ଭୁବନେଶ୍ୱର : ବିଜେଡିର 24ତମ ପ୍ରତିଷ୍ଠା ଦିବସରେ ଭାବବିହୋଳ ହେଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ଦଳର ଅନୁଶାସନ କଥା କହି ପ୍ରଣବଙ୍କ ଆଖି ଛଳଛଳ ହୋଇଯାଇଥିଲା l ଏହି ଅବସରରେ ପ୍ରଣବ କହିଥିଲେ ଯେ  – ବିଜୁ ବାବୁ ଓ ନବୀନ ବାବୁ ଅନୁଶାସିତ। ସାରା ଦେଶ ତାଙ୍କୁ ideal କରିଛି। ଆମକୁ ନିଜ ସ୍ୱାର୍ଥକୁ ଛାଡ଼ିବାକୁ ପଡ଼ିବ। ନିଜ ଜୀବନର 2 ଘଣ୍ଟା ଦଳ ପାଇଁ କାମ କର ଯଦି ନବୀନ ବାବୁଙ୍କୁ ଭଲ ପାଉଛୁ। ତେବେ ଲୋକ ଜାଣିବେ ଯେ ବିଜେଡି ଲୋକଙ୍କ ପାଇଁ କାମ କରେ।
ବିଜୁ ବାବୁ ସୀମିତ କି ସଂକୀର୍ଣ୍ଣ ନୁହନ୍ତି। ସେ ଆମ ପ୍ରାଣରେ ଅଛନ୍ତି ଯାହା ନବୀନ କହିଥିଲେ। ଆମକୁ ତାହା ମାନିକି ଚାଲିବାକୁ ପଡ଼ିବ। ତାହେଲେ ଦଳ ଆଗକୁ ବଢ଼ିବ।
ଯେଉଁ ପ୍ରସ୍ତାବ ଏଠି ପାରିତ ହେବ, ତାହା ସରକାରୀ ସ୍ତରରେ ପାଳନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜେଡି ଯାହା କରିବ, ତାକୁ ସରକାର ପାଳନ କରିବେ। ଯାହା ପ୍ରଶାସନିକ ସ୍ତରରେ ଗୋଟେ ବଡ଼ କଥା।

1. 23 ବର୍ଷ ଯାଏ କାହିଁକି ସୁନାମ – ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ଦମନ କରି ଚାଲିଛନ୍ତି। ଆଜି ନିଜ ଉପରେ ପ୍ରୟୋଗ କଲେ। ନିଜ ସରଳ ଜୀବନ, ସରକାରୀ କାର୍ଯ୍ୟରୁ ନିଜ ଜୀବନରେ ଖର୍ଚ୍ଚ କମ। ଯାହା ବିଜେଡି ଭିତରେ ହେଲା। ଆମେ ତାକୁ ଆଗକୁ ନେବା ଦାୟିତ୍ୱ।
2. ଭୋକର ଭୋଗଳ ଦୂର କରିବା – 1997 ମହାବାତ୍ୟା, ହାହାକାର ଭିତରେ 24*7 କାମ କଲେ। ମମତା, 1 ଟଙ୍କା ଚାଉଳ ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା କଲେ। ମୁଁ ଅଛି ବୋଲି confidence ଦେଲେ। କେହି ଭୋକରେ ଶୋଇବେନି। ଲୋକଙ୍କ ଭିତରେ ମାରି ଯାଇଥିବା ଆତ୍ମବିଶ୍ବାସ ପୁଣି ଜାଗ୍ରତ କଲେ। ବିଜୁ ବାବୁ ସାରା ଜୀବନ ଓଡ଼ିଶା ପାଇଁ ତ୍ୟାଗ କଲେ। ଆନନ୍ଦ ଭବନକୁ ଦେଇଦେଲେ। ନବୀନ ନିବାସ ପଛ ଘରେ ରୁହନ୍ତି। ବାକି ଦଳୀୟ କାର୍ଯ୍ୟାଳୟ ଓ ପ୍ରଶାସନିକ କାମ ଚାଲିଛି   ବୋଲି ବିଜେଡି  ସାଙ୍ଗଠନିକ ସମ୍ପାଦକ
ପ୍ରଣବ ପ୍ରକାଶ ଦାସ କହିଛନ୍ତି l