କାର୍ଯ୍ୟକାରିଣୀରେ ବୈଠକରେ ବିରୋଧୀଙ୍କ ଉପରେ ବର୍ଷିଲେ ବିଜେଡି ନେତା….

ଭୁବନେଶ୍ୱର :  ବିଜେଡି କାର୍ଯକାରୀ ବୈଠକ ବିରୋଧୀଙ୍କ ଉପରେ ବର୍ଷିଲେ ବିଜେଡି ତୁଙ୍ଗନେତାମାନେ l ବିଜେଡିର ଆଭିମୁଖ୍ୟକୁ ନେଇ ବିରୋଧୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହାକୁ ବିଜେଡି ନେତାଏ ଟାର୍ଗେଟ କରିଛନ୍ତି l  ବିଜେଡି ଉପ ସଭାପତି ପ୍ରସ୍ନନ ଆଚାର୍ଯ୍ୟ କଡା ସମାଲୋଚନା କରିଥିଲେ l ପ୍ରସ୍ନନ କହିଥିଲେ ଯେ  ଯୁବ ବିଜେଡି କାର୍ଯ୍ୟ କାରିଣୀରେ ସବୁ ପ୍ରଶ୍ନ ଆଉ ଦ୍ଵନ୍ଦର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ ବର୍ଷରେ ଏଭଳି ଆଭିମୁଖ୍ୟ ଚଳଞ୍ଚଚଳ ସୃଷ୍ଟି କରିଛି । ଓଡ଼ିଶାର ସ୍ୱାର୍ଥ କ୍ଷେତ୍ରରେ ଯେଉଁ ମାନେ ଅବହେଳା କରିବେ ସେ ବିରୁଦ୍ଧରେ ଲଢେଇ ହେବ । କେନ୍ଦ୍ର ଅବହେଳା ବିରୁଦ୍ଧରେ ଜୋରଦାର ଲଢେଇ କରାଯିବ । ସଂଘୀୟ ବ୍ୟବସ୍ଥାର ପଦ ଦଳିତ କରୁଛନ୍ତି କେନ୍ଦ୍ରରେ ଥିବା ଦଳ ନିଜ ସ୍ୱାର୍ଥ ପାଇଁ । ବିଜେଡି ଏକ ପରିବାର । ପରିବାର ଭିତରେ ଏବଂ ଘର ଭିତରେ ବହୁ ମତ ପାର୍ଥକ୍ୟ ଥାଏ । ପରିବାରର ଯିଏ ମୁଖ୍ୟ ଦଳର ସୁପ୍ରିମୋ ଯାହା ନିର୍ଦେଶ ଦେବେ ଆମେ ତାକୁ ପାଳନ କରିବୁ । ସେଥିରେ କିଛି ସମସ୍ୟା ନାହିଁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି l ସେହିପରି କେନ୍ଦ୍ର କୃଷି ଆଇନରେ ଚାଷୀଙ୍କ କ୍ଷତି ହୋଇଥିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କିମ୍ବା ଫୋକସ ଷ୍ଟେଟ, କୋଭିଡରେ ଦେଶର ସଫଳତା ଓ ବିଜେପି ଶାସିତ ରାଜ୍ୟରେ ବିଫଳତା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କଲେ ସାଂସଦ ପିନାକୀ ମିଶ୍ର l

ବିଜେଡିର ସଭ୍ୟ ସଂଖ୍ୟା 1 କୋଟି 1 ଲକ୍ଷ 80 ହଜାର : ସମ୍ବିଧାନ ସଂଶୋଧନ ହେଲା…

ଭୁବନେଶ୍ୱର : ବିଜେଡିର  ସଭ୍ୟ ସଂଖ୍ୟା 1 କୋଟି 1 ଲକ୍ଷ 80 ହଜାରରୁ ଅଧିକ ହୋଇଛି । ଏଥିରେ 3 ଲକ୍ଷ ସକ୍ରିୟ ସଦସ୍ୟ ରହିଛନ୍ତି । 14 ଟି ଜିଲ୍ଲାରେ ସର୍ବାଧିକ ମେମ୍ଵର ସଂଗ୍ରହ ହୋଇଛି । ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ସୂଚନା ଦେଇଛନ୍ତି ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର l ଏହି ଅବସରରେ ବିଜେଡିର ସମ୍ବିଧାନ ସଂଶୋଧନ ହୋଇଛି । 8 ଟି ଆର୍ଟିକିଲି ଓ ଦୁଇଟି କ୍ଳଜ ସଂଶୋଧନ କରାଯାଇଛି । ଜିଲ୍ଲା ଓ ରାଜ୍ୟ ସ୍ତରରେ କମିଟିର ବିଭିନ୍ନ ପଦ ପଦବୀଙ୍କ ସୀମା ନିର୍ଦ୍ଧାରଣକୁ ଉଠାଇ ଦିଆଗଲା । ସଭାପତି ଚାହିଁଲେ ପ୍ରତିଦିନ ଏଥିରେ ପରିବର୍ତ୍ତନ କରିପାରିବ ବୋଲି ଦେବୀ ମିଶ୍ର କହିଛନ୍ତି l

ସେହିପରି  କରୋନା ମୁକାବିଲା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳ ମୁକାବିଲା ପାଇଁ ଧନ୍ୟବାଦ ପ୍ରସ୍ତାବଆଗତ କଲେ ମନ୍ତ୍ରୀ ସମୀର ଦାଶ l ସେହିପରି ମନ୍ତ୍ରୀ ଅରୁଣ ସାହୁ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ବିଜୟ- 5 ଥର ଲୋକଙ୍କ ସେବାର ସୁଯୋଗ ଓ ବିଜେପୁର, ପାଟକୁରା, ତିର୍ତ୍ତୋଲ, ବାଲେଶ୍ଵର ବିଜୟ ପାଇଁ ମହିଳାଙ୍କୁ ଧନ୍ୟବାଦ ଦେଇଥିଲେ l ପ୍ରତି   ନିର୍ବାଚନରେ ବିଜେଡି ଭୋଟ ବଧାନ ବଢ଼ୁଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ  l .2009ରେ 39 ପ୍ରତିଶତରୁ 2014ରେ 43 ପ୍ରତିଶତକୁ ବଢ଼ିଲା । ଆଉ 2019ରେ  44.9 ହୋଇଛି l

ଆଗାମୀ 50ବର୍ଷ ପାଇଁ ବିଜେଡି କାର୍ଯ୍ୟ କରିବ : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର : ଆରମ୍ଭ ହୋଇଛି ବିଜେଡି କାର୍ଯ୍ୟ କାରିଣୀ ବୈଠକ  । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ 80 ଜଣ କାର୍ଯ୍ୟ କାରିଣୀ ସଦସ୍ୟ ଉପସ୍ଥିତ ରହିଛନ୍ତି । ଦଳର ବରିଷ୍ଠ ଉପସଭାପତି ମାନେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଛନ୍ତି ।କାର୍ଯ୍ୟ କାରିଣୀ ସଦସ୍ୟ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ  ଓ ବିଷ୍ଣୁ  ଦାସଙ୍କ ପାଇଁ  1 ମିନିଟ ନିରବ ପ୍ରାଥନା କରଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରିଣୀ ବୈଠକକୁ ଆଗେଇ ନେବା ପାଇଁ କହିଥିଲେ l ଭରଚୁଆଲ ମାଧମରେ ଉପସ୍ଥିତ ରହିଥିଲେ l ସଂଗଠନ ସମ୍ପାଦକ ପ୍ରଣବ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ତାଙ୍କୁ ଗୁରୁ ଦାୟିତ୍ୱ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ l ନିଜ ଅଭିଭାଷଣରେ ପ୍ରଣବ କହିଥିଲେ ଯେ ଆଗାମୀ 50ବର୍ଷ ପାଇଁ ଆମେ କାର୍ଯ୍ୟ କରିବାକୁ ହେବ l ତେଣୁ ଆମେ ସମସ୍ତେ ନିଜ କର୍ତ୍ତବ୍ୟ ଠିକ ଭାବେ କରିବା କଥା। ନିଜେ ଦାୟିତ୍ୱ ନିଅ । ଏମିତି କାମ କର ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ମଳିନ ନ ପଡ଼ୁ। ଆପଣ ସମସ୍ତେ ନେତା। ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟର ବାର୍ତା ଘରେ ଘରେ ପହଂଚାବା ପାଇଁ ପ୍ରଣବ ପ୍ରକାଶ ଦାସ  କହିଥିଲେ l ଏହାସହ ଷଷ୍ଠ ଥର ସରକାର ଗଠନ ପାଇଁ ଦଳ  ପ୍ରସ୍ତୁତ ଆରମ୍ଭ ହୋଇଛି ତେଣୁ ତୃଣମୂଳ ସ୍ତରରୁ ସଭିଏଁ ଏକଜୁଟ ହୋଇ କାମ କରିବାକୁ ପ୍ରଣବ କହିଥିଲେ l

ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ରାଶି ବୃଦ୍ଧି ଦାବି,ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଓ ୟୁ ଜେ।

0

ଭୁବନେଶ୍ବର  :  ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟ ବୀମା ସମ୍ପର୍କିତ ବିଭିନ୍ନ ଦାବି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା କଲା ଓ ୟୁ ଜେ ।ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶି ୨ ଲକ୍ଷରୁ   ୫ ଲକ୍ଷକୁ ଵୃଦ୍ଧି , ବାପା ମା ଙ୍କୁ ସ୍ୱାସ୍ଥ୍ୟ ବୀମା ପରିସରଭୁକ୍ତ କରିବା ଓ ସ୍ୱାସ୍ଥ୍ୟ ବୀମାର ସଠିକ କାର୍ଯ୍ୟକାରିତା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରିବା ଆଦି ଦାବି ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କୁ ଭେଟିଲେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ । ଏହି ପ୍ରତିନିଧି ମଣ୍ଡଳରେ ଓଡିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ଓଡିଶା ସାମ୍ବାଦିକ ୟୁନିୟନର ସାଧାରଣ ସମ୍ପାଦକ ଅଶୋକ ନନ୍ଦ,ଉପସଭାପତି କିଶନ ରାଉତ , ଉପନ ସାହୁ ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ୟୁନିୟନ ସାଧାରଣ ସମ୍ପାଦକ ଭରତ ପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ଆଦି ଏକ ୩ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହ ସରକାର ଯଥା ଶୀଘ୍ର ସରକାର ଏହାକୁ ଦୃଷ୍ଟି ଦେବା ପାଇଁ ଦାବି ଜଣାଇଛନ୍ତି  ।

ଦିନେ ସମଗ୍ର ଭାରତବର୍ଷକୁ ଦିଗଦର୍ଶନ ଦେବ ଓଡ଼ିଶା : ପ୍ରଣବ ପ୍ରକାଶ

କାଲି ଯାହା ପାଖରେ ଆମେ ହାତ ପତାଉଥିଲୁ ଆଜି ତାଙ୍କୁ ସାହାଯ୍ୟ କରୁଛୁ..

ତାଙ୍କର ସ୍ୱପ୍ନ ହେଲା, ଏ ଜାତି ଦିନେ ଆଗକୁ ଯିବ

ଦିନେ ସମଗ୍ର ଭାରତବର୍ଷକୁ ଦିଗଦର୍ଶନ ଦେବ ଓଡ଼ିଶା : ପ୍ରଣବ ପ୍ରକାଶ
() ସାରା ପୃଥିବୀ ବୁଲିବା ଲୋକ ୨୨ ବର୍ଷ ହେଲା ଓଡ଼ିଶାରେ ରହିଛନ୍ତି । ଦିନେ କେବେ ସୁଖ ସ୍ୱାଛନ୍ଦ୍ୟର ଜୀବନ ବିତାଇବାକୁ କଳ୍ପନା ବି କରିନାହାନ୍ତି । ୨୪ ଘଣ୍ଟା ଓଡ଼ିଶା ଓ ଓଡ଼ିଆଙ୍କ କଥା ଚିନ୍ତା କରିବା ସହ ସେହି କାମରେ ଲାଗିଛନ୍ତି । କାରଣ ତାଙ୍କର ପ୍ରତିବଦ୍ଧତା ଏ ଜାତି ପାଇଁ, ଏ ରାଜ୍ୟପାଇଁ ଏବଂ ଏ ମାଟିର ଲୋକଙ୍କ ପାଇଁ ସବୁ ବେଳେ ରହିଛି । ମାତ୍ର ୨୦ ବର୍ଷ ତଳେ ଯେଉଁ ଆନ୍ଧ୍ରପ୍ରଦେଶ ଆମକୁ ମହାବାତ୍ୟାରେ ସାହାଯ୍ୟ କରିଥିଲା ଏବଂ ଆମେ ସହଯୋଗର ହାତ ପତାଇଥିଲୁ ଆଜି ସେମାନଙ୍କୁ ଆମେ ସହଯୋଗ କରୁଛୁ । ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ୟ କାରିଣୀରେ ଯୋଗଦେଇ ଏହା କହିଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।
ବିଜୁ ପଟ୍ଟନାୟକ ଜଣେ ଅଗ୍ରଣୀ କ୍ୟାପିଟାଲିଷ୍ଟ ହୋଇଥିଲେ । ସାରା ଦୁନିଆ ବୁଲିବା ପରେ ସେ ଯେତେବେଳେ ଓଡ଼ିଶା ଆସିଲେ ଏବଂ ରାଜ୍ଯର ସ୍ଥିତି ଦେଖିଲେ ସେ ମର୍ମାହତ ହେଲେ। ଓଡ଼ିଶା ପାଇଁ ଓ ରାଜ୍ଯବାସୀଙ୍କ ପାଇଁ ସ୍ବପ୍ନ ଦେଖିବା ଆରମ୍ଭ କଲେ। ମୋ ଓଡ଼ିଶା ମୋ ଓଡ଼ିଆ ପାଇଁ ସାରା ଜୀବନ କାମ କଲେ । ତାଙ୍କର ପୁଅ ନବୀନ ପଟ୍ଟନାୟକ। ସାରା ପ୍ରୁଥିବୀ ବୁଲିବା ଯାହାଙ୍କ ସଉକ ଥିଲା ସେ ତାଙ୍କ ପିତାଙ୍କ ସ୍ବପ୍ନକୁ ସାକାର କରିବା ଓ ଓଡ଼ିଆ ଲୋକଙ୍କର ସେବା କରିବାକୁ ନିଜର ସବୁ ସୁଖ ସ୍ବାଚ୍ଛନ୍ଦ୍ଯକୁ ଜଳାଂଜଳି ଦେଇଛନ୍ତି। ଗତ ୨୨ ବର୍ଷ ହେଲା ଲଗାତର ୨୪ ଘଣ୍ଟା ସେ ଲୋକଙ୍କ ପାଇଁ କାମ କରୁଛନ୍ତି। ତାଙ୍କର ସ୍ୱପ୍ନ ହେଲା, ଏ ଜାତି ଦିନେ ଆଗକୁ ଯିବ । ବିଜୁ ବାବୁ ଖାରବେଳଙ୍କ କଥା କହିଥିଲେ । ଯୁବକଙ୍କ ଭିତରେ ସ୍ୱପ୍ନକୁ ଦେଖିଥିଲେ । ଜଣେ ବିନ୍ଧାଣୀ ଭାବରେ ଉଭା ହେଲେ । ମୁଁ ବହୁତ ଥର ସାରଙ୍କ ସହ ଦିଲ୍ଲୀରୁ ଫେରିଥାଏ। ମୁଁ ୨/୪ ଥର ସାରଙ୍କୁ ଡ୍ରାଇଭ କରିଛି । ପାଖରେ ଦେଖିଛି । ସେ ଯେଉଁଠି ବି ଥାଆନ୍ତି, କେବଳ ସେ ଓଡ଼ିଶା କଥା ଭାବନ୍ତି କେବଳ ଓଡ଼ିଶା । କାରଣ ଏ ଦଳ ହିଁ ଓଡ଼ିଶାକୁ ନେତୃତ୍ୱ ଦେଇପାରିବ ଏବଂ ସେ କଣ ତ୍ୟାଗ ନ କରିଛନ୍ତି ରାଜ୍ଯକୁ ଆଗକୁ ନେବାପାଇଁ। ୨୨ ବର୍ଷ ଭିତରେ କେବେ ସେ ପଦାକୁ ଯାଇ ନାହାନ୍ତି । ୨୪ ଘଣ୍ଟା ଲୋକଙ୍କ ସହ ଅଛନ୍ତି । ଆନ୍ଧ୍ରପ୍ରଦେଶରୁ ଆସିଥିଲା ୧୯୯୯ ବାତ୍ଯା ବେଳେ ମେସିନ୍ । ଆମେ ହାତ ପତାଉଥିଲୁ । ଖଣ୍ଡେ ରାସ୍ତା ପାଇଁ ଆମେ ହାତ ପତାଉଥିଲୁ । ଜେସିବି ଦେଖିବାକୁ ଲୋକ ଠିଆ ହୋଇ ରହୁଥିଲେ । କିନ୍ତୁ ଗତ ହୁଡହୁଡ ସମୟର କଥା। ମୁଁ ଯେତେବେଳେ ଏନର୍ଜି ମିନିଷ୍ଟର ଥାଏ । ଆନ୍ଧ୍ରକୁ ଯାଇଥିଲି, ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଯେ୍ମିତି ରିସିଭ୍ କରାଯାଏ ମୋତେ ସେମିତି ରିସିଭି କରାଗଲା । ଓଡ଼ିଶା ସରକାରଙ୍କୁ କି ପ୍ରଶଂସା। କାରଣ ଆମେ ତାଙ୍କୁ ସହଯୋଗ କରିଥିଲୁ। ମାତ୍ର ୧୩ରୁ ୧୪ ବର୍ଷ ମଧ୍ୟରେ ବଦଳିଗଲା ଚିତ୍ର । ଏ ହେଉଛି ପରିବର୍ତ୍ତିନର ଚିତ୍ର । ମୁଖ୍ଯମନ୍ତ୍କୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର ବୋଲି ପ୍ରଣବ ଯୁବପୀଢ଼ି ଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କର ନିଜର ବୋଲି କିଛି ନାହିଁ , ପରିବାର ପାଇଁ କିଛି ନାହିଁ, ଯାହା ଅଛି ସେ ସବୁ ଓଡ଼ିଶାବାସୀଙ୍କର । ଦେଶର ସବୁ ମୁଖ୍ୟମନ୍ତ୍ରୀ କଣ ଗାଡ଼ି ଚଢନ୍ତି ଆପଣ ଦେଖୁଥିବେ । ଆମ ମୁଖ୍ୟମନ୍ତ୍ରୀ କି ଗାଡ଼ି ଚଢୁଛନ୍ତି ଦେଖିଥିବେ । ଏଷ୍ଟିମ ଗାଡ଼ିଟା ବଦଳରେ ଗୋଟେ ଭଲ ଗାଡ଼ି ଚଢିବା ପାଇଁ ସାରଙ୍କୁ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ଚୂଡାନ୍ତ ଗାଡ଼ି ଆସିଲା ବେଳକୁ ଆସିଲା ଏସଏକ୍ସ-୪ । ସାର୍ ଡେଙ୍ଗା ଲୋକ ତଥାପି ସେ କହିଲେ ଏଇଟା ଲୋକଙ୍କ ଟଙ୍କା । ଯେତେ କମରେ ହୋଇପାରିବ ଗାଡ଼ି ଆଣ। ଏପିରିକି ମୁଁ ସବୁ ବେଳେ ଚେଷ୍ଟା କରେ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ । ଜଣେ ବ୍ୟକ୍ତିଗତ ଲୋକ ମତେ କହିଥିଲେ, ମୁଁ ସାରଙ୍କୁ ପଚାରିଲି ସାର୍ ଆପଣ କେତେବେଳେ ଖୁସି ହୁଅନ୍ତି । ସେ ବିନା ପଜ ନେଇ କହିଥିଲେ ଓଡ଼ିଶା ପାଇଁ ମୁଁ ଯେତେବେଳେ କିଛି କାମକରେ ଏବଂ ଏଠାକାର ଲୋକ ଯେତେବେଳେ ଖୁସି ହୁଅନ୍ତୁ ସେତେବେଳେ ମୁଁ ଖୁସି ହୁଏ । ମୁଖ୍ୟମନ୍ତ୍ରୀଙ୍କୁ ଖୁସିକଲେ ହେବନି, ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ । ରାଜ୍ୟ ପାଇଁ ପ୍ରତିବଦ୍ଧତା । ସାରା ବିଶ୍ୱ ଆସି ଓଡ଼ିଶା ପାଖରେ ଠିଆ ହୋଇଛି । ଖଣିଜ ସଂପଦର ଟଙ୍କାକୁ ନିଜ ଟଙ୍କା ଭାବି ସେ ନେଇ ନାହାନ୍ତି । ଲୋକଙ୍କୁ ସେ ଫେରାଇ ଦେଇଛନ୍ତି ବିଭିନ୍ନ ଉପାୟରେ । ଗଞ୍ଜାମର ଲୋକ ଯାହା ମହାମହିମ ରାଜ୍ୟପାଳ ମଧ୍ୟ ସମାନ । ତାଙ୍କର ରାଜ୍ୟ ପାଇଁ ପ୍ରତିବଦ୍ଧତା, ମୁଁ ଓଡ଼ିଆ, ମୋ ଜାତି ଓଡ଼ିଆ । ତାଙ୍କର ଗୋଟିଏ ପ୍ରାଣ ଜୟ ଜଗନ୍ନାଥ । ଜଗନ୍ନାଥ କହନ୍ତି ଏବଂ ଓଡ଼ିଆ ପାଇଁ କାମ କରନ୍ତି । ଜୟଯାତ୍ରା କରନ୍ତି ବିଶ୍ୱ ଦରବାରରେ ଓଡ଼ିଶାକୁ ପହଞ୍ଚାଇବା ପାଇଁ । କୃଷି କର୍ମଣ ଠାରୁ ଆରମ୍ଭ କରି ବହୁ ପୁରସ୍କାର ପାଇଛି ଓଡ଼ିଶା । ଦିନେ ଓଡ଼ିଶା ଭାରତ ବର୍ଷକୁ ଦିଗଦର୍ଶନ ଦେବ ବୋଲି ପ୍ରଣବ କହିଛନ୍ତି।

ଓଡ଼ିଶା ପ୍ରତି ମୁଖ୍ଯମନ୍ତ୍ରୀଙ୍କର ପ୍ରତିବଦ୍ଧତା ସବୁବେଳେ ରହିଛି । ଯଦି ଏ ଦଳ ଆଗକୁ ଆହୁରି ସଂଘଠିତ ହେବ ତେବେ ବିଜୁ ଯୁବ ଜନତା ଦଳ ହିଁ କରିପାରିବ । ସାରା ଓଡ଼ିଶା ଆଜି ବଞ୍ଚିଛି ତାଙ୍କ ପାଇଁ । ସେ ତିଆରି କରିଛନ୍ତି ଜୀବନ ବିନ୍ଦୁ । ଜୀବନବିନ୍ଦୁ ଜରିଆରେ ଆମେ ଲକ୍ଷାଧିକ ଲୋକଙ୍କୁ ରକ୍ତ ଅଭାବରୁ ମରିବାକୁ ଦେଇନାହୁଁ। ତାଙ୍କ ନେତ୍ରୁତ୍ୱକୁ ଆହୁରି ସୁଦ୍ରୁଢ କରିବାକୁ ହେବ। ଯେଉଁ ନେତା ତାଙ୍କର ସବୁ ସୁଖ ସ୍ୱାଛନ୍ଦ୍ୟକୁ ବଳିଦେଇ ଯିଏ ଆମ ପାଇଁ କାମ କରୁଛନ୍ତି ଆମେ ତାଙ୍କ ପାଇଁ ନିଜକୁ ସମର୍ପିତ କରିବାକୁ ଶପଥ ନେବା।

ମହାନତାର ପରିଚୟ ଦେଲେ ମନ୍ତ୍ରୀ :ଦୁର୍ଘଟଣାଗ୍ରସ୍ଥ ବ୍ୟକ୍ତିକୁ କଲେ ଉଦ୍ଧାର..

ଭୁବନେଶ୍ୱର :ମହାନତାର ପରିଚୟ ଦେଲେ ମନ୍ତ୍ରୀ ସମୀର ଦାସ।ଦୁର୍ଘଟଣାଗ୍ରସ୍ଥ ବ୍ୟକ୍ତିକୁ ଦୁର୍ଘଟଣା ସ୍ଥଳରୁ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତିକଲେ ମନ୍ତ୍ରୀ ସମୀର ଦାସ। ପୁରୀ-ଭୁବନେଶ୍ୱର ରାସ୍ତା ସିଫା ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ଥ ହୋଇ ମରଣ ସହ ଲଢେଇ କରୁଥିବା ବେଳେ ସେହି ରାସ୍ତା ଦେଇ ନିମାପଡାରୁ ଭୁବନେଶ୍ୱର ଫେରୁଥିବା ଅବସ୍ଥାରେ ମନ୍ତ୍ରୀ ସମୀର ଦାସଙ୍କ ଆଖିରେ ଏହି ଦୃଶ୍ୟ ପଡିଥିଲା। ଏହାପରେ କାଳ ବିଳମ୍ବ ନ କରି ନିଜ ଗାଡ଼ିରେ ଧରି ଦୁର୍ଘଟଣାଗ୍ରସ୍ଥ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବ୍ୟକ୍ତି ଜଣକ ପିପିଲର ବାସିନ୍ଦା ଓ ତାଙ୍କ ନାଁ ମୁନା ବୋଲି ଜଣା ପଡ଼ିଛି।

ଦେଶରେ ଓଡିଶା ସ୍ୱତନ୍ତ୍ର : ନବୀନ

ଭୁବନେଶ୍ୱର :ଜାତୀୟ ସ୍ତରରେ ଓଡିଶା କାହିଁକି ସ୍ବତନ୍ତ୍ର । ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଏହାର ବାଖ୍ୟା କରିଛନ୍ତି । ଓଡିଶା ସ୍ୱତନ୍ତ୍ର ନେଇ ନବୀନଙ୍କ ଆଭିମୁଖ୍ୟ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ l ନିଜ ଅଭିଭାଷଣରେ ନବୀନ କହିଛନ୍ତି   ଓଡିଶାର ସ୍ୱତନ୍ତ୍ର ପରିଚୟ କଥା l ଆସନ୍ତୁ ନଜର ପକାଇବା

ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ – ସେଥିପାଇଁ ଓଡିଆ ଭାଷା ସ୍ବତନ୍ତ୍ର ।

ଆମ କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର ।

ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବତନ୍ତ୍ର ।

ତାଙ୍କ ପୂଜା, ତାଙ୍କ ସଂସ୍କୃତି ହେଉଛି ଆମ ଜୀବନ ଧାରା ।

ମହାନଦୀ ଆମ ଜୀବନ ରେଖା ।

ମହାନଦୀର ପାଣି ପ୍ରତି ଓଡିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହିଚାଲିଛି ।

ଆମ ଓଡିଶା ପ୍ରଚୁର ଖଣିଜ ସଂପଦରେ ଭରପୂର ॥

ଆମର ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି।

ଓଡିଶା ଏକ ସ୍ବତନ୍ତ୍ର ପରିଚୟ ହୋଇ ରହିଛି ।

ଓଡିଶାର ଏହି ସ୍ବତନ୍ତ୍ରତାର ସୁରକ୍ଷା ପାଇଁ ଆମ ପୂର୍ବପୁରୁଷ ମାନେ ଅନେକ ତ୍ୟାଗ କରିଛନ୍ତି ।

ଆମ ପାଇଁ ଲଢେଇ କରି ଆମକୁ ସ୍ବତନ୍ତ୍ର ରାଜ୍ୟ ଦେଇଛନ୍ତି

ଆମର ଦିଲ୍ଲୀରେ କେହି boss ନାହାନ୍ତି : ନବୀନ..

ଭୁବନେଶ୍ୱର ଯୁବ ଶକ୍ତି ହେଉଛି ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି । ତେଣୁ ଆପଣମାନଙ୍କ ଜରିଆରେ ଓଡିଶାର ଯୁବ ବନ୍ଧୁ ମାନଙ୍କୁ ମୋ ମନ କଥା କହୁଛି।ଆମ ଓଡିଶା ସ୍ବତନ୍ତ୍ର (Unique) କାହିଁକି ? ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ – ସେଥିପାଇଁ ଓଡିଆ ଭାଷା ସ୍ବତନ୍ତ୍ର ।ଆମ କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର ।ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବତନ୍ତ୍ର ।ତାଙ୍କ ପୂଜା, ତାଙ୍କ ସଂସ୍କୃତି ହେଉଛି ଆମ ଜୀବନ ଧାରା ।ମହାନଦୀ ଆମ ଜୀବନ ରେଖା ।ମହାନଦୀର ପାଣି ପ୍ରତି ଓଡିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହିଚାଲିଛି ।ଆମ ଓଡିଶା ପ୍ରଚୁର ଖଣିଜ ସଂପଦରେ ଭରପୂର ॥ ଆମର ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି।ଓଡିଶା ଏକ ସ୍ବତନ୍ତ୍ର ପରିଚୟ ହୋଇ ରହିଛି ।ଓଡିଶାର ଏହି ସ୍ବତନ୍ତ୍ରତାର ସୁରକ୍ଷା ପାଇଁ ଆମ ପୂର୍ବପୁରୁଷ ମାନେ ଅନେକ ତ୍ୟାଗ କରିଛନ୍ତି ।ଆମ ପାଇଁ ଲଢେଇ କରି ଆମକୁ ସ୍ବତନ୍ତ୍ର ରାଜ୍ୟ ଦେଇଛନ୍ତି ।ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ କଣ ?ନିର୍ବାଚନ ଜିତିବା । କ୍ଷମତା ଅଧିକାର କରିବା ଏବଂ କେନ୍ଦ୍ରରେ ସରକାର ଗଢିବା ।ଜାତୀୟ ଦଳର ରାଜ୍ୟ ନେତୃତ୍ବର ମୁଖ୍ୟ ଲକ୍ଷ୍ୟ କଣ ?ସେମାନଙ୍କର ମୂଳ ଲକ୍ଷ୍ୟ ହେଲା, ଜାତୀୟ ନେତୃତ୍ବକୁ ଖୁସି କରିବା ଏବଂ ମନ୍ତ୍ରୀ ହେବା ବା କିଛି ବଡ ପଦବୀ ପାଇବା ।ଇତିହାସ କହୁଛି ଯେ ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି – Mainstreaming agenda. କେବଳ ଏହି mainstreaming ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ ।ଏଥିପାଇଁ ସେମାନଙ୍କର ନୀତି (strategy) ହେଉଛି ଗୋଟିଏ ଭାଷା – ହିନ୍ଦୀ ।ଗୋଟିଏ ସଂସ୍କୃତି ।ଗୋଟିଏ ନୀତି, ଯାହାକୁ ବଡ ବଡ ରାଜ୍ୟ ମାନଙ୍କ ପାଇଁ ସୁବିଧା ହେବ।ଏବଂ ତା ପରେ ସେମାନେ ଅନ୍ୟ ରାଜ୍ୟ ମାନଙ୍କର ସ୍ବତନ୍ତ୍ର ପରିଚୟକୁ ଅଣଦେଖା କରି ସେହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦିଅନ୍ତି।ଜାତୀୟ ଦଳମାନେ ଜାତୀୟ ସ୍ତରରେ ନିଜ ସ୍ବାର୍ଥ ପାଇଁ ରାଜ୍ୟ ମାନଙ୍କର ସ୍ବତନ୍ତ୍ର ଆବଶ୍ୟକତା ସହିତ compromise କରିଥାନ୍ତି ।ଆମ ପାଇଁ ଆମ ଭାଷା ଓଡିଆ, ହିନ୍ଦୀ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ।ଆମ ପାଇଁ ମହାନଦୀ ଅନ୍ୟ ନଦୀ ଠାରୁ ଅଧିକ ପବିତ୍ର ।ଆମ ପାଇଁ ଓଡିଶୀ ସଙ୍ଗୀତ ହେଉଛି ଶାସ୍ତ୍ରୀୟ ସଂଗୀତ ।ଆମ ପାଇଁ କୋଶଳୀ ଓ ହୋ ଭାଷା ହେଉଛି ପ୍ରମୁଖ ଭାଷା ।ଆମ ପାଇଁ ଆଦିବାସୀ ମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତି।ଆମ ପାଇଁ ସମ୍ବଲପୁରୀ ହସ୍ତତନ୍ତ ହେଉଛି ବିଶ୍ବସ୍ତରୀୟ ।କିନ୍ତୁ, ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ ।ଆମର ସ୍ବତନ୍ତ୍ର ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ଦଳର ରାଜ୍ୟ ନେତା ମାନଙ୍କର voice ନାହିଁ ।ଏବଂ ଜାତୀୟ ଦଳର centralised hierarchyରେ ଏ ବିଷୟରେ ଉଠାଇବା ପାଇଁ ଇଚ୍ଛା ବି ନାହିଁ ।ରାଜ୍ୟର କଂଗ୍ରେସ ସରକାର ସବୁବେଳେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ଦ୍ବାରା ଚାଲୁଥିଲା ।ବିଜେପି ଶାସିତ ରାଜ୍ୟ ମାନେ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ବର ନିର୍ଦ୍ଦେଶରେ କାମ କରୁଛନ୍ତି ।ଏହାକୁ ଗୋଟିଏ ଆଞ୍ଚଳିକ ଦଳ ଦ୍ବାରା ପରିଚାଳିତ ଓଡିଶା ସହିତ ତୁଳନା କରନ୍ତୁ ।ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ଓଡିଶାର ସ୍ବତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି । ଆମର ଦିଲ୍ଲୀରେ କେହି boss ନାହାନ୍ତି ।ଓଡିଶାବାସୀ ହେଉଛନ୍ତି ଆମର boss ।ଆମେ କେବଳ ଓଡିଶାବାସୀଙ୍କ ପାଇଁ କାମ କରୁଛୁ ଓ ସେମାନଙ୍କ ଅଧିକାର ପାଇଁ କାମ କରୁଛୁ ।ମହାନଦୀ ପାଣି ପାଇଁ ଆମେ ଲଢେଇ କରୁଛୁ ।ଆମେ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଲଢେଇ କରୁଛୁ ।କୋଶଳୀ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ସିଡୁଲରେ ସାମିଲ କରିବା ପାଇଁ ଲଢେଇ କରୁଛୁ ।ଓଡିଶାର ଖଣିଜ ସଂପଦର ଲାଭ ଯେପରି ଓଡିଶା ଓ ଓଡିଶାବାସୀ ପାଇବେ, ସେଥିପାଇଁ ଆମେ ଲଢେଇ କରୁଛୁ ।ପ୍ରାୟ ପ୍ରତି ବର୍ଷ ଓଡିଶା ବଡ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି ।ଆମର ସ୍ବତନ୍ତ୍ର ଭୌଗଳିକ ଅବସ୍ଥିତି ପାଇଁ ଏହା ଘଟୁଛି ।ଉଭୟ ଜାତୀୟ ଦଳ, ବିଜେପି ଓ କଂଗ୍ରେସ, ସେମାନଙ୍କ manifestoରେ special category statusକୁ ଏକ ନମ୍ବରରେ ରଖିଥିଲେ।କିନ୍ତୁ ନିର୍ବାଚନ ପରେ ଏହି ଦାବୀକୁ ସହଜରେ ଭୁଲିଗଲେ ।କିନ୍ତୁ ବି.ଜେ.ଡି ଏଥିପାଇଁ ଲଢେଇ ଜାରି ରଖିବ।ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ବ୍ୟବହାର ବିଷୟ ସବୁବେଳେ ଉଠାଇବ ।ଗୋଟିଏ ସ୍ବତନ୍ତ୍ର ରାଜ୍ୟ ଗଠନର ଲକ୍ଷ୍ୟ ହେଉଛି – ଓଡିଶାର ସ୍ବତନ୍ତ୍ର ପରିଚୟର ସୁରକ୍ଷା ଏବଂ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ ।ଗୋଟିଏ ଆଞ୍ଚଳିକ ଦଳ ହିଁ ରାଜ୍ୟର ଲୋକମାନଙ୍କ ପାଇଁ ଲଢେଇ କରେ ।ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ସ୍ବତନ୍ତ୍ର ଓଡିଶା ଗଠନ ସମୟର ଆଶା ଓ ଆଦର୍ଶର ପ୍ରତୀକ ହୋଇଯାଇଛି ।ମୋର ଏହି ବାର୍ତ୍ତା କେବଳ ଆପଣ ମାନଙ୍କ ପାଇଁ ନୁହେଁ ।ଏହା ସାରା ଓଡିଶାର ଯୁବ ସମାଜ ପାଇଁ ।ସାରା ଓଡିଶାର ଭବିଷ୍ୟତ ପୀଢି ପାଇଁ ।ମୋ କଥା ଭଲ ଭାବରେ ମନେ ରଖନ୍ତୁ ।କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ ।କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ସ୍ବତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ।ନଚେତ୍‌, ଜାତୀୟ ଦଳ ମାନେ ଆପଣଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ ।ବିଜୁ ଜନତା ଦଳ ଓଡିଶାବାସୀଙ୍କ ବଳ ।

 

ସବୁ ଶ୍ରମ ଆଇନ ଓ ୨୨ ପ୍ରକାର ସେବା ଅନ୍‌ଲାଇନ୍‌ରେ ଉପଲବ୍‌ଧ ହେଲା

ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ
ସବୁ ଶ୍ରମ ଆଇନ ଓ ୨୨ ପ୍ରକାର ସେବା ଅନ୍‌ଲାଇନ୍‌ରେ ଉପଲବ୍‌ଧ ହେଲା
ସ୍ବଚ୍ଛନ୍ଦ ବ୍ୟବସାୟ (Ease of Doing Business) ପାଇଁ ବିଶେଷ ସହାୟକ ହେବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ କରିବା ସହିତ ୨୨ ପ୍ରକାର ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି୤
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୫-ଟି କାର୍ଯ୍ୟକ୍ରମର ମୁଖ୍ୟ ଆଧାର ହେଉଛି ବୈଷୟିକ କୌଶଳ ୤ ଏହା ହିଁ ପରିବର୍ତ୍ତନର ମାର୍ଗକୁ ଅଧିକ ସୁଗମ କରିଥାଏ୤
ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ପରିଶ୍ରମ ପୋର୍ଟାଲ ଓ ୨୨ ପ୍ରକାର ସେବା ସ୍ବଚ୍ଛନ୍ଦ ବ୍ୟବସାୟ (Ease of Doing Business) ପାଇଁ ବିଶେଷ ସହାୟକ ହେବ ଏବଂ ଏହା ସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ୤
ଏହି ପୋର୍ଟାଲରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଶ୍ରମ ଆଇନ ସଂପର୍କରେ ସୂଚନା ଉପଲବ୍‌ଧ ହେବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ବିଭିନ୍ନ ଶିଳ୍ପସଂସ୍ଥାନ, ବ୍ୟବସାୟିକ ପ୍ରତିଷ୍ଠାନ, କ୍ଷୁଦ୍ର ଉଦ୍ୟୋଗୀ ଓ ଜନସାଧାରଣ ଉପକୃତ ହେବେ ୤ ଆଗାମୀ ଦିନରେ ଏହି ପୋର୍ଟାଲରେ ୫୨ ପ୍ରକାର ସେବା ଉପଲବ୍‌ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ୤
ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସେବା ମନୋବୃତ୍ତି ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଗୁଡିକୁ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ୤
ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ଆଜିର ଏହି ନୂତନ ପୋର୍ଟାଲର ଉନ୍ମୋଚନ ଓ ଅନ୍‌ଲାଇନ ସେବା ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଶିଳ୍ପସମୃଦ୍ଧ ଓଡିଶା ଗଠନରେ ସହାୟକ ହେବ୤ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗ ନିଷ୍ଫାର ସହ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ୤
ସୂଚନାଯୋଗ୍ୟ ଯେ ବ୍ୟବସାୟିକ ପଦ୍ଧତିର ସରଳୀକରଣକୁ ପ୍ରୋତ୍ସାହିତ କରିବାପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ନୂଚନ ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି୤ ଆଜିର ଏହି ୨୨ଟି ଅନ୍‌ଲାଇନ ସେବା ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଅନ୍‌ଲାଇନ ଜରିଆରେ ପଞ୍ଜୀକରଣ ପ୍ରମାଣପତ୍ର, ଲାଇସେନ୍‌ସ, କାରଖାନାର ନୂତନ ନକ୍‌ସାର ଅନୁମୋଦନ, ଲାଇସେନ୍‌ସର ବଦଳିକରଣ, ବାଷ୍ପିତ୍ର ନିରୀକ୍ଷଣ ଓ ସାମୟିକ ନବୀକରଣ ଆଦି ଅନେକ ସୁବିଧା ମିଳିପାରିବ୤ ଏଥିସହିତ ପୋର୍ଟାଲରୁ ବିଭାଗ ଅଧିନସ୍ଥ ଶ୍ରମ ଆଇନ ସହିତ ଫର୍ମ, ବିଭିନ୍ନ ସେବା ନିମନ୍ତେ ଆବେଦନ ପ୍ରକ୍ରିୟା ଓ ପୈଠର ପରିମାଣ ସଂପର୍କରେ ସୂଚନା ମିଳିପାରିବ୤
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଚିତ୍ରା ଅରମୁଗମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ କମିଶନର ଶ୍ରୀ ତିରୁମଲ୍ଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ୤ ପୋର୍ଟାଲ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା୤
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ର ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, ଆ.ଟି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ୤

ଶ୍ରେୟ ପାଇଁ ବିଜେପି କଲା ସାମ୍ବାଦିକ ସମ୍ମିଳନୀ : ଦେଲା କେନ୍ଦ୍ର ହିସାବ

ଭୁବନେଶ୍ୱର :
ଦୁଇ ଦିନ ତଳେ ରାଜ୍ୟ ସରକାର ଘୋଷଣା କଲେ ପୁରୀ ଓ ଯାଜପୁରରେ ଦୁଇଟି ମେଡ଼ିକାଲ କଲେଜ ନିର୍ମାଣ କରିବେ । ରାଜ୍ୟ ସରକାରଙ୍କର ଓଡ଼ିଆ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି କୌଣସି ଭିଜନ ନାହିଁ । ମାତ୍ର କେନ୍ଦ୍ର ସରକାର ଯେଉଁ ଯୋଜନା କରୁଛନ୍ତି ତାକୁ ରାଜ୍ୟ ସରକାର ହଡ଼ପ କରିବାକୁ ଲାଗିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି । ଯେଉଁଥି ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଟଙ୍କା ଦେଇ ସାରିଲେଣି । କେନ୍ଦ୍ର ସରକାର 60 ପ୍ରତିଶତ ଦେଉଥିବା ବେଳେ ରାଜ୍ୟ ସରକାର 40 ପ୍ରତିଶତ ଦେବା କଥା । କିନ୍ତୁ ପୁରୀ ମେଡ଼ିକାଲ କଲେଜ ନିର୍ମାଣ ବିଳମ୍ବ ହେବା ପଛରେ କେବଳ ଗୋଟିଏ କାରଣ ହେଉଛି ସରକାର ନିଜ ସେୟାର ଦେଉ ନାହାନ୍ତି । ଏବଂ ସେହି 40 ପ୍ରତିଶତ ରୁ ଜମି ବି ରହିଛି ଆଉ ଯେଉଁ ଟଙ୍କା ଦେଉଛନ୍ତି ତାକୁ ପିସି ଆକାରରେ ଫେରାଇ ନେଉଛନ୍ତି । କେବଳ ଏହି ଯୋଜନା ନୁହେଁ ବିଜୁ ପକ୍କାଘର ଓ ଟଙ୍କିକିଆ ଚାଉଳ ଦେବା କଥା ହେଉ ସବୁଥିରେ ରାଜ୍ୟ ସରକାର ପ୍ରକୃତ ତଥ୍ୟ ରାଜ୍ୟ ବାସୀଙ୍କ ପାଖରେ ଲୁଚେଇ ରଖିଥାନ୍ତି ।
2018 ଅପ୍ରେଲରୁ ବର୍ତ୍ତମାନ ସୁଦ୍ଧା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ 3 ହଜାର 262 କୋଟ ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର । 2018-19 ରେ 743 କୋଟି, 2019-20 ରେ 1438 କୋଟି, 2020-21 ରେ 1080 କୋଟି ଏହା ବାଦ କୋଭିଡ ପାଇଁ ବି ପର୍ୟ୍ଯପ୍ତ ଅର୍ଥ ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ 5 ଟି ମେଡ଼ିକାଲ କଲେଜ ପାଇଁ 576 କୋଟି ଟଙ୍କା ଦେଇ ସାରିଛନ୍ତି ରାଜ୍ୟ ସରକାର । ଦ୍ଵିତୀୟ ପର୍ଯ୍ୟାୟରେ ଯାଜପୁର ମେଡ଼ିକାଲ କଲେଜ ପାଇଁ 100 କୋଟି, କଳାହାଣ୍ଡି ପାଇଁ 50 କୋଟି ଟଙ୍କା ରିଲିଜ କରି ସାରିଛନ୍ତି । ରାଜ୍ୟ ତାର ପ୍ରାପ୍ୟ ଦେବାରେ ବିଳମ୍ବ କରୁଥିବାରୁ କାର୍ଯ୍ୟ ବିଳମ୍ବ ହେଉଥିବା ଅଭିଯୋଗ କଲେ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର । ରାଜ୍ୟ ସରକାର ନିଜ ପ୍ରାପ୍ୟ ଅନୁଯାୟୀ କେତେ ଟଙ୍କା ଦେଇଛନ୍ତି ତାହାର ହିସାବ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବିଜେପିର ଦାବି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news