଧ୍ୟ ନୀଳାଞ୍ଚଳ ଇସ୍ପାତ ନିଗମ ବନ୍ଦ ହେବା ଓ କର୍ମଚାରୀ ଦରମା ନପାଇବା ଦୁଃଖର ବିଷୟ l କାରଣ କଳିଙ୍ଗ ନଗରରେ ଥିବା ଏସିଆ ମହାଦେଶର ସର୍ବ ଉକୃଷ୍ଟ ପିଗ ଆଇରନ ଉତ୍ପାଦନକାରୀ କମ୍ପାନୀ ନିଳାଞ୍ଜଳ ଇସ୍ପାତ ନିଗମ ବନ୍ଦ ।   କମ୍ପାନୀର ଭବିଷ୍ୟତ କଣ ହେବ  ତାହା ଏବେ ଅନିଶ୍ଚିତା ଭିତରେ  । କିଛି ଦିନ ତଳେ କେନ୍ଦ୍ର କ୍ୟାବିନେଟ ସରକାରଙ୍କ ଉଦ୍ୟୋଗୀ ପୁଞ୍ଜି ପ୍ରତ୍ୟାହାର କରିବା ନିଷ୍ପତି ପରେ ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ । ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ଏହି କମ୍ପାନୀକୁ ଚାଲୁକରିବା ପାଇଁ ପଦକ୍ଷପ ନେବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼ାଇ ଦାବି କରିଛନ୍ତି । ସେ କହିଛନ୍ତି କଳିଙ୍ଗ ନରଗ ଶିଳ୍ପର ନଗରୀ ହୋଇଥିବା ବେଳେ ଏସିଆର ସର୍ବବୃହତ ପିଗ ଉତ୍ପାଦନକାରୀ କମ୍ପାନୀ ବନ୍ଦ ହେବା ରାଜ୍ୟକୁ ବ୍ୟଥିତ କରିଛି । ସେହିପରି ଓଏମସି ପାଖରେ ଆବଶ୍ୟକ କଞ୍ଚାମାଲ ଥିବା ସହ ଓ ନିଳାଞ୍ଚଳ ପାଖରେ ଦଇତାରୀ ଖଣି ଥିବାରୁ ରାଜ୍ୟ ସରକାର ଏହାକୁ ନିଜ ଅଧିନରେ ରଖିବା ପାଇଁ ପିସିସି ସଭାପତି ଦାବି କରିଛନ୍ତି । ପିଗ ଆଇନର ଉତ୍ପାଦନ କରିବା ପାଇଁ ଯେଉଁ ସୁଯୋଗ ଅଛି ତାହାକୁ ସରକାର ନହରାନ୍ତୁ ବୋଲି ସେ ଦାବତି କରିଛନ୍ତି । ସେପଟେ ନିଳାଞ୍ଚଳ ଇସ୍ପାତ କମ୍ପାନୀ ଆର୍ଥକ ଦୂରବସ୍ଥାର ସୁଧାର ଆଣିବା ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅବଗତ କରାଯାଇଥିଲେ । ଧୀରେଧୀରେ କମ୍ପାନୀର ଆର୍ଥକ ଅବସ୍ଥା ଭୁଷୁଡ଼ିବାରେ ଲାଗିଥିଲା । ଶେଷରେ ୨୦୧୯ ମସିହାରୁ କମ୍ପାନୀ ରୁଗୁଣ ଅବସ୍ଥାକୁ ଯିବା ସହ ୨୦୨୦ ମାର୍ଚ୍ଚ ମାସରୁ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । କମ୍ପାନୀର ୩ହଜାର ୫୦୦ କର୍ମଚାରୀ ଆଜକୁ ୬ମାସଦ ହେବ ଦରମା ବି ପାଇନାହାନ୍ତି । ଅନ୍ୟପଟେ ସମସ୍ୟା ଭିତରେ ଥିବା ନିଳାଞ୍ଚଳ ଇସ୍ପାତ ନିଗମର ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ପ୍ରୟାସ କରିଥିବା ବିଜେପି କହିଛି ।  ନିଳାଞ୍ଚଳ ଇସ୍ପାତ ନିଗମରରେ ଏମଏମଟିସିର ସର୍ବାଧିକ ୪୯;୭୮ ୂପ୍ରତିଶତ ଅଂଶଧନ ଥିବାବେଳେ ଏନଏମଡ଼ିସିର ୧୦:୧୦ ପ୍ରତିଶତ , ମେକନ ଓ ଜେନର ୦: ୬୮ ପ୍ରତିଶତ ଅଂଶଧନ, ଓଏମସିର ୨୦;୪୭ ପ୍ରତିଶତ , ଓ ଇପିକଲର ୧୨ ପ୍ରତିଶତ ଅଂଶଧନ ରହିଛି । ଦେଶରେ ଆର୍ଥକମାନ୍ଦାବସ୍ଥା ଚାଲିଥିବା ବେଳେ ନିଳାଞ୍ଚଳ ଇସ୍ପାତ ନିଗର ଭାଗ୍ୟ କଣ ହେବ ତାହାକୁ ଉପରେ ସଭିଁଙ୍କ ନଜର l

୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ:ବାଚସ୍ପତି

ଭୁବନେଶ୍ୱର : ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ ।ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସର୍ବଦଳୀୟ ବୈଠକ ବସିବା ନେଇ ବିରୋଧୀ ମାନେ ଦାବି କରୁଥିଲେ । ଏନେଇ ନିଷ୍ପତ୍ତି ହୋଇଛି ।ବିଧାନସଭା ର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଏହାସହ ବିରୋଧୀ ମାନଙ୍କ ଅଭିଯୋଗ ଉପରେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି ।ଏଥିର ବିଧାନସଭା ଅଧିବେଶନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବ କି ନାହିଁ ସେନେଇ ମଧ୍ୟ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି ।କୋଭିଡ୍ କଟକଣା ଭିତରେ ବିଧାନସଭା ବସୁଥିବାରୁ ଏନେଇ ମଧ୍ୟ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚୁନା ଦେଇଛନ୍ତି । ସେପଟେ ବୈଠକ ନେଇ ବିରୋଧୀ ନିଜ ମତ ରଖିଛନ୍ତି l ଶୁନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା ନେଇ ବୈଠକରେ ଦାବି କରିବେ ବୋଲି କହିଛନ୍ତି l ଶାସକ ଦଳ କହିଛି ନିୟମ ଅନୁସାରେ ବାଚସ୍ପତି ଗୃହ ଚଳାଇବେ l

ବିଜେଡି ଓ ବିଜେପି କଭୀ ଖୁଶ କଭୀ ଗମ ରାଜନୀତି ଚଳେଇଛନ୍ତି-ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର–ବର୍ତ୍ତମାନ ଓଡିଶା ରାଜନୀତିରେ ଓଡିଶାବାସୀ ଏକ ନୂଆ ଚିତ୍ର ଦେଖୁଛନ୍ତି । ଏହି ଚିତ୍ରରେ କୃଷି ବିଲ୍‌କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ ଏବଂ ଆଲୋଚନା ସାପେକ୍ଷ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସ ବାର୍ତ୍ତାରେ କହିଛନ୍ତି। ଲୋକସଭାରେ ବିଜେଡି ସାଂସଦ ମାନେ କୃଷି ବିଲକୁ ସମର୍ଥନ କଲେ କିନ୍ତୁ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ଏବଂ ବିରୋଧ କଲେ। ଯେଉଁସବୁ ଆଭିମୁଖ୍ୟ ରଖି ବିଜେଡି ରାଜ୍ୟସଭାରେ ପ୍ରଶ୍ନ ଉତଥାପନ କରିଛନ୍ତି ଲୋକସଭାରେ ସେମାନେ କେଉଁଠି ଥିଲେ ଏବଂ ପ୍ରଶ୍ନ ଉତଥାପନ କରି ନଥିଲେ କାହିଁକି ? ଏଥିରୁ ଅନୁମେୟ ବିଜେଡି ଓ ବିଜେପି ଉଭୟ ‘କଭି ଖୁସ୍ କଭି ଗମ୍‌’ ଭଳି ରାଜନୀତି କରୁଛନ୍ତି। ସିବିଆଇ ଚଢାଉକୁ ଏମାନେ ଆଘାତ କରିଛନ୍ତି । ସିବିଆଇ ଚଢ଼ାଉକୁ ଯଦି ଏମାନେ ଆଘାତ କରିଛନ୍ତି ତେବେ ପ୍ରଶ୍ନ ହେଲା ୭-୮ ବର୍ଷ ହେଲାଣି ଲକ୍ଷ ଲକ୍ଷ ଲୋକ ଚିଟ୍‌ଫଣ୍ଡ୍‌କୁ ଟଙ୍କା ଦେଇ ବସିଛନ୍ତି, ତା ଉପରେ କିଛି ହେଲାନାହିଁ, ସେମାନଙ୍କର ଦୁଃଖ ସରକାର ବୁଝିଲେ ନାହିଁ । ସରକାର କମିଶନ ବସାଇଲେ ଓ କମିଶନ ଭାଙ୍ଗିଲେ । କମିଶନ ଭାଙ୍ଗିଲା ବେଳେ ପ୍ରାୟ ୭ ଲକ୍ଷ ଦରଖାସ୍ତ ପଡି ରହିଥିଲା । ଯାହାକି କମିଶନଙ୍କ ଦୃଷ୍ଟିଗୋଚରକୁ ଆସିନଥିଲା । ତାଉପରେ ମଧ୍ୟ କୌଣସି ନିଷ୍ପତି ହୋଇନଥିଲା । ଏହିଭଳି ହାସ୍ୟାସ୍ପଦ ରାଜନୀତି ଓଡିଶାରେ କେତେଦିନ ଚାଲିବ?, ବିଜେଡି ଦଳ ସିବିଆଇକୁ ଭୟକରି ନିର୍ବାଚନ ଏବଂ ସିବିଆଇ କେଳେଙ୍କାରୀ କଥା କହୁଛନ୍ତି । ତେବେ ସିବିଆଇକୁ ବିଜେଡିର ଏତେ ଭୟ କାହିଁକି? ସିବିଆଇ ମଧ୍ୟ ଯଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତାହା ଶୀଘ୍ର ନକରି ୭-୮ ବର୍ଷ କେସ୍‌କୁ ପକାଇ ରଖିଛନ୍ତି କାହିଁକି? ଏ କ’ଣ ବିଜେଡିଙ୍କ ଉପରେ ଏକ ଖଣ୍ଡା ଧାର କରି ରହିଛନ୍ତି ଏବଂ ବିଜେଡି ବାଲା ମଧ୍ୟ ସିବିଆଇକୁ ଭୟଭୀତ ଅବସ୍ଥାରେ ରହିଛନ୍ତି , ଯେଉଁଥିପାଇଁକି ସବୁବେଳେ ତାଙ୍କ ସହିତ ସବୁ କ୍ଷେତ୍ରରେ ସାଲିସ୍ କରୁଛନ୍ତି । ଏହା ଗୋଟିଏ ମୁଖ୍ୟ ପ୍ରଶ୍ନ । ଦ୍ୱିତୀୟ କଥା ଯେଉଁ କୃଷି ବିଲ୍ କଥା ଆଲୋଚନା କରାଯାଉଛି କୃଷିବିଲ୍‌ରେ ବହୁ ଗୂଢ଼ ତଥ୍ୟ ରହିଛି । ସରକାର ବହୁ ମିଠାକଥା କହିଛନ୍ତି, ଭାଷଣ ଦେଇଛନ୍ତି, ଲୋକମାନଙ୍କର ସବୁ ସୁବିଧା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ସେ ପ୍ରତିଶ୍ରୁତିଗୁଡିକ କିଭଳି ପାଳନ କରାଯିବ ଉଦାହରଣ ସ୍ୱରୂପ ଚାଷୀ ବିକିବା ମୂଲ୍ୟ ଏବଂ ଖାଉଟି ମୂଲ୍ୟ ଭିତରେ ଭାରତବର୍ଷରେ ସବୁଠାରୁ ବେଶି ପ୍ରଭେଦ । ପାଶ୍ଚାତ୍ୟ ଦେଶମାନଙ୍କରେ ବା ଅନ୍ୟାନ୍ୟ ଦେଶମାନଙ୍କରେ ୧୦ ରୁ ୩୦ ପ୍ରତିଶତ ପ୍ରଭେଦ ଥିଲାବେଳେ ଭାରତବର୍ଷରେ ପ୍ରାୟ ଚାଷୀ ଏବଂ ଖାଉଟିଙ୍କ ପ୍ରଭେଦ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ । ଭାରତବର୍ଷରେ ଯେଉଁ ଚାଷୀ ଅଛନ୍ତି ସେଥିମଧ୍ୟରୁ ପ୍ରାୟ ୬୦-୭୦ ପ୍ରତିଶତ ଲୋକ ହେଉଛନ୍ତି ଛୋଟ ଚାଷୀ ବା ଖୁଦ୍ର ଚାଷୀ। ଏହି ଯେଉଁ ଫାଇଦା ଚାଷୀମାନଙ୍କୁ ଖୁଦ୍ର ଚାଷୀଙ୍କୁ ଉପଗତ ହେବକି? ଯଦି ହେବ କିଭଳି ଭାବରେ ହେବ । ସେହିଭଳି ଭୂତିଭୂମି କାହିଁ ? ଯାହା ଜଣାପଡୁଛି ଏହାଦ୍ୱାରା ସେହି ବଡ ବଡ ବ୍ୟବସାୟୀମାନଙ୍କୁ ଫାଇଦା ହେବ । ତେଣୁ ଏଥିପାଇଁ ସୁଚିନ୍ତିତ ଯୋଜନା ଓ କାର୍ଯ୍ୟକ୍ରମ ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ନହେଲେ ଯେପରି ଜିଏସ୍‌ଟି ଏବଂ ବିମୁଦ୍ରୀକରଣ ଦ୍ୱାରା ଭାରତର ଅର୍ଥନୀତି ଅଗ୍ରସର ହେବ ବୋଲି କୁହାଗଲା କିନ୍ତୁ ସାଧାରଣ ଲୋକ ଚାଷୀମାନେ ହଇରାଣ ହେଲେ । ଯାହା କୁହାଯାଇଛି ତାହା ଶୁଣିବାକୁ ଭଲ ଲାଗୁଛି, ପଢିବାକୁ ଭଲ ଲାଗୁଛି । କିନ୍ତୁ କାର୍ଯ୍ୟକାରିତା ଉପରେ ସବୁ ନିର୍ଭର କରୁଛି । ଭାଷଣ ଦେଇ କେତେଦିନ ଭାରତୀୟଙ୍କୁ ସେ ପ୍ରତାରିତ କରିବେ ବୋଲି କ୍ଷୋଭ ପ୍ରକାଶ କରି ପ୍ରଶ୍ନ କରିଛନ୍ତି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟରେ କେବଳ ପ୍ରତିଶ୍ରୁତି,ପ୍ରତାରଣା ଓ ପ୍ରଚାର (ଥ୍ରୀ ପି) ର ସରକାର ଚାଲୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଉପ ନିର୍ବାଚନରେ କିଏ ହେବ କାହାର ପ୍ରାର୍ଥୀ…..

ଭୁବନେଶ୍ୱର : ନଭେମ୍ବରରେ ହେବ ଓଡ଼ିଶାରେ ଉପନିର୍ବାଚନ । ତିର୍ତ୍ତୋଲ ଓ ବାଲେଶ୍ଵର ସଦର ପାଇଁ ୩ ଦଳର ସମରସଜା ଆରମ୍ଭ ହୋଇଛି । ସଭିଙ୍କ ଲକ୍ଷ୍ୟ  ବିଜୟ ଟିକା ପିନ୍ଧିବା। ଏଯାଏଁ ନିର୍ବାଚନ ତାରିଖ ଘୋଷଣା ହୋଇନି , ହେଲେ ତିନି ଦଳରୁ କିଏ ପ୍ରାର୍ଥୀ ହେବ ସେ ଚର୍ଚ୍ଚା ଜୋରଦାର ହେଲାଣି । ତେବେ ଆସନ୍ତୁ ନଜର ପକେଇବା କିଏ କେଉଁ ଦଳରୁ ପ୍ରାର୍ଥୀ ତାଲିକା ଲବୀରେ ଅଛନ୍ତି
ବିଜେଡି—
ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲ ପାଇଁ ବିଜେଡି ଯୁବ ପ୍ରାର୍ଥି ଦେବାକୁ ଯୋଜନା କରିଛି। ତିର୍ତ୍ତୋଲ ଆସନ ପାଇଁ ପୂର୍ବତନ ବିଧାୟକ ବିଷ୍ଣୁଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିବାକୁ ମନସ୍ଥ କରିସାରିଛି । ସେହିପରି ବାଲେଶ୍ଵର ସଦରରେ ଦଳ ଯୁବ ନେତା ତଥା ଅଭିନେତା ଅରିନ୍ଦମ ରାୟ , ସୁବାଶିନୀ ଜେନା , ଜୀବନ ପ୍ରଦୀପ ଦାସ ଓ ବିରୋଧୀ କ୍ୟାମ୍ପର ଜଣେ ଯୁବ ନେତାକୁ ପ୍ରାର୍ଥି କରିବା ନେଇ ବିଚାର ବିମର୍ଷ ଜାରି ରଖିଛି ।
ବିଜେପି–
ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲ ପାଇଁ ବିଜେପି ପ୍ରାର୍ଥି ଚୟନ ଏକ ପ୍ରକାର ଚୂଡାନ୍ତ କରି ସାରିଛି। ତିର୍ତ୍ତୋଲରେ ପୂର୍ବତନ କଂଗ୍ରେସ  ବିଧାୟକ  ଦଳରେ ସାମିଲ କରି ପ୍ରାର୍ଥି କରିବା ଏକ ପ୍ରକାର ଚୂଡାନ୍ତ କରି ସାରିଛି। ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇଙ୍କୁ ପ୍ରାଥି କରିବା ନେଇ ଚିନ୍ତା କରୁଛି। ସେହିପରି ବାଲେଶ୍ଵର ସଦର ଆସର ପାଇଁ ସ୍ବର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପାର୍ଥି କରିବାକୁ ଚିନ୍ତା କରୁଛି ।

କଂଗ୍ରେସ …
ବାଲେଶ୍ଵର ସଦର ଆସନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଅ ନାଵଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥି କରିବାକୁ ଦଳ ସ୍ଥିର କରିଛି। ଯଦି ନବଜ୍ୟୋତି ରାଜି ନ ହୁଅନ୍ତି ତେବେ ମାନସ ଦାସଙ୍କୁ ଦଳ ପାର୍ଥି କରିବାର ଜଥେଷ୍ଟ ସମ୍ଭାବନା ରହିଛି ।ସେହିପରି ତିର୍ତ୍ତୋଲ ଆସନରେ ୬ ଜଣ ଆଶୀୟୀ ଅଛନ୍ତି। ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ ଝିଅ ଭିତରୁ କାହାକୁ ବି ଦଳ ପାର୍ଥି କରିପାରେ । ତେବେ ତାରିଖ ଘୋଷଣା ପରେ ତିନି ପ୍ରମୁଖ ଦଳ ପାର୍ଥିଙ୍କ ନାଁ ଘୋଷଣା କରିବାକୁ ଯୋଜନା କରିଛନ୍ତି।

ବିଏମସିର କରୋନା ସଂକ୍ରାନ୍ତରେ ଅବ୍ୟବସ୍ଥା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ବିରୋଧରେ ଆଜି କଡା ଭାଷାରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ବିଏମସି ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ଉଦାସୀନ ଓ ଦାୟିତ୍ୱହୀନ ଆଚରଣ ଦେଖାଉଛି । ଯାହା ଏଭଳି ମହାମାରୀ ସମୟରେ ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ । ସେ ଲେଖିଛନ୍ତି ଯେ ଏହା ରାଜନୀତି କରିବାର ସମୟ ନୁହେଁ ଓ ସେ ରାଜନୈତିକ ଦୃଷ୍ଟିକୋଣରୁ ଏହି ପତ୍ର ଲେଖିନାହାନ୍ତି । କିନ୍ତୁ ଭୁବନେଶ୍ୱରର ନାଗରିକ ହିସାବରେ ସହରବାସୀଙ୍କ ମତ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି । ଶ୍ରେଣୀ ଓ ବର୍ଗ ନିର୍ବିଶେଷରେ ସମସ୍ତେ ଏଥିପାଇଁ କ୍ଷୁବ୍ଧ ଓ ନବୀନବାବୁ ଯାହାକୁ ପଚାରିଲେ ସତ ଜାଣିପାରିବେ । ତେଣୁ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷାପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ।
ସ୍ୱାଭାବିକ ସମୟ ହୋଇଥିଲେ ଲୋକଙ୍କ ରାଗ ଆନ୍ଦୋଳନର ରୂପ ନେଇଥାନ୍ତା । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଭିନ୍ନ । ତେଣୁ ଲୋକେ ସହି ଯାଉଛନ୍ତି । ସେ ଆଶା କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପୁରା ସ୍ଥିତିର ବିଚାର କରି ବୀହିତ କାର୍ଯ୍ୟାନୁଷ୍ଠାନ ନେବେ । ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବରିଷ୍ଠ କଂଗ୍ରେସ ନେତା *ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ସେଗୁଡିକ ହେଲା;*

★ *ବିଏମସି ଅଧିକାରୀମାନଙ୍କ ପାଖକୁ ଲୋକେ ଦରକାର ବେଳେ ପହଂଚି ପାରୁନାହାନ୍ତି ।*
★ *ବିଏମସି ବହୁ ବିଳମ୍ବରେ ୧୯୨୯ ସହାୟତା ନମ୍ବର ଜାରି କରିଥିଲେ ମଧ୍ୟ ଏହି ନମ୍ବରକୁ ଫୋନ କଲେ ସେଭଳି କିଛି ସହାୟତା ମିଳୁନାହିଁ ।*
★ *ଯିଏ ଅନୁରୋଧ କରିବ କୋଭିଡ୍ ପାଇଁ ତାର ପରୀକ୍ଷା କରାଯାଉ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଥିଲା ବେଳେ ଲୋକେ ପରୀକ୍ଷା ପାଇଁ ହଇରାଣ-ହରକତ ହେଉଛନ୍ତି ।*
★ *ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦିନକୁ ଲକ୍ଷେ ପରୀକ୍ଷା କଥା କହିଥିଲା ବେଳେ ଏବେ ପଚାଶ ହଜାର ପରୀକ୍ଷା ହେଉଛି, ତାହା ମଧ୍ୟ ଆଂଟିଜେନ ପରୀକ୍ଷା ।*
★ *ପରୀକ୍ଷା ହେଲେ ମଧ୍ୟ ଫଳାଫଳ ଜାଣିବାକୁ ଅନେକ ବିଳମ୍ବ ହେଉଛି ।*
★ *ଯେଉଁମାନଙ୍କୁ ଘରେ ରଖାଯାଉଛି ସେମାନଙ୍କୁ ଅନ୍ୟ ରାଜ୍ୟ ଭଳି ମାଗଣା ପଲସ ଅକ୍ସିମିଟର ଯୋଗାଇ ଦିଆଯାଉ ନାହିଁ ।ଘରେ ଥିଲାବେଳେ ରୋଗ ବଢିଲେ ଡାକ୍ତରଖାନାରେ ବେଡ୍ ପାଇବା ପାଇଁ ଦିନ ଦିନ ଲାଗୁଛି, ଯାହା ମଧ୍ୟରେ ରୋଗୀର ଅବସ୍ଥା ଖରାପ ହେଉଛି।*
*ବର୍ତ୍ତମାନ ଚାରିଆଡେ ଡାକ୍ତରଖାନା ବେଡ୍ ପାଇଁ ହାହାକାର । ଲୋକେ ଅସହ୍ୟ ହୋଇ ସମସ୍ତଙ୍କୁ ନେହୁରା ହେଉଛନ୍ତି । ବେଳ ଥାଉ ଥାଉ ଡାକ୍ତରଖାନା ବେଡ୍ ସଂଖ୍ୟା ଆବଶ୍ୟକତା ଅନୁସାରେ କରାଯାଇନାହିଁ । ଗୋଟିଏ ଆଇ.ସି.ୟୁ. ବେଡ୍ ଖାଲିହେଲେ ଭିତରକୁ ଯିବାକୁ ତିନିରୁ ପାଞ୍ଚଜଣ ଅପେକ୍ଷାରେ ରହୁଛନ୍ତି ।*
ସେ ଆଶା କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏସବୁର ସତ୍ୟାସତ୍ୟ ବୁଝି ଆବଶ୍ୟକୀୟ ପଦକ୍ଷେପ ନେବେ ।

ସିବିଆଇକୁ ନେଇ ତେଜିଲା ରାଜନୀତି : କଂଗ୍ରେସ ବିଜେପି ମୁହାଁମୁହିଁ

ଭୁବନେଶ୍ୱର : ପୁଣି ଥରେ ଆଜି ନେତାଙ୍କ ଉପରେ ପଡିଛି ସିବିଆଇ ଛାଟ । ଅନେକ ଦିନର ନୀରବତା ପରେ ଆଜି ସିବିଆଇ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ବାସ ଭବନରେ ପହଞ୍ଚିଥିଲେ । ଦୀର୍ଘ ୩ ଘଣ୍ଟାର ପଚରା ଉଚରା କରିଥିଲେ । ଏବେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଉଭୟ କଂଗ୍ରେସ ଓ ବିଜେପି କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ଦେଖିବାକୁ ମିଳୁଛି। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଏ ସବୁ କେଵଳ ଡ୍ରାମା ।୨୦୧୨- ୧୩ ମସିହାର ଘଟଣା ଏବେ ବାହାର କରାଯାଉଛି। ଉପନିର୍ବାଚନ ମୁଣ୍ଡ ଉପରେ ତେଣୁ ବିଜେପି ଏ ସବୁ କରୁଛି। ନବୀନ ସରକାର ଖରାପ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି । ଯେତେବେଳେ ଭୋଟ ଦରକାର ନବୀନ ପଟ୍ଟନାୟକଙ୍କ ସମର୍ଥନ ଦରକାର ପଡେ ।ଭୋଟ ସରିଲେ ତଣ୍ଟିଆ ମାରିବା ବିଜେପିର ଅଭ୍ୟାସ । ଏବେ ଦେବୀକୁ ତଣ୍ଟିଆ ଟେ ପକେଇଛନ୍ତି । ଅପରପକ୍ଷେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯିଏ ପାପ କରିଛି ତାର ଦଣ୍ଡ ବିଧାନ ହେବ । ତାର ଉପ ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ ।ସାଧାରଣ ଲୋକଙ୍କ ପଇସା ହଡ଼ପକାରୀଙ୍କୁ ଆଜି ନହେଲେ କାଲି ଦଣ୍ଡ ମିଳିବ । ଯିଏ ଯେମିତି କାମ କରିବ , ସେ ସେମିତି କା ପାଇବ ।

ଘରେ ରହି ଚିକିତ୍ସିତ ହେଉଛନ୍ତି ୭୦% କରୋନା ଆକ୍ରାନ୍ତ..

ଭୁବନେଶ୍ୱର : ମେଡିକାଲ ନୁହେଁ, ଘରେ ରହି ଭଲ ହେବେ କରୋନା ରୋଗୀ l ଏନେଇ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ l  ରାଜ୍ୟରେ କରୋନା ମୁବାକିଲା ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଛି ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦିଆଯାଇଛି  । ଏନଏଚଏମ ନିର୍ଦ୍ଦେଶିକା ଶାଳିନର ପଣ୍ଡିତ କହିଛନ୍ତି ଯେ, ‘କୋଭିଡ ଯୁଦ୍ଧରେ ଓଡିଶା ଭଳ ସ୍ଥିତିରେ ଅଛି । ରାଜ୍ୟରେ ମୃତ୍ୟୁ ହାର ଜାତୀୟ ହାରଠାରୁ କମ୍ ରହିଛି । ପ୍ରତିଦିନ ହାରାହାରି ୫୦ ହଜାର ନମୁନା ପରୀକ୍ଷା କରାଯାଉଛି । ଘରେ ପୃଥକବାସରେ ଅଛନ୍ତି ରାଜ୍ୟର ୭୦% କରୋନା ଆକ୍ରାନ୍ତ । ଘରେ ଥାଇ ମଧ୍ୟ ଅଧିକାଂଶ ରୋଗୀ ସୁସ୍ଥ ହେଉଛନ୍ତି ।

ଅନ୍ୟପଟେ କରୋନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ଜୁଡିସିଆଲ କମ୍ପେ୍ଲକ୍ସ କଣ୍ଟେନମେଣ୍ଟ ଜୋନରେ ଘୋଷଣା କରାଯାଇଛି । ୧୯ ର ୨୫ ସେପ୍ଟେମ୍ବର ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଅବରୋଧ ଅଞ୍ଚଳରୁ ଉପଜିଲ୍ଲାପାଳ ଓ ତହସିଲଦାର ଅଫିସ ବାଦ୍ ପଡିବ । ସବରେଜିଷ୍ଟାର ଅଫିସ କଣ୍ଟେନମେଣ୍ଟ ଜୋନରୁ ବାଦ୍ ପଡିବ । କଣ୍ଟେନମେଣ୍ଟ ଜୋନରେ ଯାତାୟତ ଉପରେ କଟକଣା ଲାଗିବ ।

ସିବିଆଇ ରେଡ ପରେ କଣ କହିଲେ ଦେବୀ ମିଶ୍ର…

ଭୁବନେଶ୍ୱର : ସିବିଆଇ ଜେରା ପରେ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି ଯେ  ସିସୋର ଲିଙ୍କ ନେଇ ସିବିଆଇ ଅଧିକାରୀ କରିଥିଲେ ପ୍ରଶ୍ନ l ୨୦୧୩ରେ କଟକରେ ସିସୋର ନୈ।ବିହାର ପାଇଁ ସରକାର କରିଥିଲେ ଚୁକ୍ତି l ସମସ୍ତ ତଥ୍ଯ ପର୍ଯ୍ୟଟନ ବିଭାଗରେ ରହିଛି l ପୂର୍ବରୁ ଯେତେ ଥର ତଥ୍ଯ ମାଗିଛି ସିବିଆଇକୁ ଦିଆ ହୋଇଛି lସିବିଆଇ ତଦନ୍ତକୁ ସବୁ ବେଳେ ସହଯୋଗ କରାଯାଇଛି  l ବର୍ତମାନ ଆଇସୋଲେସନରେ ଥିବା ବେଳେ ହଠାତ ସିବିଆଇ ଅଧିକାରୀ ଆସି ପଚାରି ଥିଲେ l

ଡ୍ରାମା କରୁଛି ସିବିଆଇ : ତାରବାହିନୀପତି

ଭୁବନେଶ୍ୱର :  ଦୀର୍ଘଦିନ ପରେ ଓଡ଼ିଶାରେ ସିବିଆଇ ରେଡକୁ କଡା ସମାଲୋଚନା କଂଗ୍ରେସ l କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପାଇଁ ସିବିଆଇ ରେଡ କରିଛି l ଆଗରୁ କେଉଁଠି ଥିଲା ସିବିଆଇ ବୋଲି ତାରା ପ୍ରଶ୍ନ ଉଠାଇଛନ୍ତି l ଏବେ ସିବିଆଇ ଡ୍ରାମା କରୁଛି ବୋଲି ସେ କହିଛନ୍ତି l ଏହାସହ ବିଜେଡି ଓ ବିଜେପି ସମ୍ପର୍କ ନେଇ ପୁଣି ବର୍ଷିଛନ୍ତି ସେ l ଏଥିରେ କିଛି ହେବାର ନାହିଁ ବୋଲି ତାରା କହିଛନ୍ତି l

ଦେବୀ ମିଶ୍ରଙ୍କ ଘରେ CBI ଚଢ଼ାଉ……

ଭୁବନେଶ୍ୱର : ବଡମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ CBI ଚଢ଼ାଉ କରିଛି l  Seashore Chit Fund ମାମଲାରେ ତାଙ୍କ Unit1 ସରକରୀ ବାସଭବନରେ ସକାଳ 8ଟାରୁ ଚଢ଼ାଉ ଚାଲିଛି। ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ମିଶ୍ର ଘଟେଶ୍ୱର ଘାଟ ନୌବିହାର ବୋଟିଂ ପ୍ରକଳ୍ପ Seashore କମ୍ପାନୀକୁ ଲିଜ ଦେଇଥିବା ଅଭିଯୋଗ ସୂଚନା l ଦୀର୍ଘ ବ୍ୟବଧାନ ପରେ ଓଡ଼ିଶାରେ ସିବିଆଇ ପୁଣି ଚଳାଞ୍ଚଳ ହୋଇଥିବାରୁ ନେତାଙ୍କ ମନରେ ଛନକା ପଶିଛି l

Follow us

20,832FansLike
0FollowersFollow
14,700SubscribersSubscribe

Latest news