ଭୁବନେଶ୍ୱର : ଜଣେ ୮୬ ବର୍ଷିୟା ମହିଳା କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ଥରେ ଭୟର ବାତାବରଣ ଭିତରେ ଆଶ। ସଂଚାର କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାସ ।
କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ ସମ୍ କୋଭିଡ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ । ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ତାଙ୍କର ଡାଇବେଟିସ୍, ବ୍ଲଡପ୍ରେସର୍, ଶ୍ୱାସ ଓ ଗ୍ୟାସ୍ଜନିତ ସମସ୍ୟା ମଧ୍ୟ ରହିଥିଲା । ଏପରିକି ତାଙ୍କ ବାମ ଗୋଡଟି ଭାଙ୍ଗି ଥିବାରୁ ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ । ଏଭଳି ଅବସ୍ଥାରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ହସ୍ପିଟାଲ୍ରେ ଭର୍ତି ହୋଇଥିବା ସତ୍ୟଭାମାଙ୍କର ଅତି ଯତ୍ନ ଓ ନିଷ୍ଠାର ସହ ଚିକିତ୍ସା ଓ ସେବା କରିଥିଲେ ହସ୍ପିଟାଲ୍ର ଡାକ୍ତର ଓ ନର୍ସମାନେ ।
କରୋନାକୁ ପରାସ୍ତ କରି ଏହି ଶଯ୍ୟାଶାୟୀ ମହିଳା ଜଣକ ଶୁକ୍ରବାର ଘରକୁ ଫେରିଛନ୍ତି । ହସ୍ପିଟାଲ୍ର ଡାକ୍ତର ଓ ନର୍ସ ମାନେ ତାଙ୍କର ଯେଉଁଭଳି ଭାବେ ଚିକିତ୍ସା କଲେ ଓ ଯତ୍ନ ନେଲେ ସେଥିପାଇଁ ସେ କୃତଜ୍ଞ ବୋଲି କହିଛନ୍ତି । ତାଙ୍କ ପୁଅ ସଞ୍ଜିବ କୁମାର ଦାସ ମଧ୍ୟ ସମ୍ କୋଭିଡ ଟିମ୍କୁ ତାଙ୍କ ମାଆଙ୍କର ଉତମ ଚିକିତ୍ସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
ସମ୍ କୋଭିଡ ହସ୍ପିଟାଲ୍ରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଭର୍ତି ହୋଇଥବା ବରିଷ୍ଠ ନାଗରିକମାନେ ସୁସ୍ଥ ହୋଇ ଘରକୁ ଫେରୁଥିିବାର ଅନେକ ନଜିର ଦେଖିବାକୁ ମିଳୁଛି।






ରାଜନୀତି ନୁହେଁ, ସେବା ମନବୃତି ନେଇ ଦଳ କାମ କରୁଥିବା ଦଳର ଶୀର୍ଷ ନେତୃତ୍ୱ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରର ନେତାଏ ସଭିଏଁ କହୁଛନ୍ତି । କେବଳ କଥାରେ ନୁହେଁ, କାମରେ ମଧ୍ୟ କରି ଦେଖାଉଛନ୍ତି । ଯେଉଁଥି ପାଇଁ ଓଡ଼ିଶାବାସୀ ପଂଚମଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରିଛନ୍ତି । ସେ ନିର୍ବାଚନ ସମୟ ହେଉ ଅବା ନହେଉ । ବିଜେଡ଼ି ପ୍ରତି ଲୋକଙ୍କ ବିଶ୍ୱାସ ଅଧିକ ବଢିବାରେ ଲାଗିଛି । ବହୁ ବରିଷ୍ଠ ରାଜନେତାମାନେ ଏବେ ବିଜେଡ଼ିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହେଉଛନ୍ତି । ବାଲେଶ୍ୱର ରାଜନୀତିର ପିତାମହ ଭିଷ୍ମ ତଥା ୫ଥର ବିଧାୟକ ହୋଇଥିବା ଲୋକପ୍ରିୟ ନେତା ଅରୁଣ ଦେ ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି । ୫୦ ବର୍ଷ ରାଜନୈତିକ ଜୀବନରେ ଅରୁଣ ଦେ ଲୋକଙ୍କ ସହ ରହି କାମ କରିଛନ୍ତି । ଏହାକୁ ଅଧିକ ତ୍ୱରାନୀତି କରିବା ପାଇଁ ଶଙ୍ଖ ଶିବିରରେ ଯୋଗଦେଇଛନ୍ତି ସେ । ବହୁ ପୂର୍ବରୁ ଅରୁଣ କହିସାରିଛନ୍ତି ଯେ ତାଙ୍କର ଆଉ ବିଧାୟକ ହେବାର ନାହିଁ । ତେଣୁ ସେ ଏବେ ଉପ ନିର୍ବାଚନରେ ଯେ ବିଜେଡ଼ିର ବଡ଼ ଅସ୍ତ୍ର ହେବେ ବାଲେଶ୍ୱର ସଦରରେ ତାହା ସେ ବିଜେଡ଼ିରେ ସାମିଲ ହେବା ପରେ ବାଲେଶ୍ୱରରେ ଜୋରଦାର ଚର୍ଚ୍ଚା । କେବଳ ଅରୁଣ ଦେ ନୁହେଁ, ତାଙ୍କର ସମର୍ଥକମାନେ ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି ।







