କାଲି ବିଧାନସଭା , ଆଜି ରଣନୀତି ପ୍ରସ୍ତୁତ….

ଭୁବନେଶ୍ୱର : ଆସନ୍ତାକାଲି ବିଧାନସଭାର ମୌସୁୂମୀ ଅଧିବେଶନ ବସିବାକୁ ଯାଉଛି । ଅଧିବେଶନ ପୂର୍ବରୁ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଅପରାହ୍ନ ୫ଟା୩୦ ମିନିଟରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡ଼ି ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ଏହି ବୈଠକରେ ବିଜେଡ଼ି ସମସ୍ତ ବିଧାୟକ ଯୋଗଦେଇ ରଣନୀତି ପ୍ରସ୍ତୁତ କରିବେ । ବିଶେଷକରି ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ କିପରି ଗୃହରେ ଆଲୋଚନା କରାଯିବ ତାହାରି ଉପରେ ବିଶେଷ କରି ବୈଠକରେ ଆଲୋଚନା ହେବ । ଏହାସହ ବିରୋଧୀ ଦଳର ସଦସ୍ୟମାନେ ଯେଉଁ ପ୍ରସଙ୍ଗ ଉଠାଇବେ ଗୃହରେ ତାହାକୁ ଗଠନ ମୂଳକ ଆଲୋଚନା ଜରିଆରେ ଜବାବ ଦେବାକୁ ଦଳ ବ୍ଲୁପ୍ରୀଣ୍ଟ ପ୍ରସ୍ତୁତ କରିବ । ସେହିପରି ସଂନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ବୈଠକରେ କୃଷି ବିଲ, ବନ୍ୟା, କୋଭିଡ଼ ପରିଚାଳନା ତ୍ରୃଟି, ଜିଏସଟି ପ୍ରସଙ୍ଗ, ବିଜୁଳି ଦଳ ବୃଦ୍ଧି ଓ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇ ଗୃହରେ ଜବାବ ମାଗିବ ଦଳ । ତେବେ ଉଭୟ ଦଳର ବୈଠକରେ ସାମାଜିକ କଟକଣା ଓ ଯେଉଁ ବିଧାୟକମାନେ କରୋନାରେ ଆକ୍ରାନ୍ତ ସେମାନଙ୍କୁ ଦାବ ଦିଆଯାଇଛି ।

କାଲି ତାରିଖ ଘୋଷଣା, କାହାକୁ ମିଳିବ ଟିକେଟ !

ଭୁବନେଶ୍ୱର : ଆସନ୍ତା କାଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ତିର୍ତ୍ତୋଲ ଓ ବାଲେଶ୍ୱରରେ କିଏ କାହା ସହିତ ଲଢିବ ତାହାକୁ ନେଇ ଆରମ୍ଭ ହୋଇଛି କସରତ । ସବୁଠି ଜୋରଦାର ଚର୍ଚ୍ଚା । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର କିଏ ପ୍ରାର୍ଥୀ ହେବ । ତିର୍ତ୍ତୋଲ ଓ ବାଲେଶ୍ଵର ସଦର ପାଇଁ ୩ ଦଳର ସମର ସଜ୍ଜା ଆରମ୍ଭ ହୋଇଛି । ସଭିଙ୍କ ଲକ୍ଷ ବିଜୟ ଟିକା ପିନ୍ଧିବା।
ବାଲେଶ୍ଵର ଓ ତିର୍ତ୍ତୋଲ ପାଇଁ ବିଜେଡି ନିଜର ପ୍ରାର୍ଥୀ ଚୁଡ଼ାନ୍ତ କରିଛି । ତିର୍ତ୍ତୋଲ ଆସନ ପାଇଁ ପୂର୍ବତନ ବିଧାୟକ ବିଷ୍ଣୁଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିବାକୁ ମନସ୍ଥ କରିସାରିଛି । ହେଲେ ମିନତୀ ବେହେରା ସହ ଅନ୍ୟ କିଛି ନେତାଙ୍କ ନାଁ ପ୍ରାର୍ଥୀ ହେବା ଚର୍ଚ୍ଚାରେ ଅଛି । ସେହିପରି ବାଲେଶ୍ଵର ସଦରରେ ଦଳ ଯୁବ ନେତା ତଥା ଅଭିନେତା ଅରିନ୍ଦମ ରାୟ , ସୁବାଶିନୀ ଜେନା , ଜୀବନ ପ୍ରଦୀପ ଦାସ ଦଳ ପ୍ରାଥାୀ କରିବା ପାଇଁ ଚିନ୍ତା କରୁଛି । ଏହାକୁ ଛାଡ଼ି ଦଳ ନୂଆମୁହଁ ଦେବାକୁ ବି ରଣନୀତି କରୁଛି । ସେହିପରି ବିଜେପି ମଧ୍ୟ ପ୍ରାର୍ଥୀ କାହାକୁ କରିବ ତାହା ସ୍ଥିର କରିଛି । ତିର୍ତ୍ତୋଲରେ ଦଳ ପୂର୍ବତନ କଂଗ୍ରେସ ବିଧାୟକ ପାର୍ଥି ରାଜ କିଶୋର ବେହେରା, ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ରମାକାନ୍ତ ଭୋଇଙ୍କ ଭିତରୁ ଜଣକୁ ପ୍ରାଥି କରିବା ନେଇ ଚିନ୍ତା କରୁଛି। ଏହାସହ ବାଲେଶ୍ଵର ସଦର ଆସନ ପାଇଁ ସ୍ୱର୍ର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଦଳ ପ୍ରାର୍ଥୀ କରିବା ଏକ ରକମର ଫାଇନାଲ କରିଛି । କଂଗ୍ରେସ କିନ୍ତୁ ବାଲେଶ୍ୱର ପାଇଁ ପ୍ରାର୍ଥୀ ଫାଇନାଲ କରିଛି । ବାଲେଶ୍ଵର ସଦର ଆସନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଅ ନାଵଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥି କରିବାକୁ ଦଳ ସ୍ଥିର କରିଛି। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭିତରେ ଏବେ ବି ପ୍ରାର୍ଥୀ ଦ୍ୱନ୍ଦ ରହିଛି । ଯାହା ରହିବା ବି ସ୍ୱଭାବିକ । କାରଣ ନିର୍ବାଚନ ଆସିଲେ ଅନେକ ଆଶାୟୀ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡ଼ନ୍ତି । ତେଣୁ ରାତି ପାହିଲେ ତାରିଖ ଘୋଷଣା ହେବାକୁ ଥିବା ବେଳେ ୩ ପ୍ରମୁଖ ଦଳ କାହାକୁ ଟିକେଟ ଦେଉନ୍ତି ତାହା ଦେଖିବାର କଥା ।

ଵାପିକୁ ଯୁବ, ଦେବୀକୁ ଛାତ୍ର…..

ଭୁବନେଶ୍ୱର :  ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ ଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ନିଜୁକ୍ତି ଦେଇଛନ୍ତି ।ସେହିପରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବରେ ନିଜୁକ୍ତି ଦେଇଛନ୍ତିନେଇ ମିଡ଼ିଆ ସେଲ ର ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର କରୋନା ପଜେଟିଭ….

0

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ଆସିଛି ବଡ ଖବର l ସରକାରୀ ଦଳ ମୁଖ୍ୟ ସଚେତନ ପ୍ରମିଳା ମଲ୍ଲିକ ଓ ବିଜେଡି ବିଧାୟକ ଦେବୀ ମିଶ୍ର କରୋନା ପଜେଟିଭ l ଏଥର ଅଧିବେଶନରେ ଯୋଗ ଦେବେ ନାହିଁ l ୭୫୭ କୋଭିଡ୍ ଟେଷ୍ଟରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍, ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କ ହୋଇଥିଲା ଟେଷ୍ଟ l


 

ବିଜେପିର ତିର୍ତୋଲ ଟେନସନ…

ଭୁବନେଶ୍ୱର : ନିର୍ବାଚନ ସମୟରେ ଅନ୍ୟଦଳରୁ ନେତା ନେଇ ନିଜ ଦଳରେ ସାମିଲ କରିବା ରାଜ୍ୟ ବିଜେପି ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି । ଯାହାକୁ ନେଇ ଚିନ୍ତାରେ ଗେରୁଆ କ୍ୟାମ୍ପ । ଟିକେଟକୁ ନେଇ ଗେରୁଆ କ୍ୟାମ୍ପରେ ଜୋରଦାର ଟଣାଓଟରା ଆରମ୍ଭ ହୋଇଛି । ତିର୍ତ୍ତୋଲରେ କିଏ ପାଇବ ଦଳୀୟ ଟିକେଟ ତାହାକୁ ନେଇ ମୁହାମୁହିଁ ହୋଇଛନ୍ତି ବିଜେପିର ଦୁଇ ଗୋଷ୍ଠୀ । ଉପ ନିର୍ବାଚନରେ ୨୦୧୯ରେ ଟିକେଟ ହାତେଇଥିବା ରମାକାନ୍ତ ଭୋଇଙ୍କ ସମର୍ଥନମାନେ ରମାକାନ୍ତଙ୍କୁ ଟିକେଟ ଦେବାକୁ ଦାବି ଜୋରଦାର କରିଛନ୍ତି । ସେହିପରି ନିଟକରେ କଂଗ୍ରେସରୁ ଯାଇ ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରା ସମର୍ଥକମାନେ ମଧ୍ୟ ଟିକେଟ ହାତେଇବା ପାଇଁ ଲବି ଜୋରଦାର କରିଛନ୍ତି । ତାରିଖ ଘୋଷଣା ପୂର୍ବରୁ ଉଭୟ ନେତାଙ୍କ ସମର୍ଥକ ଶକ୍ତି ପ୍ରଦର୍ଶନ କରିବା ଓ ଭିନ୍ନଭିନ୍ନ ସ୍ଥାନରେ ବୈଠକ କରିବା ଏବେ ବିଜେପି ତିତ୍ତୋଲ ଶିବିରକୁ ସରଗରମ କରିଛି । ଯାହା ରାଜ୍ୟ ନେତାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ନେତାଘଙ୍କ ଚିନ୍ତା ବଢାଇଦେଇଛି । କାରଣ ରମାକାନ୍ତ ଲଗାତର ଭାବେ ତିତ୍ତୋୟଲ ଆସନରେ ବିଜେପି ଟରକେଠରେ ଲଢୁଛନ୍ତି ।ତେବେ ଟିକେଟ ଆଶାୀୟ ମଧ୍ୟରେ ପ୍ରତିଦ୍ୱନ୍ଦିତା ବଢୁଥିବାରୁ ଦଳ କାହା ନାଁରେ ମୋହର ମାରିବ ତାହାକୁ ନେଇ ଚିନ୍ତାରେ ପଢିଛନ୍ତି । ଏହାସହ ଉଭୟ ଶିବିରରୁ ମଧ୍ୟ ଚେତାବନୀ ପରୋକ୍ଷରେ ଦିଆଯାଇଛି । ଯଦି ଟିକେଟ ମିଳିବ ନାହିଁ ତେବେ ସେମାନେ ବିରୋଧୀ ଭୂମିକାରେ ରହିବେ । ତେବେ ଏହି ଦୁଇ ଶିବିରକୁ ଦଳ କିପରି ବୁଝାଉଛ ି ଓ ଏମାନଙ୍କ ମଧ୍ୟରୁ କାହାକୁ ଟିକେଟ ଦେବ କି ଅନ୍ୟ ବିକଳ୍ପ ଦେଖିବ ତାହାକ ଉପରେ ସଭିଁଙ୍କ ନଜର । ତେବେ ନିର୍ବାଚନ ପୂର୍ବରୁ ଦଳ ଭିତରେ ଦୁଇଗୋଷ୍ଠୀ ମୁହାମୁହିଁ ହେବା ଗେରୁଆ ଶିବିରକୁ ଚିନ୍ତାରେ ପକାଇଛି ।

ବିଜେପି ଦିଲ୍ଲୀ ଦରବାରରେ ଦାୟିତ୍ୱ ନେବେ ୪ ଓଡ଼ିଆ…

ନୂଆଦିଲ୍ଲୀ : ଆଜି ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି । ସେଥିରେ ସେ ୪ ଜଣ ଓଡ଼ିଆଙ୍କୁ ସ୍ଥାନ ଦେଇଛନ୍ତି । ଏହି ଟିମରେ ପୁଣିଥରେ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମିଳିଛି । ସେହିପରି ମୟୂରଭଂଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଏହାସହ ସାଂସଦ ଅପରାଜିତା ଷଢଙ୍ଗୀ ଓ ସମ୍ବିତ ପାତ୍ରଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ମିଳୁଛି।
ନୂଆ ଟିମରେ ଚଳିତ ବର୍ଷ ମୋଟ ୧୨ ଜଣ ଉପସଭାପତି ଓ ୮ ଜଣ ସାଧାରଣ ସମ୍ପାଦକଙ୍କୁ ଚୟନ କରାଯାଇଛି ।ଏଥିରୁ ସ୍ପଷ୍ଟ ଯେ ବିଜେପି କେନ୍ଦ୍ରୀୟ ଟିମ୍ ରାଜ୍ୟରେ କ୍ଷମତା ଦଖଲ ପାଇଁ ଅଣ୍ଟା ଭିଡୁଛି।

୨୯ରେ ବିଜେପି ବିଧାୟକ ଦଳ ବୈଠକ….

ଭୁବନେଶ୍ୱର :ଆସନ୍ତା ୨୯ ତାରିଖ ଦିନ ବିଜେପି ବିଧାୟକ ଦଳ ବୈଠକ ବସିବ l ଅଧିବେଶନରେ ବିଜୁଳି ଦର ବୃଦ୍ଧି, କୃତ୍ରିମ ବନ୍ୟା ,ତୃଟିପୂର୍ଣ୍ଣ କୋଭିଡ୍ ପରିଚାଳନା ,ପ୍ରବାସୀ ସମସ୍ୟା ,ନୂତନ ବିଶ୍ଵବିଦ୍ୟାଳୟ ବିଲ୍ ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଦୁର୍ନୀତି ,ଆୟୁଷ୍ମାନ ଯୋଯନା କୁ ଓଡ଼ିଶାରେ ସାମିଲ କରିବା ଆଦି ଲମ୍ବା ପ୍ରସଙ୍ଗ ନେଇ ବିଧାନସଭାରେ ଶାସକ ଦଳକୁ ପ୍ରଶ୍ନ କରିବ ମୁଖ୍ୟ  ବିରୋଧୀ ଦଳ ବିଜେପି ।  ବିଜେପି ବିଧାୟକ ଦଳ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତ କରାଯିବ । ଭିଡିଓ କନଫରେନ୍ସ ଅନୁଷ୍ଠିତ ଏହି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ,ଦୁଇ କେନ୍ଦ୍ର ମନ୍ତ୍ରୀ ,ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ସମେତ ସମସ୍ତ ବିଧାୟକ ଉପସ୍ତିତି ରହିବେ । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ l

ବିଧାନସଭରେ ମୋଟ 756 ଜଣଙ୍କର ହେଲା କରୋନା ଟେଷ୍ଟ….

ଭୁବନେଶ୍ୱର : ବିଧାନସଭରେ ଆଜି ମୋଟ  ସୁଦ୍ଧା 756 ଜଣଙ୍କର ହୋଇଛି କରୋନା ଟେଷ୍ଟ ।  768ଜଣ ନାମ ପଞ୍ଜିକରଣ କରିଥିଲେ l ତେବେ 756ଜଣ ଟେଷ୍ଟ କରିଥିଲେ l   ସେମାନଙ୍କ  ମଧ୍ୟରେ ଅଛନ୍ତି ବିଧାୟକ, ବିଧାନସଭାର କର୍ମଚାରୀ ଓ ସାମ୍ବାଦିକ । ବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ 20 ଜଣ ବିଧାୟକଙ୍କର ହୋଇଛି ନମୁନା ପରୀକ୍ଷା ।  ଏନେଇ ବିଧାନସଭା ସଚିବ ସୂଚନା ଦେଇଛନ୍ତି l

ପ୍ରଣବ କଲେ କରୋନା ଟେଷ୍ଟ……..

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ଆରମ୍ଭ ହେବ ବିଧାନସଭା ଅଧିବେଶନ ।ଏହାକୁ ଆଖିଆଗରେ ରଖି ବିଧାୟକ ମାନଙ୍କ କୋରୋନା ଟେଷ୍ଟ କରାଯାଇଛି । ଏହି ମର୍ମରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଆଜି ନିଜର କରୋନା  ଟେଷ୍ଟ କରିଛନ୍ତି l ବିଧାନସଭା ପରିସରରେ ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥାରେ ସେ ତାଙ୍କର କରୋନା ଟେଷ୍ଟ କରିଛନ୍ତି l  ବାଚସ୍ପତି ନିର୍ଦେଶ ଅନୁସାରେ ସବୁ ବିଧାୟକ କରୋନା ଟେଷ୍ଟ କରିବାକୁ ବାଧ୍ୟ l ଆଜି ସକାଳୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଧାୟକ ପ୍ରତାପ ଦେବ, ସୁର ରାଉତରାୟ, ପ୍ରୀତି ରଞ୍ଜନ ଘଡ଼ାଇ , ସନ୍ତୋଷ ସିଂହ ସାଲୁଜା, ପରି ଅନେକ ବିଧାୟକ ନିଜର କରୋନା ଟେଷ୍ଟ କରିଛନ୍ତି l ତେବେ ଯେଉଁ ମାନଙ୍କ ନେଗେଟିଭ ରିପୋର୍ଟ ଆସିବ  ସେମାନେ ବିଧାନସଭା ଅଧିବେଶନ  ଯୋଗଦେବେ l

ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ….  

ଭୁବନେଶ୍ୱର : ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ l ସକାଳ 8ଟା ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜେ ଟେଷ୍ଟ ଦେଇ ଏହାକୁ ଆରମ୍ଭ କରିଛନ୍ତି l କାରଣ ଆସନ୍ତା ୨୯ ତାରିଖରେ ଆରମ୍ଭ ହେବାକୁ ଥିବା  ବିଧାନସଭା ଅଧିବେଶନକୁ ଆଖିଆଗରେ ରଖି ବିଧାୟକ ମାନଙ୍କ କୋରୋନା ଟେଷ୍ଟ କରାଯାଇଛି । ଆଜି ପ୍ରଥମ ପ୍ରଯ୍ୟାୟରେ ଟେଷ୍ଟ କରାଯାଉଛି । 28 ତାରିଖ ଯାଏ ଏହି ଟେଷ୍ଟ ପ୍ରକ୍ରିୟା ଚାଲିବ l  ସମସ୍ତ ବିଧାୟକ ଏବଂ ତାଙ୍କର ଷ୍ଟାଫ ଓ ବିଧାନସଭା ର ଷ୍ଟାଫ ମାନଙ୍କର କୋଭିଡ୍ ପରିକ୍ଷା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ ।ଯେଉଁ ମାନଙ୍କ ନେଗେଟିଭ ଆସିବ ସେମାନେ ବିଧାନସଭା ରେ ଯୋଗଦାନ କରିପାରିବେ ।ସେହି ଅନୁସାରେ ବାଚସ୍ପତି ,ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ବିଜେଡି ବିଧାୟକ ପ୍ରତାପ ଦେବ ଙ୍କ ସମେତ ଅନେକ ବିଧାୟକ ଓ ବିଧାନସଭା କର୍ମଚାରୀ ସାମ୍ବାଦିକ କୋରୋନା ପରିକ୍ଷା କରାଇଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news