ଯାଜପୁର : ସେବା ତାଙ୍କ ଜୀବନର ଶ୍ରେଷ୍ଠ ବ୍ରତ । ସାରା ଜୀବନ ଯେଉଁଠି ବି ସେବା କରିବାର ଅବସର ମିଳିଛି କେବେ ବି ସେ ପଛକୁ ହଟି ନାହାଁନ୍ତି । ତେଣୁ ତାଙ୍କୁ ସେବାର ପ୍ରତୀକ ବୋଲି କୁହାଯାଏ ଏଥିପାଇଁ ତାଙ୍କ ନୀତି ଆଦର୍ଶ ଅନେକଙ୍କୁ ପ୍ରଭାବିତ କରିପାରିଛି । ସେ ହେଉଛନ୍ତି ରାଜ୍ୟର ସାଲିସ ବିହୀନ ସମ୍ରାଟ ଅଶୋକ ଦାସ । ଏହି ମହାନ ପୁରୁଷଙ୍କ ଆଜି ୧୨ ତମ ଶ୍ରାଦ୍ଧ ବାର୍ଷିକ । ଏହି ଦିନକୁ ସେବା କ୍ଷେତ୍ରରେ ଉତ୍ସର୍ଗ କରି ଅଶୋକ ଫାଉଣ୍ଡେସନ ତରଫରୁ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି । ଏଥିରେ ନିଜେ ଯାଜପୁରର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ ରକ୍ତ ଦାନ କରିଥିଲେ । ଆଉ ତାଙ୍କ ସମସ୍ତଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିବାକୁ ଆହ୍ୱାନ କରିଛନ୍ତି । କାରଣ ଏ ବୁନ୍ଦାଏ ରକ୍ତ ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିବ । ଏହି ରକ୍ତ ଦାନ ଶିବିରକୁ ଅଶୋକ ଦାସଙ୍କ ବଡ଼ ପୁଅ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ । ଅଶୋକଙ୍କ ନୀତି ଆଦର୍ଶ ତାଙ୍କୁ ସବୁବେଳେ ଅନ୍ୟର ସେବା ପାଇଁ ପ୍ରେରଣା ଦେଇ ଆସିଛି ବୋଲି ପ୍ରଣବ ମତ ରଖିଛନ୍ତି ।
ଅଶୋକ ଦାସଙ୍କ ଦ୍ୱାଶଦ ଶ୍ରାଦ୍ଧ ଦିବସରେ …
ଯାଜପୁର : ସ୍ୱର୍ଗତ ଅଶୋକ ଦାସ । ଲୋକଙ୍କ ନେତା । ଓଡ଼ିଶାର ସ୍ୱାଭିମାନ , ମୁକୁଟ ବିହିନ ସମ୍ରାଟ, ସାଲିସ ବିହିନ ନେତା, ଯାଜପୁର ମଉଡ଼ମଣୀ, ଓଡ଼ିଶାର ବିଚକ୍ଷଣ ରାଜନେତା ଏମିତି କେତେ କଣ ଶଦ୍ଦ ତାଙ୍କ ନାଁ ଲେଖିବା ପୂର୍ବରୁ ଆପେ ଆପେ ଯୋଡ଼ିହୋଇଯାଏ । ଜଣେ ରାଜନେତା, ଡ଼ାକ୍ତର ଓ ସମାଜସେବ ସେ । ରାଜନୀତି ତାଙ୍କର ପେଶା ହୋଇଥିଲେ ମଧ୍ୟ ନିଶା କିନ୍ତୁ ସମାଜସେବା କରିବା । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସେ ଥିଲେ ଅତି ଘନିଷ୍ଠ । ଲଗାତର ୭ଥର ସେ କୋରେଇ ନିର୍ବାଚନ ମଣ୍ଡଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସାରା ଓଡ଼ିଶାରେ କୋରେଇକୁ ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇ୍ଇଥିଲେ ସେ । ସବୁବେଳେ ଲୋକଙ୍କ ସହ ରହି ଲୋକଙ୍କ ସମସ୍ୟା ବୁଝୁଥିଲେ । ରାଜ୍ୟର ସ୍ୱାର୍ଥପାଇଁ ଲଢେଇ ବି ଜୋରଦାର କରୁଥିଲେ । ସେ ବିଧାନସଭା ହେଉ ଅବା ଜିଲ୍ଳାପାଳ କର୍ଯ୍ୟାଳୟ । ସବୁଠି ଲୋକଙ୍କ ହକ ମାଗୁଥିଲେ । ରାଜନୀତିର ପରିଭାଷା ତାଙ୍କ ପାଇଁ ଟିକେ ଭିନ୍ନ ଥିଲା । ପଦ ପଦବୀ ନୁହେଁ, ନେତୃତ୍ୱ ନେଇ କିପରି ଦଳ ଓ ଲୋକଙ୍କ ସମସ୍ୟା ସମାଧାନ କରିହେବ ଓ ଓଡ଼ିଶାର ସ୍ୱାର୍ଥ ହାସଲ ହୋଇପାରିବ ସେ କାମରେ ସେ ସବୁବେଳେ ଲାଗିପଡ଼ୁଥିଲେ । ସେବାକୁ ମୂଲମନ୍ତ୍ର କରି ସେ ତାଙ୍କ ଜୀବନ କଟାଉଥିଲେ । ପୁରା ଯାଜପୁରର ସେ ଥିଲେ ମୁରବୀ । କାରଣ ସେ ଥିଲେ ଧର୍ମନିରପକ୍ଷର ସବୁଠାରୁ ବଡ଼ ପ୍ରତୀକ । ସବୁଠାରୁ ବଡ଼ କଥା ହେଲା ସେ ଭାରି ସ୍ୱାଭିମାନୀ ଥିଲେ । କାହା ଆଗରେ ମୁଣ୍ଡ ନୁଆଉନଥିଲେ କି କାହା ସହ ସାଲିସ ବି କରୁନଥିଲେ । ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା ପୁରା ଓଡ଼ିଶାରେ । ଯେଉଁଥି ପାଇଁ ଆଜି ପୁରା ଓଡ଼ିଶା ତାଙ୍କୁ ଝୁରୁଛି । ଲୋକଙ୍କ ସେବା କରିବା ପାଇଁ ଯେଉଁସବୁ ମାର୍ଗ ରହିଛି ତାହାକୁ ସେ ଗ୍ରହଣ କରୁଥିଲେ । କେବଳ ରାଜନୀତି ନୁହେଁ, ଜଣେ ଆୟୁରବୈଦିକ ଡ଼ାକ୍ତର ଭାବେ ସେ ଲୋକଙ୍କ ସେବା କରୁଥିଲେ । ୭୦ ଦଶକରେ ଯେତେବେଳେ ଲୋକମାନେ ବିଭିନ୍ନ ରୋଗରେ ପୀଡ଼ତ ହୋଇ ପଇସା ଅଭାବର ଡ଼ାକ୍ତରଖାନା କି ଔଷଧ କିଣି ଖାଇପାରୁନଥିଲେ ସେତେବେଳେ ସେ ଚେରମୂଳି ଦେଇ ଲୋକଙ୍କୁ ଭଲ କରୁଥିଲେ । ତାଙ୍କର ଏହି ସେବା ମନୋବୃତି ସେ ମଲା ପରେ ବି ତାଙ୍କ ନାଁରେ ଚାଲୁଥିବା ଅଶୋକ ଦାସ ଫାଉଣ୍ଡେସନ ସେ କାମ କରୁଛି । ପ୍ରତି ସପ୍ତାହରେ ରକ୍ତଦାନ ଶିବିର କରି ଓଡ଼ିଶାରରେ ଯେମିତି ରକ୍ତ ଅଭାବରୁ କେହି ନ ମରିବେ ସେ ଆବଶ୍ୟକତା ପୂରଣ କରିବା ପାଇଁ ତାଙ୍କ ନାଁରେ ଗଢ଼ାଯାଇଥିବା ଅଶୋକ ଦାସ ଫାଉଣ୍ଡେସନ କୁଣ୍ଡୁଛି ମୂଷା ପରି କାମ କରୁଛି । କେବଳ ସେତିକି ନୁହେଁ, ବୃକ୍ଷରୋପଣ, ଅସହାୟକକୁ ସହଯୋଗ ମଧ୍ୟ କରୁଛି ତାଙ୍କ ନାଁରେ ଗଠିତ ଅନୁଷ୍ଠାନ । ଯୁବପିଢିଙ୍କ ପାଇଁ ଆଦର୍ଶ ସାଜିଥିବା ଅଶୋକ ବାବୁ ଆଜି ନାହାନ୍ତି ସତ, ହେଲେ ତାଙ୍କର ଆଦର୍ଶ ଓ ମାର୍ଗଦର୍ଶନ ଆଜି ବି ଜୀବିତ ଅଛି । ଏଭଳି ଯୋଗଜନମା ପୁରୁଷ କୋଚିତ ଧରାପୃଷ୍ଠରେ ଜନ୍ମଗ୍ରହଣ କରନ୍ତି । ତାଙ୍କ ଆଦର୍ଶରେ ପୁଅ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସେବାକୁ ନିଜ ଜୀବନର ଏଜେଣ୍ଡା କରିଛନ୍ତି। ବିଜେଡିର ସମସ୍ତ କାର୍ଯ୍ୟକ୍ରମରେ ସେ ସେବା ଓ ପରିଶ୍ରମକୁ ଗୁରୁତ୍ୱ ଦେଇଛନ୍ତି। ପ୍ରତି କର୍ମୀଙ୍କୁ ଦୈନିକ 2ରୁ 3 ଘଣ୍ଟା ଦଳ ପାଇଁ ଦେବାକୁ ସେ ଆହ୍ୱାନ ଦେଇ ବିଜେଡିକୁ ଆଞ୍ଚଳିକ ଦଳ ଭାବେ ଆହୁରି ଆଗକୁ ନେବାକୁ କହିଛନ୍ତି। ଠିକ ସେହିପରି ଯେପରି ବିଜୁ ବାବୁଙ୍କ ସହ ମିଶି ଜନତା ଦଳକୁ ଶେଷ ନିଶ୍ୱାସ ଯାଏ ଆଗେଇ ନେଇଥିଲେ ଅଶୋକ ଦାସ। ଯେଉଁଠି ବା ଯେଉଁ ଦଳରେ ଅଛ, ତା ପାଇଁ ସମର୍ପିତ ହେବାର ମହାନ ପରମ୍ପରା ଅଶୋକ ଦାସଙ୍କ ପରିବାରରୁ ଆସିଛି, ଯାହାକୁ ଆଗେଇ ନେଇ ଚାଲିଛନ୍ତି ପୁଅ ପ୍ରଣବ। ଆଜି ଅଶୋକ ଦାସଙ୍କ ଦ୍ୱାଦଶ ଶ୍ରାଦ୍ଧ ଦିବସ ଅବସରରେ ବିଗ ନ୍ୟୁଜ ଓଡ଼ିଶା ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।
ମୋ ନଜରରେ ଯାଜପୁରର ମୁରବୀ ଅଶୋକ ଦାସ…
ଯାଜପୁର : ୨୦୦୩ ମସିହା । ଯାଜପୁର ନରସିଂହ ଚୌଧୁରୀ କଲେଜର ଛାତ୍ର ସଂସଦ ନିର୍ବାଚନରେ ମୁଁ ପ୍ରାର୍ଥୀ ହୋଇଥାଏ । ନୁଆ ନୂଆ କଲେଜରେ ପାଦଦେଇ କାହିକିଁ କେଜାଣେ ମୁଁ ଛାତ୍ର ସଂସଦର ନିର୍ବାଚନ ପ୍ରାର୍ଥାୀ ହେବା ପାଇଁ ଆଗ୍ରହ ପ୍ରକାଶ କଲି ।ନିର୍ବାଚନ କେମିତି ଲଢନ୍ତି ଓ କଣ କରାଯାଏ ସେ ବିଷୟରେ କିଛି ଜାଣିନଥିଲି ମୁଁ । ତଥାପି ସାହସ ଜୁଟାଇ ମୁଁ ପ୍ରାର୍ଥୀ ହେବା ପାଇଁ ମନସ୍ଥ କଲି । ଆଉ ତାପରେ ପୁସିଂଗ କାର୍ଡ଼ ଓ ନିର୍ବାଚନ ପ୍ରଚାର କେମିତି କରିବି ସେ ଚିନ୍ତା ମତେ ଘାରିଲା । କାରଣ ଏଥିପାଇଁ ପଇସାର ଆବଶ୍ୟକତା ରହିଛି । ସେତେବେଳେ କିଛି ଲୋକମତେ କହିଲେ ତୁ ନିର୍ବାଚନରେ ଛିଡ଼ା ହୁଅ ଆମେ ପଇସା ଯୋଗାଡ଼ କରିଦେବୁ । ବାସ ମୁଁ ମାତିଲି । କଲେଜ ପଢୁଥିବା ସମୟରେ ଲଲିତେଶ୍ୱରରେ ରହୁଥିବା ପୁତୁଲା ଭାଇ ( ସତ୍ୟବ୍ରତ ଦାସ ) ମୋର ଭାରି ଘନିଷ୍ଠ ଥିଲେ । ସେ କହିଲେ ରହ ତୋ ପାଇଁ କିଛି କରିବା । ଆଉ ତାପର ଦିନ ୪ଟାବେଳେ ମତେ ସେ ନେଇଗଲେ କାଳିମେଘାକୁ । କାଳିମେଘା ଯାଜପୁର ଏକ ପରିଚିତ ସ୍ଥାନ । ସେଠାରେ ସବୁ ହୁଏ । ନ୍ୟାୟ . ଅନ୍ୟାୟର ବିଚାର ଓ ସାହାର୍ଯ୍ୟ, ସହଯୋଗ ଓ ଭାରଷା ଆଉ ବିଶ୍ୱାସର ଜାଗା ଏହି କାଳିମେଘା । କାରଣ ସେଠାର ଯାଜପୁରର ମୁରବୀ ତଥା ଓଡ଼ିଶାର ସାଲିସ ବିହୀନ ସମ୍ରାଟ ସ୍ୱର୍ଗତି ଆଶୋକ ଦାସଙ୍କ ଦରବାର । ଯାଜପୁରବାସୀ ଓ ଓଡ଼ିଶାର କୋଣ ଅନୁକୋଣରୁ ଯାହାର ଯାହା ସମସ୍ୟା ଥାଏ ସେଠାରେ ସମାଧାନ ହୁଏ । ଦିନରାତି ଏହି ଦରବାର ଖୋଲା । ପ୍ରଥମଥର ପାଇଁ ପୁତୁଲା ଭାଇଙ୍କ ସହ ମୁଁ ସେଠାରେ ପହଞ୍ଚିଲି । ଦେଖିଲେ ଚାରିପାଖେ ଲୋକେ ଘରିଛନ୍ତି । ଧଳାବାଳ, କଳା ନିଶ ସହ ଟଲମ୍ୟାନ ଜଣେ କାହାକୁ ଖୁବ ଜୋରରେ ବିରକ୍ତ ହେଉଛନ୍ତି । ମୁଁ ତ ଡ଼ରିଗଲି । ଏହାପରେ ମୁଁ ମତେ ସାଙ୍ଗରେ ନେଇକି ଯାଇଥିବା ଭାଇଙ୍କୁ ପଚାରିଲି ଭାଇ ଏ କିଏ । ଯେ କହିଲେ ବାବୁ । ମୁଁ କହିଲି ବାବୁ । ସେ କହିଲେ ଅଶୋକ ଦାସ । ରହ ଟିକେ ଫାଙ୍କା ହେଉ ଆମେ କଥା ହେବା । ଆଉ ପ୍ରାୟ ୩୦ ମିନିଟି ଅପେକ୍ଷା ପରେ ସେ ଆମ ଆଡ଼କୁ ଅନାଇକି କହିଲେ କଣ ହେଲା । ଆସ ଏଠିକୁ । ଆମେ ଗଲୁ ପୁତୁଲା ଭାଇ ଓ ମୁଁ ପ୍ରଣାମ କଲୁ । ତାପରେ ପୁତୁଲା ଭାଇ କହିଲା ଏ ଏଥର କଲେଜ ନିର୍ବାଚନରେ ଛିଡ଼ା ହୋଇଛି । ଆପଣଙ୍କ ପାଖକୁ ଆସିଛି । ଆଉ ସେ ସଙ୍ଗେ ସଙ୍ଗେ ମତେ ଦେଖି କହିଲି କଣ ତମ ନାଁ, ଘର କେଉଁଠି । ମୋ ପାଟିରୁ ଶବ୍ଦ ସରିନାହିଁ ସେ ସଙ୍ଗେ ସଙ୍ଗେ କହିଲେ ତୁ ଅମକ ପୁଅ ତ , ତୋ ବାପା କେମିତି ଅଛି । ଏହାସହ କହିଲେ ତୁ ତ ଦେଖିବାକୁ ସୁନ୍ଦର ,ଯାହା ତୁ ଜିତିବୁ । ଏହାକହି ମୋ ପିଠିକୁ ଥାପୁଡ଼େଇ ଦେଲେ । ଏହାପରେ ଅନ୍ୟ ଲୋକମାନଙ୍କ ସହ କଥା ହେଲେ । ଏହାପରେ ମୋ ମନକୁ ଆସିଲା , ଆରେ ନିର୍ବାଚନ ଲଢିବି କିଛି ସହଯୋଗ ପାଇଁ ଆସି ଥିଲି କଣ କିଛି ଦେଲେନି କି ସେ କଥା କହିଲେନି । କଣ କରିବି । ଏହାପରେ ମୁଁ କାଳିମେଘାରୁ ପଳାଇଆସିଲି । ପୁତୁଲା ଭାଇଙ୍କୁ କହିଲି ଭାଇ ଅଶୋକ ବାବୁ ତ କିଛି ସହଯୋଗା କଲେନି । ଖାଲି କହିଲେ ତୁ ସୁନ୍ଦର ଅଛୁ , ତୋ କଥାରୁ ଜାଣିପାରୁଛି ତୁ ନିର୍ବାଚନ ଜିତିବୁ । ଭାଇ କହିଲେ ରହ । ମୁଁ କିଛି ବ୍ୟବସ୍ଥା କରୁଛି । ପୁତୁଲା ଭାଇ ହସିକି କହିଲେ ତତେ ବାବୁ କଣ କହିଲେ ଶୁଣିଲୁନି କି , ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ପଇସା କଣ ଦରକାର । ଏହାପରେ ମୁୃଁ ଓ ଭାଇ ଆସିଲୁ । ଏହାପରେ ସେ କଣ ସହଯୋଗ କଲେ , ମୁଁ ନିର୍ବାଚନ ଜିତିବା ପରେ ଜାଣିଲି । କିନ୍ତୁ ସେଦିନ ସେ ନିର୍ବାଚନ ଜିତିବା ନେଇ ମୋ ମନରେ ଯେଉଁ ଆତ୍ମ ବିଶ୍ୱାସ ଭରିଦେଲେ ତାହା ମତେ ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ୪ଥର ଛାତ୍ର ନେତା ବନାଇଦେଲା । ଶେଷ ବର୍ଷରେ ମଧ୍ୟ ମୁଁ ନରସିଂହ ଚୌଧୁରୀ ( ଏନ.ସି) କଲେଜର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହେଲି ।
ମାତ୍ର କିଛି ସମୟର ଏ ଥିଲା ମୋର ଓଡ଼ିଶାର ସ୍ୱାଭିମାନୀ, ସାଲିସ ବିହୀନ, ମୁକୁଟ ବିତହିନ ସମ୍ରାଟ ଅଶୋକ ଦାସଙ୍କ ସହ ଗୋଟେ ଅନୁଭୂତି । ଏମିତି ଥିଲେ ସେ , ଲୋକଙ୍କୁ ଦେଖି ଲୋକଙ୍କ ମନକଥା ସେ ବୁଝିଯାଉଥିଲେ । ସେ ଯାଜପୁରର ମୁରବୀ ଥିଲେ । ଆଜି ଯାଜପୁରବାସୀଙ୍କ ପରମ ପୂଜ୍ୟ ସ୍ୱଗତ ଅଶୋକ ଦାସଙ୍କ ଦ୍ୱାଦଶ ଶ୍ରାଦ୍ଧ ଦିବସରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଦାଞ୍ଜଳୀ । ..
ଚିନ୍ମୟ ମହାପାତ୍ର, ସାମ୍ବାଦିକ
ନରସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ନବୀନ ଓ ପ୍ରଣବ : ଡାକ୍ତର କହିଲେ ସେ ପୁରା ସୁସ୍ଥ
ଭୁବନେଶ୍ୱର : କଂଗ୍ରେସର ସିବିଆଇ ଅଫିସ ଘେରାଉ ସମୟରେ ଗାଡି ଉପରେ ଭାଷଣ ଦେବା ବେଳେ ହଠାତ ଅସୁସ୍ଥ ହୋଇପଡିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର l ସାଙ୍ଗେ ସାଙ୍ଗେ ତାଙ୍କୁ ସେହି ଗାଡ଼ିରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ସ୍ୱତନ୍ତ୍ର ଡାକ୍ତର ଦଳ ତାଙ୍କର ଚିକିତ୍ସା ଆରମ୍ଭ କରିଦେଇଥିଲେ l ସେ ଏବେ ପୁରା ସୁସ୍ଥ ଅଛନ୍ତି l ଏ ଖବର ପ୍ରସାରିତ ହେବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପରିବାର ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନରସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କଲେ ମୁଖ୍ୟମନ୍ତ୍ର । ସେହିପରି ବିଜେଡି ସାଧାରଣ ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ ମଧ୍ୟ ନରସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏବଂ ଆଶୁ ଆରୋଗ୍ୟ କାମନା କରିଛନ୍ତି l ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ନରସିଂହ ମିଶ୍ର ଚିକିତ୍ସିତ ହେଉଛନ୍ତି l ସେ ବର୍ତମାନ ପୁରା ସୁସ୍ଥ ବୋଲି ଡାକ୍ତର କହିଛନ୍ତି l
ଏମିତି ହେଲାଣି ବିଜେଡି -ବିଜେପି ରାଜନୀତି : ମହିଳା ମୁଦ୍ଦାରେ ମୁକୁଙ୍କୁ ବବିଙ୍କ କଡ଼ା ଯବାବ
ମହିଳା ମୁଦ୍ଦାରେ ମୁକୁଙ୍କୁ ବବିଙ୍କ କଡ଼ା ଯବାବ
* ଧର୍ମେନ୍ଦ୍ରଙ୍କୁ କହିଲେ ମୁଖ୍ଯମନ୍ତ୍ରୀ ଚାହାନ୍ତି ଆମ ମା ଭଉଣୀମାନେ ଦେଶର ଭାଗ୍ଯ ନିର୍ଦ୍ଧାରଣ କରନ୍ତୁ
* ବିଜେପି ଚାହୁଁଛି କି ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ
ଭୁବନେଶ୍ୱର: ବିଜେଡ଼ି ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତିକରଣ କଥା ଉଲ୍ଲେଖ କରିଥିଲେ ମୁଖ୍ଯମନ୍ତ୍ରୀ। ବିଜେଡ଼ି ଏକମାତ୍ର ଦଳ ଭାବରେ ସାରା ଭାରତରେ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇଥିବା ବେଳେ ପଂଚାୟତସ୍ତରରେ ୫୦ ପ୍ରତିଶତ ସଂରକ୍ଷଣ ଦେଇ ପାରିଛି। ସଂସଦ ହେଉ କି ବିଧାନସଭା କିମ୍ବା ପଂଚାୟତ ସବୁଠି ମହିଳାଙ୍କର କିଭଳି ପ୍ରତିନିଧିତ୍ୱ ରହିବ ଏବଂ ସେମାନେ ସ୍ବାୟତ୍ତ ହେବେ ଏକଥା ଚିନ୍ତା କରିଛନ୍ତି ମୁଖ୍ଯମନ୍ତ୍ରୀ।
ପ୍ରତିଷ୍ଠା ଦିବସରେ ମୁଖ୍ଯମନ୍ତ୍ରୀଙ୍କ କଥାକୁ ସମାଲୋଚନା କରିଥିଲା ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଜ୍ବଳା ଉଦାହରଣ ଦେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ସହ ଭିଡ଼ିଓ ଜାରି କରିଥିଲା। ଆଜି ଏହାର କଡ଼ା ଯବାବ ଦେଇଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେ ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି କହିଛନ୍ତି ଯେ,
ଧର୍ମେନ୍ଦ୍ର ଭାଇ, ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ। ଆପଣ କଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା ଓ ଭଉଣୀମାନେ ଆଜିବି ଚମତ୍କାର ରୋଷେଇ କରନ୍ତି। ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳାଇ ପାରିବେ।
ପ୍ରଣବଙ୍କ ଏଭଳି ଟ୍ୱିଟକୁ ବେଶ୍ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ। ନବୀନ ବାବୁ ସବୁବେଳେ ଦୂରଦ୍ରୁଷ୍ଟି ସଂପନ୍ନ କାର୍ଯ୍ଯ କରୁଥିବାରୁ ତାଙ୍କୁ ବିଶ୍ବସ୍ତରରେ ମଧ୍ଯ ପ୍ରଶଂସା ମିଳିବାରେ ଲାଗିଛି।
ଥଣ୍ଡା ଦେଖି ଥରିଲା ପ୍ରଣବ ପ୍ରାଣ, ଅସହାୟଙ୍କୁ ବାଣ୍ଟିଲେ ବସ୍ତ୍ର ଓ କମ୍ବଳ
ଥଣ୍ଡା ଦେଖି ଥରିଲା ପ୍ରଣବ ପ୍ରାଣ, ଅସହାୟଙ୍କୁ ବାଣ୍ଟିଲେ ବସ୍ତ୍ର ଓ କମ୍ବଳ
* ଗରିବ ଅସହାୟଙ୍କ ପାଇଁ ସବୁବେଳେ ଖୋଲା ତାଙ୍କ ଦୁଆର
* ବସ୍ତି ଲୋକଙ୍କୁ ଭେଟିଲେ ଦୁଃଖ ଶୁଣିଲେ
ଯାଜପୁର : ଭୀଷଣ ଜାଡରେ ଥରୁଛି ସାରା ଓଡ଼ିଶା। ଗରିବ, ଅସହାୟ ଲୋକେ ଶୀତ କାକରରେ ରହୁଥିବା ବେଳେ ତାଙ୍କ ପାଖରେ ପହଞ୍ଚି ସୁଖ ଦୁଃଖ ବୁଝିଛନ୍ତି ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଗତକାଲି ଥିଲା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ। ସାରା ରାଜ୍ଯରେ ଏଥିପାଇଁ ବ୍ଯାପକ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା।
ଯାଜପୁରରେ ମଧ୍ଯ ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏହି କ୍ରମରେ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଗତକାଲି ସଂଧ୍ୟାରେ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରିଛନ୍ତି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ନେଉଳପୁର ପଞ୍ଚାୟତର ମୁଣ୍ଡା ସାହିରେ କମ୍ବଳ ବଣ୍ଟନ କରିଛନ୍ତି ଶ୍ରୀ ଦାସ।
ଶୀତ କାକରରେ ପଡ଼ି ରହିଥିବା ଆଦିବାସୀ ବସ୍ତିର ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ସଂଗଠନ ସଂପାଦକ।
ବିଜେଡି ମହିଳାଙ୍କ ହକ ପାଇଁ ଲଢେଇ ଜାରୀ ରଖିବ : ନବୀନ
ଭୁବନେଶ୍ବର () ମହିଳାଙ୍କୁ ରାଜନୀତିରେ ୩୩ ପ୍ରତିଶତ ସଂରକ୍ଷଣ ଦାବିକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଉଠାଇଥିବା ଦାବିକୁ ଏକ ଆନ୍ଦୋଳନରେ ପରିଣତ କରାଯିବ । ସଂସଦର ସବୁ ଅଧିବେଶନରେ ବିଜେଡି ସାଂସଦମାନେ ଏହି ଦାବି କରିବେ । ମହିଳାଙ୍କୁ ରାଜନୀତିରେ ସେମାନଙ୍କ ନ୍ୟାର୍ଯ୍ୟ ହକ ପ୍ରଦାନ ପର୍ଯ୍ୟନ୍ତ ଲଢେଇ କରିବ ବିଜେଡି । ଦଳର ୨୪ତମ ପ୍ରତିଷ୍ଠା ଦିବସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।
ବିଜୁ ଜନତା ଦଳର 24ତମ ପ୍ରତିଷ୍ଠା ଦିବସରେ ଲକ୍ଷ ଲକ୍ଷ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଦଳର ସଭାପତି । ମହିଳା ସଶକ୍ତିକରଣ ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । କାରଣ ତାଙ୍କର ବିଶ୍ବାସ ମା ଆଗେଇଲେ ଦେଶ ଆଗେଇବ ଓ ସମାଜ ଆଗେଇବ । ବିଜୁବାବୁଙ୍କ ଭାଷାରେ ମା ଭଉଣୀମାନେ ଯେଉଁମାନେ ନିଜର ଘରକୁ ଦକ୍ଷତାର ସହ ଚଳାଉଛନ୍ତି ସେମାନେ ପଂଚାୟତ ସମିତି ଓ ଜିଲ୍ଲା ପରିଷଦକୁ ମଧ୍ୟ ସମାନ ଦକ୍ଷତାର ସହ ଚଳାଇପାରିବେ । ମା ମାନେ ହେଉଛନ୍ତି ସମାଜ ଚକର ଅଖ । ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢ଼ି ପାରିବ ନାହିଁ । ୧୯୯୨ରେ ବିଜୁବାବୁ ମହିଳାମାନଙ୍କ ପାଇଁ ପଂଚାୟତ, ପୌରାଞ୍ଚଳ ଏବଂ ସରକାରୀ ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ ।
ସେ କହିଛନ୍ତି ବିଜୁବାବୁଙ୍କ ଆଦର୍ଶରେ ଚାଲିଥିବା ସରକାର ପଂଚାୟତ ଓ ପୌରାଞ୍ଚଳମାନଙ୍କରେ ମା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ କରିଛନ୍ତି । କେବଳ ସେତିକି ନୁହେଁ ବିଜୁ ଜନତା ଦଳ ସଂସଦ ଓ ବିଧାନସଭାରେ ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଲଢ଼େଇ କରୁଛି । ବିଜେଡି କଥା ନୁହେଁ କାମରେ ବିଶ୍ଵାସ କରେ । ବିଜୁ ଜନତା ଦଳ ଦେଶର ଏକମାତ୍ର ଦଳ ଯିଏ କି ୨୦୧୯ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇଥିଲା । ନିର୍ବାଚନ ଆସିଲେ ଜାତୀୟ ଦଳମାନେ ସେମାନଙ୍କ ଇସ୍ତାହାରରେ ମହିଳା ସଂରକ୍ଷଣ ବିଷୟରେ ବଡ଼ ବଡ଼ କଥା କହୁଛନ୍ତି । କିନ୍ତୁ ନିର୍ବାଚନ ସରିଗଲେ ଆରାମରେ ସେ କଥା ଭୁଲି ଯାଉଛନ୍ତି.
ଆମେ ଆମ ଜନସଂଖ୍ୟାର ୫୦ ପ୍ରତିଶତ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରିପାରିବା ନାହିଁ । ସେମାନଙ୍କୁ ଆମ ଦେଶର ରାଜନୀତିରେ ସେମାନଙ୍କ ଅଧିକାର ପାଇବା ଦରକାର । ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ହେଲେ ମଧ୍ୟ ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ତାର ସ୍ୱରକୁ ଆହୁରି ଜୋରଦାର କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଏବେଠାରୁ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାର ପ୍ରତି ଅଧିବେଶନରେ ବିଜୁ ଜନତା ଦଳ ମହିଳା ସଂରକ୍ଷଣ ବିଷୟ ଜାତୀୟ ଦଳମାନଙ୍କୁ ମନେପକାଇଦେବ । ପ୍ରତ୍ୟେକ କ୍ଷେତ୍ରରେ ଏ ବିଷୟ ଆମେ ଉଠାଇବୁ । ମହିଳାମାନଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଲଢ଼େଇ ଜାରି ରଖିବ । ଭାରତର ସବୁ ମହିଳାଙ୍କ ନିକଟରେ ଏ ବାର୍ତ୍ତା ପହଞ୍ଚାଇବ । ଗାଁ ଗାଁରେ ଘରେ ଘରେ ମା ମାନଙ୍କୁ ସଚେତନ କରାଇବୁ । ଏହାକୁ ଆମେ ଏକ ଆନ୍ଦୋଳନର ରୂପ ଦେବୁ । ସମାଜରେ ନାରୀର ଗୁରୁତ୍ୱ କେତେ ଅଧିକ ତାହା ଆମ ଲକ୍ଷ୍ମୀ ପୁରାଣରେ ହିଁ କହିଥାଏ । ନିଜେ ମହାପ୍ରଭୁଙ୍କ ମଧ୍ୟ ଏହା ସ୍ବୀକାର କରିଛନ୍ତି ।
ଆମ ଓଡ଼ିଶାରେ ୮୦ ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହେଲେଣି । ସେମାନେ ବିଭିନ୍ନ କ୍ଷେତ୍ରରେ ଯେପରି ଦକ୍ଷତାର ସହ ସେମାନଙ୍କ ଦାୟିତ୍ୱ ତୁଲାଉଛନ୍ତି ନ ଦେଖିଲେ ବିଶ୍ବାସ କରିହେବ ନାହିଁ । ମହିଳା ସଶକ୍ତିକରଣ ବିନା ଦେଶର ପ୍ରଗତି ଅସମ୍ଭବ । କୌଣସି ଘର, ସମାଜ, ରାଜ୍ୟ କିମ୍ବା ଦେଶ ମହିଳା ସଶକ୍ତିକରଣ ବିନା ଆଗେଇପାରିନି । ଆମକୁ ଯଦି ବିଶ୍ଵର ଆଗୁଆ ଦେଶମାନଙ୍କ ସହ ସମକକ୍ଷ ହେବାକୁ ଆମ ମା ମାନଙ୍କୁ ସେମାନଙ୍କ ହକ୍ ଦେବାକୁ ହେବ । ଏ ଦିଗରେ ବିଜୁ ଜନତା ଦଳ ସବୁବେଳେ ଆଗରେ ରହିଛି ଏବଂ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଜୁବାବୁଙ୍କ ଆଦର୍ଶରେ ଗଠିତ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ଦଳ, ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଲକ୍ଷ ଲକ୍ଷ କର୍ମୀ ଭାଇଭଉଣୀଙ୍କ ପରିଶ୍ରମ ଯୋଗୁଁ, ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି । ଏହି ସାମାଜିକ ଆନ୍ଦୋଳନର ଆମ୍ବା ହେଉଛନ୍ତି, ଆମର ମା ମାନେ । ଏକ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡ଼ିଶା ଗଠନ କରିପାରିବ । ତେଣୁ ଆମ ସମାଜ ପାଇଁ, ଆମ ରାଜ୍ୟ ପାଇଁ, ମା ମାନେ ଚାହୁଁଥିବା ପରିବର୍ତ୍ତନକୁ ସାକାର କରିବା ପାଇଁ ଏହି ସାମାଜିକ ଆନ୍ଦୋଳନରେ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ମା ମାନଙ୍କୁ ମୁଁ ଆହ୍ବାନ କରିଛନ୍ତି ନବୀନ ପଟ୍ଟନାୟକ ।
ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ୨୪ତମ ପ୍ରତିଷ୍ଠା ଦିବସ..
ଦେବଗଡ଼ : . ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ଆଜି ବିଜେଡି ୨୪ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଦଳ ର ନେତା ଓ କର୍ମୀ ମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ମାଲ୍ୟାର୍ପଣ କରିଥିଲେ ।ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ବସନ୍ତ ନିବାସ ଠାରେ ପହଞ୍ଚି ଥିଲେ ।ଜିଲ୍ଲା ବିଜେଡି ସଭାପତି ରମାଞ୍ଚ ରଞ୍ଜନ ବିଶ୍ୱାଳ ଙ୍କ ସ୍ୱଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଜ୍ୟ ପରିଷଦ ସଭ୍ୟ ସୁଜିତ କୁମାର ପ୍ରଧାନ, ଜିଲ୍ଲା କୃଷକ ସେଲ ସଭାପତି ଚିତ୍ତ ରଂଜନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ନିଶାନୀ ବେହେରା, ନଗର ସଭାପତି ଶୁକ ଦେବ ଭଞ୍ଜ, ଯୁବ ବିଜେଡି ସଭାପତି ପ୍ରତାପ ଦେବ, ଛାତ୍ର ସଭାପତି ଭବାନୀ ସାହୁ , ଟିଲେଇବଣି ବ୍ଲକ ସଭାପତି ବାବୁଲା ପୃସେଠ, ବାରକୋଟ ସଭାପତି ହୀରାଲାଲ ସାହୁ, ରିଆମାଳ ସଭାପତି ବୈକୁଣ୍ଠ ପାଇକରାୟ , ବିଷ୍ଣୁ ଅମାତ୍ୟ, ତରଣୀ ସେନ ପ୍ରଧାନ , ଶକୁନ୍ତଳା ପ୍ରଧାନ ଓ ଅର୍ଚ୍ଚନା ପ୍ରଧାନ ପ୍ରମୁଖ ବହୁ ନେତା ଓ କର୍ମୀ ଯୋଗ ଦେଇ ଉଦବୋଧନ ଦେଇଥିଲେ । ବରିଷ୍ଠ ସଦସ୍ୟ କାମାକ୍ଷା ଗଙ୍ଗଦେଵ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସାତ ଜଣ କରୋନା ଯୋଦ୍ଧା ଙ୍କୁ ଦଳ ପକ୍ଷରୁ ସଂମାନିତ କରାଯାଇଥିଲା ।ଏଠି ମଧ୍ୟରୁ ୩ ଜଣ ମେଡିକାଲ କର୍ମଚାରୀ, ୨ ଜଣ ପୁଲିସ ଓ ୨ ଜଣ ପୌରପରିଷଦ କର୍ମଚାରୀ ଅନ୍ତର୍ଭୁକ୍ତ ।
ସୁମା ରିୟଲ ମିଡିଆର ଦ୍ୱିତୀୟ ଅବଦାନ ‘ମନ ମୋ ନେଇଗଲୁ ରେ’ର ଶୁଭ ମହୁରତ..
ଭୁବନେଶ୍ଵର : ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ର ଶୁଭ ମହୁରତ ଶୁକ୍ରବାର ଆଇଟିଆରରେ ଆୟୋଜିତ ହେଇଯାଇଛି । ସୁମା ରିଅଲ ମିଡିଆର ଏହା ଦ୍ୱିତୀୟ ଅବଦାନ । ଫିଲ୍ମରେ ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଅଭିନୟ କରିଛନ୍ତି । ଆଜି ପ୍ରମେୟନ୍ୟୁଜ୍-୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କ୍ଲାପ୍ ଦେଇ ଶୁଭ ମହୁରତର ଶୁଭାରମ୍ଭ କରିଥିଲେ ।
ଫିଲ୍ମରେ ୪ ଗୀତ ରହିଥିବାବେଳେ ୩ଟି ରୋମାଣ୍ଟିକ ଓ ଗୋଟିଏ ସ୍ୟାଡ଼ ସଙ୍ଗ ରହିଛି । ଗୀତ ଗୁଡିକ ରାୟଗଡା ଓ ରାମୋଜି ଫିଲ୍ମ ସିଟିରେ ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ସୁମା ରିଅଲ ମିଡିଆର ପ୍ରଥମ ଅବଦାନ ଫେରିଆ ୮ଟି ପୁରସ୍କାର ପାଇଥିବାବେଳେ ତାହା ଜନସଚେତନା ଓ ସାମାଜିକ ସଚେତନତା ନେଇ ବେଶ ପ୍ରଭାବ ପକାଇଥିଲା। କରୋନା ପ୍ରଭାବ ସିଧାସଳଖ କଳା ଜଗତ ଉପରେ ପଢିଥିବାବେଳେ ସୁମା ରିଅଲ ମିଡ଼ିଆର ଏହି ପ୍ରୟାସ ଭଲ ପଦକ୍ଷେପ ବୋଲି କହିଛନ୍ତି ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ଓ କୁନା ତ୍ରିପାଠୀ। ସେପଟେ ଫିଲ୍ମଟି ସବୁ ବର୍ଗକୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ । ଚଳଚ୍ଚିତ୍ର କାହାଣୀ ଗୀତଗୁଡିକ ଦର୍ଶନଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି କଳା ଓ କର୍ମଚାରୀ। ଫିଲ୍ମର କାହାଣୀ ଲେଖିଛନ୍ତି ଦିଲୀପ କୁମାର ଦାସ। ପ୍ରଯୋଜନା କରୁଛନ୍ତି ସୁନିଲ କୁମାର ଦାସ।
ବୈଦନାଥ ଦାସ ସଙ୍ଗୀତ ରଚନା କରିଥିବା ବେଳେ ସ୍ଵର ସଂଯୋଜନା କରିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡା ଓ ସଞ୍ଜୟ ନାୟକ । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଜ୍ୟୋତିର୍ମୟୀ, ଅନ୍ତରା ଚକ୍ରବର୍ତ୍ତୀ ଓ ପ୍ରଜ୍ଞା ହୋତା। ଫିଲ୍ମ ଭୁବନେଶ୍ଵର, କଟକ, ରାୟଗଡା ଓ ରାମୋଜୀ ଫିଲ୍ମ ସିଟିରେ ସୁଟିଂ ହେବାର କାର୍ୟ୍ୟକ୍ରମ ରହିଛି। ଶୁଭ ମହୁରତରେ ‘ମନ ମୋ ନେଇଗଲୁ ରେ’ର ପ୍ରଯୋଜକ ସୁନିଲ ଦାସ, କାହାଣୀ ଲେଖକ ଦିଲୀପ କୁମାର ଦାସ, ନ୍ୟୁଜ-୭ର କାର୍ୟ୍ୟକାରୀ ସଂପାଦକ ଦେବନାରାୟଣ ସେଠୀ, ସିନେମାର ବହୁ କଳାକାର ପ୍ରମୁଖ ଉପସ୍ଥିତ ଥିଲେ।














