ସୋଆରେ ଜାତୀୟ ଶିକ୍ଷା ନୀତି -୨୦୨୦ ଶୀର୍ଷକ ଏକ ୱେବିନାର୍

ଭୁବନେଶ୍ୱର :  ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସି) ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଜାତୀୟ ଶିକ୍ଷା ନୀତି -୨୦୨୦ ଶୀର୍ଷକ ଏକ ୱେବିନାର୍ ଅନୁଷ୍ଠିତ ହୋଇଯାଇଛି । ଏହି ୱେବିନାର୍ରେ ସୋଆ କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର ସାମଗି୍ରକ ଓ ସନ୍ତୁଳିତ ସ୍ୱାସ୍ଥ୍ୟ ଜାତୀୟ ଶିକ୍ଷୀ ନୀତିର କିପରି ଏକ ଅବିଚ୍ଛେ୍ୟଦ ଅଙ୍ଗ ସେ ସମ୍ପର୍କରେ ଅବଗତ କରାଇଥିଲେ ।

ଆର୍ଆଇଆଇ (ଏନ୍ସିଇଆର୍ଟି) ଭୁବନେଶ୍ୱରର ଇତିହାସ ବିଭାଗର ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ଶିକ୍ଷା ନୀତିର କେଉଁ ଅଂଶକୁ ସହଜରେ ଲାଗୁ କରିହେବ ଓ କାହାକୁ ଲାଗୁ କରିବାରେ ଅସୁବିଧାର ସାମ୍ନା କରିବାକୁ ପଡିବ ସେ ନେଇ ବିଷଦ୍ ତର୍ଜମା କରିଥିଲେ । ଭାରତ ସରକାରଙ୍କ ଏନ୍ଏସ୍ଏସ୍ ଆଂଚଳିକ ନିଦେ୍ର୍ଧଶକ, ଭୁବନେଶ୍ୱରର ଆର୍. ସାଇଦା ନାଏକ ଜାତୀୟ ଶିକ୍ଷା ନୀତି ଓ ଏନ୍ଏସ୍ଏସ୍ର କାର୍ଯ୍ୟଧାରା ସମ୍ପର୍କରେ ତାଙ୍କର ବକ୍ତବ୍ୟ ରଖିଥିଲେ ।

ଓଡ଼ିଶା ରାଜ୍ୟ ଏନ୍ଏସ୍ଏସ୍ ଅଧିକାରୀ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ଜାତୀୟ ଶିକ୍ଷା ନୀତିର ବହୁ ବିଷୟଭିତିକ (ମଲ୍ଟିଡିସିପ୍ଲିନାରି) ଦିଗ ଉପରେ ଆଲୋଚନା କରିଥିଲେ । ଏହି ୱେବିନାରରେ ସୋଆ ଡିନ୍ ଛାତ୍ରମଙ୍ଗଳ ପ୍ରଫେସର ଜ୍ୟୋତିରଂଜନ ଦାସ ସ୍ୱାଗତ ଭାଷଣ ଦେଇଥିବା ବଳେ ପ୍ରୋଗ୍ରାମ୍ ଅଫିସର୍ ଡ. ଚକ୍ରଧର ପାତ୍ର କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ୱେବିନାର୍ରେ ୫୦୫ ଜଣ ପଞ୍ଜୀକରଣ କରିଥିଲେ । ଉଭୟ ଗୁଗୁଲ ମିଟ୍ ଓ ଫେସବୁୁକରେ ଲାଇଭ୍ ଷ୍ଟି୍ରମ୍ ହୋଇଥିଲା । ଏଥିରେ ସୋଆ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ, ସୋଆରେ ଅଧ୍ୟୟନରତ ବିଦେଶୀ ଛାତ୍ର, ଫ୍ୟାକଲ୍ଟି ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଦିଲ୍ଲୀ ଆମିଟି, ସୁନାବେଡା, ଖରିଆର, ବରଗଡ, କଂଟାବାଞ୍ଜି, ମହାମୟୀ ଇତ୍ୟାଦି ଅନେକ ବିଶ୍ୱବିଦ୍ୟାଳୟ ଓ କଲେଜରୁ ବହୁ ବ୍ୟକ୍ତି ବିଶେଷ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଆଗାମୀ ଦିନରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କୁ ଏନ୍ଇପି ଆମ୍ବାସାଡର ଭାବରେ ପ୍ରସ୍ତୁତ କରିବା ପାଇଁ ୟୁନିଟ ୱାରି ଜାତୀୟ ଶିକ୍ଷା ନୀତି ଉପରେ ୱେବିନାର ଆୟୋଜନ ହେବ ବୋଲି ସୂଚନା ଦେଇଥିଲେ ପ୍ରୋଗାମ୍ ସଂଯୋଜକ ଡ. ନଚିକେତା ଶର୍ମା । ଏହି କାର୍ଯ୍ୟକ୍ରମର ସଫଳତାର ବିଶେଷ ଭୂମିକା ତୁଲାଇଥିଲେ ସ୍ୱେଚ୍ଛାସେବୀ ପ୍ରତୀକ ଦାସ ଓ ଅମିତ ପଣ୍ଡା ।

ଏଣିକି ସବୁ ଅନ୍‌ ଲାଇନ ରାସନ କାର୍ଡ …..

ରେସନ କାର୍ଡ ଆବେଦନ ଠାରୁ ଧାନ ସଂଗ୍ରହ ପଞ୍ଜୀକରଣ ପର୍ଯ୍ୟନ୍ତ
ଏଣିକି ସବୁ ଅନ୍‌ ଲାଇନ
୫-ଟି କାର୍ଯ୍ୟକ୍ରମରେ ସ୍ବଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ – ମୁଖ୍ୟମନ୍ତ୍ରୀ
ହିତାଧିକାରୀ ମାନଙ୍କ ସୁବିଧା ପାଇଁ
ବ୍ୟାପକ ସଚେତନତା ଅଭିଯାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ୱର : “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଲୋକମାନେ ଏବେ ଘରେ ବସି ସବୁ ସୁବିଧା ପାଇପାରିବେ।
ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ବଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ପ୍ରତିଶୃତିବଦ୍ଧ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ NFSAରୁ ବାଦ୍‌ ପଡିଥିବା ୨୫ ଲକ୍ଷ ଲୋକଙ୍କୁ ସାମିଲ କରିଛନ୍ତି। ସାରା ରାଜ୍ୟରେ ସାଢେ ତିନି କୋଟିରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସାରା ରାଜ୍ୟର ଲୋକ ଏହି ବିଭାଗ ସହିତ ସିଧାସଳଖ ଯୋଡି ହୋଇ ରହିଛନ୍ତି। ତେଣୁ ସାଧାରଣ ଲୋକ ପରିବର୍ତ୍ତନର ସୁଫଳ ଯେପରି ଠିକ୍‌ ଭାବରେ ପାଇପାରିବ, ସେଥିପାଇଁ ଅନ୍‌ ଲାଇନ ବ୍ୟବସ୍ଥା ସଂପର୍କରେ ବ୍ୟାପକ ସଚେତନତା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ମାସକ ମଧ୍ୟରେ କେତେ ଲୋକ ଏହି ଅନ୍‌ଲାଇନ ସୁବିଧାର ବ୍ୟବହାର କଲେ, ସେ ସଂପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଖାଦ୍ୟ ସୁରକ୍ଷା ଦିଗରେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ଯେଉଁ ବ୍ୟାପକ ପରିବର୍ତ୍ତନ ଆସିଛି, ସେ ସଂପର୍କିତ ସମସ୍ତ ତଥ୍ୟ ସମ୍ବଳିତ ଏକ ପୁସ୍ତକ Making of a Food Secure Odisha କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ ।
ସୂଚନାଯୋଗ୍ୟ ଯେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ୪ଟି ସେବା ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଗୁଡିକ ହେଲା – ଧାନ ବିକ୍ରୟ ପାଇଁ ଚାଷୀ ମାନଙ୍କ ପଞ୍ଜୀକରଣ, ରେସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ ଇତ୍ୟାଦି, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନ୍‌ସ ଫି ପ୍ରଦାନ ଏବଂ ସୁଲଭ ମୂଲ୍ୟ ଦୋକାନ ମାନଙ୍କ ଦ୍ବାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ । ଏସବୁ ସୁବିଧା ଗୁଡିକ www.foododisha.in ରେ Cetizen Services ଲିଙ୍କ୍ ରେ ମିଳିପାରିବ।
ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ ଯେ ୫ଟି କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ବିଭାଗ ପ୍ରତିଶୃତିବଦ୍ଧ ହୋଇ କାର୍ଯ୍ୟ କରୁଛି । ଆଜିର ଏହି ଅନ୍‌ଲାଇନ ସେବା ଗୁଡିକ ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।
ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ସଚିବ ଶ୍ରୀ ବୀର ବିକ୍ରମ ଯାଦବ ସମସ୍ତଙ୍କୁ ସ୍ବାଗତ କରି ନୂତନ ସେବା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌.କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ଏ.କେ ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।
ବିଭିନ୍ନ ଜିଲ୍ଲାପାଳ ଏବଂ ଖାଦ୍ୟ ଯୋଗାଣ ବିଭାଗର କ୍ଷେତ୍ର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ରାଜ୍ୟବାସୀଙ୍କୁ ପୁଣି କରୋନା ସଚେତନ କଲେ ମୁଖ୍ୟମନ୍ତ୍ରୀ…

ପ୍ରିୟ ଭାଇ ଓ ଭଉଣୀମାନେ ଆପଣମାନକୁ ସମସ୍ତ କୁ
ନମସ୍କାର ଏବଂ ପୂଜା ପାଇଁ ଅଭିନଦନ।ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି ।ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ବୀକାର କରିବାକୁ ହେଉଛି।ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି ।ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି । ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ବାରା ଆମେ କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା ।

ମୁଁ କହିବାକୁ ଚାହେଁ ଯେ, ଆପଣମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ ।ଓଡିଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି ।ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି । ହାତ ଧୋଉଛନ୍ତି ଏବଂ Social Distance maintain ମଧ୍ୟ କରୁଛନ୍ତି । ଆବଶ୍ୟ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍‌ ଭାବରେ ବୁଝିବା ଦରକାର ।

ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ covid positive case କମିବା ଆରମ୍ଭ କରିଛି। 26 Septemberରେ ରାଜ୍ୟରେ positive ସଂଖ୍ୟା ଚାରି ହଜାର ରୁ ଅଧିକ ଥିବାବେଳେ ଆଜି ସକରମଣ ଦୁଇ ହଜାର ତଳକୁ ଖସିଛି Positivity rate ମଧ୍ୟ କମିଛି ଏବଂ ଆଗକୁ ଆହୁରି କମିବ ।ଆପଣ ଗଞ୍ଜାମ ଓ ଗଜପତି କଥା ଦେଖନ୍ତୁ । ଦୁଇ ମାସ ତଳେ ଗଞ୍ଜାମ hotspot ଥିଲା । ପ୍ରତିଦିନ ଶହ ଶହ positive case ବାହାରୁଥିଲା ।ଲୋକଙ୍କ ସହଯୋଗ, community participation ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଗଞାମ ଓ ଗଜପତି ରେ ସକରମଣ ବହୁତ କମିଯାଇଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପେରଣା ହୋଇଛନ୍ତି।କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ । କରୋନାର character profile ବହୁତ critical । ତେଣୁ ଆମକୁ medicine ଓ vaccine ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବଆପଣ European countries କଥା ଦେଖନ୍ତୁ । UK, France, Spain ଆଦି ଦେଶର ମାର୍ଚ୍ଚ-ଅପ୍ରେଲରେ କରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକ ଜୀବନ ହରାଇଲେ । ତା ପରେ କରୋନା ପ୍ଟିକେ କମିଲା । କିନ୍ତୁ ଏବେ ଦେଖନ୍ତୁ ସେଠାରେ ସକରମଣ ପୁଣି ଥରେ ବହୁତ ବଢ଼ି ଯାଇଛି ଆରମ ଏହା ପୂର୍ବଠାରୁ ଅଧିକ ଭୟଙ୍କର।1 September ରେ UKରେ daily ବାରଶହରୁ ଅଧିକ positive case ଥିଲା । 8 Octoberରେ ଏହା ୧୭ ହଜାରରୁ ଅଧିକ ହେଲାଣି । ସେହିପରି Franceରେ 31 Augustରେ ତିନି ହଜାରରୁ ଅଧିକ positive case ଥିବାବେଳେ 10 Octoberରେ ଏହା 26 ହଜାରରୁ ଅଧିକ ହେଲାଣି।ଆମ ଭାରତ କଥା ଦେଖନ୍ତୁ । ଆମେରିକା ପରେ ଭାରତ ଏବେ ବିଶ୍ଳରେ ଦୁଇ ନମ୍ବର ରେ ରହିଛି କେରଳ ବହୁତ ସୁନ୍ଦର ଭାବରେ କରୋନା ସଂକ୍ରମଣକୁ ରୋକିଥିଲା । କିନ୍ତୁ ତାଙ୍କର ପ୍ରସିଦ୍ଧ Onam ପରବ ପରେ ଏବେ କେରଳରେ ସକରମଣ ତିନି ଗୁଣ ବଢ଼ି ଯାଇଛି ।

Expert ମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ ।
ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି । ମୋର ଅନୁରୋଧ, ପୂଜା ସମୟରେ public place ମାନଙ୍କରେ ଭିଡ କରନ୍ତୁ ନାହିଁ । ଘରେ ରହି ମା’ଙ୍କ ପୂଜା କରନ୍ତୁ । ପ୍ରର୍ଥନା କରନ୍ତୁ । ପରିବାର ସହ ଘରେ ରହି ପରବ ପାଳନ କରନ୍ତୁ ।
ବାହାରକୁ ଗଲେ mask ପିନ୍ଧନତୁ ହାତ ଧୁଅନତୁ ଏବଂ ସାମାଜିକ ଦୂରତା ରଖନ୍ତୁ
ଆଉ ଥରେ ସକରମଣ ବଢ଼ି ଲେ ଆମେ ହଇରାଣ ହେବା ଆମ ପରିବାର ହଇରାଣ ହେବ ୍ ଆମେ ସାବଧାନ ହେଲେ ସକରମଣ ବଢି ବ ନାହିଁ ।ତେଣୁ ସକରମଣ ଯେପରି ନ ବଢ଼ି ବ ସେଥିପାଇଁ ଆସନ୍ତୁ
ମା ଙ୍କ ପାଖରେ ଶପଥ ନେଇ କାମ କରିବା
ଆପଣ ଓ ଆପଣଙ୍କ ପରିବାର କୁ ପୁଣି ଥରେ ପୂଜା ପାଇଁ ଅଭିନଦନ l

ଗଡିଲା ମା ବିରଜାଙ୍କ ସିଂହଧ୍ଵଜ ରଥ…..

ଯାଜପୁର : ଗଡିଲା ମା ବିରଜାଙ୍କ ସିଂହଧ୍ଵଜ ରଥ । ହାଇକୋର୍ଟଙ୍କ ନିର୍ଦ୍ଧେଶ ପରେ କୋଭିଡ଼ କଟକଣା ମଧ୍ୟରେ ରଥଯାତ୍ରା କରିି ସମ୍ପନ୍ନ କରିଛି ଜିଲ୍ଲା ପ୍ରଶାସନ । ରୀତିନିତି ଅନୁସାରେ ଶନିବାର  ଅପରାହ୍ନରେ ପୁଜା ଓ ହୋମ ଯଜ୍ଞ କରାଯିବା ପରେ ମା ଙ୍କ ପ୍ରତିମୂର୍ତ୍ତି ମୁର୍ତି ରଥରେ ବିରାଜମାନ କରିଛି । ଚଳିତ ଥର ବିନା ଭକ୍ତରେ ରଥ ଟଣାଯାଇଛି । ସେବାୟତ ଓ ପୋଲିସ କର୍ମଚାରୀମାନେ ରଥ ଟାଣିବାରେ ନିୟୋଜିତ ହୋଇଛନ୍ତି । ଏଥିଲାଗି ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ନରେ ମାଙ୍କ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ପୋଲିସ ପ୍ରଶାସନ ପକ୍ଷରୁ ରଥ ପରିଚାଳନା ଲାଗି ବ୍ୟାପକ ପୋଲିସ ମୃତୟନ କରାଯାଇଥିବା ଯାଜପୁର ଏସପି କହିଛନ୍ତି । ରଥ ଟଣା ସମୟ ରେ ମନ୍ଦିର ଚରୁପାର୍ଶ୍ବ ରେ ୧୪୪ ଧାରା ଜାରି କରାଯାଇଛି । ଏଥୁଲାଗି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ।ସେପଟେ ରଥଯାତ୍ରା ସମ୍ପନ୍ନ ହୋଇଥିବାରୁ ପରମ୍ପରା ବଂଚିଗଲା ବୋଲି କହିଛନ୍ତି ମୁଖ୍ୟ ସେବାୟତ ।
ଯାଜପୁରର ଅଧିଷ୍ଠାତ୍ରୀ ମା ବିରଜାଙ୍କ ନବଦିନାତ୍ମକ ରଥଯାତ୍ରାକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ନନାର ଅନ୍ତ ଘଟିଛି । ହାଇକୋର୍ଟଙ୍କ ଦ୍ବାରା ରାୟ ପ୍ରକାଶ ପାଇବା ପରେ ସେବାୟତ ମାନଙ୍କ କୋଭିଡ୍ ପରୀକ୍ଷା କରାଯାଇ ଗତକାଲି ସଂନ୍ଧ୍ୟାରେ ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଉତ୍ସବ । ପ୍ରଥମ ଦିନରେ ରଥ ପ୍ରତିଷ୍ଠା ଓ ଯଜ୍ଞ ପୂର୍ଣ୍ଣାହୁତି ପରେ ମନ୍ଦିରରୁ ମାଙ୍କ ପ୍ରତିମାକୁ ସୁଶୋଭିତ ବିମାନରେ ରଥକୁ ଅଣାଯାଇଥିଲା । ଭଜନ କିର୍ତ୍ତନ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ପରିବେଶ । ଏହାପରେ ସେବାୟତଙ୍କ ଦ୍ବାରା ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ରଥ ପାଖରେ ନଥିଲେ କୌଣସି ଶ୍ରଦ୍ଧାଳୁ । କେବଳ ଉପସ୍ଥିତ ଥିଲେ ସେବାୟତ, ପୋଲିସ୍, ପ୍ରଶାସନିକ ଅଧିକାରୀ ଓ ଆଉ କିଛି ଗଣମାଧ୍ୟମର ପ୍ରତିନିଧି । ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିଲା ମାଙ୍କର ଏହି ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ସ୍ଥଳୀକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ନିଷେଧ କରାଯିବା ସହିତ ଚାରି ପଟ ରାସ୍ତାକୁ ସିଲ୍ କରାଯାଇଛି । ଏଥିସହ ବେଢା ଚାରିପଟେ ଲାଗୁ ହୋଇଛି ୧୪୪ ଧାରା । ଏବର୍ଷ କୋଭିଡ୍ କଟକଣା ଯୋଗୁଁ ରଥଟାଣିବାରୁ ବଞ୍ଚିତ ହୋଇଛନ୍ତି ଅଗଣିତ ସାଧାରଣ ଭକ୍ତ । ପ୍ରଥମ ଥର ପାଇଁ ଏଥର କେବଳ ସେବାୟତ ମାନଙ୍କ ଦ୍ବାରା ହିଁ ରଥଟଣା କାର୍ଯ୍ୟ ସମ୍ପନ୍ନ ହେଉଛି । ଏଠାରେ ଏବର୍ଷ ଏହି ୯ ଦିନ ବ୍ୟାପି ରଥଯାତ୍ରା ସମ୍ପାଦିତ ହେବ । ଯାହା ସୃଷ୍ଟି କରିଛି ଏକ ବିରଳ ଆଧ୍ୟାତ୍ମିକ ଅନୁଭୁତି । ରବିବାର ମା ବିଜୟା ରଥରେ ବିରାଜମାନ କରି ମନ୍ଦିର ଚାରିପଟେ ରଥ ବୁଲିଥିଲେ l

ବିଶ୍ୱାସରେ ବିଷ : ଖବର ନାଁ ଏଜେଣ୍ଡା…..

ନିୟମ ଆଖିରେ ସମସ୍ତେ ସମାନ। ସେ ରାଜା ହେଉ କି ପ୍ରଜା । ସେଥିପାଇଁ ତ ଧର୍ମର ନିକିତି ଧାରୀଙ୍କ ଆଖିରେ କଳା କପଡା ବନ୍ଧା ହୋଇଥାଏ। ସେ ଯେମିତି ଧନୀ ଗରିବ, ପୁରୁଷ ମହିଳା ଏସବୁ ଦିଗକୁ ବାଛ ବିଚାର ନକରି ସତରେ ତାଙ୍କ ରାୟ ଦେଇପାରିବେ। ହେଲେ ଏବେ ସମୟ ବଦଳୁଛି । କିଛି କ୍ଷମତାଶାଳୀ ଲୋକ ନିଜର ଜାଗିର ଜାହିର କରିବାରେ ଲାଗିଛନ୍ତି । ସେ ନିୟମ ଯାହା ହେଉନା କାହିଁକି ।ଆମର କ୍ଷମତା ଅଛି ଆମେ ଯାହା କରିବୁ ସେଇଟା ଠିକ୍ । କେହି ଆମକୁ ବାଧା ଦେଇ ପାରିବେ ନାହିଁ। ଭାରି ଭୟଙ୍କର ମାନସିକତା ଭିତରେ ବଞ୍ଚୁଛନ୍ତି ସେମାନେ। ସେ ନେତା ହୁଅନ୍ତୁ , ଶିଳ୍ପପତି ହୁଅନ୍ତୁ, ଗଣ ମାଧ୍ୟମର ପ୍ରତିନିଧି ହୁଅନ୍ତୁ, ବା ଗାଁର ସାଧାରଣ ମଜୁରିଆଟେ ହେଉ। ଭୁଲ କରିଛ ମାନେ ଦଣ୍ଡ ସୁନିଶ୍ଚିତ । ଅବଶ୍ୟ ଏବେ ସେଥିରେ କିଛି ମାତ୍ରାରେ ଏବେ ବ୍ୟତିକ୍ରମ ଦେଖାଦେଲାଣି।
ଆସନ୍ତୁ ଓଡ଼ିଶାର ଏକ ଘଟଣାକୁ ନେଇ ଏ ଆଲୋଚନାକୁ ଆଗକୁ ବଢ଼ାଇବା। କିଛିଦିନ ହେବ ଓଡିଶା ସରକାର ଓ ରାଜ୍ୟର ଏକ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ଖୁଲମ ଖୁଲା ଆରୋପ ପ୍ରତ୍ୟରୋପ ଲାଗିରହିଛି । କେତେବେଳେ ସରକାର କହୁଛନ୍ତି ଉକ୍ତ ଗଣମାଧ୍ୟମ ସରକାରଙ୍କୁ ଟାର୍ଗେଟ କରି ମିଛ ଖବର ପ୍ରସାରଣ କରୁଛି। ତ ଆଉ କେତେବେଳେ ଉକ୍ତ ଗଣମାଧ୍ୟମ ଅଭିଯୋଗ କରୁଛି ସରକାର ଆକ୍ରୋଶ ମୂଳକ ଭାବେ ସରକାରୀ କଳର ଅପବ୍ୟବହାର କରି ସଂସ୍ଥାକୁ ହଇରାଣ କରୁଛି । ଏଠି କିଏ ଠିକ୍ , ଆଉ କିଏ ଭୁଲ ? ତାହା ଏବେ ଜଳ ଜଳ ଦେଖାଗଲାଣି ।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କଣ ଉକ୍ତ ଗଣମାଧ୍ୟମ ତାର ପରିସର ଭିତରେ ରହି କାମ କରୁଛି କି। ଯଦି ଜଣେ ପୁଙ୍ଖାନୁପୁଙ୍ଖ ଭାବରେ ସମୀକ୍ଷା କରିବ ତେବେ ଜାଣି ପାରିବ l ସବୁବେଳେ ସରକାର ବିରୋଧରେ ବିନା ତଥ୍ୟରେ ଉଡା ଖବର ପ୍ରସାରିତ କରିଆସୁଛି ଉକ୍ତ ଗଣମାଧ୍ୟମ ସଂସ୍ଥା । ଲୋକଙ୍କ ବିଶ୍ୱାସରେ ବିଷ ଦେଇ ସରକାରଙ୍କ ବିରୁଦ୍ଧରେ ବିଷ ମିଞ୍ଜି ବୁଣୁଛି। ମୁଁ ଗଣମାଧ୍ୟମର ପ୍ରତିନିଧି । ସବୁ ସୀମା ଲଙ୍ଘିବି। ଏଜେଣ୍ଡା ଅନୁସାରେ କାମ କରିବି। ହେଲେ ଆଇନ ଆଗରେ ଧରାପଡ଼ିଲେ ଗଣତନ୍ତ୍ରର ଦ୍ୱାହୀ ଦେଇ ସବୁ ବେଆଇନ କାମକୁ ଭଲ କାମ ବୋଲି ଚିତ୍କାର କରି କହିବି । ଏକ ନିଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧିଙ୍କୁ ମହିଳା ବିରୋଧରେ ମିଥ୍ୟାପ୍ରଚାର କରି ଖବର କରିବା ଅଭିଯୋଗରେ ପୋଲିସ ପଚାର ଉଚରା କରିବା ନେଇ ଗଣମାଧ୍ୟମ ସଂସ୍ଥାର ପଛରେ ଥିବା କଳା ଚେହେରା ଓ ପ୍ରକୃତ ଉଦେଶ୍ୟ ପଦାକୁ ଆସିଛି । ଯାହାକୁ ନେଇ ଅସ୍ତବ୍ୟସ୍ତ ହୋଇ ଉକ୍ତ ଗଣମାଧ୍ୟମ ସଂସ୍ଥା ଏବେ ବାଉଳେଇବା ହେବା ସହ ତଦନ୍ତ କରୁଥିବା ଅଧିକାରୀଙ୍କୁ ବୁମ ଓ ମିଥ୍ୟାଖବର ଜରିଆରେ ଡ଼ରାଉଛନ୍ତି । ଯାହାକୁ ନେଇ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ପ୍ରଶ୍ନ ଉଠାଇବା ସହ ଗଣମାଧ୍ୟମର ନିରପକ୍ଷତାକୁ ନେଇ ଉଠିଛି ପ୍ରଶ୍ନ । ସବୁ ମହଲରେ ଦାବି ଯିଏ ଅପରାଧି ସେ ଦଣ୍ଡ ପାଉ । ନିଜକୁ ଓଡ଼ିଶାର ୧ ନମ୍ବର ଗଣମାଧ୍ୟମ ବୋଲି ଡ଼ିଣ୍ଡିବ ପୁଟୁଥିବା ସଂସ୍ଥା ଏବେ ସାଜିଛି ମିଛ ଖବରର କାରାଖାନା । ରାଜନୈତିକ ସ୍ୱାର୍ଥ ପାଇଁ ଏଜେଣ୍ଟ ସାଜିଛନ୍ତି ଖବରଦାତା । ମିଥ୍ୟା ଓ ଅପପ୍ରଚାର ଖବର ବ୍ରେଂକି ନ୍ୟୁଜ କରି କରାଯାଉଛି ପରିବେଷଣ । ଖବର ସତ୍ୟତା ଓ ଅନୁସନ୍ଧାନ ନକରି ଖବର ପରିବେଷଣ କରି ଲୋକଙ୍କୁ ଭୂଆଁ ବୁଲାଯାଉଛି । ମାଲିକଙ୍କ ଏଜେଣ୍ଡା ନେଇ କାମ କରୁଥିବା ଏହି ୧ ନମ୍ବର ଗଣମାଧ୍ୟମ ସଂସ୍ଥା । କେତେବେଳେ ସାଧାରଣ ଜନତାର ଇଜତ ସହ ତ କେତେବେଳେ ନେତା ଓ ଅଫିସରକୁ ଟାର୍ଗେଟ କରୁଛି । କୌଣସି ସତ୍ୟତା ନଥାଇ ବି ବ୍ରେଂକି ନ୍ୟୁଜ କରି ଟିଭରେ ଘନଘନ ପ୍ରସାରଣ କରାଯାଇଛି । ଆଉ ସତ୍ୟ ଯେତେବେଳେ ସାମ୍ନାକୁ ଆସୁଛି ସେତେବେଳେ ସଂସ୍ଥା ବାଉଳେଇ ହେଉଛି । ଗଣମାଧ୍ୟମର ସଂଜ୍ଞା, ସୀମା, ସବୁ ଭୂଲି ଅସତ୍ୟ ଖବରକୁ ସତ୍ୟରେ ପରିଣତ କରିବାକୁ ଗଳା ଫଟାଇ ଚିତକାର କରୁଛି । ଏଥିଲାଗି ସଂସ୍ଥା ସବୁ ନିୟମ ଓ ଆଇନ କାନୁନ ବି ଭୂଲୁଯାଉଛି ।  ଏଜେଣ୍ଟ ସାଜି ମିଥ୍ୟା ଖବର ପ୍ରସାରଣ କରିଥିବା ସାମ୍ବାଦିକଙ୍କ କଳା କାରନାମା ଯେତେବେଳେ ଧରାପଡ଼ିଯାଇଉଛି ଯେତେବେଳେ ତଦନ୍ତ ଅଧିକାରୀ ହେଉଛନ୍ତି ଟାର୍ଗେଟର ଶିକାର। ଖବର ସତ୍ୟକୁ ସାମ୍ନା ନକରି , ସତ୍ୟତା ଖୋଜୁଥିବା ପୋଲିସ ଓ ତଦନ୍ତକାରୀ କର୍ମଚାରୀଙ୍କ ନିଜର ଗଣମାଧ୍ୟମ ବୁମ ଜରିଆରେ ଖରାପ ବ୍ୟବହାର କରାଯାଇଛି । ଯାହାକି ଗୋଟିଏ ଅଧିକାରୀଙ୍କ ପାଖରେ ଦୁଇ ଦୁଇଟି ବୁମ ଲାଗିବା ଘଟଣାରୁ ସ୍ପଷ୍ଟ । ଗଣମାଧ୍ୟମ ଗଣଙ୍କ ସ୍ୱରକୁ ସରକାରଙ୍କ ପାଖରେ ନପହଞ୍ଚାଇ ଏଜେଣ୍ଡା ଅନୂୁସାରେ କାମ କରି ଲୋକଙ୍କ ଦ୍ୱାହୀ ଦେବାକୁ ନାପସନ୍ଦ କରିଛନ୍ତି ବରିଷ୍ଠ ସାମ୍ବାଦିକମାନେ । ଏହା ସହ ଗଣମାଧ୍ୟମରକାମ ହେଉଛି ଯଦି କିଛି ଭୁଲ ଅଛି ତାହା ସରକାରଙ୍କ ନଜରକୁ ଆଣିବା l ତେଣୁ ସରକାର ବି ଯଦି ସେମିତି କିଛି ଭୁଲ କରିଥିବା କଥା ଗଣମାଧ୍ୟମ ଦେଖାଉଛି ସେଥିରେ ସତର୍କ ହେବା ଆବଶ୍ୟକ l ଏହାଦ୍ୱାରା ସୁସ୍ଥ ହେବ ଗଣତନ୍ତ୍ର l ହେଲେ ତାହା ଦେଖାଯାଉନାହିଁ l

ବାରମ୍ବାର  ମହିଳା ବିରୋଧରେ ଉକ୍ତ ସଂସ୍ଥା ଅପପ୍ରଚାର ରୁଥିବାରୁ ଏହାକୁ ବି ବିରୋଧ କରିଛନ୍ତି ନାରୀନେତ୍ରୀମାନେ । ତିଳକୁ ତାଳ କରି ଖବର ପରିବେଶଣ କରିବା, ସଜ ମାଛରେ ପୋକ ପକାଇବା ପରି ଖବର ତିଆରି କରିବା , ଆତ୍ମ ଗର୍ଵ ଜରିଆରେ ଟାର୍ଗେଟ କରିବା ଏ ସବୁ ଏବେ ଯେମିତି ପ୍ରମୁଖ କିଛି ଗଣ ମାଧ୍ୟମର ପେଶା ହୋଇଗଲାଣି । ସେମାନେ ଲୋକଙ୍କ ସମସ୍ୟା ଠାରୁ ଦୁରେଇ ଯାଇ ନିଜ ଭୁଲ ଘୋଡାଇବାକୁ ବ୍ୟଗ୍ରତା ଦେଖାଉଛନ୍ତି । କଥାରେ ଅଛି ଏ ଜନତା ସବ୍ ଜନତା ହେ ।

ବିପଦର ସାଥି ନବୀନ : ଏମିତି ସେ ନିଆରା….

ସରଳ ରାଜନେତା, ନିଆରା ମଣିଷ । ଭିନ୍ନ ଜୀବନ ଶୈଳୀ । ଲକ୍ଷ୍ୟ ସବୁବେଳେ ଲୋକଙ୍କ ସେବା କରିବା । ୨o ବର୍ଷ ଧରି ଓଡ଼ିଶା ପାଇଛି ଏପରି ଏକ ରାଜନେତା  । ଯାହାଙ୍କ ନାଁ ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସେ ବିପଦର ବନ୍ଧୁ । ୧୯୯୯ ମହାବତ୍ୟା ସମୟରେ ଯେତେବେଳେ ଓଡ଼ିଶାବାସୀ ମହାବିପଦରେ ପଡ଼ିଥିଲେ ସେତେବେଳେ ନବୀନ ଓଡ଼ିଶାକୁ ଆସିଲେ ।
ଆଉ ସଙ୍ଗେ ସଙ୍ଗେ ଓଡ଼ିଶାକୁ ମହାବାତ୍ୟାର ମହା ବିପଦରୁ ଉଧାର କଲେ । ଯେମିତି ଓଡ଼ିଶା ପାଇଁ ସେ ସଙ୍କଟ ମୋଚନ ହୋଇ ଆସିଲେ ୧୧୯୯ ମସିହାରେ । ଏହାପରେ ଯେତେବେଳେ ଓଡ଼ିଶାକୁ ବିପଦ ଆସିଛି ସେତେବେଳେ ସେ ପାହାଡ଼ ହୋଇ ଛିଡ଼ାହୋଇଛନ୍ତି । ହୁଡ଼ହୁଡ଼, ତିତିଲି ଫାଇଲିନ, ଫନି ହେଉ ଅବା ସାରା ବିଶ୍ୱକୁ ଗ୍ରାସ କରିଥିବା ୨୦୨୦ର ମହାମାରୀ କରୋନା । ଓଡ଼ିଶାବାସୀ କିପରି ଏହି ସବୁ ବିପଦରୁ ରକ୍ଷା ପାଇବେ ସେଥିଲାଗି ସାଢେ ୪କୋଟି ଓଡ଼ିଆଙ୍କ ସେ ବିପଦର ବନ୍ଧୁ ହୋଇ ଛିଡ଼ା ହୋଇ ଏପରି ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶାବାସୀଙ୍କୁ ମୁକୁଳାଉଛନ୍ତି । ଏବେ ବି କରୋନା ଲଢେଇ ଜାରୀ ରହିଛି । ଦିନେ ଖାଦ୍ୟ ନିଅଣ୍ଟ ରାଜ୍ୟଭାବେ ପରିଗଣିତ ହେଉଥିବା ରାଜ୍ୟ ଓଡ଼ିଶାକୁ ସେ ଆଜି ଖାଦ୍ୟ ବଳକା ରାଜ୍ୟରେ ପରିଣତ କରିଛନ୍ତି । ଟଙ୍କିକିଆ ଚାଉଳ ଗରିବ ଲୋକଙ୍କ ପାଇଁ ଆରମ୍ଭ କରି ସେ ଓଡ଼ିଶାରେ ଅନାହାର ମୃତ୍ୟୁ ଅପବାଦକୁ କବର କରିଛନ୍ତି । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ସଫଳ ଯୋଜନା କରିଛନ୍ତି । ସବୁ ବର୍ଗଙ୍କ ଲାଗି ତାଙ୍କ ଶାସନରେ ସୁବିଧା କରାଯାଇଛି । ସେ ନୂତନ ଓଡ଼ିଶାର ବିନ୍ଧାଣୀ ଓ ଓଡ଼ିଶା ବିକାଶ ରଥର ସାରଥି । ହଁ ଏକଥା ସତ ଯେ ନବୀନଙ୍କ ଜୀବନ ଧାରାକୁ ଯଦି ଲକ୍ଷ କରିବେ ସେ  ପୁର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକ ପୁଅ । ଡ଼ୁନ ସ୍କୁଲର ଛାତ୍ର ସେ । ସୁ-ଲେଖକ , ଜଣେ କ୍ରୀଡ଼ାବିତ, ଆଉ ଦେଶର ସବୁଠାରୁ ଅଭିଜ୍ଞ ରାଜନେତା । ସବୁ ବ୍ୟକ୍ତିତ୍ୱ ତାଙ୍କ ଠାରେ ଦେଖିବାକୁ ମିଳେ । ତାଙ୍କ ରାଜନୀତି ଜୀବନର ସବୁଠାରୁ ବଡ଼ ନୀତି ହେଉଛି ନିର୍ମଳ ଭାବମୃର୍ତ୍ତି, ସରଳ ଜୀବନ ଓ ସ୍ୱଚ୍ଛ ଶାସନ । ଯାହା ସେ ୨o ବର୍ଷ ଶାସନରେ ପ୍ରତିଫଳିତ କରିଛନ୍ତି । ଯେତେବେଳ ତାଙ୍କର ଭାବମୃର୍ତ୍ତି ଓ ସରକାରଙ୍କ ପ୍ରତି ଆଂଚ ଆସିଛି ନବୀନ ତତକ୍ଷଣୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଉ ସ୍ୱଚ୍ଛତାକୁ ବଜାୟ ରଖିଛନ୍ତି । ଯେଉଁଥିପାଇଁ ୪୫ରୁ ଅଧିକ ମନ୍ତ୍ରୀ, ୧୦୦ରୁ ଅଧିକ ଅଫିସରଙ୍କୁ ବିଦା କରିଛନ୍ତି ସେ । ସେହିପରି ସରଳଜୀବନ ଯାପନ କରି ଲୋକଙ୍କ ସେବା କରିବା ପାଇଁ ବାରମ୍ବାର ସେ ତାଙ୍କ ନେତା ଓ କର୍ମୀଙ୍କୁ ଆହ୍ୱାନ ଦିଅନ୍ତି । ଯେଉଁଥି ପାଇଁ ଆଜି ସେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି । ସେ ଅପ୍ରତିିଦ୍ୱନ୍ଦୀ, ଅପରାଜୟ. ଏକ ନମ୍ବର ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ , ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପରି କେତେ କଣ ଶବ୍ଦ ଆପେଆପେ ତାଙ୍କ ନାଁରେ ଯୋଡ଼ିହୋଇଯାଇଛି । ସେ ଜଣେ ଏମିତି ରାଜନେତା ଯାହାଙ୍କ ରଣନୀତି ଆଜିଯାଏ କେହି ବୁଛିପାରିନାହାନ୍ତି । ସୁବବେଳେ ସେ ତାଙ୍କ ନିଷ୍ପତିରେ ସମସ୍ତଙ୍କୁ ଚମକାଇ ଦିଅନ୍ତି । କେବଳ ଓଡ଼ିଶା ରାଜନୀତି ନୁହେଁ, ଦିଲ୍ଲୀ ଦରବାରରେ ବି ନବୀନଙ୍କ ଦବଦବା ବହୁତ । ସେ ଉପା ହେଉ ଅବା ଏନଡ଼ିଏ ସରକାର ସଭିଁଙ୍କ ସହ ସମଦୂରତା ରଖି ନବୀନ ଓଡ଼ିଶାର ସ୍ୱାର୍ଥକୁ ହାସଲ କରନ୍ତି । ତାଙ୍କର ସବୁଠାରୁ ବଡ଼ ଗୁଣ ହେଉଛି ସେ ଏତେ ପ୍ରତିକ୍ରୀୟା ଶୀଳ ନୁହନ୍ତି ।କି କିଏଲ କଣ କହିଲା ତାକୁ ଏତେ ଗୁରୁତ୍ୱ ଦିଅନ୍ତିନି । ବିରୋଧୀଙ୍କ ପ୍ରତି ବି ଏତେ ଅସହିଂଷ୍ଣୁ ହୁଅନ୍ତି ନାହିଁ କି ତାଙ୍କ ବିରୋଧରେ କଟୁ ସମାଲୋଚନା କରିନ୍ତିନି । ଯେଉଁଥି ପାଇଁ ସେ ସଭିଁଙ୍କର ପ୍ରିୟପାତ୍ର । ଜ୍ୟୋତିବସୁ ପରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ବି ତାଙ୍କ ନାଁରେ ଯୋଡ଼ିହୋଇଯାଇଛି । ୨୦ବର୍ଷ ଧରି ଓଡ଼ିଶାବାସୀ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ତାଙ୍କୁ ବିପୁଳ ଭାବେ ଭୋଟ ଦେଇ ଜିତାଇଆସୁଛନ୍ତି । ପଂଚମ ଥର ମୁଖ୍ୟମନ୍ତ୍ରୀ ସେ ହୋଇଛନ୍ତି । ୨୦ବର୍ଷ ଶାସନରେ ତାଙ୍କ ନାଁରେ ଅନେକ ଅଭିଯୋଗ ଆସିଛି ତାହାକୁ ସେ ସାମ୍ନା କରି ନିଜର ସ୍ୱଚ୍ଛତାର ପ୍ରମାଣ ବି ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ବର୍ଷରେ ପାଦ ଥାପିଛନ୍ତି । ବିଗ ନ୍ୟୁଜ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ।

ଜନ୍ମଦିନରେ ନବୀନଙ୍କ ପାଇଁ କଣ ଲେଖିଲେ ପାଣ୍ଡିଆନ

ଭୁବନେଶ୍ୱର : ସବୁ କଷ୍ଟ ମଧ୍ୟରୁ ଦାନ୍ତ ବିନ୍ଧା ଯନ୍ତ୍ରଣା ସବୁଠୁ ଅଧିକ କଷ୍ଟଦାୟକ ମୋର ମନେ ହୁଏ ଏବଂ ଏହା ହଠାତ ଆସିଥାଏ। ଏଇ କିଛି ବର୍ଷ ପୂର୍ବରୁ ଦିନେ ସକାଳ ୯ଟା ପାଖାପାଖି ନବୀନ ନିବାସରୁ ଫୋନ୍ ଆସିଲା ଯେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତ ବିନ୍ଧା ହେଉଛି ରୁଟ୍ କେନାଲ୍ ଚିକିତ୍ସା (RCT)ପାଇଁ ସେ କ୍ୟାପିଟାଲ ହସ୍ପିଟାଲ ଯାଇପରନ୍ତି। ମୁଁ ସେହି ହିସାବରେ ତାଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କଲି; ଯେପରି ସେ ୧୦.୩୦ସୁଦ୍ଧା ସେଠାରେ ଥିବେ। ସବୁଦିନ ପରି ସେଦିନ ମଧ୍ୟ ସବୁ କାର୍ଯ୍ୟକ୍ରମ ଥିଲା। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ୧୧.୩୦ରେ ମୁଖ୍ୟମନ୍ତ୍ରୀଙ୍କ କନ୍ଫରେନ୍ସ ହଲରେ ଗୋଟିଏ ସମୀକ୍ଷା ବୈଠକ ଥାଏ। ଏପରି ହଠାତ ଅସୁବିଧା ହେବା ପରେ ସନ୍ଧ୍ୟାର ଆପଏଣ୍ଟମେଣ୍ଟ ସମେତ ଏହି ବୈଠକକୁ ସ୍ଥଗିତ କରିବାକୁ ସ୍ଥିର କଲି।

ସେହି ହିସାବରେ କାର୍ଯ୍ୟାଳୟ ଆସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରିବା ଆରମ୍ଭ କଲି। ମୁଁ ନିଶ୍ଚିତ ଥିଲି ଯେ ରୁଟ୍ କେନାଲ୍ ଚିକିତ୍ସା ପରେ ଜଣକୁ ଅତିକମରେ ଗୋଟିଏ ଦିନ ବିଶ୍ରାମ ଦରକାର। ଏହି ସମୟରେ ହସି ହସି ମନେ ପକାଉଥିଲି ମୋର ଆରସିଟି ପରେ ମୁଁ କିପରି ଦୁଇ ଦିନ କଲେଜ ବନ୍ଦ କରିଥିଲି।

ହେଲେ ମୋର ଏ ସୁଖଦ ସ୍ମୃତି ଭାଙ୍ଗିଗଲା ଗୋଟିଏ ମେସେଜରେ : ମୁଖ୍ୟମନ୍ତ୍ରୀଙ୍କ ଆରସିଟି ଶେଷ ହୋଇଛି। କ୍ୟାପିଟାଲ ହସ୍ପିଟାଲରୁ ବାହାରି ସଚିବାଳୟ(ବର୍ତ୍ତମାନ ଲୋକସେବା ଭବନ) ଯାଉଛନ୍ତି!

ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ଜଣେ କିପରି ଦାନ୍ତ ଚିକିତ୍ସା ସାରି ସିଧା କାର୍ଯ୍ୟାଳୟ ଯାଇ ପାରେ! ମୋର ଆରସିଟି ପରର ସେ ଯନ୍ତ୍ରଣା ଓ ପାଟି ବଥା ଏବେ ବି ମନେ ଅଛି; ଯେତେବେଳେ ମୋତେ ମାତ୍ର ୨୦ବର୍ଷ ବୟସ ହୋଇଥିଲା।

ମୁଁ ସେ ଭାବନାରୁ ବାହାରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସାରଙ୍କ ଫୋନ୍ ଆସିଲା। କହିଲେ, “ଆମେ ୧୧.୩୦ର ନିର୍ଦ୍ଧାରିତ ବୈଠକଗୁଡ଼ିକରେ ଅଂଶ ଗ୍ରହଣ କରିବା।”

ମୁଁ ତା’ ପରେ ସ୍ଥଗିତ ବୈଠକକୁ ପୁନଃ ଆୟୋଜନ କଲି ଏବଂ ସବୁଥର ପରି ମୁଖ୍ୟମନ୍ତ୍ରୀ ଘଣ୍ଟେରୁ ଅଧିକ ସମୟ ଧରି ସମୀକ୍ଷା ବୈଠକ କଲେ।

ବୈଠକ ଶେଷ ହେବା ପରେ ମୁଁ ସାରଙ୍କୁ କହିଲି, “ଆଜି ସକାଳେ ବିଶେଷ କରି ରୁଟ୍ କେନାଲ୍ ଚିକିତ୍ସା ଓ ଦାନ୍ତ ବଥା ପାଇଁ ଆପଣ ବିଶ୍ରାମ ନେଇଥିଲେ ଭଲ ହୋଇଥାନ୍ତା।” ସେ କିଛି ନହେବା ପରି କହିଲେ, ମୁଁ ଏ ଯନ୍ତ୍ରଣା ସହ୍ୟ କରି ପାରିବି, ତେବେ ସମୟ ନଷ୍ଟ କାଇଁ କରିବା ? ଏପରି ଆଉ କେହି ଥାଇପାରେ ଯାହାର କଷ୍ଟ ୟାଠୁ ବି ବହୁତ ଅଧିକ ହୋଇଥିବ ଏବଂ ଆମର ଏ ସମୟ ସେ ଆବଶ୍ୟକ କରୁଥିବ।”

“କାମ ହେଉଛି ଶ୍ରେଷ୍ଠ ପେନ୍ କିଲର୍, ମିଷ୍ଟର୍ ପାଣ୍ଡିଆନ୍”, କହି ସେ ହସିଦେଲେ।

ତାଙ୍କର ଏପରି କଥା ଶୁଣି ଆମେ ସମସ୍ତେ ନିଃଶବ୍ଦ ହୋଇଗଲୁ, ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ ହସି ଆଗକୁ ଚାଲିବାକୁ ଲାଗିଲେ।

ଭି କାର୍ତ୍ତିକେୟ ପାଣ୍ଡିଆନ
ବ୍ୟକ୍ତିଗତ ସଚିବ, ମୁଖ୍ୟମନ୍ତ୍ରୀ ଓଡ଼ିଶା

 

ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ…..

ଭୁବନେଶ୍ୱର : କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ ।
ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି

ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ,ରକ୍ତ ଦାନ କରିବା ଏବଂ plasma ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ କୁ ନିବେଦନ କରିଛନ୍ତି l ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l

ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ….

  1. କୋଭିଡ ମୁକାବିଲା – ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
    ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି
    ଅଧିକ ସତର୍କତା ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
    ଅର୍ଥନୈତିକ କାର୍ଯ୍ୟକ୍ରମକୁ ଜୋରଦାର କର, ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ – ମୁଖ୍ୟମନ୍ତ୍ରୀ
    ଭୁବନେଶ୍ୱର : କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ ଭଲ ରହିଛି । ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି । ଆଗକୁ ପୂଜା ଋତୁ ଆସୁଥିବାରୁ ଏବଂ ତା ପରେ ପରେ ଶୀତ ଋତୁର ପ୍ରଭାବ ଆସୁଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀକୁ ଦୃଢ ଭାବରେ କାର୍ଯ୍ୟକାରୀ କରିବାକୁ ହେବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେରଳ କୋଭିଡ ପରିଚାଳନାରେ ଅତି ଭଲ ପ୍ରଦର୍ଶନ କରିଆସୁଥିଲା। କିନ୍ତୁ ଓନାମ ଉତ୍ସବ ପରେ ସବୁକିଛି ବଦଳି ଯାଇଛି। ସଂକ୍ରମଣ ବହୁ ପରିମାଣରେ ବଢିଯାଇଛି। ଇଉରୋପ୍‌ର ଦେଶ ଗୁଡିକରେ ମଧ୍ୟ ସଂକ୍ରମଣର Second Wave ଦେଖାଦେଇଛି। ତେଣୁ ସାମାନ୍ୟ ଢିଲା ପଣ ଆସିଲେ, ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି । ସେଥିପାଇଁ ପ୍ରଶାସନ ଏ କ୍ଷେତ୍ରରେ ସଂପୂର୍ଣ୍ଣ ସତର୍କ ରହି ଲୋକଙ୍କୁ ସଚେତନ କରିବା ଏବଂ ସବୁ ନିୟମର ଦୃଢ ଅନୁପାଳନ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡିଶା ବର୍ତ୍ତମାନ ପୁଞ୍ଜି ବିନିଯୋଗର ଏକ ଆକର୍ଷଣୀୟ କ୍ଷେତ୍ର ହୋଇପାରିଛି । ତେଣୁ ବୃହତ ଶିଳ୍ପ ହେଉ, କିମ୍ବା ମଧ୍ୟମ ବା MSME କ୍ଷେତ୍ର ହେଉ – ସମସ୍ତ ଶିଳ୍ପ ପ୍ରକଳ୍ପ ଗୁଡିକୁ ସବୁସ୍ତରରେ ସହଯୋଗ ଯୋଗାଇ ଦେଇ ଠିକ୍‌ ସମୟରେ ପ୍ରକଳ୍ପ ଯେପରି କାର୍ଯ୍ୟକାରୀ ହେବ ଏବଂ ପୁଞ୍ଜି ବିନିଯୋଗର ଲାଭ ଯେପରି ଲୋକମାନେ ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ନରେଗା, ମିଶନ ଶକ୍ତି ଓ ଜୀବିକା ମିଶନ ଆଦି ଜୀବିକା କାର୍ଯ୍ୟକ୍ରମ ଗୁଡିକୁ ମଧ୍ୟ ଉପଯୁକ୍ତ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ, ଖଣି, ନିର୍ମାଣ, ସେବା, ପରିବହନ ଆଦି ସବୁ କ୍ଷେତ୍ରରେ ଅର୍ଥନୈକିକ କାର୍ଯ୍ୟକ୍ରମକୁ ଆଗ୍ରାଧିକାର ଦେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ । ଯେକୌଣସି ଅର୍ଥନୈତିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରାଗଲେ ଦୃଢ ପଦକ୍ଷେପ ନିଆଯିବ।
ମୁଖ୍ୟଶାସନ ସଚିବ ଶ୍ରୀ ଅସିତ ତ୍ରିପଠୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ ହ୍ରାସ ଘଟୁଛି । ତେଣୁ ବର୍ତ୍ତମାନ ଡାକ୍ତରଖାନା ଉପରେ ଚାପ ମଧ୍ୟ ହ୍ରାସ ପାଇଛି । Anti Viral Tablet Favipiravir ଭଲ କାମ ଦେଉଛି ଓ ଏହାର ବ୍ୟବହାର ରୋଗୀଙ୍କ ଦ୍ବାରା ଗ୍ରହଣୀୟ ହେଉଛି ବୋଲି ସେ କହିଥିଲେ। ସେହିପରି Test Report ଯେପରି ଶୀଘ୍ର ମିଳିପାରିବ, ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କହିଲେ ଯେ କଟକ, ଖୋର୍ଦ୍ଧା ଓ ପୁରୀରେ ସଂକ୍ରମଣ କମୁଛି । ରାଜ୍ୟରେ ଆରୋଗ୍ୟ ହାର ୯୧ ପ୍ରତିଶତରେ ପହଞ୍ଚିଛି ଏବଂ ଓଡିଶା ଏ କ୍ଷେତ୍ରରେ ଦେଶର ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ରହିଛି । ରାଜ୍ୟରେ ବର୍ତ୍ତମାନ ୨୫୪୨୮ ଆକ୍ଟିଭ କେସ୍‌ ଥିବାବେଳେ, ୧୯୧୩୧ ଜଣ ଗୃହ ସଂଗରୋଧରେ ରହିଛନ୍ତି। କୋଭିଡ ଡାକ୍ତରଖାନା ଶଯ୍ୟା, ICU ଓ Ventilator ଆଦି ସବୁ କ୍ଷେତ୍ରରେ ରାଜ୍ୟ ବର୍ତ୍ତମାନ ସନ୍ତୋଷଜନକ ସ୍ଥିତିରେ ରହିଛି । ବାର୍ତ୍ତମାନ ୨୦ ରୁ ୪୦ ପ୍ରତିଶତ ICU ଖାଲି ରହୁଛି ବୋଲି ସେ ସୂଚନା ଦେଇଥିଲେ । ସେହିପରି ରାଜ୍ୟରେ ଅକ୍‌ସିଜେନ୍‌ର ଅଭାବ ନାହିଁ ବୋଲି ପ୍ରକାଶ କରି ଭୁବନେଶ୍ବରରେ ଆଜି ଠାରୁ Sero Survey ଆରମ୍ଭ କରାଗଲା ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।
କୋଭିଡ ଗାଇଡଲାଇନ୍‌ସ ଅନୁପାଳନ ପାଇଁ ପୋଲିସ ନେଇଥିବା ପଦକ୍ଷେପ ସଂପର୍କରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଥିଲେ। ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀ ବର୍ତ୍ତମାନ ସୁଦ୍ଧା ୪୦୦ ୟୁନିଟ୍‌ ପ୍ଲାଜମା ଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ବୈଠକରେ ଆର୍ଥିକ ପୁନରୁଦ୍ଧାର ସଂପର୍କରେ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟରେ ଖରିଫ ଫସଲ ଅବସ୍ଥା ବହୁତ ଭଲ ଅଛି ଏବଂ ବର୍ତ୍ତମାନ ବର୍ଷା ଲାଗି ନ ରହିଲେ, ଚଳିତ ବର୍ଷ ରେକର୍ଡ ଖରିଫ ଉତ୍ପାଦନ ହେବ । ସେହିପରି ରୋଜଗାର ସୃଷ୍ଟିରେ ପଞ୍ଚାୟତିରାଜ ବିଭାଗ ଉଲ୍ଲେଖନୀୟ ଭାବେ ଚଳିତବର୍ଷ ୨୦ କୋଟି ମାନବ ଦିବସ ସୃଷ୍ଟି ଲକ୍ଷ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦ କୋଟିରୁ ଅଧିକ ମାନବ ଦିବସ ସୃଷ୍ଟି କରିସାରିଛି। ମିଶନ ଶକ୍ତିର ମା ମାନଙ୍କୁ କୋଭିଡ ପରିଚାଳନା କାର୍ଯ୍ୟ ସହିତ ମାସ୍କ ବଣ୍ଟନ ଏବଂ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବାରୁ ସେମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରାଯାଇପାରିଛି ।
ସେହିପରି ରାଜ୍ୟର ସମସ୍ତ ବଡ ବଡ ଶିଳ୍ପ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିବା ବେଳେ, ୮୫ ପ୍ରତିଶତ MSME କାମ ଆରମ୍ଭ କଲେଣି । MSMEର ଉତ୍ପାଦନ ହାର ୮୦ ପ୍ରତିଶତ ରହିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୨୫ ହଜାର କୋଟି ଟଙ୍କାର ୩୬ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଉଛି ।
ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଏ ସଂପର୍କରେ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ଦୃଢ ଭାବରେ ମନିଟରିଂ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।
ସେହିପରି ମୋ ସରକାର କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ମାନେ କୋଭିଡ ହସ୍‌ପିଟାଲ ଓ ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କ ଠାରୁ ପାଇଥିବା ମତାମତ ଭିତ୍ତିରେ ଭବିଷ୍ୟତ ପଦକ୍ଷେପ ପାଇଁ ବୈଠକରେ ସ୍ଥିର କରାଯାଇଥିଲା।
ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ମନ ଜିଣିଲେ କ୍ରାଇସିସ୍ ମ୍ୟାନେଜର : ଛିଣ୍ଡିଲା ବାଲେଶ୍ୱର ଝାମେଲା

ଭୁବନେଶ୍ୱର :  ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ହେବ । ବିଜେଡ଼ି ଟିକେଟ ନେଇ ବାଲେଶ୍ୱରରେ ଦଳୀୟ କର୍ମୀମାନେ ଯେଉଁ ଅସନ୍ତୋଷ ଦେଖାଦେଇଥିଲା ତାହାର ଯବନିକା ପଡ଼ିଛି । ସ୍ୱରୂପ ଦାସଙ୍କ ପାଇଁ ବାଲେଶ୍ୱର ବିଜେଡ଼ି କର୍ମୀ ଓ ନେତା ଏକାଠି ହୋଇ କାମ କରିବା ପାଇଁ ସଂଙ୍କଳ୍ପ ନେଇଛନ୍ତି । ଟିକେଟ ବଣ୍ଟନକୁ ନେଇ ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ସମର୍ଥକମାନେ ଯେପରି ସୋମବାର ରାତିରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଆଉ ଏହି ଅସନ୍ତୋଷ ଗୋଳିଆ ପାଣିରୁ ଯେମିତି ବିରୋଧୀ ଫାଇଦା ନେବାକୁ ଚାହୁଁଥିଲେ । ଏସବୁ କଥାର ପୂର୍ଣ୍ଣଛେଦ ପକାଇଛନ୍ତି ବିଜେଡ଼ିର କ୍ରାଇସିସ୍ ମ୍ୟାନେଜର । ବାଲ୍ୱେଶର ଟିକେଟ ସ୍ୱର ରାଜଧାନୀକୁ ଶୁଭିବା ପରେ ତୁରନ୍ତ ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ସେଠାର ବିଜେଡ଼ି କର୍ମୀ ଓ ନେତାଙ୍କ ସହ ଆଲୋଚନା କରିବା ପାଇଁ ପଠାଯାଇଥିଲା । ଦଳର ନିର୍ଦ୍ଦେଶ କ୍ରମେ ବିଧାୟକ ପ୍ରତାପ ଦେବ ବାଲେଶ୍ୱର ଅସନ୍ତୋଷ କର୍ମୀଙ୍କ ପ୍ରଥମେ ଆଲୋଚନା କରି ସେମାନଙ୍କ କଥା ଶୁଣିଥିଲେ । ଏହାପରେ ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ସହ ୨ଘଣ୍ଟା କାଳ ଆଲୋଚନା କରିଥିଲେ । ସେପଟେ ଦଳର କ୍ରାଇସିସ ମ୍ୟାନେଜର ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପୁରା ଘଟଣା ଉପରେ ନଜର ରଖି ବାଲେଶ୍ୱରର କର୍ମୀ ଓ ମଙ୍ଗୁଆଳମାନଙ୍କ ସହ ଘନଘନ ଆଲୋଚନା କରିଥିଲେ । ଶେଷରେ ନବୀନଙ୍କ ନିଷ୍ପତିକୁ ସମସ୍ତେ ଗ୍ରହଣ କରି ସବୁ ଭାବନାକୁ ଭୂଲି ଦଳପାଇଁ ଏକ ହୋଇ କାମ କରିବା ପାଇଁ ରାଜି ହେଲେ । କେବଳ ସେତିକି ନୁହେଁ: ୨୦୧୯ ରେ ହାତରୁ ଖସିଥିବା ଏହି ଆସନଟି କିପରି ବିଜେଡ଼ି ଖାତାକୁ ଆସିବ ସେନେଇ କର୍ମୀ ଓ ନେତାଏ ସଂଙ୍କଳ୍ପ ନେଇଥିଲେ । ୨୪ ଘଣ୍ଟା ଭିତରେ ବାଲେଶ୍ୱର ରାଜନୀତକୁ ହଲଚଲ କରିଥିବା ଘଟଣାଟି ଯେପରି ଭାବରେ ବିଜେଡ଼ିର କ୍ୟାଇସିସ୍ ମ୍ୟାନେଜର ମ୍ୟାନେଜ କଲେ ତାହା ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ଖୋଦ ପୂର୍ବତନ ସାଂସଦ ନିଜ କର୍ମୀଙ୍କ ଆଗରେ କହିଛନ୍ତି ଯେ ବିଜେଡ଼ି ଏକ ଶୃଙ୍ଖଳିତ ଦଳ ।  ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ବି ପ୍ରାର୍ଥୀ କରିବେ ତାହାକୁ ସମସ୍ତ ଗ୍ରହଣ କରିବେ ଓ ଜିତାଇବେ । ଅନ୍ୟପଟେ ବାଲେଶ୍ୱରର ବିଭିନ୍ନ ଜୋନରେ ବିଜେଡ଼ି ବିଧାୟକ ,ମନ୍ତ୍ରୀ,ସାଂସଦ ଓ ଦଳୀୟ ମଙ୍ଗୁଆଳମାନେ ଦଳ ସପକ୍ଷରେ ଭୋଟ ଯୋଗାଡ଼ କରିବାରେ ଲାଗିଛନ୍ତି । ୨୩  ବର୍ଷ ବିଜେଡ଼ି ରାଜନୀତିର ଏହି ଗୋଟିଏ ବିଶେଷତ୍ୱ ରଖିଛି ଯେ ଦଳରେ ନେତା ଗୋଟିଏ ଆଉ ନିଷ୍ପତି ବି ଗୋଟିଏ । ଏଥିରେ କେବେ ବ୍ୟତିକ୍ରମ ଦେଖାଦେଇନି କି ଦେବନି ବୋଲି ବିଜେଡ଼ି ନେତାଏ କହିଛନ୍ତି । ତେବେ ସହାନୁଭୂମିତ , ବିକାଶ ଓ ପ୍ରତାରଣା ଏଜେଣ୍ଡାକୁ ନେଇ ୩ ପ୍ରମୁଖ ରାଜନୈତିକ ଦଳ ଭୋଟର ପାଖକୁ ଯିବେ । ବାଲେଶ୍ୱର ଝାମେଲା ୨୪ ଘଣ୍ଟା ଭିତରେ ସମାଧାନ ହେବା ପଛ ପଟରେ ଦଳର କ୍ୟାଇସିସ ମ୍ୟାନେଜରଙ୍କ ରଣନୀତି ମ୍ୟାଜିକ କାମ ଦେଇଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news