ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ l ବାଚସ୍ପତି ଆୟୋଜନ ଅନୁସାରେ ଡିଜିଟାଲ ମାଧ୍ୟ୍ୟମରେ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନ୍ଫରରେନ୍ସି ଜରିଆରେ ସାମିଲ ହୋଇଥିବା ବେଳେ 6ଜଣ ବରିଷ୍ଠ ବିଧାୟକ ବି ଡିଜିଟାଲ ମାଧ୍ୟମରେ ଉଷା ଦେବୀ, ବଦ୍ରୀ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶୀ ବେହେରା, ନିତ୍ୟାନନ୍ଦ ସାହୁ, ସାବିତ୍ରୀ ଅଗ୍ରୱାଲ ଲୋକସେବା ଭବନରେ ଥାଇ ବିଧାନସଭା ଅଧିବେଶନରେ ଯୋଗ ଦେଲେ। ଭଦ୍ରକରେ ବିଷ୍ଣୁ ସେଠୀ, ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ, ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆ ରହି ଅଧିବେଶନରେ ବସିଲେ l
କଟକଣା ଭିତରେ ଆରମ୍ଭ ହେଲା ବିଧାନସଭା : ଗୃହ 3ଟା ଯାଏ ମୁଲତବୀ..
ଭୁବନେଶ୍ୱର : ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ l କୋଭିଡ କଟକଣା ଭିତରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି l ଗୃହ କାର୍ଯ୍ୟ ଆରମ୍ଭ ହେବ କ୍ଷଣି ଦିବଙ୍ଗତ ସଦସ୍ୟ, ସହିଦ ଯବାନ ଓ କୋବିଡ଼ ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ସମର୍ଥନ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏହାକୁ ପାରିତ କଲେ ବାଚସ୍ପତି ସୂର୍ଯ୍ୟ ପାତ୍ର। ଏହା ପରେ ଗୃହକୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି l
ପୁଣି 5ବିଧାୟକ କରୋନା ଆକ୍ରାନ୍ତ : ମୋଟ 51 ବିଧାୟକ ସଂକ୍ରମିତ..
ଭୁବନେଶ୍ୱର : ଵିଧାନସଭାର ଅଧିବେଶନ ପୂର୍ବରୁ ରାଜ୍ୟରେ ମୋଟ 51 ଜଣ ବିଧାୟକ ସଂକ୍ରମଣ ହୋଇଛନ୍ତି lସୋମବାର 25 ବିଧାୟକ ଟେଷ୍ଟ ହୋଇଥିଲା l ସେଥିରୁ ବିକ୍ରମ ପଣ୍ଡା, ଅଙ୍ଗଦ କଅର, ସୋରଜ ମେହେର, ଜୟନ୍ତ ଷଡ଼ଙ୍ଗୀ, ଭୁଦାନ ମୁର୍ମୁ l ଵିଧାନ ସଭାରେ ଟେଷ୍ଟ କରି ମୋଟ 19 ବିଧାୟକ ସଂକ୍ରମଣ ହୋଇଛନ୍ତି l ତେବେ ନଜର ପକାନ୍ତୁ କେଉଁ ଦିନ କେତେ ବିଧାୟକ ସଂକ୍ରମିତ ହୋଇଛନ୍ତି l..
ପ୍ରଥମ ପର୍ଯ୍ୟାୟରେ 2
2ୟ ପର୍ଯ୍ୟୟରେ 12
3ୟ ପର୍ଯ୍ୟୟରେ 5
——— ———– —
ମୋଟ। 19
ବିରୋଧୀଙ୍କ ରଣନୀତିକୁ ସାମନା କର : ନବୀନ
ଭୁବନେଶ୍ୱର : ବିଧାନସଭା ପାଇଁ ବିଜେଡି ବିଧାୟକ ଦଳର ବୈଠକରେ ଅଧିବେଶନ ନେଇ ପ୍ରସ୍ତୁତ ହୋଇଛି ରଣନୀତି । କୋଭିଡ ସମୟରେ ଅଧିବେଶନ ନେଇ ଦଳୀୟ ବିଧାୟକଙ୍କୁ ନବୀନ ଦେଲେ ପରାମର୍ଶ । ସାମାଜିକ ଦୂରତା ଓ ମାସ୍କ ପିନ୍ଧବା ନେଇ ଦେଲେ ପରାମର୍ଶ । ବିରୋଧୀଙ୍କ ରଣନୀତିକୁ ସାମନା କରିବାକୁ କରାଯାଇଛି ରଣନୀତି । କୃଷି ଵିଲ ପ୍ରସଙ୍ଗରେ ବିଜେଡିର ନୀତି ସ୍ପଷ୍ଟ ବୋଲି କହିଲେ ବିଧାୟକ ଅମର ଶତପଥୀ ।
ବିଧାନସଭା ଅଧିବେଶନ ପୃର୍ବରୁ କେଉଁ ବିଧାୟକମାନେ କରୋନାରେ ଆକ୍ରାନ୍ତ ପଢନ୍ତୁ…
- ୧ ସୁକାନ୍ତ ନାୟକ( ନୀଳଗିରି)
୨ ପ୍ରଶାନ୍ତ ବେହେରା (ସାଲେପୁର)
୩ ସୁଧାଂଶୁ ପରିଡ଼ା ( ରେମୁଣା)
୪ ଶ୍ରୀକାନ୍ତ ସାହୁ(ପୋଲସରା)
୫ ସୌମ୍ୟ ରଂଜନ ପଟ୍ଟନାୟକ( ଖଣ୍ଡପଡା)
୬ ଅନନ୍ତ ଜେନା ( ମଧ୍ୟ ଭୁବନେଶ୍ୱର)
୭ ସଂଜୀବ ମଲିକ( ଭଦ୍ରକ)
୮ ସୁଶାନ୍ତ ସିଂହ, ମନ୍ତ୍ରୀ
୯ ପ୍ରୀତମ ପାଢ଼ୀ ( ପଟାଙ୍ଗି)
୧୦ ଦେବୀ ମିଶ୍ର ( ନରସିଂହପୁର)
୧୧ ବ୍ୟମକେଶ ରାଏ( ଚାନ୍ଦବାଲି)
୧୨ ଅରୁଣ ସାହୁ, ମନ୍ତ୍ରୀ
୧୩ ସୁଶାନ୍ତ ରାଉତ (ଉତ୍ତର ଭୁବନେଶ୍ୱର)
୧୪ ସୁନନ୍ଦା ଦାସ (ବରି)
୧୫.ବିକ୍ରମ ପଣ୍ଡା(ବ୍ରହ୍ମପୁର)
୧୬.ପଦ୍ମିନୀ ଦିୱାନ (ମନ୍ତ୍ରୀ)
୧୭.ବିଷ୍ଣୁବ୍ରତରାଉତରାୟ (ବାସୁଦେବପୁର)
୧୮. ପ୍ରଶାନ୍ତ ମୁଦୁଲି( ଜଗତସିଂହପୁର)
୧୯. ଭାଗିରଥି ସେଠୀ ( ଆନନ୍ଦପୁର)
୨0. ପ୍ରଭୁ ଜାନି( ଲଷ୍ମୀପୁର)
୨୧. ସଦାଶିବ ପ୍ରଧାନୀ( ନବରଙ୍ଗପୁର)
22.ଜ୍ୟୋତି ପାଣିଗ୍ରାହୀ(ମନ୍ତ୍ରୀ)
23.ଟୁକୁନି ସାହୁ(ମନ୍ତ୍ରୀ)
24. ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ
25. ଶଶୀ ବେହେରା ( ବିଧାୟକ)
26. ସରୋଜ ମେହେର, (ପଟଣାଗଡ଼)
27. ବ୍ରଜ କିଶୋର ପ୍ରଧାନ, (ତାଳଚେର)
28. ନବ ଚରଣ ମାଝି( ରାଇରଙ୍ଗପୁର)
29. ସମୀର ରଞ୍ଜନ ଦାଶ, (ମନ୍ତ୍ରୀ)
30. ସୁଧୀର କୁମାର ସାମଲ, (ଢେଙ୍କାନାଳ)
31. ପ୍ରଦୀପ ମହାରଥୀ, (ପିପିଲି)
32. ପଦ୍ମନାଭ ବେହେରା (ମନ୍ତ୍ରୀ)
33. ପ୍ରଦୀପ ଅମାତ (ବିଧାୟକ)
34. ଆଦିତ୍ୟ ମାଢୀ( ମାଲକାନଗିରି)
35. ଜୟନ୍ତ ଷଡ଼ଙ୍ଗୀ, ପୁରୀ, ବିଧାୟକ
36. ଶଙ୍କର ଓରାମ, ବିରମିତ୍ରପୁର, ବିଧାୟକ
37. ସତ୍ୟ ନାରାୟଣ ପ୍ରଧାନ, ରଣପୁର, ବିଧାୟକ
38. ମୁକେଶ ପାଲ, ପାଲଲହଡ଼ା, ବିଧାୟକ
39. ତୁଷାର କାନ୍ତି ବେହେରା, ମନ୍ତ୍ରୀ, କାକଟପୁର
40. ଉମା ସାମନ୍ତ ରାୟ, ସତ୍ୟବାଦୀ ବିଧାୟକ
41. ରଜନୀକାନ୍ତ ସିଂହ
42.ଅଶୋକ ବଳ
43.ସୁଶାନ୍ତ ବେହେରା
44. ନାଉରି ନାୟକ
45. ପ୍ରଶାନ୍ତ ଜଗଦେଵ
46-ପ୍ରମିଳା ମଲ୍ଲିକ
47-ସନାତନ ବିଜୁଳି
ଉପ ବାଚସ୍ପତି ଓ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କୁ କରୋନା….
ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ପୁଣି ଆସିଛି ବଡ ଖବର l ଉପ ବାଚସ୍ପତି ରଜନୀକାନ୍ତ ସିଂହ ଦେଓ ଓ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୌସୁମୀ ଅଧିବେଶନରେ ଯୋଗ ଦେବା ପୂର୍ବରୁ ବିଧାନସଭା କ୍ୟାମ୍ପରେ କରିଥିଲେ କୋଭିଡ ଟେଷ୍ଟ । ତେବେ ସବୁଠାରୁ ବଡ କଥା ହେଲା ସୁସ୍ଥ ହେବା ପରେ ପୁଣି କରୋନା ଆକ୍ରାନ୍ତ ହୋଇଛନ୍ତି ମନ୍ତ୍ରୀ l ଗତକାଲି ମଧ୍ୟ ବଡମ୍ବା ବିଧାୟକ ଦେବୀ ମିଶ୍ର ପୁନର୍ବାର ଅକ୍ରାନ୍ତ ହୋଇଥିବା ନେଇ ନିଜେ ସୋସିଆଲ ମିଡ଼ିଆରେ ଦେଇଥିଲେ ସୂଚନା ।
କରୋନା ଲଢେଇ ସହ ବିକାଶ କାମ ମଧ୍ୟ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ
ତିର୍ତ୍ତୋଲ, କୁଜଙ୍ଗ, ମାହାଙ୍ଗା, ରଘୁନାଥପୁର ଓ ଗରଦପୁରରେ
ଯୋଗାଯୋଗର ନୂଆ ଯୁଗ ଆରମ୍ଭ
କରୋନା ଲଢେଇ ସହ ବିକାଶ କାମ ମଧ୍ୟ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ
ତିର୍ତ୍ତୋଲ ଅଞ୍ଚଳରେ ୨୦୦ କୋଟି ଟଙ୍କାରେ ମହାନଦୀ ଉପରେ ଦୁଇଟି ସେତୁର ଶିଳାନ୍ୟାସ
ଭୁବନେଶ୍ୱର : ଆଜି ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ-Posal ହାଇ ଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦେଇ ଆସୁଛନ୍ତି ଏବଂ ଗତ ୨୦ ବର୍ଷ ଭିତରେ ଓଡିଶା ଭିତ୍ତିଭୂମି କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି। ମା’ ଶାରଳାଙ୍କ ପାର୍ବଣ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ଓ ନୌବାଣିଝ୍ୟ କ୍ଷେତ୍ରରେ ତିର୍ତ୍ତୋଲ ବିଶେଷତଃ ଜଗତସିଂହପୁର ଅଞ୍ଚଳର ଅବଦାନ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁବାବୁଙ୍କ ସାହାସିକ ନିଷ୍ପତ୍ତି ଫଳରେ ଆଜି ପାରାଦୀପ, ଜଗତସିଂହପୁର ତଥା ଓଡିଶା ପାଇଁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ଲଢେଇ ସହ ବିକାଶ କାମ ଜାରି ରହିବ । ଜୀବନ ସହ ଜୀବିକାକୁ ଗୁରୁତ୍ବ ଦେଇ ଆଗରୁ ବଢିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ଏବଂ ଉଭୟ କରୋନା ଲଢେଇ ଓ ବିକାଶ କାମରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।
ଏହି ଦୁଇଟି ସେତୁ ଦ୍ବାରା ତିର୍ତ୍ତୋଲ ସହିତ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ୨୮ଟି ଗ୍ରାମ ପଞ୍ଚାୟତର ପ୍ରାୟ ଦେଢ ଲକ୍ଷ ଲୋକ ଉପକାର ପାଇବେ।
ଢେଙ୍କାନାଳରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଦୃଢ ସଂକଳ୍ପ ନେଇ ଓଡିଶାର ବିକାଶ ପାଇଁ କାମ କରିଆସୁଛନ୍ତି। ଆଜି ଏହି ଦୁଇଟି ସେତୁ ଠିକ୍ ସମୟରେ ସଂପୂର୍ଣ୍ଣ ହେବ ଏବଂ ବିକାଶ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶାରେ ଗମନା ଗମନ କ୍ଷେତ୍ରରେ ବହୁତ ଉନ୍ନତି ହୋଇଛି । ଆଜି ଏହି ଦୁଇଟି ସେତୁ ଦ୍ବାରା ତିର୍ତ୍ତୋଲ, ପାଟକୁରା ଓ ମାହାଙ୍ଗା ଅଞ୍ଚଳର ଦେଢ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଏହି ଦୁଇଟି ସେତୁ ଜିଲ୍ଲାର ବିକାଶ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ । ମୁଖ୍ୟମନ୍ତ୍ରୀ କୋଭିଡ ଲଢେଇର ବ୍ୟସ୍ତତା ମଧ୍ୟରେ ମଧ୍ୟ ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ନିୟମିତ ଉଦ୍ୟମ କରିଚାଲିଛନ୍ତି ବୋଲି କହି ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।
ଏହି ଅବସରରେ ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ଦାସ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ।
ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଯୋଗ ଦେଇଥିଲେ।
୩ବର୍ଷରେ ବସ୍ତି ହେବ ଆଦର୍ଶ କଲୋନୀ….
ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ – ମୁଖ୍ୟମନ୍ତ୍ରୀ
ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଏକ ଲକ୍ଷରୁ ଅଧିକ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନର ଶୁଭାରମ୍ଭ
ଭୁବନେଶ୍ୱର : ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଫକୀରମୋହଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସହରର ବିକାଶ ଠାରୁ ଆରମ୍ଭ କରି କୋଭିଡ ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି। ତେଣୁ ବିକାଶ ଉପରେ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିଛି । ଏହି ଯୋଜନାରେ ରାଜ୍ୟର ବସ୍ତିରେ ବିଜୁଳି, ଭଲ ପିଇବା ପାଣି, ରାସ୍ତା, ଗୋଷ୍ଠୀକେନ୍ଦ୍ର ଆଦି ନାଗରିକ ସୁବିଧାର ବିକାଶ କରି ବସ୍ତିର ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣାଯିବା ସହିତ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟର ଏକ ହଜାର ବସ୍ତିରେ ଏହି କାର୍ଯ୍ୟକ୍ରମ ତୁରନ୍ତ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଜାଗା ମିଶନ ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା। ଏପରିକି ଏହି କାର୍ଯ୍ୟକ୍ରମ ବିଶ୍ବ ସମୁଦାୟର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କୋଭିଡ ନିୟମାବଳୀ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ବାଲେଶ୍ବରର ୪୧ଟି ବସ୍ତିର ୨୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧,୦୫,୦୦୦ Land Entitlement Certificate ଆବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପୂର୍ବରୁ ୬୦ ହଜାର ବସ୍ତି ଲୋକଙ୍କୁ LEC ପ୍ରଦାନ କରାଯାଇଛି। ଆଗାମୀ ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକ LEC ପାଇବେ। ସୂଚନାଯୋଗ୍ୟ ଯେ ସାରା ରାଜ୍ୟର ୧୦୧ଟି ପୌରାଞ୍ଚଳର ୧୭୧୮ଟି ବସ୍ତିର ସାଢେ ଚାରି ଲକ୍ଷ ଲୋକ Land Entitlement Certificate ଦ୍ବାରା ଉପକୃତ ହେବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ ର ମଧ୍ୟ ଲୋକାର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ଆଉ ୪୦୦ଟି ପରିଚୟ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ନିର୍ମାଣାଧୀନ ଅଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବସ୍ତି ଉନ୍ନତୀକରଣ କାର୍ଯ୍ୟକ୍ରମର (Slum Upgradation Programme) ଶୁଭାରମ୍ଭ କରିଥିଲେ ଏବଂ ଏହାର SOP document ଉନ୍ମୋଚିତ କରିଥିଲେ। ଏହି ଅବସରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ଦିଲ୍ଲୀସ୍ଥିତ Centre for Policy Research ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ଏହି ସଂସ୍ଥା କାର୍ଯ୍ୟକ୍ରମର Knowledge partner ଭାବରେ ସହାୟତା ଯୋଗାଇ ଦେବ।
ବାଲେଶ୍ବରର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଗର ଉନ୍ନୟନ ଓ ଗୃହନିର୍ମାଣ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଲେ ଯେ ସହରର ଅନ୍ୟ ଅଞ୍ଚଳ ସହିତ ବସ୍ତି ଉନ୍ନତିକରଣ ଯୋଜନା ଓ ତାଲିକା ପ୍ରସ୍ତୁତ ହୋଇସାରିଛି । ବର୍ତ୍ତମାନ ବସ୍ତିର ଜନସାଧାରଣ ସହରର ଅନ୍ୟ ଅଞ୍ଚଳ ପରି ସମାନ ସୁବିଧା ଓ ସମାନ ଅଧିକାର ପାଇପାରିବେ। ଗରିବ ଲୋକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ପାଇଁ ସେ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାତନନ୍ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଜାଗା ମିଶନର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।














