ଗ୍ରାଉଣ୍ଡରେ ରାଜନୀତି : ରାଜଧାନୀରେ ତାତି…..

ଭୁବନେଶ୍ୱର :ଟିକେଟ ବଣ୍ଟନ ପରେ ଗ୍ରାଉଣ୍ଡ ଠାରୁ ଆରମ୍ଭ ଠାରୁ ରାଜଧାନୀ ଯାଏ ସରଗରମ ହୋଇଛି ରାଜିନୀତି l ମୁହାଁମୁହିଁ ହୋଇଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ l ବାଲେଶ୍ୱରର ବିଜେଡି କର୍ମୀ ଅସନ୍ତୋଷ ଦେଖି ବିରୋଧୀ ଏହାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି l ଯାହାର କଡା ଜବାବ ଦେଇଛି ବିଜେଡି l ତେବେ କଣ ରହିଛି ୩ ଦଳର ପ୍ରତିକ୍ରିୟା ଶୁଣନ୍ତୁ l..

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ : ବିଜେଡିର ବାହାର ଲୋକଙ୍କୁ ପାର୍ଥି କରିଛି। ଜେନାଙ୍କୁ ପ୍ରାଥି କରିନି ଦଳ। ବିଜେପି-ବିଜେଡି ମିଶି ଯାଇଛନ୍ତି। ଉଭୟ ଦଳର ଡିଲ କରି ପ୍ରାଥି ଦେଇଛନ୍ତି। ଗୋଷ୍ଠି କନ୍ଦଳ ରୁ ଫାଇଦା ନେବ କଂଗ୍ରେସ। କଂଗ୍ରେସ ବାଲେଶ୍ଵର ଓ ତିର୍ତୋଲରେ ଭଲ ପ୍ରାଥି ଦେଇଛି। ଦଳ ନିଶ୍ଚିତ ଜିତିବ।

ପୃଥ୍ୱୀରାଜ ହରିଚନ୍ଦନଙ୍କ, ବିଜେପି ସାଧାରଣ ସମ୍ପାଦକ : ଉଭୟ ଆସନରେ ବିଜେଡିର କନ୍ଦଳ ଓ ଦ୍ଵନ୍ଦ ଆଜି ପ୍ରତିଫଳିତ ହେଉଛି । ବାଲେଶ୍ଵରରେ ଏ କଥା ପଦାକୁ ଫୁଟି କି ବହାରିଲାଣି ଯେ ଦ୍ଵନ୍ଦ କେଉଁ ସ୍ତରକୁ ଯାଇଛି । ଗୋଟିଏ ଦ୍ଵନ୍ଦତ୍ମକ ଓ ବିଶୃଙ୍ଖଳା ସ୍ଥିତିରେ ବିଜେଡି ଏଥର ନିର୍ବାଚନ ଲଢ଼ିବ । କେବଳ ଅଫିସର ମାନଙ୍କୁ ନେଇ ପ୍ରାୟୋଜିତ ଭାବେ ଲଢ଼ିବା ବିଜେଡି ପାଖରେ ସେହି ଗୋଟିଏ ଭରସା ଅଛି । ଅଫିସର ମାନଙ୍କ ଉପରେ ଆଶା ରଖି ବିଜେଡି ଦୁଇ ଉପନିର୍ବାଚନ ଲଢ଼ୁଛି କାରଣ ଦଳୀୟ କର୍ମୀଙ୍କ ଭିତରେ ଥିବା ଅସନ୍ତୋଷ ଓ କନ୍ଦଳ କୁ ସଜାଡି ପରିବାର ଶକ୍ତି ଆଜି ବିଜୁ ଜନତା ଦଳର ନେତାଙ୍କ ପାଖରେ ଆଜି ନାହିଁ । କିନ୍ତୁ ଭାରତୀୟ ଜନତା ପାର୍ଟି ଆଜି ଏକ ମୁହାଁ ହୋଇ ଦୁଇଟି ଯାକ ନିର୍ବାଚନ ଲଢ଼ୁଛି ଏବଂ ଲୋକଙ୍କର ବିଶ୍ୱାସ ଭାଜନ ହେବା ପାଇଁ ଯେଉଁ ପ୍ରକ୍ରିୟା ତାକୁ ନେଇ ଆମେ ନିର୍ବାଚନ ଲଢ଼ୁଛୁ । ଆଉ ଆମେ ଦୁଇଟି ଜାଗାରେ ଲୋକଙ୍କ ବିଶ୍ୱାସ ଜିତିବୁ ।

ଦେବୀ ମିଶ୍ର, ବିଜେଡି ଉପ ସଭାପତି : ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଟିକେଟ ଦିଆଯାଇଛି । ବିଜୁ ଜନତା ଦଳ ଏକ ବିରାଟ ଦଳ ତେଣୁ କିଛି ଗୋଷ୍ଠୀ କନ୍ଦଳ ରହିବ । ରାଜନୀତିରେ କେହି ସନ୍ୟାସୀ ହେବାକୁ ଆସିନାହାନ୍ତି ତେଣୁ ଯେଉଁ ମାନଙ୍କର ଇଚ୍ଛା ଅଛି ସେମାନେ ଆଗ୍ରହୀ ହେବା ସ୍ବଭାବିକ । କିନ୍ତୁ ଦଳର ସୁପ୍ରିମୋ ଯେଉଁ ନିଷ୍ପତ୍ତି ନେଲେ ସବୁବେଳେ କର୍ମୀ ମାନେ ତାକୁ ମାନନ୍ତି ଆଜି ବି ସେ ନିଷ୍ପତିକୁ ଗ୍ରହଣ କରିବେ । ଗତକାଲି ମଧ୍ୟ ରବୀନ୍ଦ୍ର ଜେନା ତାଙ୍କ ସମର୍ଥକ ମାନଙ୍କୁ ବୁଝାଇଛନ୍ତି। ଆଜି ବି ତାଙ୍କ ସହିତ ଆଲୋଚନା ଚାଲିଛି । ତେଣୁ କୌଣସି ବିଶୃଙ୍ଖଳା ଉପୁଜୀବ ନାହିଁ । ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ଉପନିର୍ବାଚନ ପାଇଁ ଲାଗିବେ ।

୨୦୨୨ ସୁଦ୍ଧା ରାଜ୍ୟର ସବୁ ସହରର ସବୁ ଘରକୁ ପାଇପ ଜଳ ସଂଯୋଗ ଯୋଗାଇ ଦିଆଯିବ – ମୁଖ୍ୟମନ୍ତ୍ରୀ

୫-ଟି Governanceରେ ଏକ ଯୁଗାନ୍ତକାରୀ ପଦକ୍ଷେପ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭୁବନେଶ୍ବର ଓ ପୁରୀରେ
“Drink from Tap Mission-SUJAL” ର ଶୁଭାରମ୍ଭ
ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ
୨୦୨୨ ସୁଦ୍ଧା ରାଜ୍ୟର ସବୁ ସହରର ସବୁ ଘରକୁ ପାଇପ ଜଳ ସଂଯୋଗ ଯୋଗାଇ ଦିଆଯିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ର ସବୁ ଘରକୁ ପାଇପ ପାଣି।
ଦଶ ଲଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରେ ପ୍ରଥମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଓ ପୁରୀରେ Drink from Tap Mission ସୁଜଳ ଲୋକାର୍ପିତ କରିଛନ୍ତି । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଏହାଦ୍ବାରା ଲୋକମାନେ ଉନ୍ନତ ଦେଶର ଲୋକମାନଙ୍କ ପରି ସିଧାସଳଖ ଟ୍ୟାପ୍‌ରୁ ପାଣି ଆଣି ପିଇ ପାରିବେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଆଧାରରେ ବ୍ୟବସ୍ଥାର ରୂପାନ୍ତର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ୫-ଟି governanceରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ଭୁବନେଶ୍ବର ଓ ପୁରୀରୁ “Drink from Tap Mission-SUJAL” ଆରମ୍ଭ କରାଗଲା । ଏହାଦ୍ବାରା ଏହି ଦୁଇ ସହରର ଏକ ଲକ୍ଷ ଅଶୀ ହଜାରରୁ ଅଧିକ ଲୋକ ଉପକାର ପାଇବେ। ଏହି “Drink from Tap Mission” ରାଜ୍ୟରେ ସବୁ ଅଞ୍ଚଳରେ phasewise କାର୍ଯ୍ୟକାରୀ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଦେଶ ମାନଙ୍କରେ ଲୋକମାନେ ସିଧା tapରୁ ପାଣି ପିଅନ୍ତି । ପାଣି ଗରମ କରିବା, filter କରିବା ବା aqua guard ଆଦି ମେସିନ୍‌ ଦରକାର ହୁଏ ନାହିଁ । କାରଣ ସେମାନେ ସିଧା tapରୁ ଭଲ ପିଇବା ପାଣି ପାଆନ୍ତି ।

ଭୁବନେଶ୍ବରର ସାଲିଆ ସାହି ଓ ପୁରୀର ମଶାଣୀଚଣ୍ଡୀରେ ଏହି କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଥିଲା ।

ସାଲିଆ ସାହିରେ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଶ୍ରୀ ସୁଷାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା ଓ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଲୋକାର୍ପଣ କରିଥିଲେ ।

ଜଳସାଥି ମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଥିଲା ଏବଂ ପାଣି ପାଇପ୍ ମିସ୍ତ୍ରୀ ମାନଙ୍କୁ ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ ହେଉଛି ଏକ ବଡ ପର୍ଯ୍ୟଟନ କେନ୍ଦ୍ର। ପ୍ରତିଦିନ ବହୁତ ପର୍ଯ୍ୟଟକ ଏଠାକୁ ଆସନ୍ତି । ସେମାନେ ପାଣି ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି । ତେଣୁ “Drink from Tap” ସୁବିଧା ଦ୍ବାରା ପୁରୀରୁ ପ୍ଲାଷ୍ଟିକ ପ୍ରଦ୍ୟୁଷଣ କମିଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ଭୁବନେଶ୍ବର ସହିତ ଗୋପାଳପୁର, ଦିଗପହଣ୍ଡି ଓ କାଶୀନଗରରେ ସବୁ ଘରକୁ ଆମେ pipe waterର ସୁବିଧା ଦେଇପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇ ଦେବା ଆମର ପ୍ରାଥମିକତା ।

ଦଶ ଲକ୍ଷରୁ ଅଧିକ population ଥିବା ସହର ମାନଙ୍କ ମଧ୍ୟ ରେ ଶତ ପ୍ରତିଶତ ପାଇପ ପାଣି ସବୁ ଘରକୁ ସଂଯୋଗ କ୍ଷେତ୍ରରେ ଭୁବନେଶ୍ବର ଦେଶର ପ୍ରଥମ ସହର ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।

ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ସବୁ urban areaର ସବୁ ଘରକୁ pipe water connection ଯୋଗାଇ ଦିଆଯିବ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ ।
ଏହି ଅବସରରେ ସେ ରାଜ୍ୟର ଆଉ ୧୫ଟି ସହର ପାଇଁ “Drink from Tap Mission” ଘୋଷଣା କରିଥିଲେ। ଏହାଦ୍ବାରା ୧୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ।

ମିଶନ ଶକ୍ତିର ମା’ ମାନେ ଜଳ ସାଥି ଭାବରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯେଭଳି ଦକ୍ଷତାର ସହ ଦାୟିତ୍ବ ତୁଲାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। ସେହିପରି WATCO ପକ୍ଷରୁ ପାଣି ପାଇପ ମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ମଧ୍ୟ ସେ ଖୁସି ବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଭଦ୍ରକରୁ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ପ୍ରେରଣା ଯୋଗୁ ଆଜି ଓଡିଶା “Drink from Tap Mission”ରେ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ୫-ଟି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ପ୍ରକ୍ରିୟା ପାଇଁ ନିଷ୍ଠାର ସହ କାମ କରୁଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଯୋଗ ଦେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଂକର ମିଶ୍ର ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଓଡିଶା ଏମିତି କିଛି ସଫଳତା ପାଇଛି, ଯାହା କି ଦେଶରେ ପ୍ରଥମ । ଏହାଦ୍ବାରା ଅନେକ କ୍ଷେତ୍ରରେ ପରିବର୍ତ୍ତନର ଝଲକ ଦେଖିବାକୁ ମିଳୁଛି । ବୈଷୟିକ ଜ୍ଞାନର ବ୍ୟବହାର, ଜଳସାଥି ମାନଙ୍କର ନିୟୋଜନ, ଶକ୍ତି ସଂରକ୍ଷଣ, ଜଳବାହିତ ରୋଗର ନିୟନ୍ତ୍ରଣ, ଏହିପରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇପାରିବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ କାର୍ଯ୍ୟକ୍ରମ ରୂପାୟନ ବୈଠକରେ ଅଧ୍ୟକ୍ଷତା କରିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ Drink from Tap କାର୍ଯ୍ୟକ୍ରମ ସାଲିଆ ସାହିରୁ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହାଦ୍ବାରା ସାଲିଆ ସାହିର ଗରିବ ଲୋକ ଆଧୁନିକ ବୈଷୟିକ ଜ୍ଞାନର ସୁଫଳ ପାଇପାରିବେ ଏବଂ ସବୁ ଘରକୁ ପାଣି ପାଇପ ସଯୋଗ ସହ କଳରୁ ସିଧାସଳଖ ବିଶୁଦ୍ଧ ପାଣି ବ୍ୟବହାର କରିପାରିବେ ବୋଲି ସେ କହିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

Water Aid, United Kingdomର ମୁଖ୍ୟ କାର୍ଯ୍ୟନିର୍ବାହୀ Mr. Tim Wainwright କହିଲେ ଏହି କାର୍ଯ୍ୟକ୍ରମରେ ଜଳସାଥି ମାନଙ୍କର ନିୟୋଜନ ଏକ ଅଭିନବ ପ୍ରୟାସ । ଏଥିରୁ ସମଗ୍ର ବିଶ୍ବ ସମୁଦାୟକୁ ଶିଖିବାର ଅଛି। “Drink from Tap Mission”ରେ ଭାରତ, ବିଶେଷକରି ଓଡିଶା ଯଥେଷ୍ଟ ଅଗ୍ରଗତି କରିଛି ବୋଲି ସେ କହିଥିଲେ। ଓଡିଶାକୁ ଏହି କାର୍ଯ୍ୟକ୍ରମ ପାଇଁ UK Water Aid ସବୁପ୍ରକାର ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶୃତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ PHEOର EIC ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଭୁବନେଶ୍ବରରେ ଓ ପୁରୀରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

 କଂଗ୍ରେସର ଉପନିର୍ବାଚନ ପ୍ରାର୍ଥୀ : ବାଲେଶ୍ୱରରୁ ମମତା, ତିର୍ତ୍ତୋଲରୁ ହିମାଂଶୁ

ଭୁବନେଶ୍ୱର : ନଭେମ୍ବର 3ରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଶେଷରେ ତାର ପ୍ରାଥି ଘୋଷଣା କରିଛି l   ବାଲେଶ୍ୱର ସଦରରୁ ମମତା କୁଣ୍ଡୁ   କଂଗ୍ରେସର ଉପନିର୍ବାଚନ ପ୍ରାର୍ଥୀଙ୍କ କରିଥିବା ବେଳେ ତିର୍ତ୍ତୋଲ ରୁ ହିମାଂଶୁ ଭୂଷଣ ମଲ୍ଲିକପ୍ରାର୍ଥୀ କରିଛି l

ମା ବିରଜାଙ୍କ ରଥ ଯାତ୍ରା ଆସନ୍ତା ୧୭ ତାରିଖରୁ ୨୪ ପର୍ଯ୍ୟନ୍ତ

ଯାଜପୁର :ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥ ଯାତ୍ରା ଆସନ୍ତା ୧୭ ତାରିଖରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏନେଇ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ l ରଥଯାତ୍ରା ପୂର୍ବରୁ ମନ୍ଦିରର ସମସ୍ତ ପୂଜକ ଓ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯିବ l ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି  ନିଷ୍ପତ୍ତି ନିଆଯାଇଛି l କୋବିଡ଼ ନିୟମ ପାଳନ ନିମନ୍ତେ ଜାରୀ ହେବ ୧୪୪ ଧାରା ଜାରୀ କରାଯିବ ବୋଲି ପ୍ରଶାସନସ୍ତରରେ ନିଷ୍ପତି ହୋଇଛି l ମାଙ୍କ ରଥଯାତ୍ରା ପାଇଁ ଭକ୍ତଙ୍କ ମନରେ ବେଶ ଖୁସି l

 

ବିଜେଡିର ଯୋଦ୍ଧା ରେଡି : ପ୍ରଣବଙ୍କ ଟାର୍ଗେଟ ବଡ ବିଜୟ….

ଭୁବନେଶ୍ୱର :  ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ହେବ । ଭଭୟ ବିଜେଡ଼ି ଓ ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଗ୍ରାଉଣ୍ଡରେ ସରଗରମ ହେଲାଣୀ ରାଜନୀତି । କିପରି ନିର୍ବାଚନରେ ଗଡ଼ ଦଖଲ ହେବ ସେ ଚିନ୍ତା ବି ନେତାଙ୍କୁ ଘାରିଲାଣୀ । ପ୍ରଥମ ଚିନ୍ତା ୨୦୧୯ରେ ଯେଉଁ ଆସନରେ ଦଳ ଜିତିଥିଲା ବିଧାୟକଙ୍କ ଅକାଳ ବିୟୋଗ ପରେ ଯେମିତି ସେ ଆସନ ଦଳ ଅକ୍ତିକାର କରିବ ସେନେଇ ସରିଛି ବ୍ଲୁପ୍ରିଣ୍ଟ । ଅନ୍ୟପଟେ ୨୦୧୯ ନିର୍ବାଚନରେ ଯେଉଁ ବିଧାନସଭା ଆସନ ଦଳ ଖାତାରୁ ଚାଲିଯାଇଛି ସେ ଆସନ ପୂର୍ଣ୍ଣବାର  କେମିତି ଦଳ ଖାତାକୁ ଆସିବ ସେନେଇ ଅଙ୍କକଷା ଆରମ୍ଭ କରିଛି ବିଜେଡ଼ି । ସବୁବେଳେ ନିର୍ବାଚନରେ ସମୟରେ ନିଜର ସାଂଗଠନିକ ଦକ୍ଷତା ଦେଖାଇଥିବା ବିଜେଡ଼ିର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ପୁଣି ଉପନିର୍ବାଚନ ଲାଗି ଫୁଲ ଦମରେ ଲାଗିପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ରଣନୀତି ଗ୍ରାଉଣ୍ଡରେ କିପରି ସଫଳ ହେବ ସେ କାମରେ ପ୍ରଣବ ଲାଗିଛନ୍ତି । ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ନେତାଙ୍କୁ ଦିଆଯାଇ୍‌ଥିବା ଦାୟିତ୍ୱ ଅଧିକ କିପରି ତ୍ୱରାନୀତି ହେବ ସେନେଇ ବରିଷ୍ଠ ଓ କନିଷ୍ଠଙ୍କ ସହ ସମନ୍ୱୟ ରଖି ରଣନୀତି ପ୍ରସ୍ତୁତ କରୁଛନ୍ତି ସେ । ଏହାସହ କଣ କଲେ ଭୋଟ ପ୍ଲସ ହେବ ଓ କାହାକୁ ଦଳରେ ସାମିଲ କଲେ ଦଳ ପଂଚାୟତନ ଓ ବ୍ଲକରେ ଅଧିକ ଶକ୍ତିଶାଳୀ ହେବ ସେ କାମ ବି ଜାରୀ ରଖିଛନ୍ତି । ସେଥିଲାଗି ରୀତିମତ ଦୁଇ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ଜିଲ୍ଲା ନେତାଙ୍କ ସହ ଘନଘନ ଆଲୋଚନା କରୁଛନ୍ତି ସେ । ତିର୍ତ୍ତୋଲରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ବାଲେଶ୍ୱର ସଦର ଲାଗି ସରପ୍ରାଇଜ ଭାବେ ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରାଯାଇଛି  । ଉଭୟ ଆସନରେ ବଡ଼ ବ୍ୟବଧାନରେ ବିଜେଡ଼ି କିପରି ଜିତିବ ସେ ଲାଗି ପୁରା ଦମରେ ଲାଗିପଡ଼ିଛନ୍ତି ସଭିଁଏ । ବିଜେପୁର ଓ ପାଟକୁରା ପରି ତିର୍ତ୍ତୋଲ ଓ ବାଲେଶ୍ୱରରେ ଦଳ ବଡ଼ ବ୍ୟବଧାନରେ ଜିତିବାକୁ ଅଣ୍ଟା ଭିଡ଼ିଛି  । ନବୀନଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାରଙ୍କ ସଫଳ ଯୋଜନାଙ୍କୁ ଭୋଟରଙ୍କୁ ବୁଝାଇ ଦଳ ସପକ୍ଷରେ ଭୋଟ ହାତେଇବା ପାଇଁ ଏବେ ଠାରୁ ଉଭୟ ବିଧାନସଭା ଆସନରେ ଦଳ ପକ୍ଷରୁ ବିଧାୟକ, ସାଂସଦ, ଛାମୁଆ ସଂଠଗନର ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ନେତାଏ ବି ଗଡ଼ ଜିତିବା ପାଇଁ ଉଭୟ ବିଧାନସଭା ଆସନରେ ଡ଼େରା ପକାଇ ରହିଛନ୍ତି । ସେପଟେ ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ପ୍ରତ୍ୟେକ ଦିନ ବିଜେପି ଓ କଂଗ୍ରେସର ନେତାଏ ବିଜେଡ଼ି ପ୍ରତି ଆକୃଷ୍ଟ ହୋଇ ଦଳରେ ସାମିଲ ହୋଇଛନ୍ତି । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଜେଡ଼ି ସେତିକି ଶକ୍ତିଶାଳୀ ହେବାରେ ଲାଗିଛି । ଯାହା ବିରୋଧୀ ଶିବିରକୁ ଚିନ୍ତାରେ ପକାଇଛି । ଆଉ  ଏସବୁ ରଣକୌଶଳ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ପ୍ରଣବ ସଫଳ ରୂପାୟନ କରୁଛନ୍ତି । ତେଣୁ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡ଼ି କିପରି ବଡ଼ ବ୍ୟବଧାନରେ ବିଜୟ ଲାଭ କରିଛି ସେ ଟାର୍ଗେଟ ନେଇ ପ୍ରଣବ ଏବେ କାମ କରୁଛନ୍ତି । ପୁରା ଟିମୱାର୍କରେ ସେ ଜୋସ ଭରିଦେଇଛନ୍ତି । ତେବେ ବିଜେପୁର ଫଳାଫଳ ଉଭୟ ଆସନରେ ପ୍ରତିଫଳିତ ହେବ ବୋଲି ବିଜେଡି ଶିବିର ଆଶା ବାଦି ଅଛି l

ପୁଣି ଚମକାଇଲେ ନବୀନ : ବାଲେଶ୍ୱରରୁ   ସ୍ୱରୂପ କୁମାର, ତିର୍ତ୍ତୋଲରୁ ବିଜୟ ଶଙ୍କର

ଭୁବନେଶ୍ୱର : ଉପନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣାକରିଛି l ବାଲେଶ୍ୱର ପାଇଁ ଦଳ  ସ୍ୱରୂପ କୁମାର ଦାସତିର୍ତ୍ତୋଲରୁ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି l ଆସନ୍ତା କାଲି ଉଭୟ ନାମାଙ୍କନ ପତ୍ର ଦାଖଲ କରିବେ l

ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ସମ କୋଭିଡ ହସ୍ପିଟାଲ ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ ଖୁବ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷ କରି ହସ୍ପିଟାଲ୍ ରେ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ ପାତ୍ର( ରିଉମାଟଲୋଜିଷ୍ଟ ) ଓ ଡାକ୍ତର ଈଶ୍ବର ବେହେରା ( କ୍ରିଟିକାଲ କେୟାର (ଙ୍କ କର୍ତ୍ତବ୍ୟ ସଂପାଦନାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଆଜି ଉଭୟ ଡାକ୍ତରଙ୍କୁ ଟେଲିଫୋନ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସମ ହସ୍ପିଟାଲ ର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ |

କରୋନା ମହାମାରୀର ପ୍ରଭାବ ଓଡିଶାରେ ଆରମ୍ଭ ହେବା ପରଠାରୁହିଁ ଆଇଏମଏସ ଓ ସମ୍‌ ହସ୍ପିଟାଲର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ବରରେ ସମ୍‌ କୋଭିଡ ହସ୍ପିଟାଲ ସହିତ କେନ୍ଦ୍ରାପଡ଼ା ତାଳଚେର ଓ ଚାନ୍ଦପୁର ଠାରେ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି ଯେଉଁଠାରେ ଶହଶହ କରୋନା ରୋଗୀ ଚିକିତ୍ସିତ ହୋଇପାରୁଛନ୍ତି।

ସେହିପରି ସମ ତତ୍ତ୍ଵାବଧାନରେ ଭୁବନେଶ୍ୱର ଉପକଣ୍ଠ ଜାମୁଝରୀ ଏବଂ ଜଟଣୀ ଠାରେ କୋଭିଡ କେୟାର ସେଣ୍ଟର କାର୍ଯ୍ୟ କରୁଛି । ଭୁବନେଶ୍ୱର ସମ କୋଭିଡ ହସ୍ପିଟାଲ ରାଜ୍ୟର ବୃହତ୍ତମ ହୋଇଥିବା ବେଳେ ସମ ଅଧିନସ୍ଥ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡିକରେ 2200 ରୁ ଉର୍ଧ୍ଵ ଶଯ୍ୟା ରହିଛି | ସମ କୋଭିଡ ହସ୍ପିଟାଲର ଉତ୍‌ସର୍ଗୀକୃତ ସେବା ଯୋଗୁଁ ଅସଂଖ୍ୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରୋନା ପରିଚାଳନା ନିୟମକୁ ଶୃଙ୍ଖଳିତ ଢଙ୍ଗରେ ବିନିଯୋଗ କରି ରୋଗୀଙ୍କ ସେବା କରୁଥିବାରୁ ସମ କୋଭିଡ ହସ୍ପିଟାଲ ଓ ଏହାର ଡାକ୍ତର ମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ଧର୍ଯ୍ୟର ସହ କରୋନା ସଂକ୍ରମିତଙ୍କର ଉତ୍ତମ ସେବା, ଯତ୍ନ ଓ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ଯୋଗୁଁ ରୋଗୀମାନେ ଉପକୃତ ହେଉଥିବା ସେ କହିଛନ୍ତି।

ଫାଇଭ୍‌ ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ସମ୍‌ର ଏହି ଦୁଇ ଦକ୍ଷ ଡାକ୍ତରଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ କରୋନା ପରିଚାଳନାକୁ ଡାକ୍ତର ପାତ୍ର ଏବଂ ଡାକ୍ତର ବେହେରା ମଧ୍ୟ ପ୍ରଶଂସା କରିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ଦକ୍ଷତା ସହିତ କରୋନାର ଆଗୁଆ ପରିଚାଳନା କରୁଥିବାରୁ ଏହା ଦ୍ବାରା ହଜାର ହଜାର ରୋଗୀ ଉପକୃତ ହୋଇପାରୁଛନ୍ତି ।

ଉପ ନିର୍ବାଚନରେ ବିଜେପି ପ୍ରାର୍ଥି : ବାଲେଶ୍ୱରରେ ମାନସ, ତିର୍ତୋଲ ରାଜକିଶୋର

ଭୁବନେଶ୍ୱର : ନଭେମ୍ବରରେ ହେବ ଓଡ଼ିଶାରେ ଉପନିର୍ବାଚନ । ତିର୍ତ୍ତୋଲ ଓ ବାଲେଶ୍ଵର ସଦର ପାଇଁ ୩ ଦଳର ସମର ସଜ୍ଜା ଆରମ୍ଭ ହୋଇଛି । ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲ ପାଇଁ ବିଜେପି ଆଜି ତାର ପ୍ରାଥି ଘୋଷଣା କରିଛି l  ତିର୍ତ୍ତୋଲରେ ପୂର୍ବତନ କଂଗ୍ରେସ ବିଧାୟକ ପାର୍ଥି ରାଜ କିଶୋର ବେହେରାଙ୍କୁ ଦଳ  ପ୍ରାର୍ଥି କରିଛି l  ସେହିପରି ବାଲେଶ୍ଵର ସଦର ଆସର ପାଇଁ ସ୍ବର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପାର୍ଥି କରିଛି ଦଳ l ଉଭୟ ଆସନରେ ବିଜେପି ଜିତିବାକୁ ଆଶା ରଖିଛି l

ଅବୁଝା ଅପରାଜିତା, କ୍ଷମା ମାଗିଲେ ଉମା, ତେଜିଲା ରାଜନୀତି ……

ଭୁବନେଶ୍ୱର :  କୋଭିଡ୍ ନିୟମ ମାନିବାକୁ ରାଜି ନୁହନ୍ତି ରାଜନେତା ମାନେ l  କଟକଣା ଏବଂ ଦଣ୍ଡିନୀୟ ଅପରାଧ ବ୍ୟବସ୍ଥା ଥିବା ଜାଣି ମଧ୍ୟ ଶାସକ ଓ ବିରୋଧୀ ଦଳର ନେତା ମାନେ କୋଭିଡ୍ ନିୟମକୁ ଫୁର କରି ଉଡେଇ ଦେଉଛନ୍ତି l  ଭୁବନେଶ୍ୱର ସାସଂଦ ଅପରାଜିତା ଷଢଙ୍ଗୀ ବାରମ୍ବାର କୋଭିଡ୍ ଆଇନ କୁ ଉଲଙ୍ଘନ କରୁଥିବା ଅଭିଯୋଗ ଓ ଜନ୍ମଦିନରେ ପୁଣି ନିୟମ ଉଲଘଂନ କରିଥିବାରୁ ଆଜି ତାଙ୍କ ଅଫିସ କୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି l ଯାହାର କଡା ଜବାବ ଦେଉଛନ୍ତି  ସାସଂଦ ଅପରାଜିତା । ନିଜ ଦୋଷକୁ ରାଜନୀତି ବୟାନ ଦେଇ ବିଜେଡି ଉପରେ ପ୍ରଶ୍ନ ଉଠାଇଛନ୍ତି l ଯାହାକୁ ନେଇ ସରଗରମ ହୋଇଛି ରାଜନୀତି l

ତେବେ  ତିନି ପ୍ରମୁଖ ଦଳ ଏନେଇ କଣ  ପ୍ରତିକ୍ରିୟା ରଖିଛନ୍ତି  ନଜର ପକାନ୍ତୁ….

ପ୍ରତାପ ଦେବ, ବିଜେଡି ବିଧାୟକ : ସେ କାହିଁକି କୋଭିଡ୍ ନିୟମ ସେ କାହିଁକି ମାନୁନାହାନ୍ତି ତାଙ୍କୁ ପଚାରିଲେ ଭଲ ହେବ ।ସେ ବାରମ୍ବାର କୋଭିଡ୍ ନିୟମ ଉଲଙ୍ଘନ କରୁଛନ୍ତି ।ଅନେକ ସମୟରେ ନିତି ନିୟମ କଥା କୁହନ୍ତି ଅପରାଜିତା ଉତ୍ତର ଦେବା କଥା ।ସମସ୍ତେ କୋଭିଡ୍ ନିୟମ ମାନିବା ଉଚିତ ।

ସନ୍ତୋଷ ସିଂହ ସାଲୁଜା, କଂଗ୍ରେସ ବିଧାୟକ : ଯିଏ ଆଇନ ଭାଙ୍ଗୁଛି, ତାଙ୍କୁ ଆଇନ  ଅନୁଯାୟୀ ଦଣ୍ଡ ଅନୁସାରେ ଦଣ୍ଡ ହେବା ଉଚିତ ,ଯଦି ସେମାନଙ୍କ ଭିତରୁ କାହାର କୋଭିଡ୍ରେ ମୃତ୍ୟୁ ହୁଏ ,ଏହି ମୃତ୍ୟୁ ପାଇଁ ଅପରାଜିତା ଙ୍କ ବିରୋଧରେ ୩୦୨ ଦଫା ଲଗାଇବା ଉଚିତ ।ଏହାସହ କଂଗ୍ରେସ ପାଇଁ ଗୋଟିଏ ନିୟମ ବିଜେଡି ବିଜେପି ଆଉ ଗୋଟିଏ ନିୟମ କରିଛନ୍ତି ।  ଶାସକ ଦଳର ନେତା ମନ୍ତ୍ରୀ ଓ ସାସଂଦ ମାନେ ଉଲଙ୍ଘନ କରୁଛନ୍ତି ତାଙ୍କ ବିରୋଧରେ କୈଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ  ।

ପୃଥିରାଜ୍ ହରିଚନ୍ଦନ, ବିଜେପି ସାଧାରଣ ସମ୍ପାଦକ :  ନିୟମ ସମସ୍ତେ ମାନିବା ଉଚିତ ,ଜନ ପ୍ରତିନିଧି ମାନେ ଆଇନ ମାନିଲେ ଜନତା ମାନେ ମାନିବେ l

ସୁଲତା ଦେଓ, ମୁଖପାତ୍ର, ବିଜେଡି ମୁଖପାତ୍ର :  କୌଣସି ଘର ବା କୋଠା ସିଲ କରାଯିବା ନିଷ୍ପତ୍ତି ପ୍ରଶାସନର,  bjd ର ନୁହେଁ। ଧନ ଜୀବନକୁ ଗ୍ରୁରୁତ୍ବ ଦେଇ ଅତୀତରେ ଅନେକ କୋଠା, ଅନେକ ହୋଟେଲ ମଧ୍ୟ ସିଲ ହୋଇଛି। ଆଗକୁ ମଧ୍ୟ ହେବ। କୋଭିଡ କୌଣସି ଦଳ ଦେଖି ଆସେନାହିଁ। ଆମେ ସମସ୍ତେ କୋଭିଡ ଲଢେ଼ଇ ଲଢ଼ୁଛେ। ଏହାକୁ ନେଇ ରାଜନୀତି ନହେବା ଉଚିତ।

 

ନୂଆଁ ରୂପ ନେଲା କଟକ ସହର : ଲୋକାର୍ପିତ ହେଲା ତାଳଦଣ୍ଡା କେନାଲ

କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ

SCBକୁ ସଂଯୋଗ କରୁଥିବା ତାଳଦଣ୍ଡାର ଦୁଇ ପାର୍ଶ୍ବରେ ତିନି ଥାକିଆ ରାସ୍ତା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ

ତାଳଦଣ୍ଡା କେନାଲ ରାସ୍ତାକୁ ଆହୁରି ଆଗକୁ ସଂପ୍ରସାରିତ କରାଯିବ..

ଭୁବନେଶ୍ୱର : କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

ରେକର୍ଡ ୭ ମାସ ସମୟ ମଧ୍ୟରେ ଶେଷ ହୋଇଥିବା ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ରାସ୍ତା ଦ୍ବାରା କଟକ ବାହାରୁ ଆସୁଥିବା ରୋଗୀମାନେ ବିନା ଟ୍ରାଫିକ ସମସ୍ୟାରେ ସିଧା କଟକ ବଡ ମେଡିକାଲରେ ପହଞ୍ଚିପାରିବେ ଏବଂ ତୁରନ୍ତ ଚିକିତ୍ସା ସୁବିଧା ପାଇପାରିବେ ।

ଏହି ନୂଆ ରାସ୍ତାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ହଜାର ବର୍ଷର ଏହି କଟକ ସହରର ମୁଖ୍ୟ ସମସ୍ୟା ହେଉଛି ଗହଳିପୂର୍ଣ୍ଣ ସଂକୀର୍ଣ୍ଣ ରାସ୍ତା ଯାହା କି ଯାତାୟତରେ ଆସୁବିଧା ସୃଷ୍ଟି କରିଥାଏ।

ତେଣୁ ଏହାକୁ ଆଧୁନିକ ରୂପ ଦେବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜନସାଧାରଣଙ୍କ ମତାମତକୁ ଭିତ୍ତିକରି ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବର ରାସ୍ତାକୁ ଆଗାମୀ ଦିନରେ ଆହୁରି ସଂପ୍ରସାରିତ କରାଯିବ ଏବଂ ଏଥିପାଇଁ ବିସ୍ତାପିତ ହେଉଥିବା ଲୋକମାନଙ୍କୁ ମାନବିକତା ଦୃଷ୍ଟିକୋଣରୁ ଉପଯୁକ୍ତ ଭାବରେ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜ ତାର ଉଚ୍ଚକୋଟୀର ସେବା ପାଇଁ କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।ପ୍ରତିଦିନ ରାଜ୍ୟ ବାହାରୁ ଏଠାକୁ ଚିକିତ୍ସା ପାଇଁ ବହୁ ଲୋକ ଆସିଥାନ୍ତି।ତେଣୁ ଏହି ମହାନ ଅନୁଷ୍ଠାନକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ଦୃଢ ସଂକଳ୍ପ ନେଇଛନ୍ତି ।ଏ ଦିଗରେ ତାଳଦଣ୍ଡାର କେନାଲର ନୂଆ ରାସ୍ତା ହେଉଛି ଶୁଭାରମ୍ଭ ବୋଲି ଶ୍ରୀ ପଟନାୟକ କହିଥିଲେ।

ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସମୟରେ କଟକବାସୀ ଯେପରି ତ୍ୟାଗ ଓ ସହଯୋଗ କରିଛନ୍ତି, ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଏବଂ କୋଭିଡ ସମୟରେ ମଧ୍ୟ ଦିନରାତି କାମ କରି ଏହି ରାସ୍ତା ପ୍ରକଳ୍ପକୁ ରେକର୍ଡ ସମୟରେ ଶେଷ କରିଥିବାରୁ ପୂର୍ତ୍ତ ବିଭାଗ ଓ କଟକ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଥିଲେ ।

ଆଗାମୀ ଦିନରେ କଟକ ସହରକୁ ଆହୁରି ସୁନ୍ଦର ଭାବରେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।ଏହି ଅବସରରେ ଉଦ୍‌ବୋଧନ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ନୂଆ ରାସ୍ତା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ

। ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ତାଙ୍କ ଭାଷଣରେ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ସବୁବେଳେ କାର୍ଯ୍ୟ କରି ଆସିଛନ୍ତି ।

ଏହି ନୂଆ ରାସ୍ତା ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ପୂରଣର ଜ୍ବଳନ୍ତ ଉଦାହରଣ ବୋଲି ସେ କହିଥିଲେ ।କଟକ-ଚୌଦ୍ବାର ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ ତାଙ୍କର ଭାଷଣରେ କଟକର ରୂପାନ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ଉଚ୍ଚପ୍ରଶଂସା କରିଥିଲେ।ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ତାଳଦେଣ୍ଡା କେନାଲର Lining କାମ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବା ସହିତ ଏଥିରେ ବୋଟି ଓ କ୍ରୀଡା ବ୍ୟବସ୍ଥାର ବିକାଶ କରାଯିବ ବୋଲି ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମ ସଂଯୋଜନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କଟକବାସୀ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ ।କଟକ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ କଟକ ମହାନଗର ନିଗମର କମିଶନର ଧନ୍ୟବାଦ ଅର୍ପଣ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଜୋବ୍ରା ରିଂଗ୍‌ ରୋଡ ଠାରୁ ରାଣୀହାଟକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ବର ଏହି ତିନି ଥାକିଆ ରାସ୍ତାର ଲମ୍ବ ଦେଢ କିଲୋମିଟର ଏବଂ ୧୫ ମିଟର ଚଉଡା। ଏହି ପ୍ରକଳ୍ପ ପାଇଁ ବିସ୍ତାପିତ ହୋଇଥିବା ୬୦୦ ପରିବାରକୁ ଉପଯୁକ୍ତ ଭାବରେ ଥଇଥାନ କରାଯାଇଛି।ଏଥିରେ ପାଦଚଲା ରାସ୍ତା ସହିତ ପାର୍କିଂ, ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ ମଧ୍ୟ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଏବଂ ପୂର୍ତ୍ତ ସଚିବ ପ୍ରମୁଖ ଭୁବନେଶ୍ବରରେ ଏବଂ କଟକରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news