ଚାଷୀ ଆନ୍ଦୋଳନ ନେଇ ରାଜ୍ୟ ବିଜେପିର 10ଟା ପଏଣ୍ଟ…

ଭୁବନେଶ୍ୱର :

1- ସ୍ବାଧୀନତାର ସାତ ଦଶନ୍ଧି ଧରି ଚାଷୀଙ୍କ ପାଇଁ ଯାହା ହୋଇପାରିନଥିଲା ତାହା ମୋଦି ସରକାରର ଛ ବର୍ଷ ଶାସନକାଳ ଭିତରେ ହୋଇଛି ।
2- ଏହି କୃଷି ଆଇନରେ ଦଲାଲ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି, ତେଣୁ ଦଲାଲ ପ୍ରାୟୋଜିତ ବିରୋଧ ହେଉଛି
3-ଖୋଲା ବଜାରରେ ଚାଷୀ ତାର ଉତ୍ପାଦ ବିକିପାରିବ, ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ ବରଂ ସର୍ବାଧିକ ମୂଲ୍ୟ ପାଇପାରିବ
4-କେବଳ ମୋଦିଙ୍କୁ ବିରୋଧ କରିବା ପାଇଁ ଏହି ବିଲକୁ ବିରୋଧ କରାଯାଉଛି
5-ଆମ ରାଜ୍ୟରେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥିତ ପ୍ରକ୍ରିୟା ଯୋଗୁ ଚାଷୀ ହଇରାଣ ହେଉଛନ୍ତି
6-ନିଜ ରାଜନୈତିକ ସ୍ଥିତି ରକ୍ଷା କରିବା ପାଇଁ ସାତ ଦଶନ୍ଧି ଧରି ଶୋଇଥିବା ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
7-ଓଡ଼ିଶାର ୩୫୦୦ ମଣ୍ଡିରେ ପହଞ୍ଚିବେ ଓ ଚାଷୀଙ୍କୁ ଉତ୍ପାଦ ବିକ୍ରି କରିବାରେ ସହାୟତା ଦେବେ
8- ଓଡିଶା ଚାଷୀ ଏହି ଆଇନ ଦ୍ୱାରା ସବୁଠାରୁ ବେଶୀ ଉପକୃତ ହେବେ
9-ନିଜ ଅପାରଗତା ଲୁଚେଇବାକୁ, ଭୋଟ ସର୍ବସ୍ବ ରାଜନୀତି କରିବାକୁ ଏଠି କିଛି ବନ୍ଧୁ ଏହାକୁ ବିରୋଧ କରୁଛନ୍ତି
19-ମୋଦି ସରକାରର ଚାଷୀ କଲ୍ୟାଣ ଯୋଜନାକୁ ପୋଷ୍ଟର ଉନ୍ମୋଚନ କଲା ବିଜେପି

 

ବନ୍ଦ ସଂପୂର୍ଣ୍ଣରୂପେ ସଫଳ ହୋଇଛି : କଂଗ୍ରେସ…

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କର ୩ଟି କୃଷି ଆଇନ ବିରୋଧରେ କୃଷକ ମାନଙ୍କ ଦ୍ୱାରା ଡକା ଯାଇଥିବା ଭାରତ ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ପ୍ରାଣରେ ସମର୍ଥନ ଜଣାଇଛି । ଭାରତ ବର୍ଷର ୧ କୋଟିରୁ ଉର୍ଦ୍ଧ୍ୱ କୃଷକ ଶୀତ, କାକରରେ ସିଙ୍ଗର୍ ବର୍ଡ଼ରରେ ଆଜିକୁ ୧୫ ଦିନରୁ ଉର୍ଦ୍ଧ୍ୱ ଧରି ଆନ୍ଦୋଳନ କରୁଛନ୍ତି । ଭାରତ ବର୍ଷରେ ୬୪ କୋଟି କୃଷକ ପରିବାରର ଭବିଷ୍ୟତକୁ ମୋଦୀ ସରକାର ଅନ୍ଧକାର ଭିତରେ ଠେଲି ଦିଆଯାଇଛି । ଏ କୃଷକ ବିରୋଧି କଳା ଆଇନକୁ ଶୀଘ୍ର ଫେରାଇ ନିଆଯାଉ ଏବଂ କୃଷକ ମାନଙ୍କୁ ନ୍ୟାର୍ଯ୍ୟ ଦାବୀକୁ ମୋଦୀ ସରକାର ଶିଘ୍ର ଗ୍ରହଣ କରନ୍ତୁ ଏହା ହିଁ କଂଗ୍ରେସର ଦାବୀ । କଂଗ୍ରେସ କୃଷକମାନଙ୍କ ସହିତ ରହିଛି ଏବଂ କୃଷକମାନଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ସ୍ତରରେ କଂଗ୍ରେସ ଲଢ଼େଇ କରିବ । ଅଖିଳ ଭାରତ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଏ ବର୍ଷ ମଧ୍ୟ ଜନ୍ମ ଦିନକୁ ପାଳନ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେ ତାଙ୍କ ବାର୍ତାରେ କହିଛନ୍ତି ଯେ ପର୍ଯ୍ୟନ୍ତ ଭାରତ ବର୍ଷର କୃଷକ ସମ୍ମାନ ସହକାରେ ତା’ର ଘରକୁ ଫେରି ନାହିଁ । ସେ ପର୍ଯ୍ୟନ୍ତ ମୋର ଜନ୍ମଦିନ ପାଳନ ହେବ ନାହିଁ । ଆଜି କୃଷକ ମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦ ସଂପୂର୍ଣ୍ଣ ରୁପେ ସଫଳ ହୋଇଛି । ରାଜ୍ୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଜିଲ୍ଳା କଂଗ୍ରେସ, ବ୍ଲକ କଂଗ୍ରେସ ଏବଂ ରାଜ୍ୟ କଂଗ୍ରେସର ପ୍ରତ୍ୟେକ ପ୍ରକୋଷ୍ଠ ଏବଂ ଛାମୂଆ ସଂଗଠନର କର୍ମକର୍ତା ତଥା କଂଗ୍ରେସ କର୍ମୀ ଓ ସମସ୍ତେ ଏ ବନ୍ଦକୁ ସଫଳ କରିଥିବାରୁ ଧନ୍ୟବାଦ ଦେଇଛନ୍ତି । ଆଜି ସକାଳେ ଭୁବନେଶ୍ୱରର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏକ ରାଲି କଂଗ୍ରେସ ଭବନରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲା । ମାଷ୍ଟର କ୍ୟାଂଟିନ୍ ଠାରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ସମେତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ ରାଉତରାୟ, ଉପସଭାପତି ଶ୍ରୀ ପ୍ରଦିପ ମାଝୀ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ, ସୁଭେନ୍ଦୁ ମହାନ୍ତି, ନବଜ୍ୟୋତି ପଟ୍ଟନାୟକ, ସଂଗ୍ରାମ ଜେନା, ରାଜ୍ୟ ମହିଳା ଉପସଭାପତି ରଶ୍ମୀ ମହାନ୍ତି, ଚିନ୍‌ମୟ ପ୍ରସାଦ ଦାସ, ଜଜ୍ଞ୍ୟଶ୍ୱର, ଜ୍ଞାନ ବେଉରା, ଆଲୋକ ମହାନ୍ତି, ଲିଙ୍ଗରାଜ ସାହୁ, ଅମିୟ ପଟ୍ଟନାୟକ, ପଦ୍ମାକର ଗୁରୁ, ସୁଦର୍ଶନ ଦାସ, ରାଜୀବ ପଟ୍ଟନାୟକ, ରଜନୀ ମହାନ୍ତି, ସୁବାଷ ପ୍ରଧାନ, ମାନସ ଆଚାର୍ଯ୍ୟ,ସଙ୍କୁନା କଂଅର, ନିରଞ୍ଜନ ନାୟକ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଧି, କୈଳାସ ସାହୁ, ଅଶୋକ ଦାସ, ଗୀତାଞ୍ଜଳୀ ମହାନ୍ତି, ମନୋଜ ନାୟକ, ଦେଓ ପ୍ରସାଦ, ନାସିର୍ ଅହମ୍ମଦ ଖାନ୍‌, ଆଲୋକ ଲେଙ୍କା, ରଞ୍ଜୀବ ପାତ୍ର, ତାପସ ସେଠୀ,ରାଜକିଶୋର ବାରିକ ଏବଂ ବହୁ ଅନ୍ୟ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏହି ବନ୍ଦକୁ ସଫଳ କରିବାରେ ସାମିଲ ଥିଲେ । ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନାବଜ୍‌ଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍ ରାଲି ଭୁବନେଶ୍ୱରର ବିଭିନ୍ନ ଅଂଚଳ ପରିକ୍ରମା କରିଥିଲା । ଶ୍ରୀଯୁକ୍ତ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ତାଙ୍କର ଏହି ବନ୍ଦକୁ ସଫଳ କରାଇବାରେ ଯେଉଁ ସହଯୋଗ କରିଛନ୍ତି ସେଥିପାଇଁ ସେ ତାଙ୍କର କୃତଜ୍ଞତା ଓଡ଼ିଶାବାସୀଙ୍କୁ ଜଣାଇଛନ୍ତି ।

ଚାଚାଜୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ମୋ ସ୍କୁଲକାର୍ଯ୍ୟକ୍ରମ : ଫେରିଲା ପୁରୁଣା ଦିନ …

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅଧୀନସ୍ଥ ଚାଚାଜୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ଯାଳଯ଼ ପକ୍ଷରୁ ମୋ ସ୍କୁଲ ଅଭିଯାନ ଆଯ଼ୋଜିତ ହୋଇଛି। ଏଥିରେ ବିଦ୍ଯାଳଯ଼ର ଅନେକ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ଅନୁମୋଦିତ 12 ଜଣ ସଭ୍ଯ ଏହି କାର୍ଯ୍ଯ଼କ୍ରମ ପାଇଁ ମନୋନୀତ ହୋଇଛନ୍ତି। ସର୍ବସମ୍ମତିକ୍ରମେ ଗୌରାଙ୍ଗ ଚରଣ ନାଯ଼କଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ପ୍ରାରମ୍ଭିକ ପର୍ଯ୍ଯ଼ାଯ଼ରେ ପନ୍ଦର ହଜାର ଟଂକା ସଂଗ୍ରହ କରାଯାଇଛି। କାର୍ଯ୍ଯକ୍ରମରେ ସିଆରସିସି କରୁଣାକର ସେଠୀଙ୍କ ସମେତ ଶ୍ରୀଧର ସାହୁ, ଅଲେଖ ପଟ୍ଟନାୟକ ଓ ବିଦ୍ଯାଳଯ଼ର ପ୍ରଧାନଶିକ୍ଷକ ଗତିକୃଷ୍ଣ ଦାସ ପ୍ରମୁଖ ଯୋଗ ଦେଇଥିଲେ।. ..

ଭାରତ ବନ୍ଦକୁ  କଂଗ୍ରେସ  ପୂର୍ଣ୍ଣ ମାତ୍ରାରେ ସମର୍ଥନ: ନିରଞ୍ଜନ

ଭୁବନେଶ୍ୱର :ଆସନ୍ତା କାଲି ଭାରତ ବନ୍ଦକୁ  କଂଗ୍ରେସ  ପୂର୍ଣ୍ଣ ମାତ୍ରାରେ ସମର୍ଥନ ଜଣାଉଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  । ଜିଲ୍ଲା ସ୍ତରରେ ପ୍ରତିବାଦ ସହ ପ୍ରମୁଖ ସ୍ଥାନରେ ବନ୍ଦ କରିବ କଂଗ୍ରେସ । କଂଗ୍ରେସର ସମସ୍ତ ନେତା ଏଥିରେ ସାମିଲ ହେବେ । ଯେଉଁ ତିନିଟି ବିଲ ପାସ ହୋଇଛି ସେଥିରେ ଚାଷୀଙ୍କର ଅଭୂତ କ୍ଷତି ହୋଇଛି । ଚାଷୀ ମାନେ ଆମ ଦେଶର ମେରୁଦଣ୍ଡ ତାକୁ ଦୁର୍ବଳ କଲେ ଦେଶ ଆଗକୁ ଆଗେଇ ପାରିବ ନାହିଁ । ଓଡ଼ିଶାର ବିଜେଡି ଓ ବଜେପି ଛଡା ଆଉ ସମସ୍ତେ ଏହାକୁ ସମର୍ଥନ ଜଣାଇଛନ୍ତି ।

ସେହିପରି ପରି ପ୍ରସଙ୍ଗରେ ବିଜେପିର ଧାରଣା ପ୍ରସଙ୍ଗକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଡା ସମାଲୋଚନା କରିଛନ୍ତି l ପିପିଲି ଠୁ ନେଇ କୁନ୍ଦୁଲି ପର୍ଯ୍ୟନ୍ତ କେବେ ଏମିତି ବିଜେପି ପ୍ରତିବାଦ କରିଥିଲା । ରାଜ୍ୟରେ ବିଜେପି ଓ ବିଜେଡି ସମ୍ପର୍କ ବିଷୟରେ ଲୋକଙ୍କ ପାଖକୁ ମେସେଜ ଯାଇଛି । ସେଥିରୁ ଫେସ ଶେଭିଂ ପାଇଁ ବିଜେପି ଏଭଳି କାର୍ଯ୍ୟ କରୁଛି। ନୟାଗଡ଼ ଘଟଣାରେ ବହୁ ପୂର୍ବରୁ ପ୍ରତିବାଦ କରିଛି କିନ୍ତୁ ବିଜେପି କେବେ ଆସିଲା ପ୍ରତିବାଦକୁ ସେମାନେ କୁହନ୍ତୁ । 19 ଟି ସିବିଆଇ କେସ ଓଡ଼ିଶାରେ ପଡି ରହିଛି କେତେ ଟା ର ରେଜଲ୍ଟ ଆସିଛି ।

ସମ୍ବଲପୁର ଓୟୁଜେର ନବକଳେବର :ପ୍ରଭାତ ସଭାପତି,ସାଧାରଣ ସମ୍ପାଦକ ରାଜେଶ ..

ଭୁବନେଶ୍ୱର : ନାକଟିଦେଉଳ ଚମ୍ପାଳି ନିକଟସ୍ଥ ବନବିଭାଗର ନର୍ସରୀ ଠାରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନ୍ ର ନୂତନ କର୍ମକର୍ତ୍ତା ଚୟନ ଏବଂ ଦ୍ୱିବାର୍ଷିକ ସାଧାରଣପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ନାକଟିଦେଉଳ ଏବଂ ରେଢାଖୋଲ ୟୁନିଟ୍ ପକ୍ଷରୁ ଆୟୋଜିତ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଶିବପ୍ରସାଦ ମେହେରଙ୍କ ସଭାପତିତ୍ୱରେ ରାଜ୍ୟ ସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ, ରାଜ୍ୟ କୋଷାଧ୍ୟକ୍ଷ ଅମୂଲ୍ୟ କୁମାର ସ୍ୱାଇଁ, ଜିଲ୍ଲା ଉପସଭାପତି ଜୟନ୍ତ କୁମାର ଖଡିରତ୍ନ, ଜିଲ୍ଲା ସାଧାରଣ ସଂପାଦକ ସଞ୍ଜୟ କୁମାର ମିଶ୍‌୍ର, ସଂପାଦକ ସୁବାଷ ନାଥଶର୍ମା, ଶଙ୍କର ପୃଷ୍ଟି, ସଂଗଠନ ସଂପାଦକ ମୋନଜ କୁମାର ରାଜ୍‌, ଜିଲ୍ଲା କୋଷାଧ୍ୟକ୍ଷ ଦୀନେଶ୍ ମାହାଣା ପ୍ରମୁଖ ମଞ୍ଚରେ ଉପସ୍ଥିତଥିଲେ । ଏଥିସସହ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋନା କରାଯାଇଥିବା ବେଳେ ସ୍ୱାସ୍ଥ୍ୟବୀମାରୁ ବାଦ୍ ପଡିଥିବା ଜିଲ୍ଲା ଏବଂ ରାଜ୍ୟର ସମସ୍ଥ ସାମ୍ବାଦିକ ମାନଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ୍ କରାଯିବା, ସ୍ୱାସ୍ଥ୍ୟବୀମା ୨ଲକ୍ଷରୁ ୫ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା, କରାନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା ଏବଂ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବା ପାଇଁ ଏହି ବୈଠକରେ ଦାବୀ କରାଯିବା ସହ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ଦାବୀପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ନୂତନ କର୍ମର୍ତ୍ତା ଚୟନ କରାଯାଇଛି । ସଭାପତି ଭାବେ ପ୍ରଭାତ ବେହେରା, ଉପ ସଭାପତି ଭାବେ ଜୟନ୍ତ କୁମାର ଖଡିରତ୍ନ ଏବଂ ହେମନ୍ତ ରାଉତ, ସାଧାରଣ ସଂପାଦକ ରାଜେଶ୍ ବିଭାର, ସଂପାଦକ ପ୍ରଦୀପ୍ ମିଶ୍ର ଏବଂ କନ୍ଦର୍ପ ବେହେରା, କୋଷାଧ୍ୟକ୍ଷ ତପନ୍ ଦାଶ୍‌, ସଂଗଠନ ସଂପାଦକ ରାଜେନ୍ଦ୍ର ନାୟକ, କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ରାଧାମୋହନ ଶଡଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ କୁମାର ମିଶ୍ର ଏବଂ ଜାତୀୟ ପରିଷଦ ସଦସ୍ୟ ଭାବେ ସଚିକାନ୍ତ ସାହୁଙ୍କୁ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଭାବେ ଚୟନ କରାଯାଇଛି । ଏହି ବୈଠକରେ ନାକଟିଦେଉଳ, ରେଢାଖୋଲ, ଯୁଯୁମୋରା, ଜମନକିରା, କୁଚିଣ୍ଡା, ବାମରା, ରେଙ୍ଗାଲୀ ଆଦି ବ୍ଲକ୍ ର ବହୁ ସାମ୍ବାଦିକ ଯୋଗ ଦେଇଥିବା ବେଳେ ସମସ୍ତ ବ୍ଲକ୍ ର ସଭାପତିମାନେ ସଂଗଠନ ଉପରେ ମତାମତ ପ୍ରଦାନ କରିଥିଲେ । ଶେଷରେ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଉତ୍ତର ଓଡ଼ିଶା ପାଇଁ ପ୍ରଣବଙ୍କ ବ୍ଲୁ ପ୍ରିଣ୍ଟ : କହିଲେ ନେତା ବଡ଼ ନୁହେଁ, କର୍ମୀ ବଡ଼

ଭୁବନେଶ୍ୱର : ଆମର ନେତୃତ୍ୱ ଗୋଟେ । ଆମେ ସବୁ କର୍ମୀ । ଦଳରେ ନେତା ହେବାକୁ ଯିଏ ଚାହିଁବ ତାହାର ଗୁରୁତ୍ୱ ନୁହେଁ , ବଂର ଭଲ କର୍ମୀ ଯିଏ ହେବ ତାକୁ ଦଳରେ  ଗୁରୁତ୍ୱ ମିଳିବ। ସବୁବେଳେ ସମସ୍ତଙ୍କ ଚିନ୍ତାଧାରା ରହିବା ଦରକାର ମୁଁ ଦଳରେ ଶ୍ରେଷ୍ଠ କର୍ମୀ ହେବି । ମୟୁରଭଞ୍ଜର ବହଳଦାରେ ଆୟୋଜିତ ମହାମିଶ୍ରଣ ପର୍ବରେ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏହି ମନ୍ତବ୍ୟ ପୁରା ଉତ୍ତର ଓଡ଼ିଶାର ବିଜେଡ଼ି କର୍ମୀଙ୍କ ମନରେ ଜୋସ ଭରିଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ଦଳ ଗଠନ ଦିନ ସଂଙ୍କଳ୍ପ ଓ ଲକ୍ଷ୍ୟ ସର୍ମ୍ପକରେ ବି ପ୍ରବଣ ଖୋଲାମଂଚରେ ପୁଣିଥରେ ଦୋହାରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ି ଦଳରେ ବିଭିନ୍ନ ବର୍ଗର ଲୋକଙ୍କ ସାମିଲ ହେଉଛନ୍ତି ଓ ଭଲ ପାଉଛନ୍ତି ତାହା ହିଁ ପ୍ରତ୍ୟେକ ବିଜେଡ଼ି କର୍ମୀ ଓ ନେତାଙ୍କ ପାଇଁ ବଡ଼ ସଫଳତା ବୋଲି ପ୍ରଣବ କହିଛନ୍ତି । କେବଳ ସେତିକି ନୁହେଁ ଦଳରେ ନେତା ନୁହେଁ, କର୍ମୀ ବଡ଼ ଯେଉଁଥି ପାଇଁ ମୁଁ ସବୁବେଳେ ଶ୍ରେଷ୍ଠ କର୍ମୀ ହୋଇ ଦଳ ପାଇଁ କାମ କରିବାକୁ ଭଲ ପାଏ ବୋଲି ସେ କହିଛନ୍ତି ।
ବିଜେଡ଼ି ସଂଗଠନ କେତେ ଉତ୍ତର ଓଡ଼ିଶାରେ ଧୀରେଧୀରେ ସୁଦୃଢ ହେଲାଣୀ । ତାହା ଉପରେ କର୍ମୀଙ୍କ ସହ ଆଲୋଚନା କରିଥିଲେ ପ୍ରଣବ । ୨୦୧୭ରୁ ୨୦୧୯ ଭିତରେ ଉତ୍ତର ଓଡ଼ିଶାରେ ଦଳରୁ ପ୍ରଦର୍ଶନ ଆଶା ଅନୁସାରେ ଟିକେ କମ୍ ହୋଇଥିଲା । ଏଥିପାଇଁ ଆମେ ଭିତରେ କିଛି ନେତା ଦାୟୀ ବୋଲି ପ୍ରଣବ କହିଥିଲେ । ତେବେ ସେ ସମୟ ଏବେ ଚାଲିଯାଇଛି । ଆଗକୁ ଦଳ ବାଲେଶ୍ୱର, ମୟୁରଭଞ୍ଜରେ ବେଶ ଭଲ ପ୍ରଦର୍ଶନ କରି ଯାହାର ଟେଲର ବାଲେଶ୍ୱର ସଦର ଉପ ନିର୍ବାଚନରେ ପ୍ରତିଫଳତି ହୋଇଛି ବୋଲି ପ୍ରଣବ କହିଛନ୍ତି । ଏହାସହ ଯେଉଁନେତା ଓ କର୍ମୀଙ୍କ ପାଇଁ ଏହା ସଫଳ ହୋଇଛି ସେମାନଙ୍କୁ ଭୂ-ପ୍ରଶଂସା କରିଥିଲେ ସେ ନିଜ ଅଭିଭାଷଣରେ । ମୟୁରଭଞ୍ଜ ସଦର ବିଜେଡ଼ି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ବହୁ ବିଜେଡ଼ି ନେତା ଘର ବାହୁଡ଼ା କରିଥିବା ବେଳେ ବିଜେପି,ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଝାଡ଼ଖଣ୍ଡ ଦିଶମ ପାଟି,କୁଡ଼ୁମି ସେନା ଓ ବିଭିନ୍ନ ସଂଠଗନର ୨ଶହରୁ ଅଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଣବ ନେବା ପରେ ଦଳ ତୃଣମୂଳସ୍ତରୁ ଅଧିକ ଶକ୍ତିଶାଳୀ ହେବା ସହ ଅନ୍ୟଦଳର ନେତାଏ ନବୀନଙ୍କ ନୀତି ଆଦର୍ଶ ଓ ପ୍ରଣବଙ୍କ ସାଗଠନିକ ଦକ୍ଷତାରେ ଆକୃଷ୍ଟ ହୋଇ ବିଜେଡ଼ି ମୁହିଁ ହୋଇଛନ୍ତି । ସଦର ଠାରୁ ଆରମ୍ଭ କରି ଗାଁ ଯାଏ ଘରେ ଘରେ ଶଙ୍ଖର ଲକ୍ଷ ପୂରଣ ହେବାରେ ଲାଗିଛି । ଏହି ମହାମିଶ୍ରଣ ପର୍ବରେ ମନ୍ତ୍ରୀ ସୁଦାମ ମାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ ରାଜ କିଶୋର ଦାସ, ବିଜେଡିି ନେତା ଦେବାଶିଷ ମହାନ୍ତି, ସାନନ୍ଦ ମାରାଣ୍ଡି, ସରୋଜିନୀ ହେମ୍ବ୍ରମ, ଦେବାଶିଷ ମାଣ୍ଡି, ସାଇବା ସୁଶୀଲ ହାଁସଦାଳ ସଚିନ ଦାସ, ପ୍ରମୁଖ ସାମିଲ ହୋଇଥିଲେ ।
ପସୂଚନା ଥାଉକି ବାଲେଶ୍ୱର ଓ ମୟୁରଭଞ୍ଜରେ ୨୦୨୯ ସାଧାରଣ ନିର୍ବାଚନ ବିଜେଡ଼ି ୨୦୧୪ ଅପେକ୍ଷା ଖରାପ ପ୍ରଦର୍ଶନ କରିଥିଲା । ସାଂସଦ ସିଟ ହାତରୁ ଖସିଯିବା ସହ ଅନେକ ବିଧାନସଭା ସିଟ ବି ଦଳ ହରାଇଛି । ହେଲେ ପ୍ରବଣଙ୍କୁ ଦାୟିତ୍ୱ ମିଳିବା ପରେ ପୁଣି ଥରେ ଏହିସବୁ ସିଟରେ ବିଜେଡ଼ି ଅଧିକ ଶକ୍ତିଶାଳୀ ହୋଇଛି । ଯାହା ଆଗାଦୀ ଦିନରେ ହେବାକୁ ଥିବା ନିର୍ବାଚନରେ ପ୍ରତିଫଳତି ହେବ ବୋଲି ସ୍ଥାନୀୟ ରାଜନୈତିକ ସମୀକ୍ଷକ ଓ ବୃଦ୍ଧିଜୀବୀମାନେ ମତ ପୋଷଣ କରିଛନ୍ତି । ବିଜେଡ଼ିର କ୍ୟାଇସିସ ମ୍ୟାନେଜର ପ୍ରଣବ ଏବେ ପୁରା ଉତ୍ତର ଓଡ଼ିଶାକୁ ଫୋକସ କରି ସାଂଗଠନିକ କାମକରୁ ତ୍ୱରାନୀତି କରିଥିବା ସବୁ ମହଲରେ ଚର୍ଚ୍ଚା ହେଉଛି ।

13ରେ ଯାଜପୁର ଓୟୁଜେର ନବକଳେବର…….

ଯାଜପୁର : ଡିସେମ୍ବର 13 ତାରିଖରେ ଯାଜପୁର ଓୟୁଜେର ନୂଆ ଟିମ ଘୋଷଣା ହେବ l  ଏନେଇ ଶନିବାର  ଯାଜପୁରର  ଏକ  ହୋଟେଲରେ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ ଜିଲ୍ଲା କର୍ମକର୍ତ୍ତା ମାନଙ୍କ ସମେତ ସମସ୍ତ ବ୍ଲକ ୟୁନିଟର ଆବାହକ ମାନେ ଯୋଗଦେଇ ଆଗାମୀ ବର୍ଷପାଇଁ କର୍ମକର୍ତ୍ତା ନିର୍ବାଚନ କରିବା ସହ ନୂଆ ସଭ୍ୟ ଗ୍ରହଣ   ଉପରେ ଆଲୋଚନା କରିଥିଲେ l ରାଜ୍ୟ ଓୟୁଜେର ନିର୍ଦେଶନାମା ଅନୁଯାଇ ଯଥାଶୀଘ୍ର କର୍ମକର୍ତ୍ତାଙ୍କ ସହମତିରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା l ଜିଲ୍ଲାର ମଙ୍ଗ କିଏ ଧରିବ ତାହା ଉପରେ ଉପସ୍ଥିତ କର୍ମକର୍ତ୍ତାମାନେ ମତ ଦେଇଥିଲେ l ଏହି ବୈଠକରେ ରାଜ୍ୟ ନେତା ରାଜୀବ ମହାନ୍ତି, ଜିଲ୍ଲା ସଭାପତି ସମରଜିତ ମହାନ୍ତି, ଆଦିତ୍ୟ ମେକାପ, ବରିଷ୍ଠ ସାମ୍ବାଦିକ ତଥା ଓୟୁଜେର କାର୍ଯ୍ୟକାରୀ ସଭାପତି ଅଭୟ ପତି, ସମ୍ପାଦକ ରଂଜିତ ରାଉତ, ସାମ୍ବାଦିକ ବିଜୟ ଶରଣ, ବିଜୟ ମହାନ୍ତି, ବିଶ୍ୱ ଭୂଷଣ ଜେନା , ପ୍ରଶାନ୍ତ ପାତ୍ର, ଅଜୟ ସାହୁ, ସୁଶାନ୍ତ ବେହୁରିଆ, ରଂଜିତ ମହାନ୍ତି, , ଜ୍ଞାନ ରଂଜନ ଓଝା ପ୍ରମୁଖ   ପ୍ରମୁଖ ଯୋଗଦେଇଥିଲେ l

ସେହିପରି ଆସନ୍ତା 13 ତାରିଖ ରବିବାର ଦିନ ଯାଜପୁର ଜିଲ୍ଲା ସାଧାରଣ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯିବ l

୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥା ଗ୍ଲାମ୍ପିଂ ଯୋଜନା…

ଭୁବନେଶ୍ୱର :ଓଡ଼ିଶା ଉପକୂଳରେ ପୁରୀ ବ୍ୟତିତ ଆଉ ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥା ଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ରେ ଏହି ସବୁ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଯୋଜନା କରାଯାଇଥିବା ବେଳେ ଏହା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟରେ ଯୋଗ ଦେଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଭର୍ଚୁଆଲ୍ ଓରିଏନଟେସନ୍ କାର୍ଯ୍ୟକ୍ର୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ଶ୍ରୀ ଯାଦବ ।
ଗ୍ଲାମରସ ଓ କ୍ୟାମ୍ପିଂ ଭଳି ଦୁଇଟି ଶବ୍ଦକୁ ନେଇ ଗ୍ଲାମ୍ପିଂ ଭଳି ଶବ୍ଦର ବ୍ୟବହାର ଆରମ୍ଭ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ସମୁଦ୍ରକୂଳ ଅଂଚଳକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ରହିବା ନିମନ୍ତେ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇଦେବା । ଯାହାକି ସାଧାରଣ କ୍ୟାମ୍ପିଂରେ ମିଳିନଥାଏ ।

ଶ୍ରୀ ଯାଦବ କହିଛନ୍ତି ଯେ, ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ଅନେକ ଭବିଷ୍ୟତ ରହିଛି । ବର୍ତମାନ ମିଟିଂ, ସମ୍ମିଳନୀ, ପ୍ରଦର୍ଶନୀ ଯାହାକୁ କି ମାଇସ୍ ବୋଲି କୁହାଯାଉଛି ତାହାକୁ ନେଇ ଆମ ରାଜ୍ୟରେ ଅନେକ ସମ୍ଭାବନା ରହିଛି ।

ଏହି ଅନଲାଇନ କାର୍ଯ୍ୟକ୍ରମରେ ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଆତିଥ୍ୟ ଉପଦେଷ୍ଟା, କନସଲ୍‌ଟାଂଟ ଓ ଟ୍ରେନର୍ ଶ୍ରୀ ଅପରେସ ସିହ୍ନା, ଏସଏଚଏମର ଡିନ ତଥା ଉପଦେଷ୍ଟା ପ୍ରଫେସର ଶିତିକଣ୍ଠ ମିଶ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।
ଶ୍ରୀ ସିହ୍ନା ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଏଭଳି ଏକ ଆକର୍ଷକ କ୍ୟାରିୟର ବାଛିଥିବାରୁ ଶୁଭେଚ୍ଛା ଜଣାଇବା ସହ ଏହା ଦ୍ୱାରା ପ୍ରତ୍ୟେକ ଦିନ ସେମାନେ ନୂଆ ନୂଆ ଲୋକଙ୍କୁ ଭେଟି ଆଲୋଚନା କରିବାର ସୁଯୋଗ ପାଇପାରିବେ ବୋଲି କହିଥିଲେ । ସେମାନେ ଅଚିହ୍ନା ବ୍ୟକ୍ତି ମାନଙ୍କ ସହ ମଧ୍ୟ କିଭଳି କଥାବାର୍ତା କରାଯାଇପାରିବ ତାହା ଏହି ପାଠ୍ୟକ୍ରମ ଦ୍ୱାରା ଜାଣିପାରିବେ ବୋଲି କହିଥିଲେ ।

ପର୍ଯ୍ୟଟନ ଶିଳ୍ପ ପ୍ରତି ୨.୫ ସେକେଣ୍ଡରେ ନୂତନ ଚାକିରୀର ସୁଯୋଗ ଯୋଗାଇଥାଏ ଏବଂ ଛାତ୍ରଛାତ୍ରୀମାନେ ଧର୍ଯ୍ୟ ବୃଦ୍ଧି କରିବା ସହ ନିଜ ଦକ୍ଷତାକୁ ବିନିଯୋଗ କରି ଏହି ସୁଯୋଗକୁ ହାତକୁ ନେବାର ଆବଶ୍ୟକତା ରହିଛି । ହୋଟେଲ, ହସପିଟାଲ ଏବଂ ରେଷ୍ଟୁରାଂଟ ତଥର ବିମାନ ଚଳାଚଳ ଶିଳ୍ପରେ ଏହି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଅନେକ ସୁଯୋଗ ରହିଛି । ସେହିପରି କୋଭିଡ-୧୯ ମହାମାରୀ ଖାଦ୍ୟ ସୁରକ୍ଷା ବିଶେଷଜ୍ଞମାନଙ୍କ ପାଇଁ ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରିଛି ବୋଲି ଶ୍ରୀ ସିହ୍ନା କହିଛନ୍ତି ।

ପ୍ରଫେସର ମହାପାତ୍ର କହିଛନ୍ତି ଯେ, ମାତ୍ର ୧୩ ବର୍ଷ ମଧ୍ୟରେ ସୋଆ ପୂର୍ବାଂଚଳରେ ଏକ ଉତମ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିପାଦିତ ହୋଇପାରିବା ସହ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‌୍ୟାଂଙ୍କି ଫ୍ରେମୱାର୍କ (ଏନଆଇଆରଏଫ) ର‌୍ୟାଙ୍କିଂରେ ଦେଶରେ ଶ୍ରେଷ୍ଠ ୨୦ ତମ ବିଶ୍ୱବିଦ୍ୟାଳୟଭାବେ ମାନ୍ୟତା ପାଇଛି ।

ପ୍ରଫେସର ମିଶ୍ର ଏହି ଇନଡକ୍ସନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୁଚନା ଦେବା ସହ ଏହା ଡିସେମ୍ବର ୧୧ ତାରିଖ ଯାଏ ଚାଲିବ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟର ପ୍ରଫେସର ବି.ବି.ପ୍ରଧାନ, ହ୍ୟୁମାନିଟି ବିଭାଗର ପ୍ରଫେସର ଅଶୋକ ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ବିଏଚଏମସିଟିର ଶେଷ ବର୍ଷର ଛାତ୍ରୀ ଶ୍ୱେତା ବୋଇତି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏସଏଚଏମର ଆସୋସିଏଟ ପ୍ରଫେସର ଡ. ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର- ୧୧୨…

ପୋଲିସ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର- ୧୧୨

ତ୍ବରିତ ସେବା ପାଇଁ ୧୦୯୮ଟି ପଦବୀ ମଧ୍ୟ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ ।ଏହା ତୁରନ୍ତ କାର୍ଯ୍ୟକାରୀ ହେବ ।ପୋଲିସ ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବ ନାହିଁ ।୧୧୨ ରେ ପୋଲିସ ପକ୍ଷରୁ ସବୁ ଜରୁରୀ ସହାୟତା ତୁରନ୍ତ ମିଳିପାରିବ।

ଜନସାଧାରଣଙ୍କ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯାଇଛି ।୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି।୧୧୨ ସେବା ପାଇଁ ୪-ଡି.ଏସ୍‌.ପି, ୧୫୧-ସବ୍‌ଇନ୍ସପେକ୍ଟର, ୨୦୩- ସହକାରୀ ସବ୍ ଇନ୍‌ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ ।ଏତଦ୍‌ବ୍ୟତୀତ outsourcing ଜରିଆରେ ୧୯୮ଜଣ Call Taker Executive ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବେ ।

ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍‌ଧ ହେବା ଦ୍ବାରା ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ ଏବଂ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିଲେ ନବୀନ…..

ଭୁବନେଶ୍ୱର :ଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ l ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଖୁବ ଶୀଘ୍ରପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ବାରକୁ ଯାଇ ସେଠାରୁ ମହାପଭୁଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ । ବର୍ତ୍ତମାନ ସରକାର ଅମଳରେ ବିନ୍ଦୁସାଗର ଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟ ହୋଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ।

ପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଅଧିକ ପର୍ଯ୍ୟଟକଙ୍କୁ ସେଠାକୁ ଆକର୍ଷିତ କରିବାରେ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଐତିହ୍ୟ ନଗରୀ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭବ ପ୍ରଦାନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ।
ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଷାନ୍ତ ରାଉତ, ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, ପୋଲିସ କମିଶନର ଶ୍ରୀ ସୁଧାଂଶୁ ଷଡଙ୍ଗୀ, ପୂର୍ତ୍ତ ସଚିବ ଶ୍ରୀ କିଷନ କୁମାର, ବି.ଏମ୍‌.ସି କମିଶନର ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news