ପ୍ରଧାନମନ୍ତ୍ରୀଙ୍କୁ ପାଣ୍ଡିଆନଙ୍କ ଜବାବ : ଲକ୍ଷ କୋଟି, ଓଡ଼ିଶା ପାଉଛି ପ୍ରଦୂଷଣ

() ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପାଲ୍ଲୀ, ବୀରମିତ୍ରପୁର ଓ ବଣାଇରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାଂସଦ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ତିର୍କୀ ଏବଂ ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରା, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ରୋହିତ ଜୋସେଫ୍‍ ତିର୍କିୀ ଓ ବଣାଇ ବିଧାନସଭା ପ୍ରାର୍ଥୀ ଭିମସେନ ଚୌଧୁରୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ବୀରମିତ୍ରପୁରରେ ଶ୍ରୀ ପାଣ୍ଡିଆନ ବିରାଟ ଜନସଭାକୁ ଉଦବୋଧନ ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ କହୁଛନ୍ତି ଆଜି ତାଙ୍କ ଦଳ ନିର୍ବାଚନ ଜିତିଲେ ଓଡ଼ିଶାକୁ ଏକ ନମ୍ୱର କରିବେ ପୂର୍ବରୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ବହୁବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ଗୁଜରାଟକୁ ଏକ ନମ୍ୱର କରିପାରିଲେ କି ? ଗୁଜରାଟରେ ଆଜି ଅପପୁଷ୍ଟି ହାର ୪୦ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୯ ପ୍ରତିଶତ ରହିଛି, ମହିଳା ସଶକ୍ତିକରଣରେ ଗୁଜରାଟ ବହୁ ପଛୁଆ ଅଛି, ମୁଣ୍ଡପିଛା ଋଣହାର ମଧ୍ୟ ଗୁଜରାଟରେ ଅଧିକା, ରକ୍ତହୀନତା ହ୍ରାସରେ ଓଡ଼ିଶା ୬୪ ସ୍ଥାନରେ ଥିବାବେଳେ ଗୁଜରାଟ ୮୦ରେ ଅଛି, ଓଡ଼ିଶାରେ ସବୁ ହାଇସ୍କୁଲରେ ଡିଜିଟାଲ ବୋର୍ଡରେ ପିଲା ପାଠ ପଢ଼ୁଥିବାବେଳେ ଗୁଜରାଟରେ ଆଜି ମଧ୍ୟ ବ୍ଲାକବୋର୍ଡରେ ପିଲା ପାଠ ପଢ଼ୁଛନ୍ତି ବୋଲି କହି ସେ ପୁଣି କହିଥିଲେ ଯେ ଆପଣ ଯଦି ପାରିବେ ଭାରତକୁ ଏକ ନମ୍ୱର କରନ୍ତୁ ଓଡ଼ିଶାକୁ ଏକ ନମ୍ୱର କରିବା ପାଇଁ ନବୀନ ବାବୁ ଯଥେଷ୍ଟ । ଦଶବର୍ଷ ମଧ୍ୟରେ କଟକ-ସମ୍ୱଲପୁର ରାସ୍ତା ହୋଇପାରିଲା ନାହିଁ କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ବିଜୁ ଏକ୍‍ସପ୍ରେସ ୱେ କରି ଦେଖେଇଦେଲେ, ମାନ୍ୟବର ପ୍ରଧାନ ମନ୍ତ୍ରୀ ଓଡ଼ିଶାରେ ଇତିମଧ୍ୟରେ ବହୁତ ଶିଳାନ୍ୟାସ କରିଛନ୍ତି, ଶିଳାନ୍ୟାସ ମଧ୍ୟରୁ କେତୋଟିର ଉଦ୍‍ଘାଟନ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦିଅନ୍ତୁ, ଓଡ଼ିଶାରେ ଇଣ୍ଡିଆନ ଅଏଲ, ଏନ୍‍.ଟି.ପି.ସି ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ରହିଛି, ଏଥିରେ ଓଡ଼ିଆ ପିଲା ନିଯୁକ୍ତି ପାଉନାହାନ୍ତି, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ, ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦରଦାମ ବଢ଼ିବ ନାହିଁ ବୋଲି ଗ୍ୟାରେଣ୍ଟି ଦିଅନ୍ତୁ, କୋଷ୍ଟାଲ ହାଇୱେ ୧୦ ବର୍ଷ ହେଲା ହୋଇପାରୁନାହିଁ, କୋଲ ରୟାଲଟି ବୃଦ୍ଧି ପାଇଁ ବାରମ୍ବାର ଅନୁରୋଧ ସତ୍ୱେ ହୋଇପାରୁନାହିଁ, ଓଡ଼ିଶାରେ ବିପୁଳ କୋଇଲା ସମ୍ପଦ ରହିଛି କିନ୍ତୁ ରୟାଲଟି ବାବଦରେ କେନ୍ଦ୍ର ନେଉଛି କୋଟି କୋଟି ଟଙ୍କା ଓଡ଼ିଶା ପାଉଛି କେବଳ ପ୍ରଦୂଷଣ, ଗ୍ରୀନସେସ୍‍ ବାବଦକୁ ଯେତିକି ନେଉଛନ୍ତି ସେଥିରେ ଓଡ଼ିଶାର ସବୁ ସ୍କୁଲ ରୁପାନ୍ତର ହୋଇଯାଇଥାନ୍ତା। ଏଥିପ୍ରତି ଦୃଷ୍ଟିଦେବାକୁ ସେ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।ସେ ପୁଣି କହିଥିଲେ ଯେ କନ୍ଧମାଳରେ ବିଜେପି ଦଙ୍ଗା କରିଥିଲା, ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ କନ୍ଧମାଳରେ ଶାନ୍ତି ଅଛି, ସମସ୍ତେ ଭାଇଚାରାରେ ରହିଛନ୍ତି, ପ୍ରଧାନ ମନ୍ତ୍ରୀଙ୍କୁ ବିନମ୍ରତାର ସହ ଜଣାଇଥିଲେ ଯେ ଆପଣ କହୁଛନ୍ତି ଜୁନ ୪ ତାରିଖରେ ନବୀନ ପଟ୍ଟନାୟକ ସରକାରଙ୍କର ଅବସାନ ଘଟିବ, ଆପଣ ଆଗ ଆପଣଙ୍କ ଦଳର ମୁଖ୍ୟମନ୍ତ୍ରୀ ଚେହେରାକୁ ଆଗକୁ ଆଣନ୍ତୁ, ଓଡ଼ିଶାବାସୀ ଉଚିତ ଜବାବ ଦେବେ, ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଯେଉଁ କଥା ଦିଅନ୍ତି ତାକୁ ମନେ ରଖନ୍ତି ଓ ଆନ୍ତରିକତାର ସହ ହୃଦୟରୁ ପାଳନ କରନ୍ତି, ସେଥିପାଇଁ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଲୋକଙ୍କ ହୃଦୟରେ ଅଛନ୍ତି, ଲୋକଙ୍କ ହୃଦୟରୁ ତାଙ୍କୁ କେହି ବି ଦୂର କରିପାରିବେ ନାହିଁ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କୁ କେବେ ବି ସେ ହଇରାଣ ହେବାକୁ ଦେବେ ନାହିଁ, ସେଥିପାଇଁ ପ୍ରତି ମାସରେ ବି.ଏସ୍‍.କେ.ୱାରେ ସେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଅଥଚ ଭାରତ ସରକାର ସମଗ୍ର ଭାରତ ବର୍ଷ ପାଇଁ ବର୍ଷକୁ ୬ ହଜାର କୋଟି ଟଙ୍କା ରଖିଛନ୍ତି, ଗ୍ରାମାଞ୍ଚଳବାସୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଆମ ବ୍ୟାଙ୍କ ଖୋଲାଯାଇଛି, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଯାହା କରିଥାନ୍ତି ତାକୁ ଅନ୍ୟ ରାଜ୍ୟମାନେ ଅନୁସରଣ କରନ୍ତି । ଏବେ ନିର୍ବାଚନ ଆସିଲା ବିଜେପି ଦଳର ଏମ୍‍.ଏସ୍‍.ପି. କଥା ମନେ ପଡ଼ିଲା, ୧୦ ବର୍ଷ ହେଲା ମନେ ପଡ଼ୁନଥିଲା, ଯଦି ଭାରତ ସରକାର ଚାହିଁଥାନ୍ତେ ତାହେଲେ ଗୋଟେ ମିନିଟରେ କରିପାରିଥାନ୍ତେ, ନିର୍ବାଚନରେ ହାରିବା ଦେଖି ଚାଷୀଙ୍କ କଥା ମନେ ପଡ଼ୁଛି, ଚାଷୀ ଆନ୍ଦୋଳନ କରି ଭାରତରେ ବହୁ ଚାଷୀ ବଳିଦାନ ଦେଇଛନ୍ତି, ଏମ୍‍.ଏସ୍‍.ପି. ଯଦି ଆଗରୁ ବଢ଼େଇଥାନ୍ତେ ତେବେ ଏହା ଘଟି ନଥାନ୍ତା ।  ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ହୃଦୟରେ ଅଛନ୍ତି, ଓଡ଼ିଶାବାସୀଙ୍କ ସୁଖଦୁଃଖରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ପ୍ରତି ଉତ୍ତରଦାୟୀ ହୋଇ ରହିଥାନ୍ତି, ସେଥିପାଇଁ ସବୁ କାମର ସେ ହିସାବ ଦେଇଥାନ୍ତି, ଆଦିବାସୀ ଭାଇ ଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି, ସେମାନଙ୍କ କଳା, ସଂସ୍କୃତି ଓ ପରିଚୟର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ଯାହା ଦେଶରେ ବିରଳ ଅଟେ ।

ଜୁଲାଇ ମାସରୁ ଓଡ଼ିଶାର ଜନସାଧାରଣଙ୍କୁ ଆଉ ବିଜୁଳୀ ବିଲ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ନବୀନ ବାବୁ ଲୋକଙ୍କୁ ବିଜୁଳୀ ମାଗଣାରେ ଦେଉଛନ୍ତି ଜାଣି ବିରୋଧୀଙ୍କୁ କରେଣ୍ଟ ଲାଗିଗଲାଣି, ବିରୋଧୀ ନିର୍ବାଚନ ସମୟରେ ଟୁରିଷ୍ଟ ଭଳି ଆସୁଛନ୍ତି, ବଡ଼ ବଡ଼ କଥା କହୁଛନ୍ତି କିନ୍ତୁ ସେମାନଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି, ଓଡ଼ିଶାର ଚାଷୀ, ମା’ ଛାତ୍ରଛାତ୍ରୀ ଓ ସବୁବର୍ଗର ଲୋକଙ୍କ ଭଲପାଇବା ନବୀନ ବାବୁଙ୍କୁ ଶକ୍ତି ଦେଉଛି ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ବୋଲି ସେ କହିଥିଲେ ।

କେନ୍ଦ୍ରମନ୍ତ୍ରୀଙ୍କୁ ଶାଣିତ ଆକ୍ରମଣ କରି କହିଥିଲେ ଯେ ସବୁଜାଗାରେ ପରିବର୍ତ୍ତନର ହାୱା ବହୁଛି ବୋଲି ଆପଣ କହୁଛନ୍ତି, କିନ୍ତୁ ଓଡ଼ିଶାରେ ସବୁଆଡ଼େ ନବୀନ ହାୱା ବହୁଛି, ମୁଁ ଗୋଟେ ଛୋଟ କର୍ମଚାରୀ ହୋଇ ଆପଣଙ୍କୁ ଆହ୍ୱାନ କରୁଛି ଯେ ତିନି ଚତୁର୍ଥାଂଶ ବହୁମତରେ ଆସି ନବୀନ ବାବୁ ଯଦି ମୁଖ୍ୟମନ୍ତ୍ରୀ ନ ହେବେ ମୁଁ ରାଜନୀତି ଛାଡ଼ିଦେବି, ଆପଣ କେନ୍ଦ୍ରମନ୍ତ୍ରୀ ହୋଇ କହିପାରିବେ କି ଯଦି ଆପଣଙ୍କ ଦଳ ଯଦି ନ ଆସିବ ଆପଣ ରାଜନୀତି ଛାଡ଼ିଦେବେ କି ? ସରକାର ଗଠନ କରିବେ ବୋଲି ଆପଣଙ୍କର ବିଶ୍ୱାସ ନାହିଁ କି ଆପଣଙ୍କ କର୍ମୀମାନଙ୍କର ମଧ୍ୟ ବିଶ୍ୱାସ ନାହିଁ, ଜୁନ ୯ରେ ଦିନ ୧୧.୩୦ ରୁ ୧.୩୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏବଂ ସନ୍ଧ୍ୟାବେଳେ ନିର୍ବାଚନ ଇସ୍ତାହାରକୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ପାସ୍‍ କରିବେ, ନବୀନ ବାବୁ ଓଡ଼ିଶାବାସୀଙ୍କ ପାଇଁ ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‍, ମଧୁବାବୁ ପେନସନ୍‍ ଆଦି ବହୁ ଜନକଲ୍ୟାଣକାରୀ ଯୋଜନା ଦେଇଛନ୍ତି, ସେଥିପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟକୁ ଜିତିଛନ୍ତି । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନବୀନ ଇଞ୍ଜନ ଜୋରରେ ଚାଲିଛି ।ରଘୁନାଥପାଲ୍ଲୀ ଓ ବୀରମିତ୍ରପୁରରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ହିସାବ ଲୋକଙ୍କୁ ସେ ଦେଇଥିଲେ, ଏବଂ ବିଜୁ ଜନତା ଦଳର କର୍ମୀର ଉଦ୍ୟମ ଓ ନିଷ୍ଠା ଆଗରେ ଦୁନିଆର ସବୁ ଶକ୍ତି ହାର ମାନିବ ବୋଲି ସେ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଉଦବୋଧନ ଦେଇଥିଲେ ।କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ତିର୍କୀ ବିଧାୟକ ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରା, ରୋହିତ ଜୋସେଫ୍‍ ତିର୍କୀ ଓ ଭୀମସେନ୍‍ ଚୌଧୁରୀ ଉଦବୋଧନ ମାଧ୍ୟମରେ ସେମାନଙ୍କୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ପାଇଁ ନିବେଦନ କରିଥିଲେ ।

ବିରୋଧୀ ବଡ଼ ବଡ଼ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ପାଣ୍ଡିଆନ

ତଳସରା ଓ ରାଜଗାଙ୍ଗପୁରରେ ଶ୍ରୀ ପାଣ୍ଡିଆନଙ୍କ ପ୍ରଚାର

ବିରୋଧୀ ପ୍ରାର୍ଥୀ ଆପଣଙ୍କ ସୁଖଦୁଃଖରେ ନାହାନ୍ତି

ଦରଦାମ୍‍ କମାଇବେ ବୋଲି କହିଥିଲେ କିଛି କମିଲାନି, ବଢ଼ି ଚାଲିଲା

ପ୍ରତିବର୍ଷ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ, ନିଯୁକ୍ତି ନାହିଁ

ବିରୋଧୀ ବଡ଼ ବଡ଼ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାରେ ଗୋଟିଏ ବି ବଡ଼ ଶିକ୍ଷାନୁଷ୍ଠାନ 

କିମ୍ୱା ସ୍କଲାରସିପ ଯୋଜନା କରିନାହାନ୍ତି

ଜୁଲାଇ ମାସରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ 

ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ

ଚାଷୀ ଭାଇମାନଙ୍କ ବନ୍ଧୁ ହେଉଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ 

ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ଷ୍ଟାଡିୟମ୍‍ କରି, ହକି ବିଶ୍ୱକପ୍‍ କରି ସୁନ୍ଦରଗଡ଼ ପାଇଁ, 

ସାରା ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

()ଆଜି ଅପରାହ୍ନରେ ବିଜୁ ଜନତାଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳସରା ଓ ରାଜଗାଙ୍ଗପୁରରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀ ଦିଲୀପ ତିର୍କୀ ଓ ତଳସରା ବିଧାନସଭା ପ୍ରାର୍ଥୀ ଶ୍ରୀ ବିନୟ ଟପ୍ପୋ ଓ ରାଜଗାଙ୍ଗପୁର ବିଧାନସଭା ପ୍ରାର୍ଥୀ ଶ୍ରୀ ଅନିଲ ବରୁଆଙ୍କ ପାଇଁ ଯୋଡ଼ିଶଙ୍ଗରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଆଶିର୍ବାଦ କରିବା ପାଇଁ ଅନୁରୋଧ କରିଛନ୍ତି ।ବିରୋଧୀ ପ୍ରାର୍ଥୀଙ୍କୁ ଆକ୍ଷେପ କରି ସେ କହିଲେ ଯେ ଆପଣମାନେ ଏଠାରୁ ଜଣକୁ ୪/୫ ଥର ସାଂସଦ କରି ପଠାଇଲେଣି । ସେ କଣ ଆପଣଙ୍କ ସୁଖଦୁଃଖରେ ଆସି ଠିଆ ହେଉଛନ୍ତି ? ଆପଣଙ୍କ ପାଇଁ କାମ କରୁଛନ୍ତି । ସେହିଭଳି ଆପଣ ଯାହାକୁ ବିଧାୟକ କରି ପଠାଇଥିଲେ ୫ ବର୍ଷ ମଧ୍ୟରେ ଥରେ ବି ଆପଣଙ୍କର କୌଣସି ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିନାହାନ୍ତି । ସେ କହିଲେ ଯେ କେନ୍ଦ୍ରର ବିଜେପି ସରକାର ୨୦୧୪-୨୦୧୯ ସବୁ ନିର୍ବାଚନରେ ଦର ଦାମ୍‍ କମେଇବା କଥା କହିଛନ୍ତି, କିନ୍ତୁ ଆପଣଙ୍କ ଏଲ୍‍.ପି.ଜି. ସିଲିଣ୍ଡର ଦାମ୍‍ କମିଲା କି, ପେଟ୍ରୋଲ, ଡିଜେଲ ଦାମ କମିଲା କି ? ପ୍ରତିବର୍ଷ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ । ସେହି ହିସାବରେ ଓଡ଼ିଶାରେ ୮୦ ଲକ୍ଷ ନିଯୁକ୍ତି ମିଳିବା କଥା । ସୁନ୍ଦରଗଡ଼ରେ ୫ ଲକ୍ଷ ନିଯୁକ୍ତି ମିଳିବା କଥା । କିନ୍ତୁ ଆପଣମାନେ କେନ୍ଦ୍ରସରକାରଙ୍କ ଠାରୁ ଚାକିରୀ ପାଇଛନ୍ତି କି ? କେବଳ ମିଛ । ବଡ଼ ବଡ଼ ମିଛ କଥା କହି ସେମାନେ କୁମ୍ଭୀର କାନ୍ଦଣା କାନ୍ଦିବେ, ଭୋଟ ନେବେ ତା’ପରେ ଆଉ ଦେଖା ମିଳିବ ନାହିଁ ।କେନ୍ଦ୍ରମନ୍ତ୍ରୀଙ୍କୁ ଟାରଗେଟ କରି କହିଲେ ଯେ, ଆପଣଙ୍କ କେନ୍ଦ୍ରଶିକ୍ଷା ମନ୍ତ୍ରୀ ୧୦ ବର୍ଷ ହେଲା ମନ୍ତ୍ରୀ ହେଲେଣି । ଓଡ଼ିଶାରେ ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନ କରିଛନ୍ତି କି ? କୌଣସି ସ୍କଲାରସିପ ସ୍କିମ୍‍ କରିଛନ୍ତି କି ? କେବଳ ବଡ଼ ବଡ଼ କଥା କହିବା ଛଡ଼ା ସେମାନେ କିଛି ଜାଣନ୍ତି ନାହିଁ । ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ ରାଜ୍ୟରେ ୧୦ ପ୍ରତିଶତରୁ ମଧ୍ୟ କମ୍ ପିଲା ସ୍କଲାରସିପ ପାଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଆମର ୯୦ ପ୍ରତିଶତ ପିଲାଙ୍କୁ ନୂଆ ଓ ସ୍କଲାରସିପ ଦେଉଛନ୍ତି । ବିଜୁ ଜନତା ଦଳର ଇସ୍ତାହାର ପ୍ରସଙ୍ଗରେ ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ବହୁତ ଖୁସି ଖବର ଆଣିଛନ୍ତି । ଜୁଲାଇ ମାସରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ଆଉ ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ । ନବୀନ ସରକାର ଆପଣମାନଙ୍କ ବୋଝ ହାଲ୍‍କା କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ୫ ଟଙ୍କାରେ ମା’ମାନେ, ଛାତ୍ରଛାତ୍ରୀମାନେ ଲକ୍ଷ୍ମୀ ବସର ସୁବିଧା ପାଉଛନ୍ତି । ନୂଆ-ଓ ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା ଦୂର ହୋଇଛି, ଏବେ ପୁଣି ନୂଆ-ଓ ରେ ଝିଅଙ୍କୁ ୧୪ ହଜାର ଓ ପୁଅଙ୍କୁ ୧୨ ହଜାର ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କର କୌଣସି ବାଛବିଚାର ନଥାଏ । ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର, ତେଣୁ ସମସ୍ତଙ୍କୁ ଏବଂ ସବୁ ଅଞ୍ଚଳର ବିକାଶକୁ ସେ ସମାନଦୃଷ୍ଟିରେ ଦେଖନ୍ତି । ମୋର ବିଶ୍ୱାସ ଚଳିତ ନିର୍ବାଚନରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ସଂଖ୍ୟାରେ ଆଶୀର୍ବାଦ କରିବେ । ଶ୍ରୀ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ ଚାଷୀ ଭାଇଭଉଣୀମାନଙ୍କ ବନ୍ଧୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଚାଷୀ ଓ ଚାଷର ଉନ୍ନତି ପାଇଁ ସେ ସବୁବେଳେ କାମ କରିଥାନ୍ତି । ଗତକାଲି ଯେଉଁ ଇସ୍ତାହାର ପ୍ରକାଶ ପାଇଛି ସେଥିରେ ମୁଖ୍ୟମନ୍ତ୍ରୀ ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫,୦୦୦ ଟଙ୍କା, ପିଲାମାନଙ୍କ ପାଠ ପଢ଼ିବା ପାଇଁ କାଳିଆ ଛାତ୍ର ବୃତ୍ତି, ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ସେମାନଙ୍କର କୃଷିକାର୍ଯ୍ୟ ଓ ଘରୋଇକାର୍ଯ୍ୟରେ ବ୍ୟବହୃତ ବିଜୁଳି ବିଲ୍‍କୁ ଛାଡ଼ କରିଛନ୍ତି । ବି.ଏସ୍‍.କେ.ୱାଇରେ ସାମିଲ ହୋଇନଥିବା ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ଇସ୍ତାହାର ଅନୁଯାୟୀ ନୂଆ-ଓ ଛାତ୍ରବୃତ୍ତିରେ ଝିଅଙ୍କ ପାଇଁ ୧୪,୦୦୦ ଓ ପୁଅଙ୍କ ପାଇଁ ୧୨,୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ୯୫ ପ୍ରତିଶତ ପିଲା ଏହି ବୃତ୍ତି ପାଉଛନ୍ତି । ଅନ୍ୟ ଯେକୌଣସି ରାଜ୍ୟରେ ବି ଏହି ବୃତ୍ତି ଦିଆଯାଉଛି, କେଉଁଠାରେ ୧୦ ପ୍ରତିଶତରୁ ଅଧିକ ପିଲା ପାଉନାହାନ୍ତି । ସୁନ୍ଦରଗଡ଼ ଠାରେ ବିଶ୍ୱକପ୍‍ ହକି ଆୟୋଜନ କରି ସୁନ୍ଦରଗଡ଼କୁ ନୁଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଭାଇଭଉଣୀମାନଙ୍କର କଳା, ସଂସ୍କୃତି, ପରମ୍ପରା ଓ କ୍ରୀଡ଼ାର ବିକାଶ ବିଷୟରେ ଅନ୍ୟ କୌଣସି ସରକାର ଚିନ୍ତା କରନ୍ତି ନାହିଁ, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଏହାର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି ।

ତଳସରା ନିର୍ବାଚନ ମଣ୍ଡଳୀରେ ବିକାଶ ହିସାବ ଦେଇ ସେ କହିଥିଲେ ଯେ ଉରାମ୍‍, ଓରାମ୍‍, ଓରାଓଁ, ଧାଙ୍ଗରା ଓ ଓରାଓଁମୁଡି ସମ୍ପ୍ରଦାୟଙ୍କୁ ନୂତନ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ମାଦ୍ରି କାଲୋ ସ୍ମୃତି ସଦନ ପାଇଁ ୩୦ ଲକ୍ଷ, ମାଁ ସମଲେଶ୍ୱରୀ ପାଇଁ ୧୦ ଲକ୍ଷ, ସିକାଯୋର ମୁସଲିମ୍‍ ବିବାହ ମଣ୍ଡପ ପାଇଁ ୧୦ ଲକ୍ଷ, ଇବ୍‍ ନଦୀ କୁଡ଼ାବେଗା ନଦୀଗର୍ଭଜଳାଶୟ ପାଇଁ ୧୬୦ କୋଟି ଟଙ୍କା, ସରଫଗଡ଼ ଜଳସେଚନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ୯.୬୦ କୋଟି ଟଙ୍କା, ବାଲିଶଙ୍କରା କୁକୁଡାନାଳ ଡ୍ୟାମ୍‍ ପାଇଁ ୪୦ କୋଟି ଟଙ୍କା, ବାଲିଶଙ୍କରା, ଲେଫ୍‍ରିପଡ଼ା, ସବଡେଗା ଓ ବଡ଼ଗାଁ ବ୍ଲକରେ ସିନ୍ଥେଟିକ୍‍ ହକି ଟର୍ଫ ତାଲିମ କେନ୍ଦ୍ର ପାଇଁ ୪୮ କୋଟି ଟଙ୍କାର କାମ ଚାଲିଛି । ଜିଲ୍ଲାରେ ୬୦,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ବୋନସ୍‍ ଏବଂ ଇନସେଣ୍ଟିଭ୍‍ ଜରିଆରେ ୮.୬ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ ।ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଦୁଇଜଣ ଯୁବପ୍ରାର୍ଥୀ ଦେଇଛନ୍ତି । ସେମାନେ ଆପଣଙ୍କ ସୁଖଦୁଃଖର ସାଥୀ ହେବେ । ଆପଣ ସେମାନଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଦିଲ୍ଲୀପ ବାବୁ ଭାରତୀୟ ହକି ଟିମ୍‍ର କ୍ୟାପଟେନ୍‍ ଥିଲେ । ସେ ହେଉଛନ୍ତି ଆପଣମାନଙ୍କର ଗୌରବ, ସାରା ରାଜ୍ୟର ଗୌରବ । ତାଙ୍କୁ ଆପଣ ଭୋଟ ଦେଲେ ସାରା ଓଡ଼ିଶାର ସମ୍ମାନ ବଢ଼ିବ |

ଧର୍ମେନ୍ଦ୍ରଙ୍କୁ ଧୋଇଦେଲେ ପାଣ୍ଡିଆନ: କହିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର ସାହସ ଦେଲା କିଏ ? 

()ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଜିତେଇବାକୁ ଅନୁରୋଧ କରିଛନ୍ତି ।

 

ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ସାମାନ୍ୟ ଜାତୀୟ ରାଜପଥକୁ ୧୦ ବର୍ଷରେ ଠିକ୍ କରିପାରିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ତାଙ୍କର ସାହସ ଆସିଲା କୋଉଠୁ ? ମୋତେ ଚାମ୍‍ଚା, ଗୁମାସ୍ତା ବୋଲି କହୁଛନ୍ତି । ମୋତେ ଯାହାବି କହିଲେ କିଛି ଅସୁବିଧା ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କଲେ ମୁଁ ସହିବି ନାହିଁ ।

 

ସେମାନେ କହୁଛନ୍ତି ଯେ ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । ମୁଁ ତାଙ୍କୁ ଆଜି ଚ୍ୟାଲେଞ୍ଜ କରୁଛି ଯଦି ନବୀନ ପଟ୍ଟନାୟକ ତିନି-ଚତୁର୍ଥାଂଶ ବହୁମତରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ଜୁନ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି। ସେ ପୁଣି କହିଲେ ଯେ କେନ୍ଦ୍ରମନ୍ତ୍ରୀ ଏମିତି ଚ୍ୟାଲେଞ୍ଜ ଦେଇପାରିବେ କି ? ତାଙ୍କ ଦଳ ସରକାର ନ କଲେ ସେ ରାଜନୀତିରୁ ସନ୍ୟାସ ନେବେ କି ? କେନ୍ଦ୍ରମନ୍ତ୍ରୀ ପ୍ରଥମେ ଢେଙ୍କାନାଳରୁ ପ୍ରାର୍ଥୀ ହେବା ପାଇଁ ୧୦ ବର୍ଷ କାଳ ଉଦ୍ୟମ କଲେ କିନ୍ତୁ ନାମାଙ୍କନ ବେଳକୁ ଡର ପଶିଲା, ସେ ସମ୍ୱଲପୁରରୁ ଆସି ଛିଡ଼ା ହେଲେ । ସେ କହିଲେ ଯେ ନିର୍ବାଚନ ଆସିଲା, ତେଣୁ ବିରୋଧୀ ନେତାମାନେ ଆସି ମିଛକଥା କହିବା ଆରମ୍ଭ କଲେଣି । ଆପଣଙ୍କ ଭୋଟ ନେଇଯିବେ, ତା’ପରେ ଖୋଜିଲେ ମିଳିବେନି । ସେମାନେ କେବେ ଆପଣମାନଙ୍କୁ ହିସାବ ଦେବେନାହିଁ । ପୂର୍ବ ନିର୍ବାଚନରେ ଦରଦାମ୍‍ କମିବ ବୋଲି ସେମାନେ କହିଥିଲେ । ଏଲ୍‍.ପି.ଜି, ପେଟ୍ରୋଲ, ଡିଜେଲ ଦାମ୍‍ କମିଲା କି ?ମୁଁ କିନ୍ତୁ ଆପଣମାନଙ୍କୁ ହିସାବ ଦେବି । ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାପାଇଁ ସବୁବେଳେ ନିର୍ଦ୍ଦେଶ ଦେଇଥାନ୍ତି । ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ହୀରାକୁଦ ବିସ୍ଥାପିତମାନଙ୍କର ୫୦-୬୦ ବର୍ଷର ସମସ୍ୟା ଦୂର କରିଛନ୍ତି । ବ୍ରଜରାଜନଗରର ୧୮ଟି ଗାଁର ୨୧୦୦ ବିସ୍ଥାପିତଙ୍କୁ ପଟ୍ଟା ଦିଆଯାଇଛି । ବ୍ରଜରାଜନଗର ମାଁ ରାମଚଣ୍ଡୀ ମନ୍ଦିର ପାଇଁ ୪.୫୦ କୋଟି, କୋଇଲି ଘୁଗର ଇକୋ ଟୁରିଜିମ୍‍ ପାଇଁ ୩ କୋଟି, ଲଖନପୁର ଆଇ.ଟି. ଆଇ ପାଇଁ ୩୦ କୋଟି, ବ୍ରଜରାଜନଗରରେ ଅଡିଟୋରିଅମ ପାଇଁ ୧୦ କୋଟି, ଲଖନପୁରର ୧୬ ଟି ପଞ୍ଚାୟତରେ ପାଇପ୍‍ ପାଣି ପାଇଁ ୧୨୪ କୋଟି, ହାଇସ୍କୁଲ ଓ କଲେଜ ରୁପାନ୍ତର ପାଇଁ ୩୦ କୋଟି ଟଙ୍କା ଦିଆଯାଇଛି । କାଳିଆ ଯୋଜନାରେ ଏହି ନିର୍ବାଚନ ମଣ୍ଡଳୀର ୩୦,୬୦୦ ଚାଷୀ ଉପକାର ପାଉଛନ୍ତି । BSKYରେ ୬୦,୫୦୦ ଲୋକ ଉପକାର ପାଉଛନ୍ତି ।ଝାରସୁଗୁଡ଼ାରେ ସ୍ୱର୍ଗତ ନବଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସେ କହିଲେ ଯେ ଝାରସୁଗୁଡ଼ାର ବିକାଶରେ ସ୍ୱର୍ଗତ ନବବାବୁଙ୍କର ବହୁତ ଅବଦାନ ରହିଛି । ତାଙ୍କ ପ୍ରଚେଷ୍ଟାରେ ଝାରସୁଗୁଡ଼ାରେ କେନସର ହସ୍‍ପିଟାଲ, ହାର୍ଟ କେୟାର ହସ୍‍ପିଟାଲ ହୋଇଛି । ଦୀପାଳି ଆପଣମାନଙ୍କ ଝିଅ, ନବବାବୁଙ୍କର ଝାରସୁଗୁଡ଼ା ପାଇଁ ଯେଉଁ ସ୍ୱପ୍ନ ଥିଲା ତାକୁ ସାକାର କରିବେ ଦୀପାଳି । ମୁଖ୍ୟମନ୍ତ୍ରୀ ଏସ୍‍.ଏଚ୍‍.ଜି ପାଇଁ ପେନସନ୍ ଓ ଗରିବ ଲୋକଙ୍କ ପାଇଁ ମାଗଣାରେ ବିଜୁଳି ଘୋଷଣା କରିଛନ୍ତି । ମା’ମାନେ ହେଉଛନ୍ତି ନବୀନବାବୁଙ୍କ ସେନାପତି । ଜଣେ ସାଧାରଣ ମହିଳାଙ୍କୁ ଏଠାରେ ଲୋକସଭା ପ୍ରାର୍ଥୀ କରିଛନ୍ତି । ଏହି ଦୁଇ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଝାରସୁଗୁଡ଼ା ବିକାଶ ଯାତ୍ରାକୁ ଆହୁରି ମଜବୁତ୍‍ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ପ୍ରଣବ : କହିଲେ ଚଷା ଲକ୍ଷେ ଜୀବନ ପୋଷା …..

() ଆଜି ପବିତ୍ର ଅକ୍ଷୟ ତୃତୀୟା l ଚାଷୀମାନେ ଆଜିଠାରୁ ଚାଷ କାର୍ଯ୍ୟ ଅନୁକୂଳ କରନ୍ତି l ଆଜି ମଧ୍ୟ ଜଗତର ନାଥ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ହେବ l ଅକ୍ଷୟ ତୃତୀୟାରେ ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ସମ୍ବଲପୁରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି) l ମୁଣ୍ଡରେ ପଗଡି, ହାତରେ ବାଡି । ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲ୍ଳା ରେଙ୍ଗାଲି ସ୍ଥିତ ଢୋରୋପାଣି ଠାରେ ପହଞ୍ଚିବାପରେ ପ୍ରଣବ ପ୍ରକାଶଙ୍କୁ ଦେଖି ବେଶ ଉତ୍ସାହିତ ହୋଇଥିଲେ ଚାଷୀ ଓ ଜନସାଧାରଣ । ସକାଳୁ ଚାଷୀଭାଇଙ୍କ ମଙ୍ଗଳକାମନା କରି ଦିନର ଆରମ୍ଭ କରିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସେ ଢୋରୋପାଣି ଗାଁରେ ଚାଷୀଭାଇଙ୍କ ତରଫରୁ ଆୟୋଜିତ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚାଷଜମିରେ ପୂଜାର୍ଚ୍ଚନା କରି ଅକ୍ଷିମୁଠି ଦେବା ସହିତ ଚାଷୀଭାଇଙ୍କ କ୍ଷେତ ଶସ୍ୟ ଶ୍ୟାମଳା ହୋଇ ପୁରିଉଠୁ ବୋଲି କାମନା କରିଥିଲେ ।

 ଚାଷୀଙ୍କ ଜମିରେ ପୂଜାର୍ଚ୍ଚନା କରି ଲଙ୍ଗଳ କରିଥିଲେ । ଧାନ ବୁଣିଥିଲେ । ପ୍ରଣବ ପ୍ରକାଶଙ୍କ ଚଷା ବେଶକୁ ଉପସ୍ଥିତ ଥିବା ଜନସାଧାରଣ ବେସ ପସନ୍ଦ କରିଥିଲେ । ପ୍ରଭୁ ଜଗନ୍ନାଥ, ମା ସମଲେଶ୍ୱରୀଙ୍କ ଆର୍ଶୀବାଦରୁ ଏବର୍ଷ ଭଲ ବର୍ଷା ହେଉ । ଚାଷୀଙ୍କ ଉନ୍ନତି ହେଉ ବୋଲି ମଙ୍ଗଳକାମନା କରିଥିଲେ । ଏହି ଅବସରରେ ସେ କହିଥିଲେ । ଚାଷୀ ଭାଇଟିଏ ସାରା ଦୁନିଆକୁ ଆହାର ଯୋଗାଉଛି । ତେଣୁକରି ଚାଷୀଭାଇଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସଦା ତତ୍ପର ରହିଛନ୍ତି ବୋଲି କହିଥିଲେ । ସମ୍ବଲପୁର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ଚାଷୀଙ୍କ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଏଠାକୁ ପଠାଇଛନ୍ତି । ଯେଉଁମାନଙ୍କୁ ଆପଣ ଭୋଟ ଦେଇ ବାଛିଥିଲେ । ଭାଜପା ଦଳର ସେହି ନେତାମାନେ ଚାଷୀଙ୍କ ସ୍ୱାର୍ଥ ପାଇଁ କିଛି କରିନାହନ୍ତି ବୋଲି କହିଥିଲେ । ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଜଳସେଚନ ପ୍ରକଳ୍ପ କରିଛନ୍ତି । ମହାନଦୀ ଉପରମୁଣ୍ଡରେ ଛତିଶଗଡରେ ଦାଦାଗିରି ସତ୍ତ୍ୱେ ଆବଶ୍ୟକ ପାଣି ଯୋଗାଉଛନ୍ତି । କଳିଆ ଯୋଜନାରେ ରାଜ୍ୟର ଅନେକ ଚାଷୀ ଉପକୃତ ହେଉଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ତାଙ୍କର ନିର୍ବାଚନୀ ଇସ୍ତିହାରରେ କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ ପ୍ରଦାନ କରିବାକୁ ଉଲ୍ଲେଖ କରିଛନ୍ତି । ଆଗାମୀ ଦିନରେ ଚାଷୀଙ୍କ ପାଇଁ ଆହୁରି ଉନ୍ନୟନମୂଳକ ଯୋଜନା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହିତ ସେମାନଙ୍କର ଆର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ କରିବ ବୋଲି କୁହାଯାଉଛି ।

ସମୃଦ୍ଧ ସମ୍ବଲପୁର ପାଇଁ ପ୍ରଣବ ସଂକଳ୍ପ ନେଇଥିବାରୁ ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତି ବଢ଼ୁଛି ସମର୍ଥନ l

ବିଜେଡି ଇସ୍ତାହାର: ୨୦୩୪ରେ ଓଡିଶା ହେବ ୧ ନମ୍ବର….

() ବିଜେଡିର ମନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ। ଗତ 24 ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟ ଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି | ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ଆଶୀର୍ବାଦ ସହିତ, ଏହି ଲୋକାଭିମୁଖୀ ମନିଫେଷ୍ଟୋରେ ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟିଗୁଡିକ 5T ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ ଏବଂ ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର 2 ବର୍ଷ ପୂର୍ବରୁ 2034 ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବରରାଜ୍ୟର ମାନ୍ୟତା ପ୍ରଦାନ କରିବ |

 

1. ଆମର ଯୁବକ ହିଁ ଓଡିଶାର ସଫଳତାର କାହାଣୀ ଲେଖିବେ | ଏକନମ୍ବର ରାଜ୍ୟର ଭବିଷ୍ୟତ ଲେଖିବା ପାଇଁ ସେମାନଙ୍କୁ ସଶକ୍ତ ଓ ସମୃଦ୍ଧ କରାଯିବ । ଓଡିଶାର ଯୁବକମାନଙ୍କ ନିମନ୍ତେ 10 ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ। ଏହି ଯୁବ ବଜେଟ୍ ଜଳବାୟୁ ଏବଂ ଜେଣ୍ଡର ବଜେଟ୍ ଭଳି ବିଧାନସଭାରେ ଉପସ୍ଥାପିତ ହେବ | ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ | ବିଶ୍ୱରେ ଏହା ପ୍ରଥମ ପ୍ରକାରର ପ୍ରୟାସ ହେବ ଯେଉଁଠାରେ ଯୁବକମାନେ ନିଜ ପରିଚୟ ଏବଂ ଓଡିଶାର ପରିଚୟ ସୃଷ୍ଟି କରିପାରିବେ । ନୂଆ ଓ ମ୍ୟାଜିକ୍ କାର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ପରିସର ବିସ୍ତାର ହେବ | ନୂଆ ଓ ଛାତ୍ରବୃତ୍ତି ବାଳିକାମାନଙ୍କ ପାଇଁ ବାର୍ଷିକ 14,000 ଏବଂ ପୁଅମାନଙ୍କ ପାଇଁ ବାର୍ଷିକ 12,000 କୁ ବୃଦ୍ଧି କରାଯିବ | ସରକାରୀ ପ୍ରବେଶ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟତା ହାସଲ କରିବା ପରେ ଡିପ୍ଲୋମା ଏବଂ ଡିଗ୍ରୀ ପାଠ୍ୟକ୍ରମ କରୁଥିବା କଲେଜରେ ପଢୁ ଥିବା ସମସ୍ତ ଯୋଗ୍ୟ ଛାତ୍ରଙ୍କୁ ଏହା ପ୍ରଦାନ କରାଯିବ। ଆସନ୍ତା ପାଞ୍ଚ ବର୍ଷରେ 2 ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ୱୟମ୍ ଉଦ୍ୟୋଗୀ ରୁଣକୁ ବ୍ୟାପକ କଭରେଜ୍ ସହିତ ଏକ ଲକ୍ଷରୁ 2 ଲକ୍ଷକୁ ବୃଦ୍ଧି କରାଯିବ | ଓଡିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏହି ସମସ୍ତ ପଦକ୍ଷେପ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଓଡିଶାକୁ ଏକ ବୃହତ ଅଭିବୃଦ୍ଧି ପଥରେ ଆଗେଇ ନେବାକୁ ସକ୍ଷମ କରିବ |

 

2. ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସମଗ୍ର ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ ଯାହା ଓଡିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ | ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ। ଉତ୍ପାଦନ ନିବେଶକୁ ଆକର୍ଷିତ କରିବାରେ ଆମେ ଆଗେଇ ଆସିବା | ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ 100 ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ | ଖ୍ୟାତି ସମ୍ପନ୍ନ ବୈଷୟିକ ଏବଂ ପରିଚାଳନା(Management) ସଂସ୍ଥାଗୁଡ଼ିକ ଓଡ଼ିଶାରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଉତ୍ସାହିତ ହେବେ | ଏହି ସବୁ ଓଡ଼ିଶାର ଯୁବକମାନଙ୍କ ଦ୍ୱାରା ସଶକ୍ତ ହେବ | ଯୋଜନାବଦ୍ଧ ସହରୀକରଣ ଅଭିବୃଦ୍ଧି, ଉତ୍ପାଦକତା ସୃଜନାତ୍ମକ ଏବଂ ପରିବର୍ତ୍ତନ ବୃଦ୍ଧି କରିବ | ଆଗାମୀ 10 ବର୍ଷରେ ଆମେ ସହରୀ ଜନସଂଖ୍ୟାକୁ ଦ୍ୱିଗୁଣିତ କରିବୁ | ଉତ୍ତମ ଗୁଣବତ୍ତା ସମ୍ପର୍ଣ ସୁବିଧା ସୁଯୋଗ ନିମ୍ନଲିଖିତ ଅଞ୍ଚଳଗୁଡିକ ପାଇଁଯୋଗାଇ ଦିଆଯିବ ଚାରୋଟି ମେଗା ସହରୀ କ୍ଲଷ୍ଟର ଯୋଜନା କରାଯାଇଛି , ସେମାନଙ୍କ ମଧ୍ୟରେ ଭୁବନେଶ୍ୱର – କଟକ – ଖୋର୍ଦ୍ଧା – ପୁରୀ କ୍ଲଷ୍ଟର , ସମ୍ବଲପୁର- ଝାରସୁଗୁଡା – ରାଉରକେଲା କ୍ଲଷ୍ଟର , ବାରିପଦା – ବାଲେଶ୍ୱର – ଭଦ୍ରକ କ୍ଲଷ୍ଟର ଏବଂ ବ୍ରହ୍ମପୁର -ଛତ୍ରପୁର – ଗୋପାଳପୁର କ୍ଲଷ୍ଟର | ଆମେ ମଧ୍ୟ 20 ଟି ପ୍ରମୁଖ ସହର ବଲାଙ୍ଗୀର, କୋରାପୁଟ-ଜୟପୁର, ବରଗଡ, ରାୟଗଡା, ଭବାନୀପାଟନା, ପାରାଦୀପ, ଢେଙ୍କାନାଳ , ଯୋଡା-ବଡ଼ବିଲ , କେନ୍ଦୁଝର, ଅନଗୁଳ , ମାଲକାନଗିରି, ନବରଙ୍ଗପୁର, ପାରଳାଖେମୁଣ୍ଡି, ଫୁଲବାଣୀ, ବୌଦ୍ଧ , ସୋନପୁର, ଦେବଗଡ, କେନ୍ଦ୍ରାପଡା ଓ ନୟାଗଡ଼ କୁ ବିକଶିତ କରିବୁ। ଏହି ସହରୀ କ୍ଲଷ୍ଟରଗୁଡ଼ିକ ଚାହିଦା ସୃଷ୍ଟି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିର କେନ୍ଦ୍ର ହେବ | ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସୁବିଧା ସହିତ ଏକ ଆନ୍ତର୍ଜାତୀୟ ସହର ଭାବରେ ବିକଶିତ ହେବ | ବିମାନ ବନ୍ଦର ସହିତ 20ଟି ସମସ୍ତ ପ୍ରମୁଖ ସହର ସହିତ ଲକ୍ଷ୍ମୀ ବସ୍ ସଂଯୋଗ ରହିବ | ମେଟ୍ରୋ ଦ୍ୱାରା ଭୁବନେଶ୍ୱର, ଖୋର୍ଦ୍ଧା , ପୁରୀ ଏବଂ କଟକକୁ ସଂଯୋଗ କରିବ ଏବଂ ପର୍ଯ୍ୟାୟ କ୍ରମେ ସମ୍ପ୍ରସାରିତ ହେବ | ବିଜୁ ଅର୍ଥନୈତିକ କରିଡର ମାଧ୍ୟମରେ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ବିକାଶ ଉପରେ ଆମର ବିଶେଷ ଧ୍ୟାନ ରହିବ।

 

3. ସ୍ଥିରତା ସହିତ ଅଭିବୃଦ୍ଧି ଉପରେ ଆମର ଧ୍ୟାନ ରହିବ – ଆମର ବର୍ତ୍ତମାନର ତଥା ଭବିଷ୍ୟତ ପିଢ଼ିର ଆବଶ୍ୟକତା ପୂରଣ କରିବ | ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଓଡିଶାର 75 ପ୍ରତିଶତ ପରିବାରର 100 ୟୁନିଟ୍ କମ୍ ବ୍ୟବହାର ଏବଂ ଅନ୍ୟ ଦଶ ପ୍ରତିଶତ 100 ରୁ 150 ୟୁନିଟ୍ ବ୍ୟବହାର କରୁଛନ୍ତି | ଶକ୍ତି ସୁରକ୍ଷା ସହିତ ଏହି 85 -90% ଜନସଂଖ୍ୟାକୁ ଆଚ୍ଛାଦନ କରିବା ପାଇଁ, ଶହେ ୟୁନିଟ୍ ପର୍ଯ୍ୟନ୍ତ ଗ୍ରାହକମାନେ ଶୂନ ବିଲ୍ ପାଇବେ ଏବଂ 100 ରୁ 150 ପର୍ଯ୍ୟନ୍ତ ପଚାଶ ୟୁନିଟ୍ ପାଇଁ ରିହାତି ପାଇବେ | ଏହା କେବଳ ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦ୍ୟୁତର ଦାୟିତ୍ବପୂର୍ଣ୍ଣ ବ୍ୟବହାରକୁ ମଧ୍ୟ ଉତ୍ସାହିତ କରିବ – ଏହା ସ୍ଥାୟୀ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ହେବ |

 

4. ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ମଧ୍ୟବିତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ସେମାନଙ୍କୁ BSKY କଭରେଜ୍, 20 ଲକ୍ଷ ପର୍ଯ୍ୟନ୍ତ ଗୃହ ରୁଣ ଉପରେ ସୁଧ ସବଭେନ୍ସନ୍, ଏବଂ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ତଥା ସୁଲଭ ପରିବହନ ପାଇଁ ଋଣ ଉପରେ ସୁଧ ସବଭେନ୍ସନ୍ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରାଯିବ। ବିଦ୍ୟୁତ ସବସିଡି ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ଲାଗୁ ହେବ | ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ପକେଟ ଖର୍ଚ୍ଚ ହ୍ରାସ ହେଲେ ସଞ୍ଚୟ ବୃଦ୍ଧି ପାଇବ | ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳରେ ଶିଳ୍ପାୟନ ଏବଂ ନିଯୁକ୍ତି ସୃଷ୍ଟି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଭିତରେ ନୂତନ ଆଶା ସଂଚାର କରିବ |

5. ଓଡିଶାର ଅଭିବୃଦ୍ଧି କାହାଣୀରେ ମହିଳାମାନେ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ସେମାନେ ଏହା ଜାରି ରଖିବେ | ବିନା ସୁଧରେ 15 ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇଦେବାରେ ଏହା ଦେଶରେ ପ୍ରଥମ ରାଜ୍ୟ ହେବ | ଆସନ୍ତା 5 ବର୍ଷ ମଧ୍ୟରେ ଆମର SHG ଗୁଡ଼ିକୁ 1.5 ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ହାସଲ କରି 2500 କୋଟି ଟଙ୍କାର ସୁଧ ସେମାନଙ୍କ ନିକଟକୁ ଫେରାଇ ଦିଆଯିବ। ଏହା ସେମାନଙ୍କୁ ସେମାନଙ୍କର ବ୍ୟବସାୟକୁ ଇନ୍ଧନ ଦେବାରେ ସାହାଯ୍ୟ କରିବ ଏବଂ SHGରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ରୂପାନ୍ତର ତ୍ୱରାନ୍ୱିତ କରିବ | SHGs କୁ ଆଗାମୀ 10 ବର୍ଷରେ 20,000 କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ | ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ 10 ଲକ୍ଷ ପର୍ଯ୍ୟନ୍ତ ସବସିଡିଯୁକ୍ତ ଋଣ ଯୋଗାଇବା ପାଇଁ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସହାୟତା କରାଯିବ। ମିଶନ୍ ଶକ୍ତି ମହିଳାଙ୍କ ପାଇଁ ପେନସନ ରହିବ | ସମସ୍ତ ତୃଣମୂଳ ସ୍ତରର ମହିଳା କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଏବଂ ଆଶା ଗୁଡିକ BSKY କଭରେଜ୍ ଏବଂ ସାମାଜିକ ସୁରକ୍ଷା ପେନସନ ମଧ୍ୟ ପାଇବେ |

6. ସ୍ୱାସ୍ଥ୍ୟ ଉପରେ ପକେଟ ଖର୍ଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୌଳିକ ମାନବିକ ଅଧିକାର ପାଇଁ ବାଧା ସୃଷ୍ଟି କରେ | ଆମର ପ୍ରମୁଖ ସ୍କିମ୍ BSKY ନଵୀନ କାର୍ଡ ପ୍ରବର୍ତ୍ତନ ପ୍ରାୟ ସମସ୍ତ ବର୍ଗଙ୍କୁ କଭରେଜ୍ କରିବ | ଏଥିରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ | ଆମେ ଆସନ୍ତା 10 ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସର୍ବନିମ୍ନ ଖର୍ଚ୍ଚର ରାଜ୍ୟ ହୋଇପାରିବା | ଏହି ସ୍ୱାସ୍ଥ୍ୟ ନିଶ୍ଚିତତା ଆମ ଜନସଂଖ୍ୟାକୁ ସଶକ୍ତ କରିବ ଏବଂ ଆମ ରାଜ୍ୟକୁ ଆଗକୁ ବଢ଼ାଇବ |

7. ଅଭିବୃଦ୍ଧି ସହିତ ଅନ୍ତର୍ଭୁକ୍ତ ସର୍ବଦା ଆମର ଉଦ୍ଦେଶ୍ୟ | ଆଦିବାସୀ, ଜନଜାତି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସଶକ୍ତିକରଣ ସର୍ବାଧିକ ପ୍ରାଥମିକତା ଅଟେ | ସ୍ଵୟମ ନିଯୁକ୍ତି ଦିଗରେ ପ୍ରତିବର୍ଷ 10,000 ST, SC ଏବଂ OBC ଯୁବକମାନଙ୍କ ପାଇଁ1,00,000ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ଆମେ 10 ବର୍ଷ ମଧ୍ୟରେ 1000 କୋଟି ପାଣ୍ଠି ପ୍ରଦାନ କରିବୁ। ସେହିଭଳି, ଏସଟି, ଏସସି ଏବଂ ଓବିସିର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀତା 10,00,000 ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ ହେବ | ସ୍ଵୟମ ଋଣ ଅନୁଦାନରେ ପ୍ରାଥମିକତା ରହିବ | ଓବିସି, ସଂଖ୍ୟାଲଘୁ, ଏସସି ଏବଂ ଆଦିବାସୀ ଛାତ୍ରମାନଙ୍କ ପାଇଁ ଅଧିକ ହଷ୍ଟେଲ ବ୍ୟବସ୍ଥା ସହିତ ଶିକ୍ଷା ଏବଂ ଅଧିକ ନିଯୁକ୍ତି ଆଗକୁ ବଢାଇବ | ଲାଭ ଯୋଜନା ଦ୍ୱାରା ଛୋଟ ଜଙ୍ଗଲ ଉତ୍ପାଦନ ସଂଗ୍ରହରୁ ଆୟକୁ ତ୍ଵରାନିତ୍ଵ କରିବ, ମୁଖ୍ୟତ ଆଦିବାସୀଙ୍କୁ ଉତ୍ସାହିତ କରିବ | ଗ୍ରାମୀଣ ଗୃହ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ପରିବାରକୁ 10 ଲକ୍ଷ ଘର ଯୋଗାଇ ଦିଆଯିବ |

8. ଖାଦ୍ୟ ସୁରକ୍ଷା ସର୍ବଦା ବିଜେଡି ସରକାରଙ୍କ ଏକ ଗ୍ୟାରେଣ୍ଟି ଅଟେ | ସମସ୍ତ ଯୋଗ୍ୟ ପରିବାରକୁ ରେସନ କାର୍ଡ ଯୋଗ୍ୟତା ଭିତ୍ତିରେ ନିଶ୍ଚିତ ଯୋଗାଇ ଦିଆଯିବ, ଯାହା ସମସ୍ତ ପରିବାରଙ୍କୁ ଅନ୍ତର୍ଭୁକ୍ତ ନିଶ୍ଚିତ କରିବ | କୃଷକମାନେ ରାଜ୍ୟର ଖାଦ୍ୟ ନିରାପତ୍ତାର ମେରୁଦଣ୍ଡ ଅଟନ୍ତି। କୃଷିର ସମଗ୍ର ଇକୋସିଷ୍ଟମ୍ ମଜବୁତ ହେବ | କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ, ଯାହା ସାରା ରାଜ୍ୟରେ କୃଷକମାନଙ୍କୁ ଉପକୃତ କରିବ | ଏହା ଉତ୍ପାଦନ ବୃଦ୍ଧି ଏବଂ ସେମାନଙ୍କର ଭାର ହ୍ରାସ କରିବାରେ ସାହାଯ୍ୟ କରିବ | ପିଲାମାନଙ୍କର ଶିକ୍ଷା ପାଇଁ ଛାତ୍ରବୃତ୍ତି ଏବଂ ନିର୍ଭରଶୀଳ ଝିଅ ବିବାହ ପାଇଁ 25.000 ସହାୟତା ସହିତ କାଳିଆ ଅନୁଦାନ ଜାରି ରହିବ ଏବଂ ବିସ୍ତାର କରାଯିବ | 1.5 ଲକ୍ଷ ପର୍ଯ୍ୟନ୍ତ ଫସଲ ଋଣ ସୁଧମୁକ୍ତ ହେବ | ମୌସୁମୀ ଅନିଶ୍ଚିତତାକୁ ଦୂର କରିବା ପାଇଁ ମତ୍ସ୍ୟଯିବି ସମ୍ପ୍ରଦାୟକୁ ବାର୍ଷିକ 15,000 ପ୍ରଦାନ କରାଯିବ |

9. ଆମର ସମୃଦ୍ଧ ସଂସ୍କୃତି ଏବଂ ଭାଷାର ପ୍ରୋତ୍ସାହନ ଏବଂ ସଂରକ୍ଷଣ ଅର୍ଥନୈତିକ ଅଭିବୃଦ୍ଧି ସହିତ ହାତ ମିଳାଇଥାଏ | ଆମର ଉପାସନା ସ୍ଥାନ, ଐତିହ୍ୟ ସ୍ଥଳ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ସହିତ ଜଡିତ ସ୍ଥାନଗୁଡିକ ସଂରକ୍ଷଣ କରିବା ପାଇଁ ଏକ ହେରିଟେଜ୍ ବିକାଶ ପାଣ୍ଠି ଭାବରେ 1000 କୋଟିର ଏକ କର୍ପସକୁ ପୃଥକ କରାଯିବ | ଶାସ୍ତ୍ରୀୟ ଭାଷା ଭାବରେ ଓଡିଆର ବିକାଶ ଏବଂ ପ୍ରୋତ୍ସାହନ ପାଇଁ 100 କୋଟି ରଖାଯାଇଛି | ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ଶାସ୍ତ୍ରୀୟ ଭାଷା ଭାବରେ ଓଡିଆର ପ୍ରଚାର ,ପ୍ରସାର ଓ ଗବେଷଣା ପାଇଁ ଜିରୋ ପାଣ୍ଠି ଗ୍ରହଣ କରାଯାଇଛି | ଆମେ ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରିବୁ ଯେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଏବଂ ହୋ, ମୁଣ୍ଡାରି ଏବଂ ଭୁମିଜଙ୍କୁ ଅଷ୍ଟମ କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରାଯାଉ । ପଶ୍ଚିମ ଓଡିଶାର ଭାଷାର ବିକାଶ ତଥା ଗବେଷଣା , ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ 25 କୋଟି ଟଙ୍କାର କର୍ପସ୍ ଫଣ୍ଡ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବୁ | ଓଡିଶାର ପ୍ରସିଦ୍ଧ ବ୍ୟକ୍ତିତ୍ୱ ସହିତ ସଂଯୁକ୍ତ ଶହେ ଗୋଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ କରାଯିବ | ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ଭଳି ପ୍ରତିବର୍ଷ କଳିଙ୍ଗଶ୍ରୀ ଏବଂ କଳିଙ୍ଗଭୂଷଣ ପୁରସ୍କାର ପ୍ରଦାନ କରାଯିବ। ସମଗ୍ର ରାଜ୍ୟରେ ଭଗବଦ୍ ଟୁଙ୍ଗିର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇଦିଆଯିବ | ଏହା ଆମ ଯୁବକମାନଙ୍କୁ ସେମାନଙ୍କର ସଂସ୍କୃତି, ଐତିହ୍ୟ ଏବଂ ଭାଷାରେ ଗର୍ବ ଅନୁଭବ କରିବାକୁ ସଶକ୍ତ କରିବ ଏବଂ ଆତ୍ମବିଶ୍ୱାସ ସହିତ ଭବିଷ୍ୟତକୁ ଆଗକୁ ବଢାଇବାକୁ ସକ୍ଷମ କରିବ |

କୋରେଇ ପାଇଁ ନବୀନଙ୍କ ସରପ୍ରାଇଜ: ବିଧାୟିକା ପ୍ରାର୍ଥୀ ହେଲେ ସଂଧ୍ୟାରାଣୀ ଦାସ

୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ମହିଳା ସଶକ୍ତିକରଣକୁ ଅଧିକ ଫୋକସ କରିଛନ୍ତି l ଲୋକସଭାରେ ମୋଟ ୨୧ଟି ଆସନରୁ ୭ଜଣ ମହିଳାଙ୍କୁ ବିଜେଡି ଟିକେଟ ଦେଇ ମହିଳା ସଂରକ୍ଷଣ ନୀତିକୁ ଗୁରୁତ୍ଵ ଦେଇଛନ୍ତି l ସେହିପରି ବିଧାନସଭାରେ ୧୪୭ ପ୍ରାର୍ଥିଙ୍କ ମଧ୍ୟରୁ ୩୫ ଜଣ ମହିଳାଙ୍କୁ ବିଧାୟିକା ପ୍ରାର୍ଥୀ ଭାବେ ଟିକେଟ ଦେଇଛି ଦଳ l ୨୪ପାଇଁ ଟିକେଟ ଘୋଷଣାର ଶେଷ ଦିନରେ ଯାଜପୁର ଜିଲ୍ଲାର ଚର୍ଚ୍ଚିତ କୋରେଇ ବିଧାନସଭା ଆସନ ପାଇଁ ସରପ୍ରାଇଜ କାର୍ଡ ଖୋଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l ଓଡିଶାର ମୁକୁଟ ବିହୀନ ସମ୍ରାଟ ତଥା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଅତି ଘନିଷ୍ଠ ସ୍ୱର୍ଗତ ଅଶୋକ ଦାସଙ୍କ ଧର୍ମପତ୍ନୀ ସଂଧ୍ୟାରାଣୀ ଦାସଙ୍କୁ କୋରେଇ ବିଧାୟିକା ପ୍ରାର୍ଥୀ କରିଛନ୍ତି ନବୀନ l କାରଣ ଜନତା ଦଳର ସଭାପତି ତଥା ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତି ଘନିଷ୍ଠ ଥିଲେ ଅଶୋକ ଦାସ l ତେଣୁ ତାଂକ ଧର୍ମପତ୍ନୀଙ୍କୁ ନବୀନ କୋରେଇ ଦାୟିତ୍ୱ ଦେଇଛନ୍ତି l ସ୍ୱର୍ଗତ ଅଶୋକ ଦାସ ଓଡ଼ିଶା ବିଧାନସଭାକୁ ଲଗାତର ୬ଥର କୋରେଇ ନିର୍ବାଚନ ମଣ୍ଡଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ସବୁବେଳେ ବିଧାନସଭାରେ ଶାଣିତ ସ୍ୱର ଉଠାଇ ସେ ସାରା ଓଡ଼ିଶାରେ କୋରେଇକୁ ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଥିଲେ l ଖାସ ସେଥିପାଇଁ କୋରେଇବାସୀ ଦାବିକୁ ସମ୍ମାନ ଜଣାଇ ସଂଧ୍ୟାରାଣୀକୁ ବିଧାୟିକା ଟିକେଟ ଦେଇ ସରପ୍ରାଇଜ ଦେଇଛନ୍ତି l ଟିକେଟ ପାଇବା ପରେ ସଂଧ୍ୟାରାଣୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ କୋରେଇବାସୀଙ୍କ ସେବା କରିବା ନିମନ୍ତେ ସୁଯୋଗ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ମୋ ସ୍ୱାମୀ ସ୍ବର୍ଗତ ଅଶୋକ ଦାସ କରୋଇବାସୀ ପାଇଁ ସମର୍ପିତ ଥିଲେ l ୬ଥର ବିଧାୟକ ଭାବେ ତାଙ୍କୁ ବିଧାନସଭାକୁ ଆଶିର୍ବାଦ କରି ପଠାଇଛନ୍ତି କୋରେଇବlସୀ l କୋରେଇବାସୀ ସବୁବେଳେ ଆମ ପରିବାରର ହୃଦୟରେ ଅଛନ୍ତି । ମୋ ସ୍ବାମୀ, ପୁଅ ସମସ୍ତେ କୋରେଇବାସୀଙ୍କ ପାଇଁ ସମର୍ପିତ ଥିଲେ । ସ୍ବାମୀଙ୍କ ପରି କୋରେଇର ସେବା ପାଇଁ ସେହି ସ୍ନେହ ଓ ଭଲ ପାଇବା ମିଳିବ ବୋଲି ମୋର ଆଶା l ଆମେ ସମସ୍ତେ ମିଶି ନୂଆ କୋରେଇ ଗଠନ କରିବା l ୨୦୧୯ ପରେ ଯାଜପୁର ନିର୍ବାଚନୀ ମଣ୍ଡଳୀକୁ ନିଜର କର୍ମଭୂମି କରିଥିବା ପ୍ରଣବ ଏବେ ନିଜର ପିତାଙ୍କ କର୍ମଭୂମି କରୋଇ ନିର୍ବାଚନମଣ୍ଡଳୀର ବିକାଶର ସେନାପତି ସାଜିଛନ୍ତି । ଯାଜପୁରର ମୁରବୀ ତଥା ସାଲିସବୀହିନ ସମ୍ରାଟ ସ୍ୱର୍ଗତ ଅଶୋକ ଦାସ କରୋଇ ନିର୍ବାଚନୀ ମଣ୍ଡଳୀକୁ ନେଇ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାକୁ ପୂରଣ କରିବା ପାଇଁ ପ୍ରଣବ ଜୋରଦାର ଉଦ୍ୟମ କରି କୋରେଇ ବିକାଶକୁ ଆଗକୁ ନେଉଛନ୍ତି l ବହୁବାର କରୋଇର ବର୍ତ୍ତମାନ ବିଧାୟକ ,ପୂର୍ବତନ ବିଧାୟକ ଓ କରୋଇବାସୀଙ୍କ ସହ ଆଲୋଚନା କରି ବିଭିନ୍ନ ଉନ୍ନୟନ କାମକୁ ଆଗେଇ ନେବା ସହ ଅନେକ ବିକାଶ କରିଛନ୍ତି l ପ୍ରଣବଙ୍କ ଉଦ୍ୟମରେ ବିଶେଷକରି ବ୍ୟାସନଗର ଷ୍ଟାଡ଼ିୟମ, ବ୍ୟାସ ସରୋବର, ସନ୍ତରା ସଂକୃତି ଭବନ, ଟାଉନହଲ , ଷ୍ଟାଡ଼ିୟମ ଉନ୍ନୟନ୍ନ ମୂଳକ କାର୍ଯ୍ୟକ୍ରମରେ ହୋଇଛି l କରୋଇ ନିର୍ବାଚନୀ ମଣ୍ଡଳୀକୁ ସାରା ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ପୂର୍ବତନ ବିଧାୟକ ସ୍ୱର୍ଗତ ଅଶୋକ ଦାସ ଅଧୁରା ସ୍ୱପ୍ନକୁ ଏବେ ବାସ୍ତବରୂପ ଦେବା ପାଇଁ ଅଶୋକଙ୍କ ଧର୍ମପତ୍ନୀଙ୍କୁ ନବୀନ ଗୁରୁଦାୟିତ୍ଵ ଦେଇଛନ୍ତି । କୋରେଇ ପାଇଁ ଅନେକ ଆଶାୟୀ ଥିବା ବେଳେ ନବୀନ କୋରେଇବାସୀ ଙ୍କ ଭାବାବେଗକୁ ପ୍ରାଧାନ୍ୟ ଦେଇ ସଂଧ୍ୟାରାଣୀ ଦାସଙ୍କୁ ଦଳୀୟ ଟିକେଟ ଦେଉଛନ୍ତି l ଯାହା କୋରେଇବାସୀ ଙ୍କ ମନରେ ଉତ୍ସାହ ଭାରି ଦେଇଛି l

ବବି ତୁମେ ସମ୍ବଲପୁରରୁ ନିଶ୍ଚିତ ଜିତିବ : ନବୀନ ପଟ୍ଟନାୟକ 

() ଅଲ୍ ଦ ବେଷ୍ଟ ବବି । ଆଇ ଆମ୍ ସିଓର, ୟୁ ଉଇଲ୍ ଉଇନ୍ (ବବି ତୁମେ ସମ୍ବଲପୁରରୁ ନିଶ୍ଚିତ ଜିତିବ) । ନିଜର ପାରମ୍ପରିକ ବିଧାନସଭା ଆସନରେ ପ୍ରାଥିପତ୍ର ଦଖଲ ପୁର୍ବରୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏପରି ଆଶିର୍ବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ହସ ହସ ମୁହଁରେ ବିଜେଡି ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ(ବବି) ଙ୍କ ପାଇଁ ନବୀନ ଙ୍କ ଏହି ଆଶିର୍ବାଦ କେହି ମିନିଟ୍ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି l ଯୁବ ମାନସର ପ୍ରତୀକ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ପାଇଁ ପୁରା ଓଡିଶାବାସିଙ୍କ ଭଲ ପାଇବା ଏଥରୁ ପ୍ରମାଣିତ ହୋଇଛି l ଆଜି ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଣବ ପ୍ରକାଶ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ମୁଖ୍ୟମନ୍ତ୍ରୀ ଓ ସମ୍ୱଲପୁରବାସୀଙ୍କ ଠାରୁ ଢେରସାରା ଭଲ ପାଇବା ଓ ଶୁଭେଛା ପାଇବା ପରେ ପ୍ରଣବ(ବବି) ନିଜର ସୋସିଆଲ୍ ମିଡିଆ ଏକ୍ସରେ ମନରେ କଥା ଲେଖିଛନ୍ତି l ପ୍ରଣବ ପ୍ରକାଶ ଦାସ ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି । ବବି ଟୁଇଟରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଉପରେ ଲେଖିଛନ୍ତି, ଯେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା ପାଇ ମୁଁ ଉତ୍ସାହିତ । ଆପଣଙ୍କ ଆଶୀର୍ବାଦ ଏବଂ ସମ୍ବଲପୁରବାସୀଙ୍କ ଅକୁଣ୍ଠ ଭଲପାଇବା ‘ସମୃଦ୍ଧ ସମ୍ବଲପୁର’ ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିଛି । ଆଜି ପ୍ରଣବ ପ୍ରଥମେ ମା ସମଲେଇଙ୍କ ଆଶିର୍ବାଦ ନେଇ

ବିରାଟ ପଟୁଆଳରେ ସମ୍ବଲପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥଲେ l ବବିଙ୍କ ଶୋଭାଯାତ୍ରାରେ ଜନସମୁଦ୍ର ପାଲଟିଥିବା ବେଳେ ସଭିଙ୍କ ମୁଁହରେ ଗୋଟିଏ ସ୍ୱର ଶୁଣିବାକୁ ମିଳୁଥିଲା ସମୃଦ୍ଧ ସମ୍ବଲପୁର’ ପାଇଁ ଏଥର ପ୍ରଣବ ଭାଇ l …

ବିଘଟନକାରୀ ବୈଷୟିକ ଜ୍ଞାନକୌଶଳକୁ ସାମ୍ନା କରି ନିଜକୁ ଖାପ ଖୁଆଇବା ଆବଶ୍ୟକ : ଏଆଇସିଟିଇ ଅଧ୍ୟକ୍ଷ

() ସୋଆରେ ଦୁଇ ଦିନିଆ ଏଚ୍‌ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ ଉଦ୍‌ଯାପିତ…

ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ଅର୍ଥାତ୍ କୃତ୍ରିମ ବୁଦ୍ଧିମତା ଭଳି ବିଘଟନକାରୀ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ଆର୍ବିଭାବ ଫଳରେ ମଣିଷ ମନରେ ଉଭୟ ଆଶା ଓ ଭୟ ସଂଚାର ହୋଇଥିବା ବେଳେ ଭବିଷ୍ୟତର କାର୍ଯ୍ୟଧାରାରେ ଏଭଳି ନୂଆ ଆହ୍ୱାନଗୁଡ଼ିକୁ ଆପଣାଇ ନେବାର ଆବଶ୍ୟକତା ରହିଛି ବୋଲି ଶନିବାର ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଟି.ଜି. ସୀତାରାମ କହିଛନ୍ତି । ନୂତନ ବୈଷୟିକ ଜ୍ଞାନକୌଶଳର ଅଭ୍ୟୁଦୟ ହେଲେ ଏହାର ସାମ୍ନା କରିବା ସମୟରେ ମଣିଷ ମନରେ କିଛିଟା ଭୟ ସଂଚାର ହୋଇଥାଏ । କିନ୍ତୁ କାଳକ୍ରମେ ସମସ୍ତେ ଏହାକୁ ଆପଣାଇବା ମଧ୍ୟ ଶିଖି ଯାଇଥାନ୍ତି । ଠିକ୍ ସେହିପରି ଏଆଇ ଜନିତ ଆହ୍ୱାନର ମଧ୍ୟ ଆମେ ସମ୍ମୁଖୀନ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶେଷ ହୋଇଥିବା ଦୁଇ ଦିନିଆ ଏଚ୍‌ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ରେ ଯୋଗ ଦେଇ ପ୍ରଫେସର ସୀତାରାମ କହିଛନ୍ତି ।

ମଣିଷର ସ୍ଥାନ କ’ଣ ଏଆଇ ନେବ? କ’ଣ ବହୁ ସଂଖ୍ୟାରେ ଲୋକ ବେରୋଜଗାର ହୋଇଯିବେ? କ’ଣ ମେସିନ୍ ଏତେ ବିଚକ୍ଷଣ ହୋଇଯିବ ଯେ ମଣିଷ ତା’ ଉପରେ ନିଜର ନିୟନ୍ତ୍ରଣ ହରାଇ ବସିବ? ଏଭଳି ଅନେକ ପ୍ରଶ୍ନ ବର୍ତମାନ ମଣିଷର ମନକୁ ଉଦ୍‌ବିଗ୍ନ କରୁଛି ବୋଲି କହିଛନ୍ତି ଡକ୍ଟର ସୀତାରାମ ।
ଏହି କନ୍‌କ୍ଲେଭ୍‌ରେ ସାରା ଦେଶରୁ ବିଭିନ୍ନ ଶିଳ୍ପରୁ ପ୍ରାୟ୧୦୦ ରୁ ଊର୍ଦ୍ଧ୍ୱ ମାନବ ସମ୍ବଳ ବିଶେଷଜ୍ଞଙ୍କ ସମେତ ସୋଆର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ନୂତନ ଜ୍ଞାନ କୌଶଳକୁ ନେଇ ଏଭଳି ପ୍ରଶ୍ନ ଏବେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଏହାକୁ ଉଚିତ୍ ଚିନ୍ତାଧାରା ଓ ବିଭିନ୍ନ ମତାମତର ସାହାଯ୍ୟ ନେଇ ମୁକାବିଲା କରିବା ଦରକାର ବୋଲି ସେ କହିଛନ୍ତି । ମଣିଷ ନିଜ କାର୍ଯ୍ୟକୁ ସହଜ କରିବା ପାଇଁ ଏଭଳି ନୂତନ ବୈଷୟିକ ଜ୍ଞାନକୌଶଳକୁ ପ୍ରସ୍ତୁତ କରିଥିବା ବେଳେ ଏବେ ନିଜେ ହିଁ ଏହି ସମସ୍ୟାରେ ପଡ଼ି ଯାଇଛି । ଏକ ଦଶନ୍ଧି ପୂର୍ବରୁ ଏଆଇ ବିଷୟରେ କେହି ଅବଗତ ନଥିବା ବେଳେ ବର୍ତମାନ ଏହା ମାନବ ଜାତିର ଜୀବନ ଶୈଳୀ ଏପରିକି ସଂଗୀତ, କଳା ଓ ସାହିତ୍ୟ ଭଳି ଅନେକ କ୍ଷେତ୍ରରେ ଖୁବ୍ ଦ୍ରୁତ ଗତିରେ ଓ ସଫଳତାର ସହିତ ନିଜକୁ ପ୍ରତିଷ୍ଠା କରିବାରେ ଲାଗିଛି ବୋଲି ପ୍ରଫେସର ସୀତାରାମ କହିଥିଲେ ।

ଏଆଇସିଟିଇ ଅଧ୍ୟକ୍ଷ ଆହୁରି ମଧ୍ୟ କହିଥିଲେ ଯେ ମାନବ ଜାତି କମ୍ପ୍ୟୁଟର, ମୋବାଇଲ୍ ଫୋନ୍ ଏବଂ ଇନ୍‌ଟରନେଟ ଭଳି ନୂତନ ବୈଷୟିକ ଜ୍ଞାନ କୌଶଳକୁ ନେଇ ପ୍ରଥମେ ଆଶଙ୍କାରେ ଥିବା ବେଳେ ପରବର୍ତୀ ସମୟରେ ଏହାକୁ ଖୁବ୍ ଭଲ ଭାବେ ଆପଣାଇ ପାରିଛି । ଏଆଇ ଏବଂ ଅନ୍ୟ ବିଘଟନକାରୀ ଜ୍ଞାନ କୌଶଳ କ୍ଷେତ୍ରରେ ମଧ୍ୟ ଏହା ଘଟିବ କିନ୍ତୁ ଏଥି ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକ ତଥା ଶିଳ୍ପର ଉପଯୁକ୍ତ ମାର୍ଗଦର୍ଶନ ରହିବା ଉଚିତ୍ ବୋଲି ସେ କହିଥିଲେ । ଏହି ନୂତନ ଜ୍ଞାନ କୌଶଳ ଗୁଡ଼ିକ ସହିତ ନିଜକୁ ଖାପ ଖୁଆଇବା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ ମତ ରଖିଥିଲେ ।
ସେ କହିଥିଲେ ଯେ ଏଆଇସିଟିଇ ପକ୍ଷରୁ ଏଆଇ ସହିତ ଭାରତୀୟ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ପରିଚୟ କରାଇବା ନିମନ୍ତେ ଅନେକ ପଦକ୍ଷେପ ନିଆଯାଉଛି । ଏଆଇ ଓ ଡାଟା ସାଇନ୍ସ ସମ୍ପର୍କିତ ଅନେକ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ୍ କରାଯାଉଛି । ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ନିଜକୁ ସଂଶ୍ଳିଷ୍ଟ କରିବା ଏହାର ଲକ୍ଷ୍ୟ ବୋଲି ସେ କହିଥିଲେ । ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ପ୍ରଫେସର ସୀତାରାମଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ସୋଆ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରକ୍ସିମା ୨୦୨୪ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଉଚ୍ଚକୋଟୀର ଚିନ୍ତାଧାରା, ଅଭିନବ ଉପାୟ ଓ ଅନୁଭୂତି ସମ୍ପନ୍ନ ଶିକ୍ଷା ଗ୍ରହଣ କରିବାର ଏକ ମାଧ୍ୟମ ବୋଲି ପ୍ରଫେସର ସୀତାରମ କହିଥିଲେ । ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ନୂତନ ଶିକ୍ଷାନୀତିକୁ ଗୁରୁତ୍ୱ ଦେଇ ସୋଆ ବିଶ୍ୱବିଦ୍ୟାଳୟ ଶିକ୍ଷାନୁଷ୍ଠାନ ସହ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଯୋଡ଼ିବା ପାଇଁ ପଦକ୍ଷେପ ନେଉଛି । ସୋଆ ଅନେକ ଶିଳ୍ପ ସହିତ ଯୋଡ଼ି ହୋଇଥିବା ବେଳେ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣକୁ ପ୍ରୋତ୍ସାହନ ଦେଉଥିବା ସେ କହିଥିଲେ ।

ଶୁକ୍ରବାର ଆୟୋଜିତ ସୋଆ ପ୍ରକ୍ସିମାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଇନ୍‌ଟରନ୍ୟାସ୍‌ନାଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସନ୍ଦୀପନ୍ ଚକ୍ରବର୍ତୀ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଖୁବ୍ ଶୀଘ୍ର ଏକ ନୂତନ ବିଶ୍ୱକୁ ସାମ୍ନା କରିବାକୁ ଯାଉଛନ୍ତି । ତେଣୁ ନୂଆ ପରିସ୍ଥିତି ସହିତ ସେମାନେ ନିଜକୁ ଖାପ ଖୁଆଇବାର ଆବଶ୍ୟକତା ରହିଛି ।
ଡ. ଚକ୍ରବର୍ତୀ କହିଥିଲେ ଯେ ମନୁଷ୍ୟ ବର୍ତମାନ ୫ମ ଶିଳ୍ପ ବିପ୍ଳବର ଦ୍ୱାର ଦେଶରେ ପହଂଚିଛି ଯାହାକି ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଇନ୍‌ଟରନେଟ୍ ଅଫ୍ ଥିଙ୍ଗସ୍‌, ରୋବୋଟିକ୍ସ ଓ ସେମିକଣ୍ଡକ୍ଟର୍ସକୁ ନେଇ ପର୍ଯ୍ୟବେଶିତ । ତେଣୁ ଛାତ୍ରଛାତ୍ରୀମାନେ ଇନ୍‌ଟରନେଟ ଅଫ୍ ଥିଙ୍ଗସ୍‌, ଏଆଇ, ଡିଜିଟାଇଜେସନ୍ ଓ ଫାଇନାନ୍ସ ଏହି ୪ଟି ପ୍ରସଙ୍ଗ ବିଷୟରେ ମନୋନିବେଶ କରିବା ଦରକାର ବୋଲି କହିଥିଲେ ।
ଶୁକ୍ରବାର ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ କଗ୍‌ନିଜାଂଟର ସେଂଟର ହେଡ୍ ଶ୍ରୀ ସତୀଶ କୁମାର ପ୍ରଧାନ, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟର ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଓ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ବକ୍ତବ୍ୟ ରଖିଥିଲେ । ସେହିପରି କନ୍‌କ୍ଲେଭର ଦ୍ୱିତୀୟ ଦିବସରେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁ୍‌ମ୍ବାଇ ସ୍ଥିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରେସିଡେଂଟ (ଏଚ୍‌ଆର୍‌) ଶ୍ରୀ ବିଜୟ ସାହୁ ଯୋଗ ଦେଇ ନିଜ ବକ୍ତବ୍ୟରେ ନିକଟରେ ଉଦ୍‌ଭାବନ ହୋଇଥିବା ଚାଟ୍ ଜିପିଟିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ଦୁଇ ବର୍ଷ ପୂର୍ବେ ଅବସ୍ଥିତି ନଥିବା ଚାଟ୍ ଜିପିଟି ହଠାତ୍ ପୃଥିବୀରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି । ଯେ କୌଣସି ପ୍ରସଙ୍ଗ ବିଷୟରେ ଆମେ ଜାଣିନାହୁଁ ତା’ର ଉତର ଚାଟ୍ ଜିପିଟି ଦେଇପାରୁଛି ବୋଲି ଶ୍ରୀ ସାହୁ କହିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

 

ସମ୍ ଅଲ୍ଟିମେଟକୁ କୁ ଜେସିଆଇ ପ୍ରାଇମ୍ ସ୍ୱୀକୃତି …

ଭୁବନେଶ୍ୱର, ଏପ୍ରିଲ୍‌, ୨୪: ଉତମ ସ୍ୱାସ୍ଥ୍ୟସେବା ଓ ରୋଗୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଥିବା ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ସଫଳତାର ଆଉ ଏକ ପାହାଚରେ ପାଦ ଦେଇଛି । ଗୁରୁବାର ଏହି ହସ୍ପିଟାଲକୁ ଜଏଂଟ କମିଶନ ଇଂଟରନ୍ୟାସନାଲ୍ (ଜେସିଆଇ) ପ୍ରାଇମ୍ ମାନ୍ୟତା ପ୍ରାପ୍ତ ହୋଇଛି ।

ହସ୍ପିଟାଲ ପରିସରରେ ପ୍ରମୁଖ ମେଡିକାଲ୍ ଟେକ୍‌ନୋଲୋଜି କମ୍ଫାନୀ ବେକ୍ଟନ୍‌, ଡିକିନ୍ସନ୍ ଆଣ୍ଡ କୋ (ବିଡିଏ)ର ସହଯୋଗ ରେ ଏହି ମାନ୍ୟତା ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ସମ୍ମମ୍ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପୂରଣ କରିବା ସହ ୯୮.୪ ପ୍ରତିଶତ ଅନୁପାଳନ ରାଶି ହାସଲ କରି ଏହି ମାନ୍ୟତା ପ୍ରାପ୍ତ କରିଛି ।

ସମ୍ମମ୍ ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ହସ୍ପିଟାଲ ପକ୍ଷରୁ ଏହି ସାର୍ଟିପିକେଟ୍ ଗ୍ରହଣ କରିଥିଲେ । ଏହି ଅବସରରେ ହସ୍ପିଟାଲର ନର୍ସିଂ ଟିମ୍ , ଫାର୍ମାସୀ ଟିମ୍ , ବିଭିନ୍ନ ବିଭାଗର ମୁଖ୍ୟ ଙ୍କ ସମେତ ବିଡି ର ଇଣ୍ଡିଆ ଓ ଦକ୍ଷିଣ ଏସିଆର ମେଡିକାଲ ଆଫେୟାରସ୍ ଲିଡର୍ ଡକ୍ଟର ପଙ୍କଜ ରାଇନା ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

୨୦୨୨ ମସିହାରେ ହସ୍ପିଟାଲରେ ଜେସିଆଇ ପ୍ରାଇମ୍ ପ୍ରୋଗ୍ରାମ୍ ଆରମ୍ଭ ହୋଇଥିବା ବେଳେ ହସ୍ପିଟାଲର ଉପରିସ୍ଥ ଅଧିକାରୀମାନଙ୍କ ସହଯୋଗ ଓ ତତ୍ୱାବଧାନରେ ଇନ୍ଫେକ୍ସନ କଣ୍ଟ୍ରୋଲ ବିଭାଗ, ନର୍ସିଂ ଟିମ୍‌, ଫାର୍ମାସୀ ଟିମ୍‌, ଇନ୍ –ପେସେଂଟ ସର୍ଭିସେସ୍ ଟିମ୍ ଓ କ୍ୱାଲିଟି ମ୍ୟାନେଜମେଂଟ ଟିମ୍ ମିଳିତ ଭାବେ କାର୍ଯ୍ୟକରିଥିଲେ ।

ଏହି ସାର୍ଟିପିକେଟ୍ ପ୍ରୋଗ୍ରାମ୍ ସହିତ ‘ଇନଭ୍ସିଭ ଫଙ୍ଗ।ଲ୍ ଇନ୍ଫେକ୍ସନ ଆଇସିୟୁ’ ଏବଂ ‘ଇନଫେକ୍ସନ୍ କନ୍‌ଟ୍ରୋଲ କେୟାର୍ ବଣ୍ଡଲ୍’ ଭଳି ଦୁଇଟି ପ୍ରସଙ୍ଗରେ ଏକାଡେମୀକ ସେସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା ।ଏହି ଦୁଇଟି ସେସନ୍‌ରେ ସମ୍ମମ୍ ର କ୍ରିଟିକାଲ୍ କେୟାର ମେଡିସନ୍ ବିଭାଗର ସିନିୟର କନ୍‌ସଲତାଣ୍ଟ ଡାକ୍ତର ଆନନ୍ଦ ମିଶ୍ର ଓ ଡାକ୍ତର ଅରୁଣ ରଥ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର…

() ଭାରତ ହେଉଛି ଦେବଭୂମି। ଏହି ଭୂମି ଅନେକ ଦେବଦେବୀଙ୍କୁ ଜନ୍ମ ଦେଇଛି। ସମସ୍ତଙ୍କ ମଧ୍ୟରେ ସୁରବୀର, ବିଷ୍ଣୁ ଅବତାରୀ ଶ୍ରୀରାମ ଅନ୍ୟତମ। ରାମଙ୍କୁ ନେ‍ଇ ଅନେକ ପ୍ରଥା, ପରମ୍ପରା ଓ ପର୍ବ-ପର୍ବାଣୀ ଯୋଡି ହୋଇ ରହିଛି। ସେଥିରୁ ‘ରାମ ନବମୀ’ ହେଉଛି ଗୋଟିଏ। ପୌରାଣିକ କଥାବସ୍ତୁ ଅନୁସାରେ ଖ୍ରୀ:ପୂ: ୫୧୧୪ରେ ଭଗବାନ ଶ୍ରୀରାମ ଚୈତ୍ରମାସ ଶୁକ୍ଳ ପ‍‍‍‍କ୍ଷ ନବମୀ ତିଥିରେ ଅଯୋଧ୍ୟାରେ ଦଶରଥ ଓ କୌଶଲ୍ୟାଙ୍କ ପୁତ୍ର ଭାବେ ଜନ୍ମ ନେଇଥିଲେ। ଏହି ଦିନଟିକୁ ସ୍ମୃତି କରିବା ନେ‍ଇ ସାରା ଭାରତରେ ‘ରାମ ନବମୀ’କୁ ଉତ୍ସାହର ସହ ପାଳନ କରାଯାଏ।

‘ରାମ’ ଶବ୍ଦଟି ଯେତେ ସୁନ୍ଦର ଏହା ଠାରୁ କେତେ ମହତ୍ତ୍ଵପୂର୍ଣ୍ଣ ଏହି ନାମର ଉଚ୍ଚାରଣ। ‘ରାମ’ କହିବା ମାତ୍ରେ ଶରୀର ଓ ମନରେ ଆସେ ଅଲଗା ପ୍ରତିକ୍ରିୟା ଯାହା ଆମ ଆତ୍ମାକୁ ଶାନ୍ତି ଦେଇଥାଏ I ହିନ୍ଦୁ ଧର୍ମର ଚାରୋଟି ଆଧାରର ସ୍ତମ୍ଭ ମଧ୍ୟରୁ ପ୍ରଭୁ ଶ୍ରୀରାମ ହେଉଛନ୍ତି ଅନ୍ୟତମ। ଭଗବାନ ଶ୍ରୀରାମ ଆଦର୍ଶ ଚରିତ୍ର ଭାବରେ ସମାଜକୁ ଏକ ସୂତ୍ରରେ ବାନ୍ଧିଥିଲେ । ଧାର୍ମିକ ପୁରାଣ ଗୁଡ଼ିକ ଅନୁସାରେ ତ୍ରେତୟା ଯୁଗରେ ରାବଣର ଅତ୍ୟାଚାର ଗୁଡ଼ିକୁ ସମାପ୍ତ କରି ଧର୍ମର ପୁନଃ ସ୍ଥାପନା କରିବା ପାଇଁ ଚୈତ୍ର ଶୁକ୍ଳ ପକ୍ଷର ନବମୀ ତିଥିରେ ଭଗବାନ ରାମ ଅଯୋଧ୍ୟା ଠାରେ ଜନ୍ମଗ୍ରହଣ କରିଥିଲେ।

ଏହିଦିନ ପ୍ରତ୍ୟେକ ହିନ୍ଦୁ ଘରେ ଓ ରାମ ମନ୍ଦିରରେ ରାମାୟଣ ପାଠ କରିବା ସହ ପୂଜା, ହୋମ ଆଦି କରିଥାନ୍ତି। ଅନେକ ମହିଳା ଓ ଶିଶୁ ରାମଙ୍କ ମୂର୍ତ୍ତିକୁ ସ୍ନାନ କରାଇ, ନୂତନ ବସ୍ତ୍ର ପିନ୍ଧାଇ ଦୋଳରେ ଝୁଲାନ୍ତି। କିଛି ସଂସ୍ଥା ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ଏହିଦିନ ମହିଳାମାନେ ବ୍ରତ ରଖି ଉପବାସ ମଧ୍ୟ କରିଥାନ୍ତି। ‘ରାମ ନବମୀ’ କେବଳ ଭାରତ ନୁହେଁ। ବରଂ, ବିଦେଶରେ ରହୁଥିବା ହିନ୍ଦୁ ସମୁଦାୟ ମଧ୍ୟ ମହାଆନନ୍ଦର ସହିତ ପାଳନ କରିଥାନ୍ତି। ବିଶ୍ୱାସ ରହିଛି ଯେ, ଏହିଦିନ ଯେଉଁମାନେ ଉପବାସ ରୁହନ୍ତି ସେମାନଙ୍କ ଉପରେ ଖୁସି ଓ ସୌଭାଗ୍ୟ ବର୍ଷା ବରଷି ଯାଏ। ସେମାନଙ୍କ ଧୈର୍ଯ୍ୟର ବିକାଶ ହୋଇଥାଏ। ଏହା ସହିତ ବିଚାର ଶକ୍ତି, ବୁଦ୍ଧି, ଶ୍ରଦ୍ଧା, ଭକ୍ତି ଓ ପବିତ୍ରତାର ମଧ୍ୟ ବିକାଶ ହୋଇଥାଏ।

ଚାଲନ୍ତୁ ପବିତ୍ର ଶ୍ରୀରାମନବମୀ ଅବସରରେ ଆମେ ସମସ୍ତେ  ଶପଥ ନେବା । ପ୍ରଭୁ ଶ୍ରୀରାମ ଯେପରି ପିତୃସତ୍ୟ ପାଳନ କରିଥିଲେ ଓ ସ୍ବାମୀର କର୍ତ୍ତବ୍ୟ ପାଳନ କରି ସୀତାଙ୍କୁ ଉଦ୍ଧାର କରିଥିଲେ, ଆମ୍ଭେମାନେ ସେହିପରି ଭାବରେ କର୍ତ୍ତବ୍ୟ ସମ୍ପାଦନ କଲେ ଆମ ସମାଜର ପରବର୍ତ୍ତୀ ପିଢ଼ି ସୁସ୍ଥ ସମାଜ ଗଠନ କରି ଉନ୍ନତ ପରମ୍ପରା ସୃଷ୍ଟି କରିବ।

Follow us

20,832FansLike
0FollowersFollow
14,700SubscribersSubscribe

Latest news