ରୋଜଗାର ଅଭାବରୁ ଯେଭଳି ଗୋଟିଏ ବି ପରିବାର କଷ୍ଟ ନ ପାଏ: ମୁଖ୍ୟମନ୍ତ୍ରୀ

  • ବିଭିନ୍ନ ଜୀବିକା ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
    ରୋଜଗାର ଅଭାବରୁ ଯେଭଳି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
    ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ
    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା ଆଦିର କାର୍ଯ୍ୟକାରୀତା ସଂପର୍କରେ ସମୀକ୍ଷା କରିଥିଲେ ୤ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ମହାମାରୀ ଗତ ମାର୍ଚ୍ଚରୁ ଆମ ସମସ୍ତଙ୍କ ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ୤ ବିଶ୍ବର ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି ଏବଂ ଏହାଦ୍ବାରା ଗରିବ ଲୋକମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ୤ ଗରିବ ଲୋକଙ୍କ ପାଇଁ ଏହି ଦୁଃସମୟରେ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା୤ ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି୤ MGNREGA ସହିତ ରାଜ୍ୟ ସରକାରଙ୍କର ନିଜସ୍ବ ଯୋଜନା ସହରାଞ୍ଚଳ ରୋଜଗାର ଯୋଜନା ଜରିଆରେ ଗରିବ ଲୋକଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି୤

ଏହି ଦୁଇ କାର୍ଯ୍ୟକ୍ରମ ଜରିଆରେ ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି ୤ ଏହି ଦୁଇ ଯୋଜନା ଜରିଆରେ ଜୀବିକା ଅର୍ଜନ କରୁଥିବା ଗରିବ ଲୋକମାନଙ୍କ ମଜୁରୀ ପାଇବାରେ ବିଳମ୍ବ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇ ଦେଇଛନ୍ତି୤ ହିତାକାରୀମାନେ ଯେଭଳି ଠିକ୍‌ ସମୟରେ ସେମାନଙ୍କ ମଜୁରୀ ପାଇପାରିବେ, ତା ଉପରେ ଗୁରୁତ୍ବ ଦେବା ସହିତ ମୋ ସରକାର ପ୍ଲାଟଫର୍ମ ଜରିଆରେ ହିତାଧିକାରୀ ମାନଙ୍କୁ ନିୟମିତ ଫୋନ୍‌ କରି ମଜୁରୀ ବିଷୟ ତଦାରଖ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ୤ କେତେକ ଜିଲ୍ଲାରେ ହିତାଧିକାରୀ ମାନଙ୍କୁ ଠିକ୍‌ ସମୟରେ ମଜୁରୀ ଲୋକଙ୍କୁ ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ୤
ଆଗାମୀ ଜାନୁଆରୀ ପହିଲା ୨୦୨୧ରୁ ପ୍ରତି ଜିଲ୍ଲାରେ ଏହି ରୋଜଗାର ଯୋଜନା ସଂପର୍କରେ Feedback ପାଇଁ ସ୍ବତନ୍ତ୍ର ଭାବରେ ମୋ ସରକାର ସେଲ୍‌ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ୤
MGNREGA ଲକ୍ଷ୍ୟ ପୂରଣ ଦିଗରେ ଯାଜପୁର, କୋରାପୁଟ ସୋନପୁର ଜିଲ୍ଲା ବହୁତ ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ୤ ଯେଉଁ ଜିଲ୍ଲା ଗୁଡିକରେ ଲୋକମାନେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଛନ୍ତି, ସେହିସବୁ ଜିଲ୍ଲା ଉପରେ ସ୍ବତନ୍ତ୍ର ଫୋକ୍‌ସ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ୤ ଏହିସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନ ଓ ଅତିରିକ୍ତ ମଜୁରୀ ଦିଆଯିବା ବିଷୟ ସଂପର୍କରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ୤
ସେହିପରି ଆଗାମୀ ମାର୍ଚ୍ଚ ପୂର୍ବରୁ ୧୦୦୦ ମିଶନ ଶକ୍ତି ଗୃହ ଏବଂ ଜାନୁଆରୀ ଶେଷ ସୁଦ୍ଧା ଗୋଟିଏ ଲେଖାଏ ପରିଚୟ ଗୃହର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ୤ ଯେଉଁ ଜିଲ୍ଲାରେ ଅଧିକ ମା ମାନଙ୍କୁ ଓ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ରୋଜଗାର ଯୋଜନା ତଦାରଖରେ ନିୟୋଜିତ କରାଯିବ, ସେହି ଜିଲ୍ଲା ମାନଙ୍କୁ ଉତ୍ସାହିତ କରାଯିବ୤ ସେହିପରି ସହରାଞ୍ଚଳ ରୋଜଗାର ଯୋଜନାରେ ଗରିବ ଲୋକମାନଙ୍କୁ ଗୋଷ୍ଠୀସଂଘ ଓ ମିଶନ ଶକ୍ତି ଜରିଆରେ କାମ ଦିଆଯାଉଅଛି ୤ ଏହି ଦିଗରେ ଢେଙ୍କାନାଳ, ଜଗତସିଂହପୁର ଓ ମୟୁରଭଂଜ ଜିଲ୍ଲା ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସେହିସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ୤ ଏହି ଯୋଜନାରେ ଦିଆଯାଇଥିବା ଅର୍ଥକୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ଭାବେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ ୤
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଲେ ଯେ ରାଜ୍ୟରେ ୨୦ କୋଟି ମାନବ ଦିବସ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପ୍ରଶାସନ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛି ୤ ଗ୍ରାମାଞ୍ଚଳରେ ୫୦ ଲକ୍ଷ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ୤
ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ସଂପର୍କରେ ଉପସ୍ଥାପନା ରଖି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ କହିଲେ ଯେ ଏହି କାର୍ଯ୍ୟକ୍ରମରେ ଗତବର୍ଷ ମାତ୍ର ୨.୯୬ ଲକ୍ଷ୍ୟ ଜବ୍‌ କାର୍ଡ ଦିଆଯାଇଥିବା ବେଳେ ଚଳିତ ବର୍ଷ ୭.୨୬ ଲକ୍ଷ ଜବ୍‌ କାର୍ଡ ଦିଆଯାଇଛି୤ ବର୍ତ୍ତମାନ ସୁଦ୍ଧା ୧୪.୫୦ କୋଟି ମାନବ ଦିବସ ସୃଷ୍ଟି କରାଯାଇସାରିଛି ୤ ୩୧ ଲକ୍ଷ ପରିବାର ଓ ୫୧ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି ୤ ଚଳିତ ବର୍ଷ ଦୈନିକ ହାରାହାରି ୧୦.୨୩ ଲକ୍ଷ ଲୋକଙ୍କୁ ଶ୍ରମଭିତ୍ତିକ ରୋଜଗାର ଯୋଗାଇ ଦିଆଯାଉଛି ବୋଲି ସେ ସୂଚନା ଦେଇଥିଲେ ୤
ସେହିପରି ସହରାଞ୍ଚଳ ରୋଜଗାର ଯୋଜନା ସଂପର୍କରେ ସୂଚନା ଦେଇ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ୍‌ କହିଲେ ଯେ ୧୧୪ଟି ପୌରାଞ୍ଚଳରେ ୮୦୦୦ଟି ପ୍ରକଳ୍ପ ହାତକୁ ନିଆଯାଇଛି ୤ ସେଥିମଧ୍ୟରୁ ୫୦୦୦ଟି ପ୍ରକଳ୍ପ ଶେଷ ହୋଇଛି ଏବଂ ବାକି ସମସ୍ତ ପ୍ରକଳ୍ପ ବିଭିନ୍ନ ସ୍ତରରେ ରହିଛି ୤ ବର୍ତ୍ତମାନ ସୁଦ୍ଧା ୧୧.୬ ଲକ୍ଷ ମାନବ ଦିବସ ସୃଷ୍ଟି ହୋଇଛି ବୋଲି ସେ କହିଥିଲେ୤ ଏହିସହିତ ମହାନଗର ନିଗମ ଗୁଡିକରେ ୩.୩ ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଇ ପାରିଛି ବୋଲି ସେ ସୂଚନା ଦେଇଥିଲେ୤
ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେ ମିଶନ ଶକ୍ତିର ମା ମାନଙ୍କୁ ତଦାରଖ କାର୍ଯ୍ୟରେ ସକ୍ରିୟ ଭାବରେ ନିୟୋଜିତ କରାଯିବା ସହିତ ସେମାନଙ୍କ ତଦାରଖ ପ୍ରାପ୍ୟ ଅବିଳମ୍ବେ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ୤

ଯାଜପୁର ରାଜନୀତିରେ ଯୁଗଳବନ୍ଦୀ : ଅସମ୍ଭବ ହେଉଛି ସମ୍ଭବ ..

ଯାଜପୁର : ସ୍ୱପ୍ନରେ ଯାହା କେବେ କଳ୍ପନା କରାଯାଇପାରେ ନାହିଁ  , ତାହା ଏବେ ବାସ୍ତବ ରୂପ ନେଉଛି ଯାଜପୁର ଜିଲ୍ଲାରେ । ଅଶୀ ଦଶକରେ ବିଜୁ ପଟ୍ଟନାୟକ ଫୋକସରେ ଥିବା ଯାଜପୁର ଜିଲ୍ଲା ଏବେ ବିକାଶର ପଥେ ଆଗେଇ ଚାଲିଛି ।ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରୁଛନ୍ତି ତାଙ୍କ ପୁତ୍ର ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାଜୁପର ଯୁବ ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କଠିନ ପ୍ରରିଶ୍ରମ ଓ ଉଦମ୍ୟ ଜିଲ୍ଳାକୁ ଏବେ ନୂଆରୂପ ଦେଉଛି । ତାହା ସମ୍ଭବ ହୋଇ ପାରିଛିି ଯାଜପୁର ରାଜନୀତିର ଯୁଗଳବନ୍ଦୀ ଯୋଡ଼ି ପାଇଁ । ସମସ୍ତଙ୍କୁୂ ଏକାଠି କରି ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକ୍ରମ ଦ୍ରୃତ ଗତିରେ ଆଗେଇ ନେଉଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ । ଏ ଚର୍ଚ୍ଚା ଏବେ ପୁରା ଯାଜପୁର ଅଂଚଳରେ । ବିଜେଡ଼ିର ସାଂଗଠନିକ ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦମ୍ୟ କରୁଛନ୍ତି ନବୀନଙ୍କ ପ୍ରିୟପାତ୍ର ପ୍ରଣବ ପୁରା ଓଡ଼ିଶାର ବିକାଶର କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଭବ କିନ୍ତୁ ପ୍ରଣବଙ୍କ ନୀତି ଆଦର୍ଶ ଆପଣାଇ ଯାଜପୁର ଜିଲ୍ଲାର ବିକାଶ ପାଇଁ ଲାଗିପଡ଼ିଛନ୍ତି । ସେ ଯାଜପୁର ସୌନ୍ଦର୍ଯ୍ୟକରଣ ହେଉ ଅବା ରିଙ୍ଗରୋଡ଼ କି କୁସୁମା ଦଶ୍ୱାଶମେଦଘାଟ ,ମିନି ଷ୍ଟାଡ଼ିୟମ , ନୂଆବସ ଷ୍ଟାଣ୍ଡ, ନଦୀବନ୍ଦ ଯୋଜନା, ରକ୍ତଦାନ ଶିବିର , ବୃକ୍ଷରୋପଣ ଅଭିଯାନ, ଓ ଗରିବଙ୍କ ଦୁଃଖ ସୁଖରେ ସାମିଲ ହେବା । ସବୁବବେଳେ ଯାଜପୁର ଚିନ୍ତା ଓ ପ୍ରେମରେ ପଡ଼ିଥିବା ରାଜନୀତିର ଏହି ଯୁଗଳବନ୍ଦୀ ଏବେ ଯାଜପୁରବାସୀଙ୍କ ଦୀର୍ଘ ଦିନରେ ସ୍ୱପ୍ନପୁ ପୂରଣ କରିଛନ୍ତି । ଯାଜପୁରରେ ମେଡ଼ିକାଲ କଲେଜ ପାଇଁ କ୍ୟାବିନେଟରେ ମୋହର ବାଜିବା ପରେ ଏବେ ପୁରା ଯାଜପୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ପୁରା ପ୍ରଶାସନ କଳ , ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଓ ମେଡ଼କାଲ କଲେଜ ପାଇଁ ଅବାଦନ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଆରା ଢଙ୍ଗରେ କୃତଜ୍ଞତା ଜଣାଉଛନ୍ତି । ବିରଜାକ୍ଷେତ୍ରରେ ବଡ଼ ମେଡ଼ିକାଲ ସଫଳତାରେ ବିଭୋର ହୋଇ ଜିଲ୍ଳାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେବା ସହ ତାଙ୍କର ଦୀର୍ଘାୟୁ ପାଇଁ ଭଗବାନଙ୍କ ପାଖରେ ଦୀପଜାଳି ପ୍ରାର୍ଥନା କରିଛନ୍ତି । ଖୋଦ ଯାଜୁପର ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଥମ ଥର ଲାଗି ବୈତରଣୀ ନଦୀ କୂଳରେ ସଂନ୍ଧ୍ୟା ଆଳତୀ କରିଥିଲେ । ଏବେ ପୁରା ଜିଲ୍ଲାର ୭ଟି ନିର୍ବାଚନୀ ମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଜାରୀ ରହିଛି । ପ୍ରତି ପଂଚାୟତରେ ଲୋକେ ସ୍ୱତ୍ତ ପ୍ରବୃତ ଭାବେ ଦୀପଜାଳି ମୁଖ୍ୟମନ୍ତ୍ରୀ ଓ ବିଧାୟକ ମାନଙ୍କୁ ଧନ୍ୟବାଦ ଦେଉଛନ୍ତି । ବିଧାୟକ ପ୍ରଣବ ବଳବନ୍ତରାୟ, ପ୍ରୀତିରଂଜନ ଘଡ଼ାଇ, ଅମର ଶତପଥି, ପ୍ରମିଳା ମଲ୍ଲିକ, ଅଶୋକ ବଳ, ସନନ୍ଦା ଦାସ ଓ ସାଂସଦ ଶମିଷ୍ଠା ସେଠୀ ପ୍ରମୁଖ ଯାଜପୁର ମେଡ଼ିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ରାଜ୍ୟରେ ସ୍ଥିର ସରକାର ଓ ଲୋକାଭିମୁଖୀ ସରକାର ଚାଲୁଥିବାରୁ ଏସବୁ ସମ୍ଭବ ହୋଇପାରିଛି ବୋଲି ବିଧାୟକମାନେ ମତ ଦେଇଛନ୍ତି । ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକଙ୍କ ଦୃଢ ଇଚ୍ଛାଶକ୍ତି, ପରିଶ୍ରମ ଓ ସମସ୍ତଙ୍କ ସାଙ୍ଗରେ ନେଇ ଲଢେଇ କରିବାର ମନଭାବ ଆଜି ପୁରା ଓଡ଼ିଶାରେ ଯାଜପୁରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବିରୋଧୀଙ୍କ ସହ ଟିଭି କି ଗଣମାଧ୍ୟମରେ ବାକଯୁଦ୍ଧା ନୁହେଁ, କି ସେମାନଙ୍କର ସମାଲୋଚନାର ଚିନ୍ତିତ ନହୋଇ ନୂତନ ଯାଜପୁର ଏହି ଯୁଗଳବନ୍ଦୀ ଦୁଇଯୁବନେତା ନିଜ କର୍ମ କରିଚାଲିଛନ୍ତି । କାରଣ ପ୍ରଣବଙ୍କ ନବୀନଙ୍କକ ସେହି ନୀତି ଆଦର୍ଶକୁ ଗୁରୁମନ୍ତ୍ର କରି ଚାଲିଛନ୍ତି କଥା ନୁହେଁ, କାମ ଓ ରାଜନୀତି କରିବା ପାଇଁ ବିଧାୟକ ହୋଇନାହାନ୍ତି , ବଂର ସେବା କରିବା ପାଇଁ ସଂଙ୍କଳ୍ପ ନେଇଛନ୍ତି ସେ । ଯେଉଁଥି ପାଇଁ ପୁରା ଓଡ଼ିଶାରେ ଏବେ ସେ ଭାଇ ଭାବରେ ପରିଚିତ ।

ପ୍ରଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନବ ନିର୍ବାଚିତ ଓକିଲ ସଂଘର ପ୍ରତିନିଧି… .

ଭୁବନେଶ୍ୱର : ସରିଛି ବିଭିନ୍ନ  କୋର୍ଟର ନିର୍ବାଚନ l ନିର୍ବାଚନ ନିର୍ବାଚିତ ବିଭିନ୍ନ ଓକିଲ ସଂଘର ପ୍ରତିନିଧିମାନେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ  ସୌଜନ୍ୟମୂଳକ ସାକ୍ଷାତକାର କରୁଛନ୍ତି l ଭୁବନେଶ୍ୱର ଓକିଲ ସଂଘର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ମହାନ୍ତି। ଗତକାଲି ପଦପଦବୀ ଓ ଗୋପନୀୟତାର ଶପଥ ନେବା ପରେ ଆଜି ସେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ଭୁବନେଶ୍ୱର କୋର୍ଟରେ 25 ବର୍ଷରୁ ଅଧିକ ଓକିଲାତି କରିଥିବା ଶ୍ରୀ ମହାନ୍ତି ନୋଟରୀ ଭାବେ କାର୍ଯ୍ୟରତ। ଓକିଲମାନଙ୍କ ଦାବି ଓ ଅଧିକାର ସହ କରନା ସମୟରେ ଆର୍ଥିକ ସ୍ତରରେ କ୍ଷତିଗ୍ରସ୍ତ ହୋଇଥିବା ଆଇନଜୀବୀଙ୍କ ପାଇଁ କାମ କରିବାକୁ ସେ ଶପଥ ନେଇଛନ୍ତି।

ବିରଜା ପୀଠରେ ବଡ଼ ମେଡ଼ିକାଲ: ଉତ୍ସବମୁଖର ଯାଜପୁର, ବୈତରଣୀକୂଳରେ ସମୂହ ଆଳତିରେ ସାମିଲ ହେଲେ ପ୍ରଣବ

ଯାଜପୁର: ଯାଜପୁରରେ ଆଉ କେହି ରହିବେ ନାହିଁ ରୋଗୀଣା । ଆଉ ଦୌଡ଼ିବାକୁ ପଡିବେନି କଟକ ବଡ଼ ମେଡ଼ିକାଲ। କେବଳ ଯାଜପୁର ନୁହେଁ, ଆଖ ପାଖ ଲୋକଙ୍କୁ ମଧ୍ୟ ମିଳିବ ଉତ୍ତମ ସ୍ୱାସ୍ଥ୍ୟସେବା । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଯାଜପୁରକୁ ଯେପରି ଭଲ ପାଉଥିଲେ ଓ ଯାଜପୁର କଳିଙ୍ଗନଗରକୁ ଶିଳ୍ପର ହବରେ ପରିଣତ କରି ସାରା ଦେଶରେ ଶିଳ୍ପାୟନକୁ ରାସ୍ତା ଦେଖାଇଥିଲେ l ଠିକ ସେହିପରି ଯାଜପୁରକୁ ଭଲ ପାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଖାସ ସେଥିପାଇଁ ଶ୍ରୀକ୍ଷେତ୍ର ପରି ବିରଜା କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ଯାହା ଜିଲ୍ଲାବାସୀଙ୍କ ଦିର୍ଘ ଦିନର ଆଶା ପୁରଣ କରି ମୁଖ୍ୟମନ୍ତ୍ରୀ ଯାଜପୁର ପ୍ରତି ଥିବା ତାଙ୍କର ଭଲ ପାଇବା ପ୍ରମାଣିତ କରିଛନ୍ତି l ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଚେଷ୍ଟା ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଯାଜପୁରରେ ହେବାକୁ ଯାଉଛି ନୂତନ ମେଡ଼ିକାଲ କଲେଜ ।ଯାହାକୁ ଆଜି ରାଜ୍ୟ କ୍ୟାବିନେଟ ମୋହର ମାରିଛି । କ୍ୟାବିନେଟର ନିଷ୍ପତି ଫଳରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଦଶାଶ୍ୱମେଧ ଘାଟରେ ସମୂହ ଦୀପ ଦାନ କରାଯାଇଛି । ପ୍ରଥମଥର ପାଇଁ ବୈତରଣୀ କୂଳରେ ଆଳତୀ କରାଯାଇଥିଲା l ଏଥିରେ ଜିଲ୍ଲାର ହଜାର ହାଜର ପୁରୁଷ ମହିଳା ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ମେଡିକାଲ କଲେଜ କ୍ୟାବିନେଟ ଖୁସିରେ ପୁରା ସହରରେ ଅଦିନିଆ ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିଲା । ଖୋଦ ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲୋକଙ୍କ ଖୁସିରେ ସାମିଲ ହୋଇଥିଲେ l ବିଧାୟକଙ୍କ ଭିଜନ ଯୋଗୁଁ ଯାଜପୁର ଵିକାଶ ଧାରାରେ ଯୋଡି ହେଲା ସବୁଠାରୁ ବଡ ସଫଳତା। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଯାଜପୁରରେ ମେଡିକାଲ କଲେଜ ନିଷ୍ପତ୍ତିକୁ କ୍ୟାବିନେଟର ମଂଜୁରୀ ମିଳିବା ପରେ ପୁରା ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କୁ କୃତଞ୍ଜତା ଜଣାଇଛନ୍ତି ସହରବାସୀ। କ୍ୟାବିନେଟ ନିଷ୍ପତି ଅନୁସାରେ ୧୦୦ ଭେଷଜ ମହାବିଦ୍ୟାଳୟ ୫୦୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତଷ୍ଠା କରାଯିବ। ଏଥି ପାଇଁ ୪୨୬ କୋଟିର ବ୍ୟୟ ଅଟକଳ କରାଯାଇଛି l ୩ ବର୍ଷରେ ମେଡିକାଲ କଲେଜର କାମ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି l ରାଜ୍ୟରେ ସ୍ଥିର ସରକାର ଓ ମୁଖ୍ୟମନ୍ତ୍ରୀ ନୂତନ ଓଡିଶା ଗଠନ ଲକ୍ଷ୍ୟରେ ପୁରା ଓଡ଼ିଶାରେ ବିକାଶ ରଥ ଗଡୁଛି l ଶେଷରେ ଯାଜପୁର ଜିଲ୍ଲାବାସୀଙ୍କ ତରଫରୁ ଯାଜପୁର ବିଧାୟକ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ l

ବିଜେଡି ପ୍ରତିଷ୍ଠା ଦିବସ ପ୍ରସ୍ତୁତି : 20 ରେ ରାଜ୍ୟ କାର୍ଯ୍ୟକାରିଣୀ, 21ରେ ରାଜ୍ୟ ପରିଷଦ ବୈଠ

ଭୁବନେଶ୍ୱର : ବିଜେଡିକୁ 23 ପୁରୀ 24 ଚାଲିବ। ଡିସେମ୍ବର 26ରେ ପ୍ରତିଷ୍ଠା ଦିବସ ପାଳିବ ଦଳ। ଏହାପୁର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି। 20 ରେ ରାଜ୍ୟ କାର୍ଯ୍ୟକାରିଣୀ, 21ରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ପରିବର୍ଦ୍ଧିତ ପରିଷଦ ବୈଠକ ବସିବ। ରାଜ୍ୟ ପରିଷଦ ସଭ୍ୟ, ବିଧାୟକ, ସାଂସଦ ଯୋଗ ଦେବେ। ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରାଯିବ। ସାଂଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଭବେ ଆଲୋଚନା ହେବ। ରୂପରେଖ ପ୍ରସ୍ତୁତ ହେବ। ସାଂଗଠନିକ ପ୍ରସ୍ତାବ ଗ୍ରହଣ ହେବ। ନୂଆ କର୍ମକର୍ତ୍ତା ନିର୍ବାଚନ ପରେ ଦାୟିତ୍ୱ ବଣ୍ଟନ କରାଯିବ। କେଉଁ ମୁଦ୍ଦା ନେଇ ଦଳ ଲଢେଇ କରିବ ଖସଡ଼ା ପ୍ରସ୍ତୁତ କରିବ। ରାଜକୌଶଲ ନିର୍ଦ୍ଧାରିତ ହେବ। 32 ସାଂଗଠନିକ ଜିଲ୍ଲାରେ ତୃଣମୂଳ ସ୍ତରରୁ ସୁଦୃଢ, ଲୋକାଭିମୁଖୀ ଯୋଜନା ପହଞ୍ଚାଇବା, ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା ହେବ ବୋଲି କହିଛନ୍ତି ଦଳର
ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ, ବ୍ଲକ, ଏନ ଏ ସି ସ୍ତରରେ ପ୍ରତିଷ୍ଠା ଦିବସ ପାଳିବ ଦଳ। କୋଭିଡ଼ କଟକଣା କୁ ଦୃଷ୍ଟିରେ ରଖି ଏହା ପାଳନ କରାଯିବ। ଆଜି   ଏନେଇ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପ ସଭାପତି ଦେବୀ  ମିଶ୍ର, ବିଧାୟକ  ଅତନୁ ସବ୍ୟସାଚୀ   ନାୟକ   ଓ       ବିଜେଡି ସାଧାରଣ ସମ୍ପାଦକ (କାର୍ଯ୍ୟାଳୟ ) ସଞ୍ଜୟ ଦାସ ବର୍ମା   ମିଳିତ ସାମ୍ବାଦିକ   ସମ୍ମିଳନୀ     କରି ଏହି      ସୂଚନା   ଦେଇଛନ୍ତି l

ୱାର୍ଡ଼ର ଉନ୍ନତିରୁ ହିଁ ଗଠନ ହେବ ନୂଆ ଓଡିଶା : ପ୍ରଣବ

ଯାଜପୁର : ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ବିକାଶମୂଳକ କାମ ଓ ନିର୍ବାଚନରେ ଦିଆଯାଇଥିବା ପ୍ରତିଶୃତିକୁ କେତେ ପୂରଣ ହୋଇଛି । ଏହାସହ କେଉଁଠ ଅସୁବିଧା ଅଛି ତାହାର ସମୀକ୍ଷା କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ) l
ନିଜର ବ୍ୟସ୍ତ କାର୍ଯ୍ୟକ୍ରମରୁ ସମୟ ବାହାର କରି ବବି ଅଧିକାଂଶ ସମୟ ନିଜ ଯାଜପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରନ୍ତି l କେତେବେଳେ ଗ୍ରାଉଣ୍ଡରେ ତ ଆଉ କେତେବେଳେ ବ୍ଲକ ଓ ପଂଚାୟତରେ ପହଂଚି ଯାଆନ୍ତି ବବି। ଲକ୍ଷ୍ୟ ନୂଆ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ଓ ଯେଉଁ ଭିଜନରେ ଯୋଜନା ପ୍ରସ୍ତୁତ କରାଯାଇଛି ତାହାକୁ ଗ୍ରାଉଣ୍ଡରେ ବାସ୍ତବ ରୂପ ଦେବା l ସେହି ଅନୁଯାଇ ପ୍ରଣବ ପ୍ରଥମେ ଏହି କାମକୁ ନିଜ ଜିଲ୍ଲାରୁ ଓ ନିଜ ନିର୍ବାଚନ ମଣ୍ଡଳୀରେ  ଆରମ୍ଭ କରି ଅନ୍ୟ ନେତାଙ୍କ ପାଇଁ ଉଦାହରଣ ସାଜିଛନ୍ତି l ଏହି ମର୍ମରେ ନିଜ ବିଧାନସଭାର ଦୁଇଟି ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା ଅଧିକାଂଶ ସମୟ କରନ୍ତି ପ୍ରଣବ l ଶନିବାର ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ଯାଜପୁର ବ୍ଳକ ର 374 ୱାର୍ଡ଼ର ସମୀକ୍ଷା ବୈଠକରେ ଯୋଗ ଦେଇ ପ୍ରଣବ ପ୍ରକାଶ ଦାସ ୱlର୍ଡ କମିଟି ସଦସ୍ୟ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି l ଲୋକଙ୍କର ସମସ୍ୟା ସହ ପ୍ରତ୍ୟେକ ୱlର୍ଡ ସଦସ୍ୟ ଯୋଡି ହୋଇ ଏହାର ସମାଧାନ କରିବାକୁ ପ୍ରଣବ ୱlର୍ଡ କମିଟି ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ l କାହାକୁ ଅପେକ୍ଷା ନକରି ନିଜ ୱlର୍ଡ ସମସ୍ୟା ନିଜେ ଦୂର କରିବାକୁ ପ୍ରଣବ ଉପସ୍ଥିତ କମିଟି ସଦସ୍ୟ ମାନଂକୁ କହିଥିଲେ l ଏହାସହ କାମ କେଉଁ କାରଣରୁ ଅଟକି ଯାଉଛି ଯାହା ଦ୍ୱାରା ଲୋକଙ୍କ ଅସୁବିଧା ହେଉଛି ତାହା ତୁରନ୍ତ ତାଙ୍କୁ ଜଣାଇବା ପାଇଁ ସେ କହିଛନ୍ତି l ଲୋକଙ୍କ ପାଇଁ ମୁଁ ସବୁବେଳେ ଅଛି ବୋଲି ସେ କହିଥିଲେ l କେବଳ ସେତିକି ନୁହେଁ, ବ୍ଲକରେ ପ୍ରତ୍ୟେକ ଲୋକ କିପରି ରାଜ୍ୟ ସରକାର କରୁଥିବା ସମସ୍ତ ଯୋଜନାର ଫାଇଦା ପାଇବେ ତାହା ଉପରେ ଗୁରୁତ୍ୱ ଦେବାକୁ ସେ ଉପସ୍ଥିତ କମିଟି ସଦସ୍ୟକୁ କହିଥିଲେ l ଶେଷରେ ପ୍ରତ୍ୟେକ ୱlଡ ସଦସ୍ୟ ସେବା ମନବୃତି ନେଇ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ l ଏହି ବୈଠକରେ ଯାଜପୁର ବ୍ଲକର ସଦସ୍ୟମାନେ ଯୋଗ ଦେଇଥିଲେ l ମୋ ୱାର୍ଡ଼କୁ ମୁଁ ମଜବୁତ କରିବି ଏହି ସଂକ୍ପପ ନେଇ ସଭିଏଁ କାମ କରି ନିଜ ୱାର୍ଡ଼କୁ ଏକ ଆଦର୍ଶ  ଭାବେ ଗଢିତୋଳିବାକୁ ପ୍ରଣବ ପରାମର୍ଶ ଦେଇଥିଲେ l ଶେଷରେ ପ୍ରଣବ ୱାର୍ଡ଼ର ଉନ୍ନତି ହେଲେ   ହିଁ  ନୂତନ ଓଡିଶା   ସ୍ବପ୍ନ  ପୂରଣ ହେବ ବୋଲି    କହିଥିଲେ l

ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଟାର୍ଗେଟରେ ବିଜେଡି…

ଭୁବନେଶ୍ୱର :ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଆଜି ବିଭିନ୍ନ ପ୍ରସଙ୍ଗରେ  ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି l ତିନି ଦିନରେ ଦଳର ପଦାଧିକାରୀ, ନେତାଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । 2014ରେ ସମସ୍ତଙ୍କୁ ଚକିତ କରି ବଜେପି ଦେଶରେ ସତ୍ତାକୁ ଆସିଲା । 2019ରେ ଆହୁରି ଅଧିକ ଲୋକଙ୍କ ସମର୍ଥନ ମିଳିଲା । ବିଜେଡି ଯାହା ନିର୍ବାଚନ ସମୟରେ କୁହେ କରେନାହିଁ ବୋଲି ସେ ଅଭିଯୋଗ କରିଛନ୍ତି l ସେହିପରି

ରାଜ୍ୟ ସରକାରଙ୍କୁ ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନ… କଣ କରିଛନ୍ତି ନଜର ପକାନ୍ତୁ

– ପକ୍କା ଘର ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏବେ ଯାଏଁ ଗାଁରେ 2 ଲକ୍ଷ ପକ୍କାଘର ହୋଇପାରିନି ।

– ଆୟୁଷ୍ମାନ ଯୋଜନାକୁ କାହିଁକି ଲାଗୁ କରୁନାହାନ୍ତି । ଆପଣ କଣ ଚାହୁଁନାହାନ୍ତି ଓଡିଶାବାସୀ ଏହାଦ୍ୱାରା ଉପକୃତ ହୁଅନ୍ତୁ ।

– ପାନୀୟ ଜଳ ସବୁ ଲୋକଙ୍କ ପାଖରେ ପହଂଚିନି ।

– ଚାଷୀଙ୍କ ପାଇଁ କାଳିଆ ଯୋଜନା ଆସିଲା । 6ହଜାର କେନ୍ଦ୍ର ଦେଉଛି, ରାଜ୍ୟ ସରକାର 4ହଜାର ଦେବା କଥା କିନ୍ତୁ ମିଳିନି ।

– ବର୍ଷକୁ 10ଲକ୍ଷ ହେକ୍ଟର ଜଳସେଚନ କରିବାକୁ କହିଥିଲେ । କେତେ କରିଛନ୍ତି କୁହନ୍ତୁ ?

ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି । ଲୋକ ନବୀନଙ୍କୁ ଭୋଟ ଦେଇଛନ୍ତି ଅଫିସରଙ୍କୁ ନୁହେଁ । ଶାସନ ନବୀନ କରିବାକଥା କୌଣସି ଅଫିସରଙ୍କୁ ନୁହେଁ ।

ପ୍ରଦୀପ ପାଣିଗ୍ରାହୀ, ରାମଚନ୍ଦ୍ର ହଂସଦା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଭଳି ବିଜେଡ଼ି ନେତା ଦୁର୍ନୀତିରେ ଜଡିତ । ଓଡ଼ିଶାରେ ସୁଶାସନ ଚାଲିନି । ମହିଳା ଅତ୍ୟାଚାର, ଶିଶୁ ନିଖୋଜ ଘଟଣା, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନାହିଁ ବୋଲି ଦର୍ଶାଉଛି ।

ଆମେ ସତ୍ତାକୁ ଆସିବାକୁ ଚାହୁଁଚୁ କିନ୍ତୁ ସେବା କରିବାକୁ ।

କଂଗ୍ରେସ ବିଜେଡ଼ି ସହ ମିଶିଛି ବିଜେପି ନୁହେଁ । କଂଗ୍ରେସ ବିଧାୟକ ମିଶଥିବା ତାଙ୍କ ଦଳର ବିଧାୟକ ନିଜେ କହିଛନ୍ତି । ନରସିଂହ ମିଶ୍ର ନିଜେ କହିଲେ SIT ରେ ଆମେ ଖୁସି କିନ୍ତୁ ତାପରେ କହୁଛନ୍ତି SIT ମୁଖ୍ୟଙ୍କର ପୋଲିସ ପାୱାର ନାହିଁ ।

ପରୀ ଘଟଣାରେ CBI ତଦନ୍ତ ଦାବି କରୁଛୁ, SIT ଉପରେ ଆମର ଭରସା ନାହିଁ ।ଡ଼ି. ପୁରନ୍ଦେଶ୍ୱରୀ ରାଜ୍ୟ ବିଜେପି ପ୍ରଭାରୀ

ଜଗା ଦର୍ଶନ ପାଇଁ ଦରକାର କରୋନା ଟେଷ୍ଟ…..

ପୁରୀ : ଜଗା ପାଇଁ ଭକ୍ତ କରିବେ କରୋନା ଟେଷ୍ଟ l ଶ୍ରୀମନ୍ଦିର ଖୋଲିବା ପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଛି l ଖୁବଶୀଘ୍ର ମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ଖୋଲିବା ପାଇଁ ସରକାରଙ୍କୁ ସୁପାରିଶ କରିବେ l 20 ରୁ 25ତାରିଖ ଭିତରେ ମନ୍ଦିର ଖୋଲିବ l ପ୍ରଥମେ ପୁରୀବାସୀଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ l ଏହାପରେ ଯେଉଁ ମାନଙ୍କ କରୋନା ରିପୋର୍ଟ ନେଗେଟିଭ ଥିବ ସେମାନେ ରିପୋର୍ଟ ଦେଖାଇଲେ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି l

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ ପ୍ରଫେସର ଶୁକ୍ଳା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନପାଇଛି ।ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଷୟବସ୍ତୁ ଆଧାରରେ ବିଶ୍ଳେଷଣ କରାଯାଇ ପ୍ରକାଶ କରାଯାଇଥିବା ତାଲିକାରେସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଥିବା ପ୍ରଫେସର ଶୁକ୍ଲା ମାଇନିଂ ଆଣ୍ଡ
ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବିଶ୍ୱରେ ୩୨୮ ତମ ସ୍ଥାନରେ ସ୍ଥାନୀତ ହାସଲ ହୋଇଛନ୍ତି ।
ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନଙ୍କ ଦ୍ୱାରା ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା,ଏଚ୍‌-ଇଣ୍ଡେକ୍ସ, କୋ-ଅଥରସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ବିଶ୍ୱର ୨ ପ୍ରତିଶତଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।ନେଚର୍ ପବ୍ଲିସିଙ୍ଗ୍ ଗ୍ରୁପ୍ ଦ୍ୱାରା ପ୍ରକାଶ ପାଉଥିବା ସାଇନ୍‌ଟିଫିକ୍ ରିପୋର୍ଟ ନାମକ ଏକ ଜର୍ନାଲ୍‌ର ସେ ସଂପାଦକୀୟ
ବୋର୍ଡର ସଦସ୍ୟ ଅଛନ୍ତି । ବାୟୋମିନେରାଲ୍ ପ୍ରୋସେସିଙ୍ଗ୍ ଏବଂ ହାଇଡ୍ରୋମେଟାଲର୍ଜି ସମ୍ପର୍କିତ ଗବେଷଣା କ୍ଷେତ୍ରରେତାଙ୍କର ୪୪ ବର୍ଷର ଅଭିଜ୍ଞତା ରହିଛି । ପୂର୍ବରୁ ସେ ସିଏସ୍‌ଆଇଆର୍‌ର ଏମିରିଟସ୍ ସାନ୍‌ଟିଫିଷ୍ଟ ଏବଂ ନୂଆଦିଲ୍ଳୀସ୍ଥିତଏକାଡେମୀ ଅଫ୍ ସାଇନ୍‌ଟିଫିକ୍ ଆଣ୍ଡ ଇନୋଭେଟିଭ୍ ରିସର୍ଚ୍ଚ (ଏସିଏସ୍‌ଆଇଆର୍‌) ର ଏମିରଟ୍ସ ପ୍ରଫେସର ଭାବେକାର୍ଯ୍ୟ ତୁଲାଇଛନ୍ତି ।ସେ ମଧ୍ୟ ଭୁବନେଶ୍ୱର ସ୍ଥିତ ସିଏସ୍‌ଆଇଆର୍ – ଆଇଏମ୍‌ଏମ୍‌ଟିର ମୁଖ୍ୟ ବୈଜ୍ଞାନିକ ଏବଂ ବାୟୋ-ରିସୋର୍ସେସ୍‌ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିବାପ୍ରଫେସର ଶୁକ୍ଲାଙ୍କର ଆନ୍ତର୍ଜାତୀୟ ଓ ଜାତୀୟ ଜର୍ନାଲଗୁଡ଼ିକରେ ୨୨୬ଟି ପେପର୍ ପ୍ରକାଶିତ ହୋଇଥିବା ବେଳେ ତାଙ୍କନାମରେ ୧୦ଟି ପ୍ୟାଟେନ୍‌ଟ ରହିଛି । ସେ ୫ଟି ପୁସ୍ତକର ମଧ୍ୟ ରଚୟିତା ।

ସଂଗ୍ରାମ କେଶରୀ ପୃଷ୍ଟିଙ୍କ ‘ଜୀବନର ବୃତ୍ତଚିତ୍ର’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଅନୁଗୋଳ ଜିଲ୍ଲା କିଶୋର ନଗରର ସଂଗ୍ରାମ କେଶରୀ ପୃଷ୍ଟି । ଓଡ଼ିଶାର ଜଣେ ପ୍ରତିଷ୍ଠିତ ସାହିତ୍ୟିକ , ସ୍ତମ୍ଭକାର ଓ ଫିଚର ଲେଖକ । ଆଜି ତାଙ୍କର ଆଲୋଚନା ପୁସ୍ତକ ‘ଜୀବନର ବୃତ୍ତିଚିତ୍ର’ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡିଶା ସାହିତ୍ୟ ଏକାଡେମୀର ପ୍ରଥମ ସାଧାରଣ ପରିଷଦ ବୈଠକରେ ଏକାଡେମୀର ସଭାପତି ତଥା ବିଶିଷ୍ଠ କାବୁ ନାଟ୍ୟକାର ହରିହରଙ୍କ ଦ୍ଵାରା ଆଜି ଉନ୍ମୋଚିତ ହୋଇଛି । ଏହାସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂକୃତି ବିଭାଗ ପ୍ରମୁଖ ଶାସନ ସଚିବ କବି ରଞ୍ଜନ କୁମାର ଦାସ ଓ ଏକାଡେମୀର ସଚିବ କବି ରଞ୍ଜନ କୁମାର ଦାସ ଓ ଏକାଡେମୀର ସଚିବ ସୁଚିସ୍ମିତା ମନ୍ତ୍ରୀ ତଥା ନୟାଗଡ଼ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି। ଏହାସହ ଶ୍ରୀ ପୃଷ୍ଟିଙ୍କ ଉଦ୍ୟମକୁ ପ୍ରସଂଶା କରିଛନ୍ତି । ଶ୍ରୀ ପୃଷ୍ଟି ଏବେ ଅନୁଗୁଳ ଜିଲ୍ଲା ସାହିତ୍ୟ ଏକାଡେମୀର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି । ସତ୍ୟମ ବୁକ ଏଜେନ୍ସି , ଭୁବନେଶ୍ୱର ଦ୍ଵାରା ପ୍ରକାଶିତ ବିପୁଳ ଲୋକ ସ୍ୱୀକୃତି ହେବ ବୋଲି ଆଶା କରାଯାଉଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news