ଭୁବନେଶ୍ୱର :  ବିଜେଡିି ଏବେ ଆଉ ରାଜନୈତିକ ଦଳ ହୋଇନାହିଁ । ଏହା ଅନୁଷ୍ଠାନରେ ପରିଣତ ହୋଇଛି । କ୍ୟାଡ଼ରବେଷ୍ଟ ପାଟିରେ ପରିଣତ ହୋଇଥିବା ବିଜେଡ଼ି ପ୍ରତି ଏବେ ସଭିଁଙ୍କ ଆସ୍ଥା ଓ ବିଶ୍ୱାସ  । ନବୀନଙ୍କ ନେତୃତ୍ୱ ଓ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାଂଗଠନିକ କାର୍ଯ୍ୟକଳାପରେ ଆକୃଷ୍ଟ ହେଉଛନ୍ତି ବିଶିଷ୍ଟ ବ୍ୟକ୍ତ. ରାଜନେତା ଓ ଯୁବ,ମହିଳା ଓ ଛାତ୍ର ଗୋଷ୍ଠୀ । ଫଳରେ ବିଜେଡ଼ି ଏବେ ଏକ ବଡ଼ ଅନୁଷ୍ଠାନ ଭାବେ ଛିଡ଼ା ହୋଇଛି ଓଡ଼ିଶାରେ । ରାଜନୀତି ନୁହେଁ, ସେବା ମନବୃତି ନେଇ ଦଳ କାମ କରୁଥିବା ଦଳର ଶୀର୍ଷ ନେତୃତ୍ୱ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରର ନେତାଏ ସଭିଏଁ   କହୁଛନ୍ତି । କେବଳ କଥାରେ ନୁହେଁ,  କାମରେ ମଧ୍ୟ କରି ଦେଖାଉଛନ୍ତି । ଯେଉଁଥି ପାଇଁ ଓଡ଼ିଶାବାସୀ ପଂଚମଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରିଛନ୍ତି । ସେ ନିର୍ବାଚନ ସମୟ ହେଉ ଅବା ନହେଉ । ବିଜେଡ଼ି ପ୍ରତି ଲୋକଙ୍କ ବିଶ୍ୱାସ ଅଧିକ ବଢିବାରେ ଲାଗିଛି । ବହୁ ବରିଷ୍ଠ ରାଜନେତାମାନେ ଏବେ ବିଜେଡ଼ିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହେଉଛନ୍ତି । ବାଲେଶ୍ୱର ରାଜନୀତିର ପିତାମହ ଭିଷ୍ମ ତଥା ୫ଥର ବିଧାୟକ ହୋଇଥିବା ଲୋକପ୍ରିୟ ନେତା ଅରୁଣ ଦେ ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି । ୫୦ ବର୍ଷ ରାଜନୈତିକ ଜୀବନରେ ଅରୁଣ ଦେ ଲୋକଙ୍କ ସହ ରହି କାମ କରିଛନ୍ତି । ଏହାକୁ ଅଧିକ ତ୍ୱରାନୀତି କରିବା ପାଇଁ ଶଙ୍ଖ ଶିବିରରେ  ଯୋଗଦେଇଛନ୍ତି ସେ । ବହୁ ପୂର୍ବରୁ ଅରୁଣ କହିସାରିଛନ୍ତି ଯେ ତାଙ୍କର ଆଉ ବିଧାୟକ ହେବାର ନାହିଁ । ତେଣୁ ସେ ଏବେ ଉପ ନିର୍ବାଚନରେ ଯେ ବିଜେଡ଼ିର ବଡ଼ ଅସ୍ତ୍ର ହେବେ ବାଲେଶ୍ୱର ସଦରରେ ତାହା ସେ ବିଜେଡ଼ିରେ ସାମିଲ ହେବା ପରେ ବାଲେଶ୍ୱରରେ ଜୋରଦାର ଚର୍ଚ୍ଚା । କେବଳ ଅରୁଣ ଦେ ନୁହେଁ, ତାଙ୍କର ସମର୍ଥକମାନେ ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି ।
ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ପାଇଁ ଉପ ନିର୍ବାଚନ ହେବ । ଏହାକୁ ପୂର୍ବରୁ ବିରୋଧୀକ୍ୟାମ୍ପ ଓ ବହୁ ବରିଷ୍ଠ ରାଜନେତାମାନେ ବିଜେଡ଼ିରେ ସାମିଲ ହେବା ବିରୋଧୀଙ୍କୁ  ଚିନ୍ତାରେ ପକାଇଛି l

 

ବିଜେଡି  ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଚତୁର ରାଜନୈତିକ ଗୋଟି ଚାଳନରେ ମାହୀର ଥିବା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଚକମା ଦେଖାଇଛନ୍ତି । କାରଣ ଉପ ନିର୍ବାଚନରେ ବିଜେଡ଼ିର ଯାହା ଟ୍ରାକ ରେକର୍ଡ଼ ରହିଛି ତାହା ଦଳକୁ ବଳ ଦେଇଛି । ତେଣୁ ଦଳ ୨ଟି ଯାକ ବିଧାନସଭା ଆସନ କିପରି ଅକ୍ତିଆର କରିବ ସେନେଇ ସମରସଜା ଜୋରଦାର  କରିଛି । ନେତାଏ ବି ନିଜ ନିଜର ଦାୟିତ୍ୱ ତୁଲାଇଲେନି ଗ୍ରାଉଣ୍ଡରେ । ବରିଷ୍ଠ ଓ କନିଷ୍ଠଙ୍କୁ ସାଙ୍ଗରେ ନେଇ ଦଳର ସଭାପତି ନବୀନଙ୍କ ନିର୍ଦ୍ଦେଶରେ ପ୍ରଣବ ବିଜୟର  ରାସ୍ତାକୁ ଧୀରେଧୀରେ ସଫା କରୁଛନ୍ତି । ଯାହା ବାଲେଶ୍ୱର ଓ ତିର୍ତ୍ତୋଲ ପଲିଟିକ୍ସକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି । ଏହାରି ଭିତରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ବି ସ୍ଥିର କରିସାରିଥିବା ବିଜେଡ଼ି ଅନ୍ଦର ମହଲରୁ ଶୁଣିବାକୁ ମିଳୁଛି । ଉଭୟ ବାଲେଶ୍ୱର ସଦର ଓ ତିତ୍ତୋଲରେ ଦଳ କିପରି ଅଧିକ ବ୍ୟବଧାନରେ ବିଜୟ ଲାଭ କରିବ ସେ ଟାର୍ଗେଟ ରଖି ପ୍ରବଣ କାମ ଆରମ୍ଭ କରିଦେଇଛନ୍ତି ।