ମାସିକ ପତ୍ରିକା ‘ପଢା ପଢି’ ନୂତନବର୍ଷ ସଂଖ୍ୟା ଉନ୍ମୋଚିତ
ଦେବଗଡ଼:ଏକ ଭିନ୍ନ ସ୍ୱାଦର ସାହିତ୍ୟ-ସମ୍ବାଦ ଭିତିକ ମାସିକ ପତ୍ରିକା ‘ପଢା ପଢି’ ର ନୂତନବର୍ଷ ସଂଖ୍ୟା ଆଜି କବି ତଥା ତହସିଲଦାର ପଲ୍ଲବୀ ନାୟକଙ୍କ କରକମଳରେ ଦେବଗଡରେ ଉନ୍ମୋଚିତ ହୋଇଯାଇଛି ।ଏହି ଅବସରରେ ଶ୍ରୀମତୀ ନାୟକ ସାହିତ୍ୟ କ୍ଷେତ୍ରରେ ପତ୍ର ପତ୍ରିକାର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କବି ନିରଞ୍ଜନ ଦ୍ୱିବେଦୀ, କବୟତ୍ରୀ ସୁମିତ୍ରା ପୁରୋହିତ,ଓ.ୟୁ.ଜେ.ର ରାଜ୍ୟ ସାଧାରଣ ସଂପାଦକ ତଥା ସାମ୍ବାଦିକ ଅଶୋକ କୁମାର ନନ୍ଦ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀ ପ୍ରଦୀପ୍ତ କୁମାର ବେହୁରାଙ୍କ ସମ୍ପାଦନାରେ ଭୂବନେଶ୍ୱରଠାରୁ ପ୍ରକାଶିତ ହେଉଥିବା ଏହି ମାସିକ ସାହିତ୍ୟ-ସମ୍ବାଦ ଭିତିକ ମାସିକ ପତ୍ରିକାର ଏହା ଥିଲା ଷଷ୍ଠ ସଂସ୍କରଣ ।
ମାସିକ ପତ୍ରିକା ‘ପଢା ପଢି’ ନୂତନବର୍ଷ ସଂଖ୍ୟା ଉନ୍ମୋଚିତ..
ଏଥର ଶହେ ଦିନିଆ ପାଠ : ୮ ତାରିଖରେ ଖୋଲିବ ସ୍କୁଲ..
ଭୁବନେଶ୍ୱର : ୧୦ମ ଓ ୧୨ଶ ଶ୍ରେଣୀ ପାଠପଢ଼ା ଜାନୁଆରୀ ୮ରୁ ଆରମ୍ଭ ହେବ୧୦୦ ଦିନ ପାଇଁ ପାଠପଢ଼ା ହେବ l କୋଭିଡ୍ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାବେଳେ ରାଜ୍ୟ ସରକାର ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି । ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢୁଥିବାଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯିବେ । ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁହେଉଥିବା ବାର୍ଷିକ ପରୀକ୍ଷା ନିମନ୍ତେ ଦଶମ ଓ ଦ୍ଵାଦଶ ଶ୍ରେଣୀର ପିଲାମାନଙ୍କୁ ପ୍ରସ୍ତୁତ କରିବା ସହିତ ବିଭିନ୍ନ
ସମୟରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବା ନିମନ୍ତେ ସେମାନଙ୍କୁ
ପ୍ରସ୍ତୁତ କରିବାକୁ ହେବ । ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପଭି
ନେଇଛନ୍ତି ।ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ
ନିମନ୍ତେ ଜାନୁଆରୀ ୮ ତାରିଖରୁ ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା
ଦେବା ପାଇଁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ
ଚାଲିବ । ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ୍ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ରୁ ମଇ ୨ ତାରିଖ ଓ ଦ୍ଵାଦଶ
ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ୍ ୧୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଉପରୋକ୍ତ ନିର୍ଘଣ୍ଟ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ରବିବାରକୁ ମିଶାଇ ୧୦oଦିନ ପାଠପଢ଼ା ହେବ । ପାଠପଢ଼ା ନିମନ୍ତେ ଏକ ବିସ୍ତୃତ ମାର୍ଗ ଦର୍ଶକା ଜାରି କରାଯାଇଛି । ଏହି ମାର୍ଗଦର୍ଶିକାଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ ।ଏହା ସହିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରିକରାଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ହେବ ।ଏଠାରେ ସୂଚନାଯୋଗ୍ୟ ଯେ, କୋ ଭିତ୍ ମହାମାରୀ ଗତ ମାର୍ଚ୍ଚ ମାସରୁ ରାଜ୍ୟରଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଭିନ୍ନମାଧ୍ୟମରେ ଅନ୍ଲାଇନ୍ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ ।
କଳିଙ୍ଗନଗର ଗୁଳିକାଣ୍ଡରେ ପ୍ରାଣବଳି ଦେଇଥିବା ୧୬ ଜଣ ଆଦିବାସୀ ଭାଇଭଉଣୀଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର– ଜାନୁଆରୀ ୨, ୨୦୦୬ ଯାଜପୁର ଜିଲ୍ଲା କଳିଙ୍ଗନଗର ଗୁଳିକାଣ୍ଡରେ ୧୬ ଜଣ ନିରୀହ ଆଦିବାସୀ ପ୍ରାଣବଳି ଦେଇଥିବା ଘଟଣାର ୧୫ ବର୍ଷ ପୁରିଗଲା । ପ୍ରାଣବଳି ଦେଇଥିବା ଆଦିବାସୀମାନଙ୍କ ଉପଲକ୍ଷେ ଆଜି ଭୁବନେଶ୍ୱର ସବ୍କଲେକ୍ଟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍ ଦାସଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଏବଂ ଜାତୀୟ ଟ୍ରେଡ ୟୁନିୟନ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଂଟିଆ ଏହି ସଭାରେ ତାଙ୍କ ବକ୍ତବ୍ୟରେ କଳିଙ୍ଗନଗରର ସେହି ଲୋମହର୍ଷଣକାରୀ ଘଟଣା ଉପରେ ଆଲୋକପାତ କରି କହିଥିଲେ କଳିଙ୍ଗନଗର ଗୁଳିକାଣ୍ଡ ଘଟଣା ସାରା ରାଜ୍ୟ ଏବଂ ଦେଶରେ ଏକ ଆଲୋଡନ ସୃଷ୍ଟି କରିଥିଲା । ସର୍ବଭାରତୀୟ କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ନିଜେ କଳିଙ୍ଗନଗରକୁ ଆସି ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ତତ୍କ୍ଷଣାତ ୧ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ପ୍ରତ୍ୟେକ ଆହତ ବ୍ୟକ୍ତିମାନଙ୍କୁ ୨୦ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଖାଲି ସେତିକି ନୁହେଁ ଯେଉଁ ୫ ଜଣ ନିରୀହ ଆଦିବାସୀଙ୍କର ହାତ ପାପୁଲି କଟାଯାଇଥିଲା, ସେ ବାବଦରେ କମିଶନ ଦେଇଥିବା ରିପୋର୍ଟକୁ ବିଜେଡି-ବିଜେପି ଭାଗୁଆଳି ସରକାରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ଏହାକୁ ସାର୍ବଜନୀନ କଲେନାହିଁ । ଆଜି ପର୍ଯ୍ୟନ୍ତ ମୃତକଙ୍କ ପରିବାର କିମ୍ବା ରାଜ୍ୟବାସୀ ଜାଣିପାରିଲେ ନାହିଁ କେଉଁମାନେ କାହା ନିର୍ଦ୍ଦେଶରେ ଏବଂ କେଉଁ ପରିସ୍ଥିତିରେ ହାତ ପାପୁଲି କାଟିଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ବରଂ ସେ ସମୟରେ ଯାଜପୁର ଜିଲ୍ଲାର ଏସ୍.ପି. ଏବଂ ଜିଲ୍ଲାପାଳଙ୍କୁ ପରବର୍ତୀ ପର୍ଯ୍ୟାୟରେ ଭାଗୁଆଳୀ ସରକାର ଗେହ୍ଲାପୁଅ କରି ପୋଷିଲେ । ଏ ହେଉଛି ବିଜେଡି-ବିଜେପି ସରକାରର ଅସଲ ଚରିତ୍ର ଓ ଚିତ୍ର । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ବକ୍ତବ୍ୟ ରଖି କହିଥିଲେ ବିଜେପି ବିଜେଡି ସରକାର ଆଦିବାସୀ, ପଛୁଆବର୍ଗ, କୃଷକ ଏବଂ ଶ୍ରମିକମାନଙ୍କ ବିରୋଧି । କେନ୍ଦ୍ରରେ ମନମୋହନ ସିଂହଙ୍କ ସମୟରେ ଉପା ସରକାର ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ହସ୍ତାନ୍ତର କରିବାକୁ ନିଷ୍ପତି ନେଇଥିଲେ ଏବଂ ସେହି ଅନୁସାରେ ଯେଉଁ ଆଦିବାସୀମାନେ ଯେଉଁ ଜଙ୍ଗଲ ଭିତରେ ରହିଛନ୍ତି ସେହି ଜଙ୍ଗଲରେ ରହିବା ପାଇଁ ତାଙ୍କୁ ପଟ୍ଟା ଦେବାରେ ଆଇନ୍ର ବ୍ୟବସ୍ଥା କରାଗଲା । ରାଜ୍ୟରେ ବହୁ ବଡ ବଡ ଶିଳ୍ପ ପ୍ରତିଷ୍ଠା ହୋଇଛି, ବହୁ ବଡ ବଡ ନଦୀ ବନ୍ଧ ଯୋଜନା କରାଯାଇଛି କିନ୍ତୁ ବନ୍ଧୁକ ମୁନରେ ଆଦିବାସୀମାନଙ୍କର ରକ୍ତରେ ହୋଲି ଖେଳି କଂଗ୍ରେସ ଓଡିଶାରେ ଶିଳ୍ପ ସ୍ଥାପନ କରିନାହିଁ । ନବୀନ ବାବୁଙ୍କର ଯଦି ସାମାନ୍ୟତମ ରାଜ୍ୟର ଆଦିବାସୀ, ହରିଜନ ଏବଂ ପଛୁଆବର୍ଗ ପ୍ରତି ନିଷ୍ଠା ଅଛି ତାହେଲେ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ତୁରନ୍ତ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତୁ । ଶ୍ରୀଯୁକ୍ତ ଦେବୀ ପୃଷ୍ଟି କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ଏ ସରକାର କିଭଳି ଭାବରେ ଶିଳ୍ପପତିମାନଙ୍କ ସ୍ୱାର୍ଥରେ କାମ କରେ ତାହା ଉଲ୍ଲେଖ କରିଥିଲେ । ପୂର୍ବତନ ଉପସଭା ଶିବାନନ୍ଦ ରାୟ ଏବଂ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ରଶ୍ମି ମହାପାତ୍ର ଏବଂ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ତାଙ୍କର ବକ୍ତବ୍ୟ ରଖିଥିଲେ ଏବଂ ଏହି ଗୁଳିକାଣ୍ଡ ପାଇଁ ସରକାର ସଂପୂର୍ଣ୍ଣ ଦାୟୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ବିରୋଧି ବୋଲି କହିଥିଲେ ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାନସ ଆଚାର୍ଯ୍ୟ, ଆଲୋକ ମହାନ୍ତି, ରାଜକିଶୋର ବାରିକ, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, କୁସୁମ ପ୍ରଧାନ, ଚୈତାଳୀ ପଟ୍ଟନାୟକ, ଗୀତାଞ୍ଜଳି ମହାନ୍ତି, ସୁବ୍ରତ ମହାପାତ୍ର, ନିରୁପମା ପାତ୍ର, ଶ୍ରୀୟାସ୍ମିତା ପଣ୍ଡା, କନକଲତା ମଲିକ, ଜୟକୃଷ୍ଣ ମଲିଆ, ଦୀପକ ମହାପାତ୍ର, ମନୋଜ ନାୟକ, ମୋହନ ଜେନା, ପ୍ରମେଶ ଜେନା, ଜ୍ୟୋତିଷ ସାହୁ, ଏସ୍.କେ ଅଫତାବ ଅଲ୍ଲୀ, ଏମ୍.ଡି ଶାହାଦୁଲ୍ଲା, ଏସ୍.ଡି ତାକ୍ୱିମ୍ ଅହମ୍ମଦ, କୁଳମଣି ସାହୁ, ଖଗେଶ୍ୱର ମଲିକ ଏବଂ ବହୁ ଯୁବ ଓ ଛାତ୍ର ନେତାମାନେ ଉପସ୍ଥିତ ଥିଲେ ।
ଓଏସସିବିସି କମିଶନ ଭାବରେ ଦାୟିତ୍ୱ ନେଲେ ରଘୁନାଥ ବିଶ୍ୱାଳ..
ଭୁବନେଶ୍ୱର : ଆଜି ଓଏସସିବିସି କମିଶନ ଭାବରେ ଦାନେଲେ ରଘୁନାଥ ବିଶ୍ୱାଳ ।ଏହାସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ ଓ ମିତାଲି ଚିନ୍ନାରା ଓ ପ୍ରସନ୍ନ କୁମାର ପାତ୍ର ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ କମିଶନ ରଘୁନାଥ ବିଶ୍ଵାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି କୌଣସି ବର୍ଗ କୁ ଆସିବା ପାଇଁ ଚାହିଁବ ଆସି ପାରିବ ।ଏହାସହ କୌଣସି ଓବିସି ବର୍ଗରେ ଥାଇ ଯଦି ସାମାଜିକ ଓ ଆର୍ଥିକ ସ୍ତରରେ ସ୍ଵଛଳ ଥାନ୍ତି ସେ ସେମାନଙ୍କ ନାମ ଓବିସି ତାଲିକା ରୁ ହଟେଇ ପାରିବେ ।ଏଥିପାଇଁ ଏକ ଡାଟା ତିଆରି ହେବ ।ରାଜ୍ୟରେ କେତେ ଓବିସି ଅଛନ୍ତି ତାହାର ଡାଟା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି ।ରିଜରଭେସନ ପାଇଁ ମଣ୍ଡଳ କମିଶନ ଯାହା ଅଛି ତାକୁ ଲାଗୁକରିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।
ମହିଳାଙ୍କ ପେଟରୁ ତୃତୀୟ ଥର ବଡ ଟ୍ୟୁମର ବାହାର କଲେ ସମ୍ ହସ୍ପିଟାଲର ସର୍ଜନ
ଭୁବନେଶ୍ୱର: ଜଣେ ୩୪ ବର୍ଷୀୟ ମହିଳାଙ୍କର ତଳିପେଟରୁ ୧୦ କେଜିରୁ ଅଧିକ ଓଜନରଟ୍ୟୁମର କାଢ଼ିବା ଭଳି ଜଟିଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସର୍ଜନ । ଗୁରୁବାର ଏହି ଅସ୍ତ୍ରୋପଚାର କରାଯାଇଛି ।ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳର ମଧୁସ୍ମିତା ଦାନୀ ନାମକ ଏହି ମହିଳାଙ୍କର ୨୦୧୨ ଏବଂ ୨୦୧୬ରେ ଅନୁରୂପ ଭାବେ ସମ୍ହସ୍ପିଟାଲ୍ରେ ଅସ୍ତ୍ରୋପଚାର କରାଯାଇ ପେଟରୁ ଟ୍ୟୁମର ବାହାର କରାଯାଇଥିଲା । ରେଟ୍ରୋପେରିଟୋନିଆଲଲାଇପୋସାରକୋମା ଭଳି କର୍କଟ ରୋଗରେ ଏହି ମହିଳା ଜଣକ ପିଡ଼ିତ ଥିବା ଜଣାପଡ଼ିଥିଲା । ମାତ୍ର ଏହି କର୍କଟ ରୋଗରେକେମୋଥେରାପି କିମ୍ବା ରେଡିଓଥେରାପି ଚିକିତ୍ସା ଦ୍ୱାରା ସୁଫଳ ମିଳି ନଥାଏ । ଅପରେସନ୍ ହିଁ ଏହି ରୋଗର ଚିକିତ୍ସାର ଏକମାତ୍ର ବୋଲି ଚିକିତ୍ସା କରିଥିବା ସର୍ଜନ କହିଛନ୍ତି ।ଶ୍ରୀମତୀ ଦାନୀ ଗତ ଡିସେମ୍ବର ୨୧ ତାରିଖ ଦିନ ସମ୍ ହସ୍ପିଟାଲ୍ରେ ସର୍ଜରୀ ବିଭାଗ ପ୍ରଫେସର ପ୍ରକାଶ କୁମାର ସାହୁଙ୍କଅଧିନରେ ଆଡମିସନ୍ ନେଇଥିଲେ । ତାଙ୍କର ସିଟି ସ୍କାନ କରାଯିବା ପରେ ତାଙ୍କ ତଳି ପେଟରେ ଏକ ବଡ଼ ଟ୍ୟୁମର ରହିଥିବାଜଣାପଡିଥିଲା । ଯାହାକି କିଡ୍ନୀ, ୟୁଟେରସ୍ ଏବଂ ଭେନାକାଭା ଇତ୍ୟାଦିକୁ ସଙ୍କୁଚିତ କରି ରଖୁଥିଲା । ଏପରିକି ହୃତପିଣ୍ଡରୁଅମ୍ଳଜାନ ବହନ କରୁଥିବା ବଡ ଶିରା ଓ ଅନ୍ତନଳୀକୁ ମଧ୍ୟ ଗୋଟିଏ ପଟକୁ ଠେଲି ରଖୁଛି ବୋଲି ଜଣାପଡ଼ିଥିଲା । ଶ୍ରୀମତୀଦାନୀଙ୍କର ପୂର୍ବରୁ ଦୁଇ ଦୁଇଟି ଅପରେସନ୍ କରିଥିବା ପ୍ରଫେସର ସାହୁ ଏହି ସୂଚନା ଦେଇଛନ୍ତି ।୨୦୧୨ ମସିହାରେ ସଂପୃକ୍ତ ମହିଳାଙ୍କ ପେଟରେ ୧୫ କେଜିର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସମ୍ ହସ୍ପିଟାଲ୍ରେ ତାଙ୍କରପ୍ରଥମ ଅପରେସନ୍ କରାଯାଇ ଟ୍ୟୁମରଟି କଢ଼ାଯାଇଥିଲା । ସେହିପରି ପୁର୍ନବାର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସେଅପରେସନ୍ ନିମନ୍ତେ ଅନ୍ୟ ଏକ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ । ତେବେ ବିଭିନ୍ନ ସମସ୍ୟା ଯୋଗୁଁ ତାଙ୍କର ଅସ୍ତ୍ରୋପଚାରସଫଳ ହୋଇନଥିଲା ।ସେହିପରି ୨୦୧୬ ମସିହାରେ ପୁଣିଥରେ ତାଙ୍କ ଶରୀରରେ ସାଢ଼େ ୭ କେଜିର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ଟ୍ୟୁମରସମେତ ତାଙ୍କର ୟୁଟେରସ୍ ଓ ଓଭାରୀ କୁ ମଧ୍ୟ ଅପରେସନ୍ କରାଯାଇ କଢ଼ାଯାଇଥିଲା ।
ଗତ ଗୁରୁବାର ଦିନ ଶ୍ରୀମତୀ ଦାନୀଙ୍କର ଶରୀରରେ ସୃଷ୍ଟି ହୋଇଥିବା ୧୦.୫ କେଜିର ଟ୍ୟୁମର କାଢ଼ିବା ନିମନ୍ତେ ପାଂଚଘଂଟାର ଅପରେସନ୍ କରାଯାଇଥିବା ବେଳେ ଏହି ଟିମ୍ରେ ପ୍ରଫେସର ସାହୁଙ୍କ ସମେତ ୟୁରୋଲୋଜି ବିଭାଗର ପ୍ରଫେସରସୁରେନ୍ ଦାଶ, ଅଙ୍କୋସର୍ଜରୀ ବିଭାଗର ପ୍ରଫେସର ଅମିତାଭ ଜେନା, ଡଃ ସୁମନ୍ ସୌରଭ ରାଉତ, ଡଃ ଅକ୍ଷୟ ବେହେରାଏବଂ ଆନେସ୍ଥେସିଷ୍ଟ ଡଃ ରୋହନ ନାୟକ ଏବଂ ଡଃ ସୁରଭି ସାମନ୍ତ ସାମିଲ ଥିଲେ । ଅପରେସନ୍ ପରେ ରୋଗୀଜଣକ ସୁସ୍ଥଅଛନ୍ତି ଏବଂ ତତ୍ୱାବଧାନ ନିମନ୍ତେ ତାଙ୍କୁ ଆଇସିୟୁରେ ରଖାଯାଇଥିବା ପ୍ରଫେସର ସାହୁ କହିଛନ୍ତି ।
ନୂଆ ବର୍ଷ, ନୂଆ ମିଶନ …..
ଭୁବନେଶ୍ୱର : ନୂଆ ବର୍ଷରେ ନୂଆ ମିଶନ ଆରମ୍ଭ ହୋଇଛି । ଜିଲ୍ଲାକୁ ଜିଲ୍ଲା ତୋଫାନୀ ଗସ୍ତ କରି କର୍ମୀ ଓ ନେତାଙ୍କ ମନବଳ ବୃଦ୍ଧି ସହ , ସମସ୍ୟା ବୁଝିବା ଓ ବିକାଶମୂଳକ କାମର କରିଛନ୍ତି ସମୀକ୍ଷା । ଦଳ ଯେତେ ପୁରୁଣା ହେଉଛି ନେତା କିନ୍ତୁ ସେତେ ପରିଶ୍ରମ ଓ କର୍ତ୍ତବ୍ୟ କରିଚାଲିଛନ୍ତି । ଲକ୍ଷ ମୁଖ୍ୟମନ୍ତ୍ରୀ ଦେଇଥିବା ନୂଆ ଓଡ଼ିଶା ସ୍ୱପ୍ନ ପୂରଣ କରିବା । ଏଥିଲାଗି ଦିନରାତି ଏକ କରି କର୍ମୀ ଓ ନେତାଙ୍କ ମନରେ ଜୋସ ଭରୁଛନ୍ତି ନବୀନଙ୍କ ସାରଥି ।
୨୦୨୧ ନୂଆ ବର୍ଷର ପ୍ରଥମ ଦିନ । ରାଜଧାନୀ କି ଯାଜପୁର ନୁହେଁ । ଗ୍ରାଉଣ୍ଡରେ କର୍ମୀଙ୍କ ସହ ମିଶି ନବ ବର୍ଷ ପାଳନ କରିଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ( ବବି) । ନେତାଙ୍କ ପାଖକୁ କର୍ମୀ ନୁହେଁ, କର୍ମୀଙ୍କ ପାଖକୁ ନେତା ଯାଇ ଅଭିନନ୍ଦନ ଜଣାଇଛନ୍ତି । ନୂଆ ବର୍ଷରେ ଅଚାନକ ନେତାଙ୍କ ଜିଲ୍ଲାଗସ୍ତ କର୍ମୀଙ୍କ ମନରେ ଜୋସ ଭରିଦେଇଛି । ରାଜ୍ୟ ସରକାରଙ୍କ ଲକ୍ଷ ଓ ଲୋକଙ୍କ ସମସ୍ୟା ସହ ଅଧିକରୁ ଅଧିକ ଜଡ଼ିତ ହୋଇ କର୍ମୀ ଓ ନେତାମାନେ କାମ କରିବାକୁ ନୂଆବର୍ଷରେ ସଙ୍କଳ୍ପ ନେବା ପାଇଁ ପ୍ରଣବ ଆହ୍ୱାନ କରିଛନ୍ତି । କେବଳ ସେତେକି ନୁହେଁ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା କିପରି ନିଜ ହକରୁ ବଂଚିତ ହେଉଛି ତାହା ମଧ୍ୟ ଲୋକଙ୍କୁ ବୁଝାଇଥିଲେ ।
ବିଶେଷକରି ୮ଟି କେନ୍ଦ୍ରୀୟ ଯୋଜନା ବନ୍ଦ ହେବା ,କୋଇଲା ରୟାଲିଟି ଓଡ଼ିଶାକୁ ନମଳିବା, ଜିଏସଟି ଅର୍ଥ ନମିଳିବା, ସଂଘୟୀ ବ୍ୟବସ୍ଥାରେ ୬୦/ ୪୦ ଭାଗରେ ପାତରନ୍ତ ଅନ୍ତର ହେବା କଥା ଉଠାଇଥିଲେ ପ୍ରବଣ । କର୍ମୀ ଓ ନେତାମାନେ ମଧ୍ୟ ଏ ପ୍ରସଙ୍ଗରେ ସ୍ୱର ଏକ କରିଥିଲେ । କେନ୍ଦ୍ରରେ ଯିଏ ବି ସରକାର ଥାଉଛ ଓଡ଼ିଶା କିପରି ଅବହେଳାର ଶୀକାର ହେଉଛି ସେ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ପ୍ରଣବ । କେବଳ ସେତେିକି ନୁହେଁ, ଓଡ଼ିଶାର ସ୍ୱାର୍ଥ ଓ ହକ ପାଇଁ ପ୍ରତ୍ୟେକ ବିଜେଡ଼ି କର୍ମୀ ଲଢେଇ କରିବାକୁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶାକୁ ସାରା ଦେଶରେ ୧ ନମ୍ବର ରାଜ୍ୟ ଭାବେ ତୋଳିବା ପାଇଁ ସଭିଁଏ କଠିକ ପରିଶ୍ରମ କରିବାକୁ ସେ କହିଥିଲେ ।
ଏହାସହ ମୁଖ୍ୟମନ୍ତ୍ରୀ ହାତ ମୁଠାକୁ ଆହୁରୀ ମଜବୁତ କରିବା ପାଇଁ ପ୍ରଣବ ଆହ୍ୱାନ ଦେଇଥିଲେ । ବର୍ଷର ପ୍ରଥମ ଦିନରେ ନୂଆ ମିଶନ ନେଇ କାମ କରିବାକୁ କର୍ମୀଙ୍କୁ ବୁଝାଇଥିଲେ । ଆଜି ଯାଜପୁର,ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ , କେନ୍ଦୁଝରକୁ ତୋଫାନୀ ଗସ୍ତ କରି ପ୍ରବଣ କର୍ମୀଙ୍କ ସହ ନୂଆବର୍ଷ ପାଳନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
କେବଳ ସେତିକି ନୁହେଁ, ଏହି ସବୁ ଜିଲ୍ଲାରେ ସଂଗଠନକୁ କିପରି ଅଧିକ କ୍ରିୟାଶୀଳ କରାଯିବ ସେନେଇ ଗ୍ରାଉଣ୍ଡରେ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରିଥିଲେ । ଏହିସବୁ ଜିଲ୍ଲାରେ ଲୋକଙ୍କ ସମସ୍ୟା ପଚାରିବୁଝିବା ସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଣବଙ୍କ ଏହି ତୋଫାନୀ ଗସ୍ତ ନୂଆ ବର୍ଷରେ ବିଜେଡ଼ି କର୍ମୀ ଓ ନେତାଙ୍କ ମନରେ ନୂଆ ଆଶା ଓ ନୂଆ ସମ୍ଭାବନା ସୃଷ୍ଟି କରିଛି ।
ଆଶା, ସମ୍ଭାବନା ଓ ଉତ୍କର୍ଷର ବର୍ଷ ହେଉ ୨୦୨୧ : ପ୍ରଣବ
ଆଶା, ସମ୍ଭାବନା ଓ ଉତ୍କର୍ଷର ବର୍ଷ ହେଉ ୨୦୨୧ : ପ୍ରଣବ
* ରାଜ୍ୟବାସୀଙ୍କ ପାଇଁ ଏକୋଇଶି ହେଉ ସୁଖ ଓ ସମୃଦ୍ଧିର ବର୍ଷ
* ନୂଆ ଓଡ଼ିଶା ଗଠନର ପୁରୋଧା ସାଜନ୍ତୁ ଛାତ୍ର ଓ ଯୁବ ସମାଜ
* ଦୁର୍ନୀତି, ଅପରାଧମୁକ୍ତ ସୁଶାସନ ସହ ସଂଗଠନକୁ ମଜଭୁତ୍ ଦିଗରେ ଗୁରୁତ୍ୱ
ଭୁବନେଶ୍ୱର : ମାନବ ସଭ୍ୟତାର ବର୍ଷ ଗଣନାରେ ସାମିଲ ହୋଇଛି ଆଉ ଏକ ବର୍ଷ । ସ୍ୱପ୍ନ, ସମ୍ଭାବନା, ଆଶା, ଆକାଙ୍ଖ୍ୟା ଏବଂ କେତେ କଣ ଅସୁମାରୀ ଭାବନାକୁ ନେଇ ଉପନୀତ ହୋଇଛି ବର୍ଷ ୨୦୨୧ । ସକାଳର ସୂର୍ଯ୍ୟୋଦୟ ସହ ବିଶ୍ୱ କ୍ୟାଲେଣ୍ଡରରେ ଯୋଡ଼ିହୋଇ ଯାଇଛି ଏ ଦଶନ୍ଧିର ପ୍ରଥମ ବର୍ଷର ପ୍ରଥମ ଦିନ । ୨୦୨୦ ସହିତ ବିଦାୟ ନେଇଛି କେତେ ଦୁଃଖ, କଷ୍ଟ, ଯନ୍ତ୍ରଣା ଓ ଜାତନା । ରାଜ୍ୟବାସୀ ମଧ୍ୟ ପ୍ରଥମ ଥର ପାଇଁ କରୋନାର ଘାତ ପ୍ରତିଘାତ ଭିତରେ ଗତି କରିଛନ୍ତି । ସମସ୍ତେ ଅନୁଭବ କରିଛନ୍ତି ମହାମାରୀର କରାଳ କଷଣ । ଏହାରି ଭିତରେ ସାହସର ସହିତ ବହୁ କ୍ଷେତ୍ରରେ ରାଜ୍ୟବାସୀ ମୁକାବିଲା ମଧ୍ୟ କରିଛନ୍ତି । ରାଜ୍ୟ ସରକାରଙ୍କ ଦୂରଦର୍ଶୀ ପଦକ୍ଷେପ ଏବଂ ବହୁ ଆଗୁଆ ପଦକ୍ଷେପ କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ବଞ୍ଚାଯାଇ ପାରିଛି । ପ୍ରଥମ କରି ଯାହା ଯାହା ଘଟିଲା ସେ ସବୁର ସଫଳ ମୁକାବିଲା କଲେ ନବୀନ ପଟ୍ଟନାୟକ ସରକାର । ତେବେ ଏହାର ସାରଥି ଥିଲେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି ) । ସବୁ ବିଭାଗ ମଧ୍ୟରେ ସମନ୍ବୟ ହେଉ କିମ୍ବା ସଂଗଠନର ଲୋକଙ୍କୁ ବ୍ୟବହାର କରି ପ୍ରବାସୀଙ୍କୁ ସହାୟତା କିମ୍ବା ପ୍ରତି ପଞ୍ଚାୟତରେ ସଫଳ କ୍ୱାରେଣ୍ଟାଇନର ପରିଚାଳନା ସବୁ କିଛି ସଠିକ୍ ଢଙ୍ଗରେ କରାଯାଇପାରିଲା । ତେବେ ୨୦୨୦ର ବିଦାୟ ସହିତ ଏ ଦୁଃଖ ଓ କଷ୍ଟ ମଧ୍ୟ ଅପସରି ଯାଇଛି ।
୨୦୨୧ ଆସିବା ସହ ଆମ ସାମ୍ନାକୁ ଆସିଛି ଅସୁମାରୀ ସ୍ବପ୍ନ ଏବଂ ସମ୍ଭାବନା । ସରକାରଙ୍କର ଦୁର୍ନୀତି ମୁକ୍ତ ପ୍ରଶାସନର ଆହ୍ୱାନ ସମସ୍ତଙ୍କୁ ଅନୁପ୍ରାଣିତ କରିବା ବୋଲି ଆଶା କରାଯାଉଛି । ଏ ବର୍ଷ ଲୋକଙ୍କ ମଧ୍ୟରେ ଭରିଦେଓ ଆନନ୍ଦ ଉଲ୍ଲାସ । ଲେକେ ଖୁସି ହୁଅନ୍ତୁ ଏବଂ ଭୁଲି ଯାଆନ୍ତୁ କରୋନାର ସେ କାଳ କଥାକୁ ।
ନୂଆ ଓଡ଼ିଶା ଗଠନର ପ୍ରକ୍ରିୟାରେ ସମସ୍ତେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ସଂଗଠନ ସଂପାଦକ । ବିଶେଷକରି ଆମ ରାଜ୍ୟର ଯୁବକ ଏବଂ ଛାତ୍ରଙ୍କର ଏଥିରେ ଏକ ବଡ଼ ଭୂମିକା ରହିଛି । କାରଣ ଆମ ପୂର୍ବ ପୁରୁଷଙ୍କର ମହାନ କାର୍ଯ୍ୟଶୈଳୀକୁ ମନେପକାଇବା ସହ ସେମାନଙ୍କ କଥାରେ ଉଦବୁଦ୍ଧ ହୋଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏ ରାଜ୍ୟର ପ୍ରଗତିରେ ସେମାନେ ସାମିଲ ହେବା ଦରକାର । କାରଣ ନୂଆ ଓଡ଼ିଶା ଆସନ୍ତାକାଲି ସାରା ଭାରତକୁ ଦିଗଦର୍ଶନ ଦେବାର ସକ୍ଷମତା ବହନ କରୁଛି । ଶ୍ରୀ ଦାସଙ୍କର ବହୁ ପ୍ରେରଣାଦାୟୀ ବାର୍ତ୍ତା ଆଜି ସମସ୍ତଙ୍କୁ ନୂଆ ଓଡ଼ିଶା ଗଠନରେ ସାମିଲ କରିବାକୁ ପ୍ରେରଣା ଦେଇଛି । ସଂଗଠନକୁ ମଜଭୁତ କରିବା ସହ ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ କେବେବି କୁଣ୍ଠାବୋଧ ନକରିବାକୁ ସେ କହିଛନ୍ତି । କାରଣ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରତିଦିନ ଲୋକଙ୍କର ଆସ୍ଥା ଓ ଭରଷା ବଢ଼ି ବଢ଼ି ଚାଲିଛି । ନୂଆ ବର୍ଷରୁ ଏହାକୁ ଆହୁରି ଦୃଢତାର ସହ ନେଇ ସମସ୍ତେ ଜନସେବାରେ ମନୋନିବେଶ କରିବାକୁ ପ୍ରଣବ ଆହ୍ବାନ ଦେଇଛନ୍ତି । ତେବେ ଏ ବର୍ଷ ମଙ୍ଗଳମୟ ହେଉ ଓ ସୁଖ ସମୃଦ୍ଧିର ବର୍ଷ ହେଉ ବୋଲି ସେ ଆଶା କରିଛନ୍ତି ।…
ମନେ ରହିବ ୨୦୨୦…..
ଭୁବନେଶ୍ୱର: ୨୦୨୦ । ଦୁଇ ଶୂନ ଦୁଇ ଶୂନ । ଡ଼ିଜିଟାଲ ନମ୍ବର ଆରମ୍ଭରୁ ସଭିଁଙ୍କୁ ଆକର୍ଷଣ କରିଥିଲା । ଆରମ୍ଭକୁ ସମସ୍ତେ ଭଲ ସ୍ୱାଗତ କରି କରିଥିଲେ । ଆଉ କିଏ ଜାଣିଥିଲା ଏହି ବର୍ଷ ଏତେ ଚର୍ଚ୍ଚିତ ,ଏତେ ଭୟଙ୍କର ଓ ଏତେ ଯନ୍ତ୍ରଣା ଦାୟକ ହେବ ବୋଲି । କିଏ ଜାଣିଥିଲା ୨୦୨୦ ବର୍ଷଟା ଶୂନଶାନ ବର୍ଷ ହେବ । ଅଧିବର୍ଷ ସହ ଜୋଡ଼ା ଆଷାଢ ବି ଏହି ବର୍ଷ ପଡ଼ିଥିଲା । ମାର୍ଚ୍ଚମାସ ପରେ କିନ୍ତୁ ସବୁ ଏପଟ ସପେଟ ହୋଇଯାଇଥିଲା ।
ପୁରା ଦୁନିଆର ହାହାକାର ହୋଇଥିଲା । ଚାରିକାନ୍ଥ ଭିତରେ ସମସ୍ତେ ଆବଦ୍ଧ ହୋଇ ରହିଗଲେ । ଏପରିକି ଭଗବାନ ଓ ଭକ୍ତଙ୍କ ମିଳନ ବି ହୋଇପାରିଲା ନାହିଁ । ସଭିଁଏ ମୁହଁରେ ତୁଣ୍ଡି ବାନ୍ଧିବାକୁ ବାଧ୍ୟ ହେଲେ । ଅକାଳରେ ଅନେକ ଜୀବନ ଚାଲିଗଲା । ଆଉ କିଏ କିଏ ଏଯାଏ ବି ଜୀବନ ଯୁଦ୍ଧ ସହ ସଂଗ୍ରାମ କରୁଛନ୍ତି । ପୁରା ୯ ମାସ ଧରି ସବୁ କାର୍ଯ୍ୟରେ ବ୍ରେଜ ଲାଗିଲା । ନୂଆ ଶଦ୍ଦ ବ୍ୟବହାର ହେଲା । ଏକ ଡ଼ାଉନ, ସଟଡ଼ାଉନ, ହୋମ କ୍ୱାରାଣ୍ଟାଇନ ଏମିତି କେତେ କଣ ନାଁ । ନିଜର ଓ ପର ସବୁ ସମାନ ହୋଇଗଲେ । ଯେମିତି ଏ ଜାତି ଓ ଦେଶ ଏକ ଅଛୁଆ ସଭ୍ୟତା ଦେଇ ଗତିକଲା ମାସ ପରେ ମାସ । ଆଉ ଏସବୁ ଚୀନରୁ ଆସିଥିବା ଏକ ଅଦୃଶ୍ୟ ଭୂତାଣ ପାଇଁ । ଯାହାର ନାଁ କରୋନା । ତାର ନାଁ କୋଭିଡ଼ ୧୯ । ଏ ଭୂତାଣୁ ସମୟ ଅନୁସାରେ ମହାମାରୀର ପରିଣତ ହେଲା । ସାରା ବିଶ୍ୱରେ ଏହି ରୋଗରେ ଆକ୍ରାନ୍ତ ହେଲେ ୮କୋଟି ୩୦ଲକ୍ଷରୁ ଅଧିକ ଲୋକ । ୧୮ ଲକ୍ଷ ୧୦ହଜାରୁ ଅଧିକ ଲୋକ ମୃତ୍ୟୁବରଣ କଲେ । ୫କୋଟିରୁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହେଲେ । ୧୩୨ରୁ ଅଧିକ ଦେଶରେ ଏହି ଭୂତାଣୁ ତାହାର କାୟା ବିସ୍ତାର କରି ଅନେକ ଜୀବନ ନେଲା । ପ୍ରତ୍ୟେକ ଦିନ ଖାଲି ସଂକ୍ରମିତ , ମୃତ୍ୟୁ କଥା ଶୁଣିଶୁଣି ପୁରା ବିଶ୍ୱ ଚିନ୍ତାରେ ରହିଲା । ଭାରତରେ ମଧ୍ୟ କୋଟିରୁ ଅଧିକ ଲୋକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ । ଓଡ଼ିଶାରେ ଭୂତାଣୁ କାୟା ବିସ୍ତାର କଲା । ପ୍ରଥମ ଥର ଏପରି ଏକ ଅଜଣା ଭୂତାଣୁ ସହ ଲଢିଥିଲା ପୁରା ବିଶ୍ୱ ।ଆଉ ଆଜି ଯାଏ ବି ଲଢୁଛି। ପୁରା ବିଶ୍ୱର ଆର୍ଥକ ଅବସ୍ଥା ବି ଦୋହଲି ଯାଇଥିଲା । ଭୁଟାଣୁର ଓ ଓଡ଼ିଶା ଅବା ଏଥିରୁ କିପରି ବଂଚିତ ହୋଇଥାନ୍ତା । ପ୍ରତ୍ୟେକ ଲୋକଙ୍କ ପାଇଁ ଏକ ନୁଆ ଅନୁଭୂତି ଆଣିଥିଲା କରୋନା । ସାନିଟାଇଜର, ମାସ୍କ , ସାମାଜିକ ଦୂରତା ପାଲଟିଲା ସଭିଁଙ୍କ ଜୀବନର ମୂଳମନ୍ତ୍ର । ସବୁଠାରୁ ଯନ୍ତ୍ରଣା ଦାୟକ ଥିଲା ଅକାଳରେ ଅନେକ ପ୍ରିୟ ଜନକଙ୍କ ଜୀବନ ଯିବ । ବାହାରଘ, ବ୍ରତଘର, ଜନ୍ମଦିନ, ସାଙ୍ଗ ସାଙ୍ଗସାଥି ମସ୍ତି , ଘରକୁ ଆସିବା ଓ ଘର ଲୋକଙ୍କ ସହ ବି ସର୍ମ୍ପକ ଛିନ୍ନ କରିଥିଲା ଏହି ମହାମାରୀ ଭୂତାଣୁ । ସବୁଠି ଭୟର ବାତ୍ତାବରଣ । ଜୀବନଟା ୨୦୨୦ ବର୍ଷ ସରିଗଲା ବୋଲି ସଭିଁଏ ଅନୁଭବ କଲେ । ଏହି ଅଦୃଶ୍ୟ ଶକ୍ତିକୁ କିପରି ହରାଯିବ ସେନେଇ ଆରମ୍ଭ ହେଲା ପ୍ରସ୍ତୁତି । ବୈଜ୍ଞାନିକମାନଙ୍କ ଠାରୁ ଆରମ୍ଭ କରି ଡ଼ାକ୍ତର ଓ ସରକାର ସଭିଁଏ ଉଦ୍ୟମ ଆରମ୍ଭ କରିଦେଲେ । କୌଣସି ଔଷଧ ଏ ରୋଗ ପାଇଁ ଏଯାଏ ବାହାରିଲା ନାହିଁ । ହେଲେ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଲଡ଼ଡ଼ାଉନ, ସଟଡ଼ାଉନ ଓ ଘରେ ରହିବାକୁ ଲୋକଙ୍କୁ ଅନୁରୋଧ କଲେ ସରକାର । ଯିଏ ଏହି ନମାନିଲେ ତାଙ୍କ ୁପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଲା । ପ୍ରଥମଥର ପାଇଁ ଏପରି ଅଦୃଶ୍ୟ ଶକ୍ତିର ମୁକାବିଲାରେ ସରକାର ନେଇଥିବା ଅନେକ ପଦକ୍ଷପ ପ୍ରଶଂସା ସାଉଁଟିଥିବା ବେଳେ କେତେକ କ୍ଷେତ୍ରରେ ମାତ୍ରାଧିକ କାର୍ଯ୍ୟନୁଷ୍ଠାନ ପାଇଁ ମଧ୍ୟ ସମାଲୋଚନାର ସୀକର ହେବାକୁ ପଡ଼ିଲା ସରକାରଙ୍କୁ । ମହାମାରୀର କେତେକ ମୁକାବିଲା ନିଷ୍ପତି ନେଇ ମଧ୍ୟ ପ୍ରଶ୍ନ ଉଠିଲା । ବର୍ଷ ଶେଷ ବେଳକୁ କରୋନା ମହାମାରୀ ଭାରତ ବର୍ଷରେ ନିୟନ୍ତ୍ରଣରେ ଆସିଲା । ସାରା ବିଶ୍ୱରେ ବି ପ୍ରଭାବ କମିଲା । ହେଲେ ପୁଣି ବିଟ୍ରେନ ପରି ଦେଶରୁ ଯେଉଁ ନୂଆ କରୋନା ରୂପ ଆସିଲା ତାହା ବି ଚିନ୍ତାରେ ପକାଇଲା । ଏମିତି ଚିନ୍ତା ଚିନ୍ତାରେ ୨୦୨୦ ବର୍ଷକୁ ଆଜି ବିଦାୟ ଦେଉଛି ପୁରା ଦୁନିଆ । ବର୍ଷ ସାରା ଭାଇରସର ଭୟ ଘରିଲା । ଦେହ ଓ ମନ ବତ ଭୟରେ କଟିଲା । ନିଜର ପର ହେଲେ, ଓ ପର ନିଜର ହେଲେ ଏହି ବର୍ଷ । ତେବେ ୨୦୨୦ ବର୍ଷ ଯେଉଁ ଯନ୍ତ୍ରଣା ଦେଇଛି ଇଶ୍ୱରଙ୍କ ପାଖରେ ପ୍ରାର୍ଥନା ୨୦୨୧ ବର୍ଷ ସଭିଁଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରିଦେଉ । ସଭିଁଏ ସୁଖରେ ରହୁନ୍ତୁ , ସାମାଜ ଶାନ୍ତିରୁ ଚାଲୁ । ଏହାହିଁ ଭଗବାନଙ୍କ ପାଖରେ ପ୍ରାର୍ଥନା । କାରଣ ୨୦୨୦ ବର୍ଷ ଟିକେ ବି ଛାଇ ଯେମିତି ନୂଆ ବର୍ଷ ଉପରେ ନପଡ଼ୁ ତାହା ହିଁ ପ୍ରଭୃଙ୍କ ପାଖରେ ପ୍ରାର୍ଥନା । ହଁ ଏକଥା ତ ଯେ ୨୦୨୦ ବର୍ଷ ପୁରା ମଣିଷ ସମାଜକୁ ନୂଆ ଦିଗ ଦେଖାଇଛି ଓ ଅନେକ କ୍ଷେତ୍ରରେ ଆମକୁ ସଚେତନ କରିଛି । ଲୋକେ ବି ଅନେକ କିଛି ଶିଖିଛନ୍ତି ଏବର୍ଷ । ହେଲେ ଏବର୍ଷ ଯେହେତୁ ଆରମ୍ଭ ଯନ୍ତ୍ରଣା ଓ ଭୟଙ୍କର ଥିଲା ଓ ସଭିଁଙ୍କୁ ଏକ ନୂଆ ଭୟର ଦୁନିଆକୁ ନେଇଯାଇଥିଲା ତେଣୁ ପୁରା ବିଶ୍ୱ ଏବେ କହୁଛି ମନେ ରହିବ ୨୦୨୦ ।
ଦୀର୍ଘ ୯ ମାସ ପରେ ଦର୍ଶନ ଦେଲେ ମା ବିରଜା…. :
ଯାଜପୁର : ଦୀର୍ଘ ୯ ମାସ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଖୋଲିଛି । କରୋନା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ଥିବା ବେଳେ ଆଜି ଠାରୁ ମାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସକାଳ ୬ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଭକ୍ତମାନେ ମାଙ୍କ ଦର୍ଶନ କରିପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି । ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭିନ୍ନଭିନ୍ନ ଧାଡିରେ ଆସି ମାଙ୍କ ଚଣ୍ଡି ମଣ୍ଡପରୁ ବିରଜାଙ୍କ ଦର୍ଶନ କରିବେ ଏବଂ ସିଧା ବାହାରକୁ ପ୍ରସ୍ଥାନ କରିବେ । ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ ରହିବାର ସୁଯୋଗ ଦିଆଯିବ ନାହୌିଁ । ଭକ୍ତମାନଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ନୂଆବର୍ଷରେ ଅଧିକ ଭିଡ ହେବାର ଆଶଙ୍କା ଥିବାରୁ ଜାନୁଆରୀ୧,୨ ଓ ୩ ତାରିଖରେ ମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ରହିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ତେବେ ମନ୍ଦିର ଖୋଲିଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
ମୁମ୍ବାଇରେ ଚମକିଲେ ଦେବଗଡ଼ ଝିଅ……
ଦେବଗଡ଼ : ମିସେସ ନାଭି ମୁମ୍ବାଇ-୨୦୨୦ ରେ ଦ୍ୱିତୀୟ ହେଲେ ଓଡ଼ିଆ ଝିଅ l ସଶକ୍ତ ସୁନ୍ଦରତା ଓ ଆତ୍ମନିର୍ଭରଶୀଳ ସଫଳତା ପାଇଲେ ସଫଳତା l ଦେବଗଡ଼ ବଲିଉଡ ର ପ୍ରଖ୍ୟାତ ଫିଲ୍ମ ନିର୍ମାତା ଦୀପକ ସେଟୀ ଙ୍କ ଡି. ଏସ. ଏଣ୍ଟରଟେଂନମେଣ୍ଟ ଅନୁଷ୍ଠାନ ପକ୍ଷରୁ ୪୦ ବର୍ଷ ବୟସ ରୁ ଉର୍ଦ୍ଧ ମହିଳା ମାନଙ୍କୁ ନେଇ ମିସେସ ନଭି ମୁମ୍ବାଇ-୨୦୨୦ ପ୍ରତିଯୋଗିତାରେ ଓଡିଶା ତଥା ଦେବଗଡ଼ ର ଝିଅ ସଫଳତା ପାଇଥିବା ଜଣାପଡିଛି । ମହିଳା ସଶକ୍ତିକରଣ ଓ ଆତ୍ମ ବିଶ୍ୱାସ ବଢ଼ାଇବା ପାଇଁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତ ରୁ ୪୦ ଜଣ ମହିଳା ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୬ ଜଣ ପ୍ରତିଯୋଗି ଫାଇନାଲ ପର୍ଯ୍ୟାୟ କୁ ଉର୍ଣ୍ଣିତ ହୋଇଥିଲେ ।ଏହି ୬ ଜଣଙ୍କ ମଧ୍ୟରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଦେବଗଡ଼ ର ଝିଅ ଦେବଶ୍ରୀ ରାୟ ଥିଲେ । ଦିଲ୍ଲୀ ରୁ ୧, କୋଲକାତା ରୁ ୧, ମୁମ୍ବାଇ ରୁ ୨, ଆଗ୍ରା ରୁ ୧ ଏବଂ ଓଡ଼ିଶା ରୁ ଦେବଶ୍ରୀ ଫାଇନାଲ ରାଉଣ୍ଡ ରେ ଅଂଶ ଗ୍ରହଣ କରିଥିଲେ ।ଏଥିରେ ସୁନ୍ଦରତା , ଡାଇନିଂ, ଆତ୍ମବିଶ୍ବାସ ,ଆତ୍ମ ନିର୍ଭରଶୀଳ ଉପରେ ବିଭିନ୍ନ ପ୍ରକାର ର ପ୍ରତିଯୋଗିତା କରାଯାଇଥିଲା । ଶେଷରେ ଓଡ଼ିଆ ଝିଅ ଦେବଶ୍ରୀ ଦ୍ୱିତୀୟ ସ୍ଥାନ ରେ ରହି ରନସ ଅପ ହୋଇ ଓଡ଼ିଶା ତଥା ଦେବଗଡ଼ ପାଇଁ ଗୌରବ ଆଣିଛନ୍ତି । ମିସେସ ନଭି ମୁମ୍ବାଇ-୨୦୨୦ ରେ ଦେବଗଡ଼ ର ଝିଅ ର ସଫଳତା ପାଇବା ପରେ ଏଠାରେ ଖୁସି ର ଲହରୀ ଦେଖା ଦେବା ସହ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବେ ଫିସା ଷ୍ଟାର ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଦ ରିଏଲ ସୁପର ଓମେନ -୨୦୨୦ ଆୱାଡ଼ ମଧ୍ୟ ଦେବଶ୍ରୀ ଙ୍କୁ ମିଳିଥିଲା । ଦେବଶ୍ରୀ ଦେବଗଡ଼ ପ୍ରଧାନପାଟ ରୋଡ଼ ସ୍ଥିତ ପ୍ରବୀର ଗଙ୍ଗଦେଵ ଙ୍କ ଝିଅ ଏବଂ ଯାଜପୁର ରେ ବିବାହ କରିଥିବା ମୁକିକାନ୍ତ ରାୟ ଙ୍କ ସ୍ତ୍ରୀ ଅଟନ୍ତି ।














