ଭୁବନେଶ୍ୱର : ସ୍ୱାଭାବିକ ହେଲା ବିଧାନସଭା । ରାଜ୍ୟର ପ୍ରାଥମିକ ଶିକ୍ଷାର ଏକତ୍ରିକରଣ ଏବଂ ସୁବ୍ୟବସ୍ଥିକରଣ ନୀତି,ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପ୍ରସଙ୍ଗରେ ଆସିଥିବା ମୋସନ ଉପରେ ଆଲୋଚନା। ପ୍ରସ୍ତାଵ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ।
ସ୍କୁଲକୁ ବନ୍ଦ କରାଯାଇନାହିଁ। ମିଶ୍ରଣ କରାଯାଇଛି। ବିଭିନ୍ନ ସ୍ଥାନରେ 8ଟି ଛାତ୍ରଛାତ୍ରୀରେ ଦୁଇ ଜଣ ଶିକ୍ଷକ ରହୁଛନ୍ତି। ଯାହା ଯଥାର୍ଥ ନୁହେଁ। ଯଦି କିଛି ସ୍କୁଲରେ ନାମଲେଖା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବ,ସେଠାରେ ସ୍କୁଲ ଚାଲି ପାରିବ। ଯଦି କାହାର କିଛି ଅଭିଯୋଗ ରହିଛି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ। ସେଇଠି ସମାଧାନ ହୋଇପାରିବ। ପ୍ରସ୍ତାବ ଆଲୋଚନା ଆରମ୍ଭ କରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହା କହିଛନ୍ତି।
ସ୍କୁଲ ବନ୍ଦ ନେଇ କଣ କହିଲେ ପ୍ରମିଳା…….
ସମ୍ ହସ୍ପିଟାଲରେ କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ (ଫେଜ୍-୩) ପରୀକ୍ଷଣ
ଭୁବନେଶ୍ୱର : କୋଭିଡ 19 ଟୀକା ଶେଷ ପର୍ଯ୍ୟାୟରେ ପହଁଚିଛି l ଫେବୃୟାରୀ ସୁଦ୍ଧା ଟୀକା ଆସିବାର ସମ୍ଭllବନା ଅଛି l ସେପଟେ କରୋନା ଟିକା ‘କୋଭାକ୍ସିନ୍’ ପାଇଁ କସରତ ଜୋର୍ଦାର ହୋଇଛି । ସମ୍ ହସ୍ପିଟାଲରେ ଏହାର ତୃତୀୟ ପର୍ଯ୍ୟାୟ (ଫେଜ୍-୩) ପରୀକ୍ଷଣ ଆରମ୍ଭ ହୋଇଛି । ପୂର୍ବରୁ ଦୁଇଟି ପର୍ଯ୍ୟାୟ ପରୀକ୍ଷଣ ସରିଥିବାବେଳେ ସବୁଠୁ କଠିନ ତଥା ଗୁରୁତ୍ୱପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି । ଏହି ପରୀକ୍ଷଣରୁ ଟିକା ମଣିଷ ଶରୀରରେ ସଫଳ ଭାବେ କାମ କରିବ କି ନା, ତାହା ସ୍ପଷ୍ଟ ହେବ । ସମ୍ ହସ୍ପିଟାଲର ପ୍ରିଭେଣ୍ଟିଭ୍ ଆଣ୍ଡ ଥେରାପିଉଟିକ୍ କ୍ଲିନିକାଲ ଟ୍ରାଏଲ୍ ୟୁନିଟ୍(ପିଟିସିଟିୟୁ)ରେ ଦୁଇ ଜଣ ସ୍ୱେଚ୍ଛାସେବୀଙ୍କଠାରେ ଏହି ପରୀକ୍ଷଣ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ଦୁଇଟି ଡୋଜ୍ ପ୍ରୟୋଗ କରି ପରୀକ୍ଷଣ କରାଯିବ ।
ପ୍ରଥମ ଡୋଜ୍ ଦିଆଯିବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ପରେ ୭ ମାସ ଯାଏ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରାଯିବ । ପ୍ରତି ମାସରେ ସେମାନଙ୍କ କୋଭିଡ୍ ପରୀକ୍ଷା ହେବ । ପରେ ୫ ମାସ ଯାଏ ସେମାନଙ୍କୁ ଫୋନ୍ କରି ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚରାଯିବ ବୋଲି ଓଡ଼ିଶାରେ କୋଭାକ୍ସିନ୍ର ମୁଖ୍ୟ ପରୀକ୍ଷକ (ପ୍ରିନ୍ସପାଲ ଇନଭେଷ୍ଟିଗେଟର) ତଥା ସମ୍ ହସ୍ପିଟାଲ କମ୍ୟୁନିଟି ମେଡିସିନ୍ ବିଭାଗ ପ୍ରଫେସର ଡା. ଇ ଭେଙ୍କଟା ରାଓ ସୂଚନା ଦେଇଛନ୍ତି ।
ତୃତୀୟ ପର୍ଯ୍ୟାୟରେ ପ୍ରାୟ ୧୦୦୦ ସ୍ୱେଚ୍ଛାସେବୀଙ୍କଠାରେ ପରୀକ୍ଷଣ ହେବ । ୫୦୦ଜଣଙ୍କଠାରେ ଟିକା ଦିଆଯିବ । ବାକି ଆଉ ୫୦୦ ଜଣଙ୍କ ଶରୀରରେ ପ୍ଲାସେବୋ (ନାମକୁ ମାତ୍ର) ପରୀକ୍ଷଣ ହେବ । ୭ ମାସ
ଯାଏ ମାସକୁ ଥରେ ସମସ୍ତଙ୍କ କୋଭିଡ୍ ପରୀକ୍ଷା ହେବ । ଟିକାର ଦୀର୍ଘକାଳୀନ ପ୍ରଭାବ ଓ ପାଶ୍ୱର୍ପ୍ରତିକ୍ରିୟା କରୁଛି କି ନା, ଜାଣିବା ପାଇଁ ୧୨ ମାସ ଯାଏ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ ବୋଲି ଡା. ରାଓ କହିଛନ୍ତି । ସମ୍ରେ କୋଭାକ୍ସିନ୍ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ମଣିଷ ଶରୀର ପାଇଁ ଏହା କେତେ ସୁରକ୍ଷିତ ତାହା ଅନୁଧ୍ୟାନ କରାଯାଇଥିଲା । ପରୀକ୍ଷଣ ପରେ ଶରୀରରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ହେଉଛି କି ତାକୁ ଦେଖାଯାଇଥିଲା ।
ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷଣ ପରେ ମଣିଷ ଶରୀରର ରକ୍ତରେ ସୃଷ୍ଟି ହେଉଥିବା ଆଣ୍ଟିବଡି ମାତ୍ରା ଓ ଏହା କୋଭିଡ୍ ବିରୋଧରେ ଲଢ଼େଇ ପାଇଁ ପର୍ଯ୍ୟାପ୍ତ ହେଉଛି କି ନାହିଁ ତାହା ଅନୁଧ୍ୟାନ କରାଯାଇଥିଲା । ଏଥିରୁ ଟିକା ପ୍ରୟୋଗ ପରେ ରୋଗ ପ୍ରତିରୋଧକ ଶକ୍ତି କେତେ ବଢୁଛି ତାହା ଜଣାପଡ଼ିଛି । ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଦୁଇଟି ଭିନ୍ନ ଭିନ୍ନ ଡୋଜ୍ ପ୍ରୟୋଗ କରି ଟିକା କେତେ
ପ୍ରଭାବୀ ହେବ ତାହା ପରୀକ୍ଷା କରାଯିବ ।
ଦେଶରେ ପ୍ରାୟ ୨୫ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି । ଟିକା ନେଉଥିବା ଲୋକ ପୁଣି ସଂକ୍ରମିତ ହେଉଛନ୍ତି କି ନାହିଁ ତାହା ଜାଣିବା ପାଇଁ ଅପେକ୍ଷା କରାଯିବ । ସେମାନଙ୍କ ଭିତରେ ସଂକ୍ରମଣ ହାର କେତେ ତାହା ଦେଖାଯିବ । ବର୍ଷେ ଯାଏ ଏହାକୁ ଅନୁଧ୍ୟାନ କରାଯିବ । ଏଥିପାଇଁ ଏହି ପର୍ଯ୍ୟାୟ ପରୀକ୍ଷଣ ସମୟ ସାପେକ୍ଷ ବୋଲି ଡା. ରାଓ କହିଛନ୍ତି । ସୂଚନା ଯେ, ଭାରତ ବାୟୋଟେକ୍ ଓ ଆଇସିଏମ୍ଆର ପକ୍ଷରୁ ଏହି ଟିକାର ବିକାଶ କରାଯାଉଛି । ଦେଶର ବଛା ବଛା ୨୧ଟି ମେଡିକାଲ ପ୍ରତିଷ୍ଠାନରେ ଏହି ଟିକା ପରୀକ୍ଷଣ ହେଉଛି । ଓଡ଼ିଶାର ଏକମାତ୍ର ହସ୍ପିଟାଲ ଭାବେ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲରେ କୋଭାକ୍ସିନ୍ର ମାନବ ପରୀକ୍ଷଣ କରାଯାଉଛି । ନିଜ ଶରୀରରେ ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣ ପାଇଁ ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ୭୮୪୯୦୨୧୪୫୦ ନମ୍ବରରେ ଯୋଗାଯୋଗ କରିବାକୁ ଡା. ରାଓ ଅପିଲ୍ କରିଛନ୍ତି । ସାଧାରଣ ସୁସ୍ଥ ଲୋକଙ୍କ ସମେତ ଡାଇବେଟିସ୍, ଉଚ୍ଚ ରକ୍ତଚାପ ବା ଅନ୍ୟ ରୋଗରେ ଆକ୍ରାନ୍ତ ଥାଇ ବି ଏହି ପରୀକ୍ଷଣରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି । ସାରା ଦେଶରେ କୋଭିଡ ପରୀକ୍ଷଣ ଚାଲୁଥିବା ବେଳେ ଓଡିଶାର ଏକମାତ୍ର ହସ୍ପିଟାଲ ଭାବେ ସମରେ ଏହି ଟୀକା ପରୀକ୍ଷଣ ହେଉଛି l
ହାଜତ ମୃତ୍ୟୁ ନେଇ କାଠ ଗଡାରେ ସରକାର : ବିଧାନସଭାରେ ବର୍ଷିଲେ ବିରୋଧୀ, ଦୁଃଖ ପ୍ରକାଶ କଲା ବିଜେଡି
ଭୁବନେଶ୍ୱର : ବିଧାନସଭାରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ I ଶାସକ ଦଳକୁ ଘେରିଲେ ବିରୋଧୀ। ଅଧିବେଶନ ରମ୍ଭରୁ ବିରୋଧୀ ଦଳ ନେତା ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ lପୁରୀରେ ଏସପିଙ୍କ ନିର୍ଦେଶରେ ଯୁବକଙ୍କୁ ଉଠାଇନେଇ ପିଟି ପିଟି ମାରିଦେଲେ। ପରମ୍ପରା ଅନୁସାରେ ସବଦାହ ହେଲାନି। କହିଲେ ଧସ୍ତା ଧସ୍ତିରେ ମରିଗଲା। ଏଭଳି ଛୋଟ ଲୋକଙ୍କୁ ମାରିକି ଆଇପିଏସ , ଆଇଏ ଏସ ଙ୍କୁ କେତେଦିନ ବଞ୍ଚାଇବେ ସରକାର। ପୁରୀ ଏସପି ବଦଳି କେବଳ ଏକ ଆଇୱସ। ଏସପି ଦଣ୍ଡିତ ହେବା ଦରକାର। ବାଚସ୍ପତି ରୁଲିଂଗ ଦିଅନ୍ତୁ। ଗୃହର ସବୁ କାର୍ଯ୍ୟସୂଚୀ ବାତିଲ କରି ମୋସନ ଆକାରରେ ଏ ପ୍ରସଙ୍ଗ ଆଲୋଚନା କରାଯାଉ। ସେଭଳି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କହିଛନ୍ତି ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି । ସେହିପରି କେବଳ ନିଲମ୍ବନ କଲେ ଚଳିବ ନାହିଁ ହାଜତ ମୃତ୍ୟୁ ପ୍ରସଙ୍ଗରେ ଦୋଷୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।ଆହୁରି ମଧ୍ୟ କହିଛନ୍ତି ଉତ୍ତରପ୍ରଦେଶରେ ଦୁଷ୍କର୍ମ, ହତ୍ୟା ପରେ ମୃତଦେହକୁ ହସ୍ତାନ୍ତର କରଗଲାନି । ରାଜ୍ୟ ସରକାର ମଧ୍ୟ ସେ ଦିଗଦର୍ଶନରେ ଅନୁପ୍ରାଣିତ ହୋଇ ସେଇୟା ଏଠି କରିଛନ୍ତି । ଏମିତି କେବେ ଓଡିଶାରେ ଦେଖାଯାଇନଥିଲା । ଏସପିଙ୍କୁ କେବଳ ବଦଳି କଲେ ହେବନି, କାର୍ଯ୍ୟାନୁଷ୍ଠାନ ଦରକାର । ପରିବାରକୁ ମୃତଦେହ ହସ୍ତାନ୍ତର କରାଗଲାନି ଯାହା ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେପଟେ ବିଜେଡି ବିଧାୟିକ ଅମର ଶତପଥି କହିଛନ୍ତି ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା। ଏହାକୁ ଗୁରୁତ୍ୱର ସହ ବିଚାର କରିବା କଥା। ମୁଲତବୀ ନୋଟିସ ଦେଇଛନ୍ତି ବିରୋଧୀ କିନ୍ତୁ ମୋସନ ଆକାରରେ କାହିଁକି ଆଲୋଚନା କରିବାକୁ ଦାବି କରୁଛନ୍ତି। ଏ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଅଛି। ତେଣୁ ଏ ଉପରେ ଯଦି ଆଲୋଚନା ହୁଏ ତେବେ ଘଟଣା ପ୍ରଭାବିତ ହେବାରେ ସମ୍ଭାବନା ରହିଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି।
ବିଧାନସଭାରେ ସ୍କୁଲ ବନ୍ଦ ତାତି : କାଲି ଗୃହରେ ଉତ୍ତର ରଖିବେ ଗଣ ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଶୀତ ଅଧିବେଶନର ଦ୍ୱିତୀୟ ଦିନ ସ୍କୁଲ ବନ୍ଦ ପ୍ରସଙ୍ଗକୁ କେନ୍ଦ୍ର କରି ଅଚଳାବସ୍ଥା ଜାରୀ ରହିଛି । ରାଜ୍ୟ ସରକାର ତୁରନ୍ତ ସ୍କୁଲ ବନ୍ଦ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡ଼କାନ୍ତୁ ଦାବି କରିଛି ବିରୋଧୀ ଗୃହରେ ହଟଗୋଳ କରିଛନ୍ତି । ଯାହାକୁ ନେଇ ଗୃହ ବାରମ୍ବାର ମୁଲତବୀ ହୋଇଛି l ଶେଷରେ ବାଚସ୍ପତି ଗୃହକୁ ସ୍ୱାଭାବିକ କରିବା ପାଇଁ ସର୍ବ ଦଳୀୟ ବୈଠକ ଡାକିଛନ୍ତି l ଅନ୍ୟପଟେ ଶାସକ ଦଳ କହିଛି ଯେ ହଠାତ ସ୍କୁଲ ବନ୍ଦ କରିବା ନେଇ ରାଜ୍ୟ ସରକାର କୌଣସି ନିଷ୍ପତି ନେଇନାହାନ୍ତି । ବିରୋଧି ଜାଣି ନଜାଣିଲା ପରି ହେଉଛନ୍ତି । କାଲିସୁଦ୍ଧା ଗୃହରେ ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିବାବୁ ବାଚସ୍ପତି ରୁଲିଂ ଦେଇଛନ୍ତି । ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀକୁ ଯୋଗାଇ ଦେବା ପାଇଁ ବିଦ୍ୟାଳୟ ଓ ଗଣଣିକ୍ଷା ବିଭାଗ ୧୧.୩.୨୦୨୦ରେ ପ୍ରକାଶ ପାଇଥିବା ବିଜ୍ଞନ୍ତି ଅନୁସାରେ ଯେଉଁ ପ୍ରାଥତ୍ମକ ବିଦ୍ୟାଳୟରେ ୨୦ କିମ୍ବା ତାଠାରୁ କମ୍ ପିଲା ନାମ ଲେଖାଇଥିଲେ ନାମ ଲେଖାଇଥିଲେ ୧କି.ମି ଦୂରତା ଭିତରେ ଥିବା ସ୍କୁଲରେ ଏହି ସ୍କୁଲକୁ ମିଶ୍ରଣ କରାଯିବ । ଏନେଇ ବିଭାଗ ଏକ ଗାଇଡ଼ ଲାଇନ କରିବା ସହ ଜିଲ୍ଳା ଓ ବ୍ଲକସ୍ତରରେ କମିଟି ଗଠନ କରିଛି । ରାଜ୍ୟ ସରକାରଙ୍କକ ଏପରି ନିଷ୍ପତି ଗୃହରେ ଦୃଢ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେପିର ବିଧାୟକମାନେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନପତି ଏପ୍ରସଙ୍ଗରେ କହିଛନ୍ତି ଯେ ଯଦି ସରକାର ସ୍କୁଲ ବନ୍ଦ ନିଷ୍ନତିକୁ ପ୍ରତ୍ୟାହାର ନକରିନ୍ତି ତେବେ ସେ ବାଚସ୍ପତିଙ୍କ ଆଗରେ ଆତ୍ମାହତ୍ୟା କରିବେ । ଯାହାର ଜବାବରେ ବିରୋଧୀ ସ୍କୁଲ ବନ୍ଧ ପ୍ରସଙ୍ଗରେ ସବୁ ବୁଛି ନବୁଝିଲାପରି ହେଉଥିବା ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ରାଜ୍ୟରେ ସମୁଦାୟ ୭ଂହଜାର ୭୭୨ ଗୋଟି ପ୍ରାଥତ୍ମକ ବିଦ୍ୟାଳୟ ଗୁଡ଼ିକୁ ଜିଲ୍ଲାସ୍ତରରେ ମିଶ୍ରଣ କରିବାର ପ୍ରକ୍ରୀୟ ଚାଲୁରହିଥିବା ଗଣଣିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ହାଜତ ମୃତ୍ୟୁ ନେଇ କଣ କହିଲା ବିଜେଡି…….
ଭୁବନେଶ୍ୱର : ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା। ଏହାକୁ ଗୁରୁତ୍ୱ ର ସହ ବିଚାର କରିବା କଥା। ମୁଲତବୀ ନୋଟିସ ଦେଇଛନ୍ତି ବିରୋଧୀ କିନ୍ତୁ ମୋସନ ଆକାରରେ କାହିଁକି ଆଲୋଚନା କରିବାକୁ ଦାବି କରୁଛନ୍ତି। ଏ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଅଛି। ତେଣୁ ଏ ଉପରେ ଯଦି ଆଲୋଚନା ହୁଏ ତେବେ ଘଟଣା ପ୍ରଭାବିତ ହେବାରେ ସମ୍ଭାବନା ଅଛି ବୋଲି କହିଲେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ।
ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ : ନରସିଂହ ମିଶ୍ର…
ଭୁବନେଶ୍ୱର : ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ ଆଇନ ର ଶାସନ ନାହିଁ। ଜଙ୍ଗଲରାଜ ଚାଲିଛି। ପୋଲିସ କିଛି କରୁନି ରାଜ୍ୟ ସରକାର ବି କିଛି କରୁନାହାନ୍ତି। ହାଜତ ମୃତ୍ୟୁ ହେଲା, ଏନ ଏଚ ଆର ସି ତାଗିଦ କଲେ। ମାନବ ଅଧିକାରର ଉଲ୍ଲଂଘନ ହେଉଛି। ଉତ୍ତରପ୍ରଦେଶ ରେ ଦୁଷ୍କର୍ମ ହତ୍ୟା ପରେ ତାଂକର ମୃତଦେହକୁ ହସ୍ତାନ୍ତର କରାଗଲା ନାହିଁ। ରାଜ୍ୟ ସରକାର ମଧ୍ୟ ସେ ଦିଗଦର୍ଶନ ରେ ଅନୁପ୍ରାଣିତ ହୋଇ ଏଠି ବି ସେଇୟା କଲେ। କେବେ ଓଡ଼ିଶାରେ ଏମିତି ଦେଖା ଯାଇ ନଥିଲା। ଏସ ପି ଙ୍କୁ କେବଳ ବଦଳି କଲେ ହେବନି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। କହିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ରାଜ୍ୟ ସରକାର ଉପରେ ବର୍ଷିଲେ ବିରୋଧୀ ଦଳ ନେତା କଣ
ଭୁବନେଶ୍ୱର : ଅଧିବେଶନ ଆରମ୍ଭରୁ ବିରୋଧୀ ଦଳ ନେତା ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ। ପୁରୀରେ ଏସ ପି ଙ୍କ ନିର୍ଦେଶରେ ଯୁବକଙ୍କୁ ଉଠାଇନେଲେ ଓ ପିଟି ପିଟି ମାରିଦେଲେ। ପରମ୍ପରା ଅନୁସାରେ ସବଦାହ ହେଲାନି। ଯଉଁମାନେ ଦେଖିଲେ ସେମାନଙ୍କୁ ବ୍ରହ୍ମଗିରି ଥାନା କୁ ନେଇଗଲେ। କହିଲେ ଧସ୍ତା ଧସ୍ତିରେ ମରିଗଲା। ଛୋଟ ଲୋକଙ୍କୁ ମାରିକି ଆଇ ପି ଏସ , ଆଇ ଏ ଏସ ଙ୍କୁ କେତେଦିନ ବଞ୍ଚାଇବେ ସରକାର। ପାଟଣାଗଡ଼ ରେ 6 ଜଣଙ୍କୁ ହତ୍ୟା, କଳାହାଣ୍ଡିରେ ଘର ପାଇଁ ଶାରୀରିକ ସମ୍ପର୍କ ରଖିବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା। ପୁରୀ ଏସ ପି ବଦଳି କେବଲ ଏକ ଆଇ ବାସ। ଏସ ପି ଦଣ୍ଡିତ ହେବା ଦରକାର। ବାଚସ୍ପତି ରୁଲିଂଗ ଦିଅନ୍ତୁ। ଗୃହର ସବୁ କାର୍ଯ୍ୟସୂଚୀ ବାତିଲ କରି ମୋସନ ଆକାରରେ ଏ ପ୍ରସଙ୍ଗ ଆଲୋଚନା ହେଉ ବୋଲି ଦାବି କଲେ ବିରୋଧୀ ଦଳ ନେତା।
ଶୀତ ଅଧିବେଶନ ଆରମ୍ଭ : ଦିବଂଗତ ନେତାଙ୍କ ଶୋକ, ହଟଗୋଳ ଭିତରେ ଆସିଲା ବଜେଟ…
ଭୁବନେଶ୍ୱର : ଆରମ୍ଭ ହୋଇଛି ବିଧାନସଭାର ଶୀତ କାଳୀନ ଅଧିବେଶନ l ଦିବଂଗତ ନେତାଙ୍କ ଶୋକପ୍ରସ୍ତାଵ ପରେ ବାଚସ୍ପତି ଗୃହ କୁ ମୁଲତବୀ କଲେ। ବିଧାନସଭା ର ପରମ୍ପରା ଅନୁଯାୟୀ ଯଦି ଜଣେ ବାଚସ୍ପତି ଙ୍କ ଦେହାନ୍ତ ହୁଏ ତ ହେଲେ ଗୋଟେ ଦିନ ସମ୍ପୁର୍ଣ୍ଣ ଗୃହ ବନ୍ଦ ରହେ। କିନ୍ତୁ ଚଳିତ ଅଧିବେଶନରେ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ କରନା କଟକଣାକୁ ଦୃଷ୍ଟିରେ ରଖି ଅଧିବେଶନ ର ଯାହା କାର୍ଯ୍ୟସୂଚୀ ରହିଛି ତାହା ଅପରଂହରେ ହେବ। ଏଥିଲାଗି ବାଚସ୍ପତି ଗୃହକୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ l 3ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ହଟଗୋଳ କରିଥିଲେ l ହଟଗୋଳ ଲାଗି ରହିବାରୁ ଗୃହକୁ ପ୍ରଥମେ 15ମିନିଟ, ପରେ 30ମିନିଟ ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି l ଏହା ପରେ ସର୍ବ ଦଳୀୟ ବୈଠକ ଡାକି ଆଲୋଚନା କରିବା ପରେ ପୁଣି ହଟଗୋଳ ମଧ୍ୟରେ ଅତିରିକ୍ତ ବଜେଟ ଆଗତ ହୋଇଥିଲା l
ଅତିରିକ୍ତ ବଜେଟରେ ଜୀବନ ଓ ଜୀବିକା ଫୋକସ… .
ଭୁବନେଶ୍ୱର : 2020 21 ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ବଜେଟରେ 11 ହଜାର 200 କୋଟି ଟଙ୍କାର ବ୍ୟୟ ବରାଦ ରହିଛି। କୋଭିଡର ଗମ୍ଭୀର ପରିସ୍ଥିତି ରେ ଜୀବନ ଓ ଜୀବିକା କୁ ବେଶ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ କ୍ଷେତ୍ରରେ 1768 କୋଟି 77 ଲକ୍ଷ ବ୍ୟୟବରାଦ ହୋଇଥିବା ବେଳେ ପଞ୍ଚାୟତିରାଜ ବିଭାଗକୁ 2046 କୋଟି 11 ଲକ୍ଷ ଅର୍ଥ ବରାଦ କରାଯାଇଛି। ଅର୍ଥ ବିଭାଗ କୁ 2363 କୋଟି ବ୍ୟୟ ବରାଦ ରଖାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ ପାଇଁ 1078 କୋଟି 30 ଲକ୍ଷ, ଶକ୍ତି ବିଭାଗକୁ 956 କୋଟି ବ୍ୟୟ ବରାଦ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ପାଇଁ 1484 କୋଟି 22 ଲକ୍ଷ ବରାଦ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ର ଗ୍ରାମୀଣ ରୋଜଗାର ଜୀବିକା ଖାଦ୍ୟ ନିରାପତ୍ତା ଶିକ୍ଷା କ୍ଷେତ୍ର, ମସ୍ଚୟ ପଶୁସମ୍ପଦ ବିକାଶ କ୍ଷେତ୍ର, ଏମ ଏସ ଏମ ଇ , ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। କୋଭିଡ ମହାମାରୀ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି। ଚଳିତ ଆର୍ଥିକ ବର୍ଷର 6 ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର ବା ସେଣ୍ଟ୍ରାଲ ଟ୍ରାନ୍ସସଫର କମିଯାଇଥିବାରୁ ରାଜସ୍ବ ପ୍ରାପ୍ତି 6. 5 ପ୍ରତିଶତ କମିଛି। ଏହା ସତ୍ତ୍ୱେ ରାଜ୍ୟର ନିଜସ୍ୱ ରାଜସ୍ବ 1.7 ପ୍ରତିଶତ ବୃଦ୍ଧି ପାଇଛି। 2020 ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜସ୍ବ ବଳକା 6790 କୋଟି ଟଙ୍କା ରହିଛି। ସମୁଦାୟ ଋଣ ଭାର 97 ହଜାର 823 କୋଟି ଟଙ୍କା ରହିଛି। ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ ର 16. 4 ପ୍ରତିଶତ।
ବିଧାନସଭା ପାଇଁ ବିଜେପି କଲା ରଣନୀତି……
ଭୁବନେଶ୍ୱର : ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି l ଏନେଇ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସରକାରୀ ବାସଭବନରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି l ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ବିଧାନସଭାରେ ସରକାରଙ୍କୁ ଘେରିବାକୁ ରଣନୀତି ନେଇ ଆଲୋଚନା ହେବା ପରେ ବିରୋଧୀ ଦଳ ନେତା କହିଛନ୍ତି ଯେ ଧାନ କିଣାରେ ଅଵ୍ୟଵସ୍ଥା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି , ବିଜୁଳି ଦର ବୃଦ୍ଧି, ଏକାମ୍ର କାନନ ଜମି ହସ୍ତାନ୍ତର ପ୍ରସଙ୍ଗକୁ ପ୍ରମୁଖ ଅସ୍ତ୍ର କରିପାରେ ବିଜେପି ।














