() ଅଲ୍ ଦ ବେଷ୍ଟ ବବି । ଆଇ ଆମ୍ ସିଓର, ୟୁ ଉଇଲ୍ ଉଇନ୍ (ବବି ତୁମେ ସମ୍ବଲପୁରରୁ ନିଶ୍ଚିତ ଜିତିବ) । ନିଜର ପାରମ୍ପରିକ ବିଧାନସଭା ଆସନରେ ପ୍ରାଥିପତ୍ର ଦଖଲ ପୁର୍ବରୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏପରି ଆଶିର୍ବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ହସ ହସ ମୁହଁରେ ବିଜେଡି ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ(ବବି) ଙ୍କ ପାଇଁ ନବୀନ ଙ୍କ ଏହି ଆଶିର୍ବାଦ କେହି ମିନିଟ୍ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି l ଯୁବ ମାନସର ପ୍ରତୀକ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ପାଇଁ ପୁରା ଓଡିଶାବାସିଙ୍କ ଭଲ ପାଇବା ଏଥରୁ ପ୍ରମାଣିତ ହୋଇଛି l ଆଜି ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଣବ ପ୍ରକାଶ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ମୁଖ୍ୟମନ୍ତ୍ରୀ ଓ ସମ୍ୱଲପୁରବାସୀଙ୍କ ଠାରୁ ଢେରସାରା ଭଲ ପାଇବା ଓ ଶୁଭେଛା ପାଇବା ପରେ ପ୍ରଣବ(ବବି) ନିଜର ସୋସିଆଲ୍ ମିଡିଆ ଏକ୍ସରେ ମନରେ କଥା ଲେଖିଛନ୍ତି l ପ୍ରଣବ ପ୍ରକାଶ ଦାସ ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି । ବବି ଟୁଇଟରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଉପରେ ଲେଖିଛନ୍ତି, ଯେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା ପାଇ ମୁଁ ଉତ୍ସାହିତ । ଆପଣଙ୍କ ଆଶୀର୍ବାଦ ଏବଂ ସମ୍ବଲପୁରବାସୀଙ୍କ ଅକୁଣ୍ଠ ଭଲପାଇବା ‘ସମୃଦ୍ଧ ସମ୍ବଲପୁର’ ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିଛି । ଆଜି ପ୍ରଣବ ପ୍ରଥମେ ମା ସମଲେଇଙ୍କ ଆଶିର୍ବାଦ ନେଇ

ବିରାଟ ପଟୁଆଳରେ ସମ୍ବଲପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥଲେ l ବବିଙ୍କ ଶୋଭାଯାତ୍ରାରେ ଜନସମୁଦ୍ର ପାଲଟିଥିବା ବେଳେ ସଭିଙ୍କ ମୁଁହରେ ଗୋଟିଏ ସ୍ୱର ଶୁଣିବାକୁ ମିଳୁଥିଲା ସମୃଦ୍ଧ ସମ୍ବଲପୁର’ ପାଇଁ ଏଥର ପ୍ରଣବ ଭାଇ l …