ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ଅଛି : ନବୀନ ପଟ୍ଟନାୟକ…

ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ମୋବାଇଲ ଫୋନ ବଣ୍ଟନର ଶୁଭାରମ୍ଭ

ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ଅଛି, ଏହାକୁ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ – ମୁଖ୍ୟମନ୍ତ୍ରୀ
ସ୍ବାଭିମାନ ଅଞ୍ଚଳ ପାଇଁ Special Packageର ପରିମାଣ ୨୧୫ କୋଟି ଟଙ୍କାକୁ ବୃଦ୍ଧି
ହିଂସା ଛାଡି ମୁଖ୍ୟଧାରାକୁ ଫେରିବାକୁ ବାମପନ୍ଥୀ ଉଗ୍ରବାଦୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଡି ଡିଜିଟାଲ ପ୍ଲାଟଫର୍ମରେ ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କ ପାଇଁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି “ସ୍ବାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ଅଛି । ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ”।
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ smart phone ଯୋଗାଇଦେବେ । ମୋବାଇଲ ଫୋନ ଦ୍ବାରା ପିଲାଙ୍କ ଅନ୍‌ଲାଇନ ଶିକ୍ଷାରେ ସୁବିଧା ହେବା ସହିତ ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟ ଅଞ୍ଚଳ ସହିତ ଯୋଡିବାରେ ସହାୟକ ହେବ ସେ କହିଥିଲେ । ସେ କହିଥିଲେ ଯେ ସ୍ବାଭିମାନ ଅଞ୍ଚଳରେ ୪ଟି Mobile tower ହୋଇଥିବା ବେଳେ 4G ସୁବିଧା ସହ ଆଉ ତିନୋଟି tower କରାଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୮ ଜୁଲାଇ ମାସରେ ସେ ସ୍ବାଭିମାନ ଅଞ୍ଚଳକୁ ଯାଇ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କରିଥିଲେ। ସେତେବେଳେ ସେ ୧୦୦ କୋଟି ଟଙ୍କାର special package ଘୋଷଣା କରିଥିଲେ । ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ।
ଏହି ପରିବର୍ଦ୍ଧିତ ପ୍ୟାକେଜରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା ସ୍ବାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ ଏବଂ ମିଶନ ଶକ୍ତିର ମା ମାନଙ୍କ ପାଇଁ exposure visitର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।
ସ୍ବାଭିମାନ ଅଞ୍ଚଳରେ ଚାଲିଥିବା ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବାଭିମାନ ଅଞ୍ଚଳରେ ହଳଦୀ ଚାଷ ପ୍ରତି ଲୋକଙ୍କ ଆଦର ଦେଖି ଏଠାରେ ଅଧିକ ହଳଦୀ ଚାଷ ପାଇଁ ବ୍ୟବସ୍ଥା ସହିତ processing ଏବଂ ବଜାର ସୃଷ୍ଟି ପାଇଁ branding ର ବ୍ୟବସ୍ଥା ମଧ୍ୟ କରାଯାଉଛି ।
ବିଜୁଳି ସେବା ପାଇଁ 33 x 11 kv ସବ୍‌ଷ୍ଟେସନ କାମ ଖୁବ ଶୀଘ୍ର ଶେଷ ହେବ ଏବଂ 11 kv 3 phase line connection ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗାଁ ଗାଁରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି 78 km ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ ଘୋଷଣା କରିଥିଲେ। ଏହାସହିତ ଭଲ ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ଗୋଟିଏ ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି ଏବଂ ୨୫୦ଟି tube well କାମ ଶେଷ ହୋଇଛି ବୋଲି ସେ ପ୍ରକାଶ କରିଥିଲେ।
ସ୍ବାଭିମାନ ଅଞ୍ଚଳରେ ଜଳସେଚନ ପାଇଁ ୩୨ କୋଟି ଟଙ୍କା ଖର୍ଚ୍ଚରେ ୪୩ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ 419ଟି Cluster Deep Bore well କରାଯିବ ଏବଂ ଏହାଦ୍ବାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ସେ କହିଥିଲେ। ସ୍ବାଭିମାନ ଅଞ୍ଚଳର ୮୨ଟି ଅଙ୍ଗନବାଡି କେନ୍ଦ୍ର ଓ ସ୍ବାସ୍ଥ୍ୟ ଉପକେନ୍ଦ୍ର କାମ ଚାଲିଛି ଏବଂ ଖୁବ ଶୀଘ୍ର ଏହା ଶେଷ ହେବ ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ LWE cadre ମାନଙ୍କୁ ହିଂସା ଛାଡି ମୁଖ୍ୟଧାରାକୁ ଫେରି ଆସିବା ସହିତ ବିକାଶ କାମକୁ ଆଗେଇ ନେବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।
ଏହି ଅବସରରେ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ତଥା କ୍ରୀଡା ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ଥିର ଓ ସ୍ବଚ୍ଛ ଶାସନ ଯୋଗୁ ଓଡିଶା ଆଜି ବିକାଶ କ୍ଷେତ୍ରରେ ବିଶ୍ବ ଦରବାରରେ ସୁନାମ କରିଛି । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ବାଭିମାନ ଅଞ୍ଚଳର ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆସିଛି ବୋଲି ସେ କହିଥିଲେ । ନବରଙ୍ଗପୁର ସାଂସଦ ଶ୍ରୀ ରମେଶଚନ୍ଦ୍ର ମାଝୀ ଏବଂ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା ମଧ୍ୟ କାର୍ଯ୍ୟକ୍ରମରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ସ୍ବାଭିମାନ ଅଞ୍ଚଳର କିଛି ଜନସାଧାରଣଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ସେମାନେ ସମସ୍ତେ କହିଥିଲେ ଯେ ଗୁରୁପ୍ରିୟା ସେତୁର ନିର୍ମାଣ ସହିତ ଅଞ୍ଚଳର ବିକାଶ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁ ସେମାନେ ଆଜି ସବୁପ୍ରକାର ସୁବିଧା ପାଇପାରୁଛନ୍ତି। ଗମନାଗମନର ସୁବିଧା ସହିତ ଘର, ଜମି, ଚାଉଳ, ମୋବାଇଲ ସବୁ ସୁବିଧା ସେମାନେ ଆଜି ପାଉଛନ୍ତି। ବାପା ମା ଜନ୍ମଦାତା ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ କର୍ମଦାତା ବୋଲି ସେମାନେ ମତ ଦେଇଥିଲେ।
ଏହି ଅବସରରେ ସ୍ବାଭିମାନ ଅଞ୍ଚଳ ବିକାଶ ସଂପର୍କିତ ଏକ ଚଳଚ୍ଚିତ୍ର ପଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗ ସଚିବ, Bharat Infratel ର ରାଜ୍ୟ ମୁଖ୍ୟ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ସମ୍ ହସ୍ପିଟାଲ୍‌ର ବଡ ସଫଳତା : ଦ୍ୱିତୀୟ ଯକୃତ ପ୍ରତ୍ୟାରୋପଣ

ଭୁବନେଶ୍ୱର :  ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ ଗତ ମାର୍ଚ୍ଚ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ କରାଯାଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଦ୍ୱିତୀୟ ଯକୃତ ପ୍ରତ୍ୟାରୋପଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରାଯାଇଛି ।
ହାଇଦ୍ରାବାଦ ସ୍ଥିତ ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ସହଭାଗିତାରେ ସମ୍ ହସ୍ପିଟାଲ୍ ପକ୍ଷରୁ ଚଳିତ ମାସ ଦ୍ୱିତୀୟ ଲିଭିଙ୍ଗ ଡୋନର ଯକୃତ ପ୍ରତ୍ୟାରୋପଣ ନିମନ୍ତେ ଯୋଜନା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ।
ଗତ ମାର୍ଚ୍ଚ ମାସ ୫ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ଶ୍ରୀ ଜୟନ୍ତ ବିଶ୍ୱାଳଙ୍କର ଯକୃତ ପ୍ରତ୍ୟାରୋପଣ ସମ୍ ହସ୍ପିଟାଲ୍‌ରେ କରାଯାଇଥିଲା । ଦୀର୍ଘ ୯ ଘଂଟା ଧରି କରାଯାଇଥିବା ଏହି ସର୍ଜରୀରେ ଯକୃତ ରୋଗରେ ପୀଡ଼ିତ ବାପାଙ୍କ ଶରୀରରେ ତାଙ୍କ ପୁଅ ସୋମ୍ୟ ରଞ୍ଜନ ବିଶ୍ୱାଳଙ୍କର ଯକୃତର କିଛି ଅଂଶ ଯୋଡା ଯାଇଥିଲା । ପୀଡ଼ିତ ଜୟନ୍ତ ବିଶ୍ୱାଳ ଯକୃତ ରୋଗର ଶେଷ ପର୍ଯ୍ୟାୟ ଲିଭର ସିରୋସିସ୍‌ରେ ପୀଡ଼ିତ ଥିଲେ । ତେବେ ପ୍ରତ୍ୟାରୋପଣ ପରେ ଉଭୟ ବାପା ଓ ପୁଅ ସୁସ୍ଥ ଅଛନ୍ତି ।
ଏହି ଲିଭର ପ୍ରତ୍ୟାରୋପଣ ନିମନ୍ତେ ହସ୍ପିଟାଲ୍ ପକ୍ଷରୁ ଗ୍ୟାଷ୍ଟ୍ରୋ-ଇନ୍‌ଟେଷ୍ଟାଇନାଲ୍ ସର୍ଜରୀ, କାର୍ଡିଓଲୋଜି, କ୍ରିଟିକାଲ୍ କେୟାର, ଆନେସ୍‌ଥେସିଆ, ନେଫ୍ରୋଲୋଜି, ୟୁରୋଲୋଜି, କାର୍ଡିଓ ଥୋରାସିକ୍ ଓ ଭାସ୍କୁଲାର୍ ସର୍ଜରୀ, ହେମାଟୋଲୋଜି ଲାବ୍‌, ପାଥ ଲାବ୍‌, ବ୍ଲଡ୍ ବ୍ୟାଙ୍କ ଓ ନର୍ସିଂ ଭଳି ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଏକ ବଡ ଟିମ୍ ଗଠନ କରାଯାଇଛି । ସେହିପରି ବାୟୋ ମେଡିକାଲ୍‌, ଡାଏଟିକ୍ସ, ସେଂଟ୍ରାଲ୍ ଷ୍ଟେରାଇଲ୍ ଓ ସପ୍ଲାଏ ଡିପାର୍ଟମେଂଟର ସଦସ୍ୟମାନଙ୍କୁ ମଧ୍ୟ ସାମିଲ କରାଯାଇଛି ।
ଗତ ଶୁକ୍ରବାର ଦିନ ମାର୍ଚ୍ଚ ୫ ତାରିଖରେ ସମ୍ ହସ୍ପିଟାଲ୍‌ରେ କରାଯାଇଥିବା ଯକୃତ ପ୍ରତ୍ୟାରୋପଣରେ ସାମିଲ ଥିବା ସମସ୍ତ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଦ୍ୱିତୀୟ ପ୍ରତ୍ୟାରୋପଣ ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା ।
ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଥିଲେ ଯେ ଏଭଳି ପ୍ରୟୋଗାତ୍ମକ ଏବଂ ଅତ୍ୟାଧୁନିକ ସର୍ଜରୀ କରିବା କ୍ଷେତ୍ରରେ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରୁଛି ଏବଂ ସେମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ।
ସେହିପରି ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏଭଳି ସଫଳତା ଯୋଗୁଁ ହିଁ ଲୋକମାନେ ସମ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଅଧିକ ଭରସା କରୁଛନ୍ତି । ଏଭଳି ସର୍ଜରୀ ପରିଚାଳନା କରିବା ନିମନ୍ତେ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗରେ ଖୁବ୍ ଉଚ୍ଚକୋଟୀର ଅଭିଜ୍ଞତାପୂର୍ଣ୍ଣ ଟିମ୍ ରହିଛି ବୋଲି ସେ କହିଥିଲେ ।
ଏହି ଅବସରରେ ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ରାଜେଶ ଲେଙ୍କା, ଆଡିସ୍‌ନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା, ଜିଆଇ ସର୍ଜରୀ ବିଭାଗ ମୁଖ୍ୟ ଡଃ ପ୍ରେମାନନ୍ଦ ପଟ୍ଟନାୟକ, ରେଡିଓଲୋଜି ବିଭାଗ ମୁଖ୍ୟ ପ୍ରଫେସର ସତ୍ୟ ସୁନ୍ଦର ମହାପାତ୍ର, ଜିଆଇ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସତ୍ୟପ୍ରକାଶ ରାୟଚୌଧୁରୀ ଏବଂ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଦେବକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍‌ରେ ଅତ୍ୟାଧୁନିକ ଏଣ୍ଡୋସର୍ଜରୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ….

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶଲ୍ୟ ଚିକିତ୍ସା ବିଭାଗ ଅଧିନରେ ଅତ୍ୟାଧୁନିକ ଏଣ୍ଡୋସର୍ଜରୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ବିଭାଗରେ ତିନୋଟି ଏଣ୍ଡୋଟ୍ରେନର୍ ମେସିନ୍ ସହିତ ଓପନ୍ ସର୍ଜରୀ ନିମନ୍ତେ ୧୫ଟି ଅତ୍ୟାଧୁନିକ ଯନ୍ତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର  ସର୍ଜରୀ ବିଭାଗର ପି.ଜି ଓ ଏମ୍‌ସି.ଏଚ୍‌, ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷା ଗ୍ରହଣ ସମୟରେ ଅସ୍ତ୍ରୋପଚାର କୌଶଳକୁ କିଭଳି ଅଧିକ ଦକ୍ଷ କରିପାରିବେ ସେଥି ନିମନ୍ତେ ଏହି କେନ୍ଦ୍ର ଖୋଲାଯାଇଛି । ସର୍ଜରୀ ବିଭାଗର ବରିଷ୍ଠ ସର୍ଜନମାନେ ଉକ୍ତ ଯନ୍ତ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇପାରିବେ ।
ଶରୀରର ଉପୁଜୁଥିବା ବିଭିନ୍ନ ରୋଗ ଯେପରି ପିତକୋଷରେ ପଥର, ପିତନଳୀ ଓ ପାକସ୍ଥଳୀରେ ଉପୁଜୁଥିବା ଜଟିଳ ରୋଗ ଗୁଡ଼ିକର ଲାପେ୍‌୍ରାସ୍କୋପିକ୍ ପଦ୍ଧତିରେ ସଠିକ୍  ଓ ସରଳିକୃତ ଭାବେ ଅସ୍ତ୍ରୋପଚାର ହୋଇପାରିବ ସେ ନେଇ ଏହି ଯନ୍ତ୍ର ସର୍ଜରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ମୁଖ୍ୟ ଭୂମିକା ଗ୍ରହଣ କରିବ ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର, ମେଡିକାଲ୍ ସୁପରିଟେଣ୍ଡେନ୍‌ଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡ. ଜଗଦାନନ୍ଦ ମିଶ୍ର, ପ୍ରଫେସର ଡ. ପି.କେ. ସାହୁ, ପ୍ରଫେସର ଡ. ଦେବାଶିଷ ସାମଲ୍‌. ପ୍ରଫେସର ଡ. ରଶ୍ମିରଞ୍ଜନ୍ ସାହୁ, ବାୟୋମେଡିକାଲ୍ ବିଭାଗ ପକ୍ଷରୁ ପ୍ରେମନାଥ ତାଣ୍ଡି, ମନୋରମା ପରିଡା, ସୋଆର ସୁପରିଟେଣ୍ଡିଂ ଇଞ୍ଜିନିୟର ଇଂ ଚିତରଞ୍ଜନ୍ ମାନ୍ଧତା, ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ ଡ. ଏଲ୍‌. ରଥ ଓ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଇଂ ପ୍ରହଲ୍ଲାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀମନ୍ଦିର ପାଇଁ 154 କୋଟି ଟଙ୍କାର ବଜେଟ…..

ପୁରୀ  :  ଡିସେମ୍ବର ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର | ଏଥିସହ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଶୃଙ୍ଖଳିତ ଭବେ ଶେଷ କରିବାକୁ ଚାଲିଛି ପ୍ରସ୍ତୁତି । ତେବେ କରୋନା ଯୋଗୁଁ ପ୍ରଭାବିତ ହୋଇଛି ଶ୍ରୀମନ୍ଦିରର ଆୟ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବା ସହ 154 କୋଟି ଟଙ୍କାର ବଜେଟ ପାରିତ ହୋଇଛି |
କରୋନା ହେତୁ ଶ୍ରୀମନ୍ଦିର ପ୍ରଶାସନର ଖର୍ଚ ବୃଦ୍ଧି ସହ ଆୟ କମ ରହିଛି | ଯାହା ଫଳରେ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ବେଳେ ଏହାକୁ ଭରଣ ପୋଷଣ କରିବା ଏବଂ ଅଧିକ ଆୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ଅନଲାଇନ ମାଧ୍ୟମରେ ସଂଗ୍ରହ କରାଯିବାକୁ କରାଯିବ ଉଦ୍ୟମ | ସେହିପରି ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲିବା ନିମନ୍ତେ ସ୍ୱତନ୍ତ୍ର କମିଟି ମାଧ୍ୟମରେ ଆସନ୍ତା 30ଦିନ ମଧ୍ୟରେ ନିଷ୍ପତି ନିଆଯିବ | ଏପରିକି ଦର୍ଶନ ବ୍ୟବସ୍ଥା ପାଇଁ ମଧ୍ୟ ଛତିଶା ନିଯୋଗର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ଡିସେମ୍ବର ତୃତୀୟ ସପ୍ତାହ ମଧ୍ୟରେ ଦର୍ଶନ ପାଇଁ ଚୂଡାନ୍ତ ନିଷ୍ପତି ନିଆଯିବ |
ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର କହିଥିଲେ ଯେ ମନ୍ଦିର ବନ୍ଦ ଥିବାରୁ ହୁଣ୍ଡିରୁ କୌଣସି ଆୟ ହେଉନାହିଁ । ଫଳରେ ଶ୍ରୀମନ୍ଦିର ପାଣ୍ଠିରେ ଅର୍ଥ ହ୍ରାସ ପାଇଛି । ଅନ୍ୟପକ୍ଷରେ ଶ୍ରୀଜୀଉମାନଙ୍କର ଦୈନନ୍ଦିନ ନୀତିକାନ୍ତି ପ୍ରଥା ଅନୁଯାୟୀ ଜାରି ରହିଥିବାବେଳେ କୋଭିଡ ମଧ୍ୟରେ ରଥଯାତ୍ରା ହୋଇଥିବାରୁ ଏଥିପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ ହୋଇଛି । ଏଥି ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ମନ୍ଦିର ଖୋଲିବା ପ୍ରସଙ୍ଗରେ ଡକ୍ଟର କୁମାର କହିଛନ୍ତି ଯେ ଏଥିପାଇଁ ମୁଖ୍ୟ ପରିଚାଳକଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଛି । ଭକ୍ତମାନେ କିଭଳି ଆସି ମନ୍ଦିରରେ ସୁରୁଖୁରୁରେ ଦର୍ଶନ କରିବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ । ନୀତି ପ୍ରଶାସକ ଓ ସେବାୟତମାନଙ୍କ ମତାମତ ଏ ସଂକ୍ରାନ୍ତରେ ଲୋଡାଯିବ ।
ଅନ୍ୟପଟେ ଐତିହ୍ୟ କରିଡର ନିର୍ମାଣ ନେଇ ଅଧିକୃତ ହୋଇଥିବା ଜମି ଶ୍ରୀମନ୍ଦିର ଖାତାକୁ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରାଯିବା ସହ ପରିଚାଳନା କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛି | ଆସନ୍ତା 19 ତାରିଖରେ ରୁପା କବାଟ ଡିଜାଇନ ଫାଇନାଲ ପାଇଁ 20ଜଣିଆ କମିଟି ନିଷ୍ପତି ନେବାକୁ ଥିବାବେଳେ ପ୍ରାଥମିକ ସ୍ଥରରେ ଆଠଗୋଟି ଦ୍ୱାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେବ | 27ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବାକୁ ଥିବାବେଳେ ସେହି ବେଶ ଶୃଙ୍ଖଳିତ ଭାବେ ସମାପନ କରାଯିବାକୁ ନେଇ ଆଜି ବୈଠକରେ ଆଲୋଚନା ହୋଇଥିବା ବେଳେ ଆଗାମୀ ଶନିବାର ଦିନ ଏନେଇ ଅଧିକ ଆଲୋଚନା କରାଯିବ |
ସେବାୟତ କଲ୍ୟାଣ ନେଇ କରୋନା ସମୟରେ 4ଥର ସହାୟତା ରାଶି ଯୋଗାଇ ଦିଆଯାଇଥିବା ବେଳେ ପଞ୍ଚମ ଥର ଦିଆଯିବା ପାଇଁ ନିଷ୍ପତି ଉପରେ ଆଜି ବୈଠକରେ ଆଲୋଚନା କରାଯାଇଛି |

କିମସରେ ଖୋଲିଲା ପୋଷ୍ଟ କୋବିଡ କ୍ଲିନିକ….

ଭୁବନେଶ୍ୱର : କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ନିମନ୍ତେ କିମସରେ ଏକ ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ ଖୋଲିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାର ୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୯୦ ହଜାର ସୁସ୍ଥ ହୋଇ ସାରିଲେଣି। ଏହି ସମୟ ମଧ୍ୟରେ କିମସ ସ୍ଵତନ୍ତ୍ର କୋବିଡ ହସପିଟାଲରେ ୬ ହଜାର କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୦ ଜଣ କରୋନା ସଂକ୍ରମିତ ପ୍ରସୂତି କିମସ ସ୍ଵତନ୍ତ୍ର କୋବିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ ଓ ସେମାନେ ସାଧାରଣ ଓ ସିଜରିଆନ ଡେଲିଭେରୀ ମାଧ୍ୟମରେ ୧୫୦ ଶିଶୁଙ୍କୁ ଜନ୍ମ ଦେଇଥିଲେ। ଏମାନଙ୍କ ମଧ୍ୟରୁ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ୨୫ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଦୀର୍ଘଦିନ ଧରି ଦୁର୍ବଳତା, ହାଲିଆ ଅନୁଭବ କରିବା, ଶ୍ଵାସକ୍ରିୟାରେ ଅସୁବିଧା, କଫ, ଜ୍ଵର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି। ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରବର୍ତ୍ତୀ ଚିକିତ୍ସା ନିମନ୍ତେ କିମସରେ ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ ଖୋଲାଯାଇଛି। ଏହି କ୍ଲିନିକରେ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞଙ୍କ ଦ୍ଵାରା ମା ଓ ନବଜାତ ଶିଶୁର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ଆବଶ୍ୟକ ପରାମର୍ଶ ଦିଆଯାଉଛି। ଏଠାରେ ମଧ୍ୟ ସମସ୍ତ ପ୍ରକାର ପରୀକ୍ଷା ଓ ଇମେଜିଙ୍ଗ ସୁବିଧା ଉପଲବ୍ଧ। ଆବଶ୍ୟକ ସ୍ଥଳେ କାର୍ଡିଓଲୋଜିଷ୍ଟ, ପାଥୋଲୋଜିଷ୍ଟ କିମ୍ବା ଫିଜିସିଆନଙ୍କ ପରାମର୍ଶ ନେଇପାରିବେ। ଏହି କ୍ଲିନିକ ସମସ୍ତ କାର୍ଯ୍ୟ ଦିବସରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହୁଥିବା କିମସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ବାଲେଶ୍ୱରରେ ଗ୍ରାଉଣ୍ଡକୁ ଯାଇ ଧନ୍ୟବାଦ ଦେଲା ବିଜେଡି…… .

ଯାଜପୁରରେ କାଳୀପୂଜା ଫିକା : ମା ଓ ଭକ୍ତ ଭିତରେ ଭୂତାଣୁ ପାଚେରୀ…

ଯାଜପୁର :  ପୁରା ଟାଉନ ଆଲୋକମୟ, ପୂଜା ଭିଡରେ ଦିନ ରାତି ଏକ ହୋଇଥାନ୍ତା l ଘରକୁ କୁଣିଆ ଆସିଥାନ୍ତେ l  ବିଭିନ୍ନ ପୂଜା କମିଟିରେ ସପ୍ତାହ ଧରି ମନରଞ୍ଜନ କାର୍ଯ୍ୟକ୍ରମ ହୋଇଥାନ୍ତା l ପୁଣି ପାଦେ ପାଦେ ଚାଲିଲେ ବଡ଼ ବଡ଼ ତୋରଣ ପ୍ରତିଯୋଗିତା l  ଆଉ ଶେଷରେ ୨ ଦିନ ଧରି ଭାଷଣି ଉତ୍ସବ l ହେଲେ ଏ ବର୍ଷ କିନ୍ତୁ ଏ ସବୁ ଦେଖିବାକୁ ମିଳୁନି l  ଏମିତି ଚାଟ, ଠୁଙ୍କାପୁରୀ, ମିନା ବଜାର,  ମଥୁରା କେକ  ଖାଇବାର ବି ଲୋକେ ମଜା ଉଠାଇ ପାରିଲେ ନାହିଁ l ପୂଜା ବୁଲା ସହ ସେଲ୍ଫି ଉଠାଇବାର ମଜା ବି ଫିକା ପଡିଲା l କରୋନା ପାଇଁ ସବୁ ଖାଁ ଖାଁ  l ସବୁଠାରୁ ବଡ କଥା ହେଉଛି ମା ଓ ଭକ୍ତଙ୍କ ମଧ୍ୟରେ ଯେମିତି ପାଚେରୀ ହୋଇ ଛିଡା ହୋଇଛି  ଅଦୃଶ୍ୟ ଭୁତାଣୁ l ଯାଜପୁର ଗଣପର୍ବ  ପାଲଟିଥିବା  କାଳୀପୂଜାରେ ସେପରି ପାଳନ କରାଯାଉନି   । ଚଳିତ ବର୍ଷ କୋରୋନା ଜନିକ କଟକଣା ପାଇଁ ସଂପୁର୍ଣ୍ଣ ନିରାଡମ୍ବରରେ ପାଳିତ ହେଉଛି  କାଳୀପୂଜା । ନା ସାଜସଜା ହୋଇଛି  ନା  କୌଣସି ସାସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି ବିଭିନ୍ନ ପୂଜା କମିଟିରେ  । କେବଳ ପରମ୍ପରା ରକ୍ଷା ପାଇଁ ପ୍ରତ୍ୟେକ ପୂଜା ମଣ୍ଡପରେ ମା କାଳୀ ଓ ଲକ୍ଷ୍ମୀନାରାୟଣଙ୍କ ପୂଜା ପାଇଛନ୍ତି  । ଚଳିତ ବର୍ଷ ସହରରେ ୪୬ଟି ମେଢ଼ ହୋଇଛି । ଦୀପାବଳୀ ଠାରୁ ଯାଜପୁର ସହରରେ ଆରମ୍ଭ ହୁଏ କାଳୀପୂଜା l ସାରା ରାଜ୍ୟରେ କାଳୀପୂଜା ପାଇଁ  ଯାଜପୁରର ରହିଛି ସ୍ୱତନ୍ତ୍ର ପରିଚୟ । ସୁନ୍ଦର ଆଲୋକମାଳା ଓ ସୁଦୃଶ୍ୟ ତୋରଣ ସାଂଗକୁ ରଂଗିନ ପୂଜା ମଣ୍ଡପରେ ପୂଜା ପାଆନ୍ତି ମା କାଳୀ ଓ ଲକ୍ଷ୍ମୀନାରାୟଣ । କିନ୍ତୁ ଚଳିତ ବର୍ଷ ସଂପୁର୍ଣ୍ଣ ନିରାଡମ୍ବରରେ ପୂଜାର୍ଚ୍ଚନା ହେଉଛି । କୋରୋନା ଜନିତ କଟକଣା ପାଇଁ ପିଂକା ପଡିଛି ପୂଜାର ମାହୋଲ । ସରକାରଙ୍କ ନିୟମ ଅନୁଯାୟୀ ମାଙ୍କ ମୃଣ୍ମୟୀ ମୂର୍ତିକୁ ୪ ପୁଂଟ ଭିତରେ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । କୌଣସି ପ୍ରକାର ସାଜସଜ୍‌ା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଛି । ଯାହାକୁ ଅକ୍ଷର ଅକ୍ଷର ପାଳନ କରୁଛନ୍ତି ପୂଜା କମିଟିମାନେ l କୌଣସି ପ୍ରକାର ସାଜସଜା ନଥିବାରୁ କେବଳ ମୂର୍ତିକୁ ଆକର୍ଷଣୀୟ କରାଯାଇଛି l ଅନେକ ପୂଜା କମିଟିରେ କୁତ୍ରିମ ରଂଗ ବଦଳରେ ପ୍ରାକୃତିକ ରଂଗ ବ୍ୟବହାର କରି ମା କୁ ସଜେଇ ଦିଆଯାଇଛି l

ପ୍ରତିବର୍ଷ  ପୂଜା ଦେଖିବାକୁ ଜିଲା ତଥା ଜିଲା ବାହାରୁ ହଜାର ହଜାର ଲୋକଙ୍କ ଭିଡ ଜମେ । ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍‌ୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ଯୋଗୁଁ  ଏସବୁ କାର୍ଯ୍ୟକ୍ରମରେ ଲାଗିଛି ବ୍ରେକ । ଯେଉଁଥି ପାଇଁ ଦର୍ଶକ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନାହିଁ ଉତ୍ସାହ । ସବୁଠାରୁ ବଡ଼ କଥା ହେଉଛି  ପ୍ରତ୍ୟେକ ପୂଜା କମିଟି ସଦସ୍ୟଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି l  ଚଳିତ ବର୍ଷ ଗୋଟିଏ ଦିନରେ ଭସାଣ ଉତ୍ସବ କରିବାକୁ ନିଷ୍ପତି ହୋଇଛି । ଭସାଣ ଉତ୍ସବ ୧୮ ତାରିଖରେ ଅନୁଷ୍ଠିତ ହେବ । କୋଭିଡ଼ କଟକଣା ଭିତରେ   ସବୁ ପୂଜା   କମିଟି   ପୂଜା  କରୁଥିବାର      ଯାଜପୁରର ପୂର୍ବତନ ପରିଷଦ ଅଧକ୍ଷ ଭବ ପ୍ରସାଦ ଦାସ ଧନ୍ୟବାଦ ଦେଇଛନ୍ତି l

ବଡ଼ ବଡ଼ିଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ

ଯାଜପୁର : ବଡ଼ ବଢ଼ିଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ l ଦୀପାବଳି ଦିନ ପିତୃପୁରୁଷଙ୍କୁ କାଉଁରୀଆ କାଠିରେ ପୟା ଡାକ ଆମ ସଂକୃତି ଓ ପରମ୍ପରାର ବଡ଼ ପ୍ରତୀକ । ଆଜିର ଦିନରେ 14 ପୁରୁଷକୁ ପିଣ୍ଡଦାନ କରାଯାଇଛି l ମଲାପରେ ବର୍ଷବର୍ଷ ଧରି ପିତୃପୁରୁଷଙ୍କ ଆତ୍ମା ଘୁରି ବୁଲୁଥାଏ l ଦୀପାବଳି ଦିନ ପିଣ୍ଡ ପାଇବା ପାଇଁ ଆସନ୍ତି l ତେଣୁ ଏହି ଦିନ ପ୍ରତ୍ୟେକ ଓଡ଼ିଆ ଘରେ ସେମାନଙ୍କ ବଂଶଧର ମାନେ ପିଣ୍ଡଦାନ କରିବା ସହ କାଉଁରୀଆ କାଠିରେ ପୟା ଡାକନ୍ତି l ଆଧୁନିକ ଯୁଗରେ ପ୍ରତ୍ୟେକ ପୁଅ ନିଜ ଘରେ ଏହି ପିଣ୍ଡଦାନ କରିଥାଏ l କରୋନା ଯୋଗୁଁ ଅଧିକାଂଶ ଲୋକ ଘରେ ପିଣ୍ଡଦାନ କରିଛନ୍ତି l

ଦୀପାବଳିରେ ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇଲେ ପ୍ରଣବ…

ଯାଜପୁର : ଯାଜପୁରର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଖୁସି ଖବର l ବରିଷ୍ଠ ନାଗରିକ ମାନଙ୍କ ଆମୋଦପ୍ରମୋଦ ପାଇଁ ଯାଜପୁର ସହରରେ ଖୋଲିଛି ବରିଷ୍ଠ ନାଗରିକ ପ୍ରକୋଷ୍ଠ  l ବହୁ କାରଣରୁ ଅନେକ ସମସ୍ୟା ଯନ୍ତ୍ରଣା ପାଉଥିବା ବରିଷ୍ଠ ନାଗରିକମାନଙ୍କ  ମୁହଁରେ ହସ ଫୁଟାଇବା ପାଇଁ ଏହି ପ୍ରକୋଷ୍ଠ ବେଶ ସହାୟକ ହେବ l ଗୋଟେ ସ୍ଥାନରେ ଏକାଠି ହୋଇ ସେମାନେ ପରସ୍ପର ସହ ଭାବର ଆଦାନପ୍ରଦାନ କରିବେ l ଏହା ସହ ଏମାନଂକୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଏଠାରେ ବ୍ୟବସ୍ଥା କରାଯିବ l ଶନିବାର ଆଲୋକର ପର୍ବ  ଦୀପାବଳି ଉପଲକ୍ଷେ ଯାଜପୁର ପୌରପାଳିକାର ଅଂଚଳରେ  ବିଜେଡି ସଂଗଠନ ସମ୍ପାଦକ ତଥା  ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ଵାରା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଏକ ବରିଷ୍ଟ ନାଗରିକ ଏବଂ ଅବସରର ପ୍ରାପ୍ତ ନାଗରିକ ମାନଙ୍କ ପାଇଁ ସୂଚନା ସେବା କେନ୍ଦ୍ର ଉଦଘାଟନ  କରିଛନ୍ତି । ବିଭିନ୍ନ ସମୟରେ ଅସୁବିଧାରେ ଥିବା ବରିଷ୍ଠ ନାଗରିକମାନେ ଏହି କେନ୍ଦ୍ର ବେଶ ସହାୟକ ହେବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବ l ଗୁରୁଜନ ମାନଂଙ୍କ ସୁବିଧା ଅସୁବିଧା ବୁଝିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ପ୍ରଣବ ଏହି ଅବସରରେ ନିଜ ଭାଷଣରେ କହିଥିଲେ l ବେଶ କିଛି ସମୟ ବରିଷ୍ଠ ନାଗରିକ ମାନଙ୍କ ସହ ଗପସପ ହୋଇଥିଲେ ପ୍ରଣବ l ଏହି କାର୍ଯ୍ୟକ୍ରମରେ ଯାଜପୁର ପୌର ପରିଷଦର ପୂର୍ବତନ ଅଧକ୍ଷ ଭଵ ପ୍ରସାଦ ଦାସ, ପୂର୍ବତନ କାଉସିଲର ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l କେବଳ ସେତିକି ନୁହେଁ ଯାଜପୁରର  ପୌରାଞ୍ଚଳର ସଦାବ୍ରତ ମଠ, ବେଲମ ପୁର ଠାରେ ଏହି ଗୋଷ୍ଠୀ କେନ୍ଦ୍ର ମାନ ଉଦ୍ଘାଟିତ କରିଥିଲେ    ବିଧାୟକ l

ରାଜ୍ୟବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ ଅରୁଣ ସାହୁ…

ଭୁବନେଶ୍ୱର : ରାଜ୍ୟବାସୀ ଆଲୋକର ପର୍ବ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି କୃଷି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ l ବାଣ ନଫୁଟାଇ ପରିବାର ସହ ଦୀପ ଜାଳି ଆନନ୍ଦରେ ଦୀପାବଳୀ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି l ଏହାସହ ନିଜେ ଟୁଇଟ କରି ଲେଖିଛନ୍ତି ଯେ

‘ଅମାବାସ୍ୟା’ ମାନେ – ଘନଘୋର ଅଂଧାର –
ଅଂଧାର ମଧ୍ୟ – ଆଲୋକର ପର୍ବ ।
ଏଭଳି ବୈଚିତ୍ର – ଆମ ଭାରତବର୍ଷର
ଏକ ଅନନ୍ୟ ପରଂପରା – ।

Follow us

20,832FansLike
0FollowersFollow
14,700SubscribersSubscribe

Latest news