ପ୍ରଣବଙ୍କ ୩ ମନ୍ତ୍ର : ପ୍ରତିଷ୍ଠା ଦିବସ ନବୀନ ଓ ବିଜୁଙ୍କ କଥା କହି ହେଲେ ଭାବବିହୋଳ.. ….

ଭୁବନେଶ୍ୱର : ବିଜେଡିର 24ତମ ପ୍ରତିଷ୍ଠା ଦିବସରେ ଭାବବିହୋଳ ହେଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ଦଳର ଅନୁଶାସନ କଥା କହି ପ୍ରଣବଙ୍କ ଆଖି ଛଳଛଳ ହୋଇଯାଇଥିଲା l ଏହି ଅବସରରେ ପ୍ରଣବ କହିଥିଲେ ଯେ  – ବିଜୁ ବାବୁ ଓ ନବୀନ ବାବୁ ଅନୁଶାସିତ। ସାରା ଦେଶ ତାଙ୍କୁ ideal କରିଛି। ଆମକୁ ନିଜ ସ୍ୱାର୍ଥକୁ ଛାଡ଼ିବାକୁ ପଡ଼ିବ। ନିଜ ଜୀବନର 2 ଘଣ୍ଟା ଦଳ ପାଇଁ କାମ କର ଯଦି ନବୀନ ବାବୁଙ୍କୁ ଭଲ ପାଉଛୁ। ତେବେ ଲୋକ ଜାଣିବେ ଯେ ବିଜେଡି ଲୋକଙ୍କ ପାଇଁ କାମ କରେ।
ବିଜୁ ବାବୁ ସୀମିତ କି ସଂକୀର୍ଣ୍ଣ ନୁହନ୍ତି। ସେ ଆମ ପ୍ରାଣରେ ଅଛନ୍ତି ଯାହା ନବୀନ କହିଥିଲେ। ଆମକୁ ତାହା ମାନିକି ଚାଲିବାକୁ ପଡ଼ିବ। ତାହେଲେ ଦଳ ଆଗକୁ ବଢ଼ିବ।
ଯେଉଁ ପ୍ରସ୍ତାବ ଏଠି ପାରିତ ହେବ, ତାହା ସରକାରୀ ସ୍ତରରେ ପାଳନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜେଡି ଯାହା କରିବ, ତାକୁ ସରକାର ପାଳନ କରିବେ। ଯାହା ପ୍ରଶାସନିକ ସ୍ତରରେ ଗୋଟେ ବଡ଼ କଥା।

1. 23 ବର୍ଷ ଯାଏ କାହିଁକି ସୁନାମ – ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ଦମନ କରି ଚାଲିଛନ୍ତି। ଆଜି ନିଜ ଉପରେ ପ୍ରୟୋଗ କଲେ। ନିଜ ସରଳ ଜୀବନ, ସରକାରୀ କାର୍ଯ୍ୟରୁ ନିଜ ଜୀବନରେ ଖର୍ଚ୍ଚ କମ। ଯାହା ବିଜେଡି ଭିତରେ ହେଲା। ଆମେ ତାକୁ ଆଗକୁ ନେବା ଦାୟିତ୍ୱ।
2. ଭୋକର ଭୋଗଳ ଦୂର କରିବା – 1997 ମହାବାତ୍ୟା, ହାହାକାର ଭିତରେ 24*7 କାମ କଲେ। ମମତା, 1 ଟଙ୍କା ଚାଉଳ ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା କଲେ। ମୁଁ ଅଛି ବୋଲି confidence ଦେଲେ। କେହି ଭୋକରେ ଶୋଇବେନି। ଲୋକଙ୍କ ଭିତରେ ମାରି ଯାଇଥିବା ଆତ୍ମବିଶ୍ବାସ ପୁଣି ଜାଗ୍ରତ କଲେ। ବିଜୁ ବାବୁ ସାରା ଜୀବନ ଓଡ଼ିଶା ପାଇଁ ତ୍ୟାଗ କଲେ। ଆନନ୍ଦ ଭବନକୁ ଦେଇଦେଲେ। ନବୀନ ନିବାସ ପଛ ଘରେ ରୁହନ୍ତି। ବାକି ଦଳୀୟ କାର୍ଯ୍ୟାଳୟ ଓ ପ୍ରଶାସନିକ କାମ ଚାଲିଛି   ବୋଲି ବିଜେଡି  ସାଙ୍ଗଠନିକ ସମ୍ପାଦକ
ପ୍ରଣବ ପ୍ରକାଶ ଦାସ କହିଛନ୍ତି l

ଜଗତୀକରଣ ଯୁଗରେ ଆମେ ନିଜ ଐତିହ୍ଯ ଓ ପରିଚୟକୁ ଭୁଲିବା ଅନୁଚିତ୍ : ପ୍ରଣବ ପ୍ରକାଶ

ଜଗତୀକରଣ ଯୁଗରେ ଆମେ ନିଜ ଐତିହ୍ଯ ଓ ପରିଚୟକୁ ଭୁଲିବା ଅନୁଚିତ୍ : ପ୍ରଣବ ପ୍ରକାଶ
* ଓଡ଼ିଶାର ଐତିହ୍ଯ ଓ ସଂସ୍କ୍ରୁତି ସାରା ବିଶ୍ବରେ ନିଆରା
* ଯୁବପୀଢ଼ିଙ୍କ ପାଇଁ ପ୍ରେରଣା ନବୀନଙ୍କ ମନ୍ତ୍ର
* ଓଡିଶାକୁ ଆଗେଇବା ପାଇଁ ଯୁବ ଶକ୍ତିର ରହିଛି ବଡ଼ ଆବଶ୍ୟକତା

ଯାଜପୁର : ଓଡ଼ିଶାର ଇତିହାସ ଓ ସଂସ୍କ୍ରୁତି ବିଶ୍ବରେ ଅନନ୍ଯ। ଏ ଜାତି ପାଇଁ ଅନେକ ସମୟରେ ବହୁ ବଳିଦାନ ଦେଇଛନ୍ତି ମହାନ ସମ୍ରାଟ ଓ ଯୋଦ୍ଧା। ସେମାନଙ୍କର ବଳିଷ୍ଠ ଅବଦାନ ପାଇଁ ଆଜି ଏ ରାଜ୍ଯ, ଏ ଜାତି ଏବଂ ଏ ମାଟି ସାରା ବିଶ୍ବରେ ମୁଣ୍ଡ ଟେକି ଠିଆ ହୋଇଛି। ଆମ ପୂର୍ବ ସୂରିମାନଙ୍କର ସ୍ବପ୍ନ ଏବଂ ଚିନ୍ତାଧାରାକୁ ଯଦି କେହି ବାସ୍ତବ ରୂପ ଦେଉଥାନ୍ତି ତେବେ ସେ ହେଲେ ଆମର ପ୍ରିୟ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଯାଜପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ତ ଯାଜପୁରର ମା ବିରାଜଙ୍କ ମନ୍ଦିରର ଅନତି ଦୂରରେ ଥିବା ବଜରଙ୍ଗୀ ଛକ ନିକଟରେ ଅନୁଷ୍ଠିତ ବିଜୁ ଯୁବ ଛାତ୍ର ଓ ଜନତା ଦଳର କର୍ମଶାଳାରେ ଯୋଗ ଦେଇ ଏହା କହିଛନ୍ତି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ଓଡିଶାକୁ ଆଗେଇବା ପାଇଁ ଯୁବ ଶକ୍ତିର ବଡ଼ ଆବଶ୍ୟକତା ଥିବା ସେ କହିଛନ୍ତି।
ଯାଜପୁର ନିର୍ଵାଚନ ମଣ୍ଡଳୀର ଯୁବକ ମାନଙ୍କୁ ବିଜୁ ଯୁବ ଜନତା ଦଳର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତଥା ସମସ୍ତଙ୍କର ପ୍ରିୟ ବବି ଭାଇ । ରାଜ୍ଯରେ ଯାଜପୁର ଜିଲ୍ଲା ଏକ ବିକଶିତ ଜିଲ୍ଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ସଦା ସର୍ବଦା ରାଜ୍ୟକୁ ଆଗେଇ ନେବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ଅହରହ ସବୁବେଳେ ତାଙ୍କ ଚିନ୍ତା ଓ ଚେତନାରେ ରହିଛି ଏ ମାଟି ଏବଂ ଏଠାକାର ଲୋକ। ଗତ ୨୪ ବର୍ଷ ଧରି ଏ ଦଳ ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ବାସ ବଜାୟ ରହିଛି ଯାହା ଆଗକୁ ଆହୁରି ପରିବ୍ୟାପ୍ତ ହେବ। ଲକ୍ଷାଧିକ ସଂଖ୍ୟାର ଯୁବକ ମାନେ ଆଜି ବିଜେଡି କୁ ଭଲ ପାଉଛନ୍ତି ତାହାହିଁ ବୟାନ କରୁଛି ନବୀନଙ୍କ ଲୋକପ୍ରିୟତା କେତେ ବୃଦ୍ଧି ପାଉଛି ।
ଭୁବନେଶ୍ବରରେ ରାଜ୍ଯ କାର୍ଯ୍ୟକାରିଣୀ ବୈଠକ ପରେ ପ୍ରଥମଥର ପାଇଁ ଯାଜପୁର ନିର୍ବାଚନ ମଣ୍ଡଳୀର ଅନୁଷ୍ଠିତ ହୋଇଛି କର୍ମଶାଳା । ଯାହା ଓଡିଶା ପାଇଁ ଏକ ବଡ଼ ବାର୍ତା ଦେଇଛି।ଯୁବ ଓ ଛାତ୍ର ସମାଜ ସମାଜ ପାଇଁ ନବୀନଙ୍କ ବାର୍ତ୍ତା ଏକ ବଡ଼ ମାଇଲ ଖୁଣ୍ଟ ସାବ୍ଯସ୍ତ ହୋଇଛି। ନବୀନ ପଟ୍ଟନାୟକଙ୍କ କାର୍ଯ୍ଯ ହିଁ ଆମ ସମସ୍ତଙ୍କୁ ମାର୍ଗ ଦର୍ଶନ ଦେଉଛି। ଏହି ଅବସରରେ ସେ ବିବେକାନନ୍ଦଙ୍କର ଏକ ଉଦାହରଣ ଦେଇଥିଲେ। ଯାଜପୁରରେ ଅନୁଷ୍ଠିତ ପ୍ରଥମ ଯୁବ ଓ ଛାତ୍ର ଜନତା ଦଳର ବୈଠକ ରାଜ୍ୟ ପାଇଁ ଏକ ବାର୍ତା ଦେବା ସହ ପ୍ରେରଣା ଯୋଗାଇଛି। ଏହାର ମୁଖ୍ୟ ଲକ୍ଷ ହେଲା, ଯେଉଁମାନେ ରାଜ୍ୟ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ପାଖରେ କିପରି ଯୋଜନା ସବୁ ପହଞ୍ଚିବ ସେଥିପାଇଁ ଏହି କର୍ମଶାଳା ଆୟୋଜନ କରାଯାଇଛି । ଏଥିରେ ବିଜୁ ଯୁବ ଛାତ୍ର ଓ ଜନତା ଦଳର ଯୁବକ ମାନେ ପ୍ରତ୍ଯୋକ ଲୋକଙ୍କ ଘରକୁ ଯିବେ ଏବଂ ସେମାନଙ୍କ ପାଖରେ ରାଜ୍ୟ ସରକାରଙ୍କ ଯୋଜନା କିପରି ପହଁଚି ପାରିବ ସେଥିପାଇଁ ଉଦ୍ୟମ ମଧ୍ୟ କରିବେ ।
ଯୁବକମାନେ ଏ ଜାତିର ଭବିଷ୍ଯତ। ସେମାନଙ୍କ ଉପରେ ନିର୍ଭର କରେ ବିକାଶର ନକ୍ସା। ତେଣୁ ସେମାନେ ମୁଖ୍ଯମନ୍ତ୍ରୀଙ୍କ କାମ ଓ ବାର୍ତ୍ତାକୁ ପାଳନ କରି ବିକାଶକୁ ତ୍ବରାନ୍ବିତ କରିବା ଦିଗରେ ସହାୟକ ହେବାକୁ ଆହ୍ବାନ ଦେଇଛନ୍ତି ପ୍ରଣବ।

ଅନୁଜଙ୍କ ପାଇଁ ଏକାଠି ହେଲେ ସାରା ରାଜ୍ୟର ସାମ୍ବାଦିକ: ଉଠିଲା ପ୍ରତିବାଦର ସ୍ବର

ଭୁବନେଶ୍ୱର : ଗତକାଲି ନନ୍ଦିଘୋଷ ନିଉଜ ଚ୍ୟାନେଲର ସାମ୍ବାଦିକଙ୍କୁ ନୟାଗଡରେ ବିଜେପି କର୍ମି ମାଡ଼ ମାରିଥିଲେ । ଯାହାକୁ ନେଇ ଏବେ ରାଜ୍ୟର ବିଭିନ୍ନ ସାମ୍ବାଦିକ ଅନୁଷ୍ଠାନ ତରଫରୁ ତୀବ୍ର ନିନ୍ଦା କରାଯାଇଛି । ଏହି କ୍ରମରେ ଆଜି ଭୁବନେଶ୍ୱରର ସୂଚନା ଭବନ ପାଖରେ ରାଜ୍ୟର ଶତାଧିକ ସାମ୍ବାଦିକ ଏକାଠି ହୋଇ ଏ ଘଟଣାକୁ ନିନ୍ଦା କରିଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଏ ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ତୁରନ୍ତ ଗିରଫ କରି ଦଣ୍ଡ ଦେବାକୁ ସରକାରଙ୍କୁ କହିଛନ୍ତି । ଏହାସହ ଆଗାମୀ ଦିନରେ ସାମ୍ବାଦିକ ଆଇନକୁ ପ୍ରଣୟନ କରିବା ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ।

କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ : ସବୁ ମହଲରୁ ତୀବ୍ର ନିନ୍ଦା

ଭୁବନେଶ୍ୱର : ବିଜେପିର ଗୁଣ୍ଡାରାଜ ଅନେକ ଥର ସାମ୍ନାକୁ ଆସିଛି । ହେଲେ ଏବେ ସବୁ ସୀମା ଟପିଗଲା ବିଜେପି । ନନ୍ଦିଘୋଷ ଟିଭିର ସାମ୍ବାଦିକ ଅନୁଜ ଦାସଙ୍କୁ ଆକ୍ରମଣ କରିଛନ୍ତି ବିଜେପିର କର୍ମୀମାନେ । ନୟାଗଡ଼ ଯଦୁପୁର ପରୀ ହତ୍ୟାକାଣ୍ଡ ଘଟଣାର ରିପୋର୍ଟିଂ କରୁଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣାକୁ ଏବେ ରାଜ୍ୟର ସବୁ ମହଲରୁ ତୀବ୍ର ନିନ୍ଦା କରାଯାଉଛି । ବିଜେପି ନେତ୍ରୀ ପଦଯାତ୍ରା କରୁଥିବା ବେଳେ ଏଭଳି କାଣ୍ଡ ଘଟିଛି । ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ, ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ବିଜେପି କର୍ମୀ । କେବଳ ରିପୋର୍ଟର ନୁହଁନ୍ତି ବରଂ କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ସେଠାରେ ରାଜ୍ୟ ବିଜେପିର ଅନେକ ଛାମୁଆ ନେତା ଉପସ୍ଥିତ ଥିଲେ । ହେଲେ ଏ ଘଟଣାକୁ ସେମାନେ ଦେଖୁଥିଲେ ମଧ୍ୟ ପରିବାଦ କରି ନଥିଲେ । ଯାହାକୁ ଦେଖିଲେ ଏ ଆକ୍ରମଣକୁ ସେମାନେ ସବୁ ସମର୍ଥନ କରୁଥିଲା ପରି ଅନୁମେୟ କରାଯାଇପାରେ । ସେଠାରେ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟ , ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ପ୍ରାର୍ଥୀ ବିଭୁ ତରାଇ ଓ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ବିଜେପି କର୍ମୀଙ୍କ ଆକ୍ରମଣରେ ନନ୍ଦିଘୋଷ ଟିଭିର କ୍ୟାମେରା ଭାଙ୍ଗିଯାଇଛି । ସ୍ଥାନୀୟ ଲୋକ ଏହି ଘଟଣାକୁ ନିନ୍ଦା କରିଛନ୍ତି । ବିଜେପି କର୍ମୀଙ୍କ ଏଭଳି ଆଚରଣକୁ ଯଦୁପୁରବାସୀ ବିରୋଧ କରିଛନ୍ତି । ବିଜେପି କର୍ମୀଙ୍କ କବଳରୁ ସାମ୍ବାଦିକଙ୍କୁ ପୋଲିସ ଉଦ୍ଧାର କରିଛି ।

ପୁରୀ ବିକାଶର ନକ୍ସା ଦେଖିଲେ ବିଜେଡି ଛାତ୍ର ପ୍ରତିନିଧି… .

* ପୁରୀର ବିକାଶ ଦେଖିଲେ ଓ ବେଳାଭୂମି ବୁଲିଲେ ଛାତ୍ରନେତା
* ପ୍ରତିଶ୍ରୁତି ଦେଲେ ସମ୍ରୁଦ୍ଧ ଓଡ଼ିଶା ଗଠନରେ ନିଜକୁ କରିବେ ସମର୍ପିତ
() ପାଠପଢ଼ା ପରେ ପରୀକ୍ଷା ଏବଂ ଶେଷରେ ଚିତ୍ତବିନୋଦନ ପାଇଁ ଭ୍ରମଣ। ସ୍କୁଲ କଲେଜରେ ପଢିବା ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ଯାହା କରନ୍ତି ସେମିତି କିଛି ଦ୍ରୁଶ୍ଯ ରାଜନୀତିକ ଦଳଙ୍କ କାର୍ଯ୍ୟାଳୟରେ ମଧ୍ଯ ଦେଖିବାକୁ ମିଳିଛି। ଗତକାଲି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ସେମାନଙ୍କୁ ଦଳ, ସଂଗଠନ ଓ ଏହାର ନେତାଙ୍କ ସଂପର୍କରେ ଆଲୋଚନା ପରେ ୧୦୦ ମାର୍କର ପରୀକ୍ଷା ହୋଇଥିଲା। ସେମାନଙ୍କୁ ଉତ୍ସାହିତ କରିବାକୁ ପୁରସ୍କାର ମଧ୍ଯ ପ୍ରଦାନ କରାଯାଇଥିଲା। ପରେ ଅପରାହ୍ନରେ ଛାତ୍ରନେତାଙ୍କ ସହ ପୁରୀ ଭ୍ରମଣରେ ଯାଇଥିଲେ ପାର୍ଟିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ପିଲାଙ୍କୁ ମନ୍ଦିର ବାହାରେ ନୀଳଚକ୍ର ଦର୍ଶନ କରାଇବା ସହ ବେଳାଭୂମି ବିଚରଣ ମଧ୍ଯ କରାଇଥିଲେ। ସବୁଠି ପାଖେ ପାଖେ ଥିଲେ ସମସ୍ତଙ୍କର ପ୍ରିୟ ବବି ଭାଇ। ପିଲାଙ୍କୁ ପ୍ରେରଣା ଯୋଗାଇବା ସହ ଏକ ଶକ୍ତିଶାଳୀ ଓ ସମ୍ରୁଦ୍ଧ ଓଡ଼ିଶା ଗଠନରେ ସମସ୍ତେ ନିଜକୁ ସମର୍ପି ଦେବାକୁ ଆହ୍ୱାନ ଦେଇଥିଲେ। ଯୁବ ଛାତ୍ର ସଂଗଠନ ବିଜେଡିର ଶକ୍ତି ଓ ସେମାନଙ୍କର ଚିନ୍ତା ଓ ଚେତନାକୁ ପରିବ୍ଯାପ୍ତ କରି ଅପପ୍ରଚାରକୁ କବର ଦେବାକୁ ପରାମର୍ଶ ଦେଇଥିଲେ। ସେ ଟ୍ୱିଟ୍ କରି ଉଲ୍ଲେଖ କରିଛୱ୍ତି ଯେ,

ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ନିଜକୁ ସମର୍ପି ଦେବାକୁ ପ୍ରସ୍ତୁତ ଥିବା @odishabcjd ର ଯୁବ ନେତାଙ୍କ ଉତ୍ସାହରେ ମୁଁ ଉତ୍ସାହିତ। ମୁଁ ନିଶ୍ଚିତ ଯେ ଏହି ଯୁବକମାନେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଏବଂ କିମ୍ବଦନ୍ତୀ ବିଜୁ ବାବୁଙ୍କ ସ୍ୱପ୍ନକୁ ଆଗେଇ ନେବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବେ।
ବରିଷ୍ଠ ନେତାଙ୍କର ପିଲାଙ୍କ ପ୍ରତି ଏଭଳି ଯତ୍ନଶୀଳ କାର୍ଯ୍ଯ ସେମାନଙ୍କୁ ଯେ କେବଳ ପ୍ରେରଣା ଦେଇଛି ତା ନୁହେଁ ବରଂ ସେମାନଙ୍କୁ ଟାଣି ଆଣିଛି ଏଭଳି ଏକ ମହାନ ସଂଗଠନର ନେତାଙ୍କ ସହ କାମ କରିବାକୁ ଓ ଏବଂ ଓଡ଼ିଶା ବିକାଶର ସାରଥି ହେବାକୁ।

ଛାତ୍ର ନେତାଙ୍କୁ ପାଠ ପଢ଼ାଇଲେ ପ୍ରଣବ, ପାର୍ଟି ଅଫିସରେ କଲେ ପରୀକ୍ଷା

ଛାତ୍ର ନେତାଙ୍କୁ ପାଠ ପଢ଼ାଇଲେ ପ୍ରଣବ, ପାର୍ଟି ଅଫିସରେ କଲେ ପରୀକ୍ଷା
* ୨୦ ମିନିଟରେ ୨୫ ପ୍ରଶ୍ନର ଉତ୍ତର ଦେଲେ ବିସିଜେଡି ନେତା
* ନିଜ ଦଳ ଓ ଦଳର ସଭାପତିଙ୍କ ସଂପର୍କରେ ଥିଲା ପ୍ରଶ୍ନ, ଅନୁପ୍ରାଣିତ କରିବା ଉଦ୍ଦେଶ୍ୟ
* ଭାଷଣ କମ୍ ଓ କାମ କରିବାର ଶୈଳୀ ଉପରେ ଥିଲା ଅଧିକ ଫୋକସ୍
ଭୁବନେଶ୍ୱର : ନଥିଲା ଘଣ୍ଟା ଘଣ୍ଟାର ଭାଷଣ କି ମାଳ ମାଳ ନେତାଙ୍କ ବୟାନ ବାଜି । ଥିଲା ତ କେବଳ ପ୍ରଶିକ୍ଷଣ ମୂଳକ ବାର୍ତ୍ତା ଏବଂ ଦଳ ପାଇଁ କିଭଳି କାର୍ଯ୍ୟ କରିବେ ଭବିଷ୍ୟତ ପୀଢ଼ି । ଏ ନେଇ ଯୋଜନା ସଂପର୍କରେ ସେମାନଙ୍କ ସହ ଚର୍ଚ୍ଚା କରାଗଲା । ଛାତ୍ରଛାତ୍ରୀ ଯେମିତି କ୍ଲାସ ରୁମରେ ପାଠ ପଢନ୍ତି ସେମିତି ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ତାଙ୍କୁ ପାଠ ପଢ଼ାଇଥିଲେ ସାଂଗଠିନକ ସଂପାଦକ ପ୍ରଣବ ପ୍ରକାଶ ଦାସ । କେବଳ ପାଠ ପଢ଼ାଇନଥିଲେ ବରଂ ସେମାନେ ନିଜ ଦଳକୁ, ଦଳର ନେତାଙ୍କୁ ଏବଂ ଯାହାଙ୍କ ନାଁରେ ଦଳ ପ୍ରତିଷ୍ଠା ହୋଇଛି ତାଙ୍କୁ କେତେ ଜାଣିଛନ୍ତି ସେସବୁର ପରୀକ୍ଷା ମଧ୍ୟ କରାଇଥିଲେ ।
ଭୁବନେଶ୍ୱରରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ଏଥର ଏକ ଭିନ୍ନତା ଦେଖିବାକୁ ମିଳିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ର ପ୍ରତିନିଧିମାନେ ହିଁ ସଭା ପରିଚାଳନା କରିବା ସହ ନିଜ ନେତା ଓ ସଂଗଠନ ସଂପର୍କରେ ଚର୍ଚ୍ଚା କରିଥିଲେ । ଆଗାମୀ ରଣକୌଶଳ ଶିକ୍ଷା କରିବା ସହ ନିଜ ଅଞ୍ଚଳରେ କିଭଳି ଦୃଢ଼ ନେତୃତ୍ୱ ନେବେ ଏବଂ ଦଳକୁ ଶୃଙ୍ଖଳିତ ଓ ସଂଗଠିତ କରିବେ ସେ ନେଇ ପରାମର୍ଶ ମଧ୍ୟ ନେଇଥିଲେ । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦଳୀୟ କାର୍ଯ୍ୟ କରିବା ଶୈଳୀର ଭିନ୍ନତା ମଧ୍ୟ ଦେଖିବାକୁ ମିଳିଥିଲା ବୈଠକରେ ।
ବିଜୁ ଛାତ୍ର ଜନତା ଦଳର କାଯ୍ୟକାରିଣୀ ବୈଠକରେ ଛାତ୍ର ପ୍ରନିନିଧୀ ଦେଇଥିଲେ ପରୀକ୍ଷା । ୨୦ ମିନିଟରେ ଲେଖିବାକୁ ପଡ଼ିଥିଲା ୨୫ଟି ପ୍ରଶ୍ନର ଉତ୍ତର । ଯାହା କି ଛାତ୍ରଛାତ୍ରୀଙ୍କ ମେଧା ଦଳ ଓ ନେତାଙ୍କ ସଂପର୍କରେ କେତେ ଅଛି ସେ ସବୁର ପ୍ରମାଣ ଦେଇଥିଲା । ପରୀକ୍ଷାରେ ବିଜୁ ପଟ୍ଟନାୟକ, ନବୀନ ପଟ୍ଟନାୟକ ଓ ବିଜେଡି ସଂପର୍କରେ ୨୫ଟି ପ୍ରଶ୍ନ ରହିଥିଲା । ଏହାର ଉତ୍ତର ଦେଇଥିଲେ ଛାତ୍ର ପ୍ରତିନିଧି । ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଜେଡ଼ିର ନୂଆପିଢିକୁ ବିଜୁ ଓ ନବୀନଙ୍କ ସଂପର୍କରେ କେତେକ ଜାଣିଛନ୍ତି ସେ ଦକ୍ଷତା ଏହି ପରୀକ୍ଷା ମାଧ୍ୟମରେ ମାପିଥିଲେ । ପ୍ରଥମଥର ପାଇଁ କାର୍ଯ୍ୟକାରିଣୀ ବୈଠକରେ ଏପରି ପରୀକ୍ଷା ଦେଇ ନୂଆ ଅନୁଭୂତି ସାଉଁଟି ଥିଲେ ସମସ୍ତେ ।
ଆସନ୍ତା ବର୍ଷ ପାଇଁ ରାଜନୈତକ ଏଜେଣ୍ଡା ଚିଠା ପ୍ରସ୍ତୁତି ପାଇଁ, ନବନିର୍ବାଚିତ ପ୍ରତିନିଧୀ ମାନେ ଖୋଲା ମତ ଦେଇଥିଲେ ଏହି ବୈଠକରେ । କାର୍ଯ୍ୟକାରିଣୀରେ ଦୀର୍ଘ ଅଢେଇ ଘଣ୍ଟାର କସରତ ଭିତରେ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା । ବିଜୁ ଜନତାଦଳ କେବେ ପ୍ରତିଷ୍ଠା ହୋଇଥିଲା, ନବୀନ ପ୍ରଥମେ କେଉଁ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ, ବିଜୁ ବାବୁ କେତେ ବର୍ଷ ଜେଲରେ ରହିଥିଲେ । ଦଳ କ୍ଷମତାକୁ ଆସିବା ବେଳେ ଓଡ଼ିଶାରେ କଣ କଣ ସମସ୍ୟା ଥିଲା । ଏଭଳି ୨୫ଟି ପ୍ରଶ୍ନ ରହିଥିଲା ପ୍ରଶ୍ନ ପତ୍ରରେ । ୨୦ମିନଟ ମଧ୍ୟରେ ଛାତ୍ରନେତା ମାନେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ।
ପାଠ ପଢିବା ଓ ପରୀକ୍ଷା ଦେବା ଛାତ୍ରଛାତ୍ରୀଙ୍କ ପାଇଁ କିଛି ନୂଆ କଥା ନୁହେଁ । କିନ୍ତୁ, କାର୍ଯ୍ୟକାରିଣୀ ବୈଠକରେ ଦଳୀୟ କାର୍ଯ୍ୟାଳୟରେ ହଠାତ,ଦଳ ଓ ନେତାଙ୍କ ସଂପର୍କରେ ପରୀକ୍ଷା ଦେବା ନୂଆଜୋସ ଭରିଦେଇଥିଲା ଛାତ୍ର ପ୍ରତିନିଧୀଙ୍କ ଭିତରେ । ବିଜୁଛାତ୍ର ଜନତା କାର୍ଯ୍ୟକାରିଣୀ ବୈଠକରେ ଏଭଳି ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମ ନୂଆ ପିଢୀଙ୍କ ମଧ୍ୟରେ ନୂତନ ଉନ୍ମାଦନା ସୃଷ୍ଟି କରିପାରିଥିବା ସମସ୍ତେ କହିଛନ୍ତି । ନେତା ହେବାକୁ ହେଲେ କେବଳ ଯେ, ଅନୁଗାମୀ ହେବା ହିଁ ଦରକାର ଏକଥା ସହ ଯୋଗ୍ୟତାକୁ ମଧ୍ୟ ବଡ଼ ମାପଦଣ୍ଡ କରିଛି ବିଜେଡି । ଏହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।…

ଛାତ୍ରଙ୍କୁ ନବୀନ ମନ୍ତ୍ର : ନୂଆ ଓଡ଼ିଶାର ସାଜ ସାରଥୀ…

ଭୁବନେଶ୍ବର :  ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ସମାଜକୁ ଦେଇଛନ୍ତି ଗୁରୁମନ୍ତ୍ର । ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ହେବ । ଅପପ୍ରଚାର ସମାଜିକ ଭାଇଚାରାକୁ ନଷ୍ଟ କରିଥାଏ । ତେଣୁ ସତର୍କ ନ ରହିଲେ ଏହା ଆମ ସମାଜକୁ, ଆମର ସ୍ବତନ୍ତ୍ର ପରିଚୟକୁ ନଷ୍ଟ କରିଦେବ । ଅପପ୍ରଚାର ଦୂର କରି ସତକୁ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ବ ଛାତ୍ରସମାଜର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ କହିଛନ୍ତି ଯେ, କିଛି ଦିନ ତଳେ ଆମ ଯୁବ ଶାଖାର କାର୍ଯ୍ୟନିର୍ବାହୀ କମିଟି ବୈଠକ ହୋଇଥିଲା । ସେଥିରେ ରାଜ୍ୟର ସ୍ବତନ୍ତ୍ର ପରିଚୟ ଉପରେ କହିଥିଲେ ନବୀନ । ଓଡିଆ ଗର୍ବ ଓ ଗୌରବ ଉପରେ କହିଥିଲେ ମୁଖ୍ୟମନ୍ତ୍ରୀ ।
ସେ କହିଛନ୍ତି, ଓଡିଆ ଜାତି ଏକ ମହାନ ଜାତି । ଏ ଜାତି ଦିନେ ଗଙ୍ଗା ଠାରୁ ଗୋଦାବରୀ ଜୟ କରିଥିଲା । ଖାରବେଳ ଓ କପିଳେନ୍ଦ୍ର ଦେବଙ୍କ ପରି ମହାନ ସମ୍ରାଟମାନଙ୍କ ରାଜ୍ୟ ହେଉଛି ଆମ ଓଡିଶା । ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ଯେଉଁଥିରେ ନିଜେ ମହାପ୍ରଭୁ ସାମିଲ ହୋଇଥିଲେ, ଆଜି ମଧ୍ୟ ଆମର ଯୁବ ସମାଜ ମଧ୍ୟରେ ଶକ୍ତି ସଞ୍ଚାର କରୁଛି । ଆମର ବୀର ପାଇକମାନଙ୍କର ସାହସ ଓ ରଣନୀତି ବହୁଦିନ ଧରି ଓଡିଶାକୁ ଅଜୟ କରି ରଖିଥିଲା । ସେବାର ଅବତାର ଉତ୍କଳମଣି ଗୋପବନ୍ଧୁ, ଆମ ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁବାବୁ, ସଂଗ୍ରାମର ପ୍ରତୀକ ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏ – ଓଡିଶାର ଏହି ବରପୁତ୍ରମାନେ ହେଉଛନ୍ତି ଆମ ଆଦର୍ଶ ବୋଲି ସେ କହିଛନ୍ତି ।
ସେହିପରି ଫକୀର ମୋହନଙ୍କ ସାହିତ୍ୟ ଓଡିଆ ଭାଷାର ମହିମାକୁ ବୃଦ୍ଧି କରିଛି । ମା’ ରମାଦେବୀ, ମାଳତୀ ଚୌଧୁରୀ ଓ ପାର୍ବତୀ ଗିରିଙ୍କ ତ୍ୟାଗ ଓ ସଂଗ୍ରାମ ଓଡିଶାର ନାରୀ ଜାତିକୁ ମହିମା ମଣ୍ଡିତ କରିଛି ।
ଛାତ୍ର ସମାଜକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାନବ ଜାତି ପାଇଁ ସନ୍ଥ ଭୀମଭୋଇଙ୍କ ବାର୍ତ୍ତା ସାରା ବିଶ୍ବକୁ ମୋହିତ କରିଛି ୤ ଛୋଟ ପିଲା ହେଲେ ମଧ୍ୟ ସଂଗ୍ରାମୀ ବାଜି ରାଉତଙ୍କ ସାହସ ଓ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣା ୤ ସେହିପରି ବିଜୁ ବାବୁଙ୍କ ଓଡିଆ ଜାତି ପ୍ରୀତି ତାଙ୍କୁ ଅମର କରି ରଖିଛି । ଏହି ବରପୁତ୍ରମାନେ ସେମାନଙ୍କ କାର୍ଯ୍ୟ ଦ୍ବାରା ଓଡିଆ ଜାତିର ଗୌରବ ବୃଦ୍ଧି କରିଛନ୍ତି । ସେମାନେ ହିଁ ଆମର ଶ୍ରେଷ୍ଠ ପରିଚୟ । ତେଣୁ ଆପଣମାନେ ସେମାନଙ୍କ ବିଷୟରେ ଭଲ ଭାବରେ ଜାଣିବା ଦରକାର । ଓଡିଆ ଜାତି ପାଇଁ, ଓଡିଆ ଭାଷା ପାଇଁ, ଓଡିଆ ସଂସ୍କୃତି ପାଇଁ ସେମାନେ କରିଯାଇଥିବା ମହାନ କାର୍ଯ୍ୟ ହିଁ ଆମର ପ୍ରେରଣା ୤ ସେମାନଙ୍କୁ ଚିହ୍ନିଲେ ହିଁ ଆମେ ଆଗକୁ ବଢିବା । ଆମ ଭାଷା, ସଂସ୍କୃତି ଓ ପରିଚୟର ସୁରକ୍ଷା କରିପାରିବା ୤ ତେଣୁ ଆପଣମାନେ ସ୍ବତନ୍ତ୍ର ପରିଚୟ ବିଷୟରେ ଭଲ ଭାବରେ ଜାଣନ୍ତୁ ଏବଂ ପୀଢି ପରେ ପୀଢି ଏହାର ପ୍ରଚାର କରନ୍ତୁ ।
ଆପଣମାନେ ଜାଣନ୍ତି ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ । ସୋସିଆଲ ମିଡିଆର ଯୁଗ । ସୋସିଆଲ ମିଡିଆ ଆଜି ବହୁତ ପ୍ରଭାବଶାଳୀ । ସବୁ କ୍ଷେତ୍ରରେ ଏହାର ପ୍ରଭାବ ବଢୁଛି । କିନ୍ତୁ ସୋସିଆଲ ମିଡିଆରେ ବହୁ ଅପପ୍ରଚାର ହେଉଛି । ଅନେକ ସମୟରେ ସୋସିଆଲ ମିଡିଆ ଓ ଗଣମାଧ୍ୟମର ମୁଖ୍ୟ ସ୍ରୋତରେ ମିଛ ଖବର ଆସୁଛି । ତେଣୁ ଆପଣମାନଙ୍କୁ ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ହେବ । ଆମେ ସତର୍କ ନ ରହିଲେ ଏହା ଆମ ସମାଜକୁ, ଆମର ସ୍ବତନ୍ତ୍ର ପରିଚୟକୁ ନଷ୍ଟ କରିଦେବ । ଅପପ୍ରଚାର ଦୂର କରି ସତକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆପଣମାନଙ୍କର ଦାୟିତ୍ବ ।
ଆପଣମାନେ ହେଉଛନ୍ତି ଏ ଜାତିର ଭବିଷ୍ୟତ । ଆପଣମାନେ ହିଁ ଓଡିଆ ଗର୍ବକୁ ଆଗକୁ ନେଇପାରିବେ ।
ଛାତ୍ରମାନେ ତିନୋଟି କଥା ଉପରେ ଗୁରୁତ୍ବ ଦେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆପଣଙ୍କ ଭିତରେ ଥିବା ପ୍ରତିଭାର ପୂରା ବିକାଶ ପାଇଁ କଠିନ ପରିଶ୍ରମ କରନ୍ତୁ ୤ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ । ନିଜ ପରିବାର ଓ ବାପା ମା’ଙ୍କ ପ୍ରତି ଥିବା ଆପଣଙ୍କ ଦାୟିତ୍ବକୁ କେବେ ବି ଭୁଲନ୍ତୁ ନାହିଁ । ଆମ ସମାଜ, ଆମେ ଯେଉଁଠାରେ ବଢିଛେ, ପଢିଛେ ଓ ନିଜକୁ ଗଢିଛେ; ତାର ବିକାଶ ପାଇଁ ନିଜ ପ୍ରତିଭାର ପୂରା ଉପଯୋ କରନ୍ତୁ । କାରଣ ଆପଣମାନେ ହିଁ ଓଡିଶାର ପରିବର୍ତ୍ତନର ସାରଥୀ ।

ବିଜେଡି ଛାତ୍ର ନେତାଙ୍କୁ ବବିଙ୍କ ପରାମର୍ଶ : ଘରେ ଘରେ ପହଞ୍ଚାଅ ନବୀନ ମନ୍ତ୍ର

ବିଜେଡି ଛାତ୍ର ନେତାଙ୍କୁ ବବିଙ୍କ ପରାମର୍ଶ : ଘରେ ଘରେ ପହଞ୍ଚାଅ ନବୀନ ମନ୍ତ୍ର

* କହିଲେ ଚିତାବାଘ ଭଳି ଉତ୍ସାହରେ ପରିପୂର୍ଣ ବିସିଜେଡି
* ନବୀନଙ୍କ ବିରୋଧରେ ମିଛ ପ୍ରଚାରକକୁ ଦିଅ ତଥ୍ଯ ଭିତ୍ତିକ ଜବାବ
* ମୁଖ୍ଯମନ୍ତ୍ରୀ କଣ ଓ ତାଙ୍କ ନୀତି କଣ ସମସ୍ତଙ୍କୁ ଜଣାଅ

() ଚିତାବାଘ ଭଳି ସାହସ ଓ ଦକ୍ଷତା ତୁମ ଭିତରେ ଭରି ରହିଛି। ସମ୍ଭାବନାର ଏକ ବଡ଼ ଦାୟିତ୍ୱ ଆପଣଙ୍କ ମୁଣ୍ଡ ଉପରେ। ସାରା ରାଜ୍ଯରେ ସମ୍ଭାବନା ଓ ସୁଯୋଗର ସ୍ବର୍ଣ୍ଣିମ ବେଳାଭୂମି ତିଆରି କରିଛନ୍ତି ମୁଖ୍ଯମନ୍ତ୍ରୀ। ଏହାକୁ ଆଗକୁ ନେବା ନିଜ ନିଜ ଅଞ୍ଚଳରେ ନେତ୍ରୁତ୍ୱ ନେବାର ଦାୟିତ୍ୱ ଆପଣଙ୍କ ଉପରେ ରହିଛି। ବିଜେଡିର ବଡ଼ ଶକ୍ତି ହେଉଛନ୍ତି ଏହାର ଯୁବଛାତ୍ର ସଂଗଠନ। ଭୁବନେଶ୍ବରରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ଯକାରିଣୀରେ ଯୋଗଦେଇ ଏହା କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ।
ପୀଢ଼ିପରେ ପୀଢ଼ି ନେତାଙ୍କୁ ତିଆରି କରିଛନ୍ତି ମୁଖ୍ଯମନ୍ତ୍ରୀ। ପ୍ରତିଥର ତାଙ୍କ ଉପରେ ଲୋକଙ୍କର ଆସ୍ଥା ଓ ଭରସା ବଢୁଛି। ସମସ୍ତ ସ୍ୱାର୍ଥ ତ୍ଯାଗ କରି ସେ ସବୁବେଳେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ କଥା ଚିନ୍ତା କରୁଛନ୍ତି। ଏଭଳି ସ୍ଥିତିରେ ତାଙ୍କର ମନ୍ତ୍ରରେ ଅନୁପ୍ରାଣିତ ହୋଇ ତାଙ୍କର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଣବ। ନବୀନିଜୀମ୍ କଣ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାର କାମ ଛାତ୍ର ନେତାଙ୍କର ବୋଲି ସେ କହିଛନ୍ତି। ୨୦ ବର୍ଷ ତଳେ ଦେଶବାସୀ ଯେଉଁ ଓଡ଼ିଶାକୁ ଭୋକର ଭୁଗୋଳ ବୋଲି ଜାଣୁଥିଲେ ଆଜି ଏହା ଏକ ସମ୍ଭାବନାର ରାଜ୍ଯ ହୋଇପାରିଛି। କେବଳ ଏହା ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଦ୍ରୁଢ ନେତ୍ରୁତ୍ୱ ଏବଂ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ବା ଶୂନ ସହନଶୀଳତା କାରଣରୁ। ଦୁର୍ନୀତିକୁ ସମାଜରେ ଏକ ବ୍ଯାଧି ଓ ବିକାଶର ବାଧକ ବୋଲି ଅବହିତ କରିଛନ୍ତି ମୁଖ୍ଯମନ୍ତ୍ରୀ। ତେଣୁ ଦୁର୍ନୀତି ବିରୋଧରେ ଆପଣମାନେ ସ୍ବର ଉଠାଇବା ସହ ମୁଖ୍ଯମନ୍ତ୍କୀଙ୍କ ବାର୍ତ୍ତାକୁ ଗାଁ ଗାଁରେ ପହଞ୍ଚାଇବା ଜରୁରୀ।
ଏହି ଅବସରରେ ସେ ବିବେକାନନ୍ଦଙ୍କ ଗୁରୁ କାମକ୍ରୁଷ୍ଣ ପରମହଂସଙ୍କ ପାଖକୁ ଆସୁଥିବା ଅନୁଗାମୀ ଙ୍କ କାହାଣୀ କହିଥିଲେ। କିଭଳି ଜଣେ ଲୋକ ବାରମ୍ବାର ସ୍ବାମିଜୀଙ୍କର ନିନ୍ଦା କରୁଥିଲା ସେ ଅନୁଗାମୀ ତାକୁ ଶୁଣି ଚୁପ୍ ରହୁଥିଲେ। ଏକଦା ସେ ପରମହଂସଙ୍କୁ ଏକଥା କହିବା ପରେ ସ୍ବାମୀଜୀ କହିଲେ ତୁମେ କଣ କରୁଥିଲ ସେ ଯେତେବେଳେ ନିନ୍ଦା କରୁଥିଲା। ଅନୁଗାମୀ କହିଲେ ମୁଁ ଚୁପ୍ ରହୁଥିଲି। ପରମହଂସ କହିଲେ ତୁମେ ତୁମ ଗୁରୁଙ୍କ ସଂପର୍କରେ ମିଛ ନିନ୍ଦା ଶୁଣି ଚୁପ୍ କେମିତି ରହୁଥିଲ ? ପ୍ରତିବାଦ କାହିଁକି କଲନି ? ସତ କଣ କହିଲନି କାହିଁକି ? ତା ପରଦିନ ସ୍ଥିତି ଏଭଳି ହେଲା ଯେ, ସଂପ୍ରୁକ୍ତ ନିନ୍ଦୁକକୁ ଭୁଲ୍ ସ୍ୱୀକାର କରିବାକୁ ପଡ଼ିଲା। ସେହିପରି ମୁଖ୍ଯମନ୍ତ୍ରୀଙ୍କ ସଂପର୍କରେ ଯେଉଁମାନେ ବି ଏଭଳି ନିନ୍ଦା ପ୍ରଚାର କରୁଛନ୍ତି ସେମାନଙ୍କୁ ତଥ୍ଯ ଭିତ୍ତିକ ଜବାବ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଣବ।
ଏବେ ଆଦୌ ଢିଲା ହେବାର ସମୟ ନୁହେଁ। ପ୍ଲାଟଫର୍ମ ତିଆରି ସରିଛି ବିଲ୍ଡିଂ ତିଆରି ବାକି। ତେଣୁ ସେ ନୂଆ ସୋପାନ ଗଢ଼ିବାରେ ଛାତ୍ର ନେତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ୨୪ ଘଣ୍ଟା ଦଳ କଥା ଭାବିବା ଓ ନେତାଙ୍କର କାମକୁ ସବୁଠି ପହଞ୍ଚାଇବା ଆମର କର୍ତ୍ତବ୍ଯ ହେବା ଦରକାର ବୋଲି ପ୍କଣବ କହିଛନ୍ତି।।।।

ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ୧୦ଟି ପ୍ରଶ୍ନ…… କଣ ପଢନ୍ତୁ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ।ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଖୋଜି ମୁଖ୍ୟମନ୍ତ୍ରୀ ବିଧାୟକ କରନ୍ତି। ଅଫିସରମାନଙ୍କୁ ଦୁର୍ନିତି ଅଭିଯୋଗରେ ସସପେଣ୍ଡ କରନ୍ତି ପୁଣି ପଦୋନ୍ନତି ଦେଇ ପୁରସ୍କୃତ କରନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ୧୦ଟି ପ୍ରଶ୍ନ।

୧-ନବୀନ୍ ବାବୁ ଦଳ ସଭାପତି, ସେ କାହା ଇଙ୍ଗିତରେ ଚାଲନ୍ତି ?

୨-କାହକୁ ଖୁସି କରିବାକୁ ନବୀନ୍ ବିମୁଦ୍ରାକରଣରକୁ ସମର୍ଥନ କରିଥିଲେ?

୩-ବିଗତ ଦିନରେ କୃଷି ଆଇନ ସମେତ କେନ୍ଦ୍ରରେ ୧୬ ଆଇନ ପାସ ହୋଇଛି। କୃଷି ଆଇନ କୁ ସମର୍ଥନ କାହା ସ୍ୱାର୍ଥରେ? ଏଥିରେ ବିଜେଡ଼ି ସାଂସଦଙ୍କ ଭୂମିକା କଣ ଥିଲା?

୪-କେଉଁ ବସ୍ ନିର୍ଦ୍ଦେଶରେ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ କରିଥିଲେ ନବୀନ?

୫-କେନ୍ଦ୍ରୀୟ ଦଳର ଏଜେଣ୍ଡା କେନ୍ଦ୍ରାଭିମୁଖୀ ଏଜେଣ୍ଡା। ନବୀନ୍ କେଉଁ ସ୍ୱାର୍ଥରେ ଏକ ଦେଶ ଏକ ଆଇନକୁ ସମର୍ଥନ କରୁଛନ୍ତି ?

୬- ୨୦୦୨-୦୩ମସିହାରେ ବିଧାନସଭା ସଦସ୍ୟମାନେ ଓଡ଼ିଆ ଭାଷାକୁ ନେଇ କେନ୍ଦ୍ରରୁ ନିରାଶ ହୋଇ ଫେରିବା ପରେ କାହିଁକି ବିଜେପି ସହ ନବୀନ ସରକାର ଚଳାଇ ରଖିଲେ ?

୭-ଧର୍ମାନିରପେକ୍ଷତାର କଥା କହୁଥିବା ନବୀନ କେଉଁ ସ୍ୱାର୍ଥରେ ଆଡ଼ଭାନୀଙ୍କ ରଥରେ ଚଢିଥିଲେ?

୮-ସମୃଦ୍ଧ ସ୍ୱାଭିମାନି ଓଡିଶା ନିର୍ମାଣର ସଂକଳ୍ପ ଥିଲା ବିଜେଡି ସମ୍ବିଧାନରେ। କିନ୍ତୁ ଆଜି ପିଆଜ ଆଳୁ ସବୁ ପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। କେଉଁ କ୍ଷେତ୍ରରେ ଓଡିଶା ଅଗ୍ରଣୀ ଉତ୍ତର ରଖନ୍ତୁ ନବୀନ୍।

୯-କେଉଁ ସ୍ବାର୍ଥରେ ଖଣି ଓ କୋଇଲା ସେସ କେନ୍ଦ୍ର ବୋହି ନେଉଛି ?

୧୦-ସମୃଦ୍ଧ ଓଡିଶା ଗଠନ ପାଇଁ ଯୋଉ ଇସ୍ତାହାର ଥିଲା କୁଆଡେ ଗଲା?
26 ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ।
୬ ଦିନ ମଧ୍ୟରେ ଉତ୍ତର ରଖନ୍ତୁ ନବୀନ। ନଚେତ ସପ୍ତମ/ଅଷ୍ଟମ ଦିନରେ ପୁଣି କଂଗ୍ରେସ ଦୁର୍ନୀତିର ପର୍ଦ୍ଦାଫାସ କରିବ ଵୋଲି କହିଲେ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ।
ପିସିସି ସାମ୍ବାଦିକ ସମ୍ମିଳନୀରେ
ପଞ୍ଚାନନ କାନୁନଗୋ, ପ୍ରଶାନ୍ତ ଶତପଥୀ ଓ ଅମୀୟ ପାଣ୍ଡବ ଉପସ୍ଥିତ।

ସମୁଦ୍ରର ନୀଳ ଜଳରାଶିରେ ବୁଲିଲେ 132ବିଧାୟକ : ଦେଖିବେ ନୌସେନାର ଯୁଦ୍ଧ ଜାହାଜରେ ଯୁଦ୍ଧ କୌଶଳ

ଭୁବନେଶ୍ୱର :  ବ୍ଯସ୍ତ ରାଜନୈତିକ ଜୀବନରୁ ବାହାରି ସମୁଦ୍ରର ନୀଳ ଜଳରାଶିରେ ବୁଲିଲେ ବାଚସ୍ପତି, ବିଧାଯ଼କ ଓ ବିଧାୟକମାନେ l 132ଜଣ ବିଧାୟକ ୩ଟି  ସ୍ୱତନ୍ତ୍ର ବସରେ ପାରାଦ୍ୱୀପ ଯାଇଛନ୍ତି l ପାରାଦ୍ୱୀପ ବନ୍ଦରରେ ବୁଲାବୁଲି କରିବା ସହ ନୌସେନାର ଯୁଦ୍ଧ ଜାହାଜରେ ଯୁଦ୍ଧ କୌଶଳ ଦେଖିବେ ଏବଂ ଯୁଦ୍ଧ ଶିଖିବେ. ଏଭଳି କିଛି ବିଶେଷ କାର୍ଯ୍ୟକ୍ରମ ପାଇଁ  ସକାଳ ସାଢେ ଛଅଟାରୁ ପାରାଦ୍ବୀପ ଅଭିମୁଖେ ଯାତ୍ରା କରିଛନ୍ତି 132 ଜଣ ବିଧାୟକ l ସକାଳ  9ଟାରେ ପାରାଦ୍ୱୀପରେ   ପହଂଚି ନୌସେନାର ତିନୋଟି ଯୁଦ୍ଧ ଜାହାଜରେ ଗଭୀର ସମୁଦ୍ରକୁ ଯାତ୍ରା କରିଛନ୍ତି l. ସମୁଦ୍ର ମଧ୍ଯକୁ ପାଖାପାଖି 100 କିଲୋମିଟର ପର୍ଯ଼୍ଯନ୍ତ ଯାତ୍ରୀ କରିବେ ବିଧାଯ଼କ ମନ୍ତ୍ରୀମାନେ. ଏହି ସମୁଦ୍ର ଯାତ୍ରା ମଧ୍ଯରେ ନୌସେନାର ଯୁଦ୍ଧ ସରଂଜାମ, ଯୁଦ୍ଧ କୌଶଳ ଏବଂ କିଭଳି ଯୁଦ୍ଧ ସମଯ଼ରେ ଯୁଦ୍ଧ ଜାହାଜରେ ହେଲିକ୍ଯାପ୍ଟର ଆଦି ଉଡାଣ କରେ ଏ ସବୁକୁ ଦେଖିବେ ବିଧାଯ଼କ. ଆଇନ ପ୍ରଣଯ଼ନ କାର୍ଯ୍ଯ଼ କରୁଥିବା ଗଣତନ୍ତ୍ରର ଏହି ପ୍ରମୁଖ ନେତାମାନେ ଯୁଦ୍ଧ କୌଶଳ ଦେଖିବା ସହ କିଛି ବିଶେଷ ଅନୁଭବ ନେବେ ବୋଲି କୁହାଯାଇଛି l  ଦିନ 9ଟାରୁ 4ଟା ପର୍ଯ୍ଯ଼ନ୍ତ ଯୁଦ୍ଧ ଜାହାଜ ମଧ୍ଯରେ ସମଯ଼ ବିତାଇବେ ସମସ୍ତ ବିଧାଯ଼କ ମନ୍ତ୍ରୀ. ଏପରିକି ଜାହାଜ ମଧ୍ଯରେ ଜଳଖିଆ ସହିତ ମଧ୍ଯାହ୍ନ ଭୋଜନ ଆଦି ସମସ୍ତ ବ୍ଯବସ୍ଥା କରାଯାଇଛି. ନୌସେନାର ଅଧିକାରୀମାନଙ୍କ ସହ ସମସ୍ତେ ଖାଦ୍ଯ ଗ୍ରହଣ କରିବା ସହ ବୁଲିବାର ମଜା ନେବେ. ପ୍ରଥମଥର ପାଇଁ ସମସ୍ତ ବିଧାଯ଼କଙ୍କୁ ନେଇ ଏଭଳି ଆଯ଼ୋଜନ କରାଯାଇଥିବାରୁ ସବୁ ଦଳର ବିଧାଯ଼କମାନେ ବେଶ ଖୁସି l ବିଭିନ୍ନ ସମଯ଼ରେ କିଛି ବିଧାଯ଼କ ଏବଂ ମନ୍ତ୍ରୀ ଭିନ୍ନ ଭିନ୍ନ ଭାବେ ସମୁଦ୍ର ବୁଲିବାର ମଜା ନେଇଥିଲେ ମଧ୍ଯ ଯୁଦ୍ଧ ଜାହାଜରେ ଏଭଳି ଏକା ସାଙ୍ଗରେ ସମସ୍ତ ବିଧାଯ଼କ ସମୁଦ୍ର ବୁଲିବାର ଅନୂଭୂତି ପ୍ରଥମ. ଏପରିକି ରାଜନୈତିକ କ୍ଷେତ୍ରରେ ପରସ୍ପର ପରସ୍ପର ବିରୋଧରେ ବଯ଼ାନ ଦେଉଥିଲେ ମଧ୍ଯ ଏଭଳି ଆଯ଼ୋଜନ ସମସ୍ତଙ୍କୁ ଏକାଠି କରିବାର ସୁଯୋଗ ଆଣି ଦେଇଛି.    ବର୍ଷ ଶେଷ ରେ ବିଧାୟକ ମାନଙ୍କର ଏପରି ଏକତ୍ରିତ   ହେବା    ଏକ ସଂଯୋଗ l

Follow us

20,832FansLike
0FollowersFollow
14,700SubscribersSubscribe

Latest news