ସଂପତ୍ତି ତାଲିକା ବାଧ୍ୟତାମୂଳକ: ମୁଖ୍ୟମନ୍ତ୍ରୀ

ଦୁର୍ନୀତି ବିରୁଦ୍ଧରେ ଲଢେଇକୁ ଆହୁରି ଜୋରଦାର କରାଯିବ
ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ଲୋକ ପ୍ରତିନିଧି ଏବଂ
ତଳସ୍ତରରୁ ସର୍ବୋଚ୍ଚ ପର୍ଯ୍ୟନ୍ତ ସବୁ କର୍ମଚାରୀଙ୍କ ପାଇଁ ସଂପତ୍ତି ତାଲିକା ବାଧ୍ୟତାମୂଳକ
ସବୁ ସଂପତ୍ତି ତାଲିକା ଲୋକାୟୁତଙ୍କ ପାଖକୁ ପଠାଯିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଁ ବହୁତ ଖୁସି ଯେ ବିଜୁ ବାବୁଙ୍କ ଆଦର୍ଶରେ ଚାଲିଥିବା ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଆପଣମାନେ ବହୁତ ଭଲ ଭଲ ପ୍ରସ୍ତାବ ଦେଇଛନ୍ତି ୤ ସେଥିପାଇଁ ଆପଣମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି୤ ଆପଣମାନଙ୍କ ସବୁ ପ୍ରସ୍ତାବକୁ ମୁଁ ଅନୁମୋଦନ କରୁଛି ୤

ମୁଁ ବ୍ୟକ୍ତିଗତ ଖୁସି ଯେ ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କ ପାଇଁ Medical College ଓ Engineering Collegeରେ ସ୍ଥାନ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଆସିଛି ୤
ସେହିପରି backward class survey ସଂପର୍କରେ ମଧ୍ୟ ବହୁତ ଭଲ ପ୍ରସ୍ତାବ ଆସିଛି ୤ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ଏକ ମାଇଲଷ୍ଟୋନ ହେବ ବୋଲି ମୋର ବିଶ୍ବାସ ୤
ମହିଳାମାନଙ୍କ ସଶକ୍ତିକରଣ ମୋର ସବୁଠାରୁ ପ୍ରିୟ ବିଷୟ ୤ ଆଜି ଏହି ସଂପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଆମେ ଚେଷ୍ଟା କରିବା ୤
ଆଜି ବୈଠକରେ ଯାହାସବୁ ପ୍ରସ୍ତାବ ପାରିତ ହେବ, ସେଥିରୁ ଯାହା ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ଦରକାର, ସେଗୁଡିକୁ ସଂପୃକ୍ତ ମନ୍ତ୍ରୀ ମାନଙ୍କ ପାଖକୁ ପଠାଯିବ୤ ଆମର Organizing Secretary ସେଗୁଡିକୁ coordinate କରିବେ୤
ବିଜୁ ଯୁବ ଜନତା ଦଳର ବୈଠକରେ ମୁଁ ସେ ଦିନ ଆଂଚଳିକ ଦଳର ଭୂମିକା ବିଷୟ କହିଥିଲି ୤ ଭାଷା ଭିତ୍ତିରେ ଗଠିତ ହୋଇଥିବା ଗୋଟିଏ ରାଜ୍ୟରେ ଆଂଚଳିକ ଦଳର ଭୂମିକା ବିଷୟରେ କହିଥିଲି ୤ ଆମ ଅନନ୍ୟ ପରିଚୟର ସୁରକ୍ଷା ବିଷୟରେ କହିଥିଲି୤
ଆଜି ମୁଁ Transparency ଏବଂ Anti-Corruption ଉପରେ ଆଲୋଚନା କରିବି୤ ଆପଣ ଜାଣନ୍ତି, ଆମ।ସରକାର ଆରମ୍ଭରୁ ହିଁ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିଆସିଛି ୤ ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ ଶତ୍ରୁ୤
ଆମେ ଲଢେଇ କରୁଛୁ, ଗରିବୀ ବିରୁଦ୍ଧରେ ୤
ଆମେ ଲଢେଇ କରୁଛୁ, ରୋଗ ବିରୁଦ୍ଧରେ ୤
ଆମେ ଲଢେଇ କରୁଛୁ, ଆଂଚଳିକ ଅସମତା ବିରୁଦ୍ଧରେ ୤
ଆମେ ଲଢେଇ କରୁଛୁ, ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ ୤
ଆମେ ଲଢେଇ କରୁଛୁ, ଅସମାନତା ବିରୁଦ୍ଧରେ ଅନ୍ୟାୟ ବିରୁଦ୍ଧରେ ଏବଂ ଅପାରଗତା ବିରୁଦ୍ଧରେ ୤
ଏ ସବୁ ମୂଲ୍ୟହୀନ ହୋଇଯିବ୤ କିନ୍ତୁ ଆମେ ଯଦି Transparency ଉପରେ ଗୁରୁତ୍ବ ନ ଦେବା ଏବଂ ଦୁର୍ନୀତିର ମୂଳୋତ୍ପାଟନ ନ କରିବା, ତେବେ ଆମର ଏସବୁ ଲଢେଇ ମୂଲ୍ୟହୀନ ହୋଇଯିବ୤
Fight against Corruption will help us in our fight against all ills of society. May it be inequality, May it be poverty, May it be Injustice, in fact all maladies.
ଦୁର୍ନୀତି ବିରୁଦ୍ଧରେ ଆମର ସାଲିସବିହୀନ ଲଢେଇ ହିଁ ଆମ ପାଇଁ ସାରା ଭାରତରେ ସୁନାମ ଆଣିଦେଇଛି୤ ଦୁର୍ନୀତି ମାମଲା ବିଚାର ପାଇଁ Special Court ପ୍ରତିଷ୍ଠା ହେଉ ବା ଦୁର୍ନୀତିରେ ଲିପ୍ତ ମାନଙ୍କର ସଂପତ୍ତିର ବ୍ୟାଜାପ୍ତି୤ ଏ ସବୁଥିରେ ଆମ ରାଜ୍ୟ ହିଁ ସବୁଠାରେ ଆଗରେ ଅଛି ୤
Odisha is one of the few States in the country to have a powerful Lokayukt. ଦୁର୍ନୀତି କରୁଥିବା କର୍ମଚାରୀ ଯେତେ ଉଚ୍ଚପଦରେ ଥାଆନ୍ତୁ ବା କାହିଁକି, ସେମାନଙ୍କ ବିରୁଦ୍ଧରେ ଆମେ ସବୁବେଳେ strong and exemplary action ନେଇଆସିଛୁ ୤ ଅନେକ କ୍ଷେତ୍ରରେ ସେମାନଙ୍କୁ ଚାକିରୀରୁ ବରଖାସ୍ତ ମଧ୍ୟ କରାଯାଉଛି ୤ ଗତ ୧ ବର୍ଷ ମଧ୍ୟରେ ଆମେ ….91…….ଜଣ ଦୁର୍ନୀତିରେ ଲିପ୍ତ ଅଫିସରଙ୍କୁ ଚାକିରୀରୁ ବିଦା କରିଛୁ ୤ ପେନସନ stop କରିଛୁ ଆମେ ଆଗକୁ ଏ ଲଢେଇକୁ ଆହୁରି ଜୋରଦାର କରିବୁ ୤ I propose the following for consideration of the State Council.
ସରପଞ୍ଚଙ୍କ ଠାରୁ ଆରମ୍ଭ କରି, ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ President, Vice President, M.L.A. ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରତି ବର୍ଷ ସେମାନଙ୍କର ସଂପତ୍ତି ତାଲିକା (Property Statement) ଦେବେ ଏବଂ ଏହା ଜନସାଧାରଣଙ୍କ ସୂଚନା ନିମନ୍ତେ public domainରେ ରଖାଯିବ୤ As regards M.P.s, our party MPs will do it voluntarily and set an example for the entire country.
ସେହିପରି ସବୁ ସରକାରୀ କର୍ମଚାରୀ entry levelରୁ ଆରମ୍ଭ କରି Chief Secretary ପର୍ଯ୍ୟନ୍ତ ସମସ୍ତେ ପ୍ରତି ବର୍ଷ ସଂପତ୍ତି ତାଲିକା ଦେବେ ଏବଂ ଏହାକୁ ମଧ୍ୟ ଜନସାଧାରଣଙ୍କ ସୂଚନା ନିମନ୍ତେ public domainରେ ରଖାଯିବ୤
ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧି ମାନଙ୍କର ସଂପତ୍ତି ତାଲିକା ପ୍ରତି ବର୍ଷ ଲୋକାୟୁତଙ୍କ ପାଖରେ submit କରାଯିବ ୤
ଦୁର୍ନୀତି ରୋକିବା ପାଇଁ ଏଭଳି କଡା ପଦକ୍ଷେପ ନେବାରେ ଓଡିଶା ସାରା ଭାରତରେ ପ୍ରଥମ ରାଜ୍ୟ ହେବ ଏବଂ ଅନ୍ୟ ରାଜ୍ୟ ମାନଙ୍କୁ ଏ ଦିଗରେ ବାଟ ଦେଖାଇବ୤
ଆଜି ଏହି contextରେ ମହାତ୍ମାଗାନ୍ଧୀଙ୍କର ପ୍ରସିଦ୍ଧ talisman ସଂପର୍କରେ ମୁଁ ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ୤ I quote “ Whenever you are in doubt or when the self become too much with you apply the following test. Recall the face of the poorest and the weakest man/woman whom you may have seen and ask yourself if, the step you contemplated is going to be of any use to him/her.
ସାଧାରଣ ଲୋକ ମୁହଁରେ ହସ ଓ ମନରେ ବିଶ୍ବାସ ଗୋଟିଏ ରାଜନୈତିକ ଦଳର ସବୁଠାରୁ ବଡ ସଂପତ୍ତି ୤ ତାକୁ ବଜାୟ ରଖିବା ପାଇଁ ଆସନ୍ତୁ ଆମେ କାମ କରିଚାଲିବା୤ ବନ୍ଦେ ଉତ୍କଳ ଜନନୀ

ବିଜେଡି କାର୍ଯ୍ୟକାରିଣୀରେ 9 ଟି ଓ ପରିଷଦରେ 18 ଟି ପ୍ରସ୍ତାବ ପାରିତ…

ଭୁବନେଶ୍ୱର :କାର୍ଯ୍ୟକାରିଣୀରେ 9 ଟି ପରିଷଦରେ 18 ଟି ପ୍ରସ୍ତାବ ପାରିତ । ଓଡିଶା ମୋ ପରିବାର, ସଶକ୍ତ ଓଡିଶାପ୍ରକୃତିକ ବିପର୍ଯ୍ୟୟ, କୋଭିଡ ଭଳି ମହାମାରୀ ସମୟରେ ସଠିକ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ସମ୍ବିଧାନ ସଂଶୋଧନ , ବିଧାନ ପରିଷଦ ଗଠନ , ସ୍ଥାନୀୟ ଜୀବକ ଯୁବତୀଙ୍କ ନିଯୁକ୍ତି , ସେଣ୍ଟ୍ରାଲ psuରେ ନିଯୁକ୍ତି , ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଂଜିନିଅରିଂ ପାଠପଢ଼ାରେ ସ୍ଥାନ ସରଣକ୍ଷଣ । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସମସ୍ତେ ସେମାନଙ୍କର ଆୟ ତାଲିକା ଦେବେ ଯାହା ସର୍ବସାଧାରଣ ଗୋଚରରେ ରହିବ । ଏହାକୁ ସମସ୍ତେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ରହିଛି ବୋଲି ବିଧାୟକ ଅତନୁ ସବ୍ୟସାଚୀ ନାୟକ  କହିଛନ୍ତି l ସେହିପରି କୋଭିଡ ପରିଚାଳନା ସଫଳତାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । 1 କୋଟିରେ ପହଂଚିଛି ବିଜେଡି ସଭ୍ୟ ସଂଖ୍ୟା । ଓଡ଼ିଶାର 40 ପ୍ରତିଶତ ଜନସଂଖ୍ୟା OBC । ଓବିସି କମିଶନ ନିକଟରେ ସରଣକ୍ଷଣ ନେଇ ପ୍ରସ୍ତାବ । କେନ୍ଦ୍ରର ଅବହେଳା ବିରୋଧରେ ଲଢେଇ । ଓଡିସଗାର 22 ପ୍ରତିଶତ ଅନୁସୂଚିତ ଜାତି ଜନଜାତି ରହିଛନ୍ତି । ସେମାନଙ୍କ ଲଘୁ ବନ ଜାତ ଦ୍ରବ୍ୟର ବିକ୍ରୟ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ପ୍ରସ୍ତାବ । ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଦର ବୃଧି ବିରୋଧରେ ସଂଗ୍ରାମ । ମହିଳା ସଶକ୍ତିକରଣ ପାଇଁ ଓଡିଶା ଅଗ୍ରଣୀ ରାଜ୍ୟ । 80 ଲକ୍ଷ ମହିଳା ମିଶନ ଶକ୍ତିମଜରିଆରେ ସାମିଲ । ଲୋକସଭା, ବିଧାନସଭାରେ 33 ପ୍ରତିଶତ ସରଣକ୍ଷଣ ନେଇ କେନ୍ଦ୍ର ନିକଟରେ ଦାବି । ଆଞ୍ଚଲିକ ବିକାଶ ନେଇ ପ୍ରସ୍ତାବ ଗୃହୀତ । ଅନୁସୂଚିତ ଜାତି ଜନଜାତିର ଆର୍ଥିକ ଅଭିବୃଦ୍ଧି ସଶକ୍ତ ନେଇ ପ୍ରସ୍ତାବ ଗୃହୀତ ହୋଇଛି ବୋଲି ବିଜେଡି ବିଧାୟକ ସ୍ନେହଗିନୀ ଛୁରିଆ   କହିଛନ୍ତି l

ରାଜ୍ୟର ମହିଳା ମାନଙ୍କର ମିଶନଶକ୍ତି ମହିଳା ମାନେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଜ୍ୱଳନ୍ତ ଉଦାହରଣ କୋଭିଡ ସମୟର କାର୍ଯ୍ୟ । ସରକାରୀ ଯୋଜନାରେ ମିଶନ ଶକ୍ତି ମହିଳା ମାନଙ୍କୁ ନିୟୋଜିତ ନେଇ।ପ୍ରସ୍ତାବ ପାରିତ । ଦଳର ବରିଷ୍ଠ ଲୋକ ମୃତ୍ୟୁ ବରଣ କଲେ ସେମାନଙ୍କ ପରିବାରକୁ ଦଳ ପକ୍ଷରୁ ସାହଯ୍ୟ କରିବା ପାଇଁ ଦଳୀୟ କାର୍ପର୍ସ ଫଣ୍ଡ ଗଠନ । ରାଜ୍ୟରେ ଉଗ୍ରପନ୍ଥୀଙ୍କୁ ଦମନ କରିବାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ଆତ୍ମ ସମର୍ପଣ ଯୋଜନା ସଫଳ କାର୍ଯ୍ୟକାରୀ ହୋଇଛି । ବିଛିନାଞ୍ଚଳ ଏବେ ସ୍ୱାଭିମାନ ଅଂଚଳରେ ପରିଣତ ହୋଇଛି ତାହା କେବଳ ମୁଖ୍ୟମନ୍ତ୍ରୀଙ୍କ ସଠିକ ମାଓ ଦମନ ପରିଚାଳନା ନେଇ।ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ବୋଲି ବିଜେଡି ନେତ୍ରୀ ଲୋପମୁଦ୍ରା ବକ୍ସିପାତ୍ର କହିଛନ୍ତି l

ନେତା ନୁହେଁ, କର୍ମୀଙ୍କ କଥାରେ ଚାଲିବ ବିଜେଡି : ପରିଷଦ ବୈଠକରେ ଆଗରେ ରହିଲା suggestion box…

ଭୁବନେଶ୍ୱର : ନେତା ନୁହେଁ, କର୍ମୀଙ୍କ କଥାରେ ଦଳ ଓ ସରକାର ଚାଲିବ l ସେମାନଙ୍କ ପ୍ରସ୍ତାବକୁ ଦଳ ଗୁରୁତ୍ୱ ଦେବ l ବିଜେଡି ରାଜ୍ୟ ପରିଷଦ ବୈଠକରେ ଏଥିଲାଗି 2ଟି ପ୍ରସ୍ତାବ ଦେବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି l ମୁଖ୍ୟମନ୍ତ୍ରୀ କହିଲେ ପ୍ରତି ପରିଷଦ ସଦସ୍ୟଙ୍କ ସରକାର ଓ ଦଳ ପାଇଁ ପ୍ରସ୍ତାବ ଦେବା ପାଇଁ। ଗଠନ ମୂଳକ ପ୍ରସ୍ତାବ ଉପରେ ଆଲୋକପାତ ଗୁରୁତର ସହ ବିଚାର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ। ଜିଲ୍ଲା କମିଟି ଆଗବର ହୋଇ ପ୍ରସ୍ତାବ ଦିଅନ୍ତୁ। ସେହି ଅନୁସାରେ ପରିଷଦ ବୈଠକରେ ଏକ ବାକ୍ସ ରଖା ଯାଇଥିଲା ଓ ଜିଲ୍ଲା ସଭାପତି ଓ କର୍ମୀମାନେ ନିଜ ମତାମତ ଦେଇଥିଲେ l ଏନେଇ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର)ମାନସ ମଙ୍ଗରାଜକହିଛନ୍ତି l

ବିଜେଡିର ସାଧାରଣ କର୍ମୀ ବି ମତାମତ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଗଣତନ୍ତ୍ରର ପ୍ରତୀକ ବୋଳିବସେ ଜଣାଇଛନ୍ତି। ସମସ୍ତଙ୍କ ମତାମତ ନେଇ ଦଳ ଓ ରାଜ୍ୟକୁ କିପରି ସୁଦୃଢ଼ କରିବେ, ସେ କଥା ସ୍ପଷ୍ଟ କରିଛନ୍ତି। 33 ସାଙ୍ଗଠନିକ ଜିଲ୍ଲା ସଭାପତି ମତାମତ ଦେଇଛନ୍ତି। ଏ ଯାଏ 11 ଜିଲ୍ଲା ଦେଇଛନ୍ତି। ବଡ଼ କଥା କହିଛନ୍ତି ନୂଆ ଭୋଟରଙ୍କୁ ପ୍ରାଥମିକତା ଦେବା। କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବିକାଶ ଚାଲିଛି ଓ କଣ ଦରକାର ମତ ଦେଇଛନ୍ତି। ସବୁ କର୍ମୀଙ୍କ ଆବ୍ୟଶକତା ରହିଛି ବୋଲି ତାଳସ୍ତରରୁ ମତ ନେଇଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ କହିଛନ୍ତି l ସେହିପରି ବିଜେଡିର ଲୋକାଭିମୁଖୀ କାର୍ଯ୍ୟକ୍ରମ କେମିଟି ତୃଣମୂଳସ୍ତରରେ ପହଂଚିଛି, ସେ କଥା କହିଛନ୍ତି ଜିଲ୍ଲା ସଭାପତି।ଗଂଜାମ- ଅନ୍ୟ ଦଳ ନେତା ବିଜେଡିର ମିଶିଛନ୍ତି। କୋଭିଡ କମିଛି ଓ ବିଜେଡି କର୍ମୀ ଏ ଦିଗରେ କାମ କରିଛନ୍ତି।ଗଜପତି- ରକ୍ତଦାନ ଓ ପ୍ରବାସୀଙ୍କ ପାଇଁ ଦଳୀୟ କର୍ମୀ କାମ କରିଛନ୍ତିଝାରସୁଗୁଡ଼ା- ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କୋଭିଡ ଯୋଦ୍ଧାଙ୍କ ମୁଖ୍ୟମନ୍ତ୍ରୀ ସହାୟତା ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି।ଯାଜପୁର- ସଦସ୍ୟତା ସଂଗ୍ରହରେ ଏକ ନମ୍ବର ହୋଇଥିବା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି l ଏହାସହ ବିଗତ ଏକ ବର୍ଷରେ ଜିଲ୍ଲା ସଭାପତି ହେବା ପରେ କଣ କରିଛନ୍ତି, ସେ କଥା ଉପସ୍ଥାପନ କରୁଛନ୍ତି। ଆଗାମୀ ଦିନରେ କଣ କରିବେ, କହୁଛନ୍ତି। ସଂଗଠନ ସହ ଜଳସେଚନ ଓ ମହିଳା ସଶକ୍ତିକରଣ କଥା କହୁଛନ୍ତି ବିଜେଡି ସାଂସଦ ରମେଶ ମାଝୀ କହିଛନ୍ତି l ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳ ପ୍ରସ୍ତାବ ମାଗୁଛି କର୍ମୀଙ୍କଠାରୁ suggestion box ରେ। ସେ ସବୁ ପ୍ରସ୍ତାବ ନେଇ ଦଳ ଆଗକୁ ଯିବ ବୋଲି ଜଣା ପଡିଛି l

ଅନୁଭବଙ୍କୁ ନେଇ କଣ କହିଲେ ବିଜେଡି ନେତା…..

ଭୁବନେଶ୍ୱର : ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ ନେଇ ଦଳର ବରିଷ୍ଠ ନେତାମାନେ ନିଜର ମତ ଦେଇଛନ୍ତି l ଏବେ ନଜର ପକାନ୍ତୁ କିଏ କଣ କହିଛନ୍ତି l

ଅନୁଭବ ବର୍ଷା ବିବାଦ ଓ ଆଜି କାର୍ଯ୍ୟକ୍ରମରେ ଅନୁଭବ ଅନୁପସ୍ଥିତି ନେଇ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା:
ସାରା ଭାରତରେ ନବୀନ ହେଉଛନ୍ତି ଉଦାହରଣ। ତାଙ୍କ ଉଚ୍ଚାରଣ ଓ ଆଚରଣ ସମସ୍ତଙ୍କୁ ପ୍ରଭାବିତ କରିଛି। ଯେଉଁ ବ୍ୟକ୍ତି ତାଙ୍କ ପାଖରୁ କିଛି ଶିକ୍ଷା କରିପାରୁନି, ତାହା ଦୁଃଖଦାୟକ। ଲୋକଲଜ୍ଜାଠାରୁ ଦୂରରେ ରହିବା କଥା। ଯଦି ନ ରହିବ, କଣ କରି ହେବ ? ମୁଖ୍ୟମନ୍ତ୍ରୀ ଆମ ଆଦର୍ଶ।

ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ପ୍ରତିକ୍ରିୟା:
ଏହା ତାଙ୍କ ବ୍ୟକ୍ତିଗତ ବିବାଦ। ଆମକୁ ସେମାନେ ପଚାରି ନାହାନ୍ତି କି ସମାଧାନ ପାଇଁ କହି ନାହାନ୍ତି। ଆମେ କାହିଁକି ଉପରେ ପଡ଼ି କହିବୁ ? ଦୁଇ ଯୋଡି ଏକାଠି ରୁହନ୍ତୁ ବୋଲି ସମସ୍ତେ ଚାହାନ୍ତି। ଛୋଟ ବେଳୁ ମୁଁ ଏମାନଙ୍କୁ ଜାଣିଛି। celebrity ବୋଲି ଏମାନଙ୍କ କଥା ଏତେ ଚର୍ଚ୍ଚା ହେଉଛି। ଅନୁଭବ କାହିଁକି ଅନୁପସ୍ଥିତ ରହିଲେ, ମୁଁ ଜାଣିନି। ଏମାନଙ୍କ ବ୍ୟକ୍ତିଗତ ବିବାଦ ଦଳ ପାଇଁ ଅଡ଼ୁଆ ହେବନି।

ସିନେ ତାରକା ଅରିନ୍ଦମ ରାଏ :
କାହା ବ୍ୟକ୍ତିଗତ ଜୀବନ ଉପରେ କିଛି କହିବା କଥା ନୁହେଁ। ହେଲେ fansଙ୍କ ମନ ଦୁଃଖ ହୋଇଛି। ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ। ଜଣଙ୍କ ବ୍ୟକ୍ତିଗତ କଥା ଦଳ ଉପରେ ପ୍ରଭାବି ପକାଇବ ନାହିଁ। ଆଜି କାହିଁକି ଅନୁଭବ ଆସିଲେନି, ସେ ହି କହି ପାରିବେ। ମୁଁ ତାଙ୍କ well wisher। ଚାହୁଁବି ସେମାନେ ଖୁସିରେ ରୁହନ୍ତୁ।

ଦଳୀୟ ନେତାଙ୍କୁ 2ଟି ପ୍ରସ୍ତାବ ମାଗିଲେ ନବୀନ……

ଭୁବନେଶ୍ୱର : ଆରମ୍ଭ ହେଲା ବିଜେଡି ରାଜ୍ୟ ପରିଷଦ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିସିଛି ବୈଠକ । ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ମାନେ ବୈଠକରେ ଉପସ୍ଥିତ । ସଙ୍ଗଠନ କୁ ମଜଭୁତ କରିବା ସହ ତୄଣମୁଳ ସ୍ତରରେ ଦଳକୁ ଅଧିକ କ୍ରିୟା ଶୀଳ କରିବା ଉପରେ ହେବ ବିସ୍ତୃତ ଆଲୋଚନା।ଦଳୀୟ କାର୍ଯ୍ୟକର୍ତାଙ୍କୁ 2ଟି  ମତାମତ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସରକାର ଓ ସଙ୍ଗଠନ ପାଇଁ ମତାମତ ଦେବାକୁ ଆଜିର ବୈଠକରେ କହିଲେ । ଦଳର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ମତାମତ ଦେବେ । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ ଲେଖା ମତାମତ ଦେବାକୁ କହିଲେ ବିଜେଡି ସୁପ୍ରିମୋ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଂଗଠନ ସମ୍ପାଦକ ମୁଖ୍ୟାଳୟ ସଞ୍ଜୟ ଦାସ ବର୍ମା, ବିଜେଡି ବିଧାୟକ ପ୍ରତାପ ଦେବଙ୍କ ସମେତ 328ରାଜ୍ୟ ପରିଷଦ ସଦସ୍ୟ, ବିଧାୟକ, ସାଂସଦ ଉପସ୍ଥିତ ରହି ଆଲୋଚନା ଜାରୀ ରଖିଛନ୍ତି l

ସେବାକୁ ବ୍ରତ କରିଛନ୍ତି ଭବ : କ୍ୟାନସର ରୋଗୀକୁ ବଢ଼ାଇଲେ ସହାୟତାର ହାତ

ଯାଜପୁର : ଭାବ ପ୍ରସାଦ ଦାସ ପୂର୍ବତନ ଯାଜପୁର ପୌରାଧ୍ୟକ୍ଷ । ନାଁରେ ହିଁ ତାଙ୍କ ଭାବ ଭାରି ରହିଛି । ସେଥିପାଇଁ ତ କାହା ଦୁଃଖ ଦେଖିଲେ ସେ ସହି ପାରିନ୍ତି ନାହିଁ । ଆଉ ପହଞ୍ଚି ଯାଆନ୍ତି ତା ଦୁଆର ମୁହଁରେ । ଏହାସହ ସାହାର୍ଯ୍ୟ ପାଇଁ ଆଗେଇ ଆସନ୍ତି। ଯାହା ଏ ଏବେ ପୁଣି ଥରେ ପ୍ରମାଣିତ କରିଛନ୍ତି। ନାଥସାହି ଗ୍ରାମ ପଞ୍ଚାୟତର ନୂଆପଡ଼ାରେ ବିନ ଜେନା । ବୟସ ୫୦ ବର୍ଷ । ହେଲେ କିଛିଦିନ ହେବ ସେ କ୍ୟାନସର ରୋଗରେ ଆକ୍ରାନ୍ତ ଅଛନ୍ତି । ଫଳରେ ଆଉ କିଛି କାମଧନ୍ଦା କରିପାରୁ ନାହାନ୍ତି । ସେମିତି ବାରଣ୍ଡାରେ ଶୋଇକି ରହିଛନ୍ତି। ଆଉ ଅର୍ଥ ତାଙ୍କ ଚିକିତ୍ସାରେ ସାଜିଛି ବାଧକ । ଏ ଖବର ପାଇବା ମାତ୍ରେ ଭବ କ୍ୟାନସର ପିଡୀତଙ୍କ ଘରେ ପହଞ୍ଚି ଯାଇଥିଲେ । ଆଉ ଚିକିତ୍ସାରେ ଯେମିତି ଅର୍ଥ ବାଧକ ସାଜିବ ନାହିଁ ସେହି ବ୍ୟବସ୍ଥା କରିଛନ୍ତି । ସବୁବେଳେ ଯାଜପୁର ବାସୀଙ୍କ ଦୁଃଖ ସୁଖର ସାଥି ସାଜିଛନ୍ତି  ସେ l ସେବାକୁ ମୂଳ ବ୍ରତ କରି କାମ କରିଚାଲିଛନ୍ତି l ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ବାସୀଙ୍କ ଭରଷାର ପ୍ରତୀକହୋଇ ପାରିଛନ୍ତି ଭଵ l

ସାମ୍ବାଦିକମାନେ ହିଁ ପ୍ରକୃତ କରୋନା ଯୋଦ୍ଧା: ମନ୍ତ୍ରୀ ଦିବ୍ୟଶଙ୍କର

ସାମ୍ବାଦିକମାନେ ହିଁ ପ୍ରକୃତ କରୋନା ଯୋଦ୍ଧା: ମନ୍ତ୍ରୀ ଦିବ୍ୟଶଙ୍କର
ଓଡିଶା ସାମ୍ବାଦିକ ୟୁନିୟନ’ର ୪୯ ତମ ପ୍ରତିଷ୍ଠା ଦିବସଭୁବନଶ୍ୱେର: ସାରା ଦେଶରେ ଯେତେବେଳେ ଅଘୋଷିତ କରୋନା କର୍ଫ୍ୟୁ ଜାରି ହୋଇଥିଲା ସେତେବେଳେ ସାମ୍ବାଦିକମାନେ ହିଁ ଜଣେ ଜଣେ କରୋନା ଯୋଦ୍ଧା ସାଜି ଖବର ସଂଗ୍ରହ କରିବା ସହ ସମାଜ ପାଇଁ କାମ କରୁଥିଲେ । ନିଜ ଜୀବନକୁ ବାଜି ଲଗାଇ ଶବ ସତ୍କାର ହେଉ ଅବା ଲୋକଙ୍କୁ ସଚେତନତା କରିବା ସବୁ ଥିରେ ଆଗକୁ ବାହାରି ସମାଜ ପାଇଁ ସାଜିଥିଲେ ଉଦାହରଣ । ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ୪୯ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ଗୃହ ଓ ଶକ୍ତି ବିଭାଗର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଆଜିର ଡିଜିଟାଲ ଯୁଗରେ ସାମ୍ବାଦିକମାନେ ନିଜକୁ ଖାପ ଖୁଆଇବା ପାଇଁ ଅଧିକ ସକ୍ରିୟତା ସହ କାର୍ଯ୍ୟ କରିବାକୁ ହେବ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା ମାହୋଲ ସାମ୍ବାଦିକମାନଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହାକୁ ସାମ୍ନା କରିବା ପାଇଁ ସେମାନେ ନିଜକୁ ପ୍ରସ୍ତୁତ କରିବାର ଦରକାର ।

କରୋନା କଟାକଣା ମାନି ଓୟୁଜେ ଭବନରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ଉତ୍ସବରେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ସଭାପତିତ୍ୱ କରି ସାମ୍ବାଦିକମାନଙ୍କ ସାମାଜିକ ନିରାପତା ଉପରେ ଗୁରୁତ୍ୱ ଆରୋପ କରିବା ସହ ଅବସର ପରେ ସାମ୍ବାଦିକମାନଙ୍କ ପାଇଁ ପେନସନ ଲାଗୁ କରିବାକୁ ସରକାରଙ୍କ ଠାରେ ଦାବି ରଖିଥିଲେ । ବରିଷ୍ଠ ସାମ୍ବାଦିକ ରବି ଦାସ ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଯିବା ସହ ସାମ୍ବାଦିକତା ପାଇଁ ଏକ ମୁକ୍ତ ଅବାଧ ପରିବେଶ ସୃଷ୍ଟିି କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ରାଜ୍ୟ ସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ, ଉପସଭାପତି କିଶାନ ରାଉତ, ଉପ-ସଭାପତି ଉପନ ସାହୁ, କୋଷାଧ୍ୟକ୍ଷ ଅମୂଲ୍ୟ ରଞ୍ଜନ ସ୍ୱାଇଁ, ଜାତୀୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲୋକନାଥ ସିଂ, ସଂପାଦକ ଇଙ୍ଗିତ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖି ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଓୟୁଜେର ସ୍ୱର୍ଣ୍ଣ ଜୟନ୍ତୀ ଲୋଗୋକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉନ୍ମୋଚନ କରିଥିଲେ । ଏହି ଅବସରରେ ରାଜ୍ୟର ୩୧ଟି ସାଙ୍ଗଠାନିକ ଜିଲ୍ଲା ସଭାପତି ଓ ସଧାରଣ ସଂପାଦକମାନଙ୍କୁ ସମ୍ନାନିତ କରାଯାଇଥିଲା ।

ମୁଖ୍ଯମନ୍ତ୍ରୀଙ୍କ ନିଷ୍ଠାପର ଓ ନିସ୍ବାର୍ଥପର କାର୍ଯ୍ଯପାଇଁ ପ୍ରତିଦିନ ବିଜେଡି ଉପରେ ବଢୁଛି ଲୋକଙ୍କ ଆସ୍ଥା : ପ୍ରଣବ

ମୁଖ୍ଯମନ୍ତ୍ରୀଙ୍କ ନିଷ୍ଠାପର ଓ ନିସ୍ବାର୍ଥପର କାର୍ଯ୍ଯପାଇଁ ପ୍ରତିଦିନ ବିଜେଡି ଉପରେ ବଢୁଛି ଲୋକଙ୍କ ଆସ୍ଥା : ପ୍ରଣବ

* କର୍ମ ଓ କାର୍ଯ୍ୟରେ ସଂଜମତା ରଖିବାକୁ ପ୍ରଣବଙ୍କ ପରାମର୍ଶ
* ଦେଶର ଏକ ନମ୍ବର ଶ୍ରୁଙ୍ଖଳିତ ଦଳ ବିଜେଡି ଆଗାମୀ ୫୦ ଶହେ ବର୍ଷପାଇଁ କାମ କରିବ

ଭୁବନେଶ୍ୱର:  ମୁଖ୍ଯମନ୍ତ୍ରୀଙ୍କ ସୁଶାସନ, ନିଷ୍ଠାପରତା ଓ ନିସ୍ବାର୍ଥପର ମନୋଭାବ ଆଜି ବିଜେଡିକୁ ଲୋକଙ୍କ ପାଖରେ ଅଧିକ ଆସ୍ଥାବାନ୍ କରିଛି। ଦିନକୁ ଦିନ ଓଡ଼ିଶାବାସୀ ତାଙ୍କ ଉପରେ ଅଧିକ ଭରସା କରିବା ସହ, ଭଲପାଇବା ଦେଇ ଚାଲିଛନ୍ତି। ବାରମ୍ବାର ଲୋକଙ୍କ ଭରସା ଜିତିବାର କାରଣ ହେଲା ମୁଖ୍ଯମନ୍ତ୍ରୀଙ୍କ ସୁଶାସନ। ଲୋକଙ୍କ ପାଇଁ ସେ ସବୁବେଳେ ଚିନ୍ତା କରନ୍ତି ଏବଂ ଲୋକେ ଭାବିବା ଆଗରୁ ସେ ସେ କାମ କରିଥାନ୍ତି। ସେ ଜଣେ ବ୍ଯତିକ୍ରମ। ବିଜେଡିକୁ ସେ ତିଆରି କରିଛନ୍ତି। ତାଙ୍କର ଶ୍ରୁଙ୍ଖଳିତ ଜୀବନ ଭଳି ଦଳକୁ ମଧ୍ଯ ଏକ ଶ୍ରୁଙ୍ଖଳିତ ଦଳଭାବେ ସାରା ଦେଶରେ ୧ ନମ୍ବର କରିଛନ୍ତି। ଆଜି ବିଜେଡିର କାର୍ଯ୍ଯକାରିଣୀରେ ସ୍ବାଗତ ଅଭିଭାଷଣ ଦେଇ କିଛି ଏଭଳି କଥା କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।
ମହାମାରୀ ସମୟରେ ସାରା ବିଶ୍ବ ଯେତେବେଳେ ଭୟ ଓ ଆତୁର ଅବସ୍ଥାରେ ରହିଥିଲା ସେତେବେଳେ ମୁଖ୍ଯମନ୍ତ୍ରୀ ଲୋକଙ୍କ ମଧ୍ଯରେ ଆଶା ସଂଚାର କରିଥିଲେ। ସେଦିନ ବହୁ ବଡ଼ ବଡ଼ ବ୍ଯକ୍ତି ଓ ଦଳ ବୁଝିନପାରି ତାଙ୍କୁ ସମାଲୋଚନା କରିଥିଲେ ଆଜି ସେମାନେ ତାଙ୍କୁ ପ୍ରଶଂସା ନକରି ରହିପାରିନାହାନ୍ତି। ୨୦୧୪ ସାଂଗଠନିକ ନିର୍ବାଚନ ପରେ ମୁଖ୍ଯମନ୍ତ୍ରୀ ଯେଉଁ ଟାର୍ଗେଟ ଦେଇଥିଲେ ତାକୁ ଆମେ ସମସ୍ତେ ପୂରଣ କରିଥିଲେ। ୪୬ ଲକ୍ଷରୁ ଅଧିକ ସଭ୍ଯ ସଂଗ୍ରହ କରିଥିଲେ। ୨୦୧୯ ପରେ ଆମେ ୧ କୋଟିରୁ ଅଧିକ ସଭ୍ଯ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ଦିନକୁ ଦିନ ବିଜେଡି ଉପରେ ଲୋକଙ୍କର ଆସ୍ଥା ବଢ଼ିବାରେ ଲାଗିଛି। ମୁଖ୍ଯମନ୍ତ୍ରୀ ଏ ଦଳକୁ ସୁ ସଂଗଠିତ କରିବାକୁ କହିଛନ୍ତି। ସେ ଦିଗରେ ଆମେ କାମ କରିବା ସହ ମୁଖ୍ଯମନ୍ତ୍ରୀଙ୍କ ବାର୍ତ୍ତାକୁ ତ୍ରୁଣମୂଳ ସ୍ତରରେ ପହଞ୍ଚାଇବାକୁ କାର୍ଯ୍ଯ କରିବା ଦରକାର।
ଏ ଦଳ ଆଗାମୀ ୫୦ରୁ ଶହେ ବର୍ଷପାଇଁ ଲୋକଙ୍କ ପାଇଁ କାମ କରିବ। କାରଣ ଏହାର ଟ୍ଯାଗ୍ ଲାଇନ୍ ହେଲା ଲୋକଙ୍କ ଦଳ। ଷଷ୍ଠ ଥର ପାଇଁ କାମ ଏହି କାର୍ଯ୍ଯକାରିଣୀରୁ ଆରମ୍ଭ ହେବ। ସବୁଦିନ ଆମେ କାମ କରିବା। ମୁଖ୍ଯମନ୍ତ୍ରୀଙ୍କ ନିଷ୍ଠାପର ଓ ନିସ୍ବାର୍ଥପର ସେବା ମନୋଭାବ ପାଇଁ ଏ ଦଳ ଆଜି ବିଶ୍ବଦରବାରରେ ପରିଚିତି ହାସଲ କରିପାରିଛି। ତେଣୁ ଆମ ମାନଙ୍କର କଥାରେ ଓ କାର୍ଯ୍ଯରେ ସଂଜମତା ରହିବା ଦରକାର। ଆମେ ଅଧିକ ଦାୟିତ୍ୱବାନ୍ ହେବା ଉଚିତ୍ ଯେ, କିଭଳି ଆମର କିଛିବି କଥା ଓ କାମ ଦ୍ୱାରା ଯେଭଳି ମୁଖ୍ଯମନ୍ତ୍ରୀଙ୍କ ଛବି ଖରାପ ନହେବ। ଲୋକଙ୍କ ପାଖରେ ମୁଖ୍ଯମନ୍ତ୍ରୀଙ୍କ ବାର୍ତ୍ତାକୁ ପହଞ୍ଚାଇବାକୁ ଆମେ ସତତ ଚେଷ୍ଟିତ ହେବାକୁ ପରାମର୍ଶ ଦେଇଛନ୍ତି ସଂଗଠନ ସଂପାଦକ ତଥା ମାନ୍ଯବର ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ।

କେନ୍ଦ୍ରରେ ଥିବା କିଛି ଦଳ ଆଞ୍ଚଳିକ ଦଳର ପ୍ରାସଙ୍ଗିକତା ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି : ବିଜେଡି

ଭୁବନେଶ୍ୱର :ବିଜେଡି ରାଜ୍ୟ କାର୍ଯ୍ୟକରିଣୀରେ ୯ଟି ପ୍ରସ୍ତାବ ପାରିତ, ଯାହାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଓଡ଼ିଶାର ଭାଷା ପରମ୍ପରା ସଂସ୍କୃତିର ସୁରକ୍ଷା ପାଇଁ ଦଳ ଅଙ୍ଗୀକାରବଦ୍ଧ । ମହିଳା ମାନଙ୍କୁ ବିଧାନସଭା ଓ ସଂସଦରେ ୩୩% ସଂରକ୍ଷଣ ପାଇଁ ସହମତି ସୃଷ୍ଟି । ଦଳୀୟ ସମ୍ବିଧାନ ସଂଶୋଧନ କରାଗଲା । ବିଜେଡି ଏକ ବିଶାଳ ଦଳ । ଆହୁରି ଅଧିକା ସଭ୍ୟଙ୍କୁ ସାମିଲ କରାଯିବ । ଅୟବ୍ୟୟ ପାଇଁ ନୂତନ ସବକମିଟି ଗଠନ କରାଗଲା । କୃଷି ଓ କୃଷକର ଉନ୍ନତି ପାଇଁ ଆମର ସଂଗ୍ରାମ ଜାରି ରହିଛି ଓ ରହିବ । ଦଳକୁ ଆଗାମୀ ଦିନରେ କେମିତି ସୁଦୃଢ଼ କରାଯିବ, ସାଙ୍ଗଠନିକ ବିସ୍ତାର କରାଯିବ ତାହାକୁ ଆଧାର କରି ପ୍ରସ୍ତାବ ଗ୍ରହଣ କରାଯାଇଛି । ରାଜ୍ୟକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ବା ସ୍ୱତନ୍ତ୍ର ବିକଶିତ ରାଜ୍ୟ ପାଇଁ ସଂଗ୍ରାମ କରାଯିବ । ବନ୍ୟା ବାତ୍ୟା ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଭିତରେ ଓଡିଶାକୁ ପ୍ରତିଶ୍ରୁତି ଦିଆଯାଇ ପ୍ରତାରଣା କରାଯାଇଛି । ବାଧକ ସତ୍ତ୍ୱେ ବିକାଶ ପାଇଁ ସଂକଳ୍ପ । ପ୍ରାକୃତିକ ସମ୍ପଦ, ବିସ୍ତୀର୍ଣ୍ଣ ବେଳାଭୂମି ସବୁ ଥାଇ ବିକାଶରେ ବାଧକ କିଏ ? କେନ୍ଦ୍ର ଅବହେଳାକୁ ନେଇ ଲଢେଇ ଜାରି ରହିବ । ସଙ୍ଗଠନକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବା ପାଇଁ ଆମେ ସଂକଳ୍ପବଦ୍ଧ । ପ୍ରବାସୀ ଓଡ଼ିଆଙ୍କୁ ଦଳର ସଦସ୍ୟତା ପାଇଁ ଅନଲାଇନ ପ୍ଲାଟଫର୍ମ ଯୋଗାଇ ଦିଆଯିବ । ଓଡ଼ିଶାର ସ୍ୱାଭିମାନ ଓ ସ୍ୱାର୍ଥ ଆମର ପ୍ରାଥମିକତା । କେନ୍ଦ୍ରରେ ଥିବା କିଛି ଦଳ ଆମ ଭଳି ଆଞ୍ଚଳିକ ଦଳର ପ୍ରାସଙ୍ଗିକତା ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କର ସହଯୋଗୀତରେ ଚାଲିବା ଦରକାର । କିନ୍ତୁ ବର୍ତ୍ତମାନ କିଛି ଶକ୍ତି ରାଜ୍ୟର ଅଧିକାରକୁ ସଙ୍କୁଚିତ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଆମେ ସଂକଳ୍ପ ନେଇଛୁ ସେମାନଙ୍କୁ ସାମ୍ନା କରିବା ପାଇଁ ଆମେ ଆମ ସଙ୍ଗଠନକୁ ଆହୁରି ଶକ୍ତିଶାଳୀ କରିବୁ । ପୂର୍ବରୁ ଯେଉଁ ଅଧିକାର ପାଇଁ ଲଢେଇ କରୁଥିଲୁ, ସେ ଲଢେଇ ଜାରି ରହିବ । ବିଜେଡି କାର୍ଯ୍ୟାଳୟରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରସନ୍ନ ଆଚାର୍ଯ୍ୟ      ମିଳିତ ସାମ୍ବାଦିକ ସମ୍ମିଳନୀ       କରି  ଏହି ସୂଚନା ଦେଇଛନ୍ତି l

ବିଜେଡି କାର୍ଯ୍ୟକାରିଣୀ ବୈଠକରେ 9ଟି ରାଜନୈତିକ ପ୍ରସ୍ତାବ…

ଭୁବନେଶ୍ୱର :ବିଜେଡି କାର୍ଯ୍ୟକାରିଣୀ ବୈଠକରେ 9ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି l

ତେବେ ନଜର ପକାନ୍ତୁ କଣ ପାରିତ ହୋଇଛି.. 

କେନ୍ଦ୍ରର ଅବହେଳା, ଅଣଦେଖା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଛି । ଏ ସବୁ ସତ୍ତ୍ୱେ ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିବ । ମହାବାତ୍ୟାରୁ ମହାମାରୀ ପର୍ଯ୍ୟନ୍ତ ସବୁ ବଧାବିଘ୍ନକୁ ଆମର ସ୍ୱଚ୍ଛ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ମୁକାବିଲା କରିପାରିଛୁ ।

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଓ ଆୟ ଦ୍ବିଗୁଣିତ କରିବାକୁ ବିଜୁ ଜନତା ଦଳ ସବୁ ବେଳେ ପ୍ରୟାସ କରି ଆସିଛି । ସ୍ୱାମୀନାଥନ କମିଟି ସୁପାରିଶ ଅନୁସାରେ ଚାଷୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ଲଢେଇ ଜାରି ରହିବ ।

ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ହକଦାର । ଏଥି ପାଇଁ ଲଢେଇ ଜାରି ରହିବ । ଏ ପ୍ରସଙ୍ଗରେ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି କେନ୍ଦ୍ର ।

ମହିଳା ଶସକ୍ତିକରଣ ପାଇଁ ପ୍ରସ୍ତାବ । ପଂଚାୟତ ବ୍ୟବସ୍ଥାରେ ମହିଳା ମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପାଇଁ ଦାବି

ଓଡ଼ିଶାର ସଂସ୍କୃତି ଐତିହ୍ୟର ସୁରକ୍ଷା ପାଇଁ ପ୍ରସ୍ତାବ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି । ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇଁ ଦାବି । ଓଡ଼ିଶାର ବରପୁତ୍ର ମାନଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରାଯାଉ । ସେମାନଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ପାଉ

Follow us

20,832FansLike
0FollowersFollow
14,700SubscribersSubscribe

Latest news