ଭୁବନେଶ୍ୱର : ଇତିହାସରେ ପ୍ରଥମ ଥର ପାଇଁ ଜନ ବିରୋଧୀ କାର୍ଯ୍ୟ କଲା ପରେ ପ୍ରଲାପ କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ। ନିଜେ ଜାଣିଛନ୍ତି କଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି। ହେଲେ ଛାଟିପିଟି ହୋଇ ୟା ତା ନାଁ ନେଇ ଆତ୍ମସନ୍ତୋଷ ନେଉଛନ୍ତି, ଆମେ ତା ଉପରେ ଦୟା କରୁଛୁ। ଆମକୁ ଖରାପ ଲାଗୁଛି ଜଣେ ଲୋକ ଜନ ବିରୋଧୀ କାର୍ଯ୍ୟ କରି ପୁଣି ପଚାରୁଛନ୍ତି ଯେ ଜନ ବିରୋଧୀ କାର୍ଯ୍ୟ କଣ କରିଛନ୍ତି। ଯେବେ ସାରା ରାଜ୍ୟ ଓ ଗଞ୍ଜାମ କୋବିଡ଼ ବିରୋଧରେ ଲଢେଇ କରୁଥିଲେ, ସେତେବେଳେ charter ପ୍ଲେନରେ ବୁଲି ଖର୍ଚ୍ଚ କଲେ 84 ଲକ୍ଷ ରହଣି, ବୁଲାବୁଲି ଓ ତମସା କରିବାରେ। ହେଲେ ପଚାରୁଛନ୍ତି କଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି। ଯେତେବେଳେ କୋବିଡ଼ ଯୋଦ୍ଧା ଲଢେଇ କରି ଜୀବନ ଦେଉଥିଲେ, ଆପଣ ଠକ ଆକାଶ ପାଠକଙ୍କ ଟଙ୍କାରେ charter ପ୍ଲେନରେ କାହିଁକି ବୁଲୁଥିଲେ, ତାହାର କୈଫତ ଦେବାର ସମୟ ଆସିଛି। ଏ ଯାଏ ସେ ସ୍ପଷ୍ଟ କହି ନାହାନ୍ତି, ଗୋପାଳପୁର ବିଧାୟକଙ୍କ ବଳରେ 68 ଲୋକଙ୍କ ଠାରୁ ଆକାଶ ଲୁଟ କରିଛନ୍ତି, ଲୁଟର ଉତ୍ତରଦାୟୀ ବିଧାୟକ କହିବା ଦରକାର କେବେ ସେ ଲୁଟ ଟଙ୍କା ଫେରସ୍ତ କରିବେ। କଣ ପାଇଁ ବିଧାୟକଙ୍କ ପ୍ରଭାବ ଦେଖାଇ ଟଙ୍କା ନେଉଥିଲେ କଣ ପାଇଁ। ଆଶ୍ଚର୍ଯ୍ୟ ହେବେ ଯେ କିଛି ଦିନ ହେଲା ପ୍ରଲାପ କରି ବ୍ୟକ୍ତିଗତ ନାଁ ନେଉଛନ୍ତି, ଆମ ଭାବି ନଥିଲୁ ସେ ଏତେ ତଳକୁ ଖସି ଯିବେ। କାରଣ ସେ ଭଲ ଭାବେ ଜାଣିଛନ୍ତି ଦୋଷୀ କିଏ। ସେ ନିର୍ଲଜ ଭାବେ ଠକ ପାଠକ ବାପ ପୁଅଙ୍କୁ ସମର୍ଥନ କରୁଛନ୍ତି। ଏହା ସ୍ପଷ୍ଟ କରୁଛି ଯେ ସେ ହି ଏହି ଦୁର୍ନୀତିରେ ଭାଗିଦାରୀ ଅଛନ୍ତି। କୋବିଡ଼ ଯୋଦ୍ଧା ମାନେ ଲଢେଇ କରିଥିଲେ ସାଧାରଣ ଲୋକଙ୍କ ପାଇଁ ସେ ସମୟରେ ବିଧାୟକ ବୁଲିବାକୁ ଯାଇ ତାଜ ୟାଲେସରେ। ସେ ହିସାବ କେବେ ଦେବେ। ବହୁତ ନାଟକ ହୋଇଗଲା, ଆପଣଙ୍କ ପ୍ରଶ୍ନ ପଚାରିବାର ଅଧିକାର କେଉଁଠୁ ଆସିଲା। ଯେଉଁଥି ପାଇଁ ଆପଣ ନିର୍ବାଚିତ ହୋଇଛନ୍ତି, ସେ କାମ କରିବାକୁ ପଛଘଞ୍ଚା ଦେଲେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଲୋକ ବାଧ୍ୟ ନୁହନ୍ତି। ଜନ ବିରୋଧୀ କାର୍ଯ୍ୟ ହେଲା 68 ଲୋକଙ୍କ ଠାରୁ ନିଜ ଭାବି ଜାମାତା ଠକ ଆକାଶ ପାଠକ ଜରିଆରେ ଟଙ୍କା ଖାଇଲେ, କଣ ପାଇଁ ଖାଇଲେ। ଫେରାଏବେ ନା ନାହିଁ। କୋଟଫେତାରେ 20 କୋଟିର ସମ୍ପତ୍ତି କବଜାର ସ୍ପଷ୍ଟୀକରଣ କିଏ ଦେବେ। 150 କୋଟିର ବେନାମୀ ସମ୍ପତ୍ତିର ହିସାବ ଓ ସ୍ପଷ୍ଟୀକରଣ କିଏ ଦେବ। ଯେଉଁ ବଡ଼ ବଡ଼ କଥା କହୁଛନ୍ତି ଆଉ ବିଳିବିଳାଉଛନ୍ତି ଗଣମାଧ୍ୟମକୁ ତା କାମ କରିବାକୁ କହୁଛନ୍ତି, ହେଲେ charter ପ୍ଲେନ ଟଙ୍କା ଯେଉଁ ମାଧ୍ୟମରେ ଗଲା। ଆପଣ କହିଲେ ଆକାଶଙ୍କ ପାଠ ପଢା କଥା କହି top କରିଥିବା କହିଲେ, ସେ certificate କୁଆଡେ ଗଲା। ନିର୍ଲଜ ପରି ପ୍ରଦୀପ ବାବୁ କହୁଛନ୍ତି ସେ ଚାକିରୀ କରୁଥିଲେ TATAର subsidiary କମ୍ପାନୀରେ, ସେ କାଗଜ କାହିଁ। ଫର୍ଦ୍ଦ ଲମ୍ବି ଲମ୍ବି ଯିବା। ଏହା ପ୍ରାଥମିକ ତଦନ୍ତ। ଖସଡ଼ା ଆପଣଙ୍କ ପାଖରେ ପହଂଚିଲାଣି। ଆମର ବିଶ୍ୱାସ ଆଗକୁ ଜନ ବିରୋଧୀ କାମ ଦ୍ୱାରା ଟଙ୍କା କମାଇଛନ୍ତି ଓ ଠକ ମାନଙ୍କୁ ଲଗେଇ ଲୋକଙ୍କୁ ଲୁଟିଛନ୍ତି, U R EXPOSED। ଲୋକଲୋଚନରେ ଆପଣଙ୍କ କଳା ଚେହେରା ଲୋକଙ୍କ ପାଖରେ ଆସିଛି। ବିଜେଡି ମୁଖ୍ୟପାତ୍ର ଲେନିନ ମହାନ୍ତି କହିଛନ୍ତି l
ବିଜେଡ଼ି-ବିଜେପି ଉପରେ ବର୍ଷିଲେ ନିରଞ୍ଜନ…..
ଭୁବନେଶ୍ୱର- ଭାରତବର୍ଷର ସମ୍ବିଧାନ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଏବଂ ମହାନ ସମ୍ବିଧାନ ବୋଲି ସର୍ବଜନ ଆଦୃତ । ଗଣତନ୍ତ୍ର ସେତେବେଳେ ସୁଦୃଢ଼ ଯେତେବେଳେ ଗଣତାନ୍ତ୍ରିକ ମୁଲ୍ୟବୋଧ ପ୍ରତି ପ୍ରଗାଢ଼ ବିଶ୍ୱାସ ଏବଂ ନିଷ୍ଠା ରାଜନୈତିକ ଦଳ, ନେତୃବୃନ୍ଦ ତଥା ଗଣତନ୍ତ୍ରକୁ ସୁଦୃଢ଼ କରିବା ବ୍ୟବସ୍ଥାରେ ଜଡ଼ିତ ସମସ୍ତ ଅଂଶିଦାରମାନେ ଦାୟିତ୍ୱ ନିର୍ବାହ କରିବେ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ବିଜେପି ଉପରେ ବିଭିନ୍ନ ଘଟଣାକୁ ନେଇ ଖୁବ ବର୍ଷିଛନ୍ତି । ଆଜକୁ ୭୩ବର୍ଷ ବିତିଗଲାଣି ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେବା କିନ୍ତୁ ଦୀର୍ଘ ଏହି କିଛି ବର୍ଷ ଓଡ଼ିଶାରେ ରାଜନୈତିକ ଦଳ ଏବଂ ନେତୃବୃନ୍ଦ ଯେନତେନ ପ୍ରକାରଣେ କ୍ଷମତା ଦଖଲ କରିବା ପାଇଁ ଲାଗିପଡ଼ିଛନ୍ତି । ଯଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହେବା ପରିବର୍ତେ ଆଜି ଗଣମାନଙ୍କ ସ୍ୱର ଦୁର୍ବଳ ହେବାରେ ଲାଗିଛି । ମୁଁ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିଦଳ ବା ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରିବାକୁ ଚାହୁଁ ନାହିଁ । କିନ୍ତୁ ଯେଉଁମାନେ ଗଣକ ସ୍ୱରଙ୍କୁ ସମ୍ମାନ ଦେବାପାଇଁ ଏବଂ ସମ୍ବିଧାନପ୍ରତି ଉତରଦାୟି ସେମାନେ ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ ସେମାନେ ଜନସାଧାରଣଙ୍କ ସ୍ୱରକୁ ଶାଣିତ କରିବାରେ ପ୍ରୟାସ କରିଛନ୍ତି କି ନା ସୁବିଧାବାଦୀ ରାଜନୀତିରେ ଫାଇଦା ନେଇ କ୍ଷମତା ଦଖଲ କରିବାରେ ବ୍ୟସ୍ତ ଅଛନ୍ତି । ଏହି କିଛିବର୍ଷ ଭିତରେ ଓଡ଼ିଶାରେ ମହିଳାମାନଙ୍କ ଅତ୍ୟାଚାର, ଛୋଟ ଶିଶୁମାନଙ୍କର ନିଖୋଜ, ହତ୍ୟା, ଚୋରୀ, ବ୍ୟାଙ୍କ ଡକାୟିତି ବହୁ ମାତ୍ରରେ ବୃଦ୍ଧି ପାଇଛି । ସରକାର ତଥ୍ୟ ଅନୁସାରେ ଓଡ଼ିଶାର ୨୩୧୮୩ ମହିଳାଙ୍କ ପ୍ରତି ଗୁରୁତ୍ୱର ଅତ୍ୟାଚାର କରାଯାଇଛି । ୭୦୧୨ ଜଣ ଶିଶୁଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମର ଶିକାର ହୋଇଛନ୍ତି । ୫୫୦୩ ଅଳ୍ପ ବୟସ୍କା ବାଳିକା ନିଖୋଜ ଅଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱ ପୋଲିସ ବିଭାଗ ଉପରେ କିନ୍ତୁ ରାଜ୍ୟରେ ଚୋରୀ, ରାଜହାନୀ, ଦୁଷ୍କର୍ମ ବହୁ ମାତ୍ରାରେ ବୃଦ୍ଧି ପାଇଥିଲା ବେଳେ ରାଜ୍ୟ ସରକାର ପୋଲିସ ନିଯୁକ୍ତି କରୁନାହାଁନ୍ତି । ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏବେ ୯ହଜାର ପୋଲିସ ପଦବୀ ଖାଲି ପଡ଼ିଛି । ହୋମଗାର୍ଡ଼ମାନଙ୍କୁ ଚାକିରୀରୁ ବାହାର କରୁଛନ୍ତି । ତେଣୁ ଆଇନଶୃଙ୍ଖଳା ରକ୍ଷା ହେବ କେମିତି? ଦୀର୍ଘଦିନ ଧରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି । ମୁଖ୍ୟମନ୍ତ୍ରୀଙ୍କ ଗୃହବିଭାଗର ଏକ ଗୁଇନ୍ଦା ବିଭାଗ ଅଛି କିନ୍ତୁ ଗୁଇନ୍ଦା ବିଭାଗ କିଭଳି ସଠିକ ତଥ୍ୟ ପ୍ରଦାନ କରୁନାହିଁ ଏବଂ କାହିଁକି କରିପାରୁ ନାହିଁ ଯାହାଫଳରେ କି ଗତ ବିଧାନସଭା ସମୟରେ ଚାରି ଚାରିଟି ଘଟଣାରେ ଲୋକମାନେ ବିଧାନସଭା ସମ୍ମୁଖରେ ଆତ୍ୱାହୁତି ଦେବାକୁ ଉଦ୍ୟତ ହେଲେ । ମୁଖ୍ୟମନ୍ତ୍ରୀ ଏହାର ନୈତିକ ଦାୟିତ୍ୱ ନେବେ କି ନାହିଁ? ଯେ ତାଙ୍କ ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ରାଜନୀତିରେ ନିଷ୍ଠାର ଆବଶ୍ୟକତା ରହିଛି । ଯଦି ମୁଖ୍ୟମନ୍ତ୍ରୀଙ୍କର ନିଷ୍ଠା ଅଛି ତାହାହେଲେ ସେ ନିଜେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ । ନବକୃଷ୍ଣ ଚୌଧୁରୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ । ନୈତିକତାକୁ ସମ୍ମାନ କରି ମୁଖ୍ୟମନ୍ତ୍ରୀ ପଦ ସାଂଗେ ସାଂଗେ ତ୍ୟାଗ କରିଥିଲେ । ମୁଁ ମଧ୍ୟ ମୋ ଉପରେ ଆସିଥିବା ଅଭିଯୋଗ ଯୋଗୁଁ ତିନି ଘଂଟା ମଧ୍ୟରେ ଇସ୍ତଫା ଦେଇଥିଲି । ବିଧାନସଭା ଚଳାଇବା ଦାୟିତ୍ୱ ବାଚସ୍ପତିଙ୍କର ଏବଂ ସରକାରଙ୍କର । ସରକାର ବିଧାନସଭା ଚାଲୁ ବୋଲି ଚାହାଁନ୍ତିକି । ୨୦୦୦- ୨୦୨୧ ମସିହା ପର୍ଯ୍ୟନ୍ତ କେବଳ ୨୦୦୬, ୨୦୧୦ ଏବଂ ୨୦୧୨କୁ ଛାଡ଼ିଦେଲେ ବିଧାନସଭା ୬୦ଦିନ ବସିନାହିଁ । ତେଣୁ ଗଣତନ୍ତ୍ର କିଭିଳି ସୁଦୃଢ଼ ହେବ ଗଣଙ୍କ ସ୍ୱର ଉତୋଳନ କରିବା ବିଧାନସଭା ଭଳି ପବିତ୍ର ମନ୍ଦିରରେ ତାଲା କାହିଁକି? ଏଥିପାଇଁ ଗୃହର ନେତା ଖୁଦ୍ ମୁଖ୍ୟମନ୍ତ୍ରୀ ନୈତିକ ଦାୟିତ୍ୱ ନେବେ କି ନାହିଁ । କଂଗ୍ରେସ ମ୍ୟାନେଜ ହୋଇଗଲା ବୋଲି ବିଜେପି ଯେଉଁ ଅଭିଯୋଗ କରିଛି ତାର ଉତର ରଖି ଶ୍ରୀ ପଟ୍ଟନାୟକ କହିଲେ, କଂଗ୍ରେସ ଦଳ ପରୀ ନିଖୋଜ ଏବଂ ତାର ଶବମିଳିବା ଠାରୁ କଂଗ୍ରେସ ଦଳ ନୟାଗଡ଼ ପୋଲିସକୁ ଭେଟିବା ଏବଂ ନୟାଗଡ଼ର ସମସ୍ତ ବିଧାୟକଙ୍କୁ ଚିଠିଲେଖିବା, ପୋଲିସ୍ ଡିଜିଙ୍କୁ ଭେଟିବା ମେମୋରେଣ୍ଡମ ଦେବା ଏବଂ ମାନବିକ ଅଧିକାର କମିଶନଙ୍କ ପାଖରେ ଫେରାଦ ହେବା କାର୍ଯ୍ୟ କରିସାରିଛି । ଜୁଲାଇମାସ ୨୧ ତାରିଖ ଠାରୁ ଆଜିପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପରୀକୁ ଏବଂ ତାର ପରିବାରକୁ ନ୍ୟାୟଦେବା ପାଇଁ ଆନ୍ଦୋଳନ କରି ଚାଲିଛି ତେଣୁ କଂଗ୍ରେସ ଦଳ ଚୁପ ରହିଲା କେଉଁଠୁ ? ଭାରତୀୟ ଜନତାପାର୍ଟି ଆଜକୁ ୪ମାସ କାଳ ଥିଲା କେଉଁଠି? ନୟାଗଡ଼ ଜିଲ୍ଲାରେ ବା ଓଡ଼ିଶାରେ କେଉଁ ସ୍ଥାନରେ ଆନ୍ଦୋଳନ କରିଛନ୍ତି ଓଡ଼ିଶାବାସୀ କେହି ଦେଖିଛନ୍ତିକି? ପରୀର ବାପା ଓ ମା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାପାଇଁ ଉଦ୍ୟମ କରିବା ପରେ ନଭେମ୍ବର ମାସ ୨୭ ତାରିଖରେ ପ୍ରଥମ ଆନ୍ଦୋଳନ କଲେ । ତେଣୁ ଏ ଦୀର୍ଘଦିନ ଧରି କିଏ ମ୍ୟାନେଜ ହୋଇଥିଲା ଏବଂ କାହିଁକି ହୋଇଥିଲା ? ବିଧାନସଭାରେ କଂଗ୍ରେସ ଦଳ ଏସଆଇଟି ଏବଂ ଏହାକୁ ଜଣେ ଓଡ଼ିଶା ହାଇକୋର୍ଟର କିନ୍ତୁ ସରକାର କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ । କଂଗ୍ରେସ ଦଳ ସେତେବେଳେ ସହିତ ନୟାଗଡ଼ ଜିଲ୍ଲାର ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲା । କିନ୍ତୁ ଏସଆଇଟି ଓ ଓଡ଼ିଶା ହାଇକୋର୍ଟ ସିଂଟି ଜର୍ଜଙ୍କ ତତ୍ୱାବଧାନରେ ତଦନ୍ତ ଦାବି ସରକାର ମାନିଲେ ଏବଂ ଓଡ଼ିଶା ଉଚ୍ଚନ୍ୟାୟଳୟର ରେଜିଷ୍ଟରଙ୍କୁ ଚିଠି ଲେଖିଲେ । କଂଗ୍ରେସ ଦଳ କୃଷକମାନଙ୍କ ସମସ୍ୟା, ବେକାରୀ ସମସ୍ୟା, ଶ୍ରମିକ ସମସ୍ୟା, ଶିକ୍ଷା ସମସ୍ୟା ଏ ସମସ୍ତ ବିଷୟରେ ଆଲୋଚନା କରିବାପାଇଇଁ ପସ୍ତୁତ ହେଲା, କିନ୍ତୁ ଦୁଃଖର କଥା ବିଜେପି ସିବିଆଇ ତଦନ୍ତ ଦାବି କରିବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କର ଇସ୍ତଫା ଦାବି କରୁଥିଲା । ଓଡ଼ିଶାରେ ୧୮-୧୯ଟି ଘଟଣାରେ ସିବିଆଇ ଦୀର୍ଘଦିନ ଧରି ତଦନ୍ତ କରୁଛି ତାହାର ଫଳାଫଳ ଆଜିପର୍ଯ୍ୟନ୍ତ ଜଣାପଡିଲା ନାହିଁ । ତେଣୁ ପରୀର ପରିବାରକୁ ସିବିଆଇ ତଦନ୍ତ ଦ୍ୱାରା ଶୀଘ୍ର ନ୍ୟାୟପ୍ରଦାନ କରାଯାଇ ପାରିଥାନ୍ତାକି? ଦୀର୍ଘ ୨୦ବର୍ଷ ଭିତରେ ଓଡ଼ିଶାରେ ବହୁ ଗୁରୁତ୍ୱପୂର୍ଣ୍ଣ ଗଟଣା ଘଟିଛି କିନ୍ତୁ କେବେ କେହି ଦେଖିଛନ୍ତିକି ଭାରତୀୟ ଜନତାପାଟି ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ସ୍ୱରଉତୋଳନ କରିବାର । କେନ୍ଦ୍ରର ବିଜେପି ସରକାରର ଗୋଟିଏ ପରେ ଗୋଟିଏ ଜନବିରୋଧି ଆଇନକୁ ଅନ୍ଧଭାବରେ ନବୀନ ବାବୁଙ୍କ ସରକାର ସମର୍ଥନ ଦେଇଛନ୍ତି । ନିଜ ଦଳରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନଥାଇ କିଭଳି ଭାବରେ ରାଜ୍ୟ ସଭା ଭାରତୀୟ ଜନତାପାଟି ହାତେଇ ପାରିଲା ଏହା କଣ ଓଡ଼ିଶାବାସୀ ଜାଣନ୍ତି ନାହିଁ । ବାଲେଶ୍ୱର ନିର୍ବାଚନରେ ହାରିବା ପରେ ନିଜର ସ୍ଥିତି ଏବଂ ମୁହଁ ବଂଚାଇବା ପାଇଁ ଏବେ ଏକ ନୂଆ ନାଟକ କରୁଛନ୍ତି । ଓଡ଼ିଶାର ଜନସାଧାରଣ ସଂପୂର୍ଣ୍ଣ ଭାବରେ ଜାଣିଛନ୍ତି ବିଜେପି ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । କିଏ କାହାଦ୍ୱାର ମ୍ୟାନେଜ ହେଉଛି ଏ ପ୍ରଶ୍ନ ବିଜେପିର ପଚାରିବାର ଅଧିକାର ହିଁ ନାହିଁ । କଂଗ୍ରେସ ଦଳ ଓଡ଼ିଶାରେ ବିଜେପି ଏବଂ ବିଜେଡ଼ି ବିରୁଦ୍ଧରେ ଲଢେଇ କରୁଛି ଏବଂ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତ୍ୟେକ ସ୍ତରରେ ଲଢ଼େଇ କରିବ । ଦ୍ୱିତୀୟ କଥାଟି ଅରୁଣ ସାହୁଙ୍କ ଇସ୍ତଫା । ଖୋଦ ଗୃହବିଭାବ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ । ତେଣୁ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିବାପାଇଁ ମୁଁ ବିଜେପି ଦଳକୁ ଅନୁରୋଧ କରୁଛି । ବିଜେପି ଦଳର ଶ୍ରୀ ସମ୍ବିଦ ପାତ୍ର ଯେଉଁ ଅଭିଯୋଗ ଆଣିଛି କଂଗ୍ରେସ ମ୍ୟାନେଜ ହୋଇଗଲା । ଏବଂ ୯ଜଣ ବିଧାୟକ ପଇସା ଖାଇ ଚୁପ ରହିଲେ । ଯଦି ଏହାର ପ୍ରମାଣ ନ ଦିଅନ୍ତି ଏବଂ କ୍ଷମା ନ ମାଗନ୍ତି ତାଙ୍କ ବିରୁଦ୍ଧରେ ଆଇନଗତ ଆଶ୍ରୟ ନେବୁ । ଗୃହର ନେତା ଖୋଦ ମୁଖ୍ୟମନ୍ତ୍ରୀ, ଗୃହର ଅଧ୍ୟକ୍ଷ ବାଚସ୍ପତି ମହୋଦୟ ଗୃହର ସ୍ୱାଧୀକାର ଭଙ୍ଗର ଯେଉଁ ପ୍ରଶ୍ନ ବିଜେପି ନେତୃବର୍ଗ ଉଠାଇଛନ୍ତି, ସେ ଦୃଷ୍ଟିକୋଣରୁ ଗୃହର ନେତା ଏବଂ ବାଚସ୍ପତି ବ୍ରିଚଅଫ ପ୍ରିଭିଲେଜରେ ଏକ କେସ ଦାୟର କରିବେକି? ନା ସାରା ଓଡ଼ିଶାରେ ଯେଉଁ ଚର୍ଚ୍ଚା ଚାଲିଛି ବିଜେଡ଼ି ବିଜେପି ଏକ ତାହା ହିଁ ହୋଇ ରହିବ । ଅଭୟ ଏବଂ ଆକାଶ ପାଠକଙ୍କ ଯେଉଁ ସବୁ ତଥ୍ୟ ସାମନାକୁ ଆସୁଛି ସେଥିରୁ କିଛି ମୌଳିକ ପ୍ରଶ୍ନ ମୁଁ ଉତ୍ଠାପିତ କରୁଛି । କିଭିଳ ୨୦୦୭ ରୁ ୨୦୧୪ ମସିହା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜେନେରାଲ ମ୍ୟାନେଜର ରାଜ୍ୟ ବନନିଗମନରେ ଥିଲେ । ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଜେନେରାଲ ମ୍ୟାନେଜର ଏବଂ କେନ୍ଦୁପତ୍ର କିଣା କାର୍ଯ୍ୟରେ ତାଙ୍କୁ ସଂପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା । ୨୦୧୭-୨୦୨୦ ମସିହା ପର୍ଯ୍ୟନ୍ତ ଇଚଉଉୠ ରହିଥିଲେ ଦୀର୍ଘଦିନ ଧରି ଗୋଟିଏ ପଦବୀରେ କିଭଳି ରହିଥିଲେ ? ତାଙ୍କର କାର୍ଯ୍ୟକଳାପ ଅନିୟମିତତା ଏବଂ ବହୁସମ୍ପତି ଠୁଳ କରିବାର କୌଣସି ତଥ୍ୟ ଗୁଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲା କି? ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିକଟରେ ପାଠକଙ୍କ ପୁଅ ଆକାଶ ପାଠକ ୫ଲକ୍ଷ ଟଙ୍କାର ଚେକ ମୁଖ୍ୟମନ୍ତ୍ରୀଙ୍କ ହାତରେ ଦେଲେ । ପାଠକ ଏବଂ ପାଣିଗ୍ରାହୀଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ସହ ଉଠାଇଥିବା ଫଟୋ ସବୁଆଡ଼େ ବୁଲୁଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଥିବା ଯେଉଁ ଅଧିକାରୀ ବୃନ୍ଦ ଆକାଶ ପାଠକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରାଇବାରେ ସହାୟତା ପ୍ରଦାନ କରିଥିଲେ ସେମାନେ ଆକାଶ ପାଠକଙ୍କ ବିଷୟରେ କୌଣସି ତଥ୍ୟ ସଂଗ୍ରହ କରିଥିଲେ କି ନାହିଁ? ୩୦ବର୍ଷର ଚାକିରୀକାଳ ଭିତରେ କୋଟି କୋଟି ଟଙ୍କା ଆତ୍ମସାତ କରିବାରେ ଯେଉଁ ଅଭିଯୋଗ ଆସିଛି ତାହା ଏଥିରୁ ସ୍ପଷ୍ଟ ପ୍ରମାଣ କରୁଛି ରାଜ୍ୟର ଗୁଇନ୍ଦା ବିଭାଗ କିଭଳି କାର୍ଯ୍ୟ କରୁଛି ଏବଂ ଭିଜିଲାନ୍ସ ବିଭାଗ କିଭଳି କାର୍ଯ୍ୟ କରୁଛି ତାହା ଏକ ବଡ଼ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୀର୍ଘ ୨୧ବର୍ଷ ଭିତରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ସରକାରୀ ପଦଦବୀରେ ଥିବା ବାବୁମାନଙ୍କର ଅର୍ଥ ହଡ଼ପ କରିବା ଏକ ଦୌନଦିନ ଘଟଣା । ତେଣୁ ମୁଖ୍ୟମନ୍ତ୍ରୀ ମହୋଦୟ ନିଜେ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବେକି ନାହିଁ ସେ ବିଚାର କରନ୍ତୁ । ଶ୍ରୀଯୁକ୍ତ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କର ଏକାନ୍ତ ଅନୁଗାମୀ ଥିଲେ ତାଙ୍କ ବିଧାନ ସଭାର ସମସ୍ତ ଦାୟିତ୍ୱ ଦୀର୍ଘବର୍ଷ ଧରି ତାଙ୍କ ହାତରେ ଅର୍ପଣ କରିଥିଲେ । ଯେଉଁ ଆଧାରରେ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କୁ ଦଳରୁ ବହସ୍କାର କଲେ ସେଥିରେ ସେ ଦର୍ଶାଇଛନ୍ତି ଯେ ତାଙ୍କର ଜନବିରୋଧୀ କାର୍ଯ୍ୟକ୍ରମ ଯୋଗୁଁ ତାଙ୍କୁ ଦଳରୁ ବାହାର କରଗଲା । ଏହା ତାଙ୍କ ଦଳର ଆଭ୍ୟନ୍ତରଣ ବ୍ୟାପାର ଏଥିରେ ମୋର କୌଣସି ପ୍ରଶ୍ନ ଉତ୍ଥାପନ କରିବାର ନାହିଁ । ରାଜ୍ୟର ଯେଉଁମନ୍ତ୍ରୀ ମାନେ ଏବଂ ବଡ଼ବଡ଼ ବାବୁମାନେ ଜନବିରୋଧି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେକି?
ରାଜ୍ୟରେ ଇତିହାସ : ସମ୍ ହସ୍ପିଟାଲରେ ଦ୍ୱିତୀୟ ଥର ଯକୃତ ପ୍ରତ୍ୟାରୋପଣ
ଭୁବନେଶ୍ୱର : ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ କରାଯାଇଛି । ଗତ ମାର୍ଚ୍ଚ ୫ ତାରିଖରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ରାଜ୍ୟର ପ୍ରଥମ ସଫଳ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା ।
ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋ ଏଂଟେରୋଲୋଜିର ପ୍ରଫେସର ପି. ବାଲଚନ୍ଦ୍ରନ ମେନନ୍ଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ର ସର୍ଜନମାନେ ଅସ୍ତ୍ରୋପଚାର କରିଥିଲେ ।
ଏହି ଅପରେସନ ପ୍ରକ୍ରିୟା ଭୋର ୪ ଟାରୁ ଆରମ୍ଭ ହୋଇ ଦୀର୍ଘ ୧୨ ଘଂଟା ପର୍ଯ୍ୟନ୍ତ ଜାରି ରହିଥିଲା ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ର ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ । ସମ୍ବଲପୁର ଅଂଚଳର ଉମେଶ କୁମାର ରାଉତ (୪୯)ଙ୍କର ଯକୃତ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ତାଙ୍କ ଭଉଣୀ ଅନୀତା କୁମାରୀ (୪୧) ତାଙ୍କ ଯକୃତର କିଛି ଅଂଶ ନିଜ ଭାଇକୁ ପ୍ରଦାନ କରିଥିଲେ । ଶ୍ରୀ ରାଉତ ଯକୃତ ରୋଗର ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ତାଙ୍କ ଜୀବନ ବଂଚାଇବାପାଇଁ ଯକୃତ ପ୍ରତ୍ୟାରୋପଣ ହିଁ ଏକମାତ୍ର ଉପାୟ ଥିଲାବୋଲି ପ୍ରଫେସର ସାହୁ କହିଛନ୍ତି ।
ଗ୍ୟାଷ୍ଟ୍ରୋ ଇଂଟେଷ୍ଟାଇନାଲ ସର୍ଜରୀ, ହେପାଟୋଲଜି, ଆନାସ୍ଥେସିଆ, କାର୍ଡିଓଲୋଜି, ୟୁରୋଲୋଜି, ନେଫ୍ରୋଲଜି, ରେଡିଓଲୋଜି, ଓଟି, ଇନଫେକସନ କଂଟ୍ରୋଲ, ସେଂଟ୍ରାଲ ଲ୍ୟାବ ଏବଂ ବ୍ଲଡ ବ୍ୟାଙ୍କର ଡାକ୍ତର, ନର୍ସ ଏବଂ ପାରାମେଡିକ୍ସ ମାନଙ୍କୁ ନେଇ ଏହି ଅପରେସନ ନିମନ୍ତେ ଏକ ୪୦ ଜଣିଆ ଟିମ୍ ଗଠନ କରାଯାଇଥିଲା । ସର୍ଜରୀ ପୂର୍ବରୁ ଏଆଇଜି ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟରେ ଏହି ଯକୃତ ପ୍ରତ୍ୟାରୋପଣ ନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।
ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସମ୍ବନ୍ଧରେ ସୂଚନା ଦେଇ ପ୍ରଫେସର ସାହୁ କହିଛନ୍ତି ଯେ, ଅପରେସନ ଥିଏଟରରେ ଯକୃତ ପ୍ରଦାନ କରିଥିବା ଡୋନରଙ୍କର ୬୦% ଯକୃତ ପ୍ରଥମେ କଢ଼ାଯାଇଥିବା ବେଳେ ରୋଗୀଙ୍କର ଅସୁସ୍ଥ ଯକୃତଟିକୁ ସମ୍ପୂର୍ଣ୍ଣ ଭାବେ କଢ଼ାଯାଇଥିଲା ।
ନୂଆ ଯକୃତଟି ସହିତ ସର୍ଜନମାନେ ଆର୍ଟେରୀ, ଭେନ ଏବଂ ବାଇଲ ଡକ୍ଟା ଗୁଡିକୁ ରୋପଣ କରିଥିଲେ । ଏକ ନୂଆ ରୋଟମ୍ ପ୍ରକ୍ରିୟା ମାଧ୍ୟମରେ ଏହି ପ୍ରତ୍ୟାରୋପଣ କରାଯାଇଥିଲା । ଉଭୟ ଡୋନର ଏବଂ ଯକୃତ ଗ୍ରହଣ କରିଥିବା ରୋଗୀ ଅପରେସନ ପରେ ସୁସ୍ଥ ଥିବା ପ୍ରଫେସର ସାହୁ କହିଛନ୍ତି ।
ଏହି ସର୍ଜରୀ ନିମନ୍ତେ ଏଆଇଜିର ଯକୃତ ପ୍ରତ୍ୟାରୋପଣ ନିର୍ଦ୍ଦେଶକ ପ୍ରଫେସର ମେନନ୍ଙ୍କ ନେତୃତ୍ୱରେ ଡ. ଜି.ଭି. ପ୍ରେମକୁମାର, ଡ. ଶକ୍ତି ସ୍ୱରୂପ, ଡ. କ୍ରିଷ୍ଣା ଚୈତନ୍ୟ ଓ ସନ୍ତୋଷ କୁମାର ସାହୁଙ୍କ ସମେତ ୧୦ ଜଣ ଏଠାକୁ ଆସିଥିଲେ । ସେହିପରି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏହି ପ୍ରତ୍ୟାରୋପଣ ଟିମ୍ରେ ସାମିଲ୍ ଥିଲେ ଡ. ସତ୍ୟପ୍ରକାଶ ରାୟଚୌଧୁରø, ଡ. ସୁମିତ୍ ମହାନ୍ତି, ଡ. ସତ୍ୟସୁନ୍ଦର ଗଜେନ୍ଦ୍ରମହାପାତ୍ର, ଡ. ସନ୍ତୋଷ କୁମାର ସିଂହ, ଡ. ରାଜୀବ ଲୋଚନ ସାମଲ, ଡ. ଦେବକାନ୍ତ ମିଶ୍ର, ଡ. ରାଜେଶ କୁମାର ଭୋଳ, ଡ. ଗିରିଜାନନ୍ଦିନୀ କାନୁନଗୋ ଏବଂ ପ୍ରତ୍ୟାରୋପଣ ସଂଯୋଜକ ଶ୍ରୀ ସୁଶାନ୍ତ କୁମାର ବିଶ୍ୱାଳ ଏବଂ ଶ୍ରୀ ସରୋଜ ସେନାପତି ।
ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏଭଳି ସର୍ଜରୀ ନିମନ୍ତେ ଉପଲବ୍ଧ ଥିବା ସୁବିଧାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ପ୍ରଫେସର ମେନନ୍ । ସମ୍ ହସ୍ପିଟାଲର ସର୍ଜନ, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଖୁବ୍ ସହଯୋଗ କରିଥିଲେ ଏବଂ ସେମାନଙ୍କ ଠାରେ ଉତ୍ସାହ ରହିଛି ବୋଲି ସେ କହିଛନ୍ତି । ଭବିଷ୍ୟତରେ ସମ୍ ହସ୍ପିଟାଲ ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ଏକ କେନ୍ଦ୍ର ହୋଇପାରେ ବୋଲି ସେ କହିଛନ୍ତି ।
ଓଡ଼ିଶାରେ ଯକୃତ ପ୍ରତ୍ୟାରୋପଣ ଆରମ୍ଭ କରିବା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କର ସ୍ୱପ୍ନ ଥିଲା ବୋଲି ପ୍ରଫେସର ସାହୁ କହିବା ସହ ପ୍ରଥମ ସର୍ଜରୀ ରାଜ୍ୟରେ ଇତିହାସ ରଚିଥିଲାବୋଲି କହିଥିଲେ । ପ୍ରଫେସର ସାହୁଙ୍କ ନେତୃତ୍ୱରେ ହସ୍ପିଟାଲରେ ପ୍ରଥମ ସର୍ଜରୀ ଗତ ମାର୍ଚ୍ଚ ୫ ତାରିଖରେ ବାଲେଶ୍ୱର ଅଂଚଳର ଜୟନ୍ତ କୁମାର ବିଶ୍ୱାଳଙ୍କର ଶରୀରରେ କରାଯାଇଥିବାବେଳେ ତାଙ୍କୁ ତାଙ୍କ ୧୮ ବର୍ଷର ପୁଅ ଯକୃତ ପ୍ରଦାନ କରିଥିଲେ । ଏହା ଏକ ସଫଳ ପ୍ରତ୍ୟାରୋପଣ ଥିଲା । ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କର ଖୁବ୍ ସହଯୋଗ ରହିଥିଲାବୋଲି ସେ କହିଛନ୍ତି ।
ଯକୃତ ଜନିତ ରୋଗ ଓଡ଼ିଶାରେ ଦୃତ ଗତିରେ ବୃଦ୍ଧି ପାଉଥିବାବେଳେ ଅନେକ ଯୁବାବସ୍ଥାରେ ପ୍ରତ୍ୟାରୋପଣର ଅଭାବ ଯୋଗୁ ମୃତ୍ୟୁବରଣ କରୁଛନ୍ତି । ତେବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏହା ଏବେ ସମ୍ଭବ ହୋଇପାରିଛି ଏବଂ ଖୁବ୍ ସୁଲଭ ମୁଲ୍ୟରେ ଏହି ପ୍ରତ୍ୟାରୋପଣ ହୋଇପାରୁଛି ବୋଲି ପ୍ରଫେସର ସାହୁ କହିଛନ୍ତି ।
ଦେଶ ପାଇଁ ପୁଣି ନବୀନ ସାଜିଲେ ଉଦାହରଣ : ଜନ ବିରୋଧୀ ପାଇଁ ବିଦାକଲେ ବିଧାୟକଙ୍କୁ…..
ଭୁବନେଶ୍ୱର :ଦେଶ ପାଇଁ ପୁଣି ଥରେ ଉଦାହରଣ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ପ୍ରଥମ ଥର ପାଇଁ ଜନ ବିରୋଧୀ କାମ ପାଇଁ ନିଜ ଦଳର ଜନ ପ୍ରତିନିଧିଙ୍କୁ ଦଳରୁ ବିଦା କରିଛନ୍ତି l ନିଜର ଶାସନ ମୂଳମନ୍ତ୍ର ଲୋକ ସେବା ହେଇଥିବାରୁ ନବୀନଙ୍କ ଏପରି ନିଷ୍ପତି ପୁଣି ଦେଶକୁ ଚମକାଇଦେଇଛି l ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ପାଇଁ 5ଥର ମୁଖମନ୍ତ୍ରୀ ହୋଇ ଦେଶରେ ନବୀନ ଏକ ସ୍ୱତନ୍ତ୍ର ପରିଚୟ ପାଇଥିବା ବେଳେ ଦୁର୍ନୀତି ବିରୋଧରେ ତାଙ୍କର ପଦକ୍ଷେପ ସବୁବେଳେ ଚର୍ଚ୍ଚାରେ ରହିଥାଏ l ହେଲେ ପ୍ରଥମ ଥର ଦେଖାଗଲା ଯେ ଦୁର୍ନୀତି ଅଭିଯୋଗ ନୁହେଁ, ବରଂ ଜନ ବିରୋଧୀ କାର୍ଯ୍ୟ ପାଇଁ ନିଜ ଦଳର 3ଥର ବିଧାୟକ ହୋଇଥିବା ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପ୍ରାଣିଗ୍ରାହୀଙ୍କୁ ନବୀନବିଜେଡିରୁ ବହିସ୍କୃତ କରିଛନ୍ତି l ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଦଳ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିସ୍କୃତ କରାଯାଇଛି ବୋଲି ପ୍ରେସ ନୋଟରେ ଅବଗତ କରାଇଛି ।
ତେବେ ନଜର ପକାନ୍ତୁ କାହିଁକି ଗିରଫ ହେଲେ ପ୍ରଦୀପ..
ଗିରଫ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଦୁର୍ନୀତିରେ ସହଯୋଗ କରିଥିବା ଅଭିଯୋଗରେ ପ୍ରଦୀପଙ୍କୁ ବହିଷ୍କାର କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥନ ତାଙ୍କର ଭାବି ଜାମାତା ହେଲେ ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦୁହେଁ ଏବେ ଭୁବନେଶ୍ୱରର ଝାରପଡ଼ା ଜେଲରେ ଥିବା ବେଳେ କଳାକାରନାମା ସମ୍ପର୍କିତ ଦସ୍ତାବିଜ ଏବେ ଭାଇରାଲ ହେଉଛି । ଏଥିରେ ଗୋପାଳପୁର ଟାଟା ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ସର୍ବସ୍ୱାନ୍ତ ହେବାର କରୁଣ କାହାଣୀ । ଆକାଶ ପାଠକ ନିଜକୁ ଟାଟା ପାସେଞ୍ଜର ଡିଭିଜନର ଏମଡି ବୋଲି ମିଛ ପ୍ରଚାର କରୁଥିଲେ । ଆଉ ଟାଟା କଂପାନୀରେ ଚାକିର କରାଇ ଦେବାକୁ କହି, ମିଛ ଆପଏଣ୍ଟମେଣ୍ଟ ଲେଟର ଦେଇ ଲୁଟିଥିଲେ ଗୋପାଳପୁର ଟାଟା ପ୍ରକଳ୍ପ ଅଞ୍ଚଳର ନୀରିହ ଓ ବାସଚ୍ୟୁତ ଲୋକଙ୍କୁ । ଏହି ଲୋକମାନେ କ୍ଷତିପୂରଣ ଆକାରରେ ପାଇଥିବା ଟଙ୍କା ଉତ୍କୋଚ ଆକାରରେ ଦେଇଦେଇଥିଲେ ଆକାଶଙ୍କୁ । ଆଶା ଥିଲା, ଚାକିରି ଖଣ୍ଡେ ମିଳିଲେ ଜୀବନ ଜୀବୀକା ଚଳିବ । ଟଙ୍କା ଗଲା କିନ୍ତୁ ଚାକିରି ମିଳିନାଲି।ଚାକିରି ନପାଇବାରୁ ଏହି ଲୋକମାନେ ଆଇନର ଆଶ୍ରୟ ନେବାକୁ ଉଦ୍ୟମ କରିଛନ୍ତି । ହେଲେ, ବିଡମ୍ବନାର ବିଷୟ ହେଲା ଗୋପାଳପୁରର ପ୍ରଭାବଶାଳୀ ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କର ଭାବି ଜାମାତା ହୋଇଥିବାରୁ ଆକାଶଙ୍କ ବିରୋଧରେ ହେଉନଥିଲା ମାମଲା । ଆକାଶଙ୍କ ଟଙ୍କା ଲୁଟି ଘଟଣାରେ ପରୋକ୍ଷରେ ସେ ବି ସହାୟତା କରିଥିବା ଆଲୋଚନା ହେଉଛି । ଆକାଶ ଯେ, ଟାଟା କଂପାନୀରେ କୌଣସି ଚାକିରି କରନ୍ତି ନାହିଁ ଏ ନେଇ ଖୋଦ୍ ଟାଟା କଂପାନୀ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯାଇଥିଲା । ଆକାଶ ଟାଟା ଗ୍ରୁପର ଫେକ୍ ଲେଟର ହେଡ୍ ଓ ମିଛ ଫଏଲ୍ ନମ୍ବର, ତାରିଫ ବ୍ୟବହାର କରି ୬୮ ଜଣଙ୍କୁ ଅଫର ଲେଟର ଦେଇଛନ୍ତି । ୨୦୨୦ ଏପ୍ରିଲ 1 ତାରିଖରୁ 15 ତାରିଖ ମଧ୍ୟରେ ବିଭିନ୍ନ ଲୋକଙ୍କୁ ଦିଆଯାଇଛି ଅଫର ଲେଟର । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଅଫର ଲେଟର ଦିଆଯାଇଛି ଯାହାଙ୍କ ଘର ହେଉଛି ଗଞ୍ଜାମ ବ୍ରହ୍ମପୁର ବାଦପୁରର ସୁନ୍ଧିଗାଁରେ । ଏହି ଅଞ୍ଚଳରେ ରହିଛି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ଘର । ଡିସେମ୍ବର ୧୫ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ଆକାଶଙ୍କର ବାହାଘର ଭୋଜି ହୋଇଥାନ୍ତା । ସେଥିପାଇଁ ବିଧାୟକ ଜଣଙ୍କ ଆକାଶଙ୍କୁ ସବୁ ସମୟରେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି ।
ତେବେ ଦଳରୁ ବିଦା ହେବା ପରେ କଣ କହିଲେ ପ୍ରଦୀପ..
ମୁଁ କୌଣସି ଜନ ବିରୋଧୀ କାର୍ଯ୍ୟ କରିନାହିଁ ବୋଲି କହିଛନ୍ତି । ଦଳ ତରଫରୁ ଯେଉଁ କାର୍ଯ୍ୟ ଦିଆଯାଇଛି ତାକୁ କରିଛି ବୋଲି କହିଛନ୍ତି ପ୍ରଦୀପ । ଦଳୀୟ ପ୍ରାଥୀଙ୍କୁ ଜିତାଇବାରେ ତାଙ୍କର ଭୂମିକା ବି ସେ ବର୍ଣ୍ଣନା କରିଥିଲେ ପ୍ରେସ ମିଟ ରେ l ଏହା ସହ ବିଜେଡି ଶାସନର କିଛି କଥା ବି ଉଲ୍ଲେଖ କରିଥିଲେ l
ତେବେ ଦିନ 10ଟାରୁ ପୁରା ଦିନସାରା ପ୍ରଦୀପ ପ୍ରାଣିଗ୍ରାହୀ ଚର୍ଚାରେ ରହିଥିଲେ l ପୂର୍ବରୁ ବିଜେଡିରୁ ପ୍ରଫୁଲ ଘଡ଼ାଇ, ଦାମ ରାଉତ, ବୈଜୟନ୍ତ ପଣ୍ଡା ବହିଷ୍କୃତ ହୋଇଛନ୍ତି l ତେବେ ଏଥର କିନ୍ତୁ ପ୍ରଦୀପ ଦଳ ବିରୋଧି କି ଦୁର୍ନୀତି ନୁହେଁ, ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହୋଇଛନ୍ତି l ଆଉ ନବୀନଙ୍କ ଏହି ନିଷ୍ପତି ଏବେ ପୁରା ଦେଶକୁ ଚମକାଇ ଦେଇଛି l
7ଟି ବିଲ ଓ 11 ହଜାର 700 କୋଟି ଟଙ୍କାର ବ୍ୟୟବରାଦକୁ ବିଧାନସଭାର ଅନୁମୋଦନ..
ଭୁବନେଶ୍ୱର : ୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ।କୋଭିଡ କଟକଣା ଭିତରେ ଚାଲିଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି। ଏହି ଅଧିବେଶନ ରେ 2 ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଆଉ ଗୋଟିଏ ସ୍ୱତନ୍ତ୍ର ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। 7 ଟି ବିଲ ପାରିତ ହୋଇଛି। ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ସମର୍ଥନ କରିଥିବାବେଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି ସରକାର ଦଳ ଆଣିଥିବା ପ୍ରସ୍ତାବକୁ ବିରୋଧ କରିଥିଲେ । ତାରା କହିଛନ୍ତି ଯେ,
ଅନେକ ପ୍ରସଙ୍ଗ ଥିଲା ,ବିରୋଧୀ ଦଳକୁ ବିଶ୍ୱାସ ନେଇନାହିଁ ସରକାର। କିଛି ଦିନ ବିଧାନସଭା ଚାଲିବା ଦରକାର। ଅନେକ ସମସ୍ୟାକୁ ଆଲୋଚନା ବାକି ଅଛି। ଅନେକ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ। ବିଧାନସଭାକୁ ଚଲେଇବା ଦରକାର ବୋଲି ତାରା କହିଛନ୍ତି। ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ କୋଭିଡ କଟକଣା ଭିତରେ ଗୃହ କାର୍ଯ୍ୟ ହୋଇଥିଲା। ଟେଷ୍ଟ ମଧ୍ୟ କରାଯାଇଥିଲା। ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରାଯାଇଛି । ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ପାରିତ। ବିଧାନସଭାରେ ହୋହଲ୍ଲା ମଧ୍ୟରେ ପାରିତ ହେଲା ବିଲ। 11 ହଜାର 700 କୋଟି ଟଙ୍କାର ବ୍ୟୟବରାଦ କୁ ବିଧାନସଭା ର ଅନୁମୋଦନ। ବିରୋଧୀ ଦଳକୁ ନ ପଚାରି ଗୃହକୁ ବନ୍ଦ କରାଯାଇଥିବା ଅଭିଯୋଗ କଲେ ନରସିଂହ ମିଶ୍ର। ସରକାରୀ କାର୍ଯ୍ୟ ନଥିବା ସତ୍ୟ ନୁହେଁ। ଗ୍ରୁହକୁ ବନ୍ଦ କରିବା ପାଇଁ। କରନା କେବଳ ଆଳ। ମାର୍ଚ୍ଚ ମାସରୁ ସେମାନେ ଏଭଳି ଆଳ କରି ଆସୁଛନ୍ତି। ଦୁଇଟି ବଡ଼ ବଡ଼ ବିଲ ଥିଲା ଆଲୋଚନା ପାଇଁ ତା ସହ ବେସରକାରୀ ବିଲ ମଧ୍ୟ ଥିଲା। ବୈଠକ ନ ଡାକି ଆଲୋଚନା କରା ନ ଯାଇ ଏକତରଫା ଭାବେ ବିଧାନସଭାକୁ ବନ୍ଦ କରାଯାଇଛି। ବିରୋଧୀ ଦଳ ନେତାଙ୍କ ଅଭିଯୋଗ। ଅଗଣତନ୍ତ୍ରୀକ ଭାବେ ବିଧାନସଭା କୁ ବନ୍ଦ କରାଯାଇଛି। ଲୋକଙ୍କ ପ୍ରସଙ୍ଗକୁ ସାମ୍ନା କରି ନ ପାରି ପାଳୟନପନ୍ଥୀ ସାଜିଛନ୍ତି ସରକାର। ଦଳର ନେତା ଓ ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସରକାର ଚାଲିଛି। ଲୋକଙ୍କ ପାଇଁ ନୁହେଁ। ଦଳ ସହ କଥା ହେବା ପରେ ରାଜ୍ୟପାଳ ଙ୍କ ନିକଟରେ ଫେରାଦ ହେବ ବିଜେପି। ସେପଟେ ଶାସକ ଦଳର କହିବା କଥା ସରକାରୀ କାର୍ଯ୍ୟ ଯେତିକି ଥିଲା ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସରିଲା। ଆଉ କୌଣସି କାର୍ଯ୍ୟ ନଥିଲା। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନ ଥିଲା। ନିର୍ଦ୍ଧିଷ୍ଟ ଏକ ପ୍ରସଙ୍ଗ ମାଧ୍ୟମରେ ହଟଚମଟ କରିବା ପାଇଁ ବିରୋଧୀ ପ୍ରୟାସ କରୁଥିଲେ। ବିଧାନସଭା ବର୍ଷକୁ 60 ଦିନ ବସିବାର ନିୟମ ରହିଛି। କିନ୍ତୁ ସରକାରୀ କାର୍ଯ୍ୟ ନ ଥିଲେ ବନ୍ଦ ହେଲେ କିଛି ଅସୁବିଧା ନାହିଁ ବୋଲି କହିଲେ ବିଜେଡି ବିଧାୟକ ପ୍ରତାପ ଦେବ।
ସରିଲା ବିଧାନସଭାର ଶୀତ ଅଧିବେଶନ……..
ଭୁବନେଶ୍ୱର :୩୦ ଦିନ ଆଗରୁ ସରିଲା ବିଧାନସଭା ର ଶୀତ ଅଧିବେଶନ ।କୋଭିଡ କଟକଣା ଭିତରେ ଚାଲିଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି ।ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ ।ଏହାକୁ ବିଜେଡି ବିଧାୟକ ଅମର ଶତପଥୀ ଓ ସସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ପ୍ରମୁଖ ସମର୍ଥନ କରିଥିବା ବେଳେ ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି ସରକାର ଦଳ ଆଣିଥିବା ପ୍ରସ୍ତାବ କୁ ବିରୋଧ କରିଥିଲେ ।ତାରା କହିଛନ୍ତି ଯେ,ଅନେକ ପ୍ରସଙ୍ଗ ଥିଲା ,ବିରୋଧୀ ଦଳକୁ ବିଶ୍ୱାସ ନେଇନାହିଁ ସରକାର ,କିଛିଦିନ ବିଧାନସଭା ଚାଲିବା ଦରକାର ।ଅନେକ ସମସ୍ୟା କୁ ଆଲୋଚନା ବାକି ଅଛି ।ଅନେକ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ ।ବିଧାନସଭା କୁ ଚଲେଇବା ଦରକାର ।
ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ କୋଭିଡ କଟକଣା ଭିତରେ ଗୃହ କାର୍ଯ୍ୟ ହୋଇଥିଲା ।ଟେଷ୍ଟ ମଧ୍ୟ କରାଯାଇଥିଲା । ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ କୁ ମୁଲତବୀ କରାଯାଇଛି ।
ବିଜେଡି ଇତିହାସରେ ପ୍ରଥମ : ବିଧାନସଭାରେ ବି ଉଠିଲା ପ୍ରଦୀପ ପ୍ରସଙ୍ଗ
ଭୁବନେଶ୍ୱର : ଶୂନ୍ୟ କାଳରେ ଉଠିଲା ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗ ।ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଦୁର୍ନୀତି ରେ ସମୃକ୍ତି ପ୍ରସଙ୍ଗ ।ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଫାଠକ ଓ ତାଙ୍କ ପୁଅ ସହ ବିଧାୟକ ପାଣୀଗ୍ରାହି ଙ୍କ ସମୃକ୍ତି ଆଣିଲେ କଂଗ୍ରେସ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଶାସକ ଦଳର ବହୁ ନେତା ମନ୍ତ୍ରୀ ଦୁର୍ନୀତି ଜଡ଼ିତ ଅଛନ୍ତି । କିଛି ଅଣ ଓଡିଆ ଅଫିସର ରାଜ୍ୟ କୁ ଲୁଟିଖାଉଥିବା ଅଭିଯୋଗ କଲେ ତାରା ,ବିଜେଡି ଇତିହାସରେ ପ୍ରଥମଥର ପାଇଁ ଲୋକ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା କରାଯାଇଛି ଯୁବ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ l 3ଥର ବିଧାୟକ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ନବୀନ ଦଳରୁ ବିଦା କଲେ l
ଚନ୍ଦନ ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସର ମୁଖପାତ୍ର ନିଯୁକ୍ତ
ଅନୁଗୁଳ : ଚନ୍ଦନ କୁମାର ସାହୁ। ନୂତନ ଭାବେ ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସର ମୁଖପାତ୍ର ନିଯୁକ୍ତି ହୋଇଛନ୍ତି । ସେ ଛାତ୍ର ଜୀବନରୁ ଅନୁଗୁଳ ରାଜନିତୀରେ ବେଶ ସକ୍ରିୟ । ଲୋକଙ୍କ ହକର ଲଢେଇରେ ସେ ସବୁବେଳେ ଆଗରେ । ରାଜନିତୀରୁ ଉର୍ଦ୍ଧ୍ବରେ ଉଠି ଜନସେବା ପାଇଁ ଆଗଭର। ତେଣୁ ତାଙ୍କ ପରି ଜଣେ ଉଦ୍ୟମି ଯୁବ ନେତାଙ୍କୁ ଯୁବ କଂଗ୍ରେସର ମୁଖପାତ୍ର ଦାୟିତ୍ୱ ମିଳିବା ପରେ ତାଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଗାମୀ ଦିନରେ ଜିଲ୍ଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଅପାରଗତାକୁ ଲୋକ ଲୋଚନକୁ ଆଣିବାକୁ ସେ ପଣ କରିଛନ୍ତି । ଏହାସହ ଶିଳ୍ପ ସମୃଦ୍ଧ ଅନୁଗୁଳରେ ସ୍ଥାନୀୟ ଯୁବକୁ ଚାକିରୀ ଦେବାକୁ ସ୍ୱର ଜୋର କରିବେ। ତାଙ୍କୁ ଏ ନୂତନ ଦାୟିତ୍ୱ ମିଳିବା ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ବାଦ ବୋଲି କହିଛନ୍ତି ।
ପରୀ ମୃତ୍ୟୁ ପାଇଁ ଏସଆଇଟି ଗଠନ କଲେ ରାଜ୍ୟ ସରକାର
ଭୁବନେଶ୍ୱର : ପରୀ ମୃତ୍ୟୁ ପାଇଁ ଏସଆଇଟି ଗଠନ କଲେ ରାଜ୍ୟ ସରକାର l ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି l ଟିମରେ କ୍ରାଇମବ୍ରାଞ୍ଚ ଏସପି ଆର.କେ ଦୋରା ସାମିଲଏଏସପି ଆର.ସି ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରାକ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ଟିମରେ ସାମିଲ ଅଛନ୍ତି l ଏସଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ଜଣାଇଲେ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ l ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ସ୍ୱତନ୍ତ୍ର ସଚିବଙ୍କ ଚିଠି l ତଦନ୍ତତତ୍ତ୍ୱାବଧନା ପାଇଁ ଜଣେ ସିଟିଂ ଜଜ୍ଙ୍କୁ ଦାୟିତ୍ୱ ଦେବାକୁ ନିବେଦନ














