ଭୁବନେଶ୍ୱର : ବିଜେଡ଼ି ବିଧାୟକ ଦଳ ବୈଠକ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଯାଇଛି । Covid କଟକଣା ଥିବାରୁ ସାମାଜିକ ଦୂରତା ବଜାୟ ରଖି ଦୁଇଟି ସ୍ଥାନରେ ବିଧାୟକ ମାନେ ବସି ବୈଠକ ରେ ଯୋଗ ଦେଇଥିଲେ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ରୁ ଭର୍ଚୁଆଲ ଯୋଗେ ଯୋଗ ଦେଇ ବିଧାୟକଙ୍କୁ ଅନେକ ପରାମର୍ଶ ଦେଇଛନ୍ତି । ବିଧାନସଭା ର 54 ନମ୍ବର ପ୍ରକୋଷ୍ଠ ରେ ବିଜେଡ଼ି ର 58 ଜଣ ବିଧାୟକ ଓ ନିୟୁ conference ହଲ ରେ 53 ଜଣ ବିଧାୟକ ଉପସ୍ଥିତ ଅଛନ୍ତି । ତିର୍ତୋଲ ଓ ବାଲେଶ୍ୱର ର ନବ ନିର୍ବାଚିତ ବିଧାୟକ ବି ବୈଠକରେ ସାମିଲ୍ ହୋଇଛନ୍ତି ।ବୈଠକ ପରେ ସଂସଦୀୟ ମନ୍ତ୍ରୀ ବିକ୍ରମ ଆରୁଖ କହିଥିଲେ ଯେ ସରକାରଙ୍କ ପକ୍ଷରୁ 10ଟି bill ଉପସ୍ଥାପିତ ହେବ। ଏହା ଭିତରୁ ତିନୋଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସେ ସଂକ୍ରାନ୍ତୀୟ bill ଅଣାଯିବ। ବିରୋଧୀ ଦଳ ପକ୍ଷରୁ ଯାହା ପ୍ରସଙ୍ଗ ଉଠାଇବେ ତାହାକୁ ଆଲୋଚନା କରାଯିବ। ଦଳର ସମସ୍ତ ବିଧାୟକ ମାନେ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା।
ବିଧାନସଭା ପାଇଁ କଂଗ୍ରେସ ତୟାର……….
ଭୁବନେଶ୍ୱର : -ଶୀତ କାଳୀନ ବିଧାନସଭା ଅଧିବେଶନ ପାଇଁ କଂଗ୍ରେସ ର ରଣନୀତି ନେଇ କଂଗ୍ରେସ ବିଧାୟକ ଦଳ ବୈଠକ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ତାଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ବିଧାୟକ ସନ୍ତୋଷ ସିଂହ ସାଲୁଜା ଙ୍କ ବ୍ୟତୀତ ଅନ୍ୟ ୮ ଜଣ ବିଧାୟକ ଉପସ୍ଥିତ ଥିଲେ।
ବିଭିନ୍ନ କ୍ଷେତ୍ରରେ କଂଗ୍ରେସ ବିଧାନସଭାରେ ଶାସକ ଦଳକୁ ବିଧାନସଭାରେ ଘେରିବ। କିନ୍ତୁ ବିଶେଷ କରି କୋଭିଡି କୀଟ ଦୁର୍ନୀତି,କେନ୍ଦ୍ର ସରକାରଙ୍କ ଚାଷୀ ବିଲ, ପୁରୀ ହାଜତ ମୃତ୍ୟୁ ମାମଲା କୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବ ବୋଲି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ
ତାରା ବାହିନୀ ପତି ଗଣମାଧ୍ୟମ କୁ ପ୍ରକାଶ ସୂଚନା ଦେଇଛନ୍ତି।
ପୁଣି ଗଡ଼ିଲା ଯାଜପୁର ବିକାଶ ରଥ…
ଯାଜପୁର: ରାଜ୍ୟରେ ୮ ମାସ କରୋନାର ପ୍ରକୋପ କମିବା ପରେ ଅଟକି ଥିବା ବିକାଶ ମୂଳକ କାମ ପୁଣି ଆଗେଇଛି । ଶ୍ରୀକ୍ଷେତ୍ର ପୁରୀରୁ ନବୀନ ଏହି ବିକାଶ କାର୍ଯ୍ୟକ୍ରମକୁ ଆଗେଇଥିଲେ । ଆଉ ସମାନ ଢଙ୍ଗରେ ବିରଜା କ୍ଷେତ୍ରର ବିକାଶ ମୂଳକ କାମକୁ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ପୁନର୍ବାର ଆରମ୍ଭ କରିଛନ୍ତି । ପୁରା ଜିଲ୍ଲାରେ କରୋନା ପାଇଁ ଅଟକି ଥିବା ଉନ୍ନୟନ କାମ ପୁଣି ଥରେ କିପରି ଜୋରଦାର ହେବ ତାର ସମୀକ୍ଷା କରିବା ସହ ଗ୍ରାଉଣ୍ଡକୁ ଯାଇ ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି । ସାଙ୍ଗରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ଓ ସ୍ଥାନୀୟ ବିଧାୟକଙ୍କ ନେଇ ଅଧାପାନ୍ତରା କାମକୁ ସାରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଯାଜପୁରରେ ମେଡିକାଲ କଲେଜ , ପାର୍କ, ଟ୍ରମା କେୟାର ସେଣ୍ଟର, ଧର୍ମଶାଳାରେ ଦ୍ୱିତୀୟ କୁସୁମା, ଖେଳ ପଡିଆ ଓ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ପରଖିଛନ୍ତି ।
ବର୍ତ୍ତମାନ ପରିସ୍ଥିତିରେ ମାସ୍କ ହିଁ ଫଳପ୍ରଦ ପ୍ରତିରୋଧ: ମୁଖ୍ୟମନ୍ତ୍ରୀ
ସ୍ବାସ୍ଥ୍ୟ କର୍ମୀଙ୍କ ସହିତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ ପ୍ରଥମିକତା ଦିଆଯିବ – ମୁଖ୍ୟମନ୍ତ୍ରୀ
ବର୍ତ୍ତମାନ ପରିସ୍ଥିତିରେ ମାସ୍କ ହିଁ ଫଳପ୍ରଦ ପ୍ରତିରୋଧ
ଭୁବନେଶ୍ବର : କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା ଉଜ୍ଜଳ ହୋଇଛି । ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଏ କ୍ଷେତ୍ରରେ ଗୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ସମାଜର ବିପଦସଂକୁଳ ବର୍ଗର ବ୍ୟକ୍ତି ମାନଙ୍କୁ ଟୀକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ (Full Proof) ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ .
ଆଜି କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟୀକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ଅଧିକ ଫଳପ୍ରଦ ପ୍ରତିରୋଧକ ।
ତେଣୁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଏବଂ ହାତ ଧୋଇବା ଆଦି ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ଆମେରିକା ଓ ପଶ୍ଚିମ ଇଉରୋପୀୟ ଦେଶ ଏବଂ ଆମର ନୂଆଦିଲ୍ଲୀରେ ଯେଭଳି କୋଭିଡ ର ଦ୍ବିତୀୟ ପ୍ରବାହ ଆରମ୍ଭ ହୋଇଛି, ତାକୁ ଦୃଷ୍ଟିରେ ରଖି ଆମେ ସତର୍କତାକୁ ଜାରି ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଗୋଟିଏ ମାସ ଭିତରେ ଆମେରିକାରେ ସଂକ୍ରମଣ ତିନି ଗୁଣ ବଢିବା ରୋଗର ଗୁରୁତର ଦିଗ ପ୍ରତି ସୂଚୀତ କରୁଛି । ତେଣୁ ଆମକୁ ଶୀତ ଋତୁ ପାଇଁ ସତର୍କ ରହିବା ସହିତ କୋଭିଡ ହସ୍ପିଟାଲର ICU ଗୁଡିକୁ ମଧ୍ୟ କାର୍ଯ୍ୟକ୍ଷମ ରଖାଯାଇଛି ବୋଲି କହିଥିଲେ ।
ଆମର ଆଗୁଆ ଯୋଜନା, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ଏବଂ ବିଭିନ୍ନ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଫଳପ୍ରଦ ତଦାରଖ ଜରିଆରେ ଆମେ ଯେପରି ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଲେ, ଟୀକାକରଣ ପାଇଁ ମଧ୍ୟ ଏବେଠାରୁ ସେହି ଅନୁଭବକୁ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ଲୋକଙ୍କ ଜୀବନ ଜୀବିକା ଯେପରି ବ୍ୟାହତ ନ ହୁଏ, ସେ ଦିଗ ପ୍ରତି ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ ଏବଂ ଏହାର ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଚଳିତ ବର୍ଷ ଓଡିଶା ଜାତୀୟ ସ୍ତରରେ ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ ଭାବରେ ବିବେଚିତ ହୋଇଥିବା ଏବଂ କଳାହାଣ୍ଡି ଜିଲ୍ଲା Best Inland Dist ପୁରସ୍କାର ପାଉଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ମତ୍ସ୍ୟ ଓ ପଶୁପାଳନ ବିଭାଗ ଓ କଳାହାଣ୍ଡି ଜିଲ୍ଲା ବାସୀ କୁ ଅଭିନନ୍ଦନ ଜଣାଇଥିଲେ ।
କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ପରିଚାଳନା କରାଯାଇପାରିବ, ସେ ସଂପର୍କରେ ବିଚାର ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏ ଦିଗରେ ଭାରତ ସରକାର ଏବଂ ଅନ୍ୟ ରାଜ୍ୟମାନେ କଣ ପଦକ୍ଷେପ ନେଉଛନ୍ତି, ତାକୁ ମଧ୍ୟ ବିଚାରକୁ ନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ପୂଜା ଋତୁରେ ଜନସାଧାରଣ ଶୃଙ୍ଖଳିତ ଭାବରେ ନିୟମ ପାଳନ କରିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠା ଯୋଗୁ ଆଜି ଓଡିଶାରେ ଆରୋଗ୍ୟ ହାର ୯୭ ପ୍ରତିଶତ ବୃଦ୍ଧି ପାଇ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଶୀତ ଋତୁରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ବ୍ୟବସ୍ଥା ଏବଂ ଜୀବନଜୀବିକା ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଙ୍କ ବିସ୍ତୃତ ଭାବରେ ଅବଗତ କରାଇଥିଲେ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ମହାପାତ୍ର ଶୃଙ୍ଖଳିତ ଟୀକାକରଣ ପାଇଁ ନିଆଯାଇଥିବା ପଦଷେପ ସଂପର୍କରେ ଉପସ୍ଥାପନା କରିଥିଲେ ।
ରାଜ୍ୟରେ କରୋନା ସଂକ୍ରମଣରେ ଉଲ୍କେଖନୀୟ ହ୍ରାସ ଘଟୁଛି ବୋଲି ସୂଚନା ଦେଇଥିଲେ
। କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା ରବି ଚାଷ ତଥା ଜୀବିକା ସହାୟତାରେ ଦିଆଯାଇଥିବା ମାଛ, କୁକୁଡା ଚାଷ ଆଦି ବିଷୟରେ ଉପସ୍ଥାପନ ଦେଇଥିଲେ । ମାଛ ତଥା ଅନ୍ୟାନ୍ୟ ଆନୁଷଂଗିକ ଚାଷ କ୍ଷେତ୍ରରେ subsidy ପାଇବାରେ ଯେପରି ହିତାଧିକାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସମବାୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଖରିଫ ଧାନ ସଂଗ୍ରହ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବର୍ତ୍ତମାନ ସୁଦ୍ଧା ୧୪,୯୭,୦୦୦ ଚାଷୀ registration କରିଥିବା ବେଳେ ବରଗଡ, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି ଏବଂ ଡିସେମ୍ବର ମାସ ସୁଦ୍ଧା ସବୁ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ ।
ଏ ବର୍ଷ ରାଜ୍ୟରେ ପ୍ରଚୁର ଫସଲ ହୋଇଥିବାରୁ ଅନ୍ୟ ରାଜ୍ୟର ଅସାଧୁ ବ୍ୟାବସାୟୀମାନେ ଯେପରି ସଂଗ୍ରହ କାର୍ଯ୍ୟରେ ଫାଇଦା ନ ନିଅନ୍ତି, ସେଥିପ୍ରତି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ବତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଅଂଶଗ୍ରହଣ କରିଥିଲେ ।
ପ୍ରଣବ କଲେ କୋଭିଡ ଟେଷ୍ଟ…….
ଭୁବନେଶ୍ୱର : ବିଧାନସଭାର ଶୀତ କାଳୀନ ଅଧିବେଶନ ପାଇଁ ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । ତିନି ଦିନ ଧରି ଏହି ଟେଷ୍ଟ ହେବ । ଆସନ୍ତା ନଭେମ୍ବର 20 ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ବିଧାୟକମାନେ ନିଜର କରୋନା ଟେଷ୍ଟ କରିଛନ୍ତି । ଏହି ମର୍ମରେ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ନିଜର କରୋନା ଟେଷ୍ଟ କରିଛନ୍ତି । ଦ୍ୱିତୀୟ ଦିନରେ ବିଧାନସଭା ପରିସରରେ ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥାରେ ପ୍ରଣବ ନିଜର କରୋନା ଟେଷ୍ଟ କରିଛନ୍ତି । ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଶାରେ ସମସ୍ତ ବିଧାୟକ କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ । ପ୍ରଥମ ଦିନରେ ୨୬ ଜଣ ବିଧାୟକ ଏହି ଟେଷ୍ଟ କରିଥିବାବେଳେ ଦ୍ୱିତୀୟ ଦିନରେ ଅଧିକାଂଶ ବିଧାୟକ କରିଛନ୍ତି । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନ ପାଇଁ ଅନୁମତି ମିଳିବ।
ସର୍ବଦଳୀୟ ବୈଠକ କିଏ କଣ କହିଲେ…….
ଭୁବନେଶ୍ୱର : ନଭେମ୍ବର 20ତାରିଖରେ ବିଧାନସଭାର ଶୀତ କାଳୀନ ଅଧିବେଶନ l ଏହା ପୂର୍ବରୁ ସର୍ବ ଦଳୀୟ ବୈଠକ ଶେଷ ହୋଇଛି l ବୈଠକ ପରେ କିଏ କଣ କହିଲେ ନଜର ପକାନ୍ତୁ….
ସୂର୍ଯ୍ୟ ନାରାୟଣ ପାତ୍ର, ବାଚସ୍ପତି : ସର୍ବଦଳୀୟ ବୈଠକ ଶେଷ। ବୈଠକ ପରେ ବାଚସ୍ପତି ଙ୍କ ପ୍ରତିକ୍ରିୟା। କୋଭିଡ ଗାଇଡ଼ଲାଇନ ଅନୁସାରେ ଏଥର ବିଧାନସଭା ଚାଲିବ। ସାଢ଼େ ଚାରି ଘଣ୍ଟା ହେବ ବିଧାନସଭା। କୋଭିଡ ପରିସ୍ଥିତି ପାଇଁ ଷ୍ଟାର ପ୍ରଶ୍ନ ବନ୍ଦ ହେବ। 20 ତାରଖରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। କୋଭିଡ ସ୍ଥିତିକୁ ଦେଖି ବିଧାୟକ ମାନଙ୍କର ବସିବ ସ୍ଥାନ ନିରୂପଣ କରାଯାଇଛି। ବରିଷ୍ଠ ବିଧାୟକ ମାନେ ଚାହିଁଲେ ଭିଡ଼ିଓ କଂଫେରେନ୍ସିଂଗ ମାଧ୍ୟମରେ ରହିପାରିବେ।
ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା : ପ୍ରଶ୍ନକାଳ ବାତିଲକୁ ବିରୋଧ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଧାନ କିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବେକାରୀ ସମସ୍ୟା, ନିଶା କାରବାର, କୋଭିଡ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ କଂଗ୍ରେସ।
ପ୍ରଦୀପ୍ତ ନାୟକ, ବିରୋଧ ଦଳ ନେତା : ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନଏକଙ୍କ ପ୍ରତିକ୍ରିୟା। ପ୍ରଶ୍ନକାଳ ବାତିଲ କୁ ଆମେ ବିରୋଧ କରୁଛୁ। ପିଇବା ପାଣି ସମସ୍ୟା ଡାକ୍ତର ଅଭାବ ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି , ବିଜୁଳି ଦର ବୃଦ୍ଧି, ଏକାମ୍ର କାନନ ଜମି ହସ୍ତାନ୍ତର, ଧାନ କିନାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠିବ।
ବିଧାନସଭା ପାଇଁ ସର୍ବଦଳୀୟ ବୈଠକ : ହେବନାହିଁ ପ୍ରଶ୍ନକାଳ
ଭୁବନେଶ୍ୱର : ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଶୀତ କାଳୀନ ଅଧିବେଶନ ପରିଚଳନା ନେଇ ହେବ ଆଲୋଚନା । ଏହା ସହ ପ୍ରଶ୍ନ କାଳ ରହିବ କି ନାହିଁ ସେ ଉପରେ ନିଆଯିବ ନିଷ୍ପତ୍ତି । ବୈଠକରେ ଉପସ୍ଥିତ ଅଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମେତ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ, ବିଜେଡି ବିଧାୟକ ତଥା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଅଛନ୍ତି ।
ଶପଥ ନେଲେ ବିଜୟ ଶଙ୍କର ଓ ସ୍ୱରୂପ…
ଭୁବନେଶ୍ୱର : ବାଲେଶ୍ଵର ସଦର ଓ ତିର୍ତ୍ତଳ ନିର୍ବାଚନ ମଣ୍ଡଳୀର ଦୁଇ ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ନେଲେ ଶପଥ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କରାଇଲେ ଶପଥ ପାଠ । ଉପନିର୍ବାଚନରେ ଉଭୟ ବିଜୟ ଲାଭ କରିଥିଲେ । ଆସନ୍ତା 20 ତାରିଖରେ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତ କାଳୀନ ଅଧିବେଶନରେ ଉଭୟ ସାମିଲ ହେବେ । ଶପଥ ପାଠ ଉତ୍ସବରେ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ ଆରୁଖ, ବିଜେଡି ବିଧାୟକ ତଥା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ l ୨ ବିଧାୟକ ଶପଥ ନେବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ ଆରୁଖ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଆଶୀର୍ବାଦ ଦେଇଥିଲେ l
ବିଳମ୍ବିତ ହେବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା | ବିଳମ୍ବିତ ହୋଇପାରେ କିନ୍ତୁ ପରୀକ୍ଷା ହେବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ | ଏଥିପାଇଁ ସର୍ବନିମ୍ନ 3 ମାସ ପାଠପଢ଼ା ହେବ, ତା ପରେ ପରୀକ୍ଷା ଵ୍ୟଵସ୍ଥା କରାଯିବ | ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ହୁଏ, ତାହାହେଲେ ହୁଏତ ପରୀକ୍ଷା ବନ୍ଦ ହୋଇପାରେ | ରାଜ୍ୟ ସରକାର ନିଜଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ, ଯଦି ପରୀକ୍ଷା ବନ୍ଦ କରାଯାଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟେ ବର୍ଷ ପଛୁଆ ହୋଇଯିବେ | ଡିସେମ୍ବର 31 ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଵ୍ୟଵସ୍ଥା ଉପରେ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ |
ପଣ୍ଡାଙ୍କ ଗଣମାଧ୍ୟମକୁ ସୌମ୍ୟଙ୍କ କଟାକ୍ଷ : ପଛ କଥା ଭାବ. .
ଭୁବନେଶ୍ୱର : ଆପଣା ସୁନା ତ ଭେଣ୍ଡି l ଗଣମାଧ୍ୟମ ଗୋଟିଏ ସରକାର ଓ ଗଣତନ୍ତ୍ରକୁ ଶୁଙ୍ଖଳିତ କରିଥାଏ l ନିଜେ ନିଜକୁ ପଚାର, ଅନ୍ୟ କାହାକୁ ସାଟିଫିକେଟ ମାଗନ୍ତୁ ନାହିଁ l ନିଜେ ସରକାରଙ୍କର ଦୋଷ ଦୁର୍ବଳତା ଦେଖେଇପାରୁଛକି ନାହିଁ l ଯେଉଁମାନେ ବର୍ତମାନ କହୁଛନ୍ତି ସେମାନେ କିଛି ବର୍ଷ ତଳେ କଣ ଥିଲେ, କଣ ନଥିଲେ ସେ କଥା ନିଜେ ନିଜକୁ ପ୍ରଶ୍ନ କରିବାରେ ଅଛି l କେଉଁଠି ଲେଖା ଯାଇଛି ଗଣମାଧ୍ୟମ ସଂସ୍ଥାର ମାଲିକ ବିଧାନସଭା ଯିବେ ନାହିଁ l ସେମାନେ ଦିନେ ସରକାରଙ୍କ ପ୍ରତିନିଧି ଥିଲେ, ସେତେବେଳେ ସବୁ ଠିକ ଥିଲା l ଏହି କେତେ ଦିନ ହେବ ଅସୁବିଧା ହୋଇଗଲା l ସବୁ ଭୂଲ ହୋଇଗଲା l ମୋ ପାଠକ ମୋର ସାଟିଫିକେଟ l ଆଉ କେହି ନୁହେଁ l ସରକାରୀ ଵିଜ୍ଞାପନରେ ଗଣମାଧ୍ୟମ ସଂସ୍ଥା ଚାଲେ ନାହିଁ l













