୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ମହିଳା ସଶକ୍ତିକରଣକୁ ଅଧିକ ଫୋକସ କରିଛନ୍ତି l ଲୋକସଭାରେ ମୋଟ ୨୧ଟି ଆସନରୁ ୭ଜଣ ମହିଳାଙ୍କୁ ବିଜେଡି ଟିକେଟ ଦେଇ ମହିଳା ସଂରକ୍ଷଣ ନୀତିକୁ ଗୁରୁତ୍ଵ ଦେଇଛନ୍ତି l ସେହିପରି ବିଧାନସଭାରେ ୧୪୭ ପ୍ରାର୍ଥିଙ୍କ ମଧ୍ୟରୁ ୩୫ ଜଣ ମହିଳାଙ୍କୁ ବିଧାୟିକା ପ୍ରାର୍ଥୀ ଭାବେ ଟିକେଟ ଦେଇଛି ଦଳ l ୨୪ପାଇଁ ଟିକେଟ ଘୋଷଣାର ଶେଷ ଦିନରେ ଯାଜପୁର ଜିଲ୍ଲାର ଚର୍ଚ୍ଚିତ କୋରେଇ ବିଧାନସଭା ଆସନ ପାଇଁ ସରପ୍ରାଇଜ କାର୍ଡ ଖୋଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l ଓଡିଶାର ମୁକୁଟ ବିହୀନ ସମ୍ରାଟ ତଥା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଅତି ଘନିଷ୍ଠ ସ୍ୱର୍ଗତ ଅଶୋକ ଦାସଙ୍କ ଧର୍ମପତ୍ନୀ ସଂଧ୍ୟାରାଣୀ ଦାସଙ୍କୁ କୋରେଇ ବିଧାୟିକା ପ୍ରାର୍ଥୀ କରିଛନ୍ତି ନବୀନ l କାରଣ ଜନତା ଦଳର ସଭାପତି ତଥା ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତି ଘନିଷ୍ଠ ଥିଲେ ଅଶୋକ ଦାସ l ତେଣୁ ତାଂକ ଧର୍ମପତ୍ନୀଙ୍କୁ ନବୀନ କୋରେଇ ଦାୟିତ୍ୱ ଦେଇଛନ୍ତି l ସ୍ୱର୍ଗତ ଅଶୋକ ଦାସ ଓଡ଼ିଶା ବିଧାନସଭାକୁ ଲଗାତର ୬ଥର କୋରେଇ ନିର୍ବାଚନ ମଣ୍ଡଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ସବୁବେଳେ ବିଧାନସଭାରେ ଶାଣିତ ସ୍ୱର ଉଠାଇ ସେ ସାରା ଓଡ଼ିଶାରେ କୋରେଇକୁ ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଥିଲେ l ଖାସ ସେଥିପାଇଁ କୋରେଇବାସୀ ଦାବିକୁ ସମ୍ମାନ ଜଣାଇ ସଂଧ୍ୟାରାଣୀକୁ ବିଧାୟିକା ଟିକେଟ ଦେଇ ସରପ୍ରାଇଜ ଦେଇଛନ୍ତି l ଟିକେଟ ପାଇବା ପରେ ସଂଧ୍ୟାରାଣୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ କୋରେଇବାସୀଙ୍କ ସେବା କରିବା ନିମନ୍ତେ ସୁଯୋଗ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ମୋ ସ୍ୱାମୀ ସ୍ବର୍ଗତ ଅଶୋକ ଦାସ କରୋଇବାସୀ ପାଇଁ ସମର୍ପିତ ଥିଲେ l ୬ଥର ବିଧାୟକ ଭାବେ ତାଙ୍କୁ ବିଧାନସଭାକୁ ଆଶିର୍ବାଦ କରି ପଠାଇଛନ୍ତି କୋରେଇବlସୀ l କୋରେଇବାସୀ ସବୁବେଳେ ଆମ ପରିବାରର ହୃଦୟରେ ଅଛନ୍ତି । ମୋ ସ୍ବାମୀ, ପୁଅ ସମସ୍ତେ କୋରେଇବାସୀଙ୍କ ପାଇଁ ସମର୍ପିତ ଥିଲେ । ସ୍ବାମୀଙ୍କ ପରି କୋରେଇର ସେବା ପାଇଁ ସେହି ସ୍ନେହ ଓ ଭଲ ପାଇବା ମିଳିବ ବୋଲି ମୋର ଆଶା l ଆମେ ସମସ୍ତେ ମିଶି ନୂଆ କୋରେଇ ଗଠନ କରିବା l ୨୦୧୯ ପରେ ଯାଜପୁର ନିର୍ବାଚନୀ ମଣ୍ଡଳୀକୁ ନିଜର କର୍ମଭୂମି କରିଥିବା ପ୍ରଣବ ଏବେ ନିଜର ପିତାଙ୍କ କର୍ମଭୂମି କରୋଇ ନିର୍ବାଚନମଣ୍ଡଳୀର ବିକାଶର ସେନାପତି ସାଜିଛନ୍ତି । ଯାଜପୁରର ମୁରବୀ ତଥା ସାଲିସବୀହିନ ସମ୍ରାଟ ସ୍ୱର୍ଗତ ଅଶୋକ ଦାସ କରୋଇ ନିର୍ବାଚନୀ ମଣ୍ଡଳୀକୁ ନେଇ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାକୁ ପୂରଣ କରିବା ପାଇଁ ପ୍ରଣବ ଜୋରଦାର ଉଦ୍ୟମ କରି କୋରେଇ ବିକାଶକୁ ଆଗକୁ ନେଉଛନ୍ତି l ବହୁବାର କରୋଇର ବର୍ତ୍ତମାନ ବିଧାୟକ ,ପୂର୍ବତନ ବିଧାୟକ ଓ କରୋଇବାସୀଙ୍କ ସହ ଆଲୋଚନା କରି ବିଭିନ୍ନ ଉନ୍ନୟନ କାମକୁ ଆଗେଇ ନେବା ସହ ଅନେକ ବିକାଶ କରିଛନ୍ତି l ପ୍ରଣବଙ୍କ ଉଦ୍ୟମରେ ବିଶେଷକରି ବ୍ୟାସନଗର ଷ୍ଟାଡ଼ିୟମ, ବ୍ୟାସ ସରୋବର, ସନ୍ତରା ସଂକୃତି ଭବନ, ଟାଉନହଲ , ଷ୍ଟାଡ଼ିୟମ ଉନ୍ନୟନ୍ନ ମୂଳକ କାର୍ଯ୍ୟକ୍ରମରେ ହୋଇଛି l କରୋଇ ନିର୍ବାଚନୀ ମଣ୍ଡଳୀକୁ ସାରା ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ପୂର୍ବତନ ବିଧାୟକ ସ୍ୱର୍ଗତ ଅଶୋକ ଦାସ ଅଧୁରା ସ୍ୱପ୍ନକୁ ଏବେ ବାସ୍ତବରୂପ ଦେବା ପାଇଁ ଅଶୋକଙ୍କ ଧର୍ମପତ୍ନୀଙ୍କୁ ନବୀନ ଗୁରୁଦାୟିତ୍ଵ ଦେଇଛନ୍ତି । କୋରେଇ ପାଇଁ ଅନେକ ଆଶାୟୀ ଥିବା ବେଳେ ନବୀନ କୋରେଇବାସୀ ଙ୍କ ଭାବାବେଗକୁ ପ୍ରାଧାନ୍ୟ ଦେଇ ସଂଧ୍ୟାରାଣୀ ଦାସଙ୍କୁ ଦଳୀୟ ଟିକେଟ ଦେଉଛନ୍ତି l ଯାହା କୋରେଇବାସୀ ଙ୍କ ମନରେ ଉତ୍ସାହ ଭାରି ଦେଇଛି l