ଭୁବନେଶ୍ୱର : ଶୁକ୍ରବାର ନବୀସ ନିବାସରେ ହଠାତ ମନ୍ତ୍ରୀଙ୍କୁ ଡା଼କରା ଆସିଲା । ଏହାପରେ ଜଣକ ପରେ ଜଣେ ମନ୍ତ୍ରୀ ନବୀନ ନିବାସରେ ପହଞ୍ଚିଗଲେ । କିଛି ବିଧାୟକ ବି ପହଞ୍ଚିଗଲେ । ଏହାପରେ ଆରମ୍ଭ ହୋଇଗଲା ସମୀକ୍ଷା । ନିଜ ନିଜ ନିର୍ବାଚନୀ ମଣ୍ଡଳୀରେ ବିକାଶମୂଳକ କାମ ଅଗ୍ରଗତି ଉପରେ ଆଲୋଚନା ହେଲା । କାମ କେଉଁଠି ଅଟକିଛି ଓ କାହିକିଁ ଅଟକିଛି ତାହା ଉପରେ ବିସ୍ତୃତ ଆଲୋଚନା ହେଲା । ଆଗମୀ ଦିନରେ କଣ କଣ ବିକାଶମୂଳକ କାମ ହେବ ତାହାର କାର୍ଯ୍ୟପନ୍ଥା ଉପରେ ମଧ୍ୟ ଆଲୋଚନା ହେଲା । ତେବେ ନବୀନ ନିବାସରେ ଏହି ଆଲୋଚନା ହେବା କିଛି ନୂଆ କଥା ନୁହେଁ । ହେଲେ ହଠାତ ମନ୍ତ୍ରୀମାନେ ନବୀନ ନିବାସରେ ପହଞ୍ଚିବା ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୂଳକ କାର୍ଯ୍ୟକ୍ରମ ଅଗ୍ରଗତି ଉପରେ ଆଲୋଚନା ଆଳରେ କିଛି ତାଗିତ କରିଥିବା କଥା ଚର୍ଚ୍ଚା ହେଉଛି । ବିଶେଷକରି କରୋନା ଯୋଗୁଁ ୮ ମାସ ହେବ ବିକାଶମୂଳକ କାର୍ଯ୍ୟକ୍ରମରେ ବ୍ରେକ ଲାଗିଥିବାରୁ ଯୁଦ୍ଧାକଳୀନ ଭିତ୍ତିରେ କାମ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । କେବଳ ସେତିକି ନୁହେଁ, କେଉଁ କାରଣ ଯୋଗୁଁ ଅଧାପାନ୍ତର ଭାବେ ପଡ଼ିରହିଥିବା କାମ ଶେଷ ହୋଇପାରୁନାହିଁ ତାହା ମଧ୍ୟ ପଚାରିବୁଝିଥିଲେ ନବୀନ ।
ଅନ୍ୟପଟେ ନୂଆବର୍ଷରେ ନବୀନ ମନ୍ତ୍ରୀମଣ୍ଡଳର ଅଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଖାସ ସେଥିଲାଗି ଏପରି ଏକ୍ସସାଇଜ ଆରମ୍ଭ ହୋଇଛି । ଦେଢବର୍ଷ ଧରି ମନ୍ତ୍ରୀମାନେ ନିଜ ବିଭାଗର କାମକୁ କେତେ ତ୍ୱରାନୀତି କରିଛନ୍ତି ଓ ଆଗମୀ ଦିନରେ କଣ କରିବାକୁ ଚାହୁଛନ୍ତି ସେ ସବୁର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ନେବା ପରେ ପ୍ରତି ଦୁଇମାସରେ ମନ୍ତ୍ରୀମାନେ ନିଜ ବିଭାଗ ସର୍ମ୍ପକରେ ରିର୍ପୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସବୁ ରିର୍ପୋଟକୁ ଅଧାର କରି ନବୀନ ମନ୍ତ୍ରୀମଣ୍ଡଳ ଅଦଳବଦଳ ମାପକାଠି କରିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ବିଶେଷକରି ଜାନୁୂୟାରୀ ମନ୍ତ୍ରୀମଣ୍ଡଳରେ ନୂଆଟିମ ହେବ । ଯେଉଁଥିରେ ୬ରୁ ଅଧିକ ମନ୍ତ୍ରୀ ବାଦ ପଡ଼ିବା ସହ କିଛି ଅଭିଜ୍ଞ ଯୁବ ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କୁ ପୁଣିଥରେ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ । ନବୀନ ୨୦ବର୍ଷର ଇତିହାସ କହୁଛି ଯେ ନବୀନ ଶପଥ ନେବାର ୨ବର୍ଷ ପରେ ମନ୍ତ୍ରୀମଣ୍ଡଳର ଅଦଳବଦଳ କରନ୍ତି । ତେଣୁ ସେହି ଆଧାରରେ ପଂଚମ ପାଳିର ଏହା ପ୍ରଥମ ଅଦଳବଦଳ ହୋଇପାରେ । ସବୁଠାରୁ ବଡ଼ କଥା ହେଉଛି ମନ୍ତ୍ରୀମଣ୍ଡଳ ଅଦଳରବଦଳ ସମୟରେ ଯାହା ଚର୍ଚ୍ଚା ହୁଏ ତାହାକୁ ବହୁ ସମୟରେ ନବୀନ ଭୂଲ ପ୍ରମାଣିତ କରିଛନ୍ତି । ସବୁବେଳେ ସରପ୍ରାଇଜ ଦେବା ପରି ଏଥର ବି ନବୀନ ମନ୍ତ୍ରୀମଣ୍ଡଳ ଅଦଳବଦଳ କରି ସେପରି କିଛି ସରପ୍ରାଇଜ ଦେଇପାରନ୍ତିି ।
ନବୀନ ନିବାସରେ ଟିଉସନ ହେଲେ ମନ୍ତ୍ରୀ : ଜୋର ଧରିଲା ଅଦଳବଦଳ ଚର୍ଚ୍ଚା !
ସମ୍ ଅଲ୍ଟିମେଟ୍ର ସର୍ଜନଙ୍କ ବଡ଼ ସଫଳତା : ୧୨ ମାସ ଶିଶୁର ଖାଦ୍ୟନଳୀରୁ ବାହାର କଲେ ସେଫ୍ଟିପିନ୍
ଭୁବନେଶ୍ୱର : ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ଏକ ବର୍ଷର ଶିଶୁର ଅୟାଂଶ କୁମାର ରାଉତର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବାବେଳେ ଶିଶୁଟି ଗୋଟିଏ ଖୋଲା ସେଫ୍ଟିପିନ୍ ଗିଳି ଦେଇଥିଲା । ଏ ବିଷୟରେ ଅବଗତ ନ ଥିବା ତା’ର ପରିବାର ଲୋକେତାକୁ ଜୋର ଜବରଦସ୍ତ ଖାଦ୍ୟ ମଧ୍ୟ ଖୁଆଇଥିଲେ । ତେବେ ଯେତେବେଳେ ପିଲାଟିର କାଶ ଆରମ୍ଭ ହେଲା ଓ ସେକାନ୍ଦିବାରେ ଲାଗିଲା ସେତେବେଳେ ବ୍ୟସ୍ତ ହୋଇ ତା’ ଅଭିଭାବକ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ଏକ୍ସରେ କରିବାପରେ ତା’ର ଖାଦ୍ୟନଳୀରେ ଖୋଲା ସେଫ୍ଟିପିନ୍ଟି ଅଟକିଥିବାର ଜଣାପଡ଼ିଥିଲା । ଏହା ପରେ ତୁରନ୍ତ ତାକୁ ସମ୍ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି କରାଯାଇଥିଲା । ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍ଟି ଆଣ୍ଡ ସ୍କଲବେସ୍ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ତରୁନ୍ତ ଶିଶୁଟିରପରୀକ୍ଷା କରିବା ସହ କାଳବିଳମ୍ବ ନ କରି ସେଫ୍ଟିପିନ୍ଟିକୁ କାଢ଼ିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । କୌଣସିପ୍ରକାର ଦାଗ ସୃଷ୍ଟି ନ କରି ମିନିମାଲ୍ ଇନ୍ଭୋସିଭ୍ ସର୍ଜରୀ ପ୍ରକ୍ରିୟାରେ ସେଫ୍ଟିପିନ୍ଟିକୁ କାଢ଼ିବାରେ ସଫଳହୋଇଥିଲେ ।
ଏହି ପ୍ରକ୍ରିୟାକୁ ସୁଚାରୁରୂପେ ସଂପାଦନ କରିବା ନେଇ ସମ୍ମମ୍ର ଆନେସ୍ଥେସିଆ ବିଭାଗର ସିନିୟର୍ କନ୍ସଲ୍ଟାଂଟଡଃ ଦୀପଙ୍କର ପଢ଼ିହାରୀଙ୍କର ମଧ୍ୟ ଏକ ବଡ ଭୂମିକା ରହିଥିଲା । ଦୁଇ ଦିନ ଅବ୍ଜରଭେସନ୍ରେ ରଖିବା ପରେ ଶିଶୁଟିକୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଥିଲା । ପିଲାମାନଙ୍କଠାରୁ ଏଭଳି ଜିନିଷକୁ କିଭଳି ଦୂରେଇ ରଖିବେ ସେ ନେଇ ବାପାମା’ଙ୍କୁ ହସ୍ପିଟାଲ୍ ପକ୍ଷରୁ ବୁଝାଇ ଦିଆଯାଇଥିଲା ।ଗୋଟିଏ ଖୋଲା ସେଫ୍ଟିପିନ୍ ଖାଦ୍ୟନଳୀ କିମ୍ବା ପାକସ୍ଥଳୀକୁ ଚାଲିଯାଇଥିଲେ ଅପରେସନ୍ ଜରିଆରେ ଏହାକୁ ବାହାରକରିବା ଏକ ବଡ ଚ୍ୟାଲେଞ୍ଜ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଏହା ବେଶ ବିପଦଜନକ ବୋଲି ଡଃ ସାହୁ କହିଛନ୍ତି । ଏହି ଘଟଣାରେ ସେଫ୍ଟିପିନ୍ର ମୁନିଆ ଭାଗଟି ହାଇପୋଫାରିନକ୍ସ କୁ ଫୁଟାଇ କମନ୍ କ୍ୟାରୋଟିଡ୍ ଆର୍ଟେରୀକୁ ସ୍ପର୍ଶକରୁଥିଲା । ଏହି ପ୍ରକ୍ରିୟାରେ ସାମାନ୍ୟ ତ୍ରୁଟି ହୋଇଥିଲେ ଅତ୍ୟଧିକ ରକ୍ତସ୍ରାବ ହେବାର ସମ୍ଭାବନା ରହିଥିଲା ।ଡଃ ସାହୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଗତ ଦିନରେ ଏଭଳି ଅନେକ ଜଟିଳ ପ୍ରକ୍ରିୟାରେ ଶିଶୁମାନଙ୍କ ଜୀବନ
ବଂଚାଇବାରେ ସଫଳ ହୋଇଛନ୍ତି ।
ଟୀକା ପାଇଁ ଓଡିଶାର ଆଗୁଆ ପ୍ରସ୍ତୁତି…….
କୋଭିଡ ମୁକାବିଲା
ଟୀକାକରଣ ପାଇଁ ରାଜ୍ୟର ପ୍ରସ୍ତୁତି ପ୍ରକ୍ରିୟା ଆଗୁଆ ସ୍ତରରେଜୀ
ବିକା କାର୍ଯ୍ୟକ୍ରମ ଓ ଅର୍ଥନୈତିକ ଆହ୍ବାନର ମୁକାବିଲା ଉପରେ
ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା ନେବେ ମୁଖ୍ୟମନ୍ତ୍ରୀ
ସ୍କୁଲ କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ, ସମସ୍ତ ଦୃଷ୍ଟିକୋଣରୁ ବିଚାର କରି ରାଜ୍ୟ ସରକାର
ଉପଯୁକ୍ତ ନିଷ୍ପତ୍ତି ନେବେ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସିଂ ମାଧ୍ୟମରେ କୋଭିଡ ମୁକାବିଲାର ସମୀକ୍ଷା କରି ରାଜ୍ୟର କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇପାରିଛି । ସେହିପରି ଶୀତଋତୁର ଆଶଙ୍କା ମଧ୍ୟ ଦୂରୀଭୂତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ । କୋଭିଡ ପରିଚାଳନାରେ ଓଡିଶା ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହାକୁ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛି ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ଯୋଗୁ ଉପୁଜିଥିବା ଅର୍ଥନୈତିକ ଆହ୍ବାନର ମୁକାବିଲା ପାଇଁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ସଜାଗ ରହି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାର ଜୀବିକା ସୃଷ୍ଟି ସଂପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛନ୍ତି। ଜୀବିକା କାର୍ଯ୍ୟକ୍ରମ ସହିତ ଚାଷୀ, ମିଶନ ଶକ୍ତି, କୃଷକ ଓ MSME ମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ସଂପର୍କରେ ସେ ଡିସେମ୍ବର ୨୨ ତାରିଖ ଦିନ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ଜୀବିକା କାର୍ଯ୍ୟକ୍ରମକୁ ଋଣ ପ୍ରଦାନରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଅବହେଳା କରୁଥିବା ବ୍ୟାଙ୍କ ସଂପର୍କରେ ସେହି ଦିନ ହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଦେଶରେ ଟୀକାକରଣ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଓଡିଶାରେ ସଂପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଛି ଏବଂ ଆନୁସଙ୍ଗିକ ବ୍ୟବସ୍ଥା (Logistics) ମଧ୍ୟ କରାଯାଇଛି । ତେବେ ଦେଶରେ ଟୀକାକରଣ ପ୍ରକ୍ରିୟା ଏକ ବର୍ଷରୁ ମଧ୍ୟ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ବୋଲି ପ୍ରକାଶ କରି ଏ ସମୟରେ ସମସ୍ତ ପ୍ରକାର କୋଭିଡ ନିୟମାବଳୀକୁ ପୂର୍ବ ଭଳି ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। କୋଭିଡ ନିୟମାବଳୀ ଓ ଟୀକାକରଣ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଉପଯୁକ୍ତ ସୂଚନା ଅଭିଯାନ ମଧ୍ୟ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଲେ ଯେ ରାଜ୍ୟରେ କୋଭିଡ ପରିସ୍ଥିତିରେ ଦ୍ରୁତ ଉନ୍ନତି ଜାରି ରହିଛି। ଟୀକାକରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି କାର୍ଯ୍ୟକାରୀ କରୁଛନ୍ତି।
ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ତାଙ୍କ ଉପସ୍ଥାପନାରେ କହିଥିଲେ କୋଭିଡ ମୁକାବିଲାରେ ରାଜ୍ୟର ଉନ୍ନତ ପ୍ରଦର୍ଶନ ଜାରି ରହିଛି । ଆରୋଗ୍ୟ ହାର ବର୍ତ୍ତମାନ ୯୮.୫୨ ପ୍ରତିଶତ ରହିଛି, ଯାହାକୁ ସାରା ଦେଶରେ ଦ୍ବିତୀୟ ସର୍ବଶ୍ରେଷ୍ଠ ସୂଚକାଙ୍କ। ସେହିପରି ଦୈନିକ ସଂକ୍ରମଣ ହାର ପ୍ରଥମ ଥର ପାଇଁ ୧ ପ୍ରତିଶତରୁ କମି ବର୍ତ୍ତମାନ ୦.୯୬ ପ୍ରତିଶତରେ ରହିଛି ବୋଲି ସେ କହିଥିଲେ।
ସେ କହିଥିଲେ ଯେ ଡିସେମ୍ବର ୩୧ ତାରିଖ ସୁଦ୍ଧା ଗଞ୍ଜାମ, ନୟାଗଡ ଓ କୋରାପୁଟରେ ସେରୋ ସର୍ଭେ କରାଯିବ ଏବଂ ଜାନୁଆରୀରେ କଟକ ଓ ଭୁବନେଶ୍ବରରେ କରାଯିବ। ଟୀକାକରଣର module ଅନୁଯାୟୀ ସମସ୍ତ ପ୍ରସ୍ତୁତି କରାଯାଉଛି। ନିର୍ବାଚନ ପ୍ରକ୍ରିୟାର ଅନୁକରଣରେ ଟୀକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ। Cold Chain, ସିରିଞ୍ଜ ଏବଂ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ।
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପୋଲିସ ପ୍ରଶାସନର କୋଭିଡ ମୁକାବିଲା ସଂପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ଉନ୍ନୟନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
୧୮ ମାସରେ ବିଶ୍ୱସ୍ତରୀୟ ହେବ ବରମୁଣ୍ଡା ବସ୍ଷ୍ଟାଣ୍ଡ : ନବୀନ କଲେସମୀକ୍ଷା
ଭୁବନେଶ୍ୱର : ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ : ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା
ଭୁବନେଶ୍ବର : ଭୁବନେଶ୍ବର ବରମୁଣ୍ଡା ବସ୍ଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସ୍ଷ୍ଟାଣ୍ଡ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍ ଚଳାଚଳ କରିଥାଏ । ହଜାର ହଜାର ଯାତ୍ରୀ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ଥାନକୁ ବସ୍ଯୋଗେ ଯାଇଥାନ୍ତି । ତେଣୁ ଏହାକୁ ଅକ ଅତ୍ୟାଧୁନିକ ରୂପ ଦେବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କାମ ଆରମ୍ଭ ହୋଇଛି ।ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡାର ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।ଏହି ପ୍ରକଳ୍ପର ଦୁଇଟି ଭାଗ ରହିଛି । ଗୋଟିଏ ଖଣ୍ଡଗିରିସ୍ଥ ବସ୍ ଡିପୋ ଏବଂ ଅନ୍ୟଟି ବରମୂଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ।ଖଣ୍ଡଗିରି ବସ୍ ଡିପୋ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଯାଇଛି ଏବଂ ମୁଖ୍ୟମନ୍ତ୍ରୀ ଆଜି ତାହା ବୁଲି ଦେଖିଥିଲେ ଏବଂ ଉନ୍ନତ ନିର୍ମାଣ କାର୍ଯ୍ୟ ସହିତ ବସ୍ ରହିବାର ସୁବ୍ୟବସ୍ଥା ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ।
ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲକୁ ପୂର୍ବ ଭାରତର ପ୍ରମୁଖ ବସ୍ ଟର୍ମିନାଲ ଭାବରେ ଗଢି ତୋଳିବାକୁ ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି । ଅତ୍ୟାଧୁନିକ ଡିଜାଇନ ସହିତ ଯାତ୍ରୀମାନଙ୍କର ସୁବିଧା ସୁଯୋଗ, ବସ୍ ମାନଙ୍କର ପ୍ରସସ୍ଥ ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଆଦି ଉପରେ ଏଥିରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ 5T କାର୍ଯ୍ୟକ୍ରମ ଅଧିନରେ ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲର ରୂପାନ୍ତରୀକରଣ (Transformation) କାର୍ଯ୍ୟ ହାତକୁ ନିଆଯାଇଛି ।
ଏହି କାର୍ଯ୍ୟ ପାଇଁ ମୋଟ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସର୍ବଶ୍ରୀ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ, ଭୁବନେଶ୍ବର ମହାନଗର ନିଗମର କମିଶନର ଓ ପୋଲିସ କମିଶନର ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ୱରରେ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ
ଭୁବନେଶ୍ୱର : ଭୁବନେଶ୍ୱରରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ l ଦାୟିତ୍ବ ନେବା ପରେ ପୁରନ୍ଦେଶ୍ବରୀଙ୍କର ପ୍ରଥମ ଓଡ଼ିଶା ଗସ୍ତ କରିଥିବାରୁ ରାଜ୍ୟ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଛି l ୩ଦିନିଆ ଗସ୍ତ ଅବସରରେ ଦଳୀୟ ନେତା ଓ ବୁଦ୍ଧିଜୀବୀଙ୍କୁ ଭେଟିବେ l ୨ ଦିନ ଧରି ଦଳୀୟ କର୍ମୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି l କଣ ପାଇଁ ରାଜ୍ୟ ବିଜେପି ଓଡ଼ିଶାରେ ବିଫଳ ହେଉଛି ତାହା ଉପରେ ଆଲୋଚନା କରିବେ ବୋଲି ଜଣାପଡିଛି l
ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ଓଡ଼ିଶା ଏକ ନମ୍ବର ରାଜ୍ୟ…..
ଭୁବନେଶ୍ୱର : ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ଓଡ଼ିଶା ଏକ ନମ୍ବର ରାଜ୍ୟ । ରାଜଧାନୀ ଦିଲ୍ଲୀ ଓ ୨୮ ରାଜ୍ୟର ୪୦ ସହରରେ ହୋଇଥିବା ସର୍ଭେରେ ଓଡ଼ିଶା ଶୀର୍ଷରେ ରହିଛି । ପ୍ରଜା ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ଓଡ଼ିଶା ୧୦୦ ମାର୍କରୁ ୫୬.୮୬ ପ୍ରତିଶତ ମାର୍କ ପାଇ ପ୍ରଥମ ସ୍ଥାନରେ ରହିଛି । ୫୫.୧୫ ମାର୍କ ସହ ମହାରାଷ୍ଟ୍ର ଦ୍ୱିତୀୟ ଓ ୫୫.୧୫ ମାର୍କ ସହ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି । ସେହିପରି କେରଳ, ମଧ୍ୟପ୍ରଦେଶ ଓ ନାଗାଲାଣ୍ଡ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଆଞ୍ଚଳିକ ଅର୍ବାନ ପ୍ଲାନିଂ, ସଡ଼କ ଓ ରାସ୍ତାଘାଟ, ଲ୍ୟାଣ୍ଡ ରେଗୁଲେସନ, ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି, ପାନୀୟ ଜଳ ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା, ସହରାଞ୍ଚଳ ବନୀକରଣ ଭଳି ବିଭିନ୍ନ ପାରାମିଟରର ସର୍ଭେ କରାଯାଇଥିଲା । ୩ ବର୍ଷ ଧରି ଏହି ସର୍ଭେ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶା ଶୀର୍ଷରେ ରହିଛି ।
ପ୍ରବୀର ପରିବାରକୁ ୧୫ ଲକ୍ଷ ସହାୟତା ରାଶି ମଞ୍ଜୁର: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମାନସ ମଙ୍ଗରାଜ…
ଭୁବନେଶ୍ୱର : କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀ ସମୟରେ ସାମ୍ବାଦିକ ନିଜ ଜୀବନକୁ ବାଜିରେ ଲଗାଇ କରୋନା ସମ୍ବନ୍ଧିତ ଟିକ ନିକ ଖବର ଲୋକଙ୍କ ପାଖକୁ ପହଞ୍ଚାଇଥିଲେ । ଖବର ସଂଗ୍ରହ କରିବା ସମୟରେ News 18ର ଭୁବନେଶ୍ୱର ରିପୋର୍ଟର ପ୍ରବୀର ପ୍ରଧାନଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ୧୫ ଲକ୍ଷ ଟଙ୍କା ସହାୟତା ରାଶି ମଞ୍ଜୁର କରିଛନ୍ତି । ଏଥିଲାଗି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସବୁବେଳେ ନିଜର ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ଦେଶ ପାଇଁ ଉଦାହରଣ ସାଜିଛନ୍ତି ନବୀନ l ଶ୍ରେଷ୍ଠ ପ୍ରଶାସକର ମାନ୍ୟତା ବି ମିଳିଛି l କରୋନା ମହାମାରୀ ସମୟରେ ଅନେକ କରୋନା ଯୋଦ୍ଧା ନିଜର ବଳିଦାନ ଦେଇଛନ୍ତି । ସେ ସମସ୍ତଙ୍କୁ ନବୀନ ଯୋଦ୍ଧାର ସ୍ୱୀକୃତି ଦେଇ ତାଙ୍କ ପରିବାର କଥା ନିଜେ ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଦୁଇ ଜଣ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଛନ୍ତି l ଗଣମାଧ୍ୟମ ଉପଦେଷ୍ଟା ହେବା ପରେ ସାମ୍ବାଦିକ ମାନେ କିପରି ସବୁସୁବିଧା ପାଇପାରିବେ ତାହାକୁ ଗୁରୁତ୍ୱ ଦେଇଛନ୍ତି ମାନସ ମଙ୍ଗରାଜ l
ପୁଣି କଂଗ୍ରେସର ନୈତିକ ବିଜୟ ଦାବି କଲେ ନିରଞ୍ଜନ….
ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ସମୟରେ ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ଓ ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟ ସରକାରଙ୍କର ସଂପୃକ୍ତିକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଲୋକାୟୁକ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଲୋକାୟୁକ୍ତ ତାଙ୍କର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ ଏହି କେଳେଙ୍କାରୀର ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିବା ଘଟଣା କଂଗ୍ରେସ ଦଳର ଏକ ନୈତିକ ବିଜୟ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଆଇନ୍ର ଅଦାଲତରେ ଆମର ନୈତିକ ବିଜୟ ପରେ ଏହି ଦୁର୍ନୀତି ପ୍ରସଙ୍ଗକୁ ଲୋକଙ୍କ ଅଦାଲତକୁ ନେବାକୁ କଂଗ୍ରେସ ଦଳ ନିରନ୍ତର ଉଦ୍ୟମ ଜାରି ରଖିଛି । ଭିଜିଲାନ୍ସ ତଦନ୍ତର ନିରପେକ୍ଷତାକୁ ନେଇ ପୂର୍ବରୁ ବହୁ ପ୍ରଶ୍ନବାଚୀ ଥିଲେ ମଧ୍ୟ ଦୁର୍ନୀତିର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ଆମେ ଦୃଢ଼ ଆଶାବାଦୀ । ଏହି ମାସ୍କ, ପିପିଇ କିଟ୍ ଓ କୋଭିଡ୍ ସାମଗ୍ରୀ କିଣାରେ ହୋଇଥିବା ଦୁର୍ନୀତିରେ ଜରୁରୀକାଳୀନ କ୍ରୟ କମିଟି, ମନ୍ତ୍ରୀ ସ୍ତରୀୟ କମିଟି ଓ ଏପରିକି କ୍ୟାବିନେଟ୍ କମିଟିର ଅନୁମୋଦନ ଥିବା ଘଟଣାକୁ ସରକାରୀ ଅଧିକାରୀମାନେ ଲୋକାୟୁକ୍ତଙ୍କ ଆଗରେ ପରିପ୍ରକାଶ କରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ହୋଇଥିବାରୁ ଭିଜିଲାନ୍ସ ଅଧିକାରୀମାନେ ସଂପୃକ୍ତ ବ୍ୟକ୍ତିବିଶେଷମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଅତ୍ୟନ୍ତ ଜରୁରୀ ଅଟେ । ରାଜ୍ୟ ସରକାରଙ୍କ ଅସଲ ଚିତ୍ର, ଚେହେରା, ଚରିତ୍ର ଓ ଚାଲ୍ର ପର୍ଦ୍ଦାଫାସ ତଦନ୍ତରୁ ସ୍ପଷ୍ଟ ଜଣାପଡିବ ବୋଲି ଶ୍ରୀ ପଟ୍ଟନାୟକ ଆଜିର ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି । ୫ଞ ଓ ସ୍ୱଚ୍ଛ ସରକାରର ଫମ୍ପା ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଲୋକଙ୍କ ଟିକସରୁ ଆଦାୟ ଅର୍ଥକୁ ହରିଲୁଟ୍ କରିଥିବାର ମସୁଧାକୁ ଓଡିଶାବାସୀ କଦାପି ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିଛନ୍ତି । ଆସନ୍ତା ଫେବୃଆରୀ ମାସ ମଧ୍ୟରେ ଭିଜିଲାନ୍ସ ଲୋକାୟୁକ୍ତଙ୍କୁ ସବିଶେଷ ତଦନ୍ତର ତଥ୍ୟ ପ୍ରଦାନ ପର୍ଯ୍ୟନ୍ତ କଂଗ୍ରେସ ଦଳ ଓଡିଶାବାସୀଙ୍କ ନିକଟରେ ଉକ୍ତ ପ୍ରସଙ୍ଗକୁ ନେଇ ଜୋରଦାର ଆନ୍ଦୋଳନାତ୍ମକ ପଦକ୍ଷେପ ଜାରି ରଖିବ ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍ଗୋ ଓ ପ୍ରାକ୍ତନ ବିଧାୟକ ଶ୍ରୀ ଯଜେ୍ଞଶ୍ୱର ବାବୁ ଉପସ୍ଥିତ ଥିଲେ ।
ଏମଏସପି ପାଇଁ ଓଡିଶାର ସଂକଳ୍ପ……….
ଭୁବନେଶ୍ୱର :ଚାଷୀ ହେଉଛି ଆମ ଅର୍ଥନୀତିର ଆତ୍ମା ଓ ମୌଳିକ ଶକ୍ତି । ଚାଷୀର ଉନ୍ନତିରେ ହିଁ ଆମ ଦେଶ ଓ ସମାଜ ସମୃଦ୍ଧ ହୋଇଥାଏ । ତେଣୁ ଚାଷୀ ଓ ଚାଷ ପ୍ରତି ଅବହେଳା ଆତ୍ମଘାତି ସଦୃଶ ହୋଇଥାଏ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ହୋଇଥିବା ସରକାର ପ୍ରଥମରୁ ହିଁ କୃଷିକୁ ପ୍ରାଥମିକତା ଦେଇଆସିଛି ଓ ଚାଷୀ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଆସିଛି । ତା ସହିତ ଚାଷୀର ରୋଜଗାରକୁ ଦୁଇଗୁଣ କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛି । ଆମର ନୂଆ କୃଷି ନୀତି-୨୦୨୦ ସମୃଦ୍ଧି ଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଦ୍ରୁତ କୃଷି ଅଭିବୃଦ୍ଧି ଉପରେ ହିଁ କେନ୍ଦ୍ରୀତ ହୋଇଆସିଅଛି। ଚାଷକୁ ଲୋଭଜନକ କରିବା ଏବଂ ଏହି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମର ଲକ୍ଷ୍ୟ ।
ଗତ ୧୬ ବର୍ଷ ମଧ୍ୟରେ ଆମ ରାଜ୍ୟରେ ମୋଟ ଘରୋଇ କୃଷି ଉତ୍ପାଦନ ଦୁଇ ଗୁଣ ହୋଇଥିବା ବେଳେ ଅଭିବୃଦ୍ଧି ହାର ୪.୫ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ୩.୧ରେ ସୀମିତ ରହିଅଛି ।
କୃଷିର ବିକାଶ ତଥା କୃଷକର କଲ୍ୟାଣ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର କୃଷି କ୍ୟାବିନେଟ ଗଠନ ଠାରୁ ଆରମ୍ଭ କରି ସ୍ବତନ୍ତ୍ର କୃଷି ବଜେଟ କାର୍ଯ୍ୟକାରୀ କରୁଥିବା ବେଳେ କାଳିଆ ଯୋଜନା ପରି ଐତିହାସକ ପଦକ୍ଷେପ ଗ୍ରହଣ କରି ସାରା ଭାରତର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଚାଷୀର ରୋଜଗାର ବୃଦ୍ଧିରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ସେହିପରି ଆମର ଆଦିବାସୀ ଅଞ୍ଚଳ ମାନଙ୍କର ଚାଷୀ ମାନଙ୍କ କଲ୍ୟାଣ ପାଇଁ ଆମେ ଆରମ୍ଭ କରିଥିବା ମାଣ୍ଡିଆ ମିଶନ ରୋଜଗାର ବୃଦ୍ଧିରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଭାବରେ ପରିଗଣିତ ହୋଇଅଛି। ନିକଟ ଅତୀତରେ ଭୂମିହୀନ ଏବଂ ଛୋଟ ଚାଷୀ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ୪୦ଟି ପଛୁଆ ବ୍ଲକ୍ରେ Agriculture Production Cluster Programme ମଧ୍ୟ କାର୍ଯ୍ୟକାରୀ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଚାଷୀଙ୍କ ରୋଜଗାରକୁ ବୃଦ୍ଧି କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ଭାବରେ ବିଚାର କରନ୍ତି । ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ Dr. M.S. Swaminathanଙ୍କ ଅଧ୍ୟକ୍ଷତାରେ ଜାତୀୟ କୃଷକ କମିସନ ସର୍ବନିମ୍ନ ସହାୟକ ମୂଲ୍ୟକୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଥିଲେ ।
Swaminathan committee ର ସୁପାରିଶ କୁ କାର୍ଯ୍ୟ କାରୀ କରିବା ପାଇଁ ରାଜ୍ୟ କାବିନେଟ ତାର ଦାବି କୁ ପୁଣିଥରେ ଦୋହରା ଉଛି
୨୦୧୭ ଓ ୨୦୧୮ ମସିହାରେ ଦୁଇ ଦୁଇ ଥର ଓଡିଶା ବିଧାନ ସଭା Swaminathan Commissionଙ୍କ ସୁପାରିଶ ଭିତିରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ମଧ୍ୟ ସର୍ବସମ୍ମତ ପ୍ରସ୍ତାବ ପାରିତ କରିଛି । କୌଣସ ଚାଷୀ ଯେପରି ତାର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ନ ହେବ, ସେଥିପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଏହା ତାର ହକ୍ । ଭାରତ ପରି ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀର ଅଧିକାର । ଚାଷୀ ଖରା ବର୍ଷା ସହି କ୍ଷେତରେ ଖଟିଲେ ସବୁ ପରିବାରର ରୋଷେଇ ଘରେ ଚୁଲି ଜଳେ। ତେଣୁ ଚାଷୀ ଯଦି ତାର ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇବାରେ ସନ୍ଦେହରେ ରୁହେ, ତେବେ ଚାଷୀ ଓ ଚାଷ ସହିତ ଆମ ଅର୍ଥନୀତି ସଂକଟକୁ ଆସିଯିବ। ଚାଷୀର ସ୍ବାର୍ଥକୁ ଅଣଦେଖା କରି ବିକାଶର ସ୍ବପ୍ନ ଅବାସ୍ତବ। କରୋନା ସମୟରେ ଅର୍ଥନୀତିର ପ୍ରାୟ ସବୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, ଚାଷୀର ପରିଶ୍ରମ ହିଁ ସଂଜୀବନୀ ସଦୃଶ ଅର୍ଥନୀତିକୁ ବଞ୍ଚାଇ ରଖିଛି । ତେଣୁ ଅନ୍ୟ ସବୁ କ୍ଷେତ୍ରରେ ରୋଜଗାରରେ ଯେପରି ବୃଦ୍ଧି ଘଟୁଛି, ତା ସହିତ ତାଳ ଦେଇ ଚାଷୀର ରୋଜଗାର ମଧ୍ୟ ବଢିବା ଉଚିତ। କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରୋଜଗାର ବଢିବା ଦରକାର । ଚାଷ କୁ ଲାଭଜନକ କରିବା ଏବଂ ଚାଷୀକୁ ସମସ୍ତ ପ୍ରକାର ଆଶଙ୍କାରୁ ସୁରକ୍ଷା ଦେବା ପାଇଁ କୃଷିଜାତ ଦ୍ରବ୍ୟ ଗୁଡିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ଏକ ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ନେଇ ସ୍ଥିରୀକୃତ କରିବା ଆବଶ୍ୟକ ।
ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସ୍ବାମୀନାଥଙ୍କ କମିସନଙ୍କ ସମସ୍ତ ସୁପାରିଶକୁ ସବୁ ଶସ୍ୟ ପାଇଁ ଲାଗୁ କରିବାକୁ ଓଡିଶା ସରକାର ତାଙ୍କ ସଂକଳ୍ପକୁ ପୁନଃ ଘୋଷଣା କରୁଛନ୍ତି ।
ଚାଷୀ ଆନ୍ଦୋଳନ ନେଇ କଣ କହିଲା ବିଜେଡି…….
ଭୁବନେଶ୍ୱର : ବିଜୁ ଜନତା ଦଳ ଚାଷୀ ଙ୍କ ସହ ରହିଛି ।ଆମେ ଚାଷୀ ଙ୍କ ପାଇଁ ବିଧାନସଭା ରେ ରିଜୋଲେସନ ପାରିତ କରିଥିଲୁ ,ଏମଏସପି ଦୁଇ ଗୁଣ କରିବା ପାଇଁ ।ଏହାସହ
ଆମେ ପାର୍ଲିଆମେଣ୍ଟରରେ ମଧ୍ୟ ଆମର ଦାବି ଜଣାଉଛି । ଏହାସହ ନୈତିକତା ସମର୍ଥନ ଜଣାଉଛି ।ଚାଷୀଙ୍କ ସମସ୍ୟା ସହିତ ବିଜୁଜନତା ଦଳ ଜଡିତ ଅଛି ଏବଂ ସମର୍ଥନରେ ରହିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି l














